କ୍ରୀଡା

News Story - Posted on 2017-11-05

ଭାରତ ମହିଳା ଏସିଆ କପ୍ ହକି ଚାମ୍ପିଅନ



ଦୀର୍ଘ ୧୩ ବର୍ଷ ପରେ ଭାରତୀୟ ମହିଳା ହକି ଦଳ ଏସିଆ କପ୍ ଚାମ୍ପିଅନ୍ ମୁକୁଟ ପିନ୍ଧିଛି । ରବିବାର ଅନୁଷ୍ଠିତ ଫାଇନାଲ୍ରେ ଭାରତ ୫-୪ ଟାଇବ୍ରେକର ଗୋଲ୍ରେ ଚୀନକୁ ମାତ୍ ଦେଇ ଟାଇଟଲର ସ୍ୱାଦ ଚାଖିଛି । ଟାଇଟଲ ଜିତି ଭାରତ ୨୦୧୮ ହକି ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିଛି । ବିଶ୍ୱକପ୍ ଯୋଗ୍ୟତା ସହ ଭାରତର ଟାଇଟଲ ପ୍ରତୀକ୍ଷାର ଅନ୍ତ ଘଟିଛି । ପୂର୍ବରୁ ଭାରତ ୨୦୦୪ରେ ପ୍ରଥମ ଥର ପାଇଁ ଏସିଆ କପ୍ ଟ୍ରଫି ଜିତିଥିଲା । ଅନ୍ୟପକ୍ଷରେ ଭାରତ ଟାଇଟଲ ଲଢ଼େଇରେ ଚୀନକୁ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି । ୨୦୦୯ ସଂସ୍କରଣରେ ଭାରତ ଶକ୍ତିଶାଳୀ ଚୀନଠୁ ହାରି ରନର୍ସ ଅପ୍ ହୋଇଥିଲା । କିନ୍ତୁ ଏଥର ଭାରତ ଶ୍ରେଷ୍ଠ ପ୍ରଦର୍ଶନ ସହ ଦ୍ୱିତୀୟ ଥର ପାଇଁ ଏସୀୟ ଚାମ୍ପିଅନ୍ ହୋଇଛି । ଭାରତର ଟାଇଟଲ ବିଜୟରେ ଓଡ଼ିଆ ଝିଅ ଲିଲିମା ମିଞ୍ଜ ଅନ୍ୟତମ ଭୂମିକା ଗ୍ରହଣ କରିଛନ୍ତି । ନିକଟରେ ଭାରତୀୟ ପୁରୁଷ ହକି ଦଳ ଏସିଆ କପ୍ ଟ୍ରଫି ଜିତିଥିଲା । ଫାଇନାଲ୍ରେ ଭାରତ ୨-୧ ଗୋଲ୍ରେ ମାଲେସିଆକୁ ହରାଇ ଚାମ୍ପିଅନ୍ ହୋଇଥିଲା ।


News Story - Posted on 2017-10-22

ଭାରତ ଏସିଆ ହକି ଚାଂପିଅନ



ମର୍ଯ୍ୟାଦାଜନକ ଦଶମ ଏସିଆ କପ୍ ହକି ଚାମ୍ପିଅନସିପ୍ ଆଜି ଉଦ୍ୟାପିତ ହୋଇଛି । ଆଜି ଫାଇନାଲ୍ ମ୍ୟାଚ୍ରେ ପ୍ରତିଭା ସଂପନ୍ନ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ୨-୧ ଗୋଲ୍ ବ୍ୟବଧାନରେ ମାଲେସିଆକୁ ହରାଇ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି । ଏହା ଭାରତର ତୃତୀୟ ଏସିଆ କପ୍ ହକି ଟାଇଟଲ । ପୂର୍ବରୁ ଭାରତ ୨୦୦୩ ଓ ୨୦୦୭ରେ ଏସିଆ କପ୍ ଜିତିଥିଲା । ୨୦୧୧ରେ ଭାରତ ଫାଇନାଲକୁ ଉନ୍ନୀତ ହୋଇଥିଲେ ହେଁ ଦକ୍ଷିଣ କୋରିଆ ନିକଟରୁ ହାରି ରନର୍ସ ଅପ୍ ଟ୍ରଫିରେ ସନ୍ତୁଷ୍ଟ ରହିଥିଲା । ୧୦ ବର୍ଷ ପରେ ଭାରତକୁ ଏଭଳି ବୃହତ୍ ସଫଳତା ମିଳିଛି ।

 

ବାଂଲାଦେଶ ରାଜଧାନୀ ଢାକାରେ ଭାରତ ଓ ମାଲେସିଆ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ଚିତ୍ତାକର୍ଷକ ହୋଇଥିଲା । ତୃତୀୟ ମିନିଟରେ ଭାରତର ରମଣଦୀପ ସିଂହ ମାଲେସିଆ ବିପକ୍ଷରେ ପ୍ରଥମ ଗୋଲ ଦେଇଥିବାବେଳେ ଲଲିତ ଉପାଧ୍ୟାୟ ୨୯ତମ ମିନିଟରେ ଦ୍ୱିତୀୟ ଗୋଲ ଦେଇ ଦଳକୁ ଦୃଢ଼ ସ୍ଥିତି ପ୍ରଦାନ କରିଥିଲେ । ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ମାଲେସିଆ ଚତୁର୍ଥ କ୍ୱାର୍ଟରରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । ତେବେ ମାଲେସିଆର ସାହରିଲ ସାବା ୫୦ତମ ମିନିଟ୍ରେ ଗୋଟିଏ ଗୋଲ୍ ପରିଶୋଧ କରିବାରେ ସମର୍ଥ ହୋଇଥିଲେ । ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତର ଆକାଶଦୀପ ସିଂହଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

 

ଶନିବାର ସୁପର-୪ ମ୍ୟାଚ୍ରେ ଭାରତ ତା’ର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ଥାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ମୌଲାନା ଭସାନି ଷ୍ଟାଡିୟମରେ ଅନୁଷ୍ଠିତ ଉକ୍ତ ମ୍ୟାଚ୍ରେ ତିନିଥର ଚାମ୍ପିଅନ ହୋଇଥିବା ପାକିସ୍ଥାନ ବିପକ୍ଷରେ ଭାରତର ସତବୀର ସିଂହ ୩୯ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ । ସେହିଭଳି ଭାରତ ତୃତୀୟ କ୍ୱାର୍ଟରରେ ୧-୦ରେ ଅଗ୍ରଣୀ ଥିବାବେଳେ ହରମନପ୍ରୀତ ସିଂହ ୫୧ତମ ମିନିଟ ଓ ଲଲିତ ଉପାଧ୍ୟାୟ ୫୨ତମ ମିନିଟ ଗୋଟିଏ କରି ଗୋଲ୍ ଦେଇଥିଲେ । ଚତୁର୍ଥ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୦ ଗୋଲରେ ଅଗ୍ରଣୀ ରହିଥିବାବେଳେ ଗୁରୱନ୍ତ ସିଂହ ୫୭ତମ ମିନିଟରେ ଚତୁର୍ଥ ଗୋଲ ଦେଇ ଭାରତର ଅଭିଯାନକୁ ୪-୦ରେ ଆଗକୁ ନେଇ ଯାଇଥିଲେ ।


News Story - Posted on 2017-08-22

୧୭ ଅର୍ଜୁନ, ୭ ଦ୍ରୋଣାଚାର୍ଯ୍ୟ, ୩ ଧ୍ୟାନଚାନ୍ଦ



କ୍ରୀଡ଼ା କ୍ଷେତ୍ରରେ ଉକ୍ରର୍ଷତାକୁ ସ୍ୱୀକୃତି ସ୍ୱରୂପ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥାଏ । ଚାରି ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସବୁଠାରୁ ଚମକ୍ରାର ଓ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା କ୍ରୀଡ଼ାବୀତଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଏ । ଚାରିବର୍ଷ ମଧ୍ୟରେ ନିୟମିତ ଭାବେ ଉତମ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଥାଏ । ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ମେଡାଲ ବିଜୟୀ ଖେଳାଳିଙ୍କୁ ପ୍ରସ୍ତୁତ କରିଥିବା ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଏ । ସେହିପରି କ୍ରୀଡା ଉନ୍ନୟନ କ୍ଷେତ୍ରରେ ଜୀବନବ୍ୟାପୀ ଯୋଗଦାନ ଲାଗି ଧ୍ୟାନଚାନ୍ଦ ପୁରସ୍କାର ଦିଆଯାଏ ।


News Story - Posted on 2017-06-24

ଯୋଗ ଦ୍ୱାରା କ୍ରୀଡା ପ୍ରଦର୍ଶନରେ ଉନ୍ନତି



ଏକ ସୁସ୍ଥ ଶରୀର ଏବଂ ଶାନ୍ତ ମସ୍ତିଷ୍କ ଜୀବନର ଯେ କୌଣସି କ୍ଷେତ୍ରରେ ମଧ୍ୟ ସଫଳତାର ପଥକୁ ପ୍ରଶସ୍ତ କରିଥାଏ। ଏହାର ଗୁରୁତ୍ୱକୁ ଉପଲବ୍ଧ କରି ଫୁଟବଲ, ରଗ‌୍‍ବୀ, ଗଲÞ ଏବଂ କ୍ରିକେଟ ପରି ଖେଳକୁ କେତେକ ଆନ୍ତର୍ଜାତୀୟ କ୍ଲବ ଭାରତର ଏହି ପ୍ରାଚୀନତମ ପଦ୍ଧତିରୁ ଫାଇଦା ହାସଲ କରିବା ଆରମ୍ଭ କରିଦେଇଛନ୍ତି। ଯୋଗ ହେଉଛି ଏକ ଅନନ୍ୟ ପଦ୍ଧତି, ଯାହାଦ୍ୱାରା କି କୌଣସି ଶାରୀରିକ ଚାପ କିମ୍ୱା ଉତେଜନା ବିନା ଶରୀରରେ ଶକ୍ତି ଉପିନ୍ନ ହୋଇଥାଏ। ବିଭିନ୍ନ ପ୍ରକାର ଆସନ (ମୁଦ୍ରା) ଯଦି ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅଭ୍ୟାସ କରାଯାଏ ତେବେ ଶରୀରରେ ବିଭିନ୍ନ ଅଙ୍ଗରେ ନମନୀୟତା ଆସିଥାଏ ଏବଂ ତାହାଦ୍ୱାରା ଶକ୍ତି ବୃଦ୍ଧି ପାଇଥାଏ। ଯୋଗର ଅଧିକାଂଶ ମୁଦ୍ରା ଦ୍ୱାରା ଗଭୀର ନିଶ୍ୱାସ ନେବା, ଏହାକୁ ନିୟନ୍ତ୍ରଣ କରିବା ଏବଂ ମାଂସପେଶୀ ଗୁଡିକୁ ସଙ୍କୁଚିତ ଓ ସଂପ୍ରସାରଣ କରିବା ଦ୍ୱାରା ଶରୀରର କୋଷଗୁଡିକୁ ଅଧିକ ଅମ୍ଳଜାନ ମିଳିଥାଏ। ଯେବେ ଜଣେ ଖେଳାଳୀ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଖେଳୁଥାଏ କିମ୍ୱା ନିଜ ଦେଶର ମାନ ଓ ସ୍ୱାଭିମାନ ପାଇଁ ପ୍ରଦର୍ଶନ କରୁଥାଏ। ତାହା ଉପରେ ଲକ୍ଷ ଲକ୍ଷ ଦେଶବାସୀଙ୍କ ଆଶା ରହିଥାଏ। ଫଳରେ ଖେଳାଳୀର ମନରେ ଉତେଜନା ଓ ଚାପ ସୃଷ୍ଟି ହୋଇଥାଏ। ସେହି ସମୟରେ କିଛି ପରାମର୍ଶ ତାର ଚିନ୍ତା ଓ ଉତେଜନାକୁ ପ୍ରଶମିତ କରିଥାଏ। ମାତ୍ରା ଯୋଗାସନ ଏବଂ ପ୍ରାଣାୟମ ଦ୍ୱାରା ଖେଳାଳୀଠାରେ ସୃଷ୍ଟି ହେଉଥିବା ଚାପ ବା ଉତ୍ତେଜନାକୁ ଦୂର କରାଯାଇପାରିବ। ଫଳରେ ତା ମନ ଓ ମସ୍ତିଷ୍କକୁ ଆରାମ ମିଳିପାରିବ। ଏହାଦ୍ୱାରା ଖେଳ ଉପରେ ତାର ଏକାଗ୍ରତା ରହିପାରିବ।


News Story - Posted on 2017-06-24

ଆଶୀର୍ବାଦ ବେହେରା  ୪୨୦!



ଓଡ଼଼ିଶା ଅଲମ୍ପିକ ଆସୋସିଏସନ(ଓଓଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଆଇପିସିର ଧାରା-୪୨୦ ଓ ଦୁର୍ନୀତି ନିବାରଣ ଆଇନର ୧୨୦(ଖ) ଦଫାରେ ମାମଲା ରୁଜୁକରିଛି ସିବିଆଇ। ଓଡ଼଼ିଶା ଅଲମ୍ପିକ ଆସୋସିଏସନର ପୂର୍ବତନ ସମ୍ପାଦକଙ୍କ ସମେତ କିଛି କର୍ମଚାରୀ ଏକ ବେସରକାରୀ ସଂସ୍ଥା ସହ ହାତ ମିଶାଇ ଓଓଏର କୋଟି କୋଟି ଟଙ୍କା କ୍ଷତି ଘଟାଇଥିବା ଅଭିଯୋଗ ଉପରେ ସୁପ୍ରିମ କୋର୍ଟଙ୍କ ନିଦ୍ଦେର୍ଶରେ ତଦନ୍ତ କରୁଛି ସିବିଆଇ। ତଦନ୍ତର ଅଂଶ ସ୍ୱରୂପ ଆଜି ସିବିଆଇର ଏକ ୮ ଜଣିଆ ଟିମ ଓଡ଼଼ିଶା ଅଲମ୍ପିକ ଆସୋସିଏସନ କାର୍ଯ୍ୟାଳୟ ସମେତ ଆଶୀର୍ବାଦ ବେହେରାଙ୍କ ମାନସିଂହପାଟଣା ଏବଂ ତୁଳସୀପୁରସ୍ଥିତ ବାସଭବନ ଉପରେ ଏକସଙ୍ଗେ ଚଢାଉ କରିଥିଲା। ଆଶୀବାର୍ଦଙ୍କ ପୁଅ ଓ ଜ୍ୱାଇଁଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ସିବିଆଇ ଚଢ଼ଉ ହୋଇଥିଲା।


News Story - Posted on 2017-05-13

ମଦୁଆ ଭାଙ୍ଗିଲେ ଜଳକ୍ରୀଡ଼ା ଭିତ୍ତି



ମେ ୧୧ ତାରିଖ ଗୁରୁବାର ବିଳମ୍ୱିତ ରାତିରେ ୫୦ରୁ ଅଧିକ ଦୁବୃର୍ତ୍ତ ବିଭିନ୍ନ ମାରଣାସ୍ତ୍ର ଧରି  କୋଣାର୍କ-ପୁରୀ ବେଳାମାର୍ଗସ୍ଥ କଳିଙ୍ଗ ଡାଇଭର୍ସ ଫାଉଣ୍ଡେସନ ଟ୍ରଷ୍ଟ କ୍ୟାମ୍ପରେ ପଶି କର୍ମଚାରୀଙ୍କୁ ଧମକ ଦେବା ସହ ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରି ନଷ୍ଟ କରି ଦେଇଛନ୍ତି। ଏ ନେଇ କଳିଙ୍ଗ ଡାଇଭର୍ସ ଫାଉଣ୍ଡେସନ ଟ୍ରଷ୍ଟର ଦୁଇଜଣ କର୍ମଚାରୀ ପ୍ରକାଶ ପରିଡା ଓ ସନାତନ ବେହେରା ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।


News Story - Posted on 2017-04-04

ଓଓଏ, ଓସିଏରେ ବେହେରାରାଜ୍‌ ଶେଷ!



ଓଡ଼ିଶା ଅଲିମ୍ପିକ ଆସୋସିଏସନର ଜମି ଜବରଦଖଲ ବେଆଇନ ଘୋଷଣା କରିଛନ୍ତି ସୁପ୍ରିମ କୋର୍ଟ। ତୁରନ୍ତ ଏହି ଜମିକୁ ନିଜ କବ୍ଜାକୁ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହା ସହିତ ଏହି ଜମିରେ ତିଆରି ହୋଇଥିବା ଦୋକାନ ଘର ଓ ବାରବାଟୀ ପ୍ୟାଲେସର ଭଡ଼ା କେଳେଙ୍କାରୀର ସିବିଆଇ ତଦନ୍ତ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କର ଏହି ନିର୍ଦ୍ଦେଶ ଓଡ଼ିଶା ଅଲିମ୍ପିକ ଆସୋସିଏସନ ସାଧାରଣ ସଂପାଦକ ଆଶୀର୍ବାଦ ବେହେରାଙ୍କ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି। କୋର୍ଟଙ୍କର ଏହି ନିର୍ଦ୍ଦେଶ ପରେ ଉଭୟ ଓଡ଼ିଶା ଅଲିମ୍ପିକ ଆସୋସିଏସନ ଓ ଓଡ଼ିଶା କ୍ରିକେଟ ଆସୋସିଏସନରେ ଆଶୀର୍ବାଦ ବେହେରାଙ୍କ ଦୁର୍ନୀତିପୂର୍ଣ୍ଣ ଶାସନର ଅନ୍ତ ହୋଇଛି ବୋଲି ବିଶ୍ବାସ କରାଯାଉଛି।


News Story - Posted on 2017-03-27

ଓଡ଼ିଶା ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼!



ଜାତୀୟ ହକି ଦଳରେ ଏବେ ଓଡ଼ିଶାର ୧୨ ଜଣ ଖ୍ୟାତି ସମ୍ପନ୍ନ କ୍ରୀଡ଼ାବିତ‌୍‍ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର। କେବଳ ସେତିକି ନୁହେଁ ଏଯାବତ‌୍‍ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ୬୧ ଜଣ ହକି ଖେଳାଳି ଓଡ଼ିଶା ଦେଇଥିବା ବେଳେ ଏମାନଙ୍କ ଭିତରୁ ୬୦ ଜଣ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର। ଏହା ସତ୍ତ୍ବେ ବି ସୁନ୍ଦରଗଡ଼ ଜିଲ୍ଲାରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ହକି ମ୍ୟାଚ‌୍‍ ହେଉନାହିଁ। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କ୍ରୀଡ଼ା ଓ ଯୁବସେବା ରାଜ୍ୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।


News Story - Posted on 2017-01-04

ଆଶୀର୍ବାଦ ଆଉଟ୍‌!



ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ମ୍ୟାଚ‌୍‍ ଆୟୋଜନ ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଏହି କମିଟି ବାରବାଟୀ ମ୍ୟାଚ‌୍‍ ପରିଚାଳନା କରିବ। ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କମିଟିର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ବିଧାୟକ ଦେବାଶିଷଙ୍କ ବ୍ୟତୀତ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟୁତ ନାୟକ ବାରବାଟୀ ମ୍ୟାଚ‌୍‍ ପରିଚାଳନାରେ ସହଯୋଗ କରିବେ। ଏଥିସହ ଓସିଏର ୧୭୩ ଜଣ ସଦସ୍ୟ ମଧ୍ୟ ମ୍ୟାଚ‌୍‍ ପରିଚାଳନା ଦାୟିତ୍ୱରେ ରହିବେ। ବାରବାଟୀ ମ୍ୟାଚ‌୍‍ ପରେ ଓସିଏର ନୂଆ କର୍ମକର୍ତ୍ତା ଚୟନ କରାଯିବ ବୋଲି ଜଣାପଡ଼ିଛି।


News Story - Posted on 2017-01-03

କୋର୍ଟ କଲେ କ୍ରିକେଟ ସଂସ୍କାର!



ବୋର୍ଡ଼ ଅଫ‌୍‍ କଣ୍ଟ୍ରୋଲ‌୍‍ ଫର‌୍‍ କ୍ରିକେଟ‌୍‍ ଇନ‌୍‍ ଇଣ୍ଡିଆ (ବିସିସିଆଇ)କୁ ସୁପ୍ରିମ କୋର୍ଟଙ୍କ ଝଟକା ଲାଗିଛି। ଅବସରପ୍ରାପ୍ତ ବିଚାରପତି ଆର‌୍‍ଏମ‌୍‍ ଲୋଧା କମିଟିଙ୍କ କ୍ରିକେଟ‌୍‍ ସଂସ୍କାର ପ୍ରସ୍ତାବ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ବିସିସିଆଇ ସଭାପତି ଅନୁରାଗ ଠାକୁର ଓ ସମ୍ପାଦକ ଅଜୟ ସିର୍କେଙ୍କୁ ସେମାନଙ୍କ ପଦରୁ ବହିଷ୍କାର କରିଛନ୍ତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିବା ଏବଂ ମିଥ୍ୟା ସତ୍ୟପାଠ ଦାଖଲ କରିବା ଅଭିଯୋଗରେ ଅନୁରାଗଙ୍କୁ ବିସିସିଆଇ ସଭାପତି ପଦରୁ ବହିଷ୍କାର କରାଯାଇଛି। ଏଥିସହ ଅନୁରାଗଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଅନୁରାଗ ଓ ସିର୍କେଙ୍କ ସ୍ଥାନରେ ଜଣେ ବରିଷ୍ଠ ଉପସଭାତି ଓ ଜଣେ ବରିଷ୍ଠ ଯୁଗ୍ମ ସମ୍ପାଦକ ପଦ ସମ୍ଭାଳିବେ ବୋଲି ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ କ୍ରିକେଟ‌୍‍ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ନିଷ୍ପତ୍ତି କ୍ରିକେଟ‌୍‍କୁ ନୂଆ ରୂପ ଓ ସ୍ୱଚ୍ଛ କରିବ ବୋଲି କ୍ରିକେଟ‌୍‍ ବିଶେଷଜ୍ଞ ଆଶା କରୁଛନ୍ତି। ଅନ୍ୟପକġ


News Story - Posted on 2016-12-01

କୋଣାର୍କରେ ମିନି ସାଇକ୍ଲୋଥନ




News Story - Posted on 2016-11-26

ସ୍ୱଚ୍ଛ କୋଣାର୍କ ପାଇଁ ମିନି ସାଇକ୍ଲୋଥନ




News Story - Posted on 2016-11-16

ସରିଲା ସର୍ଫିଂ ଫେଷ୍ଟିଭାଲ




News Story - Posted on 2016-11-14

ଉଚ୍ଚ ଜୁଆରରେ ସର୍ଫିଙ୍ଗର ମଜା



ସମୁଦ୍ରର ତରଙ୍ଗାୟିତ ନିଳ ଜଳରାଶି ଉପରେ ସର୍ଫିଙ୍ଗ କରିବା ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି। ଜଳକ୍ରୀଡା ବିଭାଗର ବିଶ୍ୱଜିତ ଦାଶ, ସ୍ୱାଧୀନ ଦାଶ, ଶ୍ରଦ୍ଧା ଓ ଟୁଇଙ୍କଲଙ୍କ ସମେତ ରେଞ୍ଜରସ‌୍‍ ଆଡଭେଞ୍ଚର ଫାଉଣ୍ଡେସନର ସମସ୍ତ ସଦସ୍ୟ ଉତ୍ସବ ପରିଚାଳନା କରୁଛନ୍ତି।


News Story - Posted on 2016-11-13

କୋଣାର୍କରେ ସମୁଦ୍ର କ୍ରୀଡ଼ା ସର୍ଫିଂ



କୋଣାର୍କ-ପୁରୀ ବେଳାମାର୍ଗର ରାମଚଣ୍ଡୀ ନିକଟସ୍ଥ ବେଳାଭୂମିରେ ରେଞ୍ଜର୍ସ ଆଡଭେଞ୍ଚର ଫାଉଣ୍ଡେସନ ଓ ସର୍ଫ ଯୋଗୀସ ପକ୍ଷରୁ ନଭେମ୍ବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଚାଲିବାକୁ ଥିବା ପଞ୍ଚମ ବାର୍ଷିକ ଇଣ୍ଡିଆ ସର୍ଫ ଫେଷ୍ଟିଭାଲ-୨୦୧୬ ଉଦଘାଟିତ ହୋଇଯାଇଛି। କୁଶଭଦ୍ରା ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ ଅନୁଷ୍ଠିତ ଏହି ଉତ୍ସବକୁ ଶନିବାର ଅପରାହ୍ନରେ ପୁରୀ ଆରକ୍ଷୀ ଅଧିକାରୀ ଡଃ ସାର୍ଥକ ଷଢଙ୍ଗୀ, କଳିଙ୍ଗ କୁସୁମର ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର, ଏସିଆନ ସର୍ଫ ଚମ୍ପିଆନସିପର ମେମ୍ୱର ବେଲ୍ଲି‌୍‍ ହାଞ୍ଜଲେଟିନ‌୍‍, ଫିଲିପାଇନସର ସିନିଅର ମେଣ୍ଟେଶସ‌୍‍ ଆପଲ ଫାଲକନ‌୍‍ ଉଦଘାଟନ କରିଥିଲେ। ଇଣ୍ଡିଆ ସର୍ଫ ଫେଷ୍ଟିଭାଲର ଆୟୋଜକ ସଞ୍ଜୟ ସାମନ୍ତରାୟ ଅତିଥି ପରିଚୟ ଦେବା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀଧି ମଞ୍ଚ ସଂଯୋଜନା କରିଥିଲେ।


News Story - Posted on 2016-10-27

ଆରଏସ‌୍‍ଏସ‌୍‍ର ମହାନଗର କବାଡି




News Story - Posted on 2016-10-26

ସର୍ଫିଙ୍ଗ ଉତ୍ସବ ପ୍ରସ୍ତୁତି ଚୂଡ଼ାନ୍ତ




News Story - Posted on 2016-09-02

କିସ‍୍‌ ଛାତ୍ରୀଙ୍କ କ୍ରୀଡ଼ାକୃତିତ୍ବ



ବିଭିନ୍ନ କ୍ଷେତ୍ରରେ କଳିଙ୍ଗ ଇନ‍୍‌ଷ୍ଟିଚ୍ୟୁଟ‍୍‌ ଅଫ୍ ସୋସିଆଲ‍୍‌ ସାଇନ‍୍‌ସେସ‍୍‌ (କିସ‍୍‌)ର ଛାତ୍ରଛାତ୍ରୀ ପାରଦର୍ଶିତା ପ୍ରଦର୍ଶନ କରିଆସୁଥିବା ବେଳେ ଏବେ କିସ‍୍‌ର ତିନି ଛାତ୍ରୀ ଭାରତୀୟ ମହିଳା ଫୁଟ‍୍‌ବଲ‍୍‌ ଓ ଭାରତୀୟ ବେସ୍‌ବଲ‍୍‌ ଦଳରେ ସାମିଲ‍୍‌ ହୋଇ କିସ‍୍‌ ତଥା ସମଗ୍ର ଜନଜାତି ବର୍ଗକୁ ଗୌରବାନ୍ୱିତ କରିଛନ୍ତି। କିସ‍୍‌ର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ଜାନକୀ ମୁର୍ମୁ ଅଗଷ୍ଟ ୨୮ରୁ ସେପ୍ଟେମ୍ୱର ୫ ତାରିଖ ପର୍ଯ୍ୟନ୍ତ ଚୀନ‍୍‌ର ୟିପିନ‍୍‌ଠାରେ ଚାଲୁଥିବା ଆଇଆଇଏସ‍୍‌ସି ୧୬ବର୍ଷରୁ କମ‍୍‌ ଭାରତୀୟ ମହିଳା ଦଳରେ ସ୍ଥାନ ପାଇଛନ୍ତି। ସେ ମଧ୍ୟ ପୂର୍ବରୁ ୨୦୧୫ରେ ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ଏସିଆନ‍୍‌ ୧୪ ବର୍ଷରୁ କମ‍୍‌ ଭାରତୀୟ ମହିଳା ଫୁଟ‍୍‌ବଲ ଦଳରେ ସାମିଲ‍୍‌ ହୋଇ ଭାରତ ପାଇଁ ଖେଳିଥିଲେ।


News Story - Posted on 2016-08-23

ଜିଆଙ୍ଗ ଓ ଦିନାରା ଚାମ୍ପିଅନ‌୍‍




News Story - Posted on 2016-08-17

ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ




News Story - Posted on 2016-08-08

କିଟ୍‌ରେ ବିଶ୍ୱ ଜୁନିଅର ଚେସ‌୍‍ ଉଦ‍୍‌ଘାଟିତ




News Story - Posted on 2016-08-06

କିଟ୍‌ରେ ବିଶ୍ୱ ଜୁନିଅର ଚେସ୍‌




News Story - Posted on 2016-08-05

କୋଣାର୍କରେ ଦିବାରାତ୍ର ଭଲିବଲ




News Story - Posted on 2016-07-13

ଦୂତୀ ଓ ଶ୍ରାବଣୀଙ୍କ ସଫଳତା କାମନା




News Story - Posted on 2016-07-11

ବୁଦ୍ଧିଆକୁ ମାରିଦେଲେ ସରକାର!



ବିସ୍ମୟ ଧାବକ ବୁଦ୍ଧିଆ ସିଂହ ଗଲା କୁଆଡେ? କୋଉଠି ଅଛି? କ’ଣ କରୁଛି? ଏଭଳି ପ୍ରଶ୍ନ ଶିଶୁ ଓ କ୍ରୀଡ଼ାପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଥିବାବେଳେ ତାକୁ ଖୋଜିବାକୁ ସରକାରୀ ସ୍ତରରେ ଆଦଔ ଉଦ୍ୟମ ହେଉ ନାହିଁ। ବୁଦ୍ଦିଆର ନିଖୋଜ ନେଇ ନାନା ଲୋକ ନାନା କଥା କହୁଛନ୍ତି। ପରିବାର ଲୋକେ, କ୍ରୀଡା ସଚିବ କହୁଛନ୍ତି ବୁଦ୍ଧିଆ ନୟାଗଡରେ ଅଛି। ହେଲେ ନୟାଗଡର କେଉଁ ସ୍ଥାନରେ ଅଛି ସେ କଥା ସେମାନେ କହିପାରୁ ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ବୁଦ୍ଧିଆର ମାମୁଁଘର ନୟାଗଡରେ ନୁହେଁ କି ସେଠାରେ ତା’ର କେହି ସଂପର୍କୀୟ ରହନ୍ତିନି।


News Story - Posted on 2016-06-26

ରିଓ ଅଲିମ୍ପିକ‌୍‍ ଖେଳିବେ ଦୂତୀ ଚାନ୍ଦ



୧୯୮୦ରେ ୧୦୦ ମିଟର ଦୌଡରେ ଭାରତର ପି.ଟି ଉଷା ଅଲିମ୍ପିକ୍ସ କ୍ୱାଲିଫାଏ କରିଥିଲା ବେଳେ ଅଲିମ୍ପିକ୍ସରେ ପ୍ରବେଶ କରିବାରେ ଦୂତୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ତଥା ପ୍ରଥମ ଓଡିଆ ଦୌଡାଳୀ। ତାଙ୍କ ପୂର୍ବରୁ ଅନ୍ୟ ଦୁଇ ଓଡ଼ିଆ ଖେଳାଳି ଅନ୍ୟ ଇଭେଣ୍ଟେର ଅଲିମ୍ପିକ ଖେଳିବାର ଯୋଗ୍ୟତା ଅର୍ଜନ କରିଥିଲେ। ସେମାନେ ହେଲେ ରଚିତା ପଣ୍ଡା ଓ ଅନୁରାଧା ବିଶ୍ବାଳ। ଦୂତୀଙ୍କ ସଫଳତାକୁ ଉଭୟ ରଚିତା ଓ ଅନୁରାଧା ମଧ୍ୟ ପ୍ରଶଂସା କରିବା ସହିତ ତାଙ୍କ ସଫଳତା କାମନା କରିଛନ୍ତି।


News Story - Posted on 2016-06-14

ଓଡ଼ିଶାର ଶାନ୍ ରବି କୁମାର



୨୦୦୫ ମସିହାରେ ଭିଲାଇଠାରେ ଅନୁଷ୍ଠିତ ସବ‌୍‍ ଜୁନିୟର‌୍‍ ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୨ କେଜି ବର୍ଗରେ ୪ର୍ଥ ସ୍ଥାନ ଅଧିକାର କରିଥିଲେ। ୨୦୦୭ ମସିହାରେ ଚେନ୍ନାଇରେ ଅନୁଷ୍ଠିତ ଜୁନିୟର‌୍‍ ନ୍ୟାସ‌୍‍ନାଲ‌୍‍ ଚାମ୍ପୟନ‌୍‍ସିପ‌୍‍ରେ ୭୭ କେ.ଜି ବର୍ଗରେ ଅଂଶଗ୍ରହଣ କରି ୭ମ ସ୍ଥାନ ଅଧିକାର କରିଥିଲେ। ୨୦୦୭ ମସିହାରେ ମଣିପୁର ଠାରେ ଅନୁଷ୍ଠିତ ଜୁନିୟର ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ପ୍ରଥମ ସ୍ଥାନ ଅଧବକାର କରିବା ସହ ଶ୍ରେଷ୍ଠ ଭାରୋତ୍ତଳନକାରୀ ଭାବେ ୫ଟି ନୂଆ ରେକର୍ଡ଼ ସ୍ଥାପନ କରିଥିଲେ। ୨୦୦୭ ମସିହାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ସିନିୟର‌୍‍ ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ୨ୟ ସ୍ଥାନ ଅଧିକାର କରିଥିଲେ। ୨୦୦୮ ମସିହାରେ ନୋଏଡ଼ାଠାରେ ଅନୁଷ୍ଠିତ ଜୁନିୟର‌୍‍ ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ୨ଟି ନୂଆ ରେକର୍ଡ଼ ସୃଷ୍ଠି କରିଥିଲେ। ୨୦୦୯ ମସିହରେ ପୁନେରେ ଅନୁଷ୍ଠିତ ସିନିୟର‌୍‍ ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବ

© 2015. Samanya Kathan All Rights Reserved | Editor : Debendra Prusty     

To Top