କାହାଣୀ

News Story - Posted on 2017-09-11

ଅନ୍ତର୍ଦାହ



ଅଶିଣର ମେଘମୁକ୍ତ ଆକାଶ। ଆକାଶର ବକ୍ଷରେ ଦ୍ୱିତୀୟା ତିଥିର ଜହ୍ନ। ଜହ୍ନର ଖିଲିଖିଲି ହସ ମୁକ୍ତା ହେଇ ଝରିପଡ଼ୁଥାଏ ଶୁଭ୍ର ଧବଳ କିରଣ ରୂପରେ। କୂଅମୂଳର ମନ୍ଦାର ଗଛର ପତ୍ରରୁ ଟପ‌୍‍ ଟପ‌୍‍ ଝରିପଡ଼ୁଥାଏ କାକର ଟୋପାସବୁ। ଗଂଗଶିଉଳୀ ଗଛରୁ ଫୁଲସବୁ ଝଡ଼ି ଗଦା ହେଇଯାଇଥାଏ ସେଇ କୂଅ ମୂଳର ପକ‌୍‍କା ଚାନ୍ଦିନୀ ଉପରେ। ଦୁଇଜଣଯାକ ବସିଥାଉ ପାଖାପାଖି। ଅଥଚ କେହି କିଛି କଥା କହୁନଥାଉ। କିଛି କ୍ଷଣର ନୀରବତା ପରେ ମୁଁ କହିଲି, ଦେଖିଲୁ ଲୋପା, ଜହ୍ନଟା କେତେ ସୁନ୍ଦର ଦେଖାଯାଉଛି। ସେ ଚାହିଁଲା ଉପରକୁ ଆଖି ଉଠେଇ।  ତା ଗୋରା ମୁହଁଟା ଆହୁରି ତୋଫା ଦେଖାଗଲା ଜହ୍ନ ଆଲୁଅରେ। ମୁଁ ତା ମୁହଁକୁ ମୋ ହାତ ପାପୁଲିରେ ଧରି ପକେଇଲି। ଅପୂର୍ବ ଉନ୍ମାଦନା ଖେଳିଗଲା ମୋର ସର୍ବାଙ୍ଗରେ। ସେ ଆଖି ବୁଜିଦେଲା। ତାର ଓଠ କମ୍ପି ଉଠୁଥିଲା। ତା ପରେ ପ୍ରକୃତିସ୍ଥ ହେଇଗଲି ମୁଁ। ଗାଁ କଥା। ଆମେ ଦୁଇଜଣ ବାହାରେ ବସିଛୁ। ଯଦି କିଏ ଆମକୁ ଦେଖି ଦିଏ ତ କଥା ଶେଷ। ସିଧାସିଧା କହି ପକେଇଲି ତାକୁ ମୋ ମନର କଥା। ମୁଁ ତାକୁ ମୋଠାରୁ ବି ଭଲପାଏ। ସାରାଜୀବନ ତା ସହିତ ବଞ୍ଚିବାକୁ ଚାହେଁ। ଏମିତି ଅନେକ ଅନେକ କଥା। ତାର ସମ୍ମତି ମୁହଁରେ ପ୍ରକାଶ କରିବାର ଆଉ ଆବଶ୍ୟକତା ନଥିଲା। ସେ ପୂରାପୂରି ବିହ୍ୱଳିତ ହେଇପଡ଼ିଥିଲା ଆଉ ତା’ର ବ୍ୟବହାରରେ ତାର ମୋ ପାଇଁ ଥିବା ଅନୁରାଗ ଓ ବ୍ୟାକୁଳତା ସ୍ପଷ୍ଟ ହେଇ ଉଠୁଥିଲା। କେହି ଆମକୁ ଦେଖିବା ପୂର୍ବରୁ ଦୁଇଜଣଯାକ ଫେରିଆସିଥିଲୁ ଘର ଭିତରକୁ, ନିଜ ନିଜର ଜାଗାକୁ।


News Story - Posted on 2017-09-11

ନୀଳରାତିର ନକ‌୍‍ସା



ଏସବୁ କାମ କଲାବେଳେ ପ୍ରଥମେ ଭାରି ଅଡ଼ୁଆ, ଭୀଷଣ ବ୍ୟସ୍ତ ଲାଗୁଥିଲା। ବିବେକ ବାରମ୍ୱାର ବାଟ ଓଗାଳୁଥିଲା। ଅସହାୟା ସୁନ୍ଦରୀମାନଙ୍କ କରୁଣ ଚାହାଣୀ ତା’ର ନିଷ୍ଠୁର ହୃଦୟକୁ କାହିଁକି କେଜାଣି ଦୁର୍ବଳ କରିଦଉଥିଲା। ଠିକଣା ଜାଗାରେ ପହେଞ୍ଚଇ ଦେଇ, ଟଙ୍କାଗୁଡ଼ାକ ଚଟାପଟ‌୍‍ ପକେଟରେ ପୂରେଇ, ମଦନିଶାରେ ଚୁର‌୍‍ହେଇ ଭୁଲିବାକୁ ଯେତେ ଚେଷ୍ଟାକଲେ ବି, ସେସବୁ ନିଷ୍ଠୁର ଦୃଶ୍ୟ ତା’ ଆଖି ଆଗରେ ନସରପସର ହେଇ ତାକୁ ଭୀଷଣ କଷ୍ଟ ଦଉଥିଲା। ମଦନିଶାରେ ସାରାରାତି ଅଟୋ ଭିତରେ କଟିଯାଉଥିଲା। ଆଖିକୁ ଟିକେହେଲେ ନିଦ ଆସୁନଥିଲା।


News Story - Posted on 2017-07-11

ଗଂଗଶିଉଳି ଓ ବୋଉ



କ’ଣ କରିବି? ତାକୁ ତୋଳି ନେଇ ତୁମ ଫଟୋରେ ସଜେଇଦେବି? ନାଇଁ ସେମିତି କରିବିନି। ତୁମେ ପରା ସବୁବେଳେ କୁହ ଫୁଲ ଗଛରେ ଥିଲେ ସୁନ୍ଦର। ତାକୁ ସେଇଠି ଫୁଟି ସେଇଠି ଝରିଯିବାକୁ ଦେବା କଥା ବୋଲି। ତେଣୁ ଥାଉ ସେ ସେଇଠି ସେମିତି ଗଛରେ। ଯେମିତି ତୁମେ ଅଛ ମହାଶୂନ୍ୟରେ। ଠାକୁରଙ୍କୁ ତ କେବେ ଦେଖିନି। ତୁମେ ହିଁ ଥିଲ ମୋର ଚଳନ୍ତି ଠାକୁର, ମୋର ରକ୍ଷାକର୍ତ୍ତ୍ରୀ, ପ୍ରେରଣାଦାତ୍ରୀ। ଜନ୍ମ ନକରି ବି ବାତ୍ସଲ୍ୟ ରସରେ ଭିଜେଇ ଦେଇଥିଲ ମତେ। ତମକୁ ତ ହରେଇ ଦେଲି। ଆଉ ଏ ଜନ୍ମରେ ପାଇବିନି ଶତଚେଷ୍ଟା କଲେ ବି। ବଞ୍ଚିଥିବା ଯାଏ ଠାକୁରଙ୍କୁ ଡ଼ାକୁଥିବି, ସେ ସବୁ ଜନ୍ମରେ ମତେ ତମକୁ ହିଁ ଦିଅନ୍ତୁ ମୋ ବୋଉ ରୂପରେ। ତମ ପାଇଁ ମୁଁ ମୋକ୍ଷ ମାଗିବିନି। ମୋ ପାଇଁ ବି ନୁହେଁ। କାରଣ ମୋକ୍ଷ ପାଇଗଲେ ଆମେ ଆଉ ପୁନର୍ଜନ୍ମ ପାଇବା କେମିତି? କୁହ, ଆଉଥରେ ଆସିବ ତ ମୋ ପାଇଁ ଏ ସଂସାରକୁ? ମୁଁ ଅପେକ୍ଷା କରିଥିବି ତମ ପାଇଁ ଜନ୍ମପରେ ଜନ୍ମ କେତେ ଜନ୍ମ!


News Story - Posted on 2017-05-29

ରେଖା ଚିତ୍ର



ଶୁଭେନ୍ଦୁ ମୁହଁ ତଳକୁ କରି ଠିଆ ହୋଇଥିଲା। ଉତ୍ତେଜନାରେ ତା’ ଦେହ ଥରୁଥିଲା। ନଖିଆ ତାକୁ ଛିଗୁଲେଇ କି କହୁଥିଲା-ତମେ କିଛି ଦେଇ ପାରିବ ନାହିଁ, ଖାଲି ବଡ ବଡ କଥା କହିବ। ଦେଶ ବିଦେଶ କଥାରୁ ମୁଁ ମୁରୁଖ ଲୋକ କ’ଣ ବୁଝିବି? କ’ଣ ପାଇବି? ମୋର ଟଙ୍କା ଦରକାର। ମୋ ଘରେ ଦିଇ ଦିନ ହେଲା ଚୁଲି ଜଳିନେଇଁ। ମୋ ପିଲାଙ୍କ ପେଟକୁ ଦାନା ଦେବାପାଇଁ ଆଉ ପିଠିକି କନା ଦେବା ପାଇଁ ମୋର ଟଙ୍କା ଦରକାର। ମୋ ପାଖରେ ଦେଶର ଡାକଠୁ ପେଟର ଡାକ ବଡ। ମୁଁ କେତେ ଆଶା କରିଥିଲି ଶହେ ଦୁଇ ଶହ ନୁହଁ ଦେଢ଼ ହଜାର ଟଙ୍କା ପାଇବି। ମୋ ଛୁଆଙ୍କ ପାଇଁ ନୂଆ ଜାମା ପେଣ୍ଟ କିଣିବି। ମୋ ତିରିଲା ପାଇଁ ନୂଆ ବେଢ଼ାଣ କିଣିବି। ସବୁ ଯେମିତି ହାତରେ ଧରାଦେଇ ହାତରୁ ଖସିଗଲା। ତମେ କାଇଁକି ଏମିତି କଲ କୁହ ବାବୁ?


News Story - Posted on 2017-05-20

ସ୍ମୃତି ଓ ତମେ



କର୍ମମୟ ଜୀବନ ଭିତରେ ଅାଉ ସମୟ ହେଉନି ବୁଲି ଯିବାକୁ। ଅାଗରୁ କେତେ ବୁଲିଛୁ- ଚନ୍ଦ୍ରଭାଗା, କୋଣର୍ାକ, ମେରାଇନ ଡ୍ରାଇଭ୍ ଏମିତି ଅନେକ ଜାଗା। ହେଲେ ଅାଜିକାଲି, ସିଏ ବ୍ୟସ୍ତ। ମୁଁ ବି ବ୍ୟସ୍ତ। ଗୋଟିଏ ସହରରେ ରହୁଥିଲେ ବି ସପ୍ତାହରେ ଥରେ କି ଦି ଥର ଦେଖା ହୁଏ। ସେଇଟା ପୁଣି ସନ୍‌ଡେରେ। ଅାଉ କେଉଁ ଦିନ ଦେଖା ହୁଏନି। କାରଣ ତା ସିଫ୍ଟ ଅଲଗା ମୋ ସିଫ୍ଟ ଅଲଗା। କେହି କାହା ସାଙ୍ଗେ ତାଳ ଦିଅନ୍ତି ନି। ନା ସମୟ, ନା ପ୍ରେମ! କେତେଦିନ ଚାଲିଥିବ ଏମିତି? ଅାଜିକାଲି କାର୍ଯ୍ୟ ବ୍ୟସ୍ତତା ଭିତରେ ଅାଉ କିଛି ଭଲ ଲାଗୁନି। ସବୁବେଳେ ଖାଲି ଏକୁଟିଅା ରହିବାକୁ ଇଚ୍ଛା ହେଉଛି। ଯୋଜନ ଯୋଜନ ଦୂରକୁ ଚାଲି ଯିବାକୁ ମନ ହେଉଛି। ସମସ୍ତଙ୍କ ଠୁ ଦୂରେଇ ଯାଇ ଚାଲି ଯିବାକୁ ଇଚ୍ଛା ହେଉଛି ବହୁ ଦୂରକୁ। ଯେଉଁଠି କେହି ଚିହ୍ନା ନଥିବେ। ସମ୍ପର୍କ ବୋଲି କିଛି ଚିଜ ନଥିବ। ରାଗ, ରୁଷା, ମାନ ଅଭିମାନ ପାଖ ମାଡୁ ନଥିବେ। ମନ ଭରି ବୁଲିବାକୁ ମିଳୁଥିବ। ଯାହା ଇଚ୍ଛା ତାହା କର। ନୂଅା ଲୋକ। କେହି କାହାକୁ କିଛି କହିବାର ନାହିଁ। ଇଚ୍ଛା ହେଲେ ହ୍ବିସ୍କି ପିଅ, ବିଅର ପିଅ, ସିଗାରେଟ୍ ଟାଣ। ପୁୁଣି ମନ ହେଲେ ଡିସ୍କୋ ଯାଇ ଏଞ୍ଜୟ କର। ଯେଉଁ ଝିଅ ସହ ଇଚ୍ଛା ହେବ ଫ୍ଲାର୍ଟିଂ କର, ଚାଟିଂ କର। ବାସ୍, ଏଞ୍ଜୟ କର। ଓନ୍ଲି ଏଞ୍ଜୟ।


News Story - Posted on 2017-03-20

ସମ୍ପର୍କ



ଆଗରୁ ତ ରାଜେଶ ପଟ୍ଟନାୟକ ଏମିତି ନଥିଲେ। କଲେଜରେ ପିଲା ବେଳେ ଏକଦମ ଲଫଙ୍ଗା। ଛଅ ଫୁଟ ଉଚ୍ଚତା ସାଙ୍ଗକୁ ରଜା ପୁଅ ଭଳି ଦିଶୁଥିବା ରାଜେଶ ପଛରେ କଲେଜର ଅଧେ ଝିଅ। କଲେଜ ଆନୁଆଲ ଫଙ୍କସନ ହେଲେ ରାଜେଶ ସହ ଡ୍ୟାନ୍ସ କରିବାକୁ ଝିଅମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହୁଥିଲା। ହେଲେ ଏଇ ୩-୪ ବର୍ଷ ହେବ କ’ଣ ହେଇଛି ରାଜେଶର? ଜୀବନର ଗତିପଥ ପୂରା ବଦଳି ଯାଇଛି। ସତରେ କ’ଣ ରାଜେଶର ସିଷ୍ଟମରେ ଭାଇରସ ଲାଗି ଯାଇଛି ନା, ସଫ୍ଟୱେଆରମାନଙ୍କ କୋପ ଦୃଷ୍ଟି ପଡ଼ିଛି ?


News Story - Posted on 2017-03-08

ପିଢି



ବିଛଣା, ତକିଆ, ଖଟ, ହ୍ୟାଙ୍ଗରରେ ଝୁଲୁଥିବା ଦେହଶୂନ୍ୟ ପୋଷାକପତ୍ର ସବୁରି ଭିତରେ ପରିଚିତ ବାସ୍ନାଟିଏ ଅନୁଭବ କଲା। ଅନିସା କଲା ଘରଲେଉଟା ପାଦଶବ୍ଦକୁ। ବିଷାଦର ବଳୟ ଭିତରୁ ମୁକୁଳି ପାରିଲାନି ଜହ୍ନ।


News Story - Posted on 2017-03-01

ଝର୍କା ଖୋଲିବା ପରେ



ଅସାଧ୍ୟ କିଛି ନାହିଁ। କେବେ ମଧ୍ୟ ନଥିଲା। tyଭାଗ୍ୟ ସବୁଆଡ଼ୁ ଆସିଚି। ସମୃଦ୍ଧି ରୁନ୍ଧି ହେଇଯାଇଚି ଅନ୍ଦିକନ୍ଦିରେ। ସବୁଆଡ଼ ପରିଷ୍କାର, ପରିଛନ୍ନ। କୋଉଠି ହେଲେ ଦାଗଟେ ବି ଦେଖିବାକୁ ମିଳିବା କଷ୍ଟକର। ପ୍ରଶଂସା, ପ୍ରଶସ୍ତି, ପରସ୍ତ ପରସ୍ତ ଖ୍ୟାତି, ଉତ୍ତରୋତ୍ତର ଉନ୍ନତି ଅଜାଡ଼ି ହେଇପଡ଼ିଚି। ବାରମ୍ୱାର ଉପରକୁ ଉଠିଚନ୍ତି ସେ। ଶୀର୍ଷକୁ ଲମ୍ୱିଥିବା ସୋପାନଗୁଡ଼ିକୁ ଅନାୟାସରେ ଅତିକ୍ରମ କରିଚନ୍ତି। ଯେତେବେଳେ ମନ ଯାହା ଚାହିଁଚି, ସବୁ ମିଳିଚି। ବେଳେବେଳେ ନ ଚାହିଁଥିବା ଜିନିଷ ବି ମନକୁମନ ମଥା ପାତିଚି ଆସି ତାଙ୍କ ପାଦତଳେ। ନା ନିଜର, ନା ସ୍ତ୍ରୀଙ୍କର, ନା ପିଲାଙ୍କର କାହାର ଇଚ୍ଛା ଅପୂର୍ଣ୍ଣ ରଖିନାହାନ୍ତି କେବେ।


News Story - Posted on 2017-02-24

ଜାଗର



ଅନ୍ଧାର ରାତିରେ ଏବେ ବି ଲୀନା ଦିଶୁଥିଲା ସୋମେନକୁ। ଲୀନାର ଓଦା ଡ୍ରେସ୍‌ର ସବୁ ପାଣି ବୋଧେ ସଂକ୍ରମିତ ହେଇସାରିଥିଲା ସୋମେନ୍‌ର ଆଖିକୁ। ଥୋକାଏ ଚାହିଁ ରହିଲା ଲୀନାକୁ, ଅଟକାଇ ତାକୁ ରାସ୍ତା ମଝିରେ। ସୋମେନ୍‌ର ଯୌନ ଉଦ୍ଦୀପନା ସବୁ ଜଳୁଥିଲା ଏବେ ଲୀନା ଭରସାର ବଇଠିରେ। ଚାରିଆଡ ଆଲୋକିତ ହେଇଉଠୁଥିଲା ନିରବତାର ଛାତିଚିରି। ଶୁଭୁଥିଲା-  ଆଜି ଜାଗର, ଆଜି ଜାଗର ପ୍ରେମର ବୈଧତାରେ!


News Story - Posted on 2017-02-08

ଶହେ ଟଙ୍କା



ସେ ବହୁଦିନ ପରେ ସାଧାରଣ ଜନତା, ତିନି ଜଣିଆ ସିଟରେ ବସିଛଂତି ପାଂଚ ଜଣ। ମୁଣ୍ଡ ଉପର ଲଗେଜ ରାକ ଅଥବା ଜାଲି ସ୍ଲିପରରେ ବସିଛଂତି ଲୋକେ। ତହିଁରେ ପୁଣି ଜନୈକ ଭଦ୍ରବ୍ୟକ୍ତି ତାଂକ ଜୋତା ବି ପିଂଧି ରହିଛଂତି, ସମର ଗାଲରୁ ଧୁଳି ପୋଛୁ ପୋଛୁ ଭାବୁଥିଲେ। ସେ ଟିକେ ଘୁଞ୍ଚିଯିବାକୁ ଚେଷ୍ଟାକରି ବିଫଳ ହେଲେ। ତାଙ୍କ ବ୍ଯାଗଟା ଜାବୁଡି ଧରି ବସିବାରୁ ଅହେତୁକ ଭାବେ ଆଉ ଅସନା ଲାଗିଲା ନାହିଁ। ଦୁଇ ଧାଡି ସିଟ ମଝିରେ ବି ଲୋକେ ଖୁଂଦି ହୋଇଛଂତି। ଅଧିକାଂଶ ପୁରୀ ଫେରଂତାୟ ଆଗରେ ବସିଥିବା ବୃଦ୍ଧ ଦମ୍ପତ୍ତି ସାରା ଭାରତ ତୀର୍ଥ ଶେଷରେ, ଜଗନ୍ନାଥ ଦର୍ଶନ କରି ଫେରିଛଂତି। ଏକ ଛୋଟ ଜାରିକେନରେ ଗଂଗାଜଳ ବି ରଖିଛଂତି, କେତୋଟି ଛୋଟ ଶିଶିରେ ବି ଅଛି। ପୁରୀରୁ ନିର୍ମାଲ୍ଯ ବି ସଂଗ୍ରହ କରିଛଂତି। କୋଳରେ ଧରି ବସିଛଂତି।


News Story - Posted on 2017-01-14

ଚାର୍ବାକ



ଦିନ ସରିଲା ବେଳକୁ ମନେ ହୁଏ କେତେ ଯେ କାମ ବାକି ରହିଗଲା କରିବାକୁ! କାମ ସରିଲା ପରେ ଆସିବୁ ରେ, ସଂଧ୍ୟା ଟିକେ ରହି ଯାଆ। ହେଲେ ଅବୁଝା ଅମାନିଆ ପିଲାଟିଏ ଏ ସମୟ, ସିଏ କି ଶୁଣିବ? ଓଲଟି ପଚାରିବ, ଏତେ ବେଳ ଯାଏ କ’ଣ କରୁଥିଲ? ଏବେ ଦିନ ସରିଲା ବେଳକୁ ମନେ ପଡୁଛି କାମ ବାକି ରହି ଗଲା ବୋଲି? ଦିନ ସାରା ତ ଆରାମରେ କଟେଇ ଦେଲ, ନା’ ଗଲା କାଲି କଥା ମନେ ପଡିଲା ନା’ ଆସନ୍ତାକାଲି କଥା ଭାବିଲ? ମୁଁ ଆସିଲେ ଅନ୍ଧାର ଆସିବ, ଏ କଥା କ’ଣ ଜାଣି ନଥିଲ? ଲଣ୍ଠନରେ କିରାସିନ ରଖିବନି ହାତରେ ଦିଆସିଲି ନାହିଁ, ବାହାରିଛ ଅନ୍ଧାରକୁ ଅଟକେଇବାକୁ! ଅନ୍ଧାରକୁ କହିବ ରହି ଯାଆରେ ଟିକେ, ଅନ୍ଧାର କି ତୁମ କଥା ଶୁଣିବ?


News Story - Posted on 2017-01-10

ତସ୍ମୈ ଶ୍ରୀ ଗୁରବେ ନମଃ



ମରଣ କାଳ ଉପନୀତ ହୁଅନ୍ତେ ଆନନ୍ଦ ପଣ୍ଡିତ କତିକି ଡାକି ପୁଅକୁ କହିଲେ - ବାପରେ, ମୁଁ ତତେ ଜୀବନ ତମାମ ଦେଖିଛି। ତୋର ସବୁ ଥାଇ ବି, କେବଳ ମୋ ହତଭାଗ୍ୟ ଛାଇ ତଳେ ରହିଥିବାରୁ ତୁ ଉଧେଇ ପାରିଲୁନି। ଲଢ଼ିଲୁନି ତ କାହାରି ସାଙ୍ଗରେ, ଜିତିଚୁ ବୋଲି କେମିତି କହିବୁ? ଆଖଡ଼ାଟେ ତିଆର କଲୁ - ଠିକ‌୍‍ ଅଛି। ବାପ ଗୁରୁ ହୋଇ ନ ଥିଲା, ତୁ ହେଲୁ - ଠିକ‌୍‍ ଅଛି। ମୋ ନାଁ ଯୋଡ଼ିଲୁ - ଠିକ‌୍‍ ଅଛି। ବଢ଼ିଆ ବଢ଼ିଆ ମଲ୍ଲଯୋଦ୍ଧା ତିଆରି କରୁଚୁ - ଠିକ‌୍‍ ଅଛି। ହେଲେ ନାଁ ଯଦି ଆଖଡ଼ା, ଆବଶ୍ୟକ ନୀତି ଶୃଙ୍ଖଳା ମାନିବାକୁ ପଡ଼ିବ। ଶେଷ ବାକ୍ୟରେ ମଲ୍ଲେ କହିଲେ -  ବାବୁରେ, ଗୋଟିଏ ସତ୍ୟ ମନେ ରଖିଥିବୁ। ଚେଲା ବାଛିବାକୁ ମୋଟେ ହୁକୁହୁକୁ ହବୁନି। ଆଖଡ଼ା ଯେମିତି ଚାଲିଚି, ଆନନ୍ଦରେ ସେମିତି ଚାଲିଥିବ।


News Story - Posted on 2016-12-30

ବଂଶୀସ୍ୱନ



ଲିପିର ଯିବା ଆୟୋଜନ ସରିଥିଲା। ଯିବାର ଠିକ୍ ପୂର୍ବଦିନ ସେମାନେ ଜାଗା ପାଖକୁ ଆସିଥିଲେ। ଆମ୍ୱଗଛରେ ସେତେବେଳେ ବଉଳ ନଦି ହୋଇଯାଇଥିଲା। ଗୁଆଗଛଗୁଡ଼ିକ ଅତି ସୁଧାର ପିଲାଙ୍କ ପରି ସତେ ଅବା ପ୍ରାର୍ଥନା ଧାଡ଼ିରେ ଛିଡ଼ା ହୋଇଥିଲେ। ସମ୍ୱିତ ଅନ୍ୟମନସ୍କ ହୋଇଯାଇଥିଲେ। ଲିପି ଘରର ନିଅଁ ଆଡେ଼ ଚାହିଁଥିଲା। କୋଇଲିଟିଏ ଭାଙ୍ଗିଥିଲା ନିରବତା। ସମ୍ୱିତ ଲିପିର ହାତ ଧରି କହିଥିଲେ, ‘ଚାଲ।’ ତା’ପର ଦିନ ଲିପି ଦେଶ ଛାଡ଼ିଲା। ଏୟାରପୋର୍ଟରେ ଅପେକ୍ଷା କରିଥିବାବେଳେ ହଠାତ୍ ତା’ ଆଖିରୁ ଲୁହ କେଇବୁନ୍ଦା ଗଡ଼ିପଡ଼ିଲା। ସମ୍ୱିତ ବି ନିଜ ଆଖି ପୋଛିଥିଲେ। ଲିପି ନିଜକୁ ତତକ୍ଷଣାତ୍ ସମ୍ଭାଳି ନେଇ କହିଥିଲା, ‘ବ୍ୟସ୍ତ ହୁଅନା - ପାଞ୍ଚବର୍ଷ ଗୋଟେ ଖୁବ‍୍‌ ବଡ଼ ସମୟ ନୁହେଁ। ତୁମକୁ ଗୋଟେ ଦାୟିତ୍ୱ ଦେଇଯାଉଛି - ଆମ ଘରଟା ତିଆରି କରି ରଖିଥିବ।’ ତା’ପରେ ମୁହଁରେ ଗୋଟେ ଦୁଷ୍ଟ ହସ ଖେଳେଇ ସମ୍ୱିତଙ୍କ କାନ ପାଖରେ କହିଥିଲା, ‘ମୁଁ ଫେରିଲେ ପୁରୀ ପ୍ରୋଗ୍ରାମ।’ ଏତକ କହିସାରି ଏୟାରପୋର୍ଟର ଗହଳି ଭିତରେ ବି ସେ ସମ୍ୱିତର କାନକୁ ଆସ୍ତେ କରି କାମୁଡ଼ି ଦେଇଥିଲା।


News Story - Posted on 2016-12-27

କାମିନୀ-କାଞ୍ଚନ



ସେତେବେଳକୁ ତରୁଣ ଜଣକ ଗାଡ଼ିର ଦରଜା ଖୋଲି ପଶୁଥିଲେ ଭିତରକୁ। ପଞ୍ଚୁର ବେଦନାବିଦ୍ଧ ଆଖି ଦୁଇଟି ପହଁରିଗଲା ଗାଡ଼ି ଉପରେ। ପଛ ସିଟ‌୍‍ର କାଚ ଅଧା ଖୋଲାଥିଲା। ଆଗକୁ ଝୁଙ୍କି ପଡ଼ି ବସିଥିଲେ ଜଣେ  ସୁନ୍ଦରୀ ମହିଳା। ଚଷମା ଖୋଲି ଧରିଥିଲେ ହାତରେ। ପଞ୍ଚୁ ଯେମିତି ହଠାତ‌୍‍ ଅନ୍ୟମନସ୍କ ହେଇଗଲା। ସେଇ ନାକ, ଆଖି, ମୁହଁ ସବୁ ଠିକ‌୍‍ ସେମିତି, ଅବିକଳ - ମଇନାର। ପଞ୍ଚୁର ଆଖି ମିଶିଗଲା ସେଇ ଆଖି ଦୁଇଟିରେ। ତରୁଣୀ ଜଣକର ଆଖିରୁ ହଠାତ‌୍‍ ନିଗିଡ଼ି ଆସିଲା ଦୁଇଧାର ଲୁହ। ସେ ଲୁହ ଛଳନାର କି ବେଦନାର, ବିଦ୍ରୁପର କି ବିଷାଦର - କିଛି ଜାଣିପାରିଲାନି ପଞ୍ଚୁ। ମୁହଁ ଯାକ ବିଷଣ୍ଣତା ଛାଇଗଲା।


News Story - Posted on 2016-12-18

କୋଳିବଣର ବାଘ



ବାଘ କ’ଣ କୋଳି ଖାଏ? ନା କୋଳି ଜଙ୍ଗଲ ବାଘ ରହିବା ଜାଗା? ମନ ଆଶ୍ଵସ୍ତ ହୁଏ, ବାଘ ଜଙ୍ଗଲରେ କୋଳି ଥାଏନା, କୋଳି ଜଙ୍ଗଲରେ ବାଘ ରହେନା। ବାଘ ନ ରହିବାର ସମ୍ଭାବନା ଯେଉଁଠି ଏତେ ଅଧିକ ସେଠି ପୁଣି ବାଘର ଭୟ କ’ଣ? ମନ ହଠାତ୍ ନିର୍ଭୀକ ହୋଇଯାଏ, ବାହାଦୁରୀ ଦେଖାଇ କହେ, ସିଏ ବାଘକୁ ଡରେନା।


News Story - Posted on 2016-12-01

ମର୍ଣ୍ଣିଂ ୱାକ୍‌



ଯାହାହେଉ, ବିଶେଷଜ୍ଞମାନେ ଉଣ୍ଡାଳି ଯେତିକି ପାଇଛନ୍ତି ତାହା କମ‌୍‍ ନୁହେଁ। ଏହା କୁଆଡେ଼ ଶରୀରକୁ ଯଥେଷ୍ଟ ଅମ୍ଳଯାନ ଯୋଗାଏ। ରକ୍ତଚାପ ସ୍ଥିର ରଖେ। ହୃତପିଣ୍ଡ ନିର୍ଦ୍ବନ୍ଦ୍ବରେରେ କାମ କରେ। ଫୁସଫୁସ ସଂପ୍ରସାରିତ ହୁଏ। ଅସ୍ଥି-ଖଞ୍ଜା, ଲିଗାମେଣ୍ଟ‌୍‍ ଓ ମାଂସପେଶୀ ସତେଜ ରହେ। ରକ୍ତରେ ଇନ‌୍‍ସୁଲିନ ମାତ୍ରା ବାଲାନ୍ସ ହୋଇଯାଏ। ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ଗ୍ୟାସ‌୍‍ଟ୍ରିକ ଇତ୍ୟାଦି ହୁଏନାହିଁ। ବଡି ଫ୍ଲେକ‌୍‍ସିବ‌୍‍ଲ ଏବଂ ଫିଟ‌୍‍ ରହେ। ଅଳ୍ପ ବୟସ୍କଙ୍କ ଆଇକ୍ୟୁ ବଢ଼େ। ପାକଳମାନଙ୍କ ବୁଦ୍ଧି ତେଜ ହୁଏ। ବାଳ ଝଡ଼ା ବନ୍ଦ ହେବା ତ ଏକଦମ‌୍‍ ଗ୍ୟାରେଣ୍ଟେଡ‌୍‍, କେତେକ କ୍ଷେତ୍ରରେ ଚନ୍ଦା ମୁଣ୍ଡରେ କଳା ବାଳ ଗଜୁରେ। ବୟସ ଯେତେ ବଢ଼ିଲେ ବି ବ୍ୟକ୍ତି ସତେଜ ଦେଖାଯାଏ। ବାର୍ଦ୍ଧକ୍ୟର ବିକୃତ ଛାପ ଦେହ ସାରା ଲେସି ହୁଏନି। ‘ପ୍ରମାଥି ବଳବଦ୍ଦୃଢ଼ମ‌୍‍’ ବୋଲି ଗୀତାରେ କୁହାଯାଇଥିବା ମଣିଷର ବିଚଳିତ ମନ, ନିଜ ବଶକୁ ଆସିଯାଏ। ପୁନଶ୍ଚ, ବୟସ ସିନା ଦୈବର ଆୟତ୍ତ, ସ୍ୱାସ୍ଥ୍ୟ ତ ଆମ ଆୟତ୍ତରେ କି ନା? ହୁଗୁଳା ଯୌବନ ଠାରୁ ତେଜୋମୟ ବାର୍ଦ୍ଧକ୍ୟ ଲୋଭନୀୟ ଓ ସୁନ୍ଦର। ଶାସ୍ତ୍ରପୁରାଣ ବା ମୁନି ଋଷିମାନେ କେଉଁ ଯୁଗରୁ ଏ କଥା କହିଛĝ


News Story - Posted on 2016-11-19

ସନମ‌୍‍ ବେୱାଫା



ମୁଁ ବି ନରମି ଗଲି। ଆଉ ତା’ପରେ ମତେ ସେ ମନେଇବାକୁ ଚେଷ୍ଟା କଲା ଆଉ ମୁଁ ମାନି ବି ଗଲି। କେମିତି ମାନିବିନି ଯେ? ମୁଁ ବା ତାକୁ ଭଲପାଏ! ଆଉ ସେ ବି ମତେ...।


News Story - Posted on 2016-11-16

ଅବକ୍ଷୟ



ସେ ଏକା ଝଟ‌୍‍କାରେ ଟେକିନେବେ ପ୍ରଭାଙ୍କୁ ଏବଂ ଟେକିଟେକି ନେଇଯିବେ ଘରକୁ। ଫୋପାଡ଼ିଦେବେ ଖଟଉପରେ। ତା’ପରେ ବିଛଣାରେ ବିପର୍ଯ୍ୟସ୍ତ ପ୍ରଭାଙ୍କୁ ସେ ଜାନୁଆର‌୍‍ ପରି ମନ୍ଥିଯିବେ। ହିଂସ୍ର ଅରୁଣାଭ ଚିତ୍କାର କରି ଉଠିବେ। ପାଗଳ ପରି ପ୍ରଳାପ କରି ଘରଟାକୁ ଫଟେଇଦେବେ।


News Story - Posted on 2016-11-13

କଣ୍ଢେଇର ସ୍ୱପ୍ନ



ଅଣ୍ଡାବାଲା ଲୋକଟା ଦାନ୍ତ ଆଖି ଦେଖାଇ ତାକୁ କେତେ ଗାଳି କଲା ଓ ବେଞ୍ଚରେ ବସିବା ପାଇଁ ହୁକୁମ‌୍‍ ଦେଲା, ‘ଏ ଝିଅ ତର ବଲ କଲା, ମୋ ବାପା, ତ ଗଡ କଣ୍ଡିଆ ବଲ‌୍‍ କଲା, ତୁ ଗାଳି କରୁଚି? ତାକୁ ମାରୁଚି। ଏଇଟି ବସ‌୍‍ ଚୁପ‌୍‍ ବସ‌୍‍। ଗୁଡ ବଲ ଏଲେ ଟିକେ ଟାଇମ ପରେ ଯିବୁ ତୋ ଗରୁକୁ’, ତେଲୁଗୁ ଲୋକର ଏମିତି ଓଡିଆ ଶୁଣି ଶୁଣି କଣ୍ଢେଇ ଅଭ୍ୟସ୍ତ। ବୁଝିଗଲା ଏମାନେ ତାର ଖରାପ କରୁନଥିଲେ।


News Story - Posted on 2016-11-11

କବି ପରିଚୟ



‘ଆରେ ଆରେ ଆସନ୍ତୁ। ନମସ୍କାର। ନମସ୍କାର।’ ବଡ଼ବାବୁ ପାଛୋଟିବାକୁ ଠିଆ ହୋଇଗଲେ। କବି ଦର୍ପଦମନଙ୍କ ମନ ହଠାତ‌୍‍ ଦିବ୍ୟାନନ୍ଦରେ ପୂରିଗଲା। ସେ ପାହୁଣ୍ଡେ ଆଗକୁ ଯାଇଛନ୍ତି କି ନା, ଜାଣି ପାରିଲେ ଯେ ବଡ଼ବାବୁଙ୍କ ଅଭ୍ୟର୍ଥନା ତାଙ୍କ ପାଇଁ ନଥିଲା। ସେ ଆଗନ୍ତୁକ ଥିଲେ, ଘୋଷଣା ଅନୁଯାୟୀ - ପ୍ରଗତିଶୀଳ ଚେତନାଧର୍ମୀ ଦିନ ଏଗାରଟା ବେଳେ ପ୍ରକାଶ ପାଉଥିବା ରାଜ୍ୟର ସର୍ବାଧିକ ପ୍ରସାରିତ ଦୈନିକ ସମ୍ୱାଦପତ୍ର ‘ଖବର ଆପଣଙ୍କର ଇଚ୍ଛା’ର ସମ୍ୱାଦିକ ଗଲୁରାମ ଦାସ। ସେଇ ଖବରକାଗଜକୁ ଜାଣିବା ଲୋକେ ‘ଇଚ୍ଛା’ ବୋଲି ହିଁ ଜାଣନ୍ତି। କାରଣ, ଅତି ନଗଣ୍ୟ ଭାବେ ଛୋଟ ଅକ୍ଷରରେ ‘ଖବର ଆପଣଙ୍କର’ ଏବଂ ବହୁତ ବଡ଼ ଅକ୍ଷର ମାଷ୍ଟ‌୍‍ହେଡ‌୍‍ରେ ଛପା ହୋଇଥାଏ ‘ଇଚ୍ଛା’।


News Story - Posted on 2016-11-02

ସମ୍ଭ୍ରାନ୍ତ ନିଃସଙ୍ଗତା



ଜୀବନର ଶେଷ ପର୍ଯ୍ୟାୟରେ ସେ ନିଜର ଭୁଲ ଖୋଜୁଛନ୍ତି। ବରଗଛ, ଯେତେ ପୁୁରୁଣା ହୁଏ ସେତିକି ମାଡିଚାଲେ.. ହାତ ପଶାରି ଡାକେ ସମସ୍ତଙ୍କୁ ଜାତିଜାତିକା ପକ୍ଷୀ, ଛୋଟ ଛୋଟ କୀଟପତଙ୍ଗଠୁ ଆରମ୍ଭ କରି ମଣିଷ ଯାଏଁ ସମସ୍ତେ ଟାଣିହୋଇ ଯାଆନ୍ତି ତା ପାଖକୁ। ସେ ଗୁଡିଏ ଜୀବନ ପାଇଁ ଏକ ଆଶ୍ରା ପାଲଟିଯାଏ।


News Story - Posted on 2016-11-01

ପୁଅ



ମା’ କିଏ? ସେ ଟିକିଏ ଭାବେ। ତା’ ମୁହଁରୁ ଜଣାଯାଏ, ଯେମିତି ସେ ଭୁଲିଯାଇଛି। ନାରୀ ଚିତ୍ରର ଅସଂଖ୍ୟ ବିଜ୍ଞାପନ ଭିତରୁ ସେ କେତେବେଳେ କାହା ସାମ୍ନାରେ ଠିଆ ହୋଇ ଚିତ୍ରକୁ ଅନାଏ। ଗହଳିକୁ ପରବାଏ କରେନା। ଠେଲାବାଲା ବା ମୋଟିଆଙ୍କ ପାଟି ଶୁଣିଲେ ସେମାନଙ୍କ ବାଟ ଛାଡ଼ିବାକୁ ଯେତିକି ଦରକାର, ସେତିକି ଘୁଞ୍ଚିଯାଏ।


News Story - Posted on 2016-10-11

ବିଜୁବାବୁ ଗାଏବ



ବିଜୁବାବୁଙ୍କ ଜୀବନାନ୍ତେ କେବଳ ସେଇ ନାଁଟି ସହିତ ଅତି ସେ ଅତି ଭାବପ୍ରବଣ ଭାବେ ଜଡ଼ିତ। ସେଥିପାଇଁ କେହି ଥଟ୍ଟା କଲେ ବି ତା’ର ହୋଲ‌୍‍ ନ ଥାଏ କି ଡୋଲ‌୍‍ ନ ଥାଏ। ଅନୁଭୂତି ଯୋଗୁ ସେ ଭାବେ ଯେହେତୁ ଭଗବାନ ନିଜେ କେଉଁଠାକୁ ଯାଇ ପାରନ୍ତିନି ତେଣୁ ସେ ମୋଟେ ଦୁଇଟି ରୂପରେ ମଣିଷ ପାଖରେ ଥା’ନ୍ତି ସବୁଠିଁ, ସବୁବେଳେ ଓ ସବୁ ଭରସା ଦେଇ। ତା’ପାଇଁ ସେ ଦୁଇଟି ହେଲା ତା’ ବାପ-ବୋଉ ମିଶି ଜଣେ ଓ ଆର ଜଣକ ବିଜୁବାବୁ।


News Story - Posted on 2016-10-09

ଘଟଣାରୁ ଚରିତ୍ର ପର୍ଯ୍ୟନ୍ତ



ବିଶ୍ୱବିଦ୍ୟାଳୟର ତିନିତିନିଟା ଜୁଏଲ‌୍‍। ପିଜି ସରିଲା ପରେ ସବୁକିଛି ବେଖିଆଲ‌୍‍, ବେପରୁୱା। କିଛି ଗୋଟେ ବନିଯିବାର ବହଳ ସ୍ୱପ୍ନରେ ବିତୁଥିଲା ଦିନସବୁ। ତିନିତିନିଟା ଜିନିଅସ‌୍‍ ଜୀବନଟାକୁ ଜବରଦସ୍ତ ଜହ୍ନ ଆଲୁଅରେ ଝଳସେଇଦବାର ଦୁର୍ବାର ଆକର୍ଷଣରେ ଆକଣ୍ଠ ଉତ୍କଣ୍ଠିତ ସେତେବେଳେ। ଘରେ ବାହାରେ ସବୁଠି ସୌହାର୍ଦ୍ଦ୍ୟ, ସରାଗ। ସମୁଦ୍ରକୂଳର ଲୁଣିପବନରେ ଜୀବନଟା ସତେ କି ସୁନ୍ଦର, ସୁଖକର। ସେଇ ଅଠାଅଠା ଝାଳରେ ଝଲସିବାରେ କି ଆନନ୍ଦ, କି ଚମତ୍କାର ଅନୁଭବ।


News Story - Posted on 2016-09-28

ଆଲ୍‌ପିନ୍‌ର ତୀର୍ଥଯାତ୍ରା




News Story - Posted on 2016-09-19

ଖାଲି ହାତର ଛବି



ଦେବଦତ୍ତବାବୁ ବୁଝାଇଲେ- ଯାହା ଘରେ ମଣିଷ ପରି ବଞ୍ଚିବା ନିମନ୍ତେ ସର୍ବନିମ୍ନ ଆବଶ୍ୟକ ପଦାର୍ଥମାନ ନାହିଁ, ସେମାନେ ସ୍ୱାଧୀନ ଭାବେ ଜୀବନ ଯାପନ କରି ପାରିବେ ନାହିଁ। ଏମିତି ମଣିଷମାନଙ୍କର ସତ କହିବାର, ଅନ୍ୟାୟର ପ୍ରତିବାଦ କରିବାର, କିଛି ଦାବି କରିବାର, ସ୍ୱାଧୀନ ଭାବେ କିଛି ଚିନ୍ତା କରିବାର ଜୁ ନାହିଁ କି ଚାରା ନାହିଁ। ଏଇ ନରି ସାମଲମାନେ ପ୍ରତି ଦିନ ବିଚ‌୍‍ ବଜାରରେ ମାଛ ଶୁଖୁଆ ପରି ବିକା କିଣା ହୁଅନ୍ତି। ମାଡଖାଇ ନିରବ ରୁହନ୍ତି। ଏ ଆଖିର ଲୁହ ସେ ଆଖିରେ ଢ଼ାଳନ୍ତି। ନିଜ ମାପର, ନିଜ ଶକ୍ତି ସାମର୍ଥ୍ୟର ଅନେକ ମଣିଷ ଏଇମାନେ ନିଜ ହାତରେ ଗଢ଼ି ଦାଣ୍ଡରେ ଗଡେଇ ଦିଅନ୍ତି। ସେମାନଙ୍କ ମଥାରେ ନାହିଁ ନାହିଁର ସିନ୍ଦୂର ଟିପା ମାରି ଦୁଆର ଦୁଆର ବୁଲାଇ ନାଚ କରାନ୍ତି, ପେଟ ଦେଖାଇ ବିକଳ ହୁଅନ୍ତି।


News Story - Posted on 2016-08-14

ନୀଳରାତି : ନାଲିବତି



ମମିର ସେଇ ରହସ୍ୟମୟୀ ସ୍ୱପ୍ନପୁରୀଟି ଯେମିତି ହାତଠାରି ଡାକୁଥିଲା ତାକୁ। ତା’ ଭିତରେ ଆବେଗ ଆଉ ଉତ୍କଣ୍ଠାର ପ୍ରଖର ସ୍ରୋତ ପ୍ରବାହିତ ହଉଥିଲା। ଆଉ ଯେମିତି ନିଜ ଅକ୍ତିଆରରେ ରହିପାରୁନି ସେ। କିଏ ଜଣେ ଯେମିତି ତା’ର ଅନିଚ୍ଛା ସତ୍ତ୍ୱେ ଜବରଦସ୍ତ ହାତଧରି ଟାଣିଟାଣି ନେଇଯାଉଚି। ପାହାଚ ପରେ ପାହାଚ ଓହ୍ଲେଇଯାଉଚି ତନ୍ଦ୍ରା।


News Story - Posted on 2016-07-25

ଅଇଁଠା ଓ ଅନାବାଦି



ଅଇଁଠୁର ବୟସ ବଢ଼ିଯାଇଛି। ହେଲେ ମନ ଭିତରେ ଯୁବସୁଲଭ ଉଦ୍ଦାମତା ଆସନ ମାଡ଼ି ବସିଛି। ଦୁର୍ବାର ଅଭିଳାଷ ମୁଣ୍ଡ ଟେକି ଉଠିଛି - ସେ ଚାଷୀ ହେବ। ଆଉ ପାଞ୍ଚଜଣଙ୍କ ପରି ତାର ବି ଧାନ, ବିରି, ମୁଗର ଗଦା ମଡ଼ାଯିବ। ଖରାଦିନେ ଭୋରରୁ ଉଠି ସେ ହଳକୁ ଯିବ। ବର୍ଷାଦିନେ ମୁଣ୍ଡରେ ଠେକା ଭିଡ଼ି ଆଣ୍ଠେଇ ପଡ଼ି ବିଲ ବାଛିବ। ଏଇଟା ଚାଷୀ ଜୀବନର ଗୌରବ। କାଦୁଅ ସହିତ ଗୋଳେଇ ଘାଣ୍ଟି ହୋଇ କାମ କରିବାର ଆନନ୍ଦ। ନୂଆ ସୃଷ୍ଟି କରିବାର ସ୍ଫୁର୍ତ୍ତି, ଫଳ ଫଳେଇବାର ସାର୍ଥକତା - ସବୁ ଦୁଃଖ କଷ୍ଟକୁ ଘୋଡେ଼ଇ ପକାଏ। ଏଇଥି ପାଇଁ ପୁଷମାସଟା ଚାଷୀ ପାଖରେ ଏତେ ଗୁରୁତ୍ୱପୂର୍ଣ୍ଣ।


News Story - Posted on 2016-07-06

ଅଂଧକାରର ଆଲେଖ୍ୟ



ଚାହିଁଲେ ଶାନ୍ତନୁ ବାବୁ। ସେମିତି ବେଶି ଗହଳି ନାହିଁ ଦୋକାନରେ। ତାଙ୍କଠୁ କିଛି ଦୂରରେ ଦି’ଚାରିଜଣ ଟୋକା ବସିଚନ୍ତି, ତାଙ୍କରି ବସ୍ତିର। ଭଲ ଭାବେ ଜାଣିଚନ୍ତି ତାଙ୍କୁ। କ’ଣ ଯେମିତି ଟୁପଟାପ‌୍‍, ଗୁପ୍ତ କଥାଟାଏ ଗପିବାରେ ବ୍ୟସ୍ତ। ତାଙ୍କୁଇ ଲକ୍ଷ୍ୟ କରି, ମଝିରେ ମଝିରେ ତାଙ୍କରି ଆଡ଼କୁ ଇଶାରା କରି କ’ଣ ଯେମିତି କହୁଚନ୍ତି। ସେମାନଙ୍କ ଆଖିର ଭାଷା ଅଲଗା ଲାଗୁଚି। କେବେ କେମିତି ରାସ୍ତାରେ ଦେଖାହେଲେ ବାଟ ଭାଙ୍ଗି ଚାଲିଯାଉଥିବା ପିଲାମାନେ ଆଜି ତାଙ୍କରି ଆଡ଼କୁ ଚାହିଁ ମୁରୁକି ହସୁଚନ୍ତି। ବଡ଼ ଦୁର୍ବୋଧ୍ୟ ମନେ ହେଲା ଏସବୁ ତାଙ୍କୁ। କାଇଁ ଏମିତି କେବେତ ହେଇ ନଥିଲା, ଏମିତି ଅସମଞ୍ଜସ ପରିସ୍ଥିତିର ସାମ୍ନା କେବେ ତ କରି ନଥିଲେ ସେ। ତେବେ କ’ଣ...?


News Story - Posted on 2016-07-04

ଜଣେ ଶାଶୁର ବିଶ୍ୱାସ



ଘରକୁ ଫେରି ଆସିଲେ ଦୁହେଁ। ସନ୍ଧ୍ୟାରେ ବୋହୂକୁ କହିଲେ-ମାଆ, ମୁଁ ଏଠି ଏକୁଟିଆ ରହିଯିବି। ତୁ ଯାଆ ପୁଅ ପାଖେ ରହିବୁ, ଡାକ୍ତର କହିଛନ୍ତି -ସାଙ୍ଗରେ ରହିଲେ ପିଲା ହେବ। ଶାଶୁଙ୍କର ଏମିତି କଥାରେ କି ଉତ୍ତର ଦେବ ସୁକନ୍ୟା ଭାବି ପାରୁ ନ ଥିଲା। କେମିତି କହିବ- ନାରୀଟିଏ ପୂର୍ଣ୍ଣତା ପାଇଁବା ପାଇଁ ପୁରୁଷର ସହଯୋଗ ଦରକାର। କେମିତି କହିବ ବାହାଘରକୁ ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ସେତିକି ନିବିଡ଼ ହୋଇନାହିଁ, ଯାହା ଦ୍ୱାରା ପିଲାଟିଏ ରହିପାରିବ। କେମିତି କହିବ-ତାଙ୍କ ପୁଅଙ୍କର ସେଠି ଆଉ ଜଣେ ଝିଅ ସହିତ ସମ୍ପର୍କ ରହିଛି, ସେଥିପାଇଁ ସେ ପିଲା ଚାହୁଁନାହାନ୍ତି। ବୋଉଙ୍କୁ ଯଦି ଏଇ କଥା ଶୁଣାଇଦେବ ସୁକନ୍ୟା! ତାଙ୍କର କିଛି ବି ହୋଇଯାଇପାରେ। ସହଜେ ବୁଢ଼ୀ ଲୋକ ପୁଣି ବ୍ଲଡ଼ ପ୍ରେସର। ତା’ର ଏକମାତ୍ର ଭରସା ହିଁ ଶାଶୁ।


News Story - Posted on 2016-06-07

ଜୀବନବୋଧ



ଶିକ୍ଷକ ମଝିରୁ କଥା ବନ୍ଦ କରି ପଚାରିଲେ, ତମେମାନେ କଣ ଭାବୁଛ, ସେ ତା ସ୍ୱାମୀକୁ କ’ଣ କହିଥିବ?


News Story - Posted on 2016-04-23

ଚଲା ରାସ୍ତାର ଚରିତ୍ର



ସଞ୍ଜବେଳୁ ସାରା ଇଲାକା ଅନ୍ଧାର। ରାତି ଦଶଟା ବେଳକୁ ଦୋକନ ବନ୍ଦ ହେଇଯିବାରୁ ନିଶୂନ୍-ଚୁପଚାପ୍ ଅନ୍ଧାର ହିଁ ରାଜୁତି କରୁଥାଏ ସେଠି। ହଠାତ୍ କାହାର ଶକ୍ତ ହାତ ତା’ ଛାତି ପାଖକୁ ଆଗେଇ ଆସିଲା। ଆଉ ଟାଣି ନେଲା ଉପରର ଛିଣ୍ଡା କପଡ଼ାଟିକୁ। ସେ ଅନୁଭବ କଲା ତା’ ଫୁଙ୍ଗୁଳା ଛାତିକୁ କାହାର କର୍କଶ ଉନ୍ମତ୍ତ ହାତ କ୍ରମଶଃ ମନ୍ଥି ଯାଉଚି। ସେଇ ଅନ୍ଧାର ଭିତରେ ଏମିତି ଗୋଟେ ଚିତ୍କାର ଛାଡ଼ିଲା ଯେ ପାଗିଳୀ, ସେ ଅଞ୍ଚଳଟା ଯାକ ଭୟଙ୍କର ଭାବେ ଥରିଗଲା। ତା’ ମୁହଁରୁ ଅବିରତ ଛୁଟୁଥାଏ ଚିତ୍କାର ଏବଂ ସେ ଅକଥ୍ୟ ଭାଷାରେ ଅଭିସମ୍ପାତ ବର୍ଷି ଚାଲିଥାଏ କାହାକୁ ଲକ୍ଷ୍ୟ କରି।

 


News Story - Posted on 2016-04-01

ମାର୍.. ମନୁଆଁ ମାର୍...



ସେଇଠି, ସେଇ ଗଛମୂଳରେ ଯନ୍ତ୍ରଣାରେ ଛାଟିପିଟି ହେଇ, ମରଣକୁ ମୁହୁର୍ମୁହୁ ସାମ୍ନା କରି, କ୍ଷୁଧାତୃଷାର ତାଡ଼ନାରେ ତିଳତିଳ ଜଳିଜଳି ପଡ଼ିରହିଲା ମନୁଆଁ। କେହି ତାକୁ ଆଡ଼ ଆଖିରେ ସୁଦ୍ଧା ଚାହିଁଲେ ନାହିଁ। ସେଇଠି ପଡ଼ିପଡ଼ି ତା’ ଦେହରୁ ରକ୍ତ ଶୁଖିଲା, ଘା’ ଶୁଖିଲା, ବିନା ଔଷଧରେ, ବିନା ଚିକିତ୍ସାରେ। ପାଗଳାଟାର ପୁଣି ଚିକିତ୍ସା ଗୋଟେ କ’ଣ ? ସେବାସୁଶ୍ରୁଷା କ’ଣ ଦରକାର ? ରାସ୍ତାକଡ଼ର ମଣିଷ, ରାସ୍ତାରେ ପଡ଼ି ହିଁ ଭଲ ହବ। ରାସ୍ତାରେ ପଡ଼ି ମଲେ ମରିବ। ତା’ ବଂଚିବା ମରିବାର ହିସାବ ତ ସରକାରୀ ଖାତା ଖତିଆନରେ ନାହିଁ। ରହି ବା ଲାଭ କ’ଣ ? ସେତ ଭୋଟ‌୍‍ ଦେଇ ନେତା ନିର୍ବାଚିତ କରିପାରିବନି, ସରକାର ଗଢିବାରେ ସହାୟକ ହେଇପାରିବନି। ଭୋଟର ଲିଷ୍ଟରେ ତା’ର ନାଁ କୋଉ ଅଛିଯେ, କରିବ ? ତା’ ପାଇଁ ତାହେଲେ ଏତେ ଭାବନା କାହିଁକି ? ଚିନ୍ତା କାହିଁକି ? ଯୋଉଠି ପଡ଼ୁଚି ପଡ଼ୁ, ଯେମିତି ମରୁଚି ମରୁ। ଗୋଟେ ବେହିସାବ ମଣିଷର ଅସ୍ତିତ୍ୱକୁ ନେଇ ଏତେ ଚିନ୍ତା କାହିଁକି ? କାହିଁକି କିଏ ମୁଣ୍ଡ ପୂରେଇବ ଅଯଥା କଥାରେ। ପଡ଼ିଥାଉ ସେମିତି ଯାବତ‌୍‍ଚନ୍ଦ୍ରାର୍କ ଗଛତଳେ। ପ୍ରକୃତିର ମଣିଷ, ପ୍ରକୃତି କୋଳରେ ଆଶ୍ରୟ ନେଇଚି। ପ୍ରକୃତି ତା’ କଥା ବୁଝିବନି ? ଯିଏ ପଠେଇଚି ତା


News Story - Posted on 2016-03-04

ଜଟିଆର ସୂତ୍ର



ଆମେ ସମସ୍ତେ ବାହାରକୁ ଚାଲି ଆସିଲୁ. ମୁଁ ଜଟିଆ ଭାଇକୁ ପଚାରିଲି.. “ହଇରେ ଜଟିଆ’ଇ, ଏଇଟା କୋଉ ସୂତ୍ର କିରେ? ତୁ କ’ଣ ଏମିତି କହିଲୁ ଯେ ମଉସା ହସି ହସି ଚାନ୍ଦାଟା ଦେଇ ଦେଲେ?”. ଜଟିଆ ଭାଇ ହସିଲା.. କହିଲା – “ନିର୍ଲ୍ଲଜୀ ଲାଉ, ଟେକିଟାକି ଦେଲେ ପିଢାକୁ ଯାଉ‘ ...ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କର ଆତ୍ମସମ୍ମାନ ଜ୍ଞାନ ଜୋର । ଆଉ ସେମାନେ ଦରକାରଠାରୁ ଅଧିକ ଆଦର୍ଶବାଦୀ... ଆରେ, ଠିକ୍ ନାଡୀକୁ ଚିପିଲେ ଚାନ୍ଦା ଦେବେନି ଯିବେ କୁଆଡେ ?”

 


News Story - Posted on 2016-02-23

ସୁଭାଷ ବୋଷଙ୍କ ହସ



ମିନୁ କିଛି ନ କହି ଧାଇଁଗଲା ପଲସ୍ତରା ଛାଡ଼ି ଯାଇଥିବା ଗୋଟେ ସିମେଣ୍ଟ ବେଞ୍ଚ୍ ପାଖକୁ । ମୁଁ ବି ଗଲି ତା’ ପଛେପଛେ । ଆକାଶକୁ ମୁହଁ କରି ଶୋଇଥିଲା ଜଣେ ଜରାଜୀଣ୍ଣ ବୃଦ୍ଧ । ଚିହ୍ନିଲି, ସେ ହିଁ ମିନୁର ଅଜା ଆଉ ମୋର କମ୍ରେଡ୍ ନିର ମଉସା, ନିରଞ୍ଜନ ମିଶ୍ର । ଦୁଇ ଚାରିଟା ବିସ୍କୁଟ୍ କାର୍ଟୁନ୍ ଉପରେ ନିଜର ଅବସନ୍ନ ଦେହଟାକୁ ବିଛେଇ ଛାତି ଯାଏଁ ସାତସିଆଁ ତେଲ ଚିକିଟା କନ୍ଥା ଘୋଡ଼ିହୋଇ ଯେଉଁ ନିର ମଉସା ଶୋଇଥିଲେ, ସେ ହେଉଛନ୍ତି ଆଜାଦ୍ ହିନ୍ଦ୍ ଫୌଜର ବୀର ସୈନିକ । ନେତାଜୀ ସୁଭାଷଙ୍କ ଡ଼ାକରାରେ ଯେଉଁ ଯୁବକ ଦିନେ ସବୁକିଛି ଛାଡ଼ି ସଂଗ୍ରାମ ଭୂଇଁକୁ ଡ଼େଇଁ ପଡ଼ିଥିଲେ, ସେ ଆଜି ମୋଗଲ ସରାଇ ଷ୍ଟେସନରେ ମାଛି ଭଣଭଣ, ଅଇଁଠା ଦୋନା, ଚା ଖୁରିର ଗହଳି ଭିତରେ ମରଣ ସହ ଲଢୁଛନ୍ତି । ଜୀଅନ୍ତା ଶବ ପାଲଟି ଯାଇଛନ୍ତି । ଆଠଦିନ ହେଲା ଜ୍ବର । ଦେହରେ କାଳେ ଖଇ ଫୁଟୁଛି । ହାତ ମାରିବାକୁ ଚାହୁଥିଲି  ମାତ୍ର ଏକପ୍ରକାର ଅପରାଧବୋଧରେ କେହି ଯେମିତି ମୋତେ ପଛରୁ ଟାଣି ଧରୁଥିଲା ।

 


News Story - Posted on 2016-02-16

ହାରକିନ୍, ତେନ୍ତୁଳିଗଛ, ଆଉ ତାସ୍ ପାଲିର ଜୋକର



ରୁକ୍ ମାଉସୀ ବିଧବା | ଧଳା କସ୍ତା ପିନ୍ଧେ, ଆଉ ମରଦଙ୍କ ଭଳିଆ ଆଣ୍ଠୁ ପର୍ଯ୍ୟନ୍ତ ଟେକିଦେଇ ଲୁଙ୍ଗି ପରିକା ଗଣ୍ଠି ପକେଇଦିଏ | ଉପର ଦାନ୍ତପାଟିରେ ସାମନା ଦାନ୍ତ ନାହିଁ | ସେଇ ଦାନ୍ତଫାଙ୍କରେ କୁନିଆ ବିଡ଼ି ଟାଣି ଧୂଆଁ ଛାଡ଼େ ଭକ୍ ଭକ୍ କରି, ଆଉ ସବୁବେଳେ କଞ୍ଚା ଦି’ ଅକ୍ଷରିଆ ଆଇଁଷିଆ କଥା କହେ | ଗାଁଟା ଯାକରେ ବୁଢ଼ାଠାରୁ ଛୁଆ ଯାଏ, ସମସ୍ତେ ଡାକନ୍ତି-ମାଉସୀ  ରୁକ୍ ମାଉସୀ | ମାଉସୀ ଆମକୁ ଦେଖିଲେ ଆମେ ପିନ୍ଧିଥିବା ରବର ପ୍ୟାଣ୍ଟକୁ ଆଣ୍ଠୁପାଖକୁ ଖସେଇଦେଇ କହେ : ଦେଖି..ଦେଖି... ତୋ କୁଳି ପାକଳ ହେଲାଣି ନା ନାହିଁ | ତୋ ବା କୁ କହି ଗୁଟେ ବୋହୂଛୁଆ ଆଣତେ ହବ |

 


© 2015. Samanya Kathan All Rights Reserved | Editor : Debendra Prusty     

To Top