ଅର୍ଥନୀତି

News Story - Posted on 2017-09-17

ପୁଞ୍ଜିବାଦ, ଉଦାରବାଦ ଓ ସାମ୍ୟବାଦ



ପୁଞ୍ଜି କେବଳ ଟଙ୍କା ବା ଧନ ନୁହେଁ, ଏହା ମାନବ ଜୀବନରେ ଆଭ୍ୟନ୍ତରିଣ ସମ୍ପତ୍ତି। ପୁଞ୍ଜିବାଦର ପ୍ରତିକୁଳ ସ୍ଥିତି ହେଉଛି ଏହା ମାନବ ସମୁଦାୟର ବ୍ୟକ୍ତିତ୍ୱକୁ ପଣ୍ୟରେ ପରିବର୍ତ୍ତନ କରିଦିଏ। ବ୍ୟକ୍ତି କୈନ୍ଦ୍ରିକତାକୁ ଉଚ୍ଚକୁ ଉଠାଇଥାଏ। ବ୍ୟକ୍ତିଗତ ପୁଞ୍ଜି ଠୁଳକୁ ସ୍ଥିର କରିଥାଏ ଓ ଏହାକୁ ବାଧାହୀନ କରିବାରେ ବାତାବରଣ ତିଆରି କରିଥାଏ। ଏପରି ସ୍ଥିତି ଉପୁଜାଇଥାଏ ଯେ, ବ୍ୟକ୍ତିଗତ ପୁଞ୍ଜିର ସୁରକ୍ଷା ପାଇଁ ବ୍ୟକ୍ତି ଅଧିକ କ୍ଷମତାଧାରୀ ହୋଇଥାଏ, ବୋମା ନିର୍ମାଣ ଠାରୁ ପରିବେଶ ନଷ୍ଟ ଯାଏ ବିନାଶକାରୀ ତରିକାକୁ ଆପଣେଇଥାଏ। ପୁଞ୍ଜି ଭବିଷ୍ୟତ ବଂଶଧର ପାଇଁ ବା ଜୀବନ ପାଇଁ ଚିନ୍ତା କରିନଥାଏ। ପୁଞ୍ଜିବାଦ ମାନବ ସମୁଦାୟକୁ ଏକ ରୋଗଗ୍ରସ୍ତ ରୁଗ୍‌ଣ ସମୁଦାୟରେ ପରିଣତ କରିଥାଏ। ଏହା କେବଳ ବସ୍ତୁଗତ ବିକାଶ ଉପରେ ପ୍ରାଧାନ୍ୟ ଦେଇଥାଏ। ଧନ ହିଁ ଏକମାତ୍ର ବିଚାର, ଏକମାତ୍ର ବିକାଶ, ଏକମାତ୍ର ଜୀବନ, ଏକମାତ୍ର ଶିକ୍ଷା, ଧନ ହିଁ ଶିକ୍ଷା, ଧନହିଁ ସମ୍ପର୍କ ଏହି ଭାବରେ ସମାଜକୁ ପୁଞ୍ଜିବାଦ ପଙ୍ଗୁ ଓ ରୋଗଗ୍ରସ୍ତ ସମାଜରେ ପରିଣତ କରିଥାଏ।


News Story - Posted on 2017-09-17

ଆର୍ଥିକ ସ୍ଥିତି ଗୋଲାପୀ ନୁହେଁ, ଲାଲ!



ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଏସଡିପିର ଅଭିବୃଦ୍ଧି ହାର ଗତ କିଛି ବର୍ଷ ଧରି ଅସ୍ଥିର ରହିଛି। ସେହିପରି ରାଜ୍ୟର ନିଜସ୍ବ ଟିକସ ଆୟ କେନ୍ଦ୍ରୀୟ ଟିକସ ଅଂଶ ଓ ଅନୁଦାନଠାରୁ କମିବାରେ ଲାଗିଛି। ରାଜ୍ୟ ଅର୍ଥନୀତିର ଏଭଳି କିଛି ଚିତ୍ର ଅଙ୍କିତ ହୋଇଛି ବିଧାନସଭାର ଉପସ୍ଥାପିତ ହୋଇଥିବା କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ସିଏଜି ରିପୋର୍ଟରେ। ଏହି ରିପୋର୍ଟ ଅନୁସାରେ ୨୦୧୫-୧୬ ବର୍ଷରେ ରାଜ୍ୟର ଜିଏସଡିପି ଅଭିବୃଦ୍ଧି ହାର ୭.୨୭ ପ୍ରତିଶତକୁ ଖସିଥିବାବେଳେ ସେହିବର୍ଷ ରାଜ୍ୟର ମୋଟ ରାଜସ୍ବ ଆଦାୟରେ ରାଜ୍ୟର ନିଜସ୍ବ ରାଜସ୍ବ ହାର ୪୫.୩୧ ପ୍ରତିଶତକୁ ଖସି ଯାଇଛି।


News Story - Posted on 2017-09-15

ଜିଏସଟି ଲାଗିଲେ ପେଟ୍ରୋଲ ମିଳିବ ୪୦ରେ



ଜିଏସଟି ଲାଗୁ ହେଲେ ଲୋକେ ସର୍ବାଧିକ ଉପକୃତ ହେବେ । ତେଣୁ ରାଜ୍ୟ ସରକାର କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ସମର୍ଥନ କରି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି କରିବା ଉଚିତ । ଓଡ଼ିଶା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ଅରୁଣ ଜେଟଲି କିମ୍ବା ପେଟ୍ରୋଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ପ୍ରସ୍ତାବ ଦେବା ଉଚିତ । ବିଶେଷ ଭାବରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଘନିଷ୍ଟ ବନ୍ଧୁ ହୋଇଥିବାରୁ ତାଙ୍କୁ ବୁଝେଇ ନବୀନବାବୁ ରାଜ୍ୟବାସୀଙ୍କର ଅଶେଷ ଉପକାର କରିପାରନ୍ତେ ।


News Story - Posted on 2017-09-12

ପେଟ୍ରୋଲ ଦର ଛୁଇଁଲା ୮୦ ଟଙ୍କା



ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ମୁନାଫା ସାଧାରଣ ଖାଉଟିଙ୍କ ପାଖରେ ପହଂଚାଇବା ପାଇଁ ସରକାରୀ ତୈଳ କମ୍ପାନୀଗୁଡ଼ିକ ଦରହ୍ରାସ ନକରି ପୂର୍ବ ଦରରେ ପଇସା ହିସାବରେ କମ୍ବେଶି କରିବାର ପଛରେ ଅନ୍ୟ କିଛି ରହସ୍ୟ ରହିଛି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ସରକାର ଦର କମାଉ ନଥିବାରୁ ରିଲାଏନ୍ସ କମ୍ପାନୀ ମଧ୍ୟ ଏହି ଚଢ଼ା ଦରରେ ତା’ର ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଛି । ମୋଦି ସରକାର ଆସିବା ପୂର୍ବରୁ ଦେଶରେ ଖୋଲିଥିବା ରିଲାଏନ୍ସ କମ୍ପାନୀର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିଲା । କିନ୍ତୁ ମୋଦି ସରକାରଙ୍କ ପେଟ୍ରୋଦର ନୀତି ପରେ ତାହା ସବୁ ଖୋଲିଛି ଏବଂ ବେଶ୍ ଭଲ ବ୍ୟବସାୟ କରୁଛି । ଏହି କମ୍ପାନୀକୁ ପୂର୍ବର ଉପା ସରକାର କେଜି ବେସିନ ପେଟ୍ରୋଲ ଖଣି ଉପହାର ଦେଇଥିଲେ । ସେଥିରୁ କମ୍ ଖର୍ଚ୍ଚରେ ତୈଳ ଉତ୍ତୋଳନ ହେଉଛି । ତା’ବାଦ କମ୍ପାନୀ ଅନ୍ତର୍ଜାତୀୟ ବଜାରରୁ କମ୍ ଦରରେ ଅଶୋଧିତ ପେଟ୍ରୋଲିୟମ ଆମଦାନୀ କରିବାରେ ମଧ୍ୟ କୌଣସି ବାଧା ନାହିଁ ।


News Story - Posted on 2017-09-12

ସାଧାରଣ ଲୋକଙ୍କ ପେଟକୁ ଲାତ



ଗ୍ୟାସର ଗଣିତ ସଂପର୍କିତ ତଥ୍ୟ ଯାହା ତାହାହେଲା, ସରକାରଙ୍କ ଦ୍ୱାରା ଆନ୍ତର୍ଜାତୀୟ ବଜାରରେ ଏଲ୍‍ପିଜିର ଦାମ୍‍ ଗତ ମାସ ପ୍ରତି କେଜି ୨୯ ଟଙ୍କା ଥିଲା । ଏହି ଦର ଅନୁସାରେ ୧୪.୨ କେଜି ସିଲିଣ୍ଡରର ଦାମ୍‍ ହାରାହାରି ୪୧୩ ଟଙ୍କା । ସରକାର ଏହା ଉପରେ ଟିକସ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ୧୮୫ ଟଙ୍କା ଯୋଗ କରି ସିଲିଣ୍ଡରର ଦାମ୍‍ ୫୯୮ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହି ପର୍ଯ୍ୟାୟରେ ଧାର୍ଯ୍ୟ କରାଯାଇଥିବାରୁ ୧୪.୨ କେଜି ଘରୋଇ ଗ୍ୟାସର ଦାମ ହେଉଛି ଆମଦାନି ଗ୍ୟାସର ମୂଲ୍ୟ ୪୧୩ ଟଙ୍କା ୨୮ ପଇସା, ବୀମା ଓ ଆମଦାନି ଖର୍ଚ୍ଚ ୪.୧୫ ପଇସା, ସଟେଜ୍‍ ୯.୮୨ ପଇସା, ବଟଲିଙ୍ଗ୍‍ ଚାର୍ଜ ୩୮.୬୭ ପଇସା, ଦେଶ ଭିତରେ ପରିବହନ ଖର୍ଚ୍ଚ ୨୮.୪୦ ପଇସା, ସୁଧ (ବ୍ୟାଜ୍‍)୨.୨୨ ପଇସା, ବଣ୍ଟନ ଖର୍ଚ୍ଚ ୧୦ ପଇସା, ଆମଦାନି ମୂଲ୍ୟସବୁକୁ ମିଶାଇ ୧୫.୨୧ ପଇସା, ବିତରକ କମିଶନ ୪୭.୬୪ ପଇସା, ଜିଏସ୍‍ଟି ୨୮.୪୭ ପଇସା, ରିଟେଲ ମୂଲ୍ୟ ୫୯୭.୮୪ ପଇସା, ସବ୍‍ସିଡ୍‍ ୧୧୦.୩୨ ପଇସା, ସବ୍‍ସିଡ୍‍ ଯୁକ୍ତ ସିଲିଣ୍ଡର ୪୮୭.୮୫ ପଇସା, (ଏହା ହେଉଛି ଭାରତ ସରକାରଙ୍କ ପେଟ୍ରୋଲିୟମ ପ୍ଲାନିଙ୍ଗ୍‍ ଏବଂ ଆନାଲିସିସ୍‍ ସେଲ୍‍ ଦ୍ୱାରା ସେପ୍ଟେମ୍ବର ୨୦୧୭ର ତଥ୍ୟ) । ଜୁଲାଇ ୨୦୧୪ରେ ଆନ୍ତର୍ଜାତୀୟ ବଜାରରେ ଏଲ୍‍ପିଜିର ଦର ପ୍ରତି ମେଟ୍ରିକ୍‍ଟନ୍‍ ପିଛା ୮୩୫ ଡଲାର । ଅର୍ଥାତ୍‍ ୫୧ ଟଙ୍କା ପ୍ରତି କେଜି ଗ୍ୟାସର ଦାମ୍‍ ହେବା କଥା । ଏହିପରି ୧୪.୨ କେଜି ଗ୍ୟାସ ସିଲିଣ୍ଡରର ଦର ୭୨୪ ଟଙ୍କା ହେବା କଥା । ଏହା ଉପରେ ଟ୍ୟାକ୍ସ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ଯୋଡ଼ି ସିଲିଣ୍ଡର ଦାମ୍‍ ଦେଶବାସୀଙ୍କ ପାଇଁ କରାଯିବା ଦରକାର । କାହିଁକି ନା ସରକାର ସବ୍‍ସିଡ୍‍ ଉଚ୍ଛେଦ କରିବାକୁ ଘୋଷଣା କରିଛନ୍ତି । 


News Story - Posted on 2017-09-06

ବ୍ରିଟିଶ ରାଜରୁ ବିତ୍ତଶାଳୀ ରାଜ୍!



ଏ ଦୁଇ ଅର୍ଥନୀତିଜ୍ଞଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ସମଗ୍ର ବିଶ୍ୱରେ ଏହି ଦୁର୍ଭାଗ୍ୟଜନକ ବାସ୍ତବତାର ଚିତ୍ର ଆଙ୍କି ହୋଇଛି । ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସଙ୍ଗେସଙ୍ଗେ ଧନୀ ଓ ଗରୀବଙ୍କ ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇଛି । ତେବେ ଭାରତରେ ଏହି ପରିସ୍ଥିତି ଅଧିକ ଉକ୍ରଟ । ଏଠାରେ ସର୍ବୋଚ୍ଚ ଆୟକାରୀ ୧ ପ୍ରତିଶତ ଓ ସର୍ବନିମ୍ନ ଆୟକାରୀ ୫୦ ପ୍ରତିଶତଙ୍କ ଆୟ ଅଭିବୃଦ୍ଧି ମଧ୍ୟରେ ସର୍ବାଧିକ ବ୍ୟବଧାନ ସୃଷ୍ଟି ହୋଇଛି । ଏହି ଦୁଇ ଅର୍ତନୀତିଜ୍ଞଙ୍କ ହିସାବ ଅନୁସାରେ ୨୦୧୩-୧୪ ସୁଦ୍ଧା ଭାରତର ସର୍ବୋଚ୍ଚ ଆୟକାରୀ ୦.୧ ପ୍ରତିଶତଙ୍କ ସଂଖ୍ୟା ଥିଲା ମାତ୍ର ୮ ଲକ୍ଷ । ଏହା ଗୁରୁଗାଓଁର ଲୋକସଂଖ୍ୟାଠାରୁ ମଧ୍ୟ କମ୍ । ଏହି ସମୟରେ ଦେଶର ସର୍ବନିମ୍ନ ଆୟକାରୀ ୫୦ ପ୍ରତିଶତଙ୍କ ସଂଖ୍ୟା ଥିଲା ୩୮ କୋଟି ୯୦ ଲକ୍ଷ । 


News Story - Posted on 2017-08-23

ମୁଣ୍ଡ ଟେକୁଛି ଭାରତ



ଏପରି ଅନେକ ସମସ୍ୟା ଥିଲା, ଯାହାକି କିଛି ବର୍ଷ ମଧ୍ୟରେ ଆର୍ଥିକ ବ୍ୟବସ୍ଥାରେ ଅନ୍ତରାୟ ସାଜିଥିଲା। ବ୍ୟବସାୟ ବାଣିଜ୍ୟ ପାଇଁ ମଧ୍ୟ ପରିବେଶ ଓ ପରିସ୍ଥିତି ଅନୁକୂଳ ନଥିଲା। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ପର୍ଯ୍ୟାପ୍ତ ନ ଥିଲା। ଯହା ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଆସ୍ଥା ଓ ଭରସା ସୃଷ୍ଟି କରିପାରୁଥିଲା। ସେହିପରି ଦେଶରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫଡିଆଇ)ର ପ୍ରବାହ ମଧ୍ୟ ଖୁବ‌୍‍ ଦୁର୍ବଳ ଥିଲା, ଫଳରେ ରାଜୀବ ଗାନ୍ଧୀ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ଆର୍ଥିକ ଉଦାରୀକରଣ ଦାବି ଦୃଢ ହେବାକୁ ଲାଗିଲା। ରାଜନୈତିକ ବିଶ‌୍‍ୃଙ୍ଖଳା କାରଣ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ମଧ୍ୟ ଉତ୍ସାହଜନକ ନଥିଲା। ଏହି ପରିସ୍ଥିତି ଭିତରେ ଯେତେବେଳେ ପି.ଭି ନରସିଂହ ରାଓ ଦେଶର ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ କିଛି ପରିବର୍ତ୍ତନ ଆସିଥିଲା। ସେ ଆଇନରେ କିଛି ପରିବର୍ତ୍ତନ ଆଣି ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ଦ୍ୱାର ଉନ୍ମୁକ୍ତ କଲେ ଏବଂ ଏଥି ସହ ଦେଶରେ ଆର୍ଥିକ ଉଦାରୀକରଣର ଶୁଭାରମ୍ଭ ହେଲା। ତେବେ ରାଜନୈତିକ ଅସ୍ଥିରତା ଏବଂ କାର୍ଗିଲ ଯୁଦ୍ଧ କାରଣରୁୁ ୧୯୯୬ରୁ ୧୯୯୯ ମସିହା ମଧ୍ୟରେ ଦେଶରେ ବିଦେଶୀ ପୁଞ୍ଜି ନିବେଶ ସହ ଘରୋଇ ନିବେଶରେ ମଧ୍ୟ ମାନ୍ଦାବସ୍ଥା ପରିଲକ୍ଷିତ ହେଲା।


News Story - Posted on 2017-08-22

ଦୁର୍ନୀତିର ବର୍ଗୀକରଣ



ଦୁର୍ନୀତି ବିରୋଧୀ ମହାସଂଗ୍ରାମ ଆୟୋଜନ କରିବା ପୂର୍ବରୁ ସର୍ବପ୍ରଥମେ ପ୍ରୟୋଜନ ଦୁର୍ନୀତିର ବର୍ଗୀକରଣ । ଦୁର୍ନୀତି ଆସେ ନାନା ବେଶପୋଷାକରେ । ମୂଳ ପାହାଚରୁ ବିରୋଧ ନ କଲେ ଏ ଦୁର୍ନୀତି ଚରିଯିବ ଭବିଷ୍ୟତର ବଂଶଧରଙ୍କ ପର୍ଯ୍ୟନ୍ତ । ଏହି ଦୁର୍ନୀତିକୁ ବାଧା ଦେବ କିଏ? ଏ ଦେଶର ଛାତ୍ର, ତରୁଣ, କୃଷକ, ଶ୍ରମିକ ନୁହନ୍ତି କେବଳ, ଘରେ ଘରେ ଘରଣୀଏ, ମାଆ ଭଉଣୀଏ ତଥା ନିର୍ଭୀକା ନାରୀବାହିନୀ ଯଦି ଜାଗିଉଠିବେ ତା’ହେଲେ ହିଁ ଏହାର ଉତ୍ତାଳ ସ୍ରୋତ ବାଧାପ୍ରାପ୍ତ ହେବାକୁ ବାଧ୍ୟ । ଦୁର୍ନୀତିଗ୍ରସ୍ତ ବାପ ପଇସାରେ ପୁଅଝିଅ ପାଠ ନ ପଢ଼ିବାକୁ ପଣ କରନ୍ତୁ, ଦୁର୍ନୀତିଗ୍ରସ୍ତ ସ୍ୱାମୀ ଟଙ୍କାରେ କିଣା ହୋଇ ଆସୁଥିବା ଶାଢ଼ିଗହଣାକୁ ସ୍ତ୍ରୀମାନେ ଅଳିଆଗଦାକୁ ଫୋପାଡ଼ିଦିଅନ୍ତୁ– ଏପରିକି ଦୁର୍ନୀତିଗ୍ରସ୍ତ ପୁଅପାତିଙ୍କୁ ବାପମାନେ ଧିକ୍କାର କରି ତେଜ୍ୟ କରନ୍ତୁ ଏବଂ କଳାଟଙ୍କାରେ ନିର୍ବାଚନ ଯୁଦ୍ଧ ଜିଣୁଥିବା ନେତାମାନଙ୍କୁ ବାଛନ୍ଦ କରନ୍ତୁ ଭୋଟର ନାଗରିକବର୍ଗ । ଏଭଳି ଏକ ଜୁଆର ଆସିବା ନିହାତି ଦରକାର । ନହେଲେ ମଧ୍ୟାହ୍ନ ଭୋଜନ ଖାଇ ମରୁଥିବା ଶିଶୁଛାତ୍ର ଓ ଚିକିତ୍ସାଗତ ଅବହେଳାରୁ ମୃତ୍ୟୁ ବରୁଥିବା ନବଜାତ ସନ୍ତାନମାନଙ୍କର ଏ ଭ୍ରଷ୍ଟ ଭାରତବର୍ଷରେ ଆମେ କେବଳ ତଦନ୍ତ-ସାନିତଦନ୍ତର ନିର୍ଲଜ୍ଜ ନାଟକବାଜିର ନିରୁପାୟ ଦର୍ଶକ ହିଁ ହୋଇଚାଲିଥିବା ଦିନଦିନ ।


News Story - Posted on 2017-07-31

ଗରୀବ ପାଇବେ କମ୍ ସୁଧ



ବ୍ୟାଙ୍କର ଏହି ନିଷ୍ପତ୍ତି ଫଳରେ ସଂଚୟ ଜମା କରୁଥିବା ଗରୀବ ଲୋକମାନେ କମ୍ ସୁଧ ପାଇବେ ଓ କୋଟିପତିମାନେ ଅଧିକ ସୁଧ ପାଇବେ । ଦେଶରେ ଏବେ ଷ୍ଟେଟ ବ୍ୟାଙ୍କର ଯେତେ ସଂଚୟ ଖାତା ରହିଛି ତାହାର ପ୍ରାୟ ୯୦ ପ୍ରତିଶତ ଖାତାର ଜମା ପରିମାଣ ୧ କୋଟି ଭିତରେ । ଏହି ସମସ୍ତ ଖାତାଧାରୀ ଏଣିକି ନିଜ ସଂଚୟ ଉପରେ କମ୍ ସୁଧ ପାଇବେ ।


News Story - Posted on 2017-07-28

ଏକ ଢାଞ୍ଚାଗତ ଅର୍ଥନୈତିକ ସଂସ୍କାର



ଏହି ଜିଏସ‌୍‍ଟି ଆଇନ ସଂସଦୀୟ ପ୍ରକ୍ରିୟାରେ ଗତ ଅଢେଇ ବର୍ଷ ବିତର୍କୀତ/ଆଲୋଚିତ ହୋଇଛି। ମୋଦି ସରକାର ଆସିବାର ପ୍ରଥମ ବର୍ଷ ୨୦୧୪ ଡିସେମ୍ୱରରେ ଜିଏସ‌୍‍ଟି ବିଲ‌୍‍ ସଂସଦରେ ପୁନଃ ଉପସ୍ଥାପିତ ହୋଇଥିଲେ ମଧ୍ୟ ୨୦୧୭ ଜୁଲାଇ ୧ ମଧ୍ୟରାତ୍ରରୁ ଲାଗୁ ହୋଇପାରିଲା। ଏପରିକି ଜୁନ‌୍‍ ୩୦ରେ ମଧ୍ୟ ବିଭିନ୍ନ ରାଜ୍ୟର ଦାବୀ ନେଇ ଶେଷ ସଂଶୋଧନ ହୋଇଥିଲା। ସଂପୂର୍ଣ୍ଣ ପ୍ରକ୍ରିୟା ତତ‌୍‍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଗଠିତ ଅର୍ଥନୈତିକ ମଣ୍ଡଳୀ ଦ୍ୱାରା ମୂଳ ଅବଧାରଣା ହେବାଠାରୁ ପ୍ରାୟ ୧୮ ବର୍ଷ ଲାଗିଗଲା। ଏହି ଦୁଇ ଦଶନ୍ଧି ମଧ୍ୟରେ ବହୁ ରାଜନେତା ଏବଂ ଅର୍ଥନୈତିକ ପଣ୍ଡିତମାନେ ଏହି ପରୋକ୍ଷ କର ପ୍ରଣାଳୀର ମୂଳଦୁଆ ବିଛାଇବାରେ ସହଯୋଗ କରିଛନ୍ତି। ବାଜପେୟୀଙ୍କ ଦ୍ୱାରା ଜିଏସ‌୍‍ଟିର ନକ୍ସା ପ୍ରସ୍ତୁତ କରିବା ପାଇଁ ଏକ କମିଟି ଗଠନ ହୋଇଥିଲା। ଉଦାର ଓ ବିଜ୍ଞ ବାଜପେୟୀ ଏହି କମିଟିର ମୁଖ୍ୟ ଭାବେ ପଶ୍ଚିମବଂଗର ବାମପନ୍ଥୀ ସରକାରର ଅର୍ଥମନ୍ତ୍ରୀ ଅସୀମ ଦାବୀଗୁପ୍ତା (ଯିଏକି ଜଣେ ଅର୍ଥନୀତିଜ୍ଞ)ଙ୍କୁ ମନୋନୀତ କରିଥିଲେ।


News Story - Posted on 2017-07-27

ସରକାର ଚାହିଁଲେ ବନ୍ଦ ହେବ ପିସି



ଆମ ରାଜ୍ୟରେ ବ୍ଲକ, ତହସିଲ‌୍‍, ଜିଲ୍ଲା କାର୍ଯ୍ୟାଳୟଠାରୁ ଆରମ୍ଭ କରି ସରକାରଙ୍କର ବଡ଼ ବଡ଼ ସବୁ ଦପ୍ତରରେ ପିସି (ପରସେଣ୍ଟଜ‌୍‍) କାରବାର ଜୋରସୋର‌୍‍ରେ ଚାଲିଛି। ସରକାରୀ ଅଫିସମାନଙ୍କରେ ଯେକୌଣସି କାର୍ଯ୍ୟଟିଏ କରିବାକୁ ହେଲେ ସମ୍ପୃକ୍ତ କର୍ମଚାରୀମାନଙ୍କୁ କିଛି ଅର୍ଥ ଦେବାକୁ ପଡ଼ିଥାଏ। ଲାଞ୍ଚ ନ ଦେଲେ କୌଣସି କାମ ହୋଇପାରେ ନାହିଁ। ବିନା ଲାଞ୍ଚରେ କୌଣସି ସରକାରୀ କାର୍ଯ୍ୟ କରିବା ଅସମ୍ଭବ। ରାଜ୍ୟରେ ବ୍ଲକ, ଜଳସେଚନ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ପ୍ରଭୃତି ଅଫିସ‌୍‍ମାନଙ୍କରେ ସବୁ ସରକାରଙ୍କ ସମୟରେ ଏହି ପିସି ଦେବାକଥା ଖୋଲାଖୋଲି ଚାଲେ। କେତେ ଟଙ୍କାର ବିଲ‌୍‍ ପାସ‌୍‍ କରିବା ପାଇଁ କେତେ କାହାକୁ ପିସି ଦିଆଯିବା ଦରକାର ତାହା ସ୍ଥିରୀକୃତ ହୋଇଥାଏ। ଶହେ ଟଙ୍କାର ଉନ୍ନୟନ କାର୍ଯ୍ୟ ପାଇଁ ୫୦/୬୦ ଟଙ୍କା ପିସି ଦେବାକୁ ପଡେ଼। ଜାଣି ନଜାଣି ପାରିଲା ପରି ସବୁ ବଡ଼ ବଡ଼ ବାବୁଙ୍କ ଜ୍ଞାତସାରରେ ଏହି କାରବାର ଚାଲେ। ସ୍ୱାଧୀନତା ପରଠାରୁ ସବୁ ଦଳର ସରକାରଙ୍କ ସମୟରେ ଏହି ପ୍ରଥା ଚାଲିଆସିଛି। ଆମ ରାଜ୍ୟରେ କେବଳ ନୁହେଁ, ସମଗ୍ର ଦେଶରେ, ସବୁ ରାଜ୍ୟମାନଙ୍କରେ ଏହି ଲାଞ୍ଚ ଦେବା କାରବାର ସବୁ ସମୟରେ ଚାଲିଆସିଛି। ସେଥିପାଇଁ ଭାରତବର୍ଷର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଶାସନରେ ଥିବା ସମୟରେ କହିଥିଲେ ପ୍ରଶାସନିକ ସ୍ତରରେ ବ୍ୟାପକ ଦୁର୍ନୀତି ଚାଲିଛି। ଜନସାଧାରଣଙ୍କର କଲ୍ୟାଣ ନିମନ୍ତେ ବରାଦ କରାଯାଉଥିବା ଅର୍ଥର ଶତକଡ଼ା ୮୫ ଭାଗ ବାଟମାରଣା ହୋଇଥିବା ସେ କହିଥିଲେ।


News Story - Posted on 2017-07-06

ଜିଏସ‌୍‍ଟି- ଗରୀବଙ୍କ ବିକାଶ ପାଇଁ ସାଧନ



ସଂସଦର କେନ୍ଦ୍ରୀୟ ହଲରେ ବସ୍ତୁ ଓ ସେବା କର (ଜିଏସ‌୍‍ଟି)ର ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆନୁଷ୍ଠାନିକ ରୂପେ ଶୁଭାରମ୍ଭ କରାଯାଇଥିବା କ୍ଷୁଦ୍ର ଭିଡିଓଚିତ୍ରଟି ଦେଶର ସବୁଠୁ ବଡ ଟିକସ ସଂସ୍କାରର ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରିଛି। ଦେଶର ସାମଗ୍ରିକ ଘରୋଇ ଉତ୍ପାଦନ ସହ ଜିଏସ‌୍‍ଟି ଶିଳ୍ପ ବାଣିଜ୍ୟ କ୍ଷେତ୍ରକୁ କିପରି ସହଜ କରିପାରିବ ସେ ସଂପର୍କରେ ଏଥିରେ ସୂଚନା ଦିଆଯାଇଛି। ଅର୍ଥନୀତିଜ୍ଞ ଏବଂ ଭାଷାକାରମାନଙ୍କ କହିବା ଅନୁଯାୟୀ ଦେଶର ଜନ ସଧାରଣ, ବିଶେଷ କରି କୋଟି କୋଟି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏହି ଆଧୁନିକ ଟିକସ ବ୍ୟବସ୍ଥା ସହାୟକ ହେବ  ।


News Story - Posted on 2017-07-02

ଜି ଫର୍‌ ଗୀତା, ଜି ଫର୍‌ ଜିଏସଟି!



ପ୍ରଧାନମନ୍ତ୍ରୀ ତ କିଛି ବି କହିବେ। ଜିଏସଟିକୁ ସଫଳ କରିବା ପାଇଁ ସେ, ଏକପ୍ରକାରେ, ଗୀତାର ରାଣ ଖୁଆଉଛନ୍ତି। କି ନହେଲେ, ଦଶ ବର୍ଷ କାଳ ଜିଏସଟିକୁ ରୋକିଥିବା ଲୋକ ହିସାବରେ ତାଙ୍କ ଇମେଜକୁ ବଦଳାଇବା ପାଇଁ ସେ ଏବେ କିଛି ବି କହିବେ। ଯଦି ଜିଏସଟି ପାଇଁ ୧୬ଟି ମିଟିଂ ହୋଇଥାନ୍ତା ତେବେ ସେ ସନ୍ତୋଷୀ ମା ପୂଜାର ୧୬ ଶୁକ୍ରବାର କଥା କହିଥାନ୍ତେ! ଏକଥା ହୁଏତ ସେ ଏଥିପାଇଁ କହିଥାଇପାରନ୍ତି ଯେ ଜିଏସଟି ଲାଗୁହେଲେ ପ୍ରକୃତରେ ଲୋକଙ୍କର କ’ଣ ଭଲ ହେବ ସେ ନିଜେ ବି ଜାଣି ନାହାନ୍ତି! ତେଣୁ ସେ ଅସଲ କଥା ନକହି ଏଣୁତେଣୁ ଗପୁଛନ୍ତି।


News Story - Posted on 2017-06-30

ଏକ ରାଷ୍ଟ୍ର, ଦୁଇ ଟିକସ!



ଆଜି ମଧ୍ୟରାତିରୁ ସାରା ଦେଶରେ ଲାଗୁ ହେଉଛି ସାମଗ୍ରୀ ଓ ସେବା କର ବା ଜିଏସଟି। ସେଥିପାଇଁ ସଂସଦରେ ମଧ୍ୟରାତିରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଜିଏସଟି ପ୍ରଚଳନ ସଂପର୍କରେ ଲୋକମାନଙ୍କୁ ଅବଗତ କରିବା ନିମନ୍ତେ କେନ୍ଦ୍ର ସରକାର ପନ୍ଦର ଦିନ ହେଲା ବିଜ୍ଞାପନ ଅଭିଯାନ ଚଳାଇଛନ୍ତି। ମନ୍ତ୍ରୀମାନେ ମଧ୍ୟ ବୁଲିବୁଲି ଜିଏସଟି ଲାଗୁ ହେଲେ ଲୋକମାନଙ୍କର ଅନେକ ଫାଇଦା ହେବ ବୋଲି କହୁଛନ୍ତି। ଜିଏସଟି ପ୍ରଚଳନ ପାଇଁ ମୋଦି ସରକାର ଏକ ନୂଆ ସ୍ଲୋଗାନ ଚଳାଇଛନ୍ତି-ଏକ ରାଷ୍ଟ୍ର ଏକ ଟିକସ ଏକ ବଜାର।


News Story - Posted on 2017-06-24

ଗରିବୀ ହଟିବା ସମ୍ଭବ ନୁହେଁ!



ବାସ୍ତବରେ ଜାତୀୟ ଖାଦ୍ୟସୁରକ୍ଷା ଆଇନ‌୍‍ ଅନୁଯାୟୀ, ଗରିବ, ଅସହାୟ, ବାସହରା ବା କ୍ଷୁଧା ଏବଂ ଅନାହାରରେ ରହୁଥିବା ବ୍ୟକ୍ତି ବା ପରିବାରଗୁଡ଼ିକୁ କେନ୍ଦ୍ର ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମୁଣ୍ଡପିଛା ମାସକୁ ୫ କେଜି ଚାଉଳ ବା ଗହମ ଏବଂ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରଗୁଡିକୁ ପରିବାର ପିଛା ୩୫ କେଜି ଚାଉଳ ଯୋଗାଇ ଦେବେ। ଓଡ଼ିଶାରେ ଏହି ବର୍ଗର ଲୋକ ୩ କୋଟି ୨୬ ଲକ୍ଷ ଆକଳନ କରି କେନ୍ଦ୍ର ସରକାର ଏଥିପାଇଁ ଆବଶ୍ୟକୀୟ ଚାଉଳ ଏବଂ ଗହମ ଯୋଗାଇ ଦେବାକୁ ସମ୍ମତି ଦେଇଛନ୍ତି।  ୨୦୧୫ ମସିହାରେ କାର୍ଯ୍ୟକାରୀ ହୋଇଥିବା ଏହି ଆଇନ‌୍‍ ଅଧୀନରେ ରାଜ୍ୟ ସରକାର ଏଯାବତ‌୍‍ ୩ କୋଟି ୨୫ ଲକ୍ଷ ଅର୍ଥାତ‌୍‍ ୮୫ ଲକ୍ଷ ପରିବାରକୁ ରେସନ କାର୍ଡ଼ ପ୍ରଦାନ କରିଛନ୍ତି। ଏହା ମଧ୍ୟ ରାଜ୍ୟରେ ପ୍ରତି ଜିଲ୍ଲାରେ ଲକ୍ଷ ଲକ୍ଷ ଦରଖାସ୍ତ ରେସନ କାର୍ଡ଼ ପାଇଁ ପଡ଼ିରହିଛି। ଏହାକୁ ଆକଳନ କରି ବୋଧହୁଏ ମନ୍ତ୍ରୀ ଶ୍ରୀ ପାତ୍ର ୧୫ ଲକ୍ଷ ପରିବାର ପାଇଁ ଖାଦ୍ୟଶସ୍ୟ ଆହୁରି ଅଧିକ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଅର୍ଥାତ‌୍‍ ହାରାହାରି ୬୦ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟଶସ୍ୟ ଦରକାର ଯେଉଁମାନଙ୍କର ଖାଦ୍ୟ ସୁରକ୍ଷା ବିପନ୍ନ। ତାଙ୍କ ହିସାବରେ ରାଜ୍ୟରେ ୩ କୋଟି ୮୫ ଲକ୍ଷ ବା ହାରାହାରି ୧ କୋଟି ପରିବାରଙ୍କର ଖାଦ୍ୟ ସୁରକ୍ଷା ସଙ୍କଟାପନ୍ନ ହୋଇପଡ଼ିଛି। ଯେଉଁଥିପାଇଁ ସେମାନେ ସରକାରୀ ରେସନ କାର୍ଡ଼ ପାଇବା ପାଇଁ ଆବେଦନ କରିଛନ୍ତି। ତେଣୁ ରାଜ୍ୟରେ ଯଦି ୪ କୋଟି ୨୦ ଲକ୍ଷ ଜନସଂଖ୍ୟା ଧରାଯାଏ, ତେବେ ୩୫ ଲକ୍ଷ ଲୋକ ଅର୍ଥାତ‌୍‍ ହାରାହାରି ୧୦ ଲକ୍ଷ ପରିବାରରେ ଖାଦ୍ୟ ସୁରକ୍ଷା ଠିକ‌୍‍ ଅଛି ବୋଲି ଧରିନେବାକୁ ହେବ। ଯେଉଁମାନେ ଉପଯୁକ୍ତ ପରିବାର ଆବଶ୍ୟକୀୟ ପୁଷ୍ଟିସାରଯୁକ୍ତ ଖାଦ୍ୟ ଖାଇବାକୁ ପାଉଛନ୍ତି।


News Story - Posted on 2017-06-22

ଜିଏସଟି ଯୋଗୁଁ ଓଡ଼ିଶାର ଆୟ ବଢ଼ିବ!



ବର୍ତ୍ତମାନ ଉତ୍ପାଦନକାରୀ ରାଜ୍ୟମାନେ ଅଧିକ ଟିକସ ରାଜସ୍ୱ ପାଉଥିବା ବେଳେ ନୂତନ ବସ୍ତୁ ଓ ସେବା କର (ଜିଏସଟି) ବ୍ୟବସ୍ଥା ଲାଗୁ ହେଲେ ବ୍ୟବହାରକାରୀ ରାଜ୍ୟମାନଙ୍କୁ ଅଧିକ ଲାଭ ମିଳିବ। ତେଣୁ ଓଡିଶା ସମେତ ପୂର୍ବ ଭାରତର ବ୍ୟବହାରକାରୀ ରାଜ୍ୟମାନେ ଅଧିକ ଟିକସ ରାଜସ୍ୱ ପାଇବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ୱରଠାରେ ତୈଳ ଉଦ୍ୟୋଗ ପାଇଁ ଅନୁଷ୍ଠିତ ଜିଏସଟି ସଚେତନତା କାର୍ଯ୍ୟକ୍ରମରେ ଉଦ‌୍‍ବୋଧନ ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁ ରାଜ୍ୟ ଜିଏସଟି ଆଦାୟ କ୍ଷେତ୍ରରେ ଯେତେ କ୍ଷତି ସହିବ ଆଗାମୀ ୫ ବର୍ଷ ପାଇଁ କେନ୍ଦ୍ର ସରକାର ତାହା ଭରଣା କରିବେ। ଏଣୁ ଜିଏସଟି ବ୍ୟବସ୍ଥାକୁ ବିରୋଧ କରିବାର କୌଣସି କାରଣ ନାହଁି।


News Story - Posted on 2017-06-19

ରାଜ୍ୟରେ ପଡ଼ିଛି ୧.୫ ଲକ୍ଷ କୋଟିର ଏନପିଏ!



ବିଭିନ୍ନ ବ୍ୟାଙ୍କର ଯେଉଁ ୮ ଲକ୍ଷ କୋଟି ଟଙ୍କାର ଋଣ ଅଚଳ ସଂପତ୍ତି ବା ନଷ୍ଟ ଋଣ ଭାବେ ପଡ଼ି ରହିଛି ସେଥିରୁ ୧.୪୭ ଲକ୍ଷ କୋଟି ଟଙ୍କାର ଋଣ ନେଇଥିବା ୫ କମ୍ପାନୀ ଓଡ଼ିଶାରେ କାରଖାନା ଖୋଲିଛନ୍ତି। ସେଥିରୁ ଗୋଟିଏ କମ୍ପାନୀ ବିରୋଧରେ ଡଜନ ଡଜନ ଲୋକଙ୍କ ହତ୍ୟାର ଅଭିଯୋଗ ଥିଲେ ମଧ୍ୟ ଓଡ଼ିଶା ସରକାର ଏହି କମ୍ପାନୀ ପ୍ରତି ବିଭିନ୍ନ ପ୍ରସଙ୍ଗରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି।


News Story - Posted on 2017-06-02

କମିଲା ଜିଡିପି ଅଭିବୃଦ୍ଧି



ଦୁଇ ବର୍ଷ ଭିତରେ ସର୍ବନିମ୍ନ ସ୍ତରକୁ ଖସି ଯାଇଛି ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର। ମୋଦି ସରକାରଙ୍କ ବିମୁଦ୍ରାକରଣ ପ୍ରଭାବରେ ଭାରତୀୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ଏହି ନୂଆ ଆକଳନରୁ ସ୍ପଷ୍ଟ ହୋଇଯାଇଛି। ଏହା ସହିତ ଭାରତ ବିଶ୍ୱରେ ଦ୍ରୁତତମ ଅର୍ଥନୀତିର ମାନ୍ୟତା ହରାଇଛି। ଚଳିତ ବର୍ଷର ଜାନୁଆରୀ-ମାର୍ଚ୍ଚ ଭିତରେ ଭାରତର ଜିଡିପି ଅଭିବୃଦ୍ଧି ହାର ୬.୧ ପ୍ରତିଶତ ହିସାବ କରାଯାଇଥିବାବେଳେ ଚୀନ ଏହି ସମୟ ମଧ୍ୟରେ ୬.୯ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି।


News Story - Posted on 2017-05-23

ସ୍ବଚ୍ଛତା ଆଡ଼କୁ କେଇ ପାଦ...



ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଦୁର୍ନୀତିଗ୍ରସ୍ତମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି।  ବିଭିନ୍ନ ରାଷ୍ଟ୍ରସହ ସରକାର ଅନେକଗୁଡିଏ ବୁଝାମଣା କରିବା ଦ୍ୱାରା ମରିସସ‌୍‍, ସାଇପ୍ରସ‌୍‍ ଏବଂ ସିଂଗାପୁର ଦେଇ ଭାରତ ଆସୁଥିବା କଳାଧନର ପଥକୁ ଅବରୋଧ କରାଯାଇଛି। ତେବେ ମରିସସ, ସିଂଗାପୁର ଓ ସାଇଗ୍ରସ ଦେଇ ପ୍ରଥମର ଲାଣ୍ଡରିଂ କରାଯାଇଥିବା ଧନ ଏବେ ଭାରତ ଫେରାଇ ଆଣି ହେଉନାହିଁ।


News Story - Posted on 2017-05-20

ଲଟେରି ହେଲା ଟିକସମୁକ୍ତ!



ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉପରେ ଲାଗୁ ହେବ ନାହିଁ ସାମଗ୍ରୀ ଓ ସେବା କର ବା ଜିଏସଟି। ସେହିପରି ଲଟେରି ମଧ୍ୟ ଜିଏସଟିରୁ ବାଦ ପଡ଼ିଛି। ଏହା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଜିଏସଟି ପରିଷଦ ବୈଠକରେ ବିଭିନ୍ନ ସେବା ପାଇଁ ଜିଏସଟି ଦର ଧାର୍ଯ୍ୟ ହୋଇଥିିବାବେଳେ ସୁନା, ସିଗାରେଟ ଓ ବିଡ଼ି ପରି କେତେକ ସାମଗ୍ରୀ ଉପରେ ଜିଏସଟି ଧାର୍ଯ୍ୟ ହୋଇପାରି ନାହିଁ। ଆସନ୍ତା ଜୁନ‌୍‍ ୩ ତାରିଖରେ ବସୁଥିବା ପରିଷଦ ବୈଠକରେ ଏହା ଧାର୍ଯ୍ୟ ହେବ।


News Story - Posted on 2017-05-19

ଖାଦ୍ୟଦ୍ରବ୍ୟ ଦର କମିବ!



ସାମଗ୍ରୀ ଓ ସେବା କର ଲାଗୁ ହେଲା ପରେ କମିବ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର। ଏସବ ସାମଗ୍ରୀ ଉପରେ ସର୍ବନିମ୍ନ ଜିଏସଟ ବା ସାମଗ୍ରୀ ଓ ସେବା କର ଲାଗୁ ହେବ ବୋଲି ଘୋଷଣା କରିଛନ୍ତି କର ଦର ନିର୍ଦ୍ଧାରଣ ପାଇଁ ଗଠିତ ହୋଇଥିିବା ଜିଏସଟି ପରିଷଦ। ପରିଷଦର ବୈଠକରେ ୧୨୦୫ଟି ସାମଗ୍ରୀ ଓ ସେବା ଉପରେ କର ଦର ଧାର୍ଯ୍ୟ ହୋଇଛି। ଜାମ୍ମୁକାଶ୍ମୀର ରାଜଧାନୀ ଶ୍ରୀନଗରରେ ଏହା ଘୋଷଣା କରିଛନ୍ତି ପରିଷଦର ଅଧ୍ୟକ୍ଷ ତଥା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି।


News Story - Posted on 2017-05-16

ଜଗା ଟଙ୍କା ବି ଖାଇଗଲେ!



କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାଇଁ ଉଦ୍ଦିଷ୍ଟ କର୍ପସ ପାଣ୍ଠିରେ ପ୍ରାୟ ୧୦୦ କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ହୋଇଛି। କିନ୍ତୁ ରାଜ୍ୟ ସରକାର କିମ୍ୱା ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ଏହା ଓଡ଼ିଆ ଜାତିର ଏକ ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଅତି କମ‌୍‍ରେ ଦୁଇ ଘଣ୍ଟା ଆଲୋଚନା କରାଯାଉ ବୋଲି ସେ ଦାବି କରିଛନ୍ତି।


News Story - Posted on 2017-05-12

ଦୁର୍ନୀତି ନିୟନ୍ତ୍ରଣ ପାଇଁ ଇଚ୍ଛାଶକ୍ତି



ଦେଶରୁ ଦୁର୍ନୀତିର  ସମ୍ଭାବନାକୁ ସମାପ୍ତ କରିବା ପାଇଁ ୨୦୧୪ ନିର୍ବାଚନ ଇସ୍ତାହାରରେ ଭାରତୀୟ ଜନତା ପାର୍ଟି ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି ଦେଇଥିଲା। ଏହି ଲକ୍ଷ୍ୟ ହାସଲ ପାଇଁ ସରକାର ଜନ ଜାଗରଣ, ବୈଷୟିକ ଜ୍ଞାନ କୌଶଳ ଉପରେ ଆଧାରିତ ଇ- ଶାସନ ବ୍ୟବସ୍ଥା ଉପରେ ଆଧାରିତ ନୀତିଗତ ନିଷ୍ପତି, କର ବ୍ୟବସ୍ଥାକୁ ତର୍କ ସଂଗତ ଏବଂ ସହଜ କରିବା ଏବଂ ସବୁ କ୍ଷେତ୍ରରେ ପ୍ରକ୍ରିୟା ଓ କାର୍ଯ୍ୟ ପ୍ରଣାଳୀକୁ ସୁଗମ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥି ସହ କଳାଧନର ଉତ୍ପତ୍ତିକୁ ହ୍ରାସ କରିବା, ବିଦେଶୀ ବ୍ୟାଙ୍କ ଏବଂ ବେନାମୀ ଆକାଉଣ୍ଟରେ ଗୁପ୍ତରେ ରଖା ଯାଇଥିବା କଳାଧନକୁ ଠାବ କରିବା ଏବଂ ଫେରାଇ ଆଣିବା, ବର୍ତ୍ତମାନର ଆଇନରେ ପରିବର୍ତ୍ତନ କରି ନୂଆ ଆଇନ ପ୍ରଣୟନ କରିବା, କଳାଧନ ସଂପର୍କରେ ସୂଚନା ପାଇଁ ବିଦେଶୀ ସରକାରଙ୍କ ସହଯୋଗ ଲୋଡିବା ଆଦି ଅନେକ  ପ୍ରତିଶ୍ରୃତି ଦିଆଯାଇ ଥିଲା। ଏହି ସବୁ ପଦକ୍ଷେପ ହେଉଛି ଏନ‌୍‍ଡିଏ ସରକାରଙ୍କ ସଫଳତାର ଗୋଟିଏ ମାପଦଣ୍ଡ। ଇତି ମଧ୍ୟରେ ସରକାର ତାଙ୍କର ଅଧାରୁ ଅଧିକ କାର୍ଯ୍ୟକାଳ ପୂରଣ କରି ଏବେ ଚତୁର୍ଥ  ବର୍ଷରେ ପହଂଚିଛନ୍ତି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପ୍ରଦର୍ଶନକୁ ଆକଳନ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ।


News Story - Posted on 2017-05-08

ଟଙ୍କିକିଆ ଚାଉଳରେ ୧୦ଟଙ୍କିଆ ଦୁର୍ନୀତି!



ଟଙ୍କିକିଆ ଚାଉଳରେ ୧୦ ଟଙ୍କିଆ ଦୁର୍ନୀତି। ସାରା ଓଡ଼ିଶାରେ ଯେତେ ଟଙ୍କିକିଆ ଚାଉଳ କାରବାର ହେଉଛି ସେଥିରେ ଦୁର୍ନୀତିର ପରିମାଣ ଅତିକମ‍୍‌ରେ ବର୍ଷକୁ ୨ ହଜାର କୋଟି ଟଙ୍କା ହେବ। ସାରା ଦେଶରେ ଏ ଦୁର୍ନୀତିର ପରିମାଣ ବାର୍ଷିକ ୪୦ ହଜାର କୋଟି ଟଙ୍କାରୁ ଅଧିକ। ଗରିବୀ ରାଜନୀତି ଓ ସାମାଜିକ ସୁରକ୍ଷା ନାମରେ ଅସାମାଜିକ ରାଜନେତା ଓ ସେମାନଙ୍କ ସୁରକ୍ଷାଚକ୍ର ସାଜୁଥିବା ଅସାଧୁ ବ୍ୟବସାୟୀ ଓ ଅଧିକାରୀଙ୍କ ସମ୍ମିଳିତ ଉଦ୍ୟମରେ ଏ ଲୁଟ‍୍‌ ଚାଲୁଛି। ଏଥିରେ ଅଳ୍ପ ବହୁତେ ପ୍ରାୟ ସବୁ ପ୍ରମୁଖ ରାଜନୈତିକ ଦଳ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବାରୁ ହଜାର ହଜାର କୋଟି ଟଙ୍କାର ଏହି ଦୁର୍ନୀତି ପ୍ରସଙ୍ଗରେ ସେତେଟା ଆଲୋଚନା ହେଉନାହିଁ।


News Story - Posted on 2017-05-08

ବଦଳୁଛି ଭାରତର ଅର୍ଥ ବ୍ୟବସ୍ଥା



ଏକ ଦଶନ୍ଧି ପରେ ଏନ‌୍‍ଡିଏ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପରେ ଭାରତୀୟ ଅର୍ଥ ବ୍ୟବସ୍ଥା ଆଜି ଏକ ଅନୁକରଣୀୟ ପ୍ରସଂଗ ହୋଇଛି। କୌଣସି ପ୍ରଚାର ବିନା କିପରି ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିହେବ ତାହା ଦେଖାଇ ପାରିଛି। ଇତି ମଧ୍ୟରେ ସରକାର ତାଙ୍କର ତିନିବର୍ଷର କାର୍ଯ୍ୟକାଳ ଶେଷ କରିଛନ୍ତି। ଏହି ସମୟ ମଧ୍ୟରେ ବେନାମୀ ଦେଣନେଣ (ନିଷେଧ) ସଂଶୋଧନ ଆଇନ ୨୦୧୬, ରିୟଲ ଇଷ୍ଟେଟ‌୍‍ ସେକ୍ଟର ଏବଂ ଗତ ନଭେମ୍ୱର ମାସରେ କଳାଧନ ଠୁଳକାରୀଙ୍କ ବିରୋଧରେ ଏକ ବଡ କାର୍ଯ୍ୟାନୁନାନ ସ୍ୱରୂପ ପାଂଚଶହ ଏବଂ ଏକହଜାର ଟଙ୍କିଆ ନୋଟକୁ ଅଚଳ କରି ବିମୁଦ୍ରୀକରଣ ଜରିଆରେ ବ୍ୟାଙ୍କିଂ ଓ କର୍ପୋରେଟ କ୍ଷେତ୍ରରେ ବଡ ଧରଣର ଅର୍ଥନୈତିକ ସଂସ୍କାର ଆଣିବାରେ ସକ୍ଷମ ହୋଇ ପାରିଛନ୍ତି। ବିଶ୍ୱରେ ଭାରତ ସବୁଠୁ ଦ୍ରୁତ ଗତିରେ ଆଗେଇ ଚାଲିଥିବା ଅର୍ଥ ବ୍ୟବସ୍ଥାର ଦେଶ ପାଲଟିଛି। ସାମୟିକ ଅନୁମାନରୁ ଜଣାଯାଇଛି ଯେ, ୨୦୧୫-୧୬ରେ ମୋଟ ଘରୋଇ ଉତ୍ପାଦନରେ ୭.୯ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୧୪-୧୫ରେ ଏହା ୭.୨ ପ୍ରତିଶତ ଥିଲା।


News Story - Posted on 2017-05-08

ନବୀନବାବୁ, କେତେ ଗରୀବ?



ଆମକୁ ଗରିବ କହିଲେ ବାଧେ। ଆମ ଛାତିରେ ଆଘାତ ହୁଏ। ଆମ ଆତ୍ମସମ୍ମାନ ଉପରେ ଆଂଚ ଆସେ। ଆମେ ଜାତୀୟ ମାନଚିତ୍ରରେ ଉପହସିତ ହେଉ। ଏପରିକି ପ୍ରଧାନମନ୍ତ୍ରୀଙ୍କୁ ବି ଆକ୍ଷେପ କରିବାକୁ ପଛାଉ ନାହୁଁ। ହେଲେ ଆମ ରାଜ୍ୟ ଓଡ଼ିଶାର ଅସଲ ଚିତ୍ର କ’ଣ ? ଦେଶର ଦାରିଦ୍ର୍ୟ ସୀମାରେଖାର ଶୀର୍ଷରେ ରହିଛି ଓଡ଼ିଶା। ପୁଣି ତଥ୍ୟରେ ରହିଛି ବିରାଟ ବିଭ୍ରାନ୍ତି। ଏବେକାର ସର୍ଭେ ରିପୋର୍ଟ କହୁଛି, ଓଡ଼ିଶାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ସଂଖ୍ୟା ମୋଟ ଜନସଂଖ୍ୟାର ୩୨.୮୫ ପ୍ରତିଶତ। ହେଲେ ନିକଟ ଅତୀତର ସର୍ଭେ ରିପୋର୍ଟକୁ ଦୋହରାଇଲେ ଦେଖାଯାଏ ଯେ ଓଡ଼ିଶାର ଜନସଂଖ୍ୟା ୪୩୭.୦୩ ଲକ୍ଷ ହୋଇଥିବା ବେଳେ ନ୍ୟାସନାଲ ଫୁଡ‌୍‍ ସିକ୍ୟୁରିଟି ଆକ୍ଟ(ନାଫ‌୍‍ସା) ଅନୁସାରେ ଓଡ଼ିଶାର ହିତାଧିକାରୀଙ୍କ ସଂଖ୍ୟା ଥିଲା ୩୨୬.୨୧। ଅର୍ଥାତ‌୍‍ ସେତେବେଳେ ଦାରିଦ୍ର୍ୟର ସୀମାରେଖା ତଳେ ଥିଲେ ୭୪.୫୯ ପ୍ରତିଶତ ରାଜ୍ୟବାସୀ। ଦରିଦ୍ର, ଗରିବ ବା ଦୁର୍ବଳ; ସେସବୁ କଥା ପରେ, ଏପର୍ଯ୍ୟନ୍ତ ଆମେ ଆମ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ସଠିକ‌୍‍ ତଥ୍ୟ ଦେଇଛୁ କି ? ଏଭଳି ସମ୍ୱେଦନଶୀଳ ଓ ସହାନୁଭୂତି ସମ୍ପନ୍ନ ପ୍ରସଙ୍ଗରେ ବି ଆମ ତଥ୍ୟରେ ସତ୍ୟତା ସନ୍ଦୀହାନ। କୁହନ୍ତୁ ପ୍ରିୟ ଓଡ଼ିଶାର ନୀରିହ ଜନତା, ଓଡ଼ିଶାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନତାଙ୍କ ସଂଖ୍ୟା କେତେ ? ସର୍ଭେ ରିପୋର୍ଟ(ତେନ୍ଦୁଲକର କମିଟି) ଓ ରାଜ୍ୟ ସରକାର ଦେଇଥିବା ରିପୋର୍ଟ(ନଫ‌୍‍ସା ପାଇଁ) ମଧ୍ୟରୁ କେଉଁ ତଥ୍ୟ ଠିକ‌୍‍?


News Story - Posted on 2017-05-05

କମ୍ପାନୀ ଖୋଲି ଠକିଲେ ୨୬୫୦ କୋଟି



କେବଳ ବିଜୟ ଚୌଧୁରୀ ନୁହନ୍ତି, ଏହିପରି ଅନେକ ଚାଲାଖ ଲୋକ ଶିଳ୍ପ ଓ ବ୍ୟବସାୟ ନାଁରେ ବିଭିନ୍ନ ବ୍ୟାଙ୍କ ଓ ସରକାରଙ୍କଠାରୁ ଲକ୍ଷଲକ୍ଷ କୋଟି ଟଙ୍କା ଠକିନେଇ କୋଟିପତି ହୋଇଥିବାବେଳେ ସାଧାରଣ ଲୋକଙ୍କର ଆର୍ଥିକ ବିକାଶ ରହିଯାଇଛି ସମୃଦ୍ଧିର ଫାଇଲ ତଳେ। ଆଦାନି, ଆମ୍ବାନି, ଟାଟା, ବିର୍ଲା, ଜିନ୍ଦଲ ଆଦି କୌଣସି କମ୍ପାନୀ ଏଭଳି ଜାଲିଆତିରୁ ମୁକ୍ତ ନୁହନ୍ତି। ଏଭଳି କମ୍ପାନୀସବୁ ବଧ୍ୟ ଶିଳ୍ପ ଓ ବ୍ୟବସାୟ ନାମରେ ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ କରି ଫେରାଉ ନାହାନ୍ତି। ସରକାରଙ୍କଠାରୁ ହଜାର ହଜାର ଏକର ଜମି ଓ ଖଣି ନେଇ ନିଜର ବ୍ୟକ୍ତିଗତ ସମୃଦ୍ଧିରେ ଲଗାଇଛନ୍ତି।


News Story - Posted on 2017-04-29

ଲାଞ୍ଚରେ ଯାଇଛି ୬୩୫୦ କୋଟି!



ଗତ ବର୍ଷ ଦେଶରେ ଛୋଟଛୋଟ ଦୁର୍ନୀତି ଅନେକାଂଶରେ କମିଛି। ତଥାପି ସରକାରୀ ସେବା କ୍ଷେତ୍ରରେ ୧୦ ଟଙ୍କା ଲାଞ୍ଚ ନେବା ପରି ଘଟଣା ସଂପୂର୍ଣ୍ଣ ଦୂର ହୋଇନାହିଁ। ଏହି ବର୍ଷ ଏ କ୍ଷେତ୍ରରେ ୬୩୫୦ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଛି। ଦୁର୍ନୀତି ସଂପର୍କୀତ ଏକ ସର୍ବେକ୍ଷଣରୁ ଏହି ତଥ୍ୟ ପଦାକୁ ଆସିଛି।


News Story - Posted on 2017-04-27

ଓଡ଼ିଶା ହେବ ଭିକାରୀମୁକ୍ତ!



ନିକଟରେ କେନ୍ଦ୍ର ସାମାଜିକ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାରେ ଦେଇଥିବା ତଥ୍ୟ ଆଧାରରେ ଦେଶରେ ୪ ଲକ୍ଷ ୧୩ ହଜାର, ୬୭୦ ଜଣ ଭିକାରୀ ଅଛନ୍ତି। ଏଥିରୁ ୨.୨ ଲକ୍ଷ ପୁରୁଷ ହେଇଥିବା ବେଳେ ୧.୯୧ ଲକ୍ଷ ମହିଳା ଭିକାରୀ  ଅଛନ୍ତି। ପଶ୍ଚିମବଙ୍ଗରେ ଦେଶର ସର୍ବାଧିକ ଭିକାରୀ ଅଛନ୍ତି। ସେମାନଙ୍କ ସଂଖ୍ୟା ହେଉଛି ୮୧,୧୪୪। ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ ଓ ଦିଲ୍ଲୀରେ ମଧ୍ୟ ବହୁ ସଂଖ୍ୟକ ଭିକାରୀ ଦେଖାଯାଆନ୍ତି। ଓଡ଼ିଶାରେ ମଧ୍ୟ ଭିକାରୀଙ୍କ ସଂଖ୍ୟା କିଛି କମ ନୁହେଁ। ଆମ ରାଜ୍ୟରେ ପଂଜୀକୃତ ଭିକାରୀଙ୍କ ସଂଖ୍ୟା ଅଧିକ ହୋଇ ନଥିଲେ ମଧ୍ୟ ବିଭିନ୍ନ ସହର ଓ ମନ୍ଦିରରେ ଅଣପଂଜୀକୃତ ଭିକାରୀଙ୍କ ସଂଖ୍ୟା ଅଗଣନ। ଆମ ରାଜ୍ୟ ସରକାରଙ୍କ ପାଖରେ ମଣିଷ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏତେ ପ୍ରକାର ସମାଜ ମଙ୍ଗଳକାରୀ ଯୋଜନା ଥିବା ବେଳେ ଭିକାରୀ ସୃଷ୍ଟି ହେବା ବହୁକିଛି ଦିଗକୁ ସୂଚାଉଛି, ରାଜ୍ୟସରକାରଙ୍କ ଯୋଜନା କାର୍ଯ୍ୟକାରିତାକୁ ନେଇ।


News Story - Posted on 2017-03-23

ଓଡ଼ିଶା ଦେଶରେ ୨୮



ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ଏବେ ବି ଦେଶର ଅନ୍ୟତମ ପଛୁଆ ରାଜ୍ୟ। ଆଣ୍ଡାମାନ ନିକୋବର ଭଳି ଦ୍ୱୀପାଞ୍ଚଳରେ ମାତ୍ର ୧ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଓଡ଼ିଶାରେ ଏହା ୩୨.୫୯ ପ୍ରତିଶତ ରହିଛି। ସମଗ୍ର ଦେଶରେ ୨୧.୯୨ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଛତିଶଗଡ଼ରେ ସର୍ବାଧିକ ୩୯.୯୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଆର୍ଥିକ ଦୃଷ୍ଟିରୁ ଦେଶର ଅନ୍ୟୁନ ୨୭ଟି ରାଜ୍ୟ ଓଡ଼ିଶାଠାରୁ ସମୃଦ୍ଧ।


News Story - Posted on 2017-03-22

ଦୁଇ ସଂଗାତ କଥା



ଆମ ସମାଜର ସଭାଜନମାନେ ସୁଜନମାନଙ୍କୁ କେବଳ ମନକର୍ଣ୍ଣ ଦେଇ ଶୁଣିବାକୁ କହିଆସିଛନ୍ତି। ଅର୍ଥାତ‌୍‍ ଶୁଣିବାଲୋକେ ସୁଜନେ ଆଉ ବୋଲିବାଲୋକେ ସଭାଜନେ। ଏଇ ପାଲା ଚାଲିଆସିଛି ପରମ୍ପରାକ୍ରମେ। ପାଳିଆମାନେ ଏଇ ପରମ୍ପରା ପାଳିଆସିଛନ୍ତି ପୁରୁଷପୁରୁଷ ଧରି। ବାକି ଯେଉଁ ବିରାଟ ଅଂଶ ରହିଗଲେ ଏଭଳି ବୋଲିବା-ବଖାଣିବା-ଶୁଣିବା ପାଲାର ବାହାରେ - ସେମାନେ ଅଭାଜନ। ସେମାନେ କେବଳ କାମଧନ୍ଦା କରିବେ - ମୁଣ୍ଡଝାଳ ତୁଣ୍ଡରେ ମାରି ଆମ ପାଇଁ ଘରବାଡ଼ି, ବାଗବଗିଚା କରିବେ - ଆମ ଭଣ୍ଡାର ଭରିବେ - ହଳ ଧରିବେ - କଳ ଚଳାଇବେ - ବନ୍ଧୁକ ଧରି ଆମ ବନ୍ଦଫାଟକ ଆଉ ତାରବାଡ଼ ପାଖରେ ପହରା ଦେବେ।


News Story - Posted on 2017-03-18

ଗରିବ କାହିଁକି ଦଳିତ, ଆଦିବାସୀ?



ସେହିପରି ଦଳିତ ଓ ଆଦିବାସୀ ଅଧ୍ୟୁସିତ ଅଂଚଳରେ ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ ଖୁବ କମ୍ ସ୍କୁଲ ଓ କଲେଜ ଖୋଲିଛି। ଯଦି ବି କେଉଁଠି ବିକାଶର ଅର୍ଥ ହଡ଼ପ କରିବା ପାଇଁ ସ୍କୁଲକଲେଜ ଇତ୍ୟାଦି ଖୋଲିଛି ତାହା କେବଳ ନାମକୁ ମାତ୍ର ସେବା ଯୋଗାଉଛି। କେଉଁଠି ଘର ନାହିଁ, କେଉଁଠି ମାଷ୍ଟର ନାହାନ୍ତି, କେଉଁଠି ବହି ମିଳୁନି, ବିଦ୍ୟୁତ ନାହିଁ- ଏମିତି ଶହଶହ ସମସ୍ୟା। ଦଳିତ ଓ ଆଦିବାସୀ ଅଂଚଳର ଅନେକ ସ୍କୁଲ ଓ କଲେଜକୁ ଏଯାଏଁ ସବୁଦିନିଆ ରାସ୍ତା ମଧ୍ୟ ନାହିଁ। ତା’ଛଡ଼ା ଦାରିଦ୍ର୍ୟ ଓ ବ୍ୟାଧୀର ଆକ୍ରମଣରେ ଏହି ଦୁଇ ବର୍ଗର ଲୋକମାନେ ଏତେ ଦୁର୍ବଳ ହୋଇଯାଇଛନ୍ତି ଯେ ସେମାନଙ୍କର ଜୀବନ ସଂଗ୍ରାମ ଭିତରେ ଶିକ୍ଷାର ସ୍ବାର୍ଥ ମନ ତଳେ ସମାଧି ନେଇଯାଇଛି।


News Story - Posted on 2017-03-13

ପୁଞ୍ଜିବାଦର ପରିଣାମ ଆର୍ଥିକ ଅସମାନତା



୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ବର୍ଷରେ ୩୫ କୋଟିରୁ ଅଧିକ ଲୋକ ୨ ବେଳା ପେଟପୂରା ଖାଦ୍ୟ ପାଉନାହାନ୍ତି। ୭୦ ପ୍ରତିଶତ ଲୋକଙ୍କର ଦୈନିକ ଆୟ ୨୦ ଟଙ୍କାରେ ସୀମିତ ରହିଛି। ସମ୍ପତ୍ତିର ଅସମାନ ବଣ୍ଟନ ହିଁ ଏହି ପରିଣତିର ପ୍ରମୁଖ କାରଣ। ପୁଞ୍ଜିବାଦ ରାସ୍ତାରେ ଚାଲିବା ଯୋଗୁ ଭାରତ ଆର୍ଥିକ ସ୍ୱାବଲମ୍ୱନଶୀଳ ହେବା ତ ଦୂରର କଥା, ଭୋକରେ ଥିବା ଲୋକଙ୍କ ସଂଖ୍ୟା ବଢିଚାଲିଛି ସିନା କମୁନାହିଁ। ଭାରତର ଏକ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୫୮ ପ୍ରତିଶତ ସମ୍ପତ୍ତି ରହିଛି। ଏହି ସମ୍ପତ୍ତି ଠୁଳର ସୂତ୍ର ୟୁରୋପର ବ୍ୟାବସାୟିକ ପୁଞ୍ଜିବାଦରୁ ଆରମ୍ଭ ହୋଇଥିଲା। ସାମ୍ୟବାଦ ଓ ସମାଜବାଦ ଶୋଷଣ ଏବଂ ପୁଞ୍ଜିବାଦ ବିରୋଧରେ ସଂଘର୍ଷ ଚଳାଇ ରଖିଥିଲେ ହେଁ ପୁଞ୍ଜିବାଦୀ ବ୍ୟବସ୍ଥା ସମ୍ପ୍ରସାରିତ ହେଉଛି।


News Story - Posted on 2017-03-05

ଗରିବ ନୋହୁଁ, ଗରିବ ଚାଉଳ ଖାଉଁ!



ଓଡ଼ିଶାର ୪.୨୦ ଲକ୍ଷ ଲୋକଙ୍କ ମଧ୍ୟରୁ ୩.୨୩ ଲକ୍ଷ ଲୋକ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କିକିଆ ଚାଉଳ ଯୋଜନାର ହିତାଧିକାରୀ। ତଥାପି କହି ଓଡ଼ିଶାକୁ ଗରିବ କହିଲେ ଚାକରଚାକରାଣୀରେ ଭର୍ତ୍ତି ହୋଇଥିବା ବିଜୁ ଜନତା ଦଳର ନେତାମାନଙ୍କୁ ବାଧୁଛି। ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଓଡ଼ିଶାର ସ୍ବାଭିମାନ ଭୁଲୁଣ୍ଠିତ କରିଛି ବୋଲି ଅଭିଯୋଗ କରୁଛନ୍ତି। ଏଇ ଅଭିଯୋଗରେ ପୁଣି ବିଧାନସଭାକୁ ୪ ଦିନ ଅଚଳ କରାଯାଇଛି। ଓଡ଼ିଶା ଗରିବ ନୁହେଁ ତ ଏହାର ୮୦ ପ୍ରତିଶତ ଉପରେ ଲୋକ ଗରିବ ହେଲେ କେମିତି?


News Story - Posted on 2017-02-28

ଅଭିବୃଦ୍ଧି ହାର ଖସିଛି, ବଢ଼ିବ!



ଶେଷରେ ସ୍ୱୀକାର କରିଛନ୍ତି ସରକାର। ବିମୁଦ୍ରାକରଣର ପ୍ରଭାବ ପଡ଼ିଛି। ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହୋଇଯାଇଛି। ଗତ ବର୍ଷ ଅକ୍ଟୋବର-ଡିସେମ୍ୱର ମଧ୍ୟରେ ଶେଷ ହୋଇଥିବା ୨୦୧୬-୧୭ ବର୍ଷର ତୃତୀୟ ତିମାସିଆରେ ଭାରତର ଆର୍ଥିକ ପ୍ରଗତି ହାର ୭ ପ୍ରତିଶତକୁ ଖସି ଯାଇଛି। ସେହିବର୍ଷ ଜୁଲାଇ-ସେପ୍ଟେମ୍ୱର ତିମାସିଆ ଶେଷରେ ଏହି ହାର ୭.୪ ପ୍ରତିଶତ ଥିଲା। ଏହା ଘୋଷଣା କରିଛନ୍ତି ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଶକ୍ତିକାନ୍ତ ଦାସ। ଏହା ସତ୍ତ୍ବେ ଭାରତୀୟ ଅର୍ଥନୀତି ବିଶ୍ୱର ଦ୍ରୁତ ପ୍ରଗତିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିଛି ବୋଲି ସେ କହିଛନ୍ତି।


News Story - Posted on 2017-02-28

ହଗି ଗଲେ ବି ହେଲିକପ୍ଟର!



ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିମାନ ଯାତ୍ରା ପାଇଁ ୫ ବର୍ଷରେ ଖର୍ଚ୍ଚ ହୋଇଛି ୩୦.୮୧ କୋଟି ଟଙ୍କାରୁ ଅଧିକ ଅର୍ଥ। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି। ସରକାରଙ୍କ ଉତ୍ତରରୁ ଜଣାପଡ଼ିଛି ଯେ ନବୀନବାବୁ ନବୀନ ନିବାସରୁ ଡେରାସ ଫାର୍ମ, ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ଜଟଣୀ ଆଦି ସ୍ଥାନକୁ ମଧ୍ୟ ହେଲିକପ୍ଟର ଓ ବିମାନରେ ଯାଇଛନ୍ତି। ଏହା ଜଣାପଡ଼ିବା ପରେ ଜଣେ ବିଧାୟକ କହିଛନ୍ତି ଯେ ସେ ହଗିଗଲେ ବି ହେଲିକପ୍ଟର ନେଇପାରନ୍ତି! ପ୍ରଜା ତ ଟିକସ ଦେଉଛନ୍ତି, ରାଜା ଅୟସ କଲେ କ୍ଷତି କ’ଣ?


News Story - Posted on 2017-02-26

ଆଳୁ, ପିଆଜ, ତେଲ କିଣି ଗରିବ!



୨୦୧୦-୧୧ ବର୍ଷରେ ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟରୁ ୨ ଲକ୍ଷ ୨୬ ହଜାର ମେଟ୍ରିକ‌୍‍ ଟନ‌୍‍ ପିଆଜ ଆମଦାନୀ କରିଥିବା ବେଳେ ୨୦୧୫-୧୬ ବର୍ଷରେ ଅନ୍ୟ ରାଜ୍ୟରୁ ଆଣିଥିବା ପିଆଜର ପରିମାଣ ୩ ଲକ୍ଷ ୮୮ ହଜାର ମେଟ୍ରିକ‌୍‍ ଟନ‌୍‍। ଏହି ସରକାରୀ ତଥ୍ୟ ଅନୁଯାୟୀ ଓଡ଼ିଶା ଲାଗି ବାର୍ଷିକ ଯେତେ ପରିମାଣର ଡାଲି, ଖାଇବା ତେଲ ଓ ପିଆଜ ଆବଶ୍ୟକ ପଡ଼ୁଛି ତାହା ସମ୍ପୂର୍ଣ୍ଣ ଭାବେ ଆମଦାନୀ କରାଯାଉଛି।


News Story - Posted on 2017-02-25

ଦାରିଦ୍ର୍ୟ କମୁଛି, ବ୍ୟବଧାନ କମୁନି!



ଦାରିଦ୍ର୍ୟ ହ୍ରାସ ଓ ମାନବ ବିକାଶ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରିଛି ବୋଲି ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟର ପ୍ରତ୍ୟେକ ବର୍ଗର ଲୋକ ଏବଂ ପ୍ରତ୍ରେକ ଅଂଚଳରେ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ତଥାପି ଆଂଚଳିକ, ସାମାଜିକ ଓ ବିକାଶ ବ୍ୟବଧାନ ବଳବତ୍ତର ରହିଛି ବୋଲି ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


News Story - Posted on 2017-02-25

ଅଭିବୃଦ୍ଧି ସତ୍ତ୍ବେ ନିଯୁକ୍ତିହାନୀ!



ଗତ ଛଅ ବର୍ଷ ମଧ୍ୟରେ ମୋଟ ରାଜ୍ୟ ଘରୋଇ ଉତ୍ପାଦ ହିସାବରେ ରାଜ୍ୟ ଅର୍ଥନୀତିରେ ୨୨.୨୭ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ମୁଣ୍ଡ ପିଛା ଆୟ ମଧ୍ୟ ୪୭,୬୩୨ ଟଙ୍କାରୁ ୬୧,୬୭୮ ଟଙ୍କାକୁ ବୃଦ୍ଧି ପାଇଛି। ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ଗୋଲାପୀ ଚିତ୍ର ଦିଆଯାଇଛି। ତେବେ ରାଜ୍ୟ ଅର୍ଥନୀତିରେ କୃଷିର ଗୁରୁତ୍ୱ ହ୍ରାସ ପାଉଛି। ଏହି କ୍ଷେତ୍ରରେ ରାଜ୍ୟର ୬୨ ପ୍ରତିଶତ ଲୋକ ନିୟୋଜିତ ଥିଲେ ବି ରାଜ୍ୟର ମୋଟ ଘରୋଇ ଉପିାଦକୁ କୃଷି କ୍ଷେତ୍ରର ଅବଦାନ କମିକମି ଚାଲିଛି। ଏ ଚିତ୍ର ମଧ୍ୟ ରହିଛି ଅର୍ଥନୈତିକ ସର୍ଭେ ରିପୋର୍ଟରେ।


News Story - Posted on 2017-02-07

କେତେ ଥର ହଟିବ ଗରିବୀ?



୧୯୭୧ ମସିହାରେ ଭାରତବାସୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କଠାରୁ ଶୁଣିବାକୁ ପାଇଥିଲେ ଗରିବୀ ହଟାଓର ନାରା। ନିକଟରେ ଅର୍ଥାତ୍ ୨୦୧୬ ନଭେମ୍ୱର ୮ ତାରିଖ ରାତିରେ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରୁ ଶୁଣିବାକୁ ପାଇଥିଲେ, ଭ୍ରଷ୍ଟାଚାର ହଟାଓର ଧ୍ୱନି। ଶ୍ରୀମତୀ ଇନ୍ଦିରା ଗାନ୍ଧି ଏବଂ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଫରକ ଏହା ଯେ, ଶ୍ରୀମତୀ ଗାନ୍ଧି ସର୍ବଦା ଗାନ୍ଧିବାଦ ସମାଜବାଦ କଥା କହୁଥିବାବେଳେ ମୋଦିଙ୍କ ମୁହଁରେ ରାଷ୍ଟ୍ରବାଦ ଓ ବସୁଧୈବ କୁଟୁମ୍ୱକମ‍୍‌ର କଥା ଶୁଣିବାକୁ ମିଳୁଛି। ଦେଶ ବଦଳୁଛି, ଆଗକୁ ବଢୁଛି ବୋଲି ଶ୍ରୀମତୀ ଇନ୍ଦିରା ଗାନ୍ଧି ଦେଶବାସୀଙ୍କୁ କହୁଥିଲେ। ହୁଏତ ସିଧାସଳଖ ଭାବେ ନୁହେଁ, ପରୋକ୍ଷରେ ତାଙ୍କ ମତ ଥିଲା ତାଙ୍କ ସରକାର ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଶ୍ରୀମତୀ ଗାନ୍ଧି କଂଗ୍ରେସ ଦଳର ବରିଷ୍ଠ ନେତା ଥିଲେ। ଆଜିର ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଜନତା ପାର୍ଟିର ପ୍ରମୁଖ ନେତା।


News Story - Posted on 2017-02-02

ହାଇୱେରୁ ଆଇୱେ-ସବୁ ଉତ୍ତମ



ଏକ ଉତ୍ତମ ବଜେଟ ଉପସ୍ଥାପନ କରିଥିବାରୁ ଆମ ଦେଶର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମୁଁ ଅନେକ ଅନେକ ଶୁଭକାମନା ଜଣାଯାଉଛି। ଏହା ଏକ ଏଭଳି ବଜେଟ ଯାହା ଗରିବଙ୍କୁ ସଶକ୍ତ କରିବ, ଭିତ୍ତିଭୂମି ବିକାଶକୁ ଆହୁରି ସୁଦୃଢ଼ କରିବ, ଦ୍ରୁତ ଅଭିବୃଦ୍ଧି ମଧ୍ୟ ଆଣିବ, ପ୍ରତ୍ୟେକଙ୍କୁ ଆଶାର ଅବସର ଦେବ, ଅର୍ଥବ୍ୟବସ୍ଥାକୁ ଏକ ନୂଆ ଶକ୍ତି ପ୍ରଦାନ କରିବ, ନୂତନ ସୁଦୃଢ଼ତା ଦେବ ଏବଂ ବିକାଶକୁ ଆହୁରି ଦ୍ରୁତ କରିବ। ଏହି ବଜେଟରେ ହାଇୱେ ମଧ୍ୟ ନିର୍ମାଣ ହୋଇଛି, ଆଇୱେ ମଧ୍ୟ ବଢ଼ିଛି, ଡାଲିର ଦାମ‌୍‍ ଠାରୁ ଆରମ୍ଭ କରି ଡାଟାର ସ୍ପିଡ ପର୍ଯ୍ୟନ୍ତ, ରେଳବାଇର ଆଧୁନିକୀକରଣଠାରୁ ଆରମ୍ଭ କରି ସରଳ ଅର୍ଥବ୍ୟବସ୍ଥା ନିର୍ମାଣ କରିବା ଦିଗରେ, ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ, ଉଦ୍ୟୋଗୀଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ, ବୟନ ଶିଳ୍ପ ଓ ବିନିର୍ମାଣ ଠାରୁ ଆରମ୍ଭ କରି ଟିକସ ରିହାତି ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ସ୍ୱପ୍ନ ପୂରଣ ଲାଗି ଦୃଢ଼ ପଦକ୍ଷେପ ଏହି ବଜେଟରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି। ଏହି ଐତିହାସିକ ବଜେଟ ନିମନ୍ତେ ଅର୍ଥମନ୍ତ୍ରୀଙ୍କ ସହିତ ତାଙ୍କର ସମ୍ପୂର୍ଣ୍ଣ ଟିମ‌୍‍ ଅଭିନନ୍ଦନର ଅଧିକାରୀ।


News Story - Posted on 2017-02-02

ପୃଷ୍ଠାକର ଆୟକର ରିଟର୍ଣ୍ଣ ଫର୍ମ



କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨.୫ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ବ୍ୟକ୍ତିଗତ କରଦାତାଙ୍କ ନିମନ୍ତେ କର ଆଦାୟ ପରିମାଣ ୧୦ ପ୍ରତିଶତରୁ କମାଇ ୫ ପ୍ରତିଶତ କରି ଦେଇଛନ୍ତି। ଏହାର ପରିଣାମ ସ୍ବରୂପ ୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ସମସ୍ତ କରଦାତାଙ୍କ ଟିକସ ଦେୟ ପରିମାଣ ଅଧା ହୋଇଯିବ।


News Story - Posted on 2017-02-01

ମୋଦିଙ୍କ ମନମୋହନ ବଜେଟ!



୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସଂସଦରେ ଉପସ୍ଥାପନ କରିଛନ୍ତି ତାଙ୍କର ବହୁ ଅପେକ୍ଷିତ ତଥା ବହୁଚର୍ଚ୍ଚିତ ସାଧାରଣ ବଜେଟ। ବଦଳାଅ, ସଶକ୍ତ କର ଓ ପରିମଳ କର ସଂକଳ୍ପ ସହିତ ଆଗତ ଏହି ବଜେଟରେ ପ୍ରଥମ ଥର ପାଇଁ ରେଳ ବଜେଟ ସାମିଲ ଅଛି। ପ୍ରଥମ ଥର ପାଇଁ ବଜେଟରେ ଯୋଜନା ଓ ଅଣଯୋଜନା ବିଭାଜନ ରହିନାହିଁ। ପ୍ରଥମ ଥର ପାଇଁ ମଧ୍ୟ ସାଧାରଣ ବଜେଟ ସହିତ ଅର୍ଥମନ୍ତ୍ରୀ ଆଗତ କରିଛନ୍ତି ଏକ ଫଳାଫଳ ବଜେଟ। ସେହିପରି ପ୍ରଥମ ଥର ପାଇଁ ବଜେଟକୁ ମାସକ ଆଗରୁ ଫେବୃଆରୀ ପହିଲାରେ ଆଗତ କରାଯାଇଛି। ବଜେଟରେ ଅର୍ଥମନ୍ତ୍ରୀ ୨୧.୪୭ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ବରାଦ କରିଛନ୍ତି। ଏଥିରେ ବ୍ୟକ୍ତିଗତ ଆୟକର ଦାତାଙ୍କ ପାଇଁ କିଛିଟା ରିହାତି ଘୋଷଣା କରାଯାଇଛି। ଏଣିକି ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କର ଆଦାୟ ହେବ ନାହିଁ। ଅଧିକନ୍ତୁ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କାର ଆୟ ଉପରେ ପୂର୍ବରୁ ୧୦ ପ୍ରତିଶତ କର ଆଦାୟ ହେଉଥିବାବେଳେ ଏବେ ତାହାକୁ ୫ ପ୍ରତିଶତକୁ କମାଇ ଦିଆଯାଇଛି। ଏସବୁ ସତ୍ତ୍ବେ ବିମୁଦ୍ରାକରଣ ମାଡ଼ରେ ଘାଇଲା ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନମୋହନ ସିଂହଙ୍କ ବାଟ ଧରିଛନ୍ତି ମୋଦି ସରକାର। ବଜେଟର&#


News Story - Posted on 2017-01-31

ମଧ୍ୟବିତ୍ତଙ୍କୁ ମିଳିବ ଶସ୍ତାରେ ଘର!



ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ବିମୁଦ୍ରାକରଣର କେତେକ ସ୍ୱଳ୍ପ ଏବଂ ଦୀର୍ଘ ମିଆଦୀ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡିବ। ସ୍ୱଳ୍ପ ମିଆଦୀ ପ୍ରଭାବ ମଧ୍ୟରେ ରହିଛି - ଅର୍ଥ ବ୍ୟବସ୍ଥା ମଧ୍ୟକୁ ମୁଦ୍ରାଯୋଗାଣ ହ୍ରାସ ପାଇବା କାରଣରୁ ଜିଡିପି ଅଭିବୃଦ୍ଧି ହାରରେ ସାମାନ୍ୟ ଶିଥିଳତା ଆସିବ। କିନ୍ତୁ, ବିମୁଦ୍ରାକରଣ ହେତୁ ଡିଜିଟାଲ କାରବାର, ଅଧିକ ଟିକସ ଆଦାୟ, ଘରବାଡି ନିର୍ମାଣ ବା ରିଅଲ ଇଷ୍ଟେଟ‌୍‍ର ଦର  ହ୍ରାସ ଘଟିବ। ତା’ଛଡା ଦୀର୍ଘମିଆଦୀ ସୂତ୍ରରେ ରାଜସ୍ୱ ଆଦାୟ ଓ ଜିଡିପିରେ ଅଭିବୃଦ୍ଧି ଘଟିବ।


News Story - Posted on 2017-01-31

ଶେଷରେ ମାନିଲେ, ଅଭିବୃଦ୍ଧି କମିବ



ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ବିମୁଦ୍ରାକରଣର କେତେକ ସ୍ୱଳ୍ପ ଏବଂ  ଦୀର୍ଘ ମିଆଦୀ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡିବ। ସ୍ୱଳ୍ପ ମିଆଦୀ ପ୍ରଭାବ ହେଉଛି ଅର୍ଥ ବ୍ୟବସ୍ଥା ମଧ୍ୟକୁ ମୁଦ୍ରାଯୋଗାଣ ହ୍ରାସ ପାଇବା କାରଣରୁ ଜିଡିପି ଅଭିବୃଦ୍ଧି ହାରରେ ସାମାନ୍ୟ ଶିଥିଳତା ଆସିବ। କିନ୍ତୁ, ବିମୁଦ୍ରାକରଣ ହେତୁ ଡିଜିଟାଲ କାରବାର, ଅଧିକ ଟିକସ ଆଦାୟ, ଘରବାଡି ନିର୍ମାଣ ବା ରିଅଲ ଇଷ୍ଟେଟ‌୍‍ର ଦର  ହ୍ରାସ ଘଟିବ। ତା’ଛଡା ଦୀର୍ଘମିଆଦୀ ସୂତ୍ରରେ ରାଜସ୍ୱ ଆଦାୟ ଓ ଜିଡିପିରେ ଅଭିବୃଦ୍ଧି ଘଟିବ।


News Story - Posted on 2017-01-28

ଟଙ୍କା, ସୁନା ଓ ମଦର ସାଧ୍ୱୀ!



ବନସକଣ୍ଠର ଜଣେ ସ୍ଥାନୀୟ ଗହଣା ଦୋକାନୀ ୪୫ ବର୍ଷ ବୟସ୍କା ଏହି ସାଧ୍ୱୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ସାଧ୍ୱୀ ଜୟଶ୍ରୀ ଗିରି ଗତ ନଭେମ୍ୱର ମାସରେ ୫ କୋଟି ଟଙ୍କାର ସୁନା ବିସ୍କୁଟ କିଣିଥିଲେ। କିନ୍ତୁ ମାଗି ମାଗି ଥକିଲେ ମଧ୍ୟ ଏଯାଏଁ ସେ ଟଙ୍କା ଦେଉ ନାହାନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ୱର ୮ ତାରିଖରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ୧୦୦୦ ଓ ୫୦୦ ଟଙ୍କିଆ ନୋଟ‌୍‍ ଅଚଳ କରିଥିଲେ।


News Story - Posted on 2017-01-26

ସଂଗ୍ରାମ ସରି ନାହିଁ!



ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଭାରତର ବହୁଳବାଦ ଏବଂ ଏହାର ସାମାଜିକ, ସାଂସ୍କୃତିକ, ଭାଷାଗତ ଏବଂ ଧାର୍ମିକ ବିବିଧତା ଆମର ସବୁଠୁ ବଡ଼ ଶକ୍ତି। ଆମର ପରମ୍ପରା ସର୍ବଦା ‘ଅସହିଷ୍ଣୁ’ ଭାରତୀୟ ନୁହେଁ ବରଂ ‘ତର୍କବାଦୀ’ ଭାରତୀୟକୁ ପ୍ରଶଂସା କରିଛି। ଶହ ଶହ ବର୍ଷ ଧରି ଆମ ଦେଶରେ ବିବିଧ ଦୃଷ୍ଟିକୋଣ, ବିଚାର ଏବଂ ଦର୍ଶନ ଶାନ୍ତିପୂର୍ବକ ପରସ୍ପର ସହିତ ପ୍ରତିଯୋଗିତା କରିଆସିଛନ୍ତି। ଗଣତନ୍ତ୍ରର ବୃଦ୍ଧି ଏବଂ ପୋଷଣ ନିମନ୍ତେ, ଏକ ବୁଦ୍ଧିମାନ ଏବଂ ବିବେକପୂର୍ଣ୍ଣ ମାନସିକତାର ଆବଶ୍ୟକତା ରହିଛି। ଏକ ସୁସ୍ଥ ଗଣତନ୍ତ୍ର ନିମନ୍ତେ ବିଚାରଗତ ଏକତା ଠାରୁ ଅଧିକ, ସହିଷ୍ଣୁତା, ଧୈର୍ଯ୍ୟ ଏବଂ ଅନ୍ୟକୁ ସମ୍ମାନ ଜଣାଇବା ଭଳି ମୂଲ୍ୟବୋଧ ପାଳନ କରିବାର ଆବଶ୍ୟକତା ରହିଛି। ଏସବୁ ମୂଲ୍ୟବୋଧ ପ୍ରତ୍ୟେକ ଭାରତୀୟର ହୃଦୟ ଏବଂ ମସ୍ତିଷ୍କରେ ରହିବା ଆବଶ୍ୟକ, ଯଦ୍ଦ୍ୱାରା ସେମାନଙ୍କ ମଧ୍ୟରେ ବୁଦ୍ଧିମତା ଏବଂ ଦାୟିତ୍ୱ ନିର୍ବାହର ଭାବନା ରହିପାରିବ।


News Story - Posted on 2017-01-25

ଜଣକ ଟିକସବାକି ୨୧,୮୭୦ କୋଟି ଟଙ୍କା!



ଜଣେ ଟିକସଦାତାଙ୍କ ଉପରେ ଗୋଟିଏ ବର୍ଷରେ ବାକି ପଡ଼ିଛି ୨୧,୮୭୦ କୋଟି ଟଙ୍କାର ଟିକସ। ୨୦୧୪-୧୫ ଆଥିର୍କ ବର୍ଷରେ ସେ ଏହି ଟିକସ ଦାଖଲ କରି ନାହାନ୍ତି। ଭାରତର ସମସ୍ତ ଟିକସଦାତା ଯେତେ ଟିକସ ଦାଖଲ କରିବା କଥା ଏହା ତାହାର ୧୧ ପ୍ରତିଶତ। ଆୟକର ବିଭାଗ ସୂତ୍ରରୁ ଏହି ହିସାବ ମିଳିଛି। ତେବେ ବିଭାଗ ଏହି ଟିକସ ଖିଲାଫକାରୀଙ୍କ ନାମ ପ୍ରକାଶ କରିନାହିଁ।


News Story - Posted on 2017-01-24

ଭୟଙ୍କର ଅସମାନତା!



ଆଜି ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଏବଂ ଟିକସର ହାର ମାତ୍ର ୧୧ ପ୍ରତିଶତ। ଆମେରିକାର ଏହି ହାର ୩୦ ପ୍ରତିଶତ ଥିବାବେଳେ ୟୁରୋପରେ ୫୦ ପ୍ରତିଶତ। ଭାରତ ସରକାର ଶିଳ୍ପ ବିକାଶ ନାମରେ କର୍ପୋରେଟ‍୍‌ ଟିକସ ହ୍ରାସ କରୁଛନ୍ତି ଓ ଛାଡ଼ କରୁଛନ୍ତି। ଏହାଯୋଗୁଁ ଆର୍ଥିକ ଅସମାନତା ସୃଷ୍ଟି ହେଉଛି। ବିକାଶ ଓ ଲାଭ ଗରିବଙ୍କ ବଦଳରେ ଧନୀ ଓ ମହାଧନୀଙ୍କ ପାଖରେ ପହଞ୍ଚୁଛି। ଗତ ୪ ଦଶନ୍ଧି ମଧ୍ୟରେ ଭାରତର ଧନସମ୍ପତ୍ତି ମହାଧନୀଙ୍କ ହାତମୁଠାକୁ ଚାଲିଯାଉଛି। ଏହା ସରକାରଙ୍କ ଆର୍ଥିକ ନୀତିର ପରିଣାମ। ଏନେଇ ‘ଅକ୍ସଫାମ‍୍‌’ ଚେତାବନୀ ଦେଇଛି। ନୀତି ପରିବର୍ତ୍ତନ ନହେଲେ ଆର୍ଥିକ ବିଷମତା ଆହୁରି ବଢ଼ିବ। ସରକାର ବଜେଟ‍୍‌ରେ ମୋଟ ଜିଡିପିରେ ଶିକ୍ଷା ପାଇଁ ୩ ପ୍ରତିଶତରୁ ୬ ପ୍ରତିଶତକୁ ବୃଦ୍ଧି କରୁନାହାନ୍ତି। ଏହିପରି ସ୍ୱାସ୍ଥ୍ୟ ପାଇଁ ବଜେଟ‍୍‌ରେ ୧ ପ୍ରତିଶତରୁ ୩ ପ୍ରତିଶତ ମଧ୍ୟ ବୃଦ୍ଧି କରୁନାହାନ୍ତି। ଅଥଚ ମହାଧନୀଙ୍କ ଦ୍ୱାରା ପରିଚାଳିତ କର୍ପୋରେଟ‍୍‌ ସଂସ୍ଥାକୁ ଲକ୍ଷ କୋଟି ଟଙ୍କାର ଟିକସ ରିହାତି ଓ ବ୍ୟାଙ୍କ ଋଣ ଛାଡ଼ କରୁଛନ୍ତି। ଏହା ମହାଧନୀଙ୍କ ପାଇଁ ଆଶୀର୍ବାଦଯୁକ୍ତ ନୀତି ହୋଇଛି।


News Story - Posted on 2017-01-18

ଏବେ କ୍ଷତି, ଆଗକୁ ପ୍ରଗତି!



ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତଥାକଥିତ ବିମୁଦ୍ରାକରଣ ଯୋଗୁଁ ଭାରତର ଅଭିବୃଦ୍ଧି ହାର ଚଳିତ ଆଥିର୍କ ବର୍ଷରେ ହ୍ରାସ ପାଇବ ବୋଲି ଆକଳନ କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ। ଆଇଏମଏଫ କହିଛି ଯେ ବିମୁଦ୍ରାକରଣ ଜନିତ ମାନ୍ଦା କାରବାର ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୬ ପ୍ରତିଶତରୁ ୬.୬ ପ୍ରତିଶତକୁ ଖସିବା ନିଶ୍ଚିତ। ତେବେ ୨୦୧୮ ବେଳକୁ ସ୍ଥିତିର ସୁଧାର ଆସିବ ଓ ଭାରତର ଅଭିବୃଦ୍ଧି ହାର ଚୀନକୁ ଟପିବାର ସମ୍ଭାବନା ଅଛି ବୋଲି କହିଛି ଆଇଏମଏଫ।


News Story - Posted on 2017-01-16

ଲୁଟତନ୍ତ୍ର- ୧% ପାଖରେ ୫୦% ସଂପତ୍ତି!



ଗତ ୨୦ ବର୍ଷ ଭିତରେ ଚୀନ, ଇଣ୍ଡୋନେସିଆ, ଲାଓସ, ଭାରତ, ବାଂଲାଦେଶ ଓ ଶ୍ରୀଲଙ୍କାର ୧୦ ପ୍ରତିଶତ ସର୍ବୋଚ୍ଚ ଧନୀଙ୍କ ସଂପତ୍ତି ୧୫ ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ନିମ୍ନତମ ୧୦ ପ୍ରତିଶତ ଗରୀବଙ୍କ ସଂପତ୍ତି ୧୫ ପ୍ରତିଶତ ହ୍ରାସ ପାଇଛି। ଏହାର ଅର୍ଥ ଏହି ୨୦ ବର୍ଷ ଭିତରେ ଗରୀବ ଲୋକମାନେ ଯାହା ହରାଇଛନ୍ତି ତାହା ସିଧାସଳଖ ଧନୀଙ୍କ ପାଖକୁ ପଳାଇଛି। ଏହା ସ୍ବାଭାବିକ ନୁହେଁ, ମାନବୀୟ ଲୁଟ୍‌। ଶୋଷଣକାରୀ ଓ ତାରତମ୍ୟ ସୃଷ୍ଟିକାରୀ ଅର୍ଥନୀତି ବଳରେ ଧନୀ ଲୋକମାନେ ଗରୀବଙ୍କ ସଂପତ୍ତି ହଡ଼ପ କରୁଥିବାବେଳେ ରାଷ୍ଟ୍ର ନୀରବ ସମର୍ଥକ ସାଜିଛି।


News Story - Posted on 2017-01-15

ଆରବିଆଇ-ମୋଦି ସରକାରଙ୍କ ଏକ ବିଭାଗ!



ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ୱାୟତ୍ତତା ଧ୍ୱଂସ କରିବାକୁ ମୋଦି ସରକାର ଚଳାଇଥିବା ଚାଲକୁ ବ୍ୟାଙ୍କର କର୍ମଚାରୀ ସଂଘ ତୀବ୍ର ବିରୋଧ କରିବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସରକାର ରିଜର୍ଭ ବ୍ୟାଙ୍କର ସ୍ୱାୟତ୍ତତାକୁ ସମ୍ମାନ କରନ୍ତି। ତେବେ ସେ କହିଛନ୍ତି ଯେ ଆଇନଗତ ଭାବେ କିମ୍ୱା ପରମ୍ପରା ଅନୁସରଣ କରି ବିଚାରବିମର୍ଶ କରିବା ରିଜର୍ଭ ବ୍ୟାଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନୁହେଁ।


News Story - Posted on 2017-01-14

ଲୁଟ୍‌ ହୁଅ, ଲଟେରି ଜିତ!



କଟକର ମର୍କତ ନରଗ ଅଂଚଳରେ ରହନ୍ତି ସଂଜୀବ ଦାସ ନାମକ ଜଣେ ଭଦ୍ରବ୍ୟକ୍ତି। ତାଙ୍କ ଝିଅଙ୍କ ନାଁ ହେଲା ଶାଳିନୀ ଦାସ। ଶାଳିନୀଙ୍କର ସିଡ଼ିଏ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଗୋଟେ ଜମାଖାତା ଅଛି। ସେହି ଖାତାକୁ ଡିଜିଟାଲ ପେମେଣ୍ଟ କୌଶଳରେ କ୍ୟାସ୍‌ଲେସ୍‌ କରିଦେଇଛନ୍ତି କେତେକ ଠକ। ଠକମାନେ ଏବେ ଜେଲ୍‌ରେ। ତେବେ ମୋଦିଙ୍କ ଡିଜିଟାଲ ଟ୍ରାନ୍ଜାକ୍ସନ ଓ କ୍ୟାସଲେସ ଇକୋନୋମିର ବାସ୍ତବ ଚେହେରା ଦେଖିନଥିବା ଲୋକମାନେ ଏଥିରୁ କିଛି ଶିଖିବା ଉଚିତ କି ନୁହେଁ ତାହା ସେମାନେ ନିଜେ ବିଚାର କରନ୍ତୁ।


News Story - Posted on 2017-01-11

ଫେରିଲା ୪ ଲକ୍ଷ କୋଟି କଳା ଟଙ୍କା!



ବିମୁଦ୍ରାକରଣ ଘୋଷଣା ପରେ ବିଭିନ୍ନ ବ୍ୟାଙ୍କରେ ପୂର୍ବରୁ ହିସାବ ଦିଆଯାଇ ନଥିବା ପ୍ରାୟ ୩-୪ ଲକ୍ଷ କୋଟି ଟଙ୍କା ଜମା ହୋଇଛି ବୋଲି ଆକଳନ କରିଛି ଆୟକର ବିଭାଗ। ବିଭାଗର ସୂଚନା ଅନୁସାରେ ଏହି ସମୟ ମଧ୍ୟରେ ପ୍ରାୟ ୬୦ ଲକ୍ଷ ଖାତାରେ ୨ ଲକ୍ଷରୁ ଅଧିକ ଟଙ୍କା ଲେଖାଏଁ ଜମା ହୋଇଛି। ଏସବୁ ଜମା ଉପରେ ଏବେ ଯାଞ୍ଚ କରାଯାଉଛି। ଏହି ସମୟ ମଧ୍ୟରେ ବି ପ୍ରାୟ ୮୦ ହଜାର କୋଟି ଟଙ୍କାର ଋଣ ପରିଶୋଧ ହୋଇଛି ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।


News Story - Posted on 2017-01-06

କଳା କେମିତି ଧଳା ହେଲା!



ଜାନୁଆରୀ ୨ ତାରିଖ ସୋମବାର ରାତିରେ ସେ ଏଟିଏମରୁ ଟଙ୍କା ଉଠାଇବାବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ବ୍ୟାଙ୍କ ଖାତାରେ କେହି ଜଣେ ୯୯ କୋଟି ୯୯ ଲକ୍ଷ ୯୯ ହଜାର ୭୨୪ ଟଙ୍କା ଜମା କରିଛି। ସେ କିଛି ବୁଝି ନପାରି ଏ ବିଷୟରେ ବିଧାୟକ ସୋଲାଙ୍କିକୁ ଅବଗତ କରାଇଲେ। ବିଧାୟକ ସଙ୍ଗେସଙ୍ଗେ ଏ ବିଷୟ ଜିଲ୍ଲାପାଳ କୌଶଳ ରାଜ ଶର୍ମାଙ୍କୁ ଜଣେଇଲେ। ସେ ସଙ୍ଗେସଙ୍ଗେ ଏ ବିଷୟରେ ସଂପୃକ୍ତ ବ୍ୟାଙ୍କର ଡିଜିଏମଙ୍କୁ ଜଣେଇଲେ। ଡିଜିଏମ କହିଲେ ଜିଲାନି ଲିଖିତ ଅଭିଯୋଗ କଲେ ତାହାର ତଦନ୍ତ କରାଯିବ। ଜିଲାନିଙ୍କର କାନପୁର ମଲ‌୍‍ ରୋଡ଼ ଶାଖାରେ ଖାତା ଅଛି। 


News Story - Posted on 2016-12-30

୬୦ ଲକ୍ଷ ଖାତାରେ ୭ ଲକ୍ଷ କୋଟି!



କଳାଟଙ୍କାକୁ ବ୍ୟାଙ୍କରେ ଜମା କରିଦେଲେ ଯେ ତାହା ଧଳା ହୋଇଯାଏ, ଏମିତି ଭାବିବା ଭୁଲ। ବିମୁଦ୍ରାକରଣ ପରେ ବ୍ୟାଙ୍କରେ ଯେତେ ଟଙ୍କା ଜମା ହୋଇଛି ତାହା କଡ଼ାଗଣ୍ଡା ହିସାବ ହେବ ଓ ସେଥିରୁ ଟିକସ ଛଣାଯିବ। ଏହି ସମୟ ମଧ୍ୟରେ ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୬୦ ଲକ୍ଷ ଲୋକ ୭ ଲକ୍ଷ କୋଟି ଟଙ୍କାର ବଡ଼ ଜମା କରିଛନ୍ତି। ସେମାନଙ୍କ ସଂପର୍କରେ ତର୍ଜମା ଚାଲିଛି ଓ ଆବଶ୍ୟକ ସ୍ଥଳେ ଏହି ଜମାଗୁଡ଼ିକରୁ କଡ଼ାଗଣ୍ଡା କର ଓ ଜରିମାନା ଆଦାୟ ହେବ ବୋଲି ସରକାର ଚେତାବନୀ ଦେଇଛନ୍ତି।


News Story - Posted on 2016-12-29

ଏକ ଅପରିହାର୍ଯ୍ୟ ଆର୍ଥିକ ସଂସ୍କାର



ବିମୁଦ୍ରାକରଣ ନିଷ୍ପତ୍ତି ପରେ ଅବଶ୍ୟ ଆବଶ୍ୟକ ପରିମାଣ ନୋଟ୍‌ର ଅଭାବ ଅବଶ୍ୟମ୍ଭାବୀ ହୋଇଥିଲା; କିନ୍ତୁ ଏହି ପରିଣତି ସାମନା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅାହ୍ବାନ ଅାମ ଦେଶବାସୀ ଅାନନ୍ଦରେ ଗ୍ରହଣ କରିଥିଲେ। ନୂଅା ନୋଟ୍ ପ୍ରସ୍ତୁତ ପ୍ରକ୍ରିୟା ତ୍ବରାନ୍ବିତ କରାଗଲା; ଦେଶର ଦୁଇଲକ୍ଷ କୋଡିଏ ହଜାର ଏଟିଏମମାନଂକୁ ନୂତନ ନୋଟ୍‌ ଗ୍ରହଣ ପାଇଁ ଉପଯୋଗୀ କରାଗଲା। ଏହି ପ୍ରକ୍ରିୟା ସମୟସାପେକ୍ଷ ସତ୍ୟ; କିନ୍ତୁ ଜନସାଧାରଣ ଶାନ୍ତିପୂର୍ଣ୍ଣ ପରିବେଶରେ ଧୈର୍ଯ୍ୟ ପ୍ରଦର୍ଶନ କରି ବ୍ୟାଙ୍କମାନଙ୍କର ନୂତନ ଶୃଙ୍ଖଳା ମାନିନେଲେ। ଡିସେମ୍ବର 17 ତାରିଖ ସୁଦ୍ଧା ପାଞ୍ଚଲକ୍ଷ ପଚାଶ ହଜାର କୋଟି ଟଙ୍କା ମୂଲ୍ୟର ନୂଅା ନୋଟ୍‌ ଜନସାଧାରଣଙ୍କୁ ଦିଅାଯାଇ ସାରିଥିବା ସୂଚନା ମିଳେ। ଦେଶବାସୀ ପୁରୁଣା ଟଙ୍କା ଫେରାଇ ଚାଲିଚନ୍ତି ଏବଂ ୧୨.୪୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୋଟ୍‌ ଫେରାଯାଇ ସାରିଥିବା କିଛି ଦିନ ପୂର୍ବ ହିସାବରୁ ଜଣାଯାଏ।


News Story - Posted on 2016-12-28

ବିମୁଦ୍ରାୟନ ସମ୍ବିଧାନ ସମ୍ମତ କି?



ବ୍ୟାଙ୍କିଙ୍ଗ‌୍‍ ରେଗୁଲେସନ‌୍‍ ଆକ୍ଟ ଅନୁସାରେ କୌଣସି ପକ୍ଷ ଚୁକ୍ତି ଖିଲାପ କଲେ ଦଣ୍ଡ ପାଇବାର ବ୍ୟବସ୍ଥା ଅଛି। ଏଠି ସରକାରୀ ପ୍ରରୋଚନାରେ ବ୍ୟାଙ୍କ‌୍‍ଗୁଡ଼ିକ ଗ୍ରାହକଙ୍କ ସହିତ ଦିନ ଦ୍ୱି’ପ୍ରହରରେ ଚୁକ୍ତି ଖିଲାପ କରୁଛନ୍ତି। ବିଶେଷ ଦଲାଲ‌୍‍ ଓ ଗ୍ରାହକମାନଙ୍କ ପାଇଁ କରେନ‌୍‍ସି ମାଛର ମୁଣ୍ଡତକ ରଖି ସର୍ବସାଧାରଣ ଗ୍ରାହକଙ୍କ ଆଗରେ ଲାଞ୍ଜ ହଲାଉଛନ୍ତି। ସରକାରର ମନ୍ତ୍ରଣା ନମାନିଲେ ସାମ୍ୱାଦିକ, ସରକାରୀ ବିଭାଗ ଆଦିର ଷ୍ଟିଙ୍ଗ‌୍‍ ଅପରେସନ‌୍‍ର ସମ୍ମୁଖୀନ ହୋଇ ବିଚରା ବ୍ୟାଙ୍କ‌୍‍ ପରିଚାଳକ ଓ କର୍ମଚାରୀ ବାପୁଡ଼ା ବାରହିନସ୍ତା ହେଉଛନ୍ତି। ସେମାନେ ହାତ ଚିକ୍କଣ କଲେ ବୋଲି ନିନ୍ଦା ପାଉଛନ୍ତି। ଚାକିରିରୁ ନିଲମ୍ୱନ ବରଖାସ୍ତ ନିମନ୍ତ୍ରଣ କରୁଛନ୍ତି। କର୍ମଚାରୀଙ୍କ ମଧ୍ୟରେ ତୁଳସୀ ବିଛୁଆତି ଫରକ ରହୁନାହିଁ। ବାଧ୍ୟବାଧକତାରେ ସେମାନେ ଏ ଘର ମାଉସୀ ସେ ଘର ପିଉସୀ ହେଉଛନ୍ତି। ରିଜର୍ଭ ବ୍ୟାଙ୍କ‌୍‍ର ପ୍ରତିନିଧିତ୍ୱ କରୁଥିବା ଛୋଟ ଶାଖା ବ୍ୟାଙ୍କଗୁଡ଼ିକ ସ୍ୱୟଂନିୟନ୍ତ୍ରିତ ହୋଇପାରୁ ନାହାନ୍ତି। ରିଜର୍ଭ ବ୍ୟାଙ୍କ‌୍‍ ଆବଶ୍ୟକ ଅଟୋନୋମି ପାଇପାରୁଛି କି ନାହିଁ ଜନସାଧାରଣ ସନ୍ଦେହ କଲେଣି।


News Story - Posted on 2016-12-28

ହଜାରେ ଦିଅ, ଏଗାରଶ ନିଅ!



ସାରା ଦେଶରେ ଏବେ ଅଚଳ୫୦୦ ଓ ୧୦୦୦ ଟଙ୍କିଆ ନୋଟ‌୍‍ ନେଇ ଚହଳ ପଡ଼ିଛି। ଲୋକମାନେ ଏ ଟଙ୍କା ବଦଳାଇବାକୁ ବ୍ୟାଙ୍କ ସାମ୍ନାରେ ଧାଡ଼ି ଲଗାଇଛନ୍ତି। କେଉଁଠି କିଛି ଲୋକ ୫୦୦ ନେଇ ୪୦୦ ଓ ୧୦୦୦ ନେଇ ୮୦୦ ଦେଉଛନ୍ତି। କିନ୍ତୁ କୋଲକାତା ବଡ଼ବଜାରରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅଚଳ ୫୦୦ ଟଙ୍କାର ନୋଟ‌୍‍ ନେଇ ୫୫୦ ଓ ୧୦୦୦ ନେଇ ୧୧୦୦ ଟଙ୍କା ଦେଉଛନ୍ତି!


News Story - Posted on 2016-12-28

କାର‌୍‍ କିଣୁଛନ୍ତି, କର ଦେଉନାହାନ୍ତି!



ଆୟକର ବିଭାଗର ଜଣେ ଅଧିକାରୀଙ୍କ ମତରେ ଗୋଟିଏ କାର‌୍‍ର ଆୟୁଷ ୭ ବର୍ଷ ବୋଲି ଧରାଯାଏ। ଜଣେ ସାଧାରଣ ବ୍ୟକ୍ତି ନୂଆ କାର‌୍‍ କିଣିବାର ୫ ବର୍ଷ ଯାଇଁ ଦ୍ୱିତୀୟ କାର‌୍‍‌୍‍ କିଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଆୟକର ବିଭାଗର ହିସାବ ଅନୁସାରେ ୪୮,୪୧୭ ଜଣ ଲୋକ ସେମାନଙ୍କର ବାର୍ଷିକ ଆୟ ୧ କୋଟି ଟଙ୍କାରୁ ଅଧିକ ବୋଲି ଦର୍ଶାଇଛନ୍ତି। ଅଥଚ ପ୍ରତି ବର୍ଷ ଦେଶରେ ହାରାହାରି ୩୫ ହଜାର ବିଏମଡବ୍ଲ୍ୟୁ, ଅଡି, ଜାଗୁଆର, ମର୍ସିଡିଜ, ପୋର୍ଶ୍ଚ ଓ ମାସେରାଟି ପରି ବିଳାସପୂର୍ଣ୍ଣ କାର‌୍‍ ବିକ୍ରି ହେଉଛି।


News Story - Posted on 2016-12-19

ଲୋକେ ବେଶିଦିନ ସହିବେ ନାହିଁ!



ବିମୁଦ୍ରା କରଣକୁ ଖାଲି ଘୋଷଣା କରିଦେଲେ ହେବନାହିଁ। ଏଥିପାଇଁ ଉପୁଜୁଥିବା ସମସ୍ୟାର ତ୍ୱରିତ ସମାଧାନ ହେବା ଉଚିତ‌୍‍। ବିମୁଦ୍ରାକରଣ ଯୋଗୁଁ ଯେଭଳି ସାଧାରଣ ଲୋକଟିଏ ବିଶେଷ ଅସୁବିଧାର ସମ୍ମୁଖୀନ ନ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା ଉଚିତ‌୍‍। କାରଣ କଳାଧନ ଜମାକାରୀ, ଭ୍ରଷ୍ଟାଚାରୀ, ଦୁର୍ନିତୀଖୋର, ସନ୍ତ୍ରାସବାଦୀଙ୍କୁ ଶାସନ କରିବା ପାଇଁ କେନ୍ଦ୍ର ସରକାର ଉଠାଇ ଥିବା ଏହି ପଦକ୍ଷେପ ପାଇଁ ସାଧାରଣ ଜନତା ହୁଏତ କିଛିଦିନ ପାଇଁ କଷ୍ଟ ସ୍ୱୀକାର କରିପାରେ, ମାତ୍ର ବାରମ୍ୱାର କଷ୍ଟ ସହିବାକୁ କେହି ପସନ୍ଦ କରିବେ ନାହିଁ। ତେଣୁ ସରକାର ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ଅଧିକ ସଂଖ୍ୟକ ବ୍ୟାଙ୍କ, ଏଟିଏମ‌୍‍, ପେଟିଏମ‌୍‍ ବିଶେଷ କରି ଗ୍ରାମାଞ୍ଚଳରେ ଯଥାଶୀଘ୍ର ଖୋଲିବା ଆବଶ୍ୟକ।


News Story - Posted on 2016-12-16

ଜାତୀୟ ଦୁର୍ନୀତିର ଇତିହାସ



ଗଣମାଧ୍ୟମର ପ୍ରତ୍ୟୁତ୍ପନମତିତା ଯୋଗଁୁ ଭାରତୀୟ ଜୀବନ ବୀମା ନିଗମ (ଏଲ‌୍‍ଆଇସି)କୁ ବିଭିନ୍ନ ଅଂଶଧନ ବିକ୍ରି କ୍ଷେତ୍ରରେ ଏକ ଘୋଟାଲା ହୋଇଥିବା ଜଣାପଡ଼ିଥିଲା। ସେ ସମୟର ତତ୍କାଳୀନ ଅର୍ଥମନ୍ତ୍ରୀ ଟି.ଟି. କ୍ରିଷ୍ଣାମାଚାରୀ ଏବଂ ତାଙ୍କର ପ୍ରମୁଖ ଅର୍ଥ ସଚିବ ଏବଂ ଇନ୍ଦିରା ଗାନ୍ଧୀଙ୍କ ସ୍ୱାମୀ ଫିରୋଜ ଗାନ୍ଧୀ ମଧ୍ୟସ୍ଥତା କରି କଲିକତା ନିବାସୀ ଜଣେ ମାରୁୱାଡ଼ି ବ୍ୟବସାୟୀ ହରିଦାସ ମୁନ୍ଧ୍ରାଙ୍କ ମାଧ୍ୟମରେ ଏଲ‌୍‍ଆଇସିକୁ ଏହି ଘୋଟାଲା ଅଂଶଧନ ବିକ୍ରି କରିଥିବା ନେଇ ସଂସଦରେ ଝଡ଼ ଉଠିଥିଲା। ପ୍ରଧାନମନ୍ତ୍ରୀ ନେହେରୁ ଜଷ୍ଟିସ ଏମ‌୍‍.ସି.ଚଗଲାଙ୍କ ନେତୃତ୍ୱରେ ଏକ ଜଣିକିଆ କମିଶନ ଉକ୍ତ ଘଟଣାର ତଦନ୍ତ ପାଇଁ ବସାଇ ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ପ୍ରମାଣ ପାଇଥିଲେ। ଚଗଲା  କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ, ଏଲ‌୍‍ଆଇସିକୁ ମୁନ୍ଧ୍ରା ମିଛ ଅଂଶଧନ ବିକ୍ରି କରିଥିଲେ ଯାହାର ମୂଲ୍ୟ ପାଖାପାଖି ୧.୨୫ କୋଟି ଟଙ୍କା। ଏହି ଘଟଣାରେ ମାରୁୱାଡ଼ି ବ୍ୟବସାୟୀ ମୁନ୍ଧ୍ରାଙ୍କୁ ୨୨ ବର୍ଷ କାରାଦଣ୍ଡ ଆଦେଶ ହୋଇଥିବା ବେଳେ ବାଧ୍ୟବାଧକତା ଭାବେ ଟି.ଟି. କ୍ରିଷ୍ଣାମାଚାରି ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।


News Story - Posted on 2016-12-11

ସରକାର ସାଜିଲେ ଚୋର ମାଉସୀ!



ଜଣେ ବ୍ୟକ୍ତି ଯାହା ବି ରୋଜଗାର କରେ, ତହିଁରୁ ନିଜ ଦୈନନ୍ଦିନ ଖର୍ଚ୍ଚ କଲା ପରେ କିଛି ଅର୍ଥ ସଞ୍ଚୟ କରିଥାଏ। ତାକୁ ନିବେଶ କରି ସେ ସମ୍ପତ୍ତି ସୃଷ୍ଟି କରିଥାଏ। ଏ ନିବେଶ ବ୍ୟାଙ୍କରେ ଜମାଖାତାରେ ରଖିବା ହୋଇପାରେ। ବୀମା ପଲିସି ହୋଇପାରେ। ସୁନା ଗହଣା କି ଜମିଜାଗା ହୋଇପାରେ। କିମ୍ବା କିଛି ଟଙ୍କା ଘରେ ନଗଦ ଆକାରରେ ରଖିପାରେ। କୌଣସି ବି ବ୍ୟକ୍ତି ନିଜ ସମ୍ପତ୍ତିର କେତେ ଭାଗ ବା ନଗଦ ଟଙ୍କା ଆକାରରେ ରଖେ? ମୋ ଅନୁମାନରେ ଅଧିକରୁ ଅଧିକ ଶହେ ଭାଗରୁ ଭାଗେ।


News Story - Posted on 2016-12-07

ବାଉଳା ହେଲେ, ଭକୁଆ କଲେ!



ଏହା ଭିତରେ ଦେଖାଗଲା ମୁମ୍ୱାଇରେ ଜଣେ ବିଜେପି ନେତାଙ୍କ ଗାଡ଼ିରୁ ୨୦ କୋଟିର ପୁରୁଣା ନୋଟ‍୍‌ ଧରାପଡ଼ିଲା। ବିରୋଧୀ ଦଳ ଅଭିଯୋଗ କଲେ ଯେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଏକ ‘ସର୍ଜିକାଲ‍୍‌ ଷ୍ଟ୍ରାଇକ୍’ ପୂର୍ବରୁ ଭାରତୀୟ ଜନତା ପାର୍ଟି ପାଇଁ ଜମିକିଣା ଆକାରରେ ‘ବଙ୍କର‍୍‌’ ସବୁ ଖୋଳା ସରିଥିଲା। କାଶ୍ମୀରରେ ସେନା ଆକ୍ରମଣରେ ନିପାତ ଆତଙ୍କବାଦୀଙ୍କ ପାଖରୁ ଜବତ ହେଲା ନୂଆ ୨୦୦୦ ଟଙ୍କିଆ ନୋଟ‍୍‌। ନାଗରୋଟାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହେଲେ ୭ ଯବାନ। ହାଇଦ୍ରାବାଦରୁ ଜବତ ହେଲା ୪ କୋଟି ଟଙ୍କାର ନୂଆ ଦି’ ହଜାର ଟଙ୍କିଆ ଜାଲି ନୋଟ‍୍‌। କର୍ଣ୍ଣାଟକର ଦୁଇ ଜଣ ବଡ଼ ହାକିମଙ୍କ ଘରେ ଆୟକର ବିଭାଗର ଚଢ଼ାଉବେଳେ ଜବତ ହେଲା ୪.୭ କୋଟି ଟଙ୍କାର ନୂଆ ୨ ହଜାର ଟଙ୍କିଆ ନୋଟ‍୍‌।


News Story - Posted on 2016-12-04

କ’ଣ କରିବେ ଏତେ ଟଙ୍କା!



ଏବେ ଏହି ଟଙ୍କା ହିଁ ସରକାରଙ୍କ ପାଇଁ ଅନ୍ୟ ଏକ ସମସ୍ୟା ସୃଷ୍ଟି କରିଛି। ଏ ଟଙ୍କାକୁ ବଦଳାଇବାକୁ ହେବ। ସେଥିପାଇଁ ନୂଆ ନୋଟ ଦରକାର। ପୁଣି ସେ ଟଙ୍କା ସାଙ୍ଗେସାଙ୍ଗେ ବଜାରକୁ ଛାଡ଼ିଲେ ଦରବୃଦ୍ଧି ଓ ମୁଦ୍ରାସ୍ଫୀତିର ଆଶଙ୍କା। ନଛାଡ଼ିଲେ ସୁଧ ଗଣିବାକୁ ହେବ। ସୁଧ କେଉଁଠୁ ଆସିବ? ତାହାକୁ ଋଣ ଦେବାକୁ ହେବ। ଋଣ କାହାକୁ ଦେବେ? ବିଜୟ ମାଲ୍ୟା ଫେରାର ହୋଇଯାଇପାରେ। ଅମ୍ବାନୀ ୧.୨୫ ଲକ୍ଷ କୋଟି ଫାଙ୍କି ଦେଇପାରେ। ସେପରି ଲୋକଙ୍କୁ ଦେଲେ ସରକାର ବଦନାମ ହେବା ଭୟ।


News Story - Posted on 2016-12-03

ନୂଆ ବୋତଲରେ ପୁରୁଣା ମଦ!



ମାତ୍ର ପ୍ରଶ୍ନ ଉଠୁଛି ବ୍ୟବସ୍ଥାରେ ଯେଉଁମାନେ ଅଛନ୍ତି ସେଇମାନେ ହିଁ ଜିନିଷ ବା ସେବା ତନଖି କରି ସାଟିଫିକେଟ ଦେବା କେତେଦୂର ଯୁକ୍ତିଯୁକ୍ତ? ସେମାନେ ଆଜି ପର୍ଯ୍ୟନ୍ତ ସେଇ କାର୍ଯ୍ୟ କରି ଆସୁଥିଲେ ଏବଂ ଜିନିଷ ବା ସେବା ମିଳିଲା କି ନାହିଁ ବା ଯଦି ମିଳିଲା ତେବେ କେଉଁ ମାନର ତାହା ସେଇ ସରକାରୀ ବ୍ୟବସ୍ଥାର ଲୋକମାନେ ହିଁ ଦେଖୁଥିଲେ ଏବଂ ଦୁର୍ନୀତି ଚାଲିଥିଲା- ବିନା ଜିନିଷ ବା ସେବାରେ ବିଲ ହେଉଥିଲା ଓ ଦେୟ ବି ଦିଆଯାଉଥିଲା।


News Story - Posted on 2016-11-27

ବିମୁଦ୍ରୀକରଣ ଓ କଳାଟଙ୍କା



ଆଗରୁ ମଧ୍ୟ ୨ ଥର ବିମୁଦ୍ରୀକରଣ ହୋଇଛି। ପ୍ରଥମେ ୧୯୪୬ରେ ୧୦୦୦ ଟଙ୍କା ଓ ୧୦ହଜାର ଟଙ୍କା ଏବଂ ଦ୍ୱିତୀୟରେ ୧୯୭୮ରେ ୧୦୦୦, ୫୦୦ ଓ ୧୦ ହଜାର ଟଙ୍କା ମୁଦ୍ରାର ବିମୁଦ୍ରୀକରଣ ହୋଇଥିଲା। ମାତ୍ର ବର୍ତ୍ତମାନର ବିମୁଦ୍ରୀକରଣ ଯୋଜନାକୁ ଆଗରୁ ହୋଇଥିବା ଯୋଜନା ସହିତ ତୁଳନା କରାଯାଇପାରିବ ନାହିଁ। ଆଗରୁ ବିମୁଦ୍ରୀକରଣ କରାଯାଇଥିବା ମୁଦ୍ରାର ପରିମାଣ ତତ‌୍‍ସମୟରେ ପ୍ରଚଳିତ ସମୁଦାୟ ମୁଦ୍ରାର ୨% ରୁ କମ‌୍‍ ହୋଇଥିବା ବେଳେ ଆଜିର ବିମୁଦ୍ରୀକରଣ ଲକ୍ଷ୍ୟରେ ଥିବା ୧୦୦୦ ଏବଂ ୫୦୦ ଟଙ୍କା ମୁଦ୍ରାର ପରିମାଣ ସମୁଦାୟ ମୁଦ୍ରାର ପ୍ରାୟ ୮୬%। ୧୯୭୮ ବା ୧୯୪୬ରେ ମୁଦ୍ରାର ବିନିମୟ ମୂଲ୍ୟ ଅଧିକ ଥିଲା, ତେଣୁ ଉଚ୍ଚମୂଲ୍ୟ ଯୁକ୍ତ ମୁଦ୍ରା କମ‌୍‍ ଲୋକଙ୍କ ପାଖରେ ଥିଲା। ତୁଳନାତ୍ମକ ଭାବେ କମ‌୍‍ ସଂଖ୍ୟକ ମୁଦ୍ରା ପରିବର୍ତ୍ତନ ହେତୁ, ପୂର୍ବଥର ବିମୁଦ୍ରୀକରଣରେ ଏତେ ଅସୁବିଧା ଉପଲବ‌୍‍ଧି ହୋଇ ନଥିଲା। ଆଜିର ବିମୁଦ୍ରୀକରଣର ଆକାର ଏକ ବ୍ୟବସ୍ଥାଭିତ୍ତିକ ପରିବର୍ତ୍ତନର ସୂଚନା ଦିଏ।


News Story - Posted on 2016-11-21

ଜବତ ଟଙ୍କା ବିଜେଡି ନେତାଙ୍କର?



ଏଇ ସଂସ୍ଥାର ଏଇ ପରିଚୟପତ୍ରରେ ଲକ୍ଷ୍ମୀନାରାୟଣ ବେହେରାଙ୍କ ଫଟୋ ସହିତ ନାମ ଉଲ୍ଲେଖ ଅଛି। ତାଙ୍କ ଘର ଆସ୍କା ବୋଲି ପୁଲିସ ଜାଣିବାକୁ ପାଇଛି। ତେବେ ଏଇ ନାମରେ ଆସ୍କା ଅଂଚଳରେ ଏଭଳି ଜଣେ କଳାଧନ ମାଲିକ ଥିବା କଥା ସାମାନ୍ୟକଥନ.କମ୍‌ ଅନୁସନ୍ଧାନରୁ ଜଣାପଡ଼ି ନାହିଁ। ଫଟୋ ସହିତ ମେଳ ଖାଉଥିବା ଲୋକ ହେଲେ ସଂଜୀବ କୁମାର ବେହେରା। ସେ ଧରାକୋଟ ବ୍ଲକ ଅନ୍ତର୍ଗତ କମାଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। କିନ୍ତୁ ମାଗଣା ସାଇକେଲ୍‌ ବଣ୍ଟନ କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତି କରିବାରୁ ଲୋକଙ୍କ ରୋଷର ଶିକାର ହେବା ଆଶଙ୍କାରେ ୪ ବର୍ଷ ହେଲା ସ୍କୁଲ ଯାଇ ନାହାନ୍ତି। ଅଥଚ ସରକାର ତାଙ୍କୁ ଗିରଫ କରି ବହିଷ୍କାର କରିନାହାନ୍ତି। କାରଣ ସେ ହେଲେ ଶାସକ ବିଜୁ ଜନତା ଦଳର ଜଣେ ଯୁବ ନେତା। ଗଂଜାମ ଜିଲ୍ଲାର ଅନେକ ବିଜେଡି ନେତାଙ୍କ ସହିତ ତାଙ୍କର ଘନିଷ୍ଟ ସଂପର୍କ ଅଛି।


News Story - Posted on 2016-11-14

ମୁଣ୍ଡ ନଥାଇ ମର୍ଦ୍ଦରାଜ!



ୟା ଭିତରେ ଉତ୍ତର ପ୍ରଦେଶର ଗୋଟିଏ ସ୍ଥାନରେ କେହି କିଛି ଅଚଳ ଟଙ୍କା ଗଙ୍ଗାନଦୀର ଭସେଇଥିଲା। ସେହି ରାଜ୍ୟର କାନପୁରରେ କିଛି ଟଙ୍କା କିଏ ଜଳେଇଥିଲା। ପଶ୍ଚିମ ବଙ୍ଗରେ କିଛି ଅଚଳ ନୋଟ୍‌ ରାସ୍ତାରୁ ମିଳିଥିଲା। ଏସବୁ ନିଶ୍ଚୟ କଳାଟଙ୍କା ଥିଲା। କିନ୍ତୁ ଏ ତିନିଟି ଘଟଣା ବ୍ୟତିତ ଭାରତବର୍ଷର ବାକି ଅଞ୍ଚଳରେ ଦହଗଞ୍ଜ ହେଉଥିଲେ ସାଧାରଣ ଜନତା। କିଏ ଡାଲିଚାଉଳ କି ପନିପରିବା କିଣିପାରୁନି। କିଏ ପର୍ଯ୍ୟଟନ ସ୍ଥଳରେ ଅଟକିଯାଇଛି। କିଏ ଘରୋଇ ହସ୍ପିଟାଲରେ ଟଙ୍କା ଦାଖଲ କରୁ ନଥିବାରୁ ଚିକିତ୍ସା ସୁବିଧା ପାଉନି। ଝିଅ ବାହାଘର ପାଇଁ


News Story - Posted on 2016-11-12

ଲାଭ ପାଇବେ ବେପାରୀ, ଭୋଗିବେ ଜନତା



ଏହାର କାରଣ ହେଉଛି, ସୁବିଧା। ମନେ କରନ୍ତୁ ଆପଣଙ୍କ ନିକଟରେ ୧୦୦୦ ଟଙ୍କିଆର ନୋଟ୍‌ ଆକାରରେ ଏକ କୋଟି ଟଙ୍କାର କଳାଧନ ରହିଛି। ଏହା ସାଇତିବା ପାଇଁ ଆପଣଙ୍କୁ ୧ ବର୍ଗଫୁଟ ଜାଗା ଦରକାର ହେବ। ଏହାର ଓଜନ ହେବ ୧୩ କିଲୋଗ୍ରାମ। ଆପଣ ଯଦି ୧୦୦ କୋଟି ଟଙ୍କା ଗଦେଇ ରଖିବେ ତେବେ ଏହାର ଓଜନ ହେବ ୧.୩ ଟନ୍‌, ଜାଗା ନେବ ଗୋଟେ ତିନି ଚକିଆ ଅଟୋ ଡାଲା। ଏ ଟଙ୍କାକୁ କାହାକୁ ଲୁଚେଇ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ। ତେଣୁ ଆପଣ ଏହି ୧୦୦ କୋଟି ଟଙ୍କାଙ୍କୁ ଲୁଚେଇବା ପାଇଁ କ’ଣ କରିବେ?


News Story - Posted on 2016-11-09

ମୋଦି କାହିଁକି ବଡ଼ନୋଟ୍‌ ବନ୍ଦକଲେ?



କଳାଧନ, ଦୁର୍ନୀତି, ଜାଲିନୋଟ‍୍‌ ଓ ଆତଙ୍କବାଦ ବିରୋଧରେ ଅନ୍ୟ ଏକ ସର୍ଜିକାଲ ଷ୍ଟ୍ରାଇକ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୮-୯ ମଧ୍ୟରାତିରୁ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ‍୍‌ ନିଷିଦ୍ଧ କରାଯାଇଛି। ଏବେ ଏହା କେବଳ କାଗଜର ଟୁକୁଡ଼ା। ଏହା ବଦଳରେ ପରେ ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ‍୍‌ ପ୍ରଚଳନ କରାଯିବ।


News Story - Posted on 2016-11-09

ମୋଦିଙ୍କ ମାଷ୍ଟର ଜୋକ୍‌!



ଅନେକେ ହୁଏତ ଜାଣି ନଥିବେ ଭାରତରେ ଆଗରୁ ୧୦୦୦, ୫୦୦୦ ଓ ୧୦୦୦୦ ଟଙ୍କିଆ ନୋଟ୍‌ ପ୍ରଚଳିତ ଥିଲା। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୯୩୮ ମସିହାରେ ୧୦ ହଜାର ଟଙ୍କିଆ ନୋଟ ଛପା ଯାଇଥିଲା। କିନ୍ତୁ ପ୍ରଥମେ ୧୯୪୬ ଜାନୁଆରୀ ଓ ପରେ ୧୯୭୮ ଜାନୁଆରୀ ମାସରେ ୧୦୦୦ ଟଙ୍କିଆ ଓ ତଦୁର୍ଦ୍ଧ୍ବ ମୂଲ୍ୟର ନୋଟ୍‌କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ। କାରଣ ଥିଲା ଦୁର୍ନୀତି, କଳାବଜାରୀ ଓ ଜାଲି ନୋଟ୍‌।


News Story - Posted on 2016-11-09

ଲାଞ୍ଚ କେହି ନେବେନି!



ଦେବୀ ପ୍ରସାଦ ମହାପାତ୍ର- ଆଗ ଆମକୁ କିଛି ସମସ୍ୟା ଭୋଗିବାକୁ ହେବ ଏବଂ ଭଲ ଆଶା କରିବାକୁ ହେବ। ଭଲ ନୋଟ ଆସିବ। ରିୟାନ ରିୟାନ- ଏହା ଏକ ସମାଧାନ ନୁହେଁ, ସାଧାରଣ ଓ ଗରିବ ଲୋକଙ୍କର ସମସ୍ୟା ହେବ। ...କଳାଟଙ୍କା ରଖିବାବାଲାଙ୍କ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ଡରୁଛି। ତେଣୁ ଏମିତି ପଦକ୍ଷେପ।  ଉପେନ୍ଦ୍ର ପଣ୍ଡା- ଏ ଟଙ୍କା ଏଯାଏଁ ଆସିନାହିଁ। ଆଶିଷ ଦେ- ଡଲାର ଆମ ପାଇଁ ନିରାପଦ। ଅରୂପ ଅଭିଷେକ- କଳାଟଙ୍କା ରଖିବା ପାଇଁ ଏହା ଅଧା ଜାଗା ନେବ। ବିଭବ ଜେନା- ଏହା ସାଧାରଣ ଜୀବନରେ ସମସ୍ୟା ସୃଷ୍ଟି କରିବ। ପରଂବ୍ରହ୍ମ ତ୍ରିପାଠୀ- ମଧୁ କୋଡ଼ାର ୪ କୋଟି ମାଟିରେ ମିଶିଗଲା ଓ ଗିରିରାଜ ସିଂହଙ୍କର ୧ କୋଟି ଚୋରି ହୋଇଗଲା ବୋଲି ଆମ କ’ଶ ଭୁଲିଗଲେ? ସେମାନେ ସେମାନଙ୍କ ଧଳାଟଙ୍କା ନଗଦ ଆକାରରେ ନରଖି ଅନ୍ୟାୟର ଶିକାର ହେଲେ କି? କୃତ୍ତିବାସ ନାୟକ- କିଛି ବର୍ଷ ପରେ ସରକାର ହଠାତ ୨୦୦୦ ଟଙ୍କିଆକୁ ବନ୍ଦ କରିଦେବେ, ସେତେବେଳକୁ କଳାବଜାରି ଓ ଜାଲ୍‌ନୋଟ ଭର୍ତ୍ତି ହୋଇଥିବ। ଡକ୍ଟର ସୌଭାଗ୍ୟ କର- ଆଶା କରୁଛି ଭବିଷ୍ୟତର ନୋଟ୍‌ରେ ଜିପିଏସ ପରି ବ୍ୟବସ୍ଥା ରହିବ।


News Story - Posted on 2016-10-26

ପଣ୍ଡା ଭାଇନାର ହ୍ବାଟ ନଟ୍‌ ଷ୍ଟୋର



ଶିରିପୁର ବଜାରର ପରିବା ଦୋକାନୀମାନଙ୍କ ବଳକା, ପଚା ସଢ଼ା ପରିବା ଖାଇବା ପାଇଁ  ବଳଦ, ଷଣ୍ଢମାନଙ୍କର ଆଗ୍ରହ ଏକ ସ୍ୱାଭାବିକ କଥା। ସବୁ ବଜାର ଭଳି ଶିରିପୁରରେ ମଧ୍ୟ ଏକାପ୍ରକାର ବ୍ୟବସାୟ କରୁଥିବା ଦୋକାନୀମାନେ ଗୋଟିଏ ଜାଗାରେ ପାଖାପାଖି ଦୋକାନ ଦେବାକୁ ପସନ୍ଦ କରିଥାନ୍ତି। ପରିବା ଦୋକାନ ସବୁ ଗୋଟିଏ ଧାଡିରେ, ତେଜରାତି ଦୋକାନୀମାନେ ଗୋଟିଏ ଧାଡିରେ, ବାଳକାଟିବା ସାଲୁନ‌୍‍ ସବୁ ଗୋଟିଏ ଜାଗାରେ, ପାନ ଦୋକାନ ମାନେ ବି ଗୋଟିଏ ଜାଗାରେ। ପୂରା ବିଶ୍ୱରେ ଏପରି ବ୍ୟବସାୟିକ ପରମ୍ପରା ବିରଳ। ପ୍ରାୟ ସବୁଠି ବ୍ୟବସାୟୀମାନେ ନିଜ ପ୍ରତିଦ୍ୱନ୍ଦ୍ବୀଙ୍କଠାରୁ ଯଥା ସମ୍ଭବ ଦୂରରେ ରହି ନିଜର ବ୍ୟବସାୟ କରିବାକୁ ପସନ୍ଦ କରନ୍ତି କିନ୍ତୁ ଆମେ ସବୁ କଥା ସାଙ୍ଗସାଥୀ ହୋଇ କରିବାକୁ ଭଲ ପାଉ। ସେଥିପାଇଁ ବୋଧେ ଆମେ ବ୍ୟବସାୟ ବାଣିଜ୍ୟରେ ଟିକେ ପଛୁଆ। ଓଡ଼ିଶାର ବଜାର ମାରୱାଡ଼ି ନହେଲେ ପଟେଲ‌୍‍ ନହେଲେ ସର୍ଦ୍ଦାରଙ୍କ ଦ୍ୱାରା ନିୟନ୍ତ୍ରିତ।


News Story - Posted on 2016-10-04

ଶିଳ୍ପପତିଙ୍କୁ କର ଛାଡ଼ି ଦେବାଳିଆ!



ଓଡ଼ିଶା ଦେବାଳିଆ ହେଲେ ଓଡ଼ିଶାବାସୀଙ୍କୁ ଭୋଗିବାକୁ ପଡ଼ିବ। ଓଡ଼ିଶାବାସୀ କହିଲେ ଓଡ଼ିଶାର ବେତନ ଓ ଭତ୍ତା ସୁବିଧା ରହିତ ସାଧାରଣ ଜନତା, ଯେଉଁମାନେ ମୁଖ୍ୟତଃ ମଜୁରୀ ଓ ପାରିଶ୍ରମିକ ଉପରେ ନିର୍ଭର କରି ଚଳନ୍ତି। ଓଡ଼ିଶା ଦେବାଳିଆ ହେଲେ ଚାଷୀଙ୍କୁ ସହାୟତା ମିଳି ନପାରେ। ହିତାଧିକାରୀ କୈନ୍ଦ୍ରିକ ଯୋଜନା ବନ୍ଦ ହୋଇଯାଇ ପାରେ। ରାସ୍ତାକଡ଼ ଦୋକାନୀ ଓ ବୁଲା ବିକାଳୀର ବେଉସା ବୁଡ଼ିଯାଇପାରେ। ଖୁଚୁରା ଦୋକାନରେ ତାଲା ପଡ଼ିପାରେ। ବଢ଼େଇ, କମ୍ମାର, କୁମ୍ଭାର, ମିସ୍ତ୍ରୀ ଓ କାରିଗରଙ୍କ ପରି କୁଳବେଉସା କରୁଥିବା ଲୋକମାନଙ୍କର ରୋଜଗାର କମିଯିବାର ଆଶଙ୍କା ଆସିପାରେ।


News Story - Posted on 2016-10-02

ମିଳିଲା ୬୫,୨୫୦ କୋଟି ଟଙ୍କାର କଳାଧନ ହିସାବ




News Story - Posted on 2016-09-21

ଓଡ଼ିଶା ଦରିଦ୍ର କାହିଁକି?



ସେ କହିଛନ୍ତି ଯେ ଓଡିଶାଭଳି ରାଜ୍ୟରେ ରାଜ୍ୟର ବଜେଟ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିଛନ୍ନତା ପାଇଁ ବହୁତ କମ ବୋଲି ଅଭିଯୋଗ  ହେଉଛି। ମାତ୍ର ଓଡିଶାର ଜିଡିପି ନ ବଢିଲେ ରାଜ୍ୟର ଟିକସ ବଢିବ ନାହିଁ। ଟିକସ ନ ବଢିଲେ ଶିକ୍ଷା, ସ୍ୱାସ୍ଥ୍ୟ ବଜେଟ ବଢି ପାରିବ ନାହିଁ। ସମାଧାନର ରାସ୍ତା ବାହାର କରି ପାନଗାରିଆ କହିଛନ୍ତି ଯେ କୃଷି ଉପରେ ନିର୍ଭରଶୀଳ ଲୋକମାନଙ୍କୁ ଶିଳ୍ପ ଓ ସେବା କ୍ଷେତ୍ରକୁ ନେବାର ପ୍ରକ୍ରିୟା ହେବା ଅତ୍ୟନ୍ତ ଜରୁରୀ। ଓଡିଶାରେ କୃଷି ପ୍ରକ୍ରିୟାକରଣ ଶିଳ୍ପ ବିକାଶ ପାଇଁ ପ୍ରଶସ୍ତ ସୁଯୋଗ ରହିଛି। କୃଷିରୁ ଲୋକ ଅତି ସହଜରେ କୃଷି ଆଧାରିତ ଶିଳ୍ପକୁ ଆସିପାରିବେ। କୃଷି ଓ ଶିଳ୍ପର ଉଭୟ ସମୃଦ୍ଧ ହେବ।


News Story - Posted on 2016-08-21

ବଦଳିବନି ମୁଦ୍ରା ନୀତି




News Story - Posted on 2016-08-06

‘ଆହାର’ ପାଇଁ ଅର୍ଥାଭାବ



ଯୋଜନା ପ୍ରଚଳନ କରିବା ପରେ ବିଭିନ୍ନ କର୍ପୋରେଟ ହାଉସ‌୍‍ ଠାରୁ ସହଯୋଗ ଆଶା କରିଥିଲେ ରାଜ୍ୟ ସରକାର। କେଉଁ ଯୋଜନା ଚଲାଇବାକୁ କେଉଁ କର୍ପୋରେଟ ହାଉସ‌୍‍ କି ପ୍ରକାର ସହଯୋଗ ଯୋଗାଇଛନ୍ତି ତାହା ରାଜ୍ୟ ସରକାରଙ୍କୁ ଜଣାଥିବ। ତେବେ ଯାଜପୁର ଜିଲାରେ ଖୋଲିଥିବା ୪ଟି ‘ଆହାର’ କେନ୍ଦ୍ର ଚଲାଇବା ପାଇଁ ଜିଲାପାଳ ପେଟ୍ରୋଲ ପମ୍ପ ଓ ଧାନ ମିଲ୍ ମାଲିକମାନଙ୍କର ସହଯୋଗ ଲୋଡ଼ିଛନ୍ତି। ଜିଲାପାଳ ଜିଲାର ଯାଜପୁର ଟାଉନ‌୍‍, ବ୍ୟାସନଗର, କଳିଙ୍ଗନଗର ଓ ଚଣ୍ଡିଖୋଲରେ ଖୋଲିଥିବା ଆହାର କେନ୍ଦ୍ର ପାଇଁ ପେଟ୍ରୋଲ ପମ୍ପ ଓ ଚାଉଳ ମିଲରମାଲିକଙ୍କୁ ପତ୍ର ଲେଖି ସହାୟତା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୩୫୦୪(୯୪) ତା ୧୫ା୭ା୧୬ ଅନୁଯାୟୀ ଜିଲାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ମାଲିକଙ୍କ ନିକଟକୁ ଏଭଳି ନିଦ୍ଦେର୍ଶନାମା ପଠାଯାଇଛି। ସେହିଭଳି ଜିଲାରେ ଥିବା ଚାଉଳ ମିଲକୁ ମଧ୍ୟ ଅନୁରୂପ ଚିଠି ଜିଲାପାଳଙ୍କ କାର୍ଯ୍ୟାଳୟରୁ ପଠାଯାଇଛି।


News Story - Posted on 2016-07-17

ବେତନ ବୈଷମ୍ୟ ଦୂର କରିବା



ସପ୍ତମ ବେତନ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ ହେଲେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ଜଣେ କର୍ମଚାରୀ ସର୍ବନିମ୍ନ ୧୮ ହଜାର ଓ ସବାର୍ଧିକ ୨ ଲକ୍ଷ ୫୦ ହଜାର ଟଙ୍କା ପାଇ ପାରିବେ। ଏହା ସେମାନଙ୍କ ପାଇଁ ଖୁସିର ଖବର ନିଶ୍ଚୟ। କେନ୍ଦ୍ର ସରକାରଙ୍କର ଏହି ୪୮ ଲକ୍ଷ ପାଖାପାଖି କର୍ମଚାରୀ ଓ ୫୨ ଲକ୍ଷରୁ ଅଧିକ ବେତନଭୋଗୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ବାର୍ଷିକ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ। ପୁନଶ୍ଚ ୧୮ ହଜାର ସର୍ବନିମ୍ନ ବେତନ ପାଇବାକୁ ଥିବା କର୍ମଚାରୀମାନେ ଆନ୍ଦୋଳନର ଧମକ ଦେବାରୁ ଏଥିରେ ନିଶ୍ଚୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ପୂର୍ବ କମିଶନଗୁଡିକର ସୁପାରିଶ ତୁଳନାରେ ଉକ୍ତ କମିଶନର ସୁପାରିଶକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯାଇ ପାରିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପରେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ମଧ୍ୟ ବର୍ଦ୍ଧିତ ହାରରେ ଦରମା ପାଇବେ। କାରଣ ଏମାନେ ସମସ୍ତେ ସଂଗଠିତ ଶକ୍ତି। ପୁଣି ଏମାନେ ହେଉଛନ୍ତି ଖୋଦ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର କାନ, ନାକ, ମୁଣ୍ଡ, ହାତ, ହୃଦୟ ସବୁକିଛି। ଏମାନେ


News Story - Posted on 2016-07-07

କାଉ ଖାଇଲା ପଣସ...



ନେତାମାନେ ଯେମିତି ପ୍ରତି 5 ବର୍ଷରେ ଥରେ ଭୋଟ୍ ମାଗିବା ଭଳି ଘରଘର ବୁଲି ଲୋକମାନଙ୍କୁ ବୁଝେଇଥିଲେ ଯେ ଅମୁକ କମ୍ପାନୀରେ ଟଙ୍କା ଜମା କର, ଅଧିକ ସୁଧ ପାଇବ! ସେହିପରି ଅଭିନେତାମାନେ ବି ଯେମିତି ଏସବୁ ସଂସ୍ଥାଙ୍କ ପାଇଁ ଘରଘର ବୁଲି ପ୍ରଚାର କରିଥିଲେ! କେବଳ ସେମାନେ ଯେମିତି ଚିଟ୍ ଫଣ୍ଡ କର୍ମକର୍ତ୍ତାଙ୍କ ସହିତ ଫଟୋ ଉଠାଇଥିଲେ! ଆଉ କେହି ଏ ପାପ କରି ନାହାନ୍ତି! ଗଣମାଧ୍ୟମ ଓ ଜନଗଣ ଯେମିତି ସଂପୂର୍ଣ୍ଣ ସାଧୁ! ଲୋକମାନଙ୍କର ଲାଭ ଓ ଲୋଭର ଅସାଧୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଭିତ୍ତିକରି ଘଟିଥିବା ଏହି ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ବା ଠକେଇରେ ନେତାଙ୍କର ଯେ ବିଲ୍କୁଲ୍ କିଛି ଭୂମିକା ନାହିଁ ତାହା କୁହାଯାଇ ପାରିବ ନାହିଁ। ମାତ୍ର, ଏଥିରେ ସେମାନଙ୍କ ପରି ଅନ୍ୟମାନଙ୍କର ମଧ୍ୟ ବେଶ୍ ନିବିଡ଼ ସଂପୃକ୍ତି ରହିଛି। ଅଭିନେତାମାନଙ୍କର ଭୁଲ ହେଲା ସେମାନେ ଟଙ୍କା ନେଇ ଖୁବ ଅଳ୍ପ କେତେ ଥର ଏମାନଙ୍କ ପାଇଁ ସଭାରେ ଠିଆ ହୋଇଛନ୍ତି ଓ ସପକ୍ଷରେ ଦି’ ଚାରି ପଦ କହିଛନ୍ତି।


News Story - Posted on 2016-06-20

ପୁଲିସ‍୍‌ ସାଜିଛି ଚିଟ୍ ଫଣ୍ଡ ମଧ୍ୟସ୍ଥ!



ସିବିଆଇ ଚିଟ୍ ଫଣ୍ଡ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛି ବୋଲି ବିଜେପି ନେତା ବିଜୟ ମହାପାତ୍ର ଖୋଲାଖୋଲି ଅଭିଯୋଗ କରିବା ପୂର୍ବରୁ ରାଜ୍ୟ ପୁଲିସ ଏହି ଭୂମିକା ନିର୍ବାହ କରୁଥିଲା। କେତେକ ଚିଟ୍ ଫଣ୍ଡ ଠକେଇ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୋଟିପତି ଠକଙ୍କୁ ଗିରଫ କରିବା ବର୍ତ୍ତେ ଖସିଯିବାର ସହାୟତା କରୁଥିଲା। ଏଭଳି ଏକ ଅଭିଯୋଗ ଏବେ ପଦାକୁ ଆସିଛି।


News Story - Posted on 2016-05-20

ଦୁର୍ବଳ ହେଉଛି କୃଷି ଅର୍ଥନୀତି



୨୦୧୫-୧୬ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ୫୫୧୧୬ ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଏହା ଗତ ଆର୍ଥିକ ବର୍ଷ ତୁଳନାରେ ୪.୯୫ ପ୍ରତିଶତ ଅଧିକ। ୨୦୧୪-୧୫ ବର୍ଷରେ ଭାରତର ମୁଣ୍ଡପିଛା ଆୟ ୭୨୮୮୯ ଟଙ୍କା ଥିଲା। ଏହାଛଡ଼ା ରାଜ୍ୟ ଜିଏସ‌ଡିପିକୁ କୃଷି କ୍ଷେତ୍ରର ଅବଦାନ ୧୭.୭, ଶିଳ୍ପ କ୍ଷେତ୍ରର ଅବଦାନ ୩୭ ଓ ସେବା କ୍ଷେତ୍ରର ଅବଦାନ ୪୫.୨୮ ପ୍ରତିଶତ ହିସାବ ହୋଇଛି।


News Story - Posted on 2016-04-16

ଆହାର ପାହାର ସହୁଚି କିଏ? ଭୋଟ ପୁଣି ଦଉଚି କିଏ?



ନବୀନଙ୍କର ଏହି ଯୋଜନାକୁ ରାଜ୍ୟର ଅନେକ ବୁଦ୍ଧିଜୀବୀ, କୃଷକ ଓ ସଚେତନ ନାଗରିକ ବିଜୁ କାଙ୍ଗାଳିକରଣ ଯୋଜନା ଭାବେ ସମାଲୋଚନା କରୁଥିଲେ ମଧ୍ୟ ବାସ୍ତବତା ହେଉଛି ଆହାର କେନ୍ଦ୍ରଗୁଡ଼ିକ ନିକଟରେ ଭିଡ଼ ବଢ଼ିବାରେ ଲାଗିଛି ଓ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ିର ଗହଳି ମଧ୍ୟ ବଢ଼ିଛି। ଆହାର କେନ୍ଦ୍ର ପାଖପଡ଼ିଶାରେ ଥିବା ଅନେକ ଘରର ରୋଷେଇ ବନ୍ଦ ହୋଇଗଲାଣି। ଗାଡ଼ି ନେଇ ଯାଇ ୫ ଟଙ୍କିଆ ଆହାର ଖାଇବାକୁ ଯଦି ଲୋକଙ୍କର ସ୍ବାଭିମାନକୁ ବାଧୁ ନାହିଁ ଏଭଳି ଏକ କାର୍ଯ୍ୟକ୍ରମ ଜରିଆରେ ଭୋଟ୍ ସାଉଁଟିବାକୁ ନବୀନ ପଟ୍ଟନାୟକଙ୍କୁ କାହିଁକି ଖରାପ ଲାଗିବ?

 


News Story - Posted on 2016-04-05

ଭଗତ ସିଂହଙ୍କ ସମାଜବାଦୀ କ୍ରାନ୍ତି



ଜଣେ କଳ୍ପନା ବିଳାସୀ ଭାବପ୍ରବଣ ଆଦର୍ଶବାଦୀ ବିପ୍ଳବୀରୁ ନିଜକୁ ବସ୍ତୁବାଦୀ ଦର୍ଶନ ଆଧାରିତ ବୈପ୍ଳବିକ ଧ୍ୟାନ ଧାରଣାରେ ଶିକ୍ଷିତ ଓ ଦୀକ୍ଷିତ କରିବାରେ  ସେ ନିରନ୍ତର ପ୍ରୟାସ କରି ସମର୍ଥ ହୋଇଥିଲେ। ଜେଲ ଜୀବନ କାଳରେ ରୁଷ ଇତିହାସ, ଲେନିନଙ୍କ ଜୀବନୀ ଓ ମାର୍କସବାଦୀ ଦର୍ଶନ ଅଧ୍ୟୟନ ତାଙ୍କୁ ଏ ଦିଗରେ ସହାୟକ ହୋଇଥିଲା। ଭଗତ ସିଂହ ପ୍ରଚଳିତ ସାମାଜିକ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ଇହଲୋକ-ପରଲୋକ, ପୁନଃଜନ୍ମ, ସ୍ୱର୍ଗ-ନର୍କ, ଇଶ୍ୱର ଅମରତ୍ୱ ଆଦି ଧାରଣାକୁ ପ୍ରତ୍ୟାଖ୍ୟାନ କରି ଏକ ବସ୍ତୁବାଦୀ ବିଜ୍ଞାନ ସମ୍ମତ ଧ୍ୟାନଧାରଣା ଆହରଣ ପାଇଁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ।

 


News Story - Posted on 2016-03-03

ଗରିବ ଭାରତରେ ବଢ଼ୁଛନ୍ତି ସୁପର ଧନୀ



ଏବେ ବି ଦେଶର ପ୍ରାୟ ୩୦ ପ୍ରତିଶତ ଲୋକ ଗରିବ ବୋଲି ଭାରତ ସରକାର ପରିସଂଖ୍ୟାନ ପେଶ୍ କରନ୍ତି । ଭାରତର ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଗରିବଙ୍କ ଦ୍ବାହି ଦେଇ ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରଚଳନ କରୁଛନ୍ତି । ଇନ୍ଦିରା ଆବାସ ଯୋଜନା, ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଆଦି ଭତ୍ତା, ଟଙ୍କିକିଆ ଚାଉଳ, ୫ ଟଙ୍କିଆ ଆହାର, ମାଗଣା ସାଇକେଲ, ମାଗଣା ପୋଷାକ, ମାଗଣା ବହି, ଲ୍ୟାପଟପ, କମ୍ବଳ, ଶବପୋଡ଼ିବା ପାଇଁ କାଠ, ପ୍ରସବ କାଳୀନ ସହାୟତା, ପିଲା ଜନ୍ମ ପାଇଁ ଆର୍ଥିକ ସହାୟତା, ଜନନୀ ସୁରକ୍ଷା ଯୋଜନା, ଅଙ୍ଗନବାଡ଼ି ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସଂଖ୍ୟାରୁ ଭାରତର ଗରିବଙ୍କ ସଂଖ୍ୟା ସଂପର୍କରେ କିଛିଟା ଆନ୍ଦାଜ ଲଗାଇ ହୁଏ ।

 


News Story - Posted on 2016-03-02

କାହା ପାଇଁ ଓଡ଼ିଶା ଦେବାଳିଆ?



ରାଜନୀତିକ ଦୃଷ୍ଟି କୋଣରୁ ଲୋକପ୍ରିୟତା ପାଇଁ ଓଡ଼ିଶା ସରକାର ପ୍ରତି ବର୍ଷ ରାଜ୍ୟର ଉତ୍ପାଦନ ଓ ଆୟ ବୃଦ୍ଧି କରିବା ଦିଗରେ ଫଳପ୍ରସୂ ଯୋଜନା ନକରି ମାଗଣାଖିଆ ସଂସ୍କୃତିର ପ୍ରସାରଣ କରିଚାଲିଛନ୍ତି । ଫଳରେ ରାଜ୍ୟର ଉତ୍ପାଦନ ଓ ଆୟ ବାଧାପ୍ରାପ୍ତ ହୋଇଛି । ନବୀନ ସରକାରଙ୍କ ପ୍ରଚଳିତ ୫ ଟଙ୍କିଆ ଆହାର ଯୋଜନା, ପୂର୍ବରୁ ଚାଲିଥିବା ଟଙ୍କିକିଆ ଚାଉଳ କାର୍ଯ୍ୟକ୍ରମ, ଶବ ସଂସ୍କାର କାର୍ଯ୍ୟକ୍ରମ ଆଦି ବାବଦରେ ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏଥିରୁ କେବଳ ଟଙ୍କିକିଆ ଚାଉଳ ଯୋଜନା ପାଇଁ କେନ୍ଦ୍ର ସରକାର ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଅର୍ଥ ଯୋଗାଇ ଦେଉଛନ୍ତି । କିନ୍ତୁ ଅନ୍ୟ କାର୍ଯ୍ୟକ୍ରମ ରାଜ୍ୟ ସରକାର ନିଜ ଆଡ଼ୁ ଚଳାଉଥିବାରୁ ସେଥିପାଇଁ କେନ୍ଦ୍ରରୁ ଟଙ୍କା ଆସିବାର ନାହିଁ ।

 


News Story - Posted on 2016-03-01

୨୦୧୬-୧୭ ସାଧାରଣ ବଜେଟର ମୁଖ୍ୟାଂଶ




News Story - Posted on 2016-03-01

ଗାଁକୁ ଗୁରୁତ୍ବ, ଚାଷକୁ ଅଗ୍ରାଧିକାର



ଗ୍ରାମ ପଂଚାୟତ ଏବଂ ପୌର ସଂସ୍ଥାଗୁଡ଼ିକୁ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିଶ ମତେ ୨୦୧୬-୧୭ ଆଥିର୍କ ବର୍ଷରେ ମୋଟ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ଅନୁଦାନ ଦେବାକୁ ଅର୍ଥମନ୍ତ୍ରୀ ବଜେଟରେ ବରାଦ କରିଛନ୍ତି । ଗରିବ ପରିବାରର ମହିଳାଙ୍କୁ ସବ୍ସିଡିଯୁକ୍ତ ଏଲ୍ପିଜି ସଂଯୋଗ ପ୍ରଦାନ ଲାଗି ବଜେଟରେ ୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି କାର୍ଯ୍ୟକ୍ରମ ଅତିକମରେ ୨ ବର୍ଷ ପାଇଁ ଚାଲିବ ଏବଂ ସେଥିରେ ମୋଟ ୫ କୋଟି ବିପିଏଲ ପରିବାରଙ୍କୁ ସବ୍ସିଡିଯୁକ୍ତ ଏଲ୍ପିଜି ସଂଯୋଗ ଯୋଗାଇ ଦିଆଯିବ । ଦେଶରେ ଯୁବଗୋଷ୍ଠୀ ମଧ୍ୟରେ ସାମର୍ଥ୍ୟ ଓ ଦକ୍ଷତାର ବିକାଶ ପାଇଁ ୧୫୦୦ ବହୁମୁଖୀ କୌଶଳ ବିକାଶ ପ୍ରତିଷ୍ଠାନ ନିର୍ମାଣ କରାଯିବ । ବିକାଶ ମୂଳକ କାର୍ଯ୍ୟରେ କୌଣସି ପ୍ରକାର ସାଲିସ୍ ନ କରି ବିତ୍ତୀୟ ଶୃଙ୍ଖଳା ଅଣାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଜିଡିପି ଅଭିବୃଦ୍ଧି ହାର ୭.୬ ପ୍ରତିଶତକୁ ସ୍ପର୍ଶ କରିଛି । ଗତ ୩ ବର୍ଷ ତୁଳନାରେ ଏହା ଅଧିକ । ପୂର୍ବରୁ ଏହି ହାର ୬.୩ ପ୍ରତିଶତକୁ କମି ଯାଇଥିଲା । ଗତ ଦୁଇବର୍ଷ କାଳ ଲଗାତାର ୧୩ ପ୍ରତିଶତ କମ୍ ମୌସୁମୀ ବର୍ଷା ସତ୍ତ୍ବେ ଅଭିବୃଦ୍ଧି ହାର ଜାରି ରହିଛି । ଦେଶର ବାହ୍ୟ ଆଥ


News Story - Posted on 2016-02-27

୨୦୧୬-୧୭ ରେଳ ବଜେଟ ମୁଖ୍ୟାଂଶ




News Story - Posted on 2016-02-27

ଭଡ଼ା ବଢ଼ିନି, ସୁବିଧା ବଢ଼ିବ



ଏଥର ନୂତନ ରେଳ ବଜେଟରେ ମନ୍ତ୍ରୀ ସୁରେଶ ପ୍ରଭୁ କେତେ ନୂତନ ଦିଗ ପ୍ରତି ଦୃଷ୍ଟି ଦେଇଛନ୍ତି ।  ଚାହିଦା ଅନୁସାରେ ଆରକ୍ଷଣ ବର୍ଥ ଉପଲବ୍ଧି, ରେଳ ସୁରକ୍ଷା, ନିର୍ଦ୍ଧାରିତ ସମୟରେ ରେଳ ଚଳାଚଳ ଓ ଗନ୍ତବ୍ୟ ସ୍ଥଳରେ ପହଂଚିବା, ଜଗୁଆଳି ବିହୀନ ଲେବେଲ କ୍ରସିଂ ହଟାଇବା, ରେଳ ଓଭରବ୍ରିଜ ଓ ନୂତନ ରାସ୍ତା ନିର୍ମାଣ, ସୁବର୍ଣ୍ଣ ଚତୁର୍ଭୁଜ କରିଡରରେ ସେମି ହାଇସ୍ପିଡ ରେଳ ଚଳାଚଳ, ୨୦୨୦ ସୁଦ୍ଧା ଟ୍ରେନ ଓ ଷ୍ଟେସନମାନଙ୍କୁ ସମ୍ପୂର୍ଣ୍ଣ ରୂପେ ମଇଳା-ମୁକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଇତି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ୪୦୦ ରେଳ ଷ୍ଟେସନକୁ ସରକାରୀ-ଘରୋଇ ଭାଗିଦାରୀତାରେ ପୁନଃ-ବିକାଶ କରିବା ପ୍ରସ୍ତାବକୁ ମଂଜୁର କରିଛନ୍ତି । ସବୁ ଏ-୧ ରେଳ ଷ୍ଟେସନରେ ଏଣିକି ଜଣେ ଲେଖାଏଁ ସର୍ବକ୍ଷମତା ସମ୍ପନ୍ନ ଷ୍ଟେସନ ନିର୍ଦ୍ଦେଶକ ନିଯୁକ୍ତି ପାଇବେ । ସେମାନଙ୍କୁ ସହାୟତା କରିବା ପାଇଁ ଏକ ପେସାଦାର ଓ ଉତ୍ସର୍ଗୀକୃତ ଟିମ ରହିବ । ଯାତ୍ରୀମାନଙ୍କ ସମସ୍ତ ଆବଶ୍ୟକ ମୌଳିକ ସୁବିଧା ପ୍ରଦାନ ପାଇଁ ସେମାନେ ଦାୟୀ ରହିବେ । ଏଣିକି ଯାତ୍ରୀମାନେ ନିଜ କୋଚ୍/ବଗି ଏବଂ ଶୌଚାଳୟର ସଫାସୁତୁରା ପାଇଁ ଏସଏମଏସ ମାଧ୍ୟମରେ ଅଭିଯୋଗ ପଠାଇ ପାରିĞ


News Story - Posted on 2016-02-27

ଟିକସ ରିହାତି ସୀମା ବଢ଼ି ନପାରେ !



ସର୍ଭେ ରିପୋର୍ଟରେ ଟିକସ ନେଟବାର୍କକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଟିକସ ରିହାତି ସୀମା ବୃଦ୍ଧି ନକରିବା ପାଇଁ ସତର୍କ କରିଦିଆଯାଇଛି । ପ୍ରତ୍ୟକ୍ଷ ଟିକସ ବସାଯାଇ ଅଧିକରୁ ଅଧିକ ଲୋକଙ୍କୁ ଟିକସ ନେଟବାର୍କ ମଧ୍ୟକୁ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି । ଟିକସ ରିହାତି ଦ୍ବାରା ସାଧାରଣ ଲୋକଙ୍କୁ ସୁବିଧା ମିଳିବା ପରିବର୍ତ୍ତେ ଧଡ଼ୀ ଏବଂ ସ୍ବଚ୍ଛଳ ବର୍ଗର ଲୋକ ତଥା ଘରୋଇ ଉଦ୍ୟୋଗକୁ ଫାଇଦା ମିଳୁଛି ବୋଲି ଏଥିରେ କୁହାଯାଇଛି । ସବୁ ଶ୍ରେଣୀ ପାଇଁ ବିଶେଷ କରି ଶିଳ୍ପ, ସେବା, ସମ୍ପତି ଏବଂ ରିଅଲ ଇଷ୍ଟେଟ ତଥା କୃଷି  କ୍ଷେତ୍ରରୁ ଆୟ କରୁଥିବା ଗୋଷ୍ଠୀଙ୍କ ଉପରେ ନ୍ୟାୟ ସଙ୍ଗତ ଟିକସ ଲାଗୁ କରିବା ଉପରେ ଏଥିରେ ଜୋର ଦିଆଯାଇଛି ।


News Story - Posted on 2016-02-19

ମେକ୍ ଇନ୍ ଇଣ୍ଡିଆ ବନାମ ବ୍ରେକ୍ ଇନ୍ ଇଣ୍ଡିଆ



ଫେବୃଆରୀ ୧୩ ତାରିଖରୁ ମୁମ୍ବାଇରେ ଏହି ଭଳି ବିକାଶ ଓ ସମୃଦ୍ଧିର ବିଶାଳ ସମ୍ଭାବନା ନେଇ ଆଲୋଚନା ଲାଗି ରହିଥିବା ସମୟରେ ଜାତୀୟ ଓ ଆଂଚଳିକ ଗଣମାଧ୍ୟମରେ ଏ ବିଷୟରେ କମ୍ ଆଲୋଚନା ହେଉଥିଲା ।  ଏହି ପୁଂଜି କ’ଣ, ସେଥିରେ କି କି ଶିଳ୍ପ ହେବ, ସେମାନେ କେତେ ଜମି ନେବେ, କେତେ ପାଣି ନେବେ, କେତେ ଲୋକଙ୍କୁ ବେଘର କରିବେ, କେତେ ନଇ, ନାଳ, ସମୁଦ୍ର ଓ ବାୟୁକୁ ପ୍ରଦୂଷିତ କରିବେ, ସରକାରଙ୍କୁ କେତେ ଟିକସ ଦେବେ, କେତେ ବେକାରଙ୍କୁ ନିଯୁକ୍ତି ଦେବେ, ନିଜେ କେତେ ଲାଭ କରିବେ ଆଦି ବିଷୟରେ କେହି କିଛି ଚର୍ଚ୍ଚା ଓ ଅନୁଶୀଳନ କଲେ ନାହିଁ ।  ସମ୍ଭବତଃ ଖୋଦ ମୋଦି ସରକାର ଓ ତାଙ୍କର ପୁଂଜିବାଦୀ ସାଙ୍ଗମାନେ ଏହା ଚାହୁଁ ନଥିଲେ ।  ତାଙ୍କର ପ୍ରଚାର କୌଶଳ ଓ ଦଳ ଏତେ ଶକ୍ତିଶାଳୀ ଯେ ସେ ଚାହିଁବେ ଓ ଏ ବିଷୟରେ ଜାତୀୟ ସ୍ତରରେ ଆଲୋଚନା ହେବ ନାହିଁ, ଏହା ଅସମ୍ଭବ ବ୍ୟାପାର ।

 


News Story - Posted on 2016-02-05

ଅନ୍ତରଙ୍ଗ ପୁଞ୍ଜିବାଦ ଓ ଅସମାନ ସମୃଦ୍ଧି



ରଘୁରାମ ରାଜନଙ୍କ ପରି ବିଶିଷ୍ଟ ଅର୍ଥନୀତିଜ୍ଞ ଏକଥା ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ଯେ ଗତ କେଇ ଦଶନ୍ଧି ଭିତରେ ଭାରତରେ ଅର୍ବୁଦ୍ଦପତି ବା ବିଲିଓନେୟାରଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି | କେଇ ବର୍ଷ ତଳର ହିସାବ ଅନୁସାରେ ପ୍ରତି ଏକ ଲକ୍ଷ କୋଟି ଡଲାରର ମୋଟ୍ ଘରୋଇ ଉତ୍ପାଦନରେ ଅର୍ବୁଦ୍ଦପତିଙ୍କ ସଂଖ୍ୟା ହାର ରୁଷ ତୁଳନାରେ ଭାରତରେ ଅଧିକ | ଏବେ ପ୍ରକାଶ ପାଇଥିବା ନୂଆ ପରିସଂଖ୍ୟାନ ଅନୁସାରେ ଅର୍ବୁଦ୍ଦପତିଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ବରେ ଅଷ୍ଟମ | ଅଷ୍ଟ୍ରେଲିଆ, ରୁଷିଆ ଓ ଫ୍ରାନ୍ସ ଅପେକ୍ଷା ଭାରତରେ ଅଧିକ ଅର୍ବୁଦ୍ଦପତି ଅଛନ୍ତି ବୋଲି ନିଉ ଉଆର୍ଲଡ଼ ଉଏଲ୍ଥ ନାମକ ଏକ ସଂସ୍ଥା ରିପୋର୍ଟ କରିଛି| ସିଙ୍ଗାପୁର ଓ କାନାଡ଼ାଠାରୁ ମଧ୍ୟ ଭାରତରେ ଅଧିକ ଅର୍ବୁଦ୍ଦପତି ଅଛନ୍ତି |

 


News Story - Posted on 2016-02-01

ଓଡ଼ିଶା ଏବେ ଦେବାଳିଆ!



ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ୧୯୯୯-୨୦୦୦ ବର୍ଷରୁ ୨୦୦୪-୦୫ ବର୍ଷ ପର୍ଯନ୍ତ ଖର୍ଚ୍ଚର ପରିମାଣ ରାଜସ୍ବ ଆୟଠାରୁ ଅଧିକ ଥିଲା | ୨୦୦୫-୦୬ ବର୍ଷରୁ ଖର୍ଚ୍ଚର ପରିମାଣ ଆୟଠାରୁ ହଠାତ୍ କମିଗଲା ଏବଂ ସରକାର ଗୃହରେ ବଳକା ବଜେଟ ଆଗତ କରିବାକୁ ଲାଗିଲେ | କିନ୍ତୁ  ଏ ସରକାର କ୍ଷମତାକୁ ଆସିବା ଦିନଠାରୁ ୨୦୦୦ ମସିହାରୁ ୨୦୧୫ ପର୍ଯନ୍ତ ସମୁଦାୟ  ୩୮  ହଜାର କୋଟି ଟଙ୍କା ଋଣ କରିଛନ୍ତି | ସେଥିରୁ ୨୦୧୫-୧୬ ଆର୍ଥିକ ବର୍ଷରେ ୧୨,୮୦୦ କୋଟି ଟଙ୍କା ଋଣ କରିବାର ଯୋଜନା ଅଛି | ସବୁ ବର୍ଷ ଋଣର ପରିମାଣ ବଢିବଢ଼ି ଚାଲିଥିବା ବେଳେ ସରକାର ବଳକା ବଜେଟ୍ ଦେଖାଇ ଆସୁଛନ୍ତି |

 


News Story - Posted on 2016-01-27

୩୬୦ କୋଟି ସମାନ ୬୨!



ରିପୋର୍ଟ ଅନୁସାରେ ୨୦୧୧ ମସିହାରେ ବିଶ୍ବର ସର୍ବାଧିକ ଧନୀ ୩୮୮ ଜଣଙ୍କ ପାଖରେ ଯେତିକି ସଂପତ୍ତି ଥିଲା ବିଶ୍ବର ଅଧାଅଧି ଗରୀବ ଲୋକଙ୍କ ନିକଟରେ ସେତିକି ସଂପତ୍ତି ଥିଲା | ୨୦୧୨ ମସିହାରେ ଏହି ବ୍ୟବଧାନ ଆହୁରି ବଢ଼ିଗଲା | ସେହିବର୍ଷ ବିଶ୍ବର ଅଧାଅଧି ଗରୀବ ଲୋକଙ୍କ ନିକଟରେ ଯେତିକି ସଂପତ୍ତି ଥିଲା ବିଶ୍ବର ୧୭୭ ଧନୀ ଲୋକଙ୍କ ନିକଟରେ ସେତିକି ସଂପତ୍ତି ଥିଲା | ବିଶ୍ବର ଅଧେ ସଂପତ୍ତି ଅକ୍ତିଆର କରିଥିବା ଏହିପରି ଧନୀଙ୍କ ସଂଖ୍ୟା ୨୦୧୪ ମସିହାରେ ୮୦ ଏବଂ ୨୦୧୫ ମସିହାରେ ୬୨କୁ ଖସି ଆସିଛି | ଅର୍ଥାତ ଏହି ଧନୀ ଲୋକମାନେ ଏହି ୫ ବର୍ଷ ଭିତରେ ଅଧିକ ଧନ ଓ ସଂପଦର ଅଧିକାରୀ ହୋଇଥିବାବେଳେ ଗରୀବଙ୍କ ଆର୍ଥନୀତିକ ଷ୍ଟାଟସରେ କୌଣସି ପରିବର୍ତ୍ତନ ଘଟିନାହିଁ |


News Story - Posted on 2016-01-25

ଖାଇଲେ ନେତା, ହଗିବେ ଜନତା



ଏହି ଦୃଷ୍ଟିରୁ ଏବେ ଉଭୟ ରିଲାଏନ୍ସ ଓ ଏଇଏସ ଉପରେ ଥିବା ବକେୟାକୁ ରାଜ୍ୟ ସରକାର ହୁଏତ ଛାଡ଼ କରିବେ ନହେଲେ ଖାଉଟିଙ୍କଠୁଁ ଆଦାୟ କରି ଭରଣା କରିବେ | ଉଭୟ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କର ଲାଭ, ରାଜ୍ୟବାସୀଙ୍କର କ୍ଷତି | ସରକାରୀ ତଥ୍ୟ ଅନୁସାରେ ଏବେ ସୁଦ୍ଧା ଭିତ୍ତିଭୂମି ବାବଦରେ ବିଶ୍ବବ୍ୟାଙ୍କରୁ ଅଣା ଯାଇଥିବା ଋଣ ବାବଦ ଦେୟ ପରିମାଣ ସମୂଳସୁଧ ମିଶି ୧୫୦୬ କୋଟି ଟଙ୍କାକୁ ଟପି ଗଲାଣି | ମୂଳ ୪୫୯.୬୪ କୋଟି ଓ ସୁଧ ୧୦୪୬.୭୬ କୋଟି |


© 2015. Samanya Kathan All Rights Reserved | Editor : Debendra Prusty     

To Top