ବିକାଶ

News Story - Posted on 2017-09-15

୭୭% ଲୋକ ପାଉଛନ୍ତି ଶସ୍ତା ଚାଉଳ



ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୬,୩୨,୮୮୪ ପରିବାରର ୩,୨୩,୬୮,୯୩୬ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଯାହା କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସଂଖ୍ୟାର ୯୯.୦୨ ପ୍ରତିଶତ । ରାଜ୍ୟର ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୪,୧୯,୭୪,୨୧୮ ହୋଇଥିବା ବେଳେ ଏହାର ୭୭ ପ୍ରତିଶତ ଟଙ୍କିକିଆ ଚାଉଳ ଯୋଜନାରେ ସାମିଲ ହୋଇଛନ୍ତି । ଅଦ୍ୟାବଧି ରାଜ୍ୟରେ ୬,୮୦,୮୫୩ ସଂଖ୍ୟକ ରେସନ୍ କାର୍ଡ ବାତିଲ କରାଯାଇଛି । ଏହି କାର୍ଡ ମାଧ୍ୟମରେ ୨୪,୬୦,୪୯୫ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ବ୍ୟବସ୍ଥା ହୋଇଥିଲା । 


News Story - Posted on 2017-09-09

ଏମଡିଏମ- ଓଡ଼ିଶା ପାଇଛି ୪୮୫୩ କୋଟି



ସେ କହିଛନ୍ତି ଯେ ରାଜ୍ୟରେ ମୋଟ୍ ୫୮,୨୧୫ଟି ବିଦ୍ୟାଳୟରେ ୪୭,୧୦,୬୫୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛି। ଏଥିଲାଗି ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ପାଇଁ ମୁଣ୍ଡ ପିଛା ଦୈନିକ ମଧ୍ୟାହ୍ନ ଭୋଜନ ଲାଗି ୪ ଟଙ୍କା ୫୮ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଦୈନିକ ମୁଣ୍ଡପିଛା ୬ ଟଙ୍କା ୮୩ ପଇସା ଧାର୍ଯ୍ୟ କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ମଧ୍ୟାହ୍ନ ଭୋଜନରେ କେଉଁଦିନ କି ପ୍ରକାର ଖାଦ୍ୟ ଦିଆଯିବ ସେଥିଲାଗି ସାପ୍ତାହିକ ଖାଦ୍ୟ ତାଲିକା ରହିଛି। ତଦନୁଯାୟୀ ବୁଧବାର ଓ ଶନିବାରରେ ପିଲାମାନଙ୍କୁ ଭାତ ସହିତ ଅଣ୍ଡା ତରକାରୀ, ସୋମବାର ଓ ଗୁରୁବାରରେ ଭାତ ସହିତ ଡାଲମା ଏବଂ ମଙ୍ଗଳବାର ଓ ଶୁକ୍ରବାରରେ ଭାତ ସହିତ ସୋୟାବଢ଼ି ତରକାରୀ ଖାଇବାକୁ ଦେବାର ବ୍ୟବସ୍ଥା ଅଛି। ତେବେ ଯେଉଁ ପିଲାମାନେ ଅଣ୍ଡା ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ କଦଳୀ, ସେଓ, ଆମ୍ବ ଇତ୍ୟାଦି ଫଳ ଦେବା ଲାଗି ୨୦୧୪ ମସିହାରେ ବିଭାଗୀୟ ଶାସନ ସଚିବ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି।


News Story - Posted on 2017-09-09

୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଆବାସ



ରିୟଲ ଇଷ୍ଟେଟ‌୍‍, ଆବାସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଏବଂ ଆଥିର୍କ ବୃଦ୍ଧିକୁ ଦୃଢ଼ତା ପ୍ରଦାନ କରିବାରେ ମୋଦୀ ସରକାରଙ୍କ ନୀତି ସବୁଠୁ ଆଗରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନ‌୍‍ଡିଏ ସରକାର ମେ ୨୦୧୪ରେ କାର୍ଯ୍ୟଭାର ସମ୍ଭାଳିଲେ। ସେ ସମୟରେ ଅର୍ଥବ୍ୟବସ୍ଥା ଅଧାମରା ହୋଇସାରିଥିଲା, ମୁଦ୍ରାସ୍ଫୀତି ଏବଂ ଚଳନ୍ତି ଖାତା ନିଅଂଟ ବହୁତ ଅଧିକ ଥିଲା ତଥା ପରିଯୋଜନା ଭ୍ରଷ୍ଟାଚାର ଏବଂ ନୀତିଗତ ବିଫଳତା କାରଣରୁ ଅଟକି ରହିଥିଲା। ଏହାବ୍ୟତୀତ ବିଦେଶୀ ନିବେଶ ମଧ୍ୟ ପ୍ରଭାବିତ ଥିଲା। କିନ୍ତୁ ସୁଶାସନ ଉପରେ ଗୁରୁତ୍ୱ ତଥା ନିରନ୍ତର ସୁଧାର ମାଧ୍ୟମରେ, ଏନ‌୍‍ଡିଏ ସରକାର ଆଥିର୍କ ବିକାଶ ହାରକୁ ସ୍ୱାଭାବିକ କରିପାରିଥିଲେ। ଏହି ସରକାର ଆର୍ଥିକ ନିଅଂଟକୁ ବର୍ଷ ୨୦୧୩-୧୪ର ୪.୫ ପ୍ରତିଶତରୁ କମାଇ ୨୦୧୬-୧୭ରେ ୩.୫ ପ୍ରତିଶତ ପର୍ଯ୍ୟନ୍ତ ନେଇଆସିଥିଲେ ଏବଂ ୨୦୧୭-୧୮ରେ ଏହାକୁ ୩.୨ ପ୍ରତିଶତ ପର୍ଯ୍ୟନ୍ତ ଆଣିବା ଲାଗି ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି। ଜିଡିପି ଅଭିବୃଦ୍ଧି ହାର ୨୦୧୩-୧୪ରେ ୬.୬ ପ୍ରତିଶତ ଥିଲା ଯାହାକୁ ବଢ଼ାଇ ୨୦୧୬-୧୭ରେ ୭.୧ ପ୍ରତିଶତ ପର୍ଯ୍ୟନ୍ତ ଅଣାଯାଇପାରିଲା। ମୁଡି ଆକଳନ କରିଛି ଯେ ୨୦୧୭-୧୮ ବର୍ଷ ପାଇଁ ଏହି ହାର ୭.୫ ପ୍ରତିଶତ ରହିବ।


News Story - Posted on 2017-08-24

ଗୋପନୀୟତା ନେଇ କେତେ ରାୟ?



ଆର. ଶ୍ରୀଧର ଆମେରିକାରେ ରହନ୍ତି । ତାଙ୍କ ପତ୍ନୀ ହେଲେ ଜଣେ ଅଭିନେତ୍ରୀ ସୁକନ୍ୟା । ଉଭୟଙ୍କ ମଧ୍ୟରେ ବିବାହ ବିବାଦ ଓ ଛାଡ଼ପତ୍ର ମାମଲା ଚାଲିଥିଲା । ଶ୍ରୀଧର ଯୁକ୍ତି କରିଥିଲେ ଯେ ସେମାନେ ବିଦେଶୀ ବିବାହ ଆଇନ ୧୯୬୯ ଅନୁସାରେ ଆମେରିକାରେ ବିବାହ କରିଥିବାରୁ ଭାରତୀୟ କୋର୍ଟରେ ତାଙ୍କ ମାମଲାର ବିଚାର ହୋଇପାରିବ ନାହିଁ । ମାନ୍ଦ୍ରାଜ ହାଇକୋର୍ଟରେ ସୁକନ୍ୟା ଯୁକ୍ତି କରିଥିଲେ ତାଙ୍କ ମାମଲାର ବିବରଣୀ ଗଣମାଧ୍ୟମରେ ପ୍ରକାଶ ନପାଉ । ଏହା ତାଙ୍କର ବ୍ୟକ୍ତିଗତ ଗୋପନୀୟତା ଅଧିକାର କ୍ଷୁର୍ଣ୍ଣ କରୁଛି । ମାନ୍ଦ୍ରାଜ ହାଇକୋର୍ଟ ସୁକନ୍ୟାଙ୍କ ଯୁକ୍ତି ଗ୍ରହଣ କରି ରୁଦ୍ଧ କୋଠରୀରେ ମାମଲାର ଶୁଣାଣି କରିଥିଲେ ଏବଂ ମାମଲାର ବିବରଣୀ ପ୍ରକାଶ ନକରିବା ପାଇଁ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଥିଲେ ।


News Story - Posted on 2017-08-24

ଗୋପନୀୟତା ଏକ ମୌଳିକ ଅଧିକାର



ଗୋପନୀୟତା ଏକ ମୌଳିକ ଅଧିକାର କି ନୁହେଁ ତାହା ସ୍ଥିର କରିବା ପାଇଁ ସୁପ୍ରିମ କୋର୍ଟରେ ଅନେକ ପକ୍ଷ ଆବେଦନ କରିଥିଲେ । ତନ୍ମଧ୍ୟରେ ଜଣେ ହେଲେ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି କେଏସ ପୁଟ୍ଟୁସ୍ୱାମୀ । ସେ ୨୦୧୨ ମସିହାରେ ତକ୍ରାଳୀନ ଉପା ସରକାରଙ୍କ ଆଧାର ବ୍ୟବସ୍ଥା ଗୋପନୀୟତା ଅଧିକାର ବିରୋଧୀ ବୋଲି କହିଥିଲେ । ଅନ୍ୟ ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନର ପ୍ରଥମ ଅଧ୍ୟକ୍ଷା ତଥା ମାଗାସେସେ ପୁରସ୍କାର ବିଜେତା ସାମାଜିକ କର୍ମୀ ଶାନ୍ତା ସିହ୍ନା ଏବଂ ନାରୀମୁକ୍ତିବାଦର ପ୍ରବକ୍ତା କଲ୍ୟାଣୀ ସେନ ମେନନ । ଏ ବିଷୟରେ ବିଚାର କରିବା ପାଇଁ ସୁପ୍ରିମ କୋର୍ଟ ୨୦୧୫ ଅଗଷ୍ଟ ୧୧ ତାରିଖରେ ଏକ ୫ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ । ଏହି ଖଣ୍ଡପୀଠ ଗତ ଜୁଲାଇ ୧୮ ତାରିଖରେ ମାମଲାର ଶୁଣାଣି ଆରମ୍ଭ କରିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ୧୯୫୪ ମସିହାରେ ଏମପି ଶର୍ମା ମାମଲାରେ ସୁପ୍ରିମ କୋର୍ଟଙ୍କର ଏକ ୮ ଜଣିଆ ଖଣ୍ଡପୀଠ ଏବଂ ୧୯୬୨ ମସିହାରେ ଖରକ ସିଂହ ମାମଲାରେ ଏକ ୬ ଜଣିଆ ଖଣ୍ଡପୀଠ ଗୋପନୀୟତା ଅଧିକାର ଏକ ମୌଳିକ ଅଧିକାର ନୁହେଁ ବୋଲି ରାୟ ଦେଇଥିବାରୁ କମ ସଦସ୍ୟ ବିଶିଷ୍ଟ ନୂଆ ଖଣ୍ଡପୀଠ ଏହା ଉପରେ ବିଚାର କରିବା ଯୁକ୍ତିଯୁକ୍ତ ହେବ ନାହିଁ । ଏହା ପରେ ୫ ଜଣିଆ ଖଣ୍ଡପୀଠ ତୁରନ୍ତ ଏହି ମାମଲାକୁ ଏକ ୯ ଜଣିଆ ଖଣ୍ଡପୀଠକୁ ହସ୍ତାନ୍ତର କରିଥିଲେ ଓ ଜୁଲାଇ ୧୯ ତାରିଖରୁ ଏହା ଉପରେ ଶୁଣାଣି ଆରମ୍ଭ ହୋଇଥିଲା । ଅଗଷ୍ଟ ୨ ତାରିଖରେ ଖଣ୍ଡପୀଠ ଶୁଣାଣି ଶେଷ କରିଥିଲେ ।


News Story - Posted on 2017-08-23

ଡେରି ହେଲା, କିନ୍ତୁ ଭଲ ହେଲା



ଅବଶ୍ୟ ସୁପ୍ରିମ କୋର୍ଟ ମୁସଲମାନଙ୍କର ଧାର୍ମିକ ଅଧିକାର ଅଲ୍ଲଙ୍ଘନୀୟ ବୋଲି ରାୟ ଦେଇଛନ୍ତି । ସେମାନଙ୍କର ପର୍ସନାଲ ଲ ବା ବ୍ୟକ୍ତିଗତ ଆଇନରେ ହସ୍ତକ୍ଷେପ ନକରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟ ଓ ନୈତିକତା କ୍ଷେତ୍ରରେ ସରକାର ଧାର୍ମିକ ଆଇନ ବା ପର୍ସନାଲ ଲ’ରେ ସଂଶୋଧନ ବା ପରିବର୍ତ୍ତନ କରିପାରିବେ, ମାତ୍ର ତାହାର ମୌଳିକ ଗୁଣ ଓ ଚରିତ୍ରକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଏହି ନିର୍ଦ୍ଦେଶ ଦେବା ସହିତ କୋର୍ଟ କହିଛନ୍ତି ଯେ ତିନ୍ ତଲାକ୍ ନିଷିଦ୍ଧ ହେବା ପରବର୍ତ୍ତୀ ସମୟରେ ଏ ସଂପର୍କରେ ସରକାର ଆଇନ ପ୍ରଣୟନ କରିପାରିବେ । ଏ ଆଇନ ମୁସଲିମ ଧର୍ମାବଲମ୍ବୀଙ୍କର ବିବାହ ଛାଡ଼ପତ୍ର ବିଷୟରେ ସୀମୀତ ରହିବ । ତିନ୍ ତଲାକ୍ ବ୍ୟବସ୍ଥାକୁ ସୁପ୍ରିମ କୋର୍ଟ ଅସାମ୍ବିଧାନିକ ଘୋଷଣା କରିଥିବାରୁ ଏହାକୁ ନିଷିଦ୍ଧ କରିବାକୁ ଆଉ କୌଣସି ଆଇନର ଆବଶ୍ୟକତା ନାହିଁ ।


News Story - Posted on 2017-08-17

ତାଜ ମହଲକୁ ଧ୍ୱଂସ କରିବ କି?



ପରିବେଶକର୍ମୀ ଏମସି ମେହେଟ୍ଟା ଦାଖଲ କରିଥିବା ମାମଲା ଉପରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମ କୋର୍ଟ । ମେହେଟ୍ଟା ତାଜ ମହଲର ସୁରକ୍ଷା ନେଇ ଅନେକ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି । ୧୬୩୧ ମସିହାରେ ମୋଗଲ ସମ୍ରାଟ ଶାହ ଜାହାନ ତାଙ୍କ ପତ୍ନୀ ମମତାଜ ମହଲଙ୍କ ସ୍ମୃତିରେ ଏହି ସ୍ମାରକୀ ନିର୍ମାଣ କରିଥିଲେ । ଏହା ଏବେ ବି ବିଶ୍ୱର ଏକ ଆଶ୍ଚର୍ଯ୍ୟ ହୋଇରହିଛି । ଏହାକୁ ଏକ ବିଶ୍ୱ ଐତିହ୍ୟର ମାନ୍ୟତା ଦେଇଛି ୟୁନେସ୍କୋ ।


News Story - Posted on 2017-08-14

ପ୍ରତିଶ୍ରୁତିରେ ଜଳକା ବ୍ରହ୍ମପୁରବାସୀ



ନାହିଁ ନାହିଁର ସହର ବ୍ରହ୍ମପୁର କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଅପେକ୍ଷା ଏହି ଜିଲ୍ଲାର ଗୁରୁତ୍ୱ କେବଳ ଶୁଣିବାକୁ ଭଲ ଲାଗେ। ଖୋଦ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାର ପ୍ରତିନିଧି। ହେଲେ ସ୍ମାର୍ଟସିଟି ପ୍ରକଳ୍ପ ଭୁବନେଶ୍ୱର‌୍‍ ସହର ପାଇଲା। ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ଭାବେ ବ୍ରହ୍ମପୁର ସହର ଏକ ପ୍ରମୁଖ ଦାବୀଦାର ରହିଥିଲେ ସୁଦ୍ଧା ସ୍ମାର୍ଟସିଟି ପ୍ରକଳ୍ପ ପାଇଲା ନାହିଁ। ବ୍ରହ୍ମପୁର‌୍‍ ସହରକୁ ସ୍ମାର୍ଟସିଟିରେ ପରିଣତ କରିବା ନିମନ୍ତେ ଆବାଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯିବ ବୋଲି ବିଭିନ୍ନ ସମୟରେ ବ୍ରହ୍ମପୁରର ବହୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଆସିଥିଲେ ସୁଦ୍ଧା ଏହା କେବଳ ବୈଠକରେ ସୀମିତ ରହିଯାଇଛି।


News Story - Posted on 2017-08-14

୨୫ କୋଟି ଟଙ୍କାର ବସଷ୍ଟାଣ୍ଡ ଭୂତକୋଠି



ସେହିଭଳି ଛତ୍ରପୁରଠାରେ ଏକ ବସ‌୍‍ଷ୍ଟାଣ୍ଡ ୫୬୮. ୦୭ ଲକ୍ଷ ଟଙ୍କାରେ ତା ୨୪. ୦୮.୨୦୧୫ ରେ ନିର୍ମିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତା ୧୯. ୧୧. ୨୦୧୬ରେ ଉଦ‌୍‍ଘାଟନ ହୋଇଥିଲା ଏହା ମଧ୍ୟ ଏକ ବର୍ଷ ପୂରିବାକୁ ବସିଲାଣି। ଠିକ‌୍‍ ସେହିଭଳି ଗୋପାଳପୁର ଠାରେ ଅନ୍ୟ ଏକ ବସଷ୍ଟାଣ୍ଡ ୪୯୧. ୮୫ ଲକ୍ଷ ଟଙ୍କାରେ ତା ୨୦.୦୫.୨୦୧୪ରୁ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବା ପରେ ତା ୨୫.୦୭.୨୦୧୬ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ‌୍‍ଘାଟିତ ହୋଇଯାଇଛି।  ବର୍ତ୍ତମାନ ଏସବୁ ବସ‌୍‍ଷ୍ଟାଣ୍ଡ ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡା ସ୍ଥଳି ପାଲଟିଛି। ଜିଲ୍ଲାରେ ଘଟି ଯାଉଥିବା ବିଭିନ୍ନ ଚୋରି ଡକାୟତି ଏବଂ ହତ୍ୟାକାଣ୍ଡରୁ ଆରମ୍ଭ କରି ସବୁ କିଛି ଅପରାଧର ବ୍ଲ୍ୟୁ ପ୍ରିଣ୍ଟ‌୍‍ ଅପରାଧୀମାନେ ଏହି ସ୍ଥାନରେ କରିବାକୁ ନିରାପଦ ମନେକରୁଛନ୍ତି।


News Story - Posted on 2017-07-31

ପାରାଦୀପ-ଚଣ୍ଡିଖୋଲ ରାସ୍ତା ହେବ ୬ ଲେନ୍



ବିକାଶ ପାଇଁ ଚିହ୍ନଟ ହୋଇଥିବା ପ୍ରକଳ୍ପ ମଧ୍ୟରେ ଓଡ଼ିଶାର ୩ଟି ସଡ଼କ ରହିଛି । ଏହି ପ୍ରକଳ୍ପ ଅଧୀନରେ ପାରାଦୀପ-ଚଣ୍ଡିଖୋଲ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବ । ସେହିପରି ଧାମରା ବନ୍ଦରକୁ ସଂଯୋଗ ରାସ୍ତା ବା ଜାମୁଝାଡ଼ି-ଧାମରା ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରାଯିବ । ଏହା ବାଦ ୫ ନମ୍ବର ଜାତୀୟ ରାଜପଥର ଛତ୍ରପୁରଠାରୁ ଗୋପାଳପୁର ବନ୍ଦରକୁ ରାସ୍ତା ସଂଯୋଗ କରାଯିବ । ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗରେ ଅବସ୍ଥିତ ।


News Story - Posted on 2017-07-27

ଅଳିଆ ପାହାଡ- ଏକ ଆହ୍ବାନ



ଦେଶର ଅଧିକାଂଶ ବଡ, ମଧ୍ୟମ  ଏବଂ ଛୋଟ ସହରମାନଙ୍କରେ ଅଶୋଧିତ ଅଳିଆ ଆବର୍ଜନାର ପାହାଡ ସାଧାରଣତଃ ଦୃଷ୍ଟିଗୋଚର ହୋଇଥାଏ। ଯେ କୌଣସି ସହରକୁ ଗଲେ ଆଗନ୍ତୁକମାନଙ୍କ ସ୍ୱାଗତ ଆବର୍ଜନାର ସ୍ତୁପ ଜରିଆରେ କରାଯିବା ପରି ମନେ ହୁଏ।  ସହରରେ ଇତଃସ୍ତତଃ ଭାବେ ପଡି ରହିଥିବା ଆବର୍ଜନା ଦ୍ରୁତଗତିରେ ବୃଦ୍ଧି ପାଉଥିବା ସମୃଦ୍ଧିକୁ ଦର୍ଶାଇଥାଏ। ଏହାର ପରିମାଣ ସ୍ୱରୂପ ପ୍ରାୟ ସବୁ ସହରରେ ଏହି କୁଢ କୁଢ ଅଳିଆ ଆବର୍ଜନା ମାନବ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱର ସମସ୍ୟା ପାଲଟିଛି। ଏହି ସବୁ ଅଳିଆ ଆବର୍ଜନାକୁ କିପରି ପ୍ରଭାବୀ ଢଂଗରେ ନଷ୍ଟ କରାଯିବ ତାହାର ଉପାୟ ଏପର୍ଯ୍ୟନ୍ତ କରାଯାଇ ପାରିନାହିଁ।


News Story - Posted on 2017-07-22

ପରିବେଶର କ୍ଷତି କରିବ ସ୍ମାର୍ଟ ସିଟି!



ଉପଯୁକ୍ତ ଭିତ୍ତିଭୂମି ଓ ଦରକାରୀ ସୁବିଧା ନହେଲେ ଭାରତର ସ୍ମାର୍ଟ ସିଟି ପରିକଳ୍ପନା ପରିବେଶ ଉପରେ ଅତ୍ୟନ୍ତ ଭୟଙ୍କର ପ୍ରଭାବ ପକାଇବାର ଆଶଙ୍କା ରହିଛି । ବଢ଼ତି ସହରୀ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତ ସରକାର ଦେଶରେ ୧୦୦ ସ୍ମାର୍ଟ ସିଟି ବିକଶିତ କରିବା ପାଇଁ ଯୋଜନା କରିଛନ୍ତି । କିନ୍ତୁ ଇଂଲଣ୍ଡର ଲିଙ୍କନ ବିଶ୍ୱବିଦ୍ୟାଳୟର ଗବେଷଣା ଅନୁସାରେ ପରିବେଶ ଉପରେ ଏହାର ଭୟଙ୍କର କୁପ୍ରଭାବ ପଡ଼ିବ ।


News Story - Posted on 2017-07-13

ନୀତି ମଦମୁକ୍ତ, ନିର୍ଦ୍ଦେଶ ମଦଯୁକ୍ତ!



ଓଡ଼ିଶାରେ ଅଧିକରୁ ଅଧିକ ଯୁବକ ମଦ ଓ ଅନ୍ୟାନ୍ୟ ନିଶା ପ୍ରତି ଆତ୍କୃଷ୍ଟ ହେଉଥିବାରୁ ରାଜ୍ୟର ବିକାଶ ପରିବର୍ତ୍ତେ ସେମାନେ ବିନାଶର କାରଣ ହେଉଛନ୍ତି। ଏହି ଗୁରୁତର ସମସ୍ୟାକୁ ଉପଲବ୍ଧି କରି ସମଗ୍ର ରାଜ୍ୟରେ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ଲାଗି ଓଡ଼ିଶା ଯୁବନୀତିରେ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହି ଯୁବନୀତି ଘୋଷଣା ୪ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ଗୋଟିଏ ହେଲେ ଗାଁକୁ ନିଜ ଉଦ୍ୟମରେ ନିଶାମୁକ୍ତ କରିନଥିବା ବେଳେ ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟକ ଯୁବକଙ୍କୁ ନିଶାଯୁକ୍ତ କରାଉଛନ୍ତି। ଏଥିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷିତ ରାଜ୍ୟ ଯୁବନୀତି ବିଫଳ ହୋଇଛି ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ଖୋଲା ଅଭିଯୋଗ କରିଛି।


News Story - Posted on 2017-07-08

ଆନ୍ଧ୍ରବସ‌୍‍ ପାଇଁ ବ୍ରହ୍ମପୁରରେ ପାର୍କିଂ ନାହିଁ



ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ବ୍ରହ୍ମପୁର ଆସୁଥିବା ଆନ୍ଧ୍ର ଆର.ଟି.ସି ବସ‌୍‍ଗୁଡ଼ିକ ପାଇଁ ବ୍ରହ୍ମପୁର ସିଟି ବସ‌୍‍ଷ୍ଟାଣ୍ଡରେ ସ୍ଥାନ ମିଳୁନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସିଟି ବସ‌୍‍ଷ୍ଟାଣ୍ଡରେ ଓଡ଼ିଶା ସରକାରଙ୍କ ଓ.ଏସ‌୍‍.ଆର.ଟି.ସି ବସ‌୍‍ ଏବଂ ସ୍ଥାନୀୟ ତଥା ଲୋକାଲ‌୍‍ ବସ‌୍‍ଗୁଡ଼ିକ ପାଇଁ ଉତ୍ତମ ପାର୍କିଂ ବ୍ୟବସ୍ଥା ଥିଲାବେଳେ ଆନ୍ଧ୍ର ପ୍ରଦେଶରୁ ଯେଉଁ ଅଳ୍ପ ସଂଖ୍ୟକ ବସ‌୍‍ ଆସୁଛି। ସେହି ବସ‌୍‍ ଗୁଡ଼ିକୁ ପାର୍କିଂ ପାଇଁ ଏଠାରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ଜଣାପଡ଼ୁନାହିଁ। ଯାହାଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


News Story - Posted on 2017-07-07

ବିକାଶ ପଥରେ ଭାରତ



୨୦୧୩-୧୪ରେ ଅର୍ଥନୈତିକ ବୃଦ୍ଧିହାର ୬.୮୪% ଥିବାବେଳେ ୨୦୧୪-୧୫, ୨୦୧୫-୧୬ ଓ ୨୦୧୬-୧୭ରେ ଯଥାକ୍ରମେ ୭.୧୮%, ୭.୯୩% ଓ ୭.୧%ରେ ପହଁଞ୍ଚିଛି। ଏହାଦ୍ୱାରା ଭାରତ ଚୀନ‌୍‍କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଦ୍ରୁତଗ୍ରାମୀ ଅର୍ଥନୀତି ହେବାର ସୌଭାଗ୍ୟ ଅର୍ଜନ କରିଛି। ବିଶ୍ୱ ଅର୍ଥନୀତିର ବୃଦ୍ଧି ୨୦୦୭ରେ ଶୀର୍ଷରେ ପହଁଞ୍ଚି ଥିଲା। ୨୦୦୮ ପ୍ରାରମ୍ଭରେ ସାରା ବିଶ୍ୱରେ ମାନ୍ଦାବସ୍ଥା ଆସିଥିଲା। ପରବର୍ତ୍ତୀ ସମୟରେ ବିଶ୍ୱର ଅର୍ଥନୈତିକକ ବୃଦ୍ଧି ବିଶେଷ ଭାବରେ ହ୍ରାସ ପାଇଥିଲା। ୨୦୦୮ ପୂର୍ବବର୍ତ୍ତୀ ଦଶନ୍ଧିରେ ବିଶ୍ୱ ଅର୍ଥନୀତି ହାରାହାରି ୪% ଗତିରେ ବୃଦ୍ଧି ପାଇଥିବା ବେଳେ, ୨୦୦୮ ପରବର୍ତ୍ତୀ ଦଶନ୍ଧିରେ (୨୦୧୭ ପର୍ଯ୍ୟନ୍ତ) ବୃଦ୍ଧିର ଗତି ଚିନ୍ତାଜନକ ୨.୫%ରେ ପହଁଞ୍ଚିଛି। ଏହା ପ୍ରଣିଧାନ ଯୋଗ୍ୟ ଯେ କୌଣସି ବୃହତ ଦେଶ ୨୦୦୮ ପୂର୍ବର ଅର୍ଥନୈତିକ ଅଭିବୃଦ୍ଧି ହାର ଫେରି ପାଇନାହିଁ। ବିଶ୍ୱର ଅଧିକ ଲୋକସଂଖ୍ୟା ବିଶିଷ୍ଟ ୫୦ ଗଣତନ୍ତ୍ରକୁ ନୀରିକ୍ଷଣ କଲେ ଜଣାପଡ଼େ ଯେ କେବଳ ୯ଟି ଦେଶର ଅର୍ଥନୀତିର ବୃଦ୍ଧିହାର ୨୦୦୭ ପରବର୍ତ୍ତୀ ମାନ୍ଦାବସ୍ଥା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇ ନାହାନ୍ତି ଏବଂ ସେମାନଙ୍କର ଅଭିବୃଦ୍ଧି ହାର ୨.୫% ରୁ ଅଧିକ ହୋଇ ପାରିଛି। ଏହି ୯ଟି  ଅର୍ଥନୀତି ମଧ୍ୟରୁ କେବଳ ଜର୍ମାନୀକୁ ଛାଡିଦେଲେ ବାକି ୮ଟି ଅତ୍ୟନ୍ତ ଛୋଟ ଅର୍ଥନୀତି। ୨୦୧୬ ନଭେମ୍ୱରରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ପରି ଆର୍ଥିକ ସଂସ୍କାର ଘୋଷଣା କରିଥିଲେ। ଲୋକଙ୍କ ପାଖରେ ନଗଦ ଟଙ୍କାର ଅଭାବ ଦେଖା ଦେଇଥିଲା। ବିମୁଦ୍ରୀକରଣର ଆରମ୍ଭ ଓ ପୁନଃମୁଦ୍ରୀକରଣ ମଧ୍ୟରେ ସମୟ ବ୍ୟବଧାନ ହେତୁ ନଗଦ କାରବାର ଉପରେ ନିର୍ଭର କରୁଥିବା ବହୁ ବ୍ୟବସାୟ ପ୍ରଭାବିତ ହୋଇଥିଲା। ଫଳତଃ ୨୦୧୬-୧୭ର ଶେଷ କ୍ୱାର୍ଟର (ଜାନୁଆରୀ-ମାର୍ଚ୍ଚ)ର ବୃଦ୍ଧିହାର ବିଶେଷ କ୍ଷତିଗ୍ରସ୍ତ  ହୋଇଥିଲା। ଏହା ୬.୧% ଥିଲା। ଏହା ସତ୍ତ୍ୱେ ପୂରା ବର୍ଷର ୨୦୧୬-୧୭ ବୃଦ୍ଧିହାର ୭.୧%, ଯାହା ନିଶ୍ଚିତ ଭାବରେ ଉତ୍ସାହଜନକ।


News Story - Posted on 2017-06-26

ବିକାଶ- ଇଧର ଉଧର



ମୋଦୀ ସରକାରର ତିନି ବର୍ଷ। ବର୍ଷେ ଗଲା : ଉଘାରେ। ତମେ ଜିତିଲ ଠିକ‌୍‍ ଯେ, କେତେ ମିଛ କହିଚ! ବିରୋଧୀ ଯେତେ କମ୍ପିଲେ ବି କିଛି କରିପାରିଲେ ନାହିଁ। ମୋଦୀଙ୍କ ସାର୍ଟିଫିକେଟ‌୍‍ ଓ ସ୍ମୃତି ଇରାନୀଙ୍କ ପାଠକୁ ନେଇ ଶସ୍ତା ରାଜନୀତି ଚାଲିଲା। ଏଥିଯୋଗୁ ମୋଦୀଙ୍କ ଲୋକପ୍ରିୟତା ତିଳ ପ୍ରମାଣ କ୍ଷତିଗ୍ରସ୍ତ ହେଲାନି। ସରକାର ସୁନ୍ଦର ଯୋଜନାମାନ ଅଧା-ସଂସ୍କୃତ ନାଁରେ ଘୋଷଣା କରନ୍ତି, ପଛରେ ଧରାପଡେ଼ ଯେ ପ୍ଲାନ‌୍‍ ଚାଲିଛି ୟୁପିଏ ସରକାର ଅମଳରୁ କିନ୍ତୁ ଅଫିସ‌୍‍-ଅର୍ଡର ବାହାରକୁ ସେଗୁଡ଼ିକର ପ୍ରଚାର ହୋଇ ନଥିଲା। ସବୁ ଆଗରୁ ଚାଲୁଥିଲା- ସରକାର ଗଠନର ଦି’ ସପ୍ତାହ ଭିତରେ ଆଠ ଦଶ ଯୋଜନା ଘୋଷଣା ହୋଇଗଲା। ଦେଖାଗଲା, ବ୍ରାଣ୍ଡ‌୍‍ ନିଉ। ଚକ‌୍‍ଚକ‌୍‍।


News Story - Posted on 2017-06-21

ବିକାଶର ପ୍ରତିବଂଧକ ତମାଖୁ!



ବିଶ୍ୱରେ ବିକାଶର ଫଳକୁ ନିଷ୍ପଳ କରିବାରେ ସବୁଠୁ ବଡ ପ୍ରତିବଂଧକ ହେଉଛି ତମାଖୁ ସେବନ। ଅକାଳ ମୃତ୍ୟୁ ଏବଂ ରୋଗଗ୍ରସ୍ତ ହେବାର ଏହା ହେଉଛି  ପ୍ରମୁଖ କାରଣ। ତମାଖୁ ଉତ୍ପାଦନରେ ପାଖାପାଖି ୫ ହଜାରରୁ ୭ ହଜାର ବିଷାକ୍ତ ପାଦାର୍ଥ ରହିଛି। ଏସବୁ ମଧ୍ୟରେ ସବୁଠୁ ମାରାତ୍ମକ ହେଉଛି। ନିକୋଟିନ, କାର୍ବନ ମନୋକ୍ସାଇଡ‌୍‍  ଏବଂ ଟାର‌୍‍। ସାଧାରଣତଃ ସିଗାରେଟ‌୍‍, ବିଡି, ସିଗାର, ହୁକ୍କା, ନାସ ଏବଂ ଇ-ସିଗାରେଟ‌୍‍ ମାଧ୍ୟମରେ ତମାଖୁର ସେବନ ବା ବ୍ୟବହାର କରାଯାଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସୂତ୍ରରୁ ଜଣାଯାଇଛି ଯେ, ପ୍ରତ୍ୟେକ ବର୍ଷ ପ୍ରତ୍ୟକ୍ଷ ତମାଖୁ ସେବନ ଓ ପରୋକ୍ଷ ଭାବରେ ତମାଖୁର ଧୂଆଁରେ ପ୍ରାୟ ଛ’ ନିୟୁତ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ଏହା ଏନ‌୍‍ସିଡି ପାଇଁ ପ୍ରମୁଖ ବିପଦର କାରଣ ବୋଲି କୁହାଯାଇଛି। ଏଥି ସହ ତମାଖୁ ସେବନ ଯୋଗୁଁ ଶ୍ୱାସ କ୍ରିୟା ସଂକ୍ରମଣ  ଏବଂ ଯକ୍ଷ୍ମା ଆଦି ସଂକ୍ରମଣ ରୋଗର ପ୍ରଭାବରେ ମଧ୍ୟ ପାଖା ପାଖି ୪ରୁ ୫ ପ୍ରତିଶତ ଲୋକ ପ୍ରାଣ ହରାଉଛନ୍ତି। ତମାଖୁ ସେବନ ସଂପର୍କିତ ରୋଗ ଯୋଗୁଁ ୨୦୩୦ ସୁଦ୍ଧା ମୃତ୍ୟୁହାର ୮ ନିୟୁତକୁ ଛୁଇଁବାର ଆଶଙ୍କା ସୃଷ୍ଟି ହୋଇଛି।


News Story - Posted on 2017-06-18

ଯୁବଛାତ୍ର ଓ ଚାଷୀ ଆତ୍ମହତ୍ୟା ବଢୁଛି!



ଗତ ୧୫ ବର୍ଷ ମଧ୍ୟରେ ଅଟଳ ବିହାରୀ ବାଜପେୟୀ, ଡଃ ମନମୋହନ ସିଂହ ଓ ଏବେ ନରେନ୍ଦ୍ର ଦାମୋଦର ଦାସ ମୋଦି ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ସରକାରଙ୍କର ସତ୍ୟପାଠ ହେଲା ଆମେ ଜନତାଙ୍କ ପାଇଁ, ଜନତାଙ୍କ ହିତରେ ଉତ୍ତରଦାୟୀ। କିନ୍ତୁ ବାସ୍ତବତା ହେଲା ସରକାର ନିଜର ସାମ୍ୱିଧାନିକ ଉତ୍ତରଦାୟିତ୍ୱ ନିର୍ବାହ କରିବାରେ ଯେ ସମର୍ଥ ତାହାର ଉଦାହରଣ ସାମ୍ନାକୁ ଆସିପାରୁନାହଁି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ.ସି.ଆର.ବି) ରିପୋର୍ଟ ଅନୁଯାଇ ଗତ ୧୫ ବର୍ଷ ମଧ୍ୟରେ ଦେଶରେ ୯୯ ହଜାର ୭୫୬ ଜଣ ଛାତ୍ର, ୨ ଲକ୍ଷ ୭୪ ହଜାର ୨୪୨ ଜଣ କୃଷକ ଏବଂ ୧ ଲକ୍ଷ ୪୪ ହଜାର ୯୭୪ ଯୁବବର୍ଗ ଆତ୍ମହତ୍ୟା କରିଛନ୍ତି। ଛାତ୍ର, କୃଷକ ଓ ବେକାର ଯୁବବର୍ଗ ଆତ୍ମହତ୍ୟା କରିବା ପଛରେ ବଡ କାରଣ ହେଉଛି ହତାଶା।


News Story - Posted on 2017-06-16

ସ୍ମାର୍ଟ ସିଟି- ୩% ଅଂଚଳ ପାଇଁ ୮୦% ଟଙ୍କା!



ସ୍ମାର୍ଟ ସିଟି ମିଶନରେ ହେବାକୁ ଯାଉଛି ଭୟଙ୍କର ପାତର ଅନ୍ତର ଓ ବିଷମ ବିକାଶ। ସ୍ମାର୍ଟ ସିଟି ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୫୯ ସହରର ମାତ୍ର ୨.୭ ପ୍ରତିଶତ ଅଂଚଳରେ ଖର୍ଚ୍ଚ ହେବ ମୋଟ ପ୍ରକଳ୍ପ ବ୍ୟୟର ୮୦ ପ୍ରତିଶତ ଅର୍ଥ। ଏହି ୫୯ ସହର ପାଇଁ ମଂଜୁର ହୋଇଥିବା ୧.୩୧ ଲକ୍ଷ କୋଟି ଟଙ୍କାରୁ ୧.୦୫ ଲକ୍ଷ କୋଟି ଟଙ୍କା ଏସବୁ ସହରରେ ଅଂଚଳ ଭିତ୍ତିକ ବିକାଶ ବା ଏରିଆ ବେସଡ ଡେଭଲପମେଣ୍ଟ ବାବଦରେ ଖର୍ଚ୍ଚ ହେବ।


News Story - Posted on 2017-06-07

ସଂସ୍କାର ଜରିଆରେ ସହର ବିକାଶ



ସଂସ୍କାର, କାର୍ଯ୍ୟ ପ୍ରଦର୍ଶନ ଓ ପରିବର୍ତ୍ତନ ପରି ପ୍ରଗତିଶୀଳ ଦୃଷ୍ଟିକୋଣ ମାଧ୍ୟମରେ ସମସ୍ତ ବିକାଶ ପାଇଁ ଅଙ୍ଗୀକାରବଦ୍ଧତା ହେଉଛି ମୋଦୀ ସରକାରଙ୍କ ତିନି ବର୍ଷର ଶାସକକାଳର ଗୁରୁତ୍ୱପୂର୍ଣ୍ଣ ଦିଗ। ଏହା ଫଳରେ ମୋଦୀ ସରକାରଙ୍କ ସୁଶାସନ ଯୋଗୁଁ ଗତ କିଛି ବର୍ଷ ଧରି ଲାଗି ରହିଥିବା ପକ୍ଷାଘାତ ନୀତିର ପରିସମାପ୍ତି ଘଟିଛି। ରିୟଲ ଇଷ୍ଟେଟ, ବାସଗୃହ ଏବଂ ଭିତ୍ତିଭୂମି ଦ୍ୱାରା ସହର ବିକାଶ କରାଯିବା ହେଉଛି ଆର୍ଥିକ ବିକାଶର ଚାବିକାଠି ବୋଲି ହୃଦବୋଧ ହୋଇଛି। ଏହି ତିନୋଟି କ୍ଷେତ୍ର ଉପରେ ଧ୍ୟାନକେନ୍ଦ୍ରୀତ କରାଯିବା ସହ ଏନଡିଏ ସରକାରଙ୍କ ଆର୍ଥିକ ସଂସ୍କାର ଓ ନିରନ୍ତର ଅଭିବୃଦ୍ଧି ହେଉଛି ଏହାର ସୁଫଳ।


News Story - Posted on 2017-06-07

ଟାୱାର‌୍‍ ଲାଇନ‌୍‍ ଜମି କାହାର?



ବ୍ରହ୍ମପୁର ସହରର ବ୍ରଜନଗରଠାରୁ ଭାବିନୀପୁର ତଥା ବଡ଼ମେଡ଼ିକାଲ‌୍‍ ଯିବା ରାସ୍ତାଟି ଟାୱାର ଲାଇନ‌୍‍ ଭାବେ ପରିଚିତ। ଏଠାରେ ବହୁ ବିଦ୍ୟୁତ ଟାୱାର ରହିଥିବା ବେଳେ ଉକ୍ତ ରାସ୍ତାଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହି ଅଞ୍ଚଳରେ ବହୁ ଟାୱାର‌୍‍ ରହିଥିବା ବେଳେ ଏହାକୁ ଖାତିର‌୍‍ ନକରି ଅଞ୍ଚଳବାସୀ ଘର ତିଆରି ପାଇଁ କିଣିଥିବା ନିଜ ଜମିଠାରୁ ପ୍ରାୟ ୧୦ ଫୁଟ ଆଗକୁ ସରକାରୀ ଜମିକୁ ଜବରଦଖଲ କରି ଟାୱାର‌୍‍ ଲାଇନ‌୍‍ ତଳେ ୨ରୁ ୩ ମହଲା ଘର ନିର୍ମାଣ କରିଛନ୍ତି। ଯାହାଫଳରେ ବିଭିନ୍ନ ସମୟରେ ବର୍ଷା ପବନ ହେଲେ ଏଠାରେ ବହୁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଘର ଆଗକୁ ବଢ଼ାଇବା ସହ ୨ରୁ ୩ ତାଲା ଘର ନିର୍ମାଣ କରୁଥିବାରୁ ବହୁ ଶ୍ରମିକ ଘର ତିଆରି ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବେଳେ ପୂର୍ବରୁ ବର୍ଷା ସମୟରେ ଛାତ ଉପରେ ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ‌୍‍ ଲାଇନ‌୍‍ ସଂସ୍ପର୍ଶରେ ଆସି ଘରର କିଛି ବଖରା ପୋଡ଼ିବା ସହ ଘର ଲୋକେ ଗୁରୁତର ହୋଇଥିବା ଘଟଣା ଦେଖିବାକୁ ମିଳିଥିଲା।


News Story - Posted on 2017-06-06

ବିକାଶର  ସବୁଜ ପଥ



ଜଙ୍ଗଲ- ଜାତୀୟ ଜଙ୍ଗଲ ନୀତିର ଉଦ୍ଦେଶ୍ୟ ଅନୁରୂପ ପରିବେଶ ବନ ଏବଂ ଜଳବାୟୁ  ପରିବର୍ତ୍ତନ ମନ୍ତ୍ରଣାଳୟ (ଏମ‌୍‍ଓଇଏଫଏଫସି) ଜଙ୍ଗଲ ସଂଖ୍ୟା ଭୌଗୋଳିକ କ୍ଷେତ୍ରର ୩୩ ପ୍ରତିଶତ ବୃଦ୍ଧି ନିମନ୍ତେ ଏକ ରୂପରେଖ ପ୍ରସ୍ତୁତ କରିଛି। ବାର୍ଷିକ ଜଙ୍ଗଲ ଗୁଣବତ୍ତା ୫ ନିୟୁତ ହେକ‌୍‍ଟରକୁ ବୃଦ୍ଧି କରି ପତିତ ଜମିରେ ପୁନଃ ବନୀକରଣ କରିବା ହେଉଛି ସବୁଜ ଭାରତ ମିଶନର ଲକ୍ଷ୍ୟ। ହ୍ରାସ ପାଇଥିବା ଜଙ୍ଗଲ ସମସ୍ୟାର ନିରାକରଣ ନିମନ୍ତେ ଏବଂ ବିକାଶ ଉଦ୍ଦେଶ୍ୟରେ ନଷ୍ଟ ହେଉଥିବା ଜଙ୍ଗଲ ସମ୍ପଦର ଭରଣା ପାଇଁ ୨୦୧୬ରେ ସଂସଦରେ କ୍ଷତିପୂରଣ ବନୀକରଣ ବିଧେୟକ ଗୃହୀତ କରାଯାଇଛି। ଏଥି ନିମନ୍ତେ ୪୨,୦୦୦ କୋଟି ଟଙ୍କା ବିନିଯୋଗ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଅଣ ଜଙ୍ଗଲ ଉଦ୍ଦେଶ୍ୟରେ ଉପଯୋଗ କରାଯାଇଥିବା ଜଙ୍ଗଲରୁ ପ୍ରାପ୍ତ ଅର୍ଥରୁ ଏହି ପାଣ୍ଠି ସଂଗ୍ରହ କରାଯିବ।


News Story - Posted on 2017-06-04

ମିଡିଆ ଯୁଦ୍ଧ



ଓଡ଼ିଶାରେ ଏକଦା ସମାଜ-ପ୍ରଜାତନ୍ତ୍ର, ସମାଜ-ସମ୍ବାଦ, ସମ୍ବାଦ-ଧରିତ୍ରୀ ଯଦ୍ଧ ଚାଲିଥିଲା। ଏବକୁ ସମ୍ବାଦ଼-ପ୍ରମେୟ, ଓଟିଭି-ନ୍ୟୁଜ୭, ନ୍ୟୁଜ୭-କନକ ଆଦି ଚାନେଲ ଯୁଦ୍ଧ ବି ବେଶ ରୋମାଞ୍ଚକର। ନିଜନିଜର ଅନୈତିକ ବ୍ୟବସାୟିକ ସ୍ବାର୍ଥ ଓ ସାମ୍ରାଜ୍ୟର ସୁରକ୍ଷା କରିବା, ନିଜ ରାଜନୀତିକ ପ୍ରଭୁ ଓ ସୁରକ୍ଷାଦାତାଙ୍କ ପାଇଁ ଜଗୁଆଳୀ କୁକୁରର କାମ କରିବାରେ ବ୍ୟସ୍ତ ଥିବା ଗଣମାଧ୍ୟମ ଭିତରେ ଏଭଳି ଯୁଦ୍ଧ ହେବା ସ୍ବାଭାବିକ। ଦୁଃଖର କଥା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ନିଜନିଜ ମାଲିକଙ୍କ ସ୍ବାର୍ଥର ସୁରକ୍ଷା କରୁକରୁ ଜନଗଣଙ୍କ ସ୍ବାର୍ଥ ଉଜାଡ଼ି ଦେଇଥାନ୍ତି। ଏଥିପ୍ରତି ସମ୍ପାଦକ ଓ ସାମ୍ବାଦିକମାନେ ଯତ୍ନବାନ ହେବା ଜରୁରୀ।


News Story - Posted on 2017-06-04

ଅସାମ୍ବିଧାନିକ ଅଙ୍କୁଶ!



୧୦ ଡିସେମ୍ୱର ୧୯୪୮, ଜାତିସଂଘର ମାନବାଧିକାର ସାର୍ବଭୌମ ଘୋଷଣାନାମାର ମୁଖବନ୍ଧରେ କୁହାଯାଇଛି-ସଂସାରରେ ସବୁ ମଣିଷଙ୍କର ଅନ୍ତର୍ନିହିତ ମର୍ଯ୍ୟାଦା, ସମାନ ଓ ଅବିଚ୍ଛେଦ୍ୟ ଅଧିକାରକୁ ସ୍ୱୀକୃତି ଦେବା, ସ୍ୱାଧୀନତା, ନ୍ୟାୟ ଓ ଶାନ୍ତିର ମୂଳଭିତ୍ତି। ଧାରା-୨ରେ ଜାତି, ବର୍ଣ୍ଣ, ଲିଙ୍ଗ, ଭାଷା, ଧର୍ମ ଏବଂ ରାଜନୈତିକ କିମ୍ୱା ଅନ୍ୟ ବିଚାର ପ୍ରଣାଳୀକୁ ନେଇ କେହି କାହା ପ୍ରତି ଭେଦଭାବ ସୃଷ୍ଟି କରିବେ ନାହିଁ। ଧାରା-୩- ପ୍ରତ୍ୟେକ ବ୍ୟକ୍ତି ଜୀବନର ସ୍ୱାଧୀନତା ଏବଂ ବ୍ୟକ୍ତିଗତ ସୁରକ୍ଷାର ଅଧିକାର ରହିବ। ଧାରା-୪- କୌଣସି ଦାସତ୍ୱ ରହିବ ନାହିଁ, ଦାସତ୍ୱ ପ୍ରଥା ନିଷିଦ୍ଧ ହେବ। ଧାରା-୫- କାହାରିକୁ ଶାରୀରିକ ଯାତନା କରାଯିବନାହିଁ। କାହାରି ପ୍ରତି ନିର୍ଦ୍ଦୟ, ଅମାନୁଷିକ ବା ଅପମାନଜନକ ବ୍ୟବହାର ଦିଆଯିବ ନାହିଁ। ଧାରା-୭ରେ ଆଇନ ଅନୁସାରେ ସମସ୍ତେ ସମାନ। ସମସ୍ତଙ୍କର ବିନା ଭେଦଭାବରେ ସମାନଭାବେ ଆଇନ ସୁରକ୍ଷା ଅଧିକାର ରହିବ। ଧାରା-୯ରେ କାହାରିକୁ ମନଇଚ୍ଛା ଗିରଫ, ନଜରବନ୍ଦୀ ବା ଦେଶରୁ ବାହାର କରାଯାଇ ପାରିବନାହିଁ। ଏହିପରି ଧର୍ମର ଅଧିକାର, ବିବାହ-ବିଚ୍ଛେଦର ଅଧିକାର, ଅଭିବ୍ୟକ୍ତିର ଅଧିକାର, ଶାନ୍ତିପୂର୍ଣ୍ଣ ସଭା ଓ ସଂଘ ଗଠନ କରିବାର ଅଧିକାର ଦିଆଯାଇଛି। କେବଳ ଜାତିସଂଘର ଏହି ଘୋଷଣା ନାମାରେ ନାଗରିକ ଅଧିକାର ସଂପର୍କରେ ସ୍ପଷ୍ଟ ଉଲ୍ଲେଖ ରହିଛି ତାହା ନୁହେଁ, ଭାରତର ସମ୍ୱିଧାନ ମଧ୍ୟ ପ୍ରତ୍ୟେକ ନାଗରିକ ଭୟ, ଭୋକ, ଭ୍ରଷ୍ଟାଚାର ମୁକ୍ତ  ଜୀବନଯାପନ କରିବାର ଅଧିକାର ପ୍ରଦାନ କରିଛି।


News Story - Posted on 2017-06-03

ପର୍ଯ୍ୟଟନ- ପ୍ରଶାସନର ସାବତ ପୁଅ!



ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେବା ସହ ଏଥିନିମନ୍ତେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ତେବେ ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ବିଭାଗର କାର୍ଯ୍ୟାଳୟ ପାଇଁ ନିଜସ୍ୱ ଜମି ଖଣ୍ଡିଏ ନଥିବାରୁ ଏହା ଭଡ଼ାଘରେ ଚାଲିଛି। ଦାର୍ଘ ୩୬ ବର୍ଷ ଧରି ଏହି କାର୍ଯ୍ୟାଳୟ ଭଡ଼ାରେ ଚାଲିଥିବା ବେଳେ ୧୯୭୯ ମସିହାରୁ ନିଜସ୍ୱ କାର୍ଯ୍ୟାଳୟ ପାଇଁ ଜମି ଖଣ୍ଡିଏ ଯୋଗାଇଦେବା ପାଇଁ ବାରମ୍ୱାର ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି ହୋଇଥିଲେ ସୁଦ୍ଧା ଜମି ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ।


News Story - Posted on 2017-05-25

ରାସ୍ତାକଡ ପିଲାଙ୍କ ପାଇଁ ବଦଳି ପବନ



ସରକାରୀ ଏଜେନ୍ସି ଏବଂ ସାଧାରଣ ଜନତା ଯଦି ଏହି ଏସଓପିର ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରିବେ, ତେବେ ଏହି ପରିସ୍ଥିତିରେ କିଛି ପରିବର୍ତ୍ତନ ଆସିବା ନିଶ୍ଚିତ। ଏହି ପିଲାମାନଙ୍କ ନିମନ୍ତେ ଆଧାରକାର୍ଡ ଜାରି କରିବା, ସ୍ୱାସ୍ଥ୍ୟ ବୀମାର ସୁବିଧା ପ୍ରଦାନ ଏବଂ ବ୍ୟାଙ୍କରେ ଆକାଂଉଟ ଖୋଲିବା ପାଇଁ ଏସଓପି ପକ୍ଷରୁ ଉଦ୍ୟମ କରାଯାଉଛି। ଏହାଦ୍ୱାରା ବିଭିନ୍ନ ସରକାରୀ ସ୍ତରରେ ଚାଲି ଆସିଥିବା କାର୍ଯ୍ୟ କରିବାର ସଂସ୍କୃତିର ଅବସାନ ଘଟାଇ ଅଧିକାଂଶ ନାଗରିକଙ୍କୁ ସଶକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଯଦ୍ୱାରା ଏହି ଅନାଥ ଶିଶୁମାନଙ୍କ ଅଧିକାର ସପକ୍ଷରେ ସ୍ୱର ଉଠିପାରିବ।


News Story - Posted on 2017-05-23

ଦୁର୍ନୀତିଗ୍ରସ୍ତ ରକ୍ତମୁଖା, ବଢ଼ୁଛି ଆକ୍ରମଣ



୨୦୦୫ ମସିହାରୁ ଜନସାଧାରଣଙ୍କୁ ସୂଚନା ପାଇବାର ଅଧିକାର ଦେବା ଏବଂ ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ସୂଚନା ଅଧିକାର ଆଇନ‌୍‍ କାର୍ଯ୍ୟକାରୀ ହୋଇଆସୁଅଛି। ଏହି ଆଇନ‌୍‍କୁ ବ୍ୟବହାର କରି ସୂଚନାଧିକାର କର୍ମୀମାନେ ରାଜ୍ୟ ପ୍ରଶାସନ ଏବ ସରକାରୀ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତି, ଅନିୟମିତତା, ଜାଲିଆତି ଏବଂ ଲୁଟ‌୍‍ତରାଜର ପର୍ଦ୍ଦାଫାଶ କରି ଆସୁଛନ୍ତି। ଦୁର୍ନୀତିକୁ ପ୍ରତିହତ କରିବା ସୂଚନା ଆଇନ‌୍‍ର ପ୍ରମୁଖ ଲକ୍ଷ୍ୟ ହୋଇଥିବାରୁ ସାଧାରଣ ଲୋକଙ୍କ ହାତରେ ଏହି ଆଇନ‌୍‍ ଏକ ପ୍ରମୁଖ ଅସ୍ତ୍ର ହୋଇଛି। ନବୀନ ପଟ୍ଟନାୟକଙ୍କ ସରକାରରେ ବ୍ୟାପକ ଅର୍ଥ ତୋଷାରପାତ, ଠକାମୀ ଏବଂ କୋଟି କୋଟି ଟଙ୍କା ଲୁଟ‌୍‍ ହେଉଥିବାରୁ ସୂଚନାଧିକାର କର୍ମୀମାନେ ସଂଘବଦ୍ଧ ହୋଇ ଆଇନ‌୍‍କୁ ବ୍ୟବହାର କରି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଆସୁଛନ୍ତି। ରାଜ୍ୟରେ ସୀମାହୀନ ଜମି ଦୁର୍ନୀତି, ଭୁବନେଶ୍ୱର-କଟକରେ ଜମି ଆବଣ୍ଟନରେ ବ୍ୟାପକ ଜାଲିଆତି, ବିଜେଡ଼ି ମନ୍ତ୍ରୀ, ବିଧାୟକ, ସରକାରୀ ଅଫିସରମାନେ ଅନିୟମିତତା କରି ମିଥ୍ୟା ସତ୍ୟପାଠ ଦାଖଲ କରି ଏକାଧିକ ପ୍ଲଟ ମାଡ଼ିବସିବା, ରାଜଧାନୀ ଉପକଣ୍ଠରେ ପଟିଆ ଏବଂ ପଥରଗାଡ଼ିଆ ଅଞ୍ଚଳରେ ବେଆଇନ‌୍‍ ଭାବେ କିଟ‌୍‍ ଏବଂ କିସ‌୍‍ ସଂସ୍ଥା ୧୦୦ଏକରରୁ ଉର୍ଦ୍ଧ୍ୱ ଜମି ମାଡ଼ି ବସିବା, ରାଜ୍ୟ ଶିକ୍ଷା ଓ ପ୍ରଦ୍ୟୋତିକ ଅନୁଷ୍ଠାନକୁ ଚକ୍ରାନ୍ତ କରି ବନ୍ଦ କରିବା, ଓ.କେ.ସି.ଏଲ‌୍‍ ନାମରେ ଏକ ଠକ କମ୍ପାନୀ କରି କମ୍ପୁଟର ଶିକ୍ଷା ପାଇଁ ଆସୁଥିବା ଶହ ଶହ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ହଡ଼ପ କରିବା, ଶହ ଶହ କମ୍ପାନୀ ଏବଂ ବ୍ୟବସାୟିକ ଅନୁଷ୍ଠାନମାନଙ୍କ ଉପରେ ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କାର ଜଳକର, ବିଦ୍ୟୁତ‌୍‍ କର ଆଦାୟ ନହେବା, ମେଧାବୃତ୍ତି ଅର୍ଥକୁ ଉଚ୍ଚଶିକ୍ଷା ବିଭାଗ ଏବଂ ଓ.କେ.ସି.ଏଲ‌୍‍. କମ୍ପାନୀର ଅଧିକାରୀମାନେ ହଡ଼ପ କରିବା, ଏଏନ୍‌ଆରଇଜିଏ କାମରେ ବ୍ୟାପକ ଜାଲିଆତି, ଠକାମୀ, ଶ୍ରମିକମାନଙ୍କର ମଜୁରୀ ହଡ଼ପ, ଆଇସିଡ଼ିଏସ‌୍‍ ଏବଂ ମଧ୍ୟାହ୍ନ ଭୋଜନ ଯୋଜନାରେ ବ୍ୟାପକ ଅର୍ଥ ହେର‌୍‍ଫେର‌୍‍ ଇତ୍ୟାଦି ସମ୍ପର୍କୀତ ତଥ୍ୟ ସୂଚନା ଆଇନ‌୍‍ ବଳରେ ଖୋଲାସା ହୋଇଛି ଏବଂ ରାଜ୍ୟ ସରକାରଙ୍କର ଅସଲ ଚରିତ୍ର ଲୋକ ଲୋଚନକୁ ଆସିପାରିଛି।


News Story - Posted on 2017-05-20

ବ୍ରହ୍ମପୁର- ଶତାବ୍ଦୀର ଶୋଷ



ଅଧୀନରେ ଚନ୍ଦ୍ରଶେଖର ସାହୁ ମନ୍ତ୍ରୀ ଥିବା ସମୟରେ କେନ୍ଦ୍ରୀୟ ଯୋଜନା ଏ.ୟୁ.ଆଇ.ଡ଼ି.ଏସ‌୍‍.ଏମ‌୍‍.ଟି.ରେ ବ୍ରହ୍ମପୁରକୁ ଅନ୍ତର୍ଭକ୍ତ କରାଯାଇଥିଲା। ଯାହାଫଳରେ ବ୍ରହ୍ମପୁର ସହରରେ ରାସ୍ତାଘାଟ, ଆଲୋକ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ଏହି ଯୋଜନା ଅନୁଯାୟୀ କେନ୍ଦ୍ର ୮୦ ଶତକଡ଼ା ଅନୁଦାନ, ରାଜ୍ୟ ୧୦ ଶତକଡ଼ା ଏବଂ ଏନ‌୍‍.ଏ.ସି ତଥା ପୌରପାଳିକା ୧୦ ଶତକଡ଼ା ଅର୍ଥ ବହନ କରିବେ। ଏଥିରେ ପ୍ରଥମ ଦଫାରେ ପୋଖରୀଗୁଡ଼ିକର ପୁନରୁଦ୍ଧାର ପାଇଁ ୩୦ କୋଟି ଟଙ୍କା ଅନୁଦାନ କେନ୍ଦ୍ରରୁ ଆସିଥିଲା। ଏଥିମଧ୍ୟରୁ ୨୩ କୋଟି ଟଙ୍କାରେ ବ୍ରହ୍ମପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳ ତଥା ବିଜିପୁର, ଫାଷ୍ଟଗେଟ‌୍‍, ହରିଡ଼ାଖଣ୍ଡି, ଗୋଷାଣିନୂଆଗାଁ, ଆମ୍ୱମାର୍କେଟ ପ୍ରଭୃତି ଅଞ୍ଚଳରେ ବିଭିନ୍ନ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହୋଇଥିଲା। ଏଥିମଧ୍ୟରୁ କିଛି ପୋଖରୀର  ଭଲ କାମ ହୋଇଥିବା ବେଳେ ଅନ୍ୟ କିଛି ପୋଖରୀର କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ିରହିଥିଲା ଏବଂ ଉକ୍ତ ଟଙ୍କାରେ ମଧ୍ୟ ଦୁର୍ନୀତି ହୋଇଥିବା ଶୁଣିବାକୁ ମିଳିଥିଲା।


News Story - Posted on 2017-05-18

ମା’ ହେଲେ ମିଳିବ କ୍ଷତିପୂରଣ!



ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବା ପାଇଁ ଥିବା ପୂର୍ବ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଂଜୁରୀ ପ୍ରଦାନ କରାଯାଇଛି। ଏହା ଦେଶର ପ୍ରତ୍ୟେକ ଜିଲାରେ ୧.୧.୨୦୧୭ରୁ ପିଛିଲା ଭାବେ ଲାଗୁ କରାଯିବ। ୩୧.୧୨.୨୦୧୬ରେ ଦେଶକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବାର ଘୋଷଣା କରିଥିଲେ।


News Story - Posted on 2017-05-17

ବିକାଶର ନଗ୍ନ ନମୁନା!



ଏହିପରି ସରକାରଙ୍କର ପ୍ରତିଶ୍ରୁତି ଥିଲା ପ୍ରତିବର୍ଷ ଦୁଇକୋଟି ଲୋକଙ୍କୁ ନିଯୁକ୍ତିର ସୁଯୋଗ ଦିଆଯିବ। ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ଦେଶରେ ୩୦ କୋଟିରୁ ଅଧିକ ଯୁବବର୍ଗ ବେକାର। ଏହି ସମୟରେ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ନିଜର ପ୍ରତିଶ୍ରୁତି ତ ପାଳନ କରିପାରିନାହାନ୍ତି, ଅନ୍ୟ ପକ୍ଷରେ ରେଳ ଷ୍ଟେସନକୁ ଘରୋଇକରଣ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ମଧ୍ୟପ୍ରଦେଶର ହବିବ‍୍‌ ଗଞ୍ଜ ରେଳ ଷ୍ଟେସନକୁ ପ୍ରଥମକରି ଘରୋଇକରଣ କରାଯାଇଛି। ସରକାରଙ୍କ ଲକ୍ଷ୍ୟ ହେଉଛି ୪୦୦ ରେଳଷ୍ଟେସନକୁ ପ୍ରାଇଭେଟ‍୍‌-ପବ୍ଲିକ୍-ପାର୍ଟନର‍୍‌ସିପ‍୍‌ (ପିପିପି)କରିବେ। ଏହା ମଧ୍ୟରେ ସରକାରୀ ଶିକ୍ଷାକ୍ଷେତ୍ରକୁ ବ୍ୟବସାୟୀକରଣ ଓ ଘରୋଇକରଣ ମୁହାଁ କରାଯାଉଛି। ପଞ୍ଜାବ ବିଶ୍ୱବିଦ୍ୟାଳୟରେ ୧୧ ପ୍ରତିଶତ ଫିସ‍୍‌ ବୃଦ୍ଧି ଏହାର ଏକ ଉଦାହରଣ। ହୁଏତ ଏହି ଫିସ‍୍‌ ବୃଦ୍ଧିକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ସରକାର ଏହି ବିରୋଧକୁ ଦମନ କରିବାକୁ ଯାଇ ୫୮ ଛାତ୍ରଛାତ୍ରୀଙ୍କ ନାମରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କରିଥିଲେ। ଏହାକୁ ନେଇ ବିରୋଧ ଆହୁରି ଜୋର‍୍‌ ଧରିବାରୁ ଶେଷରେ ଏହି ମାମଲାକୁ ସରକାର ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ। ତେବେ ସରକାରଙ୍କ ନୀତିରେ ପରିବର୍ତ୍ତନ ହୋଇନାହିଁ। ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଅଭାବକୁ ଦୂର କରାଯାଉନାହିଁ। ଆବଶ୍ୟକ ଭିତ୍ତିଭୂମି ସଜାଡ଼ିବା ପାଇଁ ଅର୍ଥ ବରାଦ କରାଯାଉନାହିଁ। ବରଂ ଶିକ୍ଷା କ୍ଷେତ୍ରରୁ ଅର୍ଥ କାଟ‍୍‌ କରାଯାଉଛି।


News Story - Posted on 2017-05-13

ମୋଦିଙ୍କ ବିକାଶ ଖୋଜା!



ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ବି ବିକାଶ ସମସ୍ତଙ୍କ ପାଇଁ ଅପହଞ୍ଚ। ଏଇଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟଥିତ ହୋଇପଡ଼ିଛନ୍ତି। ତାଙ୍କ ବ୍ୟଥାର କଥା ହେଉଛି କାହିଁକି ସମସ୍ତଙ୍କର ବିକାଶ ନହେବ? ସମସ୍ତଙ୍କ ବିକାଶ ପାଇଁ ତାଙ୍କର ନାରା ହେଉଛି ‘ସବ‍୍‌ କା ସାଥ୍, ସବ‍୍‌ କା ବିକାଶ’। ହୁଏତ ସମସ୍ତଙ୍କ ବିକାଶ ପାଇଁ ସେ ଶ୍ରୀ ମୋଦି ଉଦ୍ୟମ କରୁଛନ୍ତି। କିନ୍ତୁ ବିକାଶ ଯେପରି କେଉଁଠି ହଜିଯାଇଛି, କେବଳ ଦେଶର ୧୦୦ ଜଣ ମହାଧନୀଙ୍କ ପାଖରେ ବିକାଶର ଠିକଣା ଅଛି। ମୋଦିଜୀ ଖୋଜୁଛନ୍ତି ବିକାଶକୁ ଖୋଜିଆଣି ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା। କିନ୍ତୁ ସର୍ଜିକାଲ‍୍‌ ଷ୍ଟ୍ରାଇକ୍ ପରେ ବିକାଶ ହଜିଯାଇଛି, ଖୋଜି ପାଉନାହାନ୍ତି। ଏଇଥିପାଇଁ ‘ସବ‍୍‌ କା ସାଥ୍, ସବ‍୍‌ କା ବିକାଶ’ ଭ୍ରମ ସୃଷ୍ଟି କରିଛି। ଏବେ ପ୍ରଶ୍ନ ଉଠୁଛି ମୋଦିଜୀ  ସମସ୍ତଙ୍କ ବିକାଶ କହୁଛନ୍ତି, ତେବେ ଏଇ ସମସ୍ତେ କିଏ? ଯାହାଙ୍କ ସୁନିଶ୍ଚିତ ବିକାଶ ହେବ। ବିକାଶକୁ ଖୋଜିବା ଆଗରୁ ଯୋଗୀ ଆଦିତ୍ୟନାଥ ରୋମିଓଙ୍କୁ ଖୋଜିଲେ। ଏହାପରେ ବେଆଇନ କଂସେଇଖାନା ଖୋଜାଗଲା। ଏବେ ପୁଣି ଲାଲ‍୍‌ବତୀ ହଟାଇବା ଅଭିଯାନ ବିକାଶର ଫେରିବା ବାଟରେ ପାଚେରୀ ହୋଇ ଠିଆହୋଇଗଲା କି? ଏହି ସମୟରେ ପୁଣି ସୀମାନ୍ତରେ ପାକିସ୍ତାନପଟୁ ଗୁଳି ଚାଲିଲା। ଏହାପରେ ଛତିଗଡ଼ର ବସ୍ତରରେ ନକ୍ସଲବାଦୀଙ୍କ ଦ୍ୱାରା ଯବାନ ଶହୀଦ ହେଲେ।


News Story - Posted on 2017-05-11

ଚେନାନୀ-ନାସରୀ ଟନେଲ



ଉପତ୍ୟକାର ମନୋରମ ତଥା କମନୀୟ ଦୃଶ୍ୟ, ତୁଷାର ଆଚ୍ଛାଦିତ ଗିରିଶୃଙ୍ଗ, ଶୋଭାଦୀପ୍ତ ସବୁଜିମା ଓ ସୁଉଚ୍ଚ ବୃକ୍ଷରାଜି ବାସ୍ତବରେ ଜାମ୍ମୁକାଶ୍ମୀର ଛବିକୁ ମନଲୋଭା କରିପାରିଛି। ସଡକ ପଥରେ ଜାମ୍ମୁରୁ ଶ୍ରୀନଗର ଯାତ୍ରା ଅତ୍ୟନ୍ତ ମନମୁଗ୍ଧକର। ଏତେ ସବୁ ପ୍ରାକୃତିକ ଦୃଶ୍ୟ ଭରି ରହିବା ସତ୍ୱେ ପଥ କିନ୍ତୁ କଷ୍ଟକର ଓ ସୁଦୀର୍ଘ। କୁଣ୍ଡଳାକାର ରାସ୍ତା ଓ ପ୍ରତିକୂଳ ପାଣିପାଗରେ ରାସ୍ତା ଅବରୋଧ ଯାତ୍ରାରେ ପ୍ରତିବନ୍ଧକ ସାଜିଥାଏ। କିନ୍ତୁ ଏହି ସମସ୍ୟା ଉଭେଇ ଯାଇଛି ଉଦ୍ଧାମପୁର ନିକଟରେ ୯.୨ କିମି ଲମ୍ୱର ଚେନାନୀ-ନାସରୀ ସୁଡଙ୍ଗ ପଥ ଖୋଲିଯିବା ପରେ। ଏହି ସୁଡଙ୍ଗ ପଥରେ ଯାତ୍ରା କେବଳ ଆରାମଦାୟକ ନୁହେଁ ବରଂ ରାସ୍ତାର ଦୂରତା ମଧ୍ୟ ହ୍ରାସ ପାଇଛି। ଏହି ପଥରେ ଯିବା ଚାଳକମାନଙ୍କ ପାଇଁ ମଧ୍ୟ ଆନନ୍ଦ ଦାୟକ।


News Story - Posted on 2017-05-05

ସ୍ମାର୍ଟ ସିଟି, ମଇଳା ସହର!



ଏହି ସର୍ବେକ୍ଷଣ ଫଳାଫଳରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ଯୋଜନାରେ ଉନ୍ନତ ପ୍ରକଳ୍ପ ଦେଇ ୧ ନମ୍ୱର ସ୍ଥାନ ହାସଲ କରିଥିବା ଓଡ଼ିଶା ରାଜଧାନୀ ଭୁବନେଶ୍ୱର ସ୍ୱଚ୍ଛତାରେ ମାନକରେ ବହୁତ ପଛରେ ପଡ଼ିଯାଇଛି। ଏ ସହରରେ ଏବେ ବି ସବୁ ଆବାସିକ କଲୋନିରୁ ସବୁଦିନ ମଇଳା ସଫା ହେଉନାହିଁ କି ସହରର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ଏଯାଏଁ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ଏବେ ବି ଏଇ ସହରର ବସ୍ତିଗୁଡ଼ିକରେ ରହୁଥିବା ଲକ୍ଷାଧିକ ଲୋକ ଖୋଲା ଜାଗାରେ ମଳତ୍ୟାଗ କରୁଛନ୍ତି। ସହର ନର୍ଦ୍ଦମା ଜଳ ନିଷ୍କାସନ ବ୍ୟବସ୍ଥା ଅଧିକାଂଶ ଅଂଚଳରେ ବିଫଳ। ସାମାନ୍ୟ ବର୍ଷାରେ ସହରର ନର୍ଦ୍ଦମା ଜଳ ରାସ୍ତାରେ ଲହଡ଼ି ଭାଙ୍ଗେ। ସହରର କୌଣସି ବ୍ୟବସାୟିକ ଅଂଚଳ ସଂପୂର୍ଣ୍ଣ ମଇଳାମୁକ୍ତ ନୁହେଁ। ସବୁ ମାର୍କେଟ, ହାଟ ଓ ବଜାରରେ ପ୍ରତିଦିନ କୁଢ଼ କୁଢ଼ ଅଳିଆ ଜମା ହୋଇଥିବାର ଦେଖିବାକୁ ମିଳେ।


News Story - Posted on 2017-04-27

୨୦୨୨ ସୁଦ୍ଧା ସମସ୍ତଙ୍କର ପକ୍କା ଘର



କେନ୍ଦ୍ର ଗୃହ ଏବଂ ସହରାଂଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ) - ସମସ୍ତଙ୍କ ପାଇଁ ଗୃହ ମିଶନ’ ଜରିଆରେ ଦେଶର ସମସ୍ତ ବାସହୀନ ଏବଂ କଚା ଘରେ ରହୁଥିବା ଲୋକମାନଙ୍କ ପାଇଁ ୨୦୨୨ ସୁଦ୍ଧା ମୌଳିକ ସୁବିଧା ସୁଯୋଗ ଥିବା ପକ୍କା ଘର ଯୋଗାଇ ଦିଆଯିବ। ଦେଶର ସମସ୍ତ ସହରାଂଚଳରେ ଏହି ଲକ୍ଷ୍ୟ ହାସଲ କରିବା ଲାଗି ଆରମ୍ଭ କରାଯାଇଛି। ଦେଶର ୨୯ଟି ରାଜ୍ୟ ଏବଂ ୭ଟି କେନ୍ଦ୍ର ଶାସିତ ଅଂଚଳର ୪୦୪୧ ଟି ନଗର ଓ ସହରାଂଚଳରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ।


News Story - Posted on 2017-04-07

କାମ ନାହିଁ, ଖାଲି ଶିଳାନ୍ୟାସ!



ସେହିପରି ଇସ୍ପାତ ନଗରୀରେ ଖରାଦିନେ ସୃଷ୍ଟି ହେଉଥିବା ଉତ୍କଟ ପାନୀୟ ଜଳ ସମସ୍ୟାର ସମାଧାନ ଲାଗି ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ କୋଏଲ‌୍‍ ନଦୀରେ ୪୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ୟାରେଜ‌୍‍ ଓ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୩ ଜୁଲାଇ ୯ ତାରିଖରେ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସେହି ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ଅନ୍ୟ ଏକ ପ୍ରଶ୍ନ ଉଠାଇବା ସହିତ କୋଏଲ‌୍‍ ନଦୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ସରକାର କେଉଁଠି ବନ୍ଧ ନିର୍ମାଣ କରୁଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ।


News Story - Posted on 2017-04-07

ଅଳିଆ ଉଠେଇବାକୁ ଏତେ ଖର୍ଚ୍ଚ!



ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ବାର୍ଷିକ ସର୍ବାଧିକ ୧,୮୯,୮୦୦ ଟନ‌୍‍ ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ଏ ବାବଦରେ ମହାନଗର ନିଗମ ବର୍ଷକୁ ଖର୍ଚ୍ଚ କରୁଛି ୬୧ କୋଟି ୨୧ ଲକ୍ଷ ୫୦ ହଜାର ଟଙ୍କା। ତେବେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ବାର୍ଷିକ ୫୧,୧୦୦ ମେଟ୍ରିକ‌୍‍ ଟନ‌୍‍ ପରିମାଣର ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ଏହି ନିଗମ ପରିମଳ ବ୍ୟବସ୍ଥା ପାଇଁ ବାର୍ଷିକ ୨୨ କୋଟି ୮ ଲକ୍ଷ ଟଙ୍କା ବ୍ୟୟ କରୁଛି। ୨୦୧୫-୧୬ ବର୍ଷରେ କଟକ ମହାନଗର ନିଗମ ଅଞ୍ଚଳରୁ ୫୮,୫୪୪ ମେଟ୍ରିକ‌୍‍ ଟନ‌୍‍ ଗାର୍ବେଜ‌୍‍ ଓ ୧,୦୫,୪୮୮ କ୍ୟୁବିକ‌୍‍ ମିଟର‌୍‍ ଡେବ୍ରିସ‌୍‍ ବାହାରିଥିବା ବେଳେ ଏଥିଲାଗି ଉକ୍ତ ବର୍ଷରେ ଖର୍ଚ୍ଚ ହୋଇଥିଲା ୧୭ କୋଟି ୫୪ ଲକ୍ଷ ଟଙ୍କା। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ।


News Story - Posted on 2017-03-30

ନୂତନ ଭାରତ ଗଢ଼ିବା ଚାଲ



ଆଜି ଯେତେବେଳେ ଦେଶ ଚମ୍ପାରନ୍ ସତ୍ୟାଗ୍ରହର ଶତବାର୍ଷିକୀ ପାଳନ କରିବାକୁ ଯାଉଛି ସେତେବେଳେ ଜଣେ ସାଧାରଣ ମଣିଷର ଶକ୍ତି କେତେ ଯେ ଅପାର, ସେହି ଅପାର ଶକ୍ତି ସ୍ବାଧୀନତାର ଆନ୍ଦୋଳନ ଭଳି, ସ୍ବରାଜରୁ ସୁରାଜ ପଥରେ ଯାତ୍ରା, ଶହେ କୋଟି ଲୋକର ସଂକଳ୍ପ ଶକ୍ତି ଓ ପରିଶ୍ରମର ପରାକାଷ୍ଠା। ‘ସର୍ବଜନହିତାୟ ସର୍ବଜନସୁଖାୟ’ ଏହି ମୂଳମନ୍ତ୍ରକୁ ନେଇ ଦେଶ ପାଇଁ, ସମାଜ ପାଇଁ କିଛି କରିବାର ପ୍ରୟାସକୁ ମନରେ ଧାରଣା କରି ଆଗକୁ ଗଲେ ସ୍ାଧୀନତା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ଆତ୍ମାର ସ୍ପ୍ନକୁ ସାକାର କରିହେବ।


News Story - Posted on 2017-03-28

ମୁଖ୍ୟମନ୍ତ୍ରୀଙ୍କ ମନେ ରହୁନି!



ଓଡ଼ିଶାରେ ପ୍ରବାହିତ କୋଏଲ‌୍‍ ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡ ସରକାର ଗୁମ‌୍‍ଲାଠାରେ କାଡ୍ରି ଡ୍ୟାମ‌୍‍ ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ରାଞ୍ଚିଠାରେ ବାସୁକୀ ଡ୍ୟାମ‌୍‍ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି। ତେବେ ୪ ବର୍ଷ ତଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ନଦୀର ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ ୪୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ୟାରେଜ‌୍‍ ଓ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ଏଯାବତ‌୍‍ ଏଠାରେ କାମ ଆରମ୍ଭ ହୋଇନାହିଁ।


News Story - Posted on 2017-03-17

ସମାଧାନ କି ଜଳ ବିବାଦ ବିଲ‌୍‍ ୨୦୧୭?



କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀ ଲୋକସଭାରେ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ(ସଂଶୋଧନ) ବିଧେୟକ - ୨୦୧୭ ଉପସ୍ଥାପନ କରିଛନ୍ତି। ଏହି ବିଲ‌୍‍ ଉପସ୍ଥାପନ କରିବା ସମୟରେ ସୁଶ୍ରୀ ଭାରତୀ କହିଥିଲେ ଯେ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ସମାଧାନ ଲାଗି ଏହା ଏକ ‘କ୍ରାନ୍ତିକାରୀ ପଦକ୍ଷେପ’। ତେବେ ବିଲ୍‌କୁ ଓଡ଼ିଶାର ବିଜୁ ଜନତା ଦଳ ସମେତ ଅନ୍ୟ କେତେକ ରାଜ୍ୟ ବିରୋଧ କରିଛନ୍ତି। ବିଜେଡି ଭାଷାରେ ଏହା ଜରିଆରେ ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ହେବା ଆଶା କ୍ଷୀଣ।


News Story - Posted on 2017-03-16

ଦେଶର ସବୁଠୁଁ ଅନଗ୍ରସର ଓଡ଼ିଶା



ଦେଶର ସବୁ ରାଜ୍ୟ ଭିତରେ ଓଡ଼ିଶା ସବୁଠାରୁ ଅନଗ୍ରସର। ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ପ୍ରକାଶ କରିଛନ୍ତି ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ଉଷା ଦେବୀ।


News Story - Posted on 2017-03-07

ଓଡ଼ିଶା ଆସିଛନ୍ତି ୦.୮୬% ବିଦେଶୀ



ଗତବର୍ଷ ଭାରତକୁ ୮୮ ଲକ୍ଷ ୯୦ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ଏହି ବର୍ଷରେ ଓଡ଼ିଶା ମାଟି ମାଡ଼ିଛନ୍ତି ମାତ୍ର ୭୬,୩୬୧ ଜଣ ବିଦେଶୀ ପର୍ଯ୍ୟଟକ। ମୋଟାମୋଟି ଭାବେ ସମଗ୍ର ଦେଶକୁ ଯେତେ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି ତାହାର ୦.୮୬ ପ୍ରତିଶତ ପହଞ୍ଚୁଛନ୍ତି ଓଡ଼ିଶାରେ। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।


News Story - Posted on 2017-03-02

କୋଣାର୍କକୁ କମୁଛନ୍ତି ବିଦେଶୀ ପର୍ଯ୍ୟଟକ



ଓଡିଶା ଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ବିଗତ ବର୍ଷମାନଙ୍କରେ ଯେଉଁ ହାରରେ ବିଦେଶୀ ପର୍ଯ୍ୟଟକ କୋଣାର୍କ ଆସୁଥିଲେ ତାହା ଏବେ ଦେଖିବାକୁ ମିଳୁ ନାହିଁ। ବିଶେଷ କରି ପର୍ଯ୍ୟଟନ ଋତୁ ଓ ଆନ୍ତର୍ଜାତୀୟ ସ୍ତରର ଉତ୍ସବ ସମୟରେ ବିଦେଶୀ ପର୍ଯ୍ୟଟକ ଅଧିକ ସଂଖାରେ ଏଠାକୁ ଆସିଥାନ୍ତି। କିନ୍ତୁ ଏବେ ତାହା ଆଉ ଦେଖିବାକୁ ମିଳୁ ନାହିଁ।


News Story - Posted on 2017-03-02

ଓଡ଼ିଶା ଆସିବେ କୈଳାସ ସତ୍ୟାର୍ଥୀ



ଭାରତୀୟ କଳା ଓ ସଂସ୍କୃତିର ବିକାଶ ଏବଂ ଓଡିଶା ଗ୍ରାମାଂଚଳ ତଥା ଅନୁନ୍ନତ ସହର ବସ୍ତିର ଆର୍ଥିକ କ୍ଷେତ୍ରରେ ଉନ୍ନତି ଓ ସାମାଜିକ ସ୍ରୋତକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ପରିଚୟ ଫାଉଣ୍ଡେସନ‌୍‍। ଏହି ଅନୁଷ୍ଠାନ ଆର୍ଯ୍ୟ ପୁରସ୍କାରର ପଂଚମ ସଂସ୍କରଣ ଅବସରରେ ମାର୍ଚ୍ଚ ୬ ତାରିଖ ଅପରାହ୍ନ ୪ଟାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛି। ଏହି ଉତ୍ସବରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ଶିଶୁ ଅଧିକାର ସାମାଜିକ କର୍ମୀ କୈଳାସ ସତାର୍ଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ୧୯୮୦ ମସିହାରୁ କୈଳାସ ସତ୍ୟାର୍ଥୀ ଶିଶୁ ଦାସ ପ୍ରଥା ଓ ଶିଶୁ ଶୋଷଣକୁ ନେଇ ବିଶ୍ୱସ୍ତରରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛନ୍ତି।


News Story - Posted on 2017-02-28

ବିଜୁଳିରୁ ବଂଚିତ ୩୫ ଲକ୍ଷ ଘର



ରାଜ୍ୟରେ ଏପର୍ଯ୍ୟନ୍ତ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରକୁ ବିଦ୍ୟୁତ‌୍‍ ସଂଯୋଗ ଦିଆଯାଇନାହିଁ। ବିଦ୍ୟୁତ‌୍‍ ସଂଯୋଗରୁ ବଞ୍ଚିତ ଥିବା ପରିବାରଗୁଡ଼ିକ ମଧ୍ୟରେ ୧୫ ଲକ୍ଷରୁ ଅଧିକ ହେଉଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ(ବିପିଏଲ‌୍‍) ଥିବା ପରିବାର। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି।


News Story - Posted on 2017-02-15

ମାନବାଧିକାର କର୍ମୀ କାହିଁକି ଚୁପ୍‌?



ରାଜ୍ୟରେ କେବଳ ମାନବାଧିକାର କର୍ମୀ ନୁହଁନ୍ତି, ସାଧାରଣ ଲୋକଙ୍କର ମଧ୍ୟ ପୋଲିସ‌୍‍ ପ୍ରତି ସମ୍ମାନ ନାହିଁ। ରାଜ୍ୟର ପୋଲିସ‌୍‍ର ଉପନିବେଶିକ ମାନସିକତା, ଅନ୍ୟ ଉପରେ ଅତ୍ୟାଚାର, ଦମନ କରି ଆନନ୍ଦ ପାଇବାର ଖରାପ ସଂସ୍କୃତି, ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଚରମ ଅବହେଳା ପ୍ରଦର୍ଶନ, ଲୋକଙ୍କ ଅଧିକାର ପ୍ରତି ଚରମ ଅବହେଳା, ସାଧାରଣ ଲୋକଙ୍କୁ ଅମାନବିକ ବ୍ୟବହାର ପ୍ରଦର୍ଶନ, ଠକାମୀ, କ୍ରୁର ବ୍ୟବହାର, ଲାଞ୍ଚ ଖାଇବା ଇତ୍ୟାଦି ଯୋଗୁ ସର୍ବସାଧାରଣରେ ପୋଲିସ‌୍‍ ନିନ୍ଦିତ ହୋଇସ୍ଖଲିଛି। ପୋଲିସ‌୍‍ ସବୁଠାରୁ ଏକ ଘୃଣ୍ୟ, ନିନ୍ଦିତ ସଂସ୍ଥା ଏବଂ ସବୁଠାର ବଡ଼ ମାନବିକ ଉଲଘଂନକାରୀ ଭାବେ କୁଖ୍ୟାତି ଅର୍ଜନ କରିଛି। ସର୍ବସାଧାରଣରେ ପୋଲିସ‌୍‍ ପ୍ରତି ସମ୍ମାନ ନାହିଁ ବରଂ ଘୃଣା ଭରି ରହିଛି। ଏ ସମ୍ପର୍କରେ ପୋଲିସ‌୍‍ ପ୍ରଶାସନ ହୃଦୟଙ୍ଗମ କରିବା ଉଚିତ‌୍‍।


News Story - Posted on 2017-02-10

ନଗଡ଼ା- ଭିନ୍ନ ଏକ ଷଡ଼ଯନ୍ତ୍ର!



କଳାହାଣ୍ଡି ଜିଲ୍ଲାରେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ଜୀବନଶୈଳୀ ପରି ଜୁଆଙ୍ଗଙ୍କ ଜୀବନଶୈଳୀ ଅଟେ। ସେମାନଙ୍କ ପରି ଜୁଆଙ୍ଗମାନେ ମଧ୍ୟ ଜଙ୍ଗଲ ଓ ପାହାଡ ଉପରେ ନିର୍ଭରଶୀଳ। ଯେଉଁ ନିୟମଗିରିରେ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ପରି ପ୍ରଶାସକ ଆସି ଡଙ୍ଗରିଆ ବିକାଶ ଯୋଜନାରେ ସେଠାର ଜଙ୍ଗଲରେ ଆମ୍ବ, ପଣସ, ସପୁରି ପରି ଅନେକ ଫଳ ଚାରା ଲଗାଇଥିଲେ ଓ ତାହା ଡଙ୍ଗରିଆଙ୍କ ଜୀବନକୁ ବହୁ ପରିମାଣରେ ସାହାଯ୍ୟ କରିଛି ସେହି ଓଡିଶାରେ ଆଜି ପ୍ରଶାସକ ଓ ସରକାର ପରୋକ୍ଷରେ ଜୁଆଙ୍ଗମାନଙ୍କୁ ନଗଡ଼ାରୁ ବିତାଡନ କରି କାଳିଆପାଣି ଖଣି କମ୍ପାନୀମାନଙ୍କ ସହଯୋଗ ପାଇଁ ସଡ଼କ ସଂଯୋଗ ବ୍ୟବସ୍ଥା କରିବା ଅତ୍ୟନ୍ତ ନିନ୍ଦନୀୟ ଅଟେ। ଏହା ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବ ବ୍ୟତୀତ ଅନ୍ୟକିଛି ନୁହେଁ। 


News Story - Posted on 2017-02-06

ବିକାଶର ଚାବିକାଠି ଯୁବସମାଜ



ଯୁବକମାନେ ହେଉଛନ୍ତି ସମାଜର ଶକ୍ତିଉତ୍ସ। ଯୁବ ସମାଜର ଚିନ୍ତା, ଚେତନା ଓ ପଦକ୍ଷେପ ଉପରେ ସମଗ୍ର ବିଶ୍ୱର ଦଶା ଓ ଦିଶା ନିର୍ଦ୍ଧାରଣ କରେ। ଏକ ସୁସ୍ଥ ଯୁବ ସମାଜ ହିଁ ଆମ ରାଜ୍ୟ ତଥା ଦେଶର ଗତିପଥକୁ ବିକକଶିତ କରିପାରିବ। ଆମ ରାଜ୍ୟରେ ଭରି ରହିଥିବା କଳାକୃତି ଓ ସଂସ୍କୃତିର ମର୍ଯ୍ୟାଦାକୁ ନିରବଚ୍ଛିନ୍ନ ଭାବେ ଉତ୍ତର ପିଢି ପର୍ଯ୍ୟନ୍ତ ପହଁଚାଇବା ସହିତ ଏହାକୁ ସୁରକ୍ଷା ଯୋଗାଇ ପାରିବ। ଯୁବକମାନେ ଏଥିପ୍ରତି ନିଷ୍ଠାବାନ ହେବା ଆବଶ୍ୟକ। ରାଜ୍ୟର କୋଣାନୁକୋଣରେ ବିଭିନ୍ନ କ୍ଷେତ୍ରରେ ଥିବା ଯୁବ ପ୍ରତିଭାଙ୍କୁ ନେଇ ସମାଜର ବିକାଶ ପ୍ରକ୍ରିୟାରେ ସାମିଲ କରିବାର ସକଳ ପ୍ରୟାସ ହେବା ଉଚିତ ବୋଲି ‘କଳିଙ୍ଗ ଯୁବ ମହୋତ୍ସବ ୨୦୧୭’ରେ ଉପସ୍ଥିତ ଅତିଥିମାନେ କହିଥିଲେ।


News Story - Posted on 2017-02-06

ତଲାକ ଦିଅ



ବର୍ତ୍ତମାନ ସରକାରଙ୍କର ଗୋଟିଏ ସମସ୍ୟା ହେଲା ଲୋକଙ୍କ ଭରସା ଓ ବିଶ୍ୱସନୀୟତା ଜିତିବା। ସୁପ୍ରିମ‌୍‍ କୋର୍ଟରେ ନିଜର ପକ୍ଷ ରଖିବା ପରେ ସରକାର ସାରା ଦେଶରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପରିବର୍ତ୍ତନ ପାଇଁ ବାତାବରଣ ସୃଷ୍ଟି କରିବା ଦରକାର। ଏଥିପାଇଁ ସରକାରୀ ତାଡନାର ଭୟ ଶୂନ୍ୟ, ଗୋମାଂସ, ଗୋରକ୍ଷା, ସିନେମା, ଲଭ‌୍‍ଜିହାଦ‌୍‍ ଆଦି ବିବାଦିତ ପ୍ରସଙ୍ଗରୁ ଦୂରରେ ଏକ ଲମ୍ୱା ଓ ବ୍ୟାପକ ଚର୍ଚ୍ଚାର ସୁଯୋଗ ସୃଷ୍ଟି କରିବା ଆବଶ୍ୟକ, ‘ତିନି ତଲାକ’ ବିଷୟରେ ବି ଓ ସମାନ ନାଗରିକ କାନୁନ‌୍‍ ବିଷୟରେ ବି। ମୁସ‌୍‍ଲିମ‌୍‍ ସମାଜର ଚିନ୍ତାଶୀଳ ବ୍ୟକ୍ତିମାନଙ୍କ କହିବା ଦରକାର, ତଲାକ ନିଶ୍ଚୟ ଦିଅ। ତିନି ନୁହେଁ କେବଳ ଗୋଟିଏ ଦିଅ ଏବଂ ତୁରନ୍ତ ଦିଅ ପ୍ରତ୍ୟେକ ମୌଳବାଦୀ, ରୁଢ଼ିବାଦୀ ଚିନ୍ତାଧାରା ଓ ପ୍ରଥାକୁ ତଲାକ ଦିଅ। ପ୍ରାୟ ଦି’ ଡଜନ ମୁସ‌୍‍ଲିମ‌୍‍ ଦେଶରେ ‘ତିନି ତଲାକ‌୍‍’ ପ୍ରଥାର ସ୍ୱୀକୃତି ନାହିଁ। କିନ୍ତୁ ସେଠାରେ ଉଭୟ ମୁସଲ‌୍‍ମାନ ଧର୍ମ ଓ ସରିୟା ନିୟମ କାନୁନ‌୍‍ ବେଶ‌୍‍ ସୁସ୍ଥ ସବଳ ଅଛି। ମତଲବ‌୍‍ ସିଧା- ସମସ୍ୟା ଆମ ମନରେ ଅଛି - ସେହି ମାନସିକ ଦୁର୍ବଳତାକୁ ହିଁ ସମସ୍ତଙ୍କୁ ତଲାକ‌୍‍ ଦେବାର ସମୟ ଆସିଛି।


News Story - Posted on 2017-02-05

ଭୋଟ‌୍‍ ପାଇଁ ଯୋଜନା!



ସମାଜ ବା ବିକାଶ ପାଇଁ ନୁହେଁ, କଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକ କେବଳ କ୍ଷମତା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଏଇ କଥା ବି କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ଏବଂ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ଏକ ଘରୋଇ ଟିଭି ଚାନେଲ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ନେତାମାନେ ଏପରି କହିଛନ୍ତି।


News Story - Posted on 2017-02-05

ଏଥର ସରିବ ତ ଖୋର୍ଦ୍ଧା-ବଲାଙ୍ଗୀର!



ତେବେ ସେତେବେଳେ ପ୍ରଥମେ ଅର୍ଥର ଅଭାବ ସାଙ୍ଗକୁ ଜମି ଅଧିଗ୍ରହଣରେ ବେଶ୍ ସମସ୍ୟା ଦେଖା ଦେଇଥିଲା। ସେତେବେଳେ କରାଯାଇଥିବା ଯୋଜନା ଅନୁସାରେ, ପୁରୀ ଜିଲ୍ଲାରେ ଏହା ୨.୧ କି.ମି ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ୫୩.୯ କି.ମି ରହିଛି। ସେଥିରୁ ଖୋର୍ଦ୍ଧା ଜିଲ୍ଲାରେ ୭୭୮.୭୮୪ ଏକର ମଧ୍ୟରୁ ୧୫୮.୮୭୬ ଏକର ସରକାରୀ ଜମି, ୬୦୦.୫୫୩ ଏକର ବେସରକାରୀ ଜମି ଓ ୧୯.୩୫୫ ଏକର ବିଶିଷ୍ଟ ଜଙ୍ଗଲ ଜମି ରହିଛି। ସେହିପରି ନୟାଗଡ଼ ଜିଲ୍ଲା ଏବଂ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ସରକାରୀ, ବେସରକାରୀ ଓ ଜଙ୍ଗଲ ଜମି ରହିଛି। କେନ୍ଦ୍ର ସରକାର ରେଳ ବଜେଟରେ ଏହି ପ୍ରକଳ୍ପ ପାଇଁ ଗତ ୨୦୦୬-୦୭ରେ ୨୩ କୋଟି, ୨୦୦୭-୦୮ରେ ୨୦ କୋଟି, ୨୦୦୮-୦୯ରେ ୨୮ କୋଟି, ୨୦୦୯-୧୦ରେ ୧୦୫.୮ କୋଟି, ୨୦୧୦-୧୧ରେ ୧୨୦ କୋଟି, ୨୦୧୧-୧୨ରେ ୬୦ କୋଟି, ୨୦୧୨-୧୩ରେ ୯୦ କୋଟି, ୨୦୧୬-୧୭ରେ ୪୬୮୨ କୋଟି ଏବଂ ୨୦୧୭-୧୮ରେ ୭୦୦ କୋଟି ଟଙ୍କା ଦେଇଛନ୍ତି।


News Story - Posted on 2017-01-28

ଭଣ୍ଡାର ଜଳସ୍ତର ୫୧% କମିଲା



ଦେଶର ପ୍ରମୁଖ ୯୧ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୫୧ ପ୍ରତିଶତ ହ୍ରାସ ପାଇଛି ବୋଲି ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର। ଜେନ୍ଦ୍ର ଜଳ ସଂପଦ ମନ୍ତ୍ରଣାଳୟ ତରଫରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଜାନୁଆରୀ ୨୫ ତାରିଖରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ଏହିସବୁ ଜଳ ଭଣ୍ଡାରରେ ମୋଟ ୮୦୫୯.୭ କୋଟି କ୍ୟୁବିକ ମିଟର ଜଳ ଉପଲବ୍ଧ ଥିଲା। ଏସବୁ ଜଳ ଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା ହେଉଛି ୧୫୭୭୯.୯ କୋଟି କ୍ୟୁବିକ ମିଟର।


News Story - Posted on 2017-01-26

ଶିଶୁକନ୍ୟାର ସୁରକ୍ଷା ଚିନ୍ତା



ଶିଶୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ତଥ୍ୟ ଦେଖିବା ତାହାହେଲେ ଜାତୀୟ ଅପରାଧ ବ୍ୟୁରୋର ତଥ୍ୟ ଅନୁସାରେ ୨୦୧୫ ମସିହାରେ ସାରା ଭାରତରେ ୯୪୧୭୨ଟି କେସ୍ ରିପୋର୍ଟ୍ ହୋଇଛି ଏବଂ ୨୦୧୪ ମସିହାରେ ମଧ୍ୟ ୮୯୪୨୩ଟି କେସ୍ ରିପୋର୍ଟ୍ ହୋଇଛି। ଓଡିଶାରେ ମଧ୍ୟ ୨୦୧୫ ମସିହାରେ ୨୫୬୨ ଓ ୨୦୧୪ ମସିହାରେ ୨୧୯୬ଟି କେସ୍ ରିପୋର୍ଟ୍ ହୋଇଛି ଓ ଏହି ଭଳି ସମସ୍ୟା ପାଇଁ ଆମେ କେବଳ ସରକାରଙ୍କ ଉପରେ ନିର୍ଭର କଲେ ହେବ ନାହିଁ। ଆମେ ମଧ୍ୟ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି।


News Story - Posted on 2017-01-19

ବେଳାମାର୍ଗ- ଲୁଟେରାଙ୍କ ରାଜପଥ



ଓଡ଼ିଶାର ଦୁଇଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳି କୋଣାର୍କ ଓ ପୁରୀକୁ ସଂଯୋଗ କରୁଥିବା ୩୧୬ ଜାତୀୟ ରାଜପଥ ବା କୋଣାର୍କ-ପୁରୀ ବେଳାମାର୍ଗ ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଏହି ରାସ୍ତା ଏବେ ଅପରାଧୀମାନଙ୍କ ପାଇଁ ପାଲଟିଛି ଚରାଭୂଇଁ। ପ୍ରତ୍ୟହ ଏହି ବେଳା ମାର୍ଗ ଦେଇ ଯାତାୟତ କରୁଥିବା ହଜାର ହଜାର ସଂଖ୍ୟାରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକ, ବ୍ୟବସାୟୀମାନଙ୍କୁ ଲୁଟ‌୍‍, ଅସଦାଚରଣ ଓ ଅପରାଧମୂଳକ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ସମେତ ପର୍ଯ୍ୟଟକ, ବ୍ୟବସାୟୀମାନେ ବେଳାମାର୍ଗ ଦେଇ ଯାତାୟତ କଲାବେଳେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।


News Story - Posted on 2017-01-19

ପ୍ରଶାସନ ଉଦାସୀନ, ଆଦିବାସୀ ହତାଶ



ଗରିବ ଲୋକଙ୍କୁ କାମଧନ୍ଧା ଯୋଗାଇଦେଇ ଆର୍ଥିକ ମାନଦଣ୍ଡ ସଜାଡିବା ସହିତ ଦାଦନ ହେବାରୁ ରକ୍ଷା କରିବା ପାଇଁ ସରକାର ପ୍ରଚଳନ କରିଛନ୍ତି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ମନରେଗା। ଶ୍ରମ ଉପରେ ନିର୍ଭର କରି ଚଳୁଥିବା ଗାଁଗହଳର ଲୋକଙ୍କୁ ୧୦୦ ଦିନର ନିଶ୍ଚିତ କାମ ଦେବା, ଏପରିକି ଜଙ୍ଗଲ ଅଧିକାର ଆଇନ ବଳରେ ଜମି ପାଇଥିବା ଲୋକଙ୍କୁ କାମ ଯୋଗାଇ ଦେଇ ଜମି ମରାମତି, ଫଳଗଛ ରୋପଣ, ଜଳ ସଂରକ୍ଷଣ ଇତ୍ୟାଦି କାମ କରାଇ ଖାଦ୍ୟ ସୁରକ୍ଷା ଲକ୍ଷ୍ୟରେ ସରକାର ଏହି ଆଇନ କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସରକାରୀ ବାବୁମାନଙ୍କ ଅବହେଳା ଓ ଉଦାସୀନତା ଯୋଗଁୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଆଦିବାସୀ ବହୁଳ ଅଂଚଳରେ ଏହା ଲୋକଙ୍କ ପାଇଁ ଅଭିଶାପ ପାଲଟି ଗଲାଣି।


News Story - Posted on 2017-01-15

ସୂଚନା କମିଶନ ପ୍ରତିବନ୍ଧକ!



ଅଧ୍ୟୟନରୁ ପୁଣି ଜଣାପଡ଼ିଛି ଯେ କେନ୍ଦ୍ରୀୟ ସୂଚନା କମିଶନରଙ୍କ ୬୩ ଭାଗ ଅର୍ଡ଼ରରେ କେଉଁ ସମ୍ପର୍କରେ ସୂଚନା ମଗାଯାଇଥିଲା ତାହାର ତଥ୍ୟ ଉଲ୍ଲେଖ ନାହିଁ। ସେହିପରି ବିହାର ସୂଚନା କମିଶନଙ୍କ ୭୪% କେସ‌୍‍, ରାଜସ୍ଥାନ ସୂଚନା କମିଶନଙ୍କ ୭୩% କେସ‌୍‍ ଏବଂ ଆସାମ ସୂଚନା କମିଶନଙ୍କ ୩୫% କେସ‌୍‍ରେ ଆବେଦନକାରୀ ଚାହୁଁଥିବା ସୂଚନା ସମ୍ପର୍କୀତ ବିଷୟବସ୍ତୁ ସମ୍ପର୍କରେ ଉଲ୍ଲେଖ ନାହିଁ। ତେଣୁ କେସ‌୍‍ର ବିବରଣୀ ପଢିଲେ ଜଣେ ଆବେଦନକାରୀ କ’ଣ ପାଇଁ ସୂଚନା ମାଗିଥିଲେ ଏବଂ କି କି ସୂଚନା ପାଇଲେ ଓ କେଉଁ ସୂଚନା ପାଇଲେ ନାହିଁ, ତାହା ଜଣେ ଜାଣିପାରିବ ନାହିଁ। ପୁଣି ସୂଚନା କମିଶନଙ୍କ ବିଭିନ୍ନ କେସ‌୍‍ ବିବରଣୀରେ କମିଶନମାନେ ସେମାନଙ୍କ ନିର୍ଦ୍ଦେଶରେ ଆଇନଗତ ଯୁକ୍ତିଯୁକ୍ତତା ସମ୍ପର୍କରେ କୌଣସି ତଥ୍ୟ ଦେଉନାହାଁନ୍ତି। କେବଳ ମନଇଚ୍ଛା ଅର୍ଡ଼ର ଲେଖିଦେଇ କେସ‌୍‍କୁ ବନ୍ଦ କରି ଦେଉଛନ୍ତି। ଫଳରେ ଅଭିଯୋଗକାରୀ ନାଗରିକମାନେ କମିଶନମାନଙ୍କ ଠାରୁ କେବଳ ନ୍ୟାୟ ପାଉନାହାଁନ୍ତି ତାହା ନୁହେଁ, ଆଇନ‌୍‍ ପ୍ରତି ସେମାନଙ୍କର ବିଶ୍ୱାସ ତୁଟି ଯାଉଛି। କମିଶନରଙ୍କ ଏପରି ନିଷ୍ପତ୍ତିଗୁଡ଼ିକ ମଧ୍ୟ ଦେଶର ବିଚାର ବିଭାଗୀୟ ବ୍ୟବସ୍ଥାକୁ ନğ


News Story - Posted on 2017-01-12

ଇନ୍ଦ୍ରାବତୀ ବୁଡ଼ି ଅଂଚଳର ଦୁଃଖ



ପ୍ରକଳ୍ପ ନିର୍ମାଣ ସମୟରେ ପାରିପାର୍ଶ୍ବିକ ଉନ୍ନୟ ପାଇଁ ଗାଁକୁ ପକ୍କା ରାସ୍ତା, ପାନୀୟ ଜଳର ସୁବିଧା, ପୁଅ ଝିଅଙ୍କ ପାଇଁ ବିଦ୍ୟାଳୟ ପ୍ରତିଷ୍ଠା, ବିଜୁଳି ସଂଯୋଗ ଆଦି ପ୍ରଲୋଭନ ଦିଆଯାଇଥିଲା। ଏପରିକି ବାସହରା ଏବଂ ଜମିହରାମାନଙ୍କୁ ଆବଶ୍ୟକ କ୍ଷତି ପୂରଣ ଯୋଗାଇଦେବାର ପ୍ରତିଶୃତି ମଧ୍ୟ ଦେଇଥିଲା। କିନ୍ତୁ ଇତିମଧ୍ୟରେ ବିଂଶ ଶତାବ୍ଦୀ ଅତିକ୍ରମ କରିଗଲାଣି ନା ଗାଁକୁ ହୋଇଛି ରାସ୍ତାଟିଏ ନା ବିଜୁଳି। ବରଂ ଏବେ ବୁଡି ଅଞ୍ଚଳବାସୀ କାମଧନ୍ଦା ନପାଇ ପଥର ସହ ପଥର ହେବାର ଦେଖିବାକୁ ମିଳିଛି।


News Story - Posted on 2017-01-11

ଅବଳା ବିବାହ-ପରିବାର ଓ ପଂଚାୟତ



ୟୁନିସେଫ୍ ତରଫରୁ ପ୍ରକାଶିତ ଷ୍ଟେଟ୍ ଅଫ୍ ଦି ୱାର୍ଲଡ୍‌ସ୍  ଚିଲ୍‌ଡ୍ରେନ-୨୦୧୬ ଅନୁସାରେ ଆମ ଦେଶରେ ପ୍ରାୟ ୨ କୋଟି ୬୬ ଲକ୍ଷ ୧୦ ହଜାର ଝିଅ ୧୮ ବର୍ଷ ପୂର୍ବରୁ ବିବାହ କରିଛନ୍ତି। କାହିଁକି ସେମାନଙ୍କୁ କମ୍ ବୟସରେ ବାହାଘର କରି ଦିଆଯାଉଛି? ଯଦି ଆମେ ନିଜ ଅଂଚଳର ଏହି ସମସ୍ୟା ବିଷୟରେ ଅନୁଧ୍ୟାନ କରିବା ତେବେ ବହୁତ କାରଣ ପାଇବା। ପ୍ରଥମଟି ହେଲା ଲୋକଙ୍କର ଉତ୍ତମ ମାନସିକତା। ଭଲ ବରପାତ୍ରଟିଏ ମିଳିଛି, ପରେ ମିଳିବ କି ନାହିଁ, ବାହାଘର କରିଦେବା। ଆଉ ଗୋଟିଏ ହେଲା ବୋଝ ଉତାରିବା। କିଏ କିଏ କୁହନ୍ତି ଯେହେତୁ ୨/୩ଟି ଝିଅ ଅଛନ୍ତି ତେଣୁ ଯେତେଶୀଘ୍ର ସମ୍ଭବ କରିଦେଲେ ସୁବିଧା। ଆଉ ଗୋଟିଏ କାରଣ ହେଉଛି ସୌନ୍ଦର୍ଯ୍ୟର ଅବକ୍ଷୟ। କିଏ କିଏ କୁହନ୍ତି ବୟସ ଚାଲିଗଲେ ଝିଅଟି ଆଉ ସୁନ୍ଦର ଦେଖା ଯିବନାହିଁ, ତେଣୁ ଶୀଘ୍ର ବାହାଘର କରିବା ଭଲ। ଆଉ କିଏ କୁହନ୍ତି କାଳେ ଝିଅଟି ଆଉ କାହା ସହ ଚାଲିଯିବ, ଲୋକ ଲଜ୍ଜା ହେବ, ଶୀଘ୍ର ବାହାଘର କରିଦେବା ଭଲ। ସେହିପରି ଅନ୍ୟ କେହି କୁହନ୍ତି ଯେ ଝିଅ ପିଲାଟି, ଯଦି ତାହାର ଇଜ୍ଜତ ଲୁଟ୍ ହୋଇଯିବ କିଏ ତାହାକୁ ବାହା ହେବ? ଆଗୁଆ ବାହା ଦଇଦେବା ଭଲ। ଗାଁ ଅଂଚଳରେ ବିଭିନ୍ନ ସମୟରେ ଯୁବକମାନେ ଅଶ୍ଳୀଳ ଇଂଗିତ କର


News Story - Posted on 2017-01-10

ଓଡ଼ିଶା କେବେ ଉଦୟ ହେବ?



ଆପଣ କେବେ ଯଦି କଲିକତା ଏଆରପୋର୍ଟ ଯାଇଛନ୍ତି ତେବେ ଦେଖିବେ ସେଠାରୁ ଦୋହା, ସିଙ୍ଗାପୁର, କୁଆଲାଲୁମ୍ପୁର, ବ୍ୟାଙ୍ଗକକ୍ ଆଦି ବିଦେଶୀ ସହରକୁ ଉଡ଼ାଣ ଭରୁଥିବା ଉାଜାହାଜଗୁଡ଼ିକର ଅଧାଅଧି ଯାତ୍ରୀ ଓଡ଼ିଆ। ଏହି ଓଡ଼ିଆ ଯାତୀମାନେ ଭୁବନେଶ୍ବରରୁ ତ ବିମାନରେ ଯାଇପାରନ୍ତେ! ଭୁବନେଶ୍ବରରୁ ୟୁଏଇ, କତାର, ସାଉଦି ଆରବ, ବାହାରେନ କିମ୍ବା ଦକ୍ଷିଣପୂର୍ବ ଏସିଆର ବିଭିନ୍ନ ଦେଶକୁ ଉଡ଼ାଜାହାଜ ଚଲେଇବା ବିମାନ ଯାତାୟାତ କମ୍ପାନୀମାନଙ୍କ ପାଇଁ ଅର୍ଥସାଧ୍ୟ କି? କୋଲକାତାରୁ ଅର୍ଥସାଧ୍ୟ ନୁହେଁ, ଭୁବନେଶ୍ବରରୁ କାହିଁକି? ବହୁ ବିଦେଶୀ ଏଆରଲାଇନ୍ସ ଆବେଦନ ବି ଦେଇ ସାରିଛନ୍ତି ଭୁବନେଶ୍ବରରୁ ବିମାନ ଉଡ଼ାଣ ଅନୁମତି ପାଇଁ କିନ୍ତୁ ବିକାଶର ବାହାସ୍ଫୋଟି ସ୍ଳୋଗାନ ଦେଇ ଚାଲିଥିବା ମୋଦି ସରକାରଙ୍କର ଏଭିଏସନ ପଲିସି କିଛି ନା କିଛି କାରଣରୁ ବାଟବଣା ହୋଇ ପଡ଼ିଛି। ତାଙ୍କ କହିବା କଥା ହେଲା ଯେ ପର୍ଯ୍ୟନ୍ତ ଭାରତୀୟ ବିମାନ କମ୍ପାନୀମାନେ ଦ୍ବିିପାକ୍ଷିକ ଚୁକ୍ତି ଅନୁରୂପକ ପାଇଥିବା କୋଟାର 80 ପ୍ରତିଶତରୁ ଅଧିକ କ୍ଷମତା ଉପଯୋଗ କରିନାହାନ୍ତି ସେପର୍ଯ୍ୟନ୍ତ ସେ ଦେଶର ବିମାନ କମ୍ପାନୀ ଗୁଡ଼ିକୁ ଭାରତରେ ଅଧିକ ବିମାନ ଚାଳନା ପାଇଁ ଅନୁମତି ମି


News Story - Posted on 2017-01-08

ଲୌହ ଶିକୁଳିରେ ବନ୍ଦୀ ଐତିହ୍ୟ



ଇତିମଧ୍ୟରେ ଜଗମୋହନ ଗାତ୍ରରେ କୋର୍‌ କଟିଙ୍ଗ ଓ ଏଣ୍ଡୋସ୍କୋପି କରାଯାଇ ଭିତର ପଥରର ଅବସ୍ଥା ପରୀକ୍ଷା କରାଯାଇ ଥିବା ବେଳେ ଜଗମୋହନ ବେକିରେ ଥିବା ଦକ୍ଷିଣ ପାର୍ଶ୍ୱ ଟନେଲ‌୍‍କୁ ଚଉଡା କରି ଗର୍ଭଗୃହ ଭିତରକୁ ବିଶେଷଜ୍ଞମାନେ ଯାଇଁ ତଥ୍ୟ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ସୂର୍ଯ୍ୟ ମନ୍ଦିରର ପ୍ରସ୍ତରରେ ଲାଗିଥିବା ଲୁଣିପାଣି, ଧୂଳି ଓ ଶିଉଳିକୁ ଛଡାଇବା କାର୍ଯ୍ୟ ଜାରି ରହିଛି। ପ୍ରଥମେ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତରକୁ ବ୍ରସରେ ଘସାଯାଇ ସଫା କରାଯିବା ପରେ ଏକ ପ୍ରକାର ରାସାୟନିକ ପ୍ରଲେପ ଦିଆଯାଉଛି। ତା‘ ପରେ କାଗଜ ମଣ୍ଡରେ ପ୍ରସ୍ତୁତ ଅଧଇଞ୍ଚ ବହଳର ପ୍ରଲେପ ଲେପନ କରାଯାଉଛି। କାଗଜ ମଣ୍ଡର ଲେପନ ମନ୍ଦିର ପ୍ରସ୍ତରରେ ୭ ଦିନ ରହିବା ପରେ ମନ୍ଦିର ପ୍ରସ୍ତରରେ ରହିଥିବା ଲୁଣିପାଣି, ଶିଉଳୀ ଓ ଧୂଳିକୁ  ଟାଣି ଆଣିଥାଏ। କାଗଜ ମଣ୍ଡର ଏହି ପ୍ରଲେପକୁ  ମନ୍ଦିର ପ୍ରସ୍ତରରୁ ଛଡାଯିବା ପରେ ଏକ ପ୍ରକାର ରାସାୟନିକ ତୈଳ ପ୍ରଲେପ ପ୍ରୟୋଗ କରାଯାଇ ଲୁଣା ପବନ, ଧୂଳି ଓ ଶିଉଳିରୁ ରକ୍ଷା କରିବା ପାଇଁ ଯୋଜନା ହୋଇଛି।


News Story - Posted on 2017-01-03

ଆରଟିଆଇ ଯୋଗୁଁ ଗାଁ ଫାଇଲ ଖୋଲିଲା



କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ସେମେଲପଦର ଗାଁ ଗୋଟିଏ ଅଣସର୍ଭେ ଜଙ୍ଗଲ ଗାଁ, ଯେଉଁଠି ରହିଆସୁଛନ୍ତି ୫୮ଟି ଆଦିବାସୀ ପରିବାର। ଜଙ୍ଗଲରୁ ଫଳମୂଳ, କନ୍ଦା ଓ ଅନ୍ୟ ବନଜାତ ଦ୍ରବ୍ୟ ସଂଗ୍ରହ, ଜଙ୍ଗଲ ଜମି ଓ ଝରଣା ଭିତରେ ସମତଳ କରି ଚାଷ ତଥା କୁଲିମଜୁରି କରି ଚଳନ୍ତି ଗ୍ରାମବାସୀ। ଜଙ୍ଗଲ ଗାଁ ହୋଇଥିବାରୁ କାହାରି ନିଜସ୍ୱ ଜମି ମାଲିକାନା ନାହିଁ। ସବୁବେଳେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଭୟରେ ଜୀବନ କାଟନ୍ତି ଏହି ଆଦିବାସୀ ପରିବାରମାନେ।


News Story - Posted on 2017-01-03

ବଖରେ ଘରେ ଚଳନ୍ତି ୨୭% ପରିବାର!



ବଖୁରିଏ ଘର। ସେଇଠି ଗେଞ୍ଜାଗେଞ୍ଜି ହୋଇ ରହନ୍ତି ସାରା ପରିବାର। ଗୋଟିଏ କୋଣରେ ରୋଷେଇ ଛୁଙ୍କ, ଆଉ ଗୋଟେ କୋଣରେ ପିଲାର ପାଠପଢ଼ା କମ‌୍‍, କାଶ ଅଧିକ। ଖାଇ ସାରିବା ପରେ ଅଧା ପୋଛା ଘରେ ମଶିଣା ପାରି ସମସ୍ତେ ଶୋଇ ଯାଆନ୍ତି। ଜଣେ ଅଧେ ନୁହେଁ ସହରରେ ରହୁଥିବା ଦେଶର ୨୪% ପରିବାରର ଏହି ହାଲ‌୍‍। ଯେତେବେଳେ ଦେଶର ଅବସ୍ଥା ଏଇଆ ଓଡ଼ିଶାର ଅବସ୍ଥା କ’ଣ ହୋଇଥିବ ତାହା ସହଜରେ ଅନୁମେୟ । ଆମ ରାଜ୍ୟର ୨୭% ସହରୀ ପରିବାରର ହାଲ ବି ଏଇଆ।


News Story - Posted on 2016-12-19

ଜଳ ବିବାଦ ପାଇଁ ସ୍ଥାୟୀ ଟ୍ରିବ୍ୟୁନାଲ‌୍‍!



ସେହିପରି ୧୯୫୬ ଆନ୍ତଃରାଜ୍ୟ ଜଳ ବିବାଦ ଆଇନରେ ମଧ୍ୟ ସଂଶୋଧନ କରିବାକୁ ସରକାରୀ ସ୍ତରରେ ଏକ ପ୍ରସ୍ତାବ ଉପରେ ବିଚାର କରାଯାଉଛି। ଏହି ସଂଶୋଧନ ଜରିଆରେ ସରକାର ଚାହିଁଲେ ଏବଂ ସେପରି ଦରକାର ହେଲେ କୌଣସି ରାଜ୍ୟ ମଧ୍ୟରେ ଉପୁଜୁଥିବା ଜଳ ବିବାଦର ସମାଧାନ ପାଇଁ ସ୍ଥାୟୀ ଟ୍ରିବ୍ୟୁନାଲ ଅଧୀନରେ ଅସ୍ଥାୟୀ ବେଞ୍ଚ ଗଠନ କରିପାରିବେ। ଏହି ବିବାଦର ସମାଧାନ ହୋଇଗଲା ପରେ ଏହି ବେଞ୍ଚର କାର୍ଯ୍ୟକାଳ ଶେଷ ହୋଇଯିବ।


News Story - Posted on 2016-12-13

ସରକାର ଚେଙ୍କିବେ ନା ଚେଙ୍କ ଖାଇବେ?



ଓଡ଼ିଶାର ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ସୁନ୍ଦରଗଡ଼ ଆଦି ଆଦିବାସୀ ଅଧ୍ୟୁସିତ ଜିଲ୍ଲାଗୁଡ଼ିକରେ ଏବେ ବି ଚେଙ୍କ ଚିକିତ୍ସା ଚାଲିଛି। ଏଭଳି ଚିକିତ୍ସା ଯୋଗୁଁ କେବେ କେଉଁ ଲୋକ କେଉଁ ରୋଗରୁ ଭଲ ହୋଇଥିବାର ସମ୍ବାଦ ଓଡ଼ିଶାର ଗଣମାଧ୍ୟମରେ ଦେଖିବାକୁ ମିଳେ ନାହିଁ। କିନ୍ତୁ ଚେଙ୍କ ଖାଇ ଅନେକ ପିଲା ପ୍ରାଣ ହରାଇବା କିମ୍ବା ଗୁରୁତର ହୋଇପଡ଼ିବା ନେଇ ବର୍ଷକୁ ଶହଶହ ଖବର ପ୍ରକାଶ ପାଉଛି। ଏସବୁ ଅଂଚଳରେ ଆଧୁନିକ ସ୍ବାସ୍ଥ୍ୟସେବା ଓ ଶିକ୍ଷା ସଚେତନତାର ଘୋର ଅଭାବ ଯୋଗୁଁ ଲୋକମାନେ ଏଭଳି ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉଛନ୍ତି। କିନ୍ତୁ ଓଡ଼ିଶାର ତଥାକଥିତ ପ୍ରଗତିଶୀଳ ସରକାର ଏଯାଏଁ ଏହି ଅନ୍ଧବିଶ୍ବାସ ଦୂର କରିବାକୁ ଆଦୌ ଉଦ୍ୟମ କରି ନାହାନ୍ତି।


News Story - Posted on 2016-12-01

ମିଛ କହିଥିଲେ ମୁଖ୍ୟ ସଚିବ



ମହାନଦୀ ଅବବାହିକାରେ ଛତିଶଗଡ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଓଡିଶା ସରକାରଙ୍କୁ ଛତିଶଗଡ ସରକାର ଅବଗତ କରି ନଥିଲେ ବୋଲି ଓଡିଶା ସରକାର ଓ ମୁଖ୍ୟ ଶାସନ ସଚିବ ଅଭିଯୋଗ କରିଥିଲେ। କିନ୍ତୁ ନିକଟରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଠାରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଏହି ଅଭିଯୋଗକୁ ମିଥ୍ୟ ପ୍ରମାଣିତ କରିଛି। ଛତିଶଗଡ ସରକାର ୨୦୦୬ରୁ ବିଭିନ୍ନ ପ୍ରକଳ୍ପ ଉପରେ ଓଡିଶା ସରକାରଙ୍କ ଠାରୁ ମତାମତ ଓ ଆପତ୍ତି ମାଗି ଚାଲିଛନ୍ତି। କିନ୍ତୁ ଓଡିଶା ସରକାର ଏସବୁ ଚିଠିକୁ ଆଦୌ ଗୁରୁତ୍ୱ ଦେଇନାହାନ୍ତି।


News Story - Posted on 2016-11-17

ଓଡ଼ିଶା ସବୁଥିରେ ପଛୁଆ



୨୦୧୪ରେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀତ୍ୱ ଦାୟିତ୍ୱ ନେବା ପରେ ୨ ବର୍ଷରେ ୧୦ ଲକ୍ଷ ପକ୍କା ଘର କରି ଗରୀବ ଲୋକଙ୍କୁ ପ୍ରଦାନ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ମିଥ୍ୟା ଓ କାଳ୍ପନିକ ବୋଲି ବର୍ଣ୍ଣନା କରିଛି ବିଜେପି। ତିନି ବର୍ଷରେ ତିନି ଲକ୍ଷ ଘର ଓ ସେଥିରୁ ପାଖାପାଖି ଅଢେଇ ଲକ୍ଷ ଘର କେନ୍ଦ୍ର ସରକାରଙ୍କ ଯୋଜନାରେ କରି ରାଜ୍ୟ ସରକାର ଲୋକଙ୍କୁ କାହିଁକି ଭୁଆଁ ବୁଲାଉଛି ବୋଲି ପ୍ରଶ୍ନ କରାଯାଇଛି।  ଯଦି ମୁଖ୍ୟମନ୍ତ୍ରୀ ଠିକ କହୁଛନ୍ତି ତେବେ ପଂଚାୟତ ହିସାବରେ ଦୁଇ ବର୍ଷର ହିତାଧିକାରୀଙ୍କ ତାଲିକା ପ୍ରକାଶ କରିବାକୁ ପାର୍ଟି ଦାବି କରିଛି। ସାମାଜିକ ଅର୍ଥନୈତିକ ଜନଗଣନା ୨୦୧୧  ଅନୁସାରେ ରାଜ୍ୟରେ ୫୫.୫୩ ଲକ୍ଷ ଘର କଚ୍ଚା ଘର ରହିଛି। ସମସ୍ତଙ୍କୁ ପକ୍କା ଘର ଲକ୍ଷ୍ୟ ୨୦୧୯ ମସିହା ସୁଦ୍ଧା କିପରି ହାସଲ ହେବ ବୋଲି ପ୍ରଶ୍ନ କରାଯାଇଛି।


News Story - Posted on 2016-11-02

ଅମଳ କରନ୍ତୁ ସୌରଶକ୍ତି!



ସୂର୍ଯ୍ୟ ଯେ ସକଳ ଶକ୍ତିର ଉତ୍ସ ଏହା କେଉଁ ଆଦିମ କାଳରୁ ମଣିଷ ଉପଲବଧି କରିସାରିଛି। ହୁଏତ ସେଇଥିପାଇଁ ବୈଦିକ ଯୁଗରୁ ଗାୟତ୍ରୀ ମନ୍ତ୍ର ମାଧ୍ୟମରେ ସୂର୍ଯ୍ୟଙ୍କ ଉପାସନା ଭାରତୀୟ ପରମ୍ପରାର ଏକ ଅବିଚ୍ଛେଦ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଭାବରେ ସ୍ଥାନ ଅଧିକାର କରିଛି। ସୂର୍ଯ୍ୟ କିରଣରୁ ମିଳିଥିବା ଆଲୋକ ଓ ଉତ୍ତାପ ଯୋଗୁଁ ଉଦ୍ଭିଦ ଜଗତ ପ୍ରତ୍ୟକ୍ଷ ଭାବରେ ଫଟୋସିନଥେସିସ‌୍‍ ପ୍ରକ୍ରିୟା ମାଧ୍ୟମରେ ନିଜ ପାଇଁ ଖାଦ୍ୟସାର ପ୍ରସ୍ତୁତ କରିଥାଏ। ଜୀବ ଜଗତ ପରୋକ୍ଷରେ ଉଦ୍ଭିଦ ଜଗତରୁ ଖାଦ୍ୟ ସଂଗ୍ରହ କରି ପରିପୁଷ୍ଟ ହୁଏ। ପୃଥିବୀ ପୃଷ୍ଠରେ ଓ ଗର୍ଭରେ ଯାହା କିଛି ଜୈବ ପଦାର୍ଥ ରହିଛି ତାହା ସୂର୍ଯ୍ୟଶକ୍ତିର ଅବଦାନ। ଯେପରିକି କୋଇଲା, ଖଣିଜ ତୈଳ, ପ୍ରାକୃତିକ ବାଷ୍ପ ଇତ୍ୟାଦି ସମସ୍ତଙ୍କ ସୃଷ୍ଟି ଜୈବ ପଦାର୍ଥରୁ, ଯାହାକି ଉଦ୍ଭିଦ ଜଗତର ରୂପାନ୍ତରଣ ମାତ୍ର। ଆଧୁନିକ ଯୁଗରେ ମଣିଷ ଏହି ସବୁ ଜୈବିକ ଇନ୍ଧନକୁ ନିଜର କ୍ରମବଦ୍ଧିଷ୍ଣୁ ବିଦ୍ୟୁତ‌୍‍ ଶକ୍ତି ଓ ଯାନବାହାନ ତଥା ରୋଷଇର ଇନ୍ଧନ ଭାବେ ବ୍ୟବହାର କରି ଚାଲିଛି। କିନ୍ତୁ ଏହାର କୁପ୍ରଭାବରୁ ବିଶ୍ୱ ବର୍ତ୍ତମାନ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣର ବୃଦ୍ଧି ଜନ


News Story - Posted on 2016-10-31

ଅଚିହ୍ନା ଶବର ଅନନ୍ୟ ପରିଚୟ!



ଗୋଟେ ନିଆଁ ନଲିଭୁଣୁ ଆଉ ଗୋଟିଏ ନିଆଁ ଉଠୁଛି ଏବଂ ତାହାକୁ ପ୍ରଶମିତ କରିବାକୁ ନାନାଦି ଫିକର ହେଉଛି। ତଥାପି ପ୍ରଜାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପ୍ରଶାସନ ପଟି ମାରିବାରେ ଲାଗିଛି। ୨୦୧୬ ଅକ୍ଟୋବର ୨୪ ତାରିଖରେ ମାଓବାଦୀ ପ୍ରବଣ ମାଲକାନଗିରି ଜିଲ୍ଲାରେ ଆନ୍ଧ୍ର ଗ୍ରେହାଉଣ୍ଡ୍‌ ଓ ଅନ୍ୟ ସୁରକ୍ଷା ବାହିନୀର ମିଳିତ ଆକ୍ରମଣରେ ମାଓବାଦୀ ଶିବିର ଧ୍ୱଂସ ହେବା ସହ ମୋଟ ୨୮ ଜଣ ମାଓବାଦୀ କ୍ୟାଡ଼ର ମୃତ୍ୟୁମୁଖରେ ପଡ଼ିଲେ। ଦୁଃଖଦାୟକ କଥାଟି ହେଉଛି, ତହିଁରୁ ୧୨ଟି ଅଚିହ୍ନା ମୃତଦେହକୁ ଓଡ଼ିଶା ପୁଲିସ୍‌ ଶେଷରେ ପୋତି ଦେଲା, ଦୀପାବଳି ଦିନ। କାରଣ ୩୦ ଅକ୍ଟୋବର (ସାତ ଦିନ) ପର୍ଯ୍ୟନ୍ତ ସେହି ମୃତଦେହଗୁଡ଼ିକର କେହି ଦାବିଦାର ନଥିଲେ।


News Story - Posted on 2016-10-24

ଚିତ୍ରକୋଣ୍ଡା ମାଓବାଦୀ ଦୁର୍ଗ ଧ୍ବଂସ!



୨୦୦୮ ମସିହାରେ ଏହି ଅଂଚଳରେ କୁମ୍ବିଂ ଅପରେସନ ଚଳାଇଥିବା ଆନ୍ଧ୍ର ଗ୍ରେହାଉଣ୍ଡ ବାହିନୀ ଉପରେ ଆକ୍ରମଣ କରି ମାଓବାଦୀମାନେ ୩୮ ଯବାନଙ୍କୁ ହତ୍ୟା କରିଥିଲେ। ଏହାର ମାସକ ଭିତରେ ସେମାନଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ନିହତ ହୋଇଥିଲେ ୧୭ ପୁଲିସ। ୨୦୧୧ ଫେବୃଆରୀରେ ମାଓବାଦୀମାନେ ଏହି ବିଚ୍ଛିନ୍ନାଂଚଳରେ ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ଭିନିଲ କୃଷ୍ଣଙ୍କୁ ଅପହରଣ କରି ନେଇଥିଲେ।


News Story - Posted on 2016-10-05

ନଗଡ଼ା, ଗୁମୁଡ଼ୁମାହ, ମେଲଘରା କାହିଁକି?



ତେବେ ଏତେସବୁ ଯୋଜନା ଓ କାର୍ଯ୍ୟକ୍ରମ ଓ ନବୀନ ସରକାର ସତ୍ତ୍ବେ କାହିଁକି ଓଡ଼ିଶାରେ ନଗଡ଼ା, ଗୁମୁଡ଼ୁମାହ, ମେଲଘରା ଆଦି ଅଂଚଳ ରହିଛି ତାହା ବୁଝି ହେଉ ନାହିଁ। କାହିଁକି ଆଦିବାସୀମାନେ ଏବେ ବି କମ୍ ସାକ୍ଷର, କମ ରୋଜଗାରକ୍ଷମ ଓ କମ ସୁସ୍ଥ ତାହା କିଏ କହିବ?


News Story - Posted on 2016-10-05

୧୬ ବର୍ଷରେ ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀ!



ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କମିଶନଙ୍କ ନିକଟରେ ଏନେଇ ଏକ ପିଟିସନ‌୍‍ ଦାୟର କରିଥିଲେ। ସେ ଦର୍ଶାଇଥିଲେ ଯେ, ୧୯୯୯ ମହାବାତ୍ୟା ପରେ ପରେ ରାଜ୍ୟରେ ୧୦,୦୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଖୋଲିଥିଲା। କିନ୍ତୁ ମରାମତି ଅଭାବରୁ ସେଗୁଡିକ ମଧ୍ୟରୁ ଅଧିକାଂଶ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଏଭଳି ଅନେକ ବିପଦପୂର୍ଣ ଅବସ୍ଥାରେ ରହିଛି। ଏହି ସବୁ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ପ୍ରଧାନମନ୍ତ୍ରୀ ରିଲିଫ‌୍‍ ପାଣ୍ଠି, ମୁଖ୍ୟମନ୍ତ୍ରୀ ରିଲିଫ‌୍‍ ପାଣ୍ଠି, ସାଂସଦ ପାଣ୍ଠି, ମହାରାଷ୍ଟ୍ର, କର୍ଣାଟକ, ଦିଲ୍ଲୀ ସରକାରଙ୍କ ସହାୟତାରେ ଖୋଲିଥିଲା। କେତେକ େସ୍ୱଚ୍ଛାସେବୀ ସଂସ୍ଥା, କମ୍ପାନୀ ଆଦି ମଧ୍ୟ ଏଥିରେ ସହଯୋଗ କରିଥିଲେ। ଓଡିଶା ରାଜ୍ୟ ବିପର୍ଯୟ ପ୍ରଶମନ ସଂସ୍ଥା ୧୩୫ଟି ଓ ଇଣ୍ଡିଆନ‌୍‍ ରେଡ‌୍‍କ୍ରସ‌୍‍ ସୋସାଇଟି ୬୫ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଖୋଲିଥିଲା।


News Story - Posted on 2016-10-02

ସ୍ୱଚ୍ଛତା ପାଇଁ କେତେ ସଚେତନ?



ଏଥିରେ ବଡ ବଡ ରାଜନେତା, ଅଭିନେତା, ସରକାରୀ ବାବୁ ଓ ସ୍ବେଚ୍ଛାସେବୀମାନେ ମଧ୍ୟ ସାମିଲ ହୋଇ ଲୋକ ଦେଖାଣିଆ ଭାବେ ସଫେଇ କରି ନିଜ ନାମ ଓ ଫଟୋକୁ ଗଣମାଧ୍ୟମରେ କିଭଳି ପ୍ରକାଶିତ ହୋଇ ପାରିବ ସେନେଇ ତତ୍ପରତା ପ୍ରକାଶ କରୁଥିବା ବେଳେ ସ୍ୱଚ୍ଛତା ପ୍ରତି ଧାନ ଦେଉନଥିବା ଦେଖିବାକୁ ମିଳିଛି। ହେଲେ ଏହି ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା କେତେ ସଚେତନ ହୋଇଛୁ ଆମେ ଓ ଆମ ପରିବେଶ ତା ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ ଅବର୍ଜନାକୁ ଦେଖିଲେ ସହଜରେ ଅନୁମାନ କରିହୁଏ।


News Story - Posted on 2016-09-30

ଆତ୍ମଶୁଦ୍ଧି, ସୁସ୍ଥମନ, ସ୍ୱଚ୍ଛ ଭାରତ



ଯୁଗ ଯୁଗ ଧରି ଭାରତୀୟ ସଂସ୍କୃତି ଓ ସଭ୍ୟତାର ମୂଳମନ୍ତ୍ର ହୋଇ ରହିଛି ‘‘ଆତ୍ମଶୁଦ୍ଧି’’। ମଣିଷର ଏହି ଆତ୍ମଶୁଦ୍ଧି ଲାଗି ଅନେକ ପ୍ରକାର ପାରିପାର୍ଶ୍ବିକ ଓ ମାନସିକ ଅବସ୍ଥାର ଅନୁକୂଳ ବାତାବରଣ ଆବଶ୍ୟକ ହୋଇଥାଏ। ପରିବେଶ ଓ ପୃଥିବୀ ମା’ ସହିତ କିପରି ତାଳଦେଇ ଚାଲିବାକୁ ପଡିବ ତାହା ଆମ ନଜରର ସବାର୍ଗ୍ରେ ରଖିବାକୁ ପଡିଥାଏ। ପରିବେଶକୁ ଅପରିସ୍କାର ଓ ଅସ୍ୱଚ୍ଛ ରଖିବାର ଅର୍ଥ ପୃଥିବୀ ମା’ର ଶରୀରକୁ ଅନିର୍ମଳ କରି ରଖିବା। ଏହା ମା’ ପ୍ରତି ଅସମ୍ମାନ। କୁଢ କୁଢ ଅଳିଆ, ଯେଉଁଆଡେ ନଜର ପକାଇବ ଆବର୍ଜନା ଆଉ ମଇଳା।  ପାଣି ବି ଚାରିଆଡେ ପ୍ରଦୂଷିତ। କେନାଲ ପ୍ରଦୂଷିତ। ନଦୀ ଜଳ ମଧ୍ୟ ଦୂଷିତ। ସହର, ବଜାର, ଗାଁ ଗଣ୍ଡାରେ ନାଳ ନର୍ଦ୍ଦମା ଭରି ରହିଛି। ଜଳ ଓ ବାୟୁ ପ୍ରଦୂଷଣ ବଢିଚାଲିଛି। ଗଛ କଟାଯାଉଛି। ଜଙ୍ଗଲ ବି ସଫା ହେଉଛି, ଯାହାକି ଏକ ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି। ଏହିଭଳି  ବାତାବରଣ, ସୁସ୍ଥ ଜୀବନଧାରଣ ଏବଂ ଆତ୍ମଶୁଦ୍ଧି ଭଳି ମାନବୀୟ ମନ୍ତ୍ରର ପରିପନ୍ଥୀ।


News Story - Posted on 2016-09-30

ପ୍ରତାରଣାର ପ୍ରକଳ୍ପ ପୋଲାଭରମ



ଏହା ସତ ଯେ ରାଜ୍ୟରେ ସକ୍ରିୟ ଦୁଇଟି ପ୍ରମୁଖ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଉଭୟ ଅତିତରେ ଏବଂ ବର୍ତ୍ତମାନ କେନ୍ଦ୍ରରେ କ୍ଷମତାରେ ଥିବା ବେଳେ ପୋଲାଭରମ‌୍‍ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ ତାର ନିର୍ମାଣ ପାଇଁ ବିପୁଳ ପରିମାଣର ଅର୍ଥ ବରାଦ କରିଛନ୍ତି। ଏହି କାରଣରୁ ଉପରୋକ୍ତ ଦୁଇ ଦଳର ରାଜ୍ୟ ନେତୃବୃନ୍ଦ ପୋଲାଭରମ‌୍‍ ପ୍ରକଳ୍ପକୁ ସିଧାସଳଖ ବିରୋଧ କରିବା ପରିବର୍ତ୍ତେ ନିଜକୁ ଏକ ରକମ ରକ୍ଷାତ୍ମକ ସ୍ଥିତିରେ ରଖିବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପଟେ ନିଜକୁ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଗଠିତ ବୋଲି ଦାବୀ କରୁଥିବା ବିଜେଡ଼ି ତଥା ତା’ର ସରକାରର ଭୂମିକାଟି ଏକ୍ଷେତ୍ରରେ ଅତ୍ୟନ୍ତ ସନ୍ଦେହଜନକ ମନେହେଉଛି। ଓଡ଼ିଶା ସରକାର ମହାନଦୀ ଭଳି ପୋଲାଭରମ କ୍ଷେତ୍ରରେ ବି ଠିକଣା ସମୟରେ ଉପଯୁକ୍ତ ପଦକ୍ଷେପ ନନେଇ ଅପରାଧିକ ଅବହେଳା ପ୍ରଦର୍ଶନ କରିଥିବା ସ୍ପଷ୍ଟ ଜଣାପଡ଼ିଛି। ଗତ ୨୦୦୫ ମସିହାରୁ ବିଭିନ୍ନ ପର୍ଯ୍ୟାୟରେ ପୋଲାଭରମ‌୍‍ର ନିର୍ମାଣ କାମ ଚାଲିଥିବା ବେଳେ ପ୍ରକଳ୍ପ ଫଳରେ ଓଡ଼ିଶାର କ’ଣ କ୍ଷୟକ୍ଷତି ହେବ ନା ତା’ର କୌଣସି ସର୍ଭେ କରାଯାଇନି କି ନିର୍ମାଣାଧୀନ ପ୍ରକଳ୍ପକୁ ବନ୍ଦ କରିବାକୁ କୌଣସି ପ୍ରଶା&#


News Story - Posted on 2016-09-24

ଶାସନ ବୁଝୁ ଲୋକଙ୍କ ଆଶା, ଆକାଂକ୍ଷା



ଜିଲ୍ଲା ଓ ଆଂଚଳିକ ସ୍ତରର ବିକାଶ କନକ୍ଲେଭଗୁଡିକ ତୃଣମୂଳ ସ୍ତରରେ ଯୋଜନାର ସଫଳତା, ବିଫଳତା ତଥା ଉପଯୁକ୍ତ କ୍ରିୟାନ୍ୱୟନ ସାମନାରେ ଥିବା ଆହ୍ୱାନ ଓ ଏହାର ସମାଧାନର ଦିଗ ଉପରେ ଯୋଜନା ଯେଉଁ ମାନଙ୍କ ପାଇଁ ଉଦ୍ଦିଷ୍ଟ ସେମାନଙ୍କର ଅନୁଭବ ଓ ମତକୁ ଏପରି କାର୍ଯ୍ୟକ୍ରମ ପରିପ୍ରକାଶ କରି ସମାଧାନର ରାସ୍ତା କାଢିବାରେ ସହାୟକ ହେବ ବୋଲି ଜଗଦାନନ୍ଦ କହିଛନ୍ତି।


News Story - Posted on 2016-09-22

ବିକାଶ ଏକ ମିଳିତ ପ୍ରୟାସ



ବିକାଶର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ଯୋଜନାର ସୁଫଳ ପହଂଚିବା ହିଁ ପ୍ରକୃତ ବିକାଶ ଓ ଏହା ବହୁ ପକ୍ଷର ମିଳିତ ଉଦ୍ୟମରେ ସମ୍ଭବ ବୋଲି ଓଡିଶା ବିକାଶ କନ‌୍‍କ୍ଲେଭର  ଏହି ଦର୍ଶନକୁ ଭାରତ ସରକାର ଓ ଓଡିଶା ସରକାର ସମ୍ମତି ଦେଇଛନ୍ତି ବୋଲି ତ୍ରିଦିବସୀୟ ସମ୍ମିଳନୀର ଉଦଯାପନ ଉତ୍ସବରେ  ଆୟୋଜକ ତଥା ସିବାଇଏସଡିର ସଦସ୍ୟ ସଚିବ ଜଗଦାନନ୍ଦ କହିଛନ୍ତି। ଶ୍ରୀ ଜଗଦାନନ୍ଦ କହିଛନ୍ତି ଯେ ଓଡିଶାର ଉପାନ୍ତ ଜିଲ୍ଲା ସମେତ ରାଜ୍ୟ ସରକାର ଓ ପ୍ରଶାସନର ବରିଷ୍ଠ  ଅଧିକାରୀ, ବ୍ୟକ୍ତିବିଶେଷ, ଭାରତ ସରକାର, ଦେଶର ବିଭିନ୍ନ ରାଜ୍ୟ ସରକାର, ସାମାଜିକ କାର୍ଯ୍ୟକର୍ତ୍ତା, ବିଦ୍ୱାନ ତଥା କର୍ପୋରେଟ ସେକ୍ଟରର ପ୍ରତିନିଧିମାନେ ତିନି ଦିନ ଧରି ୧୧ଟି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଓ ବିଭିନ୍ନ ସ୍ଥାନରେ ଯେଉଁ ଚମତ୍କାର ଆଲୋଚନା କରି ସେମାନଙ୍କର ସୁପାରିଶ ଦେଇଛନ୍ତି ତାହା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଆଲୋଚନା କରିବାକୁ ଆମନ୍ତ୍ରଣ କରିଛନ୍ତି। 


News Story - Posted on 2016-09-14

ଶିଶୁ କାହିଁକି ଶ୍ରମିକ ହୁଏ?



ଶିଶୁ ଶ୍ରମିକ ମଧ୍ୟ ଠିକ ସେହି ପରି ଏକ ସମସ୍ୟା। ଯଦି ପରିବାରର ମୁରବୀ ନାହାନ୍ତି କିମ୍ବା ଅର୍ଥନୀତି ଭୁଷୁଡି ପଡିଛି ତାହାହେଲେ ଗୋଟିଏ ଶିଶୁ ବାଧ୍ୟ ହୋଇ ନିଜ ପରିବାର ପାଇଁ ରୋଜଗାର କରିବା ନିମନ୍ତେ ବାହାରି ଯାଏ। ମାଗଣା ଖାଦ୍ୟ, ପୋଷାକ କିମ୍ବା ବହି ମିଳିଗଲେ ଯେ ଜଣେ ଶିଶୁ ଶ୍ରମିକ ନ ହୋଇ ପାଠ ପଢିବ ଏହା କେବଳ ଭବିଷ୍ୟତ ପାଇଁ ଏକ ଆକଳନ। ତାହାର ପରିବାର ପାଇଁ ଖାଦ୍ୟ ଯୋଗାଡ କରିବା ପ୍ରଥମ ଦାୟିତ୍ବ। କୌଣସି ଶିଶୁ ପର ଘରେ ବହୁତ ମାଡ ଗାଳି ଖାଇ କାମ କରିବା ପାଇଁ ଖୁସି ପାଏନି ଯେହେତୁ ତାହାର ସମସ୍ୟା ଏତେ ଜଟିଳ ହୋଇ ଯାଇଛି ତେଣୁ ବାଧ୍ୟ ହୋଇ ସେ ଅନ୍ୟଘରେ କାମ କରୁଛି। ଯଦି ଶିକ୍ଷକ ମାଡ ଦେଲେ ବୋଲି ଗୋଟିଏ ଶିଶୁ ବିଦ୍ୟାଳୟକୁ ଯାଉନି ବୋଲି କୁହାଯାଉଛି ଠିକ ସେହି ଶିଶୁ କିପରି ପରଘରେ ବାରମ୍ବାର ନିର୍ଯ୍ୟାତନା ସତ୍ତ୍ବେ କାମ କରୁଛି। ସାମାଜିକ ଦାୟିତ୍ବବୋଧ ମଧ୍ୟ ପ୍ରତ୍ୟେକ ପାଇଁ ଏକ ଆବଶ୍ୟକ ଉପାଦାନ। କୌଣସି ଅଞ୍ଚଳରେ ଶିଶୁ ଶ୍ରମିକ ନାହାନ୍ତି ବୋଲି ଘୋଷଣା କରିଦେଲେ ଯେ ଶିଶୁ ଶ୍ରମିକ ସମସ୍ୟା ସମାଧାନ ହୋଇଗଲା ଏହା ପ୍ରକୃତରେ କେତେଦୁର ସମ୍ଭବ ହୋଇଛି ତାହା କିଏ କେବେ ଆକଳନ କରିଛନ୍ତି କି? ପ୍ରକୃତରେ ଶିଶୁ ଶ୍ରମିକ ଅଛ


News Story - Posted on 2016-09-03

ପଲିଥିନ କବ୍ଜାରେ କୋଣାର୍କ



ଏବେ ସମଗ୍ର ବିଶ୍ୱ ପଲିଥିନ କବଳରେ କବଳିତ ହେଉଥିବା ବେଳେ ଏଥିରୁ ବାଦ ପଡିନି ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ। ଏହି ପର୍ଯ୍ୟଟନ କ୍ଷେତ୍ରରେ ପଲିଥିନର ବହୁଳ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ପଲିଥିନ, ପ୍ଲାଷ୍ଟିକ ପାଣି ବୋତଲ ଓ ବିଭିନ୍ନ ଉତ୍ସବମାନଙ୍କରେ ହେଉଥିବା ଭୋଜିରେ ବ୍ୟବହୃତ ସିନ୍ଥେଟିକ ସୋଲ ଥାଳିର ବହୁଳ ବ୍ୟବହାର ସହର, ବଜାର, ଗାଁ ଗଣ୍ଡା ସମେତ ସବୁ ଜାଗାରେ ଦେଖିବାକୁ ମିଳୁଛି। ବିଭିନ୍ନ ଐତିହ୍ୟ ସ୍ଥାନ ସମେତ ସମଗ୍ର ଦେଶରେ ପଲିଥିନ ବ୍ୟବାହାର ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲେ ମଧ୍ୟ ଏହାର ବ୍ୟବହାରକୁ ରୋକାଯାଇପାରୁ ନାହିଁ। ସୂର୍ଯ୍ୟ ମନ୍ଦିର ଭ୍ରମଣରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ଓ ସ୍ଥାନୀୟ ପରିବେଶବିତମାନେ ପଲିଥିନର କାୟା ବିସ୍ତାରକୁ ଦେଖି ଘୋର ଉଦବେଗ ପ୍ରକାଶ କରିବା ସହ ଏହାର କାରବାରକୁ ବନ୍ଦ କରିବା ପାଇଁ ମତପ୍ରକାଶ କରିଛନ୍ତି।


News Story - Posted on 2016-09-02

କସ୍ତୁରବା’ଙ୍କ ଦାନ ମାଝୀ!



ଦି’ ତିନି ତଳର ସକାଳେ କଳାହାଣ୍ଡିର ଜଣେ ସାମାଜିକ ଆନ୍ଦୋଳନର ବିପ୍ଳବୀ ସାଥୀ ଦିଗମ୍ୱର ଦୁରିଆଙ୍କ ସହ ଫୋନରେ କଥା ହେବାବେଳେ ସେ ଯେଉଁ ସୂଚନା ଦେଲେ, ତାହା ଗାନ୍ଧିଜୀଙ୍କର ସେଦିନର ସେହି କଥାକୁ ମନେ ପକାଇ ଦେଇଥିଲା। ସେ କହିଥିଲେ ‘ଆପଣ ଦାନ ମାଝୀ ତା ସ୍ତ୍ରୀକୁ କାନ୍ଧରେ ବୋହି ନେଇ ଯିବାର ଦୃଶ୍ୟ ଟିଭି ପରଦାରେ ଦେଖିଥିବେ। ସେ ପିନ୍ଧିଥିବା ଲୁଙ୍ଗି, ସାର୍ଟ ଓ ତା ଝିଅର ଫ୍ରକ‌୍‍ ଦେଖିଥିବେ। ସେଦିନ ସେ ଯାହାକୁ ପିନ୍ଧିଥିଲେ, ସ୍ତ୍ରୀର ଶୁଦ୍ଧିକ୍ରିୟାର ୫ ଦିନପରେ ବି ଠିକ‌୍‍ ସେଇ ଲୁଙ୍ଗି, ସାର୍ଟ, ଫ୍ରକ‌୍‍ ସେମାନେ ପିନ୍ଧିଛନ୍ତି। ଗରିବୀର ଏହି ନଗ୍ନ ରୂପ ଶହ ଶହ ନଗଡା ଭଳି ଗାଁରେ ଅସଂଖ୍ୟ ଦାନ ମାଝିମାନେ ଆମକୁ ବାରମ୍ୱାର କହି ଚାଲିଛନ୍ତି ବୋଲି ବିପ୍ଳବୀ ସାଥୀ ଜଣଙ୍କ କୋହଭରା କଣ୍ଠରେ କହିପକାଇଥିଲେ।


News Story - Posted on 2016-09-01

ସରକାର କା ମାଲ୍‌, ଦରିଆ ମେଁ ଡାଲ୍‌!



କୋଣାର୍କ ଏନଏସିରେ ଦୀର୍ଘ ଦିନ ଧରି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷୋଟ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଖୋଲା ଆକାଶ ତଳେ ପଡି ଖତ ହେବାରେ ଲାଗିଛି। ଦାୟିତ୍ୱରେ ଥିବା ଅଧିକାରୀମନଙ୍କର ଖାମଖିଆଲୀ ନୀତି ଯୋଗୁଁ  କୋଣାର୍କ ଏନଏସି ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଏଠାରେ ସ୍ପଷ୍ଟ ବାରି ହେଉଛି।


News Story - Posted on 2016-09-01

ଅସରନ୍ତି ଅବହେଳାର ନାଁ ଦାନ ମାଝୀ!



ଓଡିଶାର ପଛୁଆ ଅଞ୍ଚଳ ଭାବେ ପରିଚିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଦାନ ମାଝୀଙ୍କ କାନ୍ଧରେ ସ୍ତ୍ରୀର ଶବ ବୁହା ଘଟଣା ରାଜନୈତିକ ଅପାରଗତା, ପ୍ରାଶାସନିକ ସ୍ଥାଣୁତା, ସାମାଜିକ ଓ େସ୍ୱଚ୍ଛାସେବୀ ଅନୁଷ୍ଠାନଗୁଡିକର ଆନ୍ତରିକତାର ଅଭାବ ତଥା ଭିତ୍ତିଭୂମି ଦୁଃସ୍ଥିତିର ପ୍ରତିଫଳନ। ଏହା ବୃଦ୍ଧିଜୀବୀଙ୍କ ନଜରକୁ ଜଳଜଳ ହୋଇ ଦିଶୁଛି। ଏହାକୁ  ସାଧାରଣ ଲୋକଙ୍କ ନଜରରୁ ଦୂରେଇବା ଓ ନ୍ୟାୟ ସଙ୍ଗତ ଦେଖାଇବାକୁ ନିଜନିଜ କ୍ଷେତ୍ରରେ ସମସ୍ତେ ଉଦ୍ୟମରତ। ମରୁଡି, ଅନାହାର ଓ ପିଲାବିକ୍ରି ଭଳି ସମ୍ୱେଦନଶୀଳ ପ୍ରସଙ୍ଗ ପାଇଁ ଏକଦା ଅଶି ଦଶକରେ କଳାହାଣ୍ଡି ଜିଲ୍ଲା ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା। ଦୀର୍ଘ ୩୫ ବର୍ଷ ପରେ ଏବେ ଆଉ ଏକ ସ୍ପର୍ଶକାତର ପ୍ରସଙ୍ଗ ପାଇଁ ପୁଣି କଳାହାଣ୍ଡି ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଜିଲ୍ଲାର ଥୁଆମୁଳ ରାମପୁର ଭଳି ଏକ ଦୁର୍ଗମ ଅଞ୍ଚଳର ଜଣେ ଅସହାୟ ଆଦିବାସୀ ଅର୍ଥାଭାବ ଓ ପ୍ରାଶାସନିକ ସହଯୋଗ ନପାଇ ମୃତ ସ୍ତ୍ରୀର ଶବକୁ କାନ୍ଧରେ ବୋହି ୧୦ କି.ମି ଚାଲିଚାଲି ଯିବା ଘଟଣା ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଛି। ପ୍ରାଶାସନିକ ଅବହେଳା ଓ ସମ୍ୱେଦନହୀନ ମ


News Story - Posted on 2016-08-26

ଧନ କାନ୍ଧରେ ସମୃଦ୍ଧିର ଶବ!



କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଅଂଚଳରେ ଘଟିଥିବା ପୁରାଣର ରାଜା ହରିଶ୍ଚନ୍ଦ୍ରଙ୍କ ଭଳି ଅନ୍ୟ କାହାଣୀ ଆଜି କି ପୁରୁଣା। କିନ୍ତୁ ଏଇ ନବୀନ ଯୁଗର ପୁରାଣରୁ ଏକବିଂଶ ଶତାବ୍ଦୀର ମଣିଷ ସମାନ ଓ ସରକାର କିଭଳି ମାନବିକ ସମ୍ବେଦନ ରହିତ ନିଷ୍ଠର ଆଚରଣ ପ୍ରଦର୍ଶନ କରିପାରେ ତାହା ଧରାପଡ଼ିଛି। ଆଉ ଏହା ବି ଧରାପଡ଼ିଛି ଯେ ଗରୀବ ଲୋକଙ୍କ ପାଇଁ ହେଉଥିବା ଯୋଜନା ସବୁ ଧନୀ ଓ ମଧ୍ୟବିତ୍ତ ଲୋକଙ୍କ ପକେଟ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ।


News Story - Posted on 2016-08-24

ପିଏମଓ ଜାଣିଲା ସିଏମଓ କୀର୍ତ୍ତି!



ଏହି ଅନୁଦାନର ସଠିକ‌୍‍ ବିନିଯୋଗ କରାଯାଇଥିଲେ ସେତେବେଳେ ମାଓବାଦୀଙ୍କ ଆଡ଼‌୍‍ଡ଼ା ସ୍ଥଳୀ ଥିବା ସୁକିନ୍ଦାର ନଗଡ଼ା ଗ୍ରାମର ସାମଗ୍ରିକ ବିକାଶ କରାଯାଇ ପାରିଥା’ନ୍ତା ଏବଂ ଆଜି ଅପପୁଷ୍ଟିରେ ଏହି ଗାଁର ୧୯ ଜଣ ଶିଶୁଙ୍କ ମୂଲ୍ୟବାନ‌୍‍ ଜୀବନ ହାନୀ ହୋଇନଥା’ନ୍ତା ବୋଲି ଶ୍ରୀ ସାହୁ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏବେ ଦେଖିବାକୁ ବାକି ରହିଛି ମୁଖ୍ୟ ଶାସନ ସଚିବ ଏଭଳି ଏକ ସମ୍ୱେଦନଶୀଳ ପ୍ରସଙ୍ଗ ଜଡ଼ିତ ଆର୍ଥିକ ଦୁରୁପଯୋଗର ତଦନ୍ତ କରି କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ଯୋଜନା ପାଣ୍ଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଖର୍ଚ୍ଚ ହୋଇଛି। ତାଙ୍କରି ଦଳର ବିଧାୟକମାନେ ନିଜନିଜ ନିର୍ବାଚନ ମଣ୍ଡଳୀକୁ ପାଣ୍ଠି ନେଇଯାଇଛନ୍ତି। ଖାସ୍ ଆଇଏପି ପାଣ୍ଠି ଆଣି ବିକାଶ ନାଁର ବାଟମାରଣା କରିବା ଉଦ୍ଦେଶ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜ୍ୟର ବହୁ ଜିଲ୍ଲା ଓ ବ୍ଲକକୁ ମାଓବାଦୀ ଉପଦ୍ରୁତ ଭାବେ ଘୋଷଣା କରୁଛନ୍ତି ଓ ମାଓବାଦୀ ଏନକାଉଣ୍ଟର ଆଳରେ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି ବୋଲି ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ରହିଛି।


News Story - Posted on 2016-08-23

ସହରୀ ବିସ୍ଥାପିତଙ୍କ ସାମାବେଶ




News Story - Posted on 2016-08-21

୨୦ ମୃତ୍ୟୁ ପରେ ନେତାଙ୍କ ଧାଡ଼ି!



କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ତଲନାଗୀ ଗ୍ରାମ ପଞ୍ଚାୟତ। ଏହି ପଞ୍ଚାୟତର କାରବାଡି, ଲିଟିମସ୍କା, ଭିତରଡୁଙ୍ଗା, ଭୂରଭୁରୀ, ଟେମରା, ଭଗଡାପଦର ଓ ପୁଡା ପଦର ଆଦି ଗାଁ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଅବସ୍ଥିତ। ଇନ୍ଦ୍ରାବତୀର ଏହି ଟାପୁ ଅଞ୍ଚଳ ଏସବୁ ଗାଁରେ ୭୪୭ ପରିବାରର ପ୍ରାୟ ୨୮୯୪ ଲୋକ ବସବାସ କରନ୍ତି। ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ହୋଇ ଏହି ଲୋକମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏବଂ ମାଛଧରି ଜୀବିକା ନିର୍ବାହ କରିଥାନ୍ତି। ସ୍ୱାଧୀନତାର ୬୯ ବର୍ଷ ପରେ ମଧ୍ୟ ଏହି ଲୋକମାନଙ୍କ ପାଇଁ ସରକାରୀ ଯୋଜନା ସାଜିଛି ସାତ ସପନ। ବିଜୁଳି, ସଡ଼କ ଓ ପିଇବା ପାଣି କଥା କିଏ ପଚାରେ ଜଳବନ୍ଦୀ ଏହି ଲୋକଙ୍କୁ ମୁଖ୍ୟ ସ୍ଥଳଭାଗ ସହିତ ଯୋଡ଼ିବା ପାଇଁ ସରକାରୀ ମଟର ଲଞ୍ଚ ବ୍ୟବସ୍ଥା ମଧ୍ୟ ହୋଇନାହିଁ। ଫଳରେ ଦେଶୀ ଡଙ୍ଗାରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରିଥାନ୍ତି ଏମାନେ।


News Story - Posted on 2016-08-19

ଅନ୍ଧାରି ମୁଲକରେ ଆଦିବାସୀ



କଳାହାଣ୍ଡି -ନବରଙ୍ଗପୁର ସୀମାରେ ସାହାଜଖୋଜ ଜଙ୍ଗଲ ଆମପାଣି ଘାଟି ତଳେ ରହିଛି କେତେକ ଆଦିବାସୀ ବହୁଳ ଗ୍ରାମ। କୁଟୃ, କାଦୋମଲି, ଆନ୍ଦି ଝରଣ, ସର୍ଗପାନି, ଗାଇବନ୍ଧା, ଠିରଲିଆମ, ସର୍ଗିଗୁଡା, ସାଇକେଲ ବରଗଛ, ଛକପଡା ଭଳି ଆଦିବାସୀ ବହୁଳ ଗ୍ରାମଗୁଡ଼ିକ ଏହି ଘାଟିତଳେ ଅବସ୍ଥିତ ଏବଂ ଏହା ଦୁର୍ଗମ ଇଲାକା ହେତୁ କେତେକ ମାଓବାଦୀ ଏ ଅଂଚଳରେ ଲୁଚି ରହି ସେମାନଙ୍କ କାର୍ଯ୍ୟକଳାପ ଚଳାଇଛନ୍ତି। ଏହି ଗାଁଗୁଡିକରେ କନ୍ଧ, ଭତରା ସଂପ୍ରଦାୟର ଲୋକ ରହୁଥିବା ବେଳେ ରାୟଗଡା ଜିଲ୍ଲା କାଶିପୁର, କଲ୍ୟାଣସଂିହପୁର ଅଞ୍ଚଳରୁ ମଧ୍ୟ ସାନ୍ତରା ଜନଜାତିର ଆଦିବାସୀମାନେ ଆସି ବହୁତ ବର୍ଷ ହେବ ଏଠାରେ ବସବାସ କରୁଛନ୍ତି।


News Story - Posted on 2016-08-12

ସାତ କିଲୋମିଟରକୁ ଘଣ୍ଟେ




News Story - Posted on 2016-08-11

ଗଂଜାମରେ ‘ମୁସ୍କାନ’ ଫେଲ




News Story - Posted on 2016-08-08

ସଂକଟରେ ଆଦିବାସୀଙ୍କ ଅଧିକାର



ଆମ ଦେଶରେ ବ୍ରିଟିଶମାନଙ୍କ ଆଗମନ ପୂର୍ବରୁ ଅନେକ ଆଦିବାସୀ ଅଂଚଳ ପ୍ରାୟତଃ ଅନାବିଷ୍କୃତ ଥିଲା କହିଲେ ଚଳେ। ଯଦିଓ ସମାଜରେ ରାଜା ଓ ଜମିଦାରଙ୍କ ସାମନ୍ତବାଦୀ ଶାସନ ରହିଥିଲା ତଥାପି ଆଦିବାସୀମାନେ ମୂଳତଃ ସ୍ୱୟଂଶାସିତ ଥିଲେ। ସେମାନେ ବସବାସ କରୁଥିବା ଜଙ୍ଗଲ ଓ ତାର ସମ୍ପତ୍ତି ଉପରେ ସେମାନଙ୍କ ଅଖଣ୍ଡ ଅଧିକାର ଥିଲା। ରାଜା ଓ ଜମିଦାରମାନେ ସେମାନଙ୍କୁ ଅତ୍ୟାଚାର କରୁଥିଲେ ମଧ୍ୟ ସେମାନଙ୍କ ବଂଚିବାର ମୂଳ ଉତ୍ସ ଜଙ୍ଗଲ ଉପରେ ଥିବା ଅଧିକାରରେ କୌଣସି ପ୍ରକାର ହସ୍ତକ୍ଷେପ କରୁ ନଥିଲେ। କିନ୍ତୁ ବ୍ରିଟିଶମାନଙ୍କ ଆଗମନ ସହିତ ଦେଶରେ ଆଦିବାସୀଙ୍କ ଉପରେ ଏକ ବଡ଼ ଧରଣର ଶୋଷଣ ଆରମ୍ଭ ହୋଇଥିଲା। ବ୍ରିଟିଶମାନେ ନିଜର ଉପନିବେଶବାଦୀ ସ୍ୱାର୍ଥରେ ଦେଶର ବିଶାଳ ଜଙ୍ଗଲ ସମ୍ପଦକୁ ଲୁଟିବା ପାଇଁ ତାକୁ ନିଜ ଅଧିନକୁ ଆଣିବାକୁ ଚାହିଁଲେ। ଏହି କ୍ରମରେ ୧୮୬୫ ମସିହାରେ ପ୍ରଥମ ଥର ପାଇଁ ଜଙ୍ଗଲ ଆଇନ ତିଆରି ହେଲା। ଏହି ଆଇନ ବଳରେ ଆଦିବାସୀଙ୍କୁ ଜଙ୍ଗଲ ଉପରେ ଆବାହମାନ କାଳରୁ ରହି ଆସିଥିବା ସେମାନଙ୍କ ଅଧିକାରରୁ ବଂଚିତ କରାଯାଇ ସରକାରକୁ ତାର ଏକାଧିକାର ଦିଆଗଲା। ଯେଉଁ ଜଙ୍ଗଲ ଉପରେ ଦିନେ ଆଦିବାସୀମାନଙ୍କ ଏକଚାଟିଆ ଅଧିକାର 


News Story - Posted on 2016-08-08

ଜୁଆଙ୍ଗଙ୍କୁ ଦିଆଯାଉ ନଗଡା ଦାୟିତ୍ୱ




News Story - Posted on 2016-08-04

ରାସ୍ତା ନା ବିଲ! ଲୋକ ମାତିଲେ!




News Story - Posted on 2016-07-30

ଅନ୍ୟ ପାଇଁ ବୁଡ଼ି ମରୁଛନ୍ତି ଆଦିବାସୀ



କଳାହାଣ୍ଡି ଜିଲ୍ଲାର ବୃହତ ସ୍ୱାର୍ଥ ଲାଗି ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମିତ ହୋଇଥିଲା ବୋଲି ପ୍ରଚାର ହେଲା। ଏହି ପ୍ରକଳ୍ପ ହେବା ଯୋଗୁଁ ୬୦୦ ମେଗାୱାଟ ବିଦ୍ୟୁତ ଉତ‌୍‍ପାଦନ ହେବା ସହ ଚିର ମରୁଡି ପ୍ରପୀଡିତ କଳାହାଣ୍ଡି ଶସ୍ୟ ଶ୍ୟାମଳା ହେବ ବୋଲି କୁହାଗଲା। କିନ୍ତୁ ଏଥିପାଇଁ ବିସ୍ଥାପିତ ହେଲେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଳକର ୬ଟି ପଞ୍ଚାୟତର ୪୩ଟି ଗାଁର ୩୨୦୦ ପରିବାର। ସେମାନଙ୍କୁ ପ୍ରକଳ୍ପ ତରଫରୁ ମିଳିଳା ନାନା ପ୍ରତିଶ୍ରୁତି। ହେଲେ ପ୍ରକଳ୍ପ ନିର୍ମାଣର ଅନେକ ଦିନ ବିତିଯାଇଥିଲେ ହେଁ  ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି। ଏବେ ସେମାନେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଏପରିକି ନିତିଦିନିଆ ଚଳଣି ପାଇଁ ଦରକାର ହେଉଥିବା ତେଲଲୁଣ ଲାଗି ମଧ୍ୟ ସେମାନଙ୍କୁ ଅକାତକାତ ପାଣିରେ ମାଇଲ ମାଇଲ ଦୂର ଦେଶୀ ଡଙ୍ଗାରେ ଯିବାକୁ ପଡ଼ୁଛି। ଦୁର୍ଘଟଣାରେ ଜୀବନ ଯାଉଛି।


News Story - Posted on 2016-07-28

ଗୋପନ୍ଧୁଙ୍କ ନାଁରେ ବି ଦୁର୍ନୀତି!



ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଏଥି ପାଇଁ ବିଭିନ୍ନ ଠିକା ସଂସ୍ଥା ଠାରୁ କୋଟେସନ କଲ‌୍‍ କରା ଯାଇନଥିଲା। ଜିଲ୍ଲାର କେତେକ ସଂସ୍ଥା କେତେକ ବ୍ଳକ‌୍‍ରେ ସେମାନଙ୍କର କୋଟେସନ ଦାଖଲ କରିଥିବା ବେଳେ ଡ଼ି.ଆର‌୍‍.ଡ଼ି.ଏ. ର ପ୍ରକଳ୍ପ ନିଦ୍ଦେର୍ଶକ କୁଆଡେ଼ ଏକଚାଟିଆ ଭାବେ ରାଉରକେଲାର ନେସ‌୍‍ନାଲ‌୍‍ ସ୍ମଲ‌୍‍ ଇଣ୍ଡଷ୍ଟ୍ର୍ରିିଜ‌୍‍ କର୍ପୋରେସନ ଲିଃକୁ  ଏହି ପ୍ରକଳ୍ପ କାର୍ଯ୍ୟ ନିର୍ବାହ ପାଇଁ କାର୍ଯ୍ୟାଦେଶ ଦେଇ ତାଙ୍କ ଚିଠି ନଂ ୧୭୬୪ ତା: ୧୧.୦୩.୨୦୧୬ରେ ସମସ୍ତ ବିଡ଼ିଓଙ୍କୁ ଚିଠି କରିଛନ୍ତି। ତେବେ ସଂପୃକ୍ତ ନିର୍ବାହୀ ସଂସ୍ଥାର କୋଟେସନଠାରୁ ଅନ୍ୟ ବ୍ଳକ‌୍‍ରେ ଦେଇଥିବା କେତେକ ସଂସ୍ଥାର ରେଟ‌୍‍ କମ‌୍‍ ରହିଥିଲେ ସୁଦ୍ଧା ତାଙ୍କୁ ଗୁରୁତ୍ୱ ଦିଆ ଯାଇ ନ ଥିବା ଅଭିଯୋଗ ହୋଇଛି। ଏଭଳିକି ଉକ୍ତ ସଂସ୍ଥାର ନିର୍ମାଣ କାଯ୍ର୍ୟ ତଦାରଖ ପାଇଁ ବ୍ଲକ‌୍‍ ଯନ୍ତ୍ରୀମାନେ କୁଆଡେ଼ ଡ଼ରୁଥିବା ଶୁଣିବାକୁ ମିଳୁଛି। ଏହାଛଡ଼ା ସଂପୃକ୍ତ ସଂସ୍ଥା ଦ୍ୱାରା ବ୍ୟବହୃତ ସାମଗ୍ରୀ ତଥା ପାଣିଟାଙ୍କିର ମାନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହ


News Story - Posted on 2016-07-27

ପୁନଶ୍ଚ କଳାହାଣ୍ଡି! ଅନାହାର ମୃତ୍ୟୁ!



ଅନ୍ଧ ପୁଅକୁ ହରାଇ ଏବେ ଅସହାୟ ହୋଇପଡିଛି ତା’ର ବୃଦ୍ଧା ମା’। ବିକଳ ହେଇ କାନ୍ଦୁଛି। ଅନ୍ଧ ହେଇଥିଲେ ମଧ୍ୟ ସେ ମୋ ପୁଅ। ଯାହାକୁ ଅତି ଯତନରେ ସେବା କରି ପାଳିପୋଷି ବଡ କରିଥିଲି। ସେ ମୋ ମୁହଁରେ ନିଆଁ ଦେବା କଥା। କିନ୍ତୁ ଆଜି ସେ ମୋତେ ଏକା କରି ଏହି ଭଙ୍ଗା ଦଦରା ଘରେ ଛାଡି ଚାଲିଗଲା। ବର୍ତ୍ତମାନ ଏହି ଅସହାୟ ବୃଦ୍ଧାର ବଂଚି ରହିବା ଏକ ପ୍ରଶ୍ନରେ ପରିଣତ ହୋଇଛି।


News Story - Posted on 2016-07-26

ଶିଳ୍ପସମୃଦ୍ଧ ଜିଲ୍ଲାରେ ଜଳ ସଂକଟ



ସୁନ୍ଦରଗଡ଼ ସବ‌୍‍ଡ଼ିଭିଜନରେ ଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ନାମକୁ ମାତ୍ର କେତୋଟି କାର୍ଯ୍ୟକାରୀ ହେଉଥିବା ବେଳେ ପ୍ରାୟତଃ ଅଚଳ ପଡ଼ିଛି। କେଉଁଠି କାମ ବର୍ଷ ବର୍ଷ ଧରି ଅଧାପନ୍ତରିଆ ପଡ଼ିରହିଛି। ପୁଣି କେଉଁଠି ମଟର ପୋଡ଼ି ତ’ କେଉଁଠି ଟ୍ରାନ୍ସଫର୍ମର ପୋଡ଼ି ଥିବାରୁ ପ୍ରକଳ୍ପ ପରିଚାଳନାରେ ବିଭ୍ରାଟ ଦେଖା ଦେଉଛି। କେଉଁଠି ପାଇପ‌୍‍ ଫାଟିଛି ତ କେଉଁଠି ବିଦ୍ୟୁତ ଦେୟ ପଇଠରେ ଖିଲାପି ଯୋଗୁଁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। କେଉଁଠି ପାଣି ଉତ୍ସ ଫେଲ‌୍‍ ମାରିଛି ତ’ କେଉଁଠି ବୋରିଂ କୋଲାପ୍ସ କରି ଯାଇଛି। ପୁଣି କେଉଁଠି ଷ୍ଟାଣ୍ଡପୋଷ୍ଟ ଭୁଶୁଡ଼ି ପଡ଼ିଛି। ଡିଭିଜନ ସାରା ଏଇଭଳି ସ୍ଥିତି।


News Story - Posted on 2016-07-23

ମୃତବତ କୋଣାର୍କ ସଂଗ୍ରହାଳୟ



ପୂର୍ବ ଭାରତର ଏକମାତ୍ର ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର  ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଭଗ୍ନ ପ୍ରତିମୂର୍ତ୍ତିଗୁଡ଼ିକୁ ପ୍ରଦର୍ଶନ କରୁଥିବା ଏହି ସଂଗ୍ରହାଳୟ ସଂପ୍ରତି ଏକ ମୃତ ସଂଗ୍ରହାଳୟ ରୂପେ ପରିଚିତ ହୋଇଛି। କାରଣ ସୂର୍ଯ୍ୟମନ୍ଦିରକୁ ପ୍ରତିବର୍ଷ ୨୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ପରିଦର୍ଶନ ଆସୁଥିବାବେଳେ ଏହି ସଂଗ୍ରହାଳୟ ପରିସରକୁ ବର୍ଷ ତମାମ ପାଞ୍ଚ ହଜାର ପର୍ଯ୍ୟଟକଙ୍କ ପାଦ ପଡ଼ୁ ନଥିବା ଜଣାଯାଇଛି। ସୂର୍ଯ୍ୟମନ୍ଦିରର ଉତ୍ତର ପାର୍ଶ୍ୱସ୍ଥ ବେଢାଠାରୁ ମାତ ୫୦୦ ମିଟର ଦୂରତାରେ ସଂଗ୍ରହାଳୟର ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ପାଇଁ ରାସ୍ତାଟିଏ ନାହିଁ। ଫଳରେ ପର୍ଯ୍ୟଟକମାନେ ଗାଡ଼ି ପାର୍କିଂ କରୁଥିବା ସ୍ଥାନଠାରୁ ସଂଗ୍ରହାଳୟଟି ୨ କିଲୋମିଟର ଦୂରରେ ରହୁଥିବାରୁ ସଂଗ୍ରହାଳୟ ପରିସରକୁ ଆସିବାକୁ ନାପସନ୍ଦ କରୁଛନ୍ତି।


News Story - Posted on 2016-07-23

ଟଙ୍କା ଖାଇବାକୁ ସରକାର ମାଓବାଦୀ!



ସରକାରୀ ଅବହେଳା ପାଇଁ ନଗଡ଼ା ଏବେ ଶିଶୁ ଅପମୃତ୍ୟୁ ଓ ସଭ୍ୟତାଠାରୁ ପଛରେ ପଡ଼ିଛି ବୋଲି ବିରୋଧୀ ଦଳଗୁଡ଼ିକ ଯେଉଁ ଅଭିଯୋଗ ବାଢ଼ିଛନ୍ତି ତାହା ପ୍ରମାଣିତ ହୋଇଛି। ୨୦୧୧ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ମାଓବାଦୀ ଉଗ୍ରବାଦ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଆଦିବାସୀ ଅଧ୍ୟୁସିତ ଅଂଚଳଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଯୋଜନା କମିଶନଙ୍କ କେନ୍ଦ୍ରୀୟ ଯୋଜନା ଇଣ୍ଟିଗ୍ରେଟେଡ଼ ଆକ୍ସନ ପ୍ଲାନ‌୍‍ (ଆଇ.ଏ.ପି)ରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଏହି କ୍ରମରେ ଯାଜପୁର ଜିଲାର ସୁକିନ୍ଦା ଅଂଚଳରେ କଳିଙ୍ଗନଗର ମାଓବାଦୀ ଡ଼ିଭିଜନ ନାମରେ ଏକ ସଂଗଠନ ଥିବା କାରଣରୁ ଏହି ଅଂଚଳର ଆଦିବାସୀଙ୍କ ବିକାଶ ନିମନ୍ତେ ୪ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯାଜପୁର ଜିଲା ପ୍ରଶାସନକୁ ୧୧୭ କୋଟି ୨୮ ଲକ୍ଷ ୨୩ ହଜାର ଟଙ୍କା ଅନୁଦାନ ଯୋଗାଇଛନ୍ତି। ଏହି ଅନୁଦାନରୁ ୬୫ ପ୍ରତିଶତ କେବଳ ମାଓବାଦୀ ପ୍ରଭାବିତ ଅଂଚଳରେ ଖର୍ଚ ହେବା କଥା।


News Story - Posted on 2016-07-21

ଖଣିକୁ ସଡ଼କ, ଗାଁ’କୁ ନୁହେଁ!



ପୂର୍ବତନ ଅର୍ଥମନ୍ତ୍ରୀ ଓ ସୁକିନ୍ଦାର ପୂର୍ବ ବିଧାୟକ ପ୍ରଫୁଲ୍ଲ ଘଡ଼ାଇ ରାସ୍ତା ନିର୍ମାଣ ନେଇ ବନ ବିଭାଗକୁ ପରୋକ୍ଷରେ ଦାୟୀ କରିବା ଘଟଣା ଅନ୍ୟ ଏକ ଦିଗ ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସର୍ବ ସାଧାରଣଙ୍କ ବ୍ୟବହା ପାଇଁ ଉଦ୍ଦିଷ୍ଟ ରାସ୍ତା ପାଇଁ ବନ ବିଭାଗ ଅନୁମତି ଦେଉ ନଥିବାବେଳେ ନିର୍ଦ୍ଦିଷ୍ଟ କେତେକ କମ୍ପାନୀଙ୍କ ଆର୍ଥିକ ଫାଇଦା ପାଇଁ ଖଣି ଖନନ ଓ ଖଣିଜ ପରିବହନ ପାଇଁ ରାସ୍ତା ନିର୍ମାଣକୁ କିପରି ଅନୁମତି ଦିଆଯାଇଛି? ସୁକିନ୍ଦାର ଖଣିସବୁ କ’ଣ ସମତଳ ଭୂମିରେ ସହରୀ ରାସ୍ତା କଡ଼ରେ ଅବସ୍ଥିତ କି?


News Story - Posted on 2016-07-21

ଖଣି ପାଣ୍ଠି ଖାଇଲା କିଏ, ନଗଡ଼ା?



ମାଟିତଳେ ଏସିଆ ମଆଦେଶର ୯୭ ପ୍ରତିଶତଃ କ୍ରୋମ ଭଣ୍ଡାରକୁ ନିଜ ଗର୍ଭରେ ସାଇତି ଯାଜପୁର ଜିଲାର ସୁକିନ୍ଦା ପାଲଟିଛି ସୁନାର ସୁକିନ୍ଦା। କିନ୍ତୁ ଏହାର ମୂଳ ଅଧିବାସୀମାନଙ୍କ ପାଇଁ ଏହି ସୁନାର କିଛି ଦାମ ନାହିଁ। ଏହାକୁ ଲୁଟ୍ କରିଚାଲିଛନ୍ତି ବହିରାଗତ ଖଣି କମ୍ପାନୀ ଓ ଠିକାଦାର। ନେତା ଓ ବାବୁମାନେ ମଧ୍ୟ ଖଣି କମ୍ପାନୀଙ୍କ ସଂପର୍କରେ ରହି ଅନୈତିକ ଆର୍ଥିକ ଫାଇଦା ଉଠାଇବାରେ ବ୍ୟସ୍ତ। ବହୁ ବିତର୍କ ଓ ଚାପ ପରେ ଖଣି ଅଂଚଳର ପାରିପାର୍ଶ୍ବିକ ବିକାଶ ପାଇଁ ଖଣି କମ୍ପାନୀଗୁଡ଼ିକ ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ବ ପାଣ୍ଠି ବା ସିଏସଆର ଫଣ୍ଡ ଗଠନ କରିଥିଲେ ସେ ପାଣ୍ଠି ସୁକିନ୍ଦାର ଅନୁନ୍ନତ ଓ ଦୁର୍ଗମ ଗାଁର ବିକାଶ କାମରେ ଲାଗୁ ନାହିଁ।


News Story - Posted on 2016-07-20

ମଙ୍ଗଳରେ ଭାରତ- ନଗଡ଼ାରେ କେବେ?



ତା’ଛଡ଼ା ଶାସକ କଳ ଏହି ଘଟଣାର କାରଣ ସ୍ବରୂପ ଯାହା ଦର୍ଶାଇଛି ସେଥିରୁ ସରକାରଙ୍କ ନିଷ୍ଠାର ଅଭାବ ଥିବା କଥା ପଦାରେ ପଡ଼ିଯାଇଛି। ପ୍ରାଶାସନିକ ରିପୋର୍ଟରେ ନଗଡ଼ାର ଜୁଆଙ୍ଗମାନଙ୍କ ନିଜ ଜ୍ଞାତିକୁଟୁମ୍ବଙ୍କ ମଧ୍ୟରେ ବିବାହ ଓ ଅଧିକ ପିଲା ପ୍ରସବକୁ ଅପପୁଷ୍ଟି ଓ ରକ୍ତହୀନତାର କାରଣ ଭାବେ ଉପସ୍ଥାପିତ କରାଯାଇଛି। ନଗଡ଼ାରେ ମାତ୍ର ୧୮ ପରିବାରରେ ୧୨୨ ପିଲା। ସେଥିପାଇଁ ଖାଦ୍ୟାଭାବ। ପୁଣି କୁହାଯାଇଛି ଯେ ସେମାନେ ପାହାଡ଼ ସେପଟୁ ଏପଟକୁ ପଳାଇ ଆସିଲେ ସରକାର ତାଙ୍କର ସୁବିଧା କରିବେ।


News Story - Posted on 2016-07-19

ଇନ୍ଦିରା ଆବାସରେ ଗାଈ ଗୁହାଳ!



କେତେବେଳେ ବାପାର ପକ୍କାଘର ଥିବା ବେଳେ ପୁଅର ନାଁରେ ଘର ଦିଆଯାଉଛି ତ କେତେବେଳେ ପକ୍କାଘର ଥିବା ଲୋକମାନେ ଚୁନ ରଙ୍ଗ ଦେଇ ପୁରୁଣା ଘରକୁ ନୂଆ ଦର୍ଶାଇ ଏହି ଯୋଜନାର ଅର୍ଥ ହାତେଇ ନେଉଛନ୍ତି। ପ୍ରାୟତଃ କଲମପୁର ବ୍ଲକ ଅଂଚଳରେ ସରକାରୀ ଜମି, ବନ୍ଧ ହୁଡା, କେନାଲ ହୁଡାରେ ଘର ନିର୍ମିତ ହେଉଥିବା ବେଳେ ଲୋକେ ଇନ୍ଦିରା ଆବାସ ନେଇ ଗାଈ ଗୁହାଳ କରିଥିବା ଅଭିଯୋଗ ହେଉଛି। କେତେତ ହିତାଧିକାରୀ ଇନ୍ଦିରା ଆବାସ ନେଇ ଦୋକାନ ଘର କରି ଭଡା ଦେବା ଏବଂ ଏ.୦.୦୪ଡି. ଜମି ସହ ଘର ପାଇ ଉକ୍ତ ଘରକୁ ବିକ୍ରି କରି ପୁନର୍ବାର ଇନ୍ଦିରା ଆବାସ ପାଇବା ଭଳି ଘଟଣା ଏ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।


News Story - Posted on 2016-07-17

ବିଜୁ କେବିକେ ପାଣ୍ଠି ହଡ଼ପ




News Story - Posted on 2016-07-17

ପର୍ଯ୍ୟଟକ ଗାଡ଼ି ରଖିବେ କେଉଁଠି?




News Story - Posted on 2016-07-12

ଦୁର୍ନୀତିର ପୋଲ ବିଜୁ ସେତୁ !



ବିଜୁ ସେତୁ ଯୋଜନାରେ ଗତ ୨୦୧୩/୧୪ ଆର୍ଥିକ ବର୍ଷରେ ୨ ଗୋଟି ପୋଲ ସମେତ ପ୍ରାୟ ୧.୫ କି.ମି ରାସ୍ତା ନିର୍ମାଣ ପାଇଁ ୪ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇ ନିର୍ମାଣ କାର୍ଯ୍ୟ ହୋଇଥିଲା। ଗତ ଜୁନ ମାସ ୧୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ବିଜୁ ସେତୁ ଯୋଜନାରେ ନିର୍ମିତ ରାଜ୍ୟର ଶହେଟି ପୋଲର ଶୁଭ ଉଦ‌୍‍ଘାଟନ କରିଥିଲେ, ଯେଉଁଥିରେ କଲମପୁର ବ୍ଲକର ଏହି ସେତୁ ସାମିଲ ହୋଇଥିଲା। ଉଦ‌୍‍ଘାଟନର ଠିକ‌୍‍ ମାସଟିଏ ପରେ ପୋଲର ସୁରକ୍ଷା କାନ୍ଥ ଭାଙ୍ଗିବା ଘଟଣା ବିଭାଗର କାର୍ଯ୍ୟ ଦକ୍ଷତା ଓ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।


News Story - Posted on 2016-07-12

ମନରେଗା ମଜୁରୀ ମିଳୁନାହିଁ!



ଏହି ବ୍ଲକର ମିନଗୁର ପଂଚାୟତ ଅଧୀନସ୍ଥ ଜାମପଡାର ଚାଷୀ ମଞ୍ଜୁଲତା ସାହୁ, ମାଟିଖାଲର ଚାଷୀ ଅକ୍ଷୟ ବେହେରା ଓ ଗୌତମ ବଚ୍ଛାଙ୍କ ଜମି ଉନ୍ନତି କରଣ ପାଇଁ ଏହି ଯୋଜନାରେ ଅର୍ଥ ମଞ୍ଜୁରୀ କରାଯାଇଥିଲା। ଏହି ତିନିଗୋଟି କାର୍ଯ୍ୟରେ ପ୍ରାୟ ୫୦ ଜଣ ଶ୍ରମିକ ୩ ସପ୍ତାହ ଧରି କାର୍ଯ୍ୟ କରିଥିଲେ। ଏହି ଯୋଜନାର ନିୟମାବଳୀ ମୁତାବକ ସେମାନଙ୍କୁ ଦ୍ୱିତୀୟ ସପ୍ତାହରେ ସେମାନଙ୍କ ପାରିଶ୍ରମିକ ପ୍ରାପ୍ୟ ପ୍ରଦାନ କରାଯିବା କଥା। କିନ୍ତୁ କାର୍ଯ୍ୟ ସରିବାର ଦୀର୍ଘ ୨ ମାସ ପରେ ମଧ୍ୟ ସେମାନଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳା କରାଯାଇଥିବାରୁ ସାହେବ ଦଳପତି, ସୁଧିର ଦଳପତି, ଗଜିନ ନିମୁଲିଆ, ଧନୁର୍ଯ୍ୟ ସିଂ ମାଝି, ମକରନ୍ଦ ନାଏକ ଓ ତହସିଲ ଭୋଇ ସମେତ ବହୁ ଶ୍ରମିକ ନିଜର ପାରିଶ୍ରମିକ ପାଇବା ନେଇ ବି.ଡି.ଓ ଲକ୍ଷ୍ମଣ ଅମାତଙ୍କ ନିକଟରେ ଅଭିଯୋଗ କରିବା ପରେ ବି.ଡି.ଓ ପାରିଶ୍ରମିକ ପ୍ରଦାନରେ ହୋଇଥିବା ବିଳମ୍ବ ପାଇଁ ଡାକ ବିଭାଗକୁ ଦାୟୀ କରିଛନ୍ତି।


News Story - Posted on 2016-07-10

ସୁକିନ୍ଦା ସମୃଦ୍ଧ, ନଗଡା ପୁଷ୍ଟିହୀନ



ସମୃଦ୍ଧ ସୁକିନ୍ଦାର ଅନୁନ୍ନତ ନଗଡ଼ା ଖଣି ଓ ଶିଳ୍ପ କମ୍ପାନୀଗୁଡ଼ିକ କିପରି ଲାଭ ଖାଇଲେ ମଧ୍ୟ ଲୋକଙ୍କ ଉନ୍ନତି ଦେଖନ୍ତି ନାହିଁ ତାହା ପ୍ରମାଣିତ କରିଛି। ରାଜ୍ୟ ସରକାର ଖଣି ଓ ଶିଳ୍ପରୁ ପ୍ରଚୁର ରାଜସ୍ବ ଆଦାୟ କରୁଥିଲେ ମଧ୍ୟ ସ୍ଥାନୀୟ ଅଂଚଳର ପୁଷ୍ଟିସାଧନ ପରିବର୍ତ୍ତେ ଅମଲାତନ୍ତ୍ରର ତୁଷ୍ଟିକରଣ କରିବାର ଏହା ଆଉ ଏକ ନମୁନା।


News Story - Posted on 2016-07-08

୪ ବର୍ଷ ହେଲା ବିଜୁଳି ନାହିଁ



କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର ଚିଲିଚିଲା ଗ୍ରାମ। ଏଠାରେ ୪ ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ ଜାତିର ଲୋକ ରହୁଛନ୍ତି ଓ ଏଠାରେ ୫୦୦ରୁ ଉର୍ଦ୍ଧ୍ୱ ବିପିଏଲ ହିତାଧିକାରୀ ରହିଛନ୍ତି। ଏହି ବିପିଏଲ ହିତାଧିକାରୀଙ୍କ ପାଇଁ ଗତ ୪ ବର୍ଷ ହେବ ରାଜୀବ ଗାନ୍ଧୀ ବିଦ୍ୟୁତ ଯୋଜନାରେ ଇଲେକ୍ଟ୍ରି ବୋର୍ଡ, ମିଟର ଘରେ ଲାଗିବା ସହିତ ଗାଁରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଲଗାଯାଇଛି। ହେଲେ ପରିତାପର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗାଁକୁ ବିଦ୍ୟୁତ ତାର ଟଣା ନଯିବାରୁ ଏହାକୁ ନେଇ ଗ୍ରାମବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି।


News Story - Posted on 2016-07-03

ବାଲୁଖଣ୍ଡ- ବିପଦରେ ବନ୍ୟପ୍ରାଣୀ



କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ରହିଛି କୋଣାର୍କ ରେଞ୍ଜ। ଏହି ରେଞ୍ଜ ଅନ୍ତର୍ଗତ କପିଳେଶ୍ୱର ବିଟ‌୍‍, ରାମଚଣ୍ଡୀ ବିଟ‌୍‍, କୁରୁଜଙ୍ଗ ବିଟ‌୍‍ ଓ ଚିତ୍ରେଶ୍ୱରୀ ବିଟ‌୍‍ରେ ଥିବା ସଂରକ୍ଷିତ ଜଙ୍ଗଲରୁ ଦଲାଲଙ୍କ ସହାୟତାରେ ପ୍ରତ୍ୟହ ମୂଲ୍ୟବାନ କାଠ ଓ  କାଜୁମଞ୍ଜି ଚୋରାରେ ବିକ୍ରୀ ହେଉଥିବା ବେଳେ ଅବାଧରେ ବନ୍ୟପ୍ରାଣୀ ଶିକାର କରାଯାଉଛି। ବନବିଭାଗର ନିଷ୍କ୍ରିୟତା ଶିକାରୀମାନଙ୍କୁ ଉତ୍ସାହିତ କରୁଥିବା ସହ ଏହି ବିଟ‌୍‍ ଗୁଡିକ ଏବେ ବ୍ୟବସାୟୀମାନଙ୍କ ଚରାଭୂଇଁ ପାଲୋଟିଛି। ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଜଙ୍ଗଲ ସଂପଦ ଚୋରାଚାଲଣ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟରେ ଲିପ୍ତ ଦଲାଲ ଓ ବ୍ୟବସାୟୀଙ୍କ ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନହାନ୍ତି। କାଠ ମାଫିଆ ଓ ଜଙ୍ଗଲ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ପାଇଁ  ଜଙ୍ଗଲ ସଂପଦ ହରିଲୁଟ ହେବାରେ ଲାଗିଛି।


News Story - Posted on 2016-07-03

ସ୍ୱର୍ଣ୍ଣଗର୍ଭା ସୁକିନ୍ଦାର ଦୁସ୍ଥ ଏକ ଗାଁ



ରତ୍ନଗର୍ଭା ସୁକିନ୍ଦାରେ ଏମିତି କେତେକ ଗାଁ ଅଛି ଯାହାର ଚିତ୍ର କେବିକେ ଅଂଚଳର କୌଣସି ଦୁର୍ଗମ ଗ୍ରାମର ଚିତ୍ରଠାରୁ ଆହୁରି ଦୟନୀୟ ଓ ଶୋଚନୀୟ। ଶିଳ୍ପ, ବ୍ୟବସାୟ ଓ କୃଷି କ୍ଷେତ୍ରରେ ଯଥେଷ୍ଟ ବିକାଶ ଲାଭ କରିଥିବା ଯାଜପୁର ଜିଲ୍ଲା ଅନ୍ତର୍ଗତ ସ୍ୱର୍ଣ୍ଣଗର୍ଭା ସୁକିନ୍ଦାର ଏହି ଦୁର୍ଗମ ଗ୍ରାମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଗମନାଗମନର କୌଣସି ସୁବିଧା ନାହିଁ। ପାହାଡିଆ ପାଦଚଲା ରାସ୍ତା ଏହି ଗାଁର ଲୋକଙ୍କ ପାଇଁ ଏକମାତ୍ର ବିକଳ୍ପ। ଗାଁରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବିକାଶର ଚିତ୍ର ଖ୍ଜିଲେ ମିଳେ ନାହିଁ।


News Story - Posted on 2016-07-02

କୋଣାର୍କ ବେଳା ପ୍ରତି ବିପଦ



କୋଣାର୍କ ପୁରୀ ବେଳାଭୂମି ରାସ୍ତାରେ ଗତ କିଛି ବର୍ଷ ହେବ ସମୁଦ୍ର ଜୁଆର ପ୍ରକୋପରେ ବିଭିନ୍ନ ସ୍ଥାନରେ ରାସ୍ତା ଖାଇଯାଇଥିବା ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ରାସ୍ତା ଉପରକୁ ବାଲି ମାଡ଼ିଯାଇଛି। କେତେକ ସ୍ଥାନରେ ପଥର ପ୍ୟାକିଂ କରାଯାଇ ରାସ୍ତାକୁ ସୁରକ୍ଷା ଦିଆଯାଇଛି। ଏବେ ଚନ୍ଦ୍ର ଭାଗା ନିକଟରୁ ସାହୁଖଣତା ପର୍ଯ୍ୟନ୍ତ ପ୍ରାୟ ୩ କିମି ଦୂରତା ମଧ୍ୟରେ ଥିବା ବାଲିବନ୍ତ ସମୁଦ୍ର ଜୁଆରରେ ଧୋଇହୋଇ ଯାଉଥିବା ଦେଖିବାକୁ ମିଳିଛି।


News Story - Posted on 2016-06-28

କଟକ କାଳ, ପଲିଥିନ ବଦଳ!



ନଦୀର ପାଣି ଉଛୁଳିଲେ, ତାକୁ କହନ୍ତି ବଢ଼ି ବା ନଈବଢ଼ି। କିନ୍ତୁ ନଦୀ ନଥାଇ କୌଣସି ପ୍ରାକୃତିକ ଜଳ ନିଷ୍କାସନ ପଥରେ ବହୁତ ପାଣି ଜମିରହିଲେ ବା ଜଳ ପ୍ରବାହ ଅତ୍ୟଧିକ ହେଲେ ତାହାକୁ କହନ୍ତି ବଦଳ। ଏହି ବଦଳକୁ ଇଂଲିଶରେ ଫ୍ଲାଶ୍ ଫ୍ଲଡ଼ କୁହାଯାଉଛି। କଟକ ନଗରରେ ବନ୍ୟା ଭୟ ଦିନେ ଦୁଇ ଦିନର ନୁହେଁ, ଏହା ବର୍ଷବର୍ଷର। ଶହଶହ ବର୍ଷର। ସେଇଥି ପାଇଁ ତ ବାଇମୁଣ୍ଡି କାହାଣୀ। କାଠଯୋଡ଼ି ପଥରବନ୍ଧ। ବାଇମୁଣ୍ଡି ମାର୍ଗ। ୧୯୪୮ରେ ଓଡ଼ିଶାର ରାଜଧାନୀକୁ କଟକରୁ ଭୁବନେଶ୍ୱରକୁ ଉଠାଇ ଆଣିବା ପରେ ବି କଟକ, ଓଡ଼ିଶାର ପ୍ରାଣକେନ୍ଦ୍ର ହୋଇ ରହିଛି। ରହିବ ବୋଧେ ଆହୁରି କେତେ ଦଶନ୍ଧି।


News Story - Posted on 2016-06-23

ଲାଲ ବାହିନୀ କବ‌୍‍ଜାରେ କଳାହାଣ୍ଡି



ମାଓବାଦୀ ପ୍ରବଣ ଅଞ୍ଚଳରେ ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ମାଓବାଦୀ ଅଧ୍ୟୁସିତ ଅଞ୍ଚଳରେ ଗମନାଗମନର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ସମନ୍ବିତ କ୍ରିୟାନୁଷ୍ଠାନ ଯୋଜନା ବା ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନ (ଆଇଏପି), ଅତିରିକ୍ତ କେନ୍ଦ୍ରୀୟ ଅନୁଦାନ ଯୋଜନା ସମେତ ଅନ୍ୟାନ୍ୟ ଯୋଜନାରେ ରାସ୍ତା ଓ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। କିନ୍ତୁ ମାଓବାଦୀ ଭୟରେ ବିଭାଗୀୟ ଅଧିକାରୀ ଉକ୍ତ କାମଗୁଡିକୁ ତଦାରଖ କରିବା ପାଇଁ ଯାଉ ନ ଥିବାରୁ କାମଗୁଡିକ ଠିକାଦାରଙ୍କ ମର୍ଜିରେ ଚାଲିଛି। ଏହି ସୁଯୋଗରେ କେତକ ଠିକାଦାର ନିମ୍ନମାନର କାମ କରି ବା କାମ ଅଧା ପକାଇ ବିଲ୍ ଉଠାଇ ନେଉଛନ୍ତି।


News Story - Posted on 2016-06-19

ଏ ଗାଁ ପାଇଁ ରାସ୍ତା ଏକ ସ୍ବପ୍ନ



ଲୋକଙ୍କ ପାଇଁ ସଡ଼କ ଯୋଗାଯୋଗ ହେଉଛି ଏକ ମୌଳିକ ଆବଶ୍ୟକତା। ସେଥିପାଇଁ ସରକାରଙ୍କ ପକ୍ଷରୁ ଗମନାଗମନ ଉପରେ ଗୁରୁତ୍ୱ ଦିଆଯାଉଛି। ଯେଉଁ ଅଞ୍ଚଳ ଗମନା ଗମନରେ ପଛରେ ଥାଏ ସେଠାରେ ବସବାସ କରୁଥିବା ଲୋକଙ୍କର ବିକାଶ ଘଟିବା ସମ୍ଭବ ହୁଏ ନାହିଁ। ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତର ପଇତିପୁର ଗାଁ ଏମିତି ଭାବରେ ସଡ଼କ ଯୋଗାଯୋଗ ଅଭାବରୁ ଅନୁନ୍ନତ ହୋଇ ରହି ଯାଇଛି। ସ୍ୱାଧୀନତା ପରଠାରୁ ଆଜିଯାଏ ଗ୍ରାମବାସୀଙ୍କ ପାଇଁ ରାସ୍ତା ସ୍ୱପ୍ନ ପାଲଟିଛି। ଖରାଦିନେ ବିଲ ମଝିରେ ଥିବା ପାଦଚଲା ରାସ୍ତାରେ ଲୋକମାନେ ଯାତାୟତ କରିଥାନ୍ତି। ମାତ୍ର ବର୍ଷାଦିନେ ଗାଁରୁ ବାହାରିବା ସମ୍ଭବ ହେଉ ନଥିବାରୁ ଲୋକେ ଜଳବନ୍ଦୀ ହୋଇ ରହିଥାନ୍ତି।


News Story - Posted on 2016-06-13

ଆଦର୍ଶ ଗାଁ-୩୩ କୋଟିର ବିକାଶ କାହିଁ?



ଓଡିଶାର ପଛୁଆ ଅଞ୍ଚଳ ଭାବେ ପରିଚିତ ଦାରିଦ୍ର୍ୟ ଏବଂ ଅନାହାର ପାଇଁ ସର୍ବାଧିକ ଚର୍ଚିତ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର ସିନ୍ଧିପଦର ଗ୍ରାମକୁ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରିଥିଲେ। ଇତିମଧ୍ୟରେ ସିନ୍ଧିପଦର ଗ୍ରାମପଞ୍ଚାୟତର ବିକାଶ ପାଇଁ ୩୩ କୋଟି ଟଙ୍କା ଖର୍ଚ କରାଗଲାଣି। କିନ୍ତୁ ଏବେ ମଧ୍ୟ ବିକାଶ ଛୁଇଁନି ସିନ୍ଧିପଦର ଗ୍ରାମକୁ।


News Story - Posted on 2016-06-11

ମୁଖ୍ୟମନ୍ତ୍ରୀ ସଡକ କାମରେ ଶିଶୁ ଶ୍ରମିକ



ଏପରିସ୍ଥଳେ କିଭଳି ସରକାରଙ୍କ ବିଭିନ୍ନ ବିଭାଗର ଜାଣତରେ ଏଭଳି ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଇ କାର୍ଯ୍ୟ ସମ୍ପାଦିତ କରାଯାଉଛି। ଏହାସହ ସମସ୍ତ ଶ୍ରମିକ ନିୟୋଜନ କାର୍ଯ୍ୟରେ ଶ୍ରମିକଙ୍କ ନିୟୋଜନ ନେଇ ଶ୍ରମ ବିଭାଗ ତରଫରୁ ସ୍ୱୀକୃତ ପ୍ରଦାନ କରାଯାଇଥାଏ। ଏଥିରେ ଶିଶୁ ଶ୍ରମିକ ନିୟୋଜନ ନେଇ କଟକଣା ରହିଥିଲେ ମଧ୍ୟ କାର୍ଯ୍ୟକାରୀ ଦିଗରେ ବିଭାଗ ସବୁ ଧ୍ୟାନ ଦେଉ ନଥିବାରୁ ଆଗାମୀ ଦିନରେ କୌଣସି ଅଘଟଣ ଘଟିଲେ ଦାୟୀ ରହିବ କିଏ ? ଏନେଇ ଜିଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ବନ୍ଦ ରହିଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ନିଆ ଯାଇ ପାରିନାହଁି। ଏନେଇ ଅନ୍ତ୍ୟୋଦୟର ଅଧ୍ୟକ୍ଷ ଦିଲିପ କୁମାର ଦାସ ରାଜ୍ୟଶ୍ରମ କମିଶନ, ଜିଲ୍ଲା ମଙ୍ଗଲ ଅଧିକାରୀ ଓ ଜିଲ୍ଲା ଶିଶୁ ସିରକ୍ଷା ସମିତିଠାରେ ଲିଷିତ ଅଭିଯୋଗ କରିଛନ୍ତି।


News Story - Posted on 2016-06-07

ପାଣିରେ ପଡ଼ିଲା ୧୪ କୋଟି!



ଏହି ଅତ୍ୟାଧୁନିକ ବସ‌୍‍ଷ୍ଟାଣ୍ଡ‌୍‍ ନିର୍ମାଣ ହେବାପରେ ସମସ୍ତ ବସ‌୍‍ ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍ରୁ ଯାତାୟତ କରିବ ବୋଲି ପୂର୍ବରୁ ସୂଚନା ମିଳିଥିଲା। ବ୍ରହ୍ମପୁର ସହରର ଟ୍ରାଫିକ‌୍‍ ସମସ୍ୟାରେ ସୁଧାର ଆଣିବା ପାଇଁ ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍ ନିର୍ମାଣ ହୋଇଥିବା ସ୍ଥଳେ ଏହା ଏବେ ଭୂତକୋଠି ପାଲଟିବାକୁ ଯାଉଛି। ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍ କାର୍ଯ୍ୟକ୍ଷମ ହେଲେ ସହରର ଟ୍ରାଫିକ‌୍‍ ସମସ୍ୟାରେ ଯଥେଷ୍ଟ ସୁଧାର ଆସିବାର ସମ୍ଭାବନା ରହିଛି।


News Story - Posted on 2016-06-06

ଗୁରୁପ୍ରିୟା ସେତୁ - ସଂକେତ ଓ ସମ୍ଭାବନା



ସ୍ଥାନୀୟ ଅଧିବାସୀଙ୍କ ବହୁ ସ୍ଵାର୍ଥ ତ୍ୟାଗ ପରେ ଏକ ପୂର୍ଣାଙ୍ଗ ଜଳଭଣ୍ଡାର ଠିଆ ହୋଇଛି। କିନ୍ତୁ ଏବେ ସରକାରୀ କଳ, ପ୍ରାଶାସନିକ ଅଧିକାରୀଙ୍କ ଅଦୂରଦର୍ଶିତା, ନୀଚ ମନୋଭାବ ଓ ଭୟଙ୍କର ଦୁର୍ନୀତିର ଫଳ ସ୍ଵରୂପ ଏହି ଜଳଭଣ୍ଡାର ପୋତା ଚାଲିଛି। ଗୁରୁପ୍ରିୟା ସେତୁର ମୂଳଦୁଆ ପାଇଲ୍‌ ଖମ୍ବ ଉପରେ ରହିବ। ଇଂଜିନିୟରିଂ ଡିଜାଇନ୍‌ ଅନୁଯାୟୀ ଯେଉଁଠି ଜଳଭଣ୍ଡାର ମଧ୍ୟରେ ପାଇଲ୍‌ କରାଯାଏ, ସେତେବେଳେ ମୋଟ ପାଇଲ୍‌ର ଏକ ତୃତୀୟାଂଶ ଦୃଢ଼ ସ୍ତର ମଧ୍ୟରେ ରହିବା କଥା। ଗୁରୁପ୍ରିୟା ସେତୁ ନିର୍ମାଣ ସ୍ଥଳରେ ଜଳଭଣ୍ଡାରର ଗଭୀରତା ପ୍ରାୟ ୧୬ ମିଟର। ସେତୁର ସ୍ଲାବ୍‌ ଯଦି ଆଉ ୧୦ କି ୧୨ ମିଟର ଉପରକୁ ରହେ, ତେବେ ପାଇଲର ଲମ୍ବ ଦୃଢ଼ସ୍ତରଠାରୁ ଉପର ପର୍ଯ୍ୟନ୍ତ ହେଲା ୨୮ ମିଟର। ତେଣୁ ପାଇଲ୍‌ ଦୃଢ଼ ସ୍ତର ଭିତରେ ଅତି କମ୍‌ରେ ୯.୩ ମିଟର ରହିବା କଥା। ଗୁରୁପ୍ରିୟା ସେତୁର ମୋଟ ପାଇଲ୍‌ ଲମ୍ବ ହେଉଛି ୩୨ ମିଟର। ତେଣୁ ଇଂଜିନିୟରିଂ ନିୟମ ଅନୁସାରେ ଅତି କମ୍‌ରେ ୧୦.୬ ମିଟର ଦୃଢ଼ ସ୍ତର ଭିତରେ ରହିବା କଥା। କିନ୍ତୁ ଜଣାପଡ଼ିଛି ଯେ ପାଇଲ୍‌ଗୁଡ଼ିକ ମାତ୍ର ୩ ମିଟର ଦୃଢ଼ ସ୍ତମ୍ଭ ଭିତରେ ରଖାଯାଇଛି। ଠକାମି ସେତିକିରେ ଅଟକି ନାହିଁ। ଶୁଣାଯାଉଛି


News Story - Posted on 2016-06-06

ପାଚେରୀ ବୈଧ, ମନ୍ଦିର ଅବୈଧ!



ଆଶ୍ରମର ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ଅନତିଦୂରରେ ରହୁଥିବା ବାନାବାବା କହିଛନ୍ତି ଯେ ଏହି ସବୁ କୋଠାବାଡି ଭକ୍ତଙ୍କ ଦାନରେ ଜଗତ କଲ୍ୟାଣ ପାଇଁ ନିର୍ମାଣ ହୋଇଥିଲା। ଏସବୁ କୋଠାବାଡି ବେଆଇନ ଭାବେ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ଅଭିଯୋଗ ଆସିବା ପରେ ମୁଁ ତ ତାକୁ ଗତ ୨୦୧୫ ମସିହା ସେପ୍ଟେମ୍ୱର ମାସ ୪ ତାରିଖ ରାତି ୧୦ଟା ୩୦ମିନିଟ ସମୟରେ ତ୍ୟାଗ କରି ଆସିଛି। କୋଠାବାଡି ପ୍ରତି ମୋର ଆସକ୍ତି ନଥିଲା କି ଏବେ ମଧ୍ୟ ନାହିଁ। ମୋ ଆଖି ସାମ୍ନାରେ ମୋ ଭକ୍ତଙ୍କ ଦାନରେ ନିର୍ମାଣ ହୋଇଥିବା କୋଠାବାଡି ଭଙ୍ଗା ଯାଉଥିବା ଦେଖି ଦୁଃଖ ଲାଗୁଛି। ପ୍ରଶାସନ ନିଜ କାମରେ ନ ଲଗାଇ ଭାଙ୍ଗି ଦେବା ଦୁଃଖ ଓ ପରିତାପର ବିଷୟ। ଐତିହାସିକ ଦର୍ଶନୀବନ୍ତର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରୁଥିବା ବେଳେ ଗିରଫ ହେବା ଭୟରେ ପ୍ରତିବାଦ କରିପାରୁ ନାହାନ୍ତି।


News Story - Posted on 2016-06-02

ଓଡିଶାକୁ କମୁଛନ୍ତି ବିଦେଶୀ ପର୍ଯ୍ୟଟକ



ପୂର୍ବରୁ ଏହି ବିଦେଶୀ ପର୍ଯ୍ୟଟକମାନେ ଆଦିବାସୀ ଜନଜାତିଙ୍କ ସଂପର୍କରେ ଅଧିକ ଜାଣିବା ପାଇଁ ଘଞ୍ଚଜଙ୍ଗଲ ମଧ୍ୟରେ ଥିବା ସେମାନଙ୍କ ଜନବସତିକୁ ଆସି ନିର୍ଭୟରେ ବୁଲାବୁଲି କରୁଥିଲେ। କିନ୍ତୁ ଏସବୁ ଅଞ୍ଚଳରେ ନକ୍ସଲମାନେ ଆତଙ୍କ ଖେଳାଇଛନ୍ତି। ଏହି ନକ୍ସଲଙ୍କ ଆତଙ୍କ ଯୋଗୁଁ ପୂର୍ବରୁ କେତେକ ବିଦେଶୀ ପର୍ଯ୍ୟଟକ ଆକ୍ରୋଶର ଶିକାର ହୋଇଛନ୍ତି। କନ୍ଧମାଳରେ ଦୁଇଜ ଣଇଟା ଲୀୟପ ର୍ଯ୍ୟଟକ ପାଓଲା ବାସୁସ୍କୋ ଓ କ୍ଲାଉଡିଓ କୋଲାଞ୍ଜେଲୋଙ୍କ ଅପହରଣ ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ସବୁ ଅଞ୍ଚଳରେ ନକ୍ସଲମାନଙ୍କୁ ଦମନ କରିବା ପାଇଁ ସେନା ଓ ପୁଲିସର କାର୍ଯ୍ୟାନୁଷ୍ଠାନ ଜରିରହିଛି। ଏଥିପାଇଁ  ଆଦିବାସୀଙ୍କ ଜନବସତିଙ୍କୁ ନ ଯିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି।


News Story - Posted on 2016-06-02

ବଫଲାମାଳି ବକ୍ସାଇଟ ଖଣି ବେଆଇନ!



ଏହି ଗୋଷ୍ଠୀର ୟୁଆଇଏଲ ବଫଲିମାଳି ପାହାଡ଼ରେ ଜଙ୍ଗଲ ଆଇନ ଉଲ୍ଲଙ୍ଘନ କରି ହଜାର ହଜାର କୋଟି ଟଙ୍କାର ବକ୍ସାଇଟ୍ ଲୁଟ୍ କରୁଥିଲେ ହେଁ ନବୀନ ସରକାର ସେଥିପ୍ରତି ଆଖିବୁଜି ଦେଇଛନ୍ତି। କମ୍ପାନୀକୁ ଏଭଳି ବେଆଇନ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ବାରଣ କରୁ ନାହାନ୍ତି କି ସେଥିପାଇଁ ସରକାରଙ୍କ ତରଫରୁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ନବୀନ ସରକାରଙ୍କର ଏହି ବିର୍ଲା-ପ୍ରୀତି ସ୍ଥାନୀୟ ଲୋକଙ୍କ ସ୍ବାର୍ଥହାନୀ କରିବାରୁ ସେମାନେ ଏହା ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଏହା ପରେ ଏହି ସଂଗୀନ ବିଷୟ ପଦାକୁ ଆସିଛି।


News Story - Posted on 2016-06-02

ଟିକସ ଟଙ୍କାର ହିସାବ ମାଗ!



ଲୋକଙ୍କ ଆଖି ଆଗରେ ସବୁ ଘଟଣା ଘଟି ଯାଉଛି। କିନ୍ତୁ ସମସ୍ତେ ଏହାକୁ ହସି ହସି ଉପଭୋଗ କରି ଚାଲିଛନ୍ତି। ଯଦି କାହାକୁ ପଚାରିବା ସେ କହିବେ ଭାଇ ସୁବିଧା ପାଇବା ତେଣୁ ଖର୍ଚ୍ଚ କରିବାକୁ ପଡିବ। ଆମେ ଯେତେବେଳେ ଆମ ଗାଁର ଜଳଖିଆ ଦୋକାନକୁ ଜଳଖିଆ ଖାଇବାକୁ ଯାଉ ଯଦି ବରା କି ସିଂଗଡାର ଦର ବଢିଥାଏ ତେବେ ଦୋକାନୀଙ୍କୁ ପାଟିକରୁ। ପରିବା ଦୋକାନୀ ପରିବା ଦର ବଢ଼ିଗଲେ ନିନ୍ଦା ଶୁଣେ। କିନ୍ତୁ ଯଦି ସାବୁନ, ତେଲ, ବେସନ ଏବଂ କୌଣସି ଶିଳ୍ପଜାତ ସାମଗ୍ରୀର ଦର ବଢ଼େ ତେବେ କାହାକୁ କେତେ କହୁଛୁ? ଲୋକ ସାନ ଲୋକଙ୍କ ଗାଳି ସହି ପାରନ୍ତି ନାହିଁ। କିନ୍ତୁ ବଡ଼ ଲୋକଙ୍କ ଶୋଷଣ ଓ ଅତ୍ୟାଚାର ବିରୋଧେର ପାଟି ଫିଟାନ୍ତି ନାହିଁ।


News Story - Posted on 2016-06-01

ନାବାଳିକା ନିଖୋଜ ହୁଏ କିପରି?



ଅପରେସନ ସ୍ମାଇଲ ଭଳି କିଛି ଯୋଜନାରେ ଦେଶର ଅନେକ ଶିଶୁଙ୍କୁ ଉଦ୍ଧାର କରାଯାଇଛି ବୋଲି ସରକାରୀ ରେକର୍ଡ କହୁଛି। ଏହି ଅପରେସନର ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ ହଜାର ଶିଶୁ ଓ ରାଜ୍ୟର ୯୦୦ ଶିଶୁ ଉଦ୍ଧାର ହୋଇଛନ୍ତି। ସେହିପରି ସ୍ମାଇଲ-୨ରେ ଓଡ଼ିଶାର ୧୩୯ ଜଣ ଉଦ୍ଧାର ହୋଇଥିବା କୁହାଯାଇଛି। କିନ୍ତୁ ସିଡବ୍ଲ୍ୟୁସି ଅଧିକାରୀଙ୍କ କହିବା କଥା, ଏହା ବାସ୍ତବ ଚିତ୍ର ନୁହେଁ। କାହିଁକି ନା ଯାହାବି ଶିଶୁ ଉଦ୍ଧାର ହୁଅନ୍ତି ସେମାନଙ୍କ ଜରିଆରେ ପରିବାରକୁ ହସ୍ତାନ୍ତର କରାଯାଏ। ତାଙ୍କ ଜରିଆରେ ଏତେ ଶିଶୁ ଉଦ୍ଧାର ହୋଇ ପରିବାରକୁ ହସ୍ତାନ୍ତର କରାଯାଇନି ବୋଲି ସେମାନେ କହୁଛନ୍ତି। ତା ହେଲେ କିଏ ସତ? ସିଡବ୍ଲ୍ୟୁସି ନା ସରକାର? ଯଦି ଆମେ ଏତେ ଶିଶୁଙ୍କୁ ବିଭିନ୍ନ ରାଜ୍ୟ ଓ ବିଦେଶରୁ ଉଦ୍ଧାର କରିଛନ୍ତି, ତା ହେଲେ ଗତ ପାଞ୍ଚ ବର୍ଷ ଭିତରେ ଏହାର ହାର ୬୦୮ ପ୍ରତିଶତ ବଢିଲା କେମିତି?


News Story - Posted on 2016-05-31

ଲୁଟ୍‌ମାର୍ ଗେଟ୍!



ପୁରୀ-ଭୁବନେଶ୍ୱର ୩୧୬ ନମ୍ୱର ଜାତୀୟ ରାଜପଥର ପିପିଲି ନିକଟବର୍ତ୍ତୀ ନିର୍ମିତ ଟୋଲ‌୍‍ ଗେଟ‌୍‍ ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକେ ଗତ ବର୍ଷ ଆନ୍ଦୋଳନ କରିଥିଲେ। ସରକାରୀ ଦଳର ନେତାମାନେ କିଛି ଦିନ ଏହାକୁ ବିରୋଧ କରି ପରେ ସରକାରଙ୍କ ସହ ସାଲିସ କଲେ। ବିଭିନ୍ନ ରାଜନୈତିକ ଦଳରେ ନେତା ଏହି ପ୍ରସଙ୍ଗରେ ପାଟି ଖୋଲି ନଥିଲେ। ଓଲଟି ଆନ୍ଦୋଳନକାରୀମାନଙ୍କୁ ବିଭିନ୍ନ ଉପାୟରେ ନିରୁତ୍ସାହିତ କରିବାକୁ ପଛାଇ ନଥିଲେ। ସେତେବେଳେ ଜିଲ୍ଲା ପ୍ରଶାସନ ଅଫିସରଙ୍କ ସହ ମଧ୍ୟ ବହୁଥର ଆଲୋଚନା ହୋଇଥିଲା। କିନ୍ତୁ କିଛି ଲାଭ ହେଲାନି। ପ୍ରଥମେ କିଛି ମାସ ପାଇଁ ଏଭଳି ବେଆଇନ ଚାନ୍ଦା ଆଦାୟ ବନ୍ଦ ହୋଲା। କିନ୍ତୁ ସଚିବାଳୟରୁ ଜିଲ୍ଲା ପ୍ରଶାସନ ଉପରେ ଚାପ ପଡିଥିଲା। ଯେନତେନ ପ୍ରକାରେଣ ଆନ୍ଦୋଳନକାରୀଙ୍କୁ ହଟାଇ ଟୋଲ‌୍‍ ଗେଟ‌୍‍ରେ ଚାନ୍ଦା ଆଦାୟ କର। ଜିଲ୍ଲା ପ୍ରଶାସନ ବି ସେୟା କରିଥିଲା। ଜୋର ଜବରଦସ୍ତ ଆନ୍ଦୋଳନକାରୀମାନଙ୍କୁ ଗିରଫ କରାଗଲା ଓ ଟୋଲ‌୍‍ ଆଦାୟ ଚାଲିଛି।


News Story - Posted on 2016-05-28

ଆରଟିଆଇ ବିରୋଧରେ ଷଡ଼ଯନ୍ତ୍ର!



ସୂଚନା ଅଧିକାର ଆଇନର ବ୍ୟବହାର ସଂପର୍କରେ ହେଉଥିବା ଉପରୋକ୍ତ ଅଭିଯୋଗ ଗୁଡିକ କିଛି ନୂଆ ନୁହେଁ। ଶ୍ରୀ ମନୋମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହିପରି ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଆଇନର ବ୍ୟାପକ ଅପବ୍ୟବହାର କରାଯାଉଛି ଏବଂ ବହୁ ଲୋକ ଆଜେ ବାଜେ ଦରଖାସ୍ତ କରୁଛନ୍ତି ଏବଂ ଏହାର କୁପ୍ରଭାବ ଶାସନ ବ୍ୟବସ୍ଥା ଉପରେ ପଡୁଛି। ତାଙ୍କର ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ସୂଚନାଧିକାର କର୍ମୀମାନଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଦରଖାସ୍ତ କରାଯାଇ ଏଥି ସଂପର୍କୀତ ତଥ୍ୟ ମଗାଯାଇଥିଲା। ଜନସୂଚନା ଅଧିକାରୀ ଏପରି ଅଭିଯୋଗ ସଂପର୍କୀତ କୌଣସି ଦସ୍ତାବିଜ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ନଥିବାର ଉତ୍ତର ଦେଇଥିଲେ। ସେହିପରି ଆମ ରାଜ୍ୟରେ ୨୦୧୨ ମସିହାରେ ମାଲକାନଗିରି ଜିଲ୍ଲାରେ ସୂଚନା ଆଇନ ଉପରେ ଆୟୋଜିତ କର୍ମଶାଳାରେ ତତ୍କାଳୀନ ସୂଚନା କମିଶନର ଜଗଦାନନ୍ଦ ମହାନ୍ତି କହିଥିଲେ ଯେ, ବହୁ ଲୋକ ଆଜେ ବାଜେ ସୂଚନା ମାଗୁଛନ୍ତି ଯାହାର ଅନେକ ଅଭିଯୋଗ ସୂଚନା କମିଶନଙ୍କ ଦୃଷ୍ଟିକୁ ଆସିଛି। ଶ୍ରୀଯୁକ୍ତ ମହାନ୍ତିଙ୍କ ଏହି ବକ୍ତବ୍ୟକୁ ଆଧାର କରି ସୂଚନାଧିକାର କର୍ମୀ ତପନ ପାଢୀ ସୂଚନା କମିଶନଙ୍


News Story - Posted on 2016-05-23

ପାଞ୍ଚ ଦିନ ଗଲାନି ମୁଖ୍ୟମନ୍ତ୍ରୀ ସଡକ



ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୫୯ ନମ୍ୱର ଜାତୀୟ ରାଜପଥଠାରୁ ଖଲିଆମୁଣ୍ଡା ଗ୍ରାମକୁ ସଂଯୋଗ କରୁଥିବା ୨ କି.ମି. ରାସ୍ତା କାମ ଚାଲିଥିବା ବେଳେ ତାହା ନିମ୍ନମାନର ହୋଇଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ସରକାରଙ୍କ ନିୟମ ଅନୁସାରେ ରାସ୍ତା କାମ ଆରମ୍ଭ ପୂର୍ବରୁ ଜନସାଧାରଣଙ୍କ ଅବଗତି ପାଇଁ ସୂଚନା ଫଳକ ଲାଗିବା କଥା। କିନ୍ତୁ ଏଠାରେ ଏହା ଦେଖିବାକୁ ମିଳୁନାହିଁ। ଫଳରେ ଗାଁ ଲୋକେ କେଉଁ ଯୋଜନାରେ କେତେ ବ୍ୟୟ ଅଟକଳରେ ରାସ୍ତା ହେଉଛି ଜାଣି ପାରୁନାହାନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳୁ ନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।


News Story - Posted on 2016-05-23

କୁଆଡ଼େ ଗଲା କଳାହାଣ୍ଡିକୁ ବିମାନ ସେବା?



ପୂର୍ବରୁ କଳାହାଣ୍ଡି ଜିଲ୍ଲାର ନର୍ଲାଠାରେ ରେଳ ମରାମତି କାରଖାନା ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। କିନ୍ତୁ ଇତିମଧ୍ୟରେ ସେହି ପ୍ରକଳ୍ପ ଆନ୍ଧ୍ର ପ୍ରଦେଶର ବିଶାଖପାଟଣାକୁ ସ୍ଥାନାନ୍ତରିତ ହୋଇଯାଇଛି। ସେହିପରି ଜାରିଙ୍ଗ ସ୍ଥିତ ଘରୋଇ ସର୍ଦାର ରାଜା ମେଡିକାଲ କଲେଜକୁ ସରକାର ହାତକୁ ନେବାକୁ ରାଜ୍ୟ ସରକାର କେତେ ଥର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାରୀ ଅବହେଳା ଓ ଦୁର୍ନୀତି କାରଣରୁ ଏହା ଏବେ ସଂପୂର୍ଣ୍ଣ ବନ୍ଦ। ଏହା ଆଉ ଖୋଲିବ କି ନଖୋଲିବ ସେଥିନେଇ ସନ୍ଦେହ ରହିଛି। ଭବାନୀପାଟଣା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଜିଲ୍ଲାବାସୀ ବହୁ ଦିନ ଧରି ଦାବି କରି ଆସୁଛନ୍ତି। କିନ୍ତୁ ଏହି ଦାବି ପ୍ରତି ରାଜ୍ୟ ସରକାର ଏଯାଏଁ କର୍ଣ୍ଣପାତ କରି ନାହାନ୍ତି।


News Story - Posted on 2016-05-20

ପାଣି ମାରିଦେଲେ ସରକାର!



ଲୋକେ ଆଜି ତ୍ରାହିତ୍ରାହି ଡାକିଲେଣି। ସମଗ୍ର ରାଜ୍ୟରେ ଜଳ ହୋଇଛି ସବୁଠାରୁ ବଡ଼ ସମସ୍ୟା। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ନାଗାବଳୀ ଏବଂ ସୁବର୍ଣ୍ଣରେଖା - ଏହି ନଦୀ ଓ ସେଗୁଡ଼ିକର ଶାଖାନଦୀ ରାଜ୍ୟର ୧୫ଟି ଜିଲ୍ଲାର ଜଳ ଆବଶ୍ୟକତା ମେଣ୍ଟାଇଥାନ୍ତି। ରାଜ୍ୟ ସରକାରଙ୍କ ଯୋଜନା (ଏମଓୟୁ ହିସାବରେ) ଯଦି ଠିକ କାମ କରିଥା’ନ୍ତା ତା’ହେଲେ ସେହି ଜଳରେ ଭାଗଦାରି ହେବେ ୪୦ଟି ଇସ୍ପାତ କାରଖାନା, ୧୩ଟି ଥର୍ମାଲ ପାୱାର ପ୍ଲାଣ୍ଟ, ୩ଟି ଆଲୁମିନା କାରଖାନା ଏବଂ କେତେଗୁଡ଼ିଏ ସିମେଣ୍ଟ କାରଖାନା ତଥା ଅନ୍ୟାନ୍ୟ ଶିଳ୍ପ।


News Story - Posted on 2016-05-16

ବିପର୍ଯ୍ୟୟ ପ୍ରଶମନ ପାଣ୍ଠି କେବେ?



୧୯୯୯ ଅକ୍ଟୋବର ମାସରେ ଓଡ଼ିଶା ଉପକୂଳରେ ଯେଉଁ ମହାବାତ୍ୟା ବହି ଯାଇଥିଲା ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଆଖି ଖୋଲିବା ଭଳି ବିପର୍ଯ୍ୟୟ ଥିଲା। ସେହି ବାତ୍ୟାର ବିଭୀଷିକା ଏତେ ଭୟାନକ ଥିଲା ଯେ ଭବିଷ୍ୟତରେ ଏପରି ବିପର୍ଯ୍ୟୟର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ବହୁ ଅଲୋଚନା ଓ ପର୍ଯ୍ୟାଲୋଚନା ପରେ ୨୦୦୫ ମସିହାରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କଲେ। ଏହି ଆଇନର ବ୍ୟବସ୍ଥା ଅନୁଯାୟୀ ଜାତୀୟ ସ୍ତରରେ ଏକ ମୁକାବିଲା ବାହିନୀ ଗଠତ ହେଲା। ରାଜ୍ୟଗୁଡ଼ିକ ମଧ୍ୟ ସେପରି ବାହିନୀ ଗଠନ କଲେ। ସେହିପରି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଗଠନ କରିବାକୁ ମଧ୍ୟ ଆଇନରେ ବ୍ୟବସ୍ଥା ଥିଲା। ଅଥଚ ଆଜିଯାଏଁ ତାହା କାର୍ଯ୍ୟକାରୀ ହୋଇନାହିଁ। ଇତିମଧ୍ୟରେ କେତେ ବିପର୍ଯ୍ୟୟ କ୍ଷତି ଘଟାଇ ଫେରିଗଲେଣି।


News Story - Posted on 2016-05-12

ଲୋକଙ୍କ ଭରସା ତୁଲେଇବେ କି ରଙ୍ଗଲାଲ?




News Story - Posted on 2016-05-05

ଦେବାଳୟରୁ ଶୌଚାଳୟ



ଗଛ ମୂଳରେ ପଥରଟିଏ ଉପରେ ସକାଳେ ସିନ୍ଦୂର ଲାଗିଥିଲେ ସନ୍ଧ୍ୟାରେ ସଂକୀର୍ତ୍ତନ ଆରମ୍ଭ ହୁଏ। ସିନ୍ଦୁରା ଫାଟିଲା ବେଳକୁ ହୁଳହୁଳି ଶୁଭେ ଆଉ ଦିନ କେତେଟା ପରେ ମନ୍ଦିରଟିଏ ଠିଆ ହୁଏ। ଭକ୍ତିର ଆଦରେ ଭକ୍ତ ଏକାଠି ହୁଅନ୍ତି। ପୁଣି ମହିମାକୁ ନେଇ ଭକ୍ତର ସଂଖ୍ୟା ଆଉ ସାଧ୍ୟମତେ ଦାନ ବଢ଼ି ବଢ଼ି ଯାଏ। ପଥର ଦେବତା ହୋଇଥିଲେ ଦେବାଳୟ ଆଉ ମାତା ହୋଇଥିଲେ ଶକ୍ତିପୀଠ ସହଜରେ ତିଆରି ହୋଇଯାଏ। ଭକ୍ତଙ୍କୁ ଡକିବାକୁ ପଡେ଼ନା। ତୁଣ୍ଡବାଇଦ ଡାକରେ ଭକ୍ତମାନେ ଏକାଠି ହୁଅନ୍ତି। ସିନ୍ଦୂର, କପୁର୍ର, ଚନ୍ଦନ, ଚୂଆରେ ଦେବାଳୟ ଉଠୁଥାଏ ପଡୁଥାଏ। ଆଉ ପୂଜାପର୍ବ ହେଲେ ଝଲସି ଉଠେ।

 


News Story - Posted on 2016-05-03

ଏଠି ଲାଗୁ ହୋଇନି ଖାଦ୍ୟ ସୁରକ୍ଷା ଆଇନ!



କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ କେରପାଇ ପଞ୍ଚାୟତର ୨୨ ଖଣ୍ଡ ଗାଁରେ ବସବାସ କରନ୍ତି ପ୍ରାୟ ୩୦୦୦ ଲୋକ। ପଞ୍ଚାୟତଟି କଳାହାଣ୍ଡି ସୀମାନ୍ତରେ ଅଛି ସତ, କିନ୍ତୁ ପଞ୍ଚାୟତର ଅଧିକାଂଶ ଲୋକ ନିର୍ଭର କରନ୍ତି ରାୟଗଡା ଜିଲ୍ଲା ଉପରେ। ଜିଲ୍ଲ‌୍‍ା ପ୍ରଶାସନର ଦୃଷ୍ଟି ଆଡୁଆଳରେ ଥିବା ଏହି ଦୁର୍ଗମ ଅଞ୍ଚଳକୁ ସବୁ ଦିନି ସଡ଼କ, ବିଜୁଳି ଓ ପାଣି ସାତ ସପନ ଥିବା ବେଳେ ବର୍ତ୍ତମାନ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଛନ୍ତି ଏହି ନିରୀହ ଗରିବ ଲୋକମାନେ। ଫଳରେ ମାସେ ହେଲା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ହିତାଧିକାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ତଥାପି ପ୍ରଶାସନର ଜଣେ ଅଧିକାରୀଙ୍କ ମଧ୍ୟ ପାଦ ପଡିନି ଏହି ଗ୍ରାମରେ।

 


News Story - Posted on 2016-05-02

ମା’ ଦେହରେ ମଳତ୍ୟାଗ!



ଶିଳ୍ପ ଓ ସହରର ଯାବତୀୟ ମଳକୁ ତଥାକଥିତ ସଭ୍ୟ ମଣିଷମାନେ ନଦୀଗର୍ଭରେ ନିଷ୍କାସିତ କରି ଜ୍ଞାନ ଓ ବୁଦ୍ଧିର ପରିଚୟ ଦିଅନ୍ତି! ମା’ ଦେହରେ ମଳତ୍ୟାଗ କରି କୁହନ୍ତି ଆମେ ବିକାଶ ଓ ପ୍ରଗତି ପଥରେ ଅଗ୍ରସର! ଖାଇବା ପାଇଁ ଗାଈ ମାଇଲେ ଦୋଷ, କିନ୍ତୁ ପିଇବା ପାଣିକୁ ମଳରେ ପରିଣତ କରୁଥିବା ଲୋକମାନେ ସମାଜ ଓ ସରକାରର ଆଦରଣୀୟ, ନମସ୍ୟ। କାରଣ ସେମାନେ ଧନୀ। ନଦୀମାତୃକାକୁ ଧର୍ଷଣ କଲେ ବି ସେମାନେ ହିନ୍ଦୁ!

 


News Story - Posted on 2016-05-01

ନ୍ୟାୟପାଳିକାରେ ଐକିକ ଧାରା!



ଗଣିତ ସବୁ କ୍ଷେତ୍ରରେ ସଠିକ ନୁହେଁ, କେତେକ କ୍ଷେତ୍ରରେ କାଣ୍ଡଜ୍ଞାନ ମଧ୍ୟ ଗାଣିତିକ ଉତ୍ତରକୁ ପ୍ରଭାବିତ କରିବା ଆବଶ୍ୟକ ହୋଇଥାଏ। ଉଦାହରଣ, ଗୋଟିଏ ବରଗଛର ଗୋଟିଏ ବଡ଼ ଡାଳରେ ୧୭ଟି ଶୁଆ ବସିଥିଲେ। ଜଣେ ବାଣୁଆ ଆସି ଢୋ କରି ଗୁଳିଟିଏ ମାରିବାରୁ ଶୁଆଟିଏ ସଟକିନି ତଳେ ପଡ଼ିଗଲା। ତେବେ ଡାଳରେ ଆଉ କେତେଟି ଶୁଆ ରହିଲେ। ଗଣିତ ପାଠ ଅନୁସାରେ ଡାଳରେ ୧୬ଟି ଶୁଆ ରହିଲେ। କିନ୍ତୁ ଏହା ଭୁଲ ଉତ୍ତର। କାରଣ ସେହି ଡାଳରେ ବାସ୍ତବରେ ଗୋଟିଏ ବି ଶୁଆ ଆଉ ରହିବେ ନାହିଁ। ବନ୍ଧୁକର ଗୁଳି ଶବ୍ଦ ଶୁଣି ଶୁଆମାନେ ଦୂରକୁ ଉଡି ପଳାଇଯାଇଥିବେ।

 


News Story - Posted on 2016-04-25

ନ୍ୟାୟପ୍ରାର୍ଥୀ ନ୍ୟାୟପାଳିକା



ନୂଆଦିଲ୍ଲୀରେ ଆୟୋଜିତ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ନ୍ୟାୟପାଳିକାକୁ ହେଉଥିବା ସମାଲୋଚନା ନେଇ କ୍ଷୋଭ ପ୍ରକାଶ କରିଥିଲେ ପ୍ରଧାନ ବିଚାରପତି ଟିଏସ ଠାକୁର। ଦେଶରେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବାରୁ ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଛି ବୋଲି ସେ କହିଥିଲେ। ଏହି କାରଣରୁ ନ୍ୟାୟପାଳିକା ଉପରେ ମାମଲାର ବୋଝ ବଢ଼ି ଚାଲିଛି। ଦେଶରେ ୨୧ ହଜାର ବିଚାରପତି ପଦବୀ ଥିବାବେଳେ ଅଛନ୍ତି ମାତ୍ର ୧୬ ହଜାର। ଏଇ ୧୬ ହଜାର ବିଚାରପତି ପଡ଼ି ରହିଥିବା ୩ କୋଟି ମାମଲା କେମିତି ଓ କେବେ ବିଚାର କରିବେ ବୋଲି ସେ ପ୍ରଶ୍ନ କରିଥିଲେ।


News Story - Posted on 2016-04-25

ମୋଦି ବୁଝିଲେ, ଲୋକେ ବୁଝନ୍ତୁ



ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗ୍ରାମ ସଭାର ବୈଠକକୁ ଗ୍ରାମ ଉତ୍ସବ ରୂପେ ପାଳନ କରାଯାଉ। ପ୍ରତ୍ୟେକ ଗ୍ରାମସଭା ବୈଠକ ଦିବସରେ ପ୍ରଭାତଫେରି କରାଯାଉ।ା ଅତି କମରେ 30 ପ୍ରତିଶତ ଲୋକ ଗ୍ରାମସଭାରେ ଭାଗ ନିଅନ୍ତୁ। ପ୍ରତି ବୈଠକରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ହେଉ। କେତେ ପାଣ୍ଠି ମିଳୁଛି, କେତେ ଖର୍ଚ୍ଚ ହେଉଛି, କେତେ ଖର୍ଚ୍ଚ ହେଉନାହିଁ, କାହଁିକି ଖର୍ଚ୍ଚ ହେଉନାହିଁ, ଗାଁର କେଉଁ କେଉଁ ପ୍ରକଳ୍ପ ବାକି ପଡିଛି - ଏ ସମ୍ପର୍କରେ ବାରମ୍ବାର ଚର୍ଚ୍ଚା କରାଯାଉ। ଏହାଦ୍ବାରା ଗାଁର ବିକାଶ ହେବ।

 


News Story - Posted on 2016-04-22

ଗାଁ ପାଇଁ ଇଣ୍ଟରନେଟ



ବର୍ତ୍ତମାନ ଭାରତୀୟ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ ୮.୬% ଗାଁରେ ରହୁଛନ୍ତି। ଭାରତର ମୋଟ ୨୫.୨ କୋଟି ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରୁ ଏକ ତୃତୀୟାଂଶ ଗାଁରେ ରହୁଥିବାବେଳେ ଏକ ଚତୁର୍ଥାଂଶ ମୋବାଇଲ ମାଧ୍ୟମରେ ଇଣ୍ଟରନେଟ ସୁବିଧା ନେଉଥିବା ଲୋକ ଗାଁରେ ରହନ୍ତି। ଆହୁରି ପ୍ରାୟ ୨.୫ କୋଟି ସୋସିଆଲ ନେଟୱର୍କ ବ୍ୟବହାର କରୁଥିବା ଲୋକ ଗାଁରେରହନ୍ତି। ଏସବୁ ଲୋକମାନଙ୍କୁ ଶସ୍ତା, ସୁଲଭ ଏବଂ ସମୟୋପୋଯୋଗୀ ଇଣ୍ଟରନେଟ ସେବା ପ୍ରଦାନ କରିବାର ଆବଶ୍ୟକତା ରହିଛି।

 


News Story - Posted on 2016-04-11

ସରକାର ଭୁଲ୍, ଲୋକେ କୁଲ୍!



କଂକ୍ରିଟ ଘର, ପକ୍କା ସଡ଼କ, ଜଳଭଣ୍ଡାର-ଶୂନ୍ୟ ଜନବସତି, ବୃକ୍ଷହୀନ ବାସସ୍ଥଳୀ, ଗାଡ଼ିମୋଟର ଓ କଳକାରଖାନାର ବାଷ୍ଫ ଓ ଉତ୍ତାପ, କ୍ଲୋରୋଫ୍ଲୁରୋ କାର୍ବନ ଭଳି ଗ୍ରୀନ ହାଉସ ଗ୍ୟାସ ନିର୍ଗତ କରୁଥିବା ଏୟାର କଣ୍ଡିସନର, ଫ୍ରିଜ ଓ ରେଫ୍ରିଜେରେଟର ଭଳି ସଭ୍ୟତାର ବିକାଶ ପଛରେ ଧାଇଁଧାଇଁ ମଣିଷ ଆଜି କେଉଁଠି ପହଂଚିଛି ତାହା ଦିନେ ଏକାମ୍ର କାନନ ନାମରେ ପରିଚିତ ଥିବା ଭୁବେନଶ୍ବରର ଅଧୁନା ଟାଙ୍ଗରା ମାଟି ସ୍ପଷ୍ଟ ଭାବରେ ପ୍ରକାଶ କରେ। ତଥାପି ଏହାର ଜଳସୂତ୍ରଗୁଡ଼ିକୁ ପୋତି ତା’ପରେ ଘର କରିବା ବନ୍ଦ ହୋଇନି। ବନ୍ଦ ହୋଇନି ଏ ସହରର ସଡ଼କ ନିର୍ମାଣ ନାମରେ ସହସ୍ର ସହସ୍ର ବୃକ୍ଷଚ୍ଛେଦନ ଓ ଅଦରକାରି ଭାବେ ଶକ୍ତି ବ୍ୟବହାର।

 


News Story - Posted on 2016-04-11

ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନ- ନିୟମ ହେଲା ନାଟକ



କେତେ ଜଣ କି କି ପ୍ରସ୍ତାବ ବା ଆପତ୍ତି ଦାଖଲ କଲେ ଓ ସେଗୁଡିକ ଉପରେ କ’ଣ ପଦକ୍ଷେପ ନିଆଗଲା, ତାହାକୁ ବି ସରକାର ଗୋପନୀୟ ରଖିଲେ। ଏବେ ଦେଖିଲା ବେଳକୁ ଗତ ମାର୍ଚ୍ଚ ୧୫ ତାରିଖରେ ଇସ୍ତାହାର ସଂଖ୍ୟା ୫୭୨୫ରେ ସରକାରଙ୍କର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଉକ୍ତ ଡ୍ରାଫ୍ଟ ନିୟମାବଳିକୁ ପୂର୍ଣାଙ୍ଗ ରୂପରେଖ ଦେଇ ସାରିଛନ୍ତି । ତାହା ଓଡିଶା ରାଜ୍ୟ ଖାଦ୍ୟ କମିଶନ ନିୟମାବଳି ୨୦୧୬ ନାମରେ ନାମିତ ଏବଂ ଓଡିଶା ଗେଜେଟେରେ ପ୍ରକାଶ ପାଇବା ଦିନଠାରୁ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ହୋଇସାରିଛି।

 


News Story - Posted on 2016-04-08

ଜଳ-ଯନ୍ତ୍ରଣାର ଅନ୍ତ କେବେ?



ପ୍ରଶ୍ନ ହେଉଛି ଆମ ରାଜ୍ୟରେ ଏତେ ବୃଷ୍ଟିପାତ ହେଉଥିବାେବେଳ ପାଣି କୁଆଡେ ଯାଉଛି? ପାହାଡ଼ରୁ ବର୍ଷାଜଳ ସିଧା ସମୁଦ୍ରକୁ ଚାଲି ଯାଉଛି। ଏହାକୁ ଅଟକାଇ ଜଳସେଚନ କରିବା ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ।  ଭୂତଳ ଜଳସ୍ତର ବଢାଇବା, ଅଚଳ କୂଅ, ପୋଖରୀକୁ ପୁନର୍ଜୀବନ ଦେବା ବା ରିଚାର୍ଜ କରିବା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା ରହିଛି। କାଗଜକଲମରେ ଏସବୁ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ବାସ୍ତବରେ ଠିକ ଭାବେ କାମ ହେଉ ନଥିବାରୁ ଫଳ ଶୂନ। ପାରମ୍ପାରିଜ ଜଳ ଉତ୍ସର ସୁରକ୍ଷା ପ୍ରତି ଆଖି ବୁଜି ସରକାର ସରକାରୀ ଅଫିସ ଗୁଡ଼ିକରେ ଛାତ ଉପରୁ ବର୍ଷାଜଳ ସଂରକ୍ଷଣ ପାଇଁ ଯୋଜନା କରିଛନ୍ତିି। ଏଥିରେ ବହୁ କୋଟି ଶ୍ରଦ୍ଧ ହେଲାଣି ଯାହାର ସୁଫଳ କ’ଣ ତାହା କାହା ନଜରରେ ପଡ଼ି ପାରୁନାହିଁ।

 


News Story - Posted on 2016-03-23

ଜଗମୋହନ ମରାମତି କେମିତି ହେବା କଥା!



କିଛି ବର୍ଷ ତଳେ ମନ୍ଦିରରେ ଚୂନ ଧଉଳା ହୋଇଥିବାରୁ ଏହାର ପ୍ରାଚୀନତା ଲୁଚି ଯାଇଥିଲା। ଲୋକମାନଙ୍କ ଦାବିକୁ ସମ୍ମାନ ଦେଇ ସେହି ଚୁନକୁ ପୁଣି ଛଡ଼ାଇବାକୁ ପଡ଼ିଥିଲା। ପ୍ରଶାସନ ପ୍ରତ୍ୟୁତ୍ପନ୍ନମତିତା ଦେଖାଇ ହେବାକୁ ଯାଇ କିଛି ଅପରିଣାମଦର୍ଶୀ ନିଷ୍ପତ୍ତି ନେଉଛି, ଯାହାକି କେବଳ ଲୋକହସାର କାରଣ ପାଲଟୁଛି। ହେଲେ ଏବେର ଆବଶ୍ୟକତା ହେଉଛି, ଯୋଡ଼େଇଗୁଡ଼ିକୁ ଉଚ୍ଚମାନର ରଙ୍ଗୀନ ସିମେଣ୍ଟ ପଲସ୍ତରାରେ ଭରି ଦିଆଯିବ। ପରେ ସେହି ପଥର ଭଳି ରଙ୍ଗ ଅଥବା ପାଣି-ରଙ୍ଗର ପ୍ରଲେପ ଦେବାକୁ ହେବ। ଯାହା ଫଳରେ ବର୍ଷାପାଣିରୁ ସୁରକ୍ଷା ସହ ଲୁଣି ପବନ ଓ ଉତ୍ତାପରୁ ମଧ୍ୟ ସୁରକ୍ଷା ଦିଆଯାଇପାରିବ। ପ୍ରାଚୀନତାକୁ ମଧ୍ୟ ସସମ୍ମାନେ ସାଇତି ହେବ।

 


News Story - Posted on 2016-03-09

ବେଦାନ୍ତ ପାଇଁ ଦାନ୍ତ ଭାଙ୍ଗିବେ ସରକାର!



ଏହିପରି ଭାବେ ନିୟମଗିରିରେ ବଢ଼ି ଚାଲିଛି ‘ମାଓବାଦୀ’ ଉପଦ୍ରବ । ୨୦୧୩-୧୪ ଯାଏଁ ନିୟମଗିରିର ମାଓବାଦୀ ସଂଗଠନ କାର୍ଯ୍ୟ କରୁଥିବା ନେଇ କେହି କେବେ ଅଭିଯୋଗ କରି ନଥିଲେ । ପୁଲିସ ବି ତାହା ଜାଣି ନଥିଲା । କିନ୍ତୁ ୨୦୧୩ ମସିହାରେ ଡଙ୍ଗରିଆ କନ୍ଧମାନେ ଗ୍ରାମସଭାରେ ବେଦାନ୍ତର ବକ୍ସାଇଟ୍ ଖଣି ବିରୋଧରେ ମତ ଦେବା ପରଠାରୁ ସେଠାରେ ମାଓବାଦୀ ମାତିଛନ୍ତି ବୋଲି ରାଜ୍ୟ ପୁଲିସ ପ୍ରଚାର ଆରମ୍ଭ କରିଛି । ପୁଲିସ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କୁ ‘ମାଓବାଦୀ’ ସଜାଇ ସେହି ଅଂଚଳରେ ଘନଘନ କୁମ୍ବିଂ ଅପରେସନ ଚଳାଇଛି । ମଝିରେ ମଝିରେ ନିୟମଗିରି ସୁରକ୍ଷା ସମିତିର ସଭ୍ୟମାନଙ୍କୁ ଅଟକ କରି ଧମକଚମକ ଦେଉଛନ୍ତି । ସେମାନେ ମାଓବାଦୀ ସଂଗଠନରେ ସାମିଲ ହୋଇଥିବାରୁ ସେମାନଙ୍କୁ ଗିରଫ କରାଯିବ ନହେଲେ ଏନକାଉଣ୍ଟରରେ ହତ୍ୟା କରାଯିବ ବୋଲି କହୁଛନ୍ତି ।

 


News Story - Posted on 2016-02-27

ଟ୍ରେନରେ ବାୟୋ ଟଏଲେଟ୍ ଲକ୍ଷ୍ୟ ପୂରଣ ହେବ ?



ରେଳବାଇ ଏ ଦିଗରେ କି ପଦକ୍ଷେପ ନେଇଛି ତାହା ଜାଣିବା ଲାଗି ଆବେଦନକାରୀ ଅଖଣ୍ଡ ଗତମାସ ଜାନୁୟାରୀ ୫ ତାରିଖରେ ରେଳ ମନ୍ତ୍ରାଳୟକୁ ସୂଚନା ଅଧିକାର ବଳରେ କେତେକ ପ୍ରଶ୍ନ ପଚାରିଥିଲେ ।  ସେ ପଚାରିଥିଲେ ୨୦୧୬ ଓ ୨୦୧୭ରେ କେତୋଟି ରେଳ ବଗିରେ ବାୟୋ-ଟଏଲେଟ୍ ଲଗାଇବାକୁ ରେଳବିଭାଗ ଲକ୍ଷ୍ୟ ରଖିଛି । ଏ ସମ୍ପର୍କରେ କିଛି ନିଷ୍ପତି ହୋଇଛି କି ? ଏହାର ଉତ୍ତରରେ ରେଳବାଇର କେନ୍ଦ୍ରୀୟ ସୂଚନା ଅଧିକାରୀ ତଥା ମେକାନିକାଲ ଇଂଜିନିୟରିଂ ବିଭାଗର ନିର୍ଦ୍ଦେଶକ ବିନୟ କୁମାର ଝା ଉତରରେ ଜଣାଇଛନ୍ତି ଯେ ଏସମ୍ପର୍କିତ ତଥ୍ୟ ଉପଲବ୍ଧ ନୁହେଁ । ତେବେ ୨୦୧୫-୧୬ରେ କେବଳ ୨୭୦୦ ବଗିରେ ବାୟୋ-ଟଏଲେଟ୍ ବ୍ୟବସ୍ଥା କରାଯାଇଛି ବୋଲି ସେ ଦର୍ଶାଇଛନ୍ତି । ଏପରି ଗତିରେ ଗଲେ ୨୦୨୧-୨୨ ସୁଦ୍ଧା ମୋଟ୍ ୫୦ ହଜାର ବଗିରେ ଏହି ବ୍ୟବସ୍ଥା କରିବାରେ ରେଳବାଇ ସଫଳ ହେବା ନେଇ ଅଖଣ୍ଡ ଆଶଙ୍କା ପ୍ରକାଶ କରିଛନ୍ତି । ପୁଣି ରେଳ ମନ୍ତ୍ରାଳୟ ନିକଟରେ ଏହାକୁ ନେଇ ବର୍ଷ ଉଆରି ଯୋଜନା ପ୍ରସ୍ତୁତ ନହେବାରୁ ଜଣାପଡୁଛି ଯେ ଅଧିକାରୀମାନଙ୍କର ଏନେଇ ଆନ୍ତରିକତାର ଅଭାବ ରହିଛି । ଏହି ପ୍ରସଙ୍ଗରେ ସେ ପୁଣି ଥରେ ମାନବାଧିକାର କମିଶନଙ୍କ ନିକଟରେ ମାମଲା କରିବେ ବୋଲି ସୂଚĝ


News Story - Posted on 2016-02-27

ବିଦ୍ୟୁତ କ୍ଷେତ୍ରରେ ହୋଇଛି ଉଲ୍ଲେଖନୀୟ ବିକାଶ



ଏହି ରିପୋର୍ଟ ଅନୁସାରେ ମେକ ଇନ ଇଣ୍ଡିଆ ଉଦ୍ୟୋଗମାନଙ୍କ ଦ୍ବାରା ଅଧିକ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ସହଯୋଗ କରାଯାଇଛି । ପ୍ରଗତିଶୀଳ ଟାରିଫ ଦ୍ବାରା ଗରିବ ଲୋକମାନଙ୍କୁ କମ ଦରରେ ବିଜୁଳି ଉପଲବ୍ଧ କରାଯିବା ବେଳେ ଧନୀକ ଶ୍ରେଣୀ ପାଇଁ ଅଯଥା ଆର୍ଥିକ ବୋଝ ପଡିବ ନାହିଁ । ଶକ୍ତି କ୍ଷେତ୍ରରେ ବିଗତ ପାଂଚ ବର୍ଷ ମଧ୍ୟରେ ବାର୍ଷିକ ବୃଦ୍ଧି ପ୍ରାୟତଃ ୧୯ ଗିଗାବାଟ ଥିଲା ବେଳେ ୨୦୧୪-୧୫ ବର୍ଷରେ ସର୍ବାଧିକ ୨୬.୫ 5 ଗିଗାବାଟକୁ ବୃଦ୍ଧି ହୋଇଛି । ଏହାଫଳରେ ପିକ୍ ଲୋଡ ସମୟରେ ଆବଶ୍ୟକ ବିଦ୍ୟୁତ ସ୍ତର ୨.୪ ପ୍ରତିଶତକୁ ହ୍ରାସ କରାଯାଇପାରିଛି ।

 


News Story - Posted on 2016-02-22

ନିରିମାଖୀ ଓଡ଼ିଶାର ସ୍ମାର୍ଟ ସହର



ଗରୀବ ନିରିମାଖୀ ଓଡ଼ିଶା ମା’ର ସବୁଠାରୁ ବୁଦ୍ଧିଆ ଓ ଚକଚକିଆ ବଡ଼ ପୁଅ ଭୁବନେଶ୍ବର ଗୋଡ଼ ଟେକି ବାହାରିଛି ଆହୁରି ବୁଦ୍ଧିଆ ଓ ଚକଚକିଆ ହେବାପାଇଁ । ଅଗମ୍ୟ, ନକ୍ସଲ ଅଧ୍ୟୁସିତ, ପାହାଡ଼ ପର୍ବତ ଘେରା, ବଣ ଜଙ୍ଗଲ ଭିତରେ ଖଣି ଖାଦାନ ଖୋଳୁଥିବା କମ୍ପାନୀଙ୍କ ଦ୍ବାରା ପ୍ରଦୁଷିତ ଜଳଧାରା ସବୁ ଓଡ଼ିଶା ମା’ର ରକ୍ତଝରା ଚକ୍ଷୁର ଲୁହପରି ବହିଯାଉଛନ୍ତି । ଯେପରି ମା ମୁହଁ ଲୁଚାଇ କାନ୍ଦୁଛି । ଲୁହ ପୋଛିବାକୁ, ପ୍ରତିବାଦ କରିବାକୁ କେହିନାହିଁ । ଓଡ଼ିଆ ଏବେବି ଦୁର୍ବଳ, ଅସ୍ଥିସାର କଙ୍କାଳମାନଙ୍କ ପ୍ରତିକ୍ରିୟା ଶୂନ୍ୟ ଜୀବନ୍ତ ଶବ ପରି ନିସ୍ତେଜ । ତଥାପି ଆଶା ପୁଅ ଆହୁରି ପଢ଼ିବ, ବଡ଼ ଚାକିରୀ କରିବ ଆହୁରି ଧୋବ ଧାଉଳିଆ ହେବ, ବଡ଼ ଗାଡ଼ି ଚଢ଼ିବ, ବଡ଼ କୋଠା କିଣିବ ଓ ଦିନେ ନା ଦିନେ ମା’ର ଲୁହ ପୋଛିବ । ସେତେବେଳକୁ ହୁଏତ ୨୦୩୬ ଆସି ସାରିଥିବ ଓ ବିଜୁବାବୁଙ୍କ ଅଧୁରା ସ୍ବପ୍ନ ଓଡ଼ିଶା ବାସୀଙ୍କ ସ୍ବପ୍ନ ଭାବେ ସାକାର ହୋଇସାରିଥିବ ! କିନ୍ତୁ ସେଥିପାଇଁ ଦରକାର ହେବ କିଛି ଅସ୍ଥି ଦଧିଚୀଙ୍କର ଓ କିଛି ମୁଠା ଶଙ୍ଖା ଓ ଟୋପାଏ ସିନ୍ଦୁର ନିରିମାଖି ଓଡ଼ିଶା ମା’ପାଇଁ । ଦେବୀଙ୍କ ଅଷ୍ଟମ ଗର୍ଭରେ ସନ୍ତାନ କୃଷ୍ଣଙ୍କ ପରି ହୁଏତ କେହି ଶ୍ରୀ&


News Story - Posted on 2016-02-22

୧୫ ବର୍ଷ ଗଲାଣି, କାମ କରିନି ଘରୋଇ ହିଂସା ଆଇନ



ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଘରୋଇ କ୍ଷେତ୍ରରେ ମହିଳା ହିଂସା ରୋକିବା ପାଇଁ ୨୦୦୫ ମସିହାରୁ ପ୍ରଣୟନ ହୋଇଥିବା ଏହି ଆଇନ ଆଜି ପର୍ଯନ୍ତ ପୂର୍ଣ୍ଣଭାବେ କକାର୍ଯ୍ୟକାରୀ ହୋଇପାରି ନାହିଁ । ବିଶେଷକରି ଅର୍ଥାଭାବ ଓ ମାନବ ସମ୍ବଳର ଅଭାବ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି । କେତେକ ରାଜ୍ୟରେ ଏଥିପାଇଁ ସୁରକ୍ଷା ଅଧିକାରୀ ବା ପିଓମାନଙ୍କୁ ଏଥିପାଇଁ  ଅତିରିକ୍ତ ଦାୟିତ୍ବରେ ରଖାଯାଇଥିବାବେଳେ ଆଉ କେତେକ ରାଜ୍ୟରେ ଅର୍ଥାଭାବ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଘରୋଇ ହିଂସା ବିଶେଷକରି ଶାରୀରିକ, ଆର୍ଥିକ ଓ ଯୌନ ଶୋଷଣର ଶିକାର ହେଉଥିବା ଦେଶର ସଂଖାଧିକ ମହିଳାଙ୍କ ପାଇଁ ଏହି ଆଇନର ବିଶେଷ ଗୁରୁତ୍ବ ଥିବାବେଳେ ଠିକଣା ଭାବେ ଏହା କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ସେମାନେ ଏହି ଆଇନରୁ ସହାୟତା ପାଇପାରୁ ନାହାନ୍ତି । ତେଣୁ ସାଧାରଣ ଲୋକେ ବିଶେଷକରି ସାମାଜିକ କର୍ମକର୍ତ୍ତାମାନେ ଏହି ସମସ୍ୟାକୁ ଆଗକୁ ଆଣିବା ସହିତ ସରକାର କିଭଳି ଏହି ଆଇନକୁ ଠିକଣା ଭାବେ କାର୍ଯ୍ୟକାରୀ କରିବେ ଓ ମହିଳାମାନେ ଏଥିରୁ ଉପକୃତ ହେବେ ସେ ଦିଗରେ କାର୍ଯ୍ୟ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା ।


News Story - Posted on 2016-02-13

ଦୁର୍ନୀତି ପାଇଁ ଏନ୍ଆରଇଜିଏରେ ହେଉନି ଅମ୍ବୁଦସମ୍ୟାନ ବ୍ୟବସ୍ଥା



କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଆଧାରରେ ରାଜ୍ୟ ସରକାର ୨୦୧୦ ମସିହାରେ ବିଭିନ୍ନ ଜିଲ୍ଲାରେ ଅମ୍ବୁସମ୍ୟାନ ଗଠନ କଲେ ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତ ଅମ୍ବୁସମ୍ୟାନମାନଙ୍କ କାର୍ଯ୍ୟକାଳ ୨୦୧୨ ଏବଂ ୨୦୧୩ରେ ସରିଗଲା ପରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ଜିଲ୍ଲାରେ ନିଯୁକ୍ତି ଦେଇନାହାନ୍ତି । ଅମ୍ବୁସସମ୍ୟାନ୍ ମାନଙ୍କ ପାଇଁ ଅଫିସ୍ ବ୍ୟବସ୍ଥା ନ କରିବା, ଅଭିଯୋଗର ତଦନ୍ତ ପାଇଁ କ୍ଷେତ୍ର ପରିଦର୍ଶନର ସୁବିଧା ନ କରିବା, ଆବଶ୍ୟକ କର୍ମଚାରୀ ନ ଦେବା ଇତ୍ୟାଦି ଯୋଗୁଁ ସେମାନେ ସ୍ବାଧୀନ ଭାବେ କାମ କରିପାରି ନାହାନ୍ତି ଏବଂ ବସ୍ତୁତ ବିଭିନ୍ନ କ୍ଷେତ୍ରରେ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି ।  

 


News Story - Posted on 2016-02-10

ସ୍ମାର୍ଟ ସିଟି- ଦୁର୍ନୀତିର ଅନ୍ୟ ଏକ ନାଁ



ପୂର୍ବତନ ପ୍ରଶାସକ ତଥା ରାଜ୍ୟର ଜଣେ ଆଗ ଧାଡ଼ିର ବୁଦ୍ଧିଜୀବୀ ଭାବେ ଜଣାଶୁଣା ପ୍ରସନ୍ନ କୁମାର ମିଶ୍ର ତାଙ୍କ ଫେସବୁକ୍ କାନ୍ଥରେ ଭୁବନେଶ୍ବରର ସ୍ମାର୍ଟ ସିଟି ଯୋଜନା ନେଇ ଯେଉଁ ତଥ୍ୟ କିଛି ଉପସ୍ଥାପନ କରିଛନ୍ତି ସେଥିରୁ ଏହା ଏ ବାବଦ ବିପୁଳ ଅର୍ଥ ଯେ ବାଟମାରଣାରେ ହଜିଯିବ ତାହା ଜଳଜଳ ହୋଇ ଦିଶୁଛି । ଭୁବନେଶ୍ବର ସହରର ଯେଉଁ ଖଣ୍ଡଟି ପୂର୍ବରୁ ଶହଶହ କୋଟି ଟଙ୍କାର ସରକାରୀ ଖର୍ଚ୍ଚରେ ସ୍ମାର୍ଟ ହୋଇସାରିଛି ତାହାକୁ ଆଉ କେତେ ଅଧିକ ସ୍ମାର୍ଟ କରାଯିବ? ଆଉ ଯେଉଁ ଭୁବନେଶ୍ବର ଖଣ୍ଡ ବିଲକୁଲ ସ୍ମାର୍ଟ ହୋଇ ନାହିଁ ତାହା କେବେ ସ୍ମାର୍ଟ ହେବ?

 


News Story - Posted on 2016-02-05

ଭୋଗକୁ ବ୍ରହ୍ମାଣ୍ଡ ନିଅଣ୍ଟ



ଏହି ହିସାବରେ ଏବେ ମଣିଷର ଗୋଟିଏ ବର୍ଷର ଉପଭୋଗ ପାଇଁ ଦେଢ଼ଟି ପୃଥିବୀ ଦରକାର ହେଉଛି | କାରଣ ପୃଥିବୀ ବର୍ଷକରେ ଯାହା ଉତ୍ପାଦନ କରୁଛି ମଣିଷ ତାହାକୁ 8 ମାସରେ ଶେଷ କରିଦେଉଛି | ମଣିଷର ଉପଭୋଗର ମାତ୍ରା ଏହି ଗତିରେ ଗଡ଼ି ଚାଲିଲେ 2030 ବେଳକୁ ମଣିଷ ପାଇଁ ଦୁଇଟି ପୃଥିବୀ ଦରକାର ହେବ | ସେତେବେଳେ କ’ଣ କରାଯିବ ? ଭୋଗବାଦୀଙ୍କୁ ଏହି ପ୍ରଶ୍ନ ବୋଧହୁଏ ଘାରିଛି ! ଆଉ ସେଇଥିପାଇଁ ସେମାନେ ଚନ୍ଦ୍ର, ମଙ୍ଗଳ, ବୃହସ୍ପତି ଆଡ଼େ ଆଖି ପକେଇଛନ୍ତି | ମହାକାଶରେ ଖସି ପଡ଼ୁଥିବା ଉଲ୍କାରେ କି ଧାତୁ ଓ ଖଣିଜ ପଦାର୍ଥ ରହିଛି ତାହାର ମଧ୍ୟ ସନ୍ଧାନ କରାଯାଉଛି | ସୂର୍ଯ୍ୟ, ସାଗର ଓ ନକ୍ଷତ୍ରମାନଙ୍କରୁ କିପରି ଶକ୍ତି ଓ ସଂପଦ ଆହରଣ କରାଯିବ ତା’ ଉପରେ ଗବେଷଣା ଚାଲିଛି | ଆଣ୍ଟାର୍କଟିକାର ବରଫ ତଳେ କ’ଣ କ’ଣ ଗଚ୍ଛିତ ରହିଛି ତାହା ଠାବ କରିବାକୁ ଅଭିଯାନ ଚାଲିଛି | ଶକ୍ତି ଓ ସାଧନର ନୂଆ ସୂତ୍ର ନିମିଳିଲେ ଭୋଗବିଳାସ ଚାଲିବ କେମିତି ? ଭୋଗକୁ ତ’ ବ୍ରହ୍ମାଣ୍ଡ ନିଅଣ୍ଟ !

 


News Story - Posted on 2016-02-05

ଜୀବାଶ୍ମ ଇନ୍ଧନ ଜାଳିବାର ହେବ ଭୟଙ୍କର ପରିଣତି




News Story - Posted on 2016-02-05

୨୦ ବର୍ଷରେ ୩୦ ହଜାର କୋଟି ଟଙ୍କା ଲୁଟ୍!



ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଭୁଆଁ  ବୁଲାଇ ପ୍ରକୃତରେ ଘରୋଇ କମ୍ପାନୀଙ୍କ ସ୍ବାର୍ଥରେ କାମ କରୁଛନ୍ତି | ଓଡ଼ିଶାକୁ ସେମାନଙ୍କର ଏକ ଚରାଭୂଇଁରେ ପରିଣତ କରିବା ପାଇଁ ବେଲଗାମ ଛାଡିଦେଇଛନ୍ତି | ଯାହାଫଳରେ ଘରୋଇ କମ୍ପାନୀମାନେ ବିଗତ ୨୦ ବର୍ଷର ସଂସ୍କାର ଭିତରେ ପାଖାପାଖି ୩୦ ହଜାର କୋଟି ଟଙ୍କା ଲୁଟି ନେଇଛନ୍ତି | ଖାଉଟିମାନଙ୍କର ସ୍ବାର୍ଥର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଓଇଆରସି ଆଜି ଧଳା ହାତୀରେ ପରିଣତ ହୋଇଛି | ସଂସ୍କାର ଦିନଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସମସ୍ତ ବିଜୁଳି କମ୍ପାନୀମାନଙ୍କର ସିଏଜି ଅଡିଟ୍ ପାଇଁ ଶ୍ରୀ ଦାସ ଦାବି କରିଥିଲେ |


News Story - Posted on 2016-02-02

ଭୂମିହୀନଙ୍କ ପାଇଁ ନାହିଁ, ଶିଳ୍ପ ପାଇଁ ଜମି ବ୍ୟାଙ୍କ



ସୂଚନା ଅଧିକାର ଆଇନ ବଳରେ ଜଣେ କର୍ମୀ ମାଗିଥିବା ତଥ୍ୟ ପ୍ରଦାନ କରି ସରକାର କହିଛନ୍ତି ଯେ ରାଜ୍ୟର ୧.୪୦ ଲକ୍ଷ ଭୂମିହୀନ ପରିବାରଙ୍କ ମଧ୍ୟରେ ଜମି ବଣ୍ଟନ କରିବା ପରେ ଆଉ ସରକାରଙ୍କ ନିକଟରେ ବଳକା ଜମି ନାହିଁ | ବଳକା ଜମି ମୁଖ୍ୟତଃ ଭୂମିହୀନ ଆଦିବାସୀ ଓ ଦଳିତଙ୍କ ମଧ୍ୟରେ ବଣ୍ଟନ କରାଯାଇଛି | ରାଜ୍ୟ ରାଜସ୍ବ ପର୍ଷଦ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ମୋଟ ଉପରେ ୧,୫୭,୪୧୫ ଏକର ବଳକା ଜମି ଭୂମିହୀନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି | ଏବେ ବଣ୍ଟନ ପାଇଁ ମାତ୍ର ୯୧.୫୫ ଏକର ବଳକା ଜମି ରହିଛି | ବଳକା ରହିଥିବା ଆଉ କିଛି ଜମି ମଧ୍ୟରୁ ୧୦ ହଜାର ଏକର ଜମି ନେଇ ବିଭିନ୍ନ କୋର୍ଟକଚେରୀରେ ମକଦ୍ଦମା ଲାଗି ରହିଛି | ଏଥିରୁ ୨୩୦୦ ଏକର ଜମି ଚାଷୋପଯୋଗୀ ନୁହେଁ | ସେହିପରି ୬୩୦୦ ଏକର ଜମି ଅନ୍ୟ ଉଦ୍ଦେଶ୍ୟ ପାଇଁ ସଂରକ୍ଷିତ ରହିଛି ବୋଲି ରାଜସ୍ବ ପର୍ଷଦର ସୂଚନା ଅଧିକାରୀ ତଥ୍ୟ ପ୍ରକାଶ କରିଛନ୍ତି | ସରକାର କେନ୍ଦ୍ରାପଡ଼ାରେ ସର୍ବନିମ୍ନ ୨୩୪ ଏକର ଏବଂ ରାୟକଗଡ଼ାରେ ସର୍ବାଧିକ ୨୩,୮୪୧ ଏକରର ବଳକା ଜମି ଭୂମିହୀନଙ୍କ ମଧ୍ୟରେ ବଣ୍ଟନ କରିଛନ୍ତି| ତେବେ ଜମି ପାଇଥିବା ଅନେକ ଲୋକ ମଧ୍ୟ ଜମିର ପ୍ରକୃତ ଦଖଲ ପାଇ ନାହାନ୍ତି


© 2015. Samanya Kathan All Rights Reserved | Editor : Debendra Prusty     

To Top