ଫିଚର

News Story - Posted on 2017-08-25

ବିଘ୍ନ ବିନାଶକ ବନାମ ବିଘ୍ନ ବିକାଶକ!



ଏହି ପ୍ରସଙ୍ଗରେ ୨୦୧୫ ମସିହାରେ ଘଟିଥିବା ଅଘଟଣ ସବୁଠାରୁ ଦୁଃଖଦାୟକ ଓ ଲୋମ ହର୍ଷଣକାରୀ । ଢେଙ୍କାନାଳ ସହର ଉପକଣ୍ଠରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଜଣେ ମୁର୍ମୂଷ ଅବସ୍ଥାରେ ଥିବା ଆହତଙ୍କୁ ଜଣେ ଯୁବକ ନିଜ କାରରେ ହସ୍ପିଟାଲ୍ ନେଇ ଯାଉଥିଲେ । ସେ ମାନବିକତା ଦେଖାଇବାକୁ ଚାହିଁଥିଲେ ମାତ୍ର ଫଳ ଓଲଟା ହେଲା । ସେହି ବାବୁ ଜଣକ ହସ୍ପିଟାଲ ଯିବା ବାଟରେ ଗଣେଶ ମୂର୍ତ୍ତି ଭସାଣିର ଯୁବକମାନଙ୍କ ହାବୁଡ଼ରେ ପଡ଼ିଲେ । ସେହି ଯୁବକମାନେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଛାଡ଼ିଲେ ନାହିଁ । କହିଲେ, ଭସାଣି ବେଳେ ରାସ୍ତା ଆମର, ଏବାଟେ କୋଉ ଗାଡ଼ି ଯାଇବାରିବ ନାହିଁ, ଯିଏ ଯିବ ସିଏ ମାଡ଼ ଖାଇବ । ତେବେ ଉକ୍ତ ଯୁବକ ସାହସର ସହିତ ନିଜ ଗାଡ଼ିକୁ ନେଇ ହସ୍ପିଟାଲ୍ରେ ପହଂଚିଥିଲେ । କିନ୍ତୁ ସେହି ଉଦ୍ଦଣ୍ଡ ନୃତ୍ୟକାରୀ ଯୁବକମାନେ ସେଠାରେ ପହଂଚି ଯାଇ ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କ ମୂଲ୍ୟବାନ୍ ଗାଡ଼ିକୁ ଭାଙ୍ଗି ଦେଇଥିଲେ । 


News Story - Posted on 2017-08-23

ଅସଲ ଓଡ଼ିଶା : ଅସ୍ତିତ୍ୱର ଇସ୍ତାହାର



ଅସଲ ଓଡ଼ିଶା ମୁକ୍ତିକାମୀ, ସଂଗ୍ରାମୀ ଜନଗଣଙ୍କର ଓଡ଼ିଶା । ଜଡ଼ତା ଦ୍ୱାରା କବଳିତ ସନ୍ଦିଗ୍ଧ ଜନମାନସ ଆଜି ଲୋଡୁଛି ଚେତନାର ସ୍ପୁଲିଙ୍ଗ । ଏହି ସ୍ଫୁଲିଙ୍ଗର ସଂଚାର ସକାଶେ ସର୍ବପ୍ରଥମ ପଦକ୍ଷେପ ହେଉଛି ଏକ ସ୍ୱତନ୍ତ୍ର ମୂଲ୍ୟବୋଧର ଦୁର୍ଦ୍ଦାନ୍ତ ଦୈନିକ - ଯାହା ହେବ ସାମୂହିକ ଜନଜୀବନ ସପକ୍ଷରେ ଏକ ସାଲିସ୍ହୀନ ସଂକଳ୍ପର ମୁଖପତ୍ର ।


News Story - Posted on 2017-08-23

କୋଉଠି ଥୋଇବି!



ଏହି ପରିପ୍ରେକ୍ଷୀରେ ମୁଁ ଗୋଟିଏ ଉଦାହରଣ ଦେବାକୁ ଚାହେଁ। ଓଡିଶାର ଜଣେ ପ୍ରମୁଖ ଚିତ୍ର ତାରକା ପ୍ରଶାନ୍ତ ନନ୍ଦ। ଜଣେ କଳାକାର ହିସାବରେ ତାଙ୍କର ଜୀବନ ଆରମ୍ଭ ହୋଈଥିଲା। ପରିସ୍ଥିତି, ପରିବେଶ ଓ ଅଭିଜ୍ଞତା ତାଙ୍କୁ ଅନେକ ଉଚ୍ଚକୁ ନେଈଛି। ଆଜି ସେ କଳା ଜଗତ୍ ଛାଡି ରାଜନୀତି ଦୁନିଆଁରେ ବି ପାଦ ଦେବାକୁ ସକ୍ଷମ ହୋଇପାରିଛନ୍ତି। ୧୯୮୦ ଦଶକରେ ଏକ ଚଳଚିତ୍ର ଯାହାର ନିର୍ଦ୍ଦେଶନା, କାହାଣୀ, ସଂଳାପ ଇତ୍ୟାଦି ଅନେକ ବିଭାଗର ସେ ନିଜେ ହିଁ ସର୍ବମୟ କର୍ତ୍ତା ଥିଲେ, ସେମିତି ଏକ ସିନେମାର ଧାଡିଏ ସଂଳାପ ଥିଲା, କୋଉଠି ଥୋଇବି! ଅର୍ଥାତ୍ କୋଉଠି ରଖିବି! ତତ୍କାଳୀନ ସମୟରେ ଏହି ଦ୍ବିଅର୍ଥ ବୋଧକ ବାକ୍ୟ ସମଗ୍ର ରାଜ୍ୟରେ ପ୍ରବଳ ପ୍ରତିକ୍ରିୟାଶୀଳ ହୋଇଉଠିଥିଲା। ଓଡିଶାର ପୁରପଲ୍ଲୀରେ ଏହି ସଂଳାପକୁ ନେଈ ବିଭିନ୍ନ ଘଟଣା ଦୁର୍ଘଟଣା ଘଟିଥିଲା। ଓଡିଶାର ଲୋକଙ୍କ ଭିତରେ ଏ ନେଇ ସଚେତନତାର ଜାଗରଣ ହୋଇପାରିନଥିଲା। କିନ୍ତୁ ଓଡିଶାର ଜଣେ ସଂଗୀତକାରଙ୍କୁ ଏ କଥା ବହୁତ ବାଧିଥିଲା। ସିଏ ହେଲେ ପ୍ରଫୁଲ୍ଲ କର। ତେଣୁ କୋଉଠି ଥୋଇବିକୁ ନେଇ ଯେଉଁ ବିଷ ସମାଜରେ ଖେଳେଈ ଯାଇଥିଲା ତାକୁ ନଷ୍ଟ କରିବା ପାଇଁ ସିଏ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏକ ଭଜନ ରଚନାକଲେ- ଶ୍ରୀକ୍ଷେତ୍ରରେ ପାଦ ଦେଉଁ ଦେଉଁ ପୁଣ୍ୟ ଗଣ୍ଠିଳି ହେଲା ମୋ ଭାରିରେ ଧନ କୋଉଠି ଥୋଇବି ତାକୁ କୋଉଠି ଥୋଇବି। କହିବା ବାହୁଲ୍ୟ ପ୍ରଫୁଲ୍ଲଙ୍କ ଗୀତ ଯେତିକି ଲୋକପ୍ରିୟତା ହାସଲ କଲା କୋଉଠି ଥୋଇବିର ବିଷ ସେଇ ମାତ୍ରାରେ କମିଲା। ମୋର ସବ୍‌ କା ସାଥ୍ ସବ୍‌ କା ବିକାଶର ଲକ୍ଷ୍ୟ ଓଡିଆ ସିନେମାର ଏଇ ଘଟଣା ସହିତ ସମ୍ୱନ୍ଧିତ କହିଲେ ଅତ୍ୟୁକ୍ତି ହେବନାହିଁ।


News Story - Posted on 2017-08-14

ଆହାରେ ଭଲ ମନ୍ଦ ନାହିଁ!



ଆହାରେ ଭଲ ମନ୍ଦ ନାହିଁ, ଯେ ସ୍ଥାନେ ଯେମନ୍ତ ମିଳଇ। ଜଗନ୍ନାଥ ଦାସ ଭାଗବତର ଏ ପଦକ ଭକ୍ତଙ୍କ ତୁଣ୍ଡରୁ ନାନା ଅର୍ଥରେ ଶୁଣାଯାଏ। ଶାସ୍ତ୍ର- ସବୁବେଳେ ଠିକ‌୍‍ କଥା କହେ। ଏ କଥା ବେଳ ଆସିଲେ ଆମେ ବୁଝୁ। ନ ହେଲେ ଆମ ଭିତରେ ତାହା ରହେ କବିତାପ୍ରାୟ। ବେଳେବେଳେ ଗୀତ ମରି ଯାଏ। କିନ୍ତୁ ଆଇଡିଆ ବଞ୍ଚି ରହେ, କାଳେ ତାକୁ ଧରି ଆଉ କିଏ ଗୀତଟିଏ ଲେଖିବ ବୋଲି।


News Story - Posted on 2017-07-18

ବ୍ଲଡଗ୍ରୁପ ଲାଞ୍ଚ ପଜିଟିଭ



ଆଉ କିଏ ନେଲେ ଲାଞ୍ଚ, ହେଲେ ନିଜେ କି ନିଜ ପିଲା ସେଇ କାମ କଲେ ସେଇଟା ହେଉଛି ବାହାଦୁରୀ, ପରିବାପାଣିଆ। ଏଇଟା ଆମ ଚରିତ୍ର ନୁହେଁ କି? ଆମେ କ’ଣ ଝିଅ ପାଇଁ ବର ଖୋଜିବା ପୂର୍ବରୁ ବରପାତ୍ରର ଉପୁରି କେତେ ସେ ବିଷୟରେ ସବିଶେଷ ଅନୁସନ୍ଧାନ କରୁ ନଥାଉ କି? ସାତ ହଜାର ଦରମା ହେଲେ କ’ଣ ହେଲା ପୋଷ୍ଟିଂ ପରା ଜାମଶୋଲା ଗେଟରେ! ଦେଢ ହଜାର ଦରମା, କିନ୍ତୁ ଯେତକ ଇନ୍ଦିରା ଆବାସ ହେବ ସେ ସବୁଥିରୁ ପରା ଗୋଟାକେ ଦୁଇ ହଜାର! ଜୋଇଁ ଆମର ତହସିଲ ଅଫିସରେ ଅଛନ୍ତି, ତାଙ୍କ ଦରମା କ’ଣ ପଚାରୁଛ? ଥରେ ଭାବିଲେ, ଆମେ ଝିଅ ପାଇଁ ଜୋଇଁ ଖୋଜିଲା ବେଳେ ଏ ସବୁ କରିତକର୍ମାପଣିଆ କଥା ଦେଖୁ ଆଉ କହୁ କି ନାଇଁ? ପ୍ରଧାନମନ୍ତ୍ରୀ କହୁଛନ୍ତି ଲାଞ୍ଚମୁକ୍ତ ଭାରତ, ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରୁଛନ୍ତି ପିସିକୁ ନେଇ। କଣ ଲାଭ ଅଛି ସେଥିରେ? ଲାଞ୍ଚ ପରା ଆମ ରକ୍ତରେ, ଆମ ମାନସିକତାରେ ଆମର ପର ବ୍ଲଡ଼ଗ୍ରୁପ ଲାଞ୍ଚ ପଜିଟିଭ।


News Story - Posted on 2017-07-15

ତୋରାଣିପିଆ ରାଜନୀତି!



ତୋରାଣି ପିଆ କ’ଣ ଜାଣିନୁ? ମୁଁ ବୁଝେଇ ଦେଉଛି ଶୁଣୁ। ଯେତେବେଳେ ଗୋଟିଏ ଝିଅର ବିଭାଘର ଅଳ୍ପ ଦିନ ବାକି ଥାଏ, ସେତେବେଳେ ତା’ର ମାଉସୀ ଘର, ଖୁଡିଘର, ଅପାଘରସବୁ ଖାଇବାକୁ ଡାକନ୍ତି। ଖାଇବା ପାଇଁ ତ ମଟନ୍, ମାଛ ହୋଇଥାଏ। କିନ୍ତୁ ଏହାକୁ ତୋରାଣି ପିଆ କୁହାଯାଏ। ବୁଝିଲୁ?


News Story - Posted on 2017-07-08

ସାଇନାଥ ଓ ଗୋଲାପ ଫୁଲ



ପ୍ରତ୍ୟେକ ମଣିଷର ନିଜର ସ୍ୱତନ୍ତ୍ର ରୁଚି ଓ ପସନ୍ଦ ଥିବା ଭଳି ପ୍ରତ୍ୟେକ ଅବତାରୀ ମହାପୁରୁଷ ବା ଭଗବାନଙ୍କ ସ୍ୱତନ୍ତ୍ର ରୁଚି ରହିଛି। ଯେପରିକି ମହାଦେବଙ୍କ ବେଲପତ୍ର, ପବିତ୍ର ଜଳ, ପଞ୍ଚାମୃତ ଓ ତୁଳସୀ ମଞ୍ଜରୀ, ରୁଦ୍ରାକ୍ଷ ଓ ବିଭୂତି ପସନ୍ଦ, ଶ୍ରୀହରି ବିଷ୍ଣୁଙ୍କୁ ତୁଳସୀପତ୍ର, ଦୁର୍ଗାଙ୍କୁ ମନ୍ଦାରଫୁଲ ଓ ସିନ୍ଦୂର, ମହାଲକ୍ଷ୍ମୀଙ୍କୁ କମଳ ପୁଷ୍ପ, ସରସ୍ୱତୀଙ୍କୁ ଶ୍ୱେତପୁଷ୍ପ ଓ ପୁଷ୍କରମାଳା ଦେଇ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଅଛି। ଅର୍ଥାତ‌୍‍ ଦେବତାଙ୍କ ରୁଚି ବା ପସନ୍ଦ ଅନୁଯାୟୀ ପ୍ରତ୍ୟେକ ପୂଜାର୍ଚ୍ଚନା ଦ୍ରବ୍ୟ ନିର୍ଣ୍ଣୟ କରାଯାଇଥାଏ। କାହାର କେଉଁ ବର୍ଣ୍ଣ ପ୍ରିୟ ତ କାହାର କେଉଁ ପୁଷ୍ପ ପ୍ରିୟ। କାହାର କେଉଁ ଫଳ ପ୍ରିୟ ତ କାହାର କେଉଁ ସୁଗନ୍ଧ ପ୍ରିୟ। ତେଣୁ ଭକ୍ତ ବା ଆଶ୍ରିତ ଯେଉଁ ଭଗବାନଙ୍କୁ ଆରାଧନା, ପୂଜାର୍ଚ୍ଚନା କରେ ସେହି ଭଗବାନଙ୍କ ପ୍ରିୟ ଦ୍ରବ୍ୟରେ ତାହା କରାଯାଏ।


News Story - Posted on 2017-06-27

ଷ୍ଟେଥୋ ସହିତ କଲମର କମାଲ



ଗାଁ ଗହଳିରେ ଗୋଟିଏ ଲୋକକଥା ଅଛି ତାହା ହେଉଛି - ଡାକ୍ତର ଓ ଗୁଣିଆଙ୍କ ପାଖରେ ଦିନରାତି, ସକାଳ-ସଂଜ, ମଧ୍ୟାହ୍ନ-ପୂର୍ବାହ୍ନ ତଥା ରାତି ଅଧ ଓ ପାହାନ୍ତ ମଧ୍ୟରେ କିଛି ପ୍ରଭେଦ ନଥାଏ। ସବୁ ସମୟରେ ସେମାନଙ୍କର ପ୍ରୟୋଜନ ଥାଏ। କାରଣ ରୋଗ ଓ ଦୁର୍ଘଟଣା ସମୟ ଦେଖି ଆସେନାହିଁ କିମ୍ୱା ସାପକାମୁଡା ଓ ଭୁତ-ପ୍ରେତ ଗ୍ରାସ ନିର୍ଦ୍ଦିଷ୍ଟ ସମୟରେ ହୁଏନାହିଁ। ଏହି କାରଣରୁ ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ସେମାନେ ମୃତ୍ୟୁ ମୁଖରେ ପଡ଼ିଥିବା ରୋଗୀଙ୍କୁ ପୁନର୍ଜୀବନ ଦେଇଥାଆନ୍ତି। ତେଣୁ ସମାଜରେ ସେମାନଙ୍କ ସ୍ଥାନ ସ୍ୱତନ୍ତ୍ର ଅଟେ। ପୁଅ-ଝିଅଙ୍କୁ ବାପା ମାଆମାନେ ପ୍ରଥମେ ଡାକ୍ତର ହେବାକୁ ଆଶା ରଖିଥାଆନ୍ତି। ଆଧୁନିକ ଯୁଗରେ ଡାକ୍ତରମାନଙ୍କର ଆଉ ଏକ ନାମ ରହିଛି ତାହା ହେଉଛି ଷ୍ଟେଥୋଧାରୀ। କାରଣ ସେମାନଙ୍କ ପାଖରେ ସବୁବେଳେ ଷ୍ଟେଥୋଟିଏ ଥାଏ। ତାହାହିଁ ସେମାନଙ୍କର ପରିଚୟ। ଷ୍ଟେଥୋ କାନ୍ଧରେ ପଡ଼ିଥିବା ଲୋକଙ୍କୁ ନମସ୍କାର ହେବା ପାଇଁ ଶହଶହ ହାତ ଆପେଆପେ ଉଠିଯାଏ। ଏବେ ସେହି ଷ୍ଟେଥୋଧାରୀଙ୍କର ଆଉ ଏକ ପରିଚୟ ସୃଷ୍ଟି ହେଲାଣି। ସେମାନେ କଲମର କମାଲ ଦେଖାଇଲେଣି। ଅର୍ଥାତ‌୍‍ ରାଜ୍ୟର ବହୁ ଡାକ୍ତର ଏବେ ଲେଖାଲେଖିରେ ପରାକାଷ୍ଠା ପ୍ରତିପାଦନ କରୁଛନ୍ତି। ଏହା ମଣିଷ ସମାଜ ବିଶେଷ କରି ସଭ୍ୟ ଶିକ୍ଷିତ ମଣିଷ ସମାଜ ସାହିତ୍ୟିକ ମହଲ ଏବଂ ଓଡ଼ିଶାର ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭଙ୍କର। ଦିନରାତି ରୋଗୀ ଦେଖା ଏବଂ ଡାକ୍ତରୀ ପୁସ୍ତକ ପଠନରେ ବ୍ୟସ୍ତ ରହୁଥିବାରୁ ସାଧାରଣରେ ସେମାନଙ୍କଠାରୁ ଲେଖାଲେଖି କଥା ଆଶା କରାଯାଏନାହିଁ। ମାତ୍ର ବ୍ୟତିକ୍ରମ ସ୍ୱରୂପ ଏବେ ଓଡ଼ିଶାରେ ଷ୍ଟେଥୋ ସହିତ କମାଲ‌୍‍ ଦେଖିବାକୁ ମିଳୁଛି।


News Story - Posted on 2017-05-23

ଗାନ୍ଧିଜୀଙ୍କୁ କଳାପତାକା ପ୍ରଦର୍ଶନ



ଅସ୍ଫୃଶ୍ୟତା ହିନ୍ଦୁ ଧର୍ମର କଳଙ୍କ ବୋଲି ଉଲ୍ଲେଖ କରି ଏହାର ନିବାରଣ ଲାଗି ମହାତ୍ମାଗାନ୍ଧୀ ସାରା ଦେଶ ବୁଲି କାମ କରୁଥିବା ବେଳେ ଛୁଅଁାଛୁତି ଦୂର ହେଲେ ହିନ୍ଦୁଧର୍ମର ଅବକ୍ଷୟ ହେବ ଏବଂ ଅସ୍ଫୃଶ୍ୟମାନେ ମନ୍ଦିରରେ ପ୍ରବେଶ କଲେ ମନ୍ଦିର ଓ ବିଗ୍ରହ ମାରା ହୋଇଯିବ ବୋଲି ଆରୋପ କରି ନିଜକୁ ସନାତନୀ ବୋଲି ଦାବି କରୁଥିବା କିଛି ବ୍ୟକ୍ତି ଗାନ୍ଧିଜୀଙ୍କୁ ବିରୋଧ କରୁଥିଲେ। ଗାନ୍ଧିଜୀ ୧୯୩୪ ମଇ ୯ ତାରିଖରେ ପୁରୀରୁ ହରିଜନ ପଦଯାତ୍ରା ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ବନାରସରୁ ଆସିଥିବା ଗୈରିକ ବସନ ପରିହିତ ଲାଲନାଥ ଓ ତାଙ୍କର ୫ ଜଣ ସହଯୋଗୀ ଗାନ୍ଧିଜୀଙ୍କୁ କଳାପତାକା ପ୍ରଦର୍ଶନ କରିବା ପାଇଁ ବୀରହରେକୃଷ୍ଣପୁରଠାରୁ ଉଦ୍ୟମ କରିଥିଲେ ମଧ୍ୟ ଲୋକଙ୍କ ମାଡ଼ ଭୟରେ କଳାପତାକା ଦେଖାଇ ପାରିନଥିଲେ।


News Story - Posted on 2017-05-08

ପ୍ରତିବାଦର ବିଭିନ୍ନ ରୂପ



କିଛିଦିନ ତଳେ ଓଡିଶାର ବିଭିନ୍ନ ସ୍ଥାନରେ ରାସ୍ତାରେ ପନିପରିବା ଫୋପାଡି ଦେଇ ଚାଷରେ ଅଭାବୀ ବିକ୍ରିର ପ୍ରତିବାଦ କରିବା ପାଇଁ ଚେଷ୍ଟା କରିଥିଲେ। ଗତ ବର୍ଷ ମଧ୍ୟ ବରଗଡରେ କିଛି ଲୋକ କ୍ଷୀରକୁ ରାସ୍ତାରେ ଢାଳିଦେଇ ପ୍ରତିବାଦ କରିଥିଲେ। ଏସବୁ ନିଆରା ଢଙ୍ଗରେ ପ୍ରତିବାଦ କରି ଲୋକମାନେ ନିଜର ଦାବୀ ପୂରଣ କରିପାରିଲେକି ନାହିଁ ତାହା ପୁରୁଣା କଥା। ମାତ୍ର ଏହା ଦ୍ୱାରା ଯେ ସେମାନେ ଏବଂ ସେମାନଙ୍କର ସମସ୍ୟା ଲୋକଲୋଚନକୁ ଆସିପାରିଛି ତାହା ନିସଂଦେହରେ କୁହାଯାଇପାରିବ।


News Story - Posted on 2017-05-01

ହଜୁର ଓ କୁକୁର



ଲାଗିଲା, ମିଲିଟାରି ଜୋକ‌୍‍ ପରି। ଯୁଦ୍ଧାହତ ସୈନିକକୁ ଦଳେ ସଫେଇ କର୍ମଚାରୀ ଉଠାଇବାକୁ ଆସନ୍ତି। ସୈନିକ କହିଲା, ଇଏ କି କଥା, ମୁଁ ତ ବଞ୍ଚିଚି! ଷ୍ଟ୍ରେଚର କି ଆମ୍ୱୁଲାନ୍ସ ନାହିଁ! ତମେସବୁ କୁଆଡେ଼ ଆଇଲ? ସେମାନେ କହିଲେ, ସେକଥା ହବନି। ମରିଛ ବୋଲି ତ ଡକ୍ଟର-ସ୍ଲିପ‌୍‍ ତମଠିଁ ଲାଗିଛି। ବଞ୍ଚିବ କୋଉବାଟେ, କ’ଣ ଜୀବନ-ମରଣ କଥା ଡାକ୍ତରଙ୍କଠୁଁ ତମେ ବେଶି ଜାଣିଚ? ତାକୁ ଟେକି ନେଲେ ଓ ମଢ଼ା ଗଦାରେ ପକେଇ ଜାଳିଦେଲେ।


News Story - Posted on 2017-04-28

ବିଷ୍ଣୁ ବିଷ୍ଣୁ ... ଛି ଛି



ସମସ୍ତଙ୍କଠୁଁ ଦୂରଛଡ଼ା ହୋଇ ବନ୍ଦ ଘରେ ଲାଇଟ ଅଫ‌୍‍ କରି ନାତୁଣୀ ଯେମିତି ଫୁସ‌୍‍ଫୁସ‌୍‍ ହୋଇ ‘ଫିଜିକ୍ସ’ ବୁଝୁଚି କି ବୁଝୋଉଚି ସେଗୁଡ଼ାକ ତା ଦେହ (ଓ ମନ) ପାଇଁ ଭଲ ନୁହେଁ, ଏକଥା ଆଈ ଜାଣିଲେ କେମିତି? କାରଣ ସେ ବି ଦିନେ ପ୍ରେମ କରିଥିଲେ। ଦି’ ଚାରିଟା ଗୋଲାପୀ ଚିଠି ଦିଆନିଆ ଉପରକୁ କଥା ଆଗକୁ ଯାଇ ନଥିଲା। ବାଡୁଅ ପାହି ଗଲା ପଛେ, କେହି କାହାରିକି ମନ କଥା କହି ପାରିଲେନି। ତା’ପରେ ଯିଏ ଯେଝା ବାଟରେ ସଂସାର ଧରି ଆଗକୁ ଯାଇଛନ୍ତି। ପରସ୍ପର ମନେ ରଖିବାକୁ ବି ଇଚ୍ଛା କରନ୍ତିନି। ଏକା ହେଜିବାକୁ ରୋମାଣ୍ଟିକ ଲାଗେ, କିନ୍ତୁ ଦେଖା-ଜଗତରେ ସେ ସ୍ମୃତିର ପ୍ରବେଶ ନିଷେଧ। ସ୍ମୃତି ଝରେଇ ଗପ କି କବିତା ଲେଖିବା ଲୋକଙ୍କ ସଂଖ୍ୟା କମ, ମାତ୍ର ପ୍ରେମ ବିରୁଦ୍ଧରେ ରାଉରାଉ ହେଉଥିବା ନରନାରୀଙ୍କ ସଂଖ୍ୟା ସର୍ବଦା ଅଧିକ।


News Story - Posted on 2017-04-27

ଶ୍ରୀଜଗନ୍ନାଥ, ଓଡ଼ିଆ ଜାତି ଓ ମଧୁବାବୁ



କୋଟିଏ ଓଡ଼ିଆ ଗୋଟିଏ ସ୍ୱରରେ ଡାକ ତ୍ରାହି ଜଗନ୍ନାଥ,

ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବ ଜାତିର ଉନ୍ନତି ପଥ।

ସୁଦର୍ଶନ ଚକ୍ର ଗରଜି ଉଠିବ ବଳିୟାର ବାହୁ କରେ,

ମାତାଙ୍କ ଶ୍ରୀଅଙ୍ଗ ପୂର୍ବବତ ହେବ ଶତ୍ରୁ ପଳାଇବେ ଡରେ।


News Story - Posted on 2017-04-27

ଗାନ୍ଧୀବାଦର ଉନ୍ମେଷସ୍ଥଳ- ଚମ୍ପାରଣ



ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହ ଚଳିତ ଏପ୍ରିଲ ମାସରେ ସାରା ଦେଶରେ ପାଳନ କରାଯାଉଛି। ସତ୍ୟାଗ୍ରହର ଶୁଭାରମ୍ଭ ଉତ୍ତର ବିହାରର ପୂର୍ବରେ ଥିବା ଅବିଭକ୍ତ  ଚମ୍ପାରଣ ଜିଲ୍ଲାରେ ଆରମ୍ଭ ହୋଇଥିଲା। ବ୍ରିଟିଶ ଶାସକ ଏବଂ ଜମିମାଲିକମାନଙ୍କ ଦ୍ୱାରା ଚମ୍ପାରଣ ଜିଲ୍ଲାର କୃଷକମାନଙ୍କ ପ୍ରତି କରାଯାଇଥିବା ଦୁର୍ବ୍ୟବହାର ସଂପର୍କରେ ଗାନ୍ଧିଜୀ ଜାଣିବା ପରେ ୧୯୧୭ ମସିହା ଏପ୍ରିଲ ମାସରେ ସେଠାକୁ ଯାତ୍ରା କରିଥିଲେ। କୃଷକମାନେ ଗାନ୍ଧିଜୀଙ୍କୁ କହିଥିଲେ ଯେ, ସେମାନେ ନିଜ ଜମିର ୨୦ ଭାଗରୁ ୩ ଭାଗ ଜମିମାଲିକଙ୍କ ପାଇଁ ଚାଷ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ବ୍ୟବସ୍ଥାକୁ ‘ତିନ‌୍‍ କଥିଆ’ କୁହାଯାଉଥିଲା।


News Story - Posted on 2017-04-27

କଂଗ୍ରେସରୁ ଜନ୍ମ ନେଇଛି ଆରଏସଏସ!



ଡଃ ହେଡଗେୱାର ସକ୍ରୀୟ ଜୀବନ ଯାପନ କରିଥିଲେ। ପିଲାବେଳୁ ସେ ଜଣେ ଦେଶଭକ୍ତ ଥିଲେ। ସେ  ବ୍ରିଟିଶ ସାମ୍ରାଜ୍ୟବାଦକୁ ଖୋଲାଖୋଲି ନିନ୍ଦା ଓ ସମାଲୋଚନା କରୁଥିଲେ। କିଶୋର ଅବସ୍ଥାରେ ପହଂଚିବା ପୂର୍ବରୁ ମଧ୍ୟ ସେ ମହାରାଣୀ ଭିକ୍ଟୋରିଆଙ୍କ  ହୀରକ ଜୟନ୍ତୀ  ଏବଂ ଷଷ୍ଠ ଏଡୱାର୍ଡଙ୍କ ରାଜ୍ୟାଭିଷେକ ସମାରୋହକୁ ବର୍ଜନ କରିଥିଲେ। ଜଣେ ବିପ୍ଳବୀ ଓ କ୍ରାନ୍ତିକାରୀ  ଯୁବକ ରୂପେ ସେ କଂଗ୍ରେସରେ ସାମିଲ ହୋଇଥିଲେ ଏବଂ  ଏହାର ସଂଘୀୟ ସଚିବ ହୋଇ ପାରିଥିଲେ। ପରବର୍ତ୍ତୀ ଅବସ୍ଥାରେ ନିରାଶ ହୋଇ କଂଗ୍ରେସ ଛାଡିଥିଲେ। ପରେ ସେ ନିଜର ସଂଗଠନ ଆରମ୍ଭ କରିଥିଲେ ଏବଂ ୫୧ ବର୍ଷ ବୟସରେ ପ୍ରାଣତ୍ୟାଗ କରିବା ପର୍ଯ୍ୟନ୍ତ ସେ ଦେଶବ୍ୟାପୀ ଦେଶଭକ୍ତିର ସମାନ ଚିନ୍ତାଧାରାଥିବା ଏକ ପିଢି ତିଆରି କରିଥିଲେ। ସେ ଶାନ୍ତିରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଉଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ, ଅନାବଶ୍ୟକ ପ୍ରଚାର ଦ୍ୱାରା ତାଙ୍କର ଉଦ୍ଦେଶ୍ୟ ଲକ୍ଷ୍ୟଚ୍ୟୁତ ହୋଇଯିବ। ତେଣୁ ସେ ପ୍ରଚାରଠାରୁ ଦୂରରେ ରହୁଥିଲେ।


News Story - Posted on 2017-04-08

ନିଜ କଥା ଚିନ୍ତା କର



ଯେତେବେଳେ ଜଣେ ଲୋକ ତୁମ ସମ୍ମୁଖରେ ଆଉ ଜଣଙ୍କୁ ଗାଳି କରୁଛି ଏବଂ ତୁମେ ତାହାକୁ ଆନନ୍ଦ ମନରେ ଉପଭୋଗ କରୁଛ ସେତେବେଳେ ତୁମେ ଭୁଲି ଯାଉଛ ଯେ ତୁମର ଏବଂ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଅଲଗା। କାଲି ତୁମକୁ ମଧ୍ୟ ଅନ୍ୟ କିଛି ଆଧାରରେ ଗାଳି ହେବ। ଆଜି ଧନୀ ବୋଲି ଜଣଙ୍କୁ ନିନ୍ଦା କରୁଛ କିନ୍ତୁ ତୁମେ ଭୁଲି ଯାଉଛ ଯେ ତୁମେ ମଧ୍ୟ ଆସନ୍ତା କାଲି ନିଜ ଜ୍ଞାନ, ଦକ୍ଷତା ଏବଂ ମନୋବଳ ମାଧ୍ୟମରେ କିଛି ରୋଜଗାର କରିବ। ସେତେବେଳେ, ଯେଉଁମାନେ କିଛି କରି ପାରି ନ ଥିବେ ସେମାନେ ତୁମକୁ ଉପହାସ କରିବେ କିମ୍ବା କୌଣସି ଠକ ନାମରେ ନାମିତ କରିବେ।


News Story - Posted on 2017-03-27

ଏକ ପୁରୁଣା ପ୍ରଶ୍ନ



ଗଳ୍ପ ଟି କହିବା ଆଗରୁ ମୁଁ ପ୍ରଥମେ ଆପଣଙ୍କୁ ଚନ୍ଦ୍ର ମୋହନଙ୍କ ସହିତ ପରିଚୟ କରେଇ ଦିଏ। ଚନ୍ଦ୍ର ମୋହନ ନାମକ ଚରିତ୍ରଟି କୌଣସି ଏକ ସରକାରୀ ଅଫିସ ରେ କିରାଣୀ ଟିଏ, ଯିଏ ଆଗରୁ ଏତେ ଦୁର୍ବଳ ନଥିଲା। ମନରେ ତାର ବହୁତ ଜୋର ଥିଲା, କଥା କଥାରେ ସେ ଭାଗ୍ୟ କିମ୍ବା ଭଗବାନଙ୍କ ପ୍ରସଙ୍ଗ ଉଠଉ ନଥିଲା। ନିଜର ସୌଭାଗ୍ୟ ପାଇଁ ନିଜକୁ ଯେପରି ଖୁବ୍ ପାରିବାର ଭାବୁଥିଲା, ନିଜର ଦୂର୍ଭାଗ୍ୟ ପାଇଁ ସେମିତି ନିଜର ଅପାରଗତାକୁ ହିଁ ଦୋଷୀ କରୁଥିଲା। ହେଲେ ହଠାତ୍ ଚନ୍ଦ୍ର ମୋହନ ଏପରି ଦୁର୍ବଳ ହୋଇଗଲା, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କଥା କଥାକେ କହେ, ଛାଡ ଭାଗ୍ୟରେ ନଥିଲା, ଭାଗ୍ୟଂ ଫଳନ୍ତି ସର୍ବତ୍ରଃ, ନଃ ଚ ବିଦ୍ୟାଂ ନଃ ଚ ପୌରୁଷଃ, କିମ୍ବା ଭଗବାନ ଚାହୁଁ ନଥିଲେ ଏବଂ ଗୁଡାଏ ଦୀର୍ଘ ନିଶ୍ବାସ ହିଁ ଛାଡେ, ବିଶ୍ବାସ ହୁଏନା, ଇଏ କ’ଣ ସେଇ ଚନ୍ଦ୍ର ମୋହନ?


News Story - Posted on 2017-03-19

‘ହାଉସ‌୍‍ ୱାଇଫ‌୍‍’ ଓ ‘ପବ୍ଲିକ‌୍‍ ହଜ‌୍‍ବ୍ୟାଣ୍ଡ‌୍‍’



‘ଗୃହଲକ୍ଷ୍ମୀ’- ମାନେ, ଏଠି ‘ହାଉସ‌୍‍’ ସାଙ୍ଗରେ ଲକ୍ଷ୍ମୀ ପଦ ଯୋଡ଼ା। ଏଠି ଲକ୍ଷ୍ମୀ ଠାକୁରାଣୀ ପଦାକୁ ଗଲେ ଘରକୁ ବେଶି ‘ମାଲ‌୍‍’ ଆସେ। ଆମ କଥନି ଅଭ୍ୟାସରେ ‘ଇନ‌୍‍-ହାଉସ‌୍‍’ ଓ ‘ଆଉଟ‌୍‍-ହାଉସ‌୍‍’ ମିଶେଇ ‘ୱାଇଫ‌୍‍’ ମୋଟେ ଦି’ କିସମର। ଯେହେତୁ ପତ୍ନୀଙ୍କର ଗୋଟିଏ ଖାସ‌୍‍ ଷ୍ଟାଟସ‌୍‍ ଅଛି, ସିଏ ମାତ୍ର ‘ୱାଇଫ‌୍‍’ ନାମରେ କଥିତ। ଆର ଜଣକ? ଯେତେ ସୋଗ ବୋହିଗଲେ ବି ସବୁ ଢଙ୍ଗ ଲୁଚାଛପା।


News Story - Posted on 2017-03-19

ସୁଗମ୍ୟ ଭାରତ ଅଭିଯାନ



ସୁଗମ୍ୟ ଭାରତ ନିମାର୍ଣ ପରିବେଶ ଅଧୀନରେ ଚଳିତ ବର୍ଷ ଶେଷ ସୁଦ୍ଧା ୫୦ଟି ସହରରେ ୨୫-୫୦ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟଗୁଡିକୁ ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗମାନଙ୍କ ପାଇଁ ସୁଗମ୍ୟ କରାଇବା, ୨୦୧୮ ଡିସେମ୍ୱର ସୁଦ୍ଧା ଏନସିଟିର ସରକାରୀ ଭବନଗୁଡିକର ୫୦ ପ୍ରତିଶତ ଏବଂ ସମସ୍ତ ରାଜଧାନୀକୁ ସୁଗମ କରାଇବା ଏବଂ ୫୦ ପ୍ରତିଶତ ସରକାରୀ ଭବନର ଅଡିଟ କରାଇବା। ୨୦୧୯ ସୁଦ୍ଧା ପ୍ରତ୍ୟେକ ରାଜ୍ୟର ୧୦ଟି ମୁଖ୍ୟ ସହରଗୁଡିକରେ ଉପରୋକ୍ତ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ।


News Story - Posted on 2017-03-13

କ୍ଷୁଦ୍ର ନୁହେଁ କ୍ଷୁଧା, ତୁଚ୍ଛ ନୁହେଁ ତୃଷ୍ଣା



ହୁଏତ ବି ସେମିତି ବିଦ୍ୟମାନ ଥିବ ଅଦ୍ଭୁତକର୍ମା ଅତିକାୟ ଅସୁର ସାମ୍ରାଜ୍ୟ - ଦୁର୍ବାର ଦାନବର ଦୁର୍ଭେଦ୍ୟ ଦୁର୍ଗ। କୁହାଯାଏ, ଆକାଶ ହେଉଛି ଦିବ୍ୟ ଦେବାଧିଷ୍ଠାନ। ସେଥିପାଇଁ ଦେବାଧୀନ ଆକାଶ ସହିତ ଦାନବାଧିକୃତ ମର୍ତ୍ତ୍ୟର ସେଇ ନିରବଚ୍ଛିନ୍ନ ସଂଘର୍ଷ ବଳବତ୍ତର ରହିଥିଲା ବହୁକାଳ - ଯେଉଁ ମହାସଂଘର୍ଷର ସ୍ପର୍ଶ ଆମେ ଅନୁଭବ କରୁ ପୌରାଣିକ ପରିକଳ୍ପନାରୁ ଆରମ୍ଭ କରି ଲୌକିକ କଥିତ-କାହାଣୀର ପରିସୀମା ପର୍ଯ୍ୟନ୍ତ। ଅବଶେଷରେ ଘଟିଛି ମାନବର ମହାବିର୍ଭାବ। ମାନବ କିନ୍ତୁ ଦେବତା ପକ୍ଷରେ ରହି ଦାନବର ପ୍ରତିପକ୍ଷ ପାଲଟିଲା - ଯେତେବେଳେ ଜନ୍ମ ହୋଇନଥିଲା ଇତିହାସ। ପୁରାଣ ସୂଚନା ଦେଇଛି ଯେ, ଶେଷଯୁଦ୍ଧରେ ଦେବ-ମାନବ ମିଳିତ ପକ୍ଷ ନିକଟରେ ପରାଜୟପ୍ରାପ୍ତ ଦାନବ ଯାଇ ଆଶ୍ରୟ ନେଇଛି ଅତଳ ପାତାଳରେ ! ତୁଷ୍ଟି ଓ ତୋଷାମଦିରେ ଦେବତାର ଅନ୍ତର ଜୟ କରି ମାନବ ଏହାପରେ ହାସଲ କରୁଛି ମର୍ତ୍ତ୍ୟ। ଏପରିକି ଦାନବରାଜ ଦାନବୀର ବଳୀକୁ ପାତାଳ ପେଷିବା ପାଇଁ ଭଗବାନ ବିଷ୍ଣୁ ସ୍ୱୟଂ ବରଣ କରିଛନ୍ତି ବାମନାବତାର ! ଏ ‘ବାମନ’ - ଆକୃତିରେ ‘କ୍ଷୁଦ୍ରମାନବ’ - ପ୍ରକୃତିରେ ‘ନବମାନବ’ ! ଦେବଦେବୀ ରହିଗଲେ ସ୍ୱର୍ଗରେ, ଦାନବଦାନବୀ ପାତାଳରେ। ଦାନବା


News Story - Posted on 2017-03-09

ଜାନକୀମାନେ ନ୍ୟାୟ ପାଇବେ କେବେ?



୧୭ ବର୍ଷ ତଳେ ଜାନକୀଙ୍କ ଭଉଣୀ ବଳାତ୍କାରର ଶିକାର ହୋଇଥିଲେ। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଲୋମଟାଙ୍କୁରା ଅପରାଧ ମାମଲାର ସାକ୍ଷୀ ହେଉଛନ୍ତି ଜାନକୀ। ମାମଲାର ତାରିଖ ପରେ ତାରିଖ ବର୍ଷ ବର୍ଷ ଧରି ଗଡ଼ି ଚାଲୁଛି। ଭୋକ ଉପାସରେ ସଢ଼ୁଥିବା ଜାନକୀ କିନ୍ତୁ ଭଉଣୀର ବଳାତ୍କାରୀକୁ ଦଣ୍ଡିତ କରିବା ପାଇଁ ଆଇନ‍୍‌ ବ୍ୟବସ୍ଥାକୁ ସହଯୋଗ ଦେବା ଲାଗି ଦୁଇ ଛୁଆଙ୍କୁ ଧରି ଚାଲି ଚାଲି ୧୦୦ କିମି ଆସି ଅଦାଲତରେ ହାଜର ହୋଇ ଫେରିଛନ୍ତି।


News Story - Posted on 2017-03-06

ଶୂନ୍ୟରେ ମିଶିଲେ ଶୂନ୍ୟକାଳର ସ୍ରଷ୍ଟା!



୧୯୭୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଗ୍ରହଣ କରିଥିଲେ। ୧୯୮୦ ଯାଏଁ ସେ ଏହି ଦାୟିତ୍ୱରେ ଥିଲେ। ୧୯୮୯ରେ କେନ୍ଦ୍ରାପଡା ଲୋକସଭା ଆସନରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଶ୍ରୀ ରାୟ ନବମ ଲୋକସଭାରେ ୧୯୮୯ ଡିସେମ୍ୱର ୧୯ ତାରିଖରୁ ୧୯୯୧ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଭାବେ କାର୍ଯ୍ୟ କରିବା ସହ ତାଙ୍କ ରାଜନୈତିକ ଦକ୍ଷତାର ପରିଚୟ ଦେଇଥିଲେ। ସେ ବାଚସ୍ପତି ଥିବା ସମୟରେ ଦୂରଦର୍ଶନରେ ଲୋକସଭା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆରମ୍ଭ ହୋଇଥିଲା। ସେହିପରି ଲୋକସଭା ସଦସ୍ୟମାନଙ୍କୁ ବିଭିନ୍ନ ଜନସ୍ବାର୍ଥ ସମ୍ବଳିତ ପ୍ରଶ୍ନ ଓ ପ୍ରସଙ୍ଗ ଉପସ୍ଥାପନ କରିବାକୁ ସେ ଭାରତର ସଂସଦୀୟ ଇତିହାସରେ ଶୂନ୍ୟକାଳ ପରମ୍ପରା ପରମ୍ପରା ପ୍ରଚଳନ କରିଥିଲେ। ଏହା ପୂର୍ବରୁ ୧୯୬୭ ମସିହାରେ ସେ ଲୋକସଭା ସଦସ୍ୟ ହେବା ସମୟରେ ସଂସଦରେ ମାତୃଭାଷା ଓଡ଼ିଆରେ କହି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କର ଓଡ଼ିଆ ଭାଷଣକୁ ଅନକ ସଦସ୍ୟ ବିରୋଧ କରିଥିଲେ ବି ରବି ରାୟ ଏହା ତାଙ୍କର ମୌଳିକ ଅଧିକାର ବୋଲି ଯୁକ୍ତି କରିଥିଲ


News Story - Posted on 2017-01-21

ନିରାପତ୍ତା ରକ୍ଷକ



ପ୍ରଥମ ପ୍ରଥମ ସେହି ଚାରି ମହଲା ପ୍ରସାଦରେ ପାଣି, ବିଜୁଳି  ଏବଂ ଜଗାଳିକୁ ନେଇ ବହୁତ ଅସୁବିଧା ହେଲା। ଆମର ଛୋଟ କୁକୁର ରିଙ୍ଗ ସେହି ଘରକୁ ଜଗିବାକୁ ଲାଗିଲା। ତା’ର ଭୋକାରେ ମୋର ନିଦ ଭାଙ୍ଗିଲା। କିଛି ସିକ୍ୟୁରୁଟି ଗାର୍ଡ଼ ଆସିଲେ ଏବଂ ଗଲେ। ହୁଏତ ସମୟ ଏବଂ ଦରମାକୁ ନେଇ ସବୁ ଘର ଦୁଇ ଟିକିଆ ବଖରା ବିଶିଷ୍ଟ। ଘର ଭିତରେ ଲୋକମାନେ ଚୁପ ଚାପ ରହନ୍ତି। ବାହାର ଦୁନିଆରେ କ’ଣ ହଉଚି କଅଣ ନାହିଁରେ ସେମାନେ ମୁଣ୍ଡ ଖେଳନ୍ତି ନାହିଁ। ସକାଳୁ ସକାଳୁ ସ୍ତ୍ରୀ ଲୋକମାନେ ରାତ୍ରିର ଶୋଇଥିବା ଆଭରଣକୁ ପିନ୍ଧି ଆମ ଘର ଫୁଲ ଅଂକୁଡ଼ି ଦେଇ ତୋଳନ୍ତି, ରିଂଗ ଭୁକେ। ତଥାପି ସେମାନେ ତୋଳି ଚାଲନ୍ତି। ମୋ ସ୍ତ୍ରୀ ରାଗନ୍ତି। କିନ୍ତୁ କିଛି ଫଳ ହୁଏ ନାହିଁ।


News Story - Posted on 2016-12-01

ନୋଟବନ୍ଦୀ, ବାବାଜୀବୋଉ ଓ ସୁବାସଭାଇ



ମୋ ପିଲା ବେଳ କଥା, ସେଇ 1988 କି 89 ର। ଗାଁରେ ଆମ ଘର ପାଖରେ ବାବାଜୀ ବୋଉର ଘର। ନିଆସୀ ବୁଢ଼ୀଟେ। ବିଧବା, ଆଉ ପୁଅ ବାବାଜୀ କାମ ଖୋଜିବାକୁ କଲିକତା ଗଲା ଯେ ଗଲା। ସେଦିନ ସକାଳୁ ଆମ ସମସ୍ତଙ୍କ ନିଦ ଭାଙ୍ଗିଲା ବାବାଜୀ ବୋଉର କାନ୍ଦଣାରେ। ବୁଢ଼ୀ ଗାଳି ଦେଉଥାଏ, ତୋ ବଉଁଶ ବୁଡୁ, ତୁ ବାଡ଼ିରେ ଯା’ରେ ବାଡ଼ିଖିଆ। ନନା(ବପାା) ଦୌଡ଼ିଗଲେ ବୁଢ଼ୀ ଘରକୁ, ଆଉ ନନାଙ୍କ ପଛେ ପଛେ ମୁଁ। ନନା ବାବାଜୀ ବୋଉକୁ ବୋଧ ଦଉ ଦଉ ପଚାରିଲେ, କ’ଣ ହେଇଛି ତ କହ? ବୁଢ଼ୀ କହିଲା, ବୁଝିଲୁ କଇଳାସ, ସେ ଅଳପେଇଶା ସବୁ ନେଇଗଲା, ମତେ ମାରି ଦେଇଗଲା। ନନା କହିଲେ, କିଏ କ’ଣ କଲା? ବୁଢ଼ୀ ବାହୁନି ବାହୁନି କହିଲା, ଚୋର ପଶିଥିଲାରେ କଇଳାସ, ବାଡ଼ିପୋଡା ସବୁ ନେଇଗଲା। ବାସନ କୁସନ ଆଉ ଛେଳି ଦିଟା ଯାକକୁ ବି ଛାଡ଼ିଲାନି। ମୁଁ କ’ଣ କରିବି?


News Story - Posted on 2016-11-17

ଜେଇ ମାକଡାମୀର ଖୋଲା ଚିଠି



ଆପଣ ତ ଆମ ମାଲକାନାଗିରି ଲୋକଙ୍କୁ ଜାଣନ୍ତି। ମୁଁ ଚିଠି ଲେଖିଲା ବେଳେ ଜଣେ କହିଲା, ଆପଣ କୁଆଡେ ଓଡିଆ ବୁଝନ୍ତିନି। ମୁଁ ହସିଲି।  ଆମେ ଆଦିବାସୀ ଲୋକ ଯାହା କହୁ ସେଇଟା କ’ଣ ଓଡିଆ କି? ଓଡିଆ ତ ସାହିତ୍ୟ ବହିରେ ଥାଏ। ମୁଁ ସେ ଲୋକକୁ ସିଧା ସିଧା ଆମ ମାଷ୍ଟରେ ଆଜ୍ଞା କ’ଣ କହିଥିଲେ ଶୁଣେଇ ଦେଲି। ମାଷ୍ଟରେ ଆଜ୍ଞା କହୁଥିଲେ ଆପଣଙ୍କର ଆମ ଆଦିବାସୀ ଲୋକଙ୍କ ପାଇଁ କୁଆଡେ ଭାରି ଦରଦ। ଆପଣ କୁଆଡେ ଜଣେ ଆଦିବାସୀଙ୍କୁ ଦେଶର ରାଷ୍ଟ୍ରପତି ପାଇଁ ଠିଆ କରେଇ ଥିଲେ।


News Story - Posted on 2016-10-22

ଈଶ୍ବରଙ୍କୁ ଚିଠିଟିଏ



ହେ ପ୍ରଭୁ ଏ ଦୁନିଆରେ ଏମିତି କାହିଁକି ହୁଏ? କେଉଁଠି ଖାଇବାକୁ ନପାଇ ଭୋକ ଉପାସରେ ଲୋକ ମରୁଛନ୍ତି ତ ଆଉ କେଉଁଠି ଅଜଣା ରୋଗରେ ପ୍ରାଣ ହରାଉଛନ୍ତି। ମା’ଠୁ ଶୁଣିଛି ଆପଣ ପରା ଏଇ ସୁନ୍ଦର ଦୁନିଆକୁ ନିଜ ହାତରେ ତୋଳିଛନ୍ତି। ଆପଣଙ୍କ ହାତରେ ଗଢ଼ା ହୋଇଥିବା ଏମିତି ସୁନ୍ଦର ଦୁନିଆରେ କାହିଁକି ଏଭଳି ଅଘଟଣ ଘଟେ ପ୍ରଭୁ। ମା’କୁ ପଚାରିଲି ଯେ ସେ କହିଲାନି। ସେଥିପାଇଁ ଭାବିଲି ଆପଣଙ୍କୁ ପଚାରିବି। ଆଉ ଏଇ ଚିଠି ଲେଖିବା ପୂର୍ବରୁ ଟିକେ ଜଣାଇ ଦେବି। ଆଗରୁ କେବେ କାହାକୁ ଚିଠି ଲେଖିନି। ସେଥିପାଇଁ ପ୍ରିୟର ଲେଖିବି ନା ସ୍ନେହର ଲେଖିବି ନା ମାନନୀୟ ଲେଖିବି ଜାଣିନି...


News Story - Posted on 2016-10-02

କେତେ ଦାନଙ୍କୁ ମିଳିବ ସହାୟତା?



ସଂସାରରେ ଦାନ ମାଝି ପରି ଅନେକ ଲୋକ ଅଛନ୍ତି। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶବ ବୁହା ହେବା ଘଟଣା, ରାସ୍ତା କଡ଼ରେ ପ୍ରସବଠାରୁ ଆରମ୍ଭ କରି ଅନାହାର ମୃତ୍ୟୁ ସଂଖ୍ୟା ଢେର୍ ଅଧିକ। ଗରିବୀର ମାଡ଼ ଯୋଗୁଁ ଦାନ ନିଜ ସ୍ତ୍ରୀକୁ ହରାଇଥିଲା। ହୁଏତ ତା’ ଭଳି ଆହୁରି ଅନେକ ଦାନ ମାଝି ପ୍ରତିଦିନ ଏମିତି ନିଜ ମାଇକିନା କିମ୍ବା ଝିଅ ଅବା ବୋହୂକୁ ହରାଉଥିବେ। ହେଲେ ସେମାନଙ୍କ ପାଖରେ ନା ପହଞ୍ଚି ପାରୁଛି କୌଣସି ସରକାରୀ ସହାୟତା ନା କ୍ୟାମେରାର ଲେନ୍ସ। ସେମାନେ ଯଦି ଏମିତି ଦୃଷ୍ଟିଗୋଚର କିମ୍ବା ଲୋକଲୋଚନକୁ ଆସନ୍ତେ ତେବେ ବୋଧହୁଏ ଏଇ ଦାନ ମାଝି ଭଳି ସେମାନଙ୍କ ନିକଟରେ ମଧ୍ୟ ଏମିତି ସହାୟତାର ହାତ ବଢ଼ି ପାରନ୍ତା।


News Story - Posted on 2016-10-02

କାଗଜ ବନ୍ଦ କରିଥାନ୍ତେ ଗାନ୍ଧୀ!



ପ୍ରାର୍ଥନା ସଭା। ୧୯୪୬ ଜୁନ‌୍‍ ୧୯ ତାରିଖ। ଦେଶ ସ୍ୱାଧୀନ ହେବାକୁ ଆଉ ଅଳ୍ପ କେଇ ମାସ ବାକି ଥାଏ। ଗାନ୍ଧି ସେ ଦିନ କହିଥିଲେ - ମତେ ଯଦି କିଏ ଦିନକ ପାଇଁ ଅଧୀଶ୍ୱର କରି ଦିଅନ୍ତି. ମୁଁ ହୁଏତ ଏଠାକାର ସବୁ ଖବରକାଗଜକୁ ବନ୍ଦ କରି ପକାନ୍ତି। ପରେ ମୁହୂର୍ତେ ବିଶ୍ରାମ ନେଇ ଗାନ୍ଧି ଯୋଡ଼ିଥିଲେ- କେବଳ ହରିଜନ ପତ୍ରିକାକୁ ବାଦ‌୍‍ ଦେଇ ହୁଏତ। କାରଣ- ବିଜ୍ଞାପନ, ଆଡ‌୍‍ଭୋଟୋରିଆଲ‌୍‍ (ବିଜ୍ଞାପନ ସଂପର୍କିତ ସଂପାଦକୀୟ), ରେସପନ‌୍‍ସ ଫିଚର‌୍‍ (ବିଜ୍ଞାପନ ଉପରେ ଆଧାରିତ ନିବନ୍ଧ) ଭିତରେ ସାମ୍ୱାଦିକତା ହୁଏତ ହଜିସାରିଛି।


News Story - Posted on 2016-10-01

ଯୁଦ୍ଧ ହେଲେ କ’ଣ ହେବ?



ଏହା ସତ୍ୟ ଯେ ପାକିସ୍ତାନର ଯେ କୌଣସି ନଗ୍ନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ସମର୍ଥ। ପାକିସ୍ତାନ ଉସ‍୍‌କାଣର କଡ଼ା ଜବାବ ଦେବାର ଶକ୍ତି ଓ ସାହସ ମଧ୍ୟ ଭାରତର ଅଛି। କେତେବେଳେ ଏବଂ କେଉଁଠି ଯୁଦ୍ଧ ଆରମ୍ଭ ହେବ ସେ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ଭାରତର ଅଛି। ତେବେ ବର୍ତ୍ତମାନ ଭାରତ ପ୍ରତି ଖୋଲାଯୁଦ୍ଧର ଆହ୍ୱାନ ନାହିଁ। ଆହ୍ୱାନ ଅଛି ସନ୍ତ୍ରାସବାଦର। ଆଂଶିକ ଖୋଲାଯୁଦ୍ଧ ଆତଙ୍କବାଦର ମୂଳପୋଛ କରିପାରିବ ନାହିଁ। କାଶ୍ୱୀରରେ ସକ୍ରିୟ ଜୈଶ-ଏ-ମହମ୍ମଦ ବା ଲସ‍୍‌କର-ଏ-ତୋଏବାକୁ ମୂଳପୋଛ କରୁ କରୁ ତାଲିବାନ, ଆଇଏସ‍୍‌ ଓ ଅଲକାଏଦା ସନ୍ତ୍ରାସବାଦୀ ଗୋଷ୍ଠୀ ସେମାନଙ୍କ ସ୍ଥାନରେ ସକ୍ରିୟ ହୋଇଯିବାର ସମ୍ଭାବନା ଅଛି। ମୁସ‍୍‌ଲିମ‍୍‌ ରାଷ୍ଟ୍ରମାନଙ୍କର ଏକ ସଂଗଠନ ଅଛି। ଏହି ଇସ‍୍‌ଲାମୀୟ ରାଷ୍ଟ୍ର ସଂଗଠନ ବିଚରା ପାକିସ୍ତାନକୁ ଅନ୍ଧଭାବରେ ସମର୍ଥନ କରିବ। ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେବ। ଭାରତ ଭଳି ଏକ ପରିପକ୍ୱ ଗଣତାନ୍ତ୍ରିକ ମାନବବାଦୀ ରାଷ୍ଟ୍ର ଚଟାପଟ ଯୁଦ୍ଧକୁ ଓହ୍ଲାଇ ପଡ଼ିବା ସ୍ପୃହଣୀୟ ହେବ ନାହିଁ। ଯୁଦ୍ଧ ହେଉଛି ଶେଷ ଅସ୍ତ୍ର। ଏହି ଅସ୍ତ୍ର ପ୍ରୟୋଗ ପୂର୍ବରୁ ଅନ୍ୟ ସମସ୍ତ ଅସ୍ତ୍ରର ପ୍ରୟୋଗ ସାର


News Story - Posted on 2016-09-30

ବାଣୀ, ବଚନ, ପ୍ରତିଶ୍ରୁତି



ଅଙ୍ଗଲିଭା କଥା। ସତୁରୀ ଦଶକର ଶେଷ ଭାଗ। ପ୍ରଥମ ଥର ଦିଲ୍ଲୀ ଯାଉଥାଏ। ବାହାଘର ନୂଆନୂଆ। ପତ୍ନୀ ନିଜ ପାଇଁ କିଛି ଆଣିବାକୁ ଶକ୍ତ‌୍‍ ମନା କରିଥିଲେ। ବରଂ କହିଲେ ଯେ ଯଦି ଟୁର‌୍‍ ପଇସାରୁ କିଛି ‘ମାରି ପାରିବ କି ବଞ୍ଚେଇ ପାରିବ’, ତା’ହେଲେ ‘ବୋଉ’ଙ୍କ ଲାଗି ଖଣ୍ଡେ ଚଉଡ଼ା ନାଲି ବର୍ଡର ସିଲ‌୍‍କ ଶାଢ଼ି ଆଣିବ। ମାନଚିତ୍ର ଦେଖି ସେ ଜାଣିଥିଲେ ସେଠୁଁ କାଶ୍ମୀର ପାଖ, ତେଣୁ ଦିଲ୍ଲୀରେ ସିଲ‌୍‍କ ଶସ୍ତା। ବାପାଙ୍କ ଲାଗି ହଳେ ଲେଦର‌୍‍ ଚପଲ। ସେଠୁ ଲକ୍ଷ୍ନୌ ପାଖ। ଏମିତି ତାଲିକାରେ ‘କମ୍ପଲସରି’ ଥିଲା ଆଠ ଦଶ, ଆହୁରି ଦେଢ଼ କି ଦି’ ଡଜନ ‘ଅପ୍ସନାଲ‌୍‍’।


News Story - Posted on 2016-09-26

ଇତିହାସର ରଙ୍ଗ କ’ଣ ଗୈରିକ?



ଇତିହାସରେ ଅନେକ ସତ୍ୟ ଉପେକ୍ଷିତ ହୋଇପାରେ, ଅନେକ ମିଛ ଅନୁପ୍ରବେଶ କରିପାରେ, କିନ୍ତୁ ମଣିଷ ସଭ୍ୟତାର ଏକ ସ୍ଥୁଳ ଅତୀତକୁ ପରିପ୍ରକାଶ ଓ ଅଭିବ୍ୟକ୍ତ କରିବାକୁ ଇତିହାସ ସମର୍ଥ। ଇତିହାସ ପଙ୍ଗୁ ବା ସ୍ଥବିର ନୁହେଁ। ଏହା ଚଳଚଞ୍ଚଳ ଜୀବନ୍ତ। ନୂତନ ତଥ୍ୟର ଆବିଷ୍କାର ସହିତ ଇତିହାସ ପରିମାର୍ଜିତ ହେଉଛି। ଇତିହାସରୁ ଅନେକ କଳୁଷ ଅପସାରିତ ହୋଇଯାଉଛି। ଏହି ପରିବର୍ତ୍ତନ ପ୍ରକ୍ରିୟା, ଗବେଷଣା ଦ୍ୱାରା ଇତିହାସକୁ କଷଟି ପଥର ଦ୍ୱାରା ପରୀକ୍ଷା କରାଯାଉଛି। ଇତିହାସର ବିଶୁଦ୍ଧିକରଣ ପ୍ରକ୍ରିୟା ଅହରହ ଚାଲିଛି। ଇତିହାସରେ ଯାହା ଲେଖାଯାଇଛି ତାହା ଅବଧାରିତ ଚୂଡାନ୍ତ ସତ୍ୟ ନୁହେଁ। ଇତିହାସ ସ୍ଥାଣୁ ନୁହେଁ। ନୂଆ ପ୍ରମାଣ ସହିତ ଏହା ନୂଆଦିଶାରେ ପ୍ରବାହିତ ହେବାକୁ ବାଧ୍ୟ।


News Story - Posted on 2016-09-16

ସଲମାନ ଖାଁ ନିର୍ଦ୍ଦୋଷ!



ସଲମାନ ଖାନ କୃଷ୍ନସାର ମୃଗ ଶିକାର କରି ନାହାଁନ୍ତି, ଏହା ସତ୍ୟ। ପ୍ରମାଣ ନଂ- ୧. ସେ ସଲମାନ ଖାନ। ୨. ସେ ଏ ପର୍ଯ୍ୟନ୍ତ ରାସ୍ତାକଡେ ଶୋଇଥିବା ଗୋଟିଏ ବି ଲୋକକୁ ମଦ୍ୟପାନ କରି ଗାଡି ଚଳାଇ ଦଳିଦେବା ଭଳି ଅପରାଧଟିଏ କରି ନାହାଁନ୍ତି। ୩. ଯେହେତୁ ଆକାଶର ରଙ୍ଗ ନୀଳ।


News Story - Posted on 2016-08-28

ଅମାଙ୍ଗ ଦେଇର ଚିଠି



ତମକୁ କିନ୍ତୁ ବଞ୍ଚିବାକୁ ପଡ଼ିବ। ତମ ପାଇଁ, ଆମ ୩ ଝିଅଙ୍କ ପାଇଁ। ଏବେ ଠୁଁ ସେମାନଙ୍କ ପାଇଁ ତମେ ଆଉ ତମ ପାଇଁ ସେମାନେ। ତମ ପରି ସ୍ୱାମୀ ପାଇଛି ଆଉ ଈଶ୍ୱରଙ୍କ ନିକଟରେ ମନେ ମନେ ପ୍ରାର୍ଥନା କରୁଥିଲି ତମ ପରି ସ୍ୱାମୀ ମୋତେ ସବୁ ଜନ୍ମରେ ମିଳୁଥାଉ! ମୁଁ କଥା ଦେଉଛି ତମର ଶଦ୍ଦବିହୀନ ଭଲପାଇବାର ଋଣ ନିଶ୍ଚିତ ଆର ଜନ୍ମରେ ଶୁଝିଦେବି। ଏ ଜନ୍ମରେ ସିନା ଗୋଟେ ରୋଗିଣା ସ୍ତ୍ରୀ କିନ୍ତୁ ଆର ଜନ୍ମରେ ଈଶ୍ୱରଙ୍କୁ ଡାକୁଛି ସେମିତି ନ ହୁଏ। କିନ୍ତୁ ମୋର ତମକୁ ଅନୁରୋଧ କୌଣସି ପରିସ୍ଥିତିରେ ତମେ ଭାଙ୍ଗିପଡ଼ିବନି ଆଉ କେବେ ବି ଦୁଃସାହିକ ପଦକ୍ଷେପ ନେବ ନାହିଁ। ତମେ କୁହ, ତମେ ଯଦି ସେମିତି କରିବ ଆମ ୩ ଝିଅ କାହା ମୁହଁକୁ ଚାହିଁ ବଞ୍ଚିବେ। ସେମାନେ କରିବେ କ’ଣ? ତମେ ଧୈର୍ଯ୍ୟ ଧର। ସବୁ ଠିକ‌୍‍ ହୋଇଯିବ!


News Story - Posted on 2016-08-28

ଦାନ ମାଝୀ କିଏ ଯେ?



ମାଲିକେ, ସେଇଟା କେବଳ ତା ସ୍ତ୍ରୀର ଶବ ନୁହେଁ। ମନେ ରଖନ୍ତୁ, ସେଇଟା ହେଉଛି ଯକ୍ଷ୍ମା ନିରାକରଣ ଯୋଜନାରେ ଖର୍ଚ ହେଇଥିବା ହଜାର ହଜାର କୋଟି ଟଙ୍କା ପୋଷ୍ଟ ମୋର୍ଟମ ରିପୋର୍ଟ। ଯାହାକୁ ଆପଣ, ଆପଣଙ୍କ ବାବୁ ଆଉ ଏବର ନୂଆ ନୂଆ ଧୋବଧଉଳିଆ ଏନଜିଓ ସାର୍‌ ମାନେ ମର୍ଡର କରିଥିଲେ। ଦାନ ମାଝୀ ଉଠେଇ କି ଯାଉଥିଲା ଭୁଲୁଣ୍ଠିତ ମାନବିକତାର ସେଇ ବୋଝଟି, ଯାହା ଆମକୁ ଇଂରାଜୀ କି ଓଡିଆ କୌଣସି ମାଧ୍ୟମ ବିଦ୍ୟାଳୟର ବସ୍ତାନିରେ କେବେ ବି ଦିଆଯାଇନି। ମାଝୀ ଉଠେଇ ଚାଲିଥିଲା ସେଇ ନ୍ୟୁନତମ ଉତ୍ତର ଦାୟିତ୍ଵକୁ  ଯାହା ପ୍ରଭୁତ୍ଵ ସାଙ୍ଗରେ ରାମାୟଣ ଓ ମହାଭାରତ ଯୁଗରେ ବି ରାମ କୃଷ୍ଣ ଆଉ ଦଶରଥଙ୍କ ପାଖେ ଥିଲା, ହେଲେ ଆମ ନୂଆ ରାଜା ତାଙ୍କ ମନ୍ତ୍ରୀ ଅମାତ୍ୟଙ୍କ ପାଖେ ନାହିଁ।


News Story - Posted on 2016-08-15

ଶୁଖିଯାଉଛି ମାତୃତ୍ୱର ଧାରା!



ନିକଟରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ଜରାଶ୍ରମକୁ ଯାଇଥବା ବେଳେ କୌଣସି ଅନ୍ତେବାସୀ ସେମାନଙ୍କ ପୁଅ ବୋହୂ କିମ୍ୱା ଝିଅ-ଜ୍ୱାଇଁଙ୍କୁ ଅବହେଳା ପାଇଁ ଗାଳି ଗୁଲଜ କରିନଥିଲେ। ଯେତେ ଉସୁକାଇଲେ ବି ସେମାନେ ଉତ୍ତେଜିତ ହୋଇନଥିଲେ ବରଂ ପୁଅ-ବୋହୂ, ନାତି-ନାତୁଣୀଙ୍କ ପ୍ରତି ଆଶୀର୍ବାଦ ଅଜାଡ଼ି ଦେଇଥିଲେ। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ, ହେମାମାଳିନୀଙ୍କ ସଂଳାପ ଏକ ବ୍ୟତିକ୍ରମ। ଏହା ଆଦୌ ସ୍ପୃହଣୀୟ ନୁହେଁ। ମାଆଟିଏ ସ୍ୱତନ୍ତ୍ର ଜନ୍ମ ନେଇ ଆସିଥାଏ। ମଦର ଇଜ‌୍‍ ଏ ସ୍ପେଶାଲ ବ୍ରିଡ଼ ବୋଲି କୁହାଯାଇଥାଏ। ତେବେ ଦୁଃଖର କାରଣ ଏହିକି ଯେ, ହେମାମାଳିନୀଙ୍କର ଏହି ଉକ୍ତିକୁ କୌଣସି ଦର୍ଶକ ପ୍ରତିବାଦ କରିନାହାଁନ୍ତି। କୌଣସି ନାରୀ ସଂଗଠନ କିମ୍ୱା ମାତୃ ସଂଗଠନ ବିରୋଧ କରିନାହାଁନ୍ତି। ଆଜିକାଲିର ନାରୀ ସମାଜ ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାବେଳେ ସେମାନଙ୍କ ପ୍ରତି ହେଉଥିବା ପ୍ରତ୍ୟେକ ମନ୍ତବ୍ୟର ବହୁ ତର୍ଜମା ହେଉଛି। ପ୍ରତିବାଦ ହେଉଛି- ଗଣ ଆନ୍ଦୋଳନ ହେଉଛି - ବିଧାନସଭା ଓ ଲୋକସଭାରେ ପ୍ରସଙ୍ଗ ଉଠୁଛି। ମାତ୍ର ଗୋଟିଏ ମାଆର ପିଲାମାନଙ୍କ ପ୍ରତି ସ୍ନେହ ନାହିଁ ବୋଲି ହୋଇଥିବା ମନ୍ତବ୍ୟ କିପରି କୋଟି କୋଟି ଲୋକଙ୍କ ଦ

News Story - Posted on 2016-05-27

ମ୍ୟାଡାମ, ଆପଣଙ୍କ ପ୍ରିୟର ଆଡାମ...



ରୁହନ୍ତୁ ରୁହନ୍ତୁ ମ୍ୟାଡାମ। ଟିକେ ରୁହନ୍ତୁ। ଆପଣ ନିଜ ଶଶୁରଙ୍କୁ ବାବୁଜୀ ଭାବନ୍ତୁନି କି ଶାଶୁଘରକୁ ୩ ବର୍ଷ ପରେ ଝିଅ ସାଜି ଯାଉଛନ୍ତି ବୋଲି ନିଜକୁ ମୀରା କୁମାର ଭାବନ୍ତୁନି। ଏ ଉଦାହରଣରେ ମୁଁ ଏତିକି କହିବାକୁ ଚାହୁଁଥିଲି ଯେ ଅପତ୍ୟ ପାଇଁ ପିତୃ ଜାତକରେ ଅନେକ ଥର ରାଜଯୋଗ ହାନି ଆସିଛି। ସେଇଟା ନୂଆ କଥା ନୁହଁ। ହେଲେ କଥାଟି ହେଲା, ଧଳା କାମିଜରୁ କାଦୁଅ ହଟିଗଲା ପରେ ବି କାମିଜ ପୂର୍ବ ପରି ସେତିକି ଧଳା ରୁହେନି। ଆପଣଙ୍କ ଶଶୁର ରାଜ୍ୟସଭା ମୁଆଁ ଖାଇବେ କି ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ଚା ପିଇବେ, ସେ ଅଲଗା କଥା। କିନ୍ତୁ, ଥରେ ନିଜକୁ ସାଧାରଣ ଶ୍ରାବଣୀ କରି ଭାବନ୍ତୁ, ଆପଣ ମହମିଳନ ସମୟରେ ଯେଉଁ ଜଗନ୍ନାଥ ସଂସ୍କୃତି ଆଉ ଓଡିଆ ଘର ପରମ୍ପରା କଥା କହୁଥିଲେ ସେଠି କେଉଁ ବୋହୂ ଶାଶୁ ଶଶୁରଙ୍କୁ ଏତେ ହଲାପଟା କରିଛି?


News Story - Posted on 2016-05-22

ବୈରୀ-ବଡ଼ଚଣାରେ ଗାନ୍ଧୀ ପଦଯାତ୍ରା



ଗାନ୍ଧୀଙ୍କ ସହିତ ସେଦିନ ରେଳଗାଡ଼ିରୁ ଓହ୍ଲାଇଥିଲେ ମାଲକାନଜୀ ଓ ଅନ୍ୟ ବହୁ ନେତୃସ୍ଥାନୀୟ ବ୍ୟକ୍ତି। ତାଙ୍କ ଉପରେ ନ୍ୟସ୍ତ ଥିଲା ଗାନ୍ଧୀଙ୍କର ପୁରୀଠାରୁ ଭଦ୍ରକ, ବାଲେଶ୍ୱର ଯାତ୍ରାର ଆୟୋଜନ ଦାୟିତ୍ୱ। କଂଗ୍ରେସ ସାମ୍ୟବାଦୀ ଦଳର ବରିଷ୍ଠ ନେତା ବମ୍ୱେର ମୀନୁ ମାସାନି ଓ ଇଂଲଣ୍ଡ ଅଧିବାସୀ ଜଣେ ବିଶିଷ୍ଟ ମହିଳା ମିସ ଆଗାଥା ହାରିସନ ମଧ୍ୟ ଏହି ସହଯାତ୍ରୀ ଦଳରେ ଥିଲେ। ଷ୍ଟେସନରେ ଓହ୍ଲାଇବା ପରେ ଗାନ୍ଧିଜୀ ପ୍ରଥମେ ତଦାରଖ କରିଥିଲେ ସହଯାତ୍ରୀମାନଙ୍କର ଜିନିଷପତ୍ର ଠିକଠାକ ଅଛି କି ନାହିଁ। ସେଦିନ ଥିଲା ସୋମବାର-ଗାନ୍ଧିଜୀଙ୍କର ସାପ୍ତାହିକ ମୌନ ଦିବସ। ତଥାପି ଠାର ଦ୍ୱାରା ଜିନିଷପତ୍ର କାହା ଦାୟିତ୍ୱରେ ଏବଂ କେମିତି ଯିବ ସେ ତଦାରଖ କରିଥିଲେ। ଗାନ୍ଧୀଙ୍କ ଆଗମନରେ ସକାଳୁ ସକାଳୁ ବୈରୀ ଷ୍ଟେସନଟି ପ୍ରକମ୍ପିତ ହୋଇଥିଲା ତାଙ୍କ ସ୍ୱାଗତ ଧ୍ୱନିରେ। ସେହିଦିନ ଷ୍ଟେସନରେ ହିଁ ସକାଳୁଆ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ଆସିଥିବା ବଳଦ ଗାଡ଼ିରେ ଜିନିଷପତ୍ର ବୋଝେଇ ହେବା ପରେ ଚମ୍ପାପୁର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା। ବାଟରେ ପଡ଼ିଥିଲା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଛତିଆବଟ।


News Story - Posted on 2016-05-21

ବୁଦ୍ଧ ଓଡ଼ିଆ ଥିଲେ କି?



ପ୍ରଫେସର ଭାସମ‌ଙ୍କ ମତରେ ସାର୍ ଆଲେକ୍ଜାଣ୍ଡାର କନ୍ନିଙ୍ଗହାମ‌ଙ୍କ ସମୟରୁ ହିଁ ସାରା ପୃଥିବୀ ଜାଣିଛି ଯେ ବୁଦ୍ଧ ନେପାଳର ତରେଇ ଅଂଚଳର ରୁମିଣ୍ଡେଇ ନିକଟବର୍ତ୍ତୀ ଲୁମ୍ବିନିଠାରେ ଜନ୍ମ ଗ୍ରହଣ କରିଥିଲେ। ରୁମିଣ୍ଡେଇରୁ ହିଁ ବୁଦ୍ଧ ଜନ୍ମ ସଂପର୍କୀତ ପ୍ରଥମ ଶୀଳାଲେଖ ଆବିଷ୍କୃତ ହୋଇଥିଲା। କିନ୍ତୁ ଏକଥା ସତ୍ୟ ଯେ ସାର୍ କନ୍ନିଙ୍ଗହାମ୍‌ ତାଙ୍କର ଭାରତର ପ୍ରାଚୀନ ଭୂଗୋଳ ପୁସ୍ତକରେ ରୁମିଣ୍ଡେଇ ସହିତ କପିଳବାସ୍ତୁ କିମ୍ବା ମୁନୀ କପିଳଙ୍କର କୌଣସି ସଂପର୍କ ନଥିବା କଥା ଉଲ୍ଲେଖ କରିଛନ୍ତି। ସେହିପରି ଅନ୍ୟ ଜଣେ ଐତିହାସିକ ଡକ୍ଟର ସ୍ମିଥ୍‌ ମଧ୍ୟ କହିଛନ୍ତି ଯେ ନେପାଳର ଯେଉଁ ଅଂଚଳରୁ ଏପରି ଏକ ଶୀଳାଲେଖ ଆବିଷ୍କୃତ ହୋଇଥିଲା ତାହାର ନାମ କେବେ ବି ରୁମିଣ୍ଡେଇ ନଥିଲା। ତାଙ୍କ ମତରେ ଫୁହରର ନାମକ ଜଣେ ପ୍ରତ୍ନତତ୍ତ୍ବବିଦ ସେ ସ୍ଥାନର ସେହି ନାମକରଣ କରିଥିଲେ।


News Story - Posted on 2016-05-19

ସରକାର କି ଚିଜ?



ବିଭିନ୍ନ ସମୟରେ ସରକାର କିଛି ମାଗଣା ଦେବା ବ୍ୟବସ୍ଥା କରିଦେଲେ ଲୋକମାନେ ଖୁସି ହୁଅନ୍ତି। ଲୋକେ ଜାଣନ୍ତି ନାହିଁ ଯେ ସେମାନେ ଯେଉଁ ସୁବିଧା ପାଇଁ ଏତେ ଖୁସି ହେଉଛନ୍ତି ସେଥିପାଇଁ ସେମାନେ ବହୁତ ମୂଲ୍ୟ ଦେବାକୁ ପଡେ। ଇନ୍ଦିରା ଆବାସ ଘର କିମ୍ବା ଅନ୍ୟ କିଛି ଯୋଜନାର ଘର ପାଇବା ପାଇଁ ଧାର୍ଯ୍ୟ ନିୟମ ରହିଛି। ସେହି ଯୋଗ୍ୟତା ବା ସର୍ତ୍ତ ପୂରଣ କରୁଥିବା ଲୋକଟି ଏଭଳି ଯୋଜନାର ହିତାଧିକାରୀ ହୋଇଥାଏ। ସେଥିପାଇଁ ଗ୍ରାମସଭାର ନିଷ୍ପତ୍ତି ଚୂଡ଼ାନ୍ତ। ଗ୍ରାମସଭା ନିଷ୍ପତ୍ତି ବାହାରେ ସରପଂଚ, ସମିତି ଅଧ୍ୟକ୍ଷ, ବିଡିଓ, କଲେକ୍ଟର, ସଚିବ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏପରିକି ରାଷ୍ଟ୍ରପତି ମଧ୍ୟ କିଛି କରିପାରିବେ ନାହିଁ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏମିତି ଚାଲି ନାହିଁ। ପଂଚାୟତ ଓ ସମିତି ସ୍ତରେର ୧୦ରୁ ୨୦ ହଜାର ଟଙ୍କା ଲାଂଚ ଦେଲେ ଇନ୍ଦିରା ଆବାସ ଯୋଜନାର ହିତାଧିକାରୀ ତାଲିକାରେ ନାଁ ଚଢ଼ିଯାଏ। ଯେହେତୁ ପଲ୍ଲିସଭା କିମ୍ବା ଗ୍ରାମସଭା ନିୟମିତ ହୁଏ ନାହିଁ ଏବଂ ଉପଯୁକ୍ତ ହିତାଧିକାରୀ ତାଲିକା ପ୍ରକାଶ ପାଏ ନାହିଁ ତେଣୁ ହିତାଧିକାରୀ ଯୋଗ୍ୟତା ଥିଲେ ମଧ୍ୟ କାଳେ ତାହାକୁ ମିଳିବ ନାହିଁ ସେହିପ୍ରକğ


News Story - Posted on 2016-04-22

ଭାଇ, ହାଉଲେ ଚାଲ



ଏସବୁର ଆଭିମୁଖ୍ୟ ଏକା ପରି ଲାଗୁଥିଲେ ସୁଦ୍ଧା, ବାରୁଆଳି-ରୂପ ଏକା ନୁହେଁ। ‘ଭାରତ-ମାତା’ର ଅର୍ଥ ଜେ.ଏନ.ୟୁ.ରେ ଗୋଟେ ପ୍ରକାରେ ତ କାଶ୍ମୀରରେ ଆଉ ପ୍ରକାରେ। ହାସ୍ୟାସ୍ପଦଭାବେ ଶବ୍ଦଗୁଡ଼ିକର ବ୍ୟୁତ୍ପତ୍ତି ଓ ବ୍ୟାଖ୍ୟା କରାଯାଉଛି। କିଏ କହୁଚି, ଆମେ ‘ଭାରତ-ମାତା କୀ ଜୟ’ କହିବୁନି ତ ଏହାକୁ ବିରୋଧ କରି ପ୍ରତିବାଦୀ କହୁଛନ୍ତି - ଖେଳଘର ପଡ଼ିଚି କି? ତୁମକୁ ଆମେ ଛାଡ଼ିବୁନି। ଏଯାଏଁ ଭାରତରୁ ସବୁ ସୁଖସୁବିଧା ଉପଭୋଗ କରି ପର ଦେଶକୁ ପୂଜୁଥିଲ। ଆଉ ହେବନି। ଏବେ ସୁଯୋଗ ଆସିଛି - ତୁମ ନାକ ଧରି ‘ଭାରତ’ ଦେଖେଇ ଦିଆଯିବ। ‘ସେକୁଲାର’ ଢାଲ ଧରି ‘ଭାରତମାତା’ର ବରବାଦୀ ପାଇଁ ଆହ୍ୱାନ ଦେଉଥିବା ସମସ୍ତଙ୍କୁ ‘ଧର୍ମନିରପେକ୍ଷତା’ ଓ ଦେଶଭକ୍ତି ଶିଖେଇଦେବୁ। ଏ ସ୍ଲୋଗାନଡ଼ିକୁ କେହି ରାବିଲେ ବା ନରାବିଲେ ଦେଶର କିଛି କ୍ଷତି ହେବାର ନାହିଁ। 

 


News Story - Posted on 2016-04-22

ଅଥ ଶ୍ରୀ ବେଙ୍ଗ ଉପାଖ୍ୟାନ



ଏବେ ଯଦି ପଚରାଯାଏ ବେଙ୍ଗକୁ କିଏ ମାରିଲା ଅନେକ ଉତ୍ତର ଦେଇ ପାରନ୍ତି ଯେ ପାଣିର ଉତ୍ତାପ। ହେଲେ ଟିକେ ତଳେଇ ଭାବିଲେ, ସତରେ କଣ ସେଇଟା? ନା, ବେଙ୍ଗକୁ ‘କେତେ ବେଳେ ଡେଇଁବି’ ସେ ନିଷ୍ପତ୍ତି ଠିକ ସମୟରେ ନନେଇ ପାରି ଉପଯୋଜନରେ ବ୍ୟସ୍ତ ରହିବା ହିଁ ଆର ପୁରରେ ପହଞ୍ଚାଇଲା? ଆମେ ଯେତିକି ସମୟ ଓ ଶକ୍ତି ‘ହଁ ମ ଚଳୁଛି’ ରେ ନଷ୍ଟ କରୁ ତାର ଦଶ ଭାଗରୁ ଭାଗେ ଯଦି ସମସ୍ୟାର ପ୍ରତିକାର ଓ ପ୍ରତିରୋଧରେ ଲଗାନ୍ତେ ତାହାଲେ ହୁଏତ ଆମ ଅବସ୍ଥା ସେ ବେଙ୍ଗ ଭଳି ହୁଅନ୍ତା ନାହିଁ। ଗୋଟେ ବିଷମ ବଳୟରୁ ବାହାରିବା ପାଇଁ କେତେବେଳେ ସେହି ବଳୟ ବାହାରକୁ ଡେଇଁବାକୁ ପଡିବ ସେ ନିଷ୍ପତ୍ତି ହିଁ ଜୀବନ ଓ ମରଣର ଫରକ ସ୍ଥିର କରେ। ଶକ୍ତି ଥାଉ ଥାଉ ଡେଇଁବା ହିଁ ବୁଦ୍ଧିମତାର ପରିଚୟ। 

 


News Story - Posted on 2016-04-19

ଆସ ରେ ଅମେ ଗାଁକୁ ଯିବା...



ଏବେ ତ ବସନ୍ତ ଋତୁ। ସକାଳୁ ସକାଳୁ ନିମ ଗଛରେ ହଳଦୀ ବସନ୍ତମାନେ ଯୋଡି ଯୋଡି ହୋଇ ବସିଥିବେ ଫୁଲ ଖାଇବା ପାଇଁ। କି ସୁନ୍ଦର ସେ ଦୃଶ୍ୟ! ସବୁଠୁ ବଡ କଥା ହେଲା ଏ ସବୁର ଫଟୋ ଉଠାଇ ଫେସବୁକରେ ଛାଡିବା। ଓହୋ କେତେ ଲାଇକ୍ ମିଳିବ। ଏବେ ଖେତରେ ହଳ ହଉ ଥିବ, ହଳ ତ ଜୀବନରେ କେବେ କରିନେ। ତ କଣ ହେଲା? କଣ୍ଟିରେ ଟିକେ ହାତ ଲଗେଇ ଫଟୋ ତ ଉଠାଇ ହେବ ନା! ଏଠି ଖାଲି କ୍ରିକେଟ୍ ଖେଳ ଟିଭିରେ ଦେଖି ଦେଖି ମଣିଷ ବହୁତ ଅଳସୁଆ ହେଇ ଗଲାଣି। ସେଠି ତ ଗାଁରେ ବାଗୁଡି, ଗୋବର ଦଣ୍ଡା, ବହୂଚୋରୀ, ରୁମାଲ ଚୋରି, ଗିଲିଦଣ୍ଡା, ତାସ, ପଶା.. କେତେ କ’ଣ ଖେଳ? ଏ ସବୁ ଗାଁ ଲୋକଂକ ସାଂଗରେ ଖେଳିଲେ ଆର ଥରକୁ ଭୋଟଟା ବି ପକ୍କା ଜାଣ।

 


News Story - Posted on 2016-04-14

ପ୍ରେସ୍- ବାବୁମିଆଁର ଖାସି ମାଂସ



ଭାରତୀୟ ଗଣତନ୍ତ୍ରରେ ସବୁଠାରୁ ବଡ଼ ବିପତ୍ତି କ’ଣ? ତାଲିକା କରିବାକୁ କୁହାଗଲେ ପ୍ରମୁଖକୁ କିଏ ଆସିବ ଏହାର ସ୍ଥୂଳ କି ନିରପେକ୍ଷ ଉପସ୍ଥାପନା ପ୍ରାୟ ସମ୍ଭବ ନୁହେଁ। ରାଷ୍ଟ୍ରରେ କିଏ ଅଧିକ ଗଣତନ୍ତ୍ର ବୁଝେ ବା କାହା ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ, ସେପରି ବିବାଦର ସୂତ୍ରପାତ ବାରମ୍ୱାର ହେଉଛି। ସଜାଡ଼ିବା ଅସୁବିଧା। ତେଣୁ ସେଠୁ ବାଟ କାଟିବାର ସହଜ ଉପାୟମାନ ମଧ୍ୟ ମିଳୁଛି। ଦୁର୍ନୀତି, ଆଇନଶୃଙ୍ଖଳା, ସାମାଜିକ ନୈତିକତା ଓ ମୂଲ୍ୟବୋଧର ସୁରକ୍ଷା - ଏମିତି ଦି’ ଚାରିଟା କଥା ଉଠେଇଲେ, ବାବୁମିଆଁମାନେ ଖୁସ୍, ଲୋକେ ବି ଖୁସ୍। ଜୁଡ଼ିସିଆରି, ଏକ୍କ୍ୟୁଟିଭ ଏବଂ ବ୍ୟବସ୍ଥାପକ ସଭା ଉପରୁ ଲୋକଙ୍କର ପତିଆରା ତୁଟି ଗଲାଣି। ବରଂ ଆମେ କହିବୁ ଯେ ଏମିତି କରିବାକୁ ଏକପ୍ରକାର ସମନ୍ବିତ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ତାହା କିପରି ବନ୍ଦ ହେବ - ସେଥିପାଇଁ ବାଟ ମିଳୁନାହିଁ। କିନ୍ତୁ ସବୁଠୁଁ ଆଶ୍ଚର୍ଯ୍ୟ କଥା ଯେ ଗଣତନ୍ତ୍ର ଚାଲିଛି! ଯାହା ଚାଲିଛି ତାହା ଗଣତନ୍ତ୍ର ନା ତା’ର ପ୍ରେତରୂପ - ଏକଥା ବିଚାରିବାକୁ ଲୋକେ ଉପାୟହୀନ ପରି ଲାଗୁଛନ୍ତି।

 


News Story - Posted on 2016-04-08

ଭବିଷ୍ୟତ ପାଇଁ ଶୋକବାର୍ତ୍ତା ଲେଖିବା ପୂର୍ବରୁ



ମୁଁ ମୋ ପାଇଁ ଆଦୌ ବ୍ୟସ୍ତ ନୁହେଁ ଆଜ୍ଞା। ମୁଁ ବ୍ୟସ୍ତ ମୋର, ଆପଣଙ୍କର ଆଉ ଆମ ସମସ୍ତଙ୍କ ପର ପିଢୀ ପାଇଁ। ମୁଁ ବ୍ୟସ୍ତ ତାଙ୍କ ପାଇଁ ଆମେ କେଉଁ ଭଳି ଭାରତ ଛାଡି କି ଯିବା? ଆପଣ କ’ଣ ଚାହୁଁଛନ୍ତି ଯେ ଆପଣଙ୍କ ଭବିଷ୍ୟତ ବଂଶଧର ମାନେ ଗୀତଟେ ଶୁଣିବା ପୂର୍ବରୁ, ବହିଟେ ପଢିବା ପୂର୍ବରୁ ବା ଫିଲିମଟେ ଦେଖିବା ପୂର୍ବରୁ ଗାୟକ, ଲେଖକ ବା ନାୟକର ଧର୍ମ ବିଷୟରେ ପ୍ରଥମେ ଅବଗତ ହେବେ? ପଇତା, ତାବିଜ, ପଗଡି କି କ୍ରସ୍ ଦେଖି ବନ୍ଧୁ ବାଛିବେ? ଆମେ କ’ଣ ଏତେ ଛୋଟ ଆଉ ସଙ୍କୁଚିତ ଭାରତଟେ ଆମ ବଂଶଧରଙ୍କ ପାଇଁ ଛାଡିଦେଇ ଯିବା??? ଆଉ ମୋର ଏହି ଭାବନାକୁ ଦେଶପ୍ରେମ କି ଦେଶଦ୍ରୋହ ସହ ନଯୋଡିବାକୁ ଅନୁରୋଧ ଆଜ୍ଞା। ନିହାତି ସ୍ବାର୍ଥପର ମଣିଷଟେ ମୁଁ, ଭବିଷ୍ୟତ ବଂଶଧର ମାନେ କେମିତି ଭଲରେ ରହି ପାରିବେ ସେହି କଥା ହିଁ ଭାବୁଛି, ତା’ଠୁ ବେଶୀ କିଛି ନୁହେଁ।


News Story - Posted on 2016-04-01

ଭାବମୂର୍ତ୍ତିର ବିଷମ ବଳୟ ଓ ଚେତନାର ପରଳ



ଏଇ ଇମେଜଟା ଗୋଟେ ବିଷମ ବଳୟ। ଆମେ ସମସ୍ତେ ବନ୍ଧା ଏଥିରେ। ଅନେକ ସମୟରେ ଆମେ ଲୋକର ମୂଲ୍ୟାୟନ ଦକ୍ଷତା ନୁହେଁ ବରଂ ଇମେଜ ଅନୁସାରେ ହିଁ କରିଥାଉ। ସମକ ବାବୁ ଏଭଳି କାମ କେବେ ବି କରି ପାରିବେନି, ଢମକ ଏ କାମ କେମିତି କଲା... ଇତ୍ୟାଦି ଇତ୍ୟାଦି । ସତ କହୁ ନାହାନ୍ତି, ଆପଣ କଣ ନିଜେ ଏମିତି କେବେ ବି କରି ନାହାନ୍ତି? ଆମେ ସମସ୍ତେ କରିଛନ୍ତି। କିଏ ଅଧିକ ତ କିଏ କମ। ଧରନ୍ତୁ ଆପଣଙ୍କୁ ଲାଗେ ଆପଣଙ୍କ ସ୍ତ୍ରୀ ଭଲ ମାଛ ରାନ୍ଧି ଜାଣନ୍ତି ନାହିଁ, ହେଲେ ଆପଣଙ୍କୁ ସେଦିନ ମାଛ ତରକାରୀ ଭଲ ଲାଗିଲା। ପତ୍ନୀଙ୍କୁ କୁହନ୍ତୁ ବା ନ କୁହନ୍ତୁ, ମନ ଭିତରେ ତ ଆସିଥିବ ଯେ ତରକାରୀ ଆସିଲା କେଉଁଠୁ?

 


News Story - Posted on 2016-03-06

ବିଜୁବାବୁଙ୍କ କର୍ପୁର କନା ଆଉ ବୀର ଭାଇ



ବୀର ଭାଇ, ବନ୍ଧୁ, ଖଇରାତି, ବିଦେଶୀ ଏଇମିତିଆ କେତେ ଗୁଡାଏ ନିଇତି ଡକା ନାଁକୁ ସେଇ ପ୍ରବାଦ ପୁରୁଷ ଦିବଂଗତ ଅମୃତ ଆଲୋକର ମଣିଷ ବିଜୁବାବୁ ତାଙ୍କ ଶେଷ ସମୟ ପୂର୍ବରୁ ତନ୍ନ ତନ୍ନ କରି ଆପଣେଇ ନେଇ ଥିଲେ । ଦିନଚର୍ଯ୍ୟାରେ ଆବଶ୍ୟକ ଅନୁଭବକୁ ଯୋଗାଡି ଦେବାରେ ସିଦ୍ଧ ଦକ୍ଷତାକୁ ସମୟ ଚକ୍ରରେ ହାସଲ କରି ଯିଏ ଯିଏ ଯେଝା କ୍ଷେତ୍ରରେ ଏମିତି ପାରଙ୍ଗମ ଥିଲେ ଯେ ସେମାନଙ୍କ ସେଇ ମହାନ ଦୁରଦ୍ରଷ୍ଟା ବିଜୁବାବୁଙ୍କର ନିତ୍ୟ ନୈମିତିକ ଚଳଣି ସେବା ଟିକକ ଅତ୍ୟାବଶ୍ୟକ ହେଇ ପଡିଥାଏ । ସେଇଥିନେଇ ୰ବିଜୁ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଆତ୍ମୀୟତା ଓ ଆବଶ୍ୟକତାକୁ ମଧ୍ୟ ଅନୁଭବ କରୁଥିଲେ । ଏହି କର୍ମଚାରୀମାନେ ଅବକ୍ଷୟ ମୁଖି ସାମାଜିକ ବ୍ୟବସ୍ଥାରେ ରାଜ୍ୟର ପ୍ରଗତି ସାଙ୍ଗକୁ  ଓଡିଆ ଜାତିର ପ୍ରଗତି ପାଇଁ ଅହରହ ବ୍ୟଥିତ ଓ ବ୍ୟସ୍ତ ଥିବା ବିଜୁବାବୁଙ୍କ ଶୋଇବା, ଖାଇବା ବସିବା ଉଠିବା ସବୁଥିରେ ସେବାକାରୀ ଭାବେ ସେବା ଯୋଗାଇଥିବା ଏଇମାନଙ୍କୁ ଆଉ ଭୁବନେଶ୍ବରରେ ଦେଖିବା ଏବେ ସମ୍ଭବ ନଥିଲେ ବି ବହୁ ସମୟରେ ସେଇମାନଙ୍କର ସ୍ମୃତି ଆଉ କଥା ମନ ଭିତରେ ବାରମ୍ବାର ଆସିଯାଏ । ନବେ ମସିହାରେ ଭୁବନେଶ୍ବରକ&#


News Story - Posted on 2016-02-12

କାରିଗରୀ ଜ୍ଞାନର ଉନ୍ନତି



ଏବେ ଗୁଲି ନମ୍ବର-୧

ଭିକାରି: (ବାଟରେ ଯାଉଥିବା ମହିଳାଙ୍କୁ) ମ୍ୟାଡାମ, ଟଙ୍କାଏ ଦେଇ ଯାଅ, ଏ ମ୍ୟାଡାମ, ଏ ମା...!

ମହିଳା: ଆରେ ତୋ ଚେହେରାଟା କେମିତି ଚିହ୍ନାଚିହ୍ନା ଲାଗୁଛି ।

ଭିକାରି: ଲାଗିବନି କେମିତି ! ଆମେ ପରା ଫେସବୁକରେ ଫ୍ରେଣ୍ଡ !

 


News Story - Posted on 2016-01-30

ସ୍ମାର୍ଟ ସିଟି ଭୁବନେଶ୍ବର



ଅନ୍ୟ ଏକ ପ୍ରଶ୍ନ ଉଠୁଛି ଯେ ସ୍ମାର୍ଟ ସିଟି ମାଧ୍ୟମରେ ଏସବୁର କିପରି ସମାଧାନ କରାଯିବ? ସମସ୍ତ ସେବାଗୁଡିକ ଇ-ଗଭର୍ଣ୍ଣାନ୍ସ ଏବଂ ନାଗରିକ ସେବା ମାଧ୍ୟମରେ ଆବଶ୍ୟକତା ପୂରଣ କରାଯାଇପାରିବ ବୋଲି ବ୍ୟବସ୍ଥା ରହିଛି | ଏଗୁଡିକ ହେଲା ସରକାରଙ୍କ ସୂଚନା, ଇଲେକ୍ଟ୍ରୋନିକ ସେବା ଡେଲିଭରି, ନାକରିକ ନିଯୁକ୍ତି, ସିଟିଜେନ ସିଟିଜ୍ ଆଇଜ ଏବଂ ଇୟର, ଭିଡିଓ ଅପରାଧ ପର୍ଯ୍ୟାଲୋଚନା | ଏତଦ ବ୍ୟତୀତ, ସ୍ମାର୍ଟ ସମାଧାନ କ୍ଷେତ୍ରରେ, ପ୍ରଥମତଃ ବର୍ଜ୍ୟବସ୍ତୁ ପରିଚାଳନା ଅର୍ଥାତ ବର୍ଜ୍ୟବସ୍ତୁର ଶକ୍ତି ଓ ଇନ୍ଧନ, ବର୍ଜ୍ୟବସ୍ତୁର କମ୍ପୋଷ୍ଟ, ଅପରିଷ୍କାର ଜଳର ବିଶୋଧନ ଏବଂ ନିର୍ମାଣ ଓ ଭଙ୍ଗା ଭଙ୍ଗି ବର୍ଜ୍ୟବସ୍ତୁର ହ୍ରାସ | ଦ୍ବିତୀୟତଃ ଜଳ ପରିଚାଳନା କ୍ଷେତ୍ରରେ ସ୍ମାର୍ଟ ମିଟର ଓ ପରିଚାଳନା, ଲିକ ଚିହ୍ନଟ, ପ୍ରତିରୋଧାମତ୍କ ଦେଖାରଖା ଓ ଜଳର ମାନ ପର୍ଯ୍ୟାଲୋଚନା | ତୃତୀୟତଃ, ଶକ୍ତି ପରିଚାଳନା କ୍ଷେତ୍ରରେ ସ୍ମର୍ାଟ ମିଟର ଓ ପରିଚାଳନା, ଅକ୍ଷୟ ଶକ୍ତି ଉତ୍ସ ଏବଂ ଶକ୍ତି ନିପୁଣ ଓ ସବୁଜ ବିଲ୍ଡିଙ୍ଗ | ଚତୁର୍ଥରେ ସହରାଞ୍ଚଳ ଗମନାଗମନ କ୍ଷେତ୍ରରେ ସ୍ମାର୍ଟ ପାର୍କିଂ, କୁଶଳ ଟ୍ରାଫିକ ପରିଚାଳନା, ସମ୍ବନିତ ମଲ୍ଟି-ମୋଡାଲ ପରିବହନ ଏବଂ ଅନ୍ୟ


News Story - Posted on 2016-01-25

ଗ୍ରାମାଂଚଳର ବିକାଶ



ଏ ପ୍ରକାର ଉନ୍ନୟନ ଧାରାରେ ସ୍ଥାନୀୟ ଲୋକମାନଙ୍କ ସଂପୃକ୍ତି ଅଧିକ ଆବଶ୍ୟକ | ସରକାର ଏଥିରେ କେବଳ ଫାସିଲିଟେଟରର ଭୂମିକା ଗ୍ରହଣ କରନ୍ତେ | ଆନୁସଙ୍ଗିକ ସୁଯୋଗ ସୁବିଧା ବା ଇନଫ୍ରାଷ୍ଟ୍ରକ୍ଚର ସୃଷ୍ଟିରେ ସହଯୋଗ କରନ୍ତେ | ପ୍ରକୃତ ଉତ୍ପାଦନରେ ବିଶେଷ ମୁଣ୍ଡ ଖେଳାନ୍ତେ ନାହିଁ | ଲୋକମାନେ ନିଜ ଇଚ୍ଛାରେ ଏବଂ ନିଜ ସ୍ବାର୍ଥରେ ସେଇ ଜିନିଷ ଉତ୍ପାଦନ କରନ୍ତେ ବା ସେବା ଦିଅନ୍ତେ ତାହାର ଚାହିଦା ସୃଷ୍ଟି କରାଯାଇ ପାରିଛି | ତା’ହେଲେ ସେ ଅଂଚଳର ସର୍ବାଙ୍ଗୀନ ଉନ୍ନତି ହୁଅନ୍ତା |

 


News Story - Posted on 2016-01-17

କଂଗ୍ରେସମୁକ୍ତ ବଦଳରେ ଦୁର୍ନୀତିମୁକ୍ତ ଭାରତ ଲକ୍ଷ୍ୟ ହେଉ

 



ଏବେ କୋଇଲା ସମେତ ବିଭିନ୍ନ ଖଣି ଲିଜ ନିଲାମ ପ୍ରକ୍ରିୟାରେ ଦିଆଯିବା ପ୍ରକ୍ରିୟା ସ୍ବଛ ବୋଲି କୁହାଯାଉଛି | କିନ୍ତୁ ଏହି ନିଲାମ ନାମରେ ଲିଜ ଅବଧିକୁ 20ରୁ 30 ଏବଂ 50ବର୍ଷ ପର୍ଯ୍ୟନ୍ତ ବୃଦ୍ଧିକରିବା ନିଷ୍ପତ୍ତି ପଛରେ କମ୍ପାନୀମାନଙ୍କଠାରୁ ଦଳୀୟ ଓ ନିର୍ବାଚନ ପୁଂଜି ସଂଗ୍ରହ କରିବା ଅଭିପ୍ରାୟ ନାହିଁ କି? ପୁଣି ଯେଉଁ ଲୁହାପଥର ବଜାର ଦର ପ୍ରତିଟନ ଆଠ ହଜାର ଟଙ୍କା ତାକୁ ଲିଜରେ ନିଲାମ କରିବା ଅର୍ଥ 800 ଟଙ୍କାରୁ ଆରମ୍ଭ ହୋଇ ଏକହଜାର ଟଙ୍କା ପର୍ଯନ୍ତ ଯାଉଛି କି | ସରକାର କାହିଁକି ବଜାର ଦରରେ ବିକ୍ରି କରିବା ବ୍ଯବସ୍ଥା କରୁନାହାନ୍ତି |


News Story - Posted on 2016-01-09

ସଂକଟରେ ସ୍ବରାଜ

 



ଅନେକ ହୋଇଛି ଅତ୍ୟାଧୁନିକ ସ୍କୁଲ, ଅତ୍ୟାଧୁନିକ ଡାକ୍ତରଖାନା, ଅତ୍ୟାଧୁନିକ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ୍ | ସହର ସଂଖ୍ୟା ବଢ଼ିଛି | ସହରୀ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି | ବଜାର ଓ ନଗର ସଂଖ୍ୟା ବଢ଼ିଛି | ଅନେକ ଗାଁରେ ଉପଲବ୍ଧ ହୋଇଛି ସହରୀ ସୁବିଧା | ଗାଁ ଗାଁରେ ଲୋକଙ୍କ ରୋଜଗାର ବଢ଼ାଇବାକୁ ଦିଆଯାଇଛି କାମ କରିବାର ଅଧିକାର, ପ୍ରଣୀତ ହୋଇଛି ଏମଜିଏନ୍ଆର୍ଜିଏ | ଶିକ୍ଷା ଅଧିକାର, ଖାଦ୍ୟ ସୁରକ୍ଷା ଅଧିକାର ସହିତ ସ୍ବାସ୍ଥ୍ୟସେବା ପାଇଁ ମଧ୍ୟ ଅନେକ ଯୋଜନା ଓ ଆଇନ ପ୍ରଣୀତ ହୋଇଛି | ଶାସନ ଓ ପ୍ରଶାସନରେ ସ୍ବଚ୍ଛତା ଆଣିବାକୁ ସୂଚନା ଅଧିକାର ଓ ଲୋକପାଳ ତଥା ଲୋକାୟୁକ୍ତ ଆଇନ ପ୍ରଣୟନ କରାଯାଇଛି | ଅନ୍ତର୍ଭୁକ୍ତୀ ଅର୍ଥନୀତି, ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ପରି ଅନେକ ସ୍ଲୋଗାନ ଦିଆଯାଇଛି | ଯୋଜନା କମିଶନର ନାଁ ବଦଳା ଯାଇଛି | ରାଜ୍ୟସଂଖ୍ୟା ବଢ଼ିଛି | ପୌର ଓ ପଞ୍ଚାୟତ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି |

 


© 2015. Samanya Kathan All Rights Reserved | Editor : Debendra Prusty     

To Top