ଖବର

News Story - Posted on 2017-08-28

ଡେରାବାବାଙ୍କୁ ୨୦ ବର୍ଷ ଜେଲ୍



ବିଚାରପତି ସିଂହ ଏହି ଦଣ୍ଡ ଘୋଷଣା କରିବା ସମୟରେ ଗୁରୁମିତ ରାମରହିମ ବାବା ହାତଯୋଡ଼ି କାନ୍ଦୁଥିଲେ । ମୁଝେ ମାଫ କର୍ ଦୋ, ମେଁ ବେଗୁନ୍ନାହ ହୁଁ ବୋଲି ବାବା କାନ୍ଦିକାନ୍ଦି କହୁଥିଲେ । ଦଣ୍ଡଘୋଷଣା ପରେ ସେ କୋର୍ଟରୁମ୍ ନଛାଡ଼ି ଚଟାଣରେ ଗଡ଼ିଲେ ଓ କହିଲେ ମୋ ରକ୍ତଚାପ ବଢ଼ିଯାଇଛି । ସେଇଠାରେ ତାଙ୍କର ଡାକ୍ତରୀ ପରୀକ୍ଷା ହେଲା । ତା’ପରେ ପୁଲିସ ତାଙ୍କୁ ଜୋରଜବରସ୍ତ ଉଠାଇନେଲେ । ତାଙ୍କ ଓକିଲ କହିଛନ୍ତି ଯେ ଏହି ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ ।


News Story - Posted on 2017-08-28

ଯୁଦ୍ଧ ଆଶଙ୍କା ଟଳିଲା



ଭାରତୀୟ ସେନା ଚୀନ ସୀମା ଭିତରକୁ ଅନୁପ୍ରବେଶ କରି ଡୋକଲାମ ଅଂଚଳରେ ଡେରା ସ୍ଥାପନ କରିଛି ବୋଲି ଚୀନ ଅଭିଯୋଗ କରୁଥିଲା । ତେଣୁ ଭାରତ ତୁରନ୍ତ ସେନା ପ୍ରତ୍ୟାହାର କରିବାକୁ ଚୀନ ତରଫରୁ ଦୃଢ଼ ଦାବି ହେଉଥିଲା । ନହେଲେ ଯୁଦ୍ଧ ଅବଶ୍ୟମ୍ଭାବୀ ବୋଲି ମଧ୍ୟ ଚୀନ ସରକାର ବାରମ୍ବାର ଚେତାବନୀ ଦେଉଥିଲେ । ସେହିପରି ଭାରତ ମଧ୍ୟ ନିଜ ଦାବିରେ ଅଟଳ ଥିଲା । ଭାରତର ଦାବି ଅନୁସାରେ ଡୋକଲାମ ହେଉଛି ସିକ୍କିମର । ସେଠାରେ ଚୀନ ସେନା ଅନୁପ୍ରବେଶ କରିଛି । ଅନ୍ୟପକ୍ଷରେ ଭାରତର ନିରାପତ୍ତା ସଂରକ୍ଷଣରେ ଥିବା ଭୁଟାନ ମଧ୍ୟ ଡୋକଲାମକୁ ନିଜ ଅଂଚଳ ବୋଲି ଦାବି କରୁଛି ।


News Story - Posted on 2017-08-25

ଅବକାରୀ କୋଠା ଭୂତକୋଠି



ଜିଲ୍ଲାର ଅବକାରୀ କାର୍ଯ୍ୟାଳୟଗୁଡିକ ପ୍ରାୟତଃ ଭଡା ଘରେ ଚାଲିଛି । ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଭଡା ଘରେ ଚାଲିଛି । ଏହି ପରିପ୍ରେକ୍ଷୀରେ ଆନ୍ଧ୍ର ଓ ଓଡିଶାର ସୀମାବର୍ତ୍ତୀର୍ ଅଂଚଳ ହୋଇଥିବା ଯୋଗୁଁ ଚିକିଟିରେ ବେଆଇନ୍ ଭାବେ ମଦ ଚୋରା ଚାଲାଣ ହୋଇ ଥାଏ । ଏହା ରୋକିବା ପାଇଁ ରାଜ୍ୟ ସରକାଙ୍କ ତତ୍ତ୍ୱାବଧାନରେ ଏଠାରେ ଏକ ଅବକାରୀ କାର୍ଯ୍ୟାଳୟ ନିମନ୍ତେ ଅନୁଦାନ ଆସିଥିଲା । ଏହାକୁ ରାସ୍ତା ଏବଂ କୋଠାବାଡି ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିଲା । ଏଥି ମଧ୍ୟରେ ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଅବକାରୀ ବିଭାଗ ସେହି କୋଠା ନିଜ ଅକ୍ତିଆରକୁ ନେଇ କାର୍ଯ୍ୟାଳୟ କରିବା ସପକ୍ଷରେ ନାହିଁ । କାରଣ ସେଠାରେ ଯଦି କାର୍ଯ୍ୟାଳୟ ହୁଏ ତେବେ ଷ୍ଟାଫ ସେଠାରେ ରହିବାକୁ ବାଧ୍ୟ ହେବେ । ତେଣୁ ରାସ୍ତା ଏବଂ କୋଠାବାଡି ବିଭାଗକୁ ବାରମ୍ବାର ଚିଠି ଦେଇ କୋଠାର ଦାୟିତ୍ୱ ନେଉନାହିଁ । 


News Story - Posted on 2017-08-22

ପ୍ରତାପରୁଦ୍ରପୁରରେ ଚାଷୀ ସମ୍ବର୍ଦ୍ଧନା



ଏହି ସଭାରେ ପଂଚାୟତର ପୂର୍ବତନ ସରପଂଚ ଭଗବନା ପଣ୍ଡା, ଲିଙ୍ଗରାଜ ପଣ୍ଡା, ବାବୁଲି ନନ୍ଦ, କାଳନ୍ଦୀ ଭୋଇ, ରେଣୁବାଳା ଯେନା ଓ ମନୋରଂଜନ ଯେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂର୍ବତନ ସମିତି ସଭ୍ୟ ବେଣୁଧର ଭୋଇ, ସଂକଟଲୋଚନ ବେହେରା, ଲକ୍ଷ୍ମଣ ପଟ୍ଟନାୟକ ଏବଂ ବାଲିଅନ୍ତା ବ୍ଲକର ପୂର୍ବତନ ଅଧ୍ୟକ୍ଷା କବିତା ମଂଜରୀ ପରିଡ଼ାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । 


News Story - Posted on 2017-08-19

କଳିଙ୍ଗ ଏକ୍ସପ୍ରେସ ଲାଇନଚ୍ୟୁତ, ୨୩ ମୃତ



ଖବର ପାଇ ଏନଡିଆରଏଫର ୪ଟି ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସେମାନେ ପହଂଚିବା ଆଗରୁ ସ୍ଥାନୀୟ ଲୋକମାନେ ଅନେକ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠେଇଛନ୍ତି । ଉତ୍ତର ପ୍ରଦେଶ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ପୁଲିସ ଏଡିଜି ଆନନ୍ଦ କୁମାର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଲାଇନଚ୍ୟୁତ ହୋଇଥିବା ବଗି ଭିତରୁ ପ୍ରାୟ ୪୦ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଇଛି । ଉତ୍ତର ରେଳବାଇର ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ପରିଚାଳନା କରିବା ସହିତ ଦୁର୍ଘଟଣାର କାରଣ ଜାଣିବାକୁ ଅନୁଧ୍ୟାନ ଚଳାଇଛନ୍ତି । ବିଳମ୍ବିତ ସନ୍ଧ୍ୟାରେ ମିରଟ ଏଡିଜି ପ୍ରଶାନ୍ତ କୁମାର ଦେଇଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୧୧ରେ ପହଂଚିଛି ଓ ଆହତଙ୍କ ସଂଖ୍ୟା ୪୦ ଛୁଇଁଛି । ରେଳବାଇ ମୁଖପାତ୍ର ଅନୀଲ ସାକ୍ସେନା କହିଛନ୍ତି ଯେ ମୋଟ ୧୪ଟି ବଗି ଲାଇନଚ୍ୟୁତ ହୋଇଛି । ରାତି ୧୦ ଘଣ୍ଟା ସୁଦ୍ଧା ମୃତ୍ୟୁସଂଖ୍ୟା ୨୩ ଓ ଆହତଙ୍କ ସଂଖ୍ୟା ୪୦ ଟପିଛି । ଅନେକ ବଗି ଭିତରୁ ଏପର୍ଯ୍ୟନ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ତେଣୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି ।


News Story - Posted on 2017-07-20

କାହିଁକି ରଦ୍ଦ ହେଲା ଏସ‌୍‍ଇବିସି ସଂରକ୍ଷଣ?



ଏଠାରେ ଉଲ୍ଲେଖନୀୟ ଯେ ମଣ୍ଡଳ କମିଶନ ଗଣ୍ଡଗୋଳ ପରେ ବିଜୁ ପଟ୍ଟନାୟକଙ୍କ ସରକାର ଜଷ୍ଟିସ ଏନ.କେ ଦାଶ କମିଶନ ବସାଇ ପଛୁଆ ବର୍ଗଙ୍କ ଲାଗି ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ। ପରେ ଏହାକୁ ୨୭ ପ୍ରତିଶତକୁ ବଢାଯାଇଥିଲା ଏବଂ ସ୍ୟାଟ‌୍‍, ହାଇକୋର୍ଟ ଓ ସୁପ୍ରିମକୋର୍ଟ ଏହି ବର୍ଦ୍ଧିତ ସଂରକ୍ଷଣକୁ ନାକଚ କରିଦେବା ପରେ ଆଇନ ଅଦାଲତଙ୍କ ରାୟ ଯେଭଳି ପ୍ରତିବନ୍ଧକ ସୃଷ୍ଟି ନକରିବ ତାହାକୁ ଆଖି ଆଗରେ ରଖି ବିଧାନସଭାରେ ବିଲ‌୍‍ ଆଣି ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଥିଲେ।


News Story - Posted on 2017-07-18

କୋଣାର୍କରେ ରଙ୍ଗୀନ ପ୍ରତିବିମ୍ୱ



ସୂର୍ଯ୍ୟମନ୍ଦିର ପରିସରୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି)ର ୫ କୋଟି ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ୧ କୋଟି ୪୬ ଲକ୍ଷ ଟଙ୍କା ମିଶାଇ ମୋଟ ୬ କୋଟି ୪୬ ଲକ୍ଷ ଟଙ୍କାର ବ୍ୟୟରେ ଗତ ୨୦୧୭ ମସିହା ଫେବୃୟାରୀ ମାସରୁ ଏହି ଶବ୍ଦ ଓ ଆଲୋକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରକଳ୍ପକୁ ହରିଆନା ଗୁରୁଗ୍ରାମର ଏକ ଘରୋଇ ସଂସ୍ଥା ଟ୍ରାଇକଲର କରୁଛି। ଏହାର ରକ୍ଷଣାବେକ୍ଷଣର ଦାୟିତ୍ୱ ମଧ୍ୟ ଏହି ସଂସ୍ଥା ନେଇଛି।


News Story - Posted on 2017-07-13

ନକ୍ସଲ ହିଂସାରେ ମଲେଣି ୧୨ ହଜାର



ଗତ ଦୁଇ ଦଶନ୍ଧି ମଧ୍ୟରେ ନକ୍ସଲ ହିଂସାରେ ୧୨ ହଜାର ଲୋକ ନିହତ ହେଲେଣି। ଏମାନଙ୍କ ମଧ୍ୟରେ ଅଛନ୍ତି ୨୭୦୦ ନିରାପତ୍ତା ରକ୍ଷୀ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହି ପରିସଂଖ୍ୟାନ ଦିଆଯାଇଛି। ଅନ୍ୟ ୯୩୦୦ ନିହତ ହେଲେ ସାଧାରଣ ଲୋକ। ତେବେ ଏହି ସମୟ ମଧ୍ୟରେ ନକ୍ସଲ ନାମରେ କେତେ ଲୋକଙ୍କୁ ହତ୍ୟା କରାଯାଇଛି ତାହା ଏହି ରିପୋର୍ଟରେ ନାହିଁ।


News Story - Posted on 2017-06-16

ବିଜେଡି ଖଣି ମାଫିଆଙ୍କୁ ପୁଲିସର ଉଦ୍ଧାର



ବ୍ୟବସାୟୀ ଶ୍ରୀବାସ ଶାସକ ବିଜୁ ଜନତା ଦଳର ଜଣେ ଆଗଧାଡ଼ିର ନେତା। ସ୍ଥାନୀୟ ବିଧାୟକଙ୍କ ସହିତ ତାଙ୍କର ଘନିଷ୍ଟ ସଂପର୍କ ରହିଛି। ସେ ବେଆଇନ ଭାବେ ଡଙ୍କାରି ପାହାଡ଼ ଲୁଟୋ କରିଥିବା ନେଇ ଅନେକ ଅଭିଯୋଗ ରହିଛି। ଏସବୁ ଅଭିଯୋଗର ତଦନ୍ତ କରାଯାଇ ଯାଜପୁର ଜିଲ୍ଲାପାଳ ତାଙ୍କ ଉପରେ ୫୪ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରିଛନ୍ତି। ସେ କିନ୍ତୁ ସେହି ଟଙ୍କା ଦାଖଲ ନକରି ପାହାଡ଼ ଲୁଟି ଚାଲିଛନ୍ତି। ଏଥି ନେଇ ତାଙ୍କୁ ବିଜୁ ଜନତା ଦଳ ତରଫରୁ ରାଜନୀତିକ ଓ ପ୍ରାଶାସନିକ ସୁରକ୍ଷା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ସେ କାଳେ ସିଧାସଳଖ ପାର୍ଟି ଚାନ୍ଦା ଦେଉଥିବା ନେଇ ଧର୍ମଶାଳା ଅଂଚଳରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ।


News Story - Posted on 2017-06-04

ଓଳାସ ଚକଲା ପାଟରାଙ୍କ ନୂଆ କର୍ମକର୍ତ୍ତା



ନିଖିଳ ଉତ୍କଳ ପାଟରା ସମିତିର ଓଳାସ ଚକଲା ଶାଖାର ସାଧାରଣ ଅଧିବେଶନ ଯାଜପୁର ଜିଲ୍ଲା ଚଇନପୁର ଗ୍ରାମ ଅଖାଘରସାହି ସତ୍ୟନାରାୟଣ ପାଲାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଓଳାସ ଚକଲା ସଭାପତି ଗଦାଧର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଓଳାସ ଚକଲାର ଭଲଲୋକ କେଶବ ଚନ୍ଦ୍ର ସାହୁ, ଅଧିକାରୀ କୈଳାସ ଚନ୍ଦ୍ର ସାହୁ, ଓଳାସ ଚକଲାର କାର୍ଯ୍ୟକାରୀ ସଭାପତି ରବିନାରାୟଣ ଦାସ, ଉପସଭାପତି କ୍ଷେତ୍ରବାସୀ ସେନାପତି, ସାଧାରଣ ସଂପାଦକ ବାବାଜୀ ଚରଣ ସାହୁ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ସାହୁ, ସମୀକ୍ଷକ ମଦନ ମୋହନ ପୃଷ୍ଟି, ସଂପାଦକ ସର୍ବଶ୍ରୀ ଗୋପୀନାଥ ବୈଶାଖ, ପ୍ରସନ୍ନ କୁମାର ନାୟକ, ରମେଶ ଚନ୍ଦ୍ର ସାହୁ, ବାସୁଦେବ ପାତ୍ର, ଧ୍ରୁବ ଚରଣ ପୃଷ୍ଟି, ନିଖିଳ ଉତ୍କଳ ପାଟରା ସମିତିର ସାଧାରଣ ସଂପାଦକ ଡକ୍ଟର ରୁଦ୍ର ପୃଷ୍ଟି, ସଂପାଦକ ବିଷ୍ଣୁ ଚରଣ ବେହେରା ପ୍ରମୁଖ ଯୋଗଦେଇ ଜାତିର ଉନ୍ନତି ସଂପର୍କୀତ ବିବିଧ ବିଷୟରେ ଆଲୋଚନା କରିଥିଲେ।


News Story - Posted on 2017-05-18

୮୨ ବର୍ଷ ବୟସରେ ଦ୍ୱାଦଶ ପାଶ‌୍‍!



ଏବେ ତାଙ୍କୁ ୮୨ ବର୍ଷ ବୟସ। ଅଛନ୍ତି ଜେଲ‌୍‍ରେ। କେଇ ଦିନ ତଳେ ସେ ପାଶ‌୍‍ କଲେ ଦ୍ୱାଦଶ ଶ୍ରେଣୀ। ପାଇଲେ ଫାଷ୍ଟ ଡିଭିଜନ! ସେ ହେଲେ ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା।


News Story - Posted on 2017-05-18

ପ୍ରେମିକା ବୀରାଙ୍ଗନା!



ଜୀବନରେ ଯାହା ଘଟେ କଳାରେ ତାହା ଚିତ୍ରିତ ହୁଏ। ଏହା ଏକ ବହୁ ପ୍ରଚଳିତ କଥା। ସେଥିପାଇଁ ଅନେକ ବଲିଉଡ଼ ଫିଲ୍ମରେ ଆପଣ ଦେଖିଥିବେ ଘର ଲୋକଙ୍କ ଆକଟ ନମାନି ପ୍ରେମିକମାନେ ପ୍ରେମିକାକୁ ଅପହରଣ କରି ବାହା ହୋଇଥାଏ। ପୁରାଣରେ ମଧ୍ୟ ଏମିତି ଅନେକ କାହାଣୀ ରହିଛି। ତେବେ ଜଣେ ପ୍ରେମିକା ନିଜ ପ୍ରେମିକଙ୍କୁ ଅପହରଣ କରିବା କଥା କେବେ ଶୁଣିଛନ୍ତି? ତାହା ପୁଣି ବାହା ବେଦିରୁ?


News Story - Posted on 2017-05-01

କେବେ ବନ୍ଦ ହେବ ପାଣି ପାଉଚ?



ଏହି ବ୍ୟବସାୟୀମାନେ ଖୋଲାପାଣିକୁ ପ୍ୟାକେଟ‌୍‍ କରି ବିଭିନ୍ନ କମ୍ପାନୀର ନାମ ଦେଇ ବଜାର‌୍‍ରେ ଅବାଧରେ ବିକ୍ରୀ କରି ଚାଲିଛନ୍ତି। ତଳଦିନେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏହି ପାଣି ପାଉଚ‌୍‍ ନିଷିଦ୍ଧକୁ ନେଇ ଘୋଷଣା କରାଯାଇଥିଲା। କିନ୍ତୁ ବିଏମ‌୍‍ସିର ପାତର ଅନ୍ତର ନୀତି ଯୋଗୁଁ ସହରର ଛୋଟ ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଖେଲାଖୋଲି ଭାବେ କହିବାକୁ ଗଲେ ବିଏମ‌୍‍ସିର ତତ୍ତ୍ବାବଧାନରେ ଚାଲିଛି ବେଆଇନ‌୍‍ ପାଣି ପାଉଚ‌୍‍ ବ୍ୟବସାୟ। ଯାହାଫଳରେ ବିଭିନ୍ନ ଜନସାଧାରଣ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ସେହିଭଳି ବ୍ରହ୍ମପୁର ଏମ‌୍‍କେସିଜି ମେଡ଼ିକାଲ‌୍‍ ପରିସରରେ ଥିବା ଦୋକାନମାନଙ୍କରେ ବିଭିନ୍ନ ମାଦକ ଦ୍ରବ୍ୟ ତଥା ଗୁଟ‌୍‍ଖା, ସିଗାରେଟ‌୍‍ ପ୍ରଭୃତିକୁ ବେଆଇନ‌୍‍ କରାଯାଇଥିବା ମଧ୍ୟ ତତ୍କାଳୀନ ବିଏମ‌୍‍ସି କମିଶନର‌୍‍ ଘୋଷଣା କରିଥିଲେ। ଏନେଇ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। କିନ୍ତୁ ଏହା ମଧ୍ୟ ଦୁଇଦିନିଆ ଭାଗବତରେ ପରିଣତ ହୋଇଥିବା ଜଣାପଡ଼ିଛି।


News Story - Posted on 2017-05-01

ରାତିରେ ରଙ୍ଗିନ ହେବ କୋଣାର୍କ!



ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ଖୁବ ଶୀଘ୍ର ଶବ୍ଦ ଓ ରଙ୍ଗିନ ଆଲୋକରେ ଉଦ୍ଭାସିତ ହେବ। ମନ୍ଦିରର ଦକ୍ଷିଣ ପାର୍ଶ୍ୱସ୍ଥ ଅଞ୍ଚଳରେ ୬ଟି ବଡ ଓ ୨ଟି ଛୋଟ ଅତ୍ୟାଧୁନିକ ପ୍ରୋଜେକ୍ଟର ମାଧ୍ୟମରେ ସୂର୍ଯ୍ୟ ମନ୍ଦିରର ଜଗମୋହନ ସମେତ ନାଟ୍ୟମଣ୍ଡକୁ ଉଜ୍ଜଳ ରଙ୍ଗିନ ଆଲୋକରେ ଆଲୋକିତ କରାଯିବା ସହ ସୂର୍ଯ୍ୟମନ୍ଦିର ପ୍ରାଚୀନ ଐତିହ୍ୟ ସଂପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯିବ। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଆଇଟିଡିସିର ମିଳିତ ସହଯୋଗରେ ଗତ ଫେବୃୟାରୀ ମାସରୁ ଶବ୍ଦ ଓ ଆଲୋକ ପ୍ରକଳ୍ପ କାର୍ଯ୍ୟକୁ ହରିଆନା ଗୁରଗାଓଁର ଏକ ଘରୋଇ ସଂସ୍ଥା ଟ୍ରାଇକଲର ସସପେସପୁଲର ଇଞ୍ଜିନିୟରମାନେ କରୁଥିବା ବେଳେ ରକ୍ଷଣାବେକ୍ଷଣାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ଶବ୍ଦ ଓ ଆଲୋକ ପ୍ରକଳ୍ପର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚଛି।


News Story - Posted on 2017-04-27

ଦେହଜୀବୀଙ୍କ ଭୂସ୍ୱର୍ଗ କୋଣାର୍କ



ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ଥିବା ବିଭିନ୍ନ ଲଜ ଏବେ ଦେହଜୀବୀଙ୍କ ଭୂସ୍ୱର୍ଗ ପାଲଟିଛି। ଦଲାଲମାନଙ୍କ ସହାୟତାରେ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଦେହ ବ୍ୟବସାୟୀମାନେ ଆସି ବିଭିନ୍ନ ଲଜମାନଙ୍କରେ ମାସ ମାସ ଧରି ରହି ବ୍ୟବସାୟ କରୁଛନ୍ତି। ଏହି ଘଟଣା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ୱାର ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିଲା।


News Story - Posted on 2017-04-27

ପ୍ରଫୁଲ୍ଲ ପାଇଲେ ଗୋଲ୍ଡମ୍ୟାନ ପୁରସ୍କାର



ନିୟମଗିରି ପରିବେଶ ସୁରକ୍ଷାରେ ପ୍ରଂଶସନୀୟ ଭୂମିକା ନିର୍ବାହ କରିଥିବା ସଂଗ୍ରାମୀ ପ୍ରଫୁଲ୍ଲ ସାମନ୍ତରା ପାଇଛନ୍ତି ଗୋଲ୍ଡ ପରିବେଶ ପୁରସ୍କାର। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ଷଷ୍ଠ ଭାରତୀୟ। ଏପ୍ରିଲ ୨୪ ତାରିଖ ମଧ୍ୟରାତ୍ରରେ ସାନ‌୍‍ ଫ୍ରାନ୍ସିସ୍କୋଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ସାମନ୍ତରାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।


News Story - Posted on 2017-04-27

ଆଧାରକୁ ବାଧ୍ୟତାମୂଳକ କଲ କାହିଁକି?



ପର୍ମାନେଣ୍ଟ ଆକାଉଣ୍ଟ ନମ୍ୱର ବା ପ୍ୟାନ‌୍‍ କାର୍ଡ଼ ପାଇବାକୁ ଆଧାର ନମ୍ୱର ବାଧ୍ୟତାମୂଳକ କରାଯାଇଥିବାରୁ ତାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ। ଆଧାର ବାଧ୍ୟତାମୂଳକ ହୋଇପାରିବ ନାହିଁ ବୋଲି ବାରମ୍ୱାର ନିଦ୍ଦେର୍ଶ ଦେବା ସେତ୍ତ୍ୱ ସରକାର ଏପରି କାହିଁକି କରୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।


News Story - Posted on 2017-03-18

ଅଦାଲତରେ ବନ୍ଦୀ ଧର୍ମପଦ?



ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳରେ କଳା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା ପାଇଁ ଯୋଗ୍ୟ ଶିଳ୍ପୀଙ୍କୁ ଦିଆଯାଉଥିବା ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ’ ପୁରସ୍କାର ୨୦୦୭ରୁ ଏଯାବତ‌୍‍ କାହାକୁ ଦିଆଯାଇପାରି ନାହିଁ। ୧୦ ବର୍ଷ ଧରି ଏହି ପୁରସ୍କାର ପଡ଼ି ରହିଥିବା ବେଳେ ଏହି ସର୍ବୋଚ୍ଚ ସମ୍ମାନ ଲାଗି ଘୋଷିତ ଶିଳ୍ପୀମାନଙ୍କ ମଧ୍ୟରୁ ଅନ୍ୟୁନ ୬ ଜଣଙ୍କ ଇତିମଧ୍ୟରେ ପରଲୋକ ହୋଇଗଲାଣି। ଏହି ପୁରସ୍କାର ସଂକ୍ରାନ୍ତରେ ବିଜେପି ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।


News Story - Posted on 2017-03-08

ଆଧାର ନଥିଲେ ଚଳିବ!



ଆଧାର ନମ୍ୱର/କାର୍ଡ ନଥିଲେ ମଧ୍ୟ କୌଣସି ନାଗରିକ ସରକାରୀ ସୁବିଧାରୁ ବଂଚିତ ହେବେ ନାହଁି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଏହି ମର୍ମରେ କେନ୍ଦ୍ର କ୍ୟାବିନେଟ ସଚିବାଳୟରୁ ଏକ ବିବୃତି ଜାରି ହୋଇଛି। ଏଥିରେ କୁହାଯାଇଛି ଯେ, ଆଧାର ନମ୍ୱର ମିଳିବା ପର୍ଯ୍ୟନ୍ତ ଜଣେ ଯୋଗ୍ୟ ନାଗରିକଙ୍କୁ ବିକଳ୍ପ ପରିଚୟ ପତ୍ର ବା ରେକର୍ଡ ମାଧ୍ୟମରେ ସମସ୍ତ ସୁବିଧା ପ୍ରଦାନ କରାଯିବ। ସେହିପରି ଆଧାର ଆଇନ ୨୦୧୬ର ରେଗୁଲେସନ ୧୨ ଆଧାରରେ ହିତାଧିକାରୀମାନଙ୍କୁ ଆଧାର ନମ୍ୱର ପ୍ରଦାନ କରିବା ଲାଗି ସମ୍ପୃକ୍ତ ବିଭାଗମାନେ ଆବଶ୍ୟକ ଆଧାର ପରିଚୟ ପତ୍ର ପ୍ରସ୍ତୁତି ଲାଗି ସମସ୍ତ ସୁବିଧା ଯୋଗାଇ ଦେବାକୁ ନିଦ୍ଦେର୍ଶ ଦିଆଯାଇଛି।


News Story - Posted on 2017-03-08

କେଲୁଅ ଗର୍ଭରେ ବୌଦ୍ଧ ସ୍ତୁପ!



ଓଡ଼ିଶା ରାଜ୍ୟ ସଂସ୍କୃତି ବିଭାଗର ଅନୁମତି କ୍ରମେ ବ୍ରାହ୍ମଣୀ-କେଲୁଅ ଦ୍ୱୀପାଞ୍ଚଳର ଐତିହ୍ୟ ଓ ସଂସ୍କୃତି ସଂପର୍କୀତ ଏକ ଗବେଷଣା ପ୍ରକଳ୍ପରେ ନିୟୋଜିତ ଡ. ନୃସିଂହ ଚରଣ ସାହୁଙ୍କ କ୍ଷେତ୍ରାନୁଧ୍ୟାନରୁ ଉପରୋକ୍ତ ଅଂଚଳରେ ଆନୁମାନିକ ୭ମ/୮ମ ଶତାବ୍ଦୀର ବୌଦ୍ଧ ଧର୍ମାଲମ୍ୱୀଙ୍କ ଏକ ବାସସ୍ଥଳୀ ଓ ଗୋଟିଏ ଅର୍ଘ୍ୟ ସ୍ତୁପର ସ୍ମାରକୀ ଜଳାଧାର ମଧ୍ୟରେ ବିକ୍ଷିପ୍ତ ଅବସ୍ଥାରେ ପଡିଥିବା କୁହାଯାଉଛି। ବଜ୍ରଗିରି, ରତ୍ନଗିରି ଆଦି ପାହାଡରେ ଉପଲବ୍ଧ ବଉଳମାଳିଆ ପ୍ରସ୍ତରରେ ନିର୍ମିତ ଅର୍ଘ୍ୟ ସ୍ତୁପର ଶୀର୍ଷ ଓ ମଧ୍ୟ ଭାଗର କାରୁକାର୍ଯ୍ୟପୂର୍ଣ୍ଣ କିଛି ଅଂଶ ଗୋଚର ହେବାବେଳେ ନିକଟସ୍ଥ ଜାରକା ଅଂଚଳର ମାଙ୍କଡା ପଥର ଛଇରୁ ସଂଗୃହୀତ ଅନେକ ପ୍ରସ୍ତର ଖଣ୍ଡ ଆବାସ ସ୍ଥଳିରେ ବ୍ୟବହୃତ ଅନୁମିତ ହୁଏ।


News Story - Posted on 2017-03-06

ବିଜୁଙ୍କୁ ଦିଅ ସମ୍ମାନ,  ନିଷିଦ୍ଧ କର ନିଶାପାନ!



ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ଜଣାଇବା ପାଇଁ ଥିବା ଅବସରକୁ ରାଜ୍ୟ ସରକାର ହାତଛଡ଼ା କରିଛନ୍ତି। ଅନୁଭବୀ ନେତା ବିଜୁ ପଟ୍ଟନାୟକଙ୍କ ନାମରେ ଗଢ଼ା ଯାଇଥିବା ବିଜୁ ଜନତା ଦଳ ଓଡ଼ିଶାରେ ଦୀର୍ଘଦିନ ଧରି ଶାସନ କ୍ଷମତାରେ ଥିବା ବେଳେ ବିଜୁବାବୁଙ୍କ କଥା ଓ କାମକୁ ସାକାର କରିବା ପାଇଁ ଅନ୍ତତଃପକ୍ଷେ ତାଙ୍କ ଜନ୍ମ ଶତବାର୍ଷିକୀରେ ଓଡ଼ିଶାକୁ ବିହାର ଭଳି ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରିପାରିଥାନ୍ତେ ଓ ବିଜୁବାବୁଙ୍କ ଉଦ୍ୟମରେ ଗଢ଼ି ଉଠିଥିବା ଯେଉଁ ଶିଳ୍ପସବୁ ବର୍ତ୍ତମାନର ସରକାର ଅମଳରେ ବନ୍ଦ ହୋଇଯାଇଛି ତାହାକୁ ଆଧୁନିକୀକରଣ ସହ ପୁନଃ କାର୍ଯ୍ୟକ୍ଷମ କରି ବିଜୁବାବୁଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ବାସ୍ତବ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ରାଜ୍ୟ ସରକାର ଅର୍ପଣ କରିପାରିଥାନ୍ତେ ବୋଲି ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାପତି ପ୍ରହଲାଦ କୁମାର ସିଂହ କହିଛନ୍ତି।


News Story - Posted on 2017-02-03

ରାଜେନ୍ଦ୍ର ନାରାୟଣ ଦାସଙ୍କୁ ସମ୍ୱର୍ଦ୍ଧନା



ଓଡ଼ିଆ ଭାଷା ଆନ୍ଦୋଳନର ଏକନିଷ୍ଠ ସମର୍ଥକ ଇଂ ଡ଼ ରାଜେନ୍ଦ୍ର ନାରାୟଣ ଦାସଙ୍କୁ ‘ଶବ୍ଦସ୍ପର୍ଶ’ ତରଫରୁ ସମ୍ୱର୍ଦ୍ଧିତ କରାଯାଇଛି। ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ତମ୍ଭକାର ତୁଷାରକାନ୍ତ, ସ୍ତମ୍ଭକାର ଭାଗୀରଥି ମହାସୁଆରଙ୍କ ସମେତ ବହୁ ଭାଷା ପ୍ରେମୀ ଡ଼. ଦାସଙ୍କର ଅନନ୍ୟ ଭାଷା ପ୍ରେମକୁ ଭୂୟସୀ ପ୍ରଶଂସା କରିଥିଲେ। ବକ୍ତାମାନେ ସୁଦୂର ଜମାର୍ନରେ ଅବସ୍ଥାନ କରୁଥିବା ସତ୍ତ୍ୱେ ଡ଼. ଦାସ ପ୍ରତିନିୟତ ଭାବ ଜଗତରେ ଓଡ଼ିଶା ମାଟିରେ ବିଚରଣ କରୁଥିବା ଓ ଓଡ଼ିଆ ଭାଷାରେ ଓଡ଼ିଶାବାସୀଙ୍କର ଶାସନ ହାସଲ ପାଇଁ ମୌଳିକ ଅଧିକାରକୁ ସମର୍ଥନ କରୁଥିବାର ସଦୃଷ୍ଟାନ୍ତ ବିବରଣୀ ପ୍ରଦାନ କରିଥିଲେ।


News Story - Posted on 2017-02-02

ସମୁଦ୍ରରୁ ଜଳ ଚୋରୀ!



ଚନ୍ଦ୍ରଭାଗାରେ ଏକ ଘରୋଇ ଚିଙ୍ଗୁଡି ଜାଆଁଳ ଉତ୍ପାଦନ କେନ୍ଦ୍ରକୁ ବେଆଇନ ଭାବେ ସମୁଦ୍ରରୁ ପାଇପ ଯୋଗେ ପାଣି ବୁହାଯାଉଥିବା ଅଭିଯୋଗ ହୋଇଛି। କାହା ଅନୁମତିରେ ପାଇପ‌୍‍ ଦ୍ୱାରା ସମୁଦ୍ରରୁ ପାଣି ଯାଉଛି ତାହା ଏବେ ତଦନ୍ତ ସାପେକ୍ଷ। ଚନ୍ଦ୍ରଭାଗାଠାରେ ନୂଆ କରି ଗଡି ଉଠିଥିବା ଚିଙ୍ଗୁଡି ଜାଆଁଳ ଉତ୍ପାଦନ କେନ୍ଦ୍ରକୁ ବେଆଇନ ଭାବେ ପାଇପ‌୍‍ ଯୋଗେ ଲୁଣି ପାଣି ଆଣିବା ପାଇଁ ସମୁଦ୍ରକୁ ଖୁମ୍ୱ ପୋତାଯାଇଥିବା ଦେଖିବାକୁ ମିଳିଛି।


News Story - Posted on 2017-02-02

ଆମେରିକା ଯିବେ ଅଖଣ୍ଡ



ରାଜ୍ୟର ଜଣାଶୁଣା ଯୁବ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଅନ୍ତର୍ଜାତୀୟ ନେତୃତ୍ୱ କାର୍ଯ୍ୟକ୍ରମରେ ଭାଗନେବା ଲାଗି ମନୋନୀତ ହୋଇଛନ୍ତି। ବିଭିନ୍ନ ଦେଶରେ ସାମାଜିକ କର୍ମୀମାନଙ୍କ ପାଇଁ ଆମେରିକା ସରକାରଙ୍କର ଏହା ହେଉଛି ଅନ୍ୟତମ ସମ୍ମାନଜନକ ଅଭିଜ୍ଞତା ଓ ଜ୍ଞାନ ବିନିମୟ କାର୍ଯ୍ୟକ୍ରମ। ୩୮ ବର୍ଷୀୟ ଅଖଣ୍ଡ ଗତ ଦଶ ବର୍ଷ ଧରି ମାନବାଧିକାର ସୁରକ୍ଷା ଦିଗରେ କାମ କରିଆସୁଛନ୍ତି। ବିଭିନ୍ନ ମାନବାଧିକାର ପ୍ରସଙ୍ଗରେ ସେ ଜାତୀୟ ମାନବାଧିକାର କମିଶନ, ରାଜ୍ୟ ମାନବାଧିକାର କମିଶନଙ୍କ ସମେତ ଅନ୍ୟାନ୍ୟ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ସରକାରୀ କର୍ତ୍ତୃପକ୍ଷମାନଙ୍କୁ ଉତ୍ତରଦାୟୀ କରାଇବା ସହ ସମାଜର ଦୁର୍ବଳ ବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ କାମ କରୁଛନ୍ତି। ସେ ଏବେ ସିଭିଲ ସୋସାଇଟି ଫୋରମ‌୍‍ ଅନ‌୍‍ ହ୍ୟୁମାନ ରାଇଟସ‌୍‍ର ୱାର୍କିଂ ଗ୍ରୁପ ସଦସ୍ୟ ଅଛନ୍ତି।


News Story - Posted on 2017-01-15

ମାଘମେଳାରେ ନର୍କରେ ବୁଡ଼!



ବର୍ଷ ତମାମ ତୀର୍ଥ ପୁଷ୍କରଣୀ ଅଳିଆ ଅବର୍ଜନାରେ ପୋତିହୋଇ ପଡୁଥିବାବେଳେ ଏଥିପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ପୁଷ୍କରିଣୀଟି ବର୍ଷ ତମାମ ବ୍ୟାବହାର ହେଉ ନ ଥିବାରୁ ନର୍କ ପରିବେଶ ସୃଷ୍ଟି ହେଉଛି। ମେଳା ପଡିଆ ଓ ବେଳାଭୂମିରେ କୁଢ କୁଡ ଅଳିଆ ଆବର୍ଜନା ପଡିରହି ପରିବେଶ ପ୍ରଦୂଷିତ କରୁଛି।  ମେଳା ପୂର୍ବରୁ ଏଥିପ୍ରତି ଧ୍ୟାନ ଦିଆଯିବା ଜରୁରୀ।


News Story - Posted on 2017-01-10

ସୃଷ୍ଟିର ପ୍ରଥମ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ



ଶାମ୍ୱଦଶମୀ ତିଥିରେ ପ୍ରାତଃ ସ୍ନାନକରି ମିତ୍ରାଦିତ୍ୟଙ୍କୁ ରଥରେ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୁନର୍ଜନ୍ମ ହୋଇ ନ ଥାଏ ବୋଲି  କପିଳ ସଂହିତାରେ ଉଲ୍ଲେଖ ଅଛି। ଭାଗବତରେ ବର୍ଣ୍ଣନାନୁଯାୟୀ ମୈତ୍ରେୟ ମୁନି ଭଗବାନ କୃଷ୍ଣଙ୍କର ଜଣେ ଶୁଭ ଚିନ୍ତକ ଥିବାରୁ କୃଷ୍ଣ ନିଜର ପୁ‌୍‍ତ୍ର ଶାମ୍ୱଙ୍କୁ କୁଷ୍ଠରୋଗରୁ ମୁକ୍ତି ପାଇଁ ମୈତ୍ରେୟଙ୍କ ଆଶ୍ରମକୁ ପଠାଇଥିଲେ। ଶାମ୍ୱ ସୂର୍ଯ୍ୟଙ୍କୁ ଆରାଧନା କରିବା ପାଇଁ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କରିବା ସମୟରେ ମିତ୍ରାଦିତ୍ୟଙ୍କର ଏକ ସୁନ୍ଦର ମୂର୍ତ୍ତି ପାଇଥିଲେ। ଏହି ମୂର୍ତ୍ତିକୁ ବିଶ୍ୱକର୍ମା ତିଆରି କରିଥିଲେ ଏବଂ ଏହାକୁ ଦେବତା, ଦାନବ ମନବମାନେ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇ ପୂଜା କରୁ ଥିଲେ। ଶାମ୍ୱ ଏହି ମୂର୍ତ୍ତିକୁ  କୋଣାର୍କରେ ପୂଜା କରିବା ସହିତ ସୂର୍ଯ୍ୟ ରଥଯାତ୍ରାରର ପ୍ରଚଳନ କରିଥିଲେ।


News Story - Posted on 2017-01-10

ଯନ୍ତ୍ରଣା ହିଁ କବିତାର ପ୍ରେରଣା!




News Story - Posted on 2017-01-10

ବ୍ୟାଙ୍କ ମ୍ୟାନେଜରଙ୍କ ଭାଉ!




News Story - Posted on 2017-01-03

ବୋଉ ଡାକର ମାଧୁର୍ଯ୍ୟ ଅନନ୍ୟ



ମାଆଙ୍କୁ ଡାକିବାକୁ ଅନେକ ଶବ୍ଦ ବ୍ୟବହାର ହେଉଥିଲେ ବି ଓଡ଼ିଆ ଘରର ‘ବୋଉ’ ଡାକର ମାଧୁର୍ଯ୍ୟ ଆଉ କେଉଁଠି ନାହିଁ।  ଏହି ‘ବୋଉ’ ଶବ୍ଦଟି ମାଆ ଅର୍ଥରେ କେବଳ ଓଡ଼ିଶାର କେତେକ ଅଞ୍ଚଳରେ ସୀମିତ ହୋଇ ରହିଯାଇନାହିଁ। ଉତ୍କଳର ଐତିହ୍ୟପୂର୍ଣ୍ଣ ନୌବାଣିଜ୍ୟ ପରମ୍ପରାରେ ଏହା ସୁଦୂର ଜାଭା, ସୁମାତ୍ରା, ବାଲି ଆଦି ଦ୍ୱୀପକୁ ମଧ୍ୟ ବ୍ୟାପିଯାଇ ସେମାନଙ୍କର ଭାଷା ଓ ସଂସ୍କୃତିର ଅଙ୍ଗ ହୋଇଯାଇଛି । ଆଜି ବି ‘ବା’ ଓ ‘ବୁ’ ସେଠାରେ ବାପା ଓ ବୋଉଙ୍କୁ ବୁଝାଏ।


News Story - Posted on 2016-12-31

ମୈତ୍ରୀ ମୋନାଲି କିଟ‌୍‍ ନହ୍ନିପରୀ



ଓଡ଼ିଆ ଝିଅ ମୈତ୍ରୀ ମୋନାଲି ପ୍ରଧାନ କିଟ‌୍‍ ନହ୍ନିପରୀ ଲିଟିଲ‌୍‍ ମିସ‌୍‍ ଇଣ୍ଡିଆ ୨୦୧୬ ଟାଇଟଲ‌୍‍ ହାସଲ‌୍‍ କରିଛନ୍ତି। ଡିସେମ୍ବର ୩୦ ତାରିଖ ଶୁକ୍ରବାର କିଟ‌୍‍ ଇଣ୍ଟରନ୍ୟାସ‌୍‍ନାଲ‌୍‍ ସ୍କୁଲ‌୍‍ ପରିସରରେ ଅନୁଷ୍ଠିତ ‘କିଟ‌୍‍ ନହ୍ନିପରୀ ଲିଟିଲ‌୍‍ ମିସ‌୍‍ ଇଣ୍ଡିଆ ୨୦୧୬’ର ଫାଇନାଲ‌୍‍ ତଥା ମେଗା ରାଉଣ୍ଡରେ ମୋନାଲୀ ଶ୍ରେଷ୍ଠ ମନୋନୀତ ହୋଇ କିଟ‌୍‍ ନହ୍ନିପରୀ ଲିଟିଲ‌୍‍ ମିସ‌୍‍ ମୁକୁଟ ପିନ୍ଧିଛନ୍ତି। ଦୁଇ ଦିନ ଧରି ଚାଲିଥିବା ଏହି ମେଗା ଅଡ଼ିସନ‌୍‍ ତଥା ଫାଇନାଲ‌୍‍ ରାଉଣ୍ଡରେ ସମଗ୍ର ଦେଶରୁ ୯ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ମୈତ୍ରୀ ମୋନାଲୀ ନହ୍ନିପରୀ ମୁକୁଟ ସହ ୩ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଥିଲେ।


News Story - Posted on 2016-12-23

ଶୀତରାତି, ଲୁହାଖଟ, ଅଚିହ୍ନା ରୋଗୀ



ଏକବିଂଶ ଶତାବ୍ଦୀର ସଭ୍ୟ ସମାଜ ପାଇଁ ଏହା ନିଶ୍ଚିତ ଭାବେ ଏକ ଦୁଭାର୍ଗ୍ୟଜନକ ଘଟଣା କୁହାଯାଇପାରେ। ଯେ କୌଣସି କଠୋର ଶବ୍ଦରେ ନିନ୍ଦା କଲେ ବି ଏଭଳି ଏକ ମର୍ମସ୍ପର୍ଶୀ ଘଟଣାକୁ ଊଣା ହେବ ନିଶ୍ଚୟ। କୁହାଯାଏ ଡାକ୍ତରମାନେ କୁଆଡେ ଭଗବାନଙ୍କ ପ୍ରତିରୂପ। ମାତ୍ର ଏ କ୍ଷେତ୍ରରେ ଡାକ୍ତରଖାନରେ ଏକାଧିକ ଡାକ୍ତରଙ୍କ ଉପସ୍ଥିତି ସତ୍ତ୍ବେ ସେମାନଙ୍କ ଭିତରେ ହୃଦୟହୀନତା ଓ ନିର୍ଦ୍ଦୟତା କାରଣରୁ ଚାଲିଯାଇଛି ଗୋଟିଏ ଅସହାୟ ଯୁବକର ଜୀବନ। ଫୁଙ୍ଗୁଳା ଦେହରେ ଏକ ଲୁହା ଖଟିଆ ଉପରେ ବିନା ଗଦି ଓ ବେଡସିଟରେ ଏକ ଜାଡୁଆ ଶୀତରାତି ସହିତ ଦୀର୍ଘ ୧୮ ଘଂଟା କାଳ ସଂଘର୍ଷ କରି ବିନା ଚିକିତ୍ସାରେ ଜଣେ ଯୁବକ ମୃତ୍ୟୁ ବରଣ କରିବ ଓ ଏହାକୁ ଆଧୁନିକ ସମାଜ ପ୍ରତିବାଦ ନ କରି ସହଜରେ ଗ୍ରହଣ କରିଯିବା ଘଟଣାଟି ମଧ୍ୟ ଆଉ ଏକ ବିଡମ୍ୱନା। ଏହା କୌଣସି ଅଗମ୍ୟ ପଛୁଆ ଅଂଚଳର ଘଟଣା ନୁହେଁ ବରଂ ଉପକୂଳ ଓଡିଶାର ଅନ୍ୟତମ ସଭ୍ୟ ଓ ସମୁନ୍ନତ ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏହି ଅମାନବୀୟ ଘଟଣା।


News Story - Posted on 2016-12-22

‘ପ୍ରାପ୍ତି’ର ପ୍ରାପ୍ତି ପ୍ରିୟାପ୍ରୀତି!



ଏବେ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟ ଅଛନ୍ତି ବିଶିଷ୍ଟ ଗାଳ୍ପିକ ଡକ୍ଟର ଗୌରହରି ଦାସ। ତାଙ୍କ ମତ ହେଲା ଗାଳ୍ପିକା ପାରମିତା ଶତପଥୀ କବି ରମାକାନ୍ତ ରଥଙ୍କର ଭାଣିଜୀବୋହୂ କି ନୁହେଁ ତାହା ସେ ଜାଣନ୍ତି ନାହିଁ। ସେ ଖାଲି ଜାଣିଥିଲେ ଯେ ସେ ତାଙ୍କର ଦୂର ସଂପର୍କୀୟ। ଦୂର ସଂପର୍କ ଯେ ଏକ ଭଲ ବହିର ପୁରସ୍କାର ପଥରେ ଅନ୍ତରାୟ ସୃଷ୍ଟି କରିବ ଏକଥା ସେ ଜାଣନ୍ତି ନାହିଁ। ତାଙ୍କ କହିବା କଥା ହେଲା, ‘ପ୍ରାପ୍ତି’ ଏକ ଭଲ ବହି। ଏହା ଏ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ନଥିଲେ ମଧ୍ୟ ଆର ବର୍ଷକୁ ପାଇଥାନ୍ତା। ଏକ ଭଲ ଓଡ଼ିଆ ବହି ପୁରସ୍କାର ପାଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି କରାଯିବା ଅନୁଚିତ ବୋଲି ଡକ୍ଟର ଦାସ ମତ ଦେଇଛନ୍ତି।


News Story - Posted on 2016-12-18

ସୂର୍ଯ୍ୟମନ୍ଦିର ଜଗମୋହନରେ ଫାଟ



ଦୀର୍ଘ ଦିନ ଧରି ଉପଯୁକ୍ତ ସଂରକ୍ଷଣ ଅଭାବରୁ ସଂପ୍ରତି ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଥିବା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ମୁଖ୍ୟ ଆକର୍ଷଣ ଜଗମୋହନର ଚୂଡାରେ ଫାଟ ସୃଷ୍ଟି ହୋଇଛି। ଜଗମୋହନର ଗର୍ଭରେ ୧୯୦୨ ମସିହାରେ ଭର୍ତ୍ତି କରାଯାଇଥିବା ବାଲିର ଘନତ୍ୱ ବୃଦ୍ଧିପାଇ ତଳକୁ ଦବିଯିବା ଯୋଗୁଁ ଜଗମୋହନର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ବିଭିନ୍ନ ସମୟରେ ମନ୍ଦିର ଗାତ୍ରରୁ ପଥର ଖସିବା ଜାରି ରହିଥିବା ବେଳେ ଏବେ ଜଗମୋହନ ଚୂଡାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ଯୋଗୁଁ ମନ୍ଦିରର ସ୍ଥାୟିତ୍ୱ ପ୍ରତି ଆଶଙ୍କା ଦେଖାଦେଇଛି।


News Story - Posted on 2016-12-17

କୋଣାର୍କରେ ବଣଭୋଜି ଋତୁ




News Story - Posted on 2016-12-17

ଫେବୃଆରୀ ୧୮ରେ ମାତୃଭାଷା ସମ୍ମିଳନୀ




News Story - Posted on 2016-12-08

କାହାର କାର୍ଡ଼? ପୁରୀର ନା ଗଂଜାମର??



ପୁରୀ ଜିଲ୍ଲା କଣାସରେ ଶହ ଶହ ସଂଖ୍ୟାରେ ଖାଉଟି କାର୍ଡ ଫିଙ୍ଗା ଯାଇଥିବା ଘଟଣାରେ ସରକାର ଅଡୁଆ ପରିସ୍ଥିତିରେ ପଡିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରେ ଦୁଇ ଜିଲ୍ଲାପାଳ ନିଜ ଉପରୁ ଦୋଷ ଛଡାଇଲାଗି ଚେଷ୍ଟା କରିଛନ୍ତି। ପୁରୀ ଜିଲ୍ଲାପାଳ କହିଛନ୍ତି ଯେ ଏହି କାର୍ଡଗୁଡିକ ଗଂଜାମ ଜିଲ୍ଲାର। କିନ୍ତୁ ଗଂଜାମ ପ୍ରଶାସନ ଏହାକୁ ମାନିବାକୁ ନାରାଜ। ଏପରି ପରିସ୍ଥତିରେ ଏହି କାର୍ଡ କେଉଁଠୁ ଆସିଲା ତାହା ତଦନ୍ତ କରିବା ସହିତ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଲାଗି ଜାତୀୟ ମାନବାଧିକାର କମିଶନ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।


News Story - Posted on 2016-12-08

ସୂଚନା ଅଧିକାର ଆଇନ ଦିଗହରା




News Story - Posted on 2016-12-08

ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଦେବାକୁ ଦାବି




News Story - Posted on 2016-12-08

ମାନବାଧିକାର କମିଶନ ଗଲେ ସୂଚନା କର୍ମୀ




News Story - Posted on 2016-12-03

ଶାସ୍ତ୍ରୀୟ ନୃତ୍ୟ ଦେଖିଲେ ଶିଳ୍ପପତି



ଡିସେମ୍ବର ପହିଲା ଗୁରୁବାର ଏକ ମନୋରମ ସନ୍ଧ୍ୟାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦାର୍ଶନୀ-୨୦୧୬ ଉଦଘାଟିତ ହୋଇଯାଇଛି। ଉତ୍କଳୀୟ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଚରମ ନିଦର୍ଶନ ପୂର୍ବ ଏସିଆର ଏକମାତ୍ର ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ଉତ୍ତର ପାର୍ଶ୍ୱରେ ଆଲୋକମାଳାରେ ସୁସଜ୍ଜିତ ସବୁଜିମା ଭରା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ପଞ୍ଚଦିବସୀୟ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମକୁ ମଞ୍ଚରେ ବିରାଜମାନ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ପୁରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନିମାପଡା ବିଧାୟକ ସମୀରରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ, ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀ, କୋଣାର୍କ ଏନଏସି ଭାନୁମତୀ ରାଉତରାୟ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ ପ୍ରମୁଖ ଉଦଘାଟନ କରିଥିଲେ। ପ୍ରଥମ ଦିନର କାର୍ଯ୍ୟକ୍ରମକୁ ମେକ୍‌ ଇନ୍‌ ଓଡ଼ିଶା କାର୍ଯ


News Story - Posted on 2016-12-01

ଭାଷା ନାହିଁ ତ ଭୋଟ୍‌ ନାହିଁ!




News Story - Posted on 2016-11-26

ଉତ୍ସବ ଖର୍ଚ୍ଚ ୨ କୋଟି, ଟିକଟ ମୂଲ୍ୟ ଶହେ




News Story - Posted on 2016-11-24

ଆଇଏଏସ ଶୀତିକଣ୍ଠ ଦାସଙ୍କୁ ସମ୍ବର୍ଦ୍ଧନା




News Story - Posted on 2016-11-20

ପର୍ଯ୍ୟଟକଙ୍କୁ ପୋକରା କାଜୁ




News Story - Posted on 2016-11-19

ମୁକ୍ତାକାଶ ରଙ୍ଗମଞ୍ଚର ଗ୍ୟାଲେରୀ ସଂପ୍ରସାରିତ



୨୦୧୨ ମସିହାରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରେ ପର୍ଯ୍ୟଟନ ବିଭାଗର କାର୍ଯ୍ୟାଳୟ ନିମନ୍ତେ ନିର୍ମାଣାଧୀନ ଥିବା ଏକ ଅସଂପୂର୍ଣ୍ଣ କୋଠାର କାମକୁ ତ୍ୱରାନ୍ୱିତ କରାଯାଉଛି। ଉତ୍ସବ ପୁର୍ବରୁ ପର୍ଯ୍ୟଟନ ବିଭାଗର କାର୍ଯ୍ୟାଳୟ ନୂତନ କୋଠାରେ ଚାଲିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି। ଓଟିଡିସି ପକ୍ଷରୁ ରଙ୍ଗମଞ୍ଚ ପରିସରସ୍ଥ ଗ୍ରୀନରୁମ, ଗ୍ୟାଲେରୀ, ପାଦଚଲା ରାସ୍ତା ଓ ଟିକେଟ‌୍‍ କାଉଣ୍ଟରର ମରାମତି ଓ ରଙ୍ଗ କାମ ଆରମ୍ଭ ହୋଇଛି। ନୃତ୍ୟଶିଳ୍ପୀ, ଭିଆଇପି, ପର୍ଯ୍ୟଟକ, ବାଲୁକାଶିଳ୍ପୀ ଓ ଉତ୍ସବର ବ୍ୟବସ୍ଥାସହ ଜଡିତ ବିଭାଗୀୟ ପଦାଧିକାରୀଙ୍କ ରହଣି ତଥା ଆତିଥ୍ୟ ସ୍ଥଳ ପୂର୍ତ୍ତ ଡାକବଙ୍ଗଳା, ଯାତ୍ରୀନିବାସ, ଗୀତାଞ୍ଜଳି ରେଷ୍ଟୁରାଣ୍ଟ ଓ ଚନ୍ଦ୍ରଭାଗାର ଉଡେନ‌୍‍ ରେଷ୍ଟୁରାଣ୍ଟର ଭିତ୍ତିଭୂମିକୁ ପରିଷ୍କାର ପରିଛନ୍ନ କରାଯିବା ସହ କୋଠାଗୁଡିକୁ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଛି।


News Story - Posted on 2016-11-14

କଳିଙ୍ଗ ବାଲିଯାତ୍ରାରେ ନୀଚ ରାଜନୀତି




News Story - Posted on 2016-11-13

ଲୋକେ ଦେଖିଲେ ଯୁଦ୍ଧ ଜାହାଜ




News Story - Posted on 2016-11-11

ପାରାଦୀପରେ ଯୁଦ୍ଧ ଜାହାଜ




News Story - Posted on 2016-11-09

ମଲେ ୩୧, ହଜିଲେ ୧୪!



ଉଭୟ ମାନବିକ ଅଧିକାର ସଂଗଠନ (ଆନ୍ଧ୍ର ପ୍ରଦେଶ) ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ (ଓଡିଶା)ର ସଦସ୍ୟମାନେ ରାମଗୁଡା ଏନକାଉଣ୍ଟର ଘଟଣାର ତଥ୍ୟ ଅନୁସନ୍ଧାନ କରିବା ପରେ ଦାବୀ କରୁଛି ଯେ ଗଲା ଅକ୍ଟୋବର ୨୪, ୨୦୧୬ ତାରିଖରେ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ମଧ୍ୟରେ ଥିବା ଅଣ୍ଡ୍ରାପାଲ୍ଲୀ ପଞ୍ଚାୟତର ରାମଗୁଡା ଗ୍ରାମନିକଟରେ ଯେଉଁ ଭଳି ୨୭ ଜଣ ମାଓବାଦୀ ଓ ଅତିକମରେ ୪ ଜଣ ସାଧାରଣ ଗ୍ରାମବାସୀଙ୍କୁ ହତ୍ୟା କରାଗଲା ସେଥିପାଇଁ ଏହି ଅପରେସନରେ ନିଯୁକ୍ତ ଗ୍ରେହାଉଣ୍ଡ ଯବାନଙ୍କ ବିପକ୍ଷରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୨ (ହତ୍ୟା)ରେ ମକଦ୍ଦମା ରୁଜ୍ଜୁ କରି ସେମାନଙ୍କୁ ଦଣ୍ଡିତ କରାଯାଉ। ରାମଗୁଡା ହତ୍ୟାର ଅନୁସନ୍ଧାନ ଉଚ୍ଚ ନ୍ୟାୟାଲୟ ଦ୍ଵାରା ତଦାରଖ କରାଯାଇପାରୁଥିବା ଏକ ସ୍ଵତନ୍ତ୍ର ଅନୁସନ୍ଧାନକାରୀ ଦଳ ଦ୍ଵାରା କରାଯାଉ।


News Story - Posted on 2016-11-08

ପାଂଚ ରାତି ଶୁଭିବ ନୂପୁର ନିକ୍ବଣ



ଉତ୍କଳୀୟମାନଙ୍କର ସଂସ୍କୃତି, ପରମ୍ପରା, କଳା ଓ ଭାସ୍କର୍ଯ୍ୟର ସ୍ମୃତି ବହନ କରୁଥିବା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗ ମଞ୍ଚରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ମହାକୂମ୍ଭ ଆସନ୍ତା ଡିସେମ୍ୱର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶାତ୍ସୀୟ ନୃତ୍ୟ ଓ ସଂଗୀତର ଅପରୁପ ମହାମିଳନର ଅନୁଷ୍ଠାନ ଆୟୋଜିତ ହେଉବ କୋଣାର୍କ ଉତ୍ସବ ଓ ବାଲୁକା କଳା ପ୍ରଦର୍ଶନୀ ଅପେକ୍ଷାରେ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ। ଏଥି ନିମନ୍ତେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି।


News Story - Posted on 2016-11-05

ଜିଲ୍ଲାପାଳଙ୍କୁ ଏନଏଚ‌୍‍ଆରସିଙ୍କ ସମନ




News Story - Posted on 2016-11-02

ସବୁ ଟ୍ରେନ‌୍‍ରେ ଟଏଲେଟ‌୍‍ କେବେ?




News Story - Posted on 2016-10-30

କେମିତି ବଂଚିବେ କଇଁଫୁଲର ୪ ପିଲା?



କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଆରାବକା ପଂଚାୟତ ବାହାଡାପଦା ଗାଁର କଇଁଫୁଲଙ୍କ ସ୍ୱାମୀ ବସନ୍ତ ସାହୁ ୨ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ କଇଁଫୁଲ ଚାରିଚାରିଟା ପିଲାଙ୍କ ମୁହଁରେ ଦାନା ଦେଇ ଆସୁଥିଲେ। ହେଲେ, କଇଁଫୁଲ ଦୁଇ ମାସ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେବାରୁ ସରକାରୀ ସାହାଯ୍ୟ ଆଶାରେ ଗାଁ ଲୋକେ ବ୍ଲକ ପ୍ରଶାସନଠଁୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ସହାୟତା ପାଇଁ। ହେଲେ, ସରକାରୀ ସହାୟତା ମିଳିଲାନି। ଗାଁ ଲୋକଙ୍କ ସାହାଯ୍ୟ ସହଯୋଗରେ ବଂଚି ଆସିଥିଲେ କଇଁଫୁଲ। ଶେଷରେ ଚିକିତ୍ସା ଅଭାବରୁ ଅକ୍ଟୋବର ୨୮ ତାରିଖ ଶୁକ୍ରବାର କଇଁଫୁଲଙ୍କ ମୃତ୍ୟୁ ଘଟିବା ପରେ ଅନାଥ ହୋଇଗଲେ ତାଭ୍କର ୪ ପିଲା। ଏତେ ବଡ଼ ଦୁନିଆରେ ଏକଲା ହୋଇଯାଇଛନ୍ତି ଏମାନେ।


News Story - Posted on 2016-10-29

ଇଂଲଣ୍ଡରେ କୁମାର ପୂର୍ଣ୍ଣମୀ




News Story - Posted on 2016-10-29

ବହି ମଣିଷର ଶ୍ରେଷ୍ଠ ବନ୍ଧୁ




News Story - Posted on 2016-10-22

କଳିଙ୍ଗ ବାଲିଯାତ୍ରା ଭୂମିପୂଜା ଉତ୍ସବ




News Story - Posted on 2016-10-18

ଆଇନ ପୋଡ଼ିବ ଭାଷା ଆନ୍ଦୋଳନ



ତତ‌୍‍ପରେ ଭାଷା ଆନ୍ଦୋଳନ, ଓଡ଼ିଶା ମେ ୨୪ ତାରିଖରୁ ପ୍ରତ୍ୟେକ ଦିନ ଚାଲିଥିବା କଳା ପତାକା ପଟୁଆରକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା। କିନ୍ତୁ ଆନ୍ଦୋଳନ ପ୍ରତ୍ୟେକ ଦିନ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଚାଲିଥିଲା। ଅଗଷ୍ଟ ୧୫ ତାରିଖରେ ସରକାର ଯେଉଁ ନିୟମ ପ୍ରଣୟନ କଲେ ସେଥିରେ କୌଣସି ଦଣ୍ଡ ବିଧାନ ବା ଆଇନଟି କିପରି ଚାଲିବ ସେଥିରେ ଉଲ୍ଲେଖ ରହିଲା ନାହିଁ। ଯାହା ଫଳରେ ଭାଷା ଆଇନଟି ଓଡ଼ିଶାରେ ଲାଗୁ ହୋଇପାରିଲା ନାହିଁ।


News Story - Posted on 2016-10-14

ଶାରଦୀୟ ପତ୍ରିକା ସମ୍ଭାର ଉଦ‌୍‍ଘାଟିତ




News Story - Posted on 2016-10-06

ଏଣିକି ଶବ ପାଇବ ସମ୍ମାନ




News Story - Posted on 2016-10-02

ଉପକୂଳ ମୁକୁଳା, ସୂର୍ଯ୍ୟମନ୍ଦିର ଅସୁରକ୍ଷିତ



ସହିଦ ହୋଇଥିବା ବୀର ଜବାନଙ୍କ ବଳିଦାନ ଓ ସେମାନଙ୍କ ଅମର ଅତ୍ମାର ସଦଗତି କାମନା କରି ଭାରତୀୟ ସେନା ପକ୍ଷରୁ ଗତ ମାସ ୨୯ ତାରିଖରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା। ଭାରତୀୟ ସେନା ପାକିସ୍ତାନର ୩ କିଲୋମିଟର ସୀମା ଭିତରକୁ ପ୍ରବେଶ କରି ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରି ଫେରି ଆସିବା ପରେ ପାକିସ୍ତାନୀ ଆତଙ୍କବାଦୀମାନେ ଭାରତର ସୀମାକୁ ପ୍ରବେଶ କରି ଆତଙ୍କୀ କାର୍ଯ୍ୟକଳାପ କରିବା ପାଇଁ ଯୋଜନା ଆରମ୍ଭ କରି ଦେଇଛନ୍ତି। ଏନେଇ ସମଗ୍ର ଦେଶରେ ହାଇ ଆର୍ଲଟ ଜାରି କରାଯାଇଥିବା ବେଳେ ଓଡିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଓ ପୁରୀ, ଏବଂ କୋଣାର୍କ-ପୁରୀ ବେଳାମାର୍ଗସ୍ଥ ସମୁଦ୍ର ଉପକୂଳରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ।


News Story - Posted on 2016-10-01

ବିକାଶ ପାଇଁ ସାମାଜିକ ନବସୃଜନ




News Story - Posted on 2016-09-26

ଶାସନର ବୌଦ୍ଧିକ ଦେବାଳିଆମି ଉତ୍କଟ!



ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ମାତା ସ୍ବର୍ଗୀୟା ଜ୍ଞାନ ପଟ୍ଟନାୟକଙ୍କୁ ସ୍ବାଧୀନତା ସଂଗ୍ରାମୀ ଭାବେ ପୂର୍ବରୁ ବର୍ଣ୍ଣନା କରି ତାଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସରକାର ନିର୍ମାଣ କରି ରାଜଧାନୀରେ ସ୍ଥାପନ କରିବେ ବୋଲି ପୂର୍ବରୁ ସଂସ୍କୃତି ମନ୍ତ୍ରୀ କହିଥିବା ବେଳେ ଏବେ ତାଙ୍କ ନାମକୁ ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ତାଲିକାରେ ସରକାର ନ ରଖିବା ସ୍ବର୍ଗୀୟା ପଟ୍ଟନାୟକଙ୍କ ପ୍ରତି ସମ୍ମାନ ନା ଅସମ୍ମାନ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିଭଳି ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାମରେ ନାମିତ ରାଜଧାନୀର ଏକ ରାସ୍ତାକୁ ସନ୍ଥ ମଦର ଟେରେସାଙ୍କ ନାମରେ ପୁନଃନାମିତ କରି ସରକାର କବି ଅଭିମନ୍ୟୁ ବଧ ପାଇଁ ଉଦ୍ୟମ କରିବା ଉଭୟ ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ବୌଦ୍ଧିକ ଦାରିଦ୍ର୍ୟର ପରିପ୍ରକାଶ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।


News Story - Posted on 2016-09-25

ଏଏଚଆରସିର କୋର ଗ୍ରୁପ ସଦସ୍ୟ ମନୋଜ




News Story - Posted on 2016-09-23

ଏମଫିଲ୍ ଛାତ୍ର ମୃତ୍ୟୁ- ଦୁର୍ଘଟଣା ନା ହତ୍ୟା?



ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏମ‌୍‍ଫିଲ‌୍‍ ଛାତ୍ର ମୃତ୍ୟୁ ଘଟଣା ରହସ୍ୟ ମଧ୍ୟରେ ରହିଛି। ସେପ୍ଟେମ୍ବର ୨୦ ତାରିଖ ମଙ୍ଗଳବାର ରାତିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗରେ ଏମ‌୍‍ଫିଲ‌୍‍ ଛାତ୍ର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ପରମାନନ୍ଦ ବେହେରାଙ୍କ ପୁଅ ନୀଳକଣ୍ଠ ବେହେରା  ବିଶ୍ୱବିଦ୍ୟାଳୟର ବାହୁଦା ହଷ୍ଟେଲ‌୍‍ର ୩ ମହଲା ଛାତ ଉପରୁ ପଡ଼ି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଥିଲେ ସୁଦ୍ଧା ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବୀ କରିଛନ୍ତି। ଛାତ୍ର ଜଣକ ଅତି ଭଲ ଏବଂ ସରଳ ସ୍ୱଭାବର ଓ ସମସ୍ତଙ୍କ ପ୍ରିୟ ଥିଲେ ବୋଲି ବୋଲି ସାଥୀ ଛାତ୍ରଛାତ୍ରୀମାନଙ୍କ ଠାରୁ ଶୁଣିବାକୁ ମିଳୁଛି।


News Story - Posted on 2016-09-23

ଲକ୍ଷ୍ମଣାନନ୍ଦଙ୍କୁ ମାରିଛି କିଏ?




News Story - Posted on 2016-09-23

ପାରାଦୀପ ବିଶ୍ୱକର୍ମା ପୁରସ୍କାର




News Story - Posted on 2016-09-18

ଚନ୍ଦ୍ରଭାଗା ବେଳାଭୂମି ସଫେଇ




News Story - Posted on 2016-09-15

ପରଂବ୍ରହ୍ମ ତ୍ରିପାଠୀଙ୍କ କିଛି କହିବାର ଅଛି




News Story - Posted on 2016-09-02

ପାରାଦୀପରେ ସ୍ୱାୟତ୍ତ ଶାସନ ଦିବସ




News Story - Posted on 2016-09-02

ଜମିବ ସନ୍ତୋଷ, ସୁମନ୍ତ ଓ ବାପି ମେଢ !




News Story - Posted on 2016-08-24

ଶାହା ଅନସାରୀଙ୍କୁ ଯୁକ୍ତରାଷ୍ଟ୍ର ଫେଲୋସିପ



ସାମାଜିକ କର୍ମୀ ତଥା ବରିଷ୍ଟ ସାମ୍ୱାଦିକ ଏନ‌୍‍. ଏ. ଶାହା ଅନସାରୀଙ୍କୁ ମିଳିଛି ଯୁକ୍ତରାଷ୍ଟ୍ର ବିଧାନ ଫେଲୋସିପ। ପ୍ରତିବର୍ଷ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ଦ୍ୱାରା ଭାରତରେ ବିଭିନ୍ନ ସାମାଜିକ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଓ ପ୍ରଶାସନିକ ତଥା ବୈଧାନିକ ଦକ୍ଷତା ଥିବା ଯୁବକର୍ମୀମାନଙ୍କୁ ଏହି ସମ୍ମାନଜନକ ଫେଲୋସିପ ଦିଆଯାଇଥାଏ। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଶାସନିକ ବ୍ୟବସ୍ଥା ଓ ବିକାଶଧାରାକୁ ଅନୁଧ୍ୟାନ କରି ନିଜ ଦେଶରେ ଆବଶ୍ୟକସ୍ଥଳେ ବ୍ୟବହାର କରିବା ହିଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଚଳିତ ବର୍ଷ ଶ୍ରୀ ଅନସାରୀଙ୍କ ସହ ଭାରତର ୧୦ ଜଣ ଯୁବ ପ୍ରତିଭା ଏହି ଫେଲୋସିପ ପାଇଛନ୍ତି।


News Story - Posted on 2016-08-23

ଗାଇଡ଼ ସମସ୍ୟାର ସମାଧାନ ନିର୍ଦ୍ଦେଶ




News Story - Posted on 2016-08-20

କଳିଙ୍ଗ ବାଲିଯାତ୍ରା ହେବ ୮ ଦିନ




News Story - Posted on 2016-08-19

ଝୁଲଣ ଉତ୍ସବ ଉଦଯାପିତ




News Story - Posted on 2016-08-19

କୋଣାର୍କରେ ରକ୍ଷାବନ୍ଧନ ଉତ୍ସବ




News Story - Posted on 2016-08-19

କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା




News Story - Posted on 2016-08-17

କଳାହାଣ୍ଡିରେ ସ୍ୱାଧୀନତା ଦିବସ




News Story - Posted on 2016-08-17

ସ୍ୱାଧୀନତା ଦିବସ ପାଳିତ




News Story - Posted on 2016-08-17

ହାରୁନ ରଶିଦଙ୍କୁ ବିଦାୟ ସମ୍ବର୍ଦ୍ଧନା




News Story - Posted on 2016-08-15

କୋଣାର୍କ ଝୁଲଣ ଉତ୍ସବ ଉଦଘାଟିତ




News Story - Posted on 2016-08-15

ପାରାଦୀପରେ ବିଜେଡିର ଗଣଦୌଡ




News Story - Posted on 2016-08-14

ସୂର୍ଯ୍ୟମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ



ଅଣକୁଶଳି କାରୀଗରଙ୍କ  ଅସାବଧାନତା ଯୋଗୁଁ ଲୁହା ପାଇପ ଭାରା ମାଡ଼ରେ ମନ୍ଦିର ଚକର ଅର, ପଇ, ତୁମ୍ୱର ଓ ବିଭିନ୍ନ ସ୍ଥାନରୁ ସୂକ୍ଷ୍ମ କାରୁକାର୍ଯ୍ୟ ଝଡିପଡିଛି। ଜଗମୋହନର ଉତ୍ତର, ଦକ୍ଷିଣ ଓ ସମ୍ମୁଖ ଭାଗରେ ଶତାଧିକ ଫାଟ ସୃଷ୍ଟି ହୋଇଛି। ୨୦୧୦ ମସିହାରେ ଏଏସଆଇର ମନୁମେଣ୍ଟ ୟୁନିଟ ପକ୍ଷରୁ ଫାଟ ସୃଷ୍ଟି ହୋଇଥିବା ପଥରଗୁଡିକରେ ଡ୍ରିଲିଂ କରାଯାଇ ଆଇରନ କ୍ଲାମ୍ପ ଲଗାଯିବା ସହ ଫାଟଗୁଡିକରେ କେନ୍ଦୁ, ଗୁଡ, ଚୂନ ଓ ପଥରଗୁଣ୍ଡ ମିଶ୍ରଣରେ ପ୍ରସ୍ତୁତ ଏକପ୍ରକାର ପ୍ରଲେପ ଦ୍ୱାରା ପଏଣ୍ଟିଙ୍ଗ କରାଯାଇ ବନ୍ଦ କରାଯାଇଥିଲା। ଏବେ ସେହି ସ୍ଥାନମାନଙ୍କରେ ପୁନର୍ବାର ବଡ ବଡ ଫାଟ ସୃଷ୍ଟି ହୋଇଛି। ଏହି ଫାଟଗୁଡିକରେ ଲୁଣି ଆସ୍ତରଣ, ବାଲିକଣା ଓ ଶିଉଳି ଜମି କାରୁକାର୍ଯ୍ୟ ପୂର୍ଣ୍ଣ ପଥରଗୁଡିକୁ ଦୁର୍ବଳ କରିଦେବା ପରେ ଏଥିରୁ ପଥର ଖଣ୍ଡ ସବୁ ଝଡିବାରେ ଲାଗିଛି।


News Story - Posted on 2016-08-08

ପାଣି ଘେରରେ ଆଶ୍ରମ ସ୍କୁଲ




News Story - Posted on 2016-08-08

ପାରାଦୀପରେ ଜିଲ୍ଲାପାଳଙ୍କ ସମୀକ୍ଷା




News Story - Posted on 2016-08-08

ସୁଶାନ୍ତ ସାମଲଙ୍କ ନୂଆ ନିଯୁକ୍ତି




News Story - Posted on 2016-08-06

ଏଲଆଇ ଟଙ୍କା ଯନ୍ତ୍ରୀଙ୍କ ଘରେ!




News Story - Posted on 2016-08-04

ଶୋଭନୀୟ ଶିକ୍ଷାଶ୍ରମର ମହାନ ବାର୍ତ୍ତା




News Story - Posted on 2016-08-03

ଅଚ୍ୟୁତ ସାମନ୍ତଙ୍କ ମାତୃ ବିୟୋଗ




News Story - Posted on 2016-08-03

 ‘ଭୂମି’ ହେଲା ଲୋକାର୍ପିତ




News Story - Posted on 2016-08-01

ଚୁଲିମୁଣ୍ଡରୁ ମା’ଙ୍କୁ ବାନ୍ଧିଲେ ସରକାର!



୨. ଖାଦ୍ୟ ଅଧିକାର ରେସନକାର୍ଡ଼ ପାଇଁ ଥିବା ମାନଦଣ୍ଡ ବିଷୟରେ ସାଧାରଣ ଜନତା ଅବଗତ ନୁହନ୍ତି। ସର୍ଭେକାରୀଙ୍କ ତ୍ରୁଟି ଯୋଗୁ ଏ ବିଭ୍ରାଟ ହୋଇଛି। ତେଣୁ ସେହି ସର୍ଭେକାରୀଙ୍କୁ ଦଣ୍ଡିତ କରାଯାଉ। ରେସନକାର୍ଡ଼ କେଳେଙ୍କାରୀ ପାଇଁ ଶାସନ କଳ ଓ ଶାସକ ଦଳ ଦାୟୀ। ପ୍ରଶାସନ ଠିକ‌ ଭାବରେ ତଦାରଖ ନକରିବାରୁ ଅଯୋଗ୍ୟ ପରିବାର କାର୍ଡ଼ ପାଇଛନ୍ତି ଏବଂ ଯୋଗ୍ୟ ପରିବାର ବାଦ୍ ପଡ଼ିଛନ୍ତି। ପ୍ରଥମ ପର୍ଯ୍ୟାୟ ସର୍ଭେର ତ୍ରୁଟିକୁ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନେ ସୁଧାରି ନାହାନ୍ତି। ତେଣୁ ଏବେ ବି ମାନଦଣ୍ଡରେ ବାଦ୍ ପଡୁଥିବା ଅନେକ ପରିବାର ଖାଦ୍ୟ ଅଧିକାରର ହିତ ଭୋଗ କରୁଛନ୍ତି। ସବିଶେଷ ତଥ୍ୟ ଯାଞ୍ଚ ନକରି ଏବେ ହିତାଧିକାରୀଙ୍କୁ ଯେପରି ଦଣ୍ଡିତ କରାଯାଉଛି, ସରକାରୀ କର୍ମଚାରୀଙ୍କୁ ମଧ୍ୟ ସେଭଳି ଦଣ୍ଡିତ କରାଯାଉ। କାର୍ଡ଼ ଇସ୍ୟୁ କଲାବେଳେ ସରକାରୀ ମାନଦଣ୍ଡକୁ ବିଚାର ନକରି ପ୍ରଶାସନ କେଉଁଠି ଶୋଇଥିଲା ୬ ମାସ ଯାଏଁ। ଏବେ ନିରୀହ ଲୋକଙ୍କୁ ହଇରାଣ କରିବାଟା କ’ଣ ଏକ ସଭ୍ୟ ଆଚରଣ?


News Story - Posted on 2016-07-30

ରୋଷେଇ ଘରୁ ରଣାସାପ ଉଦ୍ଧାର




News Story - Posted on 2016-07-29

ପୁଲିସ ଚୁପ୍, ଧର୍ଷକ ମୁକ୍ତ, ଶିଶୁ ଅସହାୟ



ଏହି ବଳାତ୍କାର ଘଟଣାର ସାଢେ ତିନିମାସ ବିତି ଯାଇଥିଲେ ମଧ୍ୟ କୋଣାର୍କ ପୁଲିସ ବଳାତ୍କାରୀକୁ ଗିରଫ ନକରି ଘଣ୍ଟ ଘୋଡାଉଥିବା ପୀଡିତା ଯୁବତୀର ମାଆ ବୁଲି ବେହେରା ଅଭିଯୋଗ କରିଛନ୍ତି। ପୀଡିତା ଯୁବତୀଙ୍କ ପିତାଙ୍କର ଅକାଳ ବିୟୋଗ ଘଟିଥିବା ବେଳେ ତାଙ୍କର ବିଧବା ମାଆ ଅଛନ୍ତି। ସେ ଜଣେ ଅତ୍ୟନ୍ତ ଗରୀବ ଆଉ ନିଃସ୍ୱ ମହିଳା। ୧୮ ମାସ ତଳେ ପୀଡିତା ଯୁବତୀ ନାବାଳିକା ଥିବା ସମୟରେ ତାଙ୍କୁ ଶିରିପୁର ଗ୍ରାମର ମକରଧ୍ୱଜ ବିଶ୍ୱାଳଙ୍କ ପୁଅ ପ୍ରକାଶଚନ୍ଦ୍ର ବିଶ୍ୱାଳ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ୱାର ବଳାତ୍କାର କରିଥିଲା। ପୀଡିତା ଯୁବତୀ ଗର୍ଭବତୀ ହେବା ଜଣା ପଡିବା ପରେ ତାର ମାଆ ନ୍ୟାୟ ପାଇବା ପାଇଁ ପ୍ରଥମେ ଗ୍ରାମବାସୀଙ୍କ ନିକଟରେ ଅଭିଯୋଗ କରିଥିଲେ। ବୁଲିଙ୍କ ଅଭିଯୋଗକୁ ଭିତ୍ତିକରି ଗତ ଫେବୃଆରୀ ମାସ ୨୬ ତାରିଖରେ ଗ୍ରାମସଭା ବସିଥିଲା। ଗ୍ରାମସଭାରେ ପୀଡିତାକୁ ନିଜ ପୁଅ ସହ ବିବାହ କରିବାକୁ ମକରଧ୍ୱଜକୁ କୁହାଯାଇଥିଲା।


News Story - Posted on 2016-07-28

ନକ୍ସଲ ନାଁରେ ହତ୍ୟାକୁ ବିରୋଧ




News Story - Posted on 2016-07-28

କିଏ ଏହି ଚନ୍ଦ୍ରା ରାଓ?



୨୦୧୪ ମସିହା ଜୁଲାଇ ମାସ ୧୮ ତାରିଖରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ବ୍ରହ୍ମପୁର ବଡ଼ବଜାର ପୋଲି ଚନ୍ଦ୍ରା ରାଓଙ୍କ ଘରୁ ଗିରଫ କରିଥିଲା। କିନ୍ତୁ ସବ୍ୟସାଚୀ ଗିରଫ ହେବାପରେ ଚନ୍ଦ୍ରା ରାଓ ଗିରଫ ଭୟରେ ଫେରାର ହୋଇଯାଇଥିଲେ। ସବ୍ୟସାଚୀ ଗିରଫ ହେବା ଦିନ ସେହି ଘରେ ଚନ୍ଦ୍ରାଙ୍କ ମା’ ଥିଲେ। ସେ ସବ୍ୟସାଚୀ ଜଣେ ମାଓବାଦୀ ବୋଲି ଜାଣି ନଥିଲେ। ସବ୍ୟସାଚୀ ସେଠାରେ ଗୋଟିଏ ବଖରା ଘର ଭଡ଼ା ନେଇ ରହୁଥିଲେ। କିନ୍ତୁ ପୁଲିସର ସନ୍ଦେହ ଯେ ସେ ସବ୍ୟସାଚୀର ଜଣେ ପ୍ରମୁଖ ସହଯୋଗୀ।


News Story - Posted on 2016-07-27

ବଣ ଛାଡ଼ି ବାଡ଼ିରେ ମାଙ୍କଡ




News Story - Posted on 2016-07-27

ବିଦ୍ୟୁତ ଆଘାତରେ ଦୁଇଭାଇଙ୍କ ମୃତ୍ୟୁ




News Story - Posted on 2016-07-27

ଶହୀଦ ଜମି ଫାଇଲ ଗାଏବ



ଦେଶର ସୁରକ୍ଷା ପାଇଁ ଯବାନମାନେ ଜୀବନକୁ ବଳି ଦେଉଛନ୍ତି। ବୀର ଯବାନ ଶହୀଦ ହେବା ପରେ ସରକାର ସେମାନଙ୍କ ବୀରତ୍ୱକୁ ସମ୍ମାନ ଜଣାଇବା ସହିତ ତାଙ୍କ ପରିବାରକୁ ସହାୟତା କରିବା ପାଇଁ ଯୋଜନା କରିଛନ୍ତି। କିନ୍ତୁ ପ୍ରଶାସନ ସେମାନଙ୍କ ବଳିଦାନକୁ କିକ‌୍‍ ମାରି ଯେଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ବାସ୍ତବରେ ସେହି ବୀର ଆତ୍ମାଙ୍କ ପ୍ରତି କୁଠାରଘାତ। ସୁନ୍ଦରଗଡ଼ ଲେଫ୍ରିପଡ଼ା ତହସିଲର ଜଣେ ଶହୀଦ ଯବାନଙ୍କ ପରିବାରକୁ ଏହିପର ବ୍ୟବହାର କରିଛି ପ୍ରଶାସନ। ଶହୀଦ ଯବାନଙ୍କ ପରିବାର ବର୍ଗ ସରକାରୀ ନିୟମ ମୁତାବକ ଜମି ଖଣ୍ଡ ପାଇଁ ତହସିଲରେ ଆବେଦନ କରି ହୀନସ୍ତା ହୋଇ ଆସୁଛନ୍ତି। ତହସିଲ କର୍ତ୍ତୃପକ୍ଷ  ଜାଣିଶୁଣି ଶହୀଦଙ୍କ ଫାଇଲକୁ ଗାଏବ କରି ଦେଇଥିବା ଅଭିଯୋଗ ହେଉଛି।


News Story - Posted on 2016-07-26

ଇଫକୋରେ କବି ସମ୍ମିଳନୀ




News Story - Posted on 2016-07-26

କାଉଡିଆଙ୍କ ଜଳାଭିଷେକ




News Story - Posted on 2016-07-25

ରାମଚଣ୍ଡୀ ମୁହାଣରେ ସାର୍କ ମାଛ




News Story - Posted on 2016-07-25

୫୦ ଲକ୍ଷ ଟଙ୍କାର ମାନହାନି ମାମଲା




News Story - Posted on 2016-07-23

କଳାହାଣ୍ଡିରେ ରାସନ କାର୍ଡ଼ ବିଭ୍ରାଟର ପ୍ରତିବାଦ




News Story - Posted on 2016-07-19

ପାରାଦୀପ ପ୍ରେସ‌୍‍ ମିଡିଆ ସଭା




News Story - Posted on 2016-07-19

ଶ୍ରୀମନ୍ଦିର ସେବାୟତଙ୍କୁ ଦଣ୍ଡ ଦାବି




News Story - Posted on 2016-07-19

ଅନ୍ଧାର ଓଡ଼ିଶାର ନୂଆ ସଳିତା!



ଉର୍ଦ୍ଧ୍ବେ ଦାନବ ଶାସନ-ଛତ୍ର

ତାହାରି ନିମ୍ନେ ଜୀବନ-ପତ୍ର

ସବୁଜିମା ଆଉ ଧରିବନି,

ରଙ୍ଗୀନ ଆଶା ପୂରିବନି।

ସ୍ବେଚ୍ଛାଚାରର ଜାଗ ପ୍ରତିଜ୍ଞା,

ପାଳ ନିର୍ଦ୍ଦେଶ ନିଜର ଆଜ୍ଞା।

ଝରି ଝରି ପଡ଼ ଶିବ-ତ୍ରିନୟନୁ

ସୁନ୍ଦର-ଶିବ ଦାହାନାଗ୍ନିର ଝୁଲରେ,

ଅନାଚାର ପଥେ ସଜ୍ଜିତ କର ଫାଶୀ ମଞ୍ଚର ଫୁଲରେ।


News Story - Posted on 2016-07-17

ଜଗନ୍ନାଥ ମନ୍ଦିରରୁ ଚୋରୀ




News Story - Posted on 2016-07-17

ଭୂତ ଗୁଳି କରି ଫେରାର!




News Story - Posted on 2016-07-17

କଳିଙ୍ଗ କାର୍ବନରେ ଡିଜେଲ ଚୋରୀ




News Story - Posted on 2016-07-16

କୋଣାର୍କରେ ବାହୁଡ଼ା ଓ ସୁନାବେଶ



ରାଉଳପାଟଣାସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀଜିଉମାନଙ୍କୁ ପାରମ୍ପାରିକ ରୀତି ନୀତିରେ ପୂଜା ଅର୍ଚ୍ଚନା କରାଯିବା ପରେ ରଥାରୂଢ଼ କରାଯାଇ ଥିଲା। ଏହା ପରେ ରାଜାରାମ ମଠର ମଠାଧୀଶ ଅମରେଶ୍ୱର ଦାସ ମାହାରାଜ ଛେରାପହଁରା କରିଥିଲେ। ସମସ୍ତ ରୀତି ନୀତି ଓ ବିଧିବିଧାନ ସମାପନ ପରେ ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରଙ୍କ  ରଥକୁ ଶ୍ରଦ୍ଧାଳୁମାନେ ଘଣ୍ଟ, ଘଣ୍ଟା, ମର୍ଦଳ, ହରିବୋଳ ଓ ହୁଳହୁଳି ମଧ୍ୟରେ  ଟାଣି ଆଣିଥିଲେ କୋଣାର୍କ ରାଜାରମ ମଠସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ।


News Story - Posted on 2016-07-15

ପାରାଦୀପ ଗୁଳିକାଣ୍ଡରେ ୩ ଗିରଫ




News Story - Posted on 2016-07-13

ତେଜିବ ମଦ ବିରୋଧୀ ଆନ୍ଦୋଳନ



କେରଳ, ବିହାର ଓ ତାମିଲନାଡୁ ଭଳି ରାଜ୍ୟରେ ବହୁ ବିଳମ୍ୱରେ ହେଲେ ମଧ୍ୟ ନିଶା ନିବାରଣକୁ ଆପଣେଇ ଥିବାବେଳେ ୬୦ ବର୍ଷ ତଳେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିବା ଓଡିଶା ନିଶା ନିବାରଣ ଆଇନ- ୧୯୫୬କୁ ଓଡିଶା ସରକାର ଲାଗୁ ନକରିବା ତାଙ୍କ ନିଜ ଆଇନ ବ୍ୟବସ୍ଥା ଓ ବିଧାନସଭା ପ୍ରତି ଅନସ୍ଥା ବୋଲି ସମାବେଶରେ ମତପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଓଡିଶାକୁ ଧ୍ୱଂସ ମୁଖରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ତାଙ୍କ ନିଜ ନିଶା ନିବାରଣ ଆଇନକୁ କଡାକଡି ଭାବେ ଲାଗୁ କରିବାକୁ ସମାବେଶରେ ଦାବୀ କରାଯାଇଛି। ଏଠାରେ ଉଲେଖନୀୟ ଯେ ଭାରତୀୟ ସମ୍ୱିଧାନର ୪୭ଧାରା ସମେତ ରାଜ୍ୟରେ ପ୍ରଚଳିତ ବିହାର ଓଡିଶା ଅବକାରୀ ଆଇନ-୧୯୧୫ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଶା ନିବାରଣ ବୋଲି କୁହାଯାଇଥିବା ବେଳେ ବର୍ତ୍ତମାନର ସରକାର ଅମଳରେ ପ୍ରସ୍ତୁତ କରାଯାଇଥିବା ଓଡିଶା ଅବକାରୀ ଆଇନ-୨୦୦୮ର ୯୩ ଧାରାରେ ମଧ୍ୟ ସରକାର ନିଶା ନିବାରଣ କରିବାକୁ ବ୍ୟବସ୍ଥା ରହିଛି।


News Story - Posted on 2016-07-13

ବଡଦାଣ୍ଡରେ ଭଜନ ସମାରୋହ




News Story - Posted on 2016-07-13

ପାରାଦୀପରେ ଡେଙ୍ଗୁ ସଚେତନତା




News Story - Posted on 2016-07-11

ସୂର୍ଯ୍ୟ ମନ୍ଦିରରେ ଇ-ଟିକେଟ




News Story - Posted on 2016-07-10

ଠକ ବିଜେଡ଼ି ସଭାପତି ଫେରାର




News Story - Posted on 2016-07-08

ରଥଯାତ୍ରା ପାଇଁ ସାମୁଦ୍ରିକ ସୁରକ୍ଷା



ସମୁଦ୍ର ପଥରେ କୌଣସି ଅପ୍ରିତିକର ପରିସ୍ଥିତି ଏବଂ ସଂଗଦିଗ୍ଧ କାର୍ଯ୍ୟକଳାପକୁ ଏଡାଇବା ପାଇଁ ପୁରୀ ଜିଲ୍ଲାର ଚନ୍ଦ୍ରଭାଗା, ଅସ୍ତରଙ୍ଗ, ଅରକୁଦା ଓ ଫେଣ୍ଟକଟା ସାମୁଦ୍ରିକ ଥାନା ପକ୍ଷରୁ ସମୁଦ୍ର ପଥରେ ଯାତାୟାତ କରୁଥିବା ବୋଟ, ଡଙ୍ଗା, ନୌକା ଆଦି ଉପରେ କଡା ନଜର ରଖାଯାଉଛି। ଏହି ସମୁଦ୍ରିକ ଥାନାମାନଙ୍କ ପକ୍ଷରୁ ସମୁଦ୍ର ପଥରେ ଆସୁଥିବା ସଂଗଦିଗ୍ଧ ଅନୁପ୍ରବଶକାରୀଙ୍କୁ ରୋକିବା ପାଇଁ ୪ ଜଣ ଇନିସ୍ପେକ୍ଟର, ୫ ଜଣ ସବ-ଇନିସ୍ପେକ୍ଟର, ୫ ଜଣ ଏ.ଏସ.ଆଇ, ୬ ଜଣ ହାବିଲଦାର, ୩୦ ଜଣ କନେଷ୍ଟବଳ ମୁତୟନ ହୋଇଛନ୍ତି।


News Story - Posted on 2016-07-07

ଅର୍କକ୍ଷେତ୍ରରେ ରଥଯାତ୍ରା




News Story - Posted on 2016-07-03

କଂଗ୍ରେସର କେବିକେ ବନ୍ଦ ସଫଳ



ଉମରକୋଟ ବନ ବିଭାଗ ରେଞ୍ଜ ପକ୍ଷରୁ ଜଙ୍ଗଲ ଜମି ନାଁରେ ପ୍ରାୟ ୩ କୋଟି ୩୬ ଲକ୍ଷ ଟଙ୍କା ଲାଞ୍ଚ ନିଆଯାଇଥିବା ଏବଂ ଜଙ୍ଗଲ ଜମି ପଟ୍ଟା ପ୍ରସ୍ତୁତି ବଣ୍ଟନ ନ ହେବା ନେଇ ରେଞ୍ଜ ଅଫିସକୁ ଅନୁରୋଧ କରିବା ନିମନ୍ତେ ଆଦିବାସୀମାନେ ଯାଇଥିଲେ। ସେମାନଙ୍କ ସହ ନବରଙ୍ଗପୁରର ପୂର୍ବ ସାଂସଦ ପ୍ରଦୀପ ମାଝୀ ଯାଇଥିବା ବେଳେ ତାଙ୍କ ନାମରେ ବିଭିନ୍ନ ଦଫା ରୁଜୁ କରି ପୁଲିସ ଜେଲ‌୍‍ ପଠାଇ ଥିବାରୁ କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଦିବାସୀ ସମୂହଙ୍କ କେବିକେ ଅଞ୍ଚଳରେ ପଟ୍ଟା ପାଇଁ ହକ‌୍‍ ଥିବା ବେଳେ କେନ୍ଦ୍ର ସରକାର ବର୍ତ୍ତମାନ ଗ୍ରାମସଭା ଅଧିକାର ମଧ୍ୟ ସେମାନଙ୍କଠାରୁ ଛଡାଇ ନେବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ରାସନ‌୍‍ କାର୍ଡ ଦୁର୍ନୀତି, ଫସଲବୀମା ଟଙ୍କା ପୈଠ ନ ହୋଇ ପଡି ରହିବା ନେଇ ମଧ୍ୟ ଉଦବେଗ ପ୍ରକାଶ ପାଇଛି।


News Story - Posted on 2016-07-02

ଲାଞ୍ଚ ନେଇ ଅବକାରୀ ଏସଆଇ ଗିରଫ




News Story - Posted on 2016-07-01

କୋଣାର୍କରେ ଖୋଲିଲା ଆହାର କେନ୍ଦ୍ର




News Story - Posted on 2016-07-01

କଳିଙ୍ଗନଗରରୁ ଲାଲ‌୍‍ ବାହିନୀ ସଫା



୨୦୧୧ ଜାନୁଆରୀ ୧୫ ତାରିଖରୁ ୨୦୧୬ ଜୁନ ୩୦ ତାରିଖ ମଧ୍ୟରେ ୨୫ ଜଣ ମାଓବାଦୀ ଯାପୁର ପୁଲିସ ନିକଟରେ ଆତ୍ମସପର୍ମଣ କରିଛନ୍ତି। ୨୦୦୬ ଜାନୁଆରୀ ଗଣହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇ ଏହି ଅଂଚଳର ଅନେକ ଆଦିବାସୀ ମାଓବାଦୀଙ୍କ ସହିତ ସାମିଲ ହୋଇଥିଲେ। କିନ୍ତୁ ରାଷ୍ଟ୍ରଶକ୍ତିର ମୁକାବିଲା କରିବାରେ ବିଫଳ ହେବା ସହିତ ଆଦର୍ଶର ଅପଚୟ ହେଉଥିବା ବୁଝିବା ପରେ ଅନେକ ଆଦିବାସୀ ମାଓବାଦୀ ସଂଗଠନ ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କରିଚାଲିଛନ୍ତି। ଏହା ଫଳରେ ଗୁଳିକାଣ୍ଡ  ପରେ ଜନ୍ମ ନେଇଥିବା କଳିଙ୍ଗନଗର ଡ଼ିଭିଜନ ଲାଲବାହିନୀ ଏକରକମ କ୍ୟାଡରଶୂନ୍ୟ ହୋଇଯାଇଛି। ୨୦୧୬ ଜୁନ ୩୦ ତାରିଖରେ ଘଟିଛି ସର୍ବଶେଷ ଆତ୍ମସମର୍ପଣ ଘଟଣା। କଳିଙ୍ଗନଗର ମାଓବାଦୀ ଡ଼ିଭିଜନରେ ସାମିଲ ହୋଇ ବିଭିନ୍ନ ଅପରାଧିକ ଘଟଣା ଘଟାଇଥିବା ୩ ଜଣ ମାଓବାଦୀ ଏସପି ଅନୁପ ସାହୁଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କାଳିଆପାଣି ଥାନା ଅନ୍ତର୍ଗତ ଡ଼ୁଙ୍ଗୁରୀ ସାହିର ବାସନ୍ତି ଚମ୍ପିଆ ଓରଫ ରଶ୍ମି (୧୯), କଳିଙ୍ଗନଗର ଥାନା ଅନ୍ତର୍ଗତ ବାଲିଗୋଠ ଗ୍ରାମର ଶାନ୍ତି ବଦ୍ରା ଓରଫ ଜ୍ୟୋତି (୨୦) ଓ ସୁତୁରି ପାଲିଆ ଓରଫ ଜୟନ୍ତୀ (୧୮)।


News Story - Posted on 2016-06-30

ଆଶ୍ରମ ସ୍କୁଲରେ ବଳାତ୍କାର!



ସୂଚନାନୁଯାୟୀ, ହରିଶ୍ଚନ୍ଦ୍ରପୁର ଆଶ୍ରମ ସ୍କୁଲରେ ଏଏନ‌୍‍ଏମ‌୍‍ ଭାବେ କାର୍ଯ୍ୟରତ ରେଣୁବାଳା ଭୂୟାଁ(୨୬) ବିଦ୍ୟାଳୟ ହଷ୍ଟେଲ‌୍‍ରେ ଛାତ୍ରୀମାନଙ୍କ ସହ ରହୁଥିଲେ। ଜୁନ ୨୭ ତାରିଖ ସୋମବାର ରାତିରେ ରେଣୁବାଳା ଛାତ୍ରୀମାନଙ୍କ ସହ ହଷ୍ଟେଲ‌୍‍ରେ ଶୋଇଥିବା ସମୟରେ ହଠାତ ରାତ୍ରୀ ପ୍ରାୟ ସାଢ଼େ ୧୦ ଘଣ୍ଟା ସମୟରେ ଉକ୍ତ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଟକୃଷ୍ଣ ଭୂୟାଁ ପହଞ୍ଚି ଛାତ୍ରୀମାନଙ୍କୁ ବାହାରକୁ ଯିବା ପାଇଁ କହି ରେଣୁବାଳାଙ୍କୁ ସେ ପସନ୍ଦ କରୁଥିବା କହିଥିଲେ ଏବଂ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ରେଣୁବାଳା ଏହାର ବିରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରଧାନ ଶିକ୍ଷକ ମହିଳାଙ୍କୁ ଲୁହାରଡ଼‌୍‍ରେ ପିଟିଥିଲେ। ମହିଳାଙ୍କ ଗୋଡ଼ରେ ମାଡ଼ ବାଜିଥିବା ତାଙ୍କ ସ୍ୱାମୀ ପ୍ରକାଶ କରିଛନ୍ତି। ମହିଳାଙ୍କ ମାଡ଼ରେ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ଆଘାତ ଲାଗିଥିବା ସୂଚନା ମିଳିଛି।


News Story - Posted on 2016-06-29

କଂଗ୍ରେସ କରିବ କେବିକେ ବନ୍ଦ




News Story - Posted on 2016-06-27

ସୂର୍ଯ୍ୟମନ୍ଦିର ଦେଖିଲେ ସଂସଦୀୟ କମିଟି




News Story - Posted on 2016-06-27

ଅପରାଧି ଗୋଷ୍ଠୀ ବେଫିକର‌୍‍




News Story - Posted on 2016-06-27

ବିଏମ‌୍‍ସିର ୩ କର୍ପୋରେଟର‌୍‍ଙ୍କ ପଦଯିବ?




News Story - Posted on 2016-06-26

କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ ନିନ୍ଦନୀୟ-ନିରଞ୍ଜନ




News Story - Posted on 2016-06-26

କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣର ପ୍ରତିବାଦ




News Story - Posted on 2016-06-22

ଭିଜିଲାନ୍ସ ଜାଲରେ ରେଞ୍ଜ ଅଫିସର




News Story - Posted on 2016-06-21

ବିଚାରାଧୀନ ବନ୍ଦୀର ସନ୍ଦେହଜନକ ମୃତ୍ୟୁ



ଧର୍ମଗଡ ବ୍ଲକ କୋକସରା ଥାନା ଅର୍ନ୍ତଗତ ଧଅଁରପୁର ଗ୍ରାମପଞ୍ଚାୟତର ଭାଲୁଚୁଆଁ ଗ୍ରାମର ଭଜମନ ଖରସେଲଙ୍କ ଏକମାତ୍ର ପୁଅ ଲିଙ୍ଗରାଜ ଖରସେଲ(୨୫)ଙ୍କୁ ସଟ୍ଟା ଖେଳାଉଥିବା ଅଭିଯୋଗରେ ଜୁନ ୧୦ ତାରିଖ ଦିନ ପୁଲିସ କେଶ ନଂ ସିଟି୨୨୭, ଆଇପିସି ୪୨୦ ଓ ପିସିଏମସି ଦଫାରେ ଗିରଫ କରି ଧର୍ମଗଡ କୋର୍ଟ ଚାଲାଣ କରିଥିଲା। ତାଙ୍କ ବେଲ‌୍‍ ନାମଞ୍ଜୁର ହେବାରୁ ସେ ଧର୍ମଗଡ ଉପକାରାଗାରରେ ରହିଥିଲେ। ଜୁନ ୨୦ ତାରିଖରେ ଲିଙ୍ଗରାଜକୁ ତାଙ୍କ ବାପା ଭଜମନ ଓ କିଛି ଗାଁ ଲୋକ ଭେଟିବାକୁ ଆସିଥିଲେ। ଏହି ସମୟରେ ଜେଲ କର୍ତ୍ତୃପକ୍ଷ ଲିଙ୍ଗରାଜ ଖାଉଛି ବୋଲି କହିବା ପରେ ଏମାନେ ଅପେକ୍ଷାରେ ଥିଲେ। କିଛି ସମୟ ଅପେକ୍ଷା ପରେ ଲିଙ୍ଗରାଜକୁ ପରିବାର ଲୋକେ ସାକ୍ଷାତ କରି କଥାବାର୍ତ୍ତା ହୋଇଥିଲେ। କିନ୍ତୁ ସେ ସମୟରେ ଲିଙ୍ଗରାଜର ଅବସ୍ଥା ଖରାପ ହେବାରୁ ସେ ବସି ପଡିଥିଲେ। ଏହାକୁ ଦେଖି ଜେଲ ଫାର୍ମାସିଷ୍ଟ ଅଚ୍ୟୁତାନନ୍ଦ ବରାଡ ଓ ଜେଲ ସୁପରିଟେଣ୍ଡେଣ୍ଟ ଗରିବ ସାହୁ ଏକ ଅଟୋ ଗାଡିରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ ଓ ସେଠାରେ ଡାକ୍ତର ଲିଙ୍ଗରାଜକୁ ମୃତ ଘୋଷଣା କରିଥିଲେ।


News Story - Posted on 2016-06-19

ଶ୍ରୀବାଣୀ କ୍ଷେତ୍ରର ପ୍ରତିଷ୍ଠା ମହୋତ୍ସବ




News Story - Posted on 2016-06-19

କୋଣାର୍କରେ କୋଲକାତା ମୁଖ୍ୟ ବିଚାରପତି




News Story - Posted on 2016-06-19

କୋଣାର୍କରେ ସ୍ବଚ୍ଛ ଭାରତ ଅଭିଯାନ




News Story - Posted on 2016-06-16

ଗୁଣିଗାରେଡି ସନ୍ଦେହରୁ ହତ୍ୟା




News Story - Posted on 2016-06-10

୧ ଗାଁ, ୨ ମୋଟର, ୨୧ କୂଅ-ସବୁ ଅଚଳ



ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଫୁଣ୍ଡା ଗ୍ରାମରେ ୬/୭ ବର୍ଷ ତଳେ ନିର୍ମାଣ ଆରମ୍ଭ ହୋଇଥିବା ଏକ ପାଣି ଟାଙ୍କି ଏବେ ଯାଏଁ ଅର୍ଦ୍ଧନିର୍ମିିତ  ଅବସ୍ଥାରେ ପଡିରହିଛି।  ତେଣୁ ଲୋକଙ୍କୁ ପମ୍ପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି। ବ୍ଲକର ଫୁଣ୍ଡା ଗ୍ରାମର ଜନସଂଖ୍ୟା ପ୍ରାୟ  ୧୬୦୦ରୁ ଅଧିକ। ସେମାନଙ୍କ ପାଇଁ ୨୧ ଗୋଟି ନଳକୁଅ  ରହିଛି। ସେଥିରୁ ତିନି ଗୋଟି ଖରାପ ହୋଇଥିବ ବେଳେ ୧୮ଟି ନଲ କୂଅରୁ ଆବଶ୍ୟକ ପରିମାଣରେ ପାଣି ବାହାରୁ ନାହିଁ। ଗ୍ରାମକୁ ପାଣି ଯୋଗାଣ ସକାସେ ଦୁଇ ଗୋଟି ମୋଟର ରହିଛି। ଗୋଟିଏ ମୋଟର ତଳପଡାକୁ ପାଣି ଯୋଗାଣ କରୁଥିବା ବେଳେ ଆଉ ଗୋଟିଏ ମୋଟର କଲୋନି ପଡାକୁ ପାନୀୟ ଜଳ ଯୋଗାଇଥାଏ। ହେଲେ କଲୋନି ପଡାକୁ ଜଳଯୋଗାଣ କରୁଥିବା ମୋଟର ଦୀର୍ଘ ତିନି ମାସ ହେଲା ଖରାପ ହୋଇଥିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।


News Story - Posted on 2016-06-08

ଛାତ୍ରଙ୍କ ଦ୍ୱାରା ପରିବେଶ ଯାତ୍ରା




News Story - Posted on 2016-06-07

ପଦ ହରାଇବେ ବ୍ରହ୍ମପୁର କର୍ପୋରେଟର‌୍‍!




News Story - Posted on 2016-06-05

ଓଡ଼ିଆ କବିଙ୍କୁ ଅର୍ନ୍ତଜାତୀୟ ସମ୍ମାନ 




News Story - Posted on 2016-06-04

ଆଶ୍ରମ କି ଦୋଷ କଲା?



ପ୍ରଶାସନ ଜୁନ ୩ ତାରିଖ ପୂର୍ବାହ୍ନ ୯ଟାରେ ଘଟଣା ସ୍ଥଳରେ ପହଞ୍ଚି ଆଶ୍ରମ ପରିସରକୁ ୧୪୪ ଧାରା ଜାରି କରିବା ପରେ ଆଶ୍ରମ ସମ୍ମୁଖରେ ବସିଥିବା ମହିଳାଙ୍କୁ ଆଶ୍ରମ ଛାଡି ଚାଲିଯିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିଥିଲେ। ପୁଲିସର ଏକ ସଶସ୍ତ୍ର ବାହିନୀ ଆଶ୍ରମ ସମ୍ମୁଖରେ ବସିଥିବା ମହିଳାମାନଙ୍କୁ ଘଉଡାଇ ଆଶ୍ରମ ମଧ୍ୟକୁ ପ୍ରବେଶ କରିଥିଲେ। ଏହି ସମୟରେ କେତେକ ମହିଳା ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ଅନ୍ୟ କେତେକ ମହିଳା ଆତ୍ମାହୂତୀ ଦେବା ପାଇଁ ଉଦ୍ୟମ କଲାବେଳେ ପୁଲିସ ସେମାନଙ୍କୁ କାବୁ କରିନେଇ ରାମଚଣ୍ଡୀ ଥାନାରେ ଅଟକ ରଖିଛି। ଏହି ଅଟକମାନଙ୍କ ମଧ୍ୟରେ ୧୦ ଜଣ ମହିଳା ରହିଥିବା ବେଳେ ୧୫ ଜଣ ପୁରୁଷ ରହିଛନ୍ତି। ଆଶ୍ରମ ମଧ୍ୟରୁ ଶ୍ରଦ୍ଧାଳୁମାନଙ୍କୁ ଘଉଡାଇବା ପରେ ଆଶ୍ରମ ଚତୁଃପାର୍ଶରେ ପୁଲିସର ଏକ ସୁରକ୍ଷା ବଳୟ ସୃଷ୍ଟି କରି ଦିନ ୧୦ଟାରେ ଆରମ୍ଭ କରିଥିଲା କୋଠାବାଡି ଭଙ୍ଗା କାର୍ଯ୍ୟ। ତିନୋଟି ଜେସିବି ମେସିନ ସାହାଯ୍ୟରେ ଭଙ୍ଗା କାର୍ଯ୍ୟ ଚାଲିଥିଲା।


News Story - Posted on 2016-06-04

କଂଗ୍ରେସ ନେତାଙ୍କ ଜନଗର୍ଜନ




News Story - Posted on 2016-05-31

ସରପଞ୍ଚ ସ୍ବାମୀ ପ୍ରେମ କଲେ...




News Story - Posted on 2016-05-30

ମରିବା ପାଇଁ ୩ ପ୍ରକାର ବିଷପାନ!




News Story - Posted on 2016-05-30

ରାମଚଣ୍ଡୀରେ ସମର୍ ବିଚ୍ ପାର୍ଟି!



ବିୟର ଆଉ ବିରିଆନୀ! ଡିଜେ ଓ ଡ୍ୟାନ୍ସ! ସମୁଦ୍ର କୂଳ। ନିରୋଳା ଜାଗା। ମଉଜ ଓ ମସ୍ତି ପାଇଁ ଆଉ କ’ଣ ଲୋଡ଼ା? ଦେହର ଦାହରେ ଜଳି ହେଉଥିବା ସଂସ୍କାରହୀନ ଯୁବପିଢ଼ି ପାଇଁ ଏଇ ହେଉଛି ସମର୍ ବିଚ୍ ପାର୍ଟି। ଅନୁମତି ନନେଇ ଖୁଲମଖୁଲ୍ଲା ମଦ୍ୟପାନ, ଶବ୍ଦ ପ୍ରଦୂଷଣ ଓ ଅନ୍ୟ କଥା। ଲୋକଙ୍କ ଅଭିଯୋଗ ପାଇଁ ପୁଲିସ ବନ୍ଦ କଲାବେଳକୁ ବେଳବୁଡ଼।


News Story - Posted on 2016-05-30

କଳାହାଣ୍ଡିରେ ମଦମୃତ୍ୟୁ!




News Story - Posted on 2016-05-29

ପୋଲ ଭାଙ୍ଗି ଗ୍ରାମ ବିଚ୍ଛିନ୍ନ




News Story - Posted on 2016-05-29

ପର୍ଯ୍ୟଟକଙ୍କ ପର୍ସ ଫେରାଇଲେ ବ୍ୟବସାୟୀ




News Story - Posted on 2016-05-29

ଓଡ଼ିଆଙ୍କ ମାଗଣା ମନ୍ଦିର ବୁଲା



ଜିଲ୍ଲା ପ୍ରଶାସନ ଓ ଏଏସଆଇ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ପରେ ୨୮.୦୫.୨୦୧୬ ତାରିଖ ଥିଲା ପ୍ରଥମ ଶନିବାର। ସେହିଦିନ ପ୍ରତ୍ୟୁଷରେ ଏଏସଆଇର କର୍ମଚାରୀ ଓ ସୁରକ୍ଷା କର୍ମୀମାନେ କେତେକ ଓଡିଆ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ଭିତରକୁ ନଛାଡି ଟିକଟ ଆଣିବା ପାଇଁ ବାଧ୍ୟ କରିଥିବାବେଳେ କେତେକ ପର୍ଯ୍ୟଟକଙ୍କୁ ଛାଡିଥିଲେ।  ଏହି ଖବର ପାଇ କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ ଓ ଅନ୍ୟ କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ପହଞ୍ଚି ଏଏସଆଇ କର୍ମଚାରୀଙ୍କ ଏତାଦୃଶ କାର୍ଯ୍ୟକଳାପକୁ ବିରୋଧ କରିଥିଲେ। କେତେକ ଓଡିଆ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପ୍ରବେଶ ପାଇଁ କିଣିଥିବା ଟିକଟକୁ ସୁରକ୍ଷା ସମିତିର କର୍ମକର୍ତ୍ତାମାନଙ୍କୁ ଉପସ୍ଥିତିରେ ଏଏସଆଇର କର୍ମଚାରୀମାନେ ଫେରାଇ ନେଇଥିଲେ।


News Story - Posted on 2016-05-28

୨ ମାସରେ ୭ ଏନ୍‌କାଉଣ୍ଟର



ସେହିଭଳି ଏପ୍ରିଲ‌୍‍ ମାସ ୯ ରୁ ମେ ମାସ ୨୬ ତାରିଖ ସୁଦ୍ଧା ଗଂଜାମ ପୋଲିସ ଜିଲ୍ଲାରେ ୩ ଟି ଏବଂ ବ୍ରହ୍ମପୁର‌୍‍ ପୋଲିସ ଜିଲ୍ଲାରେ ୪ ଟି ଏନ‌୍‍କାଉଣ୍ଟର‌୍‍ ହୋଇଛି। ଏହିଭଳି ୨ ମାସ ଭିତରେ ମୋଟ ୭ ଗୋଟି ଏନ‌୍‍କାଉଣ୍ଟର‌୍‍ ହୋଇଛି। ନୂଆ ଏସ‌୍‍ପିଙ୍କ ଅପରାଧୀ ଗୋଷ୍ଠୀଙ୍କ ମଧ୍ୟରେ ଚଡ଼କ ପଡ଼ିଛି। ଯାହାଫଳରେ ଅନ୍ୟ କିଛି କୁଖ୍ୟାତ ମୋଷ୍ଟ ୱାଣ୍ଟେଡ଼‌୍‍ ଜିଲ୍ଲା ଏବଂ ରାଜ୍ୟ ବାହାରେ ଲୁଚିବା ପାଇଁ ପଳାଇଥିବା ପୋଲିସ ସନ୍ଦେହ କରୁଛି। ଏମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ‌୍‍ପିଙ୍କ ସୂତ୍ରରୁ ସୂଚନା ମିଳିଛି।


News Story - Posted on 2016-05-26

ପାର୍କିଂଜୋନ ନାହିଁ, ଫାଇନ୍ କେମିତି ବୈଧ?




News Story - Posted on 2016-05-25

ପ୍ରେମ ପାଇଁ ହତ୍ୟା!




News Story - Posted on 2016-05-25

ଜଳମଗ୍ନ କୋଣାର୍କ-ଜନସ୍ୱାର୍ଥ ମାମଲା



ଏହି ସମୟରେ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମନ୍ଦିର ପରିସରରେ ଜମି ରହିଥିବା ବର୍ଷା ଜଳ ଦେଖି ଘୋର ଅସୋନ୍ତଷ ବ୍ୟକ୍ତ କରିଥିଲେ। କେତେକ ପର୍ଯ୍ୟଟକ ମନ୍ଦିର ପରିସରର ଏପରି ଅବସ୍ଥା ଦେଖି ଫେରିଯାଇଥିବା ବେଳେ ଆଉ କେତେକ ପର୍ଯ୍ୟଟକ ପାଣିରେ ପଶି ସୂର୍ଯ୍ୟମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟକୁ ଦେଖୁଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।


News Story - Posted on 2016-05-24

ବନ ବିଭାଗରେ ବିକ୍ରି ହେଉଛି ନିଯୁକ୍ତି ପତ୍ର!



ଏହାର କିଛି ଦିନ ପରେ ନିଯୁକ୍ତି ପତ୍ର ଓ ଦରମା ଚେକ ନକଲି ବୋଲି ଜଣାପଡିଥିଲା। ଯୁବକମାନେ ବନ ବିଭାଗ କାର୍ଯ୍ୟାଳୟରେ ବୁଝାବୁଝି କରିବା ପରେ ଜୁନିୟର ଷ୍ଟେନୋ ଦଲାଲ ବିଜୟ ସେନାପତି ଜରିଆରେ ସେମାନଙ୍କୁ ଠକେଇ କରିଥିବା ଜଣାପଡିଥିଲା। ବାରମ୍ୱାର ଯୁବକମାନେ ଷ୍ଟେନୋ ଓ ବିଜୟ ସେନାପତି ଦ୍ୱାରସ୍ଥ ହୋଇ ଟଙ୍କା ଫେରସ୍ତ ପାଇଁ କାକୁତି ମିନତୀ ହୋଇଛନ୍ତି। ତଥାପି ଟଙ୍କା ଫେରିବା ନେଇ ସେମାନେ ଏବେ ସନ୍ଦିହାନ। ଷ୍ଟେନୋ ଏହି ଘଟଣା ପ୍ରଘଟ ନ କରିବା ପାଇଁ ଓ ଦୁଇ ମାସ ମଧ୍ୟରେ ଟଙ୍କା ଫେରସ୍ତ କରିବ ବୋଲି ଗତ ସେପ୍ଟେମ୍ୱର ୨୦୧୫ରେ ନୋଟାରୀଙ୍କ ଠାରେ ସତ୍ୟପାଠ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ନ ଦେଇ ସେମାନଙ୍କୁ ଭୂଆଁ ବୁଲାଉଥିବା ନେଇ ଅଭିଯୋଗ କରିଛନ୍ତି।


News Story - Posted on 2016-05-22

ସୂର୍ଯ୍ୟମନ୍ଦିରରେ ଆଦାୟ ହେବ ବର୍ଦ୍ଧିତ ଫି




News Story - Posted on 2016-05-21

ରୋଆନୁରେ ବୁଡ଼ିଲା ସୂର୍ଯ୍ୟମନ୍ଦିର



ଶୁକ୍ରବାର ପ୍ରତ୍ୟୁଷରୁ ଆକାଶ ମେଘାଚ୍ଛନ୍ନ ରହି ଘଡଘଡି ସହ ତୁହାକୁ ତୁହା ବର୍ଷା ଲଗିରହିବା ଯୋଗୁଁ ବିଶ୍ୱ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ କମିଯାଇଥିଲା। ଲାଗାଣ ବର୍ଷା ଯୋଗୁଁ ସୂର୍ଯ୍ୟମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାଷିତ ହୋଇ ନ ପାରି ମନ୍ଦିର ପରିସର କୃତ୍ରିମ ହ୍ରଦରେ ପରିଣତ ହୋଇଥିଲା। ପର୍ଯ୍ୟଟକମାନେ ପାଣିରେ ପଶି ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖୁଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂର୍ଯ୍ୟମନ୍ଦିର ପରିସର ଓ କୋଣାର୍କ ବଜାରରୁ ଜଳଜମାଟି ସମସ୍ୟା ଦୂର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଡ୍ରେନେଜ ବିଭାଗ ପକ୍ଷରୁ ୨୦୧୧ ମସିହାରେ ଡ୍ରେନ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା କୋଉ କାମରେ ଆସୁନାହିଁ।


News Story - Posted on 2016-05-17

ମହିଳା ଭକ୍ତଙ୍କ ବିରୋଧରେ ୧୫ ଦଫା




News Story - Posted on 2016-05-15

ନବୀନ ରେକର୍ଡ଼-ଦିନକୁ ୪ ହତ୍ୟା, ୬ ଧର୍ଷଣ



ସବୁଠାରୁ ଉଦ‌ବେଗଜନକ କଥା ହେଉଛି ୨୦୧୫ରେ ୨,୨୮୬ଟି ଧର୍ଷଣ ମାମଲା ପଞ୍ଜିକୃତ ହୋଇଥିଲା। ଏଥିମଧ୍ୟରୁ ୨,୨୪୮ଟି ମାମଲା ସତ୍ୟ ବୋଲି ପ୍ରମାଣିତ ହୋଇଥିଲା। ତନ୍ମଧ୍ୟରୁ ୧,୪୮୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ୨୦୧୪ରେ ରାଜ୍ୟରେ ମୋଟ ୧୮୩୨ ଧର୍ଷଣ ମାମଲା ପଞ୍ଜୀକୃତ ହୋଇଥିଲା। ୨୦୧୫ରେ ୬୦୧୬ ଯୌତୁକ ଜନିତ ମାମଲା ରୁଜୁ ହୋଇଥିବାବେଳେ ୩୪୬୬ରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ଏଥିମଧ୍ୟରୁ ୬୦୮ ମାମଲା ଯୌତୁକ ଜନିତ ହତ୍ୟା ମାମଲା ହୋଇଥିବାବେଳେ ୭୬ଟି ଆତ୍ମହତ୍ୟା ମାମଲା ରହିଛି। ସେହିପରି ୩୬୩୪ ଯୌତୁକ ନିର୍ଯ୍ୟାତନା ମାମଲା ବି ରୁଜୁ ହୋଇଥିଲା।


News Story - Posted on 2016-05-14

ଆଶ୍ରମ ହେଲା ଗେଷ୍ଟହାଉସ, ଲୋକେ ମାତିଲେ



୨୦୧୫ ମସିହା ସେପ୍ଟେମ୍ବର ୫ ତାରିଖଠାରୁ ଏଯାବତ ୯ ମାସ ଧରି ବନବିଭାଗ ଆଶ୍ରମର କୋଠା, ମନ୍ଦିର, ଫୁଲ ଫଳ ବଗିଚାକୁ ନିଜ ଅକ୍ତିଆରରେ ରଖିଥିଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟ କରିପାରି ନାହିଁ। ବାନାବାବାଙ୍କ ଅକ୍ତିଆରରେ ଏହି ଐତିହ୍ୟ ପୀଠ ଦର୍ଶନୀବନ୍ତ ଥିବାବେଳେ ଆଶ୍ରମ ପରିସରକୁ ମଦମାଂସ ପ୍ରବେଶ କରୁ ନ ଥିବା ବେଳେ ବନବିଭାଗର କର୍ମଚାରୀମାନେ ଏହାକୁ ଗେଷ୍ଟ ହାଉସରେ ପରିଣତ କରି ଏହି ଧର୍ମୀୟ ପୀଠରେ ମଦମାଂସର ଭୋଜି କରୁଥିବା ଦର୍ଶନୀବନ୍ତ ଶାନ୍ତି ସୁରକ୍ଷା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି।


News Story - Posted on 2016-05-12

କୋଣାର୍କରେ ଜୟଦେବ ସଂକୀର୍ତ୍ତନ




News Story - Posted on 2016-05-12

ମଲେ ମାଓବାଦୀ, ଗାଁରେ ଆତଙ୍କ



ଏନକାଉଣ୍ଟରର ଇତି ମଧ୍ୟରେ ଏକ ସପ୍ତାହ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ମୃତ ମହିଳା ନକ୍ସଲଙ୍କ ପରିଚୟ ମିଳିନାହିଁ କିମ୍ୱା କୌଣସି ସଂଗଠନ ତରଫରୁ ଏହି ଏନକାଉଣ୍ଟରକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ନକ୍ସଲ ଇତିହାସ କହୁଛି ସଂଗଠନର କୌଣସି କ୍ଷତି ହେଲେ ନକ୍ସଲମାନେ ଖୁବ ପ୍ରତିକ୍ରିୟାଶୀଳ ହୋଇ ଏକ ବଡ ଧରଣର ହିଂସା ଘଟାଇଥାନ୍ତି ଏବଂ ସେମାନେ ପୁଲିସ ଇନଫର୍ମର ନାଁରେ ପ୍ରଥମେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥାନ୍ତି। ଅଥଚ ଏହି ଏନକାଉଣ୍ଟରର ସପ୍ତାହ ପରେ ବି କୌଣସି ନକ୍ସଲ ସଂଗଠନ କୌଣସି ପ୍ରତିକ୍ରିୟା ନଦେବା ଝଡ ପୂର୍ବର ନୀରବତା ବୋଲି ଚର୍ଚ୍ଚା ହେଉଛି।


News Story - Posted on 2016-05-08

ଦାଦନ ଜିଲ୍ଲାରେ ମେସିନ ଖୋଳୁଚି ପୋଖରୀ




News Story - Posted on 2016-05-08

୫୦୦ ଲୋକଙ୍କୁ ୧ ନଳକୂଅ




News Story - Posted on 2016-05-06

ବଢ଼ୁଛନ୍ତି ନକଲି ମାଓବାଦୀ!



ଅନ୍ୟ କେତେକ କ୍ଷେତ୍ରରେ ଦୁର୍ନୀତି ଧରାପଡ଼ିବା ଆଶଙ୍କାରେ ଆଦିବାସୀ ଅଧ୍ୟୁସିତ ଅଂଚଳର ବ୍ଲକ, ପଂଚାୟତ ଓ ଅନ୍ୟ ସରକାରୀ ଅଫିସର ଅଧିକାରୀମାନେ ସଂପୃକ୍ତ ରେକର୍ଡ଼ପତ୍ର ପୋଡ଼ି ଦେଇ ମାଓବାଦୀଙ୍କ ନାଁ ନେଉଛନ୍ତି। ଅନ୍ୟ କେତେକ କ୍ଷେତ୍ରରେ ନିମ୍ନ ମାନର କାମ କରିଥିବା ଠିକାଦାର ଡନାମାଇଟ୍ ଲଗାଇ ପୋଲ, ସଡ଼କ ଓ କୋଠା ଉଡ଼ାଇ ଦେଇ ମାଓବାଦୀ ନାଁ ନେଉଛନ୍ତି। ତିଆରି ଜିନିଷ ଧ୍ବଂସ ହେଲେ ଆଉ ଥରେ ତିଆରି କରିବା ପାଇଁ ଟଙ୍କା ମିଳିବା ଆଶାରେ ଅଫିସର ଓ ଠିକାଦାରମାନେ ଉପଦ୍ରୁତ ଅଂଚଳରେ ଏପରି କରିଥାନ୍ତି। ନାଲି କାଳି ବା ଅଳତାରେ ସାଦା କାଗଜରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଦେଲେ ଯଦି ସମସ୍ତେ ମାଓବାଦୀ ହୋଇଯାଆନ୍ତେ ତେବେ ଏଭଳି ରାଜ୍ୟରେ ଲକ୍ଷଲକ୍ଷ ମାଓବାଦୀ ଅଛନ୍ତି ବୋଲି ଧରିବାକୁ ପଡ଼ିବ।

 


News Story - Posted on 2016-05-05

ଛେଳିମେଣ୍ଢାଙ୍କ ପାଇଁ ବି ଜଳ ନାହିଁ




News Story - Posted on 2016-05-05

୩ ଗୁଣ ହେବ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ



ଏ ସଂପର୍କରେ ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦେଶୀ ପର୍ଯ୍ୟଟକଙ୍କଠାରୁ ୫୦୦ ଟାଙ୍କା ଶୁଳ୍କ ଆଦାୟକୁ ଅପରିବର୍ତ୍ତିତ ରଖି ସାମୟିକ ଭାବେ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ଶୁଳ୍କ ଆଦାୟ କରିବା ନିମନ୍ତେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସ୍ଥାନୀୟ ଏଏସଆଇର ସଂରକ୍ଷଣ ସହାୟକ ନିର୍ମଳ ମହାପାତ୍ରଙ୍କୁ ଏପ୍ରିଲ ୫ ତାରିଖରେ ଏକ ନୋଟିସ ମାଧ୍ୟମରେ ଅବଗତ କରାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁଯାୟୀ ଏଏସଆଇ ପକ୍ଷରୁ ଏପ୍ରିଲ ୬ ତାରିଖ (ବୁଧବାର) ପ୍ରତ୍ୟୁଷରୁ ଟିକଟ କାଉଣ୍ଟରରେ ବର୍ଦ୍ଧିତ ଶୁଳ୍କ ୩୦ ଟଙ୍କା ପରିବର୍ତ୍ତେ ୧୦ ଟଙ୍କିଆ ଟିକଟ ବିକ୍ରୀ କରାଯାଇଥିଲା। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶନାମାର ସମୟ ସୀମା ମେ ୫ ତାରିଖ ସୁଧା ଶେଷ ହେଉଥିବାରୁ ମେ ୬ ତାରିଖରୁ ବର୍ଦ୍ଧିତ ଶୁଳ୍କ ୩୦ ଟଙ୍କା ଆଦାୟ କରାଯିବ ବୋଲି ଏଏସଆଇ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।

 


News Story - Posted on 1970-01-01

ସ୍କୁଲ ପୋଷାକରେ ବି ଦୁର୍ନୀତି!




News Story - Posted on 2016-05-05

ଗାଁକୁ ଫେରିଲା ଭିନ୍ନକ୍ଷମ ଦାଦନର ଶବ




News Story - Posted on 2016-05-04

କୋଣାର୍କ ଜବରଦଖଲ!



କୋଣାର୍କ ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ପେଟ ପୋଷିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଏଠାକୁ ଆସିଥାନ୍ତି। ପରିବାର ଭରଣପୋଷଣ ଉଦ୍ଦେଶ୍ୟରେ ଆସିଥିବା ଏହି ବ୍ୟକ୍ତିମାନେ ପ୍ରଥମେ ଭଡାସୂତ୍ରରେ ରହିବା ପରେ ଦଲାଲଙ୍କ ପ୍ରଲୋଭନରେ ପଡି ରେଜିଷ୍ଟ୍ରୀ ହୋଇପାରୁ ନଥିବା ଜମିକୁ ଏଗ୍ରୀମେଣ୍ଟ ସୂତ୍ରରେ କିଣିଥାନ୍ତି। ପରବର୍ତ୍ତୀ ସମୟରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ରାଜସ୍ୱ  ଅଧିକାରୀମାନଙ୍କୁ ହାତଗୁଞ୍ଜା ଦେଇ ଦଲାଲଙ୍କଠାରୁ କିଣିଥିବା ଅଣ ବନ୍ଦୋବସ୍ତ, ଅନାବାଦି, ଗୋଚର ଓ ଶ୍ମଶାନ ଜମିରେ ଗୃହ ନିର୍ମାଣ କରିବା ସହିତ ଜବରଦଖଲ ମକଦ୍ଦମା ରୁଜୁ କରି ଜମିର ମାଲିକ ହୋଇଯାଉଛନ୍ତି।

 


News Story - Posted on 2016-05-03

ଗଂଜାମ ଅପରାଧ ମୁକ୍ତ ହେବ?



ଏସପିଙ୍କ ଗଂଜାମ ଜିଲ୍ଲାକୁ ଅପରାଧ ମୁକ୍ତ କରିବାର ପଣକୁ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି। ବହୁ କୁଖ୍ୟାତ ଅପରାଧୀ ଗିରଫ ହୋଇଛନ୍ତି। କିନ୍ତୁ ବାସ୍ତବରେ ପୋଲିସ କେବଳ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ଏବଂ ତାଙ୍କ ସହଯୋଗୀ ଅପରାଧୀମାନଙ୍କ ପଛରେ ପଡ଼ିଥିବା ଦେଖିବାକୁ ମିଳୁଛି। ରମେଶ ସହ ବହୁ ଜମି ଜାଲିଆତିରେ ସଂପୃକ୍ତ ଥିବା ବ୍ରହ୍ମପୁର କିଛି ବିଲଡରଙ୍କୁ  ଗିରଫ କରାଯାଇଥିବା ବେଳେ ଆଉ କିଛି ଫେରାର ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ଏଠାରେ ପ୍ରଶ୍ନଉଠେ ଯେ, ରମେଶଙ୍କ ସହ କେବଳ ବ୍ରହ୍ମପୁର ବିଲଡରମାନେ ହିଁ ସଂପୃକ୍ତ ରହିଛନ୍ତି କି?

 


News Story - Posted on 2016-05-03

ନିହତ ମହିଳା ମାଓବାଦୀଙ୍କ ପରିଚୟ କ’ଣ?



ଏପ୍ରିଲ ୩୦ ତାରିଖରେ ପୁଲିସ ଏନକାଉଣ୍ଟରେ ନିହତ ହୋଇଥିବା ତିନି ଜଣ ମହିଳାଙ୍କର ପରିଚୟ ମିଳି ନଥିବାରୁ ପୁଲିସର ଦାବି ନେଇ ସନ୍ଦେହ ସୃଷ୍ଟି ହୋଇଛି। ନିହତ ମହିଳାମାନେ ସତରେ ମାଓବାଦୀ କି ଜଙ୍ଗଲୀ ଆଦିବାସୀ ତାହା ମଧ୍ୟ ସ୍ଥିର ହୋଇନାହିଁ। ସେମାନଙ୍କ ଶିବିରରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ପୁଲିସ ଦାବି କରିଥିବାରୁ ସେମାନେ ମାଓବାଦୀ ହୋଇଥାଇ ପାରନ୍ତି ବୋଲି ମଧ୍ୟ ବିଶ୍ବାସ କରାଯାଉଛି।

 


News Story - Posted on 2016-04-28

କେନ୍ଦୁଝରର ୬୦ରୁ ଅଧିକ ଖଣିରେ ମନ୍ଦିର



ଜଲହରିସ୍ଥ ଏସେଲ ମାଇନିଂ ଅଂଚଳ ଓ ଜଜାଙ୍ଗର ରୁଙ୍ଗଟା ଖଣି ଲିଜ ଅଂଚଳରେ ଶିବ ମନ୍ଦିର ନିର୍ମିତ ହୋଇ ପୂଜା ପାଉଛନ୍ତି। କେବଳ ଏହା ନୁହେଁ, ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମୃଗା ମହାଦେବ ମୃଗାବେଡ଼ା ଖଣି ଇଲାକାରେ ରହିଛି। ସେହିଭଳି ବଡ଼ବିଲଠାରେ ୫ ଏକରର ଅଧିକ ସରକାରୀ ଜମିରେ ହରିହର ମନ୍ଦିର, ଚଂପୁଆରେ ଜଗନ୍ନାଥ ମନ୍ଦିର, ଯୋଡ଼ାର ଜାରୀୟ ରାଜପଥ କଡ଼ରେ ତାରିଣୀ ମନ୍ଦିର,  ଭୀମକୁଣ୍ଡ ପାଟଣାରେ ଭୀମକୁଣ୍ଡ ଶିବ ମନ୍ଦିର, ସୀତାବିସି ଶିବ ମନ୍ଦିର, ପଂଚ ଜଂଗଲରେ ଥିବା ଗୋନାଶିକା ଶିବ ମନ୍ଦିର, ପଂଚଜଂଗଲର ଶୁଆକାଠି ଶିବ ମନ୍ଦିର ମଧ୍ୟ ସରକାରୀ ଜମି ଉପରେ ନିର୍ମାଣ କରାଯାଇଛି।

 


News Story - Posted on 2016-04-28

ଆକାଶଛତାରେ ଉଡିବାର ମଜା




News Story - Posted on 2016-04-28

ମା ମଙ୍ଗଳାଙ୍କ ଝାମୁଯାତ୍ରା ଶେଷ




News Story - Posted on 2016-04-25

ଏହା କ’ଣ ହିନ୍ଦୁ ମନ୍ଦିର ନୁହେଁ?



ଏକ କମ୍ପାନୀର ଲିଜ ଏରିଆ ମଧ୍ୟରେ ସ୍ଥାନୀୟ ଲୋକମାନଙ୍କର ଧର୍ମୀୟ ଉତ୍କଣ୍ଠାକୁ ନେଇ ନିର୍ମିତ ଏହି ଦେବୀ ମନ୍ଦିର ଭାଙ୍ଗିବା ପାଇଁ ଏକ ଗୋଷ୍ଠୀ ଦୁଇ ବର୍ଷରୁ ଅଧିକ ସମୟ ଧରି ଉଦ୍ୟମ ଅବ୍ୟାହତ ରଖିବା ସହିତ ପ୍ରଶାସନ ଉପରେ ଚାପ କାଇ ଆସିଥିଲା। ସାଧାରଣ ଜୀବନ ଯାତ୍ରାରେ ବାଧକ ହେଉ ନଥିବା କିମ୍ୱା ଟ୍ରାଫିକ ସମସ୍ୟା ସୃଷ୍ଟି କରୁନଥିବା ଦୁର୍ଗମ ଅଞ୍ଚଳର ଏହି ମନ୍ଦିର ଭାଙ୍ଗିବା ପାଇଁ ସ୍ଥାନୀୟ ଅଞ୍ଚଳର କେହି କେବେ ସ୍ବର ଉତ୍ତୋଳନ କରିନାହାନ୍ତି। ମାତ୍ର ଜିଲ୍ଲା ବାହାରର ଏକ ଗୋଷ୍ଠୀ ଆକ୍ରୋଶମୂଳକ ଭାବେ ଏହି ଧର୍ମୀୟ ପୀଠକୁ ଛାରଖାର କରିବା ପାଇଁ ଉଦ୍ୟମ ଚଳାଇଆସିଛି। ଧର୍ମପୀଠ ନିର୍ମାଣ କାର୍ଯ୍ୟ ପାଇଁ ସହାୟତାର ହାତ ବଢାଇ ଆସିଥିବା ବଦାନ୍ୟ ବ୍ୟକ୍ତିଙ୍କ ଉପରେ ନିଜର ବ୍ୟକ୍ତିଗତ ରାଗ ଶୁଝାଇବା ପାଇଁ ମନ୍ଦିରକୁ ଆଳକରିବା ସ୍ଥାନୀୟ ଧାର୍ମିକ ବ୍ୟକ୍ତିମାନଙ୍କ ମନରେ ଆଘାତ ସୃଷ୍ଟି କରିଛି। ମନ୍ଦିର ପ୍ରତିଷ୍ଠାକୁ ନେଇ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ରାଜନୀତି କରୁଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଲୋକମାନେ ମତ ଦେଇଛନ୍ତି।


News Story - Posted on 2016-04-21

କୋଣାର୍କରେ ପ୍ରାଚୀନ ସଭ୍ୟତାର ସୂଚନା



ଐତିହାସିକ ତଥ୍ୟାନୁଯାୟୀ ପ୍ରାଚୀନ କାଳରେ ଉତ୍କଳର ନୌବାଣିଜ୍ୟ ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଥିଲା। ଓଡ଼ିଶାର ବୃହତ୍ତମ ବନ୍ଦରଗୁଡ଼ିକ ମଧ୍ୟରେ କୋଣାର୍କ ଥିଲା ଅନ୍ୟତମ। କାଳକ୍ରମେ ଏଠାରେ ଚିତ୍ରୋତ୍ପଳା ଓ ଚନ୍ଦ୍ରଭାଗା ପ୍ରଭୃତି ଅନେକ ସୁନାବ୍ୟା ନଦୀ ପ୍ରବାହିତ ହୋଇ ଦେଶର ବିଭିନ୍ନ ଅଞ୍ଚଳ ସହିତ ଏହି ବନ୍ଦର ସଂଯୋଗ ରକ୍ଷା କରିଥିଲା। ଚୀନ ପରିବ୍ରାଜକ ହୁଏନସାଂ ସପ୍ତମ ଶତାଦ୍ଦୀରେ ଏହି ଚିତ୍ରୋତ୍ପଳା ବନ୍ଦର ଓ ନଗରୀର ସଂପର୍କରେ ବର୍ଣ୍ଣନା କରିଛନ୍ତି। ଖ୍ରୀଷ୍ଟୀୟ ପ୍ରଥମ ଶତାଦ୍ଦୀରେ ଗ୍ରୀକ ଲେଖକ ତଥା ଦାର୍ଶନିକ ଟୋଲେମୀ ତାଙ୍କର ପୃଥିବୀ ଭୂଗୋଳ ପୁସ୍ତକରେ କୋନ୍ନାଗର ନଗରୀର ବର୍ଣ୍ଣନା କରିଛନ୍ତି। ଏହା ଏକ ବୃହତ ବନ୍ଦର ଥିବାର ସେ ଉଲ୍ଲେଖ  କରିଛନ୍ତି। ସେହି କୋନ୍ନାଗର ପରବର୍ତ୍ତୀ କାଳରେ କୋଣାର୍କ ନାମରେ ପ୍ରସିଦ୍ଧ ଲାଭ କରିଥିଲା। ସାମୁଦ୍ରିକ ଝଡରେ ଏହି ବନ୍ଦର ସଂପୂର୍ଣ୍ଣ ନିଶ୍ଚିନ୍ନ ହୋଇ ଯାଇଥିଲା।

 


News Story - Posted on 2016-04-17

ଅପରାଧୀଙ୍କ ଅଡ୍ଶାସ୍ଥଳୀ ପାଲଟିଛି କୋଣାର୍କ



ଦେହଜୀବୀ ଯୁବତୀଙ୍କ ପାଇଁ କୋଣାର୍କ ଏବେ ନିରାପଦ ସ୍ଥାନ ପାଲୋଟିଛି। ପ୍ରତ୍ୟହ ପାଠପଢୁଆ ଯୁବକ ଯୁବତୀମାନେ ନିଜର କାମଲାଳସା ଚରିତାର୍ଥ କରିବା ସହିତ ସହଜ ଅର୍ଥ ଉପାର୍ଜନ ପାଇଁ ଏଠାକୁ ଆସିଥାନ୍ତି। ସୂର୍ଯ୍ୟମନ୍ଦିର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବା ପାଇଁ ବର୍ଷତମାମ ଦେଶବିଦେଶର ହଜାର ହଜାର ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି। ମାଘସପ୍ତମୀରେ ଚନ୍ଦ୍ରଭାଗା ବୁଡ, ବୋଇତ ବନ୍ଦାଣ ଉତ୍ସବ, କୋଣାର୍କ ନୃତ୍ୟ ସଂଗୀତ ଉତ୍ସବ, କୋଣାର୍କ ଉତ୍ସବ, ଏବଂ ବିଭିନ୍ନ ସମୟରେ ଚନ୍ଦ୍ରଭାଗା ତୀର୍ଥ ପୂଷ୍କରିଣୀ ଓ ମହୋଦଧିରେ ବୁଡ ପକାଇବା ପାଇଁ  ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ଏହିସବୁ ସମୟରେ ଏଠାରେ ଦେହ ବ୍ୟବସାୟ ବୃଦ୍ଧି ପାଇଥାଏ। ଏହି ଉତ୍ସବ ମାନଙ୍କରେ କୋଣାର୍କ ଥାନାଧିକାରୀଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଲା ପରିସ୍ତିତି, ସୁରକ୍ଷା ବ୍ୟବସ୍ଥା ଓ ଭିଡ ନିୟନ୍ତ୍ରଣ କରାଯାଇଥାଏ।

 


News Story - Posted on 2016-04-17

କୋଣାର୍କ ସୌନ୍ଦର୍ଯ୍ୟକରଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି



ବିଗତ ୨୫ ବର୍ଷ ଧରୀ ପର୍ଯ୍ୟଟନ ଶିଳ୍ପର ବିକାଶ ନିମନ୍ତେ ପ୍ରଶାସନିକ ବଡପଣ୍ଡାମାନଙ୍କର କୋଣାର୍କରୁ ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଛି। ତେବେ ସମସ୍ତ ପ୍ରକାର ନିଷ୍ପତ୍ତି ନାଲିଫିତା ତଳେ ପଡ଼ିରହିଛି। ବାସ୍ତବ କ୍ଷେତ୍ରରେ ଏହାର କାର୍ଯ୍ୟାନ୍ବୟନ ହୋଇପାରି ନାହିଁ। ଇଣ୍ଡିଆନ ଅଏଲ ଫାଉଣ୍ଡେସନ (ଆଇଓଏଫ) ପକ୍ଷରୁ ୩୬ କୋଟି ଟଙ୍କା ଅନୁଦାନରେ କାର୍ଯ୍ୟକାରୀ ହେବାକୁ ଥିବା ବହୁଚର୍ଚ୍ଚିତ କୋଣାର୍କ ସୌନ୍ଦର୍ଯ୍ୟକରଣ ଯୋଜନାର ଅଗ୍ରଗତି ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଗତ ୨୦୧୩ ମସିହା ଜୁଲାଇ ୨୮ ତାରିଖରେ ଏହି ପ୍ରକଳ୍ପର ହାଇପ୍ରୋଫାଇଲ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେବାର ଦୁଇ ସପ୍ତାହ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଭିନ୍ନ ସମସ୍ୟାକୁ ନେଇ ସୌନ୍ଦର୍ଯ୍ୟକରଣ  କାର୍ଯ୍ୟରେ ବାଧା ଉପୁଜିବାରୁ ନିର୍ମାଣ କାର୍ଯ୍ୟକୁ ୨ ମାସ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଥିଲା। ହାଇଦ୍ରାବାଦର ଶ୍ରୀକୋ ପ୍ରୋଜେକ୍ଟ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ୧୮ ମାସ ମଧ୍ୟରେ ସାରିବା ପାଇଁ ଚୁକ୍ତି ବଦ୍ଧ ହୋଇଥିଲା। କିନ୍ତୁ ଇତିମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ସୌନ୍ଦର୍ଯ୍ୟକରଣ ପ୍ରକ


News Story - Posted on 2016-04-13

କୋଣାର୍କରେ ବଢ଼ୁଛି ଦେହ ବ୍ୟବସାୟ




News Story - Posted on 2016-04-12

ଯାଜପୁର ରୋଡ଼୍ ବ୍ୟାସନଗର ହେବ କେବେ?



ତେଣେ ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ ଥିବା ରେଳ ଷ୍ଟେସନର ନାମ ଏବେ ବି ଯାଜପୁର କେଉଁଝର ରୋଡ ହୋଇ ରହିଛି । ଯଦିଓ ରେଳ ଟିକଟରେ ଏହାକୁ ଯାଜପୁର କେ. ରୋଡ ଲେଖାଯାଉଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ ସହରର ପୁରୁଣା ନାମ ଯାଜପୁର ରୋଡ, ଯାହାକି ମୂଳତଃ ଷ୍ଟେସନ ନାମକରଣରୁ ଉଦ୍ଧୃତ ହୋଇଥିଲା। ତେବେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶେଷ ମୁଖ୍ୟମନ୍ତ୍ରିତ୍ୱ କାଳରେ ୧୯ ଜୁନ୍‌ ୧୯୯୮ ଶୁକ୍ରବାରଠାରୁ ରାଜ୍ୟ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ବ୍ୟାସନଗର ପୌରପାଳିକା ହୋଇସାରିଛି। କିନ୍ତୁ ୧୭ ବର୍ଷ ପରେ ବି ସରକାରୀ ଫଳକ, ଡାକ ଠିକଣା, ଯାତ୍ରୀଗାଡ଼ିର ଗନ୍ତବ୍ୟ-ଫଳକରେ ଯାଜପୁର ରୋଡ ଲେଖା ଥିବା ଦେଖାଯାଉଛି। ଏହା ମଧ୍ୟରେ ରାଜସ୍ଵ ବିଭାଗ ମଧ୍ୟ ବ୍ୟାସନଗର ନାମକୁ ରାଜସ୍ଵ ଦଲିଲରେ ସ୍ଥାନ ଦେଇ ସାରିଛି। ରାଜସ୍ଵ ବିଭାଗର ଦଲିଲକୁ ସରକାରୀ ଭାବେ ମାନକ ବିବେଚନା କରାଯାଉଥିବାରୁ ଆଉ କିଛି ସମସ୍ୟା ନାହିଁ। ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ଅବହେଳା ଯୋଗୁ ଲୋକମାନେ ୧୫ ବର୍ଷ ପରେ ମଧ୍ୟ ଯାଜପୁର ରୋଡ ନାମରେ ଅଟକି ଯାଇଛନ୍ତି।


News Story - Posted on 2016-04-12

ଅନ୍ଧାରରେ ଚନ୍ଦ୍ରଭାଗା




News Story - Posted on 2016-04-12

ସୂର୍ଯ୍ୟମନ୍ଦିର ଯାଞ୍ଚ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି




News Story - Posted on 2016-04-08

ଉଚ୍ଚଶିକ୍ଷା ସ୍ଥିତିକୁ ନେଇ ନବୀନଙ୍କୁ ଜବାବ ତଲବ




News Story - Posted on 2016-04-08

ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍ମ ବୃଦ୍ଧି ସ୍ଥଗିତ



ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨ ତାରିଖରୁ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ସୁକ୍ଷ୍ମ କାରୁକାର୍ଯ୍ୟକୁ ବୁଲି ଦେଖିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ପୂର୍ବ ନିର୍ଦ୍ଧାରିତ ୨୫୦ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କା ଓ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ପରିବର୍ତ୍ତେ ୩୦ ଟଙ୍କା ଆଦାୟ କରାଯାଇଥିଲା।

 


News Story - Posted on 2016-04-05

ସୂର୍ଯ୍ୟତାପରେ ସୂର୍ଯ୍ୟ ମନ୍ଦିର ତତଲା ବାଲି!




News Story - Posted on 2016-04-03

ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧିକୁ ବିରୋଧ



ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କର ସୂର୍ଯ୍ୟମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱ ଇଂଗ୍ରେଜମାନଙ୍କ ଶାସନ ସମୟରୁ ୧୯୩୮ ମସିହା ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ତୁଲାଇଥିଲା। ୧୯୩୯ ମସିହାରେ ମନ୍ଦିରର ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ନିଜ ହାତକୁ ନେଇ ଥିବା ବେଳେ ୧୯୮୪ ମସିହାରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ହେଲା। ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସୂକ୍ଷ୍ମ କାରୁକାର୍ଯ୍ୟକୁ ଉପଭୋଗ ପାଇଁ ବର୍ଷ ତମାମ ଦେଶ ବିଦେଶର ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ। ଏଏସଆଇ ପକ୍ଷରୁ ୧୯୯୬ ମସିହାଠାରୁ ୧୯୯୯ ମସିହା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ବାବଦରେ ୫ ଟଙ୍କା ଆଦାୟ କରାଯାଉଥିଲା। ତେବେ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ୨୦୦୦ ମସିହାଠାରୁ ୦୨.୦୪.୨୦୧୬ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପ୍ରବେଶ ପାଇଁ ଏଏସଆଇ ପକ୍ଷରୁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୨୫୦ ଟଙ୍କା ଓ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ମନ୍ଦିର ପ୍ରବେଶ ଶୁଳ୍କ ବାବଦରେ ଆଦାୟ କରାଯାଉଥିଲା। ଦୈନିକ ଲକ୍ଷ ଲକ୍ଷ ଟଙ୍କା ପ୍ରବେଶ ଶୁଳ&#


News Story - Posted on 2016-04-03

ଓଡ଼ିଆ ଭାଷା ଆଇନ ବିରୋଧରେ ଓଡ଼ିଶା ସରକାର!



ଓଡ଼ିଆ ଭାଷାର ଉନ୍ନତି ପାଇଁ ସରକାର ବାରମ୍ୱାର ଘୋଷଣା କଲେ ମଧ୍ୟ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନମାନଙ୍କର ଅବସ୍ଥା ଆଜି ଦୟନୀୟ ହୋଇପଡ଼ିଛି ବୋଲି ଏହି ଅବସରରେ ବରିଷ୍ଠ ରାଜନେତା ବିଶ୍ୱଭୂଷଣ ହରିଚନ୍ଦନ ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ବକ୍ତବ୍ୟ ରଖି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ କହିଥିଲେ ଯେ, ଓଡ଼ିଶା ପ୍ରଦେଶ ଗଠନର ବୟସ ଯେତେ ବଢ଼ିବଢ଼ି ଚାଲିଛି ଓଡ଼ିଆ ଭାଷାର ଆଦର ଓଡ଼ିଶାରେ ସେତିକି କମିକମି ଯାଉଛି। ଏହା ଆଦୌ ଶୁଭ ସୂଚନା ନୁହେଁ ବୋଲି ସେ କହିଥିଲେ।

 


News Story - Posted on 2016-04-03

ପର୍ଯ୍ୟଟକ ଖେଳିପାରିବେ ଦୁଃସାହାସିକ କ୍ରୀଡା




News Story - Posted on 2016-03-30

ରାମଚଣ୍ଡୀରେ ଅତିଥି ଦେବଙ୍କୁ ପରାଭବ



ନାମକୁ ମାତ୍ର କେଇ ଟଙ୍କା ଆଦାୟ କରି ନଳକୂପ ବସାଇବା, ସଫାସୁତରା କରିବା କାର୍ଯ୍ୟ କରାଯାଉଥିବାରୁ ଏହାକୁ କେହି ବିରୋଧ କରି ନ ଥିଲେ। ହେଲେ କ୍ରମେ ସେବା ନାଁରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ବ୍ୟବସାୟରେ ପରିଣତ ହୋଇଗଲାଣି। ପାର୍କିଂ ଫି ବଢି ଚାଲିଥିବା ବେଳେ ଭୋଜି କରିବା ପାଇଁ ଏବେ ୫୦ ଟଙ୍କାରୁ ୫୦୦ ଟଙ୍କା ଦେବାକୁ ପଡୁଛି। ଏପରିକି ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ଫି ନଦେଲେ ବା ଏତେ ଫି ଦେବାକୁ କେହି ଅମଙ୍ଗ ହେଲେ ଫି ଆଦାୟକାରୀଙ୍କ ନାଲି ଆଖିର ଶିକାର ହେବାକୁ ପଡୁଛି। ଏପରିକି ଅନେକ ଥର ଏଠାରେ ଗଣ୍ଡଗୋଳ ହୋଇ ମାମଲା ରୁଜୁ ହୋଇଛି। ଏହି ପୀଠର ବିକାଶ ଲକ୍ଷ୍ୟ ଏବେ ଅବାଟରେ। କେତେକ ଯୁବକଙ୍କୁ ନିଯୁକ୍ତି କରି ଏଠି ରୀତିମତ ବ୍ୟବସାୟ ଚାଲିଛି। କେତେ ଆଦାୟ ହେଉଛି ? କଣ ଉନ୍ନୟନମୂଳକ କାର୍ଯ୍ୟ ହେଉଛି ? ଏହାର କିଛି ସ୍ପଷ୍ଟ ହିସାବ ନାହିଁ।

 


News Story - Posted on 2016-03-26

କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ




News Story - Posted on 2016-03-26

ପ୍ରତିଶ୍ରୁତି ଦେଇ ପାଳନ କରୁନି ପ୍ରଶାସନ



ତେବେ ପରବର୍ତ୍ତୀ ଅବସ୍ଥାରେ ଦାୟିତ୍ବରେ ଥିବା ଏଏସଅାଇର ଅଧିକାରୀ ଓ ପୁଲିସ ପ୍ରଶାସନ ଏହି ନିୟମର ବିରୁଦ୍ଧାଚରଣ କରିବାରୁ ହସ୍ତଶିଳ୍ପ ବ୍ୟବସାୟୀମାନେ ହାତ ବାନ୍ଧି ବସିରହିଲେ। ଏହାର ସୁଯୋଗ ନେଇ ସୂର୍ଯ୍ୟମନ୍ଦିର ସମ୍ମୁଖସ୍ଥ ନିଷିଦ୍ଧାଞ୍ଚଳର ରାସ୍ତା କଡ଼ରେ ଶତାଧିକ ଉଠାଦୋକାନୀ ବ୍ୟବସାୟ ଅାରମ୍ଭ କରିଦେଲେ। ପୁଲିସ ପର୍ଯ୍ୟଟକମାନଙ୍କର ଛୋଟ ବଡ଼ ଗାଡ଼ିଗୁଡ଼ିକରୁ ବଟି ଅାଦାୟ କରି ଗାଡ଼ିଗୁଡ଼ିକୁ ସୂର୍ଯ୍ୟମନ୍ଦିର ସମ୍ମୁଖସ୍ଥ ‘ନୋ ପାର୍କିଂ ଜୋନ ତଥା ସାଇଲେନ୍ସ ଜୋନ’ ଇଲାକାକୁ ଯିବା ପାଇଁ ଅନୁମତି ଦେଉଥିବାରୁ ହସ୍ତଶିଳ୍ପ ବଜାର ଦେଇ ପର୍ଯ୍ୟଟକମାନେ ଚାଲିଚାଲି ଅାସିବା ଯୋଜନା ବିଫଳ ହୋଇଥିଲା।

 


News Story - Posted on 2016-03-25

ହରିଣଙ୍କ ପ୍ରତି ବିପଦ ବେଳାମାର୍ଗ!




News Story - Posted on 2016-03-24

କୋଣାର୍କରେ ହୋଲି ଖେଳିଲେ ବିଦେଶୀ



ଭାରତ ଭ୍ରମଣରେ ଅାସିଥିବା ୨୦ ଜଣ ରୁଷୀୟ ନାଗରିକ କୋଣାର୍କ-ପୁରୀ ବେଳାମାର୍ଗର ମା’ ରାମଚଣ୍ଡୀଙ୍କ ପୀଠ ନିକଟରେ ଅବସ୍ଥିତ ଲୋଟସ୍ ରିସୋର୍ଟ ପରିସରରେ ରହିବା ଅବସରରେ ରଙ୍ଗର ପର୍ବ ହୋଲି ଉତ୍ସବକୁ ନାଚ ଗୀତ ମଧ୍ୟରେ ଅାନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ। ବଙ୍ଗୋପସାଗରର ନୀଳ ଜଳରାଶିର ସୁଉଚ୍ଚ ଜୁଅାରର ଭୀମକାନ୍ତି ଗର୍ଜନ ସାଙ୍ଗକୁ କୁଶଭଦ୍ରା ନଦୀର ସ୍ଥିର ଜଳରାଶିରେ ଜଳକ୍ରୀଡା ଓ ଝାଉଁ ଜଙ୍ଗଲ ପରିବେଷ୍ଟିତ ପ୍ରାକୃତିକ ସୁଷମାରେ ଭରା ଶୋଭା ମଧ୍ୟରେ ଲୋଟସ୍ ରିସୋର୍ଟ ପରିସର ହୋଇଉଠିଥିଲା ବିଭିନ୍ନ ପ୍ରକାର ପ୍ରାକୃତିକ ରଙ୍ଗରେ ରଙ୍ଗୀନ।

 


News Story - Posted on 2016-03-23

କୋଣାର୍କରୁ ଲକ୍ଷଲକ୍ଷ ଟନ ବାଲି ଲୁଟ



ସରକାରଙ୍କ ମାଲିକାନାରେ ଥିବା ଏହି ସବୁ ଅଞ୍ଚଳରୁ ବାଲି ଉଠାଣ ଫଳରେ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି ା ଏଠାରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ରାଜସ୍ବ ବିଭାଗର ବିନା ଅନୁମତିରେ ଶହ ଶହ ଟ୍ରିପ ବାଲି ଉଠାଣ ନିତି ଦିନିଆ ଘଟଣାରେ ପରିଣତ ହୋଇଛି ା ଯେଉଁମାନେ ସରକାରଙ୍କୁ ରୟାଲିଟି ଦେଉଛନ୍ତି  ସେମାନେ ନିର୍ଦ୍ଧାରିତ ଟ୍ରିପରୁ ଅଧିକ ଟ୍ରିପ ବାଲି ଉଠାଇ ଅଧିକ ଲାଭାନ୍ବିତ ହେଉଥିବା ବେଳେ ରାଜସ୍ବ ବିଭାଗର ସିଂହଭାଗ ରାଜସ୍ବ ହରିଲୁଟ ହେବାରେ ଲାଗିଛି ା ରାଜସ୍ବ ବିଭାଗର କେତେକ ଅସାଧୁ କର୍ମଚାରୀ ଓ  ଦଲାଲଙ୍କ ପକେଟକୁ ମୋଟା ଅଙ୍କର ଫାଇଦା ଯାଉଛି। ପ୍ରଶାସନର ଦୃଷ୍ଟି  ଆଢୁଆଳରେ ଚାଲିଥିବା ଏହି ବେନିୟମ କାର୍ଯ୍ୟକୁ ସ୍ଥାନୀୟ କିଛି କୁଜି ନେତା, ଟ୍ରାକ୍ଟର ମାଲିକ ଓ ଦଲାଲ ସହାୟତାରେ ପ୍ରତ୍ୟେକ ଦିନ ଶତାଧିକ ଟ୍ରିପ୍ ବାଲି ଚୋରାରେ ବିକ୍ରୀ କରାଯାଉଛି ା ଟ୍ରାକ୍ଟରରେ ବାଲିଘୋଡା ହୋଇ ଯାଉ ନ ଥିବାରୁ  ରାସ୍ତାରେ ଯାଉଥିବା ଲୋକଙ୍କ ଆଖିରେ ବାଲି ପଡି ବିଭିନ୍ନ ସମୟରେ ଦୃର୍ଘଟଣାମାନ ଘଟୁଥିବାର ଅଭିଯୋଗ ହୋଇଛି। ତତ୍ ସହିତ ପରିବେଶ ପ୍ରଦୂଷଣ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଅବାଧ ବାଲି ଲଟ୍ ଯୋଗୁଁ 


News Story - Posted on 2016-03-23

ସର୍କାରକା ମାଲ୍ ଦରିଆ ମେଁ ଡାଲ୍



ଏହି  ଅର୍ବାନ ହାଟ ପରିସରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କାଭଳି କୌଣସି ଭିତ୍ତିଭୂମୀ ନ ଥିବା ବେଳେ ହାଟ ପରିସରରେ ବୁଲିବା ନମିନ୍ତେ ସମୟର ଅଭାବ ହିଁ ଥିଲା ଏହାର ମୁଖ୍ୟ କାରଣ। ଏହି ମୌଳିକ ସମସ୍ୟାକୁ ଦୃଷ୍ଟି  ନ ଦେଇ ହଠାତ ଇଡକୋ କର୍ତ୍ତୃପକ୍ଷ ପର୍ଯ୍ୟଟନ ବିଭାଗର ସହାୟତାରେ 34 ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କଲେ ‘ବାଦ୍ୟ ନିର୍ଝରିଣୀ’। ପ୍ରଚାର କରାଗଲା ଯେ ବାଦ୍ୟ ଓ ଆଲୋକର ତାଳେ ତାଳେ ଝୁମିବ ଏଇ ହାଟ ଆଉ ଜଳ କରିବ ନୃତ୍ୟ। ହେଲେ ନଁା ଏଠି ବାଦ୍ୟ ଆଲୋକର ତାଳ ଅଛି ନଁା ନାଚୁଛି ପାଣି। କେବଳ 6 ଜଣ ସିକ୍ୟୁରିଟୀ ଗାର୍ଡ଼, ଗୁଡ଼ାଏ ବୁଲା କୁକୁର ଆଉ ପୁଷ୍କରଣୀ ମଧ୍ୟରେ ବେଙ୍ଗଙ୍କ ସାମ୍ରାଜ୍ୟ ମଧ୍ୟରେ ରହିଛି ଏବେ ଅର୍ବାନ ହାଟ। ହସ୍ତଶିଳ୍ପ କାରିଗରଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଅର୍ବାନ ହାଟ ପରିସର ଏବେ ଅସାମାଜିକ ବ୍ୟକ୍ତି ଓ ମଦ୍ୟପଙ୍କ ଆଡ୍ଡସ୍ଥଳିରେ ପରିଣତ ହୋଇଛି।

 


News Story - Posted on 2016-03-23

ପୁଲିସ ପିଟିଲା, ଡାକ୍ତର ଦେଖିଲେନି, ନିର୍ଦୋଷ ମଲା



ବିଚାରାଧୀନ କଏଦୀ ଜଗବନ୍ଧୁ ତଥ୍ୟ ଅନୁସନ୍ଧାନକାରୀ ଦଳ ସମ୍ମୁଖରେ ପ୍ରକାଶ କରିଛନ୍ତି ଯେ, ୧୦ – ୧୨ ଜଣ ପୁଲିସ୍ ସେମାନଙ୍କୁ ଅତି ନିର୍ଦୟଭାବରେ ପିଟିଥିଲେ। ଧୁଷୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜେଲ୍ ଡାକ୍ତର ଓ ବିଚାରପତି ସେମାନଙ୍କ କର୍ତବ୍ୟ ଠିକ୍ ଭାବେ ତୁଲାଇ ନାହାନ୍ତି। ତାହା ହୋଇଥିଲେ ଦେବଦତ୍ତ ଆଜି ଜୀବିତ ଥାଆନ୍ତେ ବୋଲି ତଥ୍ୟ ଅନୁସନ୍ଧାନକାରୀ ଦଳର ହୃଦବୋଧ ହୋଇଛି। ପୁଲିସ୍ ଏହି ଘଟଣାକୁ ଚାପି ଦେବାକୁ ସବୁ ପ୍ରକାର ଉଦ୍ୟମ କରୁଛି ବୋଲି ଏଚଆରଡି ଆଲର୍ଟ ସଂଗଠନର ଚନ୍ଦ୍ରନାଥ ଦାନୀ ଅଭିଯୋଗ କରିଛନ୍ତି।

 


News Story - Posted on 2016-03-12

ସରକାରୀ ଦୁର୍ନୀତିର ତଦନ୍ତ କରୁନି ଭିଜିଲାନ୍ସ !



ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଭିଜିଲାନ୍ସ ନିକଟରେ ବର୍ଷାଧିକ କାଳ ତଦନ୍ତ ପାଇଁ ପଡ଼ି ରହିଥିବା କେତୋଟି ଅଭିଯୋଗକୁ ଉଦାହରଣ ଭାବେ ଉପସ୍ଥାପନ କରି ସିଭିଲ୍ ସୋସାଇଟିର କର୍ମକର୍ତ୍ତାମାନେ ଅଭିଯୋଗ କରି କହିଥିଲେ ଯେ, ୨୦୧୧ ମସିହାରେ ରାଜ୍ୟରେ କଳା ତାଲିକାଭୁକ୍ତ ହୋଇଥିବା ବିଏସଇଏସ(ରିଲାଏନ୍ସ) ନାମକ କମ୍ପାନୀକୁ ଶକ୍ତି ବିଭାଗ ତରଫରୁ ବିଦ୍ୟୁତ ଆବଣ୍ଟନର ପରିଚାଳନା ଦାୟିତ୍ବ ଦିଆଯାଇଥିଲା | ୨୦୧୫ରେ ଉକ୍ତ କମ୍ପାନୀ ପ୍ରାୟ ୨୫୦୦ କୋଟି ଟଙ୍କାର ବାକି ରଖି ଚାଲିଗଲା | ଏହି କମ୍ପାନୀକୁ କାର୍ଯ୍ୟ ପ୍ରଦାନ କ୍ଷେତ୍ରରେ ହୋଇଥିବା ବ୍ୟାପକ ଦୁର୍ନୀତିରେ ସମ୍ପୃକ୍ତ ଶକ୍ତି ବିଭାଗର ତତ୍କାଳୀନ ସଚିବ ଏବଂ ମନ୍ତ୍ରୀଙ୍କ ବିରୁଦ୍ଧରେ ରାଜ୍ୟ ଭିଜିଲାନ୍ସ ନିକଟରେ ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ଯାସନାଲର ଓଡ଼ିଶା ଶାଖା ଅଧ୍ୟକ୍ଷ ବିଶ୍ବଜିତ୍ ମହାନ୍ତି ଅଭିଯୋଗ କରିଥିଲେ | କିନ୍ତୁ ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ଭିଜିଲାନ୍ସ ଉକ୍ତ ଅଭିଯୋଗକୁ ଶକ୍ତି ବିଭାଗକୁ ପଠେଇ ଦେଇ ଚୁପ୍ ବସି ରହିଛି |

 


News Story - Posted on 2016-03-12

ବିଷ୍ଣୁକୁ ବିକଳାଙ୍ଗ କଲା କିଏ ?



ବାପାମାଆ କ’ଣ ଜାଣିବା ପୂର୍ବରୁ ତାଙ୍କୁ ହରାଇଥିଲା ବିଷ୍ଣୁ । ଏବେ ଜୀବନ କ’ଣ ବୁଝିବା ପୂର୍ବରୁ ହରାଇଛି ଦେହର ଅମୂଲ୍ୟ ଅଙ୍ଗ । ବିଷ୍ଣୁର ଜୀବନ ରକ୍ଷା ପାଇଁ ଗାଁର ୬ ଜଣ ଯୁବକ ଯାହା ଟଙ୍କା ଆଦାୟ କରି ଆଣିଥିଲେ ତାହା ଏବେ ଶେଷ । ସମସ୍ତଙ୍କ ଚିନ୍ତା କେମିତି ଭଲ ହେବ ବିଷ୍ଣୁ ? କେଉଁଠୁ ଆସିବ ଟଙ୍କା ? ଏହି ଚିନ୍ତା ଏବେ ଘାରିଛି ଅଜାଆଈ, ମାମୁ ମଙ୍ଗଲ, ମାନବିକତାର ପରିଚୟ ଦେଇ ହାତ ବଢାଇଥିବା ଗ୍ରାମର  ପିଣ୍ଟୁ ଦଣ୍ଡପାଟ, ବିଜୟ ସାହୁ, ଚନ୍ଦ୍ରଶେଖର ସାହୁ, ବିଶିକେଶନ ଦଳେଇ, ସତ୍ୟଜିତ ଓ ଗୁରୁପ୍ରସାଦ ବାରିକ ପ୍ରମୁଖଙ୍କୁ ।

 


News Story - Posted on 2016-03-09

ଶାସକ ଦଳ ଚକ୍ରବ୍ୟୁହରେ ଫସିଲେ ରମେଶ



ସମର୍ଥକଙ୍କ ଠାରୁ ସବୁକିଛି ବୁଝିଲା ପରେ ଆଗାମୀ ପଂଚାୟତ ନିର୍ବାଚନକୁ ଆଖିଆଗରେ ରଖି ଶାସକ ବିଜେଡି ଏହିଭଳି ହୀନ ରଣନୀତି କରୁଛି ବୋଲି ସେ କହିବା ସଙ୍ଗେସଙ୍ଗେ ମାର୍ଚ୍ଚ ୧୧ ତାରିଖ ଦିନ ରମେଶ ଜେନାଙ୍କ ଗିରଫ ପ୍ରତିବାଦରେ ଦକ୍ଷିଣାଞ୍ଚଳ ଆଇଜି ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ତାଙ୍କର ଏପରି ଘୋଷଣା ପରେ ପୋଲିସ୍ ପ୍ରଶାସନ ଓ ବିଜେଡ଼ି ନେତାମାନେ ଏହାକୁ ଭଣ୍ଡୁର କରିବା ପାଇଁ ସଜାଗ୍ ହେଲେଣି ବୋଲି କଂଗ୍ରେସ ତରଫରୁ ସୂଚନା ମିଳିଛି । ଏହାକୁ ଆଖିଆଗରେ ରଖି କଂଗ୍ରେସର ବହୁ ନେତା ଏବଂ କର୍ମୀଙ୍କୁ ଗିରଫ କରାଯାଇଛି ବୋଲି ସନ୍ଦେହ କରାଯାଉଛି ।

 


News Story - Posted on 2016-03-07

ପୂର୍ବତନ ବିଧାୟକ ରମେଶ ଜେନା ଗିରଫ



ସେହିଭଳି ରମେଶ ଜେନାଙ୍କ ସହଯୋଗୀ ତଥା କର୍ପୋରେଟର ଆର୍. ମୂରଲୀ ମୋହନ ଏବଂ ଅଞ୍ଚଳବାସୀ ରମେଶ ଜେନାଙ୍କୁ ଥାନାରେ ଅଟକ ବିରୁଦ୍ଧରେ ଟାଉନ୍ ଥାନା ଘେରାଉ କରିବା ସହ ଥାନାରେ ପଶିବାକୁ ଉଦ୍ୟମ କରିଥିଲେ । ଯାହାଫଳରେ ପୋଲିସ ମୂରଲୀ ମୋହନଙ୍କୁ ଥାନାରେ ଅଟକ ରଖିବା ସହ ଅଞ୍ଚଳବାସୀଙ୍କ ଉପରେ ଲାଠି ଚାଳନା କରିଥିଲା । ବର୍ତ୍ତମାନ ବ୍ରହ୍ମପୁର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ତେଣୁ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ରମେଶ ଜେନାଙ୍କୁ ଅଟକ ରଖାଯିବା ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରେ ସେ କିଛି ଜାଣିନଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି । ସେହିଭଳି ପୋଲିସ୍ କର୍ପୋରେଟର ରଂଜିତ ନାୟକଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି ।

 


News Story - Posted on 2016-02-12

କଟକର ଘଟଣା, ପୁରୀ ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ !



ନିକଟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି | ୨୦୧୪ ଜାନୁୟାରୀରେ ଜଣେ ସାମ୍ବାଦିକଙ୍କୁ ଗିରଫ ଘଟଣାକୁ ବେଆଇନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଅଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇ-ଅଭିଯୋଗ କରିଥିଲେ | ଅଖଣ୍ଡଙ୍କ ପିଟିସନ୍ର ବିଚାର ପାଇଁ ଗୃହ ବିଭାଗ ସଚିବଙ୍କୁ ପଠାଗଲା | ଏହା ଭିତରେ ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ବି ଅଭିଯୋଗ ଉପରେ କି ପଦକ୍ଷେପ ନିଆଯାଇଛି, ଜଣାପଡିଲା ନାହିଁ | ଅଭିଯୋଗ ଇଂଟରନେଟ୍ ପୋର୍ଟାଲ୍ ରେ ମଧ୍ୟ କୌଣସି ଅଧିକ ତଥ୍ୟ ମିଳିଲା ନାହିଁ |

 


News Story - Posted on 2016-02-06

ବିଜେପି-ବିଜେଡି ବନ୍ଦୀଘରୁ ମୁକ୍ତ ହେଲେ ମଧୁବାବୁ!



ଜନ ସାଧାରଣଙ୍କ ଜମି, ଜଳ ଓ ଆଥିର୍କ ସମ୍ବଳରେ ପାରାଦୀପରେ ପ୍ରତିଷ୍ଠା ହୋଇଛି ଭାରତୀୟ ତୈଳ ନିଗମର ବିଶୋଧନାଗାର । ଏହି ବିଶୋଧନାଗାରକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୭ ତାରିଖରେ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରୁଛନ୍ତି । କିନ୍ତୁ ଏହି ଲୋକାର୍ପଣ ଉତ୍ସବରୁ ଆତ୍ମପ୍ରଚାର ଓ ରାଜନୀତିକ ଫାଇଦା ପାଇବାକୁ ରାଜ୍ୟର ପ୍ରାୟ ସବୁ ପ୍ରମୁଖ ଦଳ ନିକୃଷ୍ଟ ରାଜନୀତି ଚଳାଇଛନ୍ତି । ଗଲା ସପ୍ତାହେ ହେବ ଉଭୟ ଭାରତୀୟ ଜନତା ପାର୍ଟି ଓ ଏହାର ଗୋପନ ସାଥୀ ଓଡ଼ିଶାର ଶାସକ ବିଜୁ ଜନତା ଦଳ ମଧ୍ୟରେ ଏଥିନେଇ ପୋଷ୍ଟର ପ୍ରତିଯୋଗିତା ଚାଲିଛି । ପାରାଦୀପରେ ଆଇଓସିଏଲ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଉଭୟ ଦଳର ପୋଷ୍ଟର ଓ ବ୍ୟାନରରେ ରାଜଧାନୀ ଭୁବନେଶ୍ବରର ଗଳିକନ୍ଦି ଭର୍ତ୍ତି ହୋଇଯାଇଛି ।

 


News Story - Posted on 2016-02-04

ଧଳସାମନ୍ତଙ୍କ କଳା ସାମ୍ରାଜ୍ୟର ପାତ୍ରମନ୍ତ୍ରୀ



ନେତା, ସାମ୍ବାଦିକ, ବିଚାରପତି ଓ ପୁଲିସଙ୍କ ଧରି ଧଳସାମନ୍ତ ଭାଇ ଓଡ଼ିଶାରେ ମାଫିଆ ସାମ୍ରାଜ୍ୟ ଚଳାଇଥିବା ସଂପର୍କରେ ଏହିପରି ଅନେକ କଥା ପଦାକୁ ଆସିଲାଣି | ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଓଡ଼ିଶାରେ ଦୁର୍ନୀତି ଓ ଅପରାଧ ବୃଦ୍ଧି ପଛରେ ଏହିସବୁ ବର୍ଗର ପ୍ରତିଷ୍ଠିତ ଲୋକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି |

 


News Story - Posted on 2016-01-30

ନବୀନଙ୍କ ଦକ୍ଷତାର ପ୍ରମାଣ ଧଳସାମନ୍ତ



କଟକ ହେଉଛି ଓଡ଼ିଶାର ପୁରୁଣା ରାଜଧାନୀ, ଭୁବନେଶ୍ବର ହେଉଛି ନୂଆ ରାଜଧାନୀ | ଏ ଦୁଇ ସହର ପାଇଁ ସ୍ବତନ୍ତ୍ର ଭାବେ ଗଢ଼ା ଯାଇଛି କମିଶନରେଟ ପୁଲିସ | ଏହି ପୁଲିସର ମୁଖ୍ୟ ଦାୟିତ୍ବରେ ଥାନ୍ତି ରାଜ୍ୟର ସବୁଠୁ ଦକ୍ଷ ଅଫିସର | ଏ ଦୁଇ ସହରର ବିଭିନ୍ନ ଥାନାରେ ମଧ୍ୟ ଦକ୍ଷତା ଓ ସାଧୁତାର ସାର୍ଟିଫିକେଟ ବହନ କରୁଥିବା ପୁଲିସ ଅଧିକାରୀମାନ ମୁକରିର ହୋଇଥାନ୍ତି | ତଥାପି ଧଳସାମନ୍ତ ଭାଇଙ୍କ ଅପରାଧ ଗ୍ୟାଙ୍ଗ ବଢ଼ିଲା କେମିତି? ଏ ଦୁଇ ସହରରେ ଡିଜି, ଆଇଜି, ଡିଆଇଜିଙ୍କଠାରୁ ଆରମ୍ଭ କରି ରାଜ୍ୟର ପ୍ରାୟ ସମସ୍ତ ବଡ଼ବଡ଼ ପୁଲିସ ଅଫିସର, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ପ୍ରାଶାସନିକ ପଦାଧିକାରୀଙ୍କ ଅଫିସ ଓ ଘର ରହିଛି | ସେମାନେ କିଛି ଜାଣିପାରିଲେ ନାହିଁ?

 


News Story - Posted on 2016-01-30

କିଏ ଭାରତ ରତ୍ନ? ସଚିନ ନା ସନ୍ନି?



ସେତେବେଳକୁ ଅନେକ ଭାରତୀୟ ମଧ୍ୟ ଆସି ତାଙ୍କ ଅଫିସରେ ଆଶ୍ରୟ ନେଇଥାଆନ୍ତି ଅଫିସ କର୍ମଚାରୀ ଓ ଅନ୍ୟ ଭାରତୀୟଙ୍କ ଏହି କରୁଣ ଦୃଶ ସନ୍ନିଙ୍କ ହୃଦୟକୁ ଗଭୀର ରେଖାପାତ କଲା | ସେ ତାଙ୍କ ନିଷ୍ପତ୍ତି ବଦଳାଇଲେ ଅନ୍ୟମାନଙ୍କ ଜୀବନ ବଂଚାଇବା ଓ ଉଦ୍ଧାର ପାଇଁ ସେ ନିଷ୍ପତ୍ତି ନେଲେ | ଏହାକୁ ତାଙ୍କ ପତ୍ନୀ ଓ ପିଲାମାନେ ବିରୋଧ କଲେ | ସେ ଏହାକୁ ଭୃକ୍ଷେପ ନକରି କୁଏତରେ ଥିବା ଭାରତୀୟ ଦୂତାବାସ ଗଲେ | ଦୂତାବାସ ଅଧିକାରୀମାନେ କିଛି କରିପାରିବେନି କହିବା ସହ ଦୂତାବାସ ବନ୍ଦ କରି ଚାଲିଗଲେ | ତା’ପରେ ସନ୍ନି ଦିଲ୍ଲୀସ୍ଥିତ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଫୋନ କରନ୍ତି, କିନ୍ତୁ କେହି ଉଠାନ୍ତି ନାହିଁ, କିଛି ଦିନର ଚେଷ୍ଟା ପରେ ଜଣେ ଅଧିକାରୀ ଫୋନ ଉଠାନ୍ତି ଆଉ ସନ୍ନିଙ୍କ କଥା ବୁଝିବା ସହ ବୈଦେଶିକ ମନ୍ତ୍ରୀଙ୍କୁ ଅବଗତ କରାନ୍ତି | ମାତ୍ର ମନ୍ତ୍ରୀ ଏଥିପ୍ରତି କୌଣସି ଆଗ୍ରହ ପ୍ରକାଶ କରନ୍ତି ନାହିଁ |

 


News Story - Posted on 2016-01-28

ଜମିରେ ପାଣି ମଡ଼େଇବ ଇଣ୍ଟର୍ନେଟ!



ସରକାର ନିଷ୍ପତ୍ତି ନେଇଛନ୍ତି, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପରିବେଶ, ପ୍ୟାକିଙ୍ଗ, ପର୍ଯ୍ୟଟନ, ନିଯୁକ୍ତି ଓ ଯୋଗାଯୋଗ କ୍ଷେତ୍ରରେ ଇଣ୍ଟର୍ନେଟ ସୁବିଧା ରାଜ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବ | ଏହା ମୁଖ୍ୟମନ୍ତ୍ରୀଙ୍କ ମଗଜରୁ ୧୫ ବର୍ଷର ଶାସନ ପରେ ବାହାରିଥିବା ୨୦୩୬ ଓଡ଼ିଶା ଭିଜନର ଅନ୍ୟତମ ସୁପର ବୁଦ୍ଧି |!


News Story - Posted on 2016-01-26

ପଦ୍ମ ଜିତିଲେ ୩ ଓଡ଼ିଆ, ଓଡ଼ିଶା ପାଇଲା ଗୋଟେ !



କିନ୍ତୁ ଅନ୍ୟ ଦୁଇ ଜଣ ଓଡ଼ିଆଙ୍କ ପଦ୍ମ ପୁରସ୍କାର ହାସଲ ପଛରେ ଓଡ଼ିଶା ସରକାରଙ୍କର କୌଣସି ଅବଦାନ ନାହିଁ | ଚିତ୍ର ନିର୍ମାତା ଓ ପ୍ରଯୋଜକ ନୀଳ ମାଧବ ପଣ୍ଡା ଦିଲ୍ଲୀ ସରକାରଙ୍କ ସୁପାରିଶ ଓ ସମ୍ବଲପୁରୀ ବୟନ କଳାକାର ତଥା ବୁଣାକାର ଶ୍ରୀଭାଷ ଚନ୍ଦ୍ର ସୂପକାର ଉତ୍ତର ପ୍ରଦେଶର ବାସିନ୍ଦା ଭାବେ ଏହି ପୁରସ୍କାର ଲାଭ କରିଛନ୍ତି | ଶ୍ରୀଭାଷ ହେଉଛନ୍ତି ମୂଳତଃ ଜଣେ ଓଡ଼ିଆ | ତେବେ ସେ ଅନେକ ଦିନ ହେଲା ଓଡ଼ିଶା ଛାଡ଼ି ଉତ୍ତର ପ୍ରଦେଶର ବାରାଣାସୀରେ ଯାଇଁ ସ୍ଥାୟୀ ଭାବେ ବସବାସ କରୁଛନ୍ତି | ତେଣୁ ଉତ୍ତର ପ୍ରଦେଶ ସରକାର ତାଙ୍କ ନାମ ସୁପାରିଶ କରିବା ଆଦୌ ଅସ୍ବାଭାବିକ ନୁହେଁ | ଓଡ଼ିଶା ସରକାର ମଧ୍ୟ ତାଙ୍କ ନାମ ପ୍ରସ୍ତାବ ନକରିବା ପଛରେ ଏହା ଏକ ବଳିଷ୍ଠ ଯୁକ୍ତି |

 


News Story - Posted on 2016-01-20

ସ୍ତ୍ରୀଙ୍କ କ୍ଲିନିକ୍, ସ୍ବାମୀଙ୍କ ଘର !



ସାଧାରଣ ପ୍ରଶାସନ ବିଭାଗ ରାଜଧାନୀରେ ବାସଘର ନିର୍ମାଣ ପାଇଁ ଯେଉଁମାନଙ୍କୁ ଜମି ଦେଇଛି ସେମାନେ ସେହି ଜମିକୁ ସେଇ କାର୍ଯ୍ୟରେ ଲଗାଇଛନ୍ତି ନା ତାହାକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ତାହାର ତଦନ୍ତ ହେବା ଉଚିତ | ସେମାନଙ୍କର ଯଦି ତାଲିକା ତିଆରି ହୁଏ ତେବେ ଦେଖାଯିବ ଯେ ଭୁବନେଶ୍ବରରେ ଘର କରିବା ପାଇଁ ଯେତେ ଲୋକ ସରକାରଙ୍କଠାରୁ ଜମି ନେଇଛନ୍ତି ପ୍ରାୟ ସମସ୍ତେ ସେହି ଘରକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି | ବିଶେଷକରି ସୂର୍ଯ୍ୟନଗରର, ଅଶୋକ ନଗର, ବାପୁଜୀ ନଗର, ଫରେଷ୍ଟ ପାର୍କ, ଖାରବେଳନଗର, ସତ୍ୟନଗର, ଶହୀଦନଗର, ବରମୁଣ୍ଡା, ଶୈଳଶ୍ରୀ ବିହାର, ଜୟଦେବ ବିହାର, ଆଇଆରସି ଭିଲେଜ, ବିଜେବି ନଗର ଓ ନୂଆପଲ୍ଲୀ ଆଦି ଅଞ୍ଚଳରେ ବାସଘର ଉଦ୍ଦେଶ୍ୟରେ ଦିଆଯାଇଥିବା ଜମି ସଂପୂର୍ଣ୍ଣ ଭାବେ ବ୍ୟାବସାୟିକ କାର୍ଯ୍ୟରେ ଲାଗିଥିଲେ ମଧ୍ୟ ସରକାରୀ ଅଧିକାରୀମାନଙ୍କୁ ତାହା ଆଦୌ ଦେଖାଯାଉ ନାହିଁ | ସେମାନେ ବୋଧହୁଏ ଆଉ ଶାଗଭାତ ଖାଉ ନାହାନ୍ତି, ରୋଜରୋଜ ମାଛମାଉଁସ ଖାଇଖାଇ ବୋଧହୁଏ ସେମାନଙ୍କ ଆଖିରେ ପରଳ ମାଡ଼ି ଗଲାଣି |

 


News Story - Posted on 2016-01-18

ବାପ ପୁଅ ଦି’ ଭାଇ!

 



କେଇ ମାସ ତଳେ ରାଜ୍ୟ ଜଣେ ରାଜ୍ୟସଭା ସଦସ୍ୟ ମଧ୍ୟ ଏହି କୌଶଳରେ ନିଜ ପରିବାର ନାମରେ କେତେକ ସରକାରୀ ପ୍ଲଟ୍ ଓ ଘର ନେଇ ଚର୍ଚ୍ଚାକୁ ଆସିଥିଲେ | ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟ ବିକ୍ରମ ଆରୁଖ ନିଜ ନାଁ ଓ ପତ୍ନୀଙ୍କ ନାଁରେ ସରକାରୀ ସଂସ୍ଥାରୁ ଦୁଇଟି ଘର ନେଇଥିବା ଧରାପଡ଼ିବା ପରେ ଆଇନ ଅନୁଯାୟୀ ସେଥିରୁ ଗୋଟିଏ ଫେରାଇବାକୁ ବାଧ୍ୟ ହୋଇଥିଲେ | କାରଣ ଆଇନ ଅନୁସାରେ ଭୁବନେଶ୍ବରରେ ଯାହାର ଅର୍ଥାତ ଯେଉଁ ପରିବାରର ସରକାରୀ ଘରନଥିବ କେବଳ ସେହି ଲୋକମାନଙ୍କୁ ବିଡିଏ ବା ହାଉସିଂ ବୋର୍ଡ଼ ପରି ସଂସ୍ଥା ଘର ବା ପ୍ଲଟ୍ ଦେଇପାରିବେ |


News Story - Posted on 2016-01-15

ଦେଶର ଖାଇ ବିଦେଶର ଗାଉଛନ୍ତି ଅତି ଧନୀ!

 



୧୪ ବର୍ଷରେ ଭାରତ ଛାଡ଼ିଛନ୍ତି 61 ହଜାର କୋଟିପତି

ଭାରତରେ ଶିଳ୍ପ ଓ ବ୍ୟବସାୟ କରି କୋଟିପତି ହେବା ପରେ ଧନୀ ଲୋକମାନେ ଭାରତ ଛାଡ଼ି ବିଦେଶ ପଳାଉଛନ୍ତି | ଏହା ହେଉଛି ଗତ ଦୁଇ ଦଶନ୍ଧିର ଏକ ନୂଆା ଧାରା | ଗତ 14 ବର୍ଷ ଭିତରେ ଭାରତର ଏହିଭଳି ପ୍ରାୟ 61 ହଜାର ଅତି ଧନୀ ଦେଶ ଛାଡ଼ି ଅନ୍ୟ ଦେଶରେ ଯାଇ ସ୍ଥାୟୀ ଭାବେ ବସବାସ କରୁଛନ୍ତି |  ଅତି ଧନୀଙ୍କ ଦେଶ ଛାଡ଼ିବା କ୍ଷେତ୍ରରେ ଚୀନ…ପରେ ଭାରତ ପାଇଛି ଦ୍ବିତୀୟ ସ୍ଥାନ |


News Story - Posted on 2016-01-11

ଓଡ଼ିଶାରେ ରିପିଟ୍ ହେବ କି ତଥାଗତଙ୍କ ଗାନ୍ଧିଗିରି?

 



ଏଠାରେ କ’ଣ ଭିଭିଆଇପି ନେତାଙ୍କ ଗାଡ଼ି ଯୂଥ ଯାଉଥିବା ସମୟେର ସାଧାରଣ ଲୋକଙ୍କ ପାଇଁ ରାସ୍ତାଘାଟ ବନ୍ଦ ହୋହାଇଯାଉ ନାହିଁ? ସେମାନଙ୍କ ସଭା ପାଇଁ ସ୍କୁଲଜଲେଜର ପାଠପଢ଼ା ବନ୍ଦ ହେଉ ନାହିଁ? ଭିଭିଆଇପିମାନଙ୍କୁ କ’ଣ ଡାକ୍ତରଖାନା, ଥାନା, ତହସିଲରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସଚିବାଳୟ ଯାଏଁ ସ୍ବତନ୍ତ୍ର ସୁବିଧା ମିଳୁ ନାହିଁ? ସରକାରୀ ଘର ଓ ଜିମ ଆବଣ୍ଟନରେ ସେମାନଙ୍କୁ ଅଗ୍ରାଧିକାର ଦିଆଯାଉ ନାହିଁ? ଭୁବନେଶ୍ବରର ସରକାରୀ କଲେଜ ଓ ବିଶ୍ବବିଦ୍ୟାଳୟରେ କ’ଣ ଭିଆଇପି ଓ ଭିଭିଆଇପିଙ୍କ ସଂପର୍କୀୟମାନଙ୍କୁ ଥଇଥାନ କରାଯାଉ ନାହିଁ? ସରକାରଙ୍କ ଦୁର୍ନତି ଇତ୍ୟାଦିକୁ ଚାପି ଦେଇଥିବା ଅଫିସରମାନଙ୍କୁ କ’ଣ ସ୍ବତନ୍ତ୍ର ଭାବ ଥଇଥାନ କରାଯାଉ ନାହିଁ?

 


© 2015. Samanya Kathan All Rights Reserved | Editor : Debendra Prusty     

To Top