ଜନଜୀବନ

News Story - Posted on 2017-08-21

ପାଇଖାନା ସୂତ୍ରରେ ମହିଳାଙ୍କ ଭୂମିକା



ଦେବଗଡ଼ ଜିଲା ପ୍ରଶାସନ ତରଫରୁ ମଧ୍ୟ ଏହି ପରିମଳ ବ୍ୟବସ୍ଥାରେ ମହିଳାମାନଙ୍କର ଭୂମିକାକୁ ସଶକ୍ତ କରିବାକୁ ଯାଇ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲାରେ ବିଭିନ୍ନ ଗ୍ରାମ ପଂଚାୟତରେ ୨୪ ଜଣ ମହିଳା ମନିଟର ନିଯୁକ୍ତ କରାଯିବା ସହ ୨୩୨ଜଣ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କ ସାହାଯ୍ୟ ନିଆଯାଉଛି । ଏହା ସହିତ ପାଇଖାନା ନିର୍ମାଣ, ବ୍ୟବହାର ଏବଂ ଏହାର ରକ୍ଷଣା ବେକ୍ଷଣରେ ସହଯୋଗ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ମଧ୍ୟ ବିଭିନ୍ନ ଅବସରରେ ପୁରସ୍କାର ପ୍ରଦାନ କରାଯାଉଛି ।


News Story - Posted on 2017-08-19

ସାଡେନଫ୍ରିଏଡେ ହସ



ବଡ଼ ହେଲା ପରେ ଶବ୍ଦଟେ ଶୁଣିଲି ‘ସାଡେନଫ୍ରିଏଡେ’। ଏହା ଏକ ଜର୍ମାନ ଶବ୍ଦ ଓ ଇଂରାଜୀ ଅଭିଧାନ ଅନୁଯାୟୀ ଏହାର ପାଖାପାଖି ଅର୍ଥ ହେଲା, ଅନ୍ୟମାନଙ୍କ ଦୁର୍ଭାଗ୍ୟ, ଅସୁବିଧା ପରିସ୍ଥିତିରୁ ସନ୍ତୋଷ ପାଇବା। କାନକୁ ଅବାଗିଆ ଶୁଣା ଯାଉଛି ନା? ଆପଣ ଭାବୁଥିବେ, ଏ କେମିତିକା ମଣିଷ ମ ଯିଏ ଅନ୍ୟର ଅସୁବିଧା ଦୁର୍ଭାଗ୍ୟ ଦେଖି ଖୁସି ହୁଏ? କିନ୍ତୁ ସାଡେନଫ୍ରିଏଡେ ଗୋଟେ ସାଧାରଣ ମାନବୀୟ ପ୍ରବୃତ୍ତି ଓ ଜାଣତ ବା ଅଜାଣତରେ ଆମମାନଙ୍କ ଭିତରୁ ଅନେକ ଏହା ଦ୍ବାରା ଆକ୍ରାନ୍ତ। ସାଡେନଫ୍ରିଏଡେରୁ ମିଳୁଥିବା ସନ୍ତୋଷ ବେଳେବେଳେ ଆମକୁ ନିଜର ବର୍ତ୍ତମାନର ଦୁଃସ୍ଥିତି, ଖରାପ ଅବସ୍ଥାକୁ ସାମୟିକ ଭାବେ ଭୁଲେଇ ଦେବାରେ ସାହାଯ୍ୟ ମଧ୍ୟ କରିଥାଏ।


News Story - Posted on 2017-06-02

ସେକ୍ସି!



ଏ ବିଦ୍ୟା ଆଜି ପପୁଲାର। ଟିଭି ଡାଇରେକ୍ଟ‌୍‍। ଲ୍ୟାପ‌୍‍ଟପ‌୍‍ରେ ହିସାବ କରି ସାଙ୍ଗେସାଙ୍ଗେ ପ୍ରତିକାର କହି ଦେଉଛନ୍ତି ଜ୍ୟୋତିଷ ମହାରାଜ। ତେଣୁ, ଧରି ନେବା ଯେ ଗ୍ରହ ନକ୍ଷତ୍ରମାନେ ଆଗେ ଲୋକଙ୍କର ଯେତେ କ୍ଷତି କରୁଥିବେ, ଏବେ ପାରୁ ନ ଥିବେ! ଏ ବିଦ୍ୟାର ଉପକାର ସଂପର୍କରେ ପଦେ ପ୍ରଶଂସା। ନହେଲେ, ଏତେ ହତାଶିଆଙ୍କୁ ନେଇ ଏ ପୃଥିବୀଟା ବଞ୍ଚନ୍ତା କେମିତି? ଏ ବିଦ୍ୟା ଜଗି ଦିଏ ଆଶା ଓ ନିରାଶାର ଅନିର୍ଣ୍ଣିତ ସୀମାକୁ। ଠିକ‌୍‍ ଅଛି, ଆର ମାସକୁ ତ ବୃହସ୍ପତି ଚଳନ, ଦେଖିବା। ସେତିକି ଯର୍ପ୍ୟନ୍ତ ଅନ୍ତତଃ ସୁଇସାଇଡ‌୍‍ ନ କରାଯାଉ!


News Story - Posted on 2017-05-29

ଭଲ ଉପନ୍ୟାସ ନାହିଁ



ଊନବିଂଶ, ବିଂଶ ଶତାବ୍ଦୀରେ ଏଇବିଶ୍ୱରେ ଅନେକ ଉତ୍ତମ ଉପନ୍ୟାସ ରଚିତ ହୋଇଛି । ତନ୍ମଧ୍ୟରୁ ଗର୍କିଙ୍କ ମଦର, ଲିଓ ଟଲଷ୍ଟୟଙ୍କ ରିସ‌୍‍ରେକ‌୍‍ସନ, ୱାର ଆଣ୍ଡ ପିସ‌୍‍, ଏମିଲି ଜୋଲାଙ୍କ ଜର୍ମିନାଲ, ଦସ୍ତୋଭସ୍କିଙ୍କ କ୍ରାଇମ ଆଣ୍ଡ ପନିଶ‌୍‍ମେଣ୍ଟ, ମିସେସ‌୍‍ ଷ୍ଟୋ’ଙ୍କ ଅଙ୍କଲ‌୍‍ ଟମ‌୍‍ସ‌୍‍ କେବିନ‌୍‍, ଚାର୍ଲସ‌୍‍ ଡିକେନ୍ସଙ୍କ, ଟେଲସ‌୍‍ ଅଫ ଟୁ ସିଟିଜ‌୍‍, ଶରତଚନ୍ଦ୍ରଙ୍କ ଶ୍ରୀକାନ୍ତ, ପଥର ଦାବୀ, ପ୍ରେମଚନ୍ଦଙ୍କ ଗୋଦାନ, ଫକୀରମୋହନଙ୍କ ଛ’ମାଣ ଆଠଗୁଣ୍ଠ, କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ବିମଳ ମିତ୍ରଙ୍କ ସାହେବ ବିବି ଗୋଲାମ ପ୍ରମୁଖ ଅନେକ ଉପନ୍ୟାସ ସମାଜ ପରିବର୍ତ୍ତନର ବହୁ ଉପାଦାନ ଛାଡ଼ି ଯାଇଛନ୍ତି।


News Story - Posted on 2017-05-23

ତିନ‌୍‍ ତଲାକ‌୍‍ ପ୍ରଥା ପାପ!



ତିନ‌୍‍ ତଲାକ‌୍‍ ବ୍ୟବସ୍ଥାରୁ ଦୂରେଇଯିବେ ଭାରତର ମୁସଲମାନ। ଏଭଳି ଏକ ସଂକେତ ଦେଇଛି ଅଲ‌୍‍ ଇଣ୍ଡିଆ ମୁସ‌୍‍ଲିମ ପର୍ସନାଲ ଲ ବୋର୍ଡ଼ ବା ଏଆଇଏମପିଏଲବି। ମେ ୨୨ ତାରିଖରେ ସୁପ୍ରିମ କୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଏଆଇଏମପିଏଲବି କହିଛି ଯେ ତିନ‌୍‍ ତଲାକ ବ୍ୟବସ୍ଥା ବ୍ୟବହାର ନକରିବାକୁ ମୁସଲିମ ବରମାନଙ୍କୁ ଉପଦେଶ ଦେବାକୁ କାଜିମାନଙ୍କୁ ପରାମର୍ଶ ଦିଆଯିବ।


News Story - Posted on 2017-05-14

ମା’



ସତରେ ମା’, ଆଜି ସମୟ ବଦଳିବା ସାଙ୍ଗକୁ ତୋର ଦୁଇ ପୁଅ ବି ବଡ ହୋଇ ଯାଇଛନ୍ତି। ଭାଇ ପାଇଁ ତ କନିଆ ଖୋଜା ବି ଆରମ୍ଭ ହୋଇଗଲାଣି। ବୋହୂ ପରଷା ଖାଇବା ପାଇଁ ତ ତୁ ଗୋଡ ଟେକି ବସିଛୁ। ହେଲେ ମା’ ଆଗରେ ପୁଅ ବଡ଼ ହେବାର ନଜର ଅଛି ହେଲେ ବୁଢ଼ା ହୁଏ ନାହିଁ। ସବୁଦିନ ଛୋଟ ପିଲାଟିଏ ପରି ରହିଥାଏ। ପୁଅ ଯେତେ ବଡ ହେଲେ ବି ନାକରୁ ସିଂଘାଣୀ ବାହାରୁଥିବା ସେଇ ବକଟେ ପିଲା ହୋଇଥାଏ। ହେଲେ ବାସ୍ତବରେ କ’ଣ ସେଇଆ ହୁଏ?


News Story - Posted on 2017-05-12

ଓଡ଼ିଆଙ୍କ ମହାମନ୍ତ୍ର!



ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଯନ୍ତ୍ରଣାକୁ ଅନୁଭବ କରି ସେ ସହ୍ୟକରି ପାରିନାହାଁନ୍ତି। ସେ ସମସ୍ତଙ୍କ ଦୁଃଖମୋଚନ କରିବା ପାଇଁ ପ୍ରାଣର ପ୍ରାର୍ଥନା କରିଛନ୍ତି। ବିଶ୍ୱର ଦୁଃଖକୁ ସେ ଅନ୍ତରରେ ଅନୁଭବ କରି ତାଙ୍କ ପଦାବଳୀରେ ଗାଇ ଚାଲିଛନ୍ତି। ସେତେବେଳେ ସେ ଯେଉଁ ବିପ୍ଳବର ପଦାବଳୀ ଶୁଣାଇଛନ୍ତି, ଆଜି ମଧ୍ୟ କୌଣସି ବିପ୍ଳବୀକବି ସେଭଳି ପଦାବଳୀ ରଚନା କରିପାରିନାହାଁନ୍ତି। ତେଣୁ ତାଙ୍କ ପଦ୍ୟ କାଳଜୟୀ। ଆଜିବି ସୂର୍ଯ୍ୟାଲୋକ ପରି ଜକ‌୍‍ଜକ‌୍‍ ହୋଇ ରହିଛି, ଏ ବିଶ୍ୱବ୍ରହ୍ମାଣ୍ଡ ଥିଲା ପର୍ଯ୍ୟନ୍ତ ରହିଥିବ ମଧ୍ୟ।


News Story - Posted on 2017-03-11

ଆତ୍ମଦାହ



ନିଜ ଗୋଡ଼ହାତ, ଅଙ୍ଗପ୍ରତ୍ୟଙ୍ଗକୁ ନିଜେ ହିଁ ଗିଳି ପକାଉଥିବା ଗୋଟେ ଅଦ୍ଭୁତ ସାମୁଦ୍ରିକ ଜୀବ ପରି ଖୁବ‌୍‍ ରହସ୍ୟମୟୀ ଥିଲା ସୀମା। ନିଜ ପ୍ରତିଭା ଓ ପ୍ରବୃତ୍ତିକୁ ପରସ୍ତ ପରସ୍ତ କରି ଚିରି ଦେଇଥିଲା ସେ। ସମ୍ପର୍କର ସବୁ ଖିଅଗୁଡ଼ିକୁ କାଟି ଦେଇଥିଲା। ନିଜକୁ ବିଚ୍ଛିନ୍ନ କରି ରଖିବାର ଗୋଟେ ବିଚିତ୍ର ମାନସିକତା ତାକୁ ଜାବୁଡି ଧରିଥିଲା ଖୁବ‌୍‍ ଜୋର‌୍‍ରେ। ସେ ମୁକ୍ତି ଚାହୁଁନଥିଲା ସେ ଯନ୍ତାରୁ। ସେ ମୁକୁଳିବାକୁ ଚାହୁଁନଥିଲା ଜମାରୁ। କମନୀୟତାକୁ କାଢିପକାଇ ସେ କର୍ଦ୍ଦମାକ୍ତ ହେଉଥିଲା। ସେ ଶୂଳିରେ ଚଢିବାକୁ ନିଜର ପ୍ରସ୍ତୁତି କରୁଥିଲା। ସେ ସତେଜତାକୁ ପ୍ରତ୍ୟାଖ୍ୟାନ କରି ସଢିବାକୁ ଚାହୁଁଥିଲା। ସେ ପରିଚ୍ଛନ୍ନତାକୁ ପରିହାର କରି ପୁତିଗନ୍ଧମୟ ପରିବେଶ ଭିତରକୁ ପ୍ରବେଶ କରିଥିଲା ସ୍ୱଇଚ୍ଛାରେ। ସମସ୍ତ ସମ୍ଭାବନାକୁ ସମାଧି ଦେଇ ଅମୁହାଁ ଗହ୍ୱର ମଧ୍ୟକୁ ଗତି କରୁଥିଲା। ଦରଜର ଦରିଆରେ ସନ୍ତରଣ କରୁଥିଲା ହେଲେ ପାଉନଥିଲା କୂଳ କି କିନ୍ନାରା। ସେ ଉଚ୍ଛନ୍ନ ହେଉଥିଲା, ଉବୁଟୁବୁ ବି!


News Story - Posted on 2017-02-25

ଅନ୍ଧ କେମିତି ଭକ୍ତ ହୁଏ?



ମନ୍ତ୍ରୀ କହିଲେ, ହେ ମହାରାଜ! ଏ ଭିକାରୀଟିର ଶରୀର ସୁସ୍ଥ ସବଳ, ଯଦି ଏହାର ଆଖିରେ ଜ୍ୟୋତି ଫେରି ଆସିବ ତ ୟାକୁ ଆପଣଙ୍କର ସବୁ ଭ୍ରଷ୍ଟାଚାର ଦେଖାଯିବ। ଆପଣଙ୍କର ସମସ୍ତ ଥାଟପାଟ ଆଉ ବଦଖର୍ଚ୍ଚ ଦେଖାଯିବ, ଆପଣଙ୍କର ରାଜମହଲର ବିଳାସ ବ୍ୟସନ ଆଉ ଆପଣଙ୍କ ରାଣୀହଂସପୁରର ଚାକଚକ୍ୟ ପାଇଁ ହେଉଥିବା ଖର୍ଚ୍ଚ ଦେଖାଯିବ। ୟାକୁ ଆହୁରି ମଧ୍ୟ ଦେଖାଯିବ ଯେ ପ୍ରଜାମାନେ କେମିତି ଭୋକ ଉପାସରେ ଡ଼ହଳ ବିକଳ ହେଉଛନ୍ତି। ମରୁଡି ହୋଇଥିବାରୁ ଫସଲର ଉତ୍ପାଦନ ଭଲ ହୋଇନାହିଁ। ତା’ପରେ ବି ଆପଣଙ୍କ ସୈନିକମାନେ କେମିତି ଜୋର ଜବରଦସ୍ତ ଚାରିଗୁଣା ଖଜଣା ଆଦାୟ କରୁଛନ୍ତି! ରାଜମହଲର ଖର୍ଚ୍ଚ ବୃଦ୍ଧି କାରଣରୁ ରାଜକୋଷ ଶୂନ୍ୟ ହେଇଯାଉଛି ଯାହାର ଭରଣା ଆମେ ସେନା ଆଉ କର୍ମଚାରୀଙ୍କ ଦରମାରୁ କାଟି କରୁଛନ୍ତି, ଯଦ୍ବାରା ହଜାର ହଜାର ସୈନିକ ଓ କର୍ମଚାରୀ ବେରୋଜଗାରୀ ହୋଇଛନ୍ତି। ଆଖି ଠିକ ହେଇଗଲା ପରେ ଏହି ଭିକାରୀଟି ମଧ୍ୟ ସମସ୍ତଙ୍କ ପରି ରୋଜଗାର ମାଗିବ ଆଉ ଆପଣଙ୍କର ବିରୋଧୀ ହୋଇଯିବ। ମୋକଥା ମାନନ୍ତୁ! ଇଏ ତ ଆପଣଙ୍କୁ କେବଳ ଦୁଇ ଓଳି ଖାଦ୍ୟ ହିଁ ମାଗୁଛି, ତାକୁ ଆପଣ ରାଜମହଲରେ ବସାଇ ମାଗଣାରେ ସକାଳେ ଆଉ ସନ୍ଧ୍ୟାରେ ଖାଲି ଖାଇବାର ବନ୍ଦୋବସ୍ତ କର&a


News Story - Posted on 2017-02-07

ରଙ୍ଗବତୀର ରଙ୍ଗକଥା



ମୁଁ ତା’ କଥା ମୁତାବକ ରଙ୍ଗବତୀ କ୍ୟାସେଟ୍ ନେଇଥିଲି ଫେରିବାବେଳେ। ତା’ପରେ ରୁନୁ ଲାଗିଲା ସନ୍ତୋଷ ପଛରେ, ଅଶ୍ରୁମୋଚନ ପଛରେ, ଭାଇ, ଚାଲନା ଆଜି ଆମେ ରଙ୍ଗବତୀ ନାଚିବା ସଂଧ୍ୟାବେଳେ। ନାଚ ନାଁ ଶୁଣି ସନ୍ତୋଷ, ରୁନୁର ପାଖ ମାଡ଼ିଲାନି। ହେଲେ ଅଶ୍ରୁମୋଚନ ଖସିପାରୁଚି କୁଆଡୁ? ଶେଷରେ କଥା ଛିଡ଼ିଲା ଅଶ୍ରୁମୋଚନ ନନାଚିଲେ ବି ସାଙ୍ଗରେ ରହିବ ସହକଳାକାର ହୋଇ। ସେଦିନ ସଂଧ୍ୟାରେ ଓଡ଼ିଶା ପ୍ରଥମ କାର୍ଯ୍ୟକ୍ରମ କଲା- ରଙ୍ଗବତୀ। କେବଳ ରୁନୁ ଆଉ ଅଶ୍ରୁମୋଚନ ନୁହେଁ- ଗୀତ ଅଧା ହେବା ବେଳକୁ ମନୋରଂଜନ କକ୍ଷରେ ଥିବା ସବୁ ଦର୍ଶକ ନାଚରେ ସାମିଲ ହୋଇ ତାଳି ମାରି ତାଳରେ ଗାଉଥିଲେ ରଙ୍ଗବତୀ, ରଙ୍ଗବତୀ କ-ନ-କ-ଲ-ତା- ହସି ପଦେ କହ-ଲୋ-କଥା...।


News Story - Posted on 2017-02-06

ଗୋଟେ ଝଡ଼!



‘ବାଃ’, ହସିଲେ ସ୍ମୃତି। ଗୋଟିଏ ତାତ୍ସଲ୍ୟର ହସ। ‘ବାଃ ରେ ବାଃ, ଏଇ ତୁମର ପୁରୁଷ ଜାତିର ଅହଙ୍କାର। ବଡ ଦୟାବାନ ତୁମେ। ମୋତେ ମୋ ପରି ଜୀଇଁବାର ଅଧିକାର ଦେଇ ବଡ ଦୟା ଦେଖାଇଚ ତୁମେ! ମୁଁ ବି ତୁମ ପରି ପାଠ ପଢିଛି। ସରକାରୀ ଚାକିରୀ କରିଛି। ତୁମ ପରି ମାସ ଶେଷରେ ମୋଟା ରକମର ଦରମା ନେଉଛି। ମୁଁ ତ କେବେ କହିନି ମୁଁ ତୁମକୁ ସ୍ବାଧୀନତା ଦେଇଛି ବୋଲି!’


News Story - Posted on 2017-01-28

ଆତ୍ମନେପଦି



ହେଲେ ମୁଁ ମୁର୍ଖ ବୁଝିପାରେନି ତମ ବହୁରୁପୀ ରୂପକୁ। ଦେଖିପାରେନି ତମ ଫୁଲ ପରି କୋମଳ ଶରୀର ଭିତରେ ଥିବା ଏକ ରୁକ୍ଷ, ଅଟଳ ଓ ଅହଂକାରର ବିଶାଳ ବରଗଛକୁ।


News Story - Posted on 2016-11-27

ସବାଆଗ ପ୍ରେମ ଚିଠି



ପ୍ରଶଂସା ଏକ କପଟିନୀ ନାରୀ। ରାତି ପାଇଁ ଦିନବେଳେ ସେ ଭେଣ୍ଡାକୁ ମେଣ୍ଢାା କରେ। ମୁଁ ଫସି ଗଲି। ତା’ର ଅନୁରୋଧ ଥିଲା - ଚିଠିଟା ‘ରୋମାଣ୍ଟିକ’ ହେଇଚି କି ନା ଟିକେ ଦେଖିବୁ। ଆଜି ଭାବୁଛି - ଏ ପ୍ରସ୍ତାବ ନାଲାଏକ ଥିଲା। ରାଜି ହେଲି ଓ ଚାଲେଞ୍ଜ‌୍‍ ନେଲି। ଏହାର ଆଉ ଏକ ଦମ୍ଭିଲା କାରଣ ବି ଥିଲା। ଜୀବନରେ କାହା ପାଖକୁ ଚିଠି ଖଣ୍ଡେ ଲେଖି ନ ଥିବା ଏବଂ ସାହିତ୍ୟରେ ଯାଇତାଇ ନମ୍ୱର ରଖୁଥିବା ଗଦ୍ୟମୟ ମୋ ସାଙ୍ଗକୁ ପ୍ରେମ ମାଡ଼ିବାରୁ ଯଦି ସେ ଏଡେ଼ ସୁନ୍ଦର ଲେଖି ପାରୁଚି, ତା’ହେଲେ ପ୍ରେମ ତ ଖୋଦ‌୍‍ ସରସ୍ୱତୀ!


News Story - Posted on 2016-09-16

ମେସେଜ‌୍‍



କେଜାଣେ କାହିଁକି ବେଳେ ବେଳେ ତମ ମନରେ କ’ଣ ଯେ ଚାଲିଥାଏ, ପୂରାପୂରି ଗୁମସୁମ‌୍‍ ହୋଇଯାଅ। ଚାନ୍ଦିନୀ ରାତିର ଗୋଲ ଜହ୍ନଟା ଅମାବାସ୍ୟାର ଅନ୍ଧକାରରେ ଯେମିତି ଲୁଚିଯାଏ। ତମକୁ କେବେ ଦେଖିନି ସତ, ହେଲେ ସବୁବେଳେ ତମକୁ ମେହସୁସ କରୁଥାଏ। ତମର ସମ୍ପୂର୍ଣ୍ଣ ତୈଳଚିତ୍ରଟି ମୋ ମନର କାନଭାସରେ ସେବେଠାରୁ ଆଙ୍କି ହୋଇସାରିଛି; ଯେବେ ତମେ ମତେ ପ୍ରଥମେ ମେସେଜ କରିଥିଲ।


News Story - Posted on 2016-08-19

ପୁଣି କାହିଁକି କଳା ପତାକା?



ଓଡ଼ିଆ ଜାତିର ଆତ୍ମମର୍ଯ୍ୟାଦା ଉପରେ ପ୍ରଥମ ପଦାଘାତ କରିଥିଲେ ପରଲୋକଗତ ବିଜୁ ପଟ୍ଟନାୟକ ୧୯୬୩ ଖ୍ରୀଷ୍ଟାବ୍ଦରେ। ଭାରତର ସମ୍ୱିଧାନର ବ୍ୟବସ୍ଥାନୁସାରେ ୧୯୫୪ର ସରକାରୀ ଭାଷା ଅଧିନିୟମ ପ୍ରଣୀତ ଓ ପ୍ରବର୍ତ୍ତିତ ହେବା ସଂଗେ ସଂଗେ ଏକ ପ୍ରଶାସନିକ ଭାଷା ଭାବେ ଇଂରାଜୀ ଭାଷା ଅକାମୀ ହୋଇସାରିଥିଲା ଓଡ଼ିଶାରେ। ଯେଉଁ ରାଜ୍ୟରେ ପ୍ରାଦେଶିକ ଭାଷା ସରକାରୀ ଭାଷା ହେବାର ଆଇନ ପ୍ରବର୍ତ୍ତିତ ହୋଇ ନଥିବ ସମ୍ୱିଧାନ ଗୃହୀତ ହେବାର ୧୫ ବର୍ଷ ମଧ୍ୟରେ, ସେଠାରେ ୧୯୬୫, ଜାନୁୟାରୀ ୨୬ ତାରିଖରୁ ଇଂରାଜୀ ଭାଷା ଆପେ ଆପେ ଅକାମୀ ହୋଇଯିବ ବୋଲି ସମ୍ୱିଧାନରେ ଉଦ‌୍‍ଘୋଷିତ ହୋଇଥିବା ହେତୁ ଓଡ଼ିଶାରେ ଆଉ ଇଂରାଜୀ ଭାଷା ଚଳିବା ଅସମ୍ଭବ ଥିଲା। ମାତ୍ର ବିଜୁବାବୁ ୧୯୬୩ରେ ଆମ ଭାଷା ଅଧିନିୟମ ସଂଶୋଧନ କରି ତହିଁରେ ଧାରା ୩-କ ସଂଯୋଗ କରାଇଲେ, ଯହିଁରେ କୁହାଗଲା - ବିଧାନସଭାରେ ଓଡ଼ିଆ ସାଙ୍ଗକୁ ଇଂରାଜୀ ଭାଷା ବି ସରକାରୀ ଭାଷା ଭାବେ ଚାଲିବ ଓ ୧୯୬୫, ଜାନୁୟାରୀ ୨୬ ପରେ ମଧ୍ୟ କାଏମ ରହିବ। ଏହା ଥିଲା ଓଡ଼ିଶାରେ ଇଂରାଜୀ ଭାଷାର ଅଧିପତ୍ୟ ପୁନଃ ପ୍ରତିଷ୍ଠା ପାଇଁ ଏକ ଧୂର୍ତ୍ତ ପଦକ୍ଷେପ। ଏହା ହେତୁ, ସାରା ଓଡ଼ିଶା ପ୍ରଶାସନ ପୁନର୍ବାର ଇଂରାଜୀ କବଳର&


News Story - Posted on 2016-08-02

ବାଂଲାଦେଶ ଉପନିବେଶ କେନ୍ଦ୍ରାପଡ଼ା!



‘ଜାଲ କାର୍ଡ କଟାଯାଉ, ବଙ୍ଗଳାଦେଶୀ ସବୁ ଚାଉଳ ନେଇଯିବେ।’ ଏହା ଥିଲା ବିଗତ ଦିନର ଜଣେ ଜିଲ୍ଲାପାଳଙ୍କ ଉକ୍ତି। ଦୁଇ ଟଙ୍କିଆ ଚାଉଳ ଯୋଗାଣ ନେଇ ସରକାର ସଚିବାଳୟରେ ଜିଲ୍ଲାପାଳମାନଙ୍କ ସମ୍ମିଳନୀ ଡାକିଥିଲେ। ଏଥିରେ କେନ୍ଦ୍ରାପଡାର ଜଣେ ପୂର୍ବତନ ଜିଲ୍ଲାପାଳ ଜିଲ୍ଲାରେ ଅଧିକ ସଂଖ୍ୟକ ବଙ୍ଗଳାଦେଶୀ ଅନୁପ୍ରବେଶକାରୀମାନେ ଜାଲ ବିପିଏଲ କାର୍ଡ ରଖିଥିବା କଥା ସ୍ବୀକାର କରିଥିଲେ। ସରକାର ଜାଲ କାର୍ଡ ନକାଟିଲେ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳ ହଡପ ହୋଇ ବଙ୍ଗଳାଦେଶକୁ ଚାଲିଯିବ ବୋଲି ଦର୍ଶାଇଥିଲେ। ଅନିୟନ୍ତ୍ରିତ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ଫଳରେ ଖାଦ୍ୟାଭାବ ଏକ ସମସ୍ୟା ହୋଇ ଉଭାହେବୟ ଜିଲ୍ଲାର ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି କଳକାରଖାନା ତଥା ବାଣିଜ୍ୟ ବ୍ୟବସାୟ ପର୍ଯ୍ୟନ୍ତ ଅଳ୍ପବହୁତେ ସବୁ ପ୍ରଭାବିତ ହାବ। ଅବଶ୍ୟ ଆଜିକାଲି ଜଗତିକରଣ ପ୍ରଭାବରୁ ଅସ୍ଥାୟୀଭାବେ କିଛିକାଳ ଏ ସମସ୍ୟାକୁ ଟାଳି ଦିଆ ଯାଇପାରେ, ହେଲେ ସବୁ କାଳପାଇଁ ନୁହେଁ।


News Story - Posted on 2016-08-01

ଗୁଦ‌୍‍ଗୁଦା




News Story - Posted on 2016-07-30

ଫେଙ୍ଗଶୁଇର ଭଲମନ୍ଦ



ଫେଙ୍ଗଶୁଇ ବିଶ୍ବାସୀମାନଙ୍କ ମତରେ ପୃଥିବୀର ଚାରୀ ଦିଗକୁ ଚାରି ଅଧିପତି ବା ଚାରି ଜୈବିକ ପ୍ରାଣୀ ଜଗି ରହିଛନ୍ତି। ପୂର୍ବରେ ସବୁଜ ଡ୍ରାଗନ, ପଶ୍ଚିମରେ ଧଳା ବାଘ, ଉତ୍ତରରେ କଳା କଇଁଛ ଓ ଦକ୍ଷିଣରେ ଲାଲ୍ ଫିନିକ୍ସ। ଏହି ଚାରିପ୍ରାଣୀଙ୍କ ଚିତ୍ର ଘରର ଚାରି ଦିଗରେ ଅଙ୍କନ କଲେ ବାସ୍ତୁଦୋଷ ରହେ ନାହିଁ। ଉପଯୁକ୍ତ ଦିଗ ନିର୍ଣ୍ଣୟ କରିବା ପାଇଁ କମ୍ପାସର ବ୍ୟବହାର କଲେ ଗୃହଟି ସବୁ ଦିଗରୁ ନିରାପଦ ରୁହେ।


News Story - Posted on 2016-07-27

ମେକ୍ ଅପ‍୍‌ ହେବେ କେମିତି?



ଦୈନନ୍ଦିନ ମେକ୍ ଅପ୍ ନେବା ପୂର୍ବରୁ ଆପଣ ନିଜର ଚେହେରା, ବେକ, ପିଠି, ହାତ ଓ ଗୋଡ଼ର ତ୍ବଚା ସଫା କରନ୍ତୁ। ବିଶେଷକରି ଫେସ‍୍‌ ୱାଶ‍୍‌ ବ୍ୟବହାର କରି ସଫା କଲେ ଭଲ। ମେକ୍ ଅପ୍ ନେବା ପୂର୍ବରୁ ତ୍ବଚାରେ ଛୋଟ ବରଫ ଖଣ୍ଡ ଘଷିଲେ ଭଲ। ଏହା ଫଳରେ ଆପଣଙ୍କ ଚେହେରାର ମେକ୍ ଅପ୍ ଅଧିକ ସମୟ ଅକ୍ଷୁଣ୍ଣ ରହିବ। ମେକ୍ ଅପ୍ ନେବା ସମୟରେ ଯେଉଁ ସ୍ଥାନକୁ ଆପଣଙ୍କର ଯିବାର ଅଛି, ତାହାର ପରିବେଶ ଓ ସମୟକୁ ଧ୍ୟାନରେ ରଖନ୍ତୁ। କାରଣ ରାତି ବେଳା ଗାଢ଼ ମେକ୍ ଅପ୍ ଏବଂ ଦିନବେଳା ହାଲୁକା ମେକ୍ ଅପ‍୍‌ ଆପଣଙ୍କୁ ବ୍ୟକ୍ତିତ୍ବ ପ୍ରଦାନ କରିଥାଏ। ସର୍ବଦା ଉଜ୍ଜ୍ବଳ ଆଲୋକରେ ମେକ୍ ଅପ୍ ନିଅନ୍ତୁ, ଫଳରେ ଆପଣ ମେକ୍ ଅପ୍‌ର ଉଚିତ ମାତ୍ରା ଜାଣିପାରିବେ।


News Story - Posted on 2016-07-23

ବଧାଇ ହୋ! ଲକ୍ଷ୍ମୀ ଆସିଛନ୍ତି!



ଭୋରୁ ଭୋରୁ ସବୁ ଦିନେ ଉଠି ଥଣ୍ଡା ପାଣିରେ ଗାଧାଏ, ଗାଧଇଲା  ବେଳେ ଥଣ୍ଡା ଥଣ୍ଡା ପାଣି ମେ ନହାନା ଚାହିଏ ଗୀତ ଗାଏ। ପରେ ପରେ ବଡ ପାଟିରେ କେତେ ମନ୍ତ୍ର ପଢ଼େ, ପଡୋଶୀ ବ୍ୟସ୍ତ ହୁଅନ୍ତି, ବିରକ୍ତ ବି। ମାତ୍ର ନିଜ ଝିଅ କଥା ଭାବି କିଛି କହନ୍ତିନି। ସତରେ କାଳେ ଏଥର ପୁଅ ହୋଇଯିବ। ପିଲା ଜନ୍ମ ହେବାର ଦିନ ଯେତେ ପାଖେଇ ଅସୁଥାଏ ସେତେ ବଢି ଚାଲୁ ଥାଏ ଲଲ୍ଲା ପରିବାରର ଦାନ ଧର୍ମ, ମନ୍ଦିରରେ ପୁଜାର୍ଚ୍ଚନା, ମସଜିଦରେ ଚାଦର ଚଢ଼ା ଓ ଗୁରୁଦ୍ବାରରେ ପାଣି ଚଢାଇବାର କାମ। ତା ସହ ଚାଲିଥାଏ ଅନେକ ଦୁର୍ଲଭ ଜଡିବୁତିର ସେବନ ଓ ଲୁଚାଛପାରେ କେଉଁ ତାନ୍ତ୍ରିକ ପାଖରେ କେତେ ନିରୀହ ପଶୁଙ୍କର ମସ୍ତକ ଚ୍ଛେଦନ।


News Story - Posted on 2016-07-22

ଫୁଲ ଫୁଟା ଫଗୁଣ



ଆପଣ ଏହାକୁ ଯେପରି ଇଛା ସେପରି ଗ୍ରହଣ କରିବେ। ଚରିତ୍ରଗୁଡିକ କାଳ୍ପନିକ ନୁହଂତି, ପୃଷ୍ଠଭୂମି ବି ଏକ ଅନ୍ୟଥା ମୂଲ୍ୟହୀନ ଭୂଗୋଳ ପୋଥିପତ୍ରରେ ନଥିବା ମୋର ଛୋଟିଆ ଗ୍ରାମ ତୁଳତୀର ଦୁଇ ସାହି ନିଜି ତୁଳତୀ ଓ ଆମ ଘରଥିବା ସାହି ରହିମାନପୁର। ଗାଆଁଟି ଚାରୋଟି ୱାର୍ଡରେ ବିଭକ୍ତ, ସେ ବେଳେ ବି ଏହା ଏହିପ୍ରକାରେ ବିଭକ୍ତ ଥିଲା। ବେଳ ଗତ ଶତାବ୍ଦୀର ଅଠସ୍ତୋରୀ ମସିହାରୁ ଏପର୍ଯ୍ୟଂତ ବ୍ୟାପିଛି, ମୋର ବୟସ ଥିଲା ଏଗାର। ମୁଁ ଏକ ସାଧାରଣ ଯୌଥ ପରିବାରର କନିଷ୍ଠତମ ସଂତାନ କିଶୋରର ବଡଭାଇ। ମୋ ଉପରେ ଦୁଇଭଉଣୀ ଓ ଦୁଇ ଭାଇ। ବାପା ଜଣେ ପ୍ରାଥମିକ ଶିକ୍ଷକ। ଦାଦାଂକର ଅକାଳରେ ମୃତ୍ୟୁ ଘଟିଥାଏ ଦୁଇ ବର୍ଷ ତଳୁ। ବୋଉ ଗୃହିଣୀ, ଖୁଡୀ ସାମାନ୍ୟ ହୁଣ୍ଡୀ। ଜଣ ପରେ ଜଣେ ମୋର ଦୁଇ ଭାଇ ସୈନ୍ୟବାହିନୀରେ ଯୋଗଦେଇ ପରିବାରର ଗାରିମା ବଢାଇଛଂତି। ଭଉଣୀ ଦୁଇଜଣରୁ ଜଣେ ବିବାହ ଯୋଗ୍ୟା ଓ ଅନ୍ୟଜଣକ ମୋଠୁ ତିନିବର୍ଷ ବଡ ଶୁଶୀ ଦେଇ। ବୁଢାବାପା ସେ ସନ ଆଷାଢରେ ସ୍ୱର୍ଗବାସୀ ହୋଇଥାଂତି, ବୁଢୀମା ଆପାତତଃ ତାଂକୁ ଝୁରି ହେଉଥାଏ।


News Story - Posted on 2016-07-11

ବୀରାଙ୍ଗନା!




News Story - Posted on 2016-06-26

ଓଡ଼ିଶାର ଦାରିଦ୍ର୍ୟ କ’ଣ ଚିରନ୍ତନ !



ସତରେ କ’ଣ ଓଡ଼ିଶା ଦରିଦ୍ର? ବହୁକାଳରୁ ଗୋଟିଏ ଆପ୍ତବାକ୍ୟ ଭଳି ବାକ୍ୟ ଚଳିଆସୁଛି ଯେ ଓଡ଼ିଶା ପ୍ରାଚୁର୍ଯ୍ୟ ଭିତରେ ଦରିଦ୍ର। ଏଠାରେ ଭାରତ ବର୍ଷର ଖଣିଜ ସଂପଦର ୪୦ ଭାଗ ଭଣ୍ଡାର। ଭାରତର ଭୂତଳ ଜଳସଂପଦର ୧୦ ଭାଗ ରହିଛି ଓଡ଼ିଶାରେ। ୪୮୦ କିଲୋମିଟରର ବିସ୍ତୀର୍ଣ୍ଣ ବେଳାଭୂମି, ଯେଉଁଠି ସମ୍ଭାବନା ଅଛି ୯ଟି ବୃହତ୍ ବନ୍ଦରର। ବିଶ୍ବର ସର୍ବମୋଟ ୫ଟି ଜୈବ-ଜଳବାୟୁ ମଣ୍ଡଳରୁ ତିନୋଟି ଗତି କରିଛି ଓଡ଼ିଶା ଦେଇ। ବିଶ୍ବର ସର୍ବାଧିକ ଜୈବବିବିଧତାରେ ଭରପୂର ଏହି ରାଜ୍ୟ। ଏହାର ମାନବଗୋଷ୍ଠୀର ବିବିଧତା ମଧ୍ୟ ବିଚିତ୍ର ଓ ବ୍ୟପାକ। ବିଶ୍ବର ଅନ୍ୟ କୌଣସି ଦେଶ ବା ପ୍ରଦେଶରେ ଏତେ ପ୍ରକାର ଆଦିବାସୀ ଗୋଷ୍ଠୀ ଦେଖାଯାଆନ୍ତି ନହିଁ। ଏତେ ପ୍ରକାର ଧର୍ମର ଲୋକେ ବି ଅନ୍ୟଠି ବିରଳ। ଏଠି ପ୍ରାୟ ସବୁ ଧର୍ମର ଲୋକେ ବାସ କରନ୍ତି। ଏହାର ସମାଜ ଓ ସଭ୍ୟତା ପୁଣି ଅପେକ୍ଷାକୃତ ଶାନ୍ତ ଓ ସନ୍ତୁଷ୍ଟ। ଆର୍ଥିକ ସମୃଦ୍ଧି ପାଇଁ ଆଉ କ’ଣ ଦରକାର ଥିଲେ ଏ ରାଜ୍ୟ ଦରିଦ୍ର ହୋଇ ନଥାନ୍ତା? ମାତ୍ର ବାସ୍ତବ ପରିସ୍ଥିତି ହେଉଛି ଏହାର ଠିକ୍ ବିପରୀତ।


News Story - Posted on 2016-06-19

ଭାଷା ବାଇମୁଣ୍ଡିମାନଙ୍କ ବିଷୟରେ



ସେତେବେଳେ ହିଁ ମୋ ମୁଣ୍ଡରେ ଏ କଥାଟି ଢୁକିଲା। ସତରେ ଏ ଭାଷାର ବାଇମୁଣ୍ଡି କିଏ? ଭାଷାର ସ୍ଲୋଗାନ ଦେଉଥିବା ଓ ପତାକା ଧରୁଥିବା ସେହିମାନେ ଯେଉଁମାନଙ୍କ ଡ୍ରଇଂରୁମରେ ବି ଓଡିଆର ପ୍ରବେଶ ସୀମିତ ନା ସଂଖ୍ୟାରେ ନଗଣ୍ୟ ହେଲେ ବି ଏଇ ଅନୁପମାନେ ଯେଉଁମାନେ ପ୍ରବାସରେ ସକଳ ପ୍ରତିକୂଳ ପରିସ୍ଥିତି ଭିତରେ ବି ନିଜ ଭାଷାକୁ ବଞ୍ଚେଇ ରଖିଛନ୍ତି?


News Story - Posted on 2016-06-18

ଅବୈଧ ସହର ଭୁବନେଶ୍ବର!



ରାଜଧାନୀ ଭୁବନେଶ୍ବର ରାଜ୍ୟର ଏକ ସ୍ବୟସଂପୂର୍ଣ୍ଣ ଅବୈଧ ସହରରେ ପରିଣତ ହୋଇଛି। ଏହି ସହରର ବସ୍ତିରୁ ଆରମ୍ଭ କରି କଂକ୍ରିଟର କଲୋନି ଯାଏଁ ଆଇନ ବାହାରର କଥା। ଏଠିକାର ଅନେକ ମଧୁଶାଳା ଯେମିତି ବେଆଇନ ସେହିପରି ଅନେକ ପାଠଶାଳା ମଧ୍ୟ ଅବୈଧ। ଏଠିକା ବ୍ୟବସାୟ, ଶିଳ୍ପ ଓ ଡାକ୍ତରଖାନା ବେଆଇନ। ଏଠି ବେଆଇନ ଭାବେ ଚାଲିଛି ଅନେକ ବେଶ୍ୟାଳୟ ଓ ବିଉଟି ପାର୍ଲର। ବେଆଇନ ଭାବେ ଖୋଲିଛି ଅନେକ ମନ୍ଦିର ଓ ମଣ୍ଡପ। ଏଠି ଅଛନ୍ତି ଯେମିତି ବେଆଇନ ମଣିଷ, ଅଛି ସେହିପରି ଅବୈଧ ଆବର୍ଜନା। ଦେଖିବାକୁ ଗଲେ ଏଠି ସଚିବାଳୟ ବେଆଇନ, ନିର୍ଦ୍ଦେଶାଳୟ ବେଆଇନ। ଏଭଳି ଏକ ବେଆଇନ ସହରରେ ଚାଲୁଥିବା ସରକାର କେତେ ବୈଧ?


News Story - Posted on 2016-06-16

ଭଗବତୀ ପୀଠରେ ପାରମ୍ପାରିକ ରଜ



ପ୍ରାକୃତିକ ସୌନ୍ଦର୍ଯ୍ୟଭରା ମା’ ଭଗବତୀଙ୍କ ପୀଠରେ ଥିବା ବିଶାଳକାୟ ବଟବୃକ୍ଷର ଶାଖା ପ୍ରଶାଖାରେ ଝୁଲୁଛି ଶତାଧିକ ଦୋଳି। ଉତ୍ସବସ୍ଥଳୀରେ ସମବେତ ଆବାଳବୃଦ୍ଧବନିତା ଝୁଲୁଛନ୍ତି ରଜ ଦୋଳିରେ। ମହିଳା ଓ ଯୁବତୀମାନେ ପରସ୍ପରକୁ ଅଳତା ଲଗାଇ ରଜସଜବାଜ ମଧ୍ୟ ହେଉଛନ୍ତି। ବିଭିନ୍ନ ପ୍ରକାର ସୁସ୍ୱାଦୁ ପିଠା, ମୁଢ଼ି ଓ ରଜପାନର ଷ୍ଟଲ ମାନ ଖୋଲାଯାଇଛି। ସଂକ୍ରାନ୍ତି ଅବସରରେ ବିଭିନ୍ନ ପ୍ରକାର ପାରଂପରିକ ପ୍ରତିଯୋଗିତା ହୁଳହୁଳି, କାନ୍ଦଣା, ଝୋଟି, ତାସ, ଲୁଡ଼ୁ, ମେହେନ୍ଦି, ପୁଚି, ନଡ଼ିଆ ଲଢ଼େଇ  ଆୟୋଜିତ ହୋଇ ଉତ୍ସବସ୍ଥଳୀକୁ ରଜମୌଜରେ ଉଲ୍ଲସିତ କରିଥିଲା। ଏହି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ରଜର ତୃତୀୟ ଦିବସରେ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କୃାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଉଛି।


News Story - Posted on 2016-06-11

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା



ହିତାଧିକାରୀଙ୍କ ଯୋଗ୍ୟତା:- ୧. ଓଡ଼ିଶାର ସ୍ଥାୟୀ ବାସିନ୍ଦା, ୨.ବୟସ ୬୦ରୁ ୭୫ ବର୍ଷ ମଧ୍ୟରେ; ୩. ଦରିଦ୍ର ପରିବାରକୁ ଗସ୍ତ ଖର୍ଚର ସଂପୂର୍ଣ ରିହାତି; ୪. ଅନ୍ୟ ପରିବାରର ୬୦ରୁ ୭୦ ବର୍ଷୀୟମାନେ କେବଳ ୫୦ ପ୍ରତିଶତ ରିହାତି ପାଇବେ; ୫. ଏବଂ ଅନ୍ୟ ପରିବାରର ୭୦ରୁ ୭୫ ବର୍ଷୀୟମାନେ ୭୫ ପ୍ରତିଶତ ରିହାତି ପାଇବେ; ୬. ଆୟକରଦାତାଙ୍କ ପ୍ରତି ଏହି ଯୋଜନା ପ୍ରଯୁଜ୍ୟ ନୁହେଁ; ୭. ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବେ; ୮.କୌଣସି ସଂକ୍ରାମକ ରୋଗ (ଯକ୍ଷ୍ମା, କୁଷ୍ଠ, ଶ୍ୱାସରୋଗ, ହୃଦରୋଗ..)ରେ ଆକ୍ରାନ୍ତ ନଥିବେ।


News Story - Posted on 2016-06-08

ଅର୍କକ୍ଷେତ୍ରର ନିଆରା ରଜ



ଓଡିଆମାନେ ପାଳନ କରୁଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ରଜପର୍ବ ଅନ୍ୟତମ। ଓଡିଶାରେ ପାଳନ କରାଯାଉଥିବା ସମସ୍ତ ପର୍ବପର୍ବାଣୀରେ ଦେବାଦେବୀଙ୍କୁ ପୂଜା କରାଯାଉଥିବା ବେଳେ ରଜ ପର୍ବ ଏକ ବ୍ୟତିକ୍ରମ। ଏହି ପର୍ବ ମାଟିମା’ର  ବିଶ୍ରାମ ପର୍ବ ବୋଲି ସୂଚାଇଥାଏ। ରଜରେ ଗାଁ ଦାଣ୍ଡରେ କବାଡି, ତାସ, ଲୁଡ଼ୁ, ଦୋଳି, ପୁଚି ଇତ୍ୟାଦି ବିଭିନ୍ନ ପ୍ରକାର ଖେଳ ସହିତ ଘରେ ଘରେ ପ୍ରସ୍ତୁତ ହୋଇଥାଏ ପୋଡ଼ପିଠା ଏହି ଅବସରରେ ଓଡ଼ିଆଙ୍କ ମନରେ ଖେଳିଯାଇଥାଏ ଆନନ୍ଦର ଲହରି। ଏହି ପର୍ବ ଝିଅ ଓ ବୋହୂମାନଙ୍କର ଏକ ମୁଖ୍ୟ ପର୍ବ ହୋଇଥବାବେଳେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ନିଛକ ପ୍ରତିଛବି। ଉଗ୍ର ଆଧୁନିକତାର ପ୍ରଭାବରେ ଓଡ଼ିଆମାନଙ୍କର ଏହି ପୁରାତନ ପରମ୍ପରା ଓ ସଂସ୍କୃତି ଜନମାନସରୁ ବିଳୁପ୍ତ ହେବାକୁୁ ବସିଲାଣି। ଆଜିର ଅଧୁନିକ ମାନବ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଇ ନେଇଥିବାରୁ ଉତ୍କଳ ବାସୀଙ୍କ ୧୨ ମାସରେ ୧୩ ପର୍ବ ଆଉ ଦେଖିବାକୁ ମିଳୁନାହିଁ। ଓଡ଼ିଆଙ୍କର ମୁଖ୍ୟ ପର୍ବ ରଜରେ ଆଉ ପୂର୍ବ ମହକ ନାହିଁ।


News Story - Posted on 2016-06-05

ବଳଦ ଚୋରି : ଓଡ଼ିଆ ଭାଷା



ମାନେ ଦାନ୍ତେୱାଡ଼ା ଜଙ୍ଗଲ ଭିତରେ ୟା’ଙ୍କ ଗାଡ଼ି ଠିଆ ହୋଇଛି। ନେସନାଲ ହାଇେୱ ଆଗକୁ କି ପଛକୁ କୋଉଠି ବଙ୍କା ନାହିଁ। ଗୋଟେ ଧୁରୁବା ମଦୁଆ ଲୁନା ଆଣି ପିଟି ଦେଲା। ତା’ ବେଗ କମ‌୍‍ ଥିବାରୁ ଏବଂ ସେ ନିଜେ ହଲୁଥିବାରୁ ‘ଆକ୍ସିଡେଣ୍ଟ‌୍‍ ଇମ୍ପ୍ୟାକ୍ଟ’ କମ‌୍‍ ହେଲା। କାର‌୍‍ ଚକରେ ବାଜି ଚାଳକ ଛିଟିକି ପଡ଼ିଲା ଆହୁରି ଆଗକୁ। ପରେ ଫିଟ‌୍‍ଫାଟ‌୍‍ ହୋଇ ଠିଆ ହେଲା। ନିଜ ପରିଚୟ ବତେଇଲା। ଜାଣିଚ ମୁଁ କିଏ? ପଣ୍ଡିତ ରାଜ ଶେଖର ପାଣ୍ଡ୍ୟା। ତିନି ଚାରିଟା ଡେଜିଗନେସନ‌୍‍ ଓ ସମାଜରେ ତା’ର ‘ହୋଲ୍ଡ‌୍‍’! ଅସଲରେ ସେ ଭାଜପାର ଜଣେ କୁଜି ନେତା ଓ ବନବାସୀ ପରିଷଦ ନାଁରେ ଆଦିବାସୀଙ୍କ ଭିତରେ ପତିଆରା ଜମେଇ ଥାଏ। କିନ୍ତୁ ମାଓବାଦୀଙ୍କି ଡରି ସବୁବେଳେ ଲୁଚି ବୁଲୁଥାଏ। ସେମାନଙ୍କ ଠାର, ଠିକଣା ଜାଣେ ବୋଲି ଏଯାଏଁ ମରିନି।


News Story - Posted on 2016-06-01

ସୋସିଆଲ ମିଡିଆର ବନ୍ଧୁ



ଆଜିକାଲି ୧୮ ରୁ ୬୦ ବର୍ଷ ବୟସ୍କର ଲୋକମାନଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ହାତରେ ଥିବା ମୋବାଇଲରେ ଇଣ୍ଟରନେଟ ରହିଛି। ଇଣ୍ଟରନେଟ ସଂଯୋଗଥିବା ଟେଲିଫୋନ‌୍‍ ଯୋଗୁଁ ହିଁ ଜଣେ ବ୍ୟକ୍ତି ସହଜରେ ସଂପର୍କ ତିଆରି କରିବା ଏବଂ ଏହାକୁ ଜାରୀ ରଖିବା ଦିଗରେ ପ୍ରୋତ୍ସାହିତ ହେଉଛି। ମୋବାଇଲ ଫୋନର ବଟନ ଚିପିଲା ମାତ୍ରେ ଲୋକଟିଏ ନୂଆ ବନ୍ଧୁଟିଏ କରିବାକୁ ସୁଯୋଗ ପାଇ ଯାଉଛି।


News Story - Posted on 2016-05-18

କାହା ପାଇଁ ଖାଦ୍ୟ ଆୟୋଗ?



ଓଡ଼ିଶାରେ ପ୍ରଥମ କରି ଖାଦ୍ୟ ଆୟୋଗ ଗଢ଼ା ହେଲା, ଅଥଚ କୌଣସି ଗଣମାଧ୍ୟମ ସ୍ଵତନ୍ତ୍ର ପୃଷ୍ଠା, ସ୍ଵତନ୍ତ୍ର ଆଲେଖ୍ୟ ଅବା ସଂପାଦକୀୟ ଲେଖ ପ୍ରକାଶ କଲେନାହିଁ ଅବା ଅଧାଘଣ୍ଟିଆ ଅବା ଘଣ୍ଟାକିଆ ଆଲୋଚନା ପ୍ରସାର କରି ନାହାନ୍ତି। ବୋଧହୁଏ ଓଡ଼ିଶା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଜାଣନ୍ତି ଯେ ଏଭଳି ଖାଦ୍ୟ ଆୟୋଗ ଦ୍ଵାରା ରାଜ୍ୟବାସୀଙ୍କର କୌଣସି ଉପକାର ହେବାର ନାହିଁ। ତେଣୁ ସ୍ଵତନ୍ତ୍ର ଧ୍ୟାନ ଦେଲେ କେତେ ନଦେଲେ କେତେ?


News Story - Posted on 2016-05-01

ଜୟ ହୋ ପ୍ରଭୁ ଜଗନ୍ନାଥ!



କେବଳ ଏଠି ନୁହେଁ ସାରା ବିଶ୍ବରେ, ଖାଲି ଗଣତନ୍ତ୍ର ନୁହେଁ ସବୁ ବ୍ୟବସ୍ଥାରେ ‘ସରକାର’ ଅର୍ଥ ହେଲା - ଶାସନ କରିବା। ଶୃଙ୍ଖଳାରେ ରଖି ଲୋକଙ୍କୁ ତଣ୍ଡିବା ଓ ଦଣ୍ଡିବାର ଅଖଣ୍ଡ ଅଧିକାର ହାତରେ ରଖିବା - ଦୟା କରିବା କି ବଦାନ୍ୟ ହେବା ପାଇଁ ନୁହେଁ। ସବୁ ଠିକଠାକ ଚଲେଇ ଲୋକଙ୍କ ଉଦ୍ଦେଶ୍ୟରେ ସେବା ବଦାନ୍ୟତା ଯଦି ଆଗକୁ ଚାଲେ, ସେତେବେଳେ ଆମ କହୁ - ରାମ ବଢ଼ିଆ ରାଜା ଥିଲେ, ଆମେ କରିବୁ ‘ରାମରାଜ୍ୟ’! ରାମଙ୍କ ରାଜୁତି କାଳରେ ହୁଏତ କିଛି ଟେରରିଜିମ ଥିଲା; ରିଜରଭେସନ ନଥିଲା।

 


News Story - Posted on 2016-04-21

ସାମ୍ପେନ ଓ କ୍ୟାମ୍ପେନ୍



ସାମ୍ପେନ୍ ପିଇବା ପାଇଁ ଦଳ ଦରକାର ହୁଏ। ଗିଲାସ ବି। ଅନ୍ୟ ମଦବୋତଲ ପରି ସାମ୍ପେନ୍ ଖୋଲା ଯାଏନି। ଏଥିପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଏ, ଠିକ ସେମିତି ଏକ ଅଭିଯାନ ବା କ୍ୟାମ୍ପେନକୁ ସଫଳ କରିବା ପାଇଁ ବି ସରକାରକୁ ଦଳ ଦରକାର ହୁଏ। ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦଳ, ମହିଳା ସ୍ୱୟଂସହାୟକ ଦଳ, ଗାଁର ବୟସ୍କ ଲୋକଙ୍କ ଦଳ- ଏସବୁର ସହାୟତାରେ ଅଭିଯାନ ଆଗକୁ ଗଡେ। ସାମ୍ପେନରେ କ’ଣ ଥାଏ ସାମ୍ପେନ ପିଉଥିବା ଲୋକଟି ଜାଣିବାକୁ ଚେଷ୍ଟା କରେନି। ଅଭିଯାନ ବା କ୍ୟାମ୍ପେନର ମୂଳଲକ୍ଷ୍ୟ ବିଷୟରେ ନବୁଝି ମଧ୍ୟ ଅନେକ ଦଳ ଏଥିରେ ମାତି ଥିବାର ଉଦାହରଣ ମଧ୍ୟ ବିରଳ ନୁହେଁ।

 


News Story - Posted on 2016-04-14

ସେକାଳ ପଖାଳ ଏକାଳେ କାହିଁ!



କେବଳ ମୋ ଜେଜେମା ନୁହେଁ ଏମିତି ସଭିଂକ ଘରେ ବୋଧହୁଏ ସବୁ ପୁରୁଣା କାଳିଆ ଲୋକମାନେ, ଆମର ଜେଜେବା ଜେଜେମା’ମାନେ ଏମିତି ଅନେକ ଦେଶୀ ଚିକିତ୍ସା ବା ଉପକାର କଥା ଜାଣିଥିଲେ। ସେମାନେ କୋଉ ବିଦ୍ୟାଳୟ ବା ଚାଟଶାଳୀରେ ଏ ସବୁ ପଢି ନଥିଲେ। କାଳକ୍ରମେ ପୁରୁଷ ପୁରୁଷ ଧରି ସେମାନେ ଏସବୁ ଜାଣି ଆସିଥିଲେ। ଆଜି ବି ଗାଁରେ କୌଣସି ପର୍ବପର୍ବାଣୀ ହେଲେ ଖୋଜାପଡେ ପାଖ ପଡିଶାରେ ଥିବା ସବୁଠୁ ବୟସ୍କ ମହିଳା ବା ପୁରୁଷଙ୍କୁ ଯେ କି ବତାଇଦେବେ ପରମ୍ପରା କେମିତି ପାଳନ କରାଯାଏ। ଥଣ୍ଡା ବା ସେମିତି କିଛି ଦେହ ଅସୁସ୍ଥ ହେଲେ ସେମାନେ ଘରୋଇ ଭାବରେ ଚିକିତ୍ସା କରୁଥିଲେ। ମହଂଗା ଡାକ୍ତରୀ ଓଷଦର ଅବଶ୍ୟକତା ପଡୁ ନଥିଲା। ହେଲେ ଆଜିକାଲି ତ ଏସି, ଫ୍ରିଜ, ଟିଭିର ଯୁଗ। ଆଉ ତା’ ଛଡା ବଡ ଡାକ୍ତର ବହୁତ ମେଡିସିନ୍।

 


News Story - Posted on 2016-04-07

ଜାହାଜ ଉପରେ ଚାଲିଛି ଖେଳ



ଏଇ ଯେତେସବୁ ଖେଳ ମଣିଷ ଉଦ୍ଭାବନ କରିଛି ସେ ସବୁର ଉଦ୍ଦେଶ୍ୟ ହେଲା ଜୀବନର ଅସଲ ସମସ୍ୟାକୁ ଆଡେ଼ଇ ଯିବା ପାଇଁ। କିନ୍ତୁ ଏ ଜୀବନ ହେଉଛି ଏକ ରହସ୍ୟ, ଆଦୌ ସମସ୍ୟା ନୁହେଁ। ପ୍ରକୃତ ଜୀବନରେ ତୁମେ କିଛି ହିଁ ସମାଧାନ କରି ପାରିବ ନାହିଁ। କାରଣ ଜୀବନ ଯେତେବେଳେ ରହସ୍ୟ, ମୃତ୍ୟୁ ମଧ୍ୟ ଏକ ରହସ୍ୟ। ଏ ରହସ୍ୟକୁ ତୁମକୁ ସ୍ବୀକାର କରି ନେବାକୁ ପଡ଼ିବ। ସ୍ବୀକାର କରି ନେବାରେ ହିଁ ଜୀବନରେ ଉତ୍ତରଣ ଆସିଥାଏ। ଉତ୍ତରଣ ଦ୍ୱାରା ଅନ୍ବେଷଣର ବୀଜ ରୋପଣ ହୋଇଥାଏ। ଏ ପୃଥିବୀ ପୃଷ୍ଠରେ ତୁମର ଆଗମନ, କାହିଁକି ଆସିଛ, କେଉଁଆଡେ଼ ଯାତ୍ରା କରୁଛ ଏଥିପ୍ରତି ତୁମେ ସଚେତନ ହୋଇଉଠ। ନାଇଁ ଯଦି କେବଳ ମାତ୍ର ଖେଳରେ ମାତି ରହିଲ ତେବେ ଜାହାଜ ଉପର ଦୁର୍ଘଟଣା ହିଁ ତୁମକୁ କେବଳ ଅପେକ୍ଷା କରିବ।

 


News Story - Posted on 2016-03-30

କି ଦଣ୍ଡ ପାଇଲେ ମିଥ୍ୟାବାଦୀ ସାମ୍ବାଦିକ?



ଓଡ଼ିଆ ଗଣମାଧ୍ୟମର ଏହି ତିନିଟି ମିଛ ଖବର ଯୋଗୁଁ ବିଧାୟକ, ବିଧାନସଭା ଓ ସରକାର କେବଳ ଭାଣ୍ଡିଆ ହେଲେ ନାହିଁ, ଅଧିକନ୍ତୁ ରାଜ୍ୟବାସୀଙ୍କର ଟିକସ ଅର୍ଥ ମଧ୍ୟ ବରବାଦ ହେଲା। ତେବେ ଏହି ବରବାଦୀ ପାଇଁ ଯେଉଁମାନେ ଦାୟୀ ତାଙ୍କର କ’ଣ ହେଲା? ସେମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିଲା କି? ଏଭଳି ମିଥ୍ୟା ପରିବେଷଣ ପାଇଁ ସେମାନଙ୍କ ବିରୋଧରେ ବିଧାନସଭାରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆସିଲା ନାହିଁ କି ଜନ ସାଧାରଣ ମଧ୍ୟ ଟଙ୍କା ଦେଇ ମିଛ କଥା ପଢ଼ିଥିବାରୁ କ୍ଷତିପୂରଣ ଦାବି କଲେ ନାହିଁ। ଓଡ଼ିଆ ଗଣମାଧ୍ୟମର ଏଭଳି ମିଥ୍ୟାଚାର ବିରୋଧରେ କେବେ କୌଣସି ପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଏଭଳି ଘଟଣା ବଢ଼ିବଢ଼ି ଚାଲିଛି। ଏଭଳି ମିଥ୍ୟା ଖବରର ଏକ ବଡ଼ ଉଦାହରଣ ହେଉଛି ୨୦୧୫ ନବକଳେବର ପ୍ରକ୍ରିୟାର ଘଟ ପରିବର୍ତ୍ତନ। ଘଟ ପରିବର୍ତ୍ତନ ହୋଇ ନଥିଲା, ଅଥଚ ରାଜ୍ୟର ପ୍ରାୟ ସମସ୍ତ ଖବରକାଗଜର ମୁଖ୍ୟ ଖବର ଥିଲା ଘଟ ପରିବର୍ତ୍ତନ ସଂପନ୍ନ!

 


News Story - Posted on 2016-03-30

ଦରିଦ୍ର ଯୁବକର ସ୍ବଚ୍ଛ ଭାରତ ସ୍ବପ୍ନ



ଗରୀବ ଯୁବକ ମନୋଜଙ୍କର ଏଭଳି ପ୍ରଶଂସନୀୟ ଉଦ୍ୟମକୁ ଦେଖି ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ୫ ହଜାର ଟଙ୍କା, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ୨ ହଜାର ଟଙ୍କା ଅର୍ଥିକ ସହଯୋଗ କରିଥିବା ବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂ ଯାଦବ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦିଲ୍ଲୀ ରହଣି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ଉଚ୍ଛା ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସାକ୍ଷାକାରର ସୁଯୋଗ ମିଳି ପାରି ନ ଥିଲା ମନୋଜଙ୍କୁ। ପିତା ବୀରବର ବାରିକ, ମାତା ହର୍ଷମଣୀ ବାରିକ ଦୁଇ ସାନଭାଇ ଓ ଏକ ମାତ୍ର ଭଉଣୀଙ୍କୁ ନେଇ ମନୋଜଙ୍କ ପରିବାର। ମୁଖ୍ୟ ଜୀବିକା କୃଷି। ପରିବାରର ଆର୍ଥକ ଅନଟନ ଯୋଗୁଁ ଯୁକ୍ତ ୩ରୁ ପାଠ ପଢା ଛାଡି ମନୋଜ ଏକ ଔଷଧ ଦୋକାନରେ ସ୍ୱଳ୍ପ ବେତନରେ ସେଲ୍ସମ୍ୟାନ ଭାବେ କାର୍ଯ୍ୟକରି ପରିବାରର ଭରଣ ପୋଷଣ ଦାଇତ୍ୱ ନେଇଥିଲେ। ୨୦୧୦ ମସିହାରେ ପୁରୀ ବୁଲିବାକୁ ଯାଇଥିବା ସମୟରେ ବିଦେଶୀମାନେ ସମୁଦ୍ର କୂଳରେ ପହିରହିଥିବା ଅଳିଆ ଅବର୍ଜନା ସଫା କରୁଥିବା ଦେଖି ମନରେ ପରିବର୍ତ୍ତନ ଆସିଥିଲା। ସେମାନେ ବିଦେଶୀ ହୋଇ


News Story - Posted on 2016-03-13

ଆଜିକାର ଦୁନିଆରେ ମୋହଗ୍ରସ୍ତ ମଣିଷ



ମଣିଷଟି ଛାତି ପିଟି କାନ୍ଦୁଥାଏ । ଠିକ୍ ଏତିକିବେଳକୁ ତା’ର ପଡ଼ୋଶୀ ଘରୁ କେହି ଜଣେ ଦୌଡ଼ି ଦୌଡ଼ି ଆସି କହିଲା - ଅଯଥାରେ ତୁମେ କାନ୍ଦୁଛ । ତୁମ ପୁଅ ତ କାଲିଠାରୁ ତୁମର ଏ ଘରକୁ ଅନ୍ୟକୁ ବିକ୍ରୟ କରି ଦେଇଛି । ଆଡ଼ଭାନ୍ସ ଟଙ୍କା ମଧ୍ୟ ଆଣି ସାରିଛି । କ’ଣ ତୁମେ ଏସବୁ କିଛି ଜାଣିନାହଁ ? ବାଶ୍, ଏହି ତକ ଶୁଣିଦେବା ମାତ୍ରକେ ସେହି କାନ୍ଦୁଥିବା ମଣିଷର ଆଖିରୁ ଲୁହ ଗଡ଼ିବା ତତକ୍ଷଣାତ୍ ବନ୍ଦ ହୋଇଗଲା । ଛାତି ପିଟିବା ବନ୍ଦ ହୋଇଗଲା । କାନ୍ଦିବା ବଦଳରେ ତା ମୁହଁରେ ହସ ଦେଖା ଗଲା । ସେ ହସିବାକୁ ଲାଗିଲା । ସବୁ ପୂରାପୂରି ବଦଳିଗଲା । ଏବେ ବି ନିଆଁ ଜଳୁଥାଏ । ଘର ଜଳି ଯାଉଥାଏ ଠିକ୍ କେଇକ୍ଷଣ ପୂର୍ବରୁ ଯେମିତି ଜଳୁଥିଲା । କିନ୍ତୁ ତଫାତ୍ କେଉଁଠାରେ ରହିଲା ? ହଁ, ତଫାତ୍ ହେଲା - ଏ ଘର ଏବେ ଆଉ ମୋର ହୋଇନାହିଁ । ଏ ଘର ଅନ୍ୟ କାହାର । ଏ ଘରକୁ ନେଇ କାହିଁ କେତେବର୍ଷ ହେଲା ମୋହର ଯେଉଁ ଚେର ଲମ୍ବିଥିଲା ତାହା ଏବେ ଛିଡ଼ିଗଲା । ଏବେ ବି ଘର ଜଳୁଅଛି କିନ୍ତୁ ଆଖିରେ ଆଉ ଲୁହ ନାହିଁ । ଆଖିରେ ଯେଉଁ ଅଶ୍ରୁ ଥିଲା ତାହା ଘର ଜଳିଯିବା ପାଇଁ ନୁହେଁ । ସେ ଅଶ୍ରୁର କାରଣ ଥିଲା - ମୋର ଜଳିଯିବା ପାଇଁ । ମୋ ଘର । ଏବେ ଯେଉଁଘର ଜଳିଯିବାରେ ଲାଗିଛି ତାହା ଆଉମୋର ହୋଇ


News Story - Posted on 2016-03-11

ସେଲଫି ସଂସ୍କୃତି ବନାମ ଉବଣ୍ଟୁ



୧୯୧୫ ମସିହାରେ ଟାଇମ୍ ମାଗାଜିନର ଏକ ନିବନ୍ଧରେ ଅଧିକ ସେଲ୍ଫି ଉଠାଇ ସୋସିଆଲ୍ ମିଡିଆରେ ବାଣ୍ଟୁଥିବା ବ୍ୟକ୍ତିମାନଙ୍କର ମନୋବୈଜ୍ଞାନିକ ବିଶ୍ଲେଷଣ କରାଯାଇଥିଲା । ପ୍ରାୟ ୧୮-୪୦ ବର୍ଷ ବୟସ୍କ ୮୦୦ ଜଣ ପୁରୁଷଙ୍କର ସେଲ୍ଫି ବ୍ୟବହାରକୁ ନେଇ ଜଣା ପଡିଥିଲା ଯେ ଏମାନଙ୍କ ମଧ୍ୟରେ ଅନେକଙ୍କର ’ନିଜ ଚେହେରାରେ ନିଜେ ଖୁସୀ’ ହେବା ପ୍ରବୃତ୍ତି ଥାଏ । ଏହାକୁ ’ନାର୍ସିସିଜିମ୍’ କୁହାଯାଏ । ସେମାନେ ମଧ୍ୟ ଅଧିକ ଅନ୍ୟମାନଙ୍କ ସାଙ୍ଗରେ ମିଶିବାକୁ ଭଲ ପାଇନଥାନ୍ତି । ଏକ ପ୍ରକାର ମସ୍ତିଷ୍କ ବିକୃତିର (ସାଇକୋପାଥ୍) ମଧ୍ୟ ସମ୍ଭାବନା ଏମାନଙ୍କ ମଧ୍ୟରେ ଦେଖାଦେଇଥାଏ । ଆଜିର ଆଧୁନିକ ଦୁନିଆର ଘୋଡା ଦୌଡରେ ମାନସିକ ରୋଗରେ ତ ଅନେକ ଲୋକ ଅଧିକରୁ ଅଧିକ ଆକ୍ରାନ୍ତ ହେବାର ଦେଖାଯାଉଛି - ତେବେ ସେଲ୍ଫି ସଂସ୍କୃତି ନିଶ୍ଚୟ ଏହାକୁ ଆହୁରି ଅଧିକ ଜଟିଳ କରୁଛି ଏଥିରେ ସନ୍ଦେହ ନାହିଁ ।

 


News Story - Posted on 2016-02-22

ଡାଲଖାଇ ନୃତ୍ୟନିପୁଣା ବେଟିଖାଇ



ବରଗଡ଼ ଜିଲ୍ଲାର ଗୁରୁବାରୀଙ୍କ ପରେ ସେଇ ଜିଲ୍ଲାର ଗାଇସିଲେଟ୍‌ ବ୍ଲକ୍‌ କନ୍ଦାଗଡ଼ ଗାଆଁର ବେଟିଖାଇ ବରିହାଙ୍କ ପରିଣତ ବୟସରେ ବି ଯୁବସୁଲଭ ନୃତ୍ୟଛଟା ସବୁବୟସ ବର୍ଗର ଲୋକଙ୍କୁ ବିମୋହିତ କରୁଛି। ଗରିବ ପରିବାରରେ ଜନ୍ମିତ ବେଟିଖାଇ ମାତ୍ର ୬ ବର୍ଷ ବୟସରୁ ସମଲପୁରୀ ନୃତ୍ୟ ପ୍ରତି ଆପର୍ଷିତ ହୋଇଥିଲେ। ନିଜ ପିଉସୀଙ୍କ ଦ୍ଵାରା ଅନୁପ୍ରାଣୀତ ହୋଇ ନୃତ୍ୟକୁ ପେସା ଭାବେ ଆଦରିବାରୁ ସେ ଅନେକ ଟାହିଟାପରା ଶୁଣିଛନ୍ତି। ତାଙ୍କ ସହ ସାମିଲ ହୋଇଥିବା ଗାଆଁର ଆଉ ୪ ଜଣ ମହିଳା ମଧ୍ୟ ସମାନ ସମସ୍ୟାରେ ସନ୍ତୁଳି ହୋଇ ଆଜୀବନ ଅବିହାଡ଼ି ରହିଯାଇଛନ୍ତି। କଳାକୁ ବଞ୍ଚାଇବା ସହ କଳାକୁ ନିଜ ବଞ୍ଚିବାର ରାହା ଭାବେ ଧରି ଆତ୍ମସନ୍ତୋଷ ପାଉଛନ୍ତି ବୋଲି କହନ୍ତି ବେଟିଖାଇ।  ଦର୍ଶକଙ୍କ କରତାଳି ଓ ପ୍ରଶଂସା ହିଁ ସେମାନଙ୍କ ପାଇଁ ସବୁ କିଛି।

 


News Story - Posted on 2016-02-20

ବଞ୍ଚିବା ଏବଂ ସମ୍ମାନର ସହ ବଞ୍ଚିବା




News Story - Posted on 2016-02-18

ସିଆଚୀନର ବୀର ହନୁମାନ



ଦେଶର ଏହି ବୀର ସନ୍ତାନ ଶେଷରେ ଦେଶ ବାସୀଙ୍କୁ ଶୋକଗ୍ରସ୍ତ କରି ବୀରଗତି ପ୍ରାପ୍ତ ହେଲେ । ସାଧରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ସମସ୍ତେ ହନୁମନ୍ତସ୍ପାଙ୍କ ମୃତ୍ୟୁରେ ମ୍ରୀୟମାଣ । ତ୍ରିରଙ୍ଗାରେ ଗୁଡାଯାଇଥିବା ତାଙ୍କ ମର ଶରୀରକୁ ଦିଲ୍ଲୀର ବ୍ରାର ସ୍କୋୟାରରେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ, ତିନି ବାହୀନର ମୁଖ୍ୟ ଏବଂ  ଦେଶବାସୀ । ଶେଷରେ ହନୁମନ୍ତସ୍ପାଙ୍କ ମରଶରୀରକୁ ତାଙ୍କ ଜନ୍ମଭୁମି କର୍ଣ୍ଣାଟକର ଧରୱାଡକୁ ପଠାଇ ଦିଆଯାଇଥିଲା । ଶୁକ୍ରବାର ତାଙ୍କର ପାର୍ଥିବ ଶରୀରକୁ ସଂସ୍କାର କରାଗଲା । ସିଆଚୀନର ବରଫ ପାହାଡରେ ଭାରତୀୟ ସୈନ୍ୟ ବାହୀନର ଏହି ୧୦ ଜଣ ବୀର ଯବାନଙ୍କର ବୀରଗତି ପ୍ରାପ୍ତ ହୋଇଛି । କିନ୍ତୁ ଦୀର୍ଘ ୬ ଦିନ ବରଫ ଅତଡା ତଳେ ସଂଘର୍ଷ କରି ଏଭଳି ଚମତ୍କାର ଜୀବନ ସଂଘର୍ଷରେ ହାରିଯାଇ ବୀରଗତି ପ୍ରାପ୍ତ ହୋଇଥିବା ହନୁମନ୍ତସ୍ପାଙ୍କ ମୃତ୍ୟୁ ସମନ୍ତ ଭାରତୀୟଙ୍କୁ ହୃଦୟକୁ ଆନ୍ଦୋଳିତ କରିଦେଇଛି  ।

 


News Story - Posted on 2016-02-18

ଜେସିଙ୍କ ଜୀବନାଧିକାର



ଅଦାଲତର ଏହିକାମ ସମ୍ପନ୍ନ ନହେବା ପର୍ଯ୍ୟନ୍ତ ଆମର ଗଣତନ୍ତ୍ରର ଢାଞ୍ଚା ଭିତରେ କାହାର ମାନବାଧିକାର ବା ବଞ୍ଚିବାର ଅଧିକାର କ୍ଷୁଣ୍ଣ କରାଯାଇପାରିବ ନାହିଁ।ଅର୍ଥାତ୍‌ ଜଣେ ଅପରାଧୀ ସାବ୍ୟସ୍ତ ହେବା ପର୍ଯ୍ୟନ୍ତ ଇଜ୍ଜତର ସହ ବଞ୍ଚିବାର ଅଧିକାର ରହିଛି। ଅନ୍ୟ ଶବ୍ଦରେ କହିଲେ, କେହି ବ୍ୟକ୍ତି ନିଜର ଦୋଷ ପାଇଁ ଦଣ୍ଡ ପାଇବ।


News Story - Posted on 2016-02-18

ସାଧୁତାର ଉଦାହରଣ ସାଜିଲେ ପୁଲିସ ଇନ୍ସପେକ୍ଟର



ଏହାପରେ ଥାନା ଅଧିକାରୀ ଭିଜିଲାନ୍ସ୍ ବିଭାଗକୁ ଖବର ଦେଇଥିଲେ ବ୍ରହ୍ମପୁର୍ ଭିଜିଲାନ୍ସ୍ ଟିମ୍ ରାତି ପ୍ରାୟ ସାଢ଼େ ୧୦ ଘଣ୍ଟା ସମୟରେ ଯୋଜନା ମୁତାବକ ଛକି ରହିଥିବା ବେଳେ ଅଭିଯୁକ୍ତ ଶ୍ରୀ ପାତ୍ର ଥାନା ଅଧିକାରୀଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ଦେବା ସମୟରେ ଗିରଫ୍ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ | ଏହି ଘଟଣା ପରେ ସ୍ପଷ୍ଟ ହୋଇଛି ଯେ, ପୋଲିସ୍ ବିଭାଗରେ ବର୍ତ୍ତମାନ୍ ମଧ୍ୟ ଏଭଳି କିଛି ପୋଲିସ୍ ଅଧିକାରୀ ଅଛନ୍ତି ଯାହାଙ୍କୁ ନେଇ ପୋଲିସ୍ ବିଭାଗ ଗର୍ବ ଅନୁଭବ କରିବେ ବୋଲି ବ୍ରହ୍ମପୁର୍ ଭିଜିଲାନ୍ସ ଏସପି ମନୋରଂଜନ ପଣ୍ଡା କହିବା ସହ ପ୍ରଶଂସା କରିବାକୁ ପଛାଇନାହାଁନ୍ତି |

 


News Story - Posted on 2016-02-09

ବିଧୁର ବିପିନ ଓ ବିଧବା ମମତା - ଏକ ନିରୁତା ଦାମ୍ପତ୍ୟ



ଆଦିବାସୀ ସମାଜରେ ବିଧବାମାନଙ୍କୁ ଡାହାଣୀ ଆଖ୍ୟା ଦେଇ ନିର୍ଯାତନା ଦିଆଯାଏ । ମମତାଙ୍କ ସହ ତାହା ହିଁ ହେଉଥିଲା। ଶାଶୂଘରର ଏମିତି ଗଂଜଣା ଭିତରେ ବିପିନଙ୍କ ସହାନୁଭୂତି ପାଆନ୍ତି ମମତା । ଉଭୟଙ୍କ ଭିତରେ ସଂପର୍କ ମଧୁର ଓ ମଜବୁତ ହୋଇଉଠେ । ବିପିନ ଶେଷରେ ମମତାଙ୍କୁ ନିଜର ଘରଣୀ କରି ନିଅନ୍ତି । ମାନେ, ନିଜ ଘରକୁ ନେଇ ଆସନ୍ତି । ହେଲେ ଏଥିରେ ଅସହିଷ୍ଣୁ ହୋଇ ଉଠନ୍ତି ଗାଆଁଲୋକେ ଏବଂ ଏ ଦିହିଁଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟମ ହୁଅନ୍ତେ, ଏକ ନିଛାଟିଆ ବେଳାରେ ଦିହେଁ ଗାଆଁ ଛାଡ଼ି ଚାଲି ଆସନ୍ତି ଢେଙ୍କାନାଳ।

 


News Story - Posted on 2016-02-08

ରାହାଗିରି,  ରାହୁଗିରି ଓ ରୋହିଗିରି !



ଏହି ବଡ଼ବଡ଼ ବ୍ୟବସାୟୀଙ୍କ ଲାଭଜନକ ବେପାର ପାଇଁ ସର୍ବସାଧାରଣ ରାସ୍ତାକୁ ମହାନଗର ନିଗମ ହିଁ ପାର୍କିଂ ପ୍ଲେସରେ ପରିଣତ କରିଛି ଓ ତାହାକୁ ଭଡ଼ା ଦେଇ ବାର୍ଷିକ କୋଟିକୋଟି ଟଙ୍କାର ରାଜସ୍ବ ଆଦାୟ କରୁଛି । ବିଚରା ଖାଉଟି ସରକାରଙ୍କୁ ବିକ୍ରିକର, ଅବକାରୀ ଶୁଳ୍କ ଇତ୍ୟାଦି ଦେବା ସହିତ ବେପାରୀକୁ ଲାଭ ଓ ମହାନଗର ନିଗମକୁ ପାର୍କିଂ ଫି ଦେଉଛି । ଗୋଟିଏ ସଉଦା ଉପରେ ତିନି ପ୍ରକାର ଟିକସ !

 


News Story - Posted on 2016-02-07

ବିଧାନସଭାରେ ଭାଷା ଆଇନ ଉପରେ ଆଲୋଚନା ଦାବୀ



ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ସାଂସଦ ବୈଷ୍ଣବ ପରିଡାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ୯ ନମ୍ବର ୟୁନିଟ୍ ସ୍ଥିତ ବୁଦ୍ଧ ମନ୍ଦିର ସଭାକକ୍ଷରେ ଆୟୋଜିତ ‘୧୯୫୪ ଓଡ଼ିଶା ସରକାରୀ ଭାଷା ଅଧିନିୟମର ବର୍ତ୍ତମାନ ସ୍ଥିତି ଓ ଏହାର କାର୍ଯ୍ୟକାରିତା ପାଇଁ ବିଧାନସଭାରେ ଆଲୋଚନା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କର କହିଲେ ରାଜନୈତିକ ଇଚ୍ଛା ଶକ୍ତି ଓ ଓଡ଼ିଆ ଜାତୀୟତା ବୋଧର ଅଭାବରୁ ଏହି ଐତିହାସିକ ଆଇନ କାର୍ଯ୍ୟକାରୀ ହୋଇପାରିନି । ଭାରତର ଅନ୍ୟ ରାଜ୍ୟମାନଙ୍କରେ ନିଜ ମାତୃଭାଷା ପ୍ରତି ଆଦର ବଢ଼ୁଥିଲା ବେଳେ ଓଡ଼ିଶାରେ ଇଂରେଜୀର ପ୍ରଭାବ ବଢ଼ିବଢ଼ି ଚାଲିଛି । ଏହା ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ପ୍ରତି ଘୋର ଅପମାନ ।

 


News Story - Posted on 2016-01-31

ବାର୍ଷିକ ୪୪୦୦୦ ଟଙ୍କା ଲାଂଚ ଦିଅନ୍ତି ସହରୀ



ରାସ୍ତା କଡ଼ରେ ଉଠା ଦୋକାନ କରିଥିବା ଲୋକମାନେ ମାସିକ ହାରାହାରି ପ୍ରାୟ 1100 ଟଙ୍କା ଲାଂଚ ଦେଇଥାନ୍ତି ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି | ଏହି ଛୋଟ ଦୋକାନୀମାନେ ଯାହା ରୋଜଗାର କରନ୍ତି ତା’ର 13 ପ୍ରତିଶତ ଲାଂଚ ଆକାରରେ ଦେଇଥାନ୍ତି ବୋଲି ଦିଲ୍ଲୀ, ନୋଇଡ଼ା, ଲକ୍ଷ୍ନୌ,  ପାଟନା ଓ ହାଇଦ୍ରାବାଦ ପରି ସହରର ମତଦାତାମାନେ ଦେଇଥିବା ହିସାବରୁ ଜଣାପଡ଼ିଛି |

 


News Story - Posted on 2016-01-28

ଆତଙ୍କବାଦୀ ଖବର ଥିଲା ତୁଚ୍ଛା ହାବା!



ଏହି ଆତଙ୍କବାଦୀ ହାବା ଭିତରେ କିନ୍ତୁ ଚାଷୀ ଆତ୍ମହତ୍ୟା ଓ ରାସନ କାର୍ଡ଼ ଦୁର୍ନତି ପ୍ରସଙ୍ଗ ଉଡ଼ିଗଲା | ଏହା ଉଡ଼ାଇବାକୁ ସରକାର ପ୍ରଥମେ ମନ୍ତ୍ରୀ ଦାମ ରାଉତ ଓ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ କଳି ଲଗାଇଥିଲେ | ସେହିପରି ଜଣେ ବିଜେପି ନେତାଙ୍କ ଜରିଆରେ ପୁରୀରେ ଇସ୍କନ ବାଲା ଆଉ ଗୋଟେ ଜଗନ୍ନାଥ ମନ୍ଦିର ତିଆରି କରୁଛନ୍ତି ବୋଲି ଅଭିଯୋଗ ହେଲା | ଏ ଦି’ଟା ବାଣ ଫୁସକିଯିବା ପରେ ଆତଙ୍କବାଦୀ ହାବା ସୃଷ୍ଟି କରାଯାଇଥିଲା ବୋଲି ଗଣମାଧ୍ୟମ ଓ ପୁଲିସ ପ୍ରଶାସନର କେତେ ଜଣ ବରିଷ୍ଠ ବ୍ୟକ୍ତିତ୍ବ ପରିଚୟ ପ୍ରଘଟ ନକରିବା ସର୍ତ୍ତରେ ମନ୍ତବ୍ୟ ଦେଇଛନ୍ତି |


News Story - Posted on 2016-01-26

ନବୀନ ଓଡ଼ିଶାରେ ଆତଙ୍କବାଦର ଅଭିବୃଦ୍ଧି!



ଓଡ଼ିଶାର ଗୃହମନ୍ତ୍ରୀ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ରାଜ୍ୟବାସୀଙ୍କ ଧନଜୀବନର ସୁରକ୍ଷା ପାଇଁ ଏକମାତ୍ର ସେ ହିଁ ଉତ୍ତରଦାୟୀ | ଲୋକେ ବି ଏଇ ବିଶ୍ବାସରେ ଥର ଥର କରି ଚାରି ଥର ତାଙ୍କୁ ଭୋଟ ଦେଲେଣି | କିନ୍ତୁ ସେ ଏତେ ଦକ୍ଷତାର ସହିତ ରାଜ୍ୟ ଶାସନ କରୁଛନ୍ତି ଯେ ରାଜ୍ୟରେ ସବୁ ପ୍ରକାର ଉଗ୍ରବାଦ ପାଇଁ ବାଟ ଖୋଲି ଯାଇଛି | ସରକାରଙ୍କ ଉଦାସୀନତା ଓ ଅପାରଗତା ଯୋଗୁଁ ଓଡ଼ିଶାବାସୀଙ୍କ ପ୍ରତି ବାମପନ୍ଥୀ ଉଗ୍ରବାଦ, ଦକ୍ଷିଣପନ୍ଥୀ ହିନ୍ଦୁତ୍ବବାଦ ଓ ଅନ୍ତର୍ଜାତୀୟ ଇସ୍ଲାମୀୟ ଆତଙ୍କବାଦ-ସବୁ ପ୍ରକାର ଉଗ୍ରବାଦର ଆଶଙ୍କା ବୃଦ୍ଧି ପାଇଛି |

 


News Story - Posted on 2016-01-14

ସ୍ପିକମ୍ୟାକେର ଅଭିନବ - ଅହୋରାତ୍ର ଶାସ୍ତ୍ରୀୟ ସଙ୍ଗୀତର ଆଧ୍ୟାତ୍ମିକ ଅନୁଭୂତି

 



ଆମେ ଅନେକ ସମୟରେ ଆମୋଦ ପ୍ରମୋଦ ପାଇଁ ଯଥା ଯାତ୍ରା ଦେଖିବା ପାଇଁ ବା ନୃତ୍ୟଗୀତର / ଡିସ୍କୋ ଆସରରେ ବିଳମ୍ବ ରାତି ପର୍ଯନ୍ତ ବା ବେଳେ ବେଳେ ପାହାନ୍ତା ପହର ପର୍ଯ‘ନ୍ତ ସମୟ ଦେଇଥାଉ | ଏପରି ପରିବେଶ ଅନେକ ସମୟରେ ମାଦକ ଦ୍ରବ୍ୟ ବା ଅନ୍ୟ ନିଶାର ବ୍ୟବହାର ମଧ୍ୟ ପ୍ରାୟ ଦେଖାଯାଇଥାଏ |


© 2015. Samanya Kathan All Rights Reserved | Editor : Debendra Prusty     

To Top