ପୁରାଣ

News Story - Posted on 2017-08-15

ଅପ୍ପଦୀପୋ ଭବ!



ଅଢ଼େଇ ହଜାର ବର୍ଷ ପୂର୍ବେ, ଗୌତମ ବୁଦ୍ଧ କହିଥିଲେ, ଅପ୍ପଦିପୋ ଭବ, ଅର୍ଥାତ‌୍‍ ନିଜେ ନିଜର ଦୀପ ହୁଅ। ଯଦି ଆମେ ତାଙ୍କର ଶିକ୍ଷାକୁ ଗ୍ରହଣ କରି ଆଗକୁ ବଢ଼ିବା ତା’ହେଲେ ଆମେ ସମସ୍ତେ ମିଶି ସ୍ୱାଧୀନତାର ଲଢ଼େଇ ସମୟରେ ଅଦମ୍ୟ ଉତ୍ସାହ ଏବଂ ଉଦ୍ଦୀପନାର ଭାବନା ସହିତ ୧୨୫ କୋଟି ଦୀପ ହୋଇପାରିବା; ଏସବୁ ଦୀପ ଯେପର୍ଯ୍ୟନ୍ତ ସାଥୀ ହୋଇ ଜଳୁଥିବ ସୂର୍ଯ୍ୟଙ୍କ ଆଲୋକ ଭଳି ସେହି ଆଲୋକ ସଂସ୍କୃତିସଂପନ୍ନ ଏବଂ ବିକଶିତ ଭାରତର ମାର୍ଗକୁ ଆଲୋକିତ କରିବ।


News Story - Posted on 2017-04-27

ତାତ୍ତ୍ୱିକ ଦୃଷ୍ଟିରେ ଶ୍ରୀହନୁମାନ



ରାମାୟଣରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ପରେ ହନୁମାନଙ୍କ ସ୍ଥାନ ତୃତୀୟ। ରାମାୟଣ, ଗୋଟିଏ ଦିଗରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଗୁଣାବଳୀ ବର୍ଣ୍ଣନା କଲାବେଳେ ଅନ୍ୟ ଦିଗରେ ହନୁମାନଙ୍କ ପ୍ରଭୁପ୍ରେମ ଓ ଭକ୍ତିର ଅମୃତ ରସର ଗୁଣଗାନ କରୁଛି। ହନୁମାନ ଦାସଭକ୍ତିର ଏକ ମୂର୍ତ୍ତିମନ୍ତ ପ୍ରତୀକ। ହନୁମାନଙ୍କ ଗୁଣଗାନ ପ୍ରଭୁ ରାମଚନ୍ଦ୍ର ଓ ମାତାସୀତାଙ୍କ ମୁଖରେ ଶତଗୁଣରେ ପ୍ରଶଂସିତ। ହନୁମାନ, ପ୍ରଥମ ବ୍ୟକ୍ତି ପ୍ରଭୁ ରାମଙ୍କୁ ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନର ସୂତ୍ରଧର, ସହସ୍ର ଯୋଜନ ସିନ୍ଧୁ ଅତିକ୍ରମ କରି ଲଙ୍କାରେ ପ୍ରଥମେ ପାଦଦେଇ ଲଙ୍କିନୀକୁ ପ୍ରହାର କଲେ, ମାତା ସୀତାଦେବୀଙ୍କୁ ପ୍ରଭୁ ଶ୍ରୀରାମଙ୍କ ସନ୍ଦେଶ ଦେଇ ମୁଦ୍ରିକା ପ୍ରଦାନ କଲେ, ଅଶୋକ ବନକୁ ନଷ୍ଟ କଲେ, ରାବଣକୁ ଚେତାବନୀ ଦେଲେ, ଲଙ୍କାକୁ ପୋଡି ଛାରଖାର କଲେ, ଶନିଙ୍କୁ ରାବଣର ବନ୍ଧନରୁ ମୁକ୍ତି ଦେଲେ, ବିଭୀଷଣ ସହ ମିତ୍ରତା ସ୍ଥାପନ କଲେ, ପ୍ରଭୁଙ୍କ ସନ୍ଦେଶ ମାତା ସୀତାଙ୍କୁ ଦେଲେ, ଲକ୍ଷ୍ମଣ ଶକ୍ତିଭେଦ ସମୟରେ ଗନ୍ଧମାର୍ଦନ ପର୍ବତକୁ ଉପାଡି ଆଣିଲେ, ଗରୁଡକୁ ଡାକିଆଣି ପ୍ରଭୁ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ନାଗଫାଶ କବଳରୁ ମୁକୁଳେଇଲେ, ଅହିରାବଣକୁ ବଧ କରି ପ୍ରଭୁ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ରକ୍ଷା କଲେ। ହନୁମାନ ନିଜର ପ୍ରଭୁଙ୍କ ମୁଖରେ ପ୍ରଶଂସିତ ଏପରିକି ରାବଣ ଭଳି ଶତ୍ରୁ ମଧ୍ୟ ହନୁମାନଙ୍କ ବୁଦ୍ଧି, ଜ୍ଞାନ, ଭକ୍ତି, ପ୍ରେମ ତଥା ଯୁଦ୍ଧ ବିଦ୍ୟା କୌଶଳରେ ଚକିତ ହୋଇ ହନୁମାନଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହେଲେ।


News Story - Posted on 2017-04-07

ହନୁମାନଙ୍କର ତନୁ, ମନ ଓ ଧନ



ଭକ୍ତନିଜର ପରମେଶ୍ୱରଙ୍କୁ ପତ୍ର, ଫୁଲ, ଫଳ ଓ ଜଳ ଅର୍ପଣ କରି ନିଜର ସମସ୍ତ ଗୁହାରି କରେ। ଭୌତିକ ଦୃଷ୍ଟିକୋଣରୁ ଜଣେ ସାଧାରଣ ଭକ୍ତ ବୁଝେ ପତ୍ର ମାନେ ବୃକ୍ଷର ପତ୍ର ଯଥା ବେଲପତ୍ର, ତୁଳସୀପତ୍ର, ଦୂବ, ବରକୋଳି ପତ୍ର ଇତ୍ୟାଦି। ସେହିପରି ଫଳମାନେ ଭୌତିକ ଜଗତର ଦୃଶ୍ୟମାନ ବୃକ୍ଷର ଫଳସମୂହକୁ ବୁଝାଏ। ସେହିପରି ଫୁଲମାନେ ବିଭିନ୍ନ ବୃକ୍ଷର, ବିଭିନ୍ନ ମହକର ପାର୍ଥିବ ଜଗତର ଫୁଲକୁ ବୁଝାଏ ଓ ଜଳମାନେ ବିଭିନ୍ନ ପବିତ୍ର ନଦୀର ଜଳକୁ ଅଭିଷେକ ବା ସ୍ନାନକୁ ବୁଝାଏ। କିନ୍ତୁ ଏହା ପ୍ରକୃତ ସମର୍ପିତ ଭକ୍ତର ଆତ୍ମଜ୍ଞାନ କ୍ଷେତ୍ରରେ ଏହାର ପରିଭାଷା ଭିନ୍ନ ଏବଂ ଏହାଠାରୁ ବହୁ ଊର୍ଦ୍ଧ୍ୱରେ। ପତ୍ର ଅର୍ଥାତ‌୍‍ ‘କରପତ୍ର’ ବା ପ୍ରଭୁ ବା ପରମେଶ୍ୱରଙ୍କ ଶ୍ରୀଚରଣରେ କର ଯୋଡ଼ି ଆତ୍ମନିବେଦନ ବା ସମର୍ପଣ। ଦ୍ୱିତୀୟ କଥା ହେଲା ଫୁଲ ବା ପୁଷ୍ପ ତାହା ହେଲା ହୃଦୟର ‘ଭକ୍ତିପୁଷ୍ପ’ ବା ‘ଭକ୍ତିକୁସୁମ’। ଫଳ ହେଲା ଦୁଇ ପ୍ରକାର, ପ୍ରାରବ୍ଧ ପାପ ଓ ପୂଣ୍ୟ ବା କୁକର୍ମ ଓ ସୁକର୍ମ ଫଳକୁ ମହାପ୍ରଭୁଙ୍କ ଶ୍ରୀଚରଣରେ ଭକ୍ତି ନୈବେଦ୍ୟ ଦେଇଦେବା। ଆଉ ଜଳ ହେଲା ଏହା କୌଣସି ପବିତ୍ର ନଦୀର ଜଳ ନୁହେଁ ତାହାହେଲା ଭଗବାନ ଆମକୁ ଦେଇଥିବା ଚକ୍ଷୁର ଜଳ ବା ଆଖି ପ


News Story - Posted on 2017-04-07

ଶ୍ରୀରାମ ପୂଜାରେ ନବଗ୍ରହ ଶାନ୍ତିବିଧାନ



ବିଷ୍ଣୁଙ୍କ ଦଶଗୋଟି ଅବତାର ମଧ୍ୟରୁ ନରରୂପରେ ‘ଶ୍ରୀରାମ’ ଗୋଟିଏ ଅବତାର। ଶ୍ରୀବିଷ୍ଣୁ ତ୍ରେତୟା ଯୁଗରେ ଅଯୋଧ୍ୟା ନରେଶ ଦଶରଥଙ୍କ ଜ୍ୟେଷ୍ଠପୁତ୍ର ଭାବରେ ଅବତାର ନେଇ ନିଜର କାର୍ଯ୍ୟ ସଂପାଦନ କରିଥିଲେ। ଶ୍ରୀରାମ ଶ୍ରେଷ୍ଠ ରାଜକୂଳରେ ଜନ୍ମଗ୍ରହଣ କରିଥିଲେ ଏକଥା ସତ, କିନ୍ତୁ ଜୀବନଚର୍ଯ୍ୟାରେ ସେ ଅତି ସାଧାରଣ ଜୀବନ ଯାପନ କରିଥିଲେ। ଶ୍ରୀରାମ ସୀତାଙ୍କୁ ବିବାହ କରିବା ପରେ ରାଜ ସିଂହାସନରେ ଅଭିଷିକ୍ତ ହେବା ପରିବେର୍ତ୍ତ ପିତୃସତ୍ୟ ପାଳନ କରି ଚଉଦବର୍ଷ ବନବାସ ଯିବା, ବନଚାରୀ ହୋଇ ଜୀବନ ବିତାଇବା, ରାବଣ ମାତା ସୀତାଙ୍କୁ ହରଣ କରିବା ପରେ ମର୍କଟମାନଙ୍କ ସହିତ ମିତ୍ରତା ସ୍ଥାପନ କରି ଦୁଷ୍ଟଶକ୍ତି ରାବଣର ସମୂଳ ବିନାଶ କରି ଧର୍ମ ସ୍ଥାପନା କରି ଶ୍ରୀରାମ ନିଜର ସନ୍ଥପାଳନ କାର୍ଯ୍ୟ ସମ୍ପାଦନ କରିଥିଲେ। ଶ୍ରୀରାମଙ୍କୁ ମର୍ଯ୍ୟଦା ପୁରୁଷୋତ୍ତମ ବୋଲି କୁହାଯାଏ, କାରଣ ଶ୍ରୀରାମ ନିଜର ସୁଖକୁ ଜଳାଞ୍ଜଳି ଦେଇ ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତିଷ୍ଠା କରିଥିଲେ। ଶ୍ରୀରାମଙ୍କ ଆଜ୍ଞାଧୀନ ଭକ୍ତ ଶିରୋମଣି ହନୁମାନ ଶ୍ରୀରାମଙ୍କ ଚରଣକମଳରେ ନିଜକୁ ଉତ୍ସର୍ଗୀକୃତ କରି ଯେଉଁସବୁ ପରାକାଷ୍ଠା ଦେଖାଇଲେ ତାହା ଅବର୍ଣ୍ଣନୀ


News Story - Posted on 2017-03-10

ପୁରାଣ ଭିତ୍ତିରେ ଓଳକଣା ମେଲଣ



ଓଳକଣା ମେଲଣର ପୃଷ୍ଠଭୂମି ଉପରେ ଲୋକମୁଖରେ ପ୍ରଚଳିତ କିମ୍ୱଦନ୍ତୀଟି ଏହିଭଳି। ଦ୍ୱାପରଯୁଗରେ ପାଣ୍ଡବ ଭାଇମାନେ ପଶାଖେଳରେ ସର୍ବସ୍ୱାନ୍ତ ହେଲାପରେ କୌରବମାନଙ୍କ ମାତୁଳ ଶକୁନି ଓ ଜ୍ୟେଷ୍ଠ ଭ୍ରାତା ରାଜା ଦୁର୍ଯ୍ୟୋଧନଙ୍କ ଚକ୍ରାନ୍ତରେ ବାରବର୍ଷ ବନବାସ ଓ ଏକବର୍ଷ ଅଜ୍ଞାତବାସ ଭୋଗ କରିବା ପରେ ମଧ୍ୟ ରାଜାନୁଗ୍ରହରୁ ବଂଚିତ ହୋଇଛନ୍ତି। ମହାଭାରତ ଯୁଦ୍ଧର ସଂଭାବ୍ୟ ପରିଣତିକୁ ଏଡ଼ାଇବାକୁ ଶ୍ରୀକୃଷ୍ଣ ଶାନ୍ତିର ବାର୍ତ୍ତାବହ ଭାବରେ ଉଦ୍ୟମ କରି ମଧ୍ୟ କୁରୁ ରାଜସଭାରୁ ଶୂନ୍ୟ ହସ୍ତରେ ଫେରିଛନ୍ତି। ମାତ୍ର ପାଂଚଟି ପଡ଼ା ନ ପାଇ ଶ୍ରୀକୃଷ୍ଣ ଅପମାନିତ ହୋଇ ଫେରିବା ବାଟରେ ତାଙ୍କର ପରମ ଉପାସକ ଭକ୍ତ ବିଦୂରଙ୍କ ଘରକୁ ଯାଇଛନ୍ତି ଏବଂ ଶାଗଭାତ ଖାଇ ସନ୍ତୋଷ ହୋଇଛନ୍ତି। ମହାନ‌୍‍ ଭକ୍ତର ମନୋବାଞ୍ଛା ପୂରଣ ପାଇଁ ତାର ଦରିଦ୍ର କୁଡ଼ିଆରେ ପାଦ ରଖି ଶ୍ରୀକୃଷ୍ଣ ଆତ୍ମସନ୍ତୋଷ ଲାଭ କରିଥିଲେ ମଧ୍ୟ ଭକ୍ତ ବିଦୂର ହରି-ହର ରୂପର ଦର୍ଶନ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରିୟ ଭକ୍ତର ଭକ୍ତିରେ ବନ୍ଧା ଶ୍ରୀକୃଷ୍ଣ ଫାଲ‌୍‍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ତାଙ୍କୁ ଏହି ଦେବଦୁର୍ଲ୍ଲଭ ରୂପରେ ଦର୍ଶନ ଦେବେ ବୋଲି ଆଶୀର୍ବା


News Story - Posted on 2017-02-24

ରାମ ଓ ଶିବଙ୍କ ମିଳନ କ୍ଷେତ୍ର



ଭୁବନେଶ୍ୱର ଏକ ବିଶିଷ୍ଟ ଶୈବକ୍ଷେତ୍ର - ଏ କଥା ଆମେ ଜାଣୁ। ଏଠାକାର ସହସ୍ର ଶିବ ମନ୍ଦିର, ଅଗଣିତ ଶିବ ଲିଙ୍ଗ, ଲିଙ୍ଗମାନଙ୍କ ସମ୍ରାଟ ଲିଙ୍ଗରାଜ ମନ୍ଦିର, ସହସ୍ର ତୀର୍ଥର ପୁଣ୍ୟ ଜଳର ସମାହାର ବିନ୍ଦୁସାଗର ବିଦ୍ୟମାନ। ଶୈବ ପୁରାଣରେ ବିଭିନ୍ନ ଶୈବକ୍ଷେତ୍ରମାନ ବର୍ଣ୍ଣନା ଅଛି। ସାଧାରଣତଃ ଶିବଙ୍କ ମହାନ‍୍‌ କ୍ଷେତ୍ରମାନଙ୍କରେ ଶିବଙ୍କୁ ନାଥ କିମ୍ୱା ଈଶ୍ୱର ବୋଲି ସମ୍ୱୋଧନ କରାଯାଇଛି, ଯଥା - ସୋମନାଥ, ପଶୁପତିନାଥ, ଅମରନାଥ, କାଶୀବିଶ୍ୱନାଥ, ଗୋରଖନାଥ, ବୈଦ୍ୟନାଥ, ନାଗନାଥ, କେଦାରନାଥ କିମ୍ୱା ଘୃଷ୍ମେଶ୍ୱର, ମହାକାଳେଶ୍ୱର, ରାମେଶ୍ୱର, ନାଗେଶ୍ୱର, ବେଲେଶ୍ୱର, ବିଲେଶ୍ୱର, ଗୁପ୍ତେଶ୍ୱର, ତ୍ରୟମ୍ୱକେଶ୍ୱର, ମାର୍କେଣ୍ଡଶ୍ୱର, ଓଁକାରେଶ୍ୱର ଇତ୍ୟାଦି। କିନ୍ତୁ ଏକାମ୍ର କ୍ଷେତ୍ରର ଏକମାତ୍ର ଶୈବକ୍ଷେତ୍ର ସାରା ଭାରତ ବର୍ଷର ଶିବ ଏଠାରେ ରାଜା ରୂପରେ ଅଧିଷ୍ଠିତ। ଏହି କ୍ଷେତ୍ରରେ ଶିବ ଲିଙ୍ଗରାଜ ରୂପେ ପରିଚିତ, ଅର୍ଥାତ୍ ଲିଙ୍ଗମାନଙ୍କ ମଧ୍ୟରେ ରାଜା ସେ ହେଉଛନ୍ତି ଲିଙ୍ଗରାଜ। ଲିଙ୍ଗରାଜ ମନ୍ଦିରର ବୈଶିଷ୍ଟ୍ୟ ସାରା ପୃଥିବୀର ସବୁ ଶିବ ମନ୍ଦିରଠାରୁ ଭିନ୍ନ ଏବଂ ଏହାର ଅନେକ ବିଶିଷ୍ଟତା ରହିଛି। ଏହାର ଐତିହାସିକ ଭ

News Story - Posted on 2016-11-24

ଭାରତୀୟ ସଂସ୍କୃତିରେ ଗୋମାତା



ଭାରତ ଏକ ପ୍ରାଚୀନ ରାଷ୍ଟ୍ର। ଏହାର ଜାତୀୟ ଜୀବନ ହିନ୍ଦୁ ସଂସ୍କୃତି ଆଧାରନିଷ୍ଠ। ହିନ୍ଦୁ ସଂସ୍କୃତିର ଆଧାର ସ୍ତମ୍ଭ ହେଲା ଗୋସେବା-ଗୋପାଳନ, ଗୋରକ୍ଷା ତଥା ଗୋ ସଂମ୍ୱର୍ଦ୍ଧନ। ଦୁଗ୍ଧ ଆଦି ପଞ୍ଚଗବ୍ୟର ବ୍ୟବହାର ବିନା ହିନ୍ଦୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅସମ୍ଭବ। ହିନ୍ଦୁର ପରମାର୍ଥିକ ସିଦ୍ଧିପ୍ରାପ୍ତ ଗୋ ସେବାରେ ହିଁ ସମ୍ଭବ। ଗୋ ଜାତି ହିନ୍ଦୁ ଧର୍ମର ଧାର୍ମିକ ବିଶ୍ୱାସ, ଉପାସନାର ଆଧାର ଓ ସ୍ୱାଭିମାନର ଉତ୍ସ ଅଟେ। ତେତିଶ କୋଟି ଦେବତା ଧର୍ମଶାସ୍ତ୍ର ମାଧ୍ୟମରେ ଏହି କଥା ବର୍ଣ୍ଣନା କରିଛନ୍ତି ଯେ ସମସ୍ତ କର୍ମ ଉପାସନାର ପୁଣ୍ୟଫଳଦାତା ରୂପେ ଆମେ ଗୋମାତା ଠାରେ ବିରାଜମାନ କରିଛୁ। ଗୋ ବଂଶ ଆମର ଆରାଧ୍ୟ। ଗୋ ଜାତିକୁ ଉପାସନା କଲେ ସମାଜର ଅନନ୍ତ କାଳ ପାଇଁ ମଙ୍ଗଳ ହେବ।


News Story - Posted on 2016-11-24

ମା’ ବିରଜା ଓ ମା’ ଦୁର୍ଗା



ମୂର୍ତ୍ତି ତତ୍ତ୍ୱରେ ମା’ ବିରଜାଙ୍କ ଦୁର୍ଗାଙ୍କର ଦୁଇଭୂଜା ବିଶିଷ୍ଟ ମୁର୍ତ୍ତି ହୋଇଥିବା ବେଳେ ତାହା ଗୁପ୍ତ କାଳରୁ ନିର୍ମିତ ହୋଇଅଛି। ଏହି ବିଷୟରେ ଉପରେ ଆଲୋକପାତ କରାଯାଇଛି। ମୂର୍ତ୍ତିଟି ମହିଷାମର୍ଦ୍ଦିନୀଙ୍କର। ଏଠାରେ ତାଙ୍କ ବାହାନ ସିଂହ ଅନୁପ୍ରସ୍ଥିତ ରହିଛି। କିନ୍ତୁ ବିରଜା କ୍ଷେତ୍ର ମହିମାରେ ବିରଜାଙ୍କ ମୂର୍ତ୍ତିରେ ସିଂହର ଉପସ୍ଥିତି ରହିଥବା ଉଲ୍ଲେଖ କରାଯାଇଛି। ଏହି ବିରଜା କ୍ଷେତ୍ର ମହିମା ପ୍ରାୟ ଷୋଡଶ ଶତାବ୍ଦୀରେ ରଚନା କରାଯାଇଛି। ଯେଉଁ ସମୟରେ ଏହି ମାହାତ୍ମ୍ୟ  ରଚିତ ହୋଇଅଛି  ସେହି ସମୟରେ ମୁସଲମାନ ଶାସକଙ୍କ ଦ୍ୱାରା ବିରଜାଙ୍କ ମନ୍ଦିର ଏବଂ ମା’ଙ୍କ ମୂର୍ତ୍ତି  ଧ୍ୱଂସ ପ୍ରାପ୍ତ ହୋଇଥିଲା। ସମ୍ଭବତଃ ମୂର୍ତ୍ତ ନଥିବାରୁ ଏହି ମାହାତ୍ମ୍ୟରେ ବାହନ ସିଂହ ରହିଥିବା କଥାକୁ ଉଲ୍ଲେଖ କରାଯାଇଛି। ଏହି ଦୁଇଭୂଜା ବିଶିଷ୍ଟ ମୂର୍ତ୍ତିଟିକୁ ଖ୍ରୀଷ୍ଟାବ୍ଦ ୮ମ ଶତାବ୍ଦୀ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୧୧୦୦ ଶତାବ୍ଦୀରୁ ୧୬୦୦ ଶତାବ୍ଦୀ ପର୍ଯ୍ୟନ୍ତ ଯାଜପୁର ଉପରେ ମୁସଲମାନଙ୍କ ଘନଘନ ଆକ୍ରମଣରେ ମନ୍ଦିର ସମେତ ମା’ ବିରଜାଙ୍କ ମୁର୍ତ୍ତି ଧ୍ୱଂସ ହୋଇଥିଲା। ଷୋଡଶ ଶ


News Story - Posted on 2016-11-01

ଦାରୁମୂରତି



ପିତାମହ ବ୍ରହ୍ମା ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛନ୍ତି। ହେ ଜଗନ୍ନାଥ, ଦୁଃଖ ସମୁଦ୍ରରେ ନିମଗ୍ନ ଜଗତବାସୀ ଜୀବମାନଙ୍କ ପ୍ରତି ପ୍ରସନ୍ନ ହୁଅ ହେ କରୁଣାକର। କୃପା ପ୍ରକାଶ କରି କରୁଣାକଟକ୍ଷ ଦ୍ୱାରା ଜଗତବାସୀଙ୍କୁ ପରିତ୍ରାଣ କରନ୍ତୁ। ପିତାମହ ବ୍ରହ୍ମା ପ୍ରଥମରେ ଜଗନ୍ନାଥଙ୍କୁ ଦର୍ଶନ କରିସାରି ବଳଭଦ୍ରଙ୍କୁ ଦର୍ଶନ କଲେ। ପରେ ମାଆ ସୁଭଦ୍ରାଙ୍କୁ ସ୍ତୁତି କରୁଅଛନ୍ତି।


News Story - Posted on 2016-10-08

ନାରାୟଣୀ ସ୍ତୁତି



ବିଦ୍ୟାଃ ସମସ୍ତାଃ ତବ ଦେବୀ ଭେଦାଃ

ସ୍ତ୍ରୀୟାଃ ସମସ୍ତାଃ ସକଳା ଜଗତ୍ସୁ

ତ୍ୱୟିକୟା ପୂରିତମମ୍ୱୟିତତ୍

କା ତେ ସ୍ତୁତିସ୍ତ୍ୱୟା ପରାପରୋକ୍ତିଃ।


News Story - Posted on 2016-10-04

ପାର୍ବଣରେ ମାତୃଶକ୍ତି ଉପାସନା



ଭାରତବର୍ଷ ହେଉଛି ସତ୍ୟ, ଧର୍ମ ଓ ନ୍ୟାୟର ରତ୍ନଗର୍ଭା। ଏହି ରତ୍ନକୁ ପାଥେୟ କରି ଆମ ମାତୃଭୂମି ସମଗ୍ର ବିଶ୍ୱକୁ ମାନବବାଦର ଆଦର୍ଶ ଯଥା ସତ୍ଚିନ୍ତା, ସଦ‍୍‌ଜ୍ଞାନ, ସତ୍କର୍ମ, ସହିଷ୍ଣୁତା, ପରୋପକାର, ସମତା, ଦୟା, କ୍ଷମା, କରୁଣା ଓ ସହାନୁଭୂତି ଯୁଗେ ଯୁଗେ ଦେଇଆସିଛି। ଏହି ପବିତ୍ର ଭୂମିରେ ନଦନଦୀ ଠାରୁ ଆରମ୍ଭ କରି ଆକାଶ ଏବଂ ପୃଥିବୀ ସବୁ ମା’ ରୂପରେ ପୂଜା ପାଆନ୍ତି। ସୃଷ୍ଟିର ଆରମ୍ଭ ହୁଏ ଶବ୍ଦରୁ, ଶବ୍ଦରୁ ନାଦ, ନାଦରୁ ବ୍ରହ୍ମ, ବ୍ରହ୍ମରୁ ଶକ୍ତି, ଶକ୍ତିରୁ ହିଁ ସୃଷ୍ଟି। ଶକ୍ତି ଏ ସୃଷ୍ଟିକୁ ସୃଷ୍ଟି କରିଛି। ସେହି ଶକ୍ତି ରୂପାନ୍ତରରେ ମାତୃସ୍ୱରୂପିଣୀ।


News Story - Posted on 2016-10-03

ଜଗନ୍ନାଥଙ୍କ ଭଉଣୀ ସୁଭଦ୍ରା



ଏଣେ ମହାଭାରତ ଅନୁସାରେ ଦେବୀ ସୁଭଦ୍ରା କୃଷ୍ଣ-ବଳରାମଙ୍କ ଭଗ୍ନୀ ହୋଇଥିବାବେଳେ ତେଣେ ସେ ପୁଣି ମଧ୍ୟମ ପାଣ୍ଡବଙ୍କ ଧର୍ମପତ୍ନୀ। ଦେବୀ ସୁଭଦ୍ରା ଭଗବାନ ଶ୍ରୀକୃଷ୍ଣଙ୍କର ରକ୍ଷାକର୍ତ୍ତୀ ହୋଇଥିବାରୁ ସେ ଶ୍ରୀକୃଷ୍ଣଙ୍କଠାରୁ ବର ପାଇଥିଲେ ଯେ ସେ ଏକାନଂସା ରୂପରେ କୃଷ୍ଣଙ୍କ ନିକଟରେ ଉପାସ୍ଯ ଦେବୀ ଭାବେ ପୂଜା ପାଇବେ। (ହରିବଂଶ) ଏହି ତତ୍ତ୍ବକୁ ସ୍ବୀକାର କରି ସ୍କନ୍ଦ ପୁରାଣ କହିଛି ଯେ ସୁଭଦ୍ରା ଶ୍ରୀକୃଷ୍ଣଙ୍କର ଉଭୟ ଭଗିନୀ ଓ ସ୍ତ୍ରୀ ରୂପରେ ଅାରାଧିତା। ଯେପରି - ‘ତସ୍ୟଶକ୍ତି ସ୍ବରୂପେୟମ୍ ଭଗିନୀ ସ୍ତ୍ରୀ ପ୍ରବତ୍ତିର୍ତା’। (ସ୍କନ୍ଦପୁରାଣ) ଅାଉ କେହି କେହି ‘ଭଗିନୀ ଶ୍ରୀ ପ୍ରବର୍ତ୍ତିତା’ ବୋଲି ମତ ଦେଇଥାଅାନ୍ତି; ମାତ୍ର ମୂଳ ସଂସ୍କୃତ ସ୍କନ୍ଦ ପୁରାଣରେ ଲେଖାଅଛି, ‘ଭଗିନୀ ସ୍ବ ପ୍ରବର୍ତ୍ତିକା’ ଅର୍ଥାତ୍ ଦେବୀ ସୁଭଦ୍ରା ସୃଷ୍ଟି ଶକ୍ତି ହୋଇଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କର ସୃଷ୍ଟିଶକ୍ତି ଯୋଗମାୟା ରୂପରେ ସେ ରତ୍ନବେଦୀରେ ଅବତୀର୍ଣ୍ଣୀ। ସେଇଥିପାଇଁ ବୌଦ୍ଧ ତନ୍ତ୍ରରେ ଦେବୀ ସୁଭଦ୍ରାଙ୍କୁ ମହାଶକ୍ତି ବଜ୍ରେଶ୍ବରୀ ବୋଲି କୁହାଯାଉଥିଲାବେଳେ ବଳଭଦ୍ରଙ୍କୁ ବଜ୍ରୋଦକ ଓ ଜଗନ୍ନାଥଙ୍କୁ ପରମବଜ୍Ğ


News Story - Posted on 2016-08-26

ବାଳମ ମୁକୁନ୍ଦମ ମନସା ସ୍ମରାମି




News Story - Posted on 2016-08-15

ଅର୍ଜୁନ ବିଷାଦ ଯୋଗ!



ମୋ ବାପାର ଇଚ୍ଛା। ମୋ ମା’ର ଇଚ୍ଛା। ମୋ ସ୍ତ୍ରୀର ଇଚ୍ଛା। ମୋ ପିଲାମାନଙ୍କ ଅଳିଅର୍ଦ୍ଦଳି। ମୋ ସାଙ୍ଗସାଥୀ ବନ୍ଦୁବାନ୍ଧବଙ୍କ ଆଶା। ସମସ୍ତେ କୁହନ୍ତି, ଆପେ ବଂଚିଲେ ବାପର ନାଁ। ସରକାରୀ କିମ୍ବା ବେସରକାରୀ ଚାକିରୀ। ମୋଟା ଅଙ୍କର ଦରମା। ଚାକିରୀ କାଳର ଛୁଟି ଓ ବିଳାସ। ଅବସର କାଳର ସୁଖସୁବିଧା। ଧାର୍ତ୍ରରାଷ୍ଟ୍ରମାନଙ୍କ ପକ୍ଷ ନେଇଗଲେ ରାଜକୀୟ ଚାକିରୀ, ଅନେକ ସୁଖ ଓ ବିଳାସ।


News Story - Posted on 2016-08-15

ଜଗନ୍ନାଥଙ୍କୁ ଅଛୁଆଁ କଲା କିଏ?



ଓଡ଼ିଶାର ଐତିହାସିକ ପ୍ୟାରୀମୋହନ ଅାଚାର୍ଯ୍ୟ ଜଗନ୍ନାଥଙ୍କର ପ୍ରତିଷ୍ଠା ବିଷୟରେ ଅନୁସନ୍ଧାନ କରି ଅାହୁରି ଲେଖିଛନ୍ତି- ‘ବୌଦ୍ଧଧର୍ମର ବିଲୋପ ସାଧନ କରିବା ସକାଶେ ଯେତେବେଳେ ବ୍ରାହ୍ମଣମାନେ ବଦ୍ଧପରିକର ହୋଇଥିଲେ, ସେତେବେଳେ ସେମାନେ ବୌଦ୍ଧଙ୍କର ମତାମତକୁ ନିଜ ମତାମତରେ ପ୍ରବର୍ତ୍ତିତ କରିଥିଲେ। ସେହି ପୁରୀଠାରେ ବ୍ରାହ୍ମଣମାନେ ଏକ ହସ୍ତପଦଶୂନ୍ୟ ଦେବତା ଗଠନ କରାଇ ପୁଣି ସେହି ଦେବତାଙ୍କୁ ବୁଦ୍ଧାବତାର ରୂପେ ଗ୍ରହଣ କରି (ବୁଦ୍ଧଦେବ ଶାକ୍ୟସିଂହଙ୍କୁ ଅବଲମ୍ବନ କରି ବୁଦ୍ଧାବତାର କଳ୍ପିତ ହୋଇଛି) ଅହିଂସାମୟ ବିଷ୍ଣୁମନ୍ତ୍ରରେ (ଅହିଂସା ପରମୋଧର୍ମ-ବୌଦ୍ଧଙ୍କର ମତ ଥିଲା) ତାଙ୍କର ପୂଜା ଚଳାଇ ଓ ତାଙ୍କ ଭୋଗରେ କୌଣସି ପ୍ରକାର ଜାତିବିଚାର ନରଖି ଏହିସବୁ ଦ୍ବାରା ବୌଦ୍ଧଧର୍ମ ଓ ହିନ୍ଦୁଧର୍ମର ସାମଞ୍ଜସ୍ୟ ରକ୍ଷାକରି ଓଡ଼ିଶା ବୌଦ୍ଧଙ୍କ ମତିକି ହିନ୍ଦୁଧର୍ମ ଅାଡ଼କୁ ଫେରାଇଥିଲେ। ବୌଦ୍ଧଧର୍ମର ପରାଭବ ଓ ହିନ୍ଦୁଧର୍ମର ପୁନଃସଂସ୍କାର ଓ ଟେକ ବଢ଼ାଇବା ସକାଶେ ବୌଦ୍ଧଙ୍କ ମାଲ ମସଲାରୁ ଯେ ଜଗନ୍ନାଥ ଦେବଙ୍କ ସୃଷ୍ଟି ହୋଇଛି, ଏଥିରେ କୋଣସି ସନ୍ଦେହ ନାହିଁ।’ (ଅାଚାର୍ଯ୍ୟ, ପ୍ୟାରୀମୋହନ - ଓଡ଼ିଶାର ଇତିହ

News Story - Posted on 2016-01-28

ଶ୍ରୀଜଗନ୍ନାଥ : ନାନା ମୁନି ନାନା ମତ-୩



ନୀଳସୁନ୍ଦର ଗିରି ଦିନକୁ ଦିନ ବୃଦ୍ଧି ପାଇବାରୁ ସୂର୍ଯ୍ୟଙ୍କର ରଥର ଗତି ଅବରୋଧ ହେଲା | ତେଣୁ ସୂର୍ଯ୍ୟଦେବ ତାକୁ ଅଭିଶାପ ଦେଇ ତାର ଶରୀରକୁ କ୍ଷୁଦ୍ର କରିଦେଲେ | ଏହି ପର୍ବତରେ ଭୀମ ଦ୍ବାପର ଯୁଗରେ ମହାମୂଷଳ ଘଷିଥିଲେ | ତାହା ସଂପୂର୍ଣ୍ଣ ନିଃଶେଷ ନହେବାରୁ ସେ ତାକୁ ସମୁଦ୍ର ଜଳରେ ଫିଙ୍ଗିଦେଲେ | ଗୋଟିଏ ମୀନ ତାକୁ ଗିଳିଦେଲୋ | କେଉଟର ଜାଲରେ ସେ ମାଛଟି ପଡିଲା | ଜାରାଶବର ସେ ମାଛକୁ ନେଇ କାଟିଲାବେଳେ ଲୁହାଖଣ୍ଡଟିକୁ ପାଇଲା | ତାହା ବ୍ୟବହାର କରି ସେ ତାର ଶରମୁନ ତିଆରି କଲା | ଦିନେ ଶିକାର କରୁ କରୁ ସେ ଅଜାଣତରେ ଶିଆଳି ଲଟାରେ ଶୋଇଥିବା କୃଷ୍ଣଙ୍କ ପାଦକୁ ମୃଗର କାନବୋଲି ଭାବି ଶର ବିନ୍ଧିଦେଲା | ଶ୍ରୀକୃଷ୍ଣ ଦେହତ୍ୟାଗ କଲେ |

 


News Story - Posted on 2016-01-28

ଶ୍ରୀଜଗନ୍ନାଥ : ନାନା ମୁନି ନାନା ମତ-୨



ପଚାରିଲେ, କେଉଁଠାରେ ସେ ସାକ୍ଷାତ ବିଷ୍ଣୁଙ୍କୁ ସ୍ବଚକ୍ଷୁରେ ଦର୍ଶନ କରିପାରିବେ ? ଏ କଥା ଶୁଣି ସଦା ତୀର୍ଥ ଭ୍ରମଣ କରୁଥିବା ଜଣେ ତପସ୍ବୀ କହିଲେ, ‘ପୁରୁଷୋତ୍ତମ କ୍ଷେତ୍ରରେ ସ୍ବୟଂ ଭଗବାନ ପୁରୁଷୋତ୍ତମ ବିରାଜିତ | ତାଙ୍କୁ ଦର୍ଶନ କରି ମନସ୍କାମନା ପୂରଣ କରନ୍ତୁ |

 


News Story - Posted on 2016-01-28

ଶ୍ରୀଜଗନ୍ନାଥ : ନାନା ମୁନି ନାନା ମତ-୧



ସଂସ୍କୃତ ପୁରାଣମାନଙ୍କ ମଧ୍ୟରେ ବ୍ରହ୍ମ ପୁରାଣ, ବୃହତ୍ତ ନାରଦୀୟ ପୁରାଣ, ପଦ୍ମ ପୁରାଣ, ସ୍କନ୍ଦ ପୁରାଣ, କପିଳ ସଂହିତା, ନୀଳାଦ୍ରି ମହୋଦୟ ପ୍ରଭୃତି ଗ୍ରନ୍ଥରେ ଜଗନ୍ନାଥଙ୍କ ଚରିତ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି | ସ୍କନ୍ଦ ପୁରାଣ ଅନ୍ତର୍ଗତ ପୁରୁଷୋତ୍ତମ ମହାତ୍ମ୍ୟ ବା ଉତ୍କଳ ଖଣ୍ଡରେ ଏ ସଂପର୍କରେ ଯେପରି ବର୍ଣ୍ଣନା ବାହୁଲ୍ୟ ରହିଛି ତଥା ଅନେକ ବିଷୟର ଅବତାରଣା କରାଯାଇଛି ଅନ୍ୟ ଗ୍ରନ୍ଥମାନଙ୍କରେ ସେପରି ପରିଲକ୍ଷିତ ହୁଏ ନାହିଁ | କପିଳ ସଂହିତା ଓ ନୀଳାଦ୍ରୀ ମହୋଦୟରେ ଉପରୋକ୍ତ ପୁରାଣମାନଙ୍କର, ବିଶେଷଭାବେ ସ୍କନ୍ଦ ପୁରାଣ ବିଷୟ ବର୍ଣ୍ଣନାର ଆଭାସ ବହୁ ପରିମାଣରେ ମିଳେ | ପ୍ରାଚୀନ ଓଡ଼ିଆ ଗ୍ରନ୍ଥମାନଙ୍କ ମଧ୍ୟରେ ପ୍ରଥମେ ସାରଳା ଦାସଙ୍କ କୃତ ମହାଭାରତର ବନପର୍ବ ଓ ମୂଷଳୀ ପର୍ବରେ ଜଗନ୍ନାଥଙ୍କ ଜନ୍ମ ବୃତ୍ତାନ୍ତ ବିସ୍ତୃତଭାବରେ ରହିଛି | ସାରଳାଙ୍କ ପରେ ବଳରାମ ଦାସ ଦେଉଳତୋଳାରେ ତାଙ୍କ ବର୍ଣ୍ଣିତ ବିଷୟବସ୍ତୁକୁ ମୁଖ୍ୟ ଉପାଦାନ ହିସାବରେ ଗ୍ରହଣ କରିଛନ୍ତି | ସେହିପରି ଓଡ଼ିଆ କବି ଶିଶୁ କୃଷ୍ଣ ଦାସଙ୍କ ରଚିତ ‘ଦେଉଳ ତୋଳା’ରେ ରହିଛି ଆଉ କିଛି ଭିନ୍ନ ଉପାଖ୍ୟାନ | ପୁନଶ୍ଚ ସଂସ୍କୃତ ପୁରାଣମାନଙ୍କରେ ବି&


© 2015. Samanya Kathan All Rights Reserved | Editor : Debendra Prusty     

To Top