ସମାଜ

News Story - Posted on 2017-09-14

କଥା କହେ ଦର୍ପଣ ଲୋ, ପଚାରୁ କାହାକୁ?



ସାନବେଳେ ସମସ୍ତଙ୍କୁ ଊଣା ଅଧିକେ ନିଜ ରୂପକୁ ନେଇ ହୀନମନ୍ୟତାର ଶିକାର ହବାକୁ ପଡିଥାଏ। ଆମ ପିତାମାତା ବନ୍ଧୁବାନ୍ଧବ ସାଙ୍ଗସାଥୀ ସମସ୍ତଙ୍କର ଅବଦାନ ଥାଏ ଏଇ ହୀନମନ୍ୟତାକୁ ଆଉରି ବଢ଼େଇବାରେ। ଆରେ ତୋ ପୁଅଟା ଏମିତି କିଚିକିଚି କଳା କ’ଣ ହେଇଛି ମ? ତାକୁ ଟିକିଏ ଫେଆର ଏଣ୍ଡ ଲଭଲି ଲଗା। ତୋ ଝିଅଟି ଏମତି କ’ଣ ଚେପିନାକି? ତାକୁ କଉଠୁ ଗୋଟେଇ ଆଣିଛ କି? ତୋ ଭଉଣୀ ଏମିତି କ’ଣ ଗେଣ୍ଡା ଭଳି ଫୁଲିଛି! ତାକୁ କହୁନୁ ପତଳା ହବ। ତୋ ଭାଇ ଏଇଠି ଠିଆ ହେଇଛି ତା ଦାନ୍ତ ଯାଇ ପଡିଶା ଘରେ ବାଜୁଛି! କହୁନୁ ବ୍ରେସ୍ ଲଗେଇବ ଦାନ୍ତରେ। ଏମିତି କି ସାଙ୍ଗସାଥୀ ବି ଡାକିବେ ଆରେ କାଳୁ, ଏଇ ଟେରା, ଏଇ ଦାନ୍ତ, ଆରେ ମୋଟୁ, ଆରେ ବୁଟି (ବାଙ୍ଗରା), ଏଇ ଧେଡା! ଚଷମା ପିନ୍ଧିଥିଲେ ଏଇ ଚଶମିଷ୍, ଏଇ କଣା, ଏଇ କାଣୀ! ହିରୋଙ୍କର ସିକ୍ସ ପ୍ୟାକ ଦେଖି ପୁଅଟିର ମୁହଁ ଶୁଖି ଯାଉଥିବ। ଜିମ ମେମ୍ବରଶିପ୍ ନନେଲେ ଏଇ ଜୀବନ ଯେ ମୂଲ୍ୟହୀନ!!!


News Story - Posted on 2017-08-26

ବାବା ନାମ ହିଁ କେବଳମ୍‍



ଅନୁଧ୍ୟାନ ରିପୋର୍ଟ ଅନୁଯାୟୀ ଧର୍ମର ବଜାର ବଢ଼ୁଛି । ଧର୍ମଗୁରୁଙ୍କ ପଛରେ କର୍ପୋରେଟ୍‍ ହାଉସ୍‍ ଟଙ୍କା ଖଟାଉଛନ୍ତି । ଫଳରେ ଧର୍ମଗୁରୁମାନେ ଦେଶ ଦେଶର କ୍ଷମତାକୁ ନିୟନ୍ତ୍ରଣ କରୁଛନ୍ତି । ଏପରିକି ସେମାନଙ୍କ କାର୍ଯ୍ୟଧାରା ସମାନ୍ତରାଳ ସରକାର ଚାଲୁଥିବା ସୂଚାଉଛି । ଏହା ନୁହେଁ ଯେ ମାଓଙ୍କ ଚୀନ୍‍ରେ ହିନ୍ଦୁ ଦେବୀ ଦେବତାଙ୍କ ମୂର୍ତ୍ତି ତିଆରି ହେଉନାହିଁ । ହୁଏତ ଭାରତରେ ଧର୍ମର ବଜାର ଏତେ ବଡ଼ ନୁହେଁ । କିନ୍ତୁ ଛୋଟ ବୋଲି କୁହାଯାଇ ପାରିବ ନାହିଁ । ୨୦୧୪ ସୁଦ୍ଧା ଧର୍ମ ଉଦ୍ୟୋଗର ପୁଞ୍ଜି ପରିମାଣ ଥିଲା ୩୦ ଅରବ ଡଲାର । ୨୭ ଜୁଲାଇ, ୨୦୧୬ରେ ଇକୋନୋମିକ୍ସ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଉଲ୍ଲେଖ ଥିଲା- ଧର୍ମର ବଜାରର ପରିମାଣ ଏବେ ୪୦ ଅରବ ଡଲାର ହୋଇଯାଇଛି । ୨୦୧୪ରେ ଅନ୍‍ଲାଇନ୍‍ରେ ପୂଜା ସାମଗ୍ରୀ ବିକ୍ରି ପାଇଁ ଷ୍ଟାର୍ଟ ଅପ୍‍ର ରୂପ ଦିଆଗଲା । ଆଜି ଦିନରେ ଶୁଭ କାର୍ଡ ନାମରେ ୨୦୦ ପୂଜା ଆଇଟମ୍‍ ଅନ୍‍ଲାଇନ୍‍ ମାଧ୍ୟମରେ ବିକ୍ରି ହେଉଛି । ଏଥିସହ ୧୨ ହଜାରରୁ ଅଧିକ କମ୍ପାନୀ ପୂଜା ସାମଗ୍ରୀ, ବାସ୍ତୁ ଆବଶ୍ୟକତା, ତନ୍ତ୍ରମନ୍ତ୍ରଠାରୁ ଜନ୍ମମୃତ୍ୟୁ ଯାଏଁ ଆବଶ୍ୟକ ସାମଗ୍ରୀ ଅନ୍‍ଲାଇନ୍‍ରେ ବିକ୍ରି ପାଇଁ ଉପଲବ୍ଧ ଥିବା ସୂଚାଉଛନ୍ତି । ଆପଣ ଯେ କୌଣସି ଧର୍ମର ହୁଅନ୍ତୁ ନା କାହିଁକି, ପୂଜାରୀଠାରୁ ଆରମ୍ଭ କରି ପୂଜା ସାମଗ୍ରୀ ଯୋଗାଇବାରେ ଧର୍ମଗୁରୁଙ୍କର ଆଧିପତ୍ୟ ବଜାୟ ରହିଛି । ଧର୍ମଗୁରୁଙ୍କ ପାଇଁ ବୃତ୍ତି ଓ ବ୍ରତ ପାଲଟିଛି ଧନ-ସମ୍ପଦ ଆହରଣର ଅନ୍ତହୀନ ପିପାସା । ବାବାମାନଙ୍କ ଆଉଟ୍‍ଲେଟ୍‍ ୟୁରୋପ୍‍ ଓ ଆମେରିକାଠାରୁ ବିଶ୍ୱର ବଡ଼ ସହରରେ ସପିଂ କମ୍ପେ୍ଲକ୍ସ ନିର୍ମାଣରେ ସୂଚନା ଦିଆଯାଇଛି । 


News Story - Posted on 2017-08-25

ଧର୍ଷକ ବାବା, ହିଂସ୍ରକ ଭକ୍ତ



ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୨ ମସିହାରେ ଡେରା ସଚା ସୌଦା ସଂପ୍ରଦାୟର ଜଣେ ମହିଳା ଭକ୍ତ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ପଞ୍ଜାବ ହରିଆନା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ବେନାମୀ ଚିଠି ଲେଖି ଧର୍ଷଣ ଅଭିଯୋଗ କରିଥିଲେ । ସେ ଲେଖିଥିଲେ ଯେ ସେ ଯେତେବେଳେ ବାବାଙ୍କ ରୁମ୍ରେ ପଶିଲେ କବାଟ ଆପେଆପେ ବନ୍ଦ ହୋଇଗଲା । ବାବା ସେତେବେଳେ ଏକ ବିରାଟ ଟିଭି ପରଦାରେ ଅଶ୍ଳୀଳ ଫିଲ୍ମ ଦେଖୁଥିଲେ । ସେଠାରେ ସେ ତାଙ୍କୁ ଧର୍ଷଣ କଲେ । ପରେ ଅନ୍ୟ ଜଣେ ମହିଳା ଭକ୍ତ ମଧ୍ୟ ଏହିପରି ଅଭିଯୋଗ କରିଥିଲେ ।


News Story - Posted on 2017-07-17

ପରୋପକାରାୟ ଧର୍ମାୟ ପାପାୟ ପରପୀଡ଼ନମ‍୍‌



ଶୁଦ୍ର, ଅଛୁଆଁ, କାଫେର‍୍‌, ବିଧର୍ମୀ ଭଳି ଶବ୍ଦ ଏବେ ସୋସିଆଲ‍୍‌ ମିଡିଆରେ ଭାଇରାଲ‍୍‌ ହେଉଛି। ଏହାକୁ ନେଇ ଭାଇଚାରା ଭାଙ୍ଗିପଡ଼ିଲାଣି। କାହାକୁ କିଏ ପାକିସ୍ତାନ ଏଜେଣ୍ଟ କହିଲାଣି ତ, ଆଉ କାହାକୁ କିଏ ଆମେରିକାର ଦଲାଲ‍୍‌ କହିଲାଣି। ଦେଶର ସଂହତି, ସଂପ୍ରୀତି ଏବେ ମାତ୍ର ରାଜନୀତିର ପ୍ରସଙ୍ଗ। ଭୋଟ ଗୋଟାଇବାର ମାଧ୍ୟମ ପାଲଟିଛି। ବାସ୍ତବତା କିନ୍ତୁ ଦେଶରେ ଆଭ୍ୟନ୍ତରୀଣ ଶତ୍ରୁ ସଂଖ୍ୟା ଧର୍ମ ନାମରେ ବଢ଼ି ବଢ଼ି ଚାଲିଛି। ଭୋକ ଓ ଭ୍ରଷ୍ଟାଚାରର ବଳୟରେ ଅସ୍ତବ୍ୟସ୍ତ ଜୀବନ ବିତାଉଥିବା ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୭୦ ପ୍ରତିଶତରୁ ଅଧିକ। ଏହି ପ୍ରସଙ୍ଗ କ୍ଷମତାଧାରୀ ଏବଂ ପ୍ରମୁଖ ବିରୋଧୀଦଳ ନେତାଙ୍କ ପାଇଁ ଅଲୋଡ଼ା ଓ ଅଦରକାରୀ। ଭୋଟ ଆସିଲେ ହୁଏତ ଏଥିପାଇଁ କୁମ୍ଭୀର କାନ୍ଦଣା କାନ୍ଦନ୍ତି ଏଇ ଭୋଟଜୀବୀ ନେତାମାନେ। କିନ୍ତୁ ଦେଶର ସଂହତି ଓ ସମୃଦ୍ଧି ପ୍ରତି ବିପଦ କିଏ? କାହା ପାଇଁ ଓ କେଉଁ କାରଣକୁ ନେଇ ଦେଶରେ ଅସ୍ଥିରତା, ଆତଙ୍କବାଦ ଓ ନକ୍ସଲ‍୍‌ବାଦ ଭଳି ନରସଂହାର ଲୀଳା ବାଧାହୀନ ଭାବେ ଚାଲିଛି, ସେନେଇ ସଂବେଦନଶୀଳ ହେଉନାହାନ୍ତି ନେତା। ଲୋକମାନଙ୍କ ମଧ୍ୟରେ ଧର୍ମ ଓ ସାଂପ୍ରଦାୟିକତା ଆଧାରରେ ଭେଦଭାବର ମଞ୍ଜି ବୁଣି କ୍ଷମତା ହାସଲ ପାଇଁ ଅହରହ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ଚଳାଇ ରଖିଛନ୍ତି।


News Story - Posted on 2017-07-17

ବଢ଼ୁଛି ଜମି ଓ ପରିବେଶ କର୍ମୀଙ୍କ ହତ୍ୟା



‘ପୃଥିବୀର ରକ୍ଷକ’ ଶୀର୍ଷକ ଏହି ରିପୋର୍ଟ ଅନୁସାରେ ଏହି ସମୟରେ ସାରା ପୃଥିବୀରେ ୨୦୦ ଜଣଙ୍କୁ ଏହି କାରଣରୁ ହତ୍ୟା କରାଯାଇଛି। ଏମାନେ ସମସ୍ତେ ପରିବେଶ ସୁରକ୍ଷା ଓ ଜମି ଅଧିକାର ସପକ୍ଷରେ ଆନ୍ଦୋଳନ କରୁଥିଲେ। ଏଭଳି ହତ୍ୟା କ୍ଷେତ୍ରରେ ଭାରତଠାରୁ ମାତ୍ର ତିନିଟି ଦେଶ ଆଗରେ ଅଛନ୍ତି। ୨୦୧୬ ମସିହାରେ ବ୍ରାଜିଲେରେ ୪୯, କଲମ୍ୱିଆରେ ୩୭ ଜଣ ଓ ଫିଲିପ୍ପାଇନ୍ସରେ ୧୭ ଜଣଙ୍କୁ ହତ୍ୟା କରାଯାଇଛି। ଭାରତର ପଡ଼ୋଶୀଙ୍କ ମଧ୍ୟରେ ବାଂଲାଦେଶରେ ଏହି ବର୍ଷ ୭ ଜଣଙ୍କୁ ହତ୍ୟା କରାଯାଇଛି। ତେବେ ଗତ ବର୍ଷ ଚୀନ ଓ ପାକିସ୍ତାନରେ ଜଣେ ଲେଖାଏଁ ସାମାଜିକ କର୍ମୀ ନିହତ ହୋଇଛନ୍ତି।


News Story - Posted on 2017-07-07

ମେଣ୍ଡାକୁ ମାରୁଛି କିଏ?



ଗତ କିଛିଦିନ ହେବ କଟକ ଜିଲ୍ଲା ନିଆଳି ଲଗାତର ଭାବେ ଖବରକାଗଜ ତଥା ବୈଦ୍ୟୁତିକ ଗଣମାଧ୍ୟମର ଶିରୋନାମା ପାଲଟିଛି। ସ୍ୱତନ୍ତ୍ର ଉପସ୍ଥାପନା, ଗ୍ରାଉଣ୍ଡଜିରୋ ଆଦିରେ ଫାଳ ଫାଳ କାଗଜ ସରୁଥିବାବେଳେ  ଟିଭିରେ ଘଣ୍ଟା ଘଣ୍ଟା ଧରି ଏହି ଖବର ବାଜୁଛି। ଏଇ କିଛି ଦିନ ହେଲା ତ କେତେକ ଟିଭିରେ ଗଧିଆ ଭିଡ଼ିଓ ଦେଖିବାକୁ ମିଳୁଛି। ହେଲେ ଏଇ ଭିଡ଼ିଓ ପ୍ରକୃତରେ କେତେ ସତ ତାହା ସମୟ ଆସିଲେ ଜଣାପଡ଼ିବ। ତେବେ ସେ ଯାହା ବି ହେଉ, ମେଣ୍ଢା ମଡ଼କକୁ ନେଇ ସଙ୍ଗୀତ ପ୍ରେମୀମାନେ ବି ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ପଛେଇ ନାହାନ୍ତି। କିଛିଦିନ ହେବ ମାର୍କେଟରେ ଏବେ ଶୁଣିବାକୁ ମିଳୁଛି ନିଆଳି ମେଣ୍ଢା ମାରୁଛି କିଏ। ବଡ଼ ମଜାଦାର ଗୀତଟିଏ ତିଆରି କରାଯାଇଛି। ତେବେ ପ୍ରକୃତରେ ଏହି ଘଟଣା ପଛରେ ଖଳନାୟକ କିଏ, ତାହା ଏଯାଏ ଜଣାପଡ଼ିନି।


News Story - Posted on 2017-07-06

ପୁଲିସ ଖୋଲିବ ସୋସିଆଲ ମିଡିଆ ଲାବ‌୍‍!



ଭଦ୍ରକ ଦଙ୍ଗା ଓ ରାଉରକେଲା ସାଂପ୍ରଦାୟିକ ହିଂସା ପରେ ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବାକୁ ଚିନ୍ତା ଆରମ୍ଭ କରିଛି ଓଡ଼ିଶା ପୁଲିସ। ସୋସିଆଲ ମିଡିଆରେ ଦିଆଯାଇଥିବା କେତେକ ଟିପ୍ପଣୀ ଯୋଗୁଁ ହିଁ ଭଦ୍ରକରେ ଦଙ୍ଗା ଓ ରାଉରକେଲାରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ତେଣୁ ଏଭଳି ଘଟିବା ଆଗରୁ ସୋସିଆଲ ମିଡିଆରେ ସାମାଜିକ ଶାନ୍ତି ଓ ସଂହତି ନଷ୍ଟ କଲା ଭଳି କ’ଣ କ’ଣ ପୋଷ୍ଟିଂ ହେଉଛି ସେ ସଂପର୍କରେ ତଥ୍ୟ ଜାଣିବାକୁ ଓଡ଼ିଶା ପୁଲିସ ସୋସିଆଲ ମିଡିଆ ଲାବ‌୍‍ ନାମରେ ଏକ ପ୍ରକୋଷ୍ଠ ଖୋଲିବା ପ୍ରସ୍ତାବ ଉପରେ ବିଚାର ବିମର୍ଶ ଆରମ୍ଭ କରିଛି।


News Story - Posted on 2017-05-29

ତିନ‌୍‍ ତଲାଖ



କେତେ ଲୋକ ବିଶ୍ୱାସ କରନ୍ତି ଯେ ମୋଦୀ ସରକାର ଯାହା କରୁଛି ତହିଁରେ ହିନ୍ଦୁତ୍ୱର ଛୁଙ୍କ ରହୁଛି। ଏହାର କାରଣ ବି ବଳିଷ୍ଠ। ଭାଜପାର ଆବିର୍ଭାବ ହୋଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଆଦର୍ଶ ‘ହିନ୍ଦୁ-ଭାରତ’ର ଜଡ଼କୁ ଧରି। ଭାରତରେ ସ୍ୱାଧୀନ ଭାବେ କାମ କରିବା ପ୍ରଧାନମନ୍ତ୍ରୀ ବୋଧେ ନିକଟରେ ମିଳିବେନି। ଡକ୍ଟର ମନମୋହନ ସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଛାଇ ତଳେ ପ୍ରଧାନମନ୍ତ୍ରୀ ରହିଲେ। ମୋଦୀଙ୍କ ସକାଶେ କୁହାଯାଉଛି ଯେ ସେ ସଙ୍ଘର ପ୍ରରୋଚନା ବା ନିର୍ଦ୍ଦେଶରେ କାମ କରୁଛନ୍ତି।


News Story - Posted on 2017-05-26

ଉତ୍କଳ କ୍ଷେତ୍ର ନା ଉତ୍କଟ କ୍ଷେତ୍ର?



ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମହାମରୁଡ଼ିର ମୁଲକ। ଏ ମହାମରୁଡ଼ି କେବଳ ଖାଦ୍ୟାଭାବ କ୍ଷେତ୍ରରେ ଅନୁଭୂତ ହେଉନାହିଁ, ଅନ୍ୟାନ୍ୟ ଅନେକ ‘ଅଭାବ’ କ୍ଷେତ୍ରରେ ମଧ୍ୟ ଅନୁଭୂତ ହେଉଛି। ସେଥିରୁ ମୁଖ୍ୟ ଅଭାବଟି ହେଉଛି ସାରା ଓଡ଼ିଶାରେ ବ୍ୟାପିସାରିଥିବା ଜନ-ସଚେତନତାର ଅଭାବ। ଏ ମୁଲକରେ ମଣିଷମାନଙ୍କୁ ଶାସନର ସାହେନ‌୍‍ସାମାନେ ମୁଣ୍ଡା ଏବଂ ପ୍ରଶାସନର ସାହେବମାନେ ମେଣ୍ଢା ବନାଇଆସିଥିବାର ଅଜବ ଅବସ୍ଥା ବଜାୟ ରହିଲାଣି ବର୍ଷବର୍ଷ। ମୁଣ୍ଡା, ମେଣ୍ଢାମାନଙ୍କ ମେଳିଗୁଡାକୁ ଖତମ‌୍‍ କରିଦେଇ ଗୁଣ୍ଡାଗେଣ୍ଡାମାନେ ଏଠି ଅକ୍ତିଆର କରିନିଅନ୍ତି ଦପ୍ତର ଓ ଦରବାର। କଳାଟଙ୍କାର କୁମ୍ଭୀରକୁଳ କେଳି କରନ୍ତି ଧଳାହାତୀମାନଙ୍କ ଧରାବନ୍ଧା ପହରାଦାରି ଭିତରେ କବି ସାଲବେଗ ଯଦି ବଞ୍ଚିଥାନ୍ତେ ଆଜିଯାଏଁ, ତା’ହେଲେ ଏଠାକାର ଏ କୁତ୍ସିତ କୁମ୍ଭୀର ଆଉ ଧୋବ ଧାଉଳିଆ ହାତୀପଲଙ୍କର ଏଭଳି ଅଭେଦ୍ୟ ପ୍ରୀତି ଦେଖିସାରିବା ପରେ ନିଜ ଭଜନରୁ ସେଇ ପ୍ରସିଦ୍ଧ ପଦଟିକୁ ପ୍ରତ୍ୟାହାର କରିନେଇଥାନ୍ତେ ନିଶ୍ଚୟ - ‘ଗଜରାଜ ଡାକଦେଲା ଥାଇ ଘୋର ଜଳେଣ / ଚକ୍ର ପେଷି ନକ୍ର ନାଶି ଉଦ୍ଧରିଲ ଆପଣ !’


News Story - Posted on 2017-05-26

ମାମୁଲି ମଣିଷ!



ନରେନ୍ଦ୍ର ମୋଦୀଙ୍କ ‘ସୱା କରୋଡ଼ ଦେଶବାସୀଓଁ’ ବା କଂଗ୍ରେସର ‘ଆମ‌୍‍-ଆଦ‌୍‍ମି’ ଆଉ ପ୍ରକାରେ। ସେମାନେ ବୋକା ହେବାକୁ ଦରଖାସ୍ତ ଦିଅନ୍ତି। ଗ୍ରାମୀଣ କର୍ମ-ନିଯୁକ୍ତି ଯୋଜନାରେ ଗ୍ୟାରେଣ୍ଟେଡ‌୍‍ ରୋଜଗାର କରନ୍ତି। ଟଙ୍କାକିଆ ଚାଉଳ ଖାଆନ୍ତି। କାର‌୍‍ ଚଢ଼ନ୍ତି। ମୋବାଇଲ ଧରନ୍ତି। ଟିଭି ରିଆଲିଟି ସୋ’ରେ ଏସଏମଏସ କରନ୍ତି। ୭ମ ବେତନ କମିସନ ରିପୋର୍ଟରେ ଅସନ୍ତୋଷ ବ୍ୟକ୍ତ କରନ୍ତି। ଡାଲି କିଲୋ ଶହେ ଟଙ୍କାରେ କିଣି ଷ୍ଟକ‌୍‍-ମାର୍କେଟ ନାଁରେ ଜୁଆ ଖେଳନ୍ତି। କନ‌୍‍ଭେଣ୍ଟ‌୍‍ ପାଠୁଆ ଝିଅକୁ ବୋହୂ କରିବାକୁ ପସନ୍ଦ କରନ୍ତି କିନ୍ତୁ ତା ତୁଣ୍ଡରୁ ଇଂଲିଶ ଶୁଣିଲେ ତାକୁ ଉଦ୍ଧତ ବୋଲି ଭାବନ୍ତି। ଧୂମଧଡ଼କ ଦୁର୍ନୀତି କରନ୍ତି ଏବଂ ତତୋଧିକ ଉତ୍ସାହରେ ସଦାଚାରର ପ୍ରଚାର ବି କରନ୍ତି। ଗୋବିନ୍ଦଚନ୍ଦ୍ର ବା ମାଧବପ୍ରସାଦ ପୂର୍ବରୁ ଏମାନଙ୍କୁ ଗୋବିନ୍ଦା ବା ମାଧିଆ ଡକା ଯାଉଥାଏ। ପରଟା ସାଇଜ‌୍‍ ଭାରତରେ ଏମାନଙ୍କ ଅବସ୍ଥିତି ରିଫାଇନ ତେଲ ପରି। ମାଫିଆରୁ ମହାତ୍ମା ହେବା ଏମାନଙ୍କ ପାଇଁ ହିଁ ସହଜ। ବହୁ ଉଦାହରଣରୁ ଦୁଇଟି- ଗାନ୍ଧି ଏବଂ ଅବଦୁଲ କାଲାମ।


News Story - Posted on 2017-05-19

ମାଓବାଦ- ଏକ କୁହୁଳା ନିଆଁର ନାଁ ! (୨)



ନକ୍ସଲବାଦୀ ଆନ୍ଦୋଳନ ଆଇନ କାନୁନର ସମସ୍ୟା ନୁହେଁ। ଏହା ଏକ ଅର୍ଥନୈତିକ, ସାମାଜିକ ସମସ୍ୟା। ଏହାର ରାଜନୈତିକ ସମାଧାନ ଏକାନ୍ତ ଆବଶ୍ୟକ। ନକ୍ସଲପନ୍ଥୀମାନେ ନିଜକୁ ସଚ୍ଚା କମ୍ୟୁନିଷ୍ଟ ବୋଲି ଜାହିର କରନ୍ତି। ଏ ଦେଶରେ, ଏପରିକି ସମଗ୍ର ବିଶ୍ବରେ ଏବେବି ସଚ୍ଚା କମ୍ୟୁନିଷ୍ଟର ସଂଧାନ ଖୋଜି ପାଇବା କଷ୍ଟକର ହୋଇପଡ଼ିଛି। ପୁଞ୍ଜିବାଦ ସାମ୍ରାଜ୍ୟବାଦକୁ ଧ୍ବଂସ କରି ସମାଜବାଦରୁ ସାମ୍ୟବାଦ ପ୍ରତିଷ୍ଠା କରିବାର ମାର୍ଗ ମହାନ ଦାର୍ଶନିକ କାର୍ଲ ମାକ୍ସ ଦେଖାଇଥିଲେ। ସେହି ମାର୍କ୍ସବାଦୀ ତତ୍ତ୍ବକୁ ଆଧାର କରି ରୁଷିଆରେ କମ୍ୟୁନିଷ୍ଟ ପାର୍ଟି ନେତୃତ୍ବରେ ମହାନ ଲେନିନ୍ ୧୯୧୭ ମସିହାରେ ସୋଭିଏତ ରୁଷକୁ ପ୍ରଥମ ସମାଜବାଦୀ ରାଷ୍ଟ୍ର ଭାବେ ଘୋଷଣା କରି ସମଗ୍ର ବିଶ୍ବର ଶ୍ରମିକ ଶ୍ରେଣୀ ପାଇଁ ଏକ ନୂଆ ଦିଗନ୍ତ ସୃଷ୍ଟି କରିଥିଲେ।


News Story - Posted on 2017-05-17

ମାଓବାଦ- ଏକ କୁହୁଳା ନିଆଁର ନାଁ!



ସଂପ୍ରତି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କର ବିରୋଧୀ ଦଳକୁ ଯେତେ ଭୟ ନାହିଁ; ମାଓବାଦୀମାନଙ୍କୁ ପ୍ରବଳ ଭୟ। ସରକାର ପାହା ଉପରକୁ ଯେଉଁ ଟେକା ଫିଙ୍ଗୁଛନ୍ତି- ତାହା ପଥର ହୋଇ ଫେରିଆସି ସରକାରୀ କଳ-ଦଳ ଉପରେ ପ୍ରଚଣ୍ଡ ଆଘାତ ଦେଇ ଘାଏଲ୍ କରି ପକାଉଛି। ଛାନିଆରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମାଓବାଦୀମାନେ ଦେଶଦ୍ରୋହୀ ବୋଲି ରଡି ଛାଡୁଛନ୍ତି। ସେମାନଙ୍କୁ ଦମନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟର ରାଜକୋଷରୁ ଲକ୍ଷଲକ୍ଷ କୋଟି ଟଙ୍କା ବରବାଦ ହେଉଛି। ସ୍ଥଳ, ଆକାଶ, ଜଳ ପର୍ଯ୍ୟନ୍ତ ଅର୍ଦ୍ଧ ସାମରିକ ବାହିନୀଠାରୁ ଆରମ୍ଭ କରି ଗ୍ରାମରକ୍ଷୀମାନଙ୍କୁ ନିୟୋଜିତ କରାଯାଉଛି। ସମର ଥମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ବାସ୍ତବରେ ଦେଶଦ୍ରୋହୀ କେଉଁମାନେ? ମାଓବାଦୀମାନେ ନା ରାଜକୋଷ ଲୁଟେରାମାନେ? ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଦରକାର। ପ୍ରକୃତରେ ଯିଏ ଦେଶଦ୍ରୋହୀ, ଜନଦ୍ରୋହୀ ସେମାନଙ୍କୁ ଜନ ଦରବାରରେ ଫାସି ବଦଳରେ ଗୁଳିକରି ମାରିଦେବା କିମ୍ବା ବେକ ପର୍ଯ୍ୟନ୍ତ ମାଟିରେ ପୋତି ମୁଣ୍ଡରେ ଚିନି ବୋଳି ଦେଇ ଜନ୍ଦା, ପିମ୍ପୁଡ଼ିଙ୍କ ପାଇଁ ଆହାର କରିଦେବା ଆବଶ୍ୟକ। ଏସବୁ ସମସ୍ୟାର ଚେର ଖୋଜି ବସିଲେ ଆମକୁ ଅଦୂର ଭବିଷ୍ୟତରେ ତଦାରଖ କରିବାକୁ ପଡ଼ିବ ସୁଇସ୍‌ ବ୍ୟାଙ୍କର ଗୁପ୍ତ ଆକାଉଣ୍ଟ- ଯେଉଁଠି ଭାରତବର୍ଷର କଳଙ୍କିତ କୁଳାଙ୍ଗାରମାନେ କୋଟିକୋଟି କଳାଟଙ୍କା ଠୁଳ କରି ମୂଳପୋଛ କରିସାରିଛନ୍ତି ଏ ଦେଶର ଅର୍ଥନୀତିକୁ ! ଏହି ଠୁଳକାରୀ କୁଳପାଂଶୁଳ ବାହିନୀ ଭାରତବର୍ଷର ରାଜନୀତି, ଶିଳ୍ପବାଣିଜ୍ଯଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରକୁ କବଳିତ କରିସାରିଲେଣି। ଏମାନେ ହିଁ ଆମର ଶତ୍ରୁ। ଏଣୁ ଏମାନେ ପଣସ ଖାଇବେ ଆଉ ମାଓବାଦୀଙ୍କ ମୁଣ୍ଡରେ ଅଠା ବୋଳାଯିବ- ଇଏ କି କଥା!


News Story - Posted on 2017-05-16

ମୃତ୍ୟୁର ଉପତ୍ୟକା- ଶାନ୍ତି କେବେ?



ଭାରତରେ ମାଓବାଦୀ ସନ୍ତ୍ରାସ ପ୍ରାୟ ତିରିଶ ବର୍ଷ ଧରି ଭୟାନକ ରୂପ ନେଇ ସାରିଲାଣି। କଥିତ ବିପ୍ଲବୀମାନେ ରାଷ୍ଟ୍ରର ପତନ ଚାହାଁନ୍ତି। ସେମାନଙ୍କ ଆଦର୍ଶ ବା ବିପ୍ଳବର ଗତିପଥ କ’ଣ, ସବୁ ଆଲୋଚନା ଅନୁମାନରେ ଚାଲିଛି। ସରକାର ଓ ସନ୍ତ୍ରାସୀଙ୍କ ଭିତରେ ଯୋଗାଯୋଗ ସ୍ଥାପନ ହୋଇପାରିନି!


News Story - Posted on 2017-04-29

କେବେ ଦୂର ହେବ ଅନ୍ଧବିଶ୍ବାସ?



ଏମିତି ବର୍ଷ ପରେ ବର୍ଷ ଗଡ଼ି ଯାଏ। ଓଡ଼ିଶାର ଆଦିବାସୀ ବହୁଳ ଅଂଚଳେର ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ବନ୍ଦ ହୁଏ ନାହିଁ। ସତର ବର୍ଷ ହେଲା ଶାସନ କ୍ଷମତାରେ ଥିବା ଲୋକ ରାଜ୍ୟର ଯେତେ ବିକାଶ ହୋଇଛି ବୋଲି ଦାବି କଲେ ଏବଂ ବୋକା ଓ ଭକୁଆମାନେ ସେଥିପାଇଁ ସେମାନଙ୍କୁ ଯେତେ ସମର୍ଥନ କଲେ ବି ଗୁଣିଗାରେଡ଼ିରେ ବିଶ୍ବାସ କରୁଥିବା ଏବଂ ତାହାକୁ ନେଇ ପ୍ରତିବର୍ଷ ଗଣ୍ଡାଗଣ୍ଡା ମଣିଷଙ୍କୁ ହତ୍ୟା କରାଯାଉଥିବା ଏକ ପ୍ରଦେଶ କେତେ ବିକଶିତ ତାହା ଜଳଜଳ ହୋଇ ଦେଖାଯାଉଛି। ଯେଉଁ ସମାଜ ଶିକ୍ଷିତ, ସଚେତନ, ସମୃଦ୍ଧ ସେଠି କ’ଣ ଏମିତି ଘଟଣା ଘଟେ? ଯେଉଁଠି ଆଇନର ଶାସନ ଚାଲେ, ସରକାର ସର୍ବଦା ସକ୍ରିୟ, ସେଠି କ’ଣ ଏହା ସମ୍ଭବ?


News Story - Posted on 2017-04-27

ହିନ୍ଦୁମାନେ ଆମିଷପ୍ରିୟ!



ବିଶ୍ୱର ସର୍ବପୂରାତନ ଗଣତାନ୍ତ୍ରିକ ଦେଶ ଆମେରିକାରେ ୧୬ ପ୍ରତିଶତ ଲୋକ କୌଣସି ଧର୍ମରେ ବିଶ୍ୱାସ କରନ୍ତି ନାହିଁ। ବ୍ରିଟେନ‍୍‌ର ୨୬ ପ୍ରତିଶତ ଲୋକ ମଧ୍ୟ କୌଣସି ଧର୍ମକୁ ମାନନ୍ତି ନାହିଁ। କିନ୍ତୁ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତରେ ହିନ୍ଦୁ ରାଷ୍ଟ୍ର ନିର୍ମାଣ ପାଇଁ ଶାସନ କ୍ଷମତାରେ ଥିବା ଦଳର ନେତାମାନେ ଦାବି କରୁଛନ୍ତି ଯେ ସମସ୍ତେ ଅର୍ଥାତ୍ ଭାରତରେ ବସବାସ କରୁଥିବା ସବୁ ସଂପ୍ରଦାୟ ଓ ମତବାଦର ଲୋକମାନେ ଏକ ସ୍ୱରରେ ହିନ୍ଦୁ ରାଷ୍ଟ୍ର ନିର୍ମାଣ ପାଇଁ ଆଗେଇ ଆସିବା ଦରକାର। କେହି ଏଠି ଧର୍ମକୁ ନମାନିବା ଲୋକ ରହିପାରିବେ ନାହିଁ। ଏଭଳି ଏକ ପରିବେଶ ସପକ୍ଷରେ ହିନ୍ଦୁତ୍ୱବାଦୀ ନେତାମାନେ ଯୁକ୍ତି ଉପସ୍ଥାପନ କରୁଛନ୍ତି।


News Story - Posted on 2017-04-27

ଜମିକୁ ଉର୍ବର କର



ଜମି ଚାଷ କରିବା, ବିହନ ବୁଣିବା, ଚାରାକୁ ଯତ୍ନ କରିବା, କୋଡା ଖୋସା କରିବା, ରୋଗ ପୋକ ନିୟନ୍ତ୍ରଣ କରିବା, ଫସଲ ହେଲା ପରେ ଶସ୍ୟ ସଂଗ୍ରହ କରିବା ଏବଂ ଏହାକୁ ଉପଯୁକ୍ତ ଭାବେ ସାଇତି ରଖିବା- କିଛି ଖାଇବା ପାଇଁ ଏବଂ କିଛି ପରବର୍ତ୍ତୀ ସମୟର ବିହନ ପାଇଁ- ହେଉଛି ଫସଲ ଚକ୍ର। ଏତିକି ହେଲେ ଫସଲ ହୁଏ, ଖାଦ୍ୟ ଥାଳି ପର୍ଯ୍ୟନ୍ତ ପହଞ୍ଚିଥାଏ ଏବଂ ଖାଦ୍ୟ ଶସ୍ୟର ଦରଦାମ ନିୟନ୍ତ୍ରଣ ଭିତରେ ରୁହେ।


News Story - Posted on 2017-04-27

ନାହିଦ୍‌ର ଫତୱା- ନିଷ୍କର୍ମା ରାଷ୍ଟ୍ର



ଆସାମର ନାବାଳିକା ଗାୟିକା ନାହିଦ‌୍‍ ଆଫ୍ରିନ‌୍‍ଙ୍କ ବିରୋଧରେ କିଛି ମୁସଲମାନ ମୌଳବାଦୀ ସଂଗଠନ ଫତୱା ଜାରି କରିଥିଲେ। ନାହିଦ‌୍‍ଙ୍କ ଦୋଷ ହେଉଛି ଯେ ସେ ମସଜିଦ‌୍‍ ପାଖରେ ସର୍ବସାଧାରଣ ସ୍ଥାନରେ ସଂଗୀତ ପରିବେଷଣ କରିବାକୁ ଚାହଁୁଥିଲେ। ଏଥିପାଇଁ ସେ ମୌଳବାଦୀ ମୁସଲମାନ ସଂଗଠନମାନଙ୍କର ରୋଷର ସମ୍ମୁଖୀନ ହୋଇଥିଲେ। ଯଦିଓ ନାହିଦ‌୍‍ ହତାଶ ହୋଇପଡିଥିଲେ ତେବେ ସେ ଏହି ଫତୱାକୁ ନମାନିବାକୁ କହି ସେ ବେଶ‌୍‍ ସାହାସିକତାର ପରିଚୟ ଦେଇଥିଲେ। ଆଉ ଭାରତୀୟ କଳାକାର ଏବଂ ବୁଦ୍ଧିଜୀବିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନାହିଦ‌୍‍ଙ୍କ ସହିତ ଠିଆ ହେବାକୁ ଉଚିତ‌୍‍ ମନେକରିଥିଲେ।


News Story - Posted on 2017-04-08

ଫେସ‌୍‍ବୁକ‌୍‍ ଏକ ସାମାଜିକ ବୋମା!



ଭାରତ ଏକ ବିବିଧ ଧର୍ମ ଓ ସଂସ୍କୃତିର ଦେଶ। ଏ ଦେଶରେ ଅନେକ ଭାଷା, ଅନେକ ଖାଦ୍ୟ, ଅନେକ ପୋଷାକ, ଅନେକ ଆଭରଣ, ଅନେକ ମତବାଦ। ଏଠି ଶାସକ ବର୍ଗ ଜନତାଙ୍କ ଦୁଃଖ ଓ ଯନ୍ତ୍ରଣା ଦୂର କରିବାରେ ଶହଶହ ବର୍ଷ ଧରି ବିଫଳ ହୋଇଥିବାରୁ ଲୋକମାନେ ଧର୍ମ ଓ ବିଶ୍ୱାସକୁ ଆଧାର କରି ବଂଚି ରହିଛନ୍ତି। ଏଭଳି ସମ୍ୱେଦନଶୀଳ ଲୋକଙ୍କୁ ଫେସ‌୍‍ବୁକ‌୍‍ ଆଦି ମିଥ୍ୟା-ପ୍ରବଣ ସୋସିଆଲ ମିଡିଆ ଜରିଆରେ ଅଧିକ ଉଦଭ୍ରାନ୍ତ, ଉନ୍ମାଦ ଓ ହିଂସ୍ର କରାଯାଇପାରେ। ତାହା ଦେଶ ଓ ସମାଜ ପାଇଁ ବିପଦ। କିଛି ଲୋକ ବ୍ୟକ୍ତିଗତ କ୍ରୋଧ ଶୁଝାଇବାକୁ ବା ସୁଦ୍ଦୁ ବ୍ୟକ୍ତିଗତ ମଜା ଦେବାକୁ ବି ଅନେକ ଝିଅବୋହୂଙ୍କ ଇଜ୍ଜତ ସହ ଖେଳୁଛନ୍ତି ଏଇ ମିଡିଆରେ। ଏହା ଅନେକଙ୍କ ଘର ଉଜାଡ଼ି ଦେଉଛି, ଅନେକଙ୍କ ଜୀବନନାଶର ମଧ୍ୟ କାରଣ ହେଉଛି। ତେଣୁ ଭାରତ ସରକାର ଏଭଳି ଏକ ଭର୍ଚୁଆଲ ମିଡିଆକୁ ଏଭଳି ନିୟନ୍ତ୍ରଣହୀନ ଭାବେ ଛାଡ଼ିଦେବା ଉଚିତ ନୁହେଁ। ଲୋକମାନଙ୍କର ଅଭିବ୍ୟକ୍ତିର ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖି ଏଭଳି ଏକ ମିଡିଆକୁ କିପରି ଦାୟିତ୍ୱସଂପନ୍ନ କରାଯାଇ ପାରେ ତାହା ଭାରତ ସରକାର ଚିନ୍ତା କରିବା ଉଚିତ। 


News Story - Posted on 2017-03-27

ପାଠୁଆ, ଅପାଠୁଆ, କୁପାଠୁଆ



ମୁଁ କେଉଁ ଜାଗାର କଥା କହୁଛି କହିଲେ? ଆପଣଙ୍କ ଗାଁ କଥା? ହେଇ ପାରେ! ଭୁବନେଶ୍ବର କଥା। ହଁ ମ, ସେଠି ବି ସେମିତି! ଦିଲ୍ଲୀ କଥା କି? ଏମିତି ଘଟଣାଟେ ପରା ଦୁଇ ତିନ ଦିନ ତଳେ ହେଇଥିଲା! ସେକଥା ଛାଡ଼ନ୍ତୁ ମ! ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ପରା ଏବେ ସେଇ ଏକ କଥା। ଏ ବାତାବରଣକୁ ଆପଣ ଯେଉଁ ନା ଦିଅନ୍ତୁ ନ କାହିଁକି, ସମଗ୍ର ବିଶ୍ବର ଆଜି ଏଇ ସମସ୍ୟା, କେଉଁଠି ଅଧିକ ତ କେଉଁଠି କମ। କେତେ ଜୋରରେ ପାଟି କରି କେମିତି ସାମ୍ନା ଲୋକର ପାଟି ବନ୍ଦ କରିହେବ- ଚାଲିଛି ସେଇ ବିକଳ ପ୍ରତିଯୋଗିତା। ଯୁବରାଣୀ ଡାଏନାଙ୍କ କଥା ମନେ ଅଛି? ମରିବାର କିଛିଦିନ ପୂର୍ବରୁ ସେ କହିଥିଲେ, ଏ ବିଶ୍ବର ସବୁଠାରୁ ବଡ ଶତ୍ରୁ ହେଉଛି ଅପାଠୁଆ ଓ କୁପାଠୁଆଙ୍କ ବାକବିତଣ୍ଡାରେ ସୃଷ୍ଟି ହେଉଥିବା ଅସହିଷ୍ଣୁତାର ବାତାବରଣ।


News Story - Posted on 2017-03-18

ଚଉଠି ରାତିରେ ୱାଇଫ୍‌ ସ୍ବାପିଂ!



ଏଇ ସଂସ୍କୃତି ବାସ୍ତବରେ ଭୁବନେଶ୍ବରର ବଡ଼ ବଡ଼ ଧନୀ ଓ ପ୍ରଭାବଶାଳୀଙ୍କ ଘରେ ବହୁ ବର୍ଷ ତଳୁ ପ୍ରଚଳିତ ଓ ପ୍ରତିଷ୍ଠିତ। ରାଜଧାନୀର ଏକ ସମ୍ଭାନ୍ତ କ୍ଲବ୍‌ରେ କାଳେ ଏହା ଏକ ସ୍ବାଭାବିକ ମନୋରଂଜନଧର୍ମୀ ଖେଳ! ସେଠାରେ ସ୍ବାମୀମାନେ ନିଜନିଜ କାର୍‌ର ଚାବି ଅଦଳବଦଳ କରି ରାତିକ ପାଇଁ ପତ୍ନୀ ବଦଳ କରିଥାନ୍ତି। ସେଥିରେ କାଳେ ପତ୍ନୀମାନଙ୍କର ସମ୍ମତି ଥାଏ!


News Story - Posted on 2017-03-09

‘ମହିଳା-ମାନସିକତା ବଦଳୁ’



ମହିଳାମାନେ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ବୁଧବାର କିଟ‌୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଅତିଥିମାନେ ମତ ଦେଇଛନ୍ତି। କିଟ‍୍‌ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ପ୍ରଜ୍ଜ୍ୱଳାର ପ୍ରତିଷ୍ଠାତ୍ରୀ ପଦ୍ମଶ୍ରୀ ସୁନୀତା କୃଷ୍ଣନ‌ କହିଥିଲେ, ଆନ୍ତର୍ଜାତିକ ମହିଳା ଦିବସ ପାଳନ ମହିଳାମାନଙ୍କ ଉଦ୍ଦେଶ୍ୟରେ ନୁହେଁ, ଏହା ପ୍ରକୃତରେ ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ। ମହିଳାମାନଙ୍କ ପ୍ରତି ପୁରୁଷମାନଙ୍କର ଯେଉଁ ମାନସିକତା ରହିଛି, ସେଥିରେ ପରିବର୍ତ୍ତନ ଆଣିବା ପାଇଁ ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ। ମହିଳାମାନେ ଉପଭୋଗର ବସ୍ତୁ ନୁହେଁ ବୋଲି ପୁରୁଷମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଉଚିତ। ପୁରୁଷମାନଙ୍କର ଏଭଳି ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ମହିଳାମାନଙ୍କୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ମହିଳାମାନେ ନିଜକୁ ଦୁର୍ବଳା, ଅବଳା ମନେ ନ କରି ନିଜକୁ ଶକ୍ତିଶାଳୀ ମନେକରିବା ଉଚିତ।


News Story - Posted on 2017-03-09

ଗହ୍ମା ପୁନେଇଁରେ ମାଈଁ!



ହେଲେ ଏତେସବୁ ଘଟିବା ପରେ ବି କାହିଁକି ମନରେ ପ୍ରଶ୍ନ ଉଠେ ଯେ, ପ୍ରକୃତରେ କ’ଣ ଆଜିର ସମାଜରେ ନାରୀ ସୁରକ୍ଷିତ? ଯଦି ସୁରକ୍ଷିତ ତେବେ କେମିତି ଆମ ଗାଁ ଗୁରୁବାରୀ ମାଉସୀ ଝିଅର ୧୬ ବର୍ଷର ଝିଅକୁ ମଦ ପିଇ ୪ ଜଣ ଅତି ବୀଭତ୍ସ ଭାବରେ ଧର୍ଷଣ କଲେ? ଯଦି ଏଯାଏଁ ସମାଜରୁ ନାରୀଙ୍କ ଉପରୁ ଜୁଲମ ହଟିଯାଇଛି ତେବେ କାହିଁକି ସୁର ଅଜାଙ୍କ ୨୧ ବର୍ଷର ବୋହୂ ବିଧବା ହେଇ ଘରର ଚାରି କାନ୍ଥରେ ପଡ଼ି ରହିଁ ଦଇବକୁ ଭରସା କରି ବଞ୍ଚିଛି?


News Story - Posted on 2017-03-07

ନାଟକ, ଦର୍ଶକ-ଶୃଙ୍ଖଳା ଓ ସ୍ଵାଭିମାନ



ଦର୍ଶକକୁ ବାଦ୍ ଦେଇ ନାଟକର ପରିକଳ୍ପନା କରାଯାଇ ନ ପାରେ। ପ୍ରଖ୍ୟାତ ନାଟ୍ୟକାର ବାଦଲ ସରକାରଙ୍କ ଭାଷାରେ, ନାଟକର ସର୍ବଶେଷ ହେଉଛି ଜଣେ କଳାକାର ଓ ଜଣେ ଦର୍ଶକ। ତେଣୁ ନାଟକର ଦର୍ଶକଟିଏ ହେବା ଏକ ଗୁରୁଦାୟିତ୍ଵ। ଏବେ ଭୁବନେଶ୍ଵରରେ ବିଭିନ୍ନ ସଂସ୍ଥା ଦ୍ଵାରା ନିୟମିତ ଭାବେ ନାଟ୍ୟ ପ୍ରଦର୍ଶନ ହେଉଥିବାରୁ କିଛି ଦର୍ଶକ ନାଟକମୁହାଁ ହୋଇଛନ୍ତି, ଯାହା ଏକ ଶୁଭସଂକେତ। କିନ୍ତୁ ଏଥିସହିତ ଦର୍ଶକର ଆଚରଣ ଓ ସ୍ଵାଧୀନତା ସମ୍ପର୍କିତ କେତୋଟି ପ୍ରଶ୍ନ ଉଙ୍କିମାରୁଛି, ଯେଉଁଗୁଡିକୁ ଧ୍ୟାନ ଦେଲେ ଆମେ ହୁଏତ ଏକ ରୁଚିସମ୍ପନ୍ନ ଦାୟିତ୍ଵବାନ ଦର୍ଶକଗୋଷ୍ଠୀ ଉଭା କରିପାରିବା।


News Story - Posted on 2017-03-06

ନୂତନ ପ୍ରୟାସ କଳିଙ୍ଗ ଫେଲୋସିପ‍୍‌



କଳିଙ୍ଗ ଫେଲୋସିପ‍୍‌ ପକ୍ଷରୁ ଓଡ଼ିଶାରେ ମହିଳାଙ୍କୁ ଯୌନ ନିର୍ଯାତନାର ସଂପୂର୍ଣ୍ଣ ବିଲୋପ ଲକ୍ଷ୍ୟରେ ଏକ ପାଞ୍ଚ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ଏଦିଗରେ କଳିଙ୍ଗ ଫେଲୋସିପ‍୍‌ ହେଉଛି ଏକ ଅଭିନବ ପ୍ରୟାସ। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ କଳିଙ୍ଗ ଇନ‍୍‌ଷ୍ଟିଚ୍ୟୁଟ‍୍‌ ଅଫ୍ ସୋସିଆଲ‍୍‌ ସାଇନ‍୍‌ସେସ‍୍‌ (କିସ‍୍‌) ମାଧ୍ୟମରେ ବ୍ରିଜ୍‌ ଏଫ୍ଏକ୍ସବି ଇଣ୍ଡିଆ, ଦାସ‍୍‌ରା, ନୀତି ଫାଉଣ୍ଡେସନ‍୍‌, ଅଶୋକା ଇଣ୍ଡିଆ ଓ ଓଡ଼ିଶା ସରକାର ସହଯୋଗରେ କଳିଙ୍ଗ ଫେଲୋସିପ ହେଉଛି ଏକ ନୂଆ ସୃଷ୍ଟି।


News Story - Posted on 2017-03-05

ବିଜୁବାବୁଙ୍କ କାର୍ଟୁନ ଓ ପରେଶ ପ୍ରଧାନ



ଆମେସବୁ ସାଙ୍ଗରେ ଗଲୁ। ରଂଗୀନ କାର୍ଟୁନ ଚିତ୍ରଗୁଡ଼ିକ ଦେଖି ଭାରି ଖୁସି ହେଲେ। ଗୋଟିଏ କାର୍ଟୁନ ଛବି ପାଖରେ ଅଟକି ଯାଇ ଚଷମାକୁ ଦୁଇ ତିନି ଥର ଉପର ତଳ କରି ପଚାରିଲେ, ‘ଏଇସବୁ କାର୍ଟୁନ କିଏ କରିଛି ?’ ମୁଁ କହିଲି, ପରେଶ ପ୍ରଧାନ। ତାକୁ ଡାକ୍। ମୁଁ ପଛକୁ ଅନେଇଲି। ଆମେ ସମସ୍ତେ ବିଜୁବାବୁଙ୍କ ପାଖରେ କାର୍ଟୁନ ଚିତ୍ର ଦେଖୁଥିଲା ବେଳେ ପରେଶ ପ୍ରଧାନ ମଧ୍ୟ ଆମ ସାଙ୍ଗରେ ଥିଲା। ମାତ୍ର ଦେଖିଲା ବେଳକୁ ନାହିଁ। ବିଜୁବାବୁ ନିରିଖି କରି ସେଇ କାର୍ଟୁନ ଚିତ୍ରଟି ଦେଖୁଥା’ନ୍ତି। ଚିତ୍ରଟି ଥିଲା ବିଜୁବାବୁ ନନ୍ଦିନୀ ଦେବୀଙ୍କୁ ପିଚିକାରୀ ମାରି ରଙ୍ଗ ଖେଳୁଛନ୍ତି ଓ ନନ୍ଦିନୀଦେବୀ ଥାଉ ଥାଉ ମୁଦ୍ରାରେ ଅଛନ୍ତି। ଟିକିଏ ନିରବତା ପରେ ବିଜୁବାବୁ ପୁଣି ପଚାରିଲେ ଡାକିଲୁ ତାକୁ? ମୁଁ କହିଲି, ସାର୍ ସିଏ ନାହିଁ। ‘କ’ଣ ତା’ ନାଁ?’ ବୋଲି ବିଜୁବାବୁ ପଚାରିଲେ। ପୁଣି ସେଇ ନାଁଟି ନେଲି, ‘ପରେଶ ପ୍ରଧାନ।’


News Story - Posted on 2017-03-05

କିମ୍ୱଦନ୍ତୀର ମହାନାୟକ



କିମ୍ୱଦନ୍ତୀର ମହାନାୟକ ସେ। ନିର୍ବିକାର ମଣିଷ। ଅହରହ ଚିନ୍ତା ଥିଲା ଓଡିଆ ଜାତି କିପରି ଆଗକୁ ବଢିବ, ବିଶ୍ୱ ଦରବାରରେ ଓଡିଶା କିପରି ଖ୍ୟାତି ଲାଭକରିବ। ତାହା ଥିଲା ବିଜୁ ବାବୁଙ୍କର ସ୍ୱପ୍ନ। ସମାଲୋଚନାରେ ସେ ଭାଙ୍ଗି ପଡୁ ନଥିଲେ କିମ୍ୱା ପ୍ରଶଂସା ଶୁଣି ଆତ୍ମହରା ହୋଇ ଯାଉ ନଥିଲେ। ଉଚ୍ଚ ମନ ଏବଂ ପ୍ରଶସ୍ତ ହୃଦୟର ଅଧିକାରୀ ଥିଲେ ସେ। ସଂକୀର୍ଣ୍ଣତା କିମ୍ୱା ହିନମନ୍ୟତା ତାଙ୍କୁ କେବେହେଲେ ଛୁଇଁପାରି ନଥିଲା। ସେ ଥିଲେ ଦୃଢ ମାନସିକତା ସଂପନ୍ନ ବ୍ୟକ୍ତି। ମାତୃଭୂମିର ସେବା ପାଇଁ ନିଜ ଜିଦ‌୍‍ ଆଗରେ ସେ କେବେ ହାରିଯାଉ ନଥିଲେ। ସେ ପ୍ରମାଣିତ କରିଥିଲେ ଦୃଢ ଇଚ୍ଛାଶକ୍ତି ଆଗରେ କୌଣସି ପ୍ରକାର ପ୍ରତିବନ୍ଧକ ବିଜୟ ଲାଭ କରି ପାରିବ ନାହିଁ। ନିଜ ଦୁଃସାହସିକତା ପାଇଁ ସେ ଯେତିକି ଖ୍ୟାତି ଲାଭ କରିଥିଲେ ଦୃଢ ଦେଶପ୍ରେମର ନଜିର ଦେଇ ସେତିକି ଜନପ୍ରିୟତା ହାସଲ କରିଥିଲେ। ସାଧାରଣ ମଣିଷ ବର୍ତ୍ତମାନ ବିଷୟରେ ଚିନ୍ତା କରୁଥିବା ବେଳେ ସେ ସୁଦୂର ଭବିଷ୍ୟତ ଚିନ୍ତାରେ ମଗ୍ନ ରହୁଥିଲେ। ସେ ଥିଲେ ସ୍ୱପ୍ନଦର୍ଶୀ, ଯାହା ଭାବୁଥିଲେ ତାକୁ କାର୍ଯକ୍ଷେତ୍ରରେ ପ୍ରତିଫଳିତ କରିବାକୁ ଚାହଁୁ ଥିଲେ। ଆଗାମି ପିଢି ପାଇଁ ପ୍ରେରଣ&a


News Story - Posted on 2017-03-02

ଯେତେ ମଣିଷ ସେତେ ଉପନ୍ୟାସ!



ସମସ୍ତେ ଟଲଷ୍ଟୟ ହୋଇପାରନ୍ତି ନାହିଁ କି ଗର୍କୀ। ସମସ୍ତେ ପ୍ରେମଚନ୍ଦ‌୍‍ ହୋଇପାରନ୍ତି ନାହିଁ କି ଫକୀରମୋହନ। ସମସ୍ତେ ଶରତଚନ୍ଦ୍ର ହୋଇପାରନ୍ତି ନାହିଁ କି କାହ୍ନୁଚରଣ। ସେମିତି ସମସ୍ତେ କ’ଣ ଲେଖିପାରନ୍ତି ଅଙ୍କଲ‌୍‍ ଟମ‌୍‍ସ‌୍‍ କ୍ୟାବିନ‌୍‍ ନା କ୍ରାଇମ‌୍‍ ଏଣ୍ଡ‌୍‍ ପନିଶ‌୍‍ମେଣ୍ଟ‌୍‍ ? ମହାନ‌୍‍ ଲେଖକମାନେ ଯେମିତି ସବୁଦେଶର, ମହତ୍ତର କୃତିଗୁଡ଼ିକ ବି ସେମିତି ସବୁ କାଳର। ସମସ୍ତେ ସେମାନେ ବରଣୀୟ। ସେମାନଙ୍କ କାଳଜୟୀ କୃତିସବୁ ମଧ୍ୟ ସ୍ମରଣୀୟ। ସେମାନେ ବଜାରର ହଜାର ଜଣଙ୍କ ପାଇଁ ଲେଖିବା ଅପେକ୍ଷା ନିଜ ଅନ୍ତଃପୁରୁଷର ଆଜ୍ଞା ପାଳନ କରିବାକୁ ହିଁ ଲେଖୁଥିଲେ। ଆମେ ଆଜି ଉପନ୍ୟାସର ଯୁଗାନ୍ତର ପାଇଁ କାମନା କରୁଥିବା ବେଳେ ଏଇ ସରଳ ସତ୍ୟଠାରୁ ଯେପରି ଦୂରେଇ ନ ଯାଉ - ଅନ୍ତତଃ ଏତିକି ମନେ ରହିପାରିଲେ ଭଲ।


News Story - Posted on 2017-01-24

 

ଶିଶୁ କାହିଁକି ଶ୍ରମିକ? ସମାଧାନ କ’ଣ?



 ଏହି ତଥ୍ୟ ଦେଖିଲା ପରେ ଆମେ କେଉଁଠି ଅଛୁ ତାହା ଚିନ୍ତା କରିବାର ସମୟ ଆସିଛି। ୧୯୪୮ କାରଖାନା ଅଧିନିୟମରେ ୧୪ ବର୍ଷର ଶିଶୁଙ୍କୁ ନିୟୋଜନ କରିବା ପାଇଁ ନିଷେଧ କରାଯାଇଛି। ସେହିଭଳି ୧୯୫୨ ଖଣି ଅଧିନିୟମ ଅନୁସାରେ ୧୮ ବର୍ଷରୁ କମ୍ ବୟସର ଶିଶୁ ଖଣିରେ କାମ କରିବା ପାଇଁ ମନା କରାଯାଇଛି ଏବଂ ୧୯୮୬ ଶିଶୁ ଓ କିଶୋର ଶ୍ରମିକ ନିଷେଧ ଅଧିନିୟମ ଅନୁସାରେ ୧୪ ବର୍ଷରୁ କମ୍ ବୟସର କୌଣସି ଶିଶୁଙ୍କୁ ସରକାରଙ୍କ ଦ୍ବାରା ଚିହ୍ନଟ ହୋଇଥିବା ବିପଦପୂର୍ଣ୍ଣ କାର୍ଯ୍ୟରେ କାମ କରିବା ପାଇଁ ବାରଣ କରାଯାଇଛି। ଏତେସବୁ ଆଇନ୍ ସତ୍ତ୍ବେ କାହିଁକି ଗୋଟିଏ ଶିଶୁ ଆଜି ଶ୍ରମିକ ହୋଇ କାମ କରିବା ପାଇଁ ଇଛୁକ ତାହା ସମସ୍ତେ ଚିନ୍ତା କରିବାର ସମୟ ଆସିଛି।


News Story - Posted on 2017-01-21

ନର୍ଲାର ସୁନାଝିଅ



ଘରୋଇ ଯୌନ ନିର୍ଯାତନାର ଶିକାର ହୁଅନ୍ତି ଅନେକ ନାବାଳିକା। ନିଜ ସଂପର୍କୀୟ ଏ କାଣ୍ଡରେ ବେଶି ଭାଗରେ ସଂପୃକ୍ତ ଥାଆନ୍ତି ବୋଲି ଅନେକ ସର୍ଭେ ରିପୋର୍ଟ ଦର୍ଶାଇଛି। କିନ୍ତୁ ମାମଲା ଅନେକ କ୍ଷେତ୍ରରେ ଚପିଯାଏ। ଝିଅମାନଙ୍କୁ ବାଧ୍ୟ କରାଯାଏ- ସୁନା ଝିଅ ହେବାକୁ। ସୁନା ଝିଅ- ମୁହଁ ଖୋଲେନା। ସୁନା ଝିଅ - ସବୁ ସହେ। ସୁନା ଝିଅ- ଏକା କାନ୍ଦେ। ସୁନା ଝିଅ- କାହା ପାଖରେ ନିଜକୁ ଖୋଲି କହି ପାରେନି।


News Story - Posted on 2017-01-10

ଅବହେଳା କଲେ ଅଧିକାର ନାହିଁ



ସମୟ କ୍ରମେ ଏସବୁରେ ଆସିଛି ପରିବର୍ତ୍ତନ। ବାପା/ମାଆଙ୍କ ପାଇଁ କିନ୍ତୁ ପରିବର୍ତ୍ତନ ନାହିଁ। ସେମାନେ ଏବେ କି ସେଇ ଲକ୍ଷ୍ୟରେ ପୁଅକୁ ମଣିଷ କରନ୍ତି ସେମାନଙ୍କୁ ଶେଷ ସମୟରେ ସାହାରା ହେଉ କି ନ ହେଉ। ପୁଅଟିଏ ବଡ଼ ହେଲାପରେ ପିତାମାତାଙ୍କ ପ୍ରତି ସବୁ ଦାୟିତ୍ବ ଭୁଲିଯାଏ, ତାହା ପୁଣି ଆଉ ଗୋଟେ ପରଝିଅ କଥାରେ। ଯେଉଁ ପୁଅକୁ ଦୀର୍ଘ 30 ବର୍ଷ ପାଳି ପୋଷି ମଣିଷ କଲେ, ସେ କିନ୍ତୁ ବିବାହ କରିବା ପରେ କାହିଁକି କେଜାଣି ପିତାମାତାଙ୍କୁ ଅବହେଳା କରେ ତାହାର କାରଣ ଅନେକ। ଦିନ କେଇଟାରେ ସେ ନିଜ ଜମକରା ପିତାମାତାଙ୍କୁ ମଧ୍ୟ ଜରାଶ୍ରମରେ ଛାଡ଼ିବା ପାଇଁ ପଛାଇ ଯାଏ ନାହିଁ। କେତେକ ସ୍ଥଳରେ ପିତାମାତାଙ୍କୁ ଭାଗ ଭାଗ କରି ପୁଅମାନେ ପୋଷନ୍ତି। କିନ୍ତୁ ମାଆଟିଏ ନିଜ ପେଟରେ ପେଟେ ଭୋକ ରଖି ତା ପିଲାମାନଙ୍କୁ ସମାନ ଭାବେ ଖାଇବାକୁ ଦିଏ। ଅପରାଧୀ ହେଲେ ବି କାନି ପଣତରେ ସେଇ ସ୍ନେହ ଆଦର ଦେଇ ଜାବୁଡ଼ି ଥରେ। ମାଆ ଆଖିରେ ତା ପୁଅ କେବେ ଅପରାଧୀ ହୋଇପାରେନା। ଏମିତି ଯୁକ୍ତି ବି ବାଢ଼ିବାର ନଜିର ରହିଛି। ମାଆ କିନ୍ତୁ କେବେ ଭାଗ କରେନି କୌଣସିଥିରେ।


News Story - Posted on 2016-11-12

ହନୁମାନ ପଇଁ ୨୦ ହତ୍ୟା!



ପ୍ରାୟ ଦୁଇ ହଜାର ବର୍ଷତଳେ ଇଜିପ୍ଟରେ ଏକ ରହସ୍ୟମୟ ବସ୍ତୁ ସଂପର୍କରେ ଲୋକଙ୍କର ବିଶ୍ୱାସ ଥିଲା। ଏହି ରହସ୍ୟମୟ ବସ୍ତୁକୁ ଫିଲୋସଫିକାଲ ବା ଫିଲୋସଫର୍ସ ଷ୍ଟୋନ ଭାବରେ ନାମିତ କରାଯାଇଥିଲା। ଏହାକୁ ଏ ପର୍ଯ୍ୟନ୍ତ କେହି ହାସଲ କରିନଥିଲେ ମଧ୍ୟ ଅନେକ ରହସ୍ୟମୟ ଏବଂ ଅଲୌକିକ କଥାସବୁକୁ ଏହାସହ ଯୋଡ଼ା ଯାଇଛି। ଏହ ପଦାର୍ଥ ସଂସ୍ପର୍ଶରେ ଆସୁଥିବା ନିକୃଷ୍ଟ ଧାତୁ ସୁନାରେ ପରିଣତ ହୁଏ। ଦୂରାରୋଗ୍ୟରୁ ଆରୋଗ୍ୟ ଲାଭ ହୁଏ। ଅଖଣ୍ଡ ଯୌବନ, ମନସ୍କାମନା ପୂରଣ ଆଦି ଅନେକ କଥା ଏହାସହ ଯୋଡ଼ା ଯାଇଛି। ତେବେ ଏହି ରହସ୍ୟମୟ ପଦାର୍ଥ ପୃଥିବୀରେ କେଉଁଠି ନା କେଉଁଠି ବିଦ୍ୟମାନ। ଏହାକୁ ଶୁଭ ମୁହୂର୍ତ୍ତରେ ଖୋଜିଲେ ମିଳିବ ବୋଲି କିଛି ଲୋକ ବିଶ୍ୱାସ କରୁଥିଲେ। ଏଭଳି ପଦାର୍ଥ କେଉଁଠାରେ ପଡ଼ିନାହିଁ, ବରଂ ଏହାକୁ ତିଆରି କରାଯାଇପାରିବ ବୋଲି ଆଉକିଛି ଲୋକ ବିଶ୍ୱାସ କରୁଥିଲେ। ବିଭିନ୍ନ ରାଶି, ନକ୍ଷତ୍ର, ଲଗ୍ନ, ବେଳ, ସୂର୍ଯ୍ୟଚନ୍ଦ୍ରଙ୍କ ଅବସ୍ଥିତି ଆଦିକୁ ନେଇ ଫିଲୋସଫିକାଲ ଷ୍ଟୋନ ଖୋଜୁଥିବା ଲୋକେ ଏଯାଏ ତାହା ପାଇନାହାନ୍ତି। କିନ୍ତୁ ସେମାନଙ୍କ ଖୋଜାଖୋଜିର ଫଳସ୍ୱରୂପ ଜ୍ୟୋତିର୍ବିଦ୍ୟାର ଉଦ୍ଭବ ଏବଂ ବିକାଶ ଘଟିଲା। ଜ୍ୟୋତିର୍&#


News Story - Posted on 2016-11-11

ଓବିସିଙ୍କ ଦାବି ଯଥାର୍ଥ ନୁହେଁ କି?



ଓଡ଼ିଶାରେ ବଲାଙ୍ଗିର କେବିକେ ଅନ୍ତର୍ଗତ ଏକ ପଛୁଆ ଜିଲ୍ଲା। ଜିଲ୍ଲାରେ ଏସ.ସି. ଓ ଏସ‌୍‍.ଟି. ଜନସଂଖ୍ୟା ପ୍ରାୟ ୩୭ ପ୍ରତିଶତ ଥିବା ସ୍ଥଳେ ଓବିସି ସଂଖ୍ୟା ପ୍ରାୟ ୫୨ ପ୍ରତିଶତରୁ ଅଧିକ ଥିବାର ଜଣାଯାଇଛି। ଜିଲ୍ଲାରେ  ଛ’ଟି ନଦୀ ପ୍ରବାହିତ ହୋଇଥିଲେ ମଧ୍ୟ ଏକ ଆକଳନ ଅନୁସାରେ ୩ ପ୍ରତିଶତ ଚାଷ ଉପଯୋଗୀ ଜମି ଜଳସେଚିତ ଅଟେ। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବଲାଙ୍ଗୀରରୁ ଅଧିକ ପରିବାର ଦାଦନ ଖଟିବାକୁ ଅନ୍ୟାନ୍ୟ ରାଜ୍ୟକୁ ଯାଇଥାନ୍ତି। ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମଯୋଗାଣ ଯୋଜନା ଜରୀଆରେ ଚଳିତ ବର୍ଷ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ୧୩୦୧୦ ଜଣ ଶ୍ରମିକଙ୍କୁ ମାତ୍ର ୧୦୦ ଦିନ କାମ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ଜିଲ୍ଲାରେ ୧୬୭ ଜଣ ଦାଦନ ସର୍ଦ୍ଦାର କାର୍ଯ୍ୟ କରୁଛନ୍ତି। ଜାଣିବାକୁ ପାଇଲୁ, ଜିଲ୍ଲାରେ ଆହୁରି ଅନେକ ଦାଦନ ବ୍ୟବସାୟୀ ପ୍ରଭାବଶାଳୀ ବ୍ୟକ୍ତିଙ୍କର ସମର୍ଥନରେ କାର୍ଯ୍ୟ କରୁଛନ୍ତି। ଶୁଣିବାକୁ ମିଳେ, ଜିଲ୍ଲାରେ ଦାଦନ ବ୍ୟବସାୟ ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କା ହେବ।


News Story - Posted on 2016-10-30

ଦୁର୍ନୀତି ବିରୋଧୀ ଅସ୍ତ୍ର- ସୂଚନା ଆଇନ



ପ୍ରଶାସନିକ ବ୍ୟବସ୍ଥାକୁ ସୁଶୃଙ୍ଖଳିତ, ସ୍ୱଚ୍ଛ ଏବଂ ଉତ୍ତରଦାୟୀ କରିବା ଉଦ୍ଦେଶ୍ୟରେ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି। ଏହା ସହିତ ଏହି ଆଇନ ଦେଶର ପ୍ରତ୍ୟେକ ଜନସାଧାରଣଙ୍କୁ ବିଭିନ୍ନ ଜନ କର୍ତ୍ତୃପକ୍ଷଙ୍କ ଦପ୍ତରରୁ ସୂଚନା ପାଇବାର ଅଧିକାର ଦେଇଛି। ୨୦୦୫ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ଏହି ଆଇନକୁ ବିଭିନ୍ନ ବର୍ଗର ଲୋକମାନେ ମୁଖ୍ୟତଃ ସୂଚନାଧିକାର କର୍ମୀମାନେ ସେମାନଙ୍କ ଦୁର୍ନୀତି ବିରୋଧୀ ଲଢେଇରେ ଅସ୍ତ୍ର ଭାବେ ବ୍ୟବହାର କରି ଆସୁଛନ୍ତି। ସରକାରୀ ବ୍ୟବସ୍ଥା ଏବଂ ଉନ୍ନୟନମୂଳକ କାମରେ ଚାଲିଥିବା ବ୍ୟାପକ ଜଲିଆତି, ଦୁର୍ନୀତି ଏବଂ ଅନିୟମିତତାର ପର୍ଦ୍ଦାଫାଶ ଏହି ଆଇନ ଦ୍ୱାରା ସମ୍ଭବ ହୋଇପାରିଛି। ଏହା ଦ୍ୱାରା ସାଧାରଣ ଲୋକେ ଯେ କେବଳ ଦୁର୍ନୀତି ସମ୍ପର୍କରେ ସଚେତନ ହୋଇଛନ୍ତି, ତା ନୁହେଁ ଦୁର୍ନୀତିଗ୍ରସ୍ତ ଲୋକମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି। ଏହି ଆଇନ ସାଧାରଣ ଲୋକଙ୍କୁ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବାର ସାହସ ଯୋଗାଇଛି ଏବଂ ସଶକ୍ତିକରଣ କରିଛି। ଏହା ଯୋଗୁଁ ବ୍ୟବସ୍ଥାରେ ମଧ୍ୟ ଅନେକ ପରିବର୍ତ୍ତନ ଆସିପାରିଛି।


News Story - Posted on 2016-10-14

ଖାଦ୍ୟ ନଷ୍ଟ କରି ଭୋକରେ



ନିକଟରେ ‘ବିଶ୍ୱ ଭୋକିଲା ସାରଣୀ’ ବିଶ୍ୱବାସୀଙ୍କ ସାମ୍ନାକୁ ଆସିଛି। ସମଗ୍ର ବିଶ୍ୱର ୧୧୮ ଗୋଟି ଦେଶ ଉପରେ ସର୍ବେକ୍ଷଣ ଉପରାନ୍ତେ ପ୍ରକାଶିତ ପରିସଂଖ୍ୟାନ ଭାରତ ପାଇଁ ବିଶ୍ୱ ସ୍ତରରେ ଲଜ୍ଜା ଆଣି ଦେଇଛି। ଦୀର୍ଘବର୍ଷ ହେବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଖାଦ୍ୟ ନିରାପତ୍ତା ତଥା ଅନ୍ୟାନ୍ୟ କ୍ଷୁଧା ମୁକ୍ତି ଯୋଜନା ପ୍ରଚଳିତ ହୋଇ ଆସୁଛି। କ୍ଷୁଧାର୍ତ୍ତ ବିଶ୍ୱବାସୀଙ୍କ ଉପରେ ପ୍ରକାଶିତ ପରିସଂଖ୍ୟାନ ଉପରୋକ୍ତ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


News Story - Posted on 2016-10-12

ପୁଲିସିଗୁଡ଼ାକ ମଣିଷ ନୁହଁନ୍ତି!



କୋଉଥିପାଇଁ ଆଜିକାଲି ପୁଲିସି ଦରକାର ନୁହେଁ କହୁନାହାନ୍ତି? ବିନା ପୁଲିସିରେ ଆମେ ରଥଯାତ୍ରା ଦେଖିପାରିବା କି? ନିର୍ବାଚନ କରିପାରିବା କି? ମାଟ୍ରିକ‌୍‍ ପରୀକ୍ଷା ହେଇପାରିବ କି? ଆନ୍ତର୍ଜାତୀୟ କ୍ରିକେଟ‌୍‍ ମ୍ୟାଚ‌୍‍ କରିପାରିବା କି? ମାତ୍ର ଗୋଟାଏ ଦିନ ସବୁ ପୁଲିସି ଯଦି ଘରେ ଶୋଇଯିବେ ଏ ରାଜ୍ୟଟାସାରା, ଏ ଦେଶଟା ସାରା ଅନିଦ୍ରା ରହିଯିବ। ଚାରିଆଡେ଼ ହାହାକାର ପଡ଼ିଯିବ। ଆମ ମହାବଳ ନେତାଏ ଦୁଆରବନ୍ଧ ଡେଇଁ ପଦାକୁ ଗୋଡ଼କାଢ଼ି ପାରିବେ କି? ଦିନେ ତ ଦୂରର କଥା ମାତ୍ର ଘଣ୍ଟାଟାଏ ସବୁ ଟ୍ରାଫିକ‌୍‍ ପୋଷ୍ଟ‌୍‍ରୁ ପୁଲିସି ହଟିଗଲେ ଆମ ଗାଡ଼ିଗୁଡ଼ାକ ଗଡ଼ିପାରିବ କି? କେତେ ଯାନ, ଜୀବନ ମାଟିରେ ମିଶିଯିବ, ସବୁ ବିଭ୍ରାଟ ବିଶୃଙ୍ଖଳା ଘଟିଯିବ। ଯିଏ ଆପଣାର, ଆପଣା ପିଲା ପରିବାରର ସୁଖଶାନ୍ତିକୁ ପଛରେ ପକେଇ ଆମରି ଶାନ୍ତି ଓ ଶୃଙ୍ଖଳା ପାଇଁ ଜାଗତିଆର, ଆମେ ଶେଷକୁ ତା’ରି ଉପରେ ଅଶାନ୍ତି!!! ଏଇ ତ ଅସଲ ବିଡ଼ମ୍ୱନା।


News Story - Posted on 2016-09-24

ଓଡ଼ିଆ ଓ ସରକାରୀ ମୁଷ୍ଟିକ



ଆନନ୍ଦର କଥା, ଏହି ଅଭିସନ୍ଧିକୁ ଓଡ଼ିଶାର ଜନସାଧାରଣ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ଭାଷା ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଷା ଆନ୍ଦୋଳନ ପ୍ରତି ସମର୍ଥନର ଯେଉଁ ସ୍ରୋତ ପରିଦୃଶ୍ୟମାନ, ତହିଁରୁ ଗୋଟିକରେ କୁହାହୋଇଛି, ‘ଶକୁନି ସବୁଠାରେ ରହିବେ, ତଥାପି ଜୟ ହେବ’ (ବିଜୟରାମ ସେନାପତି); ଅନ୍ୟ ଗୋଟିକରେ କୁହାହୋଇଛି, ‘ଭାଷା ଆନ୍ଦୋଳନ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ପ୍ରତ୍ୟେକ ଓଡ଼ିଆ ଏହାର ଗୁରୁତ୍ୱ ଅବଗତ ହେବା ଉଚିତ’ (ଜୟନ୍ତ କୁମାର ଦାସ, ସୂଚନା ଅଧିକାର ଦିଗ‌୍‍ଗଜ)। ବିଶିଷ୍ଟ କବି ଉମାକାନ୍ତ ରାଉତ (ଅରୂପ) ଲେଖିଛନ୍ତି, ‘ଆରେ ବେଇମାନ ଶିଖି ମନାଇବ ଦଳ / କଳିପାରୁ ନାହଁ ତମରି ଛାତିରେ ଚଢ଼ି ଚାଲୁଥିବା କଳା ପତାକାର ବଳ ?’ ସେ ପୁନଶ୍ଚ ଲେଖିଛନ୍ତି,  ‘ଆମରି ଭାଷାରେ ଆମରି ଶାସନ ଆମ ନାଯ୍ୟ ଅଧିକାର / ଆମ ମାତୃଭାଷା ରକ୍ଷା ପାଇଁ ହାତେ କାଳିଆ ପତାକା ଧର // ଭାଷାହନ୍ତାଙ୍କୁ ସାବାଡ଼ କରିବ କାଳିଆବାହିନୀ ଦଳ / ସେ ପତାକା ଧରି ଆସ ହେ ଗାଇବା ଜୟ ଜୟ ଉତ୍କଳ’।  ବିଖ୍ୟାତ ସାହିତ୍ୟିକ ଓ ସାମ୍ୱାଦିକ ଶ୍ରୀ ଅସିତ ମହାନ୍ତି ଲେଖିଛନ୍ତି ‘ଓଡ଼ିଆ ପ୍ରାଣ ନବକୃଷ୍ଣ ଚୌଧୁରୀ ଓ ଜାନକୀ ବଲ୍ଲଭ ପଟ&a


News Story - Posted on 2016-09-24

ଓଡ଼ିଆ ଘୃଣା କରୁଥିବା ଭାଷା ହିଁ ଓଡ଼ିଆ!



ତାଙ୍କ ଉତ୍ତର ଥିଲା - ଯେଉଁଠି ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’, ଜଗନ୍ନାଥ ଦାସଙ୍କ ‘ଭାଗବତ’ ପଢ଼ା ହୁଏ ଓ ଯେଉଁଠି ଜଗନ୍ନାଥଙ୍କ ମାହାର୍ଦ୍ଦ ପୂଜା ହୁଏ ସେ ଭୂଇଁର ନାଁ ଓଡ଼ିଶା। ସତକୁ ସତ, ସେଇଠୁ ଭୂଗୋଳ ଓ ସାଧାରଣଜ୍ଞାନ ଓଲଟ ପାଲଟ ହୋଇଗଲା।


News Story - Posted on 2016-09-20

ଜରାଶ୍ରମର ଆବଶ୍ୟକତା



ଭାରତବର୍ଷରେ ପୁରାତନ ଯୁଗର ଅନେକ ପରମ୍ପରା, ଚାଲିଚଳନ, ଖାଦ୍ୟପେୟ, ପୋଷାକ ପରିଚ୍ଛେଦ ଆଦି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଜନବସତି ବୃଦ୍ଧି ସଂଗେସଂଗେ ମଣିଷର ପାରିପାର୍ଶ୍ବିକ ଅବସ୍ଥାରେ ମଧ୍ୟ ପରିବର୍ତ୍ତନ ଆସିଛି। ପାଶ୍ଚାତ୍ୟ ଦେଶର ଅତି ଆଧୁନିକ ପ୍ରଣାଳୀ ଆମ ଦେଶର ସଂସ୍କୃତିର ଅଗ୍ରଗତିରେ ଏକ ପ୍ରତିବନ୍ଧକ ସୃଷ୍ଟି କରିଛି। ବିଜ୍ଞାନ ଆଧୁନିକ ପଦ୍ଧତିରେ ଅନେକ ଜଟିଳ ସମସ୍ୟା ଦୂର କରିପାରିଛି। ମନୁଷ୍ୟ ମଧ୍ୟରେ ଥିବା ଭାଇଚାରା ସମ୍ପର୍କରେ ଅବକ୍ଷୟ ଘଟିଛି। କିଛିବର୍ଷ ପୂର୍ବେ ଆମ ଦେଶରେ ପ୍ରାୟତଃ ଯୌଥ ପରିବାର ଦେଖାଯାଉଥିଲା। ଯୌଥ ପରିବାର ଜେଜେବାପା, ଜେଜେମା, ଦାଦା, ଖୁଡୀ, ବଡ଼ବାପା, ବଡ଼ମା, ଭାଇଭଉଣୀ, ନାତି, ନାତୁଣୀ ଆଦି ସମସ୍ତଙ୍କୁ ନେଇ ଗଠିତ ଥିଲା। ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କର୍ମକ୍ଷେତ୍ରକୁ ବାହାରକୁ ଯାଉଥିଲେ ଓ ସମସ୍ତ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଏକ ଦୃତ ସମ୍ପର୍କ ରହିପାରୁଥିଲା। ପାଞ୍ଚ ଆଙ୍ଗୁଳି କେବେ ସମାନ ନଥାଏ। ପ୍ରତି ଆଙ୍ଗୁଠି ଯେପରି ଭିନ୍ନଭିନ୍ନ କାମ କରିବାରେ ନିପୁଣ ଥାଏ କିନ୍ତୁ ପାଞ୍ଚ ଆଙ୍ଗୁଠି ମିଶ୍ରଣରେ ହାତମୁଠାଟି ଶକ୍ତ ହୋଇଥାଏ ସେପରି ଯୌଥ ପରିବାର ଏକ


News Story - Posted on 2016-09-18

ନକ୍ସଲ ଚତୁର୍ଥ ଭୟାନକ!



ତାଲିବାନ, ଇସ‍୍‌ଲାମିକ ଷ୍ଟେଟ‍୍‌ ଏବଂ ବୋକୋ ହାରାମ ପରେ ସିପିଆଇ-ମାଓବାଦୀ ହେଉଛି ପୃଥିବୀର ଚତୁର୍ଥ ଭୟାନକ ଆତଙ୍କବାଦୀ ସଂଗଠନ। ଆମେରିକା ପ୍ରାୟୋଜିତ ଏକ ସର୍ବେକ୍ଷଣ ରିପୋର୍ଟରେ ଏହି କଥା କୁହାଯାଇଛି। ଭାରତରେ ସିପିଆଇ-ମାଓବାଦୀକୁ ନିଷିଦ୍ଧ ଘୋଷଣା କରାଯାଇଛି।


News Story - Posted on 2016-09-18

କାହା ବୋଲେ ଗଲା ପୁତ୍ର...



ଉଭୟ ପତିପତ୍ନୀ ତାଙ୍କର ପୁଅ ଆଉ ଫେରିବ ନାହିଁ ବୋଲି ବାରମ୍ୱାର କହିଚାଲିଥିଲେ। ନିଜ ଲୁହକୁ ଲୁଗା କାନିରେ ପୋଛି ସେହି ପ୍ରୌଢ଼ା ଜଣକ ଆହୁରି କହିଲେ- ନୂଆପଲ୍ଲୀ ଅଞ୍ଚଳରେ ଏପରି ବହୁ ଘଟଣା ଦେଖିଲୁଣି, ପୁଅ ଝିଅଙ୍କୁ ଛାଡ଼ି ବୁଢ଼ାବୁଢ଼ୀମାନେ କିପରି ବଞ୍ଚିଛନ୍ତି ତାହା ଆମେ ଦେଖୁଛୁ। ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ, ବିଧାୟକ, ଆଇଏଏସ‌୍‍ ଅଫିସର, ପ୍ରଫେସର ଓ ଇଞ୍ଜିନିୟର ଅଛନ୍ତି। କେତେକ ଘଟଣାରେ ବୃହତ ତଥା ସୁଦୃଶ୍ୟ ଘରେ ବୁଢ଼ାଟିଏ କିମ୍ୱା ବୁଢୀଟିଏ ଅଛନ୍ତି। ଖଟ, ପଲଙ୍କ କିମ୍ୱା ଦାମୀ ବିଛଣାରେ ଚାକର ବାକର ଶୋଉଛନ୍ତି। ଘର ମାଲିକମାନେ ସେହି ଚାକର ବାକରଙ୍କ ଉପରେ ନିର୍ଭରଶୀଳ। ସେମାନଙ୍କ ହାତ ଟେକାରେ ପୂର୍ବର ସେହି ପ୍ରଭାବଶାଳୀ ଲୋକମାନେ ବଂଚିଛନ୍ତି। ଆମେ ବି ସେହିପରି ହୋଇଯିବୁ।


News Story - Posted on 2016-09-17

ପ୍ରତିଜ୍ଞା ପଥରେ ଭାଷା ଆନ୍ଦୋଳନ



ଭାରତର ମୁକ୍ତି ଆନ୍ଦୋଳନ ପରେ ପରେ ଓଡ଼ିଶାର ମୁକ୍ତି ଆନ୍ଦୋଳନ କଥା ଯେତେବେଳେ ଉଠିଲା ସେତେବେଳେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ରାଜ୍ୟ ସୃଷ୍ଟି ହେଲା। ସେହି ଭାଷାର ପ୍ରାଚୀନତା ଓ ମ୍ଭୋଳିକତା ଦୃଷ୍ଟିରୁ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ନେଇ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ମୂଳଦୁଆ ପଡିଲା; ଯାହାର ମୂଳ ଆଧାର ଥିଲା ଓଡ଼ିଆ ଭାଷା। କିନ୍ତୁ ପରବର୍ତ୍ତୀ ସମୟରେ ଭାଷା ଭିତ୍ତିରେ ସୃଷ୍ଟି ହୋଇଥିବା ରାଜ୍ୟ ଓଡ଼ିଶା ବିଲାତି ମାନଙ୍କର ଶାସନରେ ରହିବା ଫଳରେ ଭାଷା ଭିତ୍ତିରେ ଚାଲିଥିବା ସଂଗ୍ରାମରେ ଶିଥିଳତା ପଡିଯାଇଥିଲା ଭଳି ଅନୁଭୂତ ହୁଏ।


News Story - Posted on 2016-09-17

ପୁଅ ଯଦି ଯୋଗା ଧନ କାହିଁପାଇଁ ସଂଚୁ?



ସମଗ୍ର ବିଶ୍ୱରେ ୧୫୦ଟି ଦେଶ ମଧ୍ୟରୁ ସ୍ୱଚ୍ଛତା ବା ଦୁର୍ନୀତିମୁକ୍ତ ଦେଶ ମଧ୍ୟରେ ଭାରତର ସ୍ଥାନ ୮୭। ସେହିଭଳି ଭାରତରେ ଥିିବା ୩୦ଟି ରାଜ୍ୟ ଭିତରୁ ସ୍ୱଚ୍ଛତାରେ ଓଡ଼ିଶା ରାଜ୍ୟର ସ୍ଥାନ ୧୨। ଏପରି କ୍ଷେତ୍ରରେ ସମାଜରୁ ଦୁର୍ନୀତି ହଟାଇବା ସହିତ ସ୍ୱଚ୍ଛ ଓ ନିର୍ମଳ ଶାସନ ପାଇଁ ସରକାର ଜନସାଧାରଣଙ୍କ ନିମନ୍ତେ ସୂଚନା ଅଧିକାର ଆଇନ‌୍‍ ପ୍ରଣୟନ କରିଥିଲେ ମଧ୍ୟ ଏହାର ସମ୍ପୂର୍ଣ୍ଣ ସୁଫଳ ମିଳିପାରୁନାହିଁ। ଅନ୍ୟ ରାଜ୍ୟ ତୁଳନାରେ ସୂଚନା ଆଇନ‌୍‍କୁ ଅଧିକ ଲୋକାଭିମୁଖୀ କରିବାରେ ଆମେ ଏପର୍ଯ୍ୟନ୍ତ ସଫଳତା ପାଇନାହୁଁ। ତେଣୁ ଜନସାଧାରଣ ଏଥିପ୍ରତି ଏବେ ମଧ୍ୟ ସଚେତନ ନୁହନ୍ତି। ତେଣୁ ଏଥିରୁ ଯେତେ ସୁଫଳ ପାଇବା କଥା, ତାହା ସେମାନେ ପାଇପାରୁ ନାହାନ୍ତି। ଏହା ବ୍ୟତୀତ ସରକାରଙ୍କ ବିଭାଗୀୟ ପଦାଧିକାରୀ ବା କର୍ମଚାରୀ ଦୁର୍ନୀତିରେ ସଂପୃକ୍ତ ବା ଜଡ଼ିତ ଥିଲେ ସେମାନଙ୍କୁ ଉତ୍ତରଦାୟୀ କରାଯାଉ ନାହିଁ।  ତେଣୁ ଜନସାଧାରଣଙ୍କ ସମେତ ସରକାରୀ କର୍ମଚାରୀ ଓ ପଦାଧିକାରୀଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର। ତେଣୁ ମଣିଷର  ମାନସିକତାରେ ଏଭଳି ପରିବର୍ତ୍ତନ ଆସିବା ପାଇଁ ଆଧ୍ୟାତ୍ମିକତାର ହିଁ ଆବଶ୍ୟକତା ରହିଛି।


News Story - Posted on 2016-09-15

ଓଡ଼ିଶାରେ ଧାର୍ମିକ ଅସହିଷ୍ଣୁତା



ଓଡିଶାରେ ଏବେ ଗୋ ମାଫିଆ, ଭୋଟ ମାଫିଆ, ସଂଖ୍ୟାଲଘୁମାନଙ୍କୁ ତୁଷ୍ଟିକରଣ କରୁଥିବା ମାଫିଆଙ୍କ ସହିତ ଶାସକବର୍ଗର ସାଣ୍ଠଗାଣ୍ଠ ଦେଖା ଦେଇଛି। ଏପରି ଅବସ୍ଥାରେ ଏଥର ବାହୁଡା ଯାତ୍ରାରେ ରାଉରକେଲାରେ ଯାହାସବୁ ଘଟିଥିଲା, ସବୁକୁ ବଳିଗଲା ମୋଗଲ ଯୁଗର ଘଟଣା ଠାରୁ।  ଏସପି ଅଛନ୍ତି, ଜିଲାପାଳ ଅଛନ୍ତି, ଏହା ପରେ ବି ରଥକୁ ଅଟକା ଗଲା। ରଥର ଭୁଲ ନା ପଥର ଭୁଲ ନା ହିନ୍ଦୁ ସମାଜର ଭୁଲ? କ’ଣ ପାଇଁ ରଥକୁ ଅଟକାଇ ଦିଆଗଲା ?  ହୁଏତ ସଂଖ୍ୟାଲଘୁମାନେ ସରକାରଙ୍କ ଠାରୁ ଅଧିକ ଶକ୍ତିଶାଳୀ, କିମ୍ୱା ସରକାର କ୍ଳୀବ ଓ ହିଂଜଡା। ଏଇ ଦୁଇଟାରୁ ଗୋଟିଏ ସତ୍ୟ। ଏପରି ଅବସ୍ଥାରେ ଏଥର ବାହୁଡା ଯାତ୍ରାରେ ଯାହାସବୁ ଘଟିଥିଲା,ଏହି ଲଜ୍ଜାଜନକ ଘଟଣାକୁ ନିନ୍ଦା କରିବା ପାଇଁ ଶଦ୍ଦ ମଧ୍ୟ କୁଳଉନାହିଁ।


News Story - Posted on 2016-09-14

ଗାଈ ପାଇଁ ମଣିଷ ମାରିବା ଅଧର୍ମ



୨୦୧୫ ସେପ୍ଟେମ୍ୱର ୩୦ ତାରିଖ ଦିନ ଉତ୍ତର ପ୍ରଦେଶର ଦାଦ୍ରି ନିକଟସ୍ଥ ମନ୍ଦିର ଡ଼ାକବାଜି ଯନ୍ତ୍ରରୁ ପ୍ରସ୍ଖର କରାଗଲା ଗୋମାଂସ ରଖିଥିବା ମହମ୍ମଦ ଅଖଖିଙ୍କୁ ଆକ୍ରମଣ କରିବାପାଇଁ। ଅଭିଯୋଗ ମିଥ୍ୟା ଥିଲା। ଆଖଲାଙ୍କୁ ପିଟି ପିଟି ମାରିଦିଆଗଲା। ପରିବାରର ଲୋକଙ୍କୁ ମଧ୍ୟ ମରଣାମିକ ଆକ୍ରମଣ ହୋଇଥିଲା। ଏହି ଅପପ୍ରସ୍ଖର କରାଇଥିବା ବ୍ୟକ୍ତିଟିଥିଲେ ବିଜେପିର ନେତା ଯାହାର ବ୍ୟବସାୟ ମାଂସ ରତ୍ପାନୀ। ସେହିପରି ଅକ୍ଟୋବର ୧୬, ୨୦୧୫ରେ ହିମାଚଳ ପ୍ରଦେଶର ୟେମାଦ ଅଖତାରଙ୍କୁ ଉଗ୍ର ହିନ୍ଦୁତ୍ୱବାଦୀମାନେ ଗୋରୁଚଲାଣ ଗୁଡ଼ିକ କରାଇ ପିଟି ପିଟି ମାରିଦେଲେ। ୨ ନଭେମ୍ୱର ୨୦୧୫ଦିନ ଗୋରୁ ଚୋରୀ ଅଭିଯୋଗରେ ମଣିପୁରର ଏକ ମଦ୍ରାସାର ପ୍ରଧାନ ଶିକ୍ଷକଙ୍କୁ ହତ୍ୟା କରାଗଲା। ମାର୍ଚ୍ଚ ୧୮, ୨୦୧୬ ଦିନ ଝାଡ଼ଖଣ୍ଡର ଲାତେହାରରେ ପଶୁ ବ୍ୟବସାୟୀ ମହମ୍ମଦ ନଜଲୁମ ଓ ଆଜାଦ ଖାନଙ୍କୁ ହତ୍ୟାକରି ଗଛରେ ଝୁଲାଇ ଦେଇଥିଲେ ତଥା କଥିତ ଗୋରକ୍ଷକମାନେ। ଏପ୍ରିଲ ୨, ୨୦୧୬ରେ ହରିଆନାର କୁରୁକ୍ଷେତ୍ର ସହରରେ ୨୭ ବର୍ଷୀୟ ମୁସ୍ତାନୀଙ୍କର କ୍ଷତବିକ୍ଷତ ମୃତ ଶରୀର ମିଳିଥିଲା। ମାର୍ଚ୍ଚ ୭ରେ ତାଙ୍କ ବାପା ୪ ଜଣ ଗୋରକ୍ଷକଙ୍କ ନାମରେ ଏତଲା ଦେଇଥିଲ&


News Story - Posted on 2016-09-14

ପର କରିଦେଲେ ପତି ଓ ପୁଅ!



୧୯୯୮ ମସିହାରେ ବିମଳାଙ୍କ ଝିଅ ବାହାଘର ଜିଦି ଜୋର ଧରିବାରୁ ସେବେଠୁ ତାଙ୍କ ଅଭିଆଡ଼ି ଝିଅ ସୁଜାତା ଓ ତାଙ୍କ ଉପରେ ଆରମ୍ଭ ହେଲା ପାରିବାରିକ ହିଂସା। ଖୋଦ ସ୍ୱାମୀଙ୍କ ସହିତ ପୁଅ ଓ ବୋହୂ ରୀନାରାଣୀ ସେମାନଙ୍କୁ ଦେଲେ ଅକଥନୀୟ ନିର୍ଯ୍ୟାତନା। ଖାଇବା ପିଇବା, ପିନ୍ଧିବାକୁ ଲୁଗା ଏମିତି କି ଏକା ସାଥିରେ ଗୋଟିଏ ଘରେ ରହିବାରେ ମଧ୍ୟ ସେମାନେ ଆପତ୍ତି କଲେ। ଶେଷରେ ବୋହୂ ରୀନାରାଣୀଙ୍କ ଦ୍ୱାରା କୋର୍ଟରେ ଶାଶୂ ବିମଳାଙ୍କ ସମେତ ତିନି ନଣନ୍ଦଙ୍କ ନାଁରେ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ କଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଗ୍ରହଣ କଲା ପରେ କୋର୍ଟ ସେମାନଙ୍କୁ ନିଦ୍ଦୋର୍ଷରେ ଖଲାସ କରିଥିଲେ।


News Story - Posted on 2016-08-09

ସହସ୍ର ବିପ୍ଳବର ପଦଧ୍ୱନୀ



ମଣ୍ଡଳ ଓ କମଣ୍ଡଳ ଆନ୍ଦୋଳନର ବହୁ ପୂର୍ବରୁ ସ୍ୱାଧୀନ ଭାରତରେ ପ୍ରଥମ ଜନ ବିପ୍ଳବର ଧ୍ୱଜା ଉଡ଼ାଇଥିଲେ ଲୋକନାୟକ ଜୟପ୍ରକାଶ ନାରାୟଣ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଜୟପ୍ରକାଶ ଆରମ୍ଭ କରିଥିଲେ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ। ତାଙ୍କ ନେତୃତ୍ୱରେ ଏକଜୁଟ ହୋଇଥିଲେ ଭାରତବର୍ଷର ସମସ୍ତ ସମାଜବାଦୀ ରାଜନୀତିକ ଶକ୍ତି। ତାହାକୁ ସମର୍ଥନ କରିଥିଲେ ତତ୍କାଳୀନ ଦକ୍ଷିଣପନ୍ଥୀ ଦଳ ଭାରତୀୟ ଜନସଂଘ। ଜୟପ୍ରକାଶଙ୍କ ଏହି ଆନ୍ଦୋଳନରୁ ସୃଷ୍ଟି ହୋଇଥିଲା ଜନତା ପାର୍ଟି। ପ୍ରଥମ ଥର ପାଇଁ ଜନତା ପାର୍ଟି ହାତରେ ପରାସ୍ତ ହୋଇଥିଲେ ସେ ସମୟର ସବୁଠୁ କ୍ଷମତାଶାଳୀ ରାଜନେତ୍ରୀ ଇନ୍ଦିରା ଗାନ୍ଧୀ।


News Story - Posted on 2016-08-04

ବୋଲବମ ବାଜେ ଖର୍ଚ୍ଚ!



ଯେତେ କାଉଡ଼ିଆ ପାଣିଭାର ନେଇ ଯାଇଥାନ୍ତି ପ୍ରତ୍ୟେକେ ସର୍ବନିମ୍ନ ଦୁଇ ହଜାର ଟଙ୍କାରେ ନୂତନ ବସ୍ତ୍ର, ପାଣିଭାର ପାଇଁ ବାହୁଙ୍ଗୀ, କଳସୀ ଓ ଅନ୍ୟାନ୍ୟ ସାଜ ସରଞ୍ଜାମ ଏବଂ ଗୋଷ୍ଠୀଗତ ଖର୍ଚ୍ଚ ବାବଦରେ ଖର୍ଚ୍ଚ କରିଥାନ୍ତି। ଏମିତି ଦେଖିଲେ ସମଗ୍ର ଓଡ଼ିଶାରେ ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁ ପ୍ରତି ବର୍ଷ ଶ୍ରାବଣ ମାସରେ କାଉଡ଼ିଆ ସାଜିଥାନ୍ତି। ଏହି ଖର୍ଚ୍ଚକୁ ହିସାବ କଲେ ଓଡ଼ିଶାର ସମସ୍ତ ବୋଲବମ ଭାଇଭଉଣୀ ଗୋଟିଏ ଧର୍ମ ମାସରେ ସର୍ବନିମ୍ନ ୧୦୦ କୋଟି ଟଙ୍କାର ‘ବାଜେ ଖର୍ଚ୍ଚ’ କରୁ ନାହାଁନ୍ତି କି? ପ୍ରତିବର୍ଷ ବୋଲବମ ଯାତ୍ରୀଙ୍କ ସଂଖ୍ୟା ଯେମିତି ବୃଦ୍ଧି ପାଇବାରେ ଲାଗିଛି ଏଭଳି ବାଜେ ଖର୍ଚ୍ଚ ଏହି ହିସାବଠାରୁ ଯଥେଷ୍ଟ ଅଧିକ ହୋଇପାରେ ଏଥିରେ ଦ୍ୱିମତ ହେବାର ନାହିଁ। ଲେଖକ ଏହି ଲେଖା ମାଧ୍ୟମରେ କାହାରି ମନରେ ତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେବାକୁ ଚାହେଁ ନାହିଁ। ବରଂ ଏକ ବାସ୍ତବତାକୁ ବର୍ଣ୍ଣନା କରି ସମସ୍ତଙ୍କ ମଧ୍ୟରେ ଏକ ସଚେତନା ସୃଷ୍ଟି କରିବାର ଏକ ପ୍ରୟାସ କରିବାକୁ ଚାହିଁଛି।


News Story - Posted on 2016-08-03

ପୁଲିସର ଲୋଭ କନ୍ଧନାରୀଙ୍କ ଫୁଙ୍ଗୁଳା ଦେହ!



ମାଓବାଦୀ ମୁକାବିଲା ନାଁରେ ନିୟମଗିରି ପର୍ବତ ଉପରେ ସିଆରପିଏଫ ଏବଂ ଏସ‌୍‍ଓଜି ଯବାନମାନେ ଘନ ଘନ ବିଭିନ୍ନ ଗାଁରେ କଂମ୍ୱି ଅପରେସନ ଜାରି ରଖିଥିବା ବେଳେ ଯବାନ ଅଶାଳୀନ ବ୍ୟବହାର ଯୋଗଁୁ ନିୟମଗିରିରେ ବସବାସ କରୁଥିବା ଡଙ୍ଗରିଆ ଆଦିବାସୀ ମହିଳାମାନଙ୍କୁ ଘରୁ ବାହାରିବା ମୁସକିଲ ହୋଇପଡିଛି।


News Story - Posted on 2016-07-25

ହଁ, ମୁଁ ସମର୍ଥ...



ନିଶା ସେବନ ମୋତେ ନିଜକୁ ଅନେକ ରାଜକୀୟ ଠାଣୀ ଦେଇଥିଲା। ଏଇ ଦୁଇ ଆଙ୍ଗୁଠି ମଝିରେ ସିଗାରେଟ୍‌ ରଖି ଶୋଷିବା; ପିଆଲାକୁ ପାପୁଲିରେ ନଚାଇ ସେଇ ମଧୁର ରସକୁ ଆସ୍ୱାଦନ କରିବା ଆଉ ମଧୁଶାଳାର ସେଇ ରଙ୍ଗୀନ ପରିବେଶରେ ହିଁ ସଂସାର ଥିଲା। ନିଶାର ନିଶାରେ ନିଶା ପିଉଥିଲି; ଅନୁଭୂତ ହେଉଥିଲା ବଞ୍ଚୁଥିଲି ବୋଲି, ଯଦ୍ୟପି ନିଶାର ନିଶାରେ ନିଶା ମୋତେ ପିଉଥିଲା; ଆଉ ବଞ୍ଚୁଥିଲା ସେ। ମୁଁ ଯେତେ ଧୀରସ୍ଥିରରେ ତାକୁ ପିଇବାରେ ଲାଗୁଥିଲି ସେ ସେତେ ଚଞ୍ଚଳତାର ସହ ମୋତେ ମୋହାଚ୍ଛନ୍ନ କରୁଥିଲା। ସେତେବେଳେ ସାମାଜିକ ଚେତନା, ସାଂସରିକ ଦାୟିତ୍ୱ ଆଉ ଭାଇ-ବନ୍ଧୁ-କୁଟୁମ୍ବଙ୍କ ନିମନ୍ତେ ମୋର ସ୍ନେହ ସରାଗ ସବୁ ମିଳେଇ ଯାଇଥିଲା। ମୁଁ, ମଦ ଆଉ ମଧୁଶାଳା ହିଁ ସତ୍ୟ ଥିଲା; ଆଉ ସେଇୟା ହିଁ ଥିଲା ମୋ ପାଇଁ ଐଶ୍ୱରୀୟ। ଏଇଟା ସବୁ ନିଶାଗ୍ରସ୍ତ ବ୍ୟକ୍ତିର ଅଙ୍ଗେ ନିଭେଇବା ତତ୍ତ୍ୱ।


News Story - Posted on 2016-05-28

ବୋହୂ ଚାଲି ନଜାଣଇ ଲୋ..



ହଉ ହେଲା ରାତି ବାରଟାରେ ଚଡିଗଞ୍ଜି ପିନ୍ଧେଇ ପ୍ୟାରେଡ କରେଇବୁନି ଯେ ହେଲେ ଟିକେନାକୁ କିଛି କରିବୁନି କେମିତି? ଠିକ ସେମିତି ଶାଶୁମାନେ କହିବେ, ମଲା ! ଆମ ଶାଶୁ ଆମକୁ କେତେ ଖୁଣ୍ଟା ଦେଉଥିଲେ। ଗାଲ ଚିମୁଟାଠାରୁ ଆରମ୍ଭ କରି ଚେଙ୍କା ଯାଏଁ। ଆମେ କ’ଣ ଟିକେ କହିଦେଲେ କ’ଣ ବିଗିଡି ଗଲା ସେଠୁ? ବୋହୂ ହେଇଛି ଆଉ କାମ କରନ୍ତାନି କି!


News Story - Posted on 2016-05-24

ଆମେ ଥିଲେ କ’ଣ? ହେଲେଣି କ’ଣ?



କଂଗ୍ରେସର ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇଥିଲେ ଲାଲ-ବାଲ-ପାଲ। ଏ ପାଲ ହେଲେ ବିପିନ ଚନ୍ଦ୍ର ପାଲ। ସେ ଥିଲେ ଏଇ ମାଟିର ଲୋକ। କଟକର ପାଣି ପବନରେ ସେ ଅନେକ ବର୍ଷ ବିତେଇଥିଲେ। ସ୍ବାଧୀନତା ସଂଗ୍ରାମର ଶେଷ ଭାଗରେ ପ୍ରବଳ ପରାକ୍ରମୀ ବ୍ରିଟିଶ ସରକାରକୁ ଥରେଇ ଦେଇଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ। ସେ ମଧ୍ୟ ଏଇ ମାଟି, ପାଣି ଓ ପବନରେ ବଢ଼ିଥିଲେ। ବନ୍ଦେ ମାତରମ ହେଉଛି ଭାରତୀୟ ମହାସଂଗ୍ରାମର ଅମୃତ ମନ୍ତ୍ର। ଏହି ଗୀତ ରଚନା କରିଥିଲେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ତାଙ୍କର ଆନନ୍ଦ ମଠ ଉପନ୍ୟାସରେ ରହିଛି ଏ ଗୀତ। ବଙ୍କିମଚନ୍ଦ୍ରଙ୍କର ଚାକିରି ଜୀବନ କଟିଥିଲା ଯାଜପୁରରେ। ଯାଜପୁର ମାଟିରେ ହିଁ ବଙ୍କିମଚନ୍ଦ୍ରଙ୍କ ଆନନ୍ଦ ମଠର ମୁଖ୍ୟାଂଶ ରଚିତ ହୋଇଥିଲା।


News Story - Posted on 2016-05-17

ବେଇମାନ କିଏ? ଓଡ଼ିଆ କେବେ?



ଓଡ଼ିଆ ଲୋକେ ପିଠା, ଚୁଡ଼ା ଓ ମୁଢ଼ି ବଦରେ ଇଡଲି, ଉଥପମ ଓ ଦୋଷାକୁ ଯଦି ଲୋକପ୍ରିୟ ଜଳଖିଆ ଭାବେ ଗ୍ରହଣ କରିବେ, ଭାତ ଓ ଡାଲମା ବଦଳରେ ରୁଟି ଓ ତଡ଼କା ଖାଇବେ, କାନ୍ଥରେ ଝୋଟିଚିତା ପରିବର୍ତ୍ତେ ଡିସଟେମ୍ବର ରଙ୍ଗ ବୋଳିବେ, ପଞ୍ଚତନ୍ତ୍ର, ଲକ୍ଷ୍ମୀପୂରାଣ ଓ ଭାଗବତ ଛାଡ଼ି ଘରେ ଘରେ ଜେକେ ରୋଲିଙ୍ଗ ବା ସେହିପରି ଅନ୍ୟ କିଛି ପଢ଼ିବେ, ରଘୁନାଥ ପାଣିଗ୍ରାହୀ, ବାଳକୃଷ୍ଣ ଦାଶ ଓ ଅକ୍ଷୟ ମହାନ୍ତିଙ୍କୁ ଭୁଲି ସୋନୁ ନିଗମ ଓ ହନି ସିଂହଙ୍କୁ ଶୁଣିବେ...ତା’ହେଲେ କାହାକୁ କୁହାଯିବ ଏ ଜାତିର ସ୍ବାଭିମାନ ଓ ସଂସ୍କୃତି? ପ୍ରାଚୀନ ପରିଚୟ ନା ନୂତନ ଫେସନକୁ?


News Story - Posted on 2016-05-12

ନ୍ୟାୟିକ ବ୍ୟବସ୍ଥାର ପୁନର୍ଗଠନ ଜରୁରୀ



ରାଜନୀତି କ୍ଷେତ୍ରଠାରୁ ଜନଜୀବନ କ୍ଷେତ୍ରରେ ସମାନ ବା ଅଧିକ ପ୍ରଭାବ ବିସ୍ତାରକାରୀ ନ୍ୟାୟପାଳିକାରେ ସଂସ୍କାର ପାଇଁ ବିଚାରାଳୟ ସେହି ମାତ୍ରାରେ ଆଗ୍ରହ ଦେଖାଇବା ଦରକାର। ବିଧାନପାଳିକାର କୌଣସି ନିଷ୍ପତ୍ତିକୁ ବିଚାରାଳୟର ନ୍ୟାୟିକ ସମୀକ୍ଷା ଅଧିକାର ଦ୍ବାରା ଗଣତାନ୍ତ୍ରିକ ବ୍ୟବସ୍ଥା ମାର୍ଜିତ ହୁଏ ଓ ରାଷ୍ଟ୍ର ଆଇନଗତ ନକରାତ୍ମକ ପ୍ରଭାବରୁ ସୁରକ୍ଷିତ ହୋଇଥାଏ। କିନ୍ତୁ ନ୍ୟାୟାଳୟର ଏକ ଭୁଲ ତର୍ଜମା ଓ ରାୟର ପ୍ରଭାବରୁ ସମାଜ ମୁକ୍ତି ପାଇବାର ବାଟ କ’ଣ ? ନ୍ୟାୟପାଳିକା ଜୁଡିସାଆଲ ରିଭ୍ୟୁ ମାଧ୍ୟମରେ କାର୍ଯ୍ୟପାଳିକା ଓ ବିଧାନପାଳିକାରେ ଗୃହୀତ ନିଷ୍ପତ୍ତି ଓ ଆଇନକୁକୁ ବଦଳାଇ ଦେଇପାରେ ବା ଅଗ୍ରହଣୀୟ କରିଦେଇପାରେ, କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟର ଏକ ନିଷ୍ପତ୍ତିକୁ କିଭଳି ବଦଳାଯାଇ ପାରିବ?


News Story - Posted on 2016-04-29

ଆତ୍ମପ୍ରଶଂସାର ଚାରିଦିଗ



ପୁଣି ଆତ୍ମଗର୍ବ ଯେତେ ଯେତେ ବଢି ବଢି ଯାଏ ମଣିଷର ଆତ୍ମସମ୍ମାନ ହାନୀ ହେବାର ଆଶଙ୍କା ସେତେ ଅଧିକ ହୋଇଚାଲେ। ଆତ୍ମପ୍ରଶଂସା ‘ମଁୁତ୍ବ’ ଉପରେ ଭରସା କରୁଥିବା ମଣିଷଟା ଧୀରେ ଧୀରେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରେ। ଏ କୌଶଳ କିନ୍ତୁ ବେଶୀ ଦିନ କାମ କରେ ନାହିଁ। ଆପଣ କିଛି ଲୋକଙ୍କୁ କିଛି ସମୟ ଯାଏ ହୁଏତ ନୀଚ ଦେଖାଇ ପାରନ୍ତି ମାତ୍ର ଏହା ସବୁବେଳେ ସବୁ ସମୟରେ ସଂଭବ ନୁହେଁ। ଆତ୍ମପ୍ରଶଂସା ରୁ ଆତ୍ମଗର୍ବୀ ହେବା ଏବଂ ଆତ୍ମ ସମ୍ମାନ ଯିବାର ପୁନଃପୌନିକ ଚକ୍ରରୁ ମୁକ୍ତି ପାଇନଥିବା ବ୍ୟକ୍ତି ସବୁବେଳେ ମାନସିକ ଦ୍ବନ୍ଦ୍ବରେ ଗତି କରୁଥାଏ। ସେ ହୁଏତ ମନେ ମନେ ଏ ସମସ୍ୟାରୁ ମୁକ୍ତି ପାଇବାକୁ ବାଟ ଖୋଜୁଥାଏ। ଏଥିରୁ କ’ଣ ମୁକ୍ତି ଅଛି?

 


News Story - Posted on 2016-04-16

କନ୍ଦର୍ପ ପୁଷ୍ପବାଣେ ଟାଣ



ମଲା ମଣିଷ! ସବୁ ଦିନେ କ’ଣ ଦକ୍ଷିଣା ବହିବ? ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ରେ ଲେଖିଛନ୍ତି - ଫଗୁଣ ଚୈତ୍ର ବସନ୍ତରେ / ମୃଦୁ ମଳୟ ମନ ହରେ। ଯଦି ମଳୟ ନବହେ, କନ୍ଦର୍ପ-ରତିଦେବୀଙ୍କର କିଛି କାମ ନାହିଁ। ସେମାନେ କ’ଣ ବର୍ଷକୁ ମୋଟେ ଦି’ ମାସ ଡିଉଟି କରି ବାକି ସମୟ ନିଜ ଭିତରେ ଶର ମରାମରି ହେବେ କି? ସବୁ ଦେବାଦେବୀ ଥ୍ରି-ସିକ୍ସିଟି-ବାଇ-ଟ୍ବେଣ୍ଟିଫୋର୍-ବାଇ-ସେଭେନ୍ ଭକ୍ତ ସେବାରେ ବ୍ୟସ୍ତ ରହୁଥିବା ବେଳେ, ଏ ଦି’ ଜଣଙ୍କୁ ଏମିତି କାହିଁକି ଛାଡ଼ ଦିଆଗଲା? ଦେବତାମାନେ ଆପତ୍ତି କଲେ।

 


News Story - Posted on 2016-04-05

ଟ୍ୟାଗ ଓ ଫେସବୁକୀୟ ଯାତନା 



ଫେସବୁକର ସବୁଠାରୁ ଆତ୍ମଘାତୀ ଅସ୍ତ୍ରଟି ବୋଧ ହୁଏ ଟ୍ୟାଗ। ସିଏ ବାଙ୍ଗାଲୋରରେ ଥିବା ଲୋକଟାକୁ କୋରାପୁଟରେ ପହଞ୍ଚେଇ ଦିଏ ଆଉ ଗାଳି ବି ଶୁଣେଇପାରେ। କ’ଣ କରିବା? ଫେସବୁକର ଭଲ ଜିନିଷର ଫାଇଦା ଉଠେଇବାକୁ ଯଦି ଆମେ ରେଡି, ଏ ସାଇଡ ଇଫେକ୍ଟ ତ ସହିବାକୁ ପଡିବ। ମୋର ମାନେ ଅଛି ଛୋଟ ବେଳେ (ବୟସ ମୋ ୩୪) ଆମେ ନିଜ ଡାଇରିକୁ ଲୁଚେଇ ରଖୁଥିଲୁ, କାଳେ କିଏ ଦେଖି ଦେବ। ଆଜି ଆମେ ନିଜ ବ୍ୟକ୍ତିଗତ ଡାଇରିକୁ ଫେସବୁକରେ ରଖୁଛେ ଆଉ ବ୍ୟସ୍ତ ହଉଛେ ଯେ ତାକୁ ଅନ୍ୟମାନେ ଦେଖିଲେ କି ନାହିଁ। ଯଦି ଦେଖିଲେ ତାହାଲେ ଲାଇକ କି କମେଣ୍ଟ କ’ଣ ପାଇଁ କଲେନି!

 


News Story - Posted on 2016-04-02

ଓଡ଼ିଆ କ’ଣ ଏକ ଅବୈଧ ଜାତି?



ଶାସ୍ତ୍ରୀୟ ଭାଷା ଓଡ଼ିଆରେ ପ୍ରକାଶିତ ରାଜ୍ୟର ପ୍ରାୟ ସବୁ ଖବରକାଗଜରେ ପ୍ରକାଶ ପାଏ ଇଂରାଜୀ ଭାଷାର ବିଜ୍ଞାପନ। ଶାସ୍ତ୍ରୀୟ ଭାଷା ଓଡ଼ିଆରେ ପାଠ ପଢ଼ିବାକୁ ଓ ପଢ଼େବାକୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଘୋର ଅଭାବ। ଓଡ଼ିଆ ଟେଲିଭିଜନରେ ପ୍ରଦର୍ଶୀତ ଅଧିକାଂଶ କାର୍ଯ୍ୟକ୍ରମର ନାମ ଇଂରାଜୀ ନହେଲେ ହିନ୍ଦୀ ଶବ୍ଦ। ଓଡ଼ିଆ ସିନେମା ଓ ଟେଲିଭିଜନର ବିଷୟବସ୍ତୁ ସଂପୂର୍ଣ୍ଣ ଅଣଓଡ଼ିଆ ଲୋକଙ୍କ ଜୀବନଶୈଳୀ ଓ ସଂସ୍କୃତି ଉପରେ ଆଧାରିତ। ଓଡ଼ିଶାର ପ୍ରତି ବଜାରରେ ଦକ୍ଷିଣ ଭାରତୀୟ ଓ ଉତ୍ତର ଭାରତୀୟ ଖାଦ୍ୟର ଦୋକାନ। ଓଡ଼ିଆ ଖାଦ୍ୟର ଦୋକାନ ଖୋଜିଲେ ମିଳିବା କଷ୍ଟ। ଓଡ଼ିଆ ପୋଷାକ ଆଉ ଦେଖିବାକୁ ମିଳୁନି। ଓଡ଼ିଆ ପର୍ବପର୍ବାଣୀ ଓଡ଼ିଆ ଘରୁ ନିରୁଦ୍ଦିଷ୍ଟ। ଗହ୍ମା ପୁନେଇଁ ପରିବର୍ତ୍ତେ ରକ୍ଷା ବନ୍ଧନ, ଦୋଳ ବଦଳରେ ହୋଲି, ସତ୍ୟନାରାୟଣ ପାଲା ପରିବର୍ତ୍ତେ ବାର୍ଥ ଡେ କେକ୍ ପାର୍ଟି ସେଲିବ୍ରେସନ- ଏମିତି ଅନେକ ବାଟରେ ଓଡ଼ିଶାରେ ହଜି ଚାଲିଛି ଓଡ଼ିଆଙ୍କ ପରିଚୟ।

 


News Story - Posted on 2016-03-30

ବୁଦ୍ଧିଜୀବୀ



ସୁନ୍ଦରୀ ମନର ଯାତନା କ’ଣ ଏବଂ ତାକୁ ନେଇ କବି ମନର କଳ୍ପନା କ’ଣ - ଏ ତୁଳନା ବିପିଏଲ ହିସାବ ଓ ସରକାରୀ ଯୋଜନା-ଆୟୋଜନ ପରି! କାହାକୁ ରୂପସୀ କହି ତା ନାଁରେ ଗୀତ ଫାନ୍ଦିବାକୁ ଜୟଦେବ କି ଭଞ୍ଜ କବିମାନେ ବହୁ ସଂଖ୍ୟାରେ ମିଳନ୍ତି। ସେ କାମପୀଡ଼ିତା କି ବିଳାସିନୀ ନୁହେଁ ସେକଥା କହିବାକୁ ସେ ବେଳ ପାଏନି। ଗରିବଙ୍କ ଲାଗି ସରକାର ଭାବନ୍ତି କ’ଣ ଓ ଗରିବ ନିଜ ଲାଗି ଭାବେ କେମିତି?

 


News Story - Posted on 2016-03-26

ଗାଲୁଆଙ୍କ ମହାକାଶରେ ଚାଷ



ଆଗେ ଗାଁ ଗହଳରେ ଯିଏ କାହା କଥା ଶୁଣୁ ନଥିଲା ତାକୁ ଗାଲୁଆ କହୁଥିଲେ। ଏବେ କିନ୍ତୁ ନେତା ଓ ଅଫିସର‌ମାନଙ୍କ ଛଡ଼ା ଆଉ କାହାକୁ ଗାଲୁଆ କହିବାର ଆବଶ୍ୟକତା ନାହିଁ। କାରଣ ଏବେ ଯେକୌଣସି ଅଧିକାରୀଙ୍କୁ କୌଣସି ସମସ୍ୟା ସଂପର୍କରେ ପଚାରିଲେ ତାଙ୍କ ଶ୍ରୀତୁଣ୍ଡରୁ ପ୍ରଥମେ ବାହାରି ଆସିବ- ସେଭଳି କିଛି ଅଭିଯୋଗ ଆମ ପାଖରେ ପହଂଚି ନାହିଁ। ଅଭିଯୋଗ ଆସିଲେ ନିଶ୍ଚିତ ପଦକ୍ଷେପ ନିଆଯିବ। କିଓ ବାବୁ, ଅଭିଯୋଗ ଆସିବ କ’ଣ! ତୁମର କାମ ପରା ସରକାରୀ ଯୋଜନା କେଉଁଠି କେମିତି ଚାଲିଛି ତାହା ନିଜେ କ୍ଷେତ୍ର ଉପରକୁ ଯାଇ ଅନୁଧ୍ୟାନ କରିବ! ସରକାର କ’ଣ ତୁମକୁ କେବଳ ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ବସି କେବଳ ଲକ୍ଷ ଲକ୍ଷ ଟଙ୍କା ଦରମା ଆକାରରେ ଗଣି ନେବାକୁ ସୁବିଧା ଖଂଜି ଦେଇଛନ୍ତି?

 


News Story - Posted on 2016-03-23

ବର୍ଣ୍ଣି ବନାମ ଟ୍ରମ୍ପ- ଆମର କ’ଣ ଯାଏ ଆସେ?



ଆମେରିକାରେ ପାରମ୍ପାରିକ ଭାବରେ ଦୁଇଟି ରାଜନୈତିକ ଦଳ ହିଁ ପ୍ରତିଦ୍ବନ୍ଦିତା କରିଥାନ୍ତି । ଗୋଟିଏ ହେଲା ଡେମୋକ୍ରାଟିକ୍ ଦଳ ଯାହାର ନିର୍ବାଚନ ଚିହ୍ନ ଗଧ ଓ ଆରଟି ହେଲା ରିପବ୍ଲିକାନ୍ ଦଳ ଯାହାର ଚିହ୍ନ ହେଲା ହାତୀ । ଆମେରିକାର ଗଣତାନ୍ତ୍ରିକ ଢ଼ାଞ୍ଚାରେ ସାଧାରଣ ନଗର ନିଗମଠାରୁ ରାଷ୍ଟ୍ରପତି ନିର୍ବାଚନ ପର୍ଯନ୍ତ ଏହି ଦୁଇ ଦଳର ପ୍ରତିନିଧିଙ୍କ ମଧ୍ୟରେ ହୋଇଥାଏ । ସବୁଠାରୁ ବଡ଼ କଥା ହେଲା ଦଳର କିଏ ପ୍ରାର୍ଥୀ ହେବ ସେଥିପାଇଁ ଏକ ପ୍ରାଥମିକ ନିର୍ବାଚନ କରାଯାଇଥାଏ ଯେଉଁଥିରେ ଦଳର ପଞ୍ଜିକୃତ ସଦସ୍ୟ ଓ ସ୍ବାଧୀନ ସମର୍ଥକ ଭୋଟ ଦେଇଥାନ୍ତି । ଏହି ପରମ୍ପରା ଆଭ୍ୟନ୍ତରୀଣ ଦଳୀୟ ଗଣତନ୍ତ୍ରକୁ ମଜବୁତ କରିଥାଏ । ଦଳର ନେତା ଯେକେହି ହୋଇଥିଲେ ମଧ୍ୟ ନିର୍ବାଚନରେ ଭାଗ ନେବାପାଇଁ ଦଳର ଟିକେଟ ପାଇବାକୁ ହେଲେ ସଦସ୍ୟମାନଙ୍କ ବହୁମତ ଜିତିବା ନିହାତି ଆବଶ୍ୟକ ହୁଏ ।

 


News Story - Posted on 2016-03-14

ସହିଷ୍ଣୁତା ବନାମ ଅସହିଷ୍ଣୁତା



ବିତିଥିବା ୬୫ ବର୍ଷ ଭିତରେ ଯାହା ଦେଖିବାକୁ ମିଳେ - ସେଗୁଡ଼ିକ ହେଲା ପ୍ରବଳ ପ୍ରତାପରେ ଗଣତନ୍ତ୍ର ଚାଲିଚି । ମାତ୍ର ସମ୍ବିଧାନକୁ ଅସ୍ବୀକାର କରିବା ପ୍ରବୃତ୍ତି ବଢ଼ିଛି । ପାର୍ଲାମେଣ୍ଟ ଅଛି, ମାତ୍ର ସେଠି ଆଲୋଚନା ହୁଏନି ମାଡ଼ଧର ଚାଲେ । ନେତା ଅଛନ୍ତି, ଭୋଟ୍ ପାଉଛନ୍ତି ଅଥଚ ଲୋକଙ୍କର ସେମାନଙ୍କ ଉପରେ ବିଶ୍ବାସ ନାହିଁ । ଶାସନ ଅଛି, ଯାହା ଶୃଙ୍ଖଳା ସଜାଡ଼ିବାଠାରୁ ଅଧିକ ଚୋରି ଘୋଡ଼େଇବାରେ ବ୍ୟସ୍ତ । ଚଢ଼ାମଡ଼ା ହୋଇ ସହସ୍ର ଆଇନ ଅଛି ମାତ୍ର ତା’ ଜରିଆରେ ନ୍ୟାୟ ନିକଟରେ ପହଞ୍ଚିବା ଅସମ୍ଭବ ।

 


News Story - Posted on 2016-03-10

ଲକ୍ଷେ କୋଟିର ପୋଥି କିଏ ନେଲା?



ପ୍ରାଚୀନ କଳା, ସାହିତ୍ୟ ଓ ଐତିହ୍ୟ ଇତ୍ୟାଦି ବିଷୟରେ ଗବେଷଣା କରିଥିବା ଅନେକ ବିଶ୍ବ ପ୍ରସିଦ୍ଧ ବ୍ୟକ୍ତି କହିଯାଇଛନ୍ତି ଯେ ଓଡ଼ିଶା ହେଉଛି ପ୍ରାଚୀନ ବିଦ୍ୟାର ଭଣ୍ଡାର ଘର । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପୃଥିବୀର ସବୁଠାରୁ ଅଧିକ ପୋଥି ଥିଲା ବୋଲି ଅନେକ ଗବେଷକ କହିଯାଇଛନ୍ତି । ରାଜ୍ୟ ସଂଗ୍ରହାଳୟରେ ୨୭ ପ୍ରକାରରୁ ଅଧିକ ବର୍ଗର ତାଳପତ୍ର ପୋଥି ଥିଲା । ବେଦ, ପୁରାଣ, ଶାସ୍ତ୍ର, ଧର୍ମ, ଦର୍ଶନ, ତନ୍ତ୍ର, ଜ୍ୟୋତିର୍ବିଦ୍ୟା, ଆୟୁର୍ବେଦ, ବ୍ୟାକରଣ, ସଂଗୀତ, କାବ୍ୟ ଓ ଗଣିତ ଆଦି ବିଭିନ୍ନ ବିଷୟରେ ପ୍ରାଚୀନ ପୋଥି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରହିଥିଲା । ଏସବୁ ପୋଥିକୁ ବହୁ ବଦାନ୍ୟ ବ୍ୟକ୍ତି ରାଜ୍ୟ ସରକାରଙ୍କୁ ଦାନ କରିଥିଲେ, ଏଇ ଆଶାରେ ଯେ ରାଜ୍ୟର ଏହି ଅମୂଲ୍ୟ ସଂପଦ ରାଜ୍ୟ ସରକାରଙ୍କ ନିକଟେର ସୁରକ୍ଷିତ ରହିବ । ଆଉ କେତେକ ପୋଥିକୁ ରାଜ୍ୟ ସଂଗ୍ରହାଳୟ ତରଫରୁ ସଂଗ୍ରହ କରାଯାଇଥିଲା ।

 


News Story - Posted on 2016-02-23

ଗୁଡ଼ି



ପ୍ରାଦେଶିକ ଦଳ ଭାବେ, କେବଳ ବିଜୁବାବୁଙ୍କ ନାଁ ଛଡ଼ା ବିଜଦର ଆଭିମୁଖ୍ୟ କିଛି ନ ଥିଲା କି ଏବେ ବି ନାହିଁ । ପରେ ସେ ସ୍ଥାନ ପୂରଣ କଲା - ବିଜୁ-’ସ୍ବପ୍ନ’ । ଏ ସ୍ବପ୍ନର ସଘନ ଚାଷ କରିଥିଲେ ଦଳର ପୂର୍ବ ମାର୍ଗଗଦର୍ଶକ ସାଂସଦ ପ୍ୟାରୀମୋହନ ମହାପାତ୍ର । କାଳ ଓ ଅବସ୍ଥା ବଦଳିଯିବା ପରେ ଦଳର ବରିଷ୍ଠ ନେତା ଏବଂ ବର୍ତ୍ତମାନର ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ ଆଉ ପ୍ରକାରେ ’ବିଜୁ-ସ୍ବପ୍ନ ବାଣ’ ଉତ୍ପାଦନ କଲେ । ତା’ପରେ ’ବିଜୁ-ସ୍ବପ୍ନ’ ସାର୍ବଜନୀନ ହୋଇଗଲା- ଯିଏ ଯାହା କଳ୍ପନା କଲା କହିଲା - ବିଜୁବାବୁ ପରା ଏଇ ସ୍ବପ୍ନ ଦେଖିଥିଲେ ।

 


News Story - Posted on 2016-02-22

ଓଡ଼ିଆ ଭାଷା ପାଇଁ ଅନୁଚିନ୍ତା



ଆଉ କାହା ସଙ୍ଗେ ମିତ ବସିବାରେ ଆପତ୍ତି ନାହିଁ ବୋଲି ନିଜ ପରିଚୟ ହାରି ସେ ମିତ ବସିବାରେ କି ସୁଖ ? ସରକାରୀ ସୂତ୍ରରେ ବିଭିନ୍ନ ରାଜ୍ୟର ଯେଉଁଭଳି ତାଙ୍କ ଉଏବସାଇଟରୁ ତାଙ୍କ ରାଜସ୍ବ ଭାଷାରେ ତିଆରି ଆମର ସେମିତି ହୋଇନାହିଁ । ନିକଟରେ ଓଡ଼ିଆ.ଓଡ଼ିଶା.ଗଭ.ଇନ ନାମରେ ସାଇଟ୍ଟିଏ ସରକାର ତିଆରି କଲାବେଳେ ଲେଖକକୁ ସେଥିରେ ଓଡ଼ିଆ ଭାଷାର କମ୍ପୁଟର ଓ ଇଣ୍ଟରନେଟରେ ଥିବା ବିଭିନ୍ନ ସରଞ୍ଜାମ ବାବଦରେ ପରାମର୍ଶ ଦେବାର ସୁଯୋଗ ମିଳିଥିଲା । ଏସବୁ ଖୋଜିବା ବେଳେ ଓଡ଼ିଆରେ ଉପଲବଧ ଥିବା ଉଏବସାଇଟ ବାବଦରେ କିଛି ତଥ୍ୟ ଆଖି ସାମନାକୁ ଆସିଥିଲା । ଗୁଗୁଲ ସର୍ଚ୍ଚରେ ଓଡ଼ିଆ ଆସୁନଥିବାର ମୁଖ୍ୟ କାରଣ ହେଲା ଇଣ୍ଟରନେଟରେ ଓଡ଼ିଆ ଲେଖାର ଅଭାବ । ଓଡ଼ିଆରେ କେଇ ଶହ ଖବରକାଗଜ ଦୈନିକ ଛପାଯାଉଥିଲେ ହେଁ ମୁଖିଆ କାଗଜମାନଙ୍କ ଉଏବସାଇଟରେ ୟୁନିକୋଡ ମାନକରେ ଓଡ଼ିଆ ଲେଖା ନାହିଁ । ଲେଖାସବୁ ଅଣମାନକ ଲିପି ଏନକୋଡିଂରେ ରହିଛି କିମ୍ବା ଛବି ଭାବେ ରହିଛି । ଫଳରେ ଇରନେଟରେ ଖୋଜିଲେ ଲେଖାଯାକ ମିଳିବ ନାହିଁ । ସେମିତି ଭୁଲେଖ.ଓରି.ଏନଆଇସି.ଇନ ଭଳି ଓଡ଼ିଶା ସରକାରଙ୍କ ସୋସାଇଟିରେ ଅଣମାନକ ଫଣ୍ଟରେ ତିଆରି ହୋଇଥିବାରୁ ସାଧାରଣ ଲୋକେ ସରକାରୀ ନଥିପତġ


News Story - Posted on 2016-02-22

ଏ ଅନ୍ଧ ଦୌଡ଼ର ଅନ୍ତ କେବେ ?



ଦିନକୁ ଦିନ ଆମ ଦୌଡ଼ିବାର ବେଗ ବଢ଼ିବାରେ ଲାଗିଛି । ଦିନ ଥିଲା ଆମେ ପାଦରେ ଚାଲି ଚାଲି ଯାଉଥିଲୁ । ପାଞ୍ଚଶହ ବର୍ଷ ତଳେ ତ ଯାତ୍ରୀମାନେ ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ର ପୁରୀ ଆସୁଥିଲେ ଜଗନ୍ନାଥ ଦର୍ଶନ ପାଇଁ । ତା ପରେ ମଣିଷ ମୋଟର ଗାଡ଼ିରେ ଧାଇଁଲା । ତା ପରେ ଉଡ଼ାଜାହାଜରେ, ହେଲିକପ୍ଟରରେ । ଏବେ ତ ଅନ୍ତରୀକ୍ଷ ଯାନରେ ମଣିଷ ମଙ୍ଗଳକୁ ଧାଇଁଲାଣି । ଆମର ଦୌଡ଼ିବାର ଗତି ଦିନ ପ୍ରତିଦିନ ବଢ଼ି ଯିବାରେ ଲାଗିଛି । କେବେ ଆପଣମାନେ ଖିଆଲ କରିଛନ୍ତି - ମଣିଷର ଗତି ଯେତିକି ବଢ଼ି ଯିବାରେ ଲାଗିଛି - ମଣିଷର ଆତ୍ମନ ସେହି ପରିମାଣରେ କମି ଯିବାରେ ଲାଗିଛି । ହୁଏତ କାହାରି ଖିଆଲ ନଥିବ ଏ ଦିଗରେ । କିନ୍ତୁ ଗୋଟିଏ କଥା ସତ୍ୟ, ଏ ଜୀବନ ଯେତିକି ସ୍ପିଡରେ ଧାଉଁଛି ସେତିକି ସ୍ପିଡରେ ମଣିଷର ନିଜ ସହ, ନିଜ ପଡ଼ୋଶୀ ସହ, ନିଜ ସଂସାର ସହ ସମ୍ବନ୍ଧ କ୍ଷୀଣ ହେବାରେ ଲାଗିଛି । ଅନ୍ୟ ପାଖରେ ପହଞ୍ଚିବାରେ ମଣିଷ କୁଶଳ ହୋଉଛି ଅଥଚ ନିଜ ପାଖରେ ପହଞ୍ଚିବାରେ ସେତିକି ଅକୁଶଳ ହେଉଛି ।

 


News Story - Posted on 2016-01-11

ଯାଯାବର ଦୁନିଆ

 



ମାଷ୍ଟର କହେ, ମୋ ବାପା ମା’ କିଏ ତାହା ସିଏ ଜାଣି ନାହିଁ। ସେମାନେ କେଉଁ ଏକ ଦୁନିଆ ଅହମଦାବାଦରେ ଡେରା ପକାଇଥିଲେ ତହିଁ ଲାଗିଲା କଣ ବଡ ମାଡଫୌଦାରି, ଦଂଗା ଗୋଳ, ଗାଡି ମଟର ବଂଦ ରହିଲା, ସେମାନେ ବିନା ରୋଜଗାରରେ ପଡି ରହିଲେ। ଦିନକର ଘଟଣା ଜଣେ ଲୋକ ଧଇଁସଇଁ ହୋଇ ତାକୁ ଆଣି ମାଷ୍ଟରକୁ ଦେଲା ଏବଂ କହିଗଲା ମୁଁ କୁଆଡେ ତା’  ବହୁ ଧନୀ ମାଲିକଂକ ଅଲିଅଳି ଝିଅ, ମୋ ଜୀବନ ବଂଚାଇବା ଦାଇତ୍ୱ ତା’ର। ସମୟ ନଥିଲା ଅଧିକ କଥା ହେବାକୁ। ତେବେ ଏହାକୁ ପାଠ ପଢାଇ ମଣିଷ କରିବ ଏକଥା ବି ଦାୟୀତ୍ୱ ଦେଇଥିଲା।


© 2015. Samanya Kathan All Rights Reserved | Editor : Debendra Prusty     

To Top