ବିଜ୍ଞାନ

News Story - Posted on 2017-11-04

ମଣିଷ ସ୍ଥାନ ନେଇଯିବ ରୋବୋଟ!



ମିରର୍ ପତ୍ରିକାକୁ ଏକ ସାକ୍ଷାତକାର ଦେଇ ଷ୍ଟିଫେନ ହକିଙ୍ଗ କହିଛନ୍ତି ଯେ ଯେ କେତେକ ଲୋକ ଯେପରି କଂପ୍ୟୁଟର ଭାଇରସ ଡିଜାଇନ୍ କରୁଛନ୍ତି ସେହିପରି କେହି କେହି ଏମିତି କୃତ୍ରିମ ବୁଦ୍ଧି ଡିଜାଇନ କରିବେ ଯାହା ସ୍ୱୟଂ ନିଜର ଉନ୍ନତି କରିପାରିବ ଓ ନିଜକୁ ବଦଳାଇଦେବ । ଏହା ଏକ ନୂଆ ଜୀବନର ରୂପ ନେବ ଏବଂ ମଣିଷଠାରୁ ଆଗେଇଯିବ । 


News Story - Posted on 2017-10-17

ନବମ ଗ୍ରହ ମିଛ ନୁହେଁ!



ଏହି ନବମ ଗ୍ରହର ଉପସ୍ଥିତି ଯୋଗୁଁ ଆମ ସୌର ବ୍ୟବସ୍ଥା ଗୋଟିଏ ପଟକୁ ଢଳି ରହିଛି ବୋଲି ନାସାର ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି । ବୈଜ୍ଞାନିକମାନଙ୍କର ଆକଳନ ଅନୁସାରେ ଏହି ନବମ ଗ୍ରହର ଆକାର ପୃଥିବୀର ଆକାରଠାରୁ ୧୦ ଗୁଣ ବଡ଼ । ସୂର୍ଯ୍ୟଠାରୁ ଏହାର ଦୂରତା ଅଷ୍ଟମ ଗ୍ରହ ନେପଚ୍ୟୁନର ଦୂରତାଠାରୁ ୨୦ ଗୁଣ ଅଧିକ । 


News Story - Posted on 2017-10-17

ଖସିପଡ଼ିବ ମହାକାଶ କେନ୍ଦ୍ର!



ଏବେ ଇଂଲଣ୍ଡର ଇଣ୍ଡିପେଣ୍ଡେଣ୍ଟ ନାମକ ଏକ ଖବରକାଗଜରେ ପ୍ରକାଶ ପାଇଛି ଯେ ଟିଆଙ୍ଗଙ୍ଗ ଖସିପଡ଼ିବା ଦ୍ୱାରା କାହାର କୌଣସି କ୍ଷତି ହେବ ନାହିଁ । କାରଣ ଏହା ସମୁଦ୍ର ଭିତରେ ଖସିପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ତଥାପି ଏହା ଜନବସତି ଅଂଚଳରେ ଖସିବାର ମଧ୍ୟ ସମ୍ୟକ ସମ୍ଭାବନା ଅଛି । ଇଂଜନିଅରମାନେ ଏହି ଯନ୍ତ୍ର ଉପରୁ ନିୟନ୍ତ୍ରଣ ହରାଇଥିବାରୁ ଏହା କେଉଁଠି କେତେବେଳେ ଖସିବ ତାହା ନିର୍ଦ୍ଦିଷ୍ଟ ଭାବରେ ଜାଣି ହେଉନାହିଁ । ପାଣିପାଗରେ ଟିକିଏ ଏପଟସେପଟ ହେଲେ ବି ଏହା ଗୋଟିଏ ମହାଦେଶ ଉପରୁ ଆଉ ଗୋଟିଏ ମହାଦେଶକୁ ଚାଲିଯାଇ ପାରେ ।


News Story - Posted on 2017-08-15

ଡିଜିଟାଲ ସଶକ୍ତିକରଣ



ପ୍ରତ୍ୟେକ ସରକାର ଦେଶବାସୀଙ୍କ ସେବା କରିବା ଓ ଦେଶକୁ ବଂଚିବାର ଏକ ଉନ୍ନତ ପରିବେଶ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥାନ୍ତି। ଯେତେବେଳେ ଏହି ପ୍ରତିଶ୍ରୁତି ଭଙ୍ଗ କରାଯାଏ, ତାହା ଅପାରଗତା ଯୋଗୁ ହୋଇଥାଉ ଅଥବା ଦୁର୍ନୀତି ପାଇଁ ହୋଇଥାଉ, ସେତେବେଳେ ନେତୃତ୍ୱ ଉପରେ ଥିବା ଲୋକମାନଙ୍କ ଆସ୍ଥା ତୁଟି ଯାଇଥାଏ। ଏବଂ ସେମାନେ ତାଙ୍କଠାରୁ ଏହାର କାରଣ ଆଶା କରିଥାନ୍ତି। ସେତେବେଳେ ଅନୁଷ୍ଠିତ ନିର୍ବାଚନରେ ଜନସାଧାରଣ ସେମାନଙ୍କ ନିତ ଉତର ଦେଇଥାନ୍ତି ଏବଂ ସେମାନଙ୍କ ଆଶା ଆକାଂକ୍ଷା ପରିବର୍ତ୍ତୀ ସରକାର ଉପରକୁ ଚାଲିଯାଇଥାଏ। ଏଇ ପରି ଏକ କ୍ରୋଧ ଓ ପ୍ରତ୍ୟାଶାର ବାତାବରଣ ଭିତରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିଥିଲା। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ଜନସାଧାରଣ ଦୁର୍ନୀତି ବିରୋଧରେ ସଂଗ୍ରାମକୁ ଏକ ଜନଆନ୍ଦୋଳନ ରୂପେ ଦେଖିଥିଲେ। ଏକ ସଚ୍ଚୋଟ ଶାସନ ବ୍ୟବସ୍ଥା ପାଇଁ ସୃଷ୍ଟି ହୋଇଥିବା ଆନ୍ଦୋଳନ ହିଁ ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କ ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ କରିଥିଲା। ଦେଶବାସୀ ତାଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରିଥିଲେ ଏବଂ ତାଙ୍କର ପ୍ରତିଟି କଥା ପଛରେ ଥିବା କାର୍ଯ୍ୟାନୁଷ୍ଠାନ ଓ ପ୍ରତିବଦ୍ଧତା ଲକ୍ଷ୍ୟ କରିଥିଲେ। ତେଣୁ ଆମ ସରକାର ପାଇଁ ସବୁଠାରୁ ବଡ ଦାୟିତ୍ୱ ଥିଲା। ଅତୀତର ତୃଟି ସଜାଡିବା - ସ୍ୱଚ୍ଛ କରିବା, ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଏବଂ ସରକାରୀ ବ୍ୟବସ୍ଥା ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସକୁ ପୁନଃପ୍ରକଟ କରିବା।


News Story - Posted on 2017-06-20

ଦ୍ୱିତୀୟ ପୃଥିବୀ



ଧର୍ମ ମଣିଷର ‘ପ୍ରବୃତ୍ତି’କୁ ଛୁଇଁ ରହେ। ବହୁ ପ୍ରବୃତ୍ତି ଉପରେ ବିଜୟ ସାଧି ପାରୁଥିବା ମଣିଷ ଏ ପ୍ରବୃତ୍ତିକୁ ବି ଜିଣିପାରେ। ସେଥିପାଇଁ ସେ ଧର୍ମ-ଛଡ଼ା ହେବା ଦରକାର ନାହିଁ। ଆମର କେତେ ଦରକାର ଓ ଆମେ କେତେ ଆମଦାନି କରୁଚୁ- ଏ ହିସାବ ଦୁଧ ଦହି ପରିବା ଅଟା ପାଇଁ କରୁ- ଧର୍ମ ପାଇଁ କରୁନା। ତେଣୁ ବେଳେବେଳେ ମଧ୍ୟବିତ୍ତଙ୍କ ଘରେ ଦେଖାଯାଏ ଯେ ଅକାରଣରେ ଘରେ ବଳକା ଧର୍ମ ହୋଇଯାଏ। ସବୁ କଥା ଫୋର‌୍‍-ଜି, କିନ୍ତୁ ଫାଷ୍ଟ-ଜି (ଜେନେରେସନ‌୍‍) ‘କୋଣାର୍କ’ ଟିଭି କାଠଖୋଳ। ସାନ୍ତ୍ବନା ପାଇବା ପାଇଁ ଆମ ନେତା ଟିଭି ଖାଇଯା’ନ୍ତୁ ପଛେ, ବଢ଼ିଆ ଖୋଳ ତିଆରି କରିଥିଲେ।


News Story - Posted on 2017-06-20

ଭାରତୀୟ ଦର୍ଶନରେ ଯୋଗ



ମହର୍ଷି ପତଞ୍ଜଳୀ ଯୋଗସୂତ୍ରରେ ଏହାର ଉଲ୍ଲେଖ କରାଯାଇଛି। ଯୋଗଶ୍ଚିତ୍ତ ବୃତ୍ତିନିରୋଧଃ (ଯୋଗ ସୂତ୍ର 1.2)। ମହର୍ଷି ପତଞ୍ଜଳିଙ୍କୁ ଆମେ ଯୋଗର ପିତା ବୋଲି ମାନି ଆସୁଅଛୁ। ତାଙ୍କର ଯୋଗସୂତ୍ର ସଂପୂର୍ଣ୍ଣ ଯୋଗ ଉପରେ ପର୍ଯ୍ୟବସିତ। ଏଥିରେ ଯୋଗ ସିଦ୍ଧାନ୍ତ, ଯୋଗ ଉତ୍ପତ୍ତି, ଉଦ୍ଦେଶ୍ୟ ଓ ଫଳାଫଳ ସମ୍ବନ୍ଧରେ ବର୍ଣନା ମିଳିଥାଏ। ଯୋଗ ଦ୍ବାରା ଜୀବନଶୈଳୀ ଧ୍ୟାନ କେନ୍ଦ୍ରିତ ହୋଇ ଜୀବନର ଅନ୍ତିମ ଅନୁଭବକୁ ପ୍ରାପ୍ତି କରାଯାଇଥାଏ।


News Story - Posted on 2017-06-06

ମହାକାଶକୁ ଗଲା ବାହୁବଳୀ!



ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋର ଅନ୍ୟ ଏକ ସଫଳତା। ଦେଶରେ ତିଆରି ସବୁଠୁ ଓଜନଦାର ରକେଟ ଜିଏସଏଲଭି-ମାର୍କ୩ ସହାୟତାରେ ଇସ୍ରୋ ମହାକାଶରେ ସଫଳତାର ସହିତ ସଂସ୍ଥାପିତ କରିଛି ଭାରତର ଅନ୍ୟ ଏକ ଉପଗ୍ରହ ଜିସାଟ୍‌-୧୯। ଏହି ଏହା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।


News Story - Posted on 2017-05-23

୧୦୦ ବର୍ଷ ପରେ ସବୁ ଶେଷ!



ପ୍ରଥମ ଥର ପାଇଁ ହକିଙ୍ଗ ଏପରି ବିପର୍ଯ୍ୟୟର ଆଶଙ୍କା କରି ନାହାନ୍ତି। ଏଇ କିଛି ବର୍ଷ ମଧ୍ୟରେ ସେ ଅନେକ ଥର ଏପରି ଆଶଙ୍କା ପ୍ରକାଶ କଲେଣି। କିଛି ବର୍ଷ ତଳେ ସେ କହିଥିଲେ ଯେ ସୁପର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ପରା-କୃତ୍ରିମ-ବୁଦ୍ଧି ମଣିଷର ଧ୍ୱଂସସାଧନ କରିବ। ଆଉ ଥରେ କହିଥିଲେ, ଗ୍ରହାନ୍ତରର ଜୀବନ ସଂପର୍କରେ ଆସିବା ମଣିଷ ପାଇଁ ଧ୍ୱଂସର କାରଣ ହୋଇପାରେ। ୨୦୧୬ ନଭେମ୍ୱର ମାସରେ ସେ ଅନ୍ୟ ଏକ ଦିଗରୁ କଳଣା କରି କହିଥିଲେ ଯେ ପୃଥିବୀରେ ମଣିଷ ପାଇଁ ଆଉ ବୋଧହୁଏ ମାତ୍ର ୧୦୦୦ ବର୍ଷ ବାକି ଅଛି। ଏବେ ସେ ଏହାକୁ ୧୦୦ ବର୍ଷକୁ କମାଇ ଦେଇଛନ୍ତି। ଗତ ୬ ମାସ ଭିତରେ ପୃଥିବୀରେ ଏତେ ଖରାପ କାମସବୁ ହୋଇଛି ଯେ ତାହାର ସାମୁଦାୟିକ ପରିଣାମ ପୃଥିବୀରେ ମଣିଷ ସଭ୍ୟତାର ଆୟୁଷକୁ ୯୦ ପ୍ରତିଶତ କମାଇ ଦେଇଛି!


News Story - Posted on 2017-05-17

କ’ଣ କରିବ ଦକ୍ଷିଣ ଏସିଆ ଉପଗ୍ରହ?



୨୦୩୦ କିଲୋଗ୍ରାମର ଏହି ଉପଗ୍ରହର ଜୀବନକାଳ ୧୨ ବର୍ଷ। ଏହା ଦ୍ୱାରା ଯୋଗାଯୋଗ ପ୍ରସାରଣ, ଇଂଟରନେଟ‌୍‍ ସେବା ଆଦି କ୍ଷେତ୍ରରେ ଫାଇଦା ମିଳିପାରିଛି। ବୈଷୟିକ ଜ୍ଞାନକୌଶଳ ସହ ଭୌଗୋଳିକ ଓ ଆର୍ଥିକ ଦୃଷ୍ଟିରୁ ଏହି ଉପଗ୍ରହଟି ସର୍ବୋତ୍କୃଷ୍ଟ ଓ ଚ୍ୟାଲେଂଜପୂର୍ଣ୍ଣ। ଏହା ଯୋଗାଯୋଗ ଓ ପାଣିପାଗ ବିଜ୍ଞାନ ଉପଗ୍ରହ। ଡିଟିଏଚ‌୍‍(ଡାଇରେକ୍ଟ ଟୁ ହୋମ‌୍‍) କ୍ଷେତ୍ରରେ ଏହା ପ୍ରତ୍ୟେକ ସାମିଲ ଦେଶକୁ ଉନ୍ନତ ସେବା ଯୋଗାଇବ। ଏହାଛଡା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗ କ୍ଷେତ୍ରରେ ପ୍ରତ୍ୟେକ ଦେଶକୁ ଯୋଡିବ। ଏହି ଉପଗ୍ରହ ଉତ୍ତମ ଶାସନ ସଂଚାଳନ, ଉତ୍ତମ ବ୍ୟାଙ୍କିଙ୍ଗ ସେବା, ଦୁର୍ଗମ ଅଂଳଚରେ ଶିକ୍ଷାର ପ୍ରସାର କ୍ଷେତ୍ରରେ ସହାୟକ ହେବ। ବିଶେଷ ରୂପେ ପାଣିପାଗ ପୂର୍ବାନୁମାନ ପ୍ରେରଣ ପାଇଁ ଏହା ବିଶେଷ ରୂପେ ସଫଳ ହୋଇ ପାରିବ। ଶ୍ରେଷ୍ଠ ଚିକିତ୍ସା ସେବା ନିମନ୍ତେ ଟେଲିମେଡିସିନ‌୍‍ ଜରିଆରେ ଲୋକଙ୍କୁ ଯୋଡିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ କାଳରେ ତ୍ୱରିତ ଖବର ପ୍ରଦାନ କରିପାରିବ। ଏହା ଦ୍ୱାରା ଆଇଟି ସଂପର୍କ ସହ ପ୍ରତ୍ୟେକ ଦେଶର ଲୋକଙ୍କ ମଧ୍ୟରେ ପାରସ୍ପରିକ ସଂପର୍କ ବୃଦ୍ଧିରେ ସହାୟକ ହୋଇପାରିବ।


News Story - Posted on 2017-03-10

ନିରୁଦ୍ଦିଷ୍ଟ ଚନ୍ଦ୍ରଯାନ ଠାବ



କାଲିଫର୍ଣ୍ଣିଆର ପାସାଡେନାରେ ଥିବା ନାସାର ଜେଟ‌୍‍ ପ୍ରୋପଲସନ ଲାବୋରେଟୋରି ବା ଜେପିଏଲର ରାଡାର ବୈଜ୍ଞାନିକ ମେରିନା ବ୍ରୋଜୋଭିକ‌୍‍ କହିଛନ୍ତି ଯେ ଆମେ ନାସାର ଲୁନାର ରିକନ୍ନେସାଁ ଅର୍ବିଟର ବା ଏଲଆରଓ ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଚନ୍ଦ୍ରଯାନ-୧ର ସନ୍ଧାନ ପାଇଛୁ। ଏ ଦୁଇଟି ଏବେ ପୃଥିବୀର ଉପଗ୍ରହ ଚନ୍ଦ୍ର ଚାରିପଟେ ଘୂରି ବୁଲୁଛନ୍ତି। ନାସା ତରଫରୁ ପ୍ରକାଶ ପାଇଥିବା ଏକ ବିବୃତିରେ ବ୍ରୋଜୋଭିକ‌୍‍ କହିଛନ୍ତି ଯେ ଏଲଆରଓକୁ ଖୋଜିବା ଆମ ପକ୍ଷେ ସହଜ ଥିଲା। କାରଣ ଆମେ ତାହାର ଚନ୍ଦ୍ର ପ୍ରଦକ୍ଷିଣ ନେଇ ତଥ୍ୟ ପାଇଥିଲୁ। କିନ୍ତୁ ଚନ୍ଦ୍ରଯାନ-୧ର ସନ୍ଧାନ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା। କାରଣ ଏହା ସହିତ ୨୦୦୯ ଅଗଷ୍ଟ ମାସରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଆନ୍ତଃ ଗ୍ରହ ରାଡାର ସହାୟତାରେ ନାସା ଏହି ସଫଳତା ହାସଲ କରିଛି।


News Story - Posted on 2017-02-15

ଶତକ ମାରିଲା ଇସ୍ରୋ!



ଇସ୍ରୋ ମିଶନ ନିଦ୍ଦେର୍ଶକ ବି. ଜୟକୁମାର କହିଛନ୍ତି ଏଯାଏଁ ଇସ୍ରୋ ସମୁଦାୟ ୨୨୬ ଉପଗ୍ରହକୁ ମହାକାଶ ପଠାଇଲାଣି। ଏହା ମଧ୍ୟରେ ୧୭୯ଟି ବିଦେଶୀ ଉପଗ୍ରହ ଅନ୍ତର୍ଭୁକ୍ତ। ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରର ନିଦ୍ଦେର୍ଶକ କେ. ଶିବାନ କହିଛନ୍ତି ଯେ ଏହା ଏକ କଠିନ ଅଭିଯାନ ଥିଲା। ଏତେଗୁଡ଼ାଏ ଉପଗ୍ରହ ମହାକାଶରେ ଯେପରି ପରସ୍ପର ସହିତ ଧକ୍କା ନହେବେ ତାହା ନିଶ୍ଚିତ କରିବା ଅତ୍ୟନ୍ତ କଠିନ କାର୍ଯ୍ୟ।


News Story - Posted on 2017-02-05

ଆଧାର ବି ହୋଇପାରେ ଜାଲ୍‌!



ଜନ ସାଧାରଣଙ୍କଠାରୁ ଅର୍ଥ ଆଦାୟ କରି ଆଧାର ସମ୍ୱନ୍ଧିତ ସେବା ପ୍ରଦାନ କରିବାର ପ୍ରତିଶୃତି ଦେଉଥିବା ଅନଧୀକୃତ େୱବସାଇଟ ଏବଂ ଏଜେନ୍ସିମାନଙ୍କ ବିରୁଦ୍ଧରେ କାଯ୍ୟାର୍ନୁଷ୍ଠାନ ଗ୍ରହଣ ପାଇଁ ୟୁନିକ ଆଇଡେଂଟିଫିକେସନ ଅଥରିଟି ଅଫ ଇଣ୍ଡିଆ ବା ୟୁଆଇଡିଏଆଇ ନିଷ୍ପତି ନେଇଛନ୍ତି। ଏହିଭଳି ନକଲି ଏଜେନ୍ସିଗୁଡିକ ମୋବାଇଲ ଆପ୍ଲିକେସନ ଜରିଆରେ ଆଧାର କାର୍ଡ ସମ୍ୱନ୍ଧିତ ସେବା ପ୍ରଦାନ କରିବାର ପ୍ରତିଶୃତି ଦେଉଛନ୍ତି। ୟୁଆଇଡିଏଆଇ କଡାକଡି ଭାବେ ଏମାନଙ୍କ ଉପରେ କାଯ୍ୟାର୍ନୁଷ୍ଠାନ ଗ୍ରହଣ କରିବା ସହିତ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ୧୨ଟି େୱବସାଇଟ ଏବଂ ୧୨ଟି ମୋବାଇଲ ଆପ୍ଲିକେସନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି ୨୬ଟି ଅନ୍ୟ ନକଲି େୱବସାଇଟକୁ ମଧ୍ୟ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


News Story - Posted on 2017-01-25

ଧନୁରାଶିକୁ ଶନିଚଳନ



ମଣିଷର ମନ ଏପରି ଯେ ଇଚ୍ଛାକୁ ସହଜରେ ଦମନ କରିବା ତା’ ପକ୍ଷେ ସମ୍ଭବ ହୁଏନା। ଅଧିକାଂଶ ଏହି କାରଣରୁ ସଂପଦକୁ ସୁଖବେଳ ବୋଲି ଧରିଥା’ନ୍ତି। ସଂପଦବେଳେ ଅନେକ ଭଗବାନଙ୍କ ନାମସ୍ମରଣ ମଧ୍ୟ ପାସୋରି ଦିଅନ୍ତି। ବିପଦ ଆସିବା ମାତ୍ରେ ପ୍ରଥମେ ତୁଣ୍ଡରୁ ବାହାରେ - ‘ହେ ଭଗବାନ ! ରକ୍ଷାକର’। ଶନି ଚଳନ କ୍ଷେତ୍ର ଓ ଅବସ୍ଥିତି ବିଶେଷରେ ମଣିଷକୁ ରୋଗ, ଶୋକ, ଯନ୍ତ୍ରଣା, ଅର୍ଥାଭାବ, ସମ୍ମାନହାନି ଓ କ୍ଷେତ୍ରସ୍ଥଳରେ  ମୃତ୍ୟୁ ଦିଏ ବୋଲି ଜାତକ ଗଣନାକାର, ଜ୍ୟୋତିର୍ବିଦ‌୍‍ମାନେ ମତ ଦିଅନ୍ତି। ଏହି ଚଳନ ମାତ୍ରେ କୌଣସି ସଙ୍କଟ ଓ ଦୁଃଖ ‘ଶନି ଦେବଙ୍କ କୋପଦୃଷ୍ଟିରୁ’ ହେଉଛି ବୋଲି ଦୁର୍ବଳ ମଣିଷ ଭାବିବା ଯଥାର୍ଥ। ଏହା ପରେ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆରମ୍ଭ ହୁଏ ପୂଜାର୍ଚ୍ଚନା। ବିଶେଷ କରି ଶନିବାର ଶନିଦେବଙ୍କ ବାର ହୋଇଥିବାରୁ ଏହି  ଦିନ ବେଶି ଗହଳି ହୁଏ ଶନି ମନ୍ଦିରରେ। ଶନି ଦେବତାଙ୍କ ଭୟ ଆମକୁ ଏପରି ଗ୍ରାସ କରିଛି ଯେ ତାଙ୍କ ସଂଲଗ୍ନ ପୂଜାବିଧି ଓ ପରମ୍ପରାର ମହତ‌୍‍ ଦିଗକୁ ଆମେ ଧ୍ୟାନ ଦେଇ ନାହାନ୍ତି।


News Story - Posted on 2017-01-05

ମଣିଷ ଏବେ ଭଗବାନ!



ଆମେରିକାର ଜେ କ୍ରେଗ ଭେଣ୍ଟର ଇନଷ୍ଟିଚ୍ଯୁଟରେ କୃତ୍ରିମ ଜୀବନ ସୃଷ୍ଟି ଉପରେ ଦୀର୍ଘ ଦିନ ଗବେଷଣା କରି କେତେଜଣ ପ୍ରସିଦ୍ଧ ବୈଜ୍ଞାନିକ ଏକ ସିନ୍ଥେଟିକ ଜିନ ପ୍ରସ୍ତୁତି କରିବାରେ ସଫଳ ହୋଇଛନ୍ତି। ତାର ନାମ ରଖାଯାଇଛି ‘ସିଂଥିଆ’। ଉକ୍ତ ଗବେଷଣାରେ ଭାରତ ଜନ୍ମିତ ବୈଜ୍ଞାନିକ ସଞ୍ଜୟ ବୈଷି, ରାଧାକୃଷ୍ଣ କୁମାର ଏବଂ ପ୍ରଶାନ୍ତ ପି. ପାରମାର ଭାଗ ନେଇଥିଲେ। ଏବେ ମଣିଷ ଯଦି ଚାହିଁବ ତେବେ ଉକ୍ତ ଜିନକୁ ନେଇ କୃତ୍ରିମ ଉପାୟରେ ଯେକୌଣସି ପ୍ରକାର ସୁଗୁଣ ବା ଦୁର୍ଗୁଣ ଯୁକ୍ତ ମଣିଷ, ପଶୁ ପକ୍ଷୀ ଓ ଗଛ ଲତା ତିଆରି କରିପାରିବ। ଏଥିରୁ ମଧ୍ୟ ବୈଜ୍ଞାନିକମାନେ ସେମାନଙ୍କ ଇଚ୍ଛା ମୁତାବକ ଯେକୌଣସି ପ୍ରକାର ଜୀବ ସୃଷ୍ଟି କରିବାରେ ସଫଳ ହୋଇ ପାରିବେ।


News Story - Posted on 2016-10-06

ଘୋଷିତ ହେଲା ଚଳିତ ବର୍ଷର ବିଜ୍ଞାନ ନୋବେଲ



ଚଳିତ ବର୍ଷ ପାଇଁ ଚିକିତ୍ସା ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜାପାନର ଜଣେ ଚିକିତ୍ସା ବିଜ୍ଞାନୀ ମେଡିସିନ ନୋବେଲ ଜିତିଥିବାବେଳେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନର ନୋବଲେ ଜିତିଛନ୍ତି ସଂଖ୍ୟାଧିକା ମାର୍କିନ ବିଜ୍ଞାନୀ।


News Story - Posted on 2016-06-21

ରାବଣ କାହିଁକି ମଲା?



ଏବେ ସୁଦ୍ଧା ବିଶ୍ୱର ୧୦ ପ୍ରତିଶତ ଲୋକ ବି ଏଇ ଅତ୍ୟାଧୁନିକ ବିକାଶର ‘ମହାକାଳ ଫଳ’ ଖାଇ ପାରି ନାହାନ୍ତି। ଚାଖିଛନ୍ତି ଅବଶ୍ୟ ଆଉ କିଛି ଅଧିକ। ତଥାପି ପେଟ୍ରୋଲିୟମ ସରି ଆସୁଛି। କୋଇଲା ଭଣ୍ଡାର ଶେଷ ପର୍ଯ୍ୟାୟରେ। ଲୁହା, ତମ୍ୱା, ବକ୍ସାଇଟ‍୍‌ ଅନ୍ୟାନ୍ୟ ଧାତୁର ଅନେକ ଖଣି ନିଃଶେଷ। ନବେ ଭାଗ ନଦୀ ପ୍ରଦୂଷିତ। ସମୁଦ୍ର ଜଳରେ ବିଷ ଓ ଆବର୍ଜନା। ଅନେକ ଜାଗାରେ ବନ୍ଧ୍ୟା ହେଲାଣି ବସୁନ୍ଧରା। ଅଳପ ବର୍ଷାରେ ଅଧିକ ବନ୍ୟା। ଟିକେ କମିଗଲେ ମରୁଡ଼ି। ଚାରି ପଟେ ଧନ ଓ ଧାନ୍ୟର ପ୍ରାବଲ୍ୟ। ତଥାପି ଅନେକ ଅଂଚଳରେ ଦୁର୍ଭିକ୍ଷ। ସହସ୍ର ପ୍ରକାର ବ୍ୟାଧି। ଅନେକ ସେଥିରୁ ଦୁରାରୋଗ୍ୟ। ଚିକିତ୍ସା ପାଇଁ ଡାକ୍ତରଖାନା ନାହିଁ।


News Story - Posted on 2016-06-14

ସୌରଶକ୍ତିର ସ୍ୱରାଜ



ଏକ ଆକଳନରୁ ଜଣାଯାଏ ଯେ ପୃଥିବୀ ପ୍ରାୟ ୧୭୪,୦୦୦,୦୦୦ ବା ୧୭.୪ କୋଟି ଗିଗାୱାଟ‌୍‍ ସୌରଶକ୍ତି ପାଇଥାଏ। ଏଥିରୁ ପ୍ରାୟ ୩୦ ପ୍ରତିଶତ ବାୟୁମଣ୍ଡଳର ପ୍ରଥମ ସ୍ତରରୁ ପ୍ରତିଫଳିତ ହୋଇ ମହାକାଶକୁ ବିକିରିତ ହୋଇଯାଏ। ପୃଥିବୀ ପୃଷ୍ଠର ୭୧ ପ୍ରତିଶତ ଜଳ, ବାୟୁମଣ୍ଡଳ, ଗଛଲତା ଓ ଭୂପୃଷ୍ଠରେ ବାକି ଶକ୍ତି ବିଲୀନ ହୋଇଯାଏ। ଅର୍ଥାତ ପ୍ରାୟ ୧୫୦-୩୦୦ ୱାଟ‌୍‍ର ସୌରଶକ୍ତି ପ୍ରତି ବର୍ଗ ମିଟର ଭୂମି ଉପରେ ମିଳିଥାଏ। ଗୋଟିଏ ୧୦୦ ବର୍ଗ ଫୁଟ ଛାତଥିବା ଘରଟିଏ ୧.୫ - ୩.୦ କିଲୋୱାଟ୍ ସୌରଶକ୍ତି ପାଇଥାଏ ଯାହାକି ସର୍ବନିମ୍ନ ୪-୫ଟି ଏଲଇଡି ଆଲୁଅ ସହ ୨-୩ଟି ପଙ୍ଖା ଓ ଟିଭି ଆଦି ଚଳାଇବାପାଇଁ ଯଥେଷ୍ଟ। ଜଳଭାଗରେ ସୌରତାପ ଦ୍ୱାରା ଜଳୀୟ ବାଷ୍ପ ସୃଷ୍ଟି ହୋଇଥାଏ ଓ ଏହା ବାୟୁମଣ୍ଡଳରେ ଉପରକୁ ଉଠି କମ‌୍‍ ତାପମାତ୍ରା ଯୋଗୁଁ ମେଘ ସୃଷ୍ଟି କରେ ଓ ବର୍ଷା ସମ୍ଭବ ହୁଏ। ଗୋଲାକାର ପୃଥିବୀର ଆବର୍ତ୍ତନ ଓ ପରିକ୍ରମଣ ଦ୍ୱାରା ସୃଷ୍ଟ ତାପମାତ୍ରାର ପ୍ରଭେଦ ବାୟୁମଣ୍ଡଳରେ ସୃଷ୍ଟିକରେ ଝଡ଼, ତୋଫାନ, ଘୁର୍ଣ୍ଣିବାତ୍ୟା, ବାୟୁପ୍ରବାହ ଇତ୍ୟାଦି ଯାହାକୁ ଆମେ ଜଳବାୟୁ ଓ ପାଣିପାଗ ଭାବରେ ବୁଝିଥାଉ। ସମଗ୍ର ପୃଥିବୀ ପୃଷ୍ଠର ଜଳ ଓ ସ୍ଥଳଭାଗର ତାପମାନର ହାରାହାରି ମ


News Story - Posted on 2016-06-01

ସୁଶାସନ ପାଇଁ ପ୍ରଯୁକ୍ତି ବିଦ୍ୟା



ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜିର ସାହାଯ୍ୟ ନିଆଯାଆନ୍ତା ସବୁ ନହେଲେ ବି ସମସ୍ୟାର ସିଂହଭାଗ ଏହି ପ୍ରଯୁକ୍ତି ବିଦ୍ୟା ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରିବ। ମାତ୍ର ସୁଶାସନ ପାଇଁ ଯେ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ରହିଛି ଏକଥା ଶାସକ ପ୍ରଥମେ ହୃଦୟଙ୍ଗମ କରିବା ଦରକାର। ଉପର ଠାଉରିଆ ଭାବେ ପ୍ରଯୁକ୍ତି ବିଦ୍ୟାକୁ କାମରେ ଲଗାଇଲେ ଏହା କୌଣସି ଫଳ ଦେବ ନାହିଁ ତାହା ତଳ ଲିଖିତ ଗୋଟିଏ ଯୋଡିଏ ଉଦାହରଣରୁ ଜାଣିହେବ।


News Story - Posted on 2016-04-07

ସୂର୍ଯ୍ୟମନ୍ଦିରର ଆୟୁସ ଆଉ କେତେ ବାକି?



ସିବିଆରଆଇ ପକ୍ଷରୁ ସୂର୍ଯ୍ୟମନ୍ଦିର ମୁଖ୍ୟ ଆକର୍ଷଣ ଜଗମୋହନର ବାହାର ପାର୍ଶ୍ୱର ଲେଜର ସ୍କାନିଂ ସରିଛି। ତାର ଅନ୍ତିମ ରିପୋର୍ଟ ଆସିନାହିଁ। ଲେଜର ସ୍କାନିଂର ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ଜଗମୋହନର ବାହାର ପାର୍ଶ୍ବର ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତରଖଣ୍ଡ ସମୁହ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଅଛି। ଲୁଣା ପବନ ପ୍ରଭାବରେ ପଥର ଖଣ୍ଡରୁ ସ୍ତର ସ୍ତର ହୋଇ ଟୁକୁଡା ଝଡିବା ପ୍ରକ୍ରିୟା ଜାରି ରହିଛି। ଜିପିଆର ସର୍ଭେରୁ ଜଣାପଡ଼ିଛି ଯେ ମନ୍ଦିରର ମୂଳଦୁଆ ତଳକୁ ଓସାରିଆ ନ ହୋଇ ସିଧା ତଳକୁ ଯାଇଛି। ୧୦ ବର୍ଷ ପୂର୍ବେ ମନ୍ଦିର ଗାତ୍ରରେ ରାସାୟନିକ ପ୍ରଲେପ ଲଗାଯାଇ ଥିବାବେଳେ ବିଭିନ୍ନ ସମୟରେ ରସାୟନିକ ପ୍ରଲେପ ବ୍ୟବହାର ଦ୍ୱାରା କି ଫଳାଫଳ ମିଳିଛି, ସେ ସଂପର୍କିତ କୌଣସି ଲିଖିତ ଦସ୍ତାବିଜ ଏଏସଆଇ ପାଖରେ ନାହିଁ।  ଏବେ ଲୋକ ଦେଖାଣିଆ ଭାବେ କୋଟି କୋଟି ଟଙ୍କା ମୂଲ୍ୟର ନିମ୍ନମାନର ପାଇପ ଭାରାରେ ଜଗମୋହନକୁ ଚାରିପଟୁ ଆବଦ୍ଧ କରି ରାସାୟନିକ ପ୍ରଲେପ ବୋଳିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଦ୍ୱାରା ସୂକ୍ଷ୍ମ କାରୁକାର୍ଯ୍ୟ ଉପରେ ଏହି ରସାୟନର କି ପ୍ରଭାବ ପଡ଼ିବ? ଏହି ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର 


News Story - Posted on 2016-03-14

ଇମେଲ୍‌ର ଇତିହାସ




News Story - Posted on 2016-02-15

ନ୍ୟାୟିକ ପ୍ରଯୁକ୍ତିବିଦ୍ୟା ଦ୍ବାରା ପଛୁଆ ବର୍ଗର ବିକାଶ ସମ୍ଭବ



ପ୍ରାକ୍ଟିକାଲ ଆକ୍ସନର ୫୦ ବର୍ଷ ପୂର୍ତୀ ଅବସରରେ ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧୀନସ୍ଥ କଲେଜ ଅଫ ଏଗ୍ରିକଲଚରାଲ ଇଞ୍ଜିନିୟରିଂ ଓ ଟେକନୋଲଜି ବା ସିଏଇଟି ପରିସରରେ ନ୍ୟାୟିକ ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲଜି ଜଷ୍ଟିସ୍ ଉପରେ ଏକ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ସିଏଇଟି ସହ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ନ୍ୟାୟିକ ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲଜି ଜଷ୍ଟିସ୍ ଦ୍ବାରା ପଛୁଆ ବର୍ଗର ଲୋକଙ୍କ ବିକାଶ ସମ୍ଭବ ବୋଲି ମତ ଦେଇଥିଲେ । ଏ ଅବସରରେ ମନ୍ତ୍ରୀ ରାଜଧାନୀର କିଛି ବସ୍ତିରେ ପରୀକ୍ଷାମୂଳକ ଭାବରେ କରାଯାଇଥିବା ଅଭିନବ ସୋଲାର ଉଆଟର ବଲବର ଏକ ମଡେଲକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିବା ସହ ଏହା ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ରକୁ ମଧ୍ୟ ଉନ୍ମୋଚିତ କରିଥିଲେ ।


News Story - Posted on 2016-02-15

ପାଗ ପରିବର୍ତ୍ତନ: ମାଟି ଶୋଷୁଛି ଅଧିକ ଜଳ



ଏହି ଗବେଷଣା ଅନୁସାରେ ପାଗ ପରିବର୍ତ୍ତନ ଓ ବିଶ୍ବ ତାପନ ଯୋଗୁଁ ବରଫ ପାହାଡ଼ ତରଳିବା ଥମି ନାହିଁ । ବରଂ ଗତ ଦଶନ୍ଧିରେ ଅଧିକ ତୁଷାର ସ୍ତର ତରଳିଛି । ତେବେ ବିଶ୍ବ ତାପନ ଓ ପାଗ ପରିବର୍ତ୍ତନ ପ୍ରକ୍ରିୟାରେ ପୃଥିବୀର ମହାଦେଶୀୟ ସ୍ଥଳଭାଗ ଏହି ସମୟ ମଧ୍ୟରେ ଅଧିକ ଜଳ ଶୋଷଣ କରିଛି । ଆକଳନ ଅନୁସାରେ ଏହି ସମୟ ମଧ୍ୟରେ ସ୍ଥଳଭାଗ ଅଧିକ ୩.୨ ଲକ୍ଷ କୋଟି ଟନ ଜଳ ଶୋଷି ନେଇଛି । ଏସବୁ ଜଳ ମୃତ୍ତିକା, ଭୂତଳ ଜଳସ୍ତର ଏବଂ ହ୍ରଦ ଆଦିରେ ସଂରକ୍ଷିତ ରହିଛି । ଏଥିଯୋଗୁଁ ସମୁଦ୍ର ଜଳ ପତ୍ତନ ଉଚ୍ଚତା ବୃଦ୍ଧି ପ୍ରାୟ ୨୦ ପ୍ରତିଶତ ଧିମେଇ ଯାଇଛି ।

 


News Story - Posted on 2016-01-13

2050 : ଈଶ୍ବରଙ୍କ ଭୂମିକାରେ ବେଜ୍ଞାନିକ-୨/ନାନୋ ବିପ୍ଳବ ଏବଂ ଏକବିଂଶ ଶତାଦ୍ଦୀ



ମଜ୍ବୁତ, ଏଥିରେ ସାନ୍ଧ୍ରତା କମ୍ ଏବଂ ଏଗୁଡ଼ିକ ମଧ୍ୟ ଉତ୍ତମ ପରିବାହୀ ଭାବରେ କ୍ରିୟାଶୀଳ ହେବା ସହିତ ଅଦ୍ଭୁତ ପ୍ରକାରର ଇଲେକ୍ଟ୍ରୋନିକ୍ସ ପ୍ରକୃତି ପ୍ରଦର୍ଶନ କରିପାରିବେ| ଏହି ଏକସ୍ତରୀୟ ବା ଦ୍ବିସ୍ତରୀୟ ଅଙ୍ଗାର ନାନୋଟିଉବ୍  ପ୍ଳାଷ୍ଟିକ ଠାରୁ ହାଲୁକା ଏବଂ ଇସ୍ପାତ ଠାରୁ ଏକଶତଗୁଣ ଅଧିକ କଠିନ| ଏହି ନାନୋଟିଉବ ଗୁଡ଼ିକରେ ସହଜରେ କୌଣସି ଫାଟ ସୃଷ୍ଟି ହେବନାହିଁ କିମ୍ବା ସହଜରେ ସେଗୁଡ଼ିକ ନଷ୍ଟହେବାର ସମ୍ଭାବନା ମଧ୍ୟ ନାହିଁ| ପରବର୍ତ୍ତୀ କାଳରେ ହାଲୁକା ତଥା ମଜବୁତ ବସ୍ତୁ ତିଆରି କରିବାରେ ଏଗୁଡ଼ିକ ଆମକୁ ସାହାଯ୍ଯ କରିବ|

 


News Story - Posted on 2016-01-13

2050 : ଈଶ୍ବରଙ୍କ ଭୂମିକାରେ ବେଜ୍ଞାନିକ-୧



ମଣିଷ ଆଉ ବୁଢ଼ା ହେବନି| ଯେଉଁ ତିନିଗୋଟି ଗୁଣସୂତ୍ର ମଣିଷକୁ ବୁଢ଼ା କରିଦିଏ, ତାହା ଏବେ ଭଲଭାବରେ ଜଣାପଡ଼ିଲାଣି| ଜଣେ ଯଦି ଏହି ତିନିଗୋଟି ପୁରୁଣା ଜିନକୁ ଆୟତ୍ତ କରି, ତାହା ସ୍ଥାନରେ ନୂତନ ଜିନ୍ ଆଣି ଖଞ୍ଜିଦିଅନ୍ତା, ତାହେଲେ ସେ ଯେତେଦିନ ଚାହିଁବ, ସେତେଦିନ ପର୍ଯ୍ଯନ୍ତ ଯୁବକ ହୋଇରହିପାରିବ|

 


© 2015. Samanya Kathan All Rights Reserved | Editor : Debendra Prusty     

To Top