ପ୍ରକୃତି

News Story - Posted on 2017-09-14

ବ୍ରାହ୍ମଣୀ ଉପରେ ଝାଡ଼ଖଣ୍ଡର ୧୮ ପ୍ରକଳ୍ପ



ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ଦୁଇ ଉପନଦୀ ଶଙ୍ଖ ଓ କୋଏଲ‌୍‍ ଉପରେ ଝାଡ଼ଖଣ୍ଡରେ ୧୨ଟି ଡ୍ୟାମ‌୍‍ ଓ ବ୍ୟାରେଜ‌୍‍ ନିର୍ମିତ ହୋଇସାରିଥିବା ବେଳେ ଆଉ ୬ଟିର ନିର୍ମାଣ କାର୍ଯ୍ୟ ଚାଲୁଛି। ତେବେ ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ କୋଏଲ‌୍‍ ନଦୀରେ ଏକ ବ୍ୟାରେଜ‌୍‍ ଓ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୪ ବର୍ଷ ତଳେ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତାହାର ନିର୍ମାଣ କାର୍ଯ୍ୟ ଏଯାବତ‌୍‍ ଆରମ୍ଭ ହୋଇନାହିଁ। ବିଧାୟକ ଦିଲିପ ରାୟ ଏ ପ୍ରସଙ୍ଗରେ ଉତ‌୍‍ଥାପନ କରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବିବରଣୀରୁ ଏହା ଜଣାପଡ଼ିଛି।


News Story - Posted on 2017-08-16

ବନ୍ୟା ନେଇଗଲା ଛତିଶଗଡ଼!



ତେବେ ବଡ଼ କଥାଟି ହେଉଛି ଛତିଶଗଡ଼ର ଯେଉଁ ମନ୍ତ୍ରୀ ଓଡ଼ିଶା ଇତିହାସରେ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛନ୍ତି, ସେ ନିଜେ ହିଁ ନିଜ ବକ୍ତବ୍ୟରେ ସମାଧାନର ସୁରାକ ଛାଡ଼ିଛନ୍ତି। ସେ କହିଥିଲେ ଯେ ‘ମହାନଦୀ କେ ସାରେ ପାନି ସମୁନ୍ଦର ମେ ଚଲା ଜାତା ହୈ’। ଏହାକୁ ଓଡ଼ିଶାରୁ ହାଉହାଉ ହେଉଥିବା ନେତାମାନେ ବୁଝିବାକୁ ଚାହୁନାହାନ୍ତି। ଏବେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ କ୍ରମେ ଛତିଶଗଡ଼ରେ ମହାନଦୀ ଅବବାହିକାରେ ହେଉଥିବା ନୂଆ ପ୍ରକଳ୍ପଗୁଡ଼ିକର ନିର୍ମାଣ ବନ୍ଦ ରହିଛି। ଏହା ସମେତ ସମାଧାନର ପନ୍ଥା ଥିଲେ ସୁଦ୍ଧା ଓଡ଼ିଶାର ଶାସକଦଳ ଏହାକୁ ଆଳ କରି ଆଗାମୀ ବିଧାନସଭା ନିର୍ବାଚନ ଜିତିବାକୁ ରଣନୀତି ଧାର୍ଯ୍ୟ କରିଥିବାରୁ ଜଳବିବାଦର ସମାଧାନ ଶୀଘ୍ର ହୋଇଯାଉ ବୋଲି ଚାହୁ ନାହିଁ। କାରଣ ଓଡ଼ିଶା ସରକାରଙ୍କର ବା ଶାସକଦଳର କୌଣସି ସ୍ପଷ୍ଟ ଆଭିମୁଖ୍ୟ ଏବେ ବି କୌଣସି ୱେବସାଇଟରେ ନାହିଁ। ଏପରିକି ସୋସିଆଲ ମିଡ଼ିଆରେ ସକ୍ରିୟ ହେବାର ପ୍ରତିଶ୍ରୁତି ଦେଉଥିବା ଓଡ଼ିଶା ସରକାର ତଥା ଶାସକ ଦଳ କୌଣସି ଆଭିମୁଖ୍ୟ ପ୍ରକଟ କରୁ ନାହାନ୍ତି। ସବୁ ପାଣି ସମୁଦ୍ରକୁ ନଯାଇ କିଭଳି ସଂଚିତ, ଗଚ୍ଛିତ ଓ ପରିଚାଳିତ ହୋଇ ସ୍ଥଳଭାଗରେ ରହିପାରିବ, ତାହା ଉପରେ ଓଡ଼ିଶା ସରକାରଙ୍କର କୌଣସି ଯୋଜନା ନାହିଁ। ତେଣୁ ମହାନଦୀ ଉପରେ କୌଣସି ଇଂଜିନିୟରିଂ ନିର୍ମାଣ କାର୍ଯ୍ୟ ହେବାର ସମ୍ଭାବନା ମଧ୍ୟ ନାହିଁ। ତେଣେ ୨୦୦୬ ମସିହାରୁ ୨୦୧୭ ମସିହା ମଧ୍ୟରେ ଏତେ ପରିମାଣରେ ଜଳପରିଚାଳନା ପ୍ରକଳ୍ପ ଛତିଶଗଡ଼ ସରକାର କରିଛି ଯେ ଓଡ଼ିଶାର ସଂପୃକ୍ତ ବିଭାଗର ପାରିଲାପଣିଆ ଓ ସଫଳତା କଥା ଭାବିଲା ୍ବେଳକୁ ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ଲଜ୍ଜା ଲାଗୁଛି। ଗତ ୧୮ ବର୍ଷ ମଧ୍ୟରେ ନବୀନ ସରକାର କିଛି ହେଲେ ଆଖିଦୃଶିଆ କାର୍ଯ୍ୟ ମହାନଦୀ ଉପରେ କରି ନାହାନ୍ତି।


News Story - Posted on 2017-07-31

ବଜ୍ରପାତରେ ୩୭ ମୃତ



ଆଜି ପୁଣି ବଜ୍ରାଘାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୯ ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି । ଗତକାଲି ୧୮ ଜଣ ଲୋକଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା । ତେଣୁ ଦୁଇ ଦିନ ଭିତରେ ରାଜ୍ୟରେ ୩୭ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହେଲାଣି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।


News Story - Posted on 2017-07-29

ମଣିଷ ଖାଉ ବାଘମାଂସ!



ଅତୀତରେ ଏହା ଚିରସ୍ରୋତା ଥିଲା। ମାତ୍ର ପରବର୍ତ୍ତୀ ସମୟରେ ଅର୍ଥାତ‌୍‍ ଗତ ଶତାବ୍ଦୀର ଦ୍ୱିତୀୟ ଭାଗ ବେଳକୁ ସେହି ଅଞ୍ଚଳରେ ବ୍ୟାପକ ଜଙ୍ଗଲ କଟାଯୋଗଁୁ ଏହି ନଦୀ ପ୍ରଭାବିତ ହେଲା ଏବଂ ସ୍ରୋତ ହ୍ରାସ ପାଇଲା। ଏପରିକି ବର୍ଷରେ ମାତ୍ର ୪ ମାସ ଏହି ନଦୀରେ ପାଣି ରହିଲା, ବାକି ସମୟ ଏହା ଶୁଖିଲା ପଡ଼ିଲା। ଏହା ଜନସମାଜ, ଜୀବଜଗତ ଓ ବୃକ୍ଷଲତା ପାଇଁ ସମସ୍ୟା ସୃଷ୍ଟି କଲା। ତେବେ ସେହି କଲ୍ଲିକଟ ଓ ମୁଣ୍ଡନଥୁରାଇ ଜଙ୍ଗଲ (ନଦୀର ଉଭୟ ପାର୍ଶ୍ୱରେ) ବାଘଙ୍କ ପାଇଁ ଅନୁକୂଳ ହୋଇଥିବା ଅନୁଭବ କରି ସରକାର ୧୯୯୨ ମସିହାରେ ତାହାକୁ ବ୍ୟାଘ୍ର ଅଭୟାରଣ୍ୟ ଭାବେ ଘୋଷଣା କଲେ। ଏବେ ସେହି ତାମିରାବରଣୀ ନଦୀର ଚିତ୍ର ବଦଳି ଗଲାଣି। ୧୯୪୬ରୁ ୧୯୯୦ ମଧ୍ୟରେ ହୋଇଥିବା ଆକଳନ ଅନୁସାରେ ଏହି ନଦୀରେ ହାରାହାରି ୧୩ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ଏବେ ୨୩ ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି। ଅର୍ଥାତ‌୍‍ ୭୫ ପ୍ରତିଶତ ବୃଦ୍ଧି ହୋଇଛି।


News Story - Posted on 2017-07-17

ପ୍ରକୃତିର ବୈଚିତ୍ର୍ୟ- ବ୍ରହ୍ମ କମଳ



ବ୍ରହ୍ମ କମଳ ଏକ ପ୍ରକାରର କାକଟସ୍। ଏ ଗଛ ପାଇଁ ବେଶୀ ପାଣି ଦରକାର ହୁଏନି। ଦୁଇ ତିନି ଦିନରେ ଥରେ ପାଣି ଦେଲେ ଯଥେଷ୍ଟ। ବେଶୀ ପାଣି ଦେଲେ ଗଛ ମରିଯାଇପାରେ। ଛାଇ ଛାଇ ଖରା ଜାଗାରେ ଏ ଗଛ ଭଲ ହୁଏ।


News Story - Posted on 2017-07-13

ଖସିଲା ଲକ୍ଷେ କୋଟି ଟନ‌୍‍ର ବରଫ ଖଣ୍ଡ



ସ୍ୱାନ୍ସିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କହିଛନ୍ତି ଯେ ଆଣ୍ଟାର୍କଟିକାର ଲାର୍ସନ ସି ବରଫ ଗଦାରୁ ୫,୮୦୦ ବର୍ଗ କିଲୋମିଟର ପରିମିତି ଏକ ବିଶାଳ ବରଫ ଖଣ୍ଡ ସଂପୂର୍ଣ୍ଣ ଅଲଗା ହୋଇଯାଇଛି। ଜୁଲାଇ ୧୦ ସୋମବାର ଓ ଜୁଲାଇ ୧୨ ବୁଧବାର ମଧ୍ୟରେ ଏହି ଘଟଣା ଘଟିଛି। ଏହି ବରଫ ଖଣ୍ଡର ଆୟତନ ଆମେରିକାର ଡେଲାୱାର ରାଜ୍ୟଠାରୁ ବଡ଼ ଓ ଇଂଲଣ୍ଡ ରାଜଧାନୀ ଲଣ୍ଡନ ସହରର ଚାରିଗୁଣ। ଏହାର ମୋଟେଇ ୩୫୦ ମିଟର ହେବ ବୋଲି ଆକଳନ କରାଯାଇଛି। ସେହିପରି ଏହି ଖଣ୍ଡରେ ଥିବା ବରଫର ଓଜନ ଲକ୍ଷେ କୋଟି ଟନ ହେବ ବୋଲି ହିସାବ କରାଯାଇଛି। ଏବେ ଜଳ ଉପରେ ଭାସି ଭାସି ମୂଳ ଗଦାରୁ ଅଲଗା ହୋଇଯାଇଛି।


News Story - Posted on 2017-07-05

ଗଙ୍ଗା ସ୍ୱଚ୍ଛତା ପାଇଁ ଚ୍ୟାଲେଞ୍ଜ



ସ୍ୱଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନର ଶୁଭାରମ୍ଭ ପୂର୍ବରୁ ଦେଶର ସବୁଠୁ ପବିତ୍ର ତଥା ଜାତୀୟ ନଦୀ ଗଙ୍ଗା ନିଜର ଅସ୍ତିତ୍ୱ ରକ୍ଷା ପାଇଁ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲା। କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ଏବଂ ଉଦ୍ୟୋଗୀକରଣ ଦ୍ୱାରା ସୃଷ୍ଟି ଆବର୍ଜନା, ବ୍ୟାବସାୟିକ ପ୍ରଦୂଷଣ ଓ ଅନ୍ୟାନ୍ୟ ପ୍ରଦୂଷଣ ଯୋଗୁଁ ଗଙ୍ଗାର ଅସ୍ତିତ୍ୱ ପ୍ରତି ସଂକଟ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଆଦି ପାଂଚଟି ରାଜ୍ୟର ୨୫୨୫ କିଲୋମିଟର ପଥ ଦେଇ ଗଙ୍ଗା ନଦୀ ପ୍ରବାହିତ ହେଉଛି। ଏହାର ଜଳଗ୍ରହଣ କ୍ଷେତ୍ର ହେଉଛି ୮,୬୧,୪୦୪ ବର୍ଗ କିଲୋମିଟର। ଯାହାକି ଦେଶର ମୋଟ କ୍ଷେତ୍ରଫଳର ଏକ ଚତୁର୍ଥାଂଶ। ଦେଶର ୪୬ ପ୍ରତିଶତ ଜନସଂଖ୍ୟା ଗଙ୍ଗାତଟବର୍ତୀ ଇଲାକାରେ ବସବାସ କରିଥାନ୍ତି। ମୋଟ ୫ଟି ରାଜ୍ୟର ୬୬ଟି ଜିଲ୍ଲାରେ ଥିବା ୧୧୮ଟି ସହର ଏବଂ ୧୬୫୭ ଗ୍ରାମ ପଂଚାୟତ ଦେଇ ଗଙ୍ଗା ନଦୀ ପ୍ରବାହିତ ହେଉଛି।


News Story - Posted on 2017-06-30

ମଣିଷ ଘରେ ସାପ ବସା!



ଯାଜପୁର ଜିଲାର ପାଣିକୋଇଲି ଥାନା ଅନ୍ତର୍ଗତ ବରେଇ ଗ୍ରାମର ଜନୈକଙ୍କ ଘରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ୨୫ଟି ଜୀବିତ ସାପ ସହ ୩ଟି ମୃତ ସାପ ଉଦ୍ଧାର କରିଛନ୍ତି। ଉଦ୍ଧାର ସାପ ଭିତରେ ୨୨ଟି ନାଗଛୁଆ, ସେମାନଙ୍କ ମା’ ନାଗୁଣୀ ଏବଂ ୨ଟି ରଣା ସାପ ରହିଛନ୍ତି। ଏକକାଳୀନ ଗୋଟିଏ ଘରୁ ଜୀବିତ ଏବଂ ମୃତ ମିଶାଇ ୨୮ଟି ସାପ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ଜୁନ ୨୫ ତାରିଖ ମଙ୍ଗଳବାର ଉଦ୍ଧାର ସାପଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ହୋଇଥିବା ସାପକୁ ଦେଖିବା ନିମନ୍ତେ ଉକ୍ତ ଗ୍ରାମ ସମେତ ପାଖ ଗାଁରୁ ସହସ୍ରାଧିକ ଲୋକ ରୁଣ୍ଡ ହୋଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଘରୁ ସାପ ଉଦ୍ଧାର ହୋଇଛି, ସେହି ଘରେ ୬୫ ବର୍ଷର ଜନୈକା ମହିଳା ରହୁଥିଲେ ହେଁ ସେ ଏବିଷୟରେ କିଛି ବି ଜାଣିନଥିଲେ କି ସାପ ତାଙ୍କର କିଛି କ୍ଷତି କରିନଥିଲା।


News Story - Posted on 2017-06-30

ଜାଲରୁ ମିଳିଲା ୧୧ ଫୁଟିଆ ଅଜଗର!



ଜୁନ ୨୯ ତାରିଖ ଗୁରୁବାର ପୂର୍ବାହ୍ନ ୧୦ଟା ସମୟରେ ସ୍ନେକ‌୍‍ ହେଲ୍ପ ଲାଇନର ସଦସ୍ୟଙ୍କ ସହାୟତାରେ କୋଣାର୍କ ବନବିଭାଗ ଏକ ବିଶାଳ ଅଜଗର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛନ୍ତି। କୋଣାର୍କ ବନାଞ୍ଚଳ ଅନ୍ତର୍ଗତ ନେତପୁର ଗ୍ରାମ ନିକଟସ୍ଥ କୁଶଭଦ୍ରା ନଦୀରେ ମାଛଧରିବା ପାଇଁ ବିଛା ଯାଇଥିବା ଗଙ୍ଗାଧର ବେହେରା ନାମକ ଜଣେ ମତ୍ସ୍ୟଜୀବୀଙ୍କ ଜାଲରୁ ଏହାକୁ ଉଦ୍ଧାର କରାଯାଇଥିଲା।


News Story - Posted on 2017-06-27

ନିଲାମ ହେବ ନିୟମଗିରି!



ଦୁଇ ଦୁଇ ଥର ସୁପ୍ରିମ କୋର୍ଟରୁ ଛାଟ ଖାଇଲା ପରେ ବି ନିୟମଗିରି ଲୋଭ ଛାଡ଼ୁ ନାହାନ୍ତି ଓଡ଼ିଶା ସରକାର। ନିୟମଗିରି ଆଦିବାସୀଙ୍କଠାରୁ ବେଦାନ୍ତ କମ୍ପାନୀ ପାଇଁ ସରକାରଙ୍କର ପ୍ରୀତି କେତେ ଅଧିକ ତାହା ଏହାର ନିଲାମ ଉଦ୍ୟମରୁ ସ୍ପଷ୍ଟ ବାରି ହୋଇଯାଇଛି। ନିୟମଗିରି ଅଂଚଳର ଗ୍ରାମବାସୀମାନେ ଗ୍ରାମସଭାରେ ଖଣି ପ୍ରକଳ୍ପକୁ ବିରୋଧ କରିବାରୁ ସୁପ୍ରିମ କୋର୍ଟ ଏହାକୁ ଖାରଜ କରିଥିଲେ। କିନ୍ତୁ ତା’ ସତ୍ତ୍ବେ ଓଡ଼ିଶା ସରକାର ପରିବେଶ ପାଇଁ ଅତ୍ୟନ୍ତ ଉପଯୋଗୀ ଏହି ପାହାଡ଼କୁ ଧ୍ୱଂସ କରିବା ଉଦ୍ୟମ ଅବ୍ୟାହତ ରଖିଛନ୍ତି।


News Story - Posted on 2017-06-15

ପ୍ରକୃତି ସହ ସାନି ସଂପର୍କ



ଆଧୁନିକ ମଣିଷ ଜୀବନରେ ବ୍ୟସ୍ତତା ବୃଦ୍ଧି ପାଇଛି, ତାହା ସହ ମନ ମଧ୍ୟ ଅଧିକ ବ୍ୟସ୍ତତା ମଧ୍ୟରେ ଗତି କରୁଛି। ଏହି ପରିସ୍ଥିତିରେ ମନକୁ ଶାନ୍ତ ରଖିବାକୁ ହେଲେ, ପ୍ରକୃତି ସହ ପୁଣିଥରେ ଯୋଡିହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ହୋଇ ପଡିଛି। ସହରାଂଚଳରେ ଥିବା ବୃକ୍ଷରାଜ ଓ ସବୁଜିମାଭରା ପାର୍କ ସହାୟତାରେ ସାଧାରଣ ଜନତା ପ୍ରକୃତି ସହ ସଂଶ୍ଳିଷ୍ଟ ହେବାର ସୁଯୋଗ ମିଳିଥାଏ।


News Story - Posted on 2017-06-07

ନିଦାଘର ମାଦକତା



ପ୍ରସିଦ୍ଧ ଇଂରାଜୀ କବି ଏଲିଅଟ‌୍‍ଙ୍କ ପାଇଁ ଦାରୁଣ ମାସଟି ଥିଲା ଅପ୍ରେଲ। ଆମ ଦେଶରେ ଡହଡହ ଖରାର ସମୟ। ସେମିତି ଆମ ସଭିଙ୍କର ପସନ୍ଦିଆ ଋତୁ ଅଛି। ଅନେକ ବର୍ଷାକୁ ଭଲ ପାଆନ୍ତି। କଳାହାଣ୍ଡିଆ ଆକାଶ ଯେତେବେଳେ ପୃଥିବୀ ସହ ରିମ‌୍‍ଝିମ‌୍‍ ତାନରେ ମିଶିଯାଏ, ତାହା ଶିହରଣ ସୃଷ୍ଟି କରେ। ବର୍ଷାର ଟୁପୁରୁଟାପୁରୁ ଶବ୍ଦ ଝର୍କାରେ ପଡ଼ି ସଙ୍ଗୀତର ମାୟା ବୁଣେ। ସବୁଜ ଚାଦର ଘୋଡ଼ି ହୋଇ ମାଟି ମା’ ନିକୁ ସଜେଇ ପକାଏ।


News Story - Posted on 2017-06-07

ଅଧିକ ବର୍ଷିବ, ବନ୍ୟା ଆଣିବ



ପୂର୍ବ ଆକଳନ ତୁଳନାରେ ଏବର୍ଷ ମୌସୁମୀରେ ଅଧିକ ବର୍ଷା ହେବ। ଏହି ମର୍ମରେ ଏକ ସଂଶୋଧିତ ପୂର୍ବାନୁମାନ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ବିଭାଗର ମହାନିର୍ଦ୍ଦେଶକ କେଜେ ରମେଶ କହିଛନ୍ତି ଯେ ଏବର୍ଷ ମୌସୁମୀ ଋତୁରେ ଭାରତରେ ଦୀର୍ଘକାଳୀନ ହାରାହାରି ହିସାବର ୯୮ ପ୍ରତିଶତ ବର୍ଷା ହେବ। ଆଗରୁ ଏହା ୯୬ ପ୍ରତିଶତ ହେବ ବୋଲି କୁହାଯାଇଥିଲା। ଏବେ ଅଧିକ ବର୍ଷା ହେବ ଅର୍ଥ ଓଡ଼ିଶା ପରି କେତେକ ରାଜ୍ୟରେ ବନ୍ୟା ଆଶଙ୍କା ମଧ୍ୟ ଅଧିକ। ସେଥିପାଇଁ ସରକାର ଓ ସମାଜ ଆଗୁଆ ସର୍ତକ ରହିବା ଜରୁରୀ।


News Story - Posted on 2017-05-15

ମୌସୁମୀ କେବେ ଆସିବ ଓଡ଼ିଶା?



କେରଳରେ ସାଧାରଣତଃ ଜୁନ ପହିଲାରେ ମୌସୁମୀ ପହଂଚିଥାଏ। କେରଳରେ ମୌସୁମୀ ପହଂଚିଲେ ସରକାରୀ ଭାବେ ଭାରତରେ ମୌସୁମୀ ପହଂଚିଲା ବୋଲି ଧରାଯାଏ। କେରଳରେ ମୌସୁମୀ ପହଂଚିଲେ ସେଠାରୁ କେବେ କେଉଁ ରାଜ୍ୟକୁ ମୌସୁମୀ ଗତି କରେ ତାହା ମଧ୍ୟ ଗଣନା କରାଯାଏ। ରମେଶ କହିଛନ୍ତି ଯେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ମୌସୁମୀ ଆଗୁଆ ପହଂଚିଲା ମାନେ ଯେ କେରଳରେ ଆଗୁଆ ପହଂଚିବ ତାହା କହିହେବ ନାହିଁ। କେରଳରେ ମୌସୁମୀ ବର୍ଷ ଆରମ୍ଭ ହେବାର ଦୁଇ ସପ୍ତାହ ଭିତରେ ଓଡ଼ିଶାରେ ଆରମ୍ଭ ହୁଏ ବର୍ଷ ଋତୁ। ଓଡ଼ିଆ ପାଞ୍ଜି ଅନୁସାରେ ରଜ ସଂକ୍ରାନ୍ତିଠାରୁ ଓଡ଼ିଶାରେ ବର୍ଷା ଋତୁ ଆରମ୍ଭ ହୁଏ। ସେବେଠୁଁ ଆରମ୍ଭ ହୁଏ ଚତୁର୍ମାସ୍ୟା। ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ବିନ ଚାରି ମାସ ଓଡ଼ିଶାରେ ବର୍ଷା ହୋଇଥାଏ। ରଜରୁ ଆସେ ଆଷାଢ଼।


News Story - Posted on 2017-05-10

ବ୍ରାହ୍ମଣୀକୁ ବିଷାକ୍ତ କଲା କିଏ?



ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ୭୯୯ କିଲୋମିଟର ବ୍ୟାପୀ ବ୍ରାହ୍ମଣୀ, ଖରସ୍ରୋତା ନଦୀ ଜଳ ବିଷାକ୍ତ। ସୁନ୍ଦରଗଡ଼, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଳାର ନଦୀକୂଳବାସୀଙ୍କ ପାଇଁ ଭୟଙ୍କର ବିପଦ ଦେଖାଦେଇଛି। କଳକାରଖାନା ଖଣିଖାଦାନ ମାଲିକମାନେ ଲାଭର ପାହାଡ଼ ସୃଷ୍ଟି କରିବା ପାଇଁ ବର୍ଜ୍ୟବସ୍ତୁ, ରାସାୟନିକ ପଦାର୍ଥ ବିଷାକ୍ତ ଜଳ ବ୍ରାହ୍ମଣୀ ଶାଖାନଦୀ ଓ ଉପନଦୀନାଳରେ ବେପରୁଆ ଭାବେ ବର୍ଷ ବର୍ଷ ଧରି ଛାଡ଼ି ଦେଉଥିବାରୁ ଆଜି ଜନଜୀବନ, ଫସଲ ରୋଗାକ୍ରାନ୍ତ। ଶିଳ୍ପପତି, ଶାସକ ଓ ପ୍ରଶାସକଙ୍କ ଅଶୁଭ ମୈତ୍ରୀ ଫଳରେ ଜମି, ଜଳ, ଜଙ୍ଗଲ ପାହାଡ଼, ଖଣିଖାଦାନ, ଦେଶୀ ବିଦେଶୀ କମ୍ପାନୀମାନଙ୍କ ଦଖଲକୁ ଚାଲିଯାଇ ସମଗ୍ର ରାଜ୍ୟରେ ବିଭୀଷିକାମୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଓଡ଼ିଶା ଭୂମିହୀନ ଭୂଗୋଳରେ ପରିଣତ ହେବାକୁ ଯାଉଛି। ଏଇଭଳି ଅବସ୍ଥା ଆଉ କିଛିଦିନ ଲାଗି ରହିଲେ ଓଡ଼ିଶା କେବଳ ମାନଚିତ୍ରରେ ଥିବ - ମାଟିରେ ନଥିବ।


News Story - Posted on 2017-05-09

ପରିବେଶ ପାଇଁ ଉତ୍ସର୍ଗୀକୃତ ପ୍ରଫୁଲ୍ଲ



ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ଗୋଲଡ଼‌୍‍ମ୍ୟାନ‌୍‍ ଏନ‌୍‍ଭିରନ‌୍‍ମେଂଟ‌୍‍ାଲ ପ୍ରାଇଜ‌୍‍ ତଥା ଗ୍ରୀନ‌୍‍ ନୋବେଲ ପୁରସ୍କାର ଗ୍ରହଣ କରି ଯୁକ୍ତରାଷ୍ଟ୍ର ଆମେରିକାରୁ ଓଡ଼ିଶା ଫେରିଛନ୍ତି। ଫେରିବା ପରେ ସେ ଲୋହିଆ ଏକାଡେମୀରେ  ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ପୁରସ୍କାର ମୋର ବ୍ୟକ୍ତିଗତ ସଫଳତା ପାଇଁ ନୁହଁ। ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଚାଲିଥିବା ଜନ ଆନ୍ଦୋଳନମାନଙ୍କ ସଂଗ୍ରାମରେ ସାମିଲ ହୋଇଥିବା ଲୋକଶକ୍ତି ଅଭିଯାନର ଏହା ଏକ ସଫଳତା, ଯାହାର ପଛରେ ଏହାର ପ୍ରତିଷ୍ଠାତା ସମାଜବାଦୀ ନେତା ସ୍ୱର୍ଗତ ରବି ରାୟଙ୍କ ପ୍ରେରଣା ରହିଛି।


News Story - Posted on 2017-04-28

ସଂକଟରେ ବାଲୁଖଣ୍ଡ ଅଭୟାରଣ୍ୟ



ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ଥିବା ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ଝାଉଁ ଓ କାଜୁ ଜଙ୍ଗଲ ମଧ୍ୟରେ ପରିବେଷ୍ଟିତ। ଗତ ୧୯୯୯ ମସିହା ମହାବାତ୍ୟା ଓ ୨୦୧୩ରେ ହୋଇଥିବା ଫାଇଲିନରେ ଏହି ବାଲୁଖଣ୍ଡ ଅଭୟାରଣ୍ୟରେ ବ୍ୟାପକ ଝାଉଁ ଓ କାଜୁ ଜଙ୍ଗଲ ଧ୍ୱଂସ ହୋଇଥିଲା। ଦୁଇ ମହାବିପତ୍ତିର ସମ୍ମୁଖୀନ ହୋଇ ବର୍ତ୍ତି ଯାଇଥିବା ଗଛଗୁଡିକ ଏବେ ମନୁଷ୍ୟକୃତ ଧ୍ୱଂସାଭିମୁଖୀ ହେବାରେ ଲାଗିଥିବାବେଳେ ଅବାଧରେ ବନ୍ୟପ୍ରାଣୀ ଶିକାର ହେଉଥିବା ପରିବେଶବିତମାନେ ଅଭିଯୋଗ କରିଛନ୍ତି।


News Story - Posted on 2017-04-01

ଓଡ଼ିଶାରେ ହଜାରେ ଗଧ



ଓଡ଼ିଶାରେ ମାତ୍ର ହଜାରେ ଗଧ ଥିବା ବେଳେ ରାଜସ୍ଥାନରେ ସର୍ବାଧିକ ୮୧ ହଜାର, ଗୁଜରାଟରେ ୩୭ ହଜାର ଓ ମହାରାଷ୍ଟ୍ରରେ ଅଛନ୍ତି ୨୯ ହଜାର ଗଧ। ଉତ୍ତର ପ୍ରଦେଶରେ ଗଧ ସଂଖ୍ୟା ୫୭ ହଜାର। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ।


News Story - Posted on 2017-03-31

ସବୁ ନଦୀ ପ୍ରଦୂଷିତ



ଓଡ଼ିଶାରେ ପ୍ରବାହିତ ସମସ୍ତ ନଦୀର ଜଳକୁ ପ୍ରଦୂଷଣ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ‘ଗ’ ଶ୍ରେଣୀଭୁକ୍ତ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କରୁଥିବା ନିୟମିତ ପରୀକ୍ଷାରୁ ନଦୀ ଜଳରେ ବାୟୋକେମିକାଲ‌୍‍ ଅତ୍ତିଡେସନ‌୍‍ ଡିମାଣ୍ଡ (ବିଓଡି) ଓ ଟୋଟାଲ କୋଲିଫର୍ମ (ଟିସି) ପରିମାଣ ନିର୍ଦ୍ଧାରିତ ମାନଠାରୁ ଅଧିକ ରହୁଛି। ମୁଖ୍ୟତଃ ସହରାଞ୍ଚଳର ନର୍ଦ୍ଦମା ଜଳ ନିଷ୍କାସନ ଯୋଗୁ ଏପରି ଘଟୁଥିବା ଅନୁମାନ କରାଯାଉଛି। ବିଧାୟକ ଦିଲିପ ରାୟଙ୍କ ଓଡ଼ିଶାରେ ନଦୀଜଳ ପ୍ରଦୂଷଣ ଓ ତାହାର ନିରାକରଣ ପାଇଁ ପଦକ୍ଷେପ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।


News Story - Posted on 2017-03-25

ଲା ନିନା ଗଲା, ଆସିବ ଏଲ‌୍‍ ନିନୋ!



ଚଳିତ ବର୍ଷ ଏଲ ନିନୋ ପ୍ରଭାବରୁ ମୁକ୍ତ ରହିବ ଭାରତ। ଆସନ୍ତା ମୌସୁମୀ ଚାରି ମାସର ଶେଷ ଆଡ଼କୁ ଏଲ ନିନୋ ଆସିବ ବୋଲି ଅନୁମାନ କରାଯାଉଛି। ସେତେବେଳକୁ ବର୍ଷା ଋତୁ ସରି ସରି ଆସୁଥିବ। ତେଣୁ ଭାରତରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ଅନୁମାନ କରୁଛନ୍ତି ପାଣିପାଗ ବିଭାଗର ବିଶେଷଜ୍ଞ।


News Story - Posted on 2017-03-25

ରେକର୍ଡ଼ ନିମ୍ନରେ ମେରୁ ତୁଷାର



ଆର୍କଟିକ ଓ ଆଣ୍ଟାର୍କଟିକା ଅଂଚଳରେ ସାଗର ତୁଷାର ରେକର୍ଡ଼ ନିମ୍ନ ସ୍ତରକୁ ଖସିଯାଇଛି। ଆମେରିକାର ନାସା ଏବଂ ଏହାର ସହଯୋଗୀ ଏନଏସଆଇଡିସିର ବୈଜ୍ଞାନିକମାନେ ଏହି ଆକଳନ କରିଛନ୍ତି। ସେମାନଙ୍କ ମତରେ ୧୯୭୯ ମସିହାରେ ଉପଗ୍ରହ ଜରିଆରେ ଆର୍କଟିକ ଓ ଆଣ୍ଟାର୍ଟିକା ବରଫ ପରିମାଣ ଆକଳନ କରାଯିବା ପରଠୁଁ ଚଳିତ ବର୍ଷ ଏହି ସ୍ତର ସର୍ବନିମ୍ନ ସ୍ତରକୁ ଖସି ଯାଇଛି।


News Story - Posted on 2017-02-21

ବଢ଼ିଲା ତାପ, ଫେରିଲେ ଚଢ଼େଇ!



ଚିଲିକା ବନ୍ୟଜନ୍ତୁ ଖଣ୍ଡର ଡିଏଫଓ ବିକାଶ ରଂଜନ ଦାଶ କହିଛନ୍ତି ଯେ ଏ ବର୍ଷ ଚିଲିକାକୁ ଯେତେ ବିଦେଶୀ ପକ୍ଷୀ ଆସିଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଫେରିଗଲେଣି। ବାକି ପକ୍ଷୀମାନେ ଖୁବଶୀଘ୍ର ଫେରିଯିବାର ସମ୍ଭାବନା ରହିଛି। ଚିଲିକା ଅଂଚଳରେ ତାପମାତ୍ରା ହଠାତ ବୃଦ୍ଧି ପାଇବା ଏହାର ଏକ ପ୍ରମୁଖ କାରଣ ହୋଇପାରେ ବୋଲି ପକ୍ଷୀ ବିଶେଷଜ୍ଞମାନେ ମତ ଦେଉଛନ୍ତି।


News Story - Posted on 2017-02-21

କଇଁଛ ଦେଲେଣି ୩.୫୫ ଲକ୍ଷ ଅଣ୍ଡା



ଋଷିକୁଲ୍ୟା ମୁହାଁଣରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପ୍ରାୟ ୩.୫୫ ଲକ୍ଷ ଅଣ୍ଡା ଦେଇଛନ୍ତି ଅଲିଭ ରିଡଲେ କଇଁଛ। ପାଗ ପରିବର୍ତ୍ତନର ସଂକଟ ଭିତରେ ବିଲୋପ ଅଭିମୁଖୀ ଏହି ବିରଳ କଇଁଛଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପ୍ରାଣୀପ୍ରେମୀମାନଙ୍କ ମଧ୍ୟରେ ଏହା ଆନନ୍ଦ ଖେଳାଇ ଦେଇଛି।


News Story - Posted on 2017-02-13

ପୂର୍ଣ୍ଣ ସ୍ୱରାଜ- ସଂପଦର ଅଧିକାର



ସ୍ୱରାଜର ଅର୍ଥ ହେଉଛି ରାଷ୍ଟ୍ରର ସମସ୍ତ ସମ୍ପତ୍ତିର ଏବଂ ରାଷ୍ଟ୍ରର ସର୍ବଶକ୍ତିମାନ ମାଲିକ ହେଉଛନ୍ତି ଜନଗଣ। ଏହି ଜନଗଣ ଲୋକସଭା ଓ ବିଧାନସଭାକୁ ନିଜର ପ୍ରତିନିଧିଙ୍କୁ ନିର୍ବାଚିତ କରିଥାନ୍ତି। ସରକାର କହିଲେ ଏହି ପ୍ରତିନିଧିଙ୍କୁ ବୁଝାଯାଏ। ଜନଗଣଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ଦେଶର ବିକାଶ ଓ ନିରାପତ୍ତା ପାଇଁ ଏହି ନିର୍ବାଚିତ ପ୍ରତିନିଧି ନିଜର ସାମ୍ୱିଧାନିକ ନିୟମ ମୁତାବକ ଉତ୍ତରଦାୟିତ୍ୱ ପାଳନ କରିଥାନ୍ତି। କିନ୍ତୁ ଦେଖାଯାଉଛି ଯେ, ଗାନ୍ଧିଙ୍କ ସ୍ୱରାଜ ଆଦର୍ଶକୁ ଆଜିର ନିର୍ବାଚିତ ପ୍ରତିନିଧି କାର୍ଯ୍ୟକାରୀ କରୁନାହାନ୍ତି। ଜନଗଣଙ୍କ ମୌଳିକ ଅଧିକାର ସୁନିଶ୍ଚିତ ହୋଇପାରୁନାହିଁ। ଏହିପାଇଁ ନାଗରିକ ସରକାରଙ୍କଠାରୁ ନିଜର ହକ୍ ଅଧିକାର ନପାଇ ସର୍ବୋଚ୍ଚ ନ୍ୟାୟାଳଙ୍କ ଦ୍ୱାରସ୍ଥ ହେଉଛନ୍ତି। ଏହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଥିବା ନାଗରିକଙ୍କ ଅଧିକାର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସରକାର ନିଜେ ପ୍ରଣୟନ କରିଥିବା ଆଇନକୁ  କାର୍ଯ୍ୟକାରୀ କରୁନାହାନ୍ତି। ସଂବିଧାନର ୭୩ ଏବଂ ୭୪ତମ ସଂଶୋଧନ ଅନୁଯାୟୀ ଅନୁଚ୍ଛେଦ-୨୪୩ରେ ଗ୍ରାମୀଣ କ୍ଷେତ୍ର ପଞ୍ଚାୟତ ପାଇଁ, ୨


News Story - Posted on 2016-12-24

ପାହାଡ଼ ପୋଡ଼ି ଯାଉଛି!



ପ୍ରାୟ ୩୦ ବର୍ଷ ତଳେ ଭୁବନେଶ୍ୱରର ଜଳବାୟୁ ବେଶ‌୍‍ ଉପଭୋଗ୍ୟ ଥିଲା। ଏଠାରେ ବର୍ଷ ସାରା ଦକ୍ଷିଣା ପବନ ବହୁଥିଲା। ସମ୍ଭବତଃ ଏହା ସମଗ୍ର ଦେଶରେ ଏଭଳି ଉପଭୋଗ୍ୟ ଜଳବାୟୁଥିବା ଏକମାତ୍ର ସ୍ଥାନ ଥିଲା। କଣ୍ଟା ବାଉଁଶବୁଦା, କୋଚିଳା ଗଛ, ପୋକସୁଙ୍ଗା ବୁଦା, ବେତ ବୁଦା, ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର ଜଙ୍ଗଲରେ ପ୍ରଚୁର ଭାବେ ଥିଲା।


News Story - Posted on 2016-12-10

ଦେଖିବାକୁ ମିଳୁନାହାନ୍ତି ବାଇଚଢ଼େଇ



ଓଡ଼ିଶାରେ ଏକ ଅତି ଲୋକପ୍ରିୟ ଚଢ଼େଇ ଭାବେ ପରିଚିତ ବାଇଚଢ଼େଇ ପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। କୁଶଳୀ ବାଇଚଢ଼େଇର ବସା ପ୍ରକୃତିର ଅନ୍ୟ ଏକ ଆଶ୍ଚର୍ଯ୍ୟ। ଏବେକିନ୍ତୁ ବାଇ ଚଢ଼େଇ ବା ବାୟା ଚଢ଼େଇ ଓ ସେମାନଙ୍କ ବସା ଆଉ ଗାଁ ଗହଳରେ ଦେଖିବାକୁ ମିଳୁନାହାନ୍ତି। ପକ୍ଷୀଜଗତର ଶ୍ରେଷ୍ଠ ସ୍ଥପତି ତଥା କୁଶଳୀ କାରିଗର ରୂପେ ପରିଚିତ ଏହି ଚଢ଼େଇ ବିଶେଷକରି ତାଳ ଓ ନଡ଼ିଆ ଆଦି ଡେଙ୍ଗା ଗଛରେ ବସା ତିଆରି କରିଥାନ୍ତି।


News Story - Posted on 2016-12-08

ଲଘୁ ଖଣିଜର ଲଗାମହୀନ ଲୁଟ୍‌



ତହସିଲ ଅଞ୍ଚଳର ଯୋରାବାଟୀ, କୋଲସାହି, ସିହା, ସମିଆଁ, ଗୋଡ଼ିମାଗୁରା, ନଳୀଦା, ବୈରୀ, ପାରିଆ, ବରୁଣିଆ ଆଦି ମୌଜାର ସରକାରୀ ରକ୍ଷିତ, ଅନାବାଦୀ, ଗୋଚର, ଜଙ୍ଗଲ, ଜଳାଶୟ ଓ ଶ୍ମଶାନ ଭଳି ଜମିରୁ ପ୍ରାୟ ବର୍ଷେ ହେବ ଲୁଟ‌୍‍ ଚାଲିଛି। ସେମିତି ବନ୍ଧପାଲୀ ଓ ବାଉଁଶମୂଳୀ ମୌଜାର ଦୁଇଗୋଟି ଘରୋଇ ଜମିରୁ ମଧ୍ୟ ବ୍ୟାପକ ଭାବେ ଲୁଟପାଟ ହୋଇଆସିଛି। ଏହା ପ୍ରତିବାଦରେ ଓ ଏଭଳି ବେଆଇନ କାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଦାବିରେ ଜୁନ‌୍‍ ମାସ ପ୍ରଥମ ସପ୍ତାହ ବ୍ୟାପି ଆଇନଜୀବୀ ଉଦୟନାଥ ସାହୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଥିଲେ। ତହସିଲଦାର ଅନନ୍ୟୋପାୟ ହୋଇ ଏଭଳି ବେଆଇନ‌୍‍ ଖନନ ଉପରେ ରୋକ ଲଗାଇବାକୁ ଓ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାହୁଙ୍କୁ ହାତକାଟି ଲେଖି ଦେଇଥିଲେ ମଧ୍ୟ ଏହା ଉପରେ ସେମିତି କିଛି ପଦକ୍ଷେପ ଗ୍ରହଣ କରି ନଥିଲେ ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ପ୍ରଶାସନିକ ପ୍ରତିଶ୍ରୁତିର ଦେଢ଼ମାସ ପରେ ବର୍ଷାଦିନେ ଖନନକାରୀମାନେ ସେମାନଙ୍କ କାର୍ଯ୍ୟକୁ ସ୍ୱତଃ ବନ୍ଦ ରଖିବା ପରେ ଯାଇ ପ୍ରଶାସନ ପୋଲିସ ମାଧ୍ୟମରେ ମାତ୍ର ୭ ଗୋଟି ସରକାରୀ ଜମି ଉପରେ ୧୪୪ ଧାର


News Story - Posted on 2016-12-03

ଛତିଶଗଡ ଯୋଗୁଁ ହୀରାକୁଦ ଜଳ କମିବନି!



ମହାନଦୀ ଅବବାହିକାରେ ଛତିଶଗଡ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକଳ୍ପକୁ ଓଡିଶା ସରକାର କେବଳ ଲୋକ ଦେଖାଣିଆ ବିରୋଧ କରୁଛନ୍ତି। କିନ୍ତୁ ସରକାର ସେଭଳି ବଳିଷ୍ଠ ଯୁକ୍ତି ଦେଖାଇ ପାରିନାହାନ୍ତି। ଯାହା ଫଳରେ ଛତିଶଗଡର ବୃହତ ଜଳସେଚନ ପ୍ରକଳ୍ପଗୁଡିକୁ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ଜଳ ଆୟୋଗର ଅନୁମତି ମିଳିବାରେ ଅସୁବିଧା ହେଉନାହିଁ। ଗତ ଜୁଲାଇ ମାସରେ ଓଡିଶା ସରକାରଙ୍କ ଦୁର୍ବଳ ଯୁକ୍ତି ଖାରଜ ହୋଇଯିବା ପରେ ଅରପା-ଭେଁସାଝାର ପ୍ରକଳ୍ପର ଡିଟେଲଡ‌୍‍ ପ୍ରୋଜେକ୍ଟ ପ୍ଲାନ‌୍‍(ଡିପିଆର) ବା ସବିଶେଷ ପ୍ରକଳ୍ପ ଯୋଜନା ରିପୋର୍ଟକୁ କେନ୍ଦ୍ରୀୟ ଜଳ ଆୟୋଗ ସବୁଜ ସଂକେତ ଦେବା ସହ ଛତିଶଗଡର ପ୍ରକଳ୍ପ ଦ୍ୱାରା ହୀରାକୁଦକୁ ଯାଉଥିବା ଜଳ ହ୍ରାସ ପାଇବ ନାହିଁ ବୋଲି ମତ ଦେଇଛନ୍ତି।


News Story - Posted on 2016-11-26

ଆସ ବାଘ ଦେଖିବା!



ଲେଖାଟି ହେଉଛି ଆମ ଶିମିଳିପାଳ ଉପରେ। ଆଶ୍ୱସ୍ତ ରୁହନ୍ତୁ। ବଣୁଆ ହାତୀ ପଲେ କାହା ଆମରି ବାଡ଼ ଓ ଘର ଚାଳ ଭାଙ୍ଗି ଶୁଣ୍ଢରେ ବିଚରା ଲୋକଟିଏକୁ ଓଟାରି ଆଣି ପାଦରେ ଦଳି ମକଚି ମାରିଦେଲେ କି ରକ୍ତ ପିପାସୁ ବାଘୁଣିଟିଏ ପଞ୍ଝାରେ ଝୁଣି ଶାଳପତ୍ର ଗୋଟେଇବାକୁ ଯାଇଥିବା ସ୍ତ୍ରୀ ଲୋକଟିଏର ଅନ୍ତବୁଜୁଳା ବାହାର କରିଦେଲା, ସେମିତି କିଛି ଲୋମହର୍ଷଣକାରୀ କାହାଣୀର ଚିତ୍ରଣ ମୁଁ କରିବାକୁ ଯାଉନି। ତେବେ ମୁଁ ଯେଉଁ କଥା ବର୍ଣ୍ଣନା କରିବାକୁ ଯାଉଛି ତାହା କିଛି କମ୍ ମର୍ମନ୍ତୁଦ ନୁହେଁ।


News Story - Posted on 2016-11-17

ପୂନେଇଁର ପ୍ରଦୂଷଣ!



ପାଇପ‌୍‍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆମ ରାଜ୍ୟରେ ଆରମ୍ଭ ହେବା ପରଠାରୁ ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡେ ପୋଖରୀ, ଗାଡିଆ କୂଅ, ବାମ୍ଫି ଆଦି ଜଳାଶୟ ଗୁଡିକ ଅବ୍ୟବହୃତ ହୋଇପଡିଛି। ଏବେ ସେ ସବୁରେ ପବନରେ ଉଡି ପଲିଥିନ ଜରି, ପ୍ଲାଷ୍ଟିକ‌୍‍ ବୋତଲ ଏବଂ ବିଭିନ୍ନ ପ୍ରକାର ଆବର୍ଜନା ପଡୁଛି। ଜଳାଶୟଗୁଡିକ ଏକ ପ୍ରକାର ଅଳିଆ ଦାନିରେ ପରିଣତ ହୋଇଯାଇଛି। ପରିବେଶର ଭାରସାମ୍ୟ ରଖିବା ଦିଗରେ ଜଳାଶୟଗୁଡିକ ବେଙ୍ଗ, ମାଛ, ବଗ, ଡାହୁକ ଏବଂ ଅନ୍ୟାନ୍ୟ ଚଳଚର ପକ୍ଷୀ ଆଦିଙ୍କର ଖାଦ୍ୟ ଉତ୍ସବ ଏବଂ ଆଶ୍ରୟସ୍ଥଳୀ ଅଟେ। ଏଗୁଡିକ ନଷ୍ଟ କିମ୍ୱା ଧ୍ୱଂସ ହେବା ଦ୍ୱାରା ପ୍ରକୃତିର ଭାରସାମ୍ୟ ନଷ୍ଟ ହୋଇପଡୁଛି।


News Story - Posted on 2016-11-04

କାମ୍ପା, ବନବାସୀଙ୍କ ଅଧିକାର ହେବ କେମ୍ପା!



ଗତ କିଛି ଦଶନ୍ଧି ଧରି ଲଗାତାର ସମସ୍ତ ସରକାର ବିକାଶ ନାଁରେ ଦେଶର ଲକ୍ଷ ଲକ୍ଷ ଏକରର ମୂଲ୍ୟବାନ ଜଙ୍ଗଲକୁ ଅଣ ଜଙ୍ଗଲ କାମ ପାଇଁ ହସ୍ତାନ୍ତର କରି ତାକୁ ଧ୍ୱଂସ କରି ଆସିଛନ୍ତି। ୧୯୯୧ରେ ନବଉଦାର ଅର୍ଥନୀତିର ଆରମ୍ଭ ପରେ ଏହି ପ୍ରକ୍ରିୟାଟି ତୀବ୍ର ହେବା ସହ ଦେଶର ଅନେକ ମୂଲ୍ୟବାନ ଜଙ୍ଗଲକୁ ଖଣି, କାରଖାନା, ନଦୀବନ୍ଧ ନାଁରେ କର୍ପୋରେଟ‌୍‍ମାନଙ୍କୁ ହସ୍ତାନ୍ତର କରାଯାଇଛି। ଶାସନରେ ବସିଥିବା ଲୋକଙ୍କର ଏକ ଧାରଣା ହେଲା ଜଙ୍ଗଲ ଧ୍ୱଂସ କଲେ ବି ତଜ୍ଜନିତ କ୍ଷତିକୁ ବନୀକରଣ ଦ୍ୱାରା ପୂରଣ କରିହେବ। ମାତ୍ର ଏହା ଆଦୌ ସତ୍ୟ ନୁହେଁ। ଗୋଟିଏ ପ୍ରାକୃତିକ ଜଙ୍ଗଲର ଧ୍ୱଂସକୁ କେଉଁ ବାଟରେ ବି ଭରଣା କରାଯାଇ ନପାରେ। ବନୀକରଣ ଦ୍ୱାରା ହୁଏତ ନିର୍ଦ୍ଦିଷ୍ଟ କିଛି ଗଛର ଏକ ସୁନ୍ଦର ବଗିଚା ସୃଷ୍ଟି କରାଯାଇପାରିବ, କିନ୍ତୁ ପ୍ରାକୃତିକ ଜଙ୍ଗଲ ନୁହେଁ। ଏ କ୍ଷେତ୍ରରେ ଏକ ଔପନିବେଶିକ ଚେତନା କାମ କରୁଛି ଯେଉଁଥିରେ ଜଙ୍ଗଲକୁ ଏକ ସମ୍ପଦ ରୂପେ ବିଚାର କରାଯିବା ସହ ତାର ଶୋଷଣକୁ ନ୍ୟାୟ ସଙ୍ଗତ କରାଯାଇଛି ଏବଂ କିଛି ଗଛ ଲଗେଇ ଏଥିରେ ହେଉଥିବା କ୍ଷତିକୁ ଭରଣା କରାଯାଇ ପାରିବ ବୋଲି ଧରି ନିଆଯାଇଛି। ଦେଶରେ ଚାଲିଥିବା ତଥାକଥିତ କ୍ଷତିଭରଣ


News Story - Posted on 2016-11-04

ବେଆଇନ ମୋରମ ଖଣି ଠାବ




News Story - Posted on 2016-10-29

ମହାନଦୀ- ଏକ ଭୁଆଁବୁଲା ଖେଳ!



ଚାରି ମାସ ହେଲାଣି ନବୀନବାବୁ, ତାଙ୍କର ବିଜୁ ଜନତା ଦଳ ଓ ସରକାର ମହାନଦୀକୁ ପୋତ କରି ଦୁର୍ନୀତି ଓ ଅପାରଗତାର ମହାସମୁଦ୍ର ପାର ହେବାକୁ ଚେଷ୍ଟା ଚଳାଇଛନ୍ତି। ଅଥଚ ମହାନଦୀକୁ ନେଇ ଛତିଶଗଡ଼ ଓ କେନ୍ଦ୍ର ବିରୋଧରେ ସେ ଯେଉଁ ଅଭିଯୋଗ କରୁଛନ୍ତି ତାହା ଯେ ଅମୂଳକ ଓ ଭିତ୍ତିହୀନ ତାହା ତାଙ୍କରି ସରକାରର କେତେକ ପ୍ରଚାରୋପଯୋଗୀ ଫାଇଲଚାଷରୁ ସ୍ପଷ୍ଟ ହୋଇଯାଇଛି। ଏଇ ନିକଟରେ ନବୀନ ସରକାର ମହାନଦୀ ଜଳ ସର୍ବେକ୍ଷଣ କରିବାକୁ ଓର୍‌ସାକ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ ଅବବାହିକାରେ କେତେ ବୃଷ୍ଟିପାତ ହେଉଛି, କେତେ ଜଳ ମହାନଦୀରେ ରହୁଛି, କେତେ ଜଳ ସମୁଦ୍ରକୁ ଚାଲି ଯାଉଛି ଇତ୍ୟାଦି ବିଷୟରେ ଓର୍‌ସାକ୍‌ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବ। ଏହାର ଅର୍ଥ, ମହାନଦୀର ଜଳସ୍ଥିତି ନେଇ ଓଡ଼ିଶା ସରକାର ଏଯାଏଁ କିଛି ଜାଣି ନାହାନ୍ତି। ଖାଲି ଅନ୍ଧାରରେ ବାଡ଼ି ବୁଲାଉଛନ୍ତି। ଆଉ ଛତିଶଗଡ଼ ଓ କେନ୍ଦ୍ର ଆଡ଼କୁ ମୁହଁ କରି ଭୁକିବାରେ ଲାଗିଛନ୍ତି।


News Story - Posted on 2016-10-27

ବାତ୍ୟାର ଏନ୍ତୁଡ଼ିଶାଳ ବଙ୍ଗୋପସାଗର!



ଏହି ୧୨୭ ବର୍ଷ ଭିତରେ ବଙ୍ଗୋପସାଗର ମଧ୍ୟରେ ୬୧୫ ଥର ବାତ୍ୟା ସଂଗଠିତ ହୋଇଥିବା ବେଳେ ଏଥିରୁ ୫୪ ପ୍ରତିଶତ ବା ୩୩୦ ଥର ବାତ୍ୟା ଭାରତର ଉପକୂଳବର୍ତ୍ତି ଅଞ୍ଚଳକୁ ଆଘାତ ଦେଇଥିବାବେଳେ ୧୬ ପ୍ରତିଶତ ବା ୯୮ ଥର ବାତ୍ୟା ବାଂଲାଦେଶକୁ ଧକ୍କା ଦେଇଛି। ଏଥିରୁ ସହଜରେ ଅନୁମେୟ ହେଉଛି ଯେ ବଙ୍ଗୋପସାଗର ହେଉଛି  ବାତ୍ୟାର ଏନ୍ତୁଡିଶାଳ। ଏହି ରିପୋର୍ଟ ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ସ୍ଥଳଭାଗରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟାଉଥିବାବେଳେ ଏହାର ସ୍ଥିତି କ୍ରମଶଃ ଗମ୍ଭିର ହେବାରେ ଲାଗିଛି। ଗତ କିଛି ବର୍ଷ ଭିତରେ ବଙ୍ଗୋପସାଗରରେ ସଂଘଠିତ ହୋଇଥିବା  ସମସ୍ତ ବାତ୍ୟା ମଧ୍ୟରୁ ୪୬ ପ୍ରତିଶତ ବାତ୍ୟା ବା ସାମୁଦ୍ରିକ ଝଡ ଭୟଙ୍କର ରୁପ ନେଇ ସ୍ଥଳଭାଗରେ ବ୍ୟାପକ କ୍ଷୟକ୍ଷତି କରିଛି।


News Story - Posted on 2016-10-20

ଡଙ୍କାରୀ-ଲୋକଙ୍କ ବିରୋଧରେ ଶାସନ!



ଡଙ୍କାରୀରେ ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲି ଆସିଥିବା ବେଆଇନ ୱାଗନହୋଲ ବ୍ଲାଷ୍ଟିଂ ଏବଂ କଳାପଥର ଚୋରା କାରବାରକୁ ବନ୍ଦ କରିବା ପରିବର୍ତ୍ତେ ସୁରକ୍ଷା ଦେବାକୁ ଅକ୍ଟୋବର ୧୯ ତାରିଖ ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲା। ଏ ପ୍ରକାର ବେଆଇନ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳର ଭୂତଳ ଜଳ ସ୍ତର ଅତିନିମ୍ନଗାମୀ ହେବା ସହିତ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି। ଜଙ୍ଗଲ ପରିବେଶ ଧ୍ୱଂସାଭିମୁଖୀ ହୋଇଛି। ଡଙ୍କାରୀ ବେଆଇନ ପଥର ଖଣି ଜନିତ ପ୍ରଦୂଷଣ ପ୍ରଭାବରେ ବହୁଲୋକ କିଡନୀ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୫୦ରୁ ୬୦ ଲୋକଙ୍କର ମୃତ୍ୟୁ ହୋଇଯାଇଛି।


News Story - Posted on 2016-10-03

ସମାଧାନ କେବଳ ସରଳ ଜୀବନଶୈଳୀ!



ଗାନ୍ଧୀ ଜୟନ୍ତୀରେ ଭାରତର ପ୍ୟାରିସ ପାଗ ପରିବର୍ତ୍ତନ ଚୁକ୍ତି ଅନୁମୋଦନକୁ ବାନ‍୍‌ କି ମୁନ‍୍‌ ପ୍ରଶଂସା କରି କହିଛନ୍ତି ଯେ ଭାରତ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବାତ୍ତାର୍ କ’ଣ ଦେଇଥାନ୍ତା? ମହାତ୍ମା ଗାନ୍ଧୀ କହୁଥିଲେ ବିଶ୍ୱର ପ୍ରତ୍ୟେକ ଲୋକର ଆବଶ୍ୟକତା ପୂରଣ କରିବାର ଶକ୍ତି ପ୍ରକୃତି ପାଖରେ ଅଛି, କିନ୍ତୁ ବିଶ୍ୱର କୌଣସି ଲୋକର ଲୋଭର ପରିତୃପ୍ତି ପାଇଁ ସମଗ୍ର ବିଶ୍ୱର ସମ୍ୱଳ ନିଅଣ୍ଟ ପଡ଼ିବ। ଏହା ବ୍ୟତିତ ମହାତ୍ମା କହୁଥିଲେ, ତୁମେ ଯେଉଁ ପରିବର୍ତ୍ତନ ଆଣିବାକୁ ଚାହୁଁଛ ଆଗେ ତାହା ନିଜେ କରି ଦେଖାଅ। ଆଜିର ବିଶ୍ୱରେ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ କିଛି ନାହିଁ ବୋଲି ମୁନ‍୍‌ କହିଛନ୍ତି।


News Story - Posted on 2016-09-30

ବିପଦରେ ମହେନ୍ଦ୍ରତନୟା, ନିଦରେ ଓଡ଼ିଶା



ମହାନଦୀ ଏବଂ ପୋଲାଭରମ ପ୍ରକଳ୍ପକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଓଡ଼ିଶା ସରକାର ଡମ୍ୱାପୁର ଓ ଚମ୍ପାପୁର ପ୍ରକଳ୍ପ କାମ ଦୁଇବର୍ଷ ମଧ୍ୟରେ  ଶେଷ କରିବାକୁ ପ୍ରତିଶ୍ରୁତି ଦେଇ ୯ ବର୍ଷ ପରେ ପ୍ରକଳ୍ପ କାମ ଆରମ୍ଭ କରି ନଥିବା ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆନ୍ଧ୍ର କରିଥିବା ପ୍ରକଳ୍ପ ଦ୍ୱାରା ଗଜପତି ଜିଲ୍ଳାର ୩୦ଟି ଗାଁ, ୮ ହଜାର ପରିବାର, ୧୧ ହଜାର ହେକ୍ଟର ଚାଷ ଜମି ସହ ପାରଳାଖେମୁଣ୍ଡି ସହର ଓ ଅଂଚଳବାସୀ ପ୍ରଭାବିତ। ଏହାକୁ ନେଇ ମହେନ୍ଦ୍ରତନୟା  ବଂଚାଓ ଆନ୍ଦୋଳନ ନାମକ ଏକ ଲୋକସଂଗଠନ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି।


News Story - Posted on 2016-09-28

ନିଜ ମଳ ଶୁଙ୍ଘି ମରିବା କଥା!



ସେପ୍ଟେମ୍ବର ୨୭ ତାରିଖ ମଙ୍ଗଳବାର ପ୍ରକାଶ କରାଯାଇଥିବା ଏହି ରିପୋର୍ଟ ବିଶ୍ୱର ଅନ୍ୟୁନ ୩୦୦୦ ସ୍ଥାନର ତଥ୍ୟ ଭିତ୍ତିରେ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁସାରେ ବିଶ୍ୱର ୯୨ ପ୍ରତିଶତ ଲୋକ ଏମିତିସବୁ ସ୍ଥାନରେ ବସବାସ କରୁଛନ୍ତି ଯେଉଁଠି ବାୟୁର ମାନ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଧାର୍ଯ୍ୟ ମାନଠାରୁ ଯଥେଷ୍ଟ ତଳେ। ଏସବୁ ସ୍ଥାନର ବାୟୁରେ ପାର୍ଟିକୁଲେଟ ମ୍ୟାଟର ୨.୫ ବା ପିଏମ-୨୫ ମାତ୍ରା ଯଥେଷ୍ଟ ଅଧିକ ରହିଛି। ପିଏମ-୨୫ରେ ସଲଫେଟ‍୍‌ ଓ କଳା ଅଙ୍ଗାରାମ୍ଳ ଭରପୂର ଥାଏ। ଏହା ସିଧାସଳଖ ଫୁସଫୁସରେ ପ୍ରବେଶ କରି ତାହାକୁ କ୍ଷତିଗ୍ରସ୍ତ କରେ। ଅନେକ ସମୟରେ ଏହା ମଣିଷର କାର୍ଡ଼ିଓଭାସ୍କୁଲାର ବ୍ୟବସ୍ଥାକୁ ଦୁର୍ବଳ କରିଦିଏ। ପ୍ରତି କ୍ୟୁବିକ ମିଟର ବାୟୁରେ ୧୦ ମାଇକ୍ରୋଗ୍ରାମ ପିଏମ-୨୫ ରହିଥିଲେ ତାହା ନିମ୍ନ ମାନର ବାୟୁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ବିଚାର କରେ।


News Story - Posted on 2016-09-17

ବ୍ଲାକ୍‌ ରୋଜ୍‌ର ଯେଉଁଠି କି ସେଇଠି



୨୦୦୯ ମସିହା ସେପ୍ଟେମ୍ବର ମାସ ୯ ବା ୦୯/୦୯/୦୯ ତାରିଖରେ ଏହି ଜାହାଜ ଏହି କୂଳଠାରୁ ମାତ୍ର ୫ କିଲୋମିଟର ଦୂରରେ ବୁଡି ଯାଇଥିଲା। ବୁଡ଼ିଯାଉଥିବା ଜାହାଜରୁ ୨୬ ଜଣ ନାବିକ ଉଦ୍ଧାର ପାଇଥିଲେ। କିନ୍ତୁ ଜାହାଜର ମୁଖ୍ୟ ଯନ୍ତ୍ରୀଙ୍କ ମୁତ୍ୟୁ ହୋଇଥିଲା। ପ୍ରଥମରୁ ପାଣି ଉପରକୁ ଏହି ଜାହାଜ ପ୍ରାୟ ୧୫ ପ୍ରତିଶତ ଦେଖାଯାଉଥିବା ବେଳେ ଧୀରେ ଧୀରେ ତାହା ଲୋପ ପାଇ ଆଉ କୂଳକୁ ଦିଶୁ ନାହିଁ। ଏହାର ଅପସାରଣ ନେଇ ଏପର୍ଯ୍ୟନ୍ତ କୌଣସି ଉଦ୍ୟମ ଆରମ୍ଭ କରାଯାଇନାହିଁ। ମାମଲା ପାରାଦୀପ ସାମୁଦ୍ରିକ ଥାନାରୁ ଆରମ୍ଭ ହୋଇ ଇଣ୍ଟରପୋଲ ଏବଂ ଓଡିଶା ହାଇକୋର୍ଟ ସମେତ କୋଲକତା ହାଇକୋର୍ଟ ଏବଂ ପରିଶେଷରେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ମାମଲା ତୁଟିନାହଁି।


News Story - Posted on 2016-09-16

ଆଢ଼ୁଆଳରେ ସହନ ବନ



ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଛୁରିଅନା ପଞ୍ଚାୟତ ଅନ୍ତର୍ଗତ ସହନଠାରେ ରହିଛି ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ହେନ୍ତାଳବନ।  ଏହି ହେନ୍ତାଳ ବନଟି ବଙ୍ଗୋପସାଗର ଓ ଦେବୀ ନଦୀ ମୁହାଣରେ ଅବସ୍ଥିତ। ଏହି ମୁହାଣକୁ ସ୍ଥାନୀୟ ଅଞ୍ଚଳର ଲେକେ ଗଙ୍ଗାନାସୀ ମୁହାଣ ନାମରେ ନାମିତ କରିଛନ୍ତି। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ଏହି ହେନ୍ତାଳବନରେ ରହିଛି ୯ ପ୍ରକାର ଗଛ। ଲୁଣା ଓ ମଧୁର ପାଣିର ସଙ୍ଗମ ସ୍ଥଳରେ ସୃଷ୍ଟି ହୋଇଛି ଘଞ୍ଚ ହେନ୍ତାଳବନ।


News Story - Posted on 2016-09-15

ବ୍ରାହ୍ମଣୀ ନଦୀ ଶୁଖିଗଲା!



ଯେନାପୁରଠାରେ ଯଦି ବ୍ରାହ୍ମଣୀ ନଦୀ ମୁହାଣକୁ ଖୋଳାଯାଇ ସମପରିମାଣରେ ପାଣି ବ୍ରାହ୍ମଣୀ ତଥା ଖରସ୍ରୋତାରେ ଛଡ଼ାଯାଇ ପାରନ୍ତା ତେବେ ବ୍ରାହ୍ମଣୀ ନଦୀ କୂଳରେ ଥିବା ବରୀ, ବାଲିଆ, ଧାରପୁର, ମିରିଜାପୁର, ମନ୍ଦାରୀ, ବେଞ୍ଜରାପୁର, ଅଣିକଣା, ଶ୍ରୀରାମପୁର, ସେରପୁର ତଥା କୃଷ୍ଣନଗର ଗ୍ରାମର ଚାଷୀମାନେ ଜଳର ସଦୁପଯୋଗ କରି ନାନା ପ୍ରକାରର ଫସଲ ଫଳାଇ ନିଜର ଆର୍ଥିକ ମାନଦଣ୍ଡ ବଢ଼ାଇବା ସଂଗେ ସଂଗେ ଅନ୍ୟ ମୁହଁରେ ମଧ୍ୟ ଆହାର  ଦେଇପାରନ୍ତେ। ଅନ୍ୟପଟରେ ଖରସ୍ରୋତାର ପାଣି ନୂଆ ନଈ, ତନ୍ତିଘାଇ, କାଣି ନଈରେ ଅତ୍ୟଧିକ ପ୍ରବାହିତ ହୋଇ ବରୀ ଅରଙ୍ଗାବାଦ, ବାଲିବିଲି, କଳାମାଟିଆ, କାଇପଡ଼ା ଅନ୍ୟାସୀପୁର, ତଳବାରିଙ୍ଗି, ତରଡ଼ିପାଳ ଆଦି ଗ୍ରାମରେ ବହୁ ପରିମାଣରେ ମାଡ଼ିଯାଇ ଖରାଦିନିଆ ଫସଲର କ୍ଷୟକ୍ଷତି କରୁଛି। ଯଦି ବ୍ରାହ୍ମଣୀ ମୁହାଁଣକୁ ଖୋଳାଇ ସମପରିମାଣର ପାଣି ଉଭୟ ନଦୀରେ ଛଡ଼ାଯାଇପାରନ୍ତା ତେବେ ଲୋକମାନଙ୍କର ଏପରି କ୍ଷୟକ୍ଷତି ହୁଅନ୍ତା ନାହିଁ।


News Story - Posted on 2016-08-28

ଲୁଟେରାଙ୍କ ପ୍ରତି ତହସିଲଦାର ଦୟାବାନ!



ସେହିଭଳି ମେ ମାସ ୧୭ ତାରିଖରେ ସେ ଦର୍ପଣ ଗଡ଼ ଆରଆଇ ସର୍କଲରେ ଚାଲିଥିବା ବିଭିନ୍ନ ବେଆଇନ‌୍‍ ଖାଦାନମାନଙ୍କରେ ଚଢ଼ାଉ କରି ଗୋଟିଏ ଜେସିବି ମେସିନ‌୍‍ ଓ ଗୋଟିଏ ହାଇୱା ଟ୍ରକ‌୍‍ ଜବତ‌୍‍ କରିଥିଲେ। ଠିକ‌୍‍ ସେମିତି ୨୦୧୫ ମସିହା ବର୍ଷକ ମଧ୍ୟରେ ସେ କେବଳ ଅକ୍ଟୋବର ୧୭ ତାରିଖ ସକାଳ ସାଢ଼େ ୧୦ ଟା ବେଳେ ସମିଆଁ ଆର‌୍‍ଆଇ ସର୍କଲ ଅଞ୍ଚଳର ବନ୍ଧପାଲୀ ଓ ବାଉଁଶମୂଳୀ ଠାରେ ଚାଲିଥିବା ବେଆଇନ‌୍‍ ଖନନ ସ୍ଥାନରେ ଚଢ଼ାଉ କରିଥିବା ଓ ପୁନଶ୍ଚ ସେହିମାସ ୧୯ ତାରିଖ ଅପରାହ୍ନ ୨ ଟା ୩୦ ମିନିଟ‌୍‍ରେ ସେହି ବନ୍ଧପାଲୀ ଓ ବାଉଁଶମୂଳୀ ମୌଜାର ବେଆଇନ‌୍‍ ଖନନ ସ୍ଥାନରେ ଚଢ଼ାଉ କରି ଏଥିରେ ନିୟୋଜିତ ଥିବା ଏକ ଜେସିବି ମେସିନକୁ ଜବତ‌୍‍ କରିଥିଲେ ବୋଲି ତାଙ୍କ ଗସ୍ତ ବିବରଣୀରେ ଉଲ୍ଲେଖ ରହିଛି। ମାତ୍ର ସମିଆଁ ଆରଆଇ ଶ୍ୟାମସୁନ୍ଦର ବିଶ୍ୱାଳ କହିଛନ୍ତି ଯେ ଅପ୍ରେଲ ମାସ ୧୮ ତାରିଖ ଦିନ ତହସିଲଦାର ନୁହଁନ୍ତି ବରଂ ସେ ନିଜେ ସେହି ୨ ଗୋଟି ଟ୍ରକ‌୍‍ ଜବତ କରି ବୈରୀ ପୋଲିସ‌୍‍କୁ ହସ୍ତାନ୍ତର କରିଥିଲେ।


News Story - Posted on 2016-08-23

ମହାନଦୀ ଯଦି ହଜିଯାଏ...



ସ୍ୱଭାବରେ ଓଡ଼ିଆ ସ୍ୱପ୍ନ ପ୍ରିୟ। ଶୋଇ ରହିଲେ ହିଁ ସ୍ୱପ୍ନ ଆସେ। ନିଦ ଯେତେ ଗଭୀର, ସ୍ୱପ୍ନର ଅମୋଦତା ସେତେ ଅଧିକ। ସ୍ୱପ୍ନ ଦେଖିବା ଓ କେତେବେଳେ ଆଉ କାହାର ସ୍ୱପ୍ନକୁ କାୟ-ମନ-ବାକ୍ୟରେ ସାକାର କରିବାକୁ ଓଡ଼ିଆ ପ୍ରାଣ, ବାସ୍ତବତାଠାରୁ ଦୂରେଇ ଯାଏ କି ବାସ୍ତବତା ତା’ ଠାରୁ ଦୂରେଇ ଯାଏ ତାହା ଅନୁଶୀଳନ ସାପେକ୍ଷ। ଏହି ଶୋଇ ରହିବା ଦେଖି ଡାକି ଉଠାଇବାକୁ ଚାହିଁଥିଲେ ମଧୁ ବାରିଷ୍ଟର। ଦାସେ ଆପଣେ ଶୁପ୍ତ ଅବସ୍ଥା ମଉକାରେ ଉତ୍କଳର ନେତା କରିଦେଇ ଗଲେ ନାରାୟଣଙ୍କୁ। କବି ରାଥାନାଥ ଏ ଅବସ୍ଥା ଦେଖି ଦୋଷ ଦେଲେ ନିୟତିକୁ ତାଙ୍କ ଚିଲିକା କାବ୍ୟରେ ଚେଷ୍ଟାରେ କେତେବେଳେ ଶୋଇଥିଲେ ଓ କେତେବେଳେ ଚେଇଁଥିଲେ ତା’ର ଅତୀତ ଇତିହାସ ଖୋଜୁଛନ୍ତି ରାତି ଅନିଦ୍ରା ହୋଇ ସମ୍ମାନୀୟ ହରପ୍ରସାଦ।


News Story - Posted on 2016-08-21

ଶାସକ-ମାଫିଆ ଅସାଧୁ ମେଣ୍ଟ!



ପ୍ରଶାସନର ଯେ ବେଆଇନ ମାଙ୍କଡ଼ା ପଥର ଖନନକୁ ରୋକିବା କିମ୍ୱା ବେଆଇନ ଖନନକାରୀଙ୍କ ଉପରେ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆନ୍ତରିକତା ନାହିଁ ଏସବୁ ଘଟଣା ତାହାକୁ ପ୍ରମାଣିତ କରୁଛି। କେତେକ ପ୍ରଶାସନିକ ଅଧିକାରୀ ଅବଶ୍ୟ ପରିଚୟ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ସେମାନେ ଚାହିଁଲେ ବି କିଛି କରିପାରିବେ ନାହିଁ। କାରଣ ଏସବୁ କାର୍ଯ୍ୟରେ ଶାସକ ବିଜୁ ଜନତା ଦଳର ବଡ଼ବଡ଼ ନେତାଙ୍କ ସଂପୃକ୍ତି ଅଛି। ପ୍ରଶାସନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କହି ଅଫିସରଙ୍କ ବିରୋଧରେ ଭିଜିଲାନ୍ସ କୁକୁର ଲଗାଇଦେବେ ନହେଲେ ବାରମ୍ବାର ବଦଳି କରିବେ।


News Story - Posted on 2016-08-13

ପଥର ପାଇଁ ଜଙ୍ଗଲ ସଫା!




News Story - Posted on 2016-08-05

ମହାନଦୀ ମୁହାଁଣରେ ଭଉଁରୀ




News Story - Posted on 2016-07-19

ସାରୋଇ ପାହାଡ଼ ଖାଇଗଲେ



ସମୁଦାୟ ଘଟଣାକ୍ରମରୁ ବୁଝାପଡ଼ୁଛି ଯେ ଏହି ପାହାଡ଼ ଲୁଟ୍ ଘଟଣାରେ ଶାସକ ବିଜୁ ଜନତା ଦଳର ସଂପୃକ୍ତି ରହିଛି। ନହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ବିଭାଗ କାହିଁକି ଧର୍ମଶାଳା ତହସିଲଦାର ରଂଜନ ଯେନାଙ୍କୁ ସୁରକ୍ଷା ପ୍ରଦାନ କରିଛି? କାହିଁକି ମକଦ୍ଦମା ଅନୁମତି ଦେବାକୁ ବର୍ଷାଧିକ କାଳ ସମୟ ଗଡ଼ାଇଛି? କାହିଁକି ଏହି ଲୁଟ୍ ବିରୋଧରେ ବିଜୁ ଜନତା ଦଳର ସ୍ଥାନୀୟ କିମ୍ବା ଜିଲ୍ଲା ସ୍ତରୀୟ ନେତାମାନେ ପାଟି ଫିଟାଇ ନାହାନ୍ତି? କାହିଁକି ସେମାନେ ସାଧାରଣ ସଂପତ୍ତି ହଡ଼ପ ଓ ପରିବେଶର କ୍ଷତିକାରକ କାର୍ଯ୍ୟକୁ ବିରୋଧ କରି ନାହାନ୍ତି?


News Story - Posted on 2016-07-15

ପ୍ରକୃତିର କୋପ ବଢ଼ୁଛି




News Story - Posted on 2016-07-12

ଗରିବ ଭୋଗିବେ ପାଗ ଦୁର୍ଦ୍ଦଶା



ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଅନୁସାରେ ଏହି ପରିବର୍ତ୍ତନ ମଧ୍ୟରେ ଶିଶୁ, ମହିଳା, ବୟସ୍କ ବ୍ୟକ୍ତି ଓ ଗରୀବ ଲୋକମାନଙ୍କର ରୋଗ ସଂକଟ ବୃଦ୍ଧି ପାଇବ ଅର୍ଥାତ ସେମାନେ ହିଁ ଏହା ଦ୍ୱାରା ଅଧିକ ପ୍ରଭାବିତ ହେବେ। ଏହା ଜନ ସମୁଦାୟ ମଧ୍ୟରେ ସ୍ୱାସ୍ଥ୍ୟଗତ ଅସମାନତା ବୃଦ୍ଧି କରିବ। ଏକବିଂଶ ଶତାବ୍ଦୀ ଶେଷ ବେଳକୁ ପାଗ ପରିବର୍ତ୍ତନ ପ୍ରକ୍ରିୟାରେ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ବୃଦ୍ଧି ପାଇବ। ଏହି ସମୟବେଳକୁ ମଧ୍ୟ ବିଶ୍ୱ ଓ ଆଂଚଳିକ ସ୍ତରରେ ମରୁଡ଼ିର ଭୟାବହତା ବୃଦ୍ଧି ପାଇବ ବା ସେତେବେଳକୁ ବିଶ୍ୱର ଅଧିକ ଅଂଚଳରେ ଅଧିକ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ଖାଦ୍ୟ ସଂକଟ ସୃଷ୍ଟି କରିବ। ଖାଦ୍ୟ ସଂକଟ ଜନିତ ମନ୍ଦପୁଷ୍ଟି କାରଣରୁ ଶିଶୁ, ମହିଳା ଓ ବୟସ୍କ ଲୋକମାନେ ଅଧିକ ରୋଗର ଶିକାର ହେବେ।


News Story - Posted on 2016-07-09

ଜୁଆର ଆସିଲେ ଆତଙ୍କ ବଢ଼େ!



ଓଡ଼ିଶା ଉପକୂଳରେ ସାମୁଦ୍ରିକଝଡର ନିରାକରଣ ନିମନ୍ତେ ସରକାରଙ୍କ ତରଫରୁ ଯେଜନା ପ୍ରସ୍ତୁତି ଜରୁରୀ ହୋଇପଡ଼ିଛି। ଓଡ଼ିଶାର ଗୋପାଳପୁରଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ପ୍ରାୟ ୪୮୦ କିମି ସୁଦୀର୍ଘ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସୁବିସ୍ତୃତ ଝାଉଁ ଜଙ୍ଗଲ ଓ ହେନ୍ତାଳ ବଣ ନିହାତି ଦରକାର। ଅଳ୍ପ କେତେକ ସ୍ଥାନରେ ପ୍ରାକୃତିକି ଭାବ ରହିଥିବା ଏହି ସାମୁଦ୍ରିକ ଜଙ୍ଗଲ ପ୍ରାକୃତିକ ବିପର୍ଯ୍ୟୟ ଓ ମନୁଷ୍ୟକୃତ କାରଣରୁ ଦ୍ରୁତଗତିରେ ଲୋପ ପାଉଛି। ସେଥି ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ଝଡର ଆତଙ୍କ ବହୁଗଣୀତ ହୋଇଛି। ସମୁଦ୍ରର ଉଚ୍ଚ ଜୁଆର ବାଲିବନ୍ତ, ଝାଉଁ ଜଙ୍ଗଲ ଓ ହେନ୍ତାଳ ବଣରେ ମାଡ଼ ହୋଇ ସମୁଦ୍ର ଗର୍ଭକୁ ଫେରି ଯାଇଥାଏ। ସମୁଦ୍ର ଉପକୂଳରେ ବସବାସ କରୁଥିବା ଲୋକଙ୍କର ଧନଜୀବନ ଏଥିପାଇଁ ସୁରକ୍ଷିତ ହୋଇଥାଏ।


News Story - Posted on 2016-07-08

କେନ୍ଦ୍ରାପଡ଼ା ମେଣ୍ଢା, ବିଞ୍ଝାରପୁରୀ ଗାଈ



ଏବେ ଓଡ଼ିଶା ପ୍ରକୃତିର ଅନ୍ୟ କେତେକ ଗରିମା ପଦାକୁ ଆସିଛି। ବୈଜ୍ଞାନିକ ଗବେଷଣାରୁ ଜଣାଯାଇଛି ଯେ କେନ୍ଦ୍ରାପଡ଼ା ଅଂଚଳର ମେଣ୍ଢା ହେଉଛନ୍ତି ବିଶ୍ବର ସର୍ବୋତ୍କୃଷ୍ଟ ୬ ପ୍ରକାର ମେଣ୍ଢାଙ୍କ ମଧ୍ୟରେ ଅନ୍ୟତମ। ଭାରତର ସର୍ବୋତ୍କୃଷ୍ଟ ମେଣ୍ଢାଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ମେଣ୍ଢାଙ୍କ ସ୍ଥାନ ଦ୍ବିତୀୟ ବୋଲି କୁହାଯାଉଛି। ଭାରତ ସରକାର କେନ୍ଦ୍ରାପଡ଼ା ମେଣ୍ଢାଙ୍କୁ ଏହି ମାନ୍ୟତା ପ୍ରଦାନ କରିଛନ୍ତି। ଭାରତରେ ମୋଟ ୩୯ ପ୍ରଜାତିର ମେଣ୍ଢା ଦେଖାଯାଆନ୍ତି।


News Story - Posted on 2016-06-29

ବର୍ଷାରେ ବୁଡ଼ିବ ବ୍ରହ୍ମପୁର!



ଗତ ଫାଇଲିନ‌୍‍ ବାତ୍ୟା ପୂର୍ବରୁ ଘୋଷଣା ସତ୍ତ୍ବେ ଡ୍ରେନ‌୍‍ ଏବଂ ନାଳଗୁଡ଼ିକର ସଫେଇ ହୋଇନଥିବାରୁ ବ୍ରହ୍ମପୁର ସହର ପାଣି ଘେରରେ ରହିଥିଲା। ଚଳିତବର୍ଷ ଭଲ ମୌସୁମୀ ବର୍ଷା ହେବ ବୋଲି ବହୁ ପୂର୍ବରୁ ପାଣିପାଗ ବିଭାଗ ସୂତ୍ରରୁ ଘୋଷଣା କରାଯାଇଥିଲେ ମଧ୍ୟ ମୌସୁମୀ ଆସିବା ଆଗରୁ ସେ କାର୍ଯ୍ୟ ହେଲା ନାହିଁ। ବର୍ତ୍ତମାନ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଏଭଳି ସ୍ଥିତିରେ ବିଭିନ୍ନ ପ୍ରକାର ଆବର୍ଜନା ଭର୍ତ୍ତି ହୋଇ ରହିଥିବା ବିଭିନ୍ନ ଡ୍ରେନ ସଫା କରାଯାଇ ନଥିବାରୁ ବର୍ଷାରେ ମଇଳା ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଏହି ମଇଳା ଯୋଗୁଁ ମଧ୍ୟ ବର୍ଷା ଜଳ ନିଷ୍କାସିତ ହୋଇନପାରି ରାସ୍ତାରେ ଜମି ରହୁଛି। ତେଣୁ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣିରେ ଲୋକେ ଯାତାୟତ କରୁଛନ୍ତି।


News Story - Posted on 2016-06-28

ଗୋରୀ ଅଣ୍ଡାରେ ଛୁଆ ଅଛି!



ବଉଳା କୁମ୍ଭୀର ଗୋରୀ ପୋଖରୀ ହୁଡ଼ାରେ ୪୦ରୁ ୪୨ଟି ଅଣ୍ଡା ଦେଇଥିବା ଜୁନ ୨୬ ତାରିଖରେ ଜାଣିବାକୁ ମିଳିଛି। ଏହା ପୂର୍ବରୁ ମଧ୍ୟ ଗୋରୀ ଅଣ୍ଡା ଦେଇଥିଲା। ବନ୍ୟଜନ୍ତୁ ବିଭାଗର କର୍ମଚାରୀଙ୍କ ସୂଚନା ଅନୁଯାୟୀ ଗୋରୀ ପୂର୍ବରୁ ପ୍ରାୟ ୧୫ ଥର ଅଣ୍ଡା ଦେଇଛି। କିନ୍ତୁ ପୁରୁଷ କୁମ୍ଭୀର ସଂସର୍ଗ ବିନା ସେଥିରୁ ଛୁଆ ଫୁଟିନାହିଁ।


News Story - Posted on 2016-06-19

ରେବ ଗିଳୁଛି ଓରାଳି



ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ପଞ୍ଚାୟତ ଅଧୀନ ଓରାଳି ଗାଁ ପାଖ ଦେଇ ବହି ଯାଇଛି ରେବ ନଈ। ଖୁବ‌୍‍ କମ‌୍‍ ଦିନ ଭିତରେ ରେବ ନଈ ଆଁରେ ଲୀନ ହେବାକୁ ଯାଉଛି ଓରାଳି ଗାଁ।


News Story - Posted on 2016-06-14

ନଈକୁ ନର୍ଦ୍ଦମା କରିବା ବିରୋଧରେ ବିଦ୍ରୋହ



ବନ୍ୟା ନିୟନ୍ତ୍ରଣ ପାଇଁ ଦକ୍ଷିଣପଟ ବନ୍ଧକୁ ଟିକରପଡ଼ାଠାରେ ଖରସ୍ରୋତା ଉପରଦେଇ ସମ୍ପ୍ରସାରିତ କରାଯିବାରୁ ମୂଳ ଖରସ୍ରୋତାରେ ଜଳପ୍ରବାହ ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇଗଲା। ଫଳତଃ ନଦୀଶଯ୍ୟାର ଶୁଷ୍କ ଅଂଶରେ ତଣ୍ଡି, ଅମରି ଓ ଅନ୍ୟାନ୍ୟ ବଣୁଆବୁଦା ଓ ନିଶ୍ଚଳ ଜଳଥିବା ଅଂଶରେ ବିଲାତିଦଳ ଓ ବିବିଧ ଜଳଗୁଳ୍ମ ଜନ୍ମି ଶଯ୍ୟାରେ ମଶା, ମାଛି, କୀଟ ଓ ସରୀସୃପ ବଂଶ ବୃଦ୍ଧିପାଇ ଅସ୍ୱାସ୍ଥ୍ୟକର, ଅନୁପଯୋଗୀ ଜୈବମଣ୍ଡଳ ସୃଷ୍ଟି ହେଲା। ନଦୀଶଯ୍ୟାର ଗଭୀର ଅଂଶରେ ଜମି ରହୁଥିବା ଜଳରାଶି ପ୍ରଦୂଷିତ ହେବା ଫଳରେ ଦୁଇ କୁଳର ବାସିନ୍ଦା ଏବଂ ଗୃହପାଳିତ ପଶୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ୁଛନ୍ତି। ଦାବିପତ୍ର ଧର୍ମଶାଳା ଏବଂ କୋରାଇ ବିଧାନସଭା ମଣ୍ଡଳୀର ନିର୍ବାଚିତ ପ୍ରତିନିଧି, ଯାଜପୁର ଜିଲ୍ଲାପାଳ, ଜଳସେଚନ ନିର୍ବାହୀ ଯନ୍ତ୍ରୀ, ରାଜ୍ୟ ଜଳସମ୍ପଦ ବିଭାଗର ମୁଖ୍ୟ ସଚିବ, ରାଜ୍ୟର ମୁଖ୍ୟ ଶାସନ ସଚିବ, ବିଧାନସଭା ଅଭିଯୋଗ କମିଟିର ଅଧ୍ୟକ୍ଷ ଏବଂ ସର୍ବୋପରି ରାଜ୍ୟର ମାନ୍ୟବର ରାଜ୍ୟପାଳ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ନ୍ୟାୟାଧୀଶ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବହୁପୂର୍ବରୁ ପ୍ରଦାନ କରାଯାଇଥିବା ସତ୍ତ୍


News Story - Posted on 2016-06-10

୨୪ ବର୍ଷର ତପସ୍ୟା ୫ ଦିନରେ ଧୂଳିସାତ



ଦର୍ଶନୀବନ୍ତକୁ ଶ୍ରୀହିନ କରି ଦେଇଛି ବନ ବିଭାଗ। ଶ୍ରଦ୍ଧାଳୁ, ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ, ବ୍ଲକ ଓ ପଞ୍ଚାୟତର କୋଟିକୋଟି ଟଙ୍କା ଅନୁଦାନରେ ଗଢି ଉଡିଥିବା ଏହି ବିଶାଳ କୋଠାକୁ ବନ ବିଭାଗ ୨୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରି ଭାଙ୍ଗି ଦେଇଛି। ଆଶ୍ରମର ଏହି କୋଠାବାଡି ବେଆଇନ ଭାବେ ଜଙ୍ଗଲ ଜମିରେ ନିର୍ମାଣ କରାଯାଇଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୩ ତାରିଖ ଶୁକ୍ରବାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଠାରେ ବନ ବିଭାଗର ଏକ ସେକ୍ସନ କାର୍ଯ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଗୃହକୁ ଛାଡି ସମସ୍ତ କଂକ୍ରିଟ ନିର୍ମାଣକୁ ଭାଙ୍ଗି ଦିଆଯାଇଛି। ଏଥିପାଇଁ ପ୍ରଶାସନକୁ ପାଞ୍ଚ ଦିନ ସମୟ ଲାଗିଥିଲା। ବନ ବିଭାଗ ପକ୍ଷରୁ ଜଙ୍ଗଲ ଜମି ସୀମାନେ ଇଟା ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।


News Story - Posted on 2016-06-07

ସୁମେରୁ ହେବ ତୁଷାରଶୂନ୍ୟ!



କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟର ମେରୁ ସାଗର ପଦାର୍ଥବିଜ୍ଞାନ ଗୋଷ୍ଠୀର ମୁଖ୍ୟ ପ୍ରଫେସର ପିଟର ୱାଧାମ ୪ ବର୍ଷ ତଳେ ଏମିତି ଏକ ଭବିଷ୍ୟବାଣୀ କରିଥିଲେ। ସେ କହିଥିଲେ ଯେ ସୁମେରୁ ସମୁଦ୍ର ବରଫହୀନ ହୋଇଯିବାର ମାନେ ନୁହେଁ ସେଠାରେ ଥିବା ସବୁଯାକ ବରଫ ତରଳିଯିବ। ତେବେ ଚଳିତ ବର୍ଷ ସେପ୍ଟେମ୍ୱର ସୁଦ୍ଧା ଏହି ବରଫ ପରିମାଣ ୧ ନିୟୁତ ବର୍ଗ କିମିଠୁ ଆହୁରି ଅଧିକ କମିଯାଇ ପାରେ। ଏପରିକି ଏହି ପରିମାଣ ୩-୪ ନିୟୁତ ବର୍ଗ କିମି ମଧ୍ୟ ହୋଇପାରେ। ଏହା ଏବର୍ଷ ନହେଲେ ଆର ବର୍ଷ ହେବ ବୋଲି କହିଛନ୍ତି ପ୍ରଫେସର ୱାଧାମ। ସୁମେରୁ ଓ ଉତ୍ତର ମେରୁ ଅଂଚଳର କିଛି ବରଫ ଏହି ସମୟରେ କାନାଡ଼ାର ଉତ୍ତର ଉପକୂଳ ଓ ଅନ୍ୟ ଛୋଟଛୋଟ ଦ୍ୱୀପ ଉପକୂଳରେ ଲାଗି ରହିବ।


News Story - Posted on 2016-06-06

‘ଲୋକସଭାଠୁ ଶକ୍ତିଶାଳୀ ଗ୍ରାମସଭା’



ସରକାର ବାସ୍ତବିକତାକୁ ନ ବୁଝି ପରିବେଶ କଥା ଚିନ୍ତା ନକରି ଏବଂ ଏହି ଅଧିବାସୀମାନଙ୍କର ଧର୍ମୀୟ ଭାବନାକୁ ଆଘାତ କରି କମ୍ପାନୀ ସହିତ ପ୍ରୀତି କରୁଛନ୍ତି କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ସମ୍ବିଧାନ ଅନୁସାରେ ଗ୍ରାମସଭାର ନିଷ୍ପତ୍ତି ହେଉଛି ଚୂଡ଼ାନ୍ତ। ଏହାକୁ ଲୋକସଭା କି ସୁପ୍ରିମ କୋର୍ଟ ମଧ୍ୟ ରଦ୍ଦ କରିପାରିବେ ନାହିଁ। ଏପରିକି ରାଷ୍ଟ୍ରପତି ଚାହିଁଲେ ମଧ୍ୟ ଗ୍ରାମସଭାର ନିଷ୍ପତ୍ତି ବହିର୍ଭୂତ କୌଣସି କାର୍ଯ୍ୟ କରିପାରିବେ ନାହିଁ। ଏଭଳିସ୍ଥଳେ ସମ୍ୱିଧାନ ଦେଥିବା କାହାର କେଉଁ ଅଧିକାରକୁ ସରକାର ବା କମ୍ପାନୀ ଛଡାଇ ପାରିବେ ନାହିଁ ବୋଲି ଦୃଢ଼ ଘୋଷଣା କରିବା ସହିତ ଏହି ଅଞ୍ଚଳର ଜନଜୀବନ ସହିତ ଜଡିତ ଥିବା ଏହି ପାହାଡକୁ ସରକାର ଜନତାଙ୍କୁ ମାରି କମ୍ପାନୀକୁ ଦେବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ବୋଲି କହିଥିଲେ। ବର୍ତ୍ତମାନର ବିଶ୍ୱ ପାରିବେଶିକ ସଂକଟ ଦେଇ ଗତି କରୁଥିବା ବେଳେ ସରକାର ଏହି ପାହାଡକୁ ନେବା ପାଇଁ କପଟ ପ୍ରୟାସ ଜାରି ରଖିବା ଏକ ଦୁଖଃଦ ଘଟଣା।


News Story - Posted on 2016-05-28

ସମୁଦ୍ର ଫେରିଲେ ଶିଶୁ କଇଁଛ




News Story - Posted on 2016-05-21

ଜୈବବିବିଧତା ପ୍ରଶିକ୍ଷଣ ଶିବିର




News Story - Posted on 2016-05-12

ନିୟମଗିରି ମାଡ଼ କୁଳଉ ନାହିଁ!




News Story - Posted on 2016-05-09

ପୋଡ଼ୁଛି ଜଙ୍ଗଲ, ବଢ଼ୁଛି କେମିତି?



ଆମ ଜଙ୍ଗଲ କିନ୍ତୁ ପୋଡ଼ି ଯାଉଛି। ଓଡ଼ିଶା ସରକାରଙ୍କର ଧ୍ୟାନ ସେଥିରେ ନାହିଁ। ବିକାଶ ନାଁରେ ଜଙ୍ଗଲ ପଦା କରିବା ଯାହାର ମୁଖ୍ୟ କାମ ସିଏ ଜଙ୍ଗଲ ସୁରକ୍ଷା ଉପରେ ଜୋର ଦେବ କାହିଁକି? ଜଙ୍ଗଲ ଜଳିଗଲେ ବରଂ ସରକାରୀ ନେତା ଓ ବାବୁମାନଙ୍କର ଲାଭ। ଜଙ୍ଗଲ ପଦା ହେଲେ ସେମାନେ ସେହି ଜମିକୁ କୋଉ ଶିଳ୍ପପତି ବା ବ୍ୟବସାୟୀଙ୍କୁ ଅର୍ପଣ କରିପାରିବେ, ପ୍ରତିବଦଳରେ କୋଟିକୋଟି ଟଙ୍କାର ଲାଞ୍ଚ ଖାଇପାରିବେ। ନହେଲେ ବନ୍ଧୁବାନ୍ଧବ କୁଟୁମ୍ବ ସହକାରେ ସେହି ଜମିକୁ ହଡ଼ପ କରିନଇ ପାରିବେ। ଜଙ୍ଗଲ ସୁରକ୍ଷା ଆଳରେ ସୃଷ୍ଟି ହୋଇଥିବା ବନ ବିଭାଗର ମୁଖ୍ୟ କାମ ଯେତେବେଳେ ଜଙ୍ଗଲ ଠିକା ଦେବା ଓ ପୁରୁଣା ଗଛ କାଟି ଚାରା ରୋପଣ କରିବା ସେତେବେଳେ ଜଙ୍ଗଲ ପୋଡ଼ିଗଲେ ସେମାନେ ଖୁସି ମନାଇବା କଥା। ଦୋଷ ତ’ ଆଦିବାସୀଙ୍କ ପୋଡ଼ୁଚାଷ ଉପରେ ଲଦି ଦିଆଯାଇ ପାରେ ନା!

 


News Story - Posted on 2016-05-06

ପତର ତାତେନି, ପଥର ତାତେ



ତେଣୁ ଆମର ରାସ୍ତା ତିଆରି ହେଲେ ଗଛ କଟା ଯାଏ, ଯଦିଓ ଗଛ ଥାଇ ବି ରାସ୍ତା ବୁଲେଇ ତିଆରି ହୋଇପାରେ। ବଡ଼ବଡ଼ିଆଙ୍କ ଘରବାଡ଼ି ବା ଜମି ପଡ଼ିଲେ ରାସ୍ତା କ’ଣ ସଳଖ ଭାବେ ଯାଇପାରେ? ଇଂଜିନିଅରମାନେ କେତେ ବୁଲେଇ ବଙ୍କେଇ ରାସ୍ତା ତିଆରି କରନ୍ତି- କାହା ଜମି ନେବା ପାଇଁ, କାହା ଜମି ଛାଡ଼ିବା ପାଇଁ। କିନ୍ତୁ ଗଛ ପଡ଼ିଲେ ରାସ୍ତାର ନକ୍ସା ବୁଲେ ନାହିଁ, ବୁଲି ପାରେନା! ଅଗତ୍ୟା ଗଛ କାଟିବାକୁ ପଡ଼େ। ସେ ଗଛ ନିଲାମ ହୁଏ, ବିକ୍ରି ହୁଏ, ଚୋରି ହୁଏ, ହଡ଼ପ ହୁଏ। ତା’ ବଦଳରେ ଆଉ ଗଛ ଲାଗିବାର ପଣ ହୁଏ, ଟଙ୍କା ଖରଚ ହୁଏ, ଗଛ ବଂଚେନା। ଚାରା ରୋପଣ, ପାଣି ଦେବା ଓ ଘେରଟ ବାବଦରେ ପ୍ରତିବର୍ଷ ପାଣିର ପଡ଼େ କୋଟିକୋଟି ଟଙ୍କା। ମୂଳ ଗଛ ଥିଲେ ଏସବୁ ଖର୍ଚ୍ଚର ଦରକାର ହୁଏନି, ତେଣୁ ଦୁର୍ନୀତିର ବାଟ ମଧ୍ୟ ବନ୍ଦ ଥାଏ।

 


News Story - Posted on 2016-05-03

ବଜ୍ରାଘାତରେ ବାପଝିଅ ସମେତ ୪ ମୃତ




News Story - Posted on 2016-05-03

ବେଳାଭୂମିରେ ଲକ୍ଷ ଲକ୍ଷ ମୃତ ଜେଲି ଫିଶ୍



ମତ୍ସ୍ୟଜୀବୀମାନେ ଏହି ଜେଲିଫିଶକୁ ରାବେଣା ବୋଲି କହିଥାନ୍ତି। ସେମାନଙ୍କ ମତରେ ଏହା ଏକ ପ୍ରଜାତିର ଜେଲି ଫିଶ। ଗଭୀର ସମୁଦ୍ରରେ ଏମାନେ ଦଳ ଦଳ ହୋଇ ଦଳପତି ବା ମା ଜେଲିଫିଶକୁ ଅନୁସରଣ କରି ଖାଦ୍ୟ ସଂଗ୍ରହ କରିଥାନ୍ତି। ଏହି ସମୟରେ ଶିକାରୀ ଜଳଚର ଜୀବଙ୍କର ଆକ୍ରମଣ ହେଉ ବା ଦଳପତି ଠାରୁ ଅଲଗା ହୋଇ ବଟବଣା ହେବା ଯୋଗୁଁ ସମୁଦ୍ରର ଉଚ୍ଚ ଜୁଆରକୁ ଚାଲି ଆସିବା ଫଳରେ ଜୁଆର ସହ ସଂଘର୍ଷ କରି ନ ପାରି କୂଳକୁ ଭାସିଆସି ମୃତ୍ୟୁବରଣ କରିଥାନ୍ତି।

 


News Story - Posted on 2016-04-24

ବାହାନା ଛାଡ଼ିଲେ ଶୀତଳ ହେବ ପୃଥ୍ବୀ



ମିଳିତ ଜାତିସଂଘର ଶାନ୍ତି ଓ ଜଳବାୟୁ କର୍ମୀ ଭାବେ ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଖ୍ୟାତ ଅଭିନେତା ଲିଓନାର୍ଡୋ ଡି କ୍ୟାପିରୋ ବିଶ୍ବବାସୀଙ୍କ ତରଫରୁ କହିଛନ୍ତି ଯେ ଆମେ ସମସ୍ତେ ଆଜି ପରସ୍ପରକୁ ଅଭିନନ୍ଦନ ଜଣାଇପାରିବା କିନ୍ତୁ ବିଶ୍ବ ନେତାମାନେ ଏଠାରୁ ଫେରିବା ପରେ ଯଦି ଏ ଦିଗରେ କିଛି କାର୍ଯ୍ୟ ନକରନ୍ତି ତେବେ ଏହାର କିଛି ମାନେ ନାହିଁ। ଆଉ ଆଲୋଚନା ଦରକାର ନାହିଁ, ଆଉ ବାହାନା ଦରକାର ନାହିଁ କି ଆଉ ୧୦ ବର୍ଷର ଅନୁଧ୍ୟାନ ଦରକାର ନାହିଁ। ବିଶ୍ୱବାସୀ ଚାହିଁ ରହିଛନ୍ତି। ଭବିଷ୍ୟତ ତୁମମାନଙ୍କୁ ପ୍ରଶଂସା କରିବ ନହେଲେ ନିନ୍ଦା କରିବ। ସେ କହିସାରିବା ପରେ ଉପସ୍ଥିତ ଥିବା ୧୭୫ ଦେଶର ପ୍ରତିନିଧି ଏହି ଚୁକ୍ତିରେ ସ୍ବାକ୍ଷର କରିଥିଲେ। ପୂର୍ବରୁ କୌଣସି ଅନ୍ତର୍ଜାତୀୟ ଚୁକ୍ତିରେ ଏକାସାଙ୍ଗରେ ଏତେ ଦେଶ ସ୍ବାକ୍ଷର କରିନଥିଲେ।

 


News Story - Posted on 2016-02-15

ମଣିଷର ମାରକ ଦଶା ବାୟୁ ପ୍ରଦୂଷଣ



କାନାଡ଼ାର ଭାଙ୍କୋଭର ସ୍ଥିତ ବ୍ରିଟିଶ କଲମ୍ବିଆର ପ୍ରଫେସର ମାଇକେଲ ବ୍ରାର କହିଛନ୍ତି ଯେ ବାୟୁ ପ୍ରଦୂଷଣ ହେଉଛି ପୃଥିବୀର ମୃତ୍ୟୁ ବିପଦର ଚତୁର୍ଥ ବୃହତ୍ତମ କାରଣ । ଏହା ହେଉଛି ରୋଗବ୍ୟାଧିର ପ୍ରମୁଖ କାରଣ । ସମଗ୍ର ପୃଥିବୀରେ ଲୋକମାନଙ୍କୁ ସୁସ୍ଥ ଓ ନିରାମୟ ରଖିବା ଦିଗରେ ଅଧିକ ଅନୁପାତରେ ବାୟୁ ପ୍ରଦୂଷଣ କମାଇବାର ଜରୁରୀ ଆବଶ୍ୟକତା ରହିଛି । ତାପଜ ବିଦ୍ୟୁତ କେନ୍ଦ୍ର, ଉତ୍ପାଦନ ଭିତ୍ତିକ ଶିଳ୍ପ, ମୋଟର ଗାଡ଼ି ଧୂଆଁ ଓ କୋଇଲା ଏବଂ କାଠ ପରି ଜାଳେଣୀ ଇନ୍ଧନ ଯୋଗୁଁ ସମଗ୍ର ବିଶ୍ବରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । ଏସବୁଥିରୁ ନିର୍ଗତ ହେଉଥିବା ଧୂଆଁ ଓ ସେଥିରେ ମିଶି ରହିଥିବା ଅନେକ ବିଷାକ୍ତ କଣିକା ମଣିଷ ଓ ଜୀବଜନ୍ତୁଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଅନେକ କ୍ଷେତ୍ରରେ ଏହା ମୃତ୍ୟୁକୁ ଡାକି ଆଣିଥାଏ ।

 


News Story - Posted on 2016-02-12

ଚିଲିକାର ଶିଶୁମାର ସୁରକ୍ଷା ଜରୁରୀ



ଚିଲିକା ନିଶ୍ଚିତ ରୂପେ ଏକ ମନୋରମ ଦର୍ଶନୀୟ ସ୍ଥାନ | ଏହାର ଜୈବବିବିଧତା ପୃଥିବୀ  ପ୍ରସିଦ୍ଧ | ଆଗେ  ଚିଲିକାର ନଳବଣ ବିଦେଶୀ ପକ୍ଷୀଙ୍କର କାକଳୀରେ ପୂର୍ଣ୍ଣ ହେବା ସହ ଦେଶୀ  ବିଦେଶୀ ଦର୍ଶକଙ୍କ ଭିଡ, ଶୀତ ଋତୁରେ ଦେଶ ପାଇଁ ବୈଦେଶିକ ମୁଦ୍ରା ଓ ସ୍ଥାନୀୟ ଲୋକଙ୍କ ପାଇଁ ସୁଗମ ଅର୍ଥଲାଭ ପନ୍ଥା ରୂପେ ଗୃହୀତ ହେଉଥିଲା | ଏବେ କିନ୍ତୁ ଚିଲିକା ବର୍ଷକ ବାର ମାସ ଡଲଫିନ୍ ପାଇଁ ପିସିଦ୍ଧି ଅର୍ଜନ କରିଛି | ରାଜ୍ୟ ବାହାରର ଦର୍ଶକମାନଙ୍କୁ  ଆକର୍ଷଣ କରିବା ପାଇଁ ଆମର ଦିଗଦର୍ଶକମାନେ ଆଉ ସମ୍ପୂର୍ଣ୍ଣ ଚିଲିକା କଥା ବଖାଣିବା ଦରକାର ହେଲାନାହିଁ | କେବଳ ଡଲଫିନ୍ ଦେଖିବାର ଲୋଭରେ ହିଁ ଅଧିକାଂଶ ଦର୍ଶକ ଚିଲିକା ମୁହାଁ  ହେଉଛନ୍ତି | ସୁଖର କଥା ଯେ ଏହି ଡଲଫିନମାନେ ଚିଲିକାର ଏକ ନିର୍ଦ୍ଦିଷ୍ଟ ଅଂଚଳରେ (ସାତପଡା ନିକଟବର୍ତୀ ଅଂଚଳ) ଅଧିକ ଦେଖାଯାଉଛନ୍ତି | ବିଶ୍ବପ୍ରସିଦ୍ଧ ପୁରୀ ବେଳାଭୂମୀ ନିକଟବର୍ତୀ ହୋଇଥିବାରୁ, ଏବେ ସାତପଡାର ଡଲଫିନ୍ ହିଁ ପ୍ରଧାନ ଆକର୍ଷଣ ଭାବେ ସବୁ ବର୍ଗର ପରିଦର୍ଶକଙ୍କୁ ଆକର୍ଷିତ କରି ପାରୁଛି | ପୂର୍ବେ, ପ୍ରାୟ ତିରିଶ ବର୍ଷ ତଳେ ଚିଲିକା ଦର୍ଶନାର୍ଥୀ, ଗମନାଗମନ ଓ  ରହିବା ଇତ୍ୟାଦି ସୁବିଧା ପାଇଁ ବାଲୁଗା&#


News Story - Posted on 2016-01-24

ଖଣ୍ଡାଧାରକୁ ଖଣିଖନନ ମୁକ୍ତ ଅଞ୍ଚଳ କରିବା ଦାବୀ




News Story - Posted on 2016-01-14

ସେସମିକ ଫଲଟ ଲାଇନରେ ରେଙ୍ଗାଲି, ହୀରାକୁଦ

 



ରାଜ୍ୟ ମଧ୍ୟରେ 3ଟି ମୁଖ୍ୟ ଫଲଟ ଲାଇନ ରହିଛି| ପ୍ରଥମତଃ ମଧ୍ୟ ପ୍ରଦେଶରୁ ଏକ ଫଲଟ ଲାଇନ ହୀରାକୁଦ ଦେଇ ତାଳଚେର ପର୍ଯନ୍ତ‘ ଆସି ବ୍ରାହ୍ମଣୀ ଫଲଟ ଲାଇନକୁ ସଂଯୋଗ କରିଛି| ଅନ୍ୟ ଏକ ଫଲଟ ଲାଇନ ଜୟପୁର- ଭବାନୀପାଟଣା- ବଲାଙ୍ଗୀରର କିଛି ଅଂଶ ଦେଇ ବ୍ରାହ୍ମଣୀ ଫଲଟ ଲାଇନକୁ ସଂଯୋଗ କରୁଛି | ସେହିପରି ଆସ୍କା- ଭୁବନେଶ୍ବର- କଟକ ଓ ଢେଙ୍କାନାଳ ଦେଇ ଅନ୍ୟ ଏକ ଫଲଟ୍ ଲାଇନ ମଧ୍ୟ ରହିଛି |  ପାଲଲହଡ଼ା ନିକଟର୍ବୀ ମାଲ୍ୟଗିରି ପାହାଡ଼ରେ ମଧ୍ୟ ଏକ ଫଲଟ ଲାଇନ ରହିଛି | ଏହି ଫଲଟ ଲାଇନ ଯୋଗୁଁ ଭବିଷ୍ୟତରେ ମାଲ୍ୟଗିରି ପାହାଡ଼ର ଭୌଗୋଳିକ ପରିସ୍ଥିତିରେ ମଧ୍ୟ ପରିବର୍ତ୍ତନ ଘଟିବାର ଆଶଙ୍କା ରହିଛି| ଏହା ବ୍ୟତୀତ ଭୁବନେଶ୍ବର ସହର ମଧ୍ୟରେ ଅନେକ କ୍ଷୁଦ୍ର ଫଲଟ ଲାଇନ ମଧ୍ୟ ରହିଛି |


© 2015. Samanya Kathan All Rights Reserved | Editor : Debendra Prusty     

To Top