ସ୍ବାସ୍ଥ୍ୟ

News Story - Posted on 2017-09-09

୪୦% ଡାକ୍ତର ପଦବୀ ଖାଲି



ମନ୍ତ୍ରୀ ଦେଇଥିବା ତଥ୍ୟରେ ଦର୍ଶାଇଛନ୍ତି ଯେ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକ ପାଇଁ ମୋଟ୍ ୬୭୧୯ଟି ବିଭିନ୍ନ ପାହ୍ୟାର ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ସେଥିରେ ୪୦୩୨ ଜଣ ଡାକ୍ତର ଅଛନ୍ତି ଓ ୨୬୮ଂ୭ଟି ପଦବୀ ଖାଲି ପଡ଼ିଛି। ଖାଲି ପଡ଼ିଥିବା ଡାକ୍ତର ପଦବୀଗୁଡ଼ିକ ମଧ୍ୟରେ ପ୍ରଥମ ଶ୍ରେଣୀ ଜୁନିଅର୍ ବ୍ରାଞ୍ଚ ପାହ୍ଯାର ୧୨୧୬, ସିନିୟର୍ ବ୍ରାଞ୍ଚର ୬୨୪ ଓ ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ୪୩୦ ପଦବୀ ଅନ୍ତର୍ଭୁକ୍ତ। ଏହାଛଡ଼ା ପ୍ରଥମ ଶ୍ରେଣୀ ସିଲେକ୍ସନ୍ ଗ୍ରେଡ୍ ପାହ୍ୟାରେ ୪୩ଟି, ଦ୍ବିତୀୟ ଶ୍ରେଣୀ ସିଲେକ୍ସନ ଗ୍ରେଡ୍ ପାହ୍ୟାରେ ୩୭୩ଟି ଏବଂ ବରିଷ୍ଠ ପ୍ରଶାସନିକ ଗ୍ରେଡରେ ଗୋଟିଏ ଡାକ୍ତର ପଦବୀ ଖାଲି ରହିଛି। ଖାଲିଥିବା ବିଭିନ୍ନ ପଦବୀଗୁଡ଼ିକୁ ଲୋକସେବା ଆୟୋଗ ଦ୍ବାରା ଚୟନ, ବିଭାଗୀୟ ପଦୋନ୍ନତି, ଆଡହକ ନିଯୁକ୍ତି ତଥା ଚୁକ୍ତିଭିତ୍ତିକ ନିଯୁକ୍ତି ଦ୍ବାରା ଯଥାସମ୍ଭବ ପୂରଣ କରାଯିବା ପାଇଁ ଜିଲ୍ଲା ଚିକିତ୍ସାଧିକାରୀ ଓ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ କେତୋଟି ହୋମିଓପାଥିକ ଓ ଆୟୁର୍ବେଦିକ ଡାକ୍ତର ପଦବୀ ଖାଲି ପଡ଼ିଛି ସେ ସଂକ୍ରାନ୍ତରେ କିଛି କୁହାଯାଇନାହିଁ।


News Story - Posted on 2017-09-09

କିପରି ରୁଟି ଖାଇବା କୁହ!



ଆଜିକୁ ୫ ହଜାର ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା କାଳରେ ରୁଟିର ପ୍ରଚଳନ ଆରମ୍ଭ ହୋଇଥିଲା ବୋଲି ଖାଦ୍ୟ ଐତିହାସିକମାନଙ୍କ ମତ। ଭାରତୀୟ ଭୋଜନ ଶୈଳୀରେ ରୁଟି ଏକ ପ୍ରମୁଖ ଖାଦ୍ୟ। ରୁଟି ବିନା ଭୋଜନ ଅଧା ବୋଲି ବିଚାର କରାଯାଏ। ଅଟାରେ ପ୍ରସ୍ତୁତ ଏହି ରୁଟି ବା ଚପାତି ସଂପୂର୍ଣ୍ଣ ରୂପେ ସିଲେନିୟମ, ଭିଟାମିନ୍‌-ଇ ଏବଂ ତନ୍ତୁଯୁକ୍ତ ହୋଇଥିବାରୁ ଏଥିରେ ହୃଦରୋଗ ଓ କର୍କଟ ରୋଗର ସମ୍ଭାବନା କମ‌୍‍ ଥାଏ।


News Story - Posted on 2017-08-19

ଶିଶୁ ମୃତ୍ୟୁହାର ରୋକିବ ‘ପ୍ରୋବାୟୋଟିକ’



ବିଶ୍ୱରେ ସଂକ୍ରମଣଜନିତ ଶିଶୁ ମୃତ୍ୟୁହାର ଏକ ଜଟିଳ ସମସ୍ୟା ଭାବେ ଉଭା ହୋଇ ସମଗ୍ର ମାନବ ସଭ୍ୟତା ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । କିନ୍ତୁ ଖୁସିର ଖବର ଦୀର୍ଘ ୧୭ ବର୍ଷର ଅକ୍ଳାନ୍ତ ଗବେଷଣା ଓ ପରୀକ୍ଷାନିରୀକ୍ଷା ପରେ ଆମେରିକାର ନେବ୍ରାସିକା ମେଡିକାଲ ସେଣ୍ଟର ବିଶ୍ୱବିଦ୍ୟାଳୟର ଗ୍ଲୋବାଲ ହେଲ୍ଥ ଓ ଡେଭଲପମେଣ୍ଟର ଡାଇରେକ୍ଟର ତଥା ଓଡିଶା ମାଟିର ଗୌରବ ଡାକ୍ତର ପିନାକି ପାଣିଗ୍ର୍ରାହୀ ଏଭଳି ମାରତ୍ମକ ବ୍ୟାଧିରୁ ମୁକ୍ତି ପାଇବା ପାଇଁ ପ୍ରତିଶେଧକ ଔଷଧ ‘ପ୍ରୋବାୟୋଟିକ୍’ ଉଦ୍ଭାବନ କରିବାରେ ସଫଳ ହୋଇଛନ୍ତି । ଏକ ଆକଳନ ଅନୁଯାୟୀ ପ୍ରତିବର୍ଷ ବିଶ୍ୱରେ ୬ ଲକ୍ଷ ଶିଶୁ ସଂକ୍ରମଣଜନିତ ରୋଗ ଡାଏରିଆ, ନିମୋନିଆ, ଓ ଶ୍ୱାସପ୍ରଶ୍ୱାସ ସମ୍ବନ୍ଧୀୟ ସଂକ୍ରମଣରେ ଅକାଳରେ ଜୀବନ ହାରିଥାନ୍ତି । ନୂତନ ଉଦ୍ଭାବନ ‘ପ୍ରୋବାୟୋଟିକ୍’ ଏଭଳି ବିପଦଜନକ ରୋଗରୁ ଶିଶୁଙ୍କୁ ରକ୍ଷା କରିବା ସହ ବିଶ୍ୱରୁ ୪୦ ପ୍ରତିଶତ ଶିଶୁମୃତ୍ୟୁ ହାର ରୋକିବାରେ ସହାୟକ ହେବ । ଏହାର ସବିଶେଷ ବିବରଣୀ ବିଶ୍ୱର ବିଜ୍ଞାନ ଭିତ୍ତିକ ୧ ନମ୍ବର ଜର୍ଣ୍ଣାଲ ‘ନେଚର’ ତାହାର ସଂପାଦକୀୟରେ ପ୍ରକାଶ କରିଛି । ଏହାସହ ବିବିସି ରେଡିଓ ଭଳି ଆମେରିକାର ନେସନାଲ ପବ୍ଲିକ ରେଡିଓରେ ମଧ୍ୟ ପ୍ରସାରିତ ହୋଇଛି । ଏହା ଅନୁମୋଦିତ ହେଲେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଓଡିଶା ବିଶ୍ୱ ବିଦିତ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହା ହେବ ଏକ ମାଇଲଖୁଣ୍ଟ । 


News Story - Posted on 2017-08-05

ସ୍ତନ୍ୟପାନକୁ ପ୍ରୋତ୍ସାହନ ଦେବା କାହିଁକି?



ଇଣ୍ଡିଆ ନ୍ୟୁବର୍ଣ୍ଣ ଆକ୍ସନ୍ ପ୍ଲାନ୍ (ଆଇଏନ୍ଏପି)ର ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ନବଜାତକ ମୃତ୍ୟୁ ହାରକୁ ଏକକ ସଂଖ୍ୟାକୁ ଆଣିବା (ବିଶ୍ୱସ୍ତରୀୟ ଲକ୍ଷ୍ୟଠାରୁ ୫ ବର୍ଷ ଆଗରେ) ଏବଂ ପ୍ରମୁଖ ବିଷୟ ଯେପରିକି ଗର୍ଭଧାରଣ ପୂର୍ବ ଏବଂ ପ୍ରସବ ପୂର୍ବବର୍ତ୍ତୀ ଯତ୍ନ, ତ୍ୱରିତ ନବଜାତକ ଯତ୍ନ, ସୁସ୍ଥ ଏବଂ କ୍ଷୁଦ୍ର/ଅସୁସ୍ଥ ନବଜାତକଙ୍କ ଯତ୍ନ ସହିତ ନବଜାତକ ବଂଚିରହିବା ପାଇଁ ଯତ୍ନ ଆଦି ପ୍ରତି ବିଶେଷ ଗୁରୁତ୍ୱ ଦେବା । ୨୦୨୫ ସୁଦ୍ଧା ସ୍ତନ୍ୟପାନ ହାର (ଜନ୍ମନେବାର ପ୍ରଥମ ଏକ ଘଂଟା ମଧ୍ୟରେ) ୯୦%ରେ ପହଂଚାଇବା ଲାଗି ଏହା ଲକ୍ଷ୍ୟ ରଖିଛି ।


News Story - Posted on 2017-08-03

ନିମୋନିଆ ବିରୋଧରେ ସଂଗ୍ରାମ



ବିଗତ ବର୍ଷରେ ରୋଗ ଓ ତତଜନିତ ମୃତ୍ୟୁ ହାର ହ୍ରାସ କରିବା କ୍ଷେତ୍ରରେ ଟୀକାକରଣର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ବସନ୍ତ ଏବଂ ପ୍ଲେଗ ପରି ରୋଗ ଆଉ ଆମ ପାଇଁ ଚିନ୍ତାର କାରଣ ହୋଇ ରହିନାହିଁ । ସେହିପରି ଭାରତ ମଧ୍ୟ ଏବେ ପୋଲିଓ ମୁକ୍ତ ରାଷ୍ଟ୍ର ହୋଇ ପାରିଛି । ଏବେ ମାତୃ ଓ ଶିଶୁ ମଧ୍ୟ ଟିଟାନସ ମୁକ୍ତ ହୋଇ ପାରିଛନ୍ତି । ଦେଶରେ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ସରକାରଙ୍କ ନିବେଶ ଓ ପ୍ରତିବଦ୍ଧତା ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ । ଏହି ଟୀକାକରଣ କାର୍ଯ୍ୟକ୍ରମ ଦ୍ୱାରା ବର୍ତ୍ତମାନ ଦେଶର ଶିଶୁଙ୍କୁ ୧୧ଟି ମାରାତ୍ମକ ଓ ବିପଦଜନକ ରୋଗନିରୋଧ ଟୀକା ଦିଆଯାଉଛି । ପିସିଭି ଟୀକାକରଣ ଦ୍ୱାରା ଏହି ସଂଖ୍ୟା ଏବେ ୧୨ରେ ପହଁଚିଛି । ନିକଟରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ-୪) ଦ୍ୱାରା ଜାରି କରାଯାଇଥିବା ସଂଖ୍ୟା ଅନୁସାରେ ଭାରତରେ ସଂପୂର୍ଣ୍ଣ ଟୀକାକରଣ ୬୨ ପ୍ରତିଶତ ହୋଇଛି । ଏହା ଏକ ଦଶନ୍ଧି ପୂର୍ବରୁ ମାତ୍ର ୪୩.୫ ପ୍ରତିଶତ ଥିଲା । ଅ।।ହୁରି ଅଧିକ ଟୀକାକୁ ସାମିଲ କରିବା ଏବଂ ଅଧିକ ଅଂଚଳକୁ ସାମିଲ କରିବା ଦ୍ୱାରା ଶିଶୁ ଓ ବାଳ ମୃତ୍ୟୁ ହାରରେ ଆହୁରି ହ୍ରାସ ଅଣାଯାଇପାରିବ । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୨୦୧୪ରେ ମିଶନ ଇନ୍ଦ୍ରଧନୁଷ ଆରମ୍ଭ କରାଯାଇଥିଲା । ୨୦୨୦ ସୁଦ୍ଧା ଦେଶର ୯୦ ପ୍ରତିଶତ ଶିଶୁଙ୍କୁ ଜୀବନରକ୍ଷକ ଟୀକାରେ ସାମିଲ କରିବା ହେଉଛି ଏହାର ଲକ୍ଷ୍ୟ । ଆମ ମାନନୀୟ ପ୍ରଧାନମନ୍ତ୍ରୀ କିନ୍ତୁ ଏହି ସମୟସୀମାକୁ ହ୍ରାସ କରି ୨୦୧୮ରେ ଧାର୍ଯ୍ୟ କରିଛନ୍ତି । ତେଣୁ ଏହି ଲକ୍ଷ୍ୟ ହାସଲ ପାଇଁ ଏବେ ଜୋରଦାର ପ୍ରୟାସ ଚାଲୁରହିଛି । ଦେଶର କୌଣସି ଶିଶୁ ଯେପରି ଏହି ଲାଭରୁ ବଂଚିତ ନହୁଅନ୍ତି, ସେଥିପ୍ରତି ଳକ୍ଷ୍ୟ ରଖାଯାଇଛି । 


News Story - Posted on 2017-07-30

ଗଞ୍ଜେଇ ଔଷଧ ବିକ୍ରି ସପକ୍ଷରେ ମେନକା 



ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତବର୍ଷରେ ଖ୍ରୀଷ୍ଟପୂର୍ବ ୨୦୦୦ରୁ ଆରମ୍ଭ କରି ୧୯୮୫ ମସିହା ଯାଏଁ ଗଞ୍ଜେଇ ସ ଭାଙ୍ଗର ବ୍ୟବହାର ଆଇନସମ୍ମତ ଥିଲା । ଋଗବେଦ, ଅଥର୍ବବେଦ ଓ ସୁଶ୍ରୁତ ସଂହିତାରୁ ଆରମ୍ଭ କରି ବହୁ ପ୍ରାଚୀନ ଗ୍ରନ୍ଥରେ ଗଞ୍ଜେଇର ଔଷଧୀୟ ଗୁଣ ନେଇ ଉଲ୍ଲେଖ ରହିଛି । କିନ୍ତୁ ୧୯୬୧ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ଗୃହୀତ ହୋଇଥିବା ନାର୍କୋଟିକ ଡ୍ରଗ୍ସ କନଭେନ୍ସନରେ ଗଞ୍ଜେଇକୁ ନିଶା ତାଲିକାଭୁକ୍ତ କରାଗଲା । ଏହାକୁ ଭାରତ ସରକାର ବିରୋଧ କଲେ । କିନ୍ତୁ ପରେ ବୁଝାମଣା ଭିତ୍ତିରେ ଏହି ତାଲିକାରୁ ଭାଙ୍ଗକୁ ଅଲଗା କରାଗଲା ଓ ଗଞ୍ଜେଇକୁ ସାମିଲ କରାଗଲା । କନ୍ଭେନ୍ସନ ଚିଠାରେ କୁହାଗଲା ଯେ ଭାଙ୍ଗ ହେଉଛି ଗଞ୍ଜେଇ ଗଛର ପତ୍ର ଏବଂ ଗଞ୍ଜେଇ ହେଉଛି ଏହାର ଫୁଲ ଓ ଫଳ । ଏହା ପରେ ଭାରତ ସରକାର ୧୯୮୫ ମସିହାରେ ନାର୍କୋଟିକ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସ ଆକ୍ଟ ପ୍ରଣୟନ କରି ଦେଶରେ ଗଞ୍ଜେଇ ଉତ୍ପାଦନ, ବିତରଣ ଓ ସେବନକୁ ବେଆଇନ ଘୋଷଣା କଲେ ।


News Story - Posted on 2017-07-28

ହେପାଟାଇଟିସ ନିୟନ୍ତ୍ରଣ ପାଇଁ ପ୍ରୟାସ



ହେପାଟାଇଟିସ ସଂକ୍ରମଣ ଏକ ଜନ ସ୍ୱାସ୍ଥ୍ୟ ସମସ୍ୟା। ୫ଟି ମଧ୍ୟରୁ କୌଣସି ଗୋଟିଏ ହେପାଟୋଟ୍ରୋପିକ‌୍‍ ଭୂତାଣୁରୁ ଏହା ହୋଇଥାଏ। ସେଗୁଡିକ ମଧ୍ୟରେ ହେପାଟାଇଟିସ ଏ. ବି. ସି. ଡି ଏବଂ ଇ ଅନ୍ତର୍ଭୁକ୍ତ। ଏହି ସବୁ ରୋଗର ଉପଚାର, ରୋଗ ବ୍ୟାପିବାର ପ୍ରଣାଳୀ ଓ ରୋଗ ଚିହ୍ନଟ ଆଦି ବ୍ୟବସ୍ଥା ଭିନ୍ନ ଭିନ୍ନ ପ୍ରକାର।  ବିଶ୍ୱର ୨୪ କୋଟି ଲୋକ ଦୀର୍ଘ ସମୟ ଧରି ହେପାଟାଇଟିସ ବି ଏବଂ ୧୩ ରୁ ୧୫ କୋଟି ଲୋକ ହେପାଟାଇଟିସ ସି ଦ୍ୱାରା ସଂକ୍ରମିତ। ବିଶ୍ୱ ହେପାଟାଇଟିସ ରିପୋର୍ଟ ୨୦୧୭ ରୁ ଜଣା ଯାଇଛି ଯେ, ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଜୀବନ ରକ୍ଷକ ଯାଂଚ ଏବଂ ଉପଚାର ଠାରୁ ବହୁତ ଦୂରରେ, ଫଳ ସ୍ୱରୂପ ଏମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଣା ଲିଭର ରୋଗ ଏବଂ କ୍ୟାନସର ରେ ପୀଡିତ ଫଳରେ ଏମାନଙ୍କ ମୃତ୍ୟୁ ହିଁ ଶେଷ କଥା। ଜନ ସ୍ୱାସ୍ଥ୍ୟ ପ୍ରତି ଦେଖା ଦେଇଥିବା ଏହି ବିପଦକୁ ଦୃଷ୍ଟିରେ ରଖି ୨୦୩୦ ମସିହା ସୁଦ୍ଧା ହେପାଟାଇଟିସ ସଂକ୍ରମଣ ଦୂର କରିବା, ଏଥି ନିମନ୍ତେ ଆବଶ୍ୟକ  ପଦକ୍ଷେପ ନେବା ଏବଂ ବିଶ୍ୱକୁ ଏହି ମାରାତ୍ମକ ରୋଗରୁ ମୁକ୍ତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ମାର୍ଗରେଟ ଚାନ‌୍‍ ସବୁ ଦେଶକୁ ଅନୁରୋଧ କରିଛନ୍ତି। ପୋଷଣୀୟ ବିକାଶ ଉଦ୍ଦେଶ୍ୟ ୩ ଲକ୍ଷ୍ୟ ୩ (ସିଡିଜି ୩.୩) ହେପାଟାଇଟିସ ସଂକ୍ରମଣ ଦଳ ଜନିତ ଓ ଅନ୍ୟ ସଂକ୍ରାମକ ରୋଗର ମୁକାବିଲା ପାଇଁ ଦୃଢ ପଦକ୍ଷେପ ନେବାକୁ  ଆହ୍ୱାନ କରିଛି।


News Story - Posted on 2017-07-06

ଯୋଗ ଦ୍ବାରା ଅବସାଦର ଅବସାନ



୨୦୧୧ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣାଯାଇଛି ଯେ, ସମଗ୍ର ବିଶ୍ୱରେ ଥିବା ମାନସିକ ଅବସାଦଗ୍ରସ୍ତ ଲୋକଙ୍କ ମଧ୍ୟରେ ଭାରତରେ ଏହାର ସଂଖ୍ୟା ଅଧିକ। ସବୁଠୁ ଚିନ୍ତାଜନକ ବିଷୟ ହେଲା କିଶୋରରୁ ଆରମ୍ଭ କରି ପ୍ରୌଢ ପର୍ଯ୍ୟନ୍ତ ସବୁ ବୟସର ଲୋକ ମାନସିକ ଅବସାଦର  ଶିକାର। ଅଭାବଗ୍ରସ୍ତ ଲୋକଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିବା ସବୁ ଆର୍ଥିକ ପୃଷ୍ଠଭୂମିର ଲୋକଙ୍କୁ ଏହା ପ୍ରଭାବିତ କରିଛି। ସବୁଠୁ ଉଦ‌୍‍ବେଗର ବିଷୟ  ଏହା ଯେ, ଅବସାଦଗ୍ରସ୍ତ ଲୋକଟି ଅନେକ ସମୟରେ ଭାବନାତ୍ମକ ରୂପେ ଦୁର୍ବଳ ମାନସିକ ଅବସ୍ଥା ଯୋଗୁଁ ଜୀବନକୁ ଶେଷ କରି ଦେବା ପାଇଁ ନିଷ୍ପତି ନେଇଥାଏ। ଭାରତରେ କିଶୋର ଏବଂ ଯୁବ ବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା କରିବାର ପ୍ରବୃତ୍ତି ଅଧିକ। ତେଣୁ ଏହି ରୋଗ ସଂପର୍କରେ ଗୁରୁତ୍ୱର ସହ ଚିନ୍ତା କରାଯିବା ଉଚିତ‌୍‍।


News Story - Posted on 2017-06-29

ଯୋଗ ଦ୍ୱାରା ମଧୁମେହ ନିୟନ୍ତ୍ରଣ



ଯୋଗ ଏକ ସମ୍ପୂର୍ଣ୍ଣ ବିଜ୍ଞାନ ଏବଂ ଉନ୍ନତ ଜୀବନଶୈଳୀ। ଉତ୍ତେଜନାରୁ ଉତ୍ପନ୍ନ ରୋଗ ଏବଂ ଜୀବନଶୈଳୀରୁ ଉତ୍ପନ୍ନ ହେଉଥିବା ମଧୁମେହ ପରି ରୋଗକୁ ଯୋଗ ଦ୍ୱାରା ପ୍ରଭାବଶାଳୀ ଉପାୟରେ ଚିକିତ୍ସା କରାଯାଇ ସୁସ୍ଥ କରାଯାଇପାରେ। ଯୋଗ ଦ୍ୱାରା ମାନସିକ ଓ ଶାରୀରିକ ଲାଭ ମିଳିଥାଏ ବୋଲି ବିଭିନ୍ନ ଅନୁଧ୍ୟାନରୁ ଜଣାଯାଇଛି। ଯୋଗ କେବଳ ଶାରୀରିକ କସରତ ବା ବ୍ୟାୟମ ନୁହେଁ। (ଇନ୍ସ ଏବଂ ଭିନସେଂଟ - ୨୦୦୭)


News Story - Posted on 2017-06-24

ପ୍ରସୂତୀଙ୍କ ଜୀବନ ବଂଚାଉଛି ନାଲିକାର୍ଡ଼!



ଓଡିଶା ସରକାରଙ୍କ ନୂଆ ବ୍ୟବସ୍ଥାକ୍ରମେ ବିପଦସଂକୁଳ ଅବସ୍ଥାରେ ଥିବା ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ରେଡକାର୍ଡ ଯୋଗଁୁ ଅନେକ ମହିଳାଙ୍କ ଜୀବନ ବଂଚାଯାଇପାରୁଛି। ରାଜ୍ୟରେ ବର୍ତ୍ତମାନ ମାତୃ ଏବଂ ଶିଶୁ ମୃତ୍ୟୁହାର ଜାତୀୟ ହାରଠାରୁ ଢେର ଆଗରେ ଥିବା ବେଳେ ଏହି ନୂଆ ବ୍ୟବସ୍ଥା ଏହି ହାରକୁ କମାଇବା ଦିଗରେ ସହାୟତା ପ୍ରଦାନ କରିବ ବୋଲି ଆଶା କରାଯାଇଛି।


News Story - Posted on 2017-06-20

ସୁସ୍ଥ ରହିବାର ସରଳ ସୂତ୍ର



୧୦) ରାତିରେ ଶୋଇବା ସମୟରେ ପ୍ରଥମେ ଚିତ୍ ହୋଇ ଶୁଅନ୍ତୁ ଓ ୩ ଟୋପା ସୋରିଷ ତେଲ ନାହିରେ ପକାନ୍ତୁ ଓ ନାହି ଚାରିପଟେ ଟିକେ ତେଲ ଧିରେ ମାଲିସ୍ କରନ୍ତୁ, ତା’ପରେ ଆରାମରେ ଶୋଇଯାନ୍ତୁ। 


News Story - Posted on 2017-06-18

ଯୋଗ କରିବା ଚାଲ!



ଯୋଗ ହେଉଛି ଏକ ସୁସ୍ଥ ଜୀବନର କଳା ଓ ବିଜ୍ଞାନ। ଏହା ଏକ ଆଧ୍ୟାତ୍ମିକ ଅନୁଶାସନ ଏବଂ ଅତ୍ୟନ୍ତ ସୂକ୍ଷ୍ମ ବିଜ୍ଞାନ ଉପରେ ଆଧାରିତ ଜ୍ଞାନ ଯାହା ମନ ଏବଂ ଶରୀର ମଧ୍ୟରେ ସନ୍ତୁଳନ ସ୍ଥାପିତ କରିଥାଏ। ଯୋଗର ଅଭ୍ୟାସ ବ୍ୟକ୍ତିଗତ ଚେତନାକୁ ସାର୍ବଭୌମ ଚେତନା ସହିତ ଏକାକାର କରିଥାଏ। ଯିଏ ଯୋଗ ସହିତ ଅସ୍ତିତ୍ୱର ଏକତ୍ୱକୁ ଅନୁଭବ କରି ପାରିଛି ତାକୁ ଯୋଗୀ ବୋଲି କୁହାଯାଇଥାଏ। ଯୋଗୀ ପୂର୍ଣ୍ଣ ସ୍ୱାଧୀନତା ହାସଲ କରି ମୁକ୍ତାବସ୍ଥା ପ୍ରାପ୍ତ କରିଥାଏ, ଯାହାକୁ ମୁକ୍ତି ବା ନିର୍ବାଣ କୁହାଯାଇଥାଏ। ଯୋଗର ପ୍ରୟୋଗ ମାଧ୍ୟମରେ ମନୁଷ୍ୟ ତା’ର ଶରୀର ଏବଂ ମନ ମଧ୍ୟରେ ସନ୍ତୁଳନ ସ୍ଥାପିତ କରି ଆତ୍ମ ସାକ୍ଷାତକାର ପ୍ରାପ୍ତ କରିଥାଏ। ଯୋଗ ସାଧନା ସମସ୍ତ ତ୍ରିବିଧ ପ୍ରକାରର ଦୁଃଖରୁ ଆଧିଦୈବିକ, ଆଧ୍ୟାତ୍ମିକ ଓ ଆଧିଭୌତିକ ନିବୃତ୍ତି ପ୍ରାପ୍ତ କରିଥାଏ। ଏହାଦ୍ୱାରା ବ୍ୟକ୍ତି ତାର ଜୀବନରେ ପୂର୍ଣ୍ଣ ସ୍ୱାଧୀନତା ତଥା ସ୍ୱାସ୍ଥ୍ୟ ପ୍ରସନ୍ନତା ଏବଂ ସନ୍ତୁଳନର ଅନୁଭୂତି ପ୍ରାପ୍ତ କରିଥାଏ। ଏହା ବ୍ୟକ୍ତିର ଶରୀର, ମନ, ଭାବନା ଏବଂ ଶକ୍ତି ଭଳି ବିଭିନ୍ନ ସ୍ତରରେ କାର୍ଯ୍ୟ କରିଥାଏ।


News Story - Posted on 2017-06-03

୬୭ ନର୍ସିଂହୋମ୍‌ରୁ ୪୮ ବେଆଇନ!



ସରକାରୀ ତଥ୍ୟରୁ ଜଣାପଡ଼ିଛିଯେ, ବ୍ରହ୍ମପୁର ‍ସହରରେ ମୋଟ ୬୭ଟି ବେସରକାରୀ ନର୍ସିଂହୋମ‌୍‍‌୍‍ ଗଢ଼ି ଉଠଇଥିବା ବେଳେ ଜିଲ୍ଲାର ଅନ୍ୟ ସ୍ଥାନରେ ରହିଛି ୮ ଟି ନର୍ସିଂହୋମ‌୍‍। ଏଥିମଧ୍ୟରେ ବ୍ରହ୍ମପୁର ସହରରେ ୫୨ ନର୍ସିଂହୋମ‌୍‍, ୨ କ୍ଲିନିକ‌୍‍, ୯ ଡ଼ାଏଗ୍ନୋଷ୍ଟିକ‌୍‍ ସେଣ୍ଟର‌୍‍, ୩ ନର୍ସିଂହୋମ ଏବଂ ପାଥୋଲୋଜି, ୧ କେବଳ ପାଥୋଲୋଜି ରହିଛି। ଏହିଭଳି ଜିଲ୍ଲାରେ ମୋଟ ୭୫ ଛୋଟବଡ଼ ନର୍ସିଂହୋମ‌୍‍ ଏବଂ ଡ଼ାଏଗ୍ନୋଷ୍ଟିକ‌୍‍ ସେଣ୍ଟର‌୍‍ ରହିଛି। କିନ୍ତୁ ଉକ୍ତ ତାଲିକାକୁ ବାଦ ଦେଲେ ବ୍ରହ୍ମପୁର ସହରରେ ଏମିତି ବହୁ  ପାଥୋଲୋଜି ସେଣ୍ଟର‌୍‍ ବିନା ଲାଇସେନ୍ସରେ ଚାଲିଥିବା ମଧ୍ୟ ଜଣାପଡ଼ିଛି। କିନ୍ତୁ ଏଗୁଡ଼ିକ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।


News Story - Posted on 2017-06-03

ତମାଖୁ ଏକ ବିରାଟ ଜନସ୍ୱାସ୍ଥ୍ୟ ସମସ୍ୟା



ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ଆଇ.ଏମ‌୍‍.ଏ ହାଉସ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟର ସମସ୍ତ ଜିଲ୍ଲାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ତମାଖୁ ବ୍ୟବହାର ୩୨ ପ୍ରତିଶତ ହ୍ରାସ ପାଇଛି ବୋଲି ଜାତୀୟ ପରିବାର କଲ୍ୟାଣ ସର୍ବେକ୍ଷଣ ରିପୋର୍ଟ- ୪ରୁ ଜଣାପଡିଛି। ହେଲେ ଏହାକୁ ଯେତେ ଅଧିକ କମାଇ ପାରିବା ସେତିକି ଆମ ସମସ୍ତଙ୍କ ପାଇଁ ଶୁଭଙ୍କର ହେବ। ୧୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତମାଖୁ ବର୍ଜନ କେନ୍ଦ୍ର ଖୋଲାଯାଇଛି। ତେବେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ତମାଖୁ ବ୍ୟବହାରକୁ ରୋକା ଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରି ୪ ତାରିଖ ଦିନ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ପଥ-ଉତ୍ସବଟିକୁ ତମାଖୁ ବର୍ଜନ ଉପରେ ଆଧାରିତ କରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଆମର ଯୁବ ପିଢୀଙ୍କୁ ତମାଖୁ ଠାରୁ ଦୂରେଇ ରଖିବା ବା ବ୍ୟବହାର ନକରିବା ନିମନ୍ତେ ପ୍ରବର୍ତ୍ତାଇବା ପାଇଁ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବା ନିମନ୍ତେ ନିଷ୍ପତି ହୋଇଛି। କେବଳ ଗୋଟିଏ ଦିନ ନୁହେଁ, ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଏଥି ସହିତ ରାଜ୍ୟରେ ନିକୋଟିନ ଯୁକ୍ତ ତମାଖୁ ବିକ୍ରୟ ଓ ପ୍ରସ୍ତୁତ ଉପରେ ମଧ୍ୟ ରୋକ‌୍‍ ଲଗାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀ କର୍କଟ ରୋଗର ଚିକିତ୍ସା ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଉପଲବ୍ଧ ହେବ ବୋଲି ଘୋଷଣା କରିଛନ୍ତି ଯାହାକି ରାଜ୍ୟର ଗରିବ ଜନସାଧାରଣଙ୍କ ପାଇଁ ଏକ ବିରାଟ ରିହାତି ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି।


News Story - Posted on 2017-05-29

ସ୍ୱାସ୍ଥ୍ୟସେବା ନିମ୍ନମାନର କାହିଁକି?



ଭାରତର ୩୨.୮୭ ଲକ୍ଷ ବର୍ଗ କି.ମି. କ୍ଷେତ୍ରଫଳରେ ୭୪.୨୯ ଭାଗ ଗ୍ରାମାଂଚଳ ହୋଇଥିବା ବେଳେ ୭୫ ଭାଗ ଡାକ୍ତର ମାତ୍ର ୨୫ ଭାଗ ସହରାଂଚଳରେ କେନ୍ଦ୍ରୀଭୂତ ଅଛନ୍ତି। ଫଳତଃ ସ୍ୱାଧୀନତାର ୬୯ ବର୍ଷ ପରେ ମଧ୍ୟ ଗ୍ରାମାଂଚଳରେ ନକଲି ଡାକ୍ତରଙ୍କ ଉତ୍ପାତ ବଳବତ୍ତର ରହିଛି। ଏବେ ସବୁ ସ୍ତରରେ କୁହା ଯାଉଛି ଯେ, ସ୍ୱାର୍ଥପର ଡାକ୍ତରମାନେ ଗ୍ରାମାଂଚଳକୁ ଯାଉ ନାହାଁନ୍ତି। ହେଲେ ଏହାର କାରଣ ସଂପର୍କରେ କେହି କେବେ ଭାବି ନାହାଁନ୍ତି। ଆଜି ପର୍ଯ୍ୟନ୍ତ କାହିଁକି ଗ୍ରାମାଂଚଳକୁ ଅତ୍ୟାବଶ୍ୟକ ସଡକ, ବିଜୁଳି, ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇନି? ତେବେ କ’ଣ କେବଳ ଡାକ୍ତର ପହଂଚି ଗଲେ ଗ୍ରାମାଂଚଳର ବିକାଶ ହୋଇଯିବ? ବାସ୍ତବତା ଦେଖିଲେ ନିର୍ଦ୍ଦିଷ୍ଟ ମାପଦଣ୍ଡ ଅନୁଯାୟୀ ସହରାଂଚଳରେ ମଧ୍ୟ ଆବଶ୍ୟକ ଡାକ୍ତର ନାହାଁନ୍ତି। ଏଥିରୁ ଗାଁର ସ୍ଥିତି ଅନୁମାନ କରା ଯାଇପାରେ।


News Story - Posted on 2017-05-27

ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା



ସ୍ୱାସ୍ଥ୍ୟସେବା ହେଉଛି ଏକ ବିଶାଳ କ୍ଷେତ୍ର। ସରକାରୀ ଓ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବାର ପରିସର  ବ୍ୟାପକ କରାଯାଇ ଏଥି ନିମନ୍ତେ ବ୍ୟୟବୃଦ୍ଧି କରାଯିବା ଦ୍ୱାରା ଏ କ୍ଷେତ୍ରରେ ଦ୍ରୃତ ଗତିରେ ବିକାଶ ହୋଇ ପାରିଛି। ତେବେ ସାମାଜିକ ପରିବର୍ତନ ଏବଂ ବୃଦ୍ଧି ପାଉଥିବା ସହରୀ କରଣ, ଯୋଗୁଁ ହୃଦ‌୍‍ରୋଗ, ମଧୁମେହ ଓ କର୍କଟ ପରି ଅଣ ସଂକ୍ରାକମ ରୋଗ ବଢିଛି।  ଦେଶରେ ବୟସ୍କଙ୍କ ସଂଖ୍ୟା ବଢିବା ଫଳରେ ୨୦୨୫ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାର ୧୧ ପ୍ରତିଶତ ବୟସ୍କ ହୋଇଯିବେ। ଯାହା ଫଳରେ ଉଚ୍ଚ ଗୁଣବତ୍ତା ସଂପନ୍ନ ସ୍ୱାସ୍ଥ୍ୟ ସେବାର ଚାହିଦା ବୃଦ୍ଧି ପାଇବ। ତେଣୁ ସ୍ୱାସ୍ଥ୍ୟସେବା କ୍ରମଶଃ ଖର୍ଚ୍ଚ ବହୁଳ ହେଉଥିବା ଅଣୀବୀମାଭୁକ୍ତ ଲୋକେ ଅଧିକ ଖଚ୍ଚାର୍ନ୍ତ ହେବେ।


News Story - Posted on 2017-05-27

ଖୁଲମଖୁଲା ଚାଲିଛି ବେଆଇନ ନର୍ସିଂହୋମ



ବ୍ରହ୍ମପୁର ସହର ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ‌୍‍ରେ ବହୁ ବେଆଇନ‌୍‍ ନର୍ସିଂହୋମ‌୍‍ ଏବଂ ଡ଼ାଏଗ୍ନୋଷ୍ଟିକ‌୍‍ ସେଣ୍ଟର‌୍‍‌୍‍ ଗଢ଼ି ଉଠିଥିବା ବେଳେ ଏଗୁଡ଼ିକ ମଧ୍ୟରୁ ବହୁ ସ୍ଥାନରେ ସେବା ପରିବର୍ତ୍ତେ ବେଆଇନ‌୍‍ କାର୍ଯ୍ୟ ଚାଲୁଥିବା ବାରମ୍ୱାର ଅଭିଯୋଗ ହେଉଛି। କିନ୍ତୁ ଜିଲ୍ଲା ପ୍ରଶାସନ ନିକଟରେ ଏସଂପର୍କରେ ତଥ୍ୟ ନାହିଁ। ଏକ ନର୍ସିଂହୋମ‌୍‍ ଖୋଲିବା ପାଇଁ ବିଭିନ୍ନ ପ୍ରକାର ଭିତ୍ତିଭୂମି ଆବଶ୍ୟକ ରହିଥିବା ସ୍ଥଳେ ଲାଇସେନ୍ସ ରହିବା ଆବଶ୍ୟକ। କିନ୍ତୁ କେବଳ କାଗଜ କଲମରେ ଭିତ୍ତିଭୂମି ରହିଥିବା ପ୍ରଦର୍ଶନ କରି ଲାଇସେନ୍ସ ଖଣ୍ଡିଏ ଆଣି ବହୁ ନର୍ସିଂହୋମ‌୍‍ ବେଆଇନ‌୍‍ କାର୍ଯ୍ୟ ଚଳାଉଛନ୍ତି।


News Story - Posted on 2017-05-23

ଡ଼ାକ୍ତର ଦଲାଲ‌୍‍, ରୋଗୀ ଜଳକା



ସମସ୍ୟା ଏବଂ ବିବାଦ ଏମ‌୍‍କେସିଜି ମେଡ଼ିକାଲ‌୍‍ର ପିଛା ଛାଡ଼ୁନାହିଁ। ଦକ୍ଷିଣ ଓଡ଼ିଶାର ପ୍ରମୁଖ ତଥା ଏକମାତ୍ର ସରକାରୀ ବଡ଼ ମେଡ଼ିକାଲ‌୍‍ ଏମ‌୍‍.କେ.ସି.ଜି ମେଡ଼ିକାଲ। କିନ୍ତୁ ବହୁବିଧ ସମସ୍ୟା ଦେଇ ଗତି କରୁଛି ଏହି ସରକାରୀ ବଡ଼ ମେଡ଼ିକାଲ‌୍‍।  ଡ଼ାକ୍ତରମାନେ ଏଠାରେ ଦଲାଲ‌୍‍ ସାଜିଥିବା ବେଳେ ପିଜି ଛାତ୍ରମାନେ ରୋଗୀମାନଙ୍କ ଚିକିତ୍ସାରେ ଲାଗିଛନ୍ତି। ପିଜି ଛାତ୍ରମାନେ ରୋଗୀମାନଙ୍କୁ ଅବହେଳା ପ୍ରଦର୍ଶନ କରିବା ସହ ସଂପର୍କୀୟମାନଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ମାରିବାର ଅନେକ ନଜିର ରହିଛି।


News Story - Posted on 2017-05-13

ବ୍ଲକରେ ମିଳିବ ଜନ ଔଷଧି!



ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା (ପିଏମବିଜେପି) ସମସ୍ତଙ୍କ ପାଇଁ ଉତମ ଗୁଣବତ୍ତା ଏବଂ କମ ଦରରେ ଔଷଧ ପ୍ରଦାନ କରି ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିଛି ବୋଲି କେନ୍ଦ୍ର ସାର ଓ ରସାୟନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି। ଗଣମାଧ୍ୟମକୁ ସମ୍ୱୋଧନ କରି ସେ କହିଥିଲେ ଯେ, ବର୍ତମାନ ଭାରତ ଫାମାର୍ସୀ ଏବଂ ଫାମାର୍କ୍ଷେତ୍ର ୨୦ ରୁ ୨୧ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଭାରତରୁ ଉତ୍ତମ ଗୁଣବତ୍ତା ଥିବା ଜେନେରିକ ଔଷଧ ୨୧୫ଟି ଦେଶକୁ ରପ୍ତାନୀ ହେଉଛି। ସେ କହିଥିଲେ ଯେ, ସମସ୍ତଙ୍କ ପାଇଁ ଶସ୍ତା, ଉତ୍ତମ ଗୁଣବତ୍ତା ଥିବା ଔଷଧ ଉପଲବ୍ଧ କରାଇବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ରହିଛି ଯାହା ଜନ ଔଷଧୀ ପରିଯୋଜନା ଜରିଆରେ ପୂରଣ କରାଯାଇପାରିବ। ସେ ଆହୁରି ମଧ୍ୟ କହିଥିଲେ ଯେ, ନିକଟ ଭବିଷ୍ୟତରେ ଦେଶର ପ୍ରତ୍ୟେକ ବ୍ଲକରେ ଶସ୍ତା ଦରରେ ଔଷଧ ଉପଲବ୍ଧ କରାଇବା ପାଇଁ ସରକାର ଯୋଜନା କରିଛନ୍ତି।


News Story - Posted on 2017-05-11

କିଶୋରୀ ସ୍ୱାସ୍ଥ୍ୟ ସମସ୍ୟା ଓ ପୁଷ୍ଟିସାଧନ



ଆଦ୍ୟ ଯୌବନରୁ ପ୍ରାପ୍ତବୟସ୍କ ମଧ୍ୟରେ କିଶୋରାବସ୍ଥା ହେଉଛି ପରିବର୍ତ୍ତନ ମାର୍ଗ। ଏହି ସମୟ ମଧ୍ୟରେ ଶାରୀରିକ ଗଠନ, ଇନ୍ଦ୍ରିୟାନୁଭୂତି ଏବଂ ମାନସିକ ଆବେଗ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଥାଏ। ୨୦୧୧ ମସିହା ଜନଗଣନା ଅନୁଯାୟୀ ଭାରତରେ ମୋଟ ଜନସଂଖ୍ୟାର ଏକ ପଂଚମାଂଶ ଅର୍ଥାତ ପାଖାପାଖି ୨୫୩ ନିୟୁତ ହେଉଛନ୍ତି କିଶୋର। ଏମାନଙ୍କୁ ପୁଷ୍ଟିସାଧନ ଓ ଉପଯୁକ୍ତ ମାର୍ଗଦର୍ଶନ ଦେବା ଅତ୍ୟନ୍ତ ଜରୁରୀ। ଜଣେ କିଶୋରୀ କନ୍ୟାର ସ୍ୱାସ୍ଥ୍ୟ ତା ଜୀବନର ପରବର୍ତ୍ତୀ ବର୍ଷ ଗୁଡିକୁ ପ୍ରଭାବିତ କରିଥାଏ। ପୂର୍ଣ୍ଣ ବୟସ୍କ ଜୀବନରେ ଦେଖା ଦେଉଥିବା ବିଭିନ୍ନ ରୋଗର ମୂଳ ହେଉଛି କିଶୋରାବସ୍ଥା। ଅନେକ କ୍ଷେତ୍ରରେ ପ୍ରାକ‌୍‍ କିଶୋରାବସ୍ଥାର ମୃତ୍ୟୁହାରକୁ ପ୍ରତିଶେଧକ ଏବଂ ଚିକିତ୍ସା ଦ୍ୱାରା ନିରାକରଣ କରାଯାଇପାରିବ। ପୁଷ୍ଟିହୀନତା, ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଖୁବ ଶୀଘ୍ର ଗର୍ଭଧାରଣ କିମ୍ୱା ସନ୍ତାନ ପ୍ରସବ, ଏଚଆଇଭି/ଏଡସ, ଯୌନ ସଂକ୍ରମିତ ରୋଗ, ହିଂସା ଆଦି ସମସ୍ୟା କିଶୋରାବସ୍ଥାରେ ଦେଖାଦେଇଥାଏ। ଏହି କାରଣରୁ କିଶୋରାବସ୍ଥାରେ ଜଣେ ଜୀବନବ୍ୟାପୀ ଅସୁସ୍ଥତା କିମ୍ୱା ଅକ୍ଷମତାର ଶୀକାର ହୋଇପାରେ। ଏହି କାରଣରୁ ୧୩୦ କୋଟି କିଶୋରାବସ୍ଥାରେ ମୃତ୍ୟୁ ମୁଖରେ ପଡିଥାନ୍ତି ବୋଲି ୨୦୧୨ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାଯାଇଛି।


News Story - Posted on 2017-03-17

ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସମ୍ଭବ ହେବ?



ଏହି ନୀତିରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ସେସବୁର କିଭଳି ସାମଗ୍ରିକ ଭାବେ ସମାଧାନ କରାଯାଇପାରିବ ସେଥି ନିମନ୍ତେ ବିଶେଷ ଦୃଷ୍ଟି ପ୍ରଦାନ କରାଯାଇଛି। ତେଣୁ ଏଥିରେ ଘରୋଇ ସହଭାଗୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ ଗ୍ରହଣ କରାଯାଇଛି। ଏଥିରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ସହ ଦିନକୁ ଦିନ ଦେଖାଦେଉଥିବା ନୂଆ ନୂଆ ଧରଣର ରୋଗର ସଫଳ ମୁକାବିଲା ଓ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ତେଣୁ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହନଧର୍ମୀ ତଥା ପ୍ରତିରୋଧୀ କରିବାକୁ ଉଦ୍ୟମ କରାଯିବ। ଏହି ନୀତି ସଂପୂର୍ଣ୍ଣ ଭାବେ ରୋଗୀକୈନ୍ଦ୍ରିକ ଏବଂ ଗୁଣାତ୍ମକ ଅଭିମୁଖୀ। ଏହା ଦ୍ୱାରା ଦେଶରେ ସ୍ୱାସ୍ଥ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ସହ ଔଷଧ ଏବଂ ସାଧନ ସୃଷ୍ଟି କରାଯାଇପାରିବ।


News Story - Posted on 2017-03-07

କେତେ ପାଣି ପିଇବେ?



ଦେହର ଅଧିକା ପାଣି ପରିସ୍ରା ଓ ଝାଳ ଭାବରେ ବାହାରି ଯାଇଥାଏ ! ପାଣି ପିଇବାଟା ସ୍ଥାନ ଓ ପାତ୍ର ଉପରେ ନିର୍ଭର କରେ! ଯିମିତି ଥଣ୍ଡା ଜାଗାରେ ପାଣିର କମ ଦରକାର ପନିଥାଏ ଓ ଗରମ ସ୍ଥାନରେ ବେଶି ! ଶାରୀରିକ ପରିଶ୍ରମ କଲେ ବେଶୀ ପାଣିର ଦରକାର ପଡ଼େ। କିଛିଲୋକ ଅଛନ୍ତି ଶରୀରର ଦରକାର ନଥିଲେ ମଧ୍ୟ ପାଣି ବୋତଲ ପରେ ବୋତଲ ପିଇ  ଚାଲିଥାନ୍ତି, ଯଉଁଟାକି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ !


News Story - Posted on 2017-02-23

ଓଡ଼ିଶାରେ ୬୮ ହଜାର ଏଚଆଇଭି+



ଆସନ୍ତା ଡିସେମ୍ୱର ମାସ ଶେଷ ସୁଦ୍ଧା ସମସ୍ତ ଗର୍ଭବତୀ ମହିଳାଙ୍କର ଏଚ‌୍‍.ଆଇ.ଭି ପରୀକ୍ଷା କରିବାକୁ ଏବଂ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଆକ୍ରାନ୍ତଙ୍କ ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡଃ ଅରୁଣ କୁମାର ପଣ୍ଡା ପରାମର୍ଶ ଦେଇଛନ୍ତି। ଡଃ ପଣ୍ଡା ତାଙ୍କର ଓଡିଶା ଗସ୍ତକାଳରେ ରାଜ୍ୟର ଏଚ‌୍‍.ଆଇ.ଭି ଏବଂ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି। ମହିଳାମାନେ ଗର୍ଭବତୀ ହେବା ପରେ ସେମାନଙ୍କର ପ୍ରଥମ ଆନ୍ଟିନେଟାଲ ଚେକ‌୍‍ଅପ‌୍‍ ସମୟରେ ଏଚ‌୍‍.ଆଇ.ଭି ପରୀକ୍ଷା କରାଯିବା ଜରୁରୀ। ତାହା ହେଲେ ଅନ୍ତତଃପକ୍ଷେ ଜନ୍ମିତ ଶିଶୁଟି ଉପରେ ଯେପରି ଏଚ‌୍‍.ଆଇ.ଭି ସମ୍ୱନ୍ଧିତ କୌଣସି କୁପ୍ରଭାବ ନପଡେ ତାହା ସୁନିଶ୍ଚିତ କରାଯାଇପାରିବ।


News Story - Posted on 2017-02-22

ମିଳିମିଳା, ରୁବେଲାରୁ ମୁକ୍ତି ମିଳିବ!



ଆଗାମୀ ୨୦୨୦ ମଧ୍ୟରେ ଦେଶରୁ ମିଳିମିଳା ଏବଂ ରୁବେଲାକୁ ସମ୍ପୂର୍ଣ୍ଣ ଭାବେ ଦୂର କରାଯିବ। ଭାରତରେ ମିଳିମିଳା ଜନିତ ମୃତ୍ୟୁ ହାରରେ ୫୧ ପ୍ରତିଶତ ହ୍ରାସ ଘଟିଛି। ୨୦୦୦ ମସିହାରେ ମୃତ୍ୟୁସଂଖ୍ୟା ଏକ ଲକ୍ଷ ଥିଲାବେଳେ ଏଥିରେ ହ୍ରାସ ଘଟି ୨୦୧୫ରେ ୪୯ ହଜାରକୁ ଆସିଛି। ମିଳିମିଳା ଟୀକାକରଣର ପ୍ରଥମ ପାନ ରୁଟିନ ଟୀକାକରଣ କାର୍ଯ୍ୟକ୍ରମରେ ପିଲାଙ୍କୁ ୯ ମାସରେ ଦିଆଯାଇଥିବାରୁ ଏହା ସମ୍ଭବ ହୋଇପାରିଛି। ମିଳିମିଳାକୁ ସମ୍ପୂର୍ଣ୍ଣ ଭାବେ ଦୂର କରିବା ପାଇଁ ୨୦୧୦ ମସିହାରେ ମିଳିମିଳାର ଦ୍ୱିତୀୟ ପାନ ଆରମ୍ଭ କରାଯାଇଛି। ଦେଶର ବଛା ବଛା ରାଜ୍ୟଗୁଡିକରେ ୨୦୧୦ରୁ ୨୦୧୩ ମଧ୍ୟରେ ସାମୂହିକ ମିଳିମିଳା ଟୀକାକରଣ କାର୍ଯ୍ୟକ୍ରମରେ ୯ ମାସରୁ ୧୦ ବର୍ଷ ପର୍ଯ୍ୟନ୍ତ ୧୧.୮ କୋଟି ପିଲାଙ୍କୁ ଟୀକା ଦିଆଯାଇଥିଲା। ଆଗାମୀ ଦୁଇ ବର୍ଷ ମଧ୍ୟରେ ଆଉ ୪୧ କୋଟି ପିଲାଙ୍କୁ ଟୀକା ଦିଆଯିବାର କାର୍ଯ୍ୟକ୍ରମ ରହିଛି।


News Story - Posted on 2017-02-21

ହୃଦରୋଗୀ ହେବେ ଶୋଷଣମୁକ୍ତ!



ହୃଦରୋଗର ଉପଚାର ସାଧାରଣତଃ ତିନି ପ୍ରକାର। ହୃଦରୋଗ ବିଶେଷଜ୍ଞ ବା କାର୍ଡ଼ିଓଲୋଜିଷ୍ଟ ଔଷଧ ମାଧ୍ୟମରେ ଏହାର ଉପଚାର କରୁଥିବା ବେଳେ କାର୍ଡ଼ିଆକ୍ ସର୍ଜନ୍ ଅପରେସନ୍ ମାଧ୍ୟମରେ ଉପଚାର କରିଥା’ନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଏକ ଶ୍ରେଣୀର ଡାକ୍ତର, ଯେଉଁମାନଙ୍କୁ ଇଣ୍ଟରଭେନସନାଲ କାର୍ଡ଼ିଓଲୋଜିଷ୍ଟ କୁହାଯାଏ, ହୃଦୟ ଓ ହ଼ୃଦଧମନୀରେ ଷ୍ଟେଣ୍ଟ, ଭଲଭ, ପେସମେକର ଆଦି ରୋପଣ କରି ଉପଚାର କରିଥା’ନ୍ତି। ଏହି ପ୍ରକ୍ରିୟାରେ କୌଣସି ଅସ୍ତ୍ରୋପଚାର ହେଉ ନଥିବାରୁ, ଅସ୍ତ୍ରୋପଚାରକୁ ଡରୁଥିବା ଲୋକମାନେ, ଏହାକୁ ଅପେକ୍ଷାକୃତ ସହଜ ମନେକରି ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି। ଏକ ଆକଳନ ଅନୁସାରେ ହୃଦରୋଗର ଉପଚାର ପାଇଁ ଶତକଡା ସତୁରୀ ଭାଗରୁ ଅଧିକ ରୋଗୀଙ୍କ ହୃଦଧମନୀରେ ଷ୍ଟେଣ୍ଟ ରୋପିତ ହେଉଛି। ଏହି ପ୍ରକ୍ରିୟାକୁ ଆଞ୍ଜିଓପ୍ଲାଷ୍ଟି ବା ପରକ୍ଯୁଟାନିଅସ କରୋନାରୀ ଇଣ୍ଟରଭେନସନ (ପିସିଆଇ) କୁହାଯାଏ। ତିନୋଟି ପର୍ଯ୍ୟାୟ ଦେଇ ଆଗେଇଥିବା ପିସିଆଇ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ୧୯୭୭ ମସିହାରେ ପ୍ରଥମେ ଆନ୍ଦ୍ରିଆ ଗ୍ରୁଏଣ୍ଟଜିଗଙ୍କ ବେଲୁନ ଆଞ୍ଜିଓପ୍ଲାଷ୍ଟିରୁ ଆରମ୍ଭ ହୋଇ, ନବେ ଦଶକର ମଧ୍ୟ ଭାଗ ବେଳକୁ ବେୟାର ମେଟାଲ ଷ୍ଟେ


News Story - Posted on 2017-02-21

ମ୍ୟାଲେରିଆ ହଟିବ!



ମ୍ୟାଲେରିଆ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା। ରାଜ୍ୟରୁ ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ମ୍ୟାଲେରିଆ ବିରୁଦ୍ଧରେ ସଂଗ୍ରାମକୁ ଜୋରଦାର କରିବାକୁ ନିଷ୍ପତି ହୋଇଛି। ରାଜ୍ୟରେ ମ୍ୟାଲେରିଆ ସ୍ଥିତି ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଏହି ନିଷ୍ପତି ଗ୍ରହଣ କରାଯାଇଛି।


News Story - Posted on 2017-02-11

ଦେହ ଯା’ର ଅଧିକାର ତା’ର



ବିଚାପରତି ସିକ୍ରି କହିଛନ୍ତି ଯେ ପ୍ରଜନନ ଅଧିକାର ଅବଶ୍ୟ ଏକ ମାନବିକ ଅଧିକାର, ଏହା ମାନବିକ ମର୍ଯ୍ୟାଦାର କଥା। ଆମେ ଯେତେବେଳେ ପ୍ରଜନନ ଅଧିକାର କଥା କହୁ ସେତେବେଳେ ଆମେ ମହିଳାଙ୍କର ଅନ୍ୟ ଏକ ଅଧିକାର ବିଷୟରେ ମଧ୍ୟ କହିଥାଉ, ତାହା ହେଉଛି ଯୌନଗତ ଅଧିକାର। ଭାରତବର୍ଷରେ ଯେତେବେଳେ ପ୍ରଜନନ ଅଧିକାର କଥା କୁହାଯାଏ ଏଯାଏଁ ତାହା ପରିବାରର ପୁରୁଷ ବା ବଡ଼ମାନଙ୍କର କଥା ହୋଇ ରହିଛି। ମହିଳା କେତେବେଳେ ପିଲା କରିବେ, ପୁଅ କରିବେ କି ଝିଅ କରିବେ ଏସବୁ ନିଷ୍ପତ୍ତି ପୁରୁଷ ଓ ବଡ଼ମାନେ ହିଁ ନେଇଥାନ୍ତି। କିନ୍ତୁ ଏହା ଏକ ଅପରାଧ।


News Story - Posted on 2017-01-19

ଭୋଜି ପାଇଁ ସ୍ଥାନାନ୍ତର ହେବ ରୋଗୀ ୱାର୍ଡ଼!



ନିକଟରେ ଖାଲିହୋଇଥିବା ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ବହିର୍ବିଭାଗକୁ ଏହି ସବୁ ସ୍ପର୍ଶକାତର ବିଭାଗଗୁଡିକୁ ସ୍ଥାନାନ୍ତରିତ କରିବା ପାଇଁ କିରାଣୀମାନେ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଉଛନ୍ତି। ହେଲେ ଏହି ବିଭାଗଗୁଡିକ ଏଠାକୁ ଆସିଲେ ସ୍ତ୍ରୀ ରୋଗ ଏବଂ ପ୍ରସ୍ତୁତି ବିଭାଗର ୱାର୍ଡରେ ଥିବା ନବଜନ୍ମିତ ଶିଶୁ ଏବଂ ମହିଳାମାନେ ସଂକ୍ରମିତ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ହସ୍ପିଟାଲର ଅଧିକାରୀମାନେ କିରାଣୀମାନଙ୍କ ଚାପରେ ଏତେ ଭାରାକ୍ରାନ୍ତ ଅଛନ୍ତି ଯେ ଏହି ଚାରୋଟି ବିଭାଗର ବହିର୍ବିଭାଗକୁ ସ୍ଥାନାନ୍ତରିତ କରିବା ପାଇଁ ଜିଦି ଧରିଛନ୍ତି। ରୋଗୀମାନେ ଉପର ମହଲାକୁ ଚଢିପାରୁ ନାହାନ୍ତି ବୋଲି ବାହାନା ଦେଖାଉଛନ୍ତି। ପ୍ରକୃତରେ ରୋଗୀଙ୍କର କିଛି ଅସୁବିଧା ହେଉନାହିଁ। ଅସୁବିଧା ହେଉଥିଲେ ଏହି ବିଭାଗଗୁଡିକ ୪୦ ବର୍ଷ ଧରି ପ୍ରଥମ ମହଲାରେ ଚାଲୁ ନଥାନ୍ତା।


News Story - Posted on 2016-11-23

ଡାକ୍ତର ବିନା ସୁରକ୍ଷିତ ମାତୃତ୍ୱ!



ଆମ ଦେଶରେ ପ୍ରସବ ସମୟରେ ମାତୃ ମୃତ୍ୟୁହାର ଏବଂ ପ୍ରସବ ପରେ ପରେ ଶିଶୁ ମୃତ୍ୟୁହାର ଅନ୍ୟ ବିକାଶଶୀଳ କିମ୍ୱା ବିକଶିତ ଦେଶ ତୁଳନାରେ ଢେର ଅଧିକ। ବିଗତ ବର୍ଷମାନଙ୍କରେ ଆମ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଉନ୍ନତି ଆସିଥିଲେ ମଧ୍ୟ ମାତୃ ମୃତ୍ୟୁହାରରେ ଯେଉଁଭଳି ଭାବେ ହ୍ରାସ ହେବା କଥା ତାହା ଦେଖାଯାଇ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୧୫ ମସିହା ରିପୋର୍ଟ ଅନୁଯାୟୀ ଏବେ ବି ପ୍ରତି ୧୦୦୦୦୦ ଶିଶୁ ଜନ୍ମ କରିବାକୁ ଯାଇ ୧୪୦ ଜଣ ମା’ଙ୍କର ମୃତ୍ୟୁ ହେଉଛି। ମୋଟ ଉପରେ ବର୍ଷକୁ ପ୍ରାୟ ୫୫,୦୦୦ ମହିଳାଙ୍କର ଏପରି ପରିସ୍ଥିତିରେ ମୃତ୍ୟୁ ଘଟୁଛି ଯାହାକୁ କି ଅଚିରେ ରୋକାଯାଇ ପାରନ୍ତା। କେଉଁଠି ଡାକ୍ତରଙ୍କର ଅଭାବ ତ ଆଉ କେଉଁଠି ଗମନାଗମନର ଅଭାବ ଯୋଗଁୁ ତଥାପି ସ୍ୱାସ୍ଥ୍ୟସେବା ଗାଁଗହଳିରେ ରହୁଥିବା ମହିଳାଙ୍କ ପାଖରେ ପହିଁଚି ପାରୁନାହିଁ। ପୁଣି ଶିକ୍ଷାଗତ ଯୋଗ୍ୟତା କମ ଥିବାରୁ ଗର୍ଭବତୀ ମହିଳାମାନେ ନିଜର ସେବା ଯତ୍ନ କିପରି ନେଇ ହେବ ତାହାର ମଧ୍ୟ ଧାରଣା କରି ପାରୁନାହାନ୍ତି। ପୁରୁଷ ପ୍ରଧାନ ସମାଜରେ ନାରୀମାନଙ୍କର ସ୍ୱାସ୍ଥ୍ୟକୁ ପ୍ରାୟତଃ ନଜର ଅନ୍ଦାଜ କରି ଦିଆଯାଉଥିବାରୁ ମହିଳାମାନଙ୍କର ସନ


News Story - Posted on 2016-11-23

ଡାକ୍ତର ବିନା ସୁରକ୍ଷିତ ମାତୃତ୍ୱ!



ଆମ ଦେଶରେ ପ୍ରସବ ସମୟରେ ମାତୃ ମୃତ୍ୟୁହାର ଏବଂ ପ୍ରସବ ପରେ ପରେ ଶିଶୁ ମୃତ୍ୟୁହାର ଅନ୍ୟ ବିକାଶଶୀଳ କିମ୍ୱା ବିକଶିତ ଦେଶ ତୁଳନାରେ ଢେର ଅଧିକ। ବିଗତ ବର୍ଷମାନଙ୍କରେ ଆମ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଉନ୍ନତି ଆସିଥିଲେ ମଧ୍ୟ ମାତୃ ମୃତ୍ୟୁହାରରେ ଯେଉଁଭଳି ଭାବେ ହ୍ରାସ ହେବା କଥା ତାହା ଦେଖାଯାଇ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୧୫ ମସିହା ରିପୋର୍ଟ ଅନୁଯାୟୀ ଏବେ ବି ପ୍ରତି ୧୦୦୦୦୦ ଶିଶୁ ଜନ୍ମ କରିବାକୁ ଯାଇ ୧୪୦ ଜଣ ମା’ଙ୍କର ମୃତ୍ୟୁ ହେଉଛି। ମୋଟ ଉପରେ ବର୍ଷକୁ ପ୍ରାୟ ୫୫,୦୦୦ ମହିଳାଙ୍କର ଏପରି ପରିସ୍ଥିତିରେ ମୃତ୍ୟୁ ଘଟୁଛି ଯାହାକୁ କି ଅଚିରେ ରୋକାଯାଇ ପାରନ୍ତା। କେଉଁଠି ଡାକ୍ତରଙ୍କର ଅଭାବ ତ ଆଉ କେଉଁଠି ଗମନାଗମନର ଅଭାବ ଯୋଗଁୁ ତଥାପି ସ୍ୱାସ୍ଥ୍ୟସେବା ଗାଁଗହଳିରେ ରହୁଥିବା ମହିଳାଙ୍କ ପାଖରେ ପହିଁଚି ପାରୁନାହିଁ। ପୁଣି ଶିକ୍ଷାଗତ ଯୋଗ୍ୟତା କମ ଥିବାରୁ ଗର୍ଭବତୀ ମହିଳାମାନେ ନିଜର ସେବା ଯତ୍ନ କିପରି ନେଇ ହେବ ତାହାର ମଧ୍ୟ ଧାରଣା କରି ପାରୁନାହାନ୍ତି। ପୁରୁଷ ପ୍ରଧାନ ସମାଜରେ ନାରୀମାନଙ୍କର ସ୍ୱାସ୍ଥ୍ୟକୁ ପ୍ରାୟତଃ ନଜର ଅନ୍ଦାଜ କରି ଦିଆଯାଉଥିବାରୁ ମହିଳାମାନଙ୍କର ସନ


News Story - Posted on 2016-11-11

ଆୟୁଷ ଡାକ୍ତରଙ୍କ ଚିକିତ୍ସା ବୀମା କାହିଁକି ନାହିଁ?



ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟକରୁଥିବା ଆୟୁଷ ଡାକ୍ତରମାନଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ବା କୌଣସି ସ୍ୱାସ୍ଥ୍ୟଗତ ଅସୁବିଧା ଦେଖାଦେଲେ ସରକାର ସେମାନଙ୍କ ପାଇଁ କୌଣସି ପ୍ରକାର ସୁବିଧା କରିନାହାନ୍ତି। ତେଣୁ ଜାତୀୟ ମାନବାଧିକାର କମିଶନ ଏହାକୁ ନେଇ ଘୋର ଉଦବେଗ ପ୍ରକାଶ କରିବା ସହିତ ଏ ସମ୍ପର୍କରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ସଚିବଙ୍କୁ ନୋଟିସ‌୍‍ ଜାରି କରିଛନ୍ତି। ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ଲାଗି କମିଶନ ନିର୍ଦ୍ଦେଶ ଦେଇଛନ୍ତି।


News Story - Posted on 2016-11-11

ଶାସନ ପୁଷ୍ଟ, ଶିଶୁ ପୁଷ୍ଟିହୀନ



ରାଜ୍ୟରେ ଶହ ଶହ ଶିଶୁ ମୃତ୍ୟୁବରଣ କରିଥିବା ସମ୍ପର୍କୀତ ବାସ୍ତବ ଚିତ୍ର ଗଣମାଧ୍ୟମରେ ଲଗାତର ଭାବେ ପ୍ରକାଶପାଇ ଆସୁଅଛି। ଯଥା ୨୦୧୨ ମସିହାରେ ମାଲକାନାଗିରି ଜିଲ୍ଲାରେ ସେପ୍ଟେମ୍ୱରରୁ ନଭେମ୍ୱର ମଧ୍ୟରେ ୩୮ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ ଯାହାକୁ ଆର.ଏମ‌୍‍.ଆର.ସି. ବିଶେଷଜ୍ଞ ଦଳ ଜାପାନୀ ଏନ‌୍‍ସେଫାଲିଟିସ‌୍‍ ରୋଗରେ ଆକ୍ରାନ୍ତ ଜନିତ ମୃତ୍ୟୁ ବୋଲି ଦର୍ଶାଇଥିଲେ। ସେହିବର୍ଷ ସୂଚନା ଅଧିକାର ଆଇନ‌୍‍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୦୭-୦୮ରୁ ୨୦୧୧-୧୨ ମଧ୍ୟରେ ତଥା ୫ବର୍ଷ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୭୪୦୦ ପିଲା ମୃତ୍ୟୁବରଣ କରିଥିଲେ ଅର୍ଥାତ‌୍‍ ବର୍ଷକୁ ହାରାହାରି ୧୫୦୦ ପିଲା ମୃତ୍ୟୁବରଣ କରିଥିଲେ। ସେହିପରି ୨୦୧୫ ମସିହାରେ ଜାନୁୟାରୀରୁ ମେ ମାସ ମଧ୍ୟରେ କନ୍ଧମାଳରେ ଜିଲ୍ଳା ସଦର ଡାକ୍ତରଖାନା ଏବଂ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୦ରୁ ଉର୍ଦ୍ଧ୍ୱ ଶିଶୁ ମୃତ୍ୟୁବରଣ କରିଥିଲେ ବୋଲି ସରକାର ସ୍ୱୀକାର କରିଥିଲେ।


News Story - Posted on 2016-11-05

୫୩୦୦୦ ଅଙ୍ଗନବାଡିରେ ନାହିଁ ପାଇଖାନା



ସିଭିଲ‌୍‍ ସୋସାଇଟି ଫୋରମ ଅନ‌୍‍ ହ୍ୟୁମାନ ରାଇଟ୍ସ ପକ୍ଷରୁ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କମିଶନଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଏହି ଆବେଦନର ଶୁଣାଣୀ କରି କାହିଁକି ଅଙ୍ଗନବାଡି କେନ୍ଦ୍ରଗୁଡିକରେ ପାଇଖାନା ନିର୍ମାଣ କରାଯାଇନାହିଁ ତାହା ଜାଣିବାକୁ ଚାହିଁଛନ୍ତି।


News Story - Posted on 2016-11-02

ମାଲକାନଗିରି- ପ୍ରକୃତ ଯମ ପୁଷ୍ଟିହୀନତା!



ତଥ୍ୟାନୁସନ୍ଧାନକାରୀ ଦଳ ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଶିଶୁମାନଙ୍କର ଅବସ୍ଥା ଏବଂ ଚିକିତ୍ସାଧୀନ ଥିବା ଶିଶୁମାନଙ୍କର ଅବସ୍ଥା ସମ୍ପର୍କର ଅଭିଭାବକ, ଅଙ୍ଗନୱାଡ଼ି କର୍ମୀ ଏବଂ ଡ଼ାକ୍ତରମାନଙ୍କ ଠାରୁ ବୁଝିଥିଲେ। ମୃତ୍ୟୁବରଣ କରିଥିବା ଶିଶୁମାନେ ମୁଖ୍ୟତଃ ୧ରୁ ୪ ବର୍ଷ ବୟସର ହୋଇଥବାରୁ ସେମାନଙ୍କର ସ୍ୱାସ୍ଥ୍ୟଗତ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରର ଦସ୍ତାବିଜ‌୍‍ ଯାଞ୍ଚ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ସମସ୍ତ ଶିଶୁ ପୁଷ୍ଟିହୀନତାର ଶିକାର ଥିଲେ ଅର୍ଥାତ‌୍‍ ସେମାନେ ଉପଯୁ‌୍‍କ୍ତ ଖାଦ୍ୟ ଖାଇବାକୁ ପାଉନଥିଲେ। ସେହିପରି ଡ଼ାକ୍ତରଖାନା ଗୁଡ଼ିକରେ ଚିକିତ୍ସିତ ହେଉଥିବା ସମସ୍ତ ଶିଶୁମାନଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ ଏବଂ ସଙ୍କଟାପନ୍ନ ଥିଲା। ସମସ୍ତେ ରକ୍ତହୀନତାର ଶିକାର ହୋଇଥିବାର ଦେଖାଯାଇଥିଲା। ଏହି ଶିଶୁମାନେ ହିଁ ପ୍ରତିଦିନ ମୃତ୍ୟୁବରଣ କରୁଥିଲେ ଯାହାକି ଗଣମାଧ୍ୟମରେ ବାରମ୍ୱାର ଲୋକଲୋଚନକୁ ଆସୁଥିଲା।


News Story - Posted on 2016-10-31

କିମିଆ କରିଛି ନାଲିପାଣି ଓ ଧଳାଧୂଆଁ!



ଭାରତବର୍ଷର ଗାଁ ଗହଳରେ ବସବାସ କରୁଥିବା ଲୋକମାନେ ସ୍ବାସ୍ଥ୍ୟ ବାବଦରେ ଯେତେ ଖର୍ଚ୍ଚ କରନ୍ତି ତା’ର ୩ ଗୁଣ ମଦ ଓ ୪ ଗୁଣ ଧୂଆଁରେ ଉଡ଼େଇ ଦିଅନ୍ତି।  ଗାଁ ଲୋକମାନେ ସ୍ବାସ୍ଥ୍ୟର ଯତ୍ନ ନେବା ବାବଦରେ ମାସିକ ହାରାହାରି ୫୬ ଟଙ୍କା ଖର୍ଚ୍ଚ କରୁଥିବାବେଳେ ସେମାନଙ୍କର ମାସିକ ମଦ୍ୟପାନ ଖର୍ଚ୍ଚ ହେଉଛି ୧୪୦ ଟଙ୍କା ଓ ଧୂଆଁ ପିଆ ଖର୍ଚ୍ଚ ହେଉଛି ୧୯୬ ଟଙ୍କା। ଏଇ ପରିସଂଖ୍ୟାନରୁ ଭାରତର ଗାଁ ଗହଳର ଲୋକମାନେ କାହିଁକି ରୁଗ୍ଣ ଓ ଗରିବ ତାହା ସ୍ପଷ୍ଟ ହୋଇଯାଏ। ସରକାର ମଧ୍ୟ ଗାଁ ଗହଳର ଏଇ ଲୋକମାନଙ୍କୁ କାଳକାଳ ଧରି ଏଇଭଳି ରଖିବା ଦିଗରେ ମଦ ଓ ଧୂଆଁ ବ୍ୟବସାୟ ପ୍ରତି କୋହଳ ମନୋଭାବ ପୋଷଣ କରିଚାଲିଛନ୍ତି।


News Story - Posted on 2016-10-26

ଅଷ୍ଟିଳା ଗ୍ରନ୍ଥି ଅଭିବୃଦ୍ଧି



ଏହି ଅସ୍ତ୍ରୋପଚାରକୁ ଟିୟୁଆରପି ବୋଲି କୁହାଯାଏ। ଏହା ସାଧାରଣତଃ ଅନ୍ତଃ ଶରୀରରେ କରାଯାଇଥାଏ। ଆନେସ‌୍‍ଥେସିଆ ଦେବାପରେ ଡାକ୍ତର ରିସେକ୍ଟୋ ସ୍କୋପ ଯନ୍ତ୍ର ସାହାଯ୍ୟରେ ଏହି ଅସ୍ତ୍ରୋପଚାର କରାଯାଇଥାଏ। ମୂତ୍ରନଳୀ ଦ୍ୱାର ଦେଇ ପ୍ରବେଶ କରାଯାଇ ଏହି ସର୍ଜରୀ କରାଯାଇଥାଏ। ଏଥିରେ ବର୍ଦ୍ଧିତ ତନ୍ତୁ ଖଣ୍ଡ ଖଣ୍ଡ କରି କାଟି ଦିଆଯାଏ ଓ ସେହି ତନ୍ତୁ ଖଣ୍ଡ ମୂତ୍ରାଶୟକୁ ଯାଇ ସେଠାରୁ ନିର୍ଗତ ହୁଏ। ଯାହାଫଳରେ ଏହି ଅସ୍ତ୍ରୋପଚାରରେ କ୍ଷତି ଖୁବ‌୍‍ କମ‌୍‍ ହୁଏ। କିନ୍ତୁ ଯଦି ଏହି ଗ୍ରନ୍ଥି ବଡ ହୋଇ ୧୦୦ ଗ୍ରାମ ଓଜନ ବିଶିଷ୍ଟ ହୋଇଥାଏ। ତେବେ ଟିୟୁଆରପି ଦ୍ୱାରା ଅସ୍ତ୍ରୋପ୍ରଚାର ପାଇଁ ପ୍ରଯୁଜ୍ୟ ନହୋଇ ଏହା ଛେଦନ ପଦ୍ଧତି ବା ଓପନ୍ ସର୍ଜରୀ କରାଯାଇଥାଏ। ଯେଉଁଥିରେ ରୋଗୀଙ୍କୁ ଅଧିକ ଦିନ ହାସପାତାଲରେ ରହିବା ସଙ୍ଗେ କ୍ଷତ ଲାଘବ ହେବାରେ ମଧ୍ୟ ଅଧିକ ଦିନ ଲାଗିଥାଏ।


News Story - Posted on 2016-10-23

ସରକାରଙ୍କ ଯୋଗୁଁ ବ୍ୟାପିବ ଏଡ଼୍‌ସ!



ନିୟମିତ ରକ୍ତ ନେଉଥିବା ଥାଲାସେମିଆ ରୋଗୀମାନଙ୍କୁ ଏହା ସୁସ୍ଥ ଜୀବନର ନୂଆ ଆଶା ପ୍ରଦାନ କରୁଥିବା ବେଳେ ଉଚ୍ଚ ଅଦାଲତ ପୁନଶ୍ଚ ଏପରି ଏକ ଆଦେଶ ଦେଇଛନ୍ତି ଯଦ୍ୱାରା ଚଳିତ ମାସ ୩୧ ତାରିଖଠାରୁ ଏହି ବ୍ୟବସ୍ଥା ବନ୍ଦ ହୋଇଯିବ ଓ ନିରାପଦ ରକ୍ତ ମିଳିବା ଅସମ୍ଭବ ହୋଇଯିବ।


News Story - Posted on 2016-10-22

ସମ‌୍‍ ନିଆଁ- ଅଫିସରଙ୍କୁ ଛାଡ଼ିଲ କିଆଁ?



ସମ ହସ୍ପିଟାଲ‌୍‍ରେ ବିଦ୍ୟୁତ ସର୍ଟ ସର୍କିଟ ଜନିତ ଅଗ୍ନିକାଣ୍ଡ ପାଇଁ ହସ୍ପିଟାଲ‌୍‍ କର୍ତ୍ତୃପକ୍ଷ ଯେତିକି ପରିମାଣରେ ଦାୟୀ ଏହାକୁ ଅଣଦେଖା କରି ଚୁପ ବସିଥିବା ବିଭିନ୍ନ ବିଭାଗର ସରକାରୀ ଅଧିକାରୀମାନେ ସମ ପରିମାଣରେ ଦାୟୀ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ତେଣୁ ବିଭିନ୍ନ ଆଇନ/ଗାଇଡଲାଇନ‌୍‍ ଆଦି କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରୁଥିବା ସରକାରୀ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟରେ ଅବହେଳା କରିଥିବାରୁ ୨୫ ଜଣଙ୍କ ଜୀବନ ଚାଲିଗଲା। ତେଣୁ ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇ ଦୃଢ କାର୍ଯାନୁଷ୍ଠାନ ନେବାକୁ ସିଭିଲ ସୋସାଇଟି ଫୋରମ‌୍‍ ଅନ ହ୍ୟୁମାନ ରାଇଟସ‌୍‍, ଜନ ସ୍ୱାସ୍ଥ୍ୟ ଅଭିଯାନ, ବିଜିଭିଏସ‌୍‍ ଓ ପ୍ରୟାସ ଆଦି ସଂଗଠନ ଦାବି କରିଛନ୍ତି।


News Story - Posted on 2016-10-20

ଆହାଃ! କି ଦରଦ!!



ଅକ୍ଟୋବର ୧୭ ତାରିଖ ସନ୍ଧ୍ୟାରେ ସମ୍‌ ହସ୍ପିଟାଲରେ ଅପରାଧିକ ଅବହେଳା କାରଣରୁ ୨୧ ଜଣଙ୍କ ଜୀବନହାନୀ ଘଟିବା ପାଇଁ ଯେ ଏଇ ହସ୍ପିଟାଲ କର୍ତ୍ତୃପକ୍ଷ ଦାୟୀ ତାହାର ଅନେକ ପ୍ରମାଣ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପୁଲିସ ବିଭାଗ ସମେତ ଗଣମାଧ୍ୟମ ନିକଟରେ ଗଚ୍ଛିତ ଅଛି। ଏହି ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ନିଜର ଦୋଷ ରହିଥିବା ଜାଣିଥିବାରୁ ଘଟଣାର ମୋଡ଼ ବୁଲାଇବା ପାଇଁ ଅନେକ ଉଦ୍ୟମ କରିଛନ୍ତି। ଯେହେତୁ ନବୀନ ପଟ୍ଟନାୟକ ସରକାରର ଅଂଶୀଦାର ଥିବା ବହୁ ନେତା ଓ ଅଫିସର ଏହି ହସ୍ପିଟାଲ ମାଲିକଙ୍କଠାରୁ ବିଭିନ୍ନ ଭାବରେ ଉପକୃତ ହୋଇଛନ୍ତି ବା ତାଙ୍କର ସହଯୋଗୀ ଅଛନ୍ତି ସେହେତୁ ଏହି ଘଟଣାର ସରକାରୀ ସ୍ତରୀୟ ତଦନ୍ତ ନିରପେକ୍ଷ ହେବ ନାହିଁ ବୋଲି ଅନେକ ଲୋକ ଆଶଙ୍କା କରୁଛନ୍ତି।


News Story - Posted on 2016-10-19

ସମ୍‌-ଏକ ଅସାଧୁ ମେଣ୍ଟର ଇତିବୃତ୍ତ



୨୦୧୫ ନଭେମ୍ବର ଶେଷ ସପ୍ତାହରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। ଏହାର ସମସ୍ତ ଖର୍ଚ୍ଚ ଏହି ବିଶ୍ବବିଦ୍ୟାଳୟର ମାଲିକ ମନୋଜ ନାୟକ ବହନ କରିଥିଲେ ବୋଲି ରାଜନୀତିକ ମହଲରେ ସ୍ବାଭାବିକ ଭାବେ ଚର୍ଚ୍ଚା ହୋଇଥାଏ। ରାଜ୍ୟ ବିଜେପିର ବର୍ତ୍ତମାନର ମଙ୍ଗୁଆଳ ଧର୍ମେନ୍ଦ୍ର ପ୍ରଧାନ ଏବିଭିପିରୁ ହିଁ ରାଜନୀତିକ ଜୀବନ ଆରମ୍ଭ କରିଥିଲେ। ବର୍ତ୍ତମାନର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ରାଜନୀତିକ ଜୀବନ ମଧ୍ୟ ଏବିଭିପିରୁ ଆରମ୍ଭ ହୋଇଛି।


News Story - Posted on 2016-10-19

ହସ୍ପିଟାଲ୍‌ ନା ଶବ ଗୋଦାମ!



କ୍ୟାପିଟାଲ ହସ୍ପିଟାଲରେ ୧୪ ଜଣ ରୋଗୀଙ୍କ ଶବ ରଖାଯାଇଥିଲା। ଶବ ସଂରକ୍ଷଣ କେନ୍ଦ୍ର ଗୃହ ଭିତରକୁ ପ୍ରବେଶ କଲେ ସତେ ଯେମିତି ଲାଗୁଥିଲା କେଉଁ ଏକ ଗୋଦାମ ଗୃହ। ଏଠି ବଞ୍ଚିଥିବା ଲୋକଙ୍କୁ ତ ସମ୍ମାନ ଦିଆଯାଉ ନାହିଁ, ଶବକୁ ବା କେମିତି ସମ୍ମାନ ଦିଆଯିବ! ଗୃହ ଭିତରେ ଏଠି ସେଠି ପକାଇ ଦିଆଯାଇଥିଲା ଶବ ଗୁଡ଼ିକୁ। ବାହାରେ ଶୁଭୁଥିଲା ଆତ୍ମୀୟସ୍ବଜନଙ୍କ କାନ୍ଦବୋବାଳି। କାହାର ବାପାର ଶବ ତ ଆଉ କାହାର ମା’ର ଶବ। ପୁଣି କିଏ ନିଜ ପତ୍ନିଙ୍କୁ ଝୁରୁଥିଲା ତ ଆଉ କିଏ ନିଜ ଝିଅକୁ। ହେଲେ ସମସ୍ତଙ୍କ ଶବ ପଡ଼ି ରହିଥିଲା ସେଇ ଗୋଦାମ ଘର ଭିତରେ। କେବଳ ଅନୁରୋଧ କଲେ ପରିବାରବର୍ଗଙ୍କୁ ସଟର ଟେକି ଶବ ଦେଖାଯାଉଥିଲା ଏବଂ ପୁଣି ସଟର ଡାଉନ୍‌। ସଟର ଅପ୍ ଡାଉନ ଭିତରେ କେତେ ଯେ ନିରୀହ ଜୀବନ ସବୁଦିନ ପାଇଁ ଡାଉନ ହୋଇଯାଇଥିଲା, ସେ କଥା ନ ଦେଖିଲେ ବିଶ୍ବାସ କରିହେବ ନାହିଁ।  ତେବେ ବିଳମ୍ବିତ ରାତିରେ ଜିଲ୍ଲାର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶବ ବ୍ୟବଚ୍ଛେଦ କରି ନିଜ ପରିବାରବର୍ଗଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା।


News Story - Posted on 2016-10-09

ଜାପାନୀ ଜର ପାଇଁ ବି କେନ୍ଦ୍ର ଦାୟୀ!



ନେଡ଼ିଗୁଡ଼ କହୁଣୀକୁ ଗଡ଼ିଗଲା ପରେ ବି କେନ୍ଦ୍ର ସରକାର ଓ ଗରୀବ ଲୋକଙ୍କୁ ଦୋଷ ଦେଇ ଜାପାନୀ ଜର ରୋକିବାରେ ଆପଣାର ଅପାରଗତା ଲୁଚାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ଜାପାନୀ ଜର ବା ଜାପାନୀଜ୍‌ ଏନସେଫାଲାଇଟିସ ସଂକ୍ରମଣର ତାଜା ସ୍ଥିତି ସଂପର୍କରେ ସମୀକ୍ଷା କରି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ଏହି ରୋଗ ସଂକ୍ରମଣ ସମୟରେ ଟୀକା ନଦେବା ଲାଗି ଏପରିକି ଜିଲ୍ଲାର ଯେଉଁ ଅଂଚଳରେ ଶିଶୁମାନେ ଆକ୍ରାନ୍ତ ହୋଇ ନାହାନ୍ତି ସେଠାରେ ମଧ୍ୟ ଟୀକା ନଦେବା ଲାଗି କେନ୍ଦ୍ର ସରକାର କହିଛନ୍ତି। ନଭେମ୍ୱରରୁ ଓଡ଼ିଶାରେ ଜାପାନିଜ ଏନସେଫାଲାଇଟିସର ଟୀକାକରଣ ଆରମ୍ଭ ହେବାକୁ ରହିଛି। କିନ୍ତୁ ବର୍ତ୍ତମାନ କୌଣସି ପରିସ୍ଥିତିରେ ସଂକ୍ରମିତ କିମ୍ୱା ଅଣସଂକ୍ରମିତ ଅଂଚଳରେ ଟୀକା ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି। ସେ ଏହା କହି କେନ୍ଦ୍ର ଆଡ଼କୁ କଥା ବୁଲାଇବାକୁ ଚେଷ୍ଟା କରିଥିବାବେଳେ ତାଙ୍କ ଦଳର ରବି ନନ୍ଦ କହିଛନ୍ତି ଯେ କେନ୍ଦ୍ର ଏଯାଏଁ ଡାକ୍ତରୀ ଦଳ ପଠାଇଲା ନାହିଁ କି ଟୀକା ଦେଲା ନାହିଁ।


News Story - Posted on 2016-10-07

ଜାପାନିଜ‌୍‍ ଏନ୍ସେଫାଲାଇଟିସ‌୍‍ ଆତଙ୍କ



ଜାପାନିଜ‌୍‍ ଏନସେଫାଲାଇଟିସ‌୍‍ ଏକ ମସ୍ତିଷ୍କ ପ୍ରଦାହ ଜ୍ୱର। ଏହା ଏକ ପ୍ରକାର ଭୂତାଣୁ ସଂକ୍ରମଣ ଯୋଗୁଁ ହୋଇଥାଏ। ଏହି ଭୂତାଣୁ ଘୁଷୁରି ତଥା କେତେକ ପାଣିପକ୍ଷୀଙ୍କ ଦେହରେ ବଢ଼ିଥାଏ। ଘୁଷୁରି ଆମ୍ପ୍ଲିଫାୟାର ଭାବରେ କାମ କରିଥାଏ। ଏବେ ଏହି ଭୂତାଣୁର ସଂକ୍ରମର ମାଲକାନାଗିରି ଜିଳ୍ଲାର ବିଭିନ୍ନ ଗାଁରେ ଦେଖାଯାଇଛି  ଏବଂ ଏଥିରେ କେବଳ ଶିଶୁମାନେ ଆକ୍ରାନ୍ତ ହେଉଛନ୍ତି। ଯଦିଓ ଜାପାନିଜ‌୍‍ ଏନ‌୍‍ସେଫାଲାଇଟିସ‌୍‍ ଅନ୍ୟମାନଙ୍କୁ ମଧ୍ୟ ହୋଇପାରେ। ଜେଇ ସଂକ୍ରମଣ ଦ୍ୱାରା ଜଟିଳତା ଦେଖାଦେଲେ ରୋଗୀର ଅବସ୍ଥା ଗୁରୁତର ହୋଇଥାଏ। ସବୁ ପ୍ରକାର ଚିକିତ୍ସା ବ୍ୟବସ୍ଥା ସତ୍ତ୍ବେ ପ୍ରାୟ ୩୦ ପ୍ରତିଶତରୁ ଅଧିକ ରୋଗୀ ମୃତ୍ୟୁ ବରଣ କରିଥାନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା କହିଛନ୍ତି। ଜେଇ ଭୂତାଣୁ ବ୍ୟତୀତ ଅନ୍ୟାନ୍ୟ ଭୂତାଣୁ ଅଛନ୍ତି ଯିଏ ଏହିଭଳି ମସ୍ତିଷ୍କ ପ୍ରଦାହ ଜ୍ୱର କରିଥାନ୍ତି ଏବଂ ସଂକ୍ରମିତ ରୋଗୀ ମୃତ୍ୟୁବରଣ କରିଥାନ୍ତି।


News Story - Posted on 2016-10-05

ସ୍ବାସ୍ଥ୍ୟ ବିଭାଗର ଘୁଷୁରି ବୁଦ୍ଧି!



ଏସବୁ ଖବର ଭିତରେ ଗୋଟେ ପ୍ରଶ୍ନ କିନ୍ତୁ ଅନୁତ୍ତରିତ ରହିଯାଉଛି। ତାହା ହେଲା ରାଜ୍ୟ ସରକାରଙ୍କ ମଶାରୀ ଯୋଜନା ଗଲା କୁଆଡ଼େ? କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟ ସରକାର ଲକ୍ଷଲକ୍ଷ ମଶାରୀ ବାଣ୍ଟିଥିବା ପ୍ରଚାର କରିଛନ୍ତି। ସେସବୁ ମଶାରୀ କୁଆଡ଼େ ଗଲା ଯେ ଲୋକେ ବିନା ମଶାରୀରେ ଶୋଉଛନ୍ତି? ପୁଣି ଲୋକଙ୍କୁ ଘୁଷରୀଠାରୁ ୫ କିଲୋମିଟର ଦୂରରେ ରହିବାକୁ ସରକାର ପରାମର୍ଶ ଦେଉଛନ୍ତି। ଏହା କିଭଳି ସମ୍ଭବ? ସେମାନେ ତ ଘୁଷୁରି ପାଳୁଛନ୍ତି। ସେଇ ସେମାନଙ୍କର ଅର୍ଥନୀତି। ସେମାନ ଘୁଷୁରିକୁ ୫ କିଲୋମିଟର ଦୂରରେ ରଖିଲେ ଜଗିବ କିଏ? ଘୁଷୁରିକୁ ଅନ୍ୟ ମଣିଷ ଓ ଜନ୍ତୁଜାନୁଆର ଖାଇଗଲେ ସ୍ବାସ୍ଥ୍ୟ ବିଭାଗ କ୍ଷତିପୂରଣ ଦେବ କି?


News Story - Posted on 2016-10-03

ପ୍ରାକୃତିକ ଚିକିତ୍ସା ସବୁ ରୋଗର ନିଦାନ!



ଏହି ଶିବିରର ସମାରୋପ ତଥା ଗାନ୍ଧୀ ଜୟନ୍ତୀ- ପ୍ରାକୃତିକ ଚିକିତ୍ସା ଦିବସ ଅବସରରେ ପ୍ରାଚ୍ୟ ଯୋଗ ପ୍ରତିଷ୍ଠାନର ଡାଇରେକ୍ଟର ଡ. ଇନ୍ଦୁଲତା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିବା ସହ ଯୋଗ ମାଧ୍ୟମରେ ବ୍ୟକ୍ତି ନିରୋଗ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଶ୍ରୀ ସୁନ୍ଦର ଲକ୍ଷ୍ମଣ, ଅଖିଳ ଭାରତୀୟ ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସେବା ଦ୍ୱାରା ସମାଜରେ ଭାତୃଭାବ ଜାଗ୍ରତ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ସଂଘଚାଳକ-ଓଡିଶା ପୂର୍ବ, ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ସମସ୍ତ ପ୍ରକାର ରୋଗର ନିରାକରଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏଣୁ ପ୍ରତ୍ୟେକ ଶିକ୍ଷାର୍ଥୀ ଏଠାରୁ ଗଲା ପରେ ନିଜ ନିଜ ସ୍ଥାନରେ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ଆଗ୍ରହ କରିଥିଲେ। 


News Story - Posted on 2016-10-02

ବିନା ଡାକ୍ତରରେ ସ୍ଵାସ୍ଥ୍ୟସେବା!



ଡାକ୍ତର-ଭିତ୍ତିକ ସ୍ଵାସ୍ଥ୍ୟସେବା କାରଣରୁ ଯେଉଁ ଅଳ୍ପସଂଖ୍ୟକ ସରକାରୀ ଡାକ୍ତର, ରାଜ୍ୟବାସୀଙ୍କ ସ୍ଵାସ୍ଥ୍ୟସେବାର ଜଗୁଆଳୀ ପାଲଟିଛନ୍ତି, ସେମାନେ ଆଦୌ ସୁରକ୍ଷିତ ନୁହନ୍ତି। ପୁରୀରୁ ପାରଳାଖେମୁଣ୍ଡି, ଜଳେଶ୍ଵରରୁ ଜମନକିରା ପର୍ଯ୍ୟନ୍ତ ସବୁଠି ଡାକ୍ତର ମାଡ଼ ଖାଉଛନ୍ତି। ତେଣୁ ସମୂହ ଇସ୍ତଫା ମଧ୍ୟ ଦେଲେଣି ଡାକ୍ତରମାନେ। କେବଳ କୁହାବୋଲା କରି ବୋପାଲୋ-ଧନଲୋ କରି ବିଭାଗ ସେମାନଙ୍କୁ କର୍ତ୍ତବ୍ୟରତ କରି କେତେ ଦିନ ଯାଏଁ ରଖି ପାରିବ? କିନ୍ତୁ ଏମିତିରେ ଦେଶ ଚାଲେ ନାହିଁ।


News Story - Posted on 2016-09-30

ଲୌହ ଶୃଙ୍ଖଳରେ ରୋଗୀ!



ପୁରୀ ମୁଖ୍ୟ ଚିକିତ୍ସାଳୟରେ ଜଣେ ମାନସିକ ରୋଗୀଙ୍କୁ ଲୁହା ଚେନ‌୍‍ ବନ୍ଧା ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ଓ ପରେ ସେ ନିଖୋଜ ହୋଇଯିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି। କେଉଁ ଭଳି ଅବସ୍ଥାରେ ରେଳବାଇ ପୁଲିସ‌୍‍ ରୋଗୀର ହାତ ଗୋଡ ବନ୍ଧା ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କଲା, ସେଠାରେ ତାଙ୍କର ବେଡି ଖୋଲା ନ ଯାଇ କିଭଳି ଚିକିତ୍ସା ହେଲା ଓ ଦିନକ ପରେ ରୋଗୀ ଜଣକ ଡାକ୍ତରଖାନାରୁ କିଭଳି ନିଖୋଜ ହେଲେ, ଏସବୁର ବିଧିବଧ ତଦନ୍ତ କରି ତିନି ସପ୍ତାହରେ ରିପୋର୍ଟ ଦେବାକୁ ମାନବାଧିକାର କମିଶନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ରେଳବାଇ ପୁଲିସ‌୍‍ ଏସ‌୍‍.ପି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


News Story - Posted on 2016-09-23

କେସିଙ୍ଗା ବନ୍ଦରେ ବେଦାନ୍ତ ବନ୍ଦ!



କେସିଙ୍ଗାରେ ସରକାରୀ ମେଡିକାଲ କଲେଜ ସ୍ଥାପନ ଦାବି ଜୋର ଧରିଛି। ଏହି ଦାବିରେ କେସିଙ୍ଗା ଯୁବ ସଂଙ୍ଗଠନ ପକ୍ଷରୁ ସେପ୍ଟେମ୍ବର ୨୨ ତାରିଖରେ ୧୨ ଘଂଟିଆ କେସିଙ୍ଗା ବନ୍ଦ ପାଳନ କରାଯାଇଛି। ବନ୍ଦ ପାଳନ ସମୟରେ ଲାଂଜିଗଡ଼ ବେଦାନ୍ତକୁ ତେଲ ନଦୀରୁ ହେଉଥିବା ପାଣି ଯୋଗାଣ ଓ କମ୍ପାନୀର ଯାନବାହାନକୁ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା।


News Story - Posted on 2016-09-22

ଖତ ହେଉଛି ୪ ଲକ୍ଷ ସାନିଟାରୀ ନାପକିନ‌୍‍



ଏସବୁ ନାପକିନ‌୍‍କୁ ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀଙ୍କ ଜରିଆରେ ବଣ୍ଟାଯିବା କଥା। କିନ୍ତୁ ଉକ୍ତ ନାପକିନ ସବୁ ସଂପୃକ୍ତ ମେଡିକାଲରେ ନାପକିନ‌୍‍କୁ ଗଦାକରି ରଖା ଯାଇଛି। ବର୍ଷା ଦିନ ହେତୁ ସେଥିରୁ ଅନେକ ଖରାପ ହୋଇଗଲାଣି। ସାନିଟାରୀ ନାପକିନ୍‌ ଖୋଳରେ ମାଗଣା ବଣ୍ଟନ ପାଇଁ ଲେଖା ଯାଇଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ ଗୋଟିଏ ନାପକିନ୍‌କୁ ୬ ଟଙ୍କାରେ ବିକ୍ରି କରାଯିବ ବୋଲି କହୁଛନ୍ତି। ଏହାକୁ ନେଇ ଦ୍ୱନ୍ଦ୍ବ ଥିବାରୁ ନାପକିନ‌୍‍ ବଣ୍ଟନ କରାଯାଇ ପାରୁନାହିଁ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସଫେଇ ଦେଇଥିବା ବେଳେ ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସାନିଟାରୀ ନାପକିନ୍‌ ସବୁ ନଷ୍ଟ ହେବାକୁ ଯାଉଛି।


News Story - Posted on 2016-09-03

ସନ୍ଦେହରେ ବେଦାନ୍ତ ମେଡିକାଲ କଲେଜ



ଦୀର୍ଘ ୧୩ ବର୍ଷ ଧରି ଅନିଶ୍ଚିତତା ମଧ୍ୟରେ ଲାଞିଗଡର ବେଦାନ୍ତ କଂପାନୀ ଚାଲିଥିବା ବେଳେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା ମଧ୍ୟ କରିପାରି ନାହାନ୍ତି ଫଳରେ ବର୍ତ୍ତମାନ ଦୈନିକ ୩ କୋଟି ଟଙ୍କାର କ୍ଷତି ସହୁଛି ବେଦାନ୍ତ। ଏଭଳି ପରିସ୍ଥିତିରେ ସରକାରୀ ମେଡିକାଲ କଲେଜ ଭିତିଭୁମି ପ୍ରତିଷ୍ଠା ପାଇଁ ୧୦୦ କୋଟି ଟଙ୍କା ଦେବା ଘୋଷଣା ପ୍ରହସନ ଭଳି ମନେ ହେଉଛି ବୋଲି କିଛି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। କାରଣ ଲାଞିଗଡର ବେଦାନ୍ତ ପ୍ଲାଣ୍ଟକୁ ନିୟମଗିରିର ସ୍ୱପ୍ନ ଦେଖାଇଥିବା ରାଜ୍ୟ ସରକାର ନିୟମଗିରି ହାତରୁ ଖସିଯିବା ପରେ କୌଣସି ସ୍ଥାୟୀ ବିକଳ୍ପ ବ୍ୟବସ୍ଥା କରିବାରେ ବିଫଳ ହୋଇଛନ୍ତି।


News Story - Posted on 2016-08-24

ବ୍ରହ୍ମପୁର-କିଡ଼ନୀ ରୋଗରେ ୩୧ ମୃତ



ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ୧ ନଂ ୱାର୍ଡ଼ରେ କିଡ଼ିନୀ ରୋଗ ଆତଙ୍କ ଖେଳାଇ ଦେଇଛି। ୧ ନଂ ୱାର୍ଡ଼ ଅନ୍ତର୍ଗତ ଗୋଲା ରଘୁନାଥପୁରରେ ଗତ ଏକ ବର୍ଷ ମଧ୍ୟରେ ୩୧ ଜଣଙ୍କ କିଡ଼ିନୀ ରୋଗରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋଲା ରଘୁନାଥପୁରର ଏନ‌୍‍.ରାମୁ ଏବଂ ତାଙ୍କ ପୁଅଙ୍କ କିଡ଼ିନୀ ରୋଗରେ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଅଗଷ୍ଟ ୧୭ ତାରିଖ ପତ୍ନୀ ଏନ‌୍‍. ଲକ୍ଷ୍ମୀ(୫୦)ଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଛି।


News Story - Posted on 2016-08-14

କଳାହାଣ୍ଡିରେ ୨୦ ହଜାର ମ୍ୟାଲେରିଆ ରୋଗୀ!




News Story - Posted on 2016-08-13

ଅନ୍‌ଲାଇନ୍‌ରେ ଚାଲିବ ଭେଷଜ ନିୟନ୍ତ୍ରଣ ପ୍ରଶାସନ




News Story - Posted on 2016-08-12

ବ୍ରେନ‌୍‍ ଟ୍ୟୁମରରେ ଛଟପଟ‌୍‍ ୫ ମାସର ଶିଶୁ




News Story - Posted on 2016-08-11

ଆଉ ଏକ ନଗଡ଼ା! ମାସକରେ ୧୬ ମୃତ!



ଆଦିବାସୀ ଅଧ୍ୟୁସିତ ଥୁଆମୁଳରାମପୁରର ବୁଡି ଅଞ୍ଚଳ ଭାବେ ପରିଚିତ ତଳନାଗୀ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁରେ ଅଜଣା ରୋଗ ବ୍ୟାପୀ ଗୋଟିଏ ମାସ ମଧ୍ୟରେ ପ୍ରାୟ ୫ ଜଣ ଶିଶୁଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଅଧିକ ଜଳ ରହିବା ଯୋଗଁୁ ବୁଡି ଅଞ୍ଚଳର ଲୋକେ ଝାଡାବାନ୍ତି ଓ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମେଡିକାଲ ପହଞ୍ଚି ନପାରି ମୃତ୍ୟୁ ମୁଖରେ ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


News Story - Posted on 2016-08-11

୫୦ ହଜାର ପାଇଁ ୨ କୋଟି ଅଚଳ!




News Story - Posted on 2016-08-10

ନିରାମୟରେ ୮୬.୬୮ ହଜାର ରୋଗୀ




News Story - Posted on 2016-08-08

ଫାଇଲେରିଆ ଔଷଧ ବିତରଣ




News Story - Posted on 2016-08-04

ମୁଣ୍ଡବ୍ୟଥାର ଉପଚାର



ପିଲାମାନଙ୍କ କ୍ଷେତ୍ରରେ ସାଇନୋସାଇଟ୍ସ ମଧ୍ୟ ଦେଖାଦିଏ। ଯେଉଁଥିରେ ନାକ ପାଖ ଓ କପାଳ ବିନ୍ଧା ହୋଇଥାଏଛ ଇଥନୋଡ୍ ନାମକ ସିନୋସ୍ର ସଂକ୍ରମଣ ପିଲାମାନଙ୍କ ପାଖରେ ଅଧିକ ଦେଖାଦିଏ। ମାତ୍ର ବୟସ୍କଙ୍କ ପାଖରେ ମାକ୍ସିଲାରି ସିନୋସ୍ର ସଂକ୍ରମଣ ଅଧିକ ହୋଇଥାଏ। ପିଲାମାନଙ୍କ କ୍ଷେତ୍ରରେ କ୍ରମାଗତ ଥଣ୍ଡାରୋଗ ଲାଗି ରହିବା ବା କୋହଲା ପାଗରେ ବୁଲାବୁଲି କରିବା ଓ ବର୍ଷାରେ ତିନ୍ତିବା ଯୋଗୁଁ ଏହି ସାଇନୋସାଇଟ୍ସ ହୋଇଥାଏ। ସମୟ ସମୟରେ ନାସିକା ରନ୍ଧ୍ର ବନ୍ଦ ହେଲାଭଳି ହୋଇଥାଏ ଓ ପ୍ରଚଣ୍ଡ ମୁଣ୍ଡବିନ୍ଧା ହୋଇଥାଏ।


News Story - Posted on 2016-07-30

ମହିଳାଙ୍କ ହୃଦରୋଗ



ହୃଦଘାତ ପାଇଁ ପରୀକ୍ଷାର ଫଳାଫଳରେ ପାର୍ଥକ୍ୟ : ମହିଳାମାନଙ୍କର ହୃଦଘାତ ରୋକିବା ପାଇଁ ପ୍ରଥମ ପଦକ୍ଷେପ ହେଉଛି ରୋଗର ଅବ୍ୟର୍ଥ ଚିହ୍ନଟ। ତେଣୁ ମହିଳାମାନଙ୍କର ଇଲେକ୍ଟ୍ରୋ କାର୍ଡ଼ିଓଗ୍ରାଫ୍ (ଇସିଜି), ଏକ୍ସରସାଇଜ୍ (ଇସିଜି)ରେ ଯେତିକି ରୋଗ ଥାଏ ତା’ଠାରୁ କମ୍ ସେନ୍ସିଟିଭ୍ ଓ ସ୍ପେସିଫିକ୍ ଜଣାପଡ଼ିଥାଏ। ତେବେ ଇସିଜି ସହ କଲର୍ ଡପଲର୍ ଇକୋକାର୍ଡ଼ିଓଗ୍ରାଫି ଓ ଷ୍ଟ୍ରେସ୍ ଇକୋକାର୍ଡ଼ିଓଗ୍ରାଫି ଦ୍ବାରା ମହିଳାମାନଙ୍କର ହୃଦଘାତକୁ ଚିହ୍ନଟ କରିହୁଏ।


News Story - Posted on 2016-07-27

ପୁଷ୍ଟିଦୁର୍ଭିକ୍ଷର ସଂକେତ ନଗଡ଼ା



ଏହା ଭିତରେ ଆମେ ବେଶ୍ ସଭ୍ୟ ହୋଇଛୁ। ସ୍ୱାଧୀନତା ପାଇଛୁ। ବିକଶିତ ହୋଇଛୁ। ସଡ଼କ ଯୋଗାଯୋଗ ଓ ବାର୍ତ୍ତା ଯୋଗାଯୋଗ କ୍ଷେତ୍ରରେ ଶିଖରକୁ ଉଠିଛୁ। ପାରମ୍ପାରିକ ଖାଦ୍ୟ ଛାଡ଼ି ଚାଓମିନ୍, ଚିକେନ୍ ରୋଲ୍, ପିଜା, ବର୍ଗର ଇତ୍ୟାଦି ଖାଇକି ଆଧୁନିକ ହୋଇଛୁ। ଆଉ ଇଂଲିଶ୍ ଚୋବେଇକି ସେତିକି ସ୍ମାର୍ଟ ବି ହୋଇଛୁ। ହେଲେ ସବୁ କିଛି ଗର୍ବ ଭାଙ୍ଗିଗଲା ଯେବେ ନଗଡ଼ା ଗାଆଁର ଜୁଆଙ୍ଗ ଆଦିମ ଜନଜାତି ପରିବାରଗୁଡ଼ିକର ୧୯ ଜଣ ଶିଶୁ, ପୁଷ୍ଟି-ଦୁର୍ଭିକ୍ଷର ଶିକାର ହେଲେ। ଶିକାର ହେଲେ ଅର୍ଥ, ମରିଗଲେ। ଏବେ ସିଧାସଳଖ ବିନ୍ଦୁୱାରୀ ଚର୍ଚା କରିବା ଏହାର ବିଭିନ୍ନ ଦିଗ ଉପରେ...


News Story - Posted on 2016-07-26

ବଢ଼ିବ କେମିତି ଦିବ୍ୟାଙ୍ଗ ଟିକ‌୍‍ଚନ?



ସରକାରଙ୍କ ତରଫରୁ ମାସିକ ଦିବ୍ୟାଙ୍ଗ ଭତ୍ତା ବ୍ୟତୀତ ଅନ୍ୟ କିଛି ସରକାରୀ ସହାୟତା ଟିକଚନ ପାଖରେ ପହଂଚି ପାରିଲା ନାହିଁ। ବୁର୍ଲା ଓ ବିଶାଖାପାଟଣା ଚିକିତ୍ସା ପାଇଁ ନେଇଥିବା ବେଳେ ଟିକଚନର ପିତାକୁ ଡାକ୍ତରମାନେ ଟିକ‌୍‍ଚନକୁ ସିକ‌୍‍ଲିନ‌୍‍ ଓ କିଡନି ସଂକ୍ରମିତ ହୋଇଥିବା ପ୍ରକାଶ କରିଥିଲେ। ସିକିଲିନ ଓ କିଡନି ପାଇଁ ଟିକ‌୍‍ଚନ ର ଉଚ୍ଚତା ନ ବଢିବାକୁ ଲୋକେ ସହଜରେ ଗ୍ରହଣ ପରିପାରିନାହାନ୍ତି। ଏଥିସହ ଟିକ‌୍‍ଚନର ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇତିଲେ। କିନ୍ତୁ ଅର୍ଥ ଅଭାବରୁ ଚିକ‌୍‍ଚନକୁ ଫେରାଇ ଆଣିଥିବା ତାଙ୍କ ମା ଡାଳିମ୍ୱ ପ୍ରକାଶ କରିଛନ୍ତି।


News Story - Posted on 2016-07-26

ଅନିୟନ୍ତ୍ରିତ ଡାଇବେଟିସ‌୍‍ ଅଛି କି ?



ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ଅନୁମୋଦିତ ପରିସର ମଧ୍ୟରେ ରଖିବା ପାଇଁ କେତେକ ପରୀକ୍ଷା - ତଥା – ଏଫବିଏସ, ପିପିବିଏସ ଏବଂ ୩ - ମାସକୁ ଥରେ ଏଚବିଏ୧ସି କରାଇ ଦୀର୍ଘକାଳୀନ ଡାଇବେଟିସ‌୍‍ଜନିତ ଜଟିଳତା ଆଶଙ୍କା ହ୍ରାସ କରିବାରେ ସହାୟକ ହୋଇଥାଏ। ନିୟମିତ ଭାବରେ ଆପଣଙ୍କ ରକ୍ତ ଶର୍କରା ସ୍ତର ମାପିବା ଆପଣଙ୍କୁ କିପରି ଭାବରେ ଖାଦ୍ୟ, ବ୍ୟାୟାମ, ଔଷଧ, ଅସୁସ୍ଥତା ଏବଂ ଚାପ ଆପଣଙ୍କ ଡାଇବେଟିସକୁ ପ୍ରଭାବିତ କରିଥାଏ ସେ ବିଷୟରେ ସୂଚନା ଦେଇଥାଏ।


News Story - Posted on 2016-07-21

ଖୋଲିନି ଡାକ୍ତରଖାନା, ଭଙ୍ଗିଲାଣି




News Story - Posted on 2016-07-20

୫୭ ପ୍ରତିଶତ ଡାକ୍ତର ଅଯୋଗ୍ୟ!



ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ତରଫରୁ ପ୍ରକାଶିତ ‘ଭାରତର ସ୍ୱାସ୍ଥ୍ୟ କର୍ମଚାରୀ’ ଶୀର୍ଷକ ଏକ ରିପୋର୍ଟରେ ଏହି କଥା କୁହାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ ୨୦୦୧ ମସିହାରେ ଭାରତରେ ଯେତେ ଏଲୋପ୍ୟାଥିକ ଡାକ୍ତର କାର୍ଯ୍ୟ କରୁଥିଲେ ସେମାନଙ୍କ ମଧ୍ୟରୁ ୩୧ ପ୍ରତିଶତଙ୍କର ସାଧାରଣ ଯୋଗ୍ୟତା ମାଧ୍ୟମିକ ସ୍କୁଲ ପର୍ଯ୍ୟାୟର। ଆଉ ୫୭ ପ୍ରତିଶତ ଡାକ୍ତରଙ୍କର ଡାକ୍ତରୀ ଯୋଗ୍ୟତା ନାହିଁ। ଏହି ରିପୋର୍ଟରେ ଆହୁରି ଉଲ୍ଲେଖ ଅଛି ଯେ ଭାରତର ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ମଧ୍ୟରୁ ମାତ୍ର୧୮ ପ୍ରତିଶତଙ୍କର ମେଡିକାଲ ଯୋଗ୍ୟତା ଅଛି।


News Story - Posted on 2016-07-16

ଡେଙ୍ଗୁ ନିରୋଧ ପାଇଁ ସଫେଇ ଜରୁରୀ



ଜୁଲାଇ ୧୪ ସୁଦ୍ଧା ମୋଟ ୭୯୭ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ୩୫୩୨ ଜଣଙ୍କ ରକ୍ତ ନମୂନା ପରୀକ୍ଷାରୁ ଏହା ଜଣାପଡିଛି। ତେବେ ଜୁଲାଇ ୧୪ରେ ପରୀକ୍ଷା କରାଯାଇଥିବା ୫୧୬ ଜଣଙ୍କ ରକ୍ତ ପରୀକ୍ଷାରୁ ୧୪୩ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ଏଥିରେ କେନ୍ଦୁଝର ଜିଲ୍ଲାରେ ୧୧୩ ଜଣ, କଟକରେ ୧୯, ଭଦ୍ରଖରେ ୫ ଜଣ ଚିହ୍ନଟ ହୋଇଛନ୍ତି। ଜୁଲାଇ ୧୫ ସୁଦ୍ଧା ୧୩୦ ଜଣ କଟକ ଏସ‌୍‍.ସି.ବି ମେଡିକାଲ କଲେଜ ଓ ହସପିଟାଲ ସମେତ କ୍ୟାପିଟାଲ ହସପିଟାଲ, କେନ୍ଦୁଝର ଓ ବଡବିଲ ଆଦି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।


News Story - Posted on 2016-07-16

ରୋଗୀ ୪୮୯, ଶଯ୍ୟା ୧୬୫, ବାକି ବାରଣ୍ଡାରେ



ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ବିଶେଷଜ୍ଞ ନଥିବାରୁ ସାଧାରଣତଃ ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରୁ ଗୁରୁତର ରୋଗୀମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରାଯାଉଛି। ଜୁଲାଇ ୧୪ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୮୯ ଜଣ ନୂତନ ରୋଗୀ ବିଭିନ୍ନ ୱାର୍ଡରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ଜୁଲାଇ ୧୫ ତାରିଖ ପୁଣି ୩୦୦ ରୋଗୀ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି। ଅଥଚ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶଯ୍ୟା ସଂଖ୍ୟା ହେଉଛି ୧୬୫। ତେଣୁ ପୁରୁଷ ଭେଷଜ ୱାର୍ଡ, ମହିଳା ଭେଷଜ ୱାର୍ଡ, ଶିଶୁ ୱାର୍ଡ, ଶଲ୍ୟ ୱାର୍ଡର ବାରଣ୍ଡାଗୁଡିକରେ ରୋଗୀମାନଙ୍କୁ ଶୁଆଇ ଚିକିତ୍ସା କରିବାକୁ ପଡୁଛି। ଏପରିକି ଅନେକ ରୋଗୀଙ୍କ ପାଇଁ ଡାକ୍ତରଖାନାର ଗଦି ମଧ୍ୟ ଉପଲବ୍ଧ ହେଉନଥିବାରୁ ରୋଗୀମାନେ ବାରଣ୍ଡାରେ ନିଜ ନିଜର ମଶିଣା କିମ୍ୱା ଚଦର ପକାଇ ଚିକିତ୍ସିତ ହେଉଛନ୍ତି।


News Story - Posted on 2016-07-15

୧୧୦୯  ଆକ୍ରାନ୍ତ , ୧୬୪ ଚିକିତ୍ସାଧୀନ, ୨ ମୃତ



ବିଭିନ୍ନ ଡାକ୍ତରଖାନାରେ ମୋଟ ୩୬୬ ଜଣ ଚିକିତ୍ସା ପାଇଁ ଭର୍ତି ହୋଇଥିବା ବେଳେ ୨୦୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। କଟକ ଏସ‌୍‍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ୧୨୭ ଜଣ, କେନ୍ଦୁଝରରେ ୧୦ ଜଣ, ବଡବିଲରେ ୨୩ ଜଣ ଓ କ୍ୟାପିଟାଲ ହସପିଟାଲରେ ଜଣେ ଚିକିତ୍ସାଧିନ ଥିବା ଜଣାପଡିଛି। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ପରୀକ୍ଷା ପାଇଁ ଏଲିଜା ମେସିନ ଉପଲବ୍ଧ କରାଯାଇଛି। ଛୁଟି ଦିନମାନଙ୍କରେ ମଧ୍ୟ ଡେଙ୍ଗୁ ରୋଗୀଙ୍କର ସମସ୍ତ ପ୍ରକାର ପରୀକ୍ଷା ଆଦି କରାଯାଉଛି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ନିମନ୍ତେ ରକ୍ତ ବା ପ୍ଲେଟଲେଟର କୌଣସି ଅଭାବ ନାହିଁ। ସେମାନଙ୍କ ଚିକିତ୍ସା, ଆବଶ୍ୟକ ପରୀକ୍ଷା ଏବଂ ପ୍ଲେଟଲେଟ ଆଦି ମାଗଣାରେ ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।


News Story - Posted on 2016-07-12

୭୯୭ ଡେଙ୍ଗୁ ରୋଗୀ, ୧୩୦ ଚିକିତ୍ସାଧୀନ



ବୈଠକରେ ଉପସ୍ଥାପିତ ତଥ୍ୟ ଅନୁସାରେ ଗତ କାଲି ସୁଦ୍ଧା ମୋଟ ୭୯୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ୩୫୩୨ ଜଣଙ୍କ ରକ୍ତ ନମୂନା ପରୀକ୍ଷାରୁ ଏହା ଜଣାପଡିଛି। ଗତ କାଲି ପରୀକ୍ଷା କରାଯାଇଥିବା ୫୧୬ ଜଣଙ୍କ ରକ୍ତ ପରୀକ୍ଷାରୁ ୧୪୩ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ଏଥିରେ କେନ୍ଦୁଝର ଜିଲ୍ଲାରେ ୧୧୩ ଜଣ, କଟକରେ ୧୯, ଭଦ୍ରଖରେ ୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ୧୩୦ ଜଣ କଟକ ଏସ‌୍‍.ସି.ବି ମେଡିକାଲ କଲେଜ ଓ ହସପିଟାଲ ସମେତ କ୍ୟାପିଟାଲ ହସପିଟାଲ, କେନ୍ଦୁଝର ଓ ବଡବିଲ ଆଦି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ପ୍ରକାଶ।


News Story - Posted on 2016-06-25

ସୁରକ୍ଷିତ ରକ୍ତ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ



ରକ୍ତଭଣ୍ଡାର ସୁପରିଚାଳନା, ସୁରକ୍ଷିତ ରକ୍ତ ଓ ରକ୍ତ ସଂଗ୍ରହ କ୍ଷେତ୍ରରେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଇ ଜୁନ ୨୫ ତାରିଖରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଏହି ମର୍ମରେ ରକ୍ତ ସଂଗ୍ରହ କ୍ଷେତ୍ରରେ କୌଣସି ଅବହେଳା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


News Story - Posted on 2016-06-25

ବରଫ ମିଶା ପାନୀୟ ହିତକର କି ?



ଦିନକୁ ଦିନ ତାପମାତ୍ରା ଅସହ୍ୟ ଭାବରେ ବୃଦ୍ଧି ପାଇବାରେ ଲାଗୁଛି। ଏହାକୁ ଆଖିଆଗରେ ରଖି ଅସ୍ଥାୟୀ ଲସି, ସରବତ, କୋଲଫି ଓ ଆଇସ୍କିମ ଦୋକାନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମୁହୂର୍ତ୍ତକ ଆନନ୍ଦ ପାଇଁ ଏହାକୁ ପାନକରି ନିଜ ଶରୀର ଉପରେ କୁପ୍ରଭାବ ବିସ୍ତାର ପରିବା ପାଇଁ  ଆମେ ବିଭିନ୍ନ ପ୍ରକାର ରୋଗକୁ ଆମନ୍ତ୍ରଣ କରିବାରେ ଲାଗିଛୁ। ଏହି ଲସି, ସରବତ, କୁଲଫି ଓ ଆଇସ୍କ୍ରିମରେ ବ୍ୟବହୃତ ବରଫ ଦ୍ୱାରା ନାନା ପ୍ରକାର ରୋଗ ବ୍ୟାପିଥାଏ। କାରଣ ବରଫ କଳଗୁଡିକରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ବରଫ ପ୍ରସ୍ତୁତ ହୋଇଥାଏ।


News Story - Posted on 2016-06-22

ଧର୍ମେନ୍ଦ୍ରଙ୍କ ଯୋଗ ଚର୍ଚ୍ଚା



କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଏବେ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ ୨୧ ତାରିଖରେ ଏହି ଦିବସ ପାଳନ କରାଯାଉଛି। ୧୯୦ରୁ ଅଧିକ ସଦସ୍ୟ ରାଷ୍ଟ୍ର ଆନ୍ତଜାର୍ତିକ ଯୋଗ ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରୁଛନ୍ତି। ଭାରତରେ ପ୍ରାଚୀନ କାଳରୁ ପ୍ରଚଳିତ ଏହି ଯୋଗ ବିଜ୍ଞାନ ଏବଂ ପ୍ରାଣାୟାମ ବୈଜ୍ଞାନିକ ଭିତି ଉପରେ ଆଧାରିତ। ଏପରିକି ଅନେକ ରାଷ୍ଟ୍ରରେ କ୍ରୀଡାବିତ‌୍‍ମାନଙ୍କୁ ଉନ୍ନତ ପ୍ରଦର୍ଶନ ପାଇଁ ଯୋଗାଭ୍ୟାସ ପ୍ରଶିକ୍ଷଣ ଦିଆଯାଉଛି।


News Story - Posted on 2016-06-17

ଅଗ୍ନାଶୟ



ଶରୀରରେ ଗ୍ଲୁକୋଜ ପରିମାଣ କମିଯାଇ ରକ୍ତ ସର୍କରା ଅଭାବ ହୋଇଥାଏ। ସେହିପରି ଗ୍ଲୁକୋଜ ମାତ୍ରା ଅଧିକ ହେଲେ ରକ୍ତ ଶର୍କରା ସନ୍ତୁଳନ ରକ୍ଷା କରିବା ପାଇଁ ଇନସୁଲିନର ପ୍ରୟୋଗ କରାଯାଇଥାଏ।


News Story - Posted on 2016-05-29

ଋତୁସ୍ରାବ ଗୁରୁତ୍ବପୂର୍ଣ୍ଣ କାହିଁକି?



ଋତୁସ୍ରାବ ପ୍ର୍ରକିୟା ଜନ୍ମରୁ ନଥାଏ। ଝିଅଟିଏ ଆଦ୍ୟ କିଶୋରୀ ଅବସ୍ଥା ପାଇବା ପରେ ଶରୀରରେ ଏହି ପ୍ରକ୍ରିୟା ଆରମ୍ଭ ହୁଏ। ଯେହେତୁ ଏହା ମୂଳରେ ଯୌନ ଅନ୍ତଃସ୍ରାବୀ କ୍ଷରଣ ରହିଛି, ତେଣୁ ଦେହ ଓ ମନରେ ବାରି ହୋଇ ପଡ଼ୁଥିବା ପରିବର୍ତ୍ତନ ଆସେ। ଅତି ସାଧାରଣରେ କହିବାକୁ ହେଲେ ଏହି ସମୟରେ ପରିଷ୍କାର ପରିଚ୍ଛନ୍ନତା, ପୁଷ୍ଟିକର ଓ ସନ୍ତୁଳିତ ଆହାର, ଶାନ୍ତ ଓ ଖୁସି ମନ ଓ ଉପଯୁକ୍ତ ବିଶ୍ରାମ ଅତି ଆବଶ୍ୟକ। ହେଲେ ଆମର ସାମାଜିକ ଚଳଣି ଓ ଗଠନ ଏମିତି ଚତୁରତା ସହ କରାଯାଇଅଛି ଯେ ଏସବୁ ନିଚ୍ଛକ ଆବଶ୍ୟକତା ଗୁଡାକୁ ଛଡ଼ାଇନେଇ ଅଭାବରେ ବଦଳାଇ ଦିଆଯାଇଅଛି। ଏହାର ମୂଳଦୁଆ ହେଲା ଜଣେ ଋତୁମତୀ ମହିଳାଙ୍କୁ ଅପବିତ୍ର ତଥା ଋତୁସ୍ରାବର ରକ୍ତକୁ ଅପରିଷ୍କାର ବିଚାର କରିବା। ସମୟକ୍ରମରେ ଦଳ, ଗୋଷ୍ଠୀ ଓ ସମାଜ ଗଢ଼ିବାବେଳେ କିଛି ନୀତି ଓ ଧାରାକୁ ବିନା ପ୍ରଶ୍ନ ଓ ତର୍ଜମାରେ ସ୍ୱୀକାର କରି ନିଆଯାଉଥିଲା। ଯାହା ଦୀର୍ଘସମୟ ଅନ୍ତରରେ ସଂସ୍କୃତି, ପରମ୍ପରା ଧର୍ମର ରୂପ ନେଉଥିଲା। ଏଗୁଡ଼ିକ ଅତିମାତ୍ରାରେ ଲିଙ୍ଗଗତ ବିଭେଦ ଓ ବୈଷମ୍ୟରେ ଭରପୂର ଓ ମହିଳାମମାନଙ୍କୁ ନିୟନ୍ତ୍ରିତ କରିବାର ବିଚାର ଧାରା ଥିଲା। କିନ୍ତୁ ବର୍ତ୍ତମାନ ଠିକଣା ସମୟରେ ଠି


News Story - Posted on 2016-05-23

ସ୍ୱାସ୍ଥ୍ୟସେବା ରୁଗ୍ଣ, ୧୪୦୦ ପିଟିସନ



ଏନେଇ ଫୋରମର ୱାର୍କିଂ ଗ୍ରୁପ ସଦସ୍ୟ ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏନଏଚଆରସିଙ୍କ ନିକଟରେ ୧୪୦୦ରୁ ଅଧିକ ପିଟିସନ ଦାଖଲ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୧୪୭୫ଟି ହସ୍ପିଟାଲରେ କିପରି ଭାବେ ସ୍ୱାସ୍ଥ୍ୟ ସେବା  ବିପର୍ଯ୍ୟସ୍ତ ହୋଇପଡିଛି, ତାହା ଏହି ପିଟିସନ ଗୁଡିକ ମାଧ୍ୟମରେ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କୋରାପୁଟର ଜିଲ୍ଲାର ୬୪, କନ୍ଧମାଳର ୫୪, କଳାହାଣ୍ଡିର ୬୦, ନୂଆପଡାର ୨୨, ଗଜପତିର ୨୭, ସୁନ୍ଦରଗଡର ୮୦, ବରଗଡର ୬୦, ବଲାଙ୍ଗୀରର ୫୯, ସମ୍ୱଲପୁରର ୪୫, ଝାରସୁଗୁଡାର ୨୧, ନୟାଗଡର ୪୯, ଖୋର୍ଧାର ୫୬, କେଉଁଝରର ୮୧, ନବରଙ୍ଗପୁରର ୪୯, ମାଲକାନାଗିରିର ୨୩, ଗଂଜାମର ୩୭, ମୟୁରଭଂଜର ୧୧୨, ପୁରୀର ୧୯, କଟକର ୮୧, ବାଲେଶ୍ୱରର ୮୫, ଅନୁଗୁଳୁର ୪୦, ଜଗତସିଂହପୁରର ୪୫ ଏଭଳି ସବୁ ଜିଲ୍ଲାକୁ ମିଶାଇ ୧୪୭୫ଟି ଡାକ୍ତରଖାନା ସମ୍ପର୍କରେ ପୃଥକ ପୃଥକ ୧୪୭୫ଟି ପିଟିସନ ଦାୟର ହୋଇଛି।


News Story - Posted on 2016-05-23

କଳାହାଣ୍ଡିରେ କମୁନି ଶିଶୁ ମୃତ୍ୟୁହାର



୨୦୦୮-୦୯ ବର୍ଷରେ କଳାହାଣ୍ଡି ଜିଲ୍ଲାରେ ୧୯୪୫ ଜଣ ଶିଶୁ ମୃତ୍ୟୁ ହୋଇଥିବା ବେଳେ ୨୦୦୯-୧୦ରେ ୧୨୯୦ ଶିଶୁ, ୨୦୧୦-୧୧ରେ ୧୪୨୮ ଜଣ ଶିଶୁ, ୨୦୧୧-୧୨ରେ ୯୪୨ ଜଣ ଶିଶୁ ଏବଂ ୨୦୧୨-୧୩ରେ ୯୩୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୧୩ ମାର୍ଚ୍ଚରୁ ମଇ ମାସ ଏଇ ୩ ମାସ ମଧ୍ୟରେ ଜିଲ୍ଲାରେ ୨୦୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସିଡିଏମଓ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଏହି ୨୦୦୮ ଜଣ ଶିଶୁଙ୍କ ମଧ୍ୟରୁ ଜନ୍ମ ହେବାର ୨୪ ଘଣ୍ଟା ମଧ୍ୟରେ ୧୯ଟି ଶିଶୁ, ଜନ୍ମ ହେବାର ୨୪ ଘଣ୍ଟାରୁ ଏକ ସପ୍ତାହ ମଧ୍ୟରେ ୯୪ଟି ଶିଶୁ, ଜନ୍ମ ହେବାର ଏକ ସପ୍ତାହ ଏକ ବର୍ଷ ମଧ୍ୟରେ ୩୧ ଶିଶୁ ଏବଂ ଜନ୍ମର ୧ ବର୍ଷରୁ ୫ ବର୍ଷ ବୟସର ୩୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସରକାରୀ ରେକର୍ଡରେ କୁହାଯାଇଛି।


News Story - Posted on 2016-05-18

ଆୟୁ କମାଉଛି ପ୍ରଦୂଷଣ



ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ଆୟୁସ କମିବାରେ ଦିଲ୍ଲୀବାସୀ ଭାରତବର୍ଷର ଅନ୍ୟ ସମସ୍ତ ରାଜ୍ୟ ତୁଳନାରେ ସର୍ବାଗ୍ରେ ଅଛନ୍ତି। ଏହି ସହରର ଲୋକମାନେ ବାୟୁ ପ୍ରଦୂଷଣ ଯୋଗୁଁ ହାରାହାରି ୬.୩ ବର୍ଷ ଆୟୁସ ହରାଉଛନ୍ତି। ଏହି ରିପୋର୍ଟ ଅନୁସାରେ ପ୍ରତି ବର୍ଷ ଭାରତର ୫.୭ ଲକ୍ଷ ଲୋକ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାଣ ହରାଉଛନ୍ତି। ପ୍ରଦୂଷିତ ବାୟୁରେ ଥିବା ପିଏମ୨.୫ ନିଃଶ୍ୱାସରେ ନେଇ ଏହି ଲୋକମାନେ ମୃତ୍ୟୁବରଣ କରୁଛନ୍ତି। ସେହିପରି ଭୂପୃଷ୍ଠ ବାୟୁରେ ଓଜୋନ ମାତ୍ରା ବୃଦ୍ଧି କାରଣରୁ ଶ୍ୱାସପ୍ରଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ମଧ୍ୟରୁ ୩୧ ହଜାରଙ୍କର ପ୍ରତି ବର୍ଷ ମୃତ୍ୟୁ ହେଉଛି।


News Story - Posted on 2016-05-16

ନିମୋନିଆ- ଚିହ୍ନଟ ଓ ଚିକିତ୍ସା




News Story - Posted on 2016-05-15

ରୋଗ ପାଇଁ ପିଲାଙ୍କୁ ପୋତିଲେ ମାଟିରେ!



ନବଗ୍ରହଙ୍କୁ ଦର୍ଶନ କରିବା ସହିତ ଗ୍ରହପୀଡ଼ାରୁ ମୁକ୍ତି ପାଇଁ ହୋମଯଜ୍ଞ କରିଥିଲେ। ବୃଷ ସଂକ୍ରନ୍ତି ଏବଂ ବୈଶାଖ ମାସର ଶେଷ ଶନିବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକଧାରୀ ଶ୍ରଦ୍ଧାଳୁମାନେ ନବଗ୍ରହଙ୍କ ପୀଡ଼ାରୁ ମୁକ୍ତି ପାଇଁ ପ୍ରତ୍ୟୁଷରୁ ପରଂପରାନୁଯାୟୀ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧିର ସଙ୍ଗମସ୍ଥଳରେ ସ୍ନାନସୌଚ ହୋଇ ସଂକଳ୍ପ କରିବା ସହିତ ସୂର୍ଯ୍ୟୋଦୟ ଦର୍ଶନ କରିଥିଲେ। ପରେ କୋଣାର୍କ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରି  ସୂର୍ଯ୍ୟମନ୍ଦିର ପରିକ୍ରମା କରିବା ସହିତ ନବଗ୍ରହଙ୍କୁ ପୂଜାର୍ଚ୍ଚନା ଓ ଗ୍ରହଶାନ୍ତି ନିମନ୍ତେ ହୋମଯଜ୍ଞ କରିଥିଲେ।


News Story - Posted on 2016-05-03

ଏମକେସିଜି- ଡାକ୍ତର ଦଲାଲ, ରୋଗୀ ଜଳକା



ବ୍ରହ୍ମପୁର ବଡ଼ ମେଡ଼ିକାଲ ଉପରେ କେବଳ ବ୍ରହ୍ମପୁର ସହର ନୁହେଁ ସମଗ୍ର ଦକ୍ଷିଣ ଓଡ଼ିଶାର ଲୋକେ ନିର୍ଭର କରନ୍ତି। ଏହି ମେଡ଼ିକାଲରେ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ମେଡ଼ିକାଲ ମଧ୍ୟରେ ସମସ୍ତ କାର୍ଯ୍ୟରେ ଟଙ୍କା କାରବାର ହେଉଥିବା ଦେଖିବାକୁ ମିଳୁଛି। ସେହିଭଳି ଜଣେ ଗୁରୁତର ରୋଗୀ ଅାଶୁ ଚିକିତ୍ସା ପାଇଁ ଏମର୍ଜେନ୍ସି କେନ୍ଦ୍ରକୁ ଗଲେ ସେଠାରେ ପିଜି ଛାତ୍ରମାନେ ରୋଗୀଙ୍କ ରୋଗ ସଂପର୍କରେ ଜାଣିବା ପାଇଁ ବହୁ ସମୟ ନେଉଥିବା ଦେଖିବାକୁ ମିଳୁଛି। ଜଣେ ପିଜି ଛାତ୍ର ଜାଣି ନପାରିଲେ ଅନ୍ୟ ସାଥୀମାନଙ୍କୁ ଡ଼ାକୁଛନ୍ତି। ଏହିଭଳି ପିଜି ଛାତ୍ରମାନେ ରୋଗୀ ଉପରେ କେବଳ ପରୀକ୍ଷା ନିରୀକ୍ଷା କରିବାରେ ଲାଗୁଛନ୍ତି, କିନ୍ତୁ ସଠିକ ଚିକିତ୍ସା ଯୋଗାଇ ପାରୁନାହାନ୍ତି।

 


News Story - Posted on 2016-04-21

ବଡ଼ରୋଗର ବଡ଼ବ୍ୟଥା!



ବିଡ଼ମ୍ବନା ଯେ ସାମାଜିକ ପ୍ରଥା ବ୍ୟତୀତ ଭାରତବର୍ଷରେ ଏପରି ବହୁତ ଆଇନ ଅଛି ଯାହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୁଷ୍ଠରୋଗୀଙ୍କ ପ୍ରତି ବିଭେଦ କରିବାପାଇଁ ସ୍ବୀକୃତି ଦେଉଛି। ଉଦାହରଣ ସ୍ବରୂପ ବିଭିନ୍ନ ପର୍ସନାଲ୍ ଲ’ ଯଥା ହିନ୍ଦୁ ବିବାହ ଆଇନ,  ମୁସଲିମ୍ ବିବାହ ଆଇନ, ଖ୍ରୀଷ୍ଟିୟାନ ବିବାହ ଆଇନ, ସ୍ବତନ୍ତ୍ର ବିବାହ ଆଇନ ଅନୁସାରେ କୁଷ୍ଠ ଏକ ଭୟଙ୍କର ରୋଗ ଓ ତାର ନିରାକରଣ ନାହିଁି। ଏହି ଆଇନ ଅନୁସାରେ ଦୁଇବର୍ଷରୁ ଅଧିକ ସମୟ ଧରି କୁଷ୍ଠରୋଗରେ ଆକ୍ରାନ୍ତ ହୋଇଥିଲେ ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇପାରିବ। ଓଡ଼ିଶା ମୁନିସିପାଲ ଆଇନ ୧୯୫୦ ଅନୁଯାୟୀ କୁଷ୍ଠରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ନିର୍ବାଚିତ ହୋଇ କୌଣସି ପଦପଦବୀରେ ରହିପାରିବେ ନାହିଁି। ରେଳପଥ ଆଇନ ୧୯୮୯ ଅନୁଯାୟୀ କୁଷ୍ଠରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ରେଳପଥରେ ଯାତ୍ରା କରିବା ପାଇଁ ବାରଣ କରାଯାଇଛି। ଭିନ୍ନକ୍ଷମ ଆଇନ ୧୯୯୫ ଅନୁଯାୟୀ କୁଷ୍ଠରୋଗରେ ଆକ୍ରାନ୍ତ ହୋଇ ବିକଳାଙ୍ଗ ହୋଇଥିବା ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ବୋଲି ଅନ୍ତର୍ଭୁକ୍ତ କରାଯାଇ ନାହିଁ। ମଟରଯାନ ଆଇନ ୧୯୮୮ ଅନୁଯାୟୀ କୁଷ୍ଠରୋଗୀଟିଏ ଗାଡ଼ି ଚଳେଇବା ପ


News Story - Posted on 2016-04-18

ତାତି ଓ ତେନ୍ତୁଳି



ଏବେ ଏପ୍ରିଲ ମାସରେ ଦିନ ବେଳେ ଯେଭଳି ଅଗ୍ନିବର୍ଷୀ ଖରା ହେଉଛି, ତାହାକୁ ସମ୍ଭାଳିବା ପାଇଁ କେବଳ ଶରୀର ଉପରେ ଛାୟା, ଛତା, ଛାତ ବା ଛପର ସହ ଖାଦ୍ୟରେ ଯେଉଁ ଉପାଦାନ ରହିବା କଥା, ସେଥିରୁ ପ୍ରଧାନ ଦ୍ରବ୍ୟଟି ହେଉଛି ତେନ୍ତୁଳି। ପୁଷ୍ପବତୀ କିଶୋରୀ ବା ରଜସ୍ଵଳା ନାରୀମାନେ ଅସ୍ୱାସ୍ଥ୍ୟ ଜନିତ ଅରୁଚି ଛଡ଼ାଇବାର ମୂଳ ଉପାଦାନଟି ହେଉଛି ତେନ୍ତୁଳି। ଏସବୁ ପାଇଁ ଆଜିକାଲି ସମାଲୋଚକମାନେ କହିଲେଣି, ସହରର ସବୁଠୁ ଅନାଲୋଚିତ ତଥା ପରିଚିତ ବ୍ୟକ୍ତି ହେଉଛନ୍ତି ଗୁପଚୁପବାଲା। ଗୁପଚୁପ ସାଙ୍ଗରେ ଯେଉଁ ପାଣି ରହିଥାଏ, ତାହାର ମୁଖ୍ୟ ଉପାଦାନ ହେଉଛି ତେନ୍ତୁଳିପାଣି।

 


News Story - Posted on 2016-02-20

ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ତଥ୍ୟ ଅମେଳ



ସରକାରୀ ସ୍ତରରେ ଉକ୍ତ ବେସରକାରୀ ସଂସ୍ଥା ଦ୍ବାରା ଉପସ୍ଥାପିତ ବିଭ୍ରାନ୍ତିକର ତଥ୍ୟ ଉପରେ ବାରମ୍ବାର ଆଲୋଚନା ହେବା ପରେ ଚିଠି ସଂଖ୍ୟା ୧୬୬୬/ତା୧୯.୧୦.୨୦୧୫ ରିଖରେ ଡବ୍ଲୁଏଫପିକୁ ଏକ ସ୍ପଷ୍ଟୀକରଣ ମଗାଯାଇଥିଲା । ଏହାର ପ୍ରତ୍ୟୁତ୍ତରରେ ଡବ୍ଲୁଏଫପି ପ୍ରଦାନ କରିଥିବା ସ୍ପଷ୍ଟୀକରଣ ଉପରେ ଆଲୋଚନା କରାଯାଇ ନଥିଲା । ଏହି ତଥ୍ୟକୁ ଲୁଚାଇ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଗଙ୍ଗାଧର ସାହୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଠାରୁ ଚତୁରତାର ସହିତ ଉକ୍ତ ପ୍ରକଳ୍ପ ପୂର୍ବାନୁରୂପେ ଚାଲୁ ରଖିବା ପାଇଁ ସରକାରଙ୍କ ଠାରୁ ଅନୁମତି ହାତେଇଥିଲେ । ଏହାର ଅନୁମତି ହାତେଇବା ପରେ ଉକ୍ତ ପ୍ରକଳ୍ପଟି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା, ଯାହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ (ହସ୍ତାନ୍ତର ପରଠାରୁ) ।

 


News Story - Posted on 2016-01-24

ଆଙ୍ଗୁଠି ଅଗରେ ବିଷ



ପିଲାଟି କଲେଜ ଗଲାମାନେ ବାପାମା ଏବେ ତାକୁ ଧରାଇଦେଉଛନ୍ତି ସ୍ମାର୍ଟଫୋନ |  ଟାବ ଅଥବା ସ୍ମାର୍ଟଫୋନ୍ ଏବେ ଆାଉ କେବଳ ଧନୀଘରର ପିଲାମାନଙ୍କ ବ୍ଯବହାର ସାମଗ୍ରୀ ହୋଇନି ଅତି ସାଧାରଣ ଘରର ପିଲାମାନେ ମଧ୍ୟ ଅତ୍ଯାଧୁନିକ ସ୍ମାର୍ଟଫୋନ ଧରି ବୁଲୁଛନ୍ତି | ତେବେ ଏହିସବୁ ଡିଜିଟାଲ ସାମଗ୍ରୀକୁ ପିଲାମାନେ କିପରି ବ୍ଯବହାର କରୁଛନ୍ତି ସେଥିପ୍ରତି ଅଭିଭାବକମାନଙ୍କର ନିଘା ଥିଲା ପରି ଲାଗୁନି |

 


News Story - Posted on 2016-01-13

ଗଣ୍ଠିବାତ



ଏକ ଅନୁସନ୍ଧାନରୁ ଜଣାପଡ଼ିଛି, ଆମ ସମାଜରେ ଦିନକୁ ଦିନ ପରିଣତ ବୟସର ଲୋକ ବା ବାର୍ଦ୍ଧକ୍ଯ ଲୋକଙ୍କ ସଂଖ୍ଯା ବଢ଼ିବାରେ ଲାଗିଛି| 1947 ମସିହାରେ ଜଣେ ମଣିଷର ଜୀବନଧାରଣାର ସମୟ ସୀମା 47 ବର୍ଷ ଥିବାବେଳେ 2000 ମସିହାରେ ଏହା 60 ବର୍ଷରେ ପହଞ୍ଂଚିଛି| ଜନସଂଖ୍ଯା ଦୃଷ୍ଟିକୋଣକୁ ଦେଖିଲେ ଆମ ଦେଶରେ 60 ବର୍ଷରୁ ଅଧିକ ଲୋକଙ୍କ ସଂଖ୍ଯା ହେଉଛି 8 କୋଟିରୁ ଅଧିକ| ସେମାନଙ୍କ ମଧ୍ୟରୁ ପାଖାପାଖି ଦୁଇ ପ୍ରତିଶତ ଲୋକଙ୍କର ବାର୍ଦ୍ଧକ୍ଯଜନିତ ଆଣ୍ଠୁଗଣ୍ଠି ବାତ ସମସ୍ଯା ରହିଛି| କେତେକ କ୍ଷେତ୍ରରେ ଅଭିଜ୍ଞ ଅସ୍ଥିଶଲ୍ଯ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଔଷଧ ଦ୍ବାରା ଏହାକୁ ଆରୋଗ୍ଯ କରାଯାଉ ଥିବାବେଳେ କେତେକ କ୍ଷେତ୍ରରେ ସଂପୂର୍ଣ୍ଣ ଆଣ୍ଠୁଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର ଦରକାର ହୋଇଥାଏ |


News Story - Posted on 2016-01-13

ସ୍ବପ୍ନ



ଯେଉଁ ଇଚ୍ଛା ମନରେ ଥାଏ ତାହା ଇପ୍ସିତ ଭାବନା ହୋଇ ରହେ| ଭଲ ଭାବନାଗୁଡ଼ିକ ହେଲା ସ୍ନେହ, ପ୍ରେମ, ଭଲପାଇବା, ନିଜ ପ୍ରତି, ପରିବାର ପ୍ରତି, ପାଠପଢ଼ାରେ, ସମାଜପ୍ରତି ଓ ନିଜ ଚାକିରି ବୃତ୍ତି ବା ବ୍ଯବସାୟ ବୃଦ୍ଧିରେ କିଛି ଉନ୍ନତିର ଭାବନା| ଉଦାହରଣ - ମଉଜ ମଜଲିସ୍, ଘର କରିବା, ବଡ଼ଲୋକ ହେବା, ଦେଶସେବା କରିବା ଇତ୍ଯାଦି| ଖରାପ ଭାବନା ହେଲା - ଘୃଣା, ଈର୍ଷା, ବିଦ୍ବେଷର ଭାବନା| ନିଜ କୁ-କର୍ମର ଅନ୍ତରାୟର ଭାବନା, ଅନ୍ଯମାନଙ୍କ ପ୍ରତି ଦମନ, ଅନ୍ଯକୁ ସହି ନପାରିବାର ଭାବନା, ଦୁଃଖର ଭାବନା, ଆତ୍ମହତ୍ଯା ବା ଅନ୍ଯକୁ ମାରିଦେବାର ଭାବନା ବା ରୋଗର ଭାବନା ଦୁର୍ଘଟଣାର ଭାବନା ଇତ୍ଯାଦି|


© 2015. Samanya Kathan All Rights Reserved | Editor : Debendra Prusty     

To Top