ବୃତ୍ତି

News Story - Posted on 2017-11-11

ବିହାରୀଲାଲ- ପ୍ରଶାସକ ଓ ସ୍ଥପତି



ରାଜ୍ୟବ୍ୟାପୀ ଶହ ଶହ ସଂଖ୍ୟାରେ ଅରବିନ୍ଦ ଶିକ୍ଷାକେନ୍ଦ୍ର ଖୋଲାଯିବା ତାହାର ଜ୍ୱଳନ୍ତ ଉଦାହରଣ । ଏତଦ୍ବ୍ୟତୀତ ମହର୍ଷି ଅରବିନ୍ଦ ଏବଂ ଶ୍ରୀମାଙ୍କର ଭକ୍ତ ଭାବରେ ବିହାରୀଲାଲ ସେମାନଙ୍କର ଦର୍ଶନକୁ ପ୍ରଚାର ଓ ପ୍ରସାର କରାଇବାରେ ବେଶ୍ ସଫଳ ହୋଇଛନ୍ତି । ଏବେ ତାଙ୍କର ଉଦ୍ୟମରେ ରାଜ୍ୟରେ ୬୦୦ରୁ ଅଧିକ ଅରବିନ୍ଦ ପାଠଚକ୍ର ଖୋଲାଯାଇଛି । ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କୁ ଶୁଦ୍ଧପୁତ ଆଧ୍ୟାତ୍ମିକ ଜୀବନ ଏବଂ ଉତ୍ତମ ସାମାଜିକ ସହାବସ୍ଥାନବାଦୀ କରାଯାଇପାରିଛି । ଏହି ପାଠଚକ୍ରର ସଦସ୍ୟ ତଥା ଅରବିନ୍ଦ ସ୍କୁଲ୍ର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ବୋଲି ସମଗ୍ର ଦେଶରେ ବିଶ୍ୱାସ ରହିଛି । ମହର୍ଷି ଶ୍ରୀ ଅରବିନ୍ଦ ସମଗ୍ର ବିଶ୍ୱକୁ ଦେଇଥିବା ବାଣୀ (ଯୋଗ ହେଉଛି ସାମଗ୍ରୀକ ଜୀବନ) ଏବେ ବିଶ୍ୱ ଜନାଦୃତ । ଏହାକୁ ଲୋକଙ୍କ ପାଖକୁ ନେବା ପଛରେ ବିହାରୀଲାଲଙ୍କ ଅନବରତ ଉଦ୍ୟମ ଥିଲା । 


News Story - Posted on 2017-11-09

ନକଲି କିଏ, ଅସଲି କିଏ, କହିବ କିଏ?



ଦୁଃଖର କଥା ଗଣମାଧ୍ୟମ ସମାଜର ସୁଖଦୁଃଖ ଭଲମନ୍ଦ ବୁଝି ଲୋକଙ୍କ ପାଖରେ ପହଞ୍ଚାଇବାର ନୈତିକ ଦାୟିତ୍ୱ ମୁଣ୍ଡାଇଥିବା ବେଳେ ଗଂଜାମରେ ଗଣମାଧ୍ୟମର ଅବ୍ୟବସ୍ଥା ନିଶ୍ଚୟ ଏକ ଦୁର୍ବଳ ପ୍ରଶାସନିକ ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଯେକୌଣସି କାର୍ଯ୍ୟକ୍ରମର ସରକାର ରୂପରେଖରେ ସାମ୍ୱାଦିକଙ୍କ ପାଖକୁ ପଠାଯାଇଥିବା ସଂଦେଶ ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ ବେଳେ ତାଳମେଳ ରହୁନାହିଁ। ଗଣମାଧ୍ୟମରେ ଫଟୋ ସାମ୍ୱାଦିକ ସଂଖ୍ୟା, ବାର୍ତ୍ତା ସାମ୍ୱାଦିକ ସଂଖ୍ୟାକୁ ନେଇ କୌତୁହଳ ବଜାୟ ରହିଛି। ଗଂଜାମରେ ଏଭଳି ଅନେକ ସାମ୍ବାଦିକଙ୍କୁ ଜିଲ୍ଲା ପ୍ରଶାସନ ସ୍ବୀକୃତି ଦେଇଛି ଯେଉଁମାନଙ୍କ ଯୋଗ୍ୟତା ବିଷୟରେ ସନ୍ଦେହ ରହିଛି। ଜିଲ୍ଲାରେ ଅନେକ ଲୋକ ସାମ୍ବାଦିକ ପରିଚୟ ଧରି ବୁଲୁଛନ୍ତି। କିନ୍ତୁ ସେମାନେ ସମସ୍ତେ କ’ଣ ସାମ୍ବାଦିକ? ଏହା ଜାଣିବାକୁ ଯାଞ୍ଚ ନାହିଁ କି ଗଣନା ନାହିଁ। ରାଜ୍ୟ ପଶୁ ଗଣତି, ପକ୍ଷୀ ଗଣତି, ଗଛ ଗଣତି, ବାଘ ଗଣତି, କଇଁଚ ଗଣତି ହୋପାରୁଥିବାବେଳେ ସାମ୍ୱାଦିକଙ୍କ ମୁଣ୍ଡ ଗଣତି ହୋଇପାରେ ନାହିଁ।


News Story - Posted on 2017-09-15

କେହି ପାଇନାହାନ୍ତି ସାମ୍ବାଦିକ ସ୍ୱାସ୍ଥ୍ୟବୀମା



ବିଭାଗୀୟ ମନ୍ତ୍ରୀ ପୁଣି କହିଛନ୍ତି ଯେ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ ହେବା ପାଇଁ ୭୯ ଜଣ ସାମ୍ବାଦିକ ୧୧୭୦ ଟଙ୍କା ହାରରେ ପ୍ରିମିୟମ୍ ଦାଖଲ କରିଥିଲେ । ଏମାନଙ୍କ ମଧ୍ୟରୁ ମାତ୍ର ୨୩ ଜଣ ନିୟମାନୁଯାୟୀ ପ୍ରିମିୟମ୍ ସହିତ ସଂସ୍ଥାର ପ୍ରମାଣପତ୍ର ଦେଇଥିଲେ । ତେବେ ଅନ୍ୟ ୫୬ ଜଣ ପ୍ରିମିୟମ୍ ଦାଖଲ କରିଥିଲେ ମଧ୍ୟ କାମ କରୁଥିବା ସଂସ୍ଥାର ପ୍ରମାଣପତ୍ର ଦେଇନଥିବାରୁ ବୀମାଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇନଥିଲେ । ୨୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବୀମା କମ୍ପାନୀ ଆଗ୍ରହ ପ୍ରକାଶ କରୁନଥିବାରୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି । 


News Story - Posted on 2017-08-28

ପ୍ରଧାନ ବିଚାରପତି ଦୀପକ ମିଶ୍ର



ନିର୍ଭୟା ମାମଲା, ୟାକୁବ ମେମୋନ ଫାଶୀ, ଉତ୍ତରାଖଣ୍ଡ ରାଷ୍ଟ୍ରପତି ଶାସନ ଆଦି କେତେକ ଚହଳ ସୃଷ୍ଟିକାରୀ ମାମଲାର ବିଚାର କରିଥିବା ଖଣ୍ଡପୀଠର ସଦସ୍ୟ ଭାବେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଭାବେ ମଧ୍ୟ ତାଙ୍କୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେବାକୁ ହେବ । ତାଙ୍କର ୧୩ ମାସର କାର୍ଯ୍ୟକାଳ ଭିତରେ ରାମ ମନ୍ଦିର ବାବ୍ରି ମସଜିଦ ମାମଲା, କାବେରୀ ଜଳ ବିବାଦ, ସେବି-ସାହାରା ମାମଲା, ବିସିସିଆଇ ସଂସ୍କାର, ପାନାମା ପେପର ଲିକ୍ ଏବଂ ଆଧାର ଆଦି ମାମଲାରେ ରାୟ ଦେବାକୁ ପଡ଼ିବ । 


News Story - Posted on 2017-08-13

ତ୍ୟାଗ ଓ ସେବାର ନାୟକ ପର୍ଶୁରାମ



ଯାଜପୁର ଜିଲ୍ଲା ବରୀ ବ୍ଲକର ସେରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ମହାପୁରୁଷ ଜଣକ ବାଲ୍ୟକାଳରୁ ସଂଗ୍ରାମୀ ଥିଲେ। ୪ର୍ଥ ଶ୍ରେଣୀରେ ପାଠ ପଢ଼ିଲା ବେଳକୁ ତାଙ୍କୁ ୫ କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡୁଥିଲା, ତାହା ପୁଣି ଗୋଟିଏ ନାଳ ଓ ଗୋଟିଏ ନଦୀ (ବିରୂପା ନଦୀ) ପାର ହୋଇ। ସକାଳ ୮ଟା ବୋଳୁ ଘରୁ ବାହାରୁ ଏକରକମ ଦୌଡି ଦୌଡି ଇନ୍ଦୁପୁର ଯାଆନ୍ତି ଓ ଫେରନ୍ତି ରାତି ୮ଟା ବେଳେ। ଏହା ସତ୍ତ୍ୱେ ସେ ଥକି ନଥିଲେ କିମ୍ୱା ପାଠପଢ଼ା ଜିଦ‌୍‍ରୁ ଓହରିନଥିଲେ। ମାଟ୍ରିକ‌୍‍ ପାସ‌୍‍ ପରେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। କଟକ ଆସିବା ପାଇଁ ସେ ନିଜର ବାକ୍ସପତ୍ର ମୁଣ୍ଡାଇ ୨୦ କି.ମି. ଦୂର କେନ୍ଦ୍ରାପଡାକୁ ଆସିଥିଲେ। ଏହି କଷ୍ଟ ଯାତ୍ରା କଥା ଏକଦା ସେ ଆମକୁ କହିଥିଲେ। ସେତେବେଳେ ତାଙ୍କ ପରିବାର ଅବସ୍ଥା ଭଲ ନଥିଲା। ବାଲ୍ୟକାଳରୁ ସେ ପିତାଙ୍କୁ ହରାଇଥିଲେ। ରେଭେନ୍ସାରେ ପଢ଼ିବା ବେଳେ ସେ ମାତ୍ର ୨୦ ଟଙ୍କା ମେଧାବୃତ୍ତି ଆକାରର ପାଉଥିଲେ। ସେତେବେଳେ ଏହା ଯଥେଷ୍ଟ ଥିଲା, କାରଣ ସେତେବେଳେ ମାସିକ ହଷ୍ଟେଲ‌୍‍ ଖର୍ଚ୍ଚ ଥିଲାମାତ୍ର ୧୨ ଟଙ୍କା। ରେଭେନ୍ସାରୁ ପାଠ ସାରି ସେ ସ୍ନାତକୋତ୍ତର ପାଠ ପାଇଁ ଆହ୍ଲାବାଦ ଯାଇଥିଲେ। ସେଠାରୁ ଆସି ପ୍ରଥମେ ଅଧ୍ୟାପକ ପରେ ଡେପୁଟି କଲେକ୍ଟର (ଓ.ଏ.ଏସ‌୍‍.) ଓ ଶେଷରେ ଷ୍ଟେଟ‌୍‍ ବ୍ୟାଙ୍କର ଅଫିସର ଭାବେ ଯୋଗଦେଇଥିଲେ। ଏହି କର୍ମମୟ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନିଜର ରାଜକାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ସହିତ ଜନସେବାକୁ ଅଗ୍ରାଧିକାର ସେ ଦେଇଆସିଥିଲେ। ପାଟଣା ଏବଂ କାନପୁରରେ ଷ୍ଟେଟ‌୍‍ ବ୍ୟାଙ୍କର ମହାପ୍ରବନ୍ଧକ ଥିଲାବେଳେ ସେଠାକାର ଓଡ଼ିଆ ସମାଜକୁ ସୁସଂଗଠିତ କରିବା ତାଙ୍କର ଆଉ ଏକ ଉଲ୍ଲେଖନୀୟ କାର୍ଯ୍ୟ। ଷ୍ଟେଟ‌୍‍ ବ୍ୟାଙ୍କରୁ ଡେପୁଟେସନ‌୍‍ରେ ଯାଇ ସେ ତତ୍କାଳୀନ କୋରାପୁଟ ପଞ୍ଚବଟୀ ଗ୍ରାମ୍ୟ ବ୍ୟାଙ୍କର (ବର୍ତ୍ତମାନର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ) ସେ ପ୍ରଥମ ଅଧ୍ୟକ୍ଷ ଥିଲେ। ସେ ପ୍ରାୟ ୧୫ ବର୍ଷ କାଳ କୋରାପୁଟ ଜିଲ୍ଲାରେ କଟାଇଥିଲେ। ତେଣୁ ସେ ଏହି ଅବିଭକ୍ତ ଜିଲ୍ଲାର ସବୁ ପ୍ରମୁଖ ଗାଁ ସମ୍ପର୍କରେ ଅବଗତ ଥିଲେ। ତାଙ୍କ ଅମଳରେ କୋରାପୁଟ ଜିଲ୍ଲାର ବ୍ୟାଙ୍କ ବ୍ୟବସ୍ଥାର ବିସ୍ତାର ଘଟିଥିଲା। ସେହି ଅଞ୍ଚଳରେ ପର୍ଶୁରାମ ବାବୁ ବା ନାୟକ ସାହେବ ଜଣେ ଲୋକପ୍ରିୟ ବ୍ୟକ୍ତି।


News Story - Posted on 2017-08-10

ନ୍ୟୁନ ହୋଇଗଲା ପଦ୍ମଶ୍ରୀ



ସମଗ୍ର ବିଶ୍ୱକୁ ଅହିଂସାର ବାର୍ତ୍ତା ଦେଇଥିବା ତଥା ସମଗ୍ର ବିଶ୍ୱରେ ଅହିଂସା ମାନବ ରୂପରେ ପୂଜା ପାଉଥିବା ମହାତ୍ମା ଗାନ୍ଧୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଲା ନାହିଁ। ସେହିପରି ରୁଷୀୟ ଲେଖକ ଲିଓ ଟଲଷ୍ଟୟଙ୍କୁ ନୋବେଲ‌୍‍ ସାହିତ୍ୟ ପୁରସ୍କାର ମିଳିଲା ନାହିଁ। ଏହି ପ୍ରସଙ୍ଗରେ ଗତ ୫୦ ଓ ୬୦ ଦଶକରେ ବିଶ୍ୱରେ ବହୁ ବିତର୍କ ହୋଇଛି। ଶେଷରେ ଯେଉଁ ନିଷ୍କର୍ଷ ବାହାରିଲା ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ମହାତ୍ମା ଗାନ୍ଧିଙ୍କ କ୍ଷେତ୍ରରେ ନୋବେଲ‌୍‍ ଶାନ୍ତି ଏବଂ ଟଲଷ୍ଟୟଙ୍କ ନିକଟରେ ନୋବେଲ‌୍‍ ସାହିତ୍ୟ ପୁରସ୍କାର ଅତ୍ୟନ୍ତ ନ୍ୟୁନ ବୋଲି ମତପ୍ରକାଶ ପାଇଥିଲା। ଯାହାକି ସମଗ୍ର ବିଶ୍ୱ ଗ୍ରହଣ କରିନେଇଥିଲା।


News Story - Posted on 2017-08-08

ଦୀପକ ମିଶ୍ର ପରବର୍ତ୍ତୀ ସିଜେଆଇ



ବିଚାରପତି ଦୀପକ ମିଶ୍ର ଜଣେ ଜନବାଦୀ ବିଚାରପତି ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ସେ ୟାକୁବ ମେମୋନ ଫାଶୀଦଣ୍ଡ ମାମଲାରେ ରାତି ଅନିଦ୍ରା ହୋଇ ଶୁଣାଣି କରିଥିଲେ ଓ ସକାଳ ୫ଟାରେ ରାୟ ଦେଇଥିଲେ । ସେହି ରାୟରେ ସେ କହିଥିଲେ ଯେ ୟାକୁବ ମେମୋନର ଫାଶି ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବା ଆଇନ ସହିତ ଖେଳ ହେବ । ଏହାର ଦୁଇ ଘଣ୍ଟା ପରେ ୟାକୁବକୁ ଫାଶୀ ଦିଆଯାଇଥିଲା । ସେ ମଧ୍ୟ ନିର୍ଭୟା ଧର୍ଷଣ ଓ ହତ୍ୟା ମାମଲାର ବିଚାର କରିଥିବା ଖଣ୍ଡପୀଠର ସଦସ୍ୟ ଥିଲେ । 


News Story - Posted on 2017-07-28

ଅମର ଯବାନ ଶହୀଦ ଶ୍ରୀନିବାସ ପାତ୍ର



ତାଙ୍କ ମର ଶରୀର ନିଜଗ୍ରାମ ତଥା ଜନ୍ମସ୍ଥାନ ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ‌୍‍ ଜଗଦଳପୁର‌୍‍ ଗ୍ରାମରେ ପଞ୍ଚତତ୍ତ୍ୱରେ ବିଲୀନ ହୋଇଯାଇଛି। ବୀରଗତି ପ୍ରାପ୍ତ ଶ୍ରୀନିବାସଙ୍କୁ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହକାରେ ହଜାର ହଜାର ନରନାରୀଙ୍କ ଉପସ୍ଥିତିରେ ଆବେଗାପ୍ଲୁତ ପରିବଶେରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। କୋମଳମତି ସ୍କୁଲ‌୍‍ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି କଲେଜ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ବ୍ୟବସାୟୀ, ଓକିଲ, ସାମ୍ୱାଦିକ, ବରିଷ୍ଠ ନାଗରିକଙ୍କ ସମେତ ହଜାର ହଜାର ସଂଖ୍ୟାରେ ଲୋକେ ରାସ୍ତାକଡ଼ରେ ଛିଡ଼ାହୋଇ ଅମର ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗୋଳାବନ୍ଧ ସ୍ଥିତ ଏଡ଼ିଜିଏମ‌୍‍ ହସ୍ପିଟାଲ‌୍‍ ଠାରେ ମରଶରୀରକୁ ରଖାଯାଇଥିଲା। ଇଂଜିନିୟରିଂ ସ୍କୁଲ‌୍‍ ନିକଟରେ ପହଞ୍ଚିବା ପରେ ଶହଶହ ଜନସାଧାରଣ ଦେଶଭକ୍ତି ସଂଗୀତ ଏବଂ ଶହୀଦ‌୍‍ ଶ୍ରୀନିବାସ ଅମର ରହେ କହି ସାମରିକ ଟ୍ରକ‌୍‍ରେ ଶବାଧାରକୁ ନିଆଯାଇଥିଲା। ଶହଶହ ଲୋକଙ୍କ ଦେଶଭକ୍ତି ସ୍ଲୋଗାନ‌୍‍ରେ ଏବଂ ମହିଳାମାନଙ୍କ ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା।


News Story - Posted on 2017-07-27

ହଡ଼ପ ହେଉଛି ଶ୍ରମିକଙ୍କ ସ୍ବାସ୍ଥ୍ୟ ବୀମା!



କର୍ମଚାରୀ ରାଜ୍ୟ ବୀମା ଆଇନ ଅନୁସାରେ ଶିଳ୍ପାନୁଷ୍ଠାନ ଗୁଡ଼ିକରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିୟୋଜିତ କର୍ମଚାରୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଥିବା ବ୍ୟବସ୍ଥାର ବ୍ୟାପକ ଉଲଂଘନ ଚାଲିଛି। ୨୦୧୨-୧୩ ଠାରୁ ୨୦୧୫-୧୬ ଆର୍ଥିକ ବର୍ଷ ମଧ୍ୟରେ ପ୍ରାୟ ୧୩,୭୭୩ ସଂସ୍ଥା ଦେୟ ପୈଠ କରି ନଥିବା କଥା ବିଭାଗୀୟ ମନ୍ତ୍ରୀ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତର ବିଧାନ ସଭାରେ ଦେଇ ଏହା ସ୍ୱୀକାର କରିଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ୨୦୧୨-୧୩ ଆର୍ଥିକ ବର୍ଷରୁ ୨୦୧୫-୧୬ ଆର୍ଥିକ ବର୍ଷ ମଧ୍ୟରେ ଖିଲାପ କରିଥିବା ସଂସ୍ଥାମାନଙ୍କ ସଂଖ୍ୟା ଯଥାକ୍ରମେ ୨୩୭୮, ୨୬୬୫, ୨୮୫୨, ୨୯୦୭ ଓ ୨୯୭୧ ରହିଛି।


News Story - Posted on 2017-07-22

ସାମ୍ବାଦିକର ସମ୍ମାନର ପ୍ରଶ୍ନ



କଥା ହେଉଛି, ସାମ୍ବାଦିକମାନଙ୍କୁ ଏଭଳି ନେତାମାନେ ତିନିଶ ପାଁଶ ଦେବାକୁ ସାହସ କରୁଛନ୍ତି କିପରି? ସେମାନଙ୍କର ଦବାର ଅଭ୍ୟାସ ଅଛି ନା ଏମାନଙ୍କର ନବାର ଅଭ୍ୟାସ ଅଛି? ସାମ୍ବାଦିକମାନେ କାହାଠାରୁ ଏମିତି ଟଙ୍କା ନେଉ ନଥିଲେ ସାଂସଦ ଓ ମନ୍ତ୍ରୀ ଟଙ୍କା ଦେଇ ନଥାନ୍ତେ ନିଶ୍ଚୟ ।
ସାମ୍ବାଦିକମାନେ କ’ଣ ଗିଫ୍ଟ ଭାଉଚର ନିଅନ୍ତି ନାହିଁ? ଜିନିଷ ଉପହାର ନିଅନ୍ତି ନାହିଁ? ଭୋଜିଭାତ ଖାଆନ୍ତି ନାହିଁ? ମଦ ପିଅନ୍ତି ନାହିଁ? ଗାଡ଼ିଭଡ଼ା ନିଅନ୍ତି ନାହିଁ?


News Story - Posted on 2017-06-10

ରେଶମ ସହର ନାଁ ବୁଡ଼ିବ!



ରେଶମ ଶାଢ଼ୀ ପାଇଁ ରେଶମ ସହର ଭାବେ ପରିଚିତ ହୋଇଥିବା ବ୍ରହ୍ମପୁର ସହର ପ୍ରଶାସନର ଖାମଖିଆଲି ନୀତି ଏବଂ ବୁଣାକାରମାନଙ୍କ ପ୍ରତି ଅବହେଳାରୁ ଏହାର ମାନ୍ୟତା ହରାଇବାକୁ ବସିଲାଣି। ଏବେ ଏ ସହର ଓ ଆଖାପାଖ ଅଂଚଳର ରେଶମ ଓ ପାଟଶାଢ଼ୀ ବୁଣାକାରମାନେ ଆର୍ଥିକ ଦୁର୍ଦ୍ଦଶାରେ ପଡ଼ି ବୃତ୍ତି ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଛନ୍ତି। ଓଡ଼ିଶା ସରକାରଙ୍କ ବୟନଶିଳ୍ପ ବିଭାଗରେ ଚାଲିଥିବା ବ୍ୟାପକ ଦୁର୍ନୀତି ତଥା ରାଜନୀତିକ ଏବଂ ପ୍ରାଶାସନିକ ଉଦାସୀନତା ଯୋଗୁଁ ବୁଣାକାରମାନେ ବାରମ୍ବାର କ୍ଷତି ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ପିଲାପରିବାର ଚଳାଇବାକୁ ଅନ୍ୟ ଧନ୍ଦା ଆପଣେଇଲେଣି।


News Story - Posted on 2017-06-03

ନଡିଆ ଗଛ ଚଢ଼ା ପ୍ରଶିକ୍ଷଣ



ରାଜ୍ୟରେ ନଡ଼ିଆ ତୋଳାଳିଙ୍କ ଅଭାବ ଦେଖାଦେଇଅଛି। ଗ୍ରାମଠାରୁ ସହର ପର୍ଯ୍ୟନ୍ତ ସବୁଠି ଏହି ସମସ୍ୟା। ଫଳରେ ଚାଷୀଟିଏ ଗଛରେ ଫଳ ଥିଲେ ବି ଠିକ ସମୟରେ ତୋଳି ନପାରି ଆର୍ଥିକ କ୍ଷତି ତଥା ଅସୁବିଧାର ସମ୍ମୁଖୀନ ହେଉଛି। ଆଗପରି ଗଛରେ ଚଢ଼ି ନଡିଆ ତୋଳିବାରେ ଅଭ୍ୟସ୍ତ ଲୋକ ମିଳୁ ନାହାନ୍ତି। ଜୀବନ ପ୍ରତି ବିପଦ ଥିବାରୁ ଏହି ପେସା ନୂଆ ପିଢ଼ି ଆପଣାଉ ନାହାନ୍ତି।


News Story - Posted on 2017-06-02

ତୃତୀୟ ବର୍ଷ ପାଇଁ ମହିଳା ଟପ୍ପର



କ୍ରମାଗତ ତୃତୀୟ ବର୍ଷ ପାଇଁ ସିଭିଲ ସର୍ଭିସ ଟପ୍ପର ହୋଇଛନ୍ତି ମହିଳା। ୨୦୧୪-୧୫ ବର୍ଷ ସିଭିଲ ସର୍ଭିସ ପରୀକ୍ଷାରେ ଦିଲ୍ଲୀର ଭିନ୍ନକ୍ଷମ ଈରା ସିଙ୍ଘାଲ ଟପ୍ପର ହୋଇଥିବାବେଳେ ୨୦୧୫-୧୬ ବର୍ଷ ଦିଲ୍ଲୀର ଅନୁସୂଚୀତ ଜାତି ପ୍ରାର୍ଥୀ ଟିନା ଡାଭି ଟପ୍ପର ହୋଇଥିଲେ। ଚଳିତ ବର୍ଷ କର୍ଣ୍ଣାଟକର ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରାର୍ଥୀ ନନ୍ଦିନୀ କେଆର ଟପ୍ପର ହୋଇଛନ୍ତି।


News Story - Posted on 2017-05-29

କୌଶଳର ଦ୍ରୁତ ବିକାଶ



କୌଶଳ ବିକାଶ ପ୍ରୟାସକୁ ବ୍ୟାପକ କରିବା ସହ ତ୍ୱରିତ ନୀତିଗତ ଢାଂଚା ଓ କାର୍ଯ୍ୟକ୍ରମ ବିକଶତ କରିବା ପାଇଁ ଏନଡିଏ ସରକାର ୨୦୧୪ ଡିସେମ୍ୱର ମାସରେ କୌଶଳ ବିକାଶ ଓ ଏନ୍ଟରପ୍ରେନିଓରସିପ‌୍‍ ନାମରେ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ ବର୍ତ୍ତମାନର କୌଶଳ କାର୍ଯ୍ୟକ୍ରମରେ ସଂସ୍କାର ଆଣିବା ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଲକ୍ଷ୍ୟ ହାସଲ ପାଇଁ ଅନେକ ନୂଆ ଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଇଛି।


News Story - Posted on 2017-05-23

ଆଉ ଖବର କ’ଣ?



ଆମେ ଯେତେକଥା ପଢ଼ିବାକୁ ପାଉ, ସବୁ ପାଇଁ ସାଧାରଣ ପ୍ରତିକ୍ରିୟା- ଏପରି ନ ଘଟିବା ଉଚିତ ଥିଲା। ଯଦି ଘଟିଲା- ଆଇନତଃ ସେଥିପାଇଁ ଯେଉଁମାନେ ଦାୟୀ- ଏମାନେ ଯେତିକି ଦୋଷୀ, ମିଡିଆ ବି ତା’ଠୁଁ ଅଧିକ ଦୋଷୀ। ଏଥିପାଇଁ ମିଡିଆକୁ ଶୋଧିବାକୁ ବଛାବଛା ଶବ୍ଦାର୍ଥ ଓ ବ୍ୟଞ୍ଜନ ନିର୍ମାଣ ସରିଛି। ‘ପ୍ରେଷ୍ଟିଚ୍ୟୁଟ‌୍‍’, ବିକାଉ ... ବଖାଣିଲେ କେତେ କାହିଁ ହେବ। ସମାଜ ଆଶା କରେ, ମିଡିଆ ଇଚ୍ଛା କଲେ କୁଆଡେ଼ ପାପ ନିବାରଣ କରି ପାରିଥା’ନ୍ତା, କଲାନି।


News Story - Posted on 2017-05-23

ଗୋତି ଖଟୁଛନ୍ତି ବମକେଇ ବୁଣାକାର!



ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୂତା ଶାଢ଼ି, ରେଶମ ଶାଢ଼ି ଏବଂ ଟସର ଶାଢ଼ି ବହୁ କାଳରୁ ପିଢ଼ି ପରେ ପିଢ଼ି ଅତିକ୍ରମ କରି ବୁଣାକାରମାନେ ନିଜର କୌଳିକ ବୃତ୍ତିକୁ ବଜାୟ ରଖିବା ସହ ଏହାକୁ ନିଜ ଜିବୀକାର ଏକମାତ୍ର ମାଧ୍ୟମ ଭାବେ ନେଇଛନ୍ତି। ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ସୋରଡ଼ା, ହିଞ୍ଜିଳିକାଟୁ, ରଙ୍ଗେଇଲୁଣ୍ଡା ଏବଂ ଜଗନ୍ନାଥପ୍ରସାଦ ଆଦି ବିଭିନ୍ନ ଅଞ୍ଚଳର ବୁଣାକାର ମାନେ ଲୁଗାବୁଣା କାର୍ଯ୍ୟ କରୁଥିବା ବୟନଶିଳ୍ପ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିଲେ ସୁଦ୍ଧା ପ୍ରକୃତ କ୍ଷେତ୍ରରେ ଦେଖିବାକୁ ଗଲେ ଉକ୍ତ ଅଂଚଳମାନଙ୍କରେ ଏହି ବୁଣାକାର୍ଯ୍ୟ ଏକରକମ ବନ୍ଦ ହେବାକୁ ବସିଲାଣି କହିଲେ ଅତ୍ୟୁକ୍ତି ହେବନାହିଁ।


News Story - Posted on 2017-05-08

ଓଡ଼ିଶା ସାମ୍ୱାଦିକ ଶ୍ରେଷ୍ଠ!



ଦେଶର ସାଂସଦମାନେ ବିଶ୍ୱର ଅନ୍ୟ ଦେଶର ସାମ୍ୱିଧାନିକ ତଥା ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଓ ମୂଲ୍ୟବୋଧ ଉପର ଉନ୍ନତ ମତାମତ ଦେଇ ଆସୁଛନ୍ତି। ଏହି କାରଣରୁ ଆଦୃତ ଓ ପ୍ରଶଂସିତ ମଧ୍ୟ ହୋଇ ଆସୁଛନ୍ତି, ତେବେ ଏହି ସଂସଦ ଭବନ ପକ୍ଷରୁ ଦେଶର ସଂସଦୀୟ ଗଣତନ୍ତ୍ର, ସଂସଦରେ ବିତର୍କ କାର୍ଯ୍ୟଧାରା, ପ୍ରଶ୍ନୋତ୍ତର ସମତେ ବିଧେୟକ ପ୍ର୍ରକ୍ରିୟାକୁ ଜନସାଧାରଣଙ୍କୁ ଅବଗତ କରାଇବାର ପ୍ରୟାସ ହୋଇଛି। ତେଣୁ ମୁଦ୍ରିତ ଗଣମାଧ୍ୟମକୁ ଏ ସମ୍ପର୍କରେ ପ୍ରଶିକ୍ଷିତ କରାଇବା ପାଇଁ ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମର ନାମ ରଖାଯାଇଛି ସଂସଦୀୟ କାର୍ଯ୍ୟ ପଦ୍ଧତି ପ୍ରସଙ୍ଗରେ ପରିଚୟ କାର୍ଯ୍ୟକ୍ରମ। ଏଥିରେ ସାମିଲ‌୍‍ ହେବା ପାଇଁ ଦେଶର ସମସ୍ତ ରାଜ୍ୟକୁ ସାମ୍ୱାଦିକମାନଙ୍କୁ ଆମନ୍ତ୍ରଣ କରାଯାଇ ସଂସଦୀୟ ସମ୍ୱାଦ ପରିବେଷଣକୁ ଗୁଣାତ୍ମକ କରିବାକୁ ପଦକ୍ଷେପ ନିଆଯାଇଛି। ଏହି ଅଭିନବ କାର୍ଯ୍ୟକ୍ରମରେ  ଓଡ଼ଶାରୁ ଯାଇଥିବା ସାମ୍ୱାଦିକମାନେ ଅନୁଭବ ଓ ଅଭିଜ୍ଞତା ପ୍ରକାଶ କରି ଉଚ୍ଚ ପ୍ରଶଂସା ପାଇଥିଲେ।


News Story - Posted on 2017-03-31

ସତ୍ତ୍ବଲିପି ହରାଇଛନ୍ତି ଜଗନ୍ନାଥ!



ଶ୍ରୀକ୍ଷେତ୍ର ପୁରୀରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ୬୦,୮୦୫ ଏକରରୁ ଊର୍ଦ୍ଧ୍ୱ ଭୂ-ସମ୍ପତ୍ତି ଥିବା ଚିହ୍ନଟ କରାଯାଇଥିବା ବେଳେ ଏଥିରୁ ଶ୍ରୀମନ୍ଦିରକୁ ରାଜଭାଗ ବାବଦରେ ବାର୍ଷିକ ମାତ୍ର ୯୪ ଲକ୍ଷ ଟଙ୍କା ମିଳୁଛି। ଶ୍ରୀମନ୍ଦିରର ଯେତେ ଭୂ-ସମ୍ପତ୍ତି ରହିଛି ସେଥିମଧ୍ୟରୁ ୩୩,୭୫୫ ଏକର ୨୯୩ ଡିସିମିଲ‌୍‍ର ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଥିବା ବେଳେ ଆଉ ୨୬,୬୫୪ ଏକର ୭୮୦ ଡିସିମିଲ‌୍‍ ଜମିର ସତ୍ତ୍ୱଲିପି ନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ‌୍‍ ମନ୍ତ୍ରୀ ଅରୁଣ କୁମାର ସାହୁ ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି।


News Story - Posted on 2017-03-31

ଏନଆରଇଜିଏ-କର୍ମଜୀବୀଙ୍କ ଜୀବନରେଖା



ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମାଂଚଳ ନିଯୁକ୍ତି ଯୋଜନା (ଏମଜିଏନଆରଇଜିଏ) ଆରମ୍ଭ ହେବା ପରଠାରୁ ଅନେକ ବାଟ ଅତିକ୍ରମ କରିସାରିଛି ଏବଂ ଲକ୍ଷଲକ୍ଷ ଜନସାଧାରଣଙ୍କ ଜୀବନରେଖା ପାଲଟିଛି। ଅଣଦକ୍ଷତା ସମ୍ପନ୍ନ ଓ ଶାରୀରିକ ପରିଶ୍ରମ କରିବାକୁ ରାଜି ଥିବା ପ୍ରତ୍ୟେକ ଗ୍ରାମୀଣ ପରିବାରର ବ୍ୟକ୍ତିଙ୍କୁ ଏକ ଆର୍ଥିକ ବର୍ଷରେ ଅତିକମରେ ୧୦୦ ଦିନର ନିଶ୍ଚିତ କର୍ମ ନିଯୁକ୍ତି ପ୍ରଦାନ କରିବା ପାଇଁ ୨୦୦୫ ସେପ୍ଟେମ୍ୱର ୭ ତାରିଖରେ ଏହି ଅଧିନିୟମର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସାମାଜିକ ଭାଗିଦାରିତା, ଲିଙ୍ଗଗତ ସମାନତା, ନିଷ୍ପକ୍ଷ ବିକାଶ ଆଦି ମହାତ୍ମାଗାନ୍ଧୀ ଏନଆରଇଜିଏର ପ୍ରତିଷ୍ଠା ସ୍ତମ୍ଭ।


News Story - Posted on 2017-03-16

ଜଜ ନାହାନ୍ତି, ଗଡ଼ୁଛି ୧୨ ଲକ୍ଷ ମାମଲା



ଓଡ଼ିଶାର ହାଇକୋର୍ଟ ଓ ନିମ୍ନ ଅଦାଲତଗୁଡ଼ିକରେ ୮,୧୫,୯୯୯ ଫୌଜଦାରୀ ମାମଲା ସମେତ ମୋଟ‌୍‍ ୧୨ ଲକ୍ଷରୁ ଅଧିକ ମୋକଦ୍ଦମା ବିଚାର ପ୍ରତୀକ୍ଷାରେ ରହିଛି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ‌୍‍ ମନ୍ତ୍ରୀ ଅରୁଣ କୁମାର ସାହୁ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।


News Story - Posted on 2017-02-28

୧.୩୮ ଲକ୍ଷ ପଦ ଖାଲି, ୪୪ ହଜାର ଲୋପ



ଓଡ଼ିଶାରେ ୧,୩୮,୩୫୫ଟି ସରକାରୀ ଚାକିରି ଖାଲି ପଡ଼ିଛି। ଏଥିମଧ୍ୟରୁ ତୃତୀୟ ଶ୍ରେଣୀ ପାହ୍ୟାରେ ସର୍ବାଧିକ ୭୬,୧୪୭ ପଦବୀ ଖାଲି ପଡ଼ିଥିବା ବେଳେ ଚତୁର୍ଥ ଶ୍ରେଣୀ ପାହ୍ୟାର ୨୨,୩୪୭, ଦ୍ୱିତୀୟ ଶ୍ରେଣୀ ପାହ୍ୟାର ୨୦,୯୨୦ ଓ ପ୍ରଥମ ଶ୍ରେଣୀ ପାହ୍ୟାର ୬,୫୧୩ ପଦବୀ ଖାଲି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ‌୍‍ ବିଧାନସଭାରେ ପ୍ରଦାନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ରାଜ୍ୟରେ ଲାଗି ରହିଥିବା ଉତ୍କଟ ବେକାରୀ ସମସ୍ୟା ଦୃଷ୍ଟିରୁ ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦପଦବୀ କେବେସୁଦ୍ଧା ପୂରଣ କରାଯିବ ବୋଲି ଶ୍ରୀ ରାୟ ସିଧାସଳଖ ପସ୍ଖରିଥିବା ପ୍ରଶ୍ନକୁ କିନ୍ତୁ ଅର୍ଥମନ୍ତ୍ରୀ ଏଡ଼ାଇ ଯାଇଛନ୍ତି।


News Story - Posted on 2017-02-21

ଦେଶଭକ୍ତଙ୍କ ପ୍ରବାସନ!



ମା’, ମାଟି, ମାତୃଭାଷା, ଦେଶପ୍ରେମ ଓ ଦେଶଭକ୍ତିର କଥା କହୁଥିବା ଭାରତୀୟ ନାୟକ ନାୟିକାମାନଙ୍କର ସଂଖ୍ୟା କମ‍୍‌ ନୁହେଁ। ରାଷ୍ଟ୍ରବାଦର ନାରାରେ ଦେଶ ଦୁଲୁକୁଛି। ଦେଶଭକ୍ତ ବନାମ‍୍‌ ରାଷ୍ଟ୍ରଦ୍ରୋହୀକୁ ନେଇ ବିତର୍କ ବି କମ‍୍‌ ନୁହେଁ। ଦେଶ ଆଗକୁ ବଢୁଛି, ସମୃଦ୍ଧିରେ ବିଶ୍ୱର ଅନେକ ରାଷ୍ଟ୍ରକୁ ଭାରତ ପଛରେ ପକାଇବାରେ ସଫଳ ହୋଇଛି ବୋଲି ଶାସନ କ୍ଷମତାରେ ଥିବା ଦଳ ପକ୍ଷରୁ ଦାବି କରାଯାଉଛି।


News Story - Posted on 2017-02-15

ଏସସି/ଏସଟି ଖୋଲିବେ ପେଟ୍ରୋ-ଦୋକାନ!



ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସାମାଜିକ ସମୀକରଣ ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ନିମନ୍ତେ ତୈଳ ବିତରକ କମ୍ପାନୀ ଯଥା – ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ନୀତି ପ୍ରଣୟନ କରିଛନ୍ତି। ଏହି ଯୋଜନାର  ଅଂଶ ବିଶେଷ ସ୍ୱରୂପ ତୈଳ ବିତରକ କମ୍ପାୀନମାନେ ନୂତନ ଖୁଚୁରା ଆଉଟଲେଟ ଆବଂଟନ ବେଳେ ତଫସିଲଭୁକ୍ତ ଜାତି ଓ ଜନଜାତିର ପ୍ରାର୍ଥୀମାନଙ୍କୁ ୨୨.୫% ଆବଂଟନ ନିମନ୍ତେ ସ୍ଥିର କରିଛନ୍ତି। ଏଭଳି ନିୟମିତ ଆବଂଟନ ବ୍ୟତୀତ, ବର୍ତ୍ତମାନ କାର୍ଯ୍ୟ କରୁଥିବା ଖୁଚୁରା ଆଉଟଲେଟମାନଙ୍କରୁ ମଧ୍ୟ ଏସସି/ଏସଟି ଆବେଦନକାରୀମାନଙ୍କୁ ପ୍ରଦାନ କରିବା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। କମ୍ପାନୀ ଦ୍ୱାରା ଅସ୍ଥାୟୀ ଭାବେ ପ୍ରଦତ୍ତ ଖୁଚୁରା ଆଉଟଲେଟରୁ ପୁଞ୍ଜି ପ୍ରତ୍ୟାହାର ଦ୍ୱାରା ଏହି ବ୍ୟବସ୍ଥା କରାଯାଇଛି।


News Story - Posted on 2017-02-03

ଜନତାଙ୍କ ପୁରସ୍କାର ‘ପଦ୍ମ’



୨୦୧୭ ପଦ୍ମ ପୁରସ୍କାର ତାଲିକା ସତେଜ ପବନ ଭଳି ଅନୁଭବ ଦେଇଛି। ଏଥିରେ କେତେଜଣ କୀର୍ତ୍ତି ଅବିଦିତ ନାୟକଙ୍କୁ ସ୍ଥାନ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି, ଭାରତର ସବୁଠୁ ବୟସ୍କ ମହିଳା କଲରିପୟଟ୍ଟୁ ବିଶେଷଜ୍ଞ ମୀନାକ୍ଷୀ ଆମ୍ମା(୭୬), କର୍ଣ୍ଣାଟକ, କେରଳ ଏବଂ ଆନ୍ଧ୍ର ପ୍ରଦେଶର ଗ୍ରାମାଂଚଳରେ ୧୦୦ରୁ ଅଧିକ ଝୁଲା ପୋଲ ନିର୍ମାଣ କରିଥିବା ଗିରୀଶ ଭରଦ୍ୱାଜ(୬୬), ଦୀର୍ଘ ୪୦ ବର୍ଷ ଧରି କୋଲକାତାରେ େସ୍ୱଚ୍ଛାକୃତ ଭାବେ ନିଆଁ ଲିଭାଇବା କାମରେ ନିୟୋଜିତ ଥିବା ବିପିନ ଗଣତ୍ରା(୫୯), ମାଗଣାରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଇନ୍ଦୋରର ବୟସ୍କ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଭକ୍ତି ଯାଦବ(୯୧), ତେଲଙ୍ଗାନାର ବିଭିନ୍ନ ଅଂଚଳରେ ଏକ କୋଟିରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିଥିବା ଦାରିପଲ୍ଲୀ ରାମ୍ୟା(୬୮),  ପୋଚମପଲ୍ଲୀ ସିଲ୍କ ଶାଢ଼ୀ ବୁଣିବାର ସମୟ ଏବଂ ଶ୍ରମ ହ୍ରାସ କରିଥିବା ଲକ୍ଷ୍ମୀ ଏଏସୟୁ ମେସିନ‌୍‍ର ଉଦ୍ଭାବକ ଚିନ୍ତାକିଣ୍ଡି ମାଲ୍ଲେଶମ (୪୪), ନିଜ ବାଇକ‌୍‍କୁ ଆମ୍ୱୁଲାନ୍ସରେ ପରିଣତ କରି ରୋଗୀ ସେବା ଯୋଗାଇ ଦେଉଥିବା ପଶ୍ଚିମବଙ୍ଗ ଚା’ ବଗିଚାରେ କାର୍ଯ୍ୟରତ କରିମୁଲ‌୍‍ ହକ‌୍‍ (୫୨), ରାଜପଥରେ ଦୁର୍ଘଟଣାଗ୍ରସ୍ତଙ୍


News Story - Posted on 2016-12-29

କଲମ ପଡିଛି ବନ୍ଧା



ଗୋଟିଏ ଉଦାହରଣ ଦେଉଛି। ଥରେ ଏକ ସମ୍ୱାଦପତ୍ରର ଜଣେ ସାମ୍ୱାଦିକ ଜଣକ ଅକ୍ଳାନ୍ତ ପରିଶ୍ରମ କରି ଏକ ଖବର ଆଣିଥିଲେ। ତାହା ପୁଣି ଏକ୍ସକ୍ଲୁସିଭ। ଅଫିସରେ ପହଞ୍ଚି ନ୍ୟୁଜ‌୍‍ ଲେଖିଲାବେଳେ ହଠାତ‌୍‍ ମାଲିକେ ଆସି ପହଞ୍ଚିଗଲେ ଏବଂ ନ୍ୟୁଜ‌୍‍ଟି ବନ୍ଦ କରିବାକୁ କହିଲେ। ବିଚରା ରିପୋର୍ଟରଟି ମୁହଁ ଶୁଖାଇ ଚୁପ‌୍‍ଚାପ‌୍‍ ନ୍ୟୁଜ‌୍‍ଟିକୁ ଅଧାରୁବନ୍ଦ କରିଦେଲା। ପରେ ଜଣା ପଡିଲା ଯେ, ଉକ୍ତ ନ୍ୟୁଜ‌୍‍ଟି ଥିଲା ଜଣେ ନେତାଙ୍କ ବିରୁଦ୍ଧରେ। ଯିଏକି ଉକ୍ତ ଖବରକାଗଜ ସଂସ୍ଥାର ମାଲିକଙ୍କ ଘନିଷ୍ଠ।


News Story - Posted on 2016-12-14

ବେକାର ହେବି, ଭତ୍ତା ପାଇବି!



ତେବେ ଏହି ବେକାରୀ ଭତ୍ତା ଯୁବଛାତ୍ର ଗୋଷ୍ଠୀକୁ ପଙ୍ଗୁ କରିଦେବ ନାହିଁ ତ! ଅଷ୍ଟ୍ରେଲିଆ, ଆମେରିକା ଆଦି ଉନ୍ନତ ଓ ବିକଶିତ ଦେଶରେ ଏହା ଦିଆଯାଉଛି ସତ। କିନ୍ତୁ ସେଠାକାର ଲୋକମାନେ ପରିଶ୍ରମୀ ଓ ସ୍ବାଭିମାନୀ। ସେମାନେ ବେକାରୀ ଭତ୍ତା ନେଇ ସାରା ଜୀବନ ବେକାର ରହିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଭାରତର ହୀନମନ୍ୟ ଲୋକମାନେ ଏଭଳି ଭତ୍ତା ପାଇଲେ କାମ କରିବାକୁ ଭଲ ପାଇବେ ନାହିଁ। ଆଉ କିଛି ଲୋକ ବାହାରିବେ ସେମାନେ ନିଜ ବିଲବାଡ଼ିରେ କ୍ଷେତ କରିବେ, ବ୍ୟବସାୟରୁ ଲାଭ ନେବେ, ସରକାରଙ୍କଠାରୁ ବେକାରୀ ଭତ୍ତା ବି ନେବେ। ତାହା ଦୁର୍ନୀତି ହେବ କି ନାହିଁ ମୋଦି ବୁଝିବେ। ତା ଜରିଆରେ କଳାଟଙ୍କା ଠୁଳ ହେବ କି ନାହିଁ ତାହା ବି ସେ କହିପାରିବେ।


News Story - Posted on 2016-09-18

ଚାକିରି ଛାଡ଼ି ଚାଷ କଲେ



ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସରଲାଞ୍ଜି ଗାଁର କୁକୁଡା ଚାଷୀ ସଦାନନ୍ଦ ଶତପଥି। ଉଚ୍ଚ ଶିକ୍ଷାପରେ ଦିଲ୍ଲୀରେ ସରକାରୀ ଅଫିସର ଭାବେ କାମ କରନ୍ତି। ଏହି ଚାକିରୀ ସମୟରେ ନିଜ ଜିଲ୍ଲା ଓ ରାଜ୍ୟର ଦାଦନ ଶ୍ରମିକମାନେ କିପରି ବାହାର ରାଜ୍ୟରେ ଶୋଷିତ ଏବଂ ନିର୍ଯ୍ୟାତିତ ହୁଅନ୍ତି ସେ ବିଷୟରେ ଜାଣିବାକୁ ପାଆନ୍ତି। ଏହା ତାଙ୍କୁ ନିଜ ଅଂଚଳ ପାଇଁ କିଛି କରିବାର ଆହ୍ବାନ ଦିଏ। ସ୍ଥାନୀୟ ଲୋକମାନଙ୍କୁ ସ୍ଥାନୀୟ ଭିତ୍ତିରେ ନିଯୁକ୍ତି ସୁଯୋଗ ଦିଆଗଲେ ସେମାନେ ଦାଦନ ଖଟି ଯିବେ ନାହିଁ କି ଦଲାଲ ଓ ବେପାରୀଙ୍କ ଶୋଷଣର ଶିକାର ହେବ ନାହିଁ। ଏହି ଚିନ୍ତା ତାଙ୍କୁ ଘାରିଥିଲା। ସେ ଚିନ୍ତା କରିଥିଲେ ଏହି ଶ୍ରମିକମାନଙ୍କ ପାଇଁ କିଛି କରିବେ। ନିଜ ପାଇଁ ମଧ୍ୟ ରୋଜଗାର କରିବେ।


News Story - Posted on 2016-08-23

ପାରାଦୀପରେ ଆମ ପୁଲିସ!




News Story - Posted on 2016-08-19

ସାମ୍ବାଦିକଙ୍କ ସୁରକ୍ଷାଦାତା ବରେନ୍ଦ୍ରକୃଷ୍ଣ




News Story - Posted on 2016-08-10

ବିବିଧ ପ୍ରତିଭା ବରେନ୍ଦ୍ର ଧଳ



ଓଡ଼ିଶା ଗଣମାଧ୍ୟମ ଇତିହାସର ଅନେକ ପୃଷ୍ଠା ମଣ୍ଡନ କରିଥିବା ବରେନ୍ଦ୍ର କୃଷ୍ଣ ଧଳ ମାର୍ଚ୍ଚ ୧୭ ତାରିଖ ୧୯୩୯ ମସିହାରେ ବାଙ୍କିରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୨୨ ବର୍ଷ ବୟସରେ ସେ ସାମ୍ୱାଦିକ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ସେତେବେଳର ପ୍ରତିଷ୍ଠିତ ଖବରକାଗଜ ପ୍ରଜାତନ୍ତ୍ରର ସ୍ୱତନ୍ତ୍ର ମୀନାବଜାରରେ ଅନେକ ଛୋଟବଡ଼ ଗପ ଲେଖିବା ଆରମ୍ଭ କରିଥିଲେ । ସମୟକ୍ରମେ ସେ ମାତୃଭୂମି ଖବର କାଗଜରେ ଗପ ଲେଖିବା ସହିତ ସାମ୍ୱାଦିକତା କରିଥିଲେ। ଏହି ଖବରକାଗଜରେ ସେ ଦୀର୍ଘ ୨୫ ବର୍ଷ କାଳ କାର୍ଯ୍ୟ କରିଥିଲେ। ପରେ ସ୍ୱରାଜ୍ୟରେ ୧୯୮୬ରୁ ୧୯୯୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୧୯୭୨ରୁ ୧୯୮୦ ପର୍ଯ୍ୟନ୍ତ ନ୍ୟାସନାଲ ହେରାଲ୍ଡ ପାଇଁ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ବଙ୍ଗାଳୀ ଭାଷାରେ ପ୍ରକାଶିତ ଦୈନିକ ଖବରକାଗଜ ‘ଆଜକାଲ’ ପାଇଁ ସେ ରାଜ୍ୟ ସାମ୍ୱାଦିକ ଭାବେ କାର୍ଯ୍ୟ କରୁଥିଲେ।


News Story - Posted on 2016-08-08

ଅଚଳ ହାତ ନେଇ ଫେରିଲା ଦାଦନ




News Story - Posted on 2016-08-03

ଗରୀବଙ୍କ ଚାଉଳ ଖାଇ ଜେଲ୍



ସଂପୃକ୍ତ ପିଇଓ ବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳ, ଧର୍ମଗଡ ଉପ ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଥିବା କୋକସରା ବ୍ଲକ ଯୋଗାଣ ଅଧିକାରୀ ବିଘ୍ନରାଜ ମହାପତ୍ର ସୂଚନା ଦେଇଛନ୍ତି। କୋକସରା ବ୍ଲକ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲଡୁଗାଁ ପଞ୍ଚାୟତର ପିଇଓ କୈଳାସ ଚନ୍ଦ୍ର ମହାନ୍ତି ପିଡିଏସ‌୍‍ ଚାଉଳ ବଣ୍ଟନରେ ବ୍ୟାପକ ଅନିମିୟତା ଓ ଅବହେଳା କରୁଥିଲେ। ହିତାଧିକାରୀଙ୍କୁ ମାସ ମାସ ଧରି ଚାଉଳ ନଦେଇ ଦିନ ଗଡ଼େଇ ଚାଲିଥିଲେ।


News Story - Posted on 2016-08-02

ଶହକେ ସତାନବେ ଅପଦାର୍ଥ!



ଆମ ଦେଶରେ ଶହେକେ ମାତ୍ର ୨ରୁ ୩ ଜଣ ଦକ୍ଷ ହୋଇଥିବା ବେଳେ ଆଉ ୯୭ ଜଣ ଅପଦାର୍ଥ। ସେହି ୯୭ ଜଣରୁ କେତେ ଜଣଙ୍କୁ ବା କେତେ ପ୍ରତିଶତ ଲୋକଙ୍କୁ ଦକ୍ଷ କରାଯାଇପାରିବ, ତାହାର ଏକ ଗାଣିତିକ ଧାର୍ଯ୍ୟ ଲକ୍ଷ୍ୟ ଟଣାଯିବା ଦରକାର। ନଚେତ ତିନି ବର୍ଷ କେବଳ ଓଡ଼ିଶା ଭ୍ରମଣରେ ଯିବ ସିନା କୌଣସି ଦର୍ଶନୀୟ କାମ ହୋଇପାରିବନି!


News Story - Posted on 2016-07-30

ଗୋଡ଼ହରା ଦାଦନ ପାଇଁ ଆଶା



ଦୁଇ ବେଳା ବିନା ମୂଲ୍ୟରେ ଖାଦ୍ୟ ସହ ମାସିକ ୪,୫୦୦ ଟଙ୍କା ଦରମାରେ ଆନ୍ଧ୍ର ପ୍ରଦେଶର ଚେଙ୍ଗୁଟା, ମେଡକ ଠାରେ ଜନୈକ ରେଳ ଠିକାଦାର ନିକଟରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ମାଳିଗାଁର ବାସ ପଟେଲଙ୍କ ପୁଅ ଇନ୍ଦ୍ର, ବୟସ ୩୫ ବର୍ଷ। ଗତ ୨୨.୧୧.୨୦୧୧ ଦିନ ସକାଳ ପ୍ରାୟ ୬ଟା ବେଳେ ଅନ୍ୟ କିଛି ଶ୍ରମିକଙ୍କ ସହ ରେଳ ଧାରଣାରେ କାର୍ଯ୍ୟ କରୁଥିବା ବେଳେ ହଠାତ‌୍‍ ଏକ ରେଳ ଇଞ୍ଜିନ ଧକ୍କା ଦେଇଥିଲା ଇନ୍ଦ୍ରକୁ। ଯାହା ଫଳରେ ତାର ବାମ ଗୋଡ ଗୁରୁତର ଆହତ ହୋଇଥିଲା। ତୁରନ୍ତ ତାକୁ ଚିକିତ୍ସା ପାଇଁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଇନ୍ଦ୍ରର ଜୀବନ ବଂଚାଇବା ପାଇଁ ବାମ ଗୋଡର ଆଣ୍ଠୁ ତଳକୁ କାଟିବାକୁ ବାଧ୍ୟ ହେଇଥିଲେ ଡାକ୍ତର।


News Story - Posted on 2016-07-27

ମାନବ ଚାଲାଣର ହୋଲ୍‌ସେଲ୍ ମାର୍କେଟ!



ଜାତୀୟ ସ୍ତରରେ ସୁନ୍ଦରଗଡ଼ ଜିଲ୍ଲା ଏବେ ମାନବ ଚାଲାଣର ହୋଲ‌୍‍ସେଳ‌୍‍ ମାର୍କେଟର ରୂପ ନେଇ ସାରିଛି। ରାଜ୍ୟର ଏକ ପ୍ରମୁଖ େସ୍ୱଚ୍ଛାସେବୀ ଅନୁଷ୍ଠାନ ‘ନାଓ’ ପକ୍ଷରୁ  ଯୁବତୀ ଚାଲାଣ ସଂକ୍ରାନ୍ତ ଏକ ସର୍ଭେ ରିପୋର୍ଟ ୨୦୧୨ ମସିହାରେ ଉପସ୍ଥାପିତ କରାଯାଇଥିଲା। ଯାହାର ଚିତ୍ର ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ, ସେତିକି ଉଦବେଗଜନକ ମଧ୍ୟ। ସେହି ସର୍ଭେ ରିପୋର୍ଟ ମୁତାବକ ସେତେବେଳକୁ ଜିଲ୍ଲାରୁ ପ୍ରାୟ ୪୪,୦୦୦ ମହିଳା ଚାଲାଣ ହୋଇଥିବା ବେଳେ ତନ୍ମଧ୍ୟରୁ ୧୩ ହଜାର ଜଣଙ୍କର କୌଣସି ପତ୍ତା ନ ଥିବାର ଜଣାପଡ଼ିଥିଲା। ତେବେ ୨୦୧୨ ରୁ ୨୦୧୫ ମଧ୍ୟରେ ନାମକୁ ମାତ୍ର ମହିଳାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହି ତିନି ବର୍ଷ ମଧ୍ୟରେ ଚାଲାଣ ଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ଷାଠିଏ ହଜାର ଟପି ସାରିଥିଲା।


News Story - Posted on 2016-07-23

ସେବାୟତ ନା ଡକାୟତ?



ଅଧିକାଂଶ ହୋଟେଲ ରହିଛି ସମୁଦ୍ର ବେଳାଭୂମି ଅଞ୍ଚଳରେ। ଯାହାର ମାଲିକ ତଥା ସ୍ୱତ୍ତ୍ୱାଧିକାରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ। ପୁରୀ ବିଚ‌୍‍ ରିସର୍ଟର ମାଲିକ ହେଉଛନ୍ତି ରାମକୃଷ୍ଣ ଦାସ ମହାପାତ୍ର ଓରଫ ଟିକିପୁଅ। ସେ ଏବେ ଦଇତାପତି ନିଯୋଗର ସଭାପତି ଅଛନ୍ତି। ସେହିପରି ହୋଟେଲ ମା’ ଓ ହୋଟେଲ ବାବା ଭବନର ସ୍ୱତ୍ତ୍ୱାଧିକାରୀ ପ୍ରେମାନନ୍ଦ ଦାସ ମହାପାତ୍ର। ସେ ଅଧୁନା ଦଇତାପତି ନିଯୋଗର ସମ୍ପାଦକ ଦାୟିତ୍ୱରେ ରହିଛନ୍ତି। ବରିଷ୍ଠ ସେବାୟତ ରବି ମହାସୁଆରଙ୍କର ହୋଟେଲ ଶୁଭ ପ୍ୟାଲେସ‌୍‍ ରହିଛି। ସେ ହେଉଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ତଥା ବରିଷ୍ଠ ସେବାୟତ। ନୀଳାଦ୍ରି ହୋଟେଲର ମାଲିକ ହେଉଛନ୍ତି ତଳୁଚ୍ଛ ନୀଳକଣ୍ଠ ମହାପାତ୍ର। ତଳୁଚ୍ଛ ଭିତର ସେବାୟତ ନିଯୋଗର ସଭାପତି ଦାୟିତ୍ୱ ତୁଲାଉଛନ୍ତି। ବରିଷ୍ଠ ସେବାୟତ ଅପୁ ମହାପାତ୍ରଙ୍କର ଶ୍ରୀହରି ହୋଟେଲ ରହିଛି। ବୁଡୁ ସିଂହାରୀଙ୍କର ହୋଟେଲ ପ୍ରଭୂପାଦ ରହିଛି। ହୋଟେଲ ଗଜପତିର ମାଲିକ ହେଉଛନ୍ତି କୃଷ୍ଣଚନ୍ଦ୍ର ପଣ୍ଡା। ହେରିଟେଜ ମିଡ‌୍‍ ଟାଉନର ମାଲିକ ହେଉଛନ୍ତି ରବିଶଙ୍କର ପ୍ରତିହାରୀ। ଜମିଦାର ପ୍ୟାଲେସର ସ୍ୱତ୍ତ୍ୱାଧିକାରୀ ହେଉଛ


News Story - Posted on 2016-07-16

ଜଣେ ଦାଦନର ଦୁଃଖ କଥା



କଲମପୁର ଅଂଚଳରେ ଦାଦନ ଚାଲାଣ କମିବାର ନା ଧରୁନଥିବା ବେଳେ, ଦାଦନ ଖଟିବାକୁ ଯାଇ ଦାଦନ କର୍ମକ୍ଷେତତ୍ରରେ ନିର୍ଯ୍ୟାତନା ଶିକାର ହେବା ସହ ମୃତ୍ୟୁ ମୁଖରେ ପଡିବା ଘଟଣା ନିତି ଦିନିଆ ଖବର ପାଲଟିଛି। କଲମପୁର ବ୍ଲକ ଗୁମାବାହାଲର ଜଣେ ଦାଦନ କର୍ମସ୍ତଳୀରେ ସାପ କାମୁଡାର ଶିକାର ହେଇ ମୃତ୍ୟୁ ବରଣ କରିବା ପରେ ପୋଟେସ ଗ୍ରାମର ଜଣେ ଦାଦନ ନିଖୋଜ ହେବା ଘଟଣା ନେଇ ଚର୍ଚ୍ଚା ଥମିନଥିବା ବେଳେ ପୁଣି ତେନ୍ତୁଳିଖୁଣ୍ଟି ଗ୍ରାମର ଜନୈକ ଶ୍ରମିକ ଦାଦନ ଖଟିବାକୁଯାଇ ଦୁର୍ଘଟଣାର ଶିକାର ହେଇ ଗୁରୁତର ଆହତ ଅବସ୍ଥାରେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଦିନ ଘର ବାହୁଡା ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।


News Story - Posted on 2016-07-09

ଓବିସିଙ୍କୁ ଭଣ୍ଡଉଛନ୍ତି ସରକାର



ଆମ୍ଭର ମତ ଏହି ଯେ, ରାଜ୍ୟ ସରକାର ଏସ‌୍‍ଇବିସିଙ୍କ ନିମନ୍ତେ ୨୭ ପ୍ରତିଶତ ସଂରକ୍ଷଣ ରକ୍ଷା କରିବା ଦିଗରେ ଉଚିତ‌୍‍ ପଦକ୍ଷେପ ନେଉନାହାଁନ୍ତି। ତାମିଲ‌୍‍ନାଡୁ କିପରି ସମୁଦାୟ ୬୯ ପ୍ରତିଶତ ସଂରକ୍ଷଣ ସୁପ୍ରିମ କୋର୍ଟଙ୍କ ଜରିଆରେ ହାସଲ କରିଛନ୍ତି, ତାହା ଇଂରାଜୀ ଦୈନିକ ଟାଇମସ‌୍‍ ଅଫ‌୍‍ ଇଣ୍ଡିଆରେ ତା ୧୪.୭.୨୦୧୧ ରିଖରେ ପ୍ରକାଶିତ ହୋଇଥିଲା। ଓଡ଼ିଶା ସଂରକ୍ଷଣ ଆଇନ‌୍‍ ୨୦୦୮ର ୯ମ ପରିଚ୍ଛେଦ ଅନ୍ତର୍ଭୁକ୍ତ କରାଯିବା ବିଳମ୍ୱକୁ ନେଇ ସାଂସଦ ବୈଷ୍ଣବ ଚରଣ ପରିଡାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଥମେ ସୁପ୍ରିମ କୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି, ତାହା ଦୈନିକ ପ୍ରଗତିବାଦୀରେ ତା ୨୮.୪.୨୦୧୨ ରିଖରେ ପ୍ରକାଶିତ ହୋଇଅଛି। ଆମ୍ଭେ ସମସ୍ତ ଖବରକାଗଜର ନକଲ ରାଜ୍ୟ ସରକାରଙ୍କୁ ଦେଇଅଛୁ।


News Story - Posted on 2016-06-24

ବାଗଚି ଦେବେ କେତେ ନେବେ କେତେ?



ଦଶ ବର୍ଷ ଧରି ଓଡ଼ିଆ ଦର୍ଶକଙ୍କୁ ମନୋରଂଜନ ଓ ହାସ୍ୟରସର ଖୋରାକ ଯୋଗାଇ ଲକ୍ଷଲକ୍ଷ ଲୋକଙ୍କ ମନକୁ ସୁସ୍ଥ ରଖିବାରେ ଅବଦାନ ରଖିଥିବା ପପୁ ପମ୍ ପମ୍ ଓରଫ ତତ୍ତ୍ୱପ୍ରକାଶ ଶତପଥୀ ଏବେ ନିନ୍ଦିତ। କାରଣ ସେ ନିଜ ଲୋକପ୍ରିୟତାକୁ ବିକି ଗରିବ ଲୋକଙ୍କ ଠାରୁ ଚିଟ୍ ଫଣ୍ଡ୍ ପାଇଁ ଧନ ଝଡ଼େଇବାର କର୍ମ ସହ ଅନେକ ଅପକର୍ମ କରିଥିଲେ ବୋଲି ମିଡ଼ିଆବାଲା କହିଲେଣି, ଲେଖିଲେଣି। କିନ୍ତୁ ଏ ସବୁ ପୋଷ୍ଟମର୍ଟମ୍। ଏଥିରେ ସାଧାରଣ ଲୋକଙ୍କର ପଇସାକର ଫାଇଦା ହେବ ନାହିଁ।


News Story - Posted on 2016-06-17

ସାରା ଓଡ଼ିଶା ବେକାର



ଏବେ ପ୍ରଶ୍ନ ଉଠୁଛି ୧୫ ବର୍ଷ ତଳେ ଯେଉଁମାନେ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଚରେ ନାମ ଲେଖାଇଥିବେ ଏବେ ସରକାରୀ ଚାକିରି ପାଇଁ ସେମାନଙ୍କର ବୟସ ଥିବ କି ? ସେତେବେଳେ ଯେଉଁମାନଙ୍କ ବୟସ ଚାକିରିଯୋଗ୍ୟ ଥିବ ବର୍ତ୍ତମାନ ତାହା ଆଉ ନଥିବ। ସେମାନଙ୍କ ବ୍ୟବସ୍ଥା ଓ ସଂଖ୍ୟା କ’ଣ ଓ କେତେ? ଏ ରାଜ୍ୟରେ ନବୀନ ସରକାର ଶାସନ ଦାୟିତ୍ୱ ନେବାପରେ ଏ ରାଜ୍ୟରେ ୪୪୧୯୭ ପଦବୀ ଖାଲି ଥିଲା। ମାତ୍ର ଏହି ପଦବୀକୁ ପୂରଣ କରାନଯାଇ ଉଚ୍ଛେଦ କରାଯାଇଛି। ଏହାର କାରଣ ହେଲା ୧୯୯୯ ଅକ୍ଟୋବର ମାସରେ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଆର୍ଥିକ ଶୃଙ୍ଖଳା ରକ୍ଷା କରିବା ପାଇଁ ଏକ ରାଜିନାମା କରିଥିଲେ। ଏହି ବୁଝାମଣା ପତ୍ର ଅନୁସାରେ ରାଜ୍ୟ ସରକାରକୁ ୪ ବର୍ଷ ମଧ୍ୟରେ କର୍ମଚାରୀ ସଂଖ୍ୟା ୧୦ ଶତାଂଶ ହ୍ରାସ କରିବା ପାଇଁ କୁହାଯାଇଥିଲା। ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ଗତ ବିଧାନସଭାରେ ଦେଇ କହିଥିଲେ ଯେ ସେଥିପାଇଁ ନୂତନ ନିଯୁକ୍ତି ଉପରେ କଟକଣା ଜାରି କରାଯାଇ ପୁନଃ ମୁତୟନ ଓ ସ୍ୱଳ୍ପ ଅବଧି ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା କରାଯାଇଥିଲା।


News Story - Posted on 2016-05-08

ସାମ୍ୱାଦିକ ତୋଷାମୋଦି ଛାଡ଼ନ୍ତୁ




News Story - Posted on 2016-05-05

କୋଣାର୍କରେ ହୁଇଲଚେୟାର ଭଡ଼ା ହଜାରେ!



ଦିବ୍ୟାଙ୍ଗମାନଙ୍କ ପାଇଁ ମନ୍ଦିର ପରିସରକୁ ମୁକ୍ତ ପ୍ରବେଶ ଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଏଏସଆଇ କାର୍ଯ୍ୟାଳୟ ପକ୍ଷରୁ ହୁଇଲଚେୟାର ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ହେଲେ ପ୍ରତ୍ୟହ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ଦିବ୍ୟାଙ୍ଗମାନଙ୍କୁ ସ୍ଥାନୀୟ ଏଏସଆଇ କର୍ମଚାରୀଙ୍କ ପକ୍ଷରୁ ମୁକ୍ତ ପ୍ରବେଶ ପାଇଁ ସୁଯୋଗ ଦିଆଯାଉ ନ ଥିବା ବେଳେ ସେମାନଙ୍କୁ ହୁଇଲଚେୟାର ମଧ୍ୟ ଯୋଗାଇ ଦିଆଯାଇ ନ ଥାଏ। ଏହାର ସୁଯୋଗ ନେଇ କେତେକ ବ୍ୟକ୍ତି ହୁଇଲଚେୟାର ଭନା ଦେଇ ଦିବ୍ୟାଙ୍କ ପର୍ଯ୍ୟଟକଙ୍କଠାରୁ ୨୦୦ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅଦାୟ କରଥାନ୍ତି।


News Story - Posted on 2016-04-29

ଶ୍ରମିକ ହିତରେ ଦେଶର ହିତ



ଦୁନିଆଁରେ ଯେତେ କର୍ମଜୀବୀ ଅଛନ୍ତି ସବୁଠାରୁ ଶ୍ରମିକ ଗୋଷ୍ଠୀ ବୃହତ୍ତ ଶ୍ରମଶକ୍ତି ହିଁ ସକଳ କାର୍ଯ୍ୟର ମୂଳାଧାର। ପୃଥିବୀରେ ଏମିତି କିଛି ସଂସ୍ଥା ନାହିଁ ଯେଉଁଠି ବିନା ଶ୍ରମିକରେ କାର୍ଯ୍ୟ ହୋଇପାରିବ। ତେଣୁ ସବୁଠି, ସବୁ ଜାଗାରେ ଶ୍ରମିକର ଉପସ୍ଥିତି ଜାହିର ଅଛି। ପୃଥିବୀର ଦ୍ବିତୀୟ ରାଷ୍ଟ୍ର ଭାବରେ ଭାରତରେ ପ୍ରାୟ ପଚାଶ କୋଟି ଲୋକ ଶ୍ରମିକ ଭାବରେ କାମ କରନ୍ତି। ସେଥିମଧ୍ୟରୁ ପାଖାପାଖି ୩ କୋଟି ଶ୍ରମିକ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା, କମ୍ପାନୀ ଏବଂ ସରକାରୀ ଉଦ୍ୟୋଗ ପରି ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି। ମାତ୍ର ୪୭ କୋଟି ଲୋକ କୃଷି, କ୍ଷୁଦ୍ର ଶିଳ୍ପ, ଛୋଟ ଦୋକାନ, ଇଟାଭାଟି, ମାଟି ପଥର ଖାଦାନ, ଗୃହ ନିର୍ମାଣ ପରି ଅସଂଗଠିତ କ୍ଷେତ୍ରରେ କାମ କରନ୍ତି ଯେଉଁମାନଙ୍କ ପାଇଁ କୌଣସି ସରକାରୀ ଆଇନ, ଖାତା ଖତିୟାନ ଲାଗୁହୁଏ ନାହିଁ। କାମ ମଧ୍ୟ ଠିକ ସମୟରେ ଓ ସବୁଦିନ ମିଳେ ନାହିଁ। ମାଲିକର ମର୍ଜି ଓ ମନମାନୀ ଉପରେ ସେହି ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହୁଏ।

 


News Story - Posted on 2016-04-29

‘ମଇ ଦିବସ’ ଦୀର୍ଘଜୀବୀ ହେଉ



ସେହି ଅନ୍ଧାରି ଯୁଗରୁ ଆଜିଯାଏ ଘଟିଯାଇଛି ବୈପ୍ଳବିକ ପରିବର୍ତ୍ତନ। ଆମ ଦେଶ ଭାରତ ସମେତ ବିଶ୍ବର ବହୁ ଉପନିବେଶ ଶାସିତ ଦେଶ ସ୍ବାଧୀନ ହୋଇଛନ୍ତି। ଆମ ଦେଶ ସ୍ବାଧୀନ ହେବାର ୬୯ ବର୍ଷ ବିତିଯାଇଛି। ଦେଶର ବିକାଶ ନିମନ୍ତେ ପଂଚ ବାର୍ଷିକ ଯୋଜନାମାନ ପ୍ରଣୟନ କରାଯାଇଛି। ଶିକ୍ଷା ଓ ଶ୍ରମିକର ସଜ୍ଞା ଓ ସ୍ବରୂପ ମଧ୍ୟ ବଦଳିଯାଇଛି। ଏ ସବୁ ସତ୍ତ୍ବେ ଶ୍ରମିକ ସମାଜ ଉପରେ ହେଉଥିବା ଜୁଲୁମ, ଅତ୍ୟାଚାର, ଅବିଚାର, ଶୋଷଣ, କଷଣର ଅନ୍ତ ହୋଇନାହିଁ। ‘ହିନ୍ଦ ମଜଦୁରର ସଭା’ର ଲକ୍ଷ୍ୟ ହେଉଛି ମୁକ୍ତି, ସମତା ଓ ଭ୍ରାତୃତ୍ୱ। ଯେ ପର୍ଯ୍ୟନ୍ତ ଏହା ହାସଲ ନ ହୋଇଛି ସେ ପର୍ଯ୍ୟନ୍ତ ‘ମଇ ଦିବସ’ର ପ୍ରସଙ୍ଗିକତା ରହିଛି ଓ ରହିବ। ଆମର ଦାବୀ, ସ୍ବଚ୍ଛନ୍ଦ ନିଯୁକ୍ତି, ସ୍ବଚ୍ଛନ୍ଦ ରୋଜଗାର ଏବଂ ସ୍ବଚ୍ଛନ୍ଦ ବିନିଯୋଗ।

 


News Story - Posted on 2016-04-21

ବଡ଼ମାନେ ବେକାର, ଶିଶୁମାନେ ଶ୍ରମିକ!



ଶିଶୁଶ୍ରମିକ ପ୍ରଥାକୁ ଆମେ ଅନ୍ୟ ଏକ ଦୃଷ୍ଟିକୋଣରୁ ବିଚାର କରିପାରିବା। ଗବେଷକମାନଙ୍କ ମତରେ ଶିଶୁଶ୍ରମିକ ପ୍ରଥା ପାଇଁ ବେକାରୀ, ଦାରିଦ୍ର୍ୟ, ନିରକ୍ଷରତା ତଥା ଦ୍ରୁତ ଜନସଂଖ୍ୟା ବୃଦ୍ଧି ଏକ ଓ ଅଭିନ୍ନ କାରଣ। ଆଜିର ଭାରତବର୍ଷରେ ୭୦ ନିୟୁତରୁ ଅଧିକ ଶିଶୁ ଶ୍ରମିକ ଦାସତ୍ବରେ ଆବଦ୍ଧ। ଏକ ଆକଳନରୁ ଜଣାଯାଏ ଯେ ବର୍ତ୍ତମାନର ଶ୍ରମିକମାନଙ୍କର ସଂଖ୍ୟା ୧୯୪୭ ମସିହାରେ ଥିବା ଶ୍ରମିକସଂଖ୍ୟା ସହିତ ପ୍ରାୟତଃ ସମାନ୍ତର ଭାବେ ଗତି କରୁଅଛି। ଆଜିର ଦୁନିଆରେ ଶିଶୁଶ୍ରମିକଙ୍କ ସଂଖ୍ୟା ଆନୁମାନିକ ଭାବେ ୨୫ ନିୟୁତ ଥିବା ବେଳେ ବୟସ୍କ ବେକାରଙ୍କ ସଂଖ୍ୟା ମଧ୍ୟ ପ୍ରାୟତଃ ସମାନ ଅଟେ।

 


News Story - Posted on 2016-01-31

ଲୋକେ ଓ ସରକାର ଉଭୟ ବେକାର !



ବର୍ଷକୁ ଲକ୍ଷଲକ୍ଷ ନିଯୁକ୍ତି ସୃଷ୍ଟି କରୁଥିବାର ଘୋଷଣା ଓ ପ୍ରତିଶ୍ରୁତି ଦେଉଥିବା ସରକାର ଏହି ବେକାରମାନଙ୍କୁ କାହିଁକି ନିଯୁକ୍ତି ସୁଯୋଗ ଦେଇପାରୁ ନାହାନ୍ତି ? ସେମାନେ ଅକର୍ମଣ୍ୟ ନା ଅଶିକ୍ଷିତ ? ସେମାନଙ୍କ ଶିକ୍ଷା ଓ ଡିଗ୍ରୀର କ’ଣ କିଛି ମୂଲ୍ୟ ନାହିଁ ? ଯଦି ନାହିଁ, କାହିଁକି ? ରାଜ୍ୟ ସରକାର ଏମିତି କେତେ ନିମ୍ନ ମାନର ଶିକ୍ଷା ବ୍ୟବସ୍ଥା କରିଛନ୍ତି କି ଓଡ଼ିଆ ପ୍ରାର୍ଥୀମାନେ ନିଯୁକ୍ତି ବଜାରରେ ନିଜ ଯୋଗ୍ୟତାର ପ୍ରମାଣ ଦେଇପାରୁ ନାହାନ୍ତି ? ରାଜ୍ୟ ସରକାର ରାଜ୍ୟରେ ସୃଷ୍ଟି କରୁଥିବା ନିଯୁକ୍ତି ସୁଯୋଗକୁ ଶିଳ୍ପପତି ଓ ବ୍ୟବସାୟୀଙ୍କ ସହଯୋଗରେ ରାଜ୍ୟ ବାହାରର ପ୍ରାର୍ଥୀମାନେ ହଡ଼ପ କରୁଛନ୍ତି କି ? ସେଥିରେ ରାଜ୍ୟର ଶାସନ ଓ ପ୍ରଶାସନ କଳର କିଛି ଭୂମିକା ରହିଛି କି ?

 


News Story - Posted on 2016-01-20

ଆଇନଜୀବୀଙ୍କ ଧର୍ମଘଟ ବେଆଇନ !



ଏହିପରି ଅନକ ଘଟଣାର ବାର୍ କାଉନ୍ସିଲ ନିଜେ ଧର୍ମଘଟ କରିବା ସହିତ ରାଜ୍ୟର ସବୁ କୋର୍ଟ ଓ ସବୁ ବାର୍ ଧର୍ମଘଟ କରିବାକୁ ମଧ୍ୟ ଆହ୍ବାନ ଜଣାଇଥାଏ | ବାର୍ କାଉନ୍ସିଲ ନିଜ ବୃତ୍ତିର ଲୋକଙ୍କ ପାଇଁ ଯେତ ତତ୍ପର ଅନ୍ୟ ବୃତ୍ତିର ଲୋକଙ୍କ ପାଇଁ ସେତିକି ତ୍ପରତା ପ୍ରକାଶ କରୁଥିଲ ରାଜ୍ୟରେ ଘଟୁଥିବା ଅନେକ ଅନ୍ୟାୟ ଘଟଣା ଘଟନ୍ତା ନାହିଁ |


News Story - Posted on 2016-01-20

ଗ୍ଲାମର୍ ଦୁନିଆର ମାୟାଜାଲ- ଦେହ ଓ ଦାହର ପରିଣତି



ତାଙ୍କ ଦେହ ବ୍ୟବସାୟ ତାଙ୍କର ଅଭାବ ନୁହେଁ ଲୋଭର ପରିପ୍ରକାଶ କରିଛି | ରାତିକୁ ଲକ୍ଷେ ଟଙ୍କା ନେଇ ଦେହ ଓ ମନକୁ ବିକିବାର ଆବଶ୍ୟକତା କେଉଁ ପରି ଅଭାବ ଓ ସଂକଟର ପରିଣତି ? ସାଧାରଣ ଜୀବନ ଜୀଇଁବା ପାଇଁ କ’ଣ ଏତେ ଟଙ୍କା ଦରକାର?

 


News Story - Posted on 2016-01-09

ଅଳ୍ପବିଦ୍ୟା ଭୟଙ୍କରୀ !

 



ନିକଟରେ ପ୍ରକାଶ ପାଇଥିବା ସାମାଜିକ ଆର୍ଥନୀତିକ ଜନଗଣନତା ରିପୋର୍ଟରେ ଏହି ତଥ୍ୟ ରହିଛି | ଏହା ନିଶ୍ଚିତ ଭାବେ ରାଜ୍ୟର ପ୍ରଗତି ଓ ସମୃଦ୍ଧିର ଏକ ଉଜ୍ଜ୍ବଳ ଚିତ୍ର ନୁହେଁ | ଏହାକୁ ମଧ୍ୟ ରାଜ୍ୟ ଓ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି ପାଇଁ ଅନୁକୂଳ ପରିସଂଖ୍ୟାନ ବୋଲି କୁହାଯାଇ ନପାରେ | ଗ୍ରାମାଞ୍ଚଳରେ ରାଜ୍ୟର ପ୍ରାୟ 80 ପ୍ରତିଶତ ଲୋକ ବସବାସ କରନ୍ତି | ସେମାନଙ୍କ ରୋଜଗାର ବୃଦ୍ଧି ନହେଲେ ଓଡ଼ିଶାରୁ ଦାରିଦ୍ର୍ୟ ଦୂର ହେବା ଏକ ଅସମ୍ଭବ ପରିକଳ୍ପନା ହୋଇ ରହିବାକୁ ବାଧ୍ୟ | କିନ୍ତୁ ଗ୍ରାମାଞ୍ଚଳ ଲୋକମାନଙ୍କର ରୋଜଗାର ବୃଦ୍ଧି କରିବା ଦିଗରେ ଗଲା ପ୍ରାୟ ଚାରି ଦଶନ୍ଧି ଧରି କୌଣସି ସଫଳ ଯୋଜନା ହୋଇନାହିଁ |


© 2015. Samanya Kathan All Rights Reserved | Editor : Debendra Prusty     

To Top