ଶିକ୍ଷା

News Story - Posted on 2017-11-06

ଈଶ୍ୱରଙ୍କ ଅସ୍ତିତ୍ୱ ଏବଂ ମୃତ୍ୟୁ



ଏହି ସମୟରେ ପୁଞ୍ଜିବାଦର ବିକାଶ ୟୁରୋପରେ ଦେଖାଗଲା। କାରଖାନାରେ ଉତ୍ପାଦନ ଆରମ୍ଭ ହେଲା। ଆରମ୍ଭ ହେଲା ଶିଳ୍ପ ବିପ୍ଳବ। ଆନ୍ତର୍ଜାତୀୟ ବେପାରର ରାସ୍ତା ସଶକ୍ତ ଓ ପ୍ରସାରିତ ହୋଇଚାଲିଲା। ଏହାପରେ ୧୮୭୧-୭୨ରେ ରୁଷ୍ ଲେଖକ ଫିଦୋର‍୍‌ ଦସ୍ତୋଭକ୍ସି ତାଙ୍କ ଉପନ୍ୟାସ ‘ସୈତାନ‍୍‌’ରେ ଲେଖିଲେ- ଈଶ୍ୱରଙ୍କ ମୃତ୍ୟୁ ଘଟିଲା। ଏହାର ଠିକ୍ ଦଶ ବର୍ଷ ପରେ ଜର୍ମାନ ଦାର୍ଶନିକ ଫେଡ୍ରିକ୍ ନିଗସେ ତାଙ୍କ ପୁସ୍ତକ ‘ବିନୋଦୀ ବିଜ୍ଞାନ’ରେ ଉଲ୍ଲେଖ କଲେ ଯେ, ଈଶ୍ୱରଙ୍କ ମୃତ୍ୟୁ ହୋଇଯାଇଛି। ଏହାପରେ ଉତ୍ତର ଆଧୁନିକ ଦର୍ଶନରେ ଈଶ୍ୱରଙ୍କ ମୃତ୍ୟୁ ଅବା ଈଶ୍ୱରଙ୍କ ପୁନର୍ଜନ୍ମ ହୋଇଥିବା ନେଇ ସୂଚନା ମିଳିପାରି ନାହିଁ।


News Story - Posted on 2017-11-02

ଆବଶ୍ୟକ ଅସନ୍ତୋଷ



କାମୁକମାନଙ୍କୁ ପ୍ରେମିକ କହି ବସିଲେ କଥାଟା ଯେମିତି ହାସ୍ୟକର, ଏଭଳି ଲେଖକମାନଙ୍କୁ ଆମ ସାହିତ୍ୟର ପ୍ରକୃତ ପ୍ରତିନିଧି ମଣିଲେ ସେମିତି ହାନିକାରକ । ଏ ହାନି ସାହିତ୍ୟର, ସଭ୍ୟତାର ଆଉ ସଂସ୍କୃତିର । ମୁଁ କହୁନାହିଁ ଯେ ଲେଖକଟିଏ କୌପୀନ ପିନ୍ଧୁ, ରୁଦ୍ରାକ୍ଷମାଳ ଧାରଣ କରୁ କି କମଣ୍ଡଳୁ । ମାତ୍ର ଜନଗଣଙ୍କର ରୁଚି ଓ ଶୁଚିର ସମୁନ୍ନତିକୁ ଛାଡ଼ି ସାହିତ୍ୟ ଯଦି କେବଳ କେତେକ ସିରସ୍ତାଦାର ବ୍ୟକ୍ତିବିଶେଷଙ୍କ ବିକଳ ବାସନାର ଅଭିବ୍ୟକ୍ତି ହୋଇପଡ଼େ, ତା’ହେଲେ ଦୁର୍ନୀତି ନିବାରଣରେ ଲେଖକର ଭୂମିକା କଥାଟି ଏକ ଅବାନ୍ତର ଉଲ୍ଲେଖ ଛଡ଼ା ଆଉ କ’ଣ ହୋଇପାରେ?


News Story - Posted on 2017-10-16

ସେନା ବାହିନୀରେ ଭୃତ୍ୟ ବ୍ୟବସ୍ଥା



ବ୍ୟାଟମ୍ୟାନ ଏକ ସାମନ୍ତବାଦୀ ପ୍ରଥା ଯାହା ଏକ ସାମାଜିକ ବିସଙ୍ଗତି ମଧ୍ୟ। ଦୀର୍ଘଦିନରୁ ବିଶ୍ବର ପ୍ରାୟ ସମସ୍ତ ପ୍ରମୁଖ ସୈନ୍ୟବାହିନୀ ବ୍ୟାଟମ୍ୟାନ ପ୍ରଥାକୁ ଉଚ୍ଛେଦ କରିସାରିଛନ୍ତି। ଫ୍ରାନ୍ସ ସୈନ୍ୟବାହିନୀରେ ଏମାନଙ୍କୁ ଅଡୋନାନ୍ସ କୁହାଯାଉଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆଧିକାରିକ ଭାବେ ତାହା ଉଚ୍ଛେଦ କରାଯାଇଛି। ଇଟାଲୀରେ ଏହି ପ୍ରଥା ଆଟେଣ୍ଡେଣ୍ଟି ଭାବେ ପରିଚିତ ଥିଲା, ଯାହା ୧୯୭୧ ମସିହାରୁ ଉଚ୍ଛେଦ ହୋଇଛି। ଏହା ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ବ୍ରିଟିଶ ସୈନ୍ୟବାହିନୀରୁ ଉଠେଇ ଦିଆଯାଇଛି। ବିଶ୍ବର ସର୍ବବୃହତ୍ ସୈନ୍ୟବାହିନୀ ଚୀନର ପିପୁଲସ୍ ଲିବରେସନ୍ ଆର୍ମିରେ ବ୍ୟାଟମ୍ୟାନ ପ୍ରଥା ମୂଳରୁ ନଥିଲା। ଯୁକ୍ତରାଷ୍ଟ୍ର ଆମେରିକା ସେନାବାହିନୀରେ ମଧ୍ୟ ଏହି ପ୍ରଥା ନାହିଁ। ସେଠାକାର ପ୍ରତିରକ୍ଷା ନୀତି ବିଭାଗ ଅନୁଯାୟୀ, କୌଣସି ଅଫିସର କୌଣସି ତାଲିକାଭୁକ୍ତ ସଦସ୍ୟ (ସେନାବାହିନୀର କର୍ମଚାରୀ)ଙ୍କୁ ଭୃତ୍ୟ ଭଳି ଅଫିସରଙ୍କ ବ୍ୟକ୍ତିଗତ ଲାଭ ହେଉଥିବା କାର୍ଯ୍ୟ ଓ ଅଫିସରଙ୍କ ଆଧିକାରିକ ଦାୟିତ୍ବ ନିର୍ବାହ ସହ ସମ୍ପର୍କ ନଥିବା କାର୍ଯ୍ୟରେ ବ୍ୟବହାର କରିବେ ନାହିଁ। ଏପରିକି ପାକିସ୍ତାନରେ ମଧ୍ୟ ଏହି ପ୍ରଥା ୨୦୦୪ ମସିହାରୁ ଉଚ୍ଛେଦ ହୋଇସାରିଛି। ତାଙ୍କ ସ୍ଥାନରେ ବେସାମରିକ କର୍ମଚାରୀ ନିଯୁକ୍ତ ହୋଇଛନ୍ତି, ଯେଉଁମାନଙ୍କୁ ନନ୍ କମ୍ବାଟାଣ୍ଟ ବିଅରର୍’ (ଏନସିବି) କୁହାଯାଉଛି। ଅର୍ଥାତ୍, ପାକିସ୍ତାନରେ କୌଣସି ସୈନିକ, ଭୃତ୍ୟ ଭାବେ କାମ କରୁନାହାନ୍ତି।


News Story - Posted on 2017-10-14

ବଂଚିଥିଲେ କହିଥାନ୍ତେ ରଘୁନାଥ



କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଜାଗୁଳେଇପଡ଼ା ଗ୍ରାମ । ସେହିଠାରେ ଜନ୍ମ ହୋଇଥିଲେ ରଘୁନାଥ ନାୟକ । ପେଟପାଟଣା ପାଇଁ ସେ ବାଛି ନେଇଥିଲେ ବିରଳା ହାଉସ୍ରେ ମାଳିକାମକୁ । ମାତ୍ର ତାଙ୍କ ଉଦ୍ଦେଶ୍ୟ ଥିଲା ଭିନ୍ନ - ଅର୍ଥାତ ମହାତ୍ମା ଗାନ୍ଧୀଙ୍କ ସେବକ ହୋଇ ରହିବା ଏବଂ ପ୍ରତ୍ୟେକ ଦିନ ସେହି ଜୀଅନ୍ତା ଭଗବାନଙ୍କୁ ଦେଖିବା । ପ୍ରତ୍ୟେକ ଦିନ ପରି ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ସକାଳେ ସେ ମଧ୍ୟ ତାଙ୍କ କାମରେ ଲାଗି ପଡ଼ିଥିଲେ । ଶୀତ ଛାଡି ନଥାଏ - ସେ ବଗିଚା କାମରେ ବ୍ୟସ୍ତ ଥାଆନ୍ତି, ହାତରେ ଥାଏ ଖୁରୁପି, ଏକ ଘାସ ଚଞ୍ଛା ଯନ୍ତ୍ର । ଦୃଷ୍ଟିଥାଏ ମହାତ୍ମାଙ୍କ ପ୍ରାର୍ଥନା ସଭା ଉପରେ । ଏହି ସମୟରେ ଗୁଳି ଫୁଟିବା ଶବ୍ଦ ଶୁଣି ଚମକି ପଡ଼ିଲେ ଏବଂ ନାଥୁରାମ ଗଡ଼ସେ ପିସ୍ତଲ ଧରି ଗୁଳି କରୁଥିବାର ରଘୁନାଥ ଦେଖିଲେ । ଗୁଳି ମାଡ଼ ପରେ ମହାତ୍ମା ଗାନ୍ଧୀ ତଳେ ପଡ଼ିଥିବା ବେଳେ ସେହି ପ୍ରାର୍ଥନା ସଭାରେ ଥିବା ନରନାରୀମାନେ ଛିନ୍ଛତ୍ର ଦେଲେ, ଜୀବନ ବିକଳରେ ଦୌଡ଼ିଲେ, କେହି ପାଖରେ ରହିଲେ ନାହିଁ । ମାତ୍ର ଯୁବକ ରଘୁନାଥ ଡରିବା ଲୋକ ନୁହଁନ୍ତି - ସେ ଶିକାରୀ ସିଂହ ପରି ନରହନ୍ତା ନାଥୁରାମଙ୍କ ଉପରକୁ ଲମ୍ଫ ପ୍ରଦାନ କରିଥିଲେ । ଦୁଇଜଣଙ୍କ ମଧ୍ୟରେ (ନାଥୁରାମ ଓ ରଘୁନାଥ) ଗଡ଼ାପଡ଼ା ଲାଗିଥିଲା । ରାଜକନିକା ଆଂଚଳିକ ଭାଷାରେ କଛାମୁଠି ଲାଗିଥିଲା । ବଳବାନ୍ ରଘୁନାଥ ତାଙ୍କର ସାମର୍ଥ୍ୟରେ ନାଥୁରାମଙ୍କୁ କାବୁ କରି ନେଇଥିଲେ । ତେବେ ପିସ୍ତଲଧାରୀ ନାଥୁରାମ ସସମ୍ମାନେ କହିଥିଲେ - ତୁମେ ମୋର ଲକ୍ଷ୍ୟ ନୁହେଁ, ମୋର ଲକ୍ଷ୍ୟରେ ଯିଏ ଥିଲେ ତାଙ୍କୁ ମୁଁ ଗୁଳିକରିଛି । ଏହାପରେ ଅନ୍ୟ କେତେକ ଲୋକ ନାଥୁରାମଙ୍କୁ ଧରିନେଇଥିଲେ । ନାଥୁରାମଙ୍କ ସହଯୋଗୀମାନଙ୍କୁ ମଧ୍ୟ ରଘୁନାଥ ଚିହ୍ନି ନେଇଥିଲେ । ଲୁହଭରା ଆଖିରେ ଛାତିଫଟା ଚିକ୍ରାର କରି ସେମାନଙ୍କୁ ଧରିବା ପାଇଁ ଡାକ ପକାଇଥିଲେ ।


News Story - Posted on 2017-09-22

ଓଡ଼ିଆ ଭାଷା ଭବନ ବିରୋଧରେ ସ୍ମାର୍ଟସିଟି!



ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିବା ଓଡ଼ିଆ ଭାଷାର ବାଧକ ସାଜିଛି ଭୁବନେଶ୍ୱର ସ୍ମାର୍ଟ ସିଟି। ଓଡ଼ିଶା ଭାଷା ପ୍ରତିଷ୍ଠାନର ଭାଷା ଭବନ ଲାଗି ସରକାର ଜମି ଓ ଅର୍ଥ ଯୋଗାଇ ଦେଇଥିଲେ ମଧ୍ୟ ଏହି ଜମିରେ ଭାଷା ଭବନ ନିର୍ମାଣ କାର୍ଯ୍ୟ ନ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟିର ମୁଖ୍ୟ ନିର୍ବାହୀ ଅଧିକାରୀ ନିଦ୍ଦେର୍ଶ ଦେଇଛନ୍ତି। ବିଧାୟକ ଦିଲିପ ରାୟ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦେଇଥିବା ଉତ୍ତରରୁ ଏହା ଜଣାପଡ଼ିଛି।


News Story - Posted on 2017-09-22

‘ଛାତ୍ର ମାତନ୍ତୁ, ଶିକ୍ଷା ବ୍ୟବସ୍ଥା ସଜାଡ଼ନ୍ତୁ’



ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟରେ ଯେଭଳି ଶିକ୍ଷାନୁଷ୍ଠାନଗୁଡ଼ିକରେ ଭୟଙ୍କର ହିଂସାକାଣ୍ଡମାନ ସୃଷ୍ଟି ହେଉଛି ତାହା ରାଜ୍ୟର, ଶିକ୍ଷା ବ୍ୟବସ୍ଥାର ଓ ଛାତ୍ରଛାତ୍ରୀମାନଙ୍କ ବର୍ତ୍ତମାନ ତଥା ଭବିଷ୍ୟତ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ଶିକ୍ଷାନୁଷ୍ଠାନଗୁଡ଼ିକର ମୂଳ ସମସ୍ୟାରୁ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ଫେରାଇବା ପାଇଁ କିଛି ନ୍ୟସ୍ତସ୍ୱାର୍ଥ ରାଜନେତା ଏଭଳି ବିଭେଦ ଓ ହିଂସା ସୃଷ୍ଟି କରୁଥିବାରୁ ସେମାନଙ୍କ ପ୍ରତି ଛାତ୍ର ସମାଜ ସଚେତନ ରହିବା ଆବଶ୍ୟକ ବୋଲି ମତ ଦେଇଛନ୍ତି।


News Story - Posted on 2017-09-15

ଓଡ଼ିଶାରେ କେତେ ଗାଁ? 



ସେହିପରି ଯୋଗ୍ୟ ବିବେଚିତ ୧୮,୧୭୬ ଗାଁରୁ ୧୬,୫୫୫ ଟି ଲାଗି ସଂଯୋଗୀକରଣ ପ୍ରସ୍ତାବକୁ କେନ୍ଦ୍ର ମଞ୍ଜୁରୀ ଦେଇଥିବା ବେଳେ ଆଉ ୧୬୨୧ ଗାଁର ରାସ୍ତା କିପରି ହେବ ସେ ସଂକ୍ରାନ୍ତରେ ବି ସ୍ପଷ୍ଟ ସୂଚନା ନାହିଁ । ତେବେ ୯୩୪ଟି ଯୋଗ୍ୟ ଗ୍ରାମକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସଂଯୋଜିତ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨୫୦ରୁ ୧୦୦ ମଧ୍ୟରେ ରହୁଥିବା ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ଜନସଂଖ୍ୟା ବରିଷ୍ଠତା ଭିତ୍ତିରେ ପର୍ଯ୍ୟାୟକ୍ରମେ ସଂଯୋଗ କରାଯିବା ପାଇଁ ବ୍ୟବସ୍ଥା ରହିଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଯୋଗ୍ୟ ବିବେଚିତ ହେଉଥିବା ସମସ୍ତ ଗ୍ରାମକୁ ୨୦୧୯ ମାର୍ଚ୍ଚ ସୁଦ୍ଧା ରାସ୍ତା ସଂଯୋଗ ହେବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । 


News Story - Posted on 2017-09-14

୫୨ କଲେଜରୁ ୪୭ରେ ଅଧ୍ୟକ୍ଷ ନାହାନ୍ତି



ଓଡ଼ିଶାରେ ୫୨ଟି ସରକାରୀ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜ ଥିବା ବେଳେ ସେଥିରୁ ୪୭ଟିରେ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଛି। ମାତ୍ର ୫ଟି ସରକାରୀ କଲେଜରେ ନିୟମିତ ଅଧ୍ୟକ୍ଷ ଅଛନ୍ତି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ବିଧାନସଭାରେ ପ୍ରଦାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ।


News Story - Posted on 2017-08-27

ଗଂଗାଧର : ଗଂଗାଧାର



ତୁଳସୀ ଦୁଇପତ୍ରରୁ ବାସିଲାଭଳି ବାଲ୍ୟକାଳ, ଯୌବନକାଳରୁ ଶେଷକାଳ ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତ ଦିନ, ମାସ ବର୍ଷକୁ ନିବିଷ୍ଟଭାବେ ନିରୀକ୍ଷଣ କରି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ସୂର୍ଯ୍ୟଚନ୍ଦ୍ର, ଦିନରାତି, ଅନ୍ଧାର-ଆଲୁଅ, ଧାନକ୍ଷେତ୍ର, ଶସ୍ୟଶ୍ୟାମଳା ଫଳପୁଷ୍ପକ୍ଷେତ୍ର, ମହାନଦୀର ନୀଳ ଜଳରାଶିଠାରୁ ଆରମ୍ଭ କରି ମଣିଷ ଜୀବନର ସକଳ ଭଲମନ୍ଦ ଗୁଣରୁ ଅମୃତ ଆହାର କରି ସ୍ୱ-ଭାବରେ କବିକଣ୍ଠରୁ କବିଙ୍କ କଲମମୂନରୁ ଝରିଯାଇଛି କେବଳ ମହାନଦୀ ନୁହେଁ, ଗଙ୍ଗା, ଗୋଦାବରୀ ସମେତ କାହିଁ କେତେ ପବିତ୍ର ନଦୀ । ଧନ୍ୟ, ଧନ୍ୟ ହେ ଆମେ ଓଡ଼ିଶାବାସୀ - ଗଂଗାଧର ମେହେର ଓଡ଼ିଶା ମାଟିରେ ଜନ୍ମ ନେଇଥିବା ଯୋଗୁ ।


News Story - Posted on 2017-08-26

କିସ୍ ପ୍ରଥମ ଆଦିବାସୀ ବିଶ୍ୱବିଦ୍ୟାଳୟ



କିସ୍‍ ବିଶ୍ୱବିଦ୍ୟାଳୟ କିସ୍‍କୁ ‘ଡିମ୍‍ଡ ୟୁନିଭର୍‍ସିଟି ଅଣ୍ଡର ଡି ନୋଭେ କ୍ୟାଟେଗୋରୀ’ରେ ମାନ୍ୟତା ମିଳିଛି । ବିଶେଷତଃ କିସ୍‍ରେ ପ୍ରାଥମିକ ଭାବେ ୭ଟି ନୂତନ ଅଭିନବ ବିଭାଗ ଖୋଲାଯାଇ ଜନଜାତିଙ୍କ ଉପରେ ଉଚ୍ଚତର ଶିକ୍ଷା ଓ ଗବେଷଣା କରାଯିବ । ଯାହା ଦ୍ୱାରା କିସ୍‍ ସମଗ୍ର ବିଶ୍ୱରେ ଖ୍ୟାତି ଅର୍ଜନ କରିବ । ଏହାକୁ ଦୃଷ୍ଟିରେ ରଖି ଏହି ମାନ୍ୟତା ପ୍ରଦାନ କରାଯାଇଛି । କିସ୍‍ ବିଶ୍ୱବିଦ୍ୟାଳୟ ମଧ୍ୟ ସଂପୂର୍ଣ୍ଣ ମାଗଣା ଓ ସଂପୂର୍ଣ୍ଣ ଆବାସିକ ରହିବ । କିସ୍ର ଏହି ସଫଳତାରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗଭୀର ଆନନ୍ଦ ପ୍ରକାଶ କରି କହିଛନ୍ତି, ଓଡ଼ିଶାବାସୀଙ୍କ ଶୁଭେଚ୍ଛା, ସଦ୍ଦିଚ୍ଛା ଓ ଭଲପାଇବା ଥିବାରୁ କିସ୍‍କୁ ଆଜି ଏଭଳି ମାନ୍ୟତା ମିଳି ପାରିଛି । ସେଥିପାଇଁ କିଟ୍‍ ଓ କିସ୍‍ ପକ୍ଷରୁ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା । 


News Story - Posted on 2017-08-26

ସମର୍ଥନ ବଜେଟ, କଦର୍ଥନ ଶିକ୍ଷକ



ସେହିପରି ୨୦୧୬-୧୭ ଶିକ୍ଷାବର୍ଷରେ ସ୍କୁଲ୍ ଓ ଗଶଣିକ୍ଷା ବିଭାଗ ପାଇଁ ମାତ୍ର ୧୦, ୭୦୭ କୋଟି ଟଙ୍କା ଅଟକଳ ଥିଲାବେଳେ ୨୦୧୭-୧୮ ଅର୍ଥାତ ଚଳିତ ବଜେଟ୍ରେ ୧୩, ୮୭୫ କୋଟି ଟଙ୍କା ଅଟକଳ ହୋଇଛି । ଅର୍ଥାତ ପୂର୍ବାପେକ୍ଷା ୩ ହଜାର କୋଟି ଅଧିକ । ସ୍କୁଲ୍ରୁ ବ୍ଲକ୍ଗ୍ରାଣ୍ଟ ଉଚ୍ଛେଦ କରାଯାଇ ପ୍ରତ୍ୟକ୍ଷ ଅନୁଦାନ ଦେଲେ ଖର୍ଚ୍ଚ ହେବ ମାତ୍ର ୫୦୦ କୋଟି ଟଙ୍କା, ଯାହା ମଧ୍ୟ ସର୍ବନିମ୍ନ । ମୋଟାମୋଟି ଭାବେ ଦେଖିବାକୁ ଗଲେ, ରାଜ୍ୟର ସମୁଦାୟ ବଜେଟ୍ ପୂର୍ବବର୍ଷ ମାତ୍ର ୯୪,୦୫୨.୬୫ କୋଟି ଟଙ୍କା ଥିବାବେଳେ ଏବର୍ଷ ଅଛି ୧ ଲକ୍ଷ ୬ ହଜାର କୋଟି ଟଙ୍କା, ଯାହାକି ୧୨% ବଢ଼ିଛି । ତେବେ ସରକାର ବ୍ଲକ୍ଗ୍ରାଣ୍ଟ ଉଠାଉ ନାହାନ୍ତି କାହିଁକି? କାହିଁକି ରାଜ୍ୟରେ ଏକ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ଦୀର୍ଘମିଆଦୀ ସରକାର ଥାଇବି ତୁଚ୍ଛା ଆର୍ଥିକ ସଙ୍କଟ ଆଳରେ ଏଯାଏ ସେହି ପୁରୁଣାପାଠର ଆଲୋଚନା ଚଳାଇଛନ୍ତି? ଶିକ୍ଷକଙ୍କୁ ଦରମା ଦେଲେ ରାଜକୋଷରୁ ବହୁତ ଟଙ୍କା ଖର୍ଚ୍ଚହେବ ବୋଲି କହିବା ଜନସାଧାରଣଙ୍କୁ କେବଳ ଭୁଅାଁବୁଲାଇବା ବ୍ୟତୀତ ଅନ୍ୟକିଛି ନୁହେଁ ।


News Story - Posted on 2017-08-25

୫୦୦ ଦିନରେ ଭାଷା ଆନ୍ଦୋଳନ



କିନ୍ତୁ ସରକାର ୨୧ ମେ, ୨୦୧୬ରେ ବିଜ୍ଞପ୍ତି ପ୍ରକାଶ କରି ଆଇନଟିକୁ ହାତକୁ ନେଲେ ଏବଂ ୧୫ ଅଗଷ୍ଟ, ୨୦୧୬ ସୁଦ୍ଧା ଆଇନର ନିୟମ ପ୍ରଣୟନ କରିବେ ବୋଲି ଗଣମାଧ୍ୟମରେ ପ୍ରତିଶୃତି ଦେଲେ । ଯାହା ଫଳରେ ଭାଷା ଆନ୍ଦୋଳନ ସରକାରଙ୍କୁ ସମ୍ମାନ ଦେଇ କଳା ପତାକା ଅଭିଯାନକୁ ସ୍ଥଗିତ ହୋଇଥିଲା । କିନ୍ତୁ ଭାଷା ଆନ୍ଦୋଳନ ପ୍ରତିବାଦ ସଭା ପ୍ରତିଦିନ ମଧୁବାବୁଙ୍କ ପ୍ରତିମୂର୍ତ୍ତି (ଭାଷା ତୀର୍ଥ) ନିକଟରେ ଜାରି ରହିଥିଲା । କିନ୍ତୁ ସରକାର ୧୫ ଅଗଷ୍ଟ, ୨୦୧୬ ଯେଉଁ ନିୟମ ପ୍ରଣୟନ କଲେ ତହିଁରେ କୋ÷ଣସି ଦଣ୍ଡ ବିଧାନ ବ୍ୟବସ୍ଥା ବା ଆଇନଟିକୁ ସୂଚାରୂ ରୂପେ ପରିଚାଳନାର ବ୍ୟବସ୍ଥା କରି ନଥିଲେ । ତେଣୁ ଭାଷା ଆନ୍ଦୋଳନର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ସ୍ଥଗିତ ଥିବା କଳା ପତାକା ଅଭିଯାନ ପୁନର୍ବାର ୧୬ ଅଗଷ୍ଟ, ୨୦୧୬ରୁ ଆରମ୍ଭ ହୋଇ ଆଜି ୫୦୦ ଦିନରେ ପହଂଚିଛି । ଏହି ୫୦୦ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରେ କଳା ପତାକାର ଲହର ଚାଲିଥିବା ବେଳେ ଓଡ଼ିଶାର ବିଭିନ୍ନ ଅଂଚଳରେ ଯଥା: ସମ୍ବଲପୁର ଓ ରାଉରକେଲାରେ, ବ୍ରହ୍ମପୁର, ଛତ୍ରପୁର, କନ୍ଧମାଳ, ଫୁଲବାଣୀ, ତୁମୁଡିବନ୍ଧ, ଯୋଡା, କେନ୍ଦୁଝର, ଯାଜପୁର, ଜେନାପୁର, ନିଆଳି ପ୍ରଭୃତି ଅଂଚଳରେ ମଧ୍ୟ ଲଗାତାର ଭାବେ ଜାରି ରହିଛି ଭାଷା ଆନ୍ଦୋଳନ । 


News Story - Posted on 2017-08-15

‘୪୭ ଅଗଷ୍ଟ ୧୫ରେ କେଉଁଠି ଥିଲେ ଗାନ୍ଧୀ?



ନେହେରୁଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଦେବା ଅବସରରେ ମାଉଣ୍ଟବ୍ୟାଟେନ ମହାତ୍ମା ଗାନ୍ଧୀଙ୍କ ନାମ ଉଲ୍ଲେଖ କରି ଏହି ଉତ୍ସବରେ ତାଙ୍କ ଅନୁପସ୍ଥିତି କିପରି ବାରି ହୋଇଯାଉଛି ତାହା ଦର୍ଶାଇଥିଲେ। ପରେ ମାଉଣ୍ଟବ୍ୟାଟେନ ଏକ ପତ୍ର ଲେଖି ପୂର୍ବ ସୀମାନ୍ତରେ ଶାନ୍ତିରକ୍ଷା ପାଇଁ ଗାନ୍ଧିଜୀ ଏକକ ସୀମାନ୍ତରକ୍ଷୀ ବାହିନୀ ହିସାବରେ ଯେଭଳି କାମ କରିଛନ୍ତି ପଶ୍ଚିମ ସୀମାନ୍ତରେ ୫୫ ହଜାର ସେନା ଓ ସୁରକ୍ଷାବଳ ମୁତୟନ ହୋଇ ମଧ୍ୟ ଦଙ୍ଗା ରୋକିପାରି ନଥିବା ଉଲ୍ଲେଖ କରିଥିଲେ।


News Story - Posted on 2017-08-15

ସେଲୁଲାର ଜେଲ - ବଳିଦାନର ସ୍ମାରକ



ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହି ଜେଲକୁ ଯଥାର୍ଥ ଭାବେ ‘ଭାରତୀୟ ବାସ୍ତାଇଲ୍’ ବୋଲି ଅଭିହୀତ କରିଥିଲେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜାପାନ ଦ୍ୱାରା ଆଣ୍ଡାମାନ ଦ୍ୱୀପ ଅକ୍ତିଆର ପରେ ୧୯୪୩ ମସିହା ନଭେମ୍ୱର ୮ରେ ଏକ ବିବୃତିରେ ନେତାଜୀ କହିଥିଲେ ଯେ, ଯେପରି ଫରାସୀ ବିପ୍ଳବ ସମୟରେ ପ୍ୟାରିସର ବାସ୍ତାଇଲ ଦୁର୍ଗକୁ ପ୍ରଥମେ ମୁକ୍ତ କରାଯାଇ ସେଠାରେ ବନ୍ଦୀଥିବା ରାଜନୈତିକ ବ୍ୟକ୍ତିମାନଙ୍କୁ ଖଲାସ କରାଯାଇଥିଲା। ସେହି ପରି ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ପାଇଁ ଆଣ୍ଡାମାନରେ ବନ୍ଦୀଥିବା ଭାରତୀୟ କଏଦୀମାନଙ୍କୁ ମୁକ୍ତ କରାଯିବ। ଏହା ପରେ ମିତ୍ର ରାଷ୍ଟ୍ର ପକ୍ଷରୁ ଏହି ଦ୍ୱୀପକୁ ଦ୍ୱିତୀୟ ଥର ପାଇଁ କବଜା କରାଯାଇଥିଲା।


News Story - Posted on 2017-08-10

ତାଜ ମହଲ ନା ତେଜୋ ମହାଳୟ?



ସୂଚନା କମିଶନ ଆଚାର୍ଯ୍ୟଲୁ ତାଙ୍କ ଆଦେଶରେ କହିଛନ୍ତି ଯେ ତାଜ ମହଲ ଏବେ ଏକ ସୁରକ୍ଷିତ ତଥା ବନ୍ଦ ମସଜିଦରେ ପରିଣତ ହୋଇଛି । ଏହାର ବନ୍ଦ ହୋଇଥିବା ବଖରାକୁ ଖୋଲିବା, ତା’ ଭିତରେ କ’ଣ ଅଛି ଦେଖିବା, ତା’ ଚଟାଣ ତଳେ କ’ଣ ଅଛି ତାହା ଜାଣିବାକୁ ପ୍ରତ୍ନତାତ୍ତ୍ୱିକ ଖନନ କରିବା ଏବେ ଆଉ ସମ୍ଭବ ନୁହେଁ । ଏହାର ଇତିହାସ ଓ ପ୍ରତ୍ନତତ୍ତ୍ୱ ସଂପର୍କୀତ ପ୍ରଶ୍ନ ମଧ୍ୟ ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ । ତେଣୁ ଯେଉଁମାନେ ତାଜ ମହଲକୁ ତେଜୋ ମହାଳୟ ଭାବେ ଉପସ୍ଥାପିତ କରିବାକୁ ଚାହୁଁଛନ୍ତି ସେମାନେ ଆଗେ ଏହି ଢାଞ୍ଚାକୁ ବନ୍ଦ ଓ ସୁରକ୍ଷିତ ରଖିବାର ସରକାରୀ ନିଷ୍ପତ୍ତିର ପ୍ରତିବାଦ କରିବା କଥା । ଏହାର ପ୍ରତ୍ନତାତ୍ତ୍ୱିକ ଖନନ କମିଶନ ନିର୍ଦ୍ଦେଶ ଦେଇପାରିବେ ନାହିଁ । ଯଦି ପୂର୍ବରୁ କିଛି ଏପରି ଖନନ ହୋଇଛି ତେବେ ସେ ସଂପର୍କୀତ ସୂଚନା ଆବେଦନକାରୀ ଆୟାଙ୍ଗାରଙ୍କୁ ଯୋଗାଇ ଦେବାକୁ କମିଶନ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।


News Story - Posted on 2017-08-10

ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶା



୧୮୦୩ ଅକ୍ଟୋବର ୧୪ ତାରିଖରେ ବ୍ରିଟିଶ୍ ଓଡ଼ିଶା ଅକ୍ତିଆର କଲା। ଏହା ପୂର୍ବରୁ ଓ ପରଠାରୁ ସଂଗ୍ରାମୀ ଓଡ଼ିଆମାନେ ବ୍ରିଟିଶ୍ ଶାସନକୁ ଲଗାତର ବିରୋଧ କରିଆସିଛନ୍ତି। ଘୁମୁସରରୁ ଖେଣ୍ଡା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବ୍ରିଟିଶ୍ ଫେଜକୁ ସଶସ୍ତ୍ର ମୁକାବିଲା କରି ଓଡ଼ିଆ ଯୋଦ୍ଧା ବାରମ୍ବାର ଘାଇଲା କରିଛନ୍ତି। ପାଇକ ବିଦ୍ରୋହ, ସିପାହୀ ବିଦ୍ରୋହ ଆଦିରେ ଏମାନେ ବ୍ରିଟିଶ୍ ଶକ୍ତିକୁ ଥରାଇ ଦେଇଛନ୍ତି। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, କୃତ୍ତିବାସ ପାଟ୍ଟଶାଣୀ, ବୀର ସୁରେନ୍ଦ୍ର ସାଏ, ଚାଖି ଖୁଣ୍ଟିଆ, ଦୋରା ବିଶୋଇ, ଚକ୍ର ବିଶୋଇ, କଷ୍ଟି ଡାକୁଆ, ବିର୍ସା ମୁଣ୍ଡା ଆଦି ବୀରପୁଙ୍ଗବମାନଙ୍କ ବ୍ରିଟିଶ୍ ବିରୋଧୀ ସଶସ୍ତ୍ର ସଂଗ୍ରାମ ଓଡ଼ିଆ ଜାତି ତଥା ଦେଶ ପାଇଁ ଅବିସ୍ମରଣୀୟ।


News Story - Posted on 2017-08-05

ଏସ୍ଆଇଇଟିର ପୁନରୁଦ୍ଧାର ଜରୁରୀ



ଏହା ପରେ ଏସ୍.ଆଇ.ଇ.ଟି.କୁ ବନ୍ଦ କରିବାର ଚକ୍ରାନ୍ତ ଆରମ୍ଭ ହେଲା ଏବଂ ମିଥ୍ୟା ଓ କଳ୍ପୋଳକଳ୍ପିତ ମନଗଢା ଯୁକ୍ତି ଦର୍ଶାଇ (ଯାହାକି ପୂର୍ବରୁ ଦର୍ଶାଯାଇଛି), ଏସ୍.ଆଇ.ଇ.ଟିକୁ ୨୩.୪.୨୦୧୩ରେ ବନ୍ଦ କରାଗଲା ବୋଲି ଘୋଷଣା କଲେ । ସେହିବର୍ଷ କୌଣସି ଟେଣ୍ଡର ପ୍ରକ୍ରିୟା ନ କରି ରାଜ୍ୟ ସରକାର ମନଇଚ୍ଛା ଓ.କେ.ସି.ଏଲ୍କୁ ସରକାରୀ ସଂସ୍ଥା ଦର୍ଶାଇ କମ୍ପୁଟର ଶିକ୍ଷା ପାଇଁ ଆସି ପଡ଼ି ରହିଥିବା କେନ୍ଦ୍ରୀୟ ଅନୁଦାନ ୫୦ କୋଟି ଟଙ୍କା ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଦାନ କଲେ ଏବଂ ତା ପରବର୍ତ୍ତୀ ତିନି ବର୍ଷରେ ୧୭୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଓ.କେ.ସି.ଏଲ. ଏହି ଅର୍ଥର ବ୍ୟାପକ ଦୁରୁପଯୋଗ କରିବା, କମ୍ପୁଟର ଶିକ୍ଷକ ନିଯୁକ୍ତି ନାମରେ କୋଟି କୋଟି ଟଙ୍କା ଲୁଟ୍ କରିବା, ରାଜ୍ୟର ଅମଲାମାନଙ୍କର ପରିବାରବର୍ଗଙ୍କ ନିୟନ୍ତ୍ରଣରେ ଓ.କେ.ସି.ଏଲ୍. କାମ କରିବା, କମ୍ପୁଟର କିଣାରେ କୋଟି କୋଟି ଟଙ୍କା ହଡ଼ପ ସମ୍ପର୍କୀତ ତଥ୍ୟ ସୂଚନା ଅଧିକାର ଆଇନ୍ ବଳରେ ହୋଇଛି ଏବଂ ଓ.କେ.ସି.ଏଲ୍.ର ଦୁର୍ନୀତି ଏବଂ ଅର୍ଥ ହଡ଼ପ ବିରୁଦ୍ଧରେ କମ୍ପୁଟର ଶିକ୍ଷକଙ୍କର ଆନ୍ଦୋଳନ ଅବ୍ୟାହତ ରହିଛି । କମ୍ପୁଟର ଶିକ୍ଷକମାନଙ୍କର ନ୍ୟାୟ ସଂଗତ ଭାବି ବା ଅଭିଯୋଗ ଉପରେ ରାଜ୍ୟ ସରକାର କିଛି ପଦକ୍ଷେପ ନେଇପାରିବେ ନାହିଁ ବୋଲି ଦର୍ଶାଇଛନ୍ତି । ଫଳରେ ବିଭିନ୍ନ ବିଦ୍ୟାଳୟରେ ·ଲିଥିବା ଏହି ଶିକ୍ଷା କାର୍ଯ୍ୟକ୍ରମ ଏକ ପ୍ରହସନରେ କେବଳ ପରିଣତ ହୋଇନାହିଁ ବରଂ ଦୁର୍ନୀତିଗ୍ରସ୍ତ ରାଜ୍ୟ ଅମଲାଙ୍କ ପରିବାର ବର୍ଗଙ୍କର ଅର୍ଥ ଉପାର୍ଜନ ସଂସ୍ଥାରେ ପରିଣତ ହୋଇଛି ।


News Story - Posted on 2017-08-03

ମେଧାବୃତ୍ତିରେ ଦୁର୍ନୀତି, ଆଉ ଏକ କଳଙ୍କ



ଉଦାହରଣ ସ୍ୱରୂପ ୨୦୧୧-୧୨ରେ ଓଡ଼ିଶା ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିବା ଛାତ୍ର ସୌମ୍ୟ ରଞ୍ଜନ ମିଶ୍ର ତାଙ୍କର ୨ ବର୍ଷର ମେଧାବୃତ୍ତି ଅର୍ଥ ତାଙ୍କ ନିଜ ବ୍ୟାଙ୍କ ଆକାଉଣ୍ଟ ନଂ ୨୦୨୦୫୧୨୧୯୮୯କୁ ଦିଆନଯାଇ ଆଉ ଏକ ଅନାମଧ୍ୟେୟ ଆକାଉଣ୍ଟ ୩୧୭୭୭୯୦୪୩୮୭କୁ ପ୍ରଦାନ କରାଯାଇଛି । ପୁଣି ଅଡ଼ିଟ୍ ଟିମ୍ ଦେଖିବାକୁ ପାଇଲେ ଯେ ବହୁ ଛାତ୍ରଛାତ୍ରୀ ଉଭୟ ମେଧାବୃତ୍ତି ପାଇଁ ଆବେଦନ ଫର୍ମ ଏବଂ ନବୀକରଣ ଫର୍ମ ମଧ୍ୟ ଦାଖଲ କରିଛନ୍ତି । ସେହିପରି ଅଡ଼ିଟ୍ ଟିମ୍ ଦେଖିବାକୁ ପାଇଥିଲେ ଯେ, ବହୁ ଛାତ୍ରଙ୍କର ନବୀକରଣ ଫର୍ମ କଲେଜ ଅଥରିଟିଙ୍କ ବିନା ଦସ୍ତଖତ ଏବଂ ସିଲ୍ରେ ଦାଖଲ କରାଯାଇଛି । ଅଡ଼ିଟ୍ ଟିମ୍ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନଥିଲା । ସେହିପରି ଛାତ୍ରମାନଙ୍କ ଦ୍ୱାରା ଦାଖଲ ହୋଇଥିବା ୧୦୪ ନବୀକରଣ ଫର୍ମ ମଧ୍ୟରୁ ୮୩ଟି ଫର୍ମରେ କୌଣସି ଆବଶ୍ୟକୀୟ ଡ଼କୁମେଣ୍ଟ ସଂଯୋଗ କରାଯାଇନଥିଲା । ଏହା ସତ୍ତେ୍ୱ ମଧ୍ୟ ଉକ୍ତ ଛାତ୍ରମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ସେହିପରି ଉକ୍ରଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦର୍ଶାଇ ବହୁ ଅଣଛାତ୍ରମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିବାର ଜଣାପଡ଼ିଥିଲା । ଅଡ଼ିଟ୍ ଟିମ୍ ତରଫରୁ ପ୍ରାୟ ୨୩ଟି ନାମ ଉକ୍ରଳ ବିଶ୍ୱ ବିଦ୍ୟାଳୟଙ୍କର ପିଜି କାଉନ୍ସିଲର ଅଧ୍ୟକ୍ଷଙ୍କୁ ଅନୁଧ୍ୟାନ କରିବା ପାଇଁ ପଠା ଯାଇଥିଲା । ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ୧୭ ଜଣ ଆବେଦନକାରୀ ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ର ନୁହଁନ୍ତି । ଅର୍ଥାତ୍ ଚଂଚକତା କରାଯାଇ ସେମାନଙ୍କୁ ଛାତ୍ର ଭାବେ ଦର୍ଶାଇ ମେଧାବୃତ୍ତି ପ୍ରଦାନ କରାଯାଇଛି ।


News Story - Posted on 2017-07-27

ଧ୍ବଜାସ୍ତମ୍ଭର ଉଚ୍ଚତା କେତେ?



କେନ୍ଦ୍ର ସରକାରଙ୍କ ମାନବ ସମ୍ଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ଅନୁଦାନପ୍ରାପ୍ତ ସମସ୍ତ ବିଶ୍ବିଦ୍ୟାଳୟକୁ ନିଜନିଜ ପରିସରରେ ୨୦୭ ଫୁଟ ଉଚ୍ଚତା ବିଶିଷ୍ଟ ଧ୍ବଜାସ୍ତମ୍ଭ ସ୍ଥାପନ କରି ଜାତୀୟ ପତାକା ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ଏଭଳି ୫୨ଟି (୪୬ଟି ୟୁଜିସି ଓ ୬ଟି କେନ୍ଦ୍ର ସରକାରଙ୍କଠାରୁ ସିଧାସଳଖ) ଅନୁଦାନପ୍ରାପ୍ତ ବିଶ୍ବିଦ୍ୟାଳୟ ରହିଛି। ପ୍ରତିଟି ଧ୍ବଜାସ୍ତମ୍ଭ ସ୍ଥାପନା ପାଇଁ ଅନ୍ୟୁନ ୪୫ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବାରୁ ଏ ବାବଦରେ ୨୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ହେବ। ଏହା ବ୍ୟତୀତ ପ୍ରତିବର୍ଷ ପତାକାଗୁଡିକର ରକ୍ଷଣାବେକ୍ଷଣ ପାଇଁ ବେଶ ମୋଟା ଅଙ୍କର ଅର୍ଥ ବ୍ୟୟ କରିବାକୁ ହେବ। ବିଶ୍ବିଦ୍ୟାଳୟଗୁଡିକର ଅନ୍ୟାନ୍ୟ ଅପରିହାର୍ଯ୍ୟ କାମ ପାଇଁ ଅର୍ଥ ବାଧକ ସାଜୁଥିବା ବେଳେ ସୁଉଚ୍ଚ ଧ୍ବଜାସ୍ତମ୍ଭ ସ୍ଥାପନ ପାଇଁ ଏତେ ପରିମାଣର ଅର୍ଥ ବିନିଯୋଗ କେତେ ଦୂର ଯୁକ୍ତିଯୁକ୍ତ, ତାହା ବିତର୍କର ବିଷୟ।


News Story - Posted on 2017-07-25

ଟିକିଏ ଧ୍ୟାନ ଦେବା କି?



ଏହା କିନ୍ତୁ ବାସ୍ତବରେ ଠିକ ସେଇଆ ନୁହେଁ। ଆପଣଙ୍କୁ ଭ୍ରମରେ ରଖିବା ପାଇଁ ଏହା ଏକ ପ୍ରକ୍ରିୟା ମାତ୍ର। ଆପଣ ଏହି ପ୍ରକ୍ରିୟାରୁ ନିଜକୁ ଅତି ଆରାମରେ ଦୂରେଇ ପାରିବେ। ଆପଣଙ୍କୁ ଭାବନା ରାଇଜରେ ବୁଡାଇବାକୁ ଚେଷ୍ଟା କରୁଥିବା ଲୋକମାନଙ୍କୁ ଭାବନା ରାଇଜରେ ବୁଡାଇ ପାରିବେ। କିଛି ପ୍ରଶ୍ନ ଆପଣ ମଧ୍ୟ ସେମାନଙ୍କ ପାଇଁ ତିଆରି କରନ୍ତୁ। ଯେତେବେଳେ ସେମାନେ ଆପଣଙ୍କୁ କହୁଛନ୍ତି ଆପଣ ପଚାରନ୍ତୁ। ଏହା ଦ୍ବାରା ମୋର କ’ଣ ଲାଭ ହେବ? ଏହା କଲେ ଆପଣଙ୍କର କ’ଣ ଲାଭ ହେବ? ଏହା ଦ୍ବାରା ସମାଜର କ’ଣ ଲାଭ ହେବ? ଏହାର ସୁଦୂର ପ୍ରସାରୀ ପ୍ରଭାବ ଆଗାମୀ ପିଢି ପାଇଁ କ’ଣ ହେବ?


News Story - Posted on 2017-07-25

ଆଗେ ଜୟୀ, ପଛେ ବକ୍ସି



ମହାନ‌୍‍ ବିପ୍ଳବୀ ଜୟୀ ରାଜଗୁରୁଙ୍କ ସଂଗ୍ରାମ ଓ ଖୋରଧାକୁ ମୁକ୍ତ ଓ ସ୍ୱାଧୀନ କରିବାର ପ୍ରୟାସ ଊନ୍ନବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଏକ ନୂତନ ଉଛ୍ୱାସ ଓ ଉଦ୍ଦୀପନା ସୃଷ୍ଟି କରିଥିଲା। ବିଶିଷ୍ଟ ଐତିହାସିକ ବିପନ ଚନ୍ଦ୍ରଙ୍କ ମତରେ ଓଡିଶାର ଏହି ପାଇକ ବିଦ୍ରୋହ ୧୮୦୪ ମସିହାରୁ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଏବଂ ଖୋାର୍ଦ୍ଧାଠାରେ ଇଂରେଜମାନଙ୍କ ସହିତ ଜୟୀ ରାଜଗୁରୁଙ୍କର ୨୧ ଦିନ ଧରି ଯୁଦ୍ଧ ହୋଇଥିଲା। ପରବର୍ତ୍ତୀ ସମୟରେ ଜୟୀ ରାଜଗୁରୁ ବନ୍ଦୀ ହେଲେ ଏବଂ ୧୮୦୬ ମସିହାରେ ଇଂରେଜମାନେ ତାଙ୍କୁ ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟା କରିଥିଲେ। ତଥାପି ଏହି ଆନ୍ଦୋଳନ ଦବିଯାଇ ନଥିଲା। ତା’ର ୧୧ ବର୍ଷ ପରେ ଏହି ଆନ୍ଦୋଳନ ପୁନର୍ବାର ଉଗ୍ରରୂପ ଧାରଣ କରିଥିଲା, ଯାହାକୁ ଦକ୍ଷତାର ସହିତ ପରିଚାଳନା କରିଥିଲେ ପାଇକ ସର୍ଦ୍ଦାର ବକ୍ସି ଜଗବନ୍ଧୁ। ଏହି ବିଦ୍ରୋହଟି ଭାରତର ଅନ୍ୟ ରାଜ୍ୟ ଅପେକ୍ଷା ସବୁଠାରୁ ଅଧିକ ସମୟ ଧରି ଚାଲିଥିଲା।


News Story - Posted on 2017-07-24

ସାଂସ୍କୃତିକ ରାହାଜାନୀ ଓ ଓଡ଼ିଆ ଭାଷା !



ସାହିତ୍ୟ ଆସେ ଭାଷାରୁ। ଭାଷା ଦେଇଥିବା ଶବ୍ଦରୁ। ସାହିତ୍ୟ ସାହିତ୍ୟିକଙ୍କର; କିନ୍ତୁ ଭାଷା ସାଧାରଣ ମଣିଷର। ଶବ୍ଦ ସାହିତ୍ୟ ପାଇଁ ଆସକ୍ତି ବା ବିରକ୍ତି ଉପୁଜାଏ। ଅଥଚ ଭାଷା ପାଇଁ ବିରକ୍ତି ନ ଥାଏ; ଥାଏ କେବଳ ଆସକ୍ତି। ସାହିତ୍ୟ ଆମ ମା’ ନୁହେଁ; ଭାଷା ଆମ ମା’; ଭାଷା ଆମ ମାତୃଭାଷା, ଆମ ଭାଷା ଜନନୀ। ସାହିତ୍ୟ ବିଗିଡି ଗଲେ ତାକୁ ସୁଧାରି ହେବ। ଯେମିତି ଦରବାରୀ ସାହିତ୍ୟ ବଦଳି ଗଲା ପ୍ରଗତିଶୀଳ ସାହିତ୍ୟକୁ। କ୍ଲୀଷ୍ଟ ଶବ୍ଦର ସାହିତ୍ୟ ବଦଳି ଯାଇ ପାରିବ ସରଳ ଶବ୍ଦର ସାହିତ୍ୟକୁ। ସାହିତ୍ୟ ପଣ୍ୟ ହୋଇପାରିବ; ଭାଷା ନୁହେଁ।


News Story - Posted on 2017-07-23

ଉପଗ୍ରହ-ଶିକ୍ଷାର ପତନ ପାଇଁ ଦାୟୀ କିଏ?



୨୦୦୪ ମସିହାରେ ଇନସାଟ ଯୋଜନାର ନୂତନ ସଂସ୍କରଣ ଆଇସିଟି ଇନ ସ୍କୁଲ ଭାବରେ ନାମରେ ନାମିତ ହେଲା। କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ପ୍ରତ୍ୟେକ ବିଦ୍ୟାଳୟରେ କମ୍ପ୍ୟୁଟର ଲାବ୍‌ ପ୍ରତିଷ୍ଠା କରାଯାଇ ଇଂଟର୍ନେଟ ସଂଯୋଗୀକରଣ କରାଯିବ। ଏସଆଇଇଟିରେ ପ୍ରସ୍ତୁତ କାର୍ଯକ୍ରମ ଗୁଡିକ େୱବସାଇଟରେ ଅପଲୋଡ କାରଯିବା ସହ ସିଡି ଓ ଡିଭିଡି ପ୍ରସ୍ତୁତ କାରାଯିବ ଓ ବିଦ୍ୟାର୍ଥୀମାନେ ଇଂଟର୍ନେଟ ଏବଂ ସିଡି ଡିଭିଡି ମାଧ୍ୟମରେ ଶିକ୍ଷା ଲାଭ କରପାରିବେ। ଏହା ର୍ହି ଥିଲା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ। ଦୁର୍ଭାଗ୍ୟର ବିଷୟ ଠିକ ଏହି ସମୟରେ ରାଜ୍ୟ ସରକାରଙ୍କ ଅଣଦେଖାରୁ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ନକରିବା ତଥା ପରିଚାଳନାଗତ ତ୍ରୁଟି ପାଇଁ ଏସଆଇଇଟି ନିଜର ଅସ୍ତିତ୍ୱ ହରାଇ ବସିଲା। କର୍ମଚାରୀମାନଙ୍କ ବାରମ୍ୱାର ନିବେଦନ ସତ୍ତ୍ବେ ରାଜ୍ୟ ସରକାର ଏହି ସଂସ୍ଥାପାଇଁ ଏକ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତ କଲେନାହିଁ। ସଂସ୍ଥାଟିପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନ କ୍ରମେ ୧୧୮ଟି ପଦବୀ ସୃଷ୍ଟି କରାଯାଇ ଏଥିରେ ନିଯୁକ୍ତି ଦିଆଯାଇଥିଲା। ୨୦୦୦୨ ମସିହାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅର୍ଥ ବିଭାଗର ଅନୁମୋଦନ କ୍ରମେ ଏହି ସଂସ୍ଥାପାଇଁ ନିଯୁକ୍ତି ପାଇଥିବା ୬୩ ଜଣ କର୍ମଚାରୀଙ୍କ ଡେପୁଟେସନ ଚଂଚକତାର ସହିତ ମଞ୍ଜୁର କଲେ। ଏହାକୁ ଭିତ୍ତି କରି ୨୦୦୪ ମସିହାରେ କେନ୍ଦ୍ର ସରକାରଙ୍କ ମାନବ ସମ୍ୱଳ ବିଭାଗ ଡେପୁଟେଡ କର୍ମଚାରୀଙ୍କୁ ଫେରାଇ ନନେଲେ ସେମାନଙ୍କ ଦରମା ବାବଦକୁ ଅର୍ଥ ଦେବେ ନାହିଁ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ଏକ ଚିଠି ଦେଇଥିଲେ। ଦରମା ନପାଇ କର୍ମଚାରୀମାନେ ହନ୍ତସନ୍ତ ହେବା ପରେ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଦରମା ପାଇଁ ବ୍ୟବସ୍ଥା କଲେ।


News Story - Posted on 2017-06-27

କଳ୍‌ଚର୍‌



କିଛି ବିଦ୍ୟା ବା ସୂଚନାକୁ ଆମେ ଅତି ସହଜରେ ‘ଜ୍ଞାନ’ ବୋଲି ଭାବିନେଉ। ଏଥିପାଇଁ ସତର୍କ କରିବାଲାଗି ‘ଋଗ‌୍‍ବେଦ’ କହିଛନ୍ତି, ନ ବି ଜାନାମି ଯଦିବେଦମସ୍ମି / ନିଣ୍ୟଃ ସଂନଦ୍ଧୋ ମନସା ଚରାମି। (ମଣ୍ଡଳ-୧: ସୂକ୍ତ-୧୬୪: ମନ୍ତ୍ର-୩୭) ହୁଣ୍ଡାମୂଲରେ ଏଥିରୁ ଯାହା ବୁଝୁ ତାହା ହେଲା : ମୁଁ ଯେ କିପରି ଅଛି ସେକଥା ବି ଠିକଠିକ ଜାଣେନା। ସୁଦୁ ଧାରଣାରେ ସାରା ବିଶ୍ୱ ବିଚରଣ କରୁଥାଏ। ଏତତ‌୍‍ ପରିଚିତ ବା ଅତି ବିଶ୍ୱସ୍ତ ମୋର ସେପରି କଛି ଧାରଣା ହୁଏତ ସ୍ରଷ୍ଟାଙ୍କ ଅନୁଗ୍ରହରୁ ଜ୍ଞାନରେ ରୂପାନ୍ତରିତ ହୋଇପାରେ।


News Story - Posted on 2017-06-18

ଧର୍ମବତାର ବନାମ ଧର୍ମ ଦ୍ୱନ୍ଦ୍ୱ



ନ୍ୟାୟ ବିତରଣରେ ରାଜା ବିକ୍ରମାଦିତ୍ୟ ଥିଲେ ଜଣେ ସିଦ୍ଧ ନିରପେକ୍ଷ ବିଚାରକ। ତାଙ୍କ ବିସ୍ମୃତ ସିଂହାସନର ଅରମା କୁଦରେ ବସି ଗାଈଆଳ ଟୋକା ଆଳୁବାଳୁ ହୋଇ କହିଥିଲା : ଭାବନାକୁ ଜଗି ରଖ, ସିଏ କରେ ବାକ୍ୟ; ବାକ୍ୟକୁ ଜଗି ରଖ, ସିଏ କରେ କାର୍ଯ୍ୟ; କାର୍ଯ୍ୟକୁ ଜଗି ରଖ, ତା’ ହୁଏ ଅଭ୍ୟାସ; ଅଭ୍ୟାସକୁ ଜଗି ଚଳ, ତାହା ହେବ ଗୁଣ; ଗୁଣକୁ ବାନ୍ଧି ରଖ, ତାହା ହେବ ଚରିତ୍ର; ଚରିତ୍ରକୁ ଭିଡ଼ି ଧର, ତାହା ହେବ ତୁମର ଭାଗ୍ୟ ଓ ଭବିତବ୍ୟ।


News Story - Posted on 2017-06-18

ଓଡ଼ିଆଙ୍କୁ ବିଜୁଙ୍କ ଛୁରାମାଡ଼-୨



ଭିନ୍ନ ଭାବେ କହିଲେ, ୧୯୫୪ ଭାଷା ଆଇନ ପ୍ରଣୀତ ହେବା ସଙ୍ଗେ ସଙ୍ଗେ ସରକାରୀ ଭାଷା ଭାବେ ଓଡ଼ିଶା ରାଜ୍ୟରେ ଇଂରାଜୀ ଭାଷା ତା’ର ଅସ୍ତିତ୍ୱ ହରାଇ ସାରିଥିଲା। ଏହି ଦୃଷ୍ଟିରୁ ୧୯୬୩ରେ ବିଜୁ ପଟ୍ଟନାୟକ ଓଡ଼ିଶା ସରକାରୀ ଭାଷା ଆଇନର ସଂଶୋଧନ ବିଧେୟକ ଉପସ୍ଥାପନ କଲାବେଳକୁ ଓଡ଼ିଶାରେ ଇଂରାଜୀର ଆଇନଗତ ଅସ୍ତିତ୍ୱ ନଥିଲା। ଅତଏବ, ୧୯୬୫ ଜାନୁଆରି ୨୬ ପର୍ଯ୍ୟନ୍ତ ତାହା ଚାଲିଥିବ ଓ ସେଦିନ ତାହା ନିଷ୍କାସିତ ନହୋଇ ପୂର୍ବବତ‌୍‍ ଚାଲିବ ବୋଲି ବିଜୁ ଯେଉଁ ସଂଶୋଧନ ବିଧେୟକ ଆଗତ କଲେ ତାହା ଯେପରି ଥିଲା ସଂପୂର୍ଣ୍ଣ ବିଭ୍ରାନ୍ତିମୂଳକ, ଭିତ୍ତିହୀନ ଓ ବେଆଇନ, ତାହାକୁ ପାରିତ କରି ଓଡ଼ିଶା ବିଧାନସଭା ବି ସେହିପରି ବେଆଇନ କାମ କରିଥିଲା। କେତେକ ପ୍ରୌଢୀବାଜ ସଦସ୍ୟ ବିଧାନସଭାରେ ବନ୍ଧ୍ୟା ବାକଚାତୁରୀ ଦେଖାଇଥିଲେ ବିତର୍କ କାଳରେ। ସମୟକ୍ରମେ ତହିଁ ଉପରେ ଆମେ ଦୃଷ୍ଟିପାତ କରିବା। ମାତ୍ର ଏବେ ଏହା ହିଁ କୁହାଯାଇପାରେ ଯେ ଓଡ଼ିଆ ଭାଷା ଜନନୀ ଆଦି ଯେଉଁ ମୁମୂର୍ଷୁ ଅବସ୍ଥାରେ ପଡିଛି ତାହାପାଇଁ ଓଡ଼ିଶାର ୩ୟ ବିଧାନସଭା ଓ ତାର ପ୍ରୌଢୀବାଜ, ମତଲବଖୋର ସଦସ୍ୟମାନେ ସଂପୂର୍ଣ୍ଣତଃ ଦାୟୀ। ଏହି ବିଧାୟକୀୟ ମଥା-ପକ୍ଷାଘାତର ବ୍ୟଥାଦାୟକ ଚିତ୍ର ମିଳେ ୨୭।୯।୧୯୬୩ ତାରିଖର ବିଧାନସଭା ବିତର୍କରେ।


News Story - Posted on 2017-06-15

ଶିକ୍ଷାର ଗୈରିକୀକରଣ



ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦାୟିତ୍ୱ ଗ୍ରହଣ ପରଠାରୁ ଶିକ୍ଷାର ଗୈରୀକରଣ, ହିନ୍ଦୁତ୍ୱକରଣ ସହ ଇତିହାସର ପୁନର୍ଲିଖନ ପାଇଁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ କରିଛନ୍ତି। ଏହାସହ ବଜେଟ‍୍‌ରେ ପୂର୍ବରୁ ଆବଣ୍ଟିତ ଅର୍ଥରାଶିକୁ ହ୍ରାସ କରିବାରେ ଲାଗିଛନ୍ତି। ୨୦୧୪-୧୫ ଆର୍ଥିକ ବର୍ଷରେ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ପାଇଁ ଉଦ୍ଦିଷ୍ଟ ବଜେଟ‍୍‌ ଅର୍ଥରୁ ୪୫୭୨୨ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ୨୦୧୩-୧୪ରେ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ଏହି କ୍ଷେତ୍ର ପାଇଁ ଆବଣ୍ଟିତ ଅର୍ଥଠାରୁ ୧୧୩୪ କୋଟି ଟଙ୍କା କମ‍୍‌। କ୍ଷମତାକୁ ଆସିବା ପରେ ମୋଦି ସରକାର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତାର ପାଇଁ ଉଦ୍ଦିଷ୍ଟ ଅର୍ଥରୁ ୩୩୦୨ କୋଟି ଟଙ୍କା କାଟି ଦେଇଛନ୍ତି। ପୂର୍ବ ସରକାରଠାରୁ ଏହି ଅର୍ଥରାଶି ୭ ପ୍ରତିଶତ କମ‍୍‌। ଗତ ତିନିବର୍ଷରେ ବିଦ୍ୟାଳୟରେ ଛାତ୍ର ସଂଖ୍ୟା ବାର୍ଷିକ ୨ ପ୍ରତିଶତ ହାରରେ ୬ ପ୍ରତିଶତ ବୃଦ୍ଧି ପାଇଛି। ଅଥଚ ବଜେଟ‍୍‌ରୁ ଶିକ୍ଷା ପାଇଁ ଅର୍ଥ କାଟ‍୍‌ କରାଯାଉଛି। ସର୍ବଶିକ୍ଷା ଅଭିଯାନ ଯୋଜନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ୧୫୯୭ କୋଟି ଟଙ୍କା କାଟିଦିଆଯାଇଛି। ଏ ବାବଦରେ ୨୨୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ୨୦୧୪-୧୫ରେ ଏହି ଯୋଜନାରେ ୨୪୦୯୭ କୋଟି ଟଙ୍କା ଆବଣ୍ଟନ ହୋଇଥିଲା।


News Story - Posted on 2017-06-10

ଭସ୍ମାସୁର



ତେଣୁ ଆମ ଗୁରୁ ଗୋସେଇଁ କହିଲେ, ଶବ୍ଦକୁ ଏକଦମ‌୍‍ ଅମାନ୍ୟ କରିବୁନି କି ଅର୍ଥକୁ ପୂରା ବିଶ୍ୱାସ କରିବନୁ। ହୁସିଆର‌୍‍, ତା’ ଭିତରେ ନିଜ ମରିବା ଓ ବଞ୍ଚିବାର ଦାୟିତ୍ୱ ତୋ’ର। ସେତେବେଳେ ତୁ ପରାକ୍ରମରେ କମ୍ପୁଥିବୁ। ଏକା ଶବ୍ଦରେ ସଂପର୍କ ଯୋଡ଼ୁଥିବୁ, ଘର ବି ଭାଙ୍ଗୁଥିବୁ। କାଶ୍ମୀରରେ ଟେକା ପକୋଉଥିବୁ ଓ ସହୀଦ-ପେଟିରେ ଫୁଲ ଚଢ଼ୋଉଥିବୁ!


News Story - Posted on 2017-06-03

ନାଇସର ପାଇଁ ନବୀନଙ୍କ ଚିଠି



ଭୁବନେଶ୍ୱରର ନ୍ୟାସନାଲ ଇନ‌୍‍ଷ୍ଟିଚ୍ୟୁଟ ଅଫ‌୍‍ ସାଇନ୍ସ ଏଡୁକେସନ ଆଣ୍ଡ ରିସର୍ଚ ବା ନାଇସରକୁ ଇନଷ୍ଟିଚ୍ୟୁଟ‌୍‍ ଅଫ‌୍‍ ନ୍ୟାସନାଲ ଇମ୍ପୋର୍ଟାନ୍ସ ବା ଜାତୀୟ ଗୁରୁତ୍ୱ ଥିବା ପ୍ରତିଷ୍ଠାନର ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ସଂକ୍ରାନ୍ତରେ ସଂସଦରେ ଏକ ଆଇନ ପ୍ରଣୟନ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


News Story - Posted on 2017-05-26

ଶିକ୍ଷାର ମାନ ସୁନିଶ୍ଚିତ କରିବା



ସ୍କୁଲ ଶିକ୍ଷାକୁ ରୋଜଗାରକ୍ଷମ ଏବଂ ଗୁଣବତ୍ତାପୂର୍ଣ୍ଣ କରିବା ଲକ୍ଷ୍ୟରେ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭିନ୍ନ ଆର୍ଥିକ କ୍ଷେତ୍ର ଏବଂ ବିଶ୍ୱ ବଜାର ପାଇଁ ଯୁବବର୍ଗଙ୍କୁ ଶିକ୍ଷିତ, ରୋଜଗାରକ୍ଷମ ଏବଂ ପ୍ରତିଯୋଗୀତାମୂଳକ କରିବା ପାଇଁ କେନ୍ଦ୍ର ପ୍ରାୟୋଜିତ ଜାତୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ( ଆରଏମ‌୍‍ଏସ‌୍‍ଏ) ଯୋଜନା ଅନୁଯାୟୀ ମାଧ୍ୟମିକ ଉଚ୍ଚ ମାଧ୍ୟମିକ ଶିକ୍ଷାର ବ୍ୟବସାୟିକ ହ୍ରାସ ପାଇଁ ଉଦ୍ୟମ କରୁଛି। ଏହା ଦ୍ୱାରା ଶିକ୍ଷିତ ଓ ରୋଜଗାରକ୍ଷମ ଯୁବବର୍ଗଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ଏବଂ ମାଧ୍ୟମିକ ସ୍ତରରେ ଅଧାରୁ ପାଠପଢା ଛାଡୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ଏବଂ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଚାପ  ହ୍ରାସ ପାଇଁ ଦୃଷ୍ଟି ଦିଆଯାଉଛି। ଏହି ଯୋଜନାରେ ନବମ ଓ ଦ୍ୱାଦଶ ଶ୍ରେଣୀ  ପଯ୍ର୍ୟନ୍ତ ଖୁଚୁରା ବ୍ୟବସାୟ, ଅଟୋମୋବାଇଲ, କୃଷି, ଟେଲିଯୋଗଯୋଗ, ସ୍ୱାସ୍ଥ୍ୟଯତ୍ନ, ବିୟୁଟି ଏବଂ େୱଲନେସ, ଆଇଟି, ଇଲେକଟ୍ରୋନିକ୍ସ, ସୁରକ୍ଷା, ମିଡିଆ ଓ ମନୋରଂଜନ ଆଦି ରୋଜଗାରକ୍ଷମ  ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।


News Story - Posted on 2017-05-23

ଘରୋଇ କଲେଜ‌୍‍ର ଭିତ୍ତିଭୂମି ଅଛି କି?



ବିଶେଷସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚଳିତ ଶିକ୍ଷାବର୍ଷରେ ପୁଣିଥରେ ଉକ୍ତ ଭିତ୍ତିଭୂମିହୀନ କଲେଜ‌୍‍ଗୁଡ଼ିକୁ ନାମକୁ ମାତ୍ର ସ୍ପଷ୍ଟୀକରଣ ମଗାଯାଇଥିବା ବେଳେ ନାମଲେଖା ପାଇଁ ମଧ୍ୟ ସୁଯୋଗ ଦିଆଯାଇଥିବା ଜଣାପଡ଼ିଛି। ଗତବର୍ଷ ଭିତ୍ତିଭୂମି କାଗଜପତ୍ର ମଗାଯିବାରୁ ଏସ‌୍‍ଏମ‌୍‍ଆଇଟି +୨ ମହାବିଦ୍ୟାଳୟଡ୍ଗ ଏବଂ ମଡ଼ର୍ଣ୍ଣ କଲେଜ‌୍‍ ଫର‌୍‍ ଓମେନ‌୍‍ ଭିତ୍ତିଭୂମି ସୃଷ୍ଟି କରିପାରିବେ ନାହିଁ ବୋଲି ମନା କରିଦେଇଥିବା ସ୍ଥଳେ ବର୍ତ୍ତମାନ ଅନ୍ୟ ଭିତ୍ତିଭୂମି ବିହୀନ କଲେଜ‌୍‍ଗୁଡ଼ିକୁ ପୁଣି ଏକବର୍ଷ ସୁଯୋଗ ପ୍ରଦାନ କରାଯାଇଥିବାରୁ ନାମଲେଖାରୁ ହଟିଯାଇଥିବା ଦୁଇ କଲେଜ‌୍‍ ମଧ୍ୟ ଛାତ୍ରଛାତ୍ରୀ ଖୋଜିବା ଆରମ୍ଭ କରିଥିବା ଜଣାପଡ଼ିଛି। ଯାହାଫଳରେ ନିରୀହ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପୁଣିଥରେ ବେସରକାରୀ ଆବାସିକ ମହାବିଦ୍ୟାଳୟମାନଙ୍କ ଶିକାର ହେବାକୁ ଯାଉଛନ୍ତି। ଏଥିପାଇଁ କଲେଜ‌୍‍ଗୁଡ଼ିକ ପକ୍ଷରୁ ଦଲାଲ‌୍‍ ସକ୍ରିୟ ହୋଇଛନ୍ତି। ଅଭିଭାବକମାନଙ୍କୁ ପ୍ରବର୍ତ୍ତାଇବା ସହ ଛାତ୍ରଛାତ୍ରୀମାନଙ୍କ ପ୍ରମାଣପତ୍ର ଆଣି ନାମ ଲେଖାଇବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳୁଛି।


News Story - Posted on 2017-05-16

ନାମଲେଖା ଋତୁ- ସକ୍ରିୟ ଦଲାଲ!



ଶିକ୍ଷାଦାନ ପାଇଁ ଆବଶ୍ୟକ ଭିତ୍ତିଭୂମି ନଥାଇ ମଧ୍ୟ ବେସରକାରୀ କଲେଜଗୁଡ଼ିକ ବେଲଗାମ‌୍‍ ଭାବେ ଚାଲିଛି। ବାରମ୍ୱାର ଖବରକାଗଜରେ ପ୍ରକାଶ ପାଇବା ପରେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଏବଂ ଉକ୍ତ କଲେଜଗୁଡ଼ିକ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ ପଛରେ ରହସ୍ୟ କ’ଣ ତାହା ଏକ ବିରାଟ ପ୍ରଶ୍ନବାଚୀ।


News Story - Posted on 2017-05-14

ଏନ‌୍‍ଏସ‌୍‍ଏସ‌୍‍: ନଟ୍‌ ମି, ବଟ୍‌ ୟୁ!



ଏନ‌୍‍ଏସ‌୍‍ଏସ‌୍‍ର ଉଦ୍ଦେଶ୍ୟ ସେବା ଜରିଆରେ ଜ୍ଞାନ ଆହରଣ। ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ହେଉଛି  ଏନ‌୍‍ଏସ‌୍‍ଏସ‌୍‍ର ଉଦ୍ଦେଶ୍ୟ। ଏହାର ମୂଳ ଉଦ୍ଦେଶ୍ୟ ହେଲା ‘ନଟ୍‌ ମି, ବଟ‌୍‍ ୟୁ’। ଜଣେ ଏନ‌୍‍ଏସ‌୍‍ଏସ‌୍‍ ସ୍ବେଚ୍ଛାସେବୀ ଗୋଷ୍ଠୀ ସମ୍ମୁଖରେ ନିଜକୁ ରଖି କାର୍ଯ୍ୟ କରିଥାଏ। ଏହା ମୂଲ୍ୟଭିତ୍ତିକ ଶିକ୍ଷା ଯାହା ଖୁବ‌୍‍ ଶୀଘ୍ର ମହତ୍ୱପୂର୍ଣ୍ଣ  ହୋଇଥାଏ।


News Story - Posted on 2017-05-11

ମାଓବାଦୀ ସାହିତ୍ୟ ଜରୁରୀ!



ମାଓବାଦୀମାନେ ତାଙ୍କ ମୂଳ ଦର୍ଶନତତ୍ତ୍ୱକୁ ମାର୍କ୍ସବାଦୀ, ଲେନିନ‌୍‍ବାଦୀ, ମାଓବାଦୀ ଦର୍ଶନରୁ ଆଣିଛନ୍ତି। ସେମାନଙ୍କୁ ସବୁଠୁ ବେଶୀ ମାଓବାଦୀ ଦର୍ଶନ ପ୍ରଭାବିତ କରିଥିବାରୁ ସେମାନେ ଆପଣାକୁ ମାଓବାଦୀ ଆଖ୍ୟା ଦେଇ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଅବଶ୍ୟ ଫିଡାଲ କାଷ୍ଟ୍ରୋ, ଚେଗୁଆଭରାଙ୍କ ଗରିଲା ଯୁଦ୍ଧ ସେମାନଙ୍କୁ ପ୍ରଭାବିତ କରିଛି।


News Story - Posted on 2017-05-10

ପତିତ ପୁଷ୍ପଗିରିର ସଂରକ୍ଷଣ ଜରୁରୀ



ଯାଜପୁର ଜିଲ୍ଲାର ରତ୍ନଗିରି, ଉଦୟଗିରି ଓ କଟକ ଜିଲ୍ଲାର ଲଳିତଗିରିଠାରେ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀଠାରୁ ଏକ ପ୍ରମୁଖ ତଥା ପ୍ରସିଦ୍ଧ ବୌଦ୍ଧ ବିହାର ଗଢ଼ିଉଠିଥିଲା। ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀ ଅର୍ଥାତ‌୍‍ ଓଡିଶାରେ ଭୌମକର ବଂଶୀୟ ରାଜାମାନଙ୍କର ରାଜତ୍ୱ ପୂର୍ବରୁ ବୌଦ୍ଧଧର୍ମର ପ୍ରାଧାନ୍ୟ କେତେକ ସୀମାନ୍ତ ଅଂଚଳରେ ହିଁ ରହିଥିଲା। ଖ୍ରୀଷ୍ଟୀୟ ପଂଚମ ଓ ଷଷ୍ଠ ଶତାବ୍ଦୀରେ ବ୍ରାହ୍ମଣ୍ୟ ଧର୍ମାବଲମ୍ୱୀଙ୍କ ସହିତ ବୌଦ୍ଧ ଭିକ୍ଷୁମାନଙ୍କର ସୌହାର୍ଦ୍ଦ୍ୟ ପ୍ରତିଷ୍ଠିତ ହୋଇଥିବା ଜଣାଯାଏ। ତାହା ହୋଇ ନଥିଲେ ଏ ରାଜ୍ୟର ସୀମାନ୍ତ ଅଂଚଳରେ ବୌଦ୍ଧ ବିହାରମାନ ପ୍ରତିଷ୍ଠା ଲାଭ କରିବା ଆଦୌ ସମ୍ଭବ ହୋଇନଥାନ୍ତା। ଉତ୍କଳରେ ଭୌମକର ବଂଶୀୟ ରାଜାମାନେ ହିଁ ବୌଦ୍ଧ ଧର୍ମକୁ ପୁନରୁଜ୍ଜୀବିତ କରି ବହୁ ବୌଦ୍ଧ ଚୈତ୍ୟ ଓ ବିହାର ସମେତ ଶିକ୍ଷାନୁଷ୍ଠାନ ତଥା ଆଶ୍ରମମାନ ନିର୍ମାଣ କରିଥିଲେ। ସେମାନଙ୍କ ପୁନର୍ଗଠନର ଫଳସ୍ୱରୂପ ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଭଳି ବିଶ୍ୱବିଖ୍ୟାତ ବୌଦ୍ଧ ଧର୍ମପୀଠଗୁଡ଼ିକର ଅଭ୍ୟୁଦୟ ଘଟିଥିଲା। ଭୌମକର ବଂଶୀୟ ପ୍ରଥମ ରାଜା ଉନ୍ମତ୍ତ କେଶରୀ ‘ପରମ ଉପାସକ’ ଓ ‘ପରମ ସୌଗତ’ ଉପାଧିରେ ଭୂଷିତ ହୋଇ ଉତ୍କଳରେ ବୌଦ୍ଧଧର୍ମକୁ ରାଜଧର୍ମ ରୂପେ ମଧ୍ୟ ଘୋଷଣା କରିଥିଲେ। ଗୌରବର ବିଷୟ, ବୌଦ୍ଧଧର୍ମର ଇତିହାସରେ ପ୍ରଥମ ବୌଦ୍ଧ ରୂପେ ଖ୍ୟାତିଲାଭ କରିଥିବା ତପସୁ ଓ ଭଲ୍ଲିକ ନାମକ ଦୁଇଜଣ ବଣିକ ହିଁ ଥିଲେ ଉତ୍କଳୀୟ। ସେ ଯାହା ହେଉ, ବୌଦ୍ଧଧର୍ମକୁ ବିଶ୍ୱବ୍ୟାପୀ କରିବାରେ କଳିଙ୍ଗ ଉତ୍କଳର ଗୌରବମୟ ଅବଦାନ ଆଜି ବି ସ୍ମରଣୀୟ।


News Story - Posted on 2017-05-09

ବିଜୁଙ୍କ ଛୁରାମାଡ଼ରେ ଓଡ଼ିଆ ଲୋପ!



ଓଡ଼ିଆ ଭାଷାଜନନୀ ଅବସ୍ଥା ଏବେ ଅତି ଶୋଚନୀୟ। ସନ ୧୯୬୩ରେ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବାର ଅବ୍ୟବହିତ ପୂର୍ବରୁ ବିଜୟାନନ୍ଦ ପଟ୍ଟନାୟକ (ବିଜୁ) ଓଡ଼ିଆ ଜାତି ଉପରେ ପ୍ରତିଶୋଧ ନେବା ମତଲବରେ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ଅକାମୀ କରିଦେବାପାଇଁ ତହିଁର ସଂଶୋଧନ କରାଇ ଇଂରାଜୀ ଭାଷାକୁ ସରକାରୀ ଭାଷା କରାଇଦେଲେ। ଫଳରେ ଓଡ଼ିଆ ଜାତିର ମାତୃଭାଷା ଆଉ ରାଜ୍ୟ ପରିଚାଳନାର ଭାଷା ହୋଇ ରହିଲା ନାହିଁ। ଏହା ମୁମୂର୍ଷୁ ଅବସ୍ଥାରେ ପଡିଥିବା ବେଳେ ଗତ ୧୭ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗାଦି ମାଡିବସିଥିବା ବିଜୁନନ୍ଦନ ନବୀନ ଓଡ଼ିଆ ଭାଷାକୁ ସଂପୂର୍ଣ୍ଣ ମାରିଦେବାକୁ ଚେଷ୍ଟା ଚଳାଇଛନ୍ତି। ତେଣୁ ପ୍ରତ୍ୟେକ ଓଡ଼ିଆ  ଏହା ସବିଶେଷ ଜାଣିବାର ଅଧିକାର ଅଛି। ଏହି ନିବନ୍ଧରେ ବିଜୁବାବୁ ଓଡ଼ିଆ ଭାଷା ଛାତିରେ ଭୁଷିଥିବା ଛୁରୀ ସଂପର୍କରେ ଉପସ୍ଥାପନା କରାଯାଇଛି।


News Story - Posted on 2017-04-27

ଓଡ଼ିଆଙ୍କ ଓଡ଼ିଆ ଶିକ୍ଷା



ଲୁଚିବା ଓ ହଜିବା ଭିତରେ ଆକାଶ ପାତାଳ ପ୍ରଭେଦ। ଇଚ୍ଛା କରି ହଜିଲେ ତାହା ଲୁଚିବା ସାଙ୍ଗରେ ସମାନ ଏବଂ ମନ ଭୁଲେଇ ନିଜେ ଲୁଚିବା ଅସମ୍ଭବ। ଏ ଦୁଇ ଅନ୍ତିମ ବାସ୍ତବତା ଭିତରେ ମଣିଷ ବଞ୍ଚିବାକୁ ବାଧ୍ୟ। ଏ ବ୍ୟବଧାନର କଣ୍ଟା ଜଗି ବାଟ ନ ଚାଲିଲେ କାଲିର ପ୍ରେମ ଆଜି ପ୍ରଳୟରେ ପରିଣତ ହୁଏ।


News Story - Posted on 2017-04-27

ଗନ୍ଧମାଦ୍ଦନ ଟେକିଲେ କେମିତି ହନୁମାନ?



ବିଜୁବାବୁ ବଞ୍ଚିଥିଲା ବେଳେ ଜନ ମାନସରେ ଯେତିକି ନଥିଲେ ମୃତ୍ୟୁ ପରେ ଏବେ ପିଲାଠାରୁ ବୁଢ଼ାଙ୍କ ମନରେ ତାହାଠାରୁ ଶହେଗୁଣ ଅଧିକ ରହିଗଲେଣି। ଓଡ଼ିଶାଟା ସାରା ଏବେ ବିଜୁମୟ ହୋଇଗଲାଣି। କେବଳ ତାଙ୍କ ପୁଅଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ନେତୃତ୍ୱାଧୀନ ରାଜନୈତିକ ଦଳର କର୍ମୀ, ନେତା ଓ ସମର୍ଥକ ନୁହଁନ୍ତି, ପ୍ରତିପକ୍ଷ ଦଳର ନେତା ଓ କର୍ମୀମାନେ ମଧ୍ୟ ବିଜୁବାବୁଙ୍କ ପ୍ରଶଂସାରେ ଶତମୁଖ। ଦିନକୁ ଦିନ ଯୁବିପିଢି ତାଙ୍କ ଆଦର୍ଶରେ ଅଧିକ ସଂଖ୍ୟାରେ ଅନୁପ୍ରାଣିତ ହେଇଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ୱା କେନ୍ଦ୍ରୀୟ ମନ୍ତ୍ରୀମାନେ ଓଡ଼ିଶା ଆସିଲେ ବିଜୁବାବୁଙ୍କ ନାମ ନେଉଛନ୍ତି। ଏହା ସତ୍ତ୍ୱେ ସେହି ମହାନ‌୍‍ ଜନନାୟକଙ୍କର ବହୁ ଗାଥା ଅଲିଖିତ ହୋଇ ରହିଯାଇଛି। ଆଲୋଚନା ମଧ୍ୟ ହୋଇନାହିଁ। ଏପରି ଏକ ଗାଥା ହେଉଛି ତାଙ୍କର ଉପସ୍ଥିତ ବୁଦ୍ଧି। ବିଶେଷକରି ଉତ୍ତେଜିତ ଛାତ୍ର ସମାଜକୁ ବଶୀଭୂତ କରିବାର ଉପସ୍ଥିତ ବୁଦ୍ଧି। ଯାହାର କି ଆମେ ପ୍ରତ୍ୟକ୍ଷଦର୍ଶୀ। ଦୁଇଟି ଘଟଣାରେ ଉଦ୍ଦଣ୍ଡ ହୋଇଉଠୁଥିବା ଛାତ୍ରମାନେ କିପରି ଚୁପ‌୍‍ ବା ନିର୍ବାକ‌୍‍ ହୋଇଗଲେ, ତାହା ଆମେ ଉପଲବ୍ଧି କରିଥିଲୁ। ତାଙ୍କର ମହାପ୍ରୟାଣ ତିଥିରେ  ଆମେ ତାହାକୁ ହିଁ ସ୍ମରଣ କରୁଛୁ।


News Story - Posted on 2017-04-27

ଗାନ୍ଧୀ, ଗୋପବନ୍ଧୁ ଓ ଭଦ୍ରକ



‘ଭଦ୍ରକ ପୂର୍ବରୁ ମୋତେ ଏହା ଅପେକ୍ଷା ବ ସମ୍ମାନ ଦେଇଅଛି। ଭଦ୍ରକରେ ୧୪୪ ଧାରା ହୁକୁମ୍ ନ ମାନିନଥିବାରୁ ମୋର ଆଦ୍ୟ କାରାଦଣ୍ଡ ହୋଇଥିଲା ବୋଲି ଆପଣମାନେ ଯାହା ଉଲ୍ଲେଖ କରିଛନ୍ତି, ତାହା ମୋ ଜୀବନରେ ଏକ ବିଶିଷ୍ଟ ସମ୍ମାନ। ତେଣୁ ଭଦ୍ରକଠାରେ ମୁଁ ବିଶେଷ ଋଣୀ ଏବଂ ଏହି କାରଣରୁ ଭଦ୍ରକ ପ୍ରତି ମୋର ବିଶେଷ ମମତା।... ଏଠାରେ କେବଳ ହିନ୍ଦୁ ମୁସଲମାନ ମିଳନ ବିଷୟରେ ଦୁଇ କଥା କହିବା ଆବଶ୍ୟକ ମନେ କରୁଛି। ଭଦ୍ରକରେ ୧୧/୧୨ ହଜାର ମୁସଲମାନ ବାସ କରନ୍ତି। ପଡ଼ୋଶୀ ହିନ୍ଦୁମାନଙ୍କ ସଙ୍ଗେ ସେମାନଙ୍କର ବରାବର ଭାଇ ଭାବ ରହିଥିବା ବି ସୁଖର କଥା। ଓଡ଼ିଶାରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ବାଦବିବାଦ ନାହିଁ, ଏ ପ୍ରଦେଶର ଏ ଗୌରବ ସର୍ବଦା ଯେପରି ଅକ୍ଷୁଣ୍ଣ ରହେ, ତାହା ମୋର ଏକାନ୍ତ ପ୍ରାର୍ଥନା।’


News Story - Posted on 2017-04-27

ଭାଷା ଆନ୍ଦୋଳନର ବର୍ଷପୂର୍ତ୍ତି



ମାତୃଭାଷା ଓଡ଼ିଆରେ ଶାସିତ ହେବା ପାଇଁ ଓଡ଼ିଶାର ଜନସାଧାରଣ, ଗଣମାଧ୍ୟମ ଓ ଲୋକ ପ୍ରତିନିଧିମାନେ ଚାହୁଁଥିବା ବେଳେ ରାଜନୈତିକ ଦଳ ଦଳୀୟ ମତାମତକୁ ନ ନେଇ ହାଇକମାଣ୍ଡଙ୍କର ନିର୍ଦ୍ଦେଶକୁ ମାନିବା ଆଜି ରାଜନୈତିକ ଇଚ୍ଛାଶକ୍ତି ପ୍ରଶାସନିକ ଇଚ୍ଛାଶକ୍ତିରେ ଚାପି ହୋଇଯାଇଛି। କାରଣ ପ୍ରଶାସନିକ ଇଚ୍ଛା ଶକ୍ତି ହିଁ ଆଇନର ପରିସୀମା (ଦଣ୍ଡ ବିଧାନ) ମଧ୍ୟରେ ଆସୁଛନ୍ତି। କାରଣ ଜନସାଧାରଣଙ୍କର ଟିକସରେ ଦରମା ନେଇ ଚାକିରି କରିଥିବା ସରକାରୀ ବାବୁମାନେ ବା ପ୍ରଶାସନିକ ଅଧିକାରୀମାନେ ଜନସାଧରଣଙ୍କ ନିକଟରେ ଦାୟୀ ରୁହନ୍ତେ। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ରାଜନୈତିକ ଅଧିକାରୀମାନଙ୍କୁ ଘଣ୍ଟ ଘୋଡାଇଥିବା ପ୍ରଶାସନ ତାହା ବିଭ୍ରାନ୍ତ ହୁଏ। ସ୍ପଷ୍ଟ ପ୍ରମାଣିତ ଯେ, ଆଜି ଗୋଟିଏ ଖବରକାଗଜରେ ସରକାରୀ ଦଳର ବରିଷ୍ଠ ସଦସ୍ୟ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି ଯେ ଭାଷା ଆଇନଟି କାଯ୍ର୍ୟକାରୀ କରିବାକୁ ହେଲେ ଆଇନରେ ଦଣ୍ଡ ବିଧାନର ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ  ଏବଂ ସରକାର ତାହା କରିବାକୁ ଯାଉଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଦୀର୍ଘ ୧ ବର୍ଷ (୩୬୫ ଦିନ) ହେଲା ସରକାର ଏହି ଆଇନଟି ଉପରେ ଶୋଇ ରହିଛନ୍ତି। ଏହା କଣ ପ୍ରଶାସନିକ ଅଧିକାରୀଙ୍କୁ ଘଣ୍ଟ ଘୋଡାଇବା ସଦୃଶ୍ୟ ନୁହେଁ କି?


News Story - Posted on 2017-04-08

ଆଉ ଏକ ଲଜ୍ଜା!



ଆଉ କେତେ ସହିବ ଏ ଜାତି ? ଆଉ କେତେ ପଛକୁ ଯିବ ଓଡ଼ିଶା ଶିକ୍ଷାବ୍ୟବସ୍ଥାର ସ୍ଥିତି? ଭିତ୍ତିଭୂମି, ଉପକରଣ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଅଭାବ ଓ ଶିକ୍ଷାବିଭାଗର ପଦାଧିକାରୀ ନିଯୁକ୍ତି ପ୍ରକ୍ରିୟା ଦୁର୍ବଳ ଏବଂ ଶିକ୍ଷାର ବିଭିନ୍ନ ବିଭାଗରେ ଚାଲିଥିବା ତ୍ରୁଟିଯୁକ୍ତ ପରିଚାଳନା ଆଜି ଓଡ଼ିଶା ଶିକ୍ଷାକୁ ରସାତଳଗାମୀ କରିଛି। ଏପରିକି ପିଲାଙ୍କୁ ଯଥା ସମୟରେ ପାଠ୍ୟପୁସ୍ତକ, ସୁବିଧା ସୁଯୋଗ ଦେବା ଏବଂ ପରୀକ୍ଷା ପରୀଚାଳନାରେ ସ୍ୱଚ୍ଛତା ଆଣିବା- ସବୁଥିରେ ଫେଲ‌୍‍ ମାରିଛନ୍ତି ରାଜ୍ୟ ସରକାର। ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ କରାଯାଉଛି ବୋଲି ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି, ଏହା କେବଳ ସରକାରଙ୍କ ବାହାସ୍ପୋଟ ବୋଲି ପ୍ରମାଣିତ ହୋଇଛି। ଏହା ରାଜ୍ୟ ସରକାରଙ୍କ ଅପାରଗତାକୁ ପୁଣି ଥରେ ପଦାରେ ପକାଇଛି। ଜାତୀୟସ୍ତରରେ ଓଡ଼ିଶାକୁ ପୁଣି ଥରେ ଲଜ୍ଜିତ ହେବାକୁ ପଡ଼ିଛି।


News Story - Posted on 2017-04-05

ବର୍ବାଦ ହେଲା ୧୪,୩୮୨ କୋଟି!



ଏତେ ଟଙ୍କା ଖର୍ଚ୍ଚ ସତ୍ତ୍ବେ ଓଡ଼ିଶାର ସବୁ ଶିଶୁ ସ୍କୁଲ ମାଟି ମାଡ଼ି ନାହାନ୍ତି। ରାଜ୍ୟରେ ଏବେ ବି ନିରକ୍ଷରଙ୍କ ସଂଖ୍ୟା ୧ କୋଟି ଉପରେ। ତେବେ ଏ ଅର୍ଥ କ’ଣ ବରବାଦ ହେଲା ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।


News Story - Posted on 2017-04-05

୮୨୧ରୁ ନ୍ୟାକ୍‌ ପାଇଛନ୍ତି ୧୬୫



ଓଡ଼ିଶାରେ ୮୨୧ଟି ଉଚ୍ଚଶିକ୍ଷାନୁଷ୍ଠାନ ରହିଥିବା ବେଳେ ସେଥିରୁ ମାତ୍ର ୧୬୫ଟିର ନ୍ୟାକ‌୍‍ ମାନ୍ୟତା ରହିଛି। ଏ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟରୁ ମାତ୍ର ଗୋଟିଏ ବିଶ୍ୱବିଦ୍ୟାଳୟ ‘ଏ’ ପ୍ଲସ‌୍‍ ଗ୍ରେଡ‌୍‍ ପାଇଥିବା ବେଳେ ୫ଟି ବିଶ୍ୱବିଦ୍ୟାଳୟ ଓ ୯ଟି କଲେଜର ‘ଏ’ ଗ୍ରେଡ‌୍‍ ମାନ୍ୟତା ଅଛି। ବିଧାୟକ ଦିଲିପ ରାୟ ଏକ ତାରକା ଚିହ୍ନିତ ପ୍ରଶ୍ନର ସିଧାସଳଖ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଦେଇଥିବା ପରିସଂଖ୍ୟାନରୁ ଏହା ଜଣାପଡ଼ିଛି।


News Story - Posted on 2017-04-04

ସରକାର ପାଠ ପଢ଼ିନାହାନ୍ତି କି?



ଓଡ଼ିଶା ସରକାରଙ୍କ ପରିଚାଳିତ କୌଣସି ଶିକ୍ଷା ସଂସ୍ଥା ଏହି ତାଲିକାରେ ନରହିବା ରାଜ୍ୟ ସରକାରଙ୍କ ଅପାରଗତା ଓ କୁଶାସନର ଅନ୍ୟ ଏକ ପ୍ରମାଣ ଉପସ୍ଥାପନ କରୁଛି। ଏକଦା ଭାରତବର୍ଷରେ ନାଁ କମେଇଥିବା ରେଭେନ୍ସା କଲେଜ ଓ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରାଜ୍ୟ ସରକାରଙ୍କ ଅଧୀନସ୍ତ ପ୍ରାୟ ସମସ୍ତ ବିଶ୍ବ ବିଦ୍ୟାଳୟ ଓ କଲେଜର ରାଜନୀତିକରଣ ତଥା ଦୁର୍ନୀତି ଯୋଗୁଁ ଚରମ ଅଧୋଗତିର ସମ୍ମୁଖୀନ ହୋଇଛି। ରାଜ୍ୟର ପ୍ରାୟ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ବର୍ଷ ବର୍ଷ ଧରି ଶିକ୍ଷା ଓ ପରିଚାଳନା ସଂପର୍କୀତ କର୍ମଚାରୀ ସଂକଟ ଲାଗି ରହିଛି। କୁପରିଚାଳନା ହେତୁ ସବୁ ସଂସ୍ଥାରେ ଧର୍ମଘଟ, ସବୁଠି ଗୁଣ୍ଡାରାଜ ଓ ଅରାଜକତା। ଜଣାପଡ଼ୁଛି ଯେମିତି ଖୋଦ ଓଡ଼ିଶା ସରକାରରେ ଶିକ୍ଷା ଓ ସଂସ୍କାରର ଘୋର ଅଭାବ ରହିଛି। ସେଥିପାଇଁ ସେମାନେ ରାଜ୍ୟର ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ସୁବିଧା ଯୋଗାଇଦେବାରେ ବିଫଳ ହୋଇଚାଲିଛନ୍ତି।


News Story - Posted on 2017-04-02

ଓଡିଆ ଭାଷାର ଆଗତ ଭବିଷ୍ୟ



ତେବେ ଖାଲି କ’ଣ ସାହିତ୍ୟର ସମ୍ଭାରକୁ ନେଇ ଭାଷା ବଞ୍ଚିବ? ଭାଷା ସମର୍ଥ ବୋଲି ଜଣାପଡେ ଯେତେବେଳେ ଜ୍ଞାନ, ବିଜ୍ଞାନ, ସାହିତ୍ୟ, ଇତିହାସ, ରାଜନୀତି, ବାଣିଜ୍ୟ, ଚିକିତ୍ସା ବିଜ୍ଞାନ ସବୁ ବିଷୟରେ ଭାଷା ଅଭିବ୍ୟକ୍ତ କରିବାରେ ସମର୍ଥ ହୁଏ। ତେଣୁ ଓଡିଆରେ ପାଠ୍ୟପୁସ୍ତକ ରଚନା ହେବା ନିହାତି ଆବଶ୍ୟକ। ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଓଡିଆରେ ଲେଖାଯାଉଛି। ପିଲାଏ ପଢୁଛନ୍ତି। ଅବଶ୍ୟ ଆଜିକାଲି ଇଂରାଜୀ ମାଧ୍ୟମ ଶିକ୍ଷାପ୍ରତି ଆଗ୍ରହ ବଢିଛି। ତେଣୁ କିଛି କିଶୋର କିଶୋରୀ ଓଡିଆରେ କଥାବାର୍ତ୍ତା କରୁଛନ୍ତି ସିନା ଲେଖା ପଢା କରୁନାହାନ୍ତି। ସବୁଠାରୁ ଅନ୍ତର୍ଦାହର ବିଷୟ ହେଲା ସେମାନେ ଓଡିଆ ନ ଜାଣିଥିବାରୁ ଗର୍ବ ଅନୁଭବ କରୁଛନ୍ତି। ଓଡିଶାର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଓଡିଆ ଭାଷାକୁ କଡାକଡି ପଢାଇବାର ଅଛି। ଚାକିରି କ୍ଷେତ୍ରରେ ଓଡିଆ ମାଧ୍ୟମକୁ ବ୍ୟବହାର କରିବାର ଅଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡିଆଭାଷାରେ ପାଠ୍ୟପୁସ୍ତକ ରଚନା। ସରକାର ପରିଚାଳିତ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ଉଦ୍ୟମ ଏ କ୍ଷେତ୍ରରେ ପର୍ଯ୍ୟାପ୍ତ ହେଉନାହିଁ। ଉ&#


News Story - Posted on 2017-04-01

ଓଡିଅା ଅାନ୍ଦୋଳନର ପ୍ରଥମ ଶହୀଦ



ସ୍ବାଧୀନ ସଂଘୀୟ ଭାରତର ରାଜ୍ୟ ପୁନର୍ଗଠନ ପାଇଁ ଅାଦର୍ଶ ଥିବା ଓଡିଶାର 2500 ବର୍ଷର ଏହି ସମୃଦ୍ଧ ଭାଷା ଦକ୍ଷିଣପୂର୍ବ ଏସିଅା ପର୍ଯ୍ୟନ୍ତ ବ୍ୟାପ୍ତ ଥିବାର ସ୍ପଷ୍ଟ ପ୍ରମାଣ ମିଳେ। ଐତିହାସିକ ତଥ୍ୟ ଅନୁସାରେ ଓଡିଅା ଭାଷା ପାଇଁ ପ୍ରଥମ ରାଜନୈତିକ ପଟ୍ଟ ପରିବର୍ତ୍ତନ ହୁଏ ଏକାଦଶ ଶତାବ୍ଦୀରେ, ଯେତେବେଳେ ଦକ୍ଷିଣର ସାମନ୍ତରାଜା ଚୋଳଗଙ୍ଗ ଦେବ ସକଳୋତ୍କଳର ରାଜା ହୋଇ ଲୋକଭାଷା ଉଡ୍ର ବା ଓଡିଅାକୁ ପୁଣି ଥରେ ସଂସ୍କୃତ ସହିତ ରାଜଭାଷାର ମାନ୍ୟତା ଦେଲେ। ସେହିପରି ଦ୍ବିତୀୟ ପଟ୍ଟପରିବର୍ତ୍ତନ ପଂଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବଙ୍କ ଦ୍ବାରା ହୋଇ କେବଳ ଉଡ୍ର ବା ଓଡିଅା ଭାଷା ରାଜଭାଷାର ମାନ୍ୟତା ପାଇଲା। ତୃତୀୟ ଭାଷା ଅାନ୍ଦୋଳନ ହୋଇଥିଲା ଉନ୍ନବିଂଶ ଶତାବ୍ଦୀରେ, ଯେତେବେଳେ ଓଡିଅା ଅଂଚଳରେ ତେଲୁଗୁ, ହିନ୍ଦୀ ଓ ବଙ୍ଗଳାଭାଷାକୁ ରାଜଭାଷା ଭାବରେ ଘୋଷଣା କରାଗଲା।


News Story - Posted on 2017-03-25

ସ୍ମାର୍ଟ ସିଟି ଭାଷା ବିରୋଧୀ!



ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୦ ବର୍ଷ ପାଳନ ଅବସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନରେ ଭାଷା ଭବନ ନିର୍ମାଣ କାର୍ଯ୍ୟ ସମ୍ଭବ ନୁହେଁ। ଏହି ଭାଷା ଭବନ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବା ସହିତ ଅର୍ଥ ବରାଦ କରିବା ସଙ୍ଗେ ସଙ୍ଗେ ପୂର୍ତ୍ତ ବିଭାଗକୁ ନିର୍ମାଣ ଦାୟିତ୍ୱ ଦେଇଥିଲେ ବି ସ୍ମାର୍ଟ ସିଟିର ନିର୍ବାହୀ ଅଧିକାରୀ ଏହି ଜମିରେ ନିର୍ମାଣ ଉପରେ ରୋକ‌୍‍ ଲଗାଇ ଥିବାରୁ କାମ ଆଗେଇ ପାରୁନାହିଁ। ବିଜେପି ବିଧାୟକ ଦିଲିପ ରାୟଙ୍କ ବିଧାନସଭାରେ ଭାଷା ଭବନ ନିର୍ମାଣ ସଂକ୍ରାନ୍ତରେ ଉଠାଇଥିବା ପ୍ରଶ୍ନର ଉତ୍ତରରେ ଏ କଥା କହିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।


News Story - Posted on 2017-03-24

ସ୍ୱର୍ଣ୍ଣିମ ଓଡ଼ିଶା ପାଇଁ ଅନୁଚିନ୍ତା



ପୁଣ୍ୟ ଭୂମି ଓଡ଼ିଶାରେ ପ୍ରଭୁ ଜଗନ୍ନାଥ ସ୍ୱୟଂ ବାସ କରନ୍ତି। କିଂବଦନ୍ତି କହେ, ଭଗବାନ ଶ୍ରୀକୃଷ୍ଣ ଦେହତ୍ୟାଗ କରିବା ପରେ ତାଙ୍କର ଅର୍ଦ୍ଧଦଗ୍ଧ ଶରୀର ଦାରୁ ରୂପରେ ସମୁଦ୍ରରେ ଭାସିଭାସି ଶ୍ରୀକ୍ଷେତ୍ର ବେଳା ଭୁମିରେ ଲାଗିଥିଲା। ରାଜା ଇନ୍ଦ୍ରଦ୍ୟୁମ୍ନ ତାହା ଉଦ୍ଧାର କରି ସେଥିରେ ଜଗନ୍ନାଥଙ୍କ ବିଗ୍ରହ ଗଢ଼ି ପୂଜା ଆରମ୍ଭ କରିଥିଲେ। ଭାରତ ବର୍ଷର ପୂର୍ବ ଉପକୂଳରେ ଅବସ୍ଥିତ ଏହି ରାଜ୍ୟର ନାମ ଓଡ଼ିଶା। ଅତୀତରେ ଉଡ଼୍ର, ଉତ୍କଳ, କଳିଙ୍ଗ , ତୋଷଳ, କୋଶଳ ଏବଂ କଙ୍ଗୋଦ ନାମରେ ଖଣ୍ଡ ବିଖଣ୍ଡିତ ଭାବେ ପରିଚିତ ହେବା ପରେ ୧୯୩୬ ମସିହା ଏପ୍ରିଲ ପହିଲାରୁ ଏହା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କରିଛି। ୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନର ଶତବର୍ଷିକୀ ପାଳନ ହେବାକୁ ଯାଉଛି।


News Story - Posted on 2017-03-19

ହାଇସ୍କୁଲ ସ୍ତରରେ ୧୭୦୦୦ ପଦ ଖାଲି



ରାଜ୍ୟରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକରେ ୧୭୦୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲିପଡ଼ିଛି। ଏସବୁ ପଦବୀ ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରଦାନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି।


News Story - Posted on 2017-03-17

୧୫ ଆଇଆଇଆଇଟି ଗୁରୁତ୍ବପୂର୍ଣ୍ଣ



ଏହି ଅନୁଷ୍ଠାନମାନଙ୍କ ଦ୍ୱାରା ସାମର୍ଥ୍ୟବାନ ବୈଷୟିକ ମାନବ ସମ୍ୱଳ ସୃଷ୍ଟି କରାଯିବ ଯାହାଫଳରେ କି ଦେଶରେ ଏକ ଦକ୍ଷ ମାନବ ସମ୍ୱଳର ଭଣ୍ଡାର ଗଠନ ହେବ। ସବୁ ଜାତି, ବର୍ଣ୍ଣ ତଥା ସାମାଜିକ ଓ ଆର୍ଥିକ ବର୍ଗର ଛାତ୍ର ଛାତ୍ରୀଙ୍କ ପାଇଁ ଏହି ସବୁ ଅନୁଷ୍ଠାନ ମୁକ୍ତ ରହିବ। ଏହି ଭଳି ସରକାରୀ-ଘରୋଇ ଭାଗିଦାରୀତାରେ ଚାଲିଥିବା ୧୫ଟି ଆଇଆଇଆଇଟି ହେଲା- ଚିତୋର (ଆନ୍ଧ୍ରପ୍ରଦେଶ), ଗୌହାଟୀ (ଆସାମ), ବଡୋଦରା (ଗୁଜରାଟ), ସୋନିପଥ (ହରିୟାଣା), ଉନା (ହିମାଚଳପ୍ରଦେଶ), ରାଂଚି (ଝାଡଖଣ୍ଡ), ଧାରୱାଡ (କର୍ଣ୍ଣାଟକ), କୋଟାୟାମ (କେରଳ), ନାଗପୁର ଏବଂ ପୁଣେ (ମହାରାଷ୍ଟ୍ର), ସେନାପତି (ମଣିପୁର), କୋଟା (ରାଜସ୍ଥାନ), ତିରୁଚିରାପଲ୍ଲୀ (ତାମିଲନାଡୁ), ଲକ୍ଷ୍ନୌ (ଉତ୍ତରପ୍ରଦେଶ) ଓ କଲ୍ୟାଣୀ (ପଶ୍ଚିମବଙ୍ଗ)।


News Story - Posted on 2017-03-17

୧୫ ଆଇଆଇଆଇଟି ଗୁରୁତ୍ବପୂର୍ଣ୍ଣ



ଏହି ଅନୁଷ୍ଠାନମାନଙ୍କ ଦ୍ୱାରା ସାମର୍ଥ୍ୟବାନ ବୈଷୟିକ ମାନବ ସମ୍ୱଳ ସୃଷ୍ଟି କରାଯିବ ଯାହାଫଳରେ କି ଦେଶରେ ଏକ ଦକ୍ଷ ମାନବ ସମ୍ୱଳର ଭଣ୍ଡାର ଗଠନ ହେବ। ସବୁ ଜାତି, ବର୍ଣ୍ଣ ତଥା ସାମାଜିକ ଓ ଆର୍ଥିକ ବର୍ଗର ଛାତ୍ର ଛାତ୍ରୀଙ୍କ ପାଇଁ ଏହି ସବୁ ଅନୁଷ୍ଠାନ ମୁକ୍ତ ରହିବ। ଏହି ଭଳି ସରକାରୀ-ଘରୋଇ ଭାଗିଦାରୀତାରେ ଚାଲିଥିବା ୧୫ଟି ଆଇଆଇଆଇଟି ହେଲା- ଚିତୋର (ଆନ୍ଧ୍ରପ୍ରଦେଶ), ଗୌହାଟୀ (ଆସାମ), ବଡୋଦରା (ଗୁଜରାଟ), ସୋନିପଥ (ହରିୟାଣା), ଉନା (ହିମାଚଳପ୍ରଦେଶ), ରାଂଚି (ଝାଡଖଣ୍ଡ), ଧାରୱାଡ (କର୍ଣ୍ଣାଟକ), କୋଟାୟାମ (କେରଳ), ନାଗପୁର ଏବଂ ପୁଣେ (ମହାରାଷ୍ଟ୍ର), ସେନାପତି (ମଣିପୁର), କୋଟା (ରାଜସ୍ଥାନ), ତିରୁଚିରାପଲ୍ଲୀ (ତାମିଲନାଡୁ), ଲକ୍ଷ୍ନୌ (ଉତ୍ତରପ୍ରଦେଶ) ଓ କଲ୍ୟାଣୀ (ପଶ୍ଚିମବଙ୍ଗ)।


News Story - Posted on 2017-03-09

ଉର୍ଦ୍ଦୁ ସ୍କୁଲ ନାହିଁ, ୟୁନିଭର୍ସିଟି କାହା ପାଇଁ?



ଅପରପକ୍ଷରେ ଯେତେବେଳେ ଉର୍ଦ୍ଦୁ ଶିକ୍ଷାର ଅଧୋଗତି ହୋଇଚାଲିଛି, ସେତେବେଳେ ସରକାର ରାଜ୍ୟରେ ଏକ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ଘୋଷଣା କରିଛନ୍ତି ଏବଂ କଟକସ୍ଥିତ ନରାଜଠାରେ ୫ ଏକର ଜମି ଦେଇଛନ୍ତି। ମନରେ ସ୍ୱତଃ ପ୍ରଶ୍ନ ଉଠେ, ଏହି ଉର୍ଦ୍ଦୁ ବିଶ୍ୱ ବିଦ୍ୟାଳୟ କାହା ପାଇଁ। କାରଣ ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟସ୍ତରରେ ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ ଶହ ଶହ ଉର୍ଦ୍ଦୁ ଶିକ୍ଷକ ପଦବୀ ଖାଲି ପଡ଼ିବା ସହ ଉର୍ଦ୍ଦୁ ପାଠ ପଢା ବନ୍ଦ ହୋଇଯାଇଛି। ତେଣୁ ଉର୍ଦ୍ଦୁ ବିଶ୍ୱ ବିଦ୍ୟାଳୟ କେବଳ ଏକ ପ୍ରହସନରେ ପରିଣତ ହେବ, ଏଥିରେ ସନ୍ଦେହ ନାହିଁ।


News Story - Posted on 2017-02-28

ଦକ୍ଷତା ବିକାଶ ହେବ କେମିତି?



ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପୁଟ‌୍‍) ଓ ଏହାର ଅନୁବନ୍ଧିତ ୫ଟି ସରକାରୀ ଇଞ୍ଜିନିୟରିଂ କଲେଜର ଅନ୍ୟୁନ ୨୧୪ଟି ଶିକ୍ଷକ ପଦବୀ ଖାଲିପଡ଼ିଛି। ଏହି ଖାଲି ପଦବୀ ମଧ୍ୟରୁ ୪୫ଟି ପ୍ରଫେସର, ୧୦୯ଟି ସହଯୋଗୀ ପ୍ରଫେସର ଓ ୬୦ଟି ସହକାରୀ ପ୍ରଫେସର ପଦବୀ। ଏହାଛଡ଼ା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଥିବା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ଇନ୍ଦିରା ଗାନ୍ଧି ବୈଷୟିକ ସଂସ୍ଥା ଏବଂ ଅନ୍ୟାନ୍ୟ ସରକାରୀ ଇଞ୍ଜିନିୟରିଂ ସ୍କୁଲ, ପଲିଟେକ‌୍‍ନିକ‌୍‍ ଓ ଆଇଟିଆଇଗୁଡ଼ିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ରହିଛି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି।


News Story - Posted on 2017-02-25

ପଶ୍ଚିମରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ



ପଶ୍ଚିମ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବ୍ୟାପକ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ ଯୋଗୁ ଏଭଳି ଅବସ୍ଥା ଲାଗି ରହିଛି। ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟ ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ପସ୍ଖରିଥିବା ପୃଥକ‌୍‍ ପୃଥକ‌୍‍ ପ୍ରଶ୍ନର ଉତ୍ତରରୁ ଏଭଳି ଉଦ‌୍‍ବେଗଜନକ ତଥ୍ୟ ମିଳିଛି।


News Story - Posted on 2017-02-25

ଶ୍ରେଣୀ, ଶିକ୍ଷକ ବିନା ସ୍କୁଲ!



ରାଜ୍ୟରେ ଥିବା ୫୧,୯୬୪ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୩୯,୬୩୫ଟିର ଖେଳପଡ଼ିଆ ନାହିଁ। ୩୪,୨୩୮ଟି ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୩୨,୫୫୩ଟିରେ ପ୍ରତି ଶ୍ରେଣୀରେ ପାଠ ପଢ଼ାଇବା ଲାଗି ଜଣେ କରି ଶିକ୍ଷକ ନଥିବା ବେଳେ ୨୯,୯୪୪ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ଲାଗି ବଖରାଏ କରି ଶ୍ରେଣୀଗୃହ ନାହିଁ। ରାଜ୍ୟର ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ସଂକ୍ରାନ୍ତରେ ବିଜେପି ବିଧାୟକ ଦିଲିପ ରାୟ ବିଧାନସଭାରେ ପସ୍ଖରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।


News Story - Posted on 2017-02-25

ବିନା ଶିକ୍ଷକରେ ଉଚ୍ଚଶିକ୍ଷା!



ଉତ୍କଳ ବିଶ୍ୱବିଦ୍ୟାଳୟରେ ୨୪ଟି ପ୍ରଫେସର ପଦବୀ ସମେତ ମୋଟ‌୍‍ ୯୦ଟି ଶିକ୍ଷକ ପଦବୀ ଓ ୪୯୫ଟି ଅଣଶିକ୍ଷକ ପଦବୀ ଖାଲିଅଛି। ସେହିଭଳି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨୧ଟି ପ୍ରଫେସର ପଦବୀ ସମେତ ୧୬୨ଟି ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଏଠାରେ ୧୨୮ଟି ଅଣଶିକ୍ଷକ ପଦବୀ ଖାଲି। ଏହି ବିଶ୍ୱବିଦ୍ୟାଳୟ ଲାଗି ୧୩୭ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବା ବେଳେ ମାତ୍ର ୯ ଜଣ କର୍ମଚାରୀଙ୍କୁ ନେଇ ଚାଲିଛି ଓଡ଼ିଶାର ଗର୍ବ ଓ ଗୌରବ ବୋଲି କୁହାଯାଉଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ।


News Story - Posted on 2017-02-15

ବଦଳି ଯାଉଛି ଇତିହାସ!



ଇତିହାସରେ ଅଛି ଅନେକ ଜଳାବାଟ। ଏସବୁ ଗୁପ୍ତଦ୍ୱାରକୁ ସତ୍ୟକୁ ଫାଙ୍କିଦେବା ପାଇଁ ଯୋଜନାବଦ୍ଧ ଭାବରେ ତିଆରି କରାଯାଇଛି। ଇତିହାସ ବୋଲି ଆମେ ଯାହା ପଢ଼ୁଛେ ତାହା ନିରୋଳା ଇତିହାସ ନୁହେଁ, ତଥ୍ୟଭିତ୍ତିକ ନୁହେଁ। ଏହା ଗୃହୀତ ହୋଇପାରିଥିବା ଅଭିମତମାନଙ୍କର ଏକ ଅନୁକ୍ରମ। ସେଇଥିପାଇଁ ଇତିହାସବିତ୍ ଇ. ଏଚ‍୍‌. କାର୍‌ ଐତିହାସିକମାନଙ୍କୁ ଅଙ୍କିତ ମୂଲ୍ୟ ବା ଫେସ୍‌ ଭାଲ୍ୟୁକୁ ପ୍ରତ୍ୟକ୍ଷପ୍ରାପ୍ତ ସୂଚନା ବୋଲି ଗ୍ରହଣ ନକରିବାକୁ କହିଛନ୍ତି। ଏକ ଐତିହାସିକ ତଥ୍ୟକୁ ସୁନିର୍ଦ୍ଦିଷ୍ଟ କରିବା ପାଇଁ ବିଭିନ୍ନ ଦୃଷ୍ଟିକୋଣରୁ ତଥ୍ୟଟିର ସମୀକ୍ଷା ପାଇଁ ସେ ପରାମର୍ଶ ଦେଇଛନ୍ତି। ଘଟିଥିବା ଘଟଣାର ଏକ କ୍ଷୁଦ୍ରାତିକ୍ଷୁଦ୍ର ଅଂଶ ଇତିହାସ ବହିରେ ସ୍ଥାନ ପାଏ। ଘଟଣା ଘଟିବାର ଅନେକ ଦିନ ପରେ ଇତିହାସ ଲେଖାଯାଉଥିବାରୁ ଇତିହାସରେ କଣ ଲେଖାଯିବ, କଣ ଲେଖ ନ ଯିବ ସେଥିନେଇ ଦ୍ୱନ୍ଦ୍ୱ ଉପୁଜେ ଓ ପୂର୍ଣ୍ଣାଙ୍ଗ ଇତିହାସ ଲେଖାଯାଇପାରେ ନାହିଁ। ପକ୍ଷପାତ ଓ ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା ଇତିହାସକୁ ଅଧିକ ଅନ୍ତଃସାରଶୂନ୍ୟ କରିଦିଏ। ବାସ୍ତବ ଇତିହାସ ବିସ୍ମୃତିଗର୍ଭକୁ ଚାଲିଯାଏ ଓ ଅଣଇତିହାସ ଇତିହାସ ଭଳି ଉଦ‍୍‌ଭାସିତ ହୁଏ।


News Story - Posted on 2017-02-12

କେନ୍ଦ୍ର ବଜେଟ‌୍‍ରେ ଶିକ୍ଷାର ସ୍ଥିତି



ଗତ ଫେବୃଆରୀ ୧ ତାରିଖ ମାନ୍ୟବର କେନ୍ଦ୍ର ଅର୍ଥ ମନ୍ତ୍ରୀ ୨୦୧୭-୨୦୧୮ ଆର୍ଥିକ ବର୍ଷ ନିମନ୍ତେ ସଂସଦରେ ବଜେଟ ଆଗତ କଲେ। ଆଗରୁ ପ୍ରତ୍ୟେକ ବର୍ଷର ପେବୃଆରୀ ମାସର ଶେଷ କାର୍ଯ୍ୟ ଦିବସରେ କେନ୍ଦ୍ର ବଜେଟ‌୍‍ ଆଗତ ହୋଇଥିଲା ବେଳେ ଏହି ବର୍ଷ ଫେବୃଆରୀ ମାସର ପ୍ରଥମ କାର୍ଯ୍ୟ ଦିବସରେ ବଜେଟ ଆଗତ ହୋଇଛି। ଦ୍ୱିତୀୟ କଥା ହେଲା ପୁର୍ବରୁ ସ୍ୱତନ୍ତ୍ର ଭାବେ ରେଳ ବଜେଟ ଆଗତ ହେଉଥିଲା ବେଳେ ଏହିବର୍ଷ ସବୁ ବଜେଟ‌୍‍ ଗୋଟିଏ ହୋଇଯାଇଛି। ବଜେଟ‌୍‍ ଏକ ମାଧ୍ୟମ ଯାହାଦ୍ୱାରା ଆମେ ସରକାରଙ୍କ ନୀତି, ଆଭିମୁଖ୍ୟ ଏବଂ ଗତ ଦିନରେ ଦେଇଥିବା ପ୍ରତିଶ୍ରୃତିକୁ ଆମେ ପରଖି ପାରିବା। ଏହା ବର୍ଷକ ପାଇଁ ସରକାର ଉଭୟ ଆୟ ଓ ବ୍ୟୟ ବିଷୟରେ ଏକ ଅନୁମାନ କରିଥାନ୍ତି। ସେ ଯାହାହେଉ ଆମେ ବଜେଟର ଶିକ୍ଷା କ୍ଷେତ୍ର ପାଇଁ କଣ ସୁବିଧା ରହିଛି ତାହା ଆଲୋଚନା କରିବାକୁ ଯାଉଛେ।


News Story - Posted on 2017-02-06

ଓଡ଼ିଆରେ ଓଡ଼ିଶା ଶାସନ କେବେ?



ଆଉ ଟିକେ ବଡ ହେବା ପରେ ମୁଁ ଯେତେବେଳେ ସେହି ଓଡ଼ିଆ ଓ ଓଡ଼ିଶାର ପୃଷ୍ଠଭୂମିକୁ ପରଖିବାକୁ ବସିଲି ସେତେବେଳେ ମୋର ମା’ ଓ ବାପା ପୂର୍ବପୁରୁଷଙ୍କର ବିଭିନ୍ନ ଐତିହାସିକ କିମ୍ୱଦନ୍ତୀ କହୁଥିଲେ ଏବଂ ମୋତେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାଇବାକୁ ମଧ୍ୟ ନେଉଥିଲେ। କୋଣାର୍କର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ କହୁଥିବା ବେଳେ ପ୍ରସ୍ତର ଖୋଦିତ ଇତିହାସ ଶୁଣି ମୁଁ ଆଶ୍ଚର୍ଯ୍ୟ ହେଉଥିଲି ଏବଂ ବିଭିନ୍ନ ପ୍ରଶ୍ନ ମଧ୍ୟ ପଚାରୁଥିଲି। ଯାହାର ପୃଷ୍ଠଭୂମି ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ଯେତେବେଳେ ଖୋର୍ଦ୍ଧାର ଇତିହାସ କଥା କହୁଥିଲେ ଲୋମ ଟାଙ୍କୁରି ଯାଉଥିଲା ସମସ୍ତଙ୍କର। ତନ୍ମଧ୍ୟରୁ ଇଂରେଜ ମାନଙ୍କର ୨୦୦ ବର୍ଷ ଶାସନ ମଧ୍ୟରେ କେତେ ଯେ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି ତା’ର ସମୀକ୍ଷା କଲେ ରାତି ରାତି ପାହିଯାଏ। ଖୋର୍ଦ୍ଧାଗଡର ତାପଙ୍ଗ ଦଳ ବେହେରାଙ୍କର କଥା ଶୁଣିଲା ବେଳେ ଗର୍ବରେ ଛାତି ଫୁଲିଉଠେ। କେମିତି ସେ ଗରିଲା ଯୁଦ୍ଧ କରି ପ୍ରବଳ ପରାକ୍ରମୀ ଇଂରେଜୀ ସରକାରଙ୍କୁ ବହୁବାର ପରାସ୍ତ କରିଛନ୍ତି। ଯାହା ଫଳରେ ବକ୍ସି ଜଗବନ୍ଧୁ ସହ ଇଂରେଜ ସରକାର ବାଧ୍ୟ ହୋଇ ସନ୍ଧି ସ୍ଥାପନ କରିଥିଲେ।


News Story - Posted on 2017-02-03

ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ



ସେ ସଂଗ୍ରାମର ନେତୃତ୍ୱ ନେଇଥିବା ଗଜପତି ମହାରାଜାଙ୍କର ଦୁର୍ଦ୍ଦାନ୍ତ ସେନାପତି ବକ୍ସି ଜଗବନ୍ଧୁ ଯେ ୧୮୧୭ ରୁ ୧୮୨୫ ପର୍ଯ୍ୟନ୍ତ ଦୀର୍ଘ ୮ ବର୍ଷ ଧରି ଏ ସଂଗ୍ରାମକୁ ଚାଲୁ ରଖିଥିଲେ, ତାଙ୍କର ଦେଶପ୍ରତି ମହାନ ଅବଦାନକୁ ସ୍ୱୀକୃତି ମିଳିଛି। ଆଜି ୧୮୫୭ ମସିହାରେ ହୋଇଥିବା ସିପାହୀ ବିଦ୍ରୋହକୁ ଭାରତ ସରକାର ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମହା ସମାରୋହରେ ପାଳନ କରୁଛନ୍ତି। କିନ୍ତୁ ତା’ର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କର ନେତୃତ୍ୱରେ ହୋଇଥିବା ଏ ରକ୍ତାକ୍ତ ଗଣ ସଂଗ୍ରାମକୁ ଏ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ସ୍ୱୀକୃତି ମିଳି ନଥିଲା। ଏ ଥିଲା ଏ ଭଳି ଏକ ଗଣ ସଂଗ୍ରାମ ଯାହା ଓଡ଼ିଶାର ବ୍ୟାପକ ଅଞ୍ଚଳରେ ଚାଲିଥିଲା ଓ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମଗ୍ର ଓଡ଼ିଆ ଜାତି ବକ୍ସିଙ୍କ ନେତୃତ୍ୱରେ ଏକ ହୋଇ ଲଢ଼ିଥିଲା। ବାସ୍ତବରେ ମାତୃଭୂମିର ସ୍ୱାଧୀନତା ପାଇଁ ଏ ଥିଲା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ।


News Story - Posted on 2017-02-02

ମୋ ଭୋଟ ସଉଦା ନୁହେଁ



ନିର୍ବାଚନରେ ପଇସା ନେଇ ଭୋଟ ଦେବା ଭଳି ବେନିୟମ କାମ ଆମ ଦେଶରେ ବ୍ୟାପକ ଭାବେ ଚାଲି ଆସିଛି। ତେବେ ପଇସା ଦେଇ ଭୋଟ‌୍‍ ଦେବା ଏକ ଅପରାଧ ଓ ଏହା ପ୍ରକୃତ ଲୋକପ୍ରତିନିଧିଙ୍କୁ ନିର୍ବାଚିତ କରାଇବାର ବାଧକ। ପୁଣି ଭୋଟ‌୍‍ କୌଣସି ବଜାରର ସଉଦା ନୁହେଁ। ଏହାକୁ କିଣାବିକା କିଭଳି ବା କରାଯିବ। ଭୋଟ‌୍‍ ଦେବା ପ୍ରତ୍ୟେକ ନାଗରିକର ଅଧିକାର ଓ ସେ ସମ୍ମାନର ସହିତ ଏହି ଭୋଟ‌୍‍ ବିନା ଭୟରେ ଓ ବିନା ପ୍ରରୋଚନାରେ ସ୍ୱାଧିନ ଭାବେ ଦେବା। ଏହି ଭୋଟ‌୍‍ ହିଁ ଗାଁର ପ୍ରକୃତ ବିକାଶ କରିବ। ଏହି ଗାଁରୁ ହିଁ ଏକ ବିକଶିତ ଦେଶ ସମ୍ଭବ ହେବ।


News Story - Posted on 2017-01-30

ଓଡ଼ିଆ ଆଇଏଏସଙ୍କ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି



ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ ଅଫିସର ଡକ୍ଟର ଅନୂପ କୁମାର ପୂଜାରୀଙ୍କୁ ବେଙ୍ଗାଲୁରୁସ୍ଥିତ ସମ୍ମାନଜନକ ଆମ୍ୱେଦକର ସ୍କୁଲ ଅଫ‌୍‍ ଇକୋନୋମିକ୍ସର ସ୍ୱତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ୨୦୧୭-୧୮ ଶିକ୍ଷା ବର୍ଷରୁ ଏଥିରେ ନାମ ଲେଖା ଆରମ୍ଭ ହେବ। ବାଙ୍ଗାଲୋର ବିଶ୍ୱବିଦ୍ୟାଳୟର ଜ୍ଞାନଭରତୀ କ୍ୟାମ୍ପସରେ ଏହି ସ୍କୁଲ ଆରମ୍ଭ ହେବ।


News Story - Posted on 2017-01-28

ଉଡ଼ିଲା ୪୫ରେ ୩୦ ଫୁଟ‍୍‌ର ତ୍ରିରଙ୍ଗା



ଭୁବନେଶ୍ୱରର ସର୍ବୋଚ୍ଚ ମନୁମେଣ୍ଟାଲ‍୍‌ ଫ୍ଲାଗ୍‌ପୋଲ‍୍‌ ଗୁରୁବାର ୬୮ତମ ସାଧାରଣତନ୍ତ୍ର ଦିବସ ଅବସରରେ କିସ‍୍‌ ଓ କିଟ‍୍‌ କନ‍୍‌ଭେନ‍୍‌ସନ‍୍‌ ହଲ‍୍‌ଠାରେ ଉଦ‍୍‌ଘାଟିତ ହୋଇଯାଇଛି। ଫ୍ଲାଗ୍‌ ଫାଉଣ୍ଡେସନ‍୍‌ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ)ର ସଭାପତି ତଥା ପ୍ରାକ୍ତନ ସାଂସଦ ନବୀନ ଜିନ୍ଦଲ‍୍‌ ୧୦୦ ଫୁଟ‍୍‌ ଉଚ୍ଚତା ବିଶିଷ୍ଟ ଏହି ଫ୍ଲାଗ୍‌ପୋଲକୁ ଉଦ‍୍‌ଘାଟନ କରିଥିଲେ।


News Story - Posted on 2017-01-14

ଜାତିର ବ୍ୟାସ-ଫକୀରମୋହନ



ଊନ୍ନବିଂଶ ଶତକରେ ଓଡିଶାରେ ଯେତେବେଳେ ନବଜାଗରଣର ଜୁଆର ଉଠିଲା, ନୂତନ ରୁଚି ପରିଚର୍ଯ୍ୟାର ସୃଷ୍ଟି ଘଟିଲା, ନୂତନ ଚିନ୍ତା ଓ ଚେତନାର ସୁଅ ପ୍ରବାହିତ ହେଲା,  ତା’ର  ଅନ୍ତରାଳରେ ଯେଉଁ କେତେ ଜଣ ମୁଷ୍ଟିମେୟ ଜାତିପ୍ରାଣ ଓଡିଆ ଥିଲେ ସେମାନଙ୍କ ମଧ୍ୟରୁ ଫକୀରମୋହନ ଅନ୍ୟତମ ସାରଥୀ। ଫକୀରମୋହନ ଜଣେ ଏଭଳି ସ୍ରଷ୍ଟା ଭାରତୀୟ ସାହିତ୍ୟ  ଜଗତରେ ଏ ଯାବତ୍ କେହି ତାଙ୍କପରି ହୋଇଥିବା ମନେହୁଏ ନାହିଁ।


News Story - Posted on 2017-01-10

‘ବଡ଼ ସ୍ୱପ୍ନ ଦେଖ, କାମ ଛୋଟରୁ ଆରମ୍ଭ କର’



ଛାତ୍ରଛାତ୍ରୀମାନେ ବଡ଼ ହେବାକୁ ହେଲେ ବଡ଼ ବଡ଼ ସ୍ୱପ୍ନ ଦେଖିବାକୁ ପଡ଼ିବ, କିନ୍ତୁ କାମ ଛୋଟରୁ ହିଁ ଆରମ୍ଭ କରିବାକୁ ପଡ଼ିବ। ତେବେ ଯାଇ ସଫଳତା ମିଳିପାରିବ ବୋଲି ଶାନ୍ତି ନିମନ୍ତେ ନୋବେଲ‍୍‌ ପୁରସ୍କାର ପାଇଥିବା ବାଂଲାଦେଶର ଗ୍ରାମୀଣ ବ୍ୟାଙ୍କ ଏବଂ ୟୁନୁସ‍୍‌ ସେଣ୍ଟରର ଅଧ୍ୟକ୍ଷ ତଥା ବିଶିଷ୍ଟ ଅର୍ଥନୈତିଜ୍ଞ ପ୍ରଫେସର ମହମ୍ମଦ ୟୁନୁସ‍୍‌ କହିଛନ୍ତି।


News Story - Posted on 2016-12-31

କେତେ ପାରଙ୍ଗମ ଶିକ୍ଷା ସରକାର!



ଡିସେମ୍ବର ୫ ତାରିଖରେ ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ‌୍‍ ସାଧାରଣ ଓ ସାମାଜିକ କ୍ଷେତ୍ର ସଂକ୍ରାନ୍ତୀୟ କାଗ‌୍‍ ରିପୋର୍ଟ ଉପସ୍ଥାପନ କରିଥିଲେ। ରିପୋର୍ଟରେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଯୋଜନାର କାର୍ଯ୍ୟକାରିତା ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଉଲ୍ଳେଖିତ ତଥ୍ୟ ଅନୁଯାୟୀ, ୨୦୦୯ରୁ ୨୦୧୫ ମଧ୍ୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନକୁ ୧୩୨୧ କୋଟି ୩୧ ଲକ୍ଷ ଟଙ୍କା ମିଳିଥିଲା। ସେଥିମଧ୍ୟରୁ କେନ୍ଦ୍ର ସରକାର ୯୭୭ କୋଟି ୭୫ ଲକ୍ଷ ଟଙ୍କା ଦେଇଥିବାବେଳେ ରାଜ୍ୟ ସରକାର ୨୯୭ କୋଟି ୪୭ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସୁଧ ବାବଦରେ ପ୍ରାୟ ୪୬ କୋଟି ଟଙ୍କା ମିଳିଥିଲା। ତେବେ ଏହି ଅର୍ଥ ମଧ୍ୟରୁ ମାତ୍ର ୫୬୦ କୋଟି ୭୬ ଲକ୍ଷ ଟଙ୍କା ଅର୍ଥାତ‌୍‍ ୪୨.୪୪% ଅର୍ଥ ଖର୍ଚ୍ଚ ହୋଇପାରିଥିଲା। ଖାଲି ସେତିକି ନୁହେଁ, ୪୧୪ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନଥିବାବେଳେ ପ୍ରଶିକ୍ଷଣ କାର୍ଯ୍ୟ ଓ ଧନ୍ଦାମୂଳକ ଶିକ୍ଷା ଯୋଜନା କାର୍ଯ୍ୟାନ୍ୱୟନ ହୋଇନପାରିବାରୁ ପାଣ୍ଠିର ସୁବିନିଯୋଗ ହୋଇପାରିନଥିଲା। ଫଳରେ ଏବାବଦରେ ଭାରତର ସରକାରଙ୍କ ଠାରୁ ୧୭୫୨ କୋଟି ୪୪ ଲକ୍ଷ ଟ


News Story - Posted on 2016-12-29

ନିଟ୍‌ ଭାଷାର ଗୁମରକଥା-ନବୀନ ଛଳନା!



ଏହି ବୈଠକରେ ଓଡ଼ିଶାର ସରକାରଙ୍କ ପ୍ରତିନିଧି ଭାବରେ ଓଡିଶା ସ୍ୱାସ୍ଥ୍ୟ ବିଭାଗର ଜଣେ ଯୁଗ୍ମସଚିବ ଉପସ୍ଥିତି ଥାଇ ବିନା ପ୍ରତିବାଦରେ କମିଟିର ସମସ୍ତ ସର୍ତ୍ତ ମାନିନେଇ ଥିବାବେଳେ ଅନ୍ୟ ରାଜ୍ୟର ପ୍ରତିନିଧିଙ୍କ ଭଳି ଏହି ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ପ୍ରସ୍ତୁତ କରିବାକୁ ଦାବି କରି ନ ଥିଲେ। ଏହି ଖବର ଜଣାପଡିବା ପରେ ଅନ୍ୟ ରାଜ୍ୟର ଭାଷା ଭଳି ଓଡିଶାର ରାଜ୍ୟଭାଷା ଓଡିଆରେ ଏହି ପ୍ରବେଶିକା ପରୀକ୍ଷା ଓଡିଆରେ କରିବାକୁ ୧୮.୯.୨୦୧୨ରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଦୃଢ ଦାବି କରିବା ସହିତ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀଙ୍କୁ ଅନୁରୋଧପତ୍ର ପ୍ରେରଣ କରିଥିଲା। ୨୦.୯.୨୦୧୨ରିଖରେ ଶାସ୍ତ୍ରୀୟ ଓଡିଆ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ତଥା ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ମାନବ ସମ୍ୱଳ ବିକାଶ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ପତ୍ର ଲେଖି ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଦାବି ଜଣାଇଥିଲେ। ୨୨.୯.୨୦୧୨ରେ ଆଞ୍ଚଳିକ ଭାଷା ଭାବରେ ମରାଠୀ ଓ ଅହମିୟା ଭାଷାରେ ଉକ୍ତ ପ୍ରବେଶିକା ପରୀକ୍ଷା ପ୍Ğ


News Story - Posted on 2016-12-25

ମିଥ୍ୟା ତାକୁ ଘୋଡ଼ାଇ ନ ପାରେ



କେନ୍ଦ୍ର ସରକାରଙ୍କ ଔପଚାରିକ ଜିଜ୍ଞାସାର ପ୍ରରୂପର ପ୍ରଥମ ସ୍ତମ୍ଭରେ ଥିବା ୧.୧ କ୍ରମାଙ୍କ ଅନୁଯାୟୀ ଦ୍ୱିତୀୟ ସ୍ତମ୍ଭରେ ହିନ୍ଦୀ, ଇଂରାଜୀ, ଆସାମୀ, ବଙ୍ଗଳା, ଗୁଜୁରାଟି, ମରାଠି, ତାମିଲ ଓ ତେଲଗୁ ଭାଷାରେ ପରୀକ୍ଷା ହେବ ବୋଲି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସୂଚାଇ ତାଙ୍କର ମତ ଲୋଡ଼ିଥିଲେ। ତୃତୀୟ ସ୍ତମ୍ଭରେ ରାଜ୍ୟ ସରକାର ତାଙ୍କ ମତ ଦେବା କଥା; କାରଣ ଏହାର ଶୀର୍ଷକ ହେଲା ରାଜ୍ୟ ସରକାରଙ୍କ ମତ। ଅଥଚ ଏଠାରେ କୌଣସି ମତ ନ ଦେଇ ସରକାର ଲେଖିଛନ୍ତି ହଁ ! ଏପରି ହଁ ନକରି ଏହି ସ୍ତମ୍ଭରେ ଓଡ଼ିଶା ସରକାର ଦ୍ୱିତୀୟ ସ୍ତମ୍ଭରେ ଥିବା କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିପାରିଥାନ୍ତେ ଓ ଓଡ଼ିଆ ଭାଷାରେ ପରୀକ୍ଷା ହେଉ ବୋଲି କହିପାରିଥାନ୍ତେ। ଯଦି ଏପରି କହିଥାନ୍ତେ, ତେବେ ତାହାର ଯଥାର୍ଥତା ଦର୍ଶାଇଥାନ୍ତେ ଚତୁର୍ଥ ସ୍ତମ୍ଭରେ, ଯାହାର ଶୀର୍ଷକ ଅଭିମତର ଭିତ୍ତି। ଅର୍ଥାତ‌୍‍, ଏହି ସ୍ତମ୍ଭରେ କେଉଁ କାରଣ ହେତୁ ଓଡ଼ିଆରେ ପରୀକ୍ଷା ହେବା ଆବଶ୍ୟକ ତାହା ରାଜ୍ୟ ସରକାର ଦର୍ଶାଇଥାନ୍ତେ। ଅଥଚ ତାହା ନକରି ଏଠାରେ ସରକାର ଲେଖିଛନ୍ତି ଇଂରାଜୀ।


News Story - Posted on 2016-12-24

ନିଟ୍ ଭାଷା ନେଇ ଡାହା ମିଛ



ମେଡିକାଲ ପ୍ରବେଶିକା ପରୀକ୍ଷାରେ ଆଂଚଳିକ ଭାଷା ବ୍ୟବହାର ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କର ଆଉ ଏକ ମିଛ ଧରାପଡ଼ିଯାଇଛି। ପୂର୍ବରୁ ମହାନଦୀ, ମାଲକାନଗିରି ଜେଇ ଟୀକା ନଇ ରାଜ୍ୟ ସରକାରଙ୍କ ମିଛ ଧରାପଡ଼ି ସାରିଛି। ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ବା ନିଟ୍‌ରେ ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ଇଂରାଜୀ ଭାଷା ଚଳାଇବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ। ତାହାକୁ କେନ୍ଦ୍ର ସରକାର ଗ୍ରହଣ କରିବା ପରେ ଏବେ କେନ୍ଦ୍ର ବିରୋଧରେ ଓଡ଼ିଆ ଭାବାବେଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ବିଜୁ ଜନତା ଦଳ ଏହାକୁ ନେଇ ରାଜନୀତି ଆରମ୍ଭ କରିଛନ୍ତି।


News Story - Posted on 2016-12-10

ବିଶ୍ୱର ଶ୍ରେଷ୍ଠ ଏନ‍୍‌ଜିଓ ତାଲିକାରେ କିସ‍୍‌



ବିଶ୍ୱର ଶ୍ରେଷ୍ଠ ଏନ‍୍‌ଜିଓ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଇନ‍୍‌ଷ୍ଟିଚ୍ୟୁଟ‍୍‌ ଅଫ୍ ସୋସିଆଲ‍୍‌ ସାଇନ‍୍‌ସେସ‍୍‌ (କିସ‍୍‌-ଭୁବନେଶ୍ୱର) ୨୨୩ତମ ସ୍ଥାନରେ ଅଛି। ନିକଟରେ ଜେନେଭାସ୍ଥିତ ମେଡିଆ ପ୍ରତିଷ୍ଠାନ ‘ଏନ‍୍‌ଜିଓ ଆଡ଼ଭାଇଜର’ ଦ୍ୱାରା ୨୦୧୭ ପାଇଁ ହୋଇଥିବା ସର୍ବେକ୍ଷଣ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଉକ୍ତ ଶ୍ରେଷ୍ଠ ଏନ‍୍‌ଜିଓ ମଧ୍ୟରେ ଭାରତର କିସ‍୍‌ ସମେତ ୧୦ଟି ଏନ‍୍‌ଜିଓ ସ୍ଥାନ ପାଇଛନ୍ତି।


News Story - Posted on 2016-11-19

ଭାଷା ତଦାରଖ କରନ୍ତୁ



କାରଣ ସରକାର ଯେଉଁ ନିୟମାବଳୀ ପ୍ରଣୟନ କରିଛନ୍ତି ତାହା ଅତ୍ୟନ୍ତ ଅଧାପନ୍ତରିଆ ଓ ତ୍ରୁଟିପୂର୍ଣ୍ଣ। ତାହା ନ ହୋଇଥିଲେ ଯେଉଁ ଓଡ଼ିଆ ବିରୋଧୀ ଅମଲାତନ୍ତ୍ର ଆଇନକୁ କାର୍ଯ୍ୟକାରି କରିବ ପୁଣି ତାରି ହାତରେ ସେହି କାର୍ଯ୍ୟର ତଦାରଖ କରିବାର ଦାୟିତ୍ୱ ସରକାର କିପରି ସଅଁପି ଦେଇଥାନ୍ତେ? ଏଥି ସହିତ ନିୟମାବଳୀରେ ରଖାଗଲା ଯେଉଁମାନେ ସରକାରଙ୍କୁ ଓଡ଼ିଆରେ ଚିଠିପତ୍ର ଲେଖିବେ ସେମାନଙ୍କୁ ସରକାର ଓଡ଼ିଆରେ ଉତ୍ତର ଦେବେ ଏବଂ ଇଂରେଜୀରେ ଲେଖିଲେ ଇଂରେଜୀରେ ଉତ୍ତର ମିଳିବ। ଜାନକୀବାବୁଙ୍କ ପରେ ବିଜୁବାବୁ ୧୯୯୦ରେ କ୍ଷମତାକୁ ଆସିଲାପରେ ଘୋଷଣା କରିଦେଲେ, ଯିଏ ଓଡ଼ିଆରେ ପାରିବ ଓଡ଼ିଆରେ ଲେଖ ଏବଂ ଯିଏ ଇଂରାଜୀରେ ଚାହୁଁଛି ଇଂରାଜୀରେ ଲେଖୁ। ଗୋଳିପାଣି କଙ୍କଡ଼ାକୁ ସୁହାଇଲା ଭଳି ସମସ୍ତ ସରକାରୀ ଅଫିସର ଇଂରାଜୀରେ ଲେଖିଲେ। ଓଡ଼ିଆ ଭାଷା ବେଇଜତ‌୍‍ ହୋଇ ମୁଣ୍ଡରେ ଓଢ଼ଣି ଢାଙ୍କି ଚୁପଚାପ ରହିଗଲା।


News Story - Posted on 2016-11-17

ସ୍କୁଲ ସ୍ୱାଧୀନତା ଜରୁରୀ



ନିକଟ ଅତୀତରେ ଦିଲ୍ଲୀର ସବୁ ରାଜ୍ୟ ସରକାରଙ୍କ ଶିକ୍ଷାମନ୍ତ୍ରୀମାନଙ୍କର ଏକ ବୈଠକ ହୋଇଥିଲା। ସେଥିରେ କେନ୍ଦ୍ର ମାନବ ସଂସାଧନ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ସଭାପତିତ୍ୱ କରି ସାରା ଦେଶରେ ସରକାରୀ ସ୍କୁଲଗୁଡ଼ିକର ଦୁର୍ଦ୍ଦଶାକୁ ନେଇ ମନର ବ୍ୟଥା ପ୍ରକାଶ କରିଥିଲେ। କହିଥିଲେ ତାଙ୍କ ମା’ ମହାରାଷ୍ଟ୍ରର ଏକ ସୁଦୂର ଗାଆଁରେ ସ୍କୁଲ ଶିକ୍ଷୟିତ୍ରୀ ଥିଲେ। ସ୍କୁଲ ଚଳେଇବାରେ ଗାଆଁଲୋକେ ବହୁତ ସହାୟତା କରୁଥିଲେ। କେହି ପିଇବା ପାଣି ଯୋଗେଇ ଦେଉଥିଲେ ତ ଅନ୍ୟ କେହି ସକାଳୁ ଆସି ସ୍କୁଲ ପ୍ରାଙ୍ଗଣରେ ଝାଡ଼ୁପୋଛା କରିଦେଇ ଯାଉଥିଲେ। ଆଉ କେହି ଅନ୍ୟ କୌଣସି ପ୍ରକାରେ ସାହାଯ୍ୟ କରୁଥିଲେ। କିନ୍ତୁ ଆଜିକାଲି ଆଉ ସେକଥା ଦେଖିବାକୁ ମିଳୁନାହିଁ। ମୁଁ ତାଙ୍କୁ କହିଲି, ସେତେବେଳେ ସ୍କୁଲକୁ ଗାଆଁ ସାହିର ଲୋକେ ନିଜର ଭାବୁଥିଲେ। ଏବେ ସେଗୁଡ଼ିକ ସରକାରଙ୍କର ହେଇଯାଇଛି। ସ୍କୁଲ ଆଉ ସମାଜ ଭିତରେ ଥିବା ସେ ନାଡ଼ି କଟି ଯାଇଛି। ସେଇଥିପାଇଁ ସ୍କୁଲଗୁଡ଼ିକ ଭଙ୍ଗା ଦଦରା ହୋଇ ପଡ଼ି ରହୁଛି। ସଫା ସୁତୁରା ରହୁନି।


News Story - Posted on 2016-11-13

‘ସୁଯୋଗର ସଦୁପଯୋଗ କର’



କିଟ‍୍‌ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନୋବେଲ‍୍‌ ବିଜେତା ସାର‍୍‌ ରିଚାର୍ଡ ଜେ. ରବର୍ଟସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଯୋଗର ସଦୁପଯୋଗ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେ ତାଙ୍କ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି କହିଥିଲେ, ଛାତ୍ରଛାତ୍ରୀମାନେ ନିଜକୁ ଶ୍ରେଣୀଗୃହରେ ଆବଦ୍ଧ ନରଖି ବାହାର ଦୁନିଆରୁ ଅନେକ କିଛି ଶିଖନ୍ତୁ ଏବଂ ନୂଆକରି କିଛି ଦେଖାନ୍ତୁ। ଛାତ୍ରଛାତ୍ରୀମାନେ ଯାହା ବି କାମ କରୁଛନ୍ତି ତାହାକୁ ସେ ଆଗ୍ରହର ସହ କରିବା ଉଚିତ ଏବଂ ଏଥିରୁ ସେମାନେ ଶାନ୍ତି ପାଇ ପାରିବେ ବୋଲି ଡ. ରବର୍ଟ୍ସ କହିଥିଲେ।


News Story - Posted on 2016-11-06

ଦଣ୍ଡ ନଥିଲେ ଆଇନ‍୍‌ ବାଟ ଭୁଲେ!



୧୯୫୪ ସେପ୍ଟେମ୍ୱର ୭ ତାରିଖରେ ବିଧାନସଭାରେ ଭାଷା ବିଲ‍୍‌ ଆଲୋଚନା ପ୍ରସଙ୍ଗରେ ତତ୍କାଳୀନ ମାନ୍ୟବର ବିଧାୟକ ନିଶାମଣି ଖୁଣ୍ଟିଆ କହିଥିଲେ- ‘...ସେଥିପାଇଁ ମୁଁ କହୁଛି ସରକାରଙ୍କୁ ଏ ବିଲ‍୍‌ରେ ଯେଉଁ କ୍ଷମତା ଦିଆଯାଉଛି ତାକୁ ଯେ ସେମାନେ କେଉଁଦିନ କିପରି ପ୍ରୟୋଗ କରିବେ ଏଥିରେ ମୋର ଆଶଙ୍କା ରହୁଛି ଯେ ତାହା ଶୀଘ୍ର ହୋଇ ପାରିବ ନାହିଁ। ଏଣୁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଉ। ଆଉ ମଧ୍ୟ ଯେଉଁ ଲୋକ ଏହାକୁ ଅମାନ୍ୟ କରିବ ତାକୁ ଦଣ୍ଡଦେବାପାଇଁ ଏଥିରେ କିଛି ବ୍ୟବସ୍ଥା ନାହିଁ।’ ତା’ପର ଦିନ, ଅର୍ଥାତ୍ ସେପ୍ଟେମ୍ୱର ୮ ତାରିଖରେ ଭାଷା ବିଲ‍୍‌ ଆଲୋଚନା ପ୍ରସଙ୍ଗରେ ମାନ୍ୟବର ବିଧାୟକ ପବିତ୍ରମୋହନ ପ୍ରଧାନ କହିଥିଲେ- ‘ଏ ବିଲ‍୍‌ର ଦୋଷ ହେଉଛି ଏଥିରେ ପେନାଲ ସେକ୍ସନ୍‌ ନାହିଁ।’ ଅନ୍ୟତମ ମାନ୍ୟବର ବିଧାୟକ ହରିହର ମିଶ୍ର ଆଲୋଚନାରେ ଭାଗ ନେଇ ଭାଷା ଆଇନ‍୍‌ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡବ୍ୟବସ୍ଥାକୁ ଆହୁରି ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ କରି କହିଥିଲେ- ‘ଯେଉଁ କର୍ମଚାରୀମାନେ ଏ ଆଇନ‍୍‌ର ଅବମାନନା କରିବେ ବା ଆଇନ‍୍‌ ଅନୁସାରେ କାର୍ଯ୍ୟ ନ କରିବେ ସେମାନଙ୍କପାଇଁ ଦଣ୍ଡ ବିଧାନ ହେବା ଉଚିତ। ପ୍ରଥମେ ଅଳ୍ପ ପରିମğ


News Story - Posted on 2016-11-06

ମୁଁ ସାମନ୍ତଙ୍କ ୧% ନୁହେଁ-ଗିରିରାଜ




News Story - Posted on 2016-10-30

ଅମୋଘ ବିରୋଧରେ ଚକ୍ରାନ୍ତ!




News Story - Posted on 2016-10-28

କଳିଙ୍ଗ ଯୁଦ୍ଧ- ସତମିଛର କାହାଣୀ!



ବିଜେତାର ଆଭିଜାତ୍ୟ ଓ ଆଡ଼ମ୍ୱର ପ୍ରଦର୍ଶନ ଯେମିତି ପରାଜିତକୁ ମୁଗ୍ଧ କରିପାରେ ନାହିଁ, ପ୍ରାୟ ସେହିପରି ଓଡ଼ିଆମାନେ ଅଶୋକଙ୍କୁ ନିଜର ପରି ଭାବନ୍ତି ନାହିଁ ଏବଂ ସେମାନେ ‘କଳିଙ୍ଗଯୁଦ୍ଧ’ ପରି କୌଣସି କାଳ୍ପନିକ ସମର ଓ ବିଭୀଷିକାକୁ ବିଶ୍ୱାସ କରନ୍ତି ନାହିଁ। କାରଣ, ମୂଳ ପ୍ରଶ୍ନର ଉତ୍ତର ମିଳିନି। ମୌର୍ଯ୍ୟ ସମ୍ରାଟ ଅଶୋକ ବିହାରୀ ଥିଲେ କି? ବା, ଯଦି ସେ ଜିତିଲେ, ତେବେ କଳିଙ୍ଗର କେଉଁ ରାଜାଙ୍କୁ ହରେଇଥିଲେ? ବା, ପ୍ରତିପକ୍ଷ ନଥାଇ ଯୁଦ୍ଧ ହୁଏ କି? ବା, ବିଶ୍ୱ ଇତିହାସରେ ସେପରି ଆଉ ଗୋଟିଏ ଉଦାହରଣ ଅଛି କି? 


News Story - Posted on 2016-10-24

ଓଡ଼ିଆରେ ଚାଲିନି ସରକାର



ଭୁବନେଶ୍ବର ଲୋହିଆ ଏକାଡେମୀରେ ସମ୍ମିଳନୀର ସଭାପତି ତଥା ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଶେଷ ଅଧିବେଶନରେ ରାଜ୍ୟର ସମସ୍ତ ଜିଲ୍ଲାର ଭାଷା ଆନ୍ଦୋଳନର ନେତା ଓ କର୍ମୀମାନେ ଯୋଗଦେଇଥିଲେ। ଭାଷା ଆଇନ‌୍‍କୁ କାର୍ଯ୍ୟକାରୀ କରିବା ପାଇଁ ନିୟମାବଳୀ ପ୍ରଣୟନ ହେବାର ଦୁଇମାସରୁ ଅଧିକ କାଳ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଜିଲ୍ଲା, ବ୍ଲକ ଓ କୋର୍ଟ କଚେରୀରେ ଏହା କାର୍ଯ୍ୟକାରୀ ହେଉନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ଗୋଟିଏ ଦୁଇଟି ମନ୍ତ୍ରୀଙ୍କ ବିଭାଗକୁ ବାଦ‌୍‍ ଦେଲେ ଅନ୍ୟସବୁ ବିଭାଗରେ ପୂର୍ବପରି ଇଂରାଜୀରେ କାର୍ଯ୍ୟ ଚାଲିଛି। ଏପରିକି କଲେଜ‌୍‍ ଓ ସ୍କୁଲ‌୍‍ଗୁଡ଼ିକୁ ଶିକ୍ଷା ବିଭାଗରୁ ଇଂଗ୍ରେଜୀରେ ଚିଠି ସବୁ ଯାଉଛି। ସରକାରୀ ଦପ୍ତର, ଅନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ନାମଫଳକ ସବୁ ଏପର୍ଯ୍ୟନ୍ତ ଓଡ଼ିଆରେ ଲେଖାହେଉ ନାହିଁ। ଶିକ୍ଷା କ୍ଷେତ୍ରରେ ମଧ୍ୟ ଓଡ଼ିଆ ଭାଷା ଉପରେ ଏପର୍ଯ୍ୟନ୍ତ ଗୁରୁତ୍ୱ ପ୍ରଦାନ କରାଗଲା ନାହିଁ ବୋଲି ବହୁ ଶିକ୍ଷାବିତ‌୍‍ ଅଭିଯୋଗ କରିଥିଲେ। ଭାଷା ଆଇନ‌୍‍କୁ ଠିକ‌୍‍ ଭାବେ କାର୍ଯ୍ୟକାରୀ କ


News Story - Posted on 2016-10-18

ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ‌୍‍




News Story - Posted on 2016-10-13

ବ୍ଲକ ଗ୍ରାଣ୍ଟ ଦୁର୍ଦ୍ଦଶା-ଦାୟୀ କିଏ?



୧୯୯୪ ମସିହାଠାରୁ ଏସବୁ ସ୍କୁଲମାନଙ୍କୁ ଆର୍ଥିକ ଅନୁଦାନ ଦେବାପାଇଁ ସରକାର ଏକ ମାନଦଣ୍ଡ ନିର୍ଦ୍ଧାରଣ କରିଥିଲେ। ଅନୁସୁଚିତ ଅଞ୍ଚଳରେ ଗୋଟିଏ ବ୍ୟାଚ୍ ପରୀକ୍ଷା ଦେଇସାରିବା ପରେ ସେ ସ୍କୁଲକୁ ସର୍ବନିମ୍ନ ଗ୍ରାଣ୍ଟ ଦେବା ଆରମ୍ଭ ହେଉଥିଲା। ବାଳିକା ବିଦ୍ୟାଳୟଗୁଡ଼ିକୁ ସେହିପରି ଗୋଟିଏ ବର୍ଷ ପରେ ସର୍ବନିମ୍ନ ଗ୍ରାଣ୍ଟ ମିଳୁଥିଲା। ଅଣ-ଅନୁସୁଚିତ ଅଞ୍ଚଳରେ ଚାରୋଟି ବ୍ୟାଚ୍ ପରୀକ୍ଷା ଦେଇସାରିବା ପରେ ସ୍କୁଲଗୁଡ଼ିକ ସର୍ବନିମ୍ନ ଗ୍ରାଣ୍ଟ ପାଇବ ପାଇଁ ଯୋଗ୍ୟ ହେଉଥିଲେ। ଅନୁସୁଚିତ ଏବଂ ଅଣ-ଅନୁସୁଚିତ ଅଞ୍ଚଳ ଶିକ୍ଷାର ଅଗ୍ରସରତା ଉପରେ ଆଧାର କରି ନିର୍ଣ୍ଣିତ ହେଉଥିଲେ। ଏହି ମାନଦଣ୍ଡ ଅନୁସାରେ ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିଲେ।


News Story - Posted on 2016-10-07

ଓବିସି ବିରୋଧୀ ଓଡ଼ିଶା ସରକାର!



ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସି ଅଧିକ ଅବହେଳିତ। ଆମ୍ଭର ସଂରକ୍ଷଣ ବିଷୟରେ ରାଜ୍ୟ ସରକାରଙ୍କ ସହିତ ପତ୍ରାଳାପ ଓ ଆଲୋଚନା ଚାଲିଥିବା ସମୟ ମଧ୍ୟରେ ଗତ ତା ୧୨.୧୨.୨୦୧୩ରିଖରେ ମାନନୀୟ ସ୍ୟାଟ‌୍‍ ରାଜ୍ୟ ଏସ‌୍‍.ଇ.ବି.ସି. ନିଯୁକ୍ତି ସଂରକ୍ଷଣ ଆଇନ‌୍‍ ୨୦୦୮କୁ ରଦ୍ଦ କରିଛନ୍ତି। କାରଣ ଆଇନ‌୍‍ରେ ଥିବା ୨୭ ପ୍ରତିଶତ ସଂରକ୍ଷଣକୁ ରକ୍ଷା କରିବା ଦିଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଉଚିତ‌୍‍ ପଦକ୍ଷେପ ନେଉନାହାଁନ୍ତି। ଅତି ଦୁଃଖର ସହିତ ଆମ୍ଭେ ପ୍ରକାଶ କରୁଅଛୁ ଯେ, ରାଜ୍ୟ ସରକାର ଓଡ଼ିଶାର ୫୨ ପ୍ରତିଶତ ଓବିସିଙ୍କ ନିମନ୍ତେ ଶିକ୍ଷାନୁଷ୍ଠାନରେ ନାମ ଲେଖା ଦିଗରେ କୌଣସି ସଂରକ୍ଷଣ ଦେଇନାହାଁନ୍ତି। ବିଳମ୍ୱରେ ହେଲେ ମଧ୍ୟ କେନ୍ଦ୍ର ସରକାର ୨୦୦୫ ମସିହାରେ ଦେଶର ନାମୀ ଅନୁଷ୍ଠାନରେ ଓବିସିଙ୍କ ନିମନ୍ତେ ୨୭ ପ୍ରତିଶତ ସଂରକ୍ଷଣ ରଖିଛନ୍ତି। ଏତାଦୃଶ ପରିସ୍ଥିତିରେ ଆମ୍ଭେ ନ୍ୟାୟ ପାଇବା ଆଶାରେ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ପକ୍ଷଭୁକ୍ତ ହୋଇଅଛୁ। ରାଜ୍ୟରେ ଶିକ୍ଷା ସଂରକ୍ଷଣ ରାଜ୍ୟ ସରକାର ହିଁ ଦେଇପାରିବେ। ପୁନଶ୍ଚ ରାଜ୍ୟ ସରକାରଙ୍କୁ ଏ ଦି


News Story - Posted on 2016-10-01

ଲୁଟିନେଲ ମେଧାବୀ ଛାତ୍ରଙ୍କ ୫୦ କୋଟି!



ରାଜ୍ୟରେ ୨୦୧୦ରୁ ୨୦୧୫ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଠକାମୀ, ଚଞ୍ଚକତା କରାଯାଇ ହାରାହାରି ୫୦ କୋଟି ଟଙ୍କା ଲୁଟ‌୍‍ ହୋଇଛି। ଏହି ମହା ଘୋଟାଲାରେ ବ୍ୟାଙ୍କ, ସରକାରୀ ଟ୍ରେଜେରୀ, ପୋଲିସ‌୍‍, କ୍ରାଇମବ୍ରାଞ୍ଚ, ଉଚ୍ଚଶିକ୍ଷା ବିଭାଗର ଅଧିକାରୀ, କମ୍ପୁଟର ସଂସ୍ଥା ସମ୍ପୃକ୍ତ ଥିବାର ତଥ୍ୟ ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି।


News Story - Posted on 2016-09-16

ଇତିହାସ ରଚିଲେ କିସ‍୍‌ର ଦୁଇ ଛାତ୍ରଛତ୍ରୀ



ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କ ଦକ୍ଷତା ନେବାର କ୍ଷମତା ଏବଂ ସମାଜରେ ପ୍ରଭାବ ଓ ପରିବର୍ତ୍ତନ କରିପାରିଲା ଭଳି କିଛି ନୂତନତ୍ୱ କରି ଦେଖାଇବାର ଗୁଣକୁ ବିଚାରକୁ ନେଇ ଏହି ୧୭ ଜଣ ୟଙ୍ଗ ସୋସିଆଲ‍୍‌ ଇନୋଭେଟର‍୍‌ଙ୍କୁ ଚୟନ କରାଯାଇଥିଲା। ସେଥିମଧ୍ୟରେ ଶ୍ରେଷ୍ଠ ଇନୋଭେଟର‍୍‌ ଭାବେ ଓଡ଼ିଶାରୁ କିସ‍୍‌ର ଦୁଇ ଛାତ୍ରଛାତ୍ରୀ ଧର୍ମାନନ୍ଦ ଭୋଇ ଓ ଶାନ୍ତି ମୁର୍ମୁ ରହିଛନ୍ତି। ସାମାଜିକ ବିକାଶ ଦିଗରେ ବିଭିନ୍ନ ରାଜ୍ୟର ସ୍କୁଲ‍୍‌ ଛାତ୍ରଛାତ୍ରୀଙ୍କ କଳ୍ପନାକୁ ନେଇ  ଅଶୋକା ଫାଉଣ୍ଡେସନ‍୍‌ ପକ୍ଷରୁ ଗତ ୫ ଓ ୬ ତାରିଖ ଦୁଇଦିନ ବ୍ୟାପୀ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ୧୪ ଜଣିଆ ପ୍ୟାନେଲ‍୍‌ ବିଶିଷ୍ଟ ଆଲୋଚନାଚକ୍ରରେ ସମଗ୍ର ଭାରତର ବଛାବଛା ବିଦ୍ୟାଳୟରୁ ୧୭ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। କିସ‍୍‌ରୁ ଲାଇଫ୍ ସ୍କିଲ‍୍‌ ଶିକ୍ଷା ଲାଭ କରିଥିବା ଶାନ୍ତି ନିଜ ଗ୍ରାମରେ ଏହାକୁ କିଭଳି ଭାବେ ଉପଯୋଗ କରି ନିଜ ସଂପ୍ରଦାୟକୁ ସୁସ୍ଥ ଜୀବନ ଯାପନ କରାଇପାରିବ ସେ ନେଇ ନିଜର ପ୍ରକଳ୍ପ ‘ପରିବର୍ତ୍ତନ’ ଉପସ୍ଥାପନ କରିଥିଲେ।


News Story - Posted on 2016-09-03

ପାଠ ବୋଝ ନା ଜୀବନ ବୋଝ?



ଏଭଳି ଆତ୍ମହତ୍ୟାରେ ଉଦବେଗ ପ୍ରକାଶ କରୁଥିବା ସମାଜର ବଡପଣ୍ଡାୟ ଓ ଶିକ୍ଷାବିତମାନଙ୍କର ଶିକ୍ଷାନୀତି ପ୍ରଣୟନ କରୁଥିବା ସରକାରଙ୍କର ବିଭିନ୍ନ ସଂସ୍ଥା ଉପରେ କ’ଣ କିଛି ପ୍ରଭାବ  ନାହିଁ? ଅମେ ଆମ ଶିକ୍ଷା ବ୍ୟବସ୍ଥାରେ କେତୋଟି ବିଷୟ ପଢି କେତେ ମାର୍କ ଆଣିଲେ ସେତିକିରେ ପାସ୍‌ଫେଲ ସ୍ଥିର କରି ଶାନ୍ତିରେ ଶୋଇପଡିଲେ। କିନ୍ତୁ ସମସ୍ତେ ସମାନ ନ ଥାନ୍ତି। କେତେଜଣ ସାଇରା ପରି ଥାନ୍ତି। କେତେଜଣ ଚିତ୍ର ଆଙ୍କିବାକୁ ଚାହୁଥାନ୍ତି ତ କିଏ ଆଉ କେତେ ନିଜନିଜ ପସନ୍ଦର ସ୍ୱପ୍ନ ବୁଣୁଥାନ୍ତି। ଆମର ଶିକ୍ଷା ବ୍ୟବସ୍ଥା ସେଇ ସବୁ ସ୍ୱପ୍ନମୟ ଆଖିକୁ ସ୍ବୀକୃତି ପ୍ରଦାନ କରିବା ଦରକାର। କେତେଦିନ କେତେଟା ମାର୍କ, କେତେଟା ସାର୍ଟିଫିକେଟ ଆଉ କେତେଟା ଚାକିରି ପଛରେ ଗୋଡେଇ ଗୋଡେଇ ପିଲା ନୟାନ୍ତ ହେଉଥିବେ? ଆଉ ଯେଉଁଠି ଏହାର ବ୍ୟତିକ୍ରମ ସେଠି ଆତ୍ମହତ୍ୟା ପରି ଶେଷ ଦୁଃଖଦ ପନ୍ଥା ବରି ନେଇଥିବେ?


News Story - Posted on 2016-08-23

ଶିକ୍ଷକ ଅଭାବ, ଶିକ୍ଷାଦାନ ବ୍ୟାହତ




News Story - Posted on 2016-08-17

ସ୍କୁଲରେ ତାଲାମାରି ଧାରଣା




News Story - Posted on 2016-08-12

ମୋ ମାଆ



ମୁଁ ଏବେ ସୁଦ୍ଧା ଯେତେ ଜଣଙ୍କୁ ଦେଖିଛି ମୋ ମାଆ ଥିଲେ ଦୁନିଆର ସବୁଠୁ ସୁନ୍ଦର ମହିଳା। କିନ୍ତୁ ତାହା ତାଙ୍କର ବାହ୍ୟ ସୌନ୍ଦର୍ଯ୍ୟ ନୁହେଁ, ତାହା ହେଉଛି ତାଙ୍କ ହୃଦୟର ସୌନ୍ଦର୍ଯ୍ୟ, ଯାହାକି ସର୍ବଦା କଲରାବାଙ୍କ ଗାଁ ଓ ଏହାର ପ୍ରତିଟି ମଣିଷ ପାଇଁ ଅବିରତ କ୍ଷରଣ ହେଉଥିଲା। ସେ ବିତ୍ତଶାଳୀ କିମ୍ୱା ପ୍ରତିପତ୍ତିଶାଳୀ ନଥିଲେ, କିନ୍ତୁ ତାଙ୍କର ବିୟୋଗ କଲରାବାଙ୍କ ଓ ମାଣପୁର ପଞ୍ଚାୟତକୁ ଶୂନ୍ୟ କରିଦେଇଛି। ସେ କେବେ ସୁଖ ସ୍ୱାଚ୍ଛନ୍ଦ୍ୟ ଚାହୁଁ ନଥିଲେ କିନ୍ତୁ, ତାଙ୍କ ଗାଁ ଲୋକଙ୍କ ପାଇଁ ଗାଁରେ ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ଉପଲବ୍ଧ ହେଉ ସେ ଚାହୁଁଥିଲେ। ସେ ଶିକ୍ଷିତ ନଥିଲେ କିନ୍ତୁ, ଗାଁରେ ଭଲ ସ୍କୁଲଟିଏ ହେଉ ଯଦ୍ୱାରା ଗାଁ ପିଲାମାନେ ପାଠ ପଢିପାରିବେ ବୋଲି ସେ ଚାହୁଁଥିଲେ। ଗାଁ ରେ ଘରେ ବସି କିପରି ସାତ ସନ୍ତାନସନ୍ତତିଙ୍କୁ ମଣିଷ କରିବେ ସେଥିପାଇଁ ଅହରହ ସଂଗ୍ରାମ କରୁଥିଲେ ମଧ୍ୟ ସେ ଚାହୁଁଥିଲେ ଗାଁରେ ଗୋଟିଏ କମ୍ୟୁନିଟ‌୍‍ ହଲ ଓ ନଲେଜ‌୍‍ ସେଣ୍ଟର ଯେଉଁଠି ଗ୍ରାମବାସୀମାନେ ଏକାଠି ବସି ସେମାନଙ୍କ ପିଲାମାନଙ୍କ ଭଲ ପାଇଁ ଆଲୋଚନା କରିପାରିବେ ଓ ନିଷ୍ପତ୍ତି ନେଇପାରିବେ। ବାପାଙ୍କ ବିୟୋଗ ଓ ଅତିଶୟ ଅଭାବ ଅନ


News Story - Posted on 2016-08-11

ଠିକାଦାର ମାଲାମାଲ, ଶିଶୁ ବେହାଲ




News Story - Posted on 2016-08-11

କେତେ ସୁରକ୍ଷିତ ସ୍କୁଲ ପରିବହନ?




News Story - Posted on 2016-08-11

ଶିକ୍ଷା ଘୋଟାଲାରେ ଜଡ଼ିତ ନବୀନ!



ମାନ୍ୟବର ହାଇକୋର୍ଟଙ୍କ ତନାଘନା ପରେ ହନୁ ମଲାବେଳେ ସତ କହିଲା ପରି ଗଣଶିକ୍ଷା ବିଭାଗ ୧୬.୦୨.୨୦୧୬ରେ ଏସଆଇଟିକୁ ବନ୍ଦ କରିବା ପାଇଁ ବ୍ୟବହୃତ ହୋଇଥିବା ଚିଠିଟି କେନ୍ଦ୍ର ସରକାରଙ୍କ ନୁହଁ ବୋଲି ସଫେଇ ଦେଇଛନ୍ତି।  ଏସଆଇଇଟିକୁ ବନ୍ଦ କରିବା ପୂର୍ବରୁ ଗଣଶିକ୍ଷା ସଚିବ ୨୦.୦୩.୨୦୧୩ ତାରିଖରେ ଓକେସିଏଲ ମାଧ୍ୟମରେ ଆଇସିଟି ଯୋଜନା କାର୍ଯକାରୀ କରାଯିବ ବୋଲି ଓକେସିଏଲକୁ ଏକ ଚିଠି ଦେଇଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଓକେସିଏଲକୁ ଅଦ୍ୟାବଧି ଆଇସିଟି ବାବଦରେ ୧୭୭୬୦୬୬୦୦ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଁି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦେଶ ମିଳିଛି ବୋଲି ସୂଚନା ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।


News Story - Posted on 2016-08-10

କ’ଣ ଅଭାବ? ନିଷ୍ଠା ନା ଦକ୍ଷତା?



ଏକଥା ଚାଲାଖ ବାବୁ ଓ ନେତାମାନେ ଜାଣିଛନ୍ତି। ତେଣୁ ନିୟମ ପ୍ରଣୟନ କରିବା ଆଳରେ ଗଲା ଅଢ଼େଇ ମାସ କାଟିଦେବା ପରେ ଆଉ ଗୋଟେ କମିଟି ଘୋଷଣା କରି ଆଉ କିଛି ଦିନ ଟାଳି ଦେବାକୁ ଯାଉଛନ୍ତି। ଅଗଷ୍ଟ ୮ ତାରିଖ ମନ୍ତ୍ରିସଭାରେ ଓଡ଼ିଶା ସରକାରଙ୍କ ଭାଷା ସଂକ୍ରାନ୍ତ ଅଧ୍ୟାଦେଶଟି ମଂଜୁର ହେଲା। ଏ ଅଧ୍ୟାଦେଶଟି ହେଉଛି ୧୯୫୪ ଭାଷା ଆଇନର ସଂଶୋଧନ। ସଂଶୋଧନ ହେଉଛି ନିୟମ ପ୍ରଣୟନ କରିବାର କ୍ଷମତା ଗ୍ରହଣ। ପୂର୍ବ ଆଇନରେ କାଳେ ନିୟମ ପ୍ରଣୟନ ପାଇଁ ସରକାରଙ୍କର କ୍ଷମତା ନଥିଲା! ଯା ହେଉ, ଏ କ୍ଷମତା ପାଇବାକୁ ସରକାର କେଇ ମାସ ତଳେ ଏକ ଅଧ୍ୟାଦେଶ ଆଣିଥିଲେ। ଏବେ ତାକୁ ମନ୍ତ୍ରିସଭାର ମଂଜୁର କଲେ। ଆଗାମୀ ବିଧାନସଭା ଅଧିବେଶନରେ ତତ୍‌ସଂକ୍ରାନ୍ତ ବିଲ୍ ଆଣିବେ। ବିଲ୍ ଆଇନରେ ପରିଣତ ହେବା ପରେ ନିୟମ ପ୍ରଣୟନ ହେବ। ନିୟମ କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇବ। ତା’ ପରେ ଓଡ଼ିଶାରେ ଚାଲିବ ଓଡ଼ିଆ ଶାସନ!


News Story - Posted on 2016-08-10

କିସ‍୍‌ ଛାତ୍ରଛାତ୍ରୀଙ୍କ ସଫଳତା




News Story - Posted on 2016-08-08

ଗଣମାଧ୍ୟମର ଭାଷା



ଗଣମାଧ୍ୟମ ଏବଂ ଭାଷାର ସମ୍ପର୍କ ବଡ଼ ନିବିଡ଼ ଆଉ ପରସ୍ପର-ନିର୍ଭରଶୀଳ (ସିମ୍ବାୟୋଟିକ‍୍‌)। ଯେହେତୁ ଗଣମାଧ୍ୟମ ମୁଖ୍ୟ ଉଦ୍ଦେଶ୍ୟ ହେଲା ଏକା ସାଙ୍ଗରେ ବହୁ ଲୋକଙ୍କ ପାଖରେ ପହଞ୍ଚିବା ତେଣୁ ଯେଉଁ ଭାଷା ବେଶି ଲୋକେ ସହଜରେ ବୁଝିପାରିବେ, ଗଣମାଧ୍ୟମ ସାଧାରଣତଃ ତାକୁଇ ବ୍ୟବହାର କରେ। ଅଧିକ କ୍ଳୀଷ୍ଟ ଶବ୍ଦ ବା ଶବ୍ଦର ଜଟିଳ ବ୍ୟବହାରକୁ ଗଣମାଧ୍ୟମ ବେଶି ପସନ୍ଦ କରେ ନାହିଁ। ଆଦୌ ବ୍ୟବହାର କରେ ନାହିଁ ବୋଲି କହିଲେ ଭୁଲ ହେବ। ତେବେ ସ୍ବଭାବତଃ ଗଣମାଧ୍ୟମ ସରଳ ଭାଷା ଓ ଭାବର ସାବଲୀଳ ସଂଚାରକୁ ଅଧିକ ଚାହେଁ।


News Story - Posted on 2016-08-07

ଭାଷା ମାଫିଆଙ୍କ ଚାଲ୍



ଦୈନିକ ସମାଜର ୨୫.୬.୨୦୧୬ ସଂସ୍କରଣରେ ଓଡ଼ିଆ ବିଶ୍ବବିଦ୍ୟାଳୟ କାହିଁକି ଆବଶ୍ୟକ? ଶୀର୍ଷକ ଏକ ପ୍ରତିବେଦନ ରଖି ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ନିଜକୁ ଓ ନିଜ ଗୋଷ୍ଠୀକୁ ଭାଷାପ୍ରେମୀ ବୋଲି ଦେଖେଇ ହେବା ପାଇଁ ଅନ୍ୟ ସମସ୍ତଙ୍କୁ ଭାଷାବିରୋଧୀ ବୋଲି ଆକ୍ଷେପ କରିଛନ୍ତି। ଏ ଭାଷାବିରୋଧୀ କିଏ?- ଏହା କହିବାକୁ ଯାଇ ସେ ଲେଖିଛନ୍ତି, ଏଥିରେ ଦୁଇ ପ୍ରକାର ଲୋକ ଅଛନ୍ତି। ପ୍ରଥମ, ଯେଉଁ ସମସ୍ତେ ପ୍ରଚଳିତ ଆଞ୍ଚଳିକ ଭାଷାକୁ ଜ୍ଞାନର ଭାଷା ଓ ବିକାଶର ଭାଷା ଭାବରେ ଗଢ଼ିବାକୁ ଚାହାନ୍ତି ନାହିଁ। ସେମାନଙ୍କ ମତରେ ଇଂରାଜୀ ଏକମାତ୍ର ଜ୍ଞାନ ଓ ବିଜ୍ଞାନର ଭାଷା। ଦ୍ବିିତୀୟ, ଯେଉଁମାନଙ୍କର ବଦ୍ଧମୂଳ ଧାରଣା ଯେ, ଆଞ୍ଚଳିକ ଭାଷାଗୁଡ଼ିକ ରୋଜଗାରର ଭାଷା ନୁହନ୍ତି। ଏକମାତ୍ର ଇଂରାଜୀ ଭାଷା ରୋଜଗାରର ଭାଷା।


News Story - Posted on 2016-08-06

ଆଗ ଓଡ଼ିଆ ବିଶ୍ବବିଦ୍ୟାଳୟ



ସ୍ୱୟଂ ସମ୍ପୂର୍ଣ୍ଣ ଓଡିଆ ବିଶ୍ୱବିଦ୍ୟାଳୟ ଗବେଷଣା ଓ ଭାଷାଭିତ୍ତିକ ହେବାର ଅର୍ଥ ଓଡିଆକୁ ଜ୍ଞାନବିଜ୍ଞାନର ଭାଷା ଭାବରେ ପ୍ରତିଷ୍ଠିତ କରାଇବା। ଏହା ଓଡିଆ ଭାଷା ଓ ସାହିତ୍ୟର ନୂତନ ଶିକ୍ଷା ଦିଗନ୍ତ ଉନ୍ମୋଚନ କରିବା ସହିତ ଆଜି ପର୍ଯ୍ୟନ୍ତ ବାଣିଜ୍ୟ, ବିଜ୍ଞାନ, ଯାନ୍ତ୍ରିକବିଦ୍ୟା, ଚିକିତ୍ସା, ପ୍ରଯୁକ୍ତିବିଦ୍ୟା ଆଦି ଆଧୁନିକ ଶିକ୍ଷାବ୍ୟବସ୍ଥାର ସମସ୍ତ ବିଭବ ଓଡିଆରେ ପଢାଯିବ। ଓଡିଶାରେ ଉଚ୍ଚଶିକ୍ଷାପାଇଁ ରାଜ୍ୟ ତଥା ଜାତୀୟ ସ୍ତରର ଯେତକ ଶିକ୍ଷାନୁଷ୍ଠାନ ରହିଛି, ଏ ସବୁର ଶିକ୍ଷାମାଧ୍ୟମ ହେଉଛି ଇଂରାଜୀ। ଏହା ମାତ୍ର ୧୩ ପ୍ରତିଶତ ବିଦ୍ୟାର୍ଥୀଙ୍କୁ ଉଚ୍ଚଶିକ୍ଷା ଦେଇପାରୁଛି। ଏହି ୧୩ ପ୍ରତିଶତରୁ ୬୦ ଭାଗ ଓଡିଶା ବାହାର ପିଲା। ଯେଉଁ କେତେକ ଓଡିଆ ପିଲା ସଫଳ ହେଉଛନ୍ତି, ସେମାନଙ୍କ ସଂଖ୍ୟା ମାତ୍ର ୧ ପ୍ରତିଶତ। ଅର୍ଥାତ ରାଜ୍ୟର ୯୯ ଭାଗ ପିଲା ଉଚ୍ଚଶିକ୍ଷା ଓ ଭଲ ନିଯୁକ୍ତିରୁ ବଞ୍ଚିତ ହେବାର ମୂଳକାରଣ ହେଉଛି ବିଦେଶୀ ଭାଷାର ବୋଝ। ଏହି ବୋଝରୁ ମୁକ୍ତ କରି ଓଡିଶା ପାଇଁ କେବଳ ଉଚ୍ଚଶିକ୍ଷିତ ଓଡିଆ ପିଲା ପ୍ରସ୍ତୁତ କରିବା ହେବ ଓଡିଆ ବିଶ୍ୱବିଦ୍ୟାଳୟର ମୂଳଲକ୍ଷ୍ୟ।


News Story - Posted on 2016-08-03

ସ୍କୁଲ ଛାତ୍ରଛାତ୍ରୀଙ୍କ ବନ୍ଦର ଭ୍ରମଣ




News Story - Posted on 2016-07-25

ଫୋପାଡ଼ନ୍ତୁ ବିକୃତ ତରୁଣ ଶବ୍ଦକୋଷ




News Story - Posted on 2016-07-23

ଏଇ କ’ଣ ଶିକ୍ଷା ଅଧିକାର?



କିନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାର ଏଭଳି ଭିତ୍ତିଭୂମି ପ୍ରସ୍ତୁତି ପାଇଁ ବିଭିନ୍ନ ଯୋଜନା ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଥିଲେ ମଧ୍ୟ ୨୦୦୭ ଶିକ୍ଷା ବର୍ଷରେ ସ୍ଥାପିତ ହେଇଥିବା କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ପଂଚାୟତ ଅଧୀନସ୍ଥ ସର୍ଦ୍ଦାପଡା ନୂତନ ପ୍ରାଥମିକ ବିଦ୍ୟାଳୟ ପାଇଁ ବିଦ୍ୟାଳୟ କୋଠାଟିଏ ନିର୍ମାଣ କରି ପାରି ନାହାଁନ୍ତି। ଯେଉଁଥିପାଇଁ ଦୀର୍ଘ ୯ ବର୍ଷ ହେବ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଅସୁରକ୍ଷିତ ଅବସ୍ଥାରେ ଏକ ବରଗଛ ମୂଳେ ଶିକ୍ଷା ଗ୍ରହଣ କରୁଛନ୍ତି। ବର୍ଷା ହେଲେ କୌଣସି ଏକ ଘର ବାରଣ୍ଡାରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି। ଏମାନଙ୍କ ପାଇଁ ନାହିଁି କୌଣସି ଶୌଚାଳୟ ଅଥବା ପିଇବା ପାଇଁ ଶୁଦ୍ଧ ପାଣିର ବ୍ୟାବସ୍ଥା। ନଳକୂପର ବ୍ୟବସ୍ଥା ନଥିବାରୁ ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ କୋମଳମତି ଛାତ୍ରଛାତ୍ରୀ ଅସୁରକ୍ଷିତ ଅବସ୍ଥାରେ ମାତ୍ର ୧୫୦ ମିଟର ଦୂରରେ ପ୍ରବାହିତ ମଣ୍ଡଳଜୋରର ପାଣିରେ ନିଜର ଅଇଁଠା ବାସନ ମାଜୁଛନ୍ତି। ବର୍ଷା ଦିନେ ଏହି ଜୋରରେ ପ୍ରଖର ବେଗରେ ପାଣି ପ୍ରବାହିତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଗୋଡ ଖସି ପାଣି ସ୍ରୋତରେ ଭାସିଯିବା&#


News Story - Posted on 2016-07-19

ସାହସୀ ହୁଅନ୍ତୁ ଯୁବପିଢ଼ି-ଦେବୀ




News Story - Posted on 2016-07-15

ଶ୍ରୀବାଣୀକ୍ଷେତ୍ରରେ ରଥଯାତ୍ରା




News Story - Posted on 2016-07-13

ଭ୍ରାତୃଭାବ ହିଁ ଜାତୀୟ ସଂହତି



କିଟ‍୍‌ରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହୋଇଥିବା ଏହି ଶିବିରକୁ ଉଦ‍୍‌ଘାଟନ କରି ଶ୍ରୀ ଟେକୋ କହିଲେ ଦେଶର ବିକାଶରେ ଜାତୀୟ ସଂହତିର ପ୍ରମୁଖ ଭୂମିକା ରହିଛି। ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ବିଶେଷତ୍ୱ। ଯୁବକମାନେ ହେଉଛନ୍ତି ବିଶ୍ୱର ଭବିଷ୍ୟତ। ରାଜ୍ୟ-ରାଜ୍ୟ ଓ ଦେଶ-ଦେଶ ମଧ୍ୟରେ ଏକତା ଓ ଭ୍ରାତୃତ୍ୱ ଭାବ ରହିଲେ ବିଶ୍ୱରେ ଶାନ୍ତି ଓ ସଂହତି ଆସିପାରିବ। ସେ ଆହୁରି ମଧ୍ୟ କହିଲେ, ଜାତି, ଧର୍ମ, ବର୍ଣ୍ଣ, ସଂସ୍କୃତି, ରାଜ୍ୟ, ଦେଶ ନିର୍ବିଶେଷରେ ପ୍ରତ୍ୟେକଙ୍କ ମଧ୍ୟରେ ବିଶ୍ୱ ଭ୍ରାତୃଭାବ ରହିବା ଆବଶ୍ୟକ। କିଟ‍୍‌ ଓ କିସ‍୍‌ ହେଉଛି ଜାତୀୟ ସଂହତିର ସବୁଠାରୁ ବଡ଼ ଉଦାହରଣ ବୋଲି ସେ କହିଥିଲେ। ଦେଶର ପ୍ରତ୍ୟେକ ଯୁବକ ଭାରତକୁ ବୁଝିବା ଦରକାର ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ବର୍ତ୍ତମାନ ପରିସ୍ଥିତିରେ ଏକତା ଓ ଶାନ୍ତି ଯେ କୌଣସି ରାଷ୍ଟ୍ର ପାଇଁ ଏକ ବଡ଼ ଚ୍ୟାଲେଞ୍ଚ ହୋଇଛି। ବିଶ୍ୱର ସମସ୍ତେ ଶାନ୍ତି ଓ ସ୍ଥିରତା ଚାହାନ୍ତି। କିନ୍ତୁ ଶାନ୍ତି ଓ ସ୍ଥିରତା ଆଣିବା ଏକ ସହଜ ବ୍ୟାପାର ନୁହେଁ। ସଫଳତାର ଚାବିକାଠି ହେଉଛି ଶାନ୍ତି ଓ ସ୍ଥିରତା। ଯୁବକମାନେ ଏଭଳି ଚ୍ୟାଲେଞ୍ଜର ମୁକାବିଲା କରିପାରିବେ ବୋଲି ସେ କହିଥିଲĠ


News Story - Posted on 2016-07-12

ଇମାମୀ ଅଧ୍ୟକ୍ଷଙ୍କ କିସ୍‌ ପରିଦର୍ଶନ




News Story - Posted on 2016-07-02

କିଟ‌୍‍ରେ ଇଫ‌୍‍ତାର ପାଳିତ




News Story - Posted on 2016-06-30

ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଭଲ!



ଏହା ଏକ ଉଦ‌୍‍ବେଗଜନକ ବିଷୟ ହୋଇଥିବା ବେଳେ ଓଡିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗ ଓ କୋଆଲିସନ‌୍‍ ଫର ଫୁଡ ଆଣ୍ଡ‌୍‍ ନ୍ୟୁଟ୍ରିସନ, ନୂଆଦିଲ୍ଲୀର ମିଳିତ ଆୟୋଜନରେ ସ୍ଥାନୀୟ ଆଂଚଳିକ ଭେଷଜ ଗବେଷଣାଗାର ସଭାଗୃହରେ ନିରନ୍ତର ଖାଦ୍ୟ ଓ ପୃଷ୍ଟି ସୁରକ୍ଷା ଉପରେ ଅନୁଷ୍ଠିତ ଜାତୀୟ ସମ୍ପାନକୁ ରାଜ୍ୟ ଉନ୍ନୟନ କମିଶନର ଆର‌୍‍. ବାଲକ୍ରିଷ୍ଣନ‌୍‍ ଉଦ‌୍‍ଘାଟନ କରି କହିଥିଲେ ଯେ ବତ୍ତର୍ମାନ ଓଡ଼ିଶାରେ ପୁଷ୍ଟିସାଧନକୁ ଏକ ଆନ୍ଦୋଳନରେ ପରିଣତ କରାଇବାର ଆବଶ୍ୟକତା ରହିଛି। କ୍ଷୁଦ୍ରଦାନା ଶସ୍ୟ ମାଣ୍ଡିଆରେ ନ୍ୟୁଟ୍ରିସନ‌୍‍ ମାନକ ଅତ୍ୟଧିକ ରହିଥିବାରୁ ମାଣ୍ଡିଆକୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସାମିଲ କରାଇବା ଦରକାର ।


News Story - Posted on 2016-06-28

ବିଶ୍ୱର ଶ୍ରେଷ୍ଠ ୫୦୦ ଏନ‍୍‌ଜିଓ ମଧ୍ୟରେ କିସ‍୍‌



ଉତ୍ତମ ପ୍ରଭାବ (ଆଉଟ‍୍‌ଷ୍ଟାଣ୍ଡିଂ ଇମ‍୍‌ପାକ୍ଟ), ନୂତନତ୍ୱ (ଇନୋଭେସନ‍୍‌) ଓ ପରିଚାଳନା (ଗଭର୍ଣ୍ଣାନ‍୍‌ସ) ଭିତ୍ତିରେ ଏହି ସଂସ୍ଥା ବିଶ୍ୱର ପ୍ରତି ଦେଶରୁ ହଜାର ହଜାର ଏନ‍୍‌ଜିଓଙ୍କୁ ନେଇ ସର୍ବେକ୍ଷଣ କରିଥିଲେ। ଏନ‍୍‌ଜିଓ ଆଡ୍ଭାଇଜର ପକ୍ଷରୁ ପୁଙ୍ଖାନୁପୁଙ୍ଖ ଓ କଡ଼ାକଡ଼ି ଯାଞ୍ଚ ପରେ ସେଥି ମଧ୍ୟରୁ ବିଶ୍ୱର ଶ୍ରେଷ୍ଠ ୫୦୦ ଏନ‍୍‌ଜିଓ ବଛାଯାଇଥିଲା। ଏହି ସର୍ବେକ୍ଷଣରେ ଏନ‍୍‌ଜିଓ ଆଡ୍ଭାଇଜର ପକ୍ଷରୁ ସ୍ୱଚ୍ଛତା ନିମନ୍ତେ ଜନମତ ସଂଗ୍ରହ କରିବା ସହ ୧୬୫ ମାନଦଣ୍ଡରେ ଏନ‍୍‌ଜିଓଗୁଡ଼ିକର ପ୍ରଦର୍ଶନକୁ ଭିତ୍ତିକରି ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଭାବ, ପରିଚାଳନା ଓ ନୂତନତ୍ୱ ଆଦି ୩ଟି ଦିଗକୁ ଲକ୍ଷ୍ୟରେ ରଖି ଏହି ୧୬୫ଟି ମାନଦଣ୍ଡ ପ୍ରସ୍ତୁତ କରାଯାଇଥିଲା।


News Story - Posted on 2016-06-22

କିଟ‌୍‍, କିସ‌୍‍ରେ ଯୋଗ ଦିବସ




News Story - Posted on 2016-06-20

୩୦ ଜିଲ୍ଲାରେ କିସ୍‌ର ସଫେଇ



ସୂଚନାଯୋଗ୍ୟ, ୧୦ ବର୍ଷ ଧରି କିସ‍୍‌ର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଲଗାତାର ଶତ ପ୍ରତିଶତ ହୋଇଆସୁଛି। ଚଳିତବର୍ଷ କିସ‍୍‌ରୁ ୨୨ ଜଣ ବଣ୍ଡା ସଂପ୍ରଦାୟ ଛାତ୍ରଛାତ୍ରୀ ଯୁକ୍ତ ୨ ପାସ‍୍‌ କରି ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ କିସ‍୍‌ର ଛାତ୍ର ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସଫଳତା ଅର୍ଜନ କରିବା ସହ ଆଇଆଇଟି କାନ‍୍‌ପୁରରେ ଏମ‍୍‌ଏସ‍୍‌ସି ପଢ଼ିବା ପାଇଁ ମନୋନୀତ ହେବା ତଥା ଏନ‍୍‌ଆଇଟି ପାଇବା ଆଦି କିସ‍୍‌ ତଥା ସମଗ୍ର ଜନଜାତି ବର୍ଗ ପାଇଁ ଗୌରବର ବିଷୟ। ପୂର୍ବରୁ କିସ‍୍‌ ଛାତ୍ରଛାତ୍ରୀମାନେ ବିଭିନ୍ନ ବୈଷୟିକ ଶିକ୍ଷା ପାଇଁ ହେଉଥିବା ଏନ‍୍‌୍ଆଇଟି, ଆଇଆଇଏମ‍୍‌ ଓ ମେଡିକାଲ ଆଦି ଜାତୀୟସ୍ତରର ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆସୁଛନ୍ତି।


News Story - Posted on 2016-06-11

ଶିକ୍ଷାବ୍ୟବସ୍ଥା, କପି ଓ ସମାଜ



ସରକାରଙ୍କ ଦ୍ୱିତୀୟ ବିକଳ୍ପ ହେଲା, ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା। ପ୍ରତିବର୍ଷ ଆଭ୍ୟନ୍ତରୀଣ ପରୀକ୍ଷା କରି ବାର୍ଷିକ ଜ୍ଞାନ ଆହରଣ ସ୍ତର ପହଞ୍ଚିଲା କି ନାହିଁ, ତାହା ଯାଞ୍ଚ କରିବା ଓ ସେ ଅନୁସାରେ ପରବର୍ତ୍ତୀ ଶିକ୍ଷା ବର୍ଷରେ ଦୁର୍ବଳତାକୁ ଦୂର କରିବା। ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଯଦି ପ୍ରତିବର୍ଷ ପିଲାଟି ତା’ର ସ୍ଥିରୀକୃତ ଶିକ୍ଷା ଗ୍ରହଣ ସ୍ତର ହାସଲ କରେ, ତେବେ ୯ମ ଓ ୧୦ମ ଶ୍ରେଣୀରେ ସେ ଅସୁବିଧାରେ ପଡ଼ିବ ନାହିଁ। ସେହିପରି ୯ମ ଓ ୧୦ମ ଶ୍ରେଣୀରେ କମ୍ପ୍ୟୁଟର, ଏଲ‌୍‍ସିଡ଼ି ବ୍ୟବହାର କରି ପିଲାଙ୍କ ଅସୁବିଧା ଦୂର କରାଯାଇପାରିବ। ଏହା ସହିତ ବୋର୍ଡ଼ ପରୀକ୍ଷା ପଦ୍ଧତିର ମଝିରେ ମଝିରେ ପରିବର୍ତ୍ତନ ହେବା ଉଚିତ‌୍‍।


News Story - Posted on 2016-05-30

ସଭ୍ୟତାର ଅନ୍ତୁଡ଼ିଶାଳ ଭାରତ!



ଏହି ଦୁଇ ସଂସ୍ଥାର ଗବେଷକମାନେ ହରପ୍ପା ଓ ମହେଞ୍ଜୋ ଦାରୋ ବାହାରେ ହରପ୍ପା ସଭ୍ୟତାର ପ୍ରମାଣ ଖୋଜୁ ଖୋଜୁ ଏହି ପ୍ରମାଣ ପାଇଛନ୍ତି। ଏମାନେ ପ୍ରଥମେ ବିଶ୍ୱାସ କରୁଥିଲେ ଯେ ଏବେ ପାକିସ୍ଥାନରେ ଥିବା ହରପ୍ପା ଓ ମହେଞ୍ଜୋ ଦାରୋ ସଭ୍ୟତା ହରିଆନାର ଭିର‍୍‌ରାନା ଓ ରାକ୍ଷିଗଡ଼ି ଏବଂ ଲୋଥାଲ, ଧୋଲାବିରା ଓ କାଲିବାଙ୍ଗାନ ଅଂଚଳ ଯାଏଁ ବ୍ୟାପ୍ତିଲାଭ କରିଥିଲା। ଏଇଆ ପ୍ରମାଣ କରିବା ପାଇଁ ସେମାନେ ଅନୁସନ୍ଧାନ ଆରମ୍ଭ କରି ପ୍ରଥମେ ଭିର‍୍‌ରାନାରେ ଖୋଳାଖୋଳି କରିଥିଲେ। ସେଠାରୁ ସେମାନେ ଏସବୁ ମାଟିପାତ୍ର ସହିତ ଗାଈ, ଛେଳି, ହରିଣ ଆଦି ପଶୁଙ୍କ ହାଡ଼ ମଧ୍ୟ ପାଇଥିଲେ। ଏହାକୁ କାର୍ବନ ୧୪ ପଦ୍ଧତିରେ ଅନୁଶୀଳନ କରାଯାଇଥିଲା। ଏଥିରେ ସହାୟତା କରିଥିଲେ ପୁନେସ୍ଥିତ ଡେକାନ କଲେଜର ଆରତୀ ଦେଶପାଣ୍ଡେ ମୁଖାର୍ଜୀ। ଅହମ୍ମଦାବାଦର ଫିଜିକାଲ ରିସର୍ଚ୍ଚ ଲାବୋରେଟୋରି ମଧ୍ୟ ଏଥିରେ ସହାୟତା କରିଥିଲେ। ଏହି ଅନୁଶୀଳନରୁ ଏସବୁ ପଶୁମାନେ କେଉଁ ସମୟରେ ଥିଲେ ଏବଂ ସେତେବେଳକାର ପାଗ ପରିବେଶ କ’ଣ ଥିଲା ତାହା ଜଣାପଡ଼ିଛି।


News Story - Posted on 2016-05-21

ଅଙ୍ଗନବାଡ଼ି ଘର ନାହିଁ, ଶୁଣ୍ଢିପିଣ୍ଡାରେ ଶିଶୁ



କିନ୍ତୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଢଚେର ଗାଁ ଗ୍ରାମ ପଞ୍ଚାୟତର ପିଲାଙ୍କ ପାଇଁ ଏହି ସୁବିଧା ନାହିଁ। ପଂଚାୟତରେ ଥିବା ୪ ଗୋଟି ଅଙ୍ଗନବାଡି କେନ୍ଦ୍ରର ଘର କାମ ୫ ବର୍ଷ ଧରି ଅଧପନ୍ତରିଆ ଭାବେ ପଡିରହିଛି। ଫଳରେ ଅକ୍ଷର ଚିହ୍ନିବା ଓ ପୁଷ୍ଟିକର(!) ଖାଦ୍ୟ ଖାଇବା ଆଶାରେ କୋମଳମତି ପିଲାମାନେ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି। କୋଉଠି ଘରକାନ୍ଥରେ ତ କୋଉଠି ଗାଈ ଗୁହାଳରେ ପାଠପଢୁଛନ୍ତି ପିଲା। ଏନେଇ ଗାଁର ଅଙ୍ଗନବାଡି ଦିଦିଙ୍କଠାରୁ ଆରମ୍ଭ କରି ୱାର୍ଡମେମ୍ୱର ପର୍ଯ୍ୟନ୍ତ ସମସ୍ତେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହି।


News Story - Posted on 2016-05-14

ଗୋଟିଏ ଗାଁରେ ଗୋଟିଏ ନାଁରେ ଦୁଇଟି ସ୍କୁଲ



ଧର୍ମଗଡ ବ୍ଲକର ମୁଖିଗୁଡା  ଗ୍ରାମରେ ୧୮.୧୦.୧୯୫୫ ମସିହାରେ ପ୍ରତିଷ୍ଟିତ ଏକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ପୁଣି ଉକ୍ତ ବିଦ୍ୟାଳୟ ନାମରେ (୧୮.୧୦.୧୯୫୫ ମସିହାରେ ପ୍ରତିଷ୍ଠିତ) ଆଉ ଏକ  ବିଦ୍ୟାଲୟ ୧ କି.ମି ଦୂର କାଟିକୁରଲିଆ ପଡା (ମୁଖିଗୁଡା)ଠାରେ  ଦୀର୍ଘ ପାଂଚ ବର୍ଷ ହେଲା ଖୋଲା ଯାଇଛି। ଦୁଇ ବର୍ଷ  ହେବ  ପୁଣି ସେଠାରେ ଆଉ ଏକ ଅତିରିକ୍ତ ଶ୍ରେଣୀ କୋଠରୀ ମଧ୍ୟ  ନିର୍ମାଣ କରାଯାଇଛି। ବିଦ୍ୟାଳୟ ପରିସରରେ ନଳକୂପ, ପରିଶ୍ରାଗାର ଓ ରୋଷେଇଘର  ମଧ୍ୟ ତିଆରି କରାଯାଇଛି।


News Story - Posted on 2016-05-10

ସଭିଏଁ ପଢ଼ନ୍ତି ନାହିଁ, ସ୍କୁଲ ଯା’ନ୍ତି ନାହିଁ!



ଓଡ଼ିଶାରେ ଏପରି ଉଦାହରଣ କମ ନୁହେଁ। ମଧ୍ୟାହ୍ନ ଭୋଜନ ବାବଦରେ ଅଧିକ ପାଣ୍ଠି ବା ସାମଗ୍ରୀ ପାଇବାକୁ ସ୍କୁଲ କର୍ତ୍ତୃପକ୍ଷ ଅଧିକ ପିଲା ଦର୍ଶାଇଥାନ୍ତି। ସ୍କୁଲରେ ୫୦ ପିଲା ପଢ଼ୁଥିଲେ ୧୦୦ ଦର୍ଶାଇ ଅଧିକ ଜିନିଷ ଓ ପାଣ୍ଠି ଉଠାଯାଏ। ଏହି ଅଧିକ ଅର୍ଥ ବା ସାମଗ୍ରୀକୁ ସ୍କୁଲ କର୍ତ୍ତୃପକ୍ଷ ବିଭିନ୍ନ ବାଟରେ ଚଳୁ କରିଥାନ୍ତି। ଏମିତିରେ ଅନେକ ସ୍କୁଲରେ ପିଲା ସଂଖ୍ୟା ଅଧିକ ହୋଇଯାଏ। ତେବେ ଆଦିବାସୀ ଓ ଅନୁନ୍ନତ ଅଂଚଳର ସ୍କୁଲଗୁଡ଼ିକରେ କାହିଁକି ପିଲା ସଂଖ୍ୟା କମୁଛି ତାହା ନିଶ୍ଚୟ ଏକ ଗମ୍ଭୀର ବିଷୟ। ସେଠାରେ ବୋଧହୁଏ ମାଗଣା ଖାଇବାକୁ କିମ୍ବା ପିଲାଙ୍କ ନାଁରେ ପାଣ୍ଠି ହଡ଼ପ କରିବାକୁ ଲୋକଙ୍କ ଆଗ୍ରହ କମ।

 


News Story - Posted on 2016-04-13

ସାମାଜିକ ଗଣମାଧ୍ୟମ ଓ ସାମ୍ବାଦିକତା



ଅନେକ ସମୟରେ କିଛି ଲୋକ ଅନ୍ୟମାନଂକଠାରୁ ଯାହା ପୋଷ୍ଟ ଦେଖନ୍ତି ତାହାକୁ ଶେୟାର କିମ୍ବା ଲାଇକ୍ କରି ଦିଅନ୍ତି॥ କିନ୍ତୁ ଯଦି ବନ୍ଧୁମାନେ ସେହି ବିଷୟରେ ଅଧିକ ଜାଣିବା ପାଇଁ ଚାହାନ୍ତି ତାହା ହେଲେ କୁହନ୍ତି ଆମେ ଅଧିକ ଜାଣନ୍ତି ନାହିଁ। ଏହାଦ୍ବାରା ସେହି ବନ୍ଧୁମାନଂକ ପାଖରେ ସେମାନଂକ ଜ୍ଞାନ ବିଷୟରେ ବିଭିନ୍ନ ପ୍ରଶ୍ନ ଉଠୁ ନ ଥିବ କି? ଆମେ ଶିକ୍ଷିତ ବୋଲି ଆଜି ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମକୁ ବ୍ୟବହାର କରିପାରୁଛୁ କିନ୍ତୁ ଯଦି କେବଳ ଶେୟାର କିମ୍ବା ଲାଇକ୍ କରିଦେଉ ତାହା ହେଲେ ଆମେ କେବଳ ଖବର ଦେବା ଲୋକ ଛଡା ଅନ୍ୟ କିଛି ପରିଚୟ ନେଇ ବଂଚିପାରିବା କି? ଶେୟର୍ କିମ୍ବା ଲାଇକ୍ କରିବା କିଛି ଖରାପ ନୁହେଁ କିନ୍ତୁ ସେହି ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ନିହାତି ଆବଶ୍ୟକ।

 


News Story - Posted on 2016-03-26

ଓଡିଅା ହିଁ  ପ୍ରକୃତ ବିଜ୍ଞାନ ସମ୍ମତ ଭାଷା



ଏହି ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ଅାଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଯେ ବିଚ୍ଛିନ୍ନାଞ୍ଚଳରେ ଥିବା ଓଡିଅାମାନେ ଏବେ ନିଜର ପରିଚୟ ନିଜ ଅନିଚ୍ଛା ସତ୍ତ୍ବେ ହଜାଇ ଦେଉଛନ୍ତି।  ବିଚ୍ଛିନ୍ନାଞ୍ଚଳର ଓଡିଅାମାନେ କିପରି ପୁଣି ଓଡିଅା ସହିତ ବାନ୍ଧିହେବେ, ସେ ବିଷୟରେ ଅାମ ବୁଦ୍ଧିଜୀବୀମାନଙ୍କ ଚିନ୍ତା କରିବାର ସମୟ ଅାସି ପହଞ୍ଚିଛି। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା କହିଥିଲେ ଯେ ଓଡିଅା ଭାଷାର ସୁରକ୍ଷା ନୁହେଁ, ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମ କରି ସ୍ବତନ୍ତ୍ର ଭାବରେ ପଦକ୍ଷେପ ନେଇ ଚଳିତବର୍ଷ 10 କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି। ତେବେ ଓଡିଶା ପାଇଁ ଓଡିଅା ମାନସିକତା ତିଅାରି କରିବା ଦ୍ବାରା ହିଁ ଓଡିଅାଜାତିର ସାମଗ୍ରିକ ବିକାଶ ହୋଇପାରିବ ବୋଲି ନିଜର ଉଦ୍ଘାଟନୀ ଅଭିଭାଷଣରେ ମନ୍ତବ୍ୟ ରଖିଥିଲେ।


News Story - Posted on 2016-03-04

ଓକେସିଏଲର ୧୭୭ କୋଟି ଖାଇଲା କିଏ?



ସେହିପରି କମ୍ପାନୀ ଅଧିନିୟମ ୧୯୫୬ ଅନୁସାରେ ଏକ ପବ୍ଲିକ ଲିମିଟେଡ କମ୍ପାନୀ ଗଠନ ପାଇଁ ୭ ଜଣ ଅଂଶଧନକାରୀଙ୍କ ଆବଶ୍ୟକତା ଥିଲାବେଳେ ରାଜ୍ୟ ସରକାର ଅତି ଚଂଚକତାର ସହ ଉଚ୍ଚଶିକ୍ଷା ବିଭାଗର ୬ ଜଣ ପଦସ୍ତ ଅଧିକାରୀଙ୍କୁ ୬ ଏବଂ ଏମକେସିଏଲ ୧, ଏପରି ୭ ଜଣ ସଭ୍ୟଙ୍କୁ ନେଇ ଏହାର ରେଜିଷ୍ଟ୍ରେସନ କରାଇଛନ୍ତି | ଏଥିରୁ ଏହି ଟଙ୍କା ହଡ଼ପ କରିବା ପାଇଁ ଯେ ସରକାରୀ ସ୍ତରରେ ମୂଳରୁ ଚକ୍ରାନ୍ତ ହୋଇଥିଲା ତାହା ସ୍ପଷ୍ଟ ହୋଯାଇଛି | ସାତ ଜଣ ଅଂଶୀଦାରଙ୍କୁ ନେଇ ଗଠିତ କମ୍ପାନୀରେ ୬ ଜଣ ସରକାରୀ ଅଫିସର ସଦସ୍ୟ ଥିଲେ ବି କମ୍ପାନୀ କିପରି ବେସରକାରୀ ହେଲା ତାହା ମଧ୍ୟ ଏକ ଦୁର୍ନୀତି | ଏହି କମ୍ପାନୀ ସଂପର୍କରେ ରାଜ୍ୟ ସରକାର ଗେଜେଟ ବିଜ୍ଞପ୍ତି ଜାରି କରିଥିଲେ | କୌଣସି ବେସରକାରୀ କମ୍ପନୀ ପାଇଁ ସରକାର ଗେଜେଟ ବିଜ୍ଞପ୍ତି ଜାରି କରିବା ପଛରେ କି ଉଦ୍ଦେଶ୍ୟ ଥିଲା ? ଦୁର୍ନୀତି ନା ବାଟମାରଣା ?

 


News Story - Posted on 2016-02-02

ଅସହିଷ୍ଣୁତାରେ ଆକ୍ରାନ୍ତ ପ୍ରସ୍ତାବିତ ଓଡିଆ ବିଶ୍ବବିଦ୍ୟାଳୟ



ପ୍ରଫେସରଙ୍କ ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ ପ୍ରମୁଖ ୨ଟି ହେଲା ‘୧- ସରକାର ଓଡିଆ ଭାଷା ପାଇଁ କିଛି କରୁନାହାନ୍ତି, ୨- ଓଡିଆ ପଢାଇବା ପାଇଁ ଉପଯୁକ୍ତ ଶିକ୍ଷକ/ ଅଧ୍ୟାପକ ନାହାନ୍ତି | ୬୦ ବର୍ଷ ଧରି ସମସ୍ତ ସରକାରଙ୍କ ଦ୍ବାରା ଓଡିଆ ଭାଷା ଅବହେଳିତ ହୋଇଛି | ବିଶିଷ୍ଟ ସାହିତ୍ୟିକ ଏବଂ ରାଜନୀତିଜ୍ଞ ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ ‘ଏହା କାହିଁକି କାର୍ଯ୍ୟକାରୀ ହେଲା ନାହିଁ ବା ହୋଇପାରିଲା ନାହିଁ, ତାର କାରଣ ନିର୍ଣ୍ଣୟ କରିବା କଠିନ ନୁହେଁ | ଆଜି ଯେପରି ଓଡିଶା ସଚିବାଳୟର କେନ୍ଦ୍ରଭୂମିରେ କେତେକ ଅନୁର୍ବର ଅଞ୍ଚଳ ରହିଅଛି, ଓଡିଶା ପ୍ରଦେଶର ଗଠନ ଦିନୁ ଏଯାବତ ପ୍ରାୟ ତାହା ହିଁ ହୋଇଅଛି | ଏହି ଅନୁର୍ବରତାରେ କିନ୍ତୁ ଓଡିଆ ଭାଷାର ଦୁର୍ବାଙ୍କୁର ଉଧେଇବାର ନୁହେଁ | ଏହା ବ୍ୟତୀତ ଯେଉଁ କେତେକ ପଣ୍ଡିତମନ୍ୟ ଓଡିଶାର ବେବର୍ତ୍ତା ଓ ପରିଚ୍ଛା ପଣରେ ରହିଛନ୍ତି, ସେମାନେ ଏକ ହୀନମନ୍ୟତାରେ ମଧ୍ୟ ଓଡିଆକୁ ପ୍ରଶାସନିକ ଭାଷା କରାଇ ଦେଉନାହାନ୍ତି |‘


News Story - Posted on 2016-02-02

ଏସଆଇଇଟି ଓ ଓକେସିଏଲ ଦୁର୍ନୀତିରେ ସରକାର ନିରୁତ୍ତର



ଏଠାରେ ପ୍ରଶ୍ନ ଉଠେ ଯେ ଓକେସିଏଲ କିଭଳି ସଂସ୍ଥା? ରାଜ୍ୟ ସରକାର ଏ ସଂସ୍ଥା ପାଇଁ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଥିଲେ କାହିଁକି? ପରବର୍ତୀ ସମୟରେ ଉଚଶିକ୍ଷା ବିଭାଗ ସୂଚନା ଦେଇଛନ୍ତି ଯେ ଓକେସିଏଲ ଏକ ସରକାରୀ କମ୍ପାନୀ ନୁହଁ |


News Story - Posted on 2016-01-31

ପିଲାଙ୍କ ଭବିଷ୍ୟତ ନା ମୃତ୍ୟୁର ସ୍କୁଲ!



ସେମାନଙ୍କ ଜୀବନ ଯନ୍ତ୍ରଣାର କଥା ଅନେକ ସମୟରେ ଲୋକଲୋଚନକୁ ଆସୁନାହିଁ | ସରକାର କିଛି ଜାଣୁ ନାହାନ୍ତି | ଜାଣିଲେ ବି ଏମିତି ତଦନ୍ତ ବସାଇ ବା କାହାକୁ ନିଲମ୍ବିତ କରି ସମୟ ଗଡ଼ାଇ ଦେଉଛନ୍ତି | ଆଶ୍ରମ ସ୍କୁଲର ସମସ୍ୟା ଓ ଦୁର୍ନୀତି ଦୂର ହେଉନାହିଁ | ମିନି ମରି ନଥିଲେ ହୁଏତ ଏ ଖବର ଖବରକାଗଜର ଭିତର ପୃଷ୍ଠାର କେଉଁ କୋଣରେ ଛପି ଯାଇଥାନ୍ତା | ସେ ମଲା ବୋଲି ଏହାକୁ ବଡ଼ ବଡ଼ ହରଫରେ ପ୍ରଥମ ପୃଷ୍ଠାରେ ସ୍ଥାନ ମିଳିଲା | ଏମିତି ଅନେକ ଖବର ପ୍ରାୟ ସବୁଦିନ ଭିତର ପୃଷ୍ଠାରେ ପ୍ରକାଶ ପାଉଛି | କିଛି ହେଉନି | କେଉଁଠି ପିଲାମାନେ ଖାଇବା ବିନା ହଷ୍ଟେଲ୍ ଛାଡ଼ି ରାତି ଅନ୍ଧାରରେ ପଳାଉଛନ୍ତି ତ କେଉଁଠି ଭାତ ଥାଳି ଧରି ଦୁଇ ତିନି କିଲୋମିଟର ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କୁ ସରକାରୀ ଅବହେଳାର ପ୍ରମାଣ ଦିଅନ୍ତି | କେଉଁଠି ସ୍କୁଲ ମାଷ୍ଟରଙ୍କ ବଗୀଚା କାମ କରନ୍ତି ତ କେଉଁଠି ପୁଣି ସ୍କୁଲ ହତା ପରିଷ୍କାର କରନ୍ତି | ଅନେକ ସମୟରେ ‘ନିଜ ସ୍କୁଲ ନିଜେ କରିବା’ ନୀତିରେ ସେମାନେ ଇଟାବାଲି କାମ କରୁଥିଲେ ମଧ୍ୟ ଠିକାଦାର ବିଲ୍ ପାଇବାରେ କେହି ବି କିଛି ପ୍ରଶ୍ନ ଉଠାନ୍ତି ନାହିଁ | ସବୁ ଚଳି ଯାଏ |

 


News Story - Posted on 2016-01-23

ଭାରତରତ୍ନ ପଣ୍ଡିତ ମଦନମୋହନ ମାଲବ୍ଯ



ଏହି ସଭାରେ ସେ ନିଜର ପାଣ୍ଡିତ୍ଯ, ଦର୍ଶନ, ଦେଶ ପ୍ରେମ ଓ ଓଜସ୍ବିନୀ ବକ୍ତବ୍ଯ ଦ୍ବାରା ଉପସ୍ଥିତ ସଭିଁ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିବା ସହିତ ସଭାର ସଭାପତି ଦାଦାଭାଇ ନାରୋଜୀ ଓ କଳାଙ୍କକର ରାଜା ରାମପାଲ ସିଂହଙ୍କର ଅତି ପ୍ରିୟ ପାତ୍ର ପାଲଟି ଯାଇଥିଲେ | ସମଗ୍ର ଭାରତ ବର୍ଷରେ ପବନ ବେଗରେ ବ୍ଯାପ୍ତ ହୋଇଥିଲା ତାଙ୍କର ଯଶ ଓ ଖ୍ଯାତି | ଏହା ପରେ ସେ ଆହ୍ଲାବାଦରେ ଆଇନ୍ ପାଠ୍ଯକ୍ରମରେ ନିଜର ନାମ ଲେଖାଇ ଅଇନିରେ ସ୍ନାତକ ଉପାଧି ହାସଲ କରିବା ପରେ ଆହ୍ଲାବାଦ ଜିଲ୍ଲା ଅଦାଲତରେ ୧୮୯୧ ମସିହାରେ ଆରମ୍ଭ କଲେ ଆଇନ୍ ବ୍ଯବସାୟ | ଖୁବ୍ କମ୍ ସମୟ ମଧ୍ୟରେ ଜଣେ ସଫଳ ଆଇନଜୀବୀ ହିସାବରେ ସେ ନିଜର ପ୍ରତିଷ୍ଠା ଲାଭକରି ୧୮୯୩ ମସିହାରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ଜଣେ ଆଇନଜୀବୀ ହିସାବରେ ଯୋଗଦାନ କରିଥିଲେ | ଏଠାରେ ସେ ବିଭିନ୍ନ ମୋକଦ୍ଦମାର ସୁପରିଚାଳନା କରି ବହୁଳ ଭାବରେ ପ୍ରଶଂସିତ ହୋଇଥିଲେ | ମାତ୍ର ଓକିଲାତିର ଅର୍ଥ ମୋହ ତାଙ୍କୁ ଏହି ପେଷାରେ ବାନ୍ଧି ରଖି ପାରିଲା ନାହିଁ | ଦେଶ ସେବାରେ ନିଜର ମୂଲ୍ଯବାନ ସମୟକୁ ନିୟୋଜିତ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇ ୧୯୧୧ ମସିହାରେ ସବୁଦିନ ପାଇଁ ସେ ନିଜର ଓକିଲାତି ପେଷାକୁ ପରିତ୍ଯାଗ କରି&#


News Story - Posted on 2016-01-21

ଅନୈତିକ ଅର୍ଥ ଓ ବୈଷୟିକ ଶିକ୍ଷା



ଯେଉଁ ସମୟରେ ରାଜ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି, ଚିଟ୍ ଫଣ୍ଡ କାରବାରରେ ଲକ୍ଷଲକ୍ଷ ଲୋକଙ୍କୁ ଠକି ହଜାର ହଜାର କୋଟି ଟଙ୍କା ଉଠେଇ ନିଆଯାଇଛି, ଯେଉଁ ସମୟରେ ହଜାର ହଜାର ଏକରର ସରକାରୀ ଜମି ହଡ଼ପ ହୋଇଛି, ସରକାରୀ ଖର୍ଚ୍ଚରେ ନିର୍ମିତ ହୋଇଥିବା ପୋଲ ଓ ସ୍କୁଲ କୋଠା ଆଦି ଭୁଶୁଡ଼ିବା ଘଟଣା ବୃଦ୍ଧି ପାଇଛି, ମଧ୍ୟାହ୍ନ ଭୋଜନ ଓ ପୁଷ୍ଟି କାର୍ଯ୍ୟକ୍ରମରେ ଯୋଗାଣ ହୋଇଥିବା ନିମ୍ନମାନର ଖାଦ୍ୟ ଖାଇ ହଜାର ହଜାର ପିଲା ଅସୁସ୍ଥ ହୋଇଛନ୍ତି, ସରକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକର ଅର୍ଥ ଆତ୍ମସାତ୍ ଘଟଣା ବୃଦ୍ଧି ପାଇଛି ଓ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଡିଟରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ଧରାପଡ଼ିଛି ଠିକ୍ ସେହି ସମୟରେ ରାଜ୍ୟରେ ଛତୁ ଫୁଟିଛି ବୈଷୟିକ ଶିକ୍ଷାନୁଷ୍ଠାନ |

 


News Story - Posted on 2016-01-18

ସମସ୍ତଙ୍କ ଲାଗି ପ୍ରାଥମିକ ଶିକ୍ଷା, ହେଲେ ସମାନ କି ?



ଶିକ୍ଷା ବ୍ୟବସାୟ ଓ ଅଭିଭାବକମାନଙ୍କର ଉଚ୍ଚକାଂକ୍ଷା ଭିତରେ କିନ୍ତୁ ପେଶି ହୋଇଯାଉଛି ଶୈଶବ | ଶିକ୍ଷା ବିଶାରଦ, ଶିକ୍ଷାନୀତି ପ୍ରଣେତାମାନେ ବୋଝ ବିହୀନ ଶିକ୍ଷା କଥା କହୁଛନ୍ତି | ହେଲେ ଆଧୁନିକ ପବ୍ଲିକ ସ୍କୁଲମାନଙ୍କରେ ପିଲାଟି ଉପରେ କେବଳ ବୋଝ ହିଁ ଲଦି ଦିଆଯାଉଛି | ଯଦିଓ ଏହିସବୁ ବିଦ୍ୟାଳୟଗୁଡିକ ସିବିଏସ୍ଇ, ଆଇସିଏସ୍ଇ ବା ସେହିପରି ବୋର୍ଡର ପାଠ୍ୟକ୍ରମ ଚଳାଉଛନ୍ତି ବୋଲି ସାଧାରଣରେ ଜଣାଉଛନ୍ତି | ସେସବୁ ବିଦ୍ୟାଳୟର ପାଠ୍ୟକ୍ରମ ବହିଭାରରେ ଭାରାକ୍ରାନ୍ତ ହୋଇପଡୁଥିବା ଦେଖିବାକୁ ମିଳୁଛି | ଫଳରେ ସାଧାରଣ ଅଭିଭାବକଟିଏ ଉକ୍ତ ପାଠ୍ୟକ୍ରମକୁ ସରକାରୀ ସ୍କୁଲରେ ପ୍ରଚଳିତ ପାଠ୍ୟକ୍ରମ ତୁଳନାରେ ସର୍ବଶ୍ରେଷ୍ଠମାନି ସେ ଦିଗରେ ଆକୃଷ୍ଟ ହେଉଛି |

 


News Story - Posted on 2016-01-18

ଧର୍ମନିରପେକ୍ଷତା ଓ ନୀତିଶିକ୍ଷା



ମଣିଷ ଶିଶୁ ବଡ଼ ହେଲେ କିପରି ବୃତ୍ତି କରିବ, କି ଧନ୍ଦା କରିବ, କେତେ ରୋଜଗାର କରିବ, କେଉଁ ଷ୍ଟାଟସ୍ ମେଣ୍ଟେନ୍ କରିବ- ଏହି ବିଚାରରେ ପିଲାବେଳୁ ତା’ର ଶିକ୍ଷା କେନ୍ଦ୍ର ଓ ପାଠ୍ୟକ୍ରମ ନିର୍ଦ୍ଧାରିତ ହେଉଛି | ସରକାର ପ୍ରାଥମିକ ଓ ମାଧ୍ୟମିକ ସ୍ତରରୁ ଧନ୍ଦାମୂଳକ ଶିକ୍ଷା ଉପରେ ଜୋର୍ ଦେଉଥିବାବେଳେ ନୀତି ଓ ମୂଲ୍ୟବୋଧର ଶିକ୍ଷା ଉଚ୍ଚତର ଶ୍ରେଣୀରେ ମଧ୍ୟ ନାହିଁ କହିଲେ ଚଳେ |

 


News Story - Posted on 2016-01-13

ଶିକ୍ଷାର ଲକ୍ଷ୍ୟ



ଏହି ପରିପ୍ରେକ୍ଷୀରେ ଜାତି, ଧର୍ମ, ଲିଙ୍ଗ, ଭାଷା, ସଂସ୍କୃତି ଅଥବା ଅସମର୍ଥତାରୁ ଜାତ ଅସମାନତାର ପରିଣାମସ୍ବରୂପ ଶିକ୍ଷାରେ ଆସୁଥିବା ପ୍ରତିବନ୍ଧକକୁ ସିଧାସଳଖ ସାମ୍ନା କରିବାର ଆବଶ୍ଯକତା ରହିଛି, ନୀତି ବା ସ୍କିମର ଆଧାରରେ ନୁହେଁ ବରଂ ପିଲାବେଳୁ ପରମ୍ପରାଗତ ପାଠ୍ଯ ଅଭ୍ଯାସ, ପାଠ୍ଯର ଚୟନ ଓ ସଂରଚନା ଆଦି ଜରିଆରେ ସେସବୁ ପ୍ରତିବନ୍ଧକକୁ ଦୂର କରାଯାଇପାରେ |


News Story - Posted on 2016-01-09

ସେ ଥିଲେ ଓଡ଼ିଶାର ଅନ୍ତର୍ଜାତୀୟ ପରିଚୟ

 



ସେ ଥିଲେ ଓଡ଼ିଶାର ଅନ୍ତର୍ଜାତୀୟ ପରିଚୟ | ଜଗନ୍ନାଥ ଓ କୋଣାର୍କ ପରେ ବିଶ୍ବବାସୀ ଓଡ଼ିଶା କହିଲେ ବିଜୁ ପଟ୍ଟନାୟକଙ୍କୁ ବୁଝୁଥିଲେ | ଭାରତୀୟ ସ୍ବାଧୀନତା ପୂର୍ବରୁ ଘଟିଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜର୍ମାନୀର ନାଜୀ ଶକ୍ତି ବିରୋଧରେ ତତ୍କାଳୀନ ସୋଭିଏଟ୍ ରୁଷିଆର ସେନା ବାହିନୀକୁ ବିଭିନ୍ନ ଯୁଦ୍ଧକ୍ଷେତ୍ରରେ ସହାୟତା କରିଥିଲେ ବିଜୁ | ସେତେବେଳେ ସେ ବ୍ରିଟିଶ ସରକାରଙ୍କ ଅଧୀନରେ ପାଇଲଟ୍ ଥିଲେ | ତାଙ୍କର ବିମାନ ଉଡ଼ାଣ କୌଶଳ ଓ ସାହସ ସଂପର୍କରେ ବ୍ରିଟିଶ ଶାସନର ଉଚ୍ଚ ପଦସ୍ଥ ଅଧିକାରୀମାନେ ଜାଣିଥିଲେ | ସେମାନଙ୍କ ନିର୍ଦ୍ଦେଶରେ ସେ ଅନେକ ସ୍ଥାନରେ ଜର୍ମାନୀ ସେନାର ଘେରାଉରେ ରହି ସଂକଟର ସମ୍ମୁଖୀନ ହୋଇଥିବା ରୁଷ ସେନାକୁ ଖାଦ୍ୟ ଓ ଅନ୍ୟ ଯୁଦ୍ଧ ସାମଗ୍ରୀ ଯୋଗାଣ କରୁଥିଲେ | ସେଥିପାଇଁ ସୋଭିଏଟ୍ ରୁଷିଆର ସେ ଥିଲେ ଆପଣାର ବନ୍ଧୁ |

 

 


© 2015. Samanya Kathan All Rights Reserved | Editor : Debendra Prusty     

To Top