ବାଣିଜ୍ୟ

News Story - Posted on 2017-11-10

ମୁଣ୍ଡ ନୁଆଇଁଲେ ମୋଦି ସରକାର



ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଶାମ୍ପୁ, ଡେଓଡରାଣ୍ଟ, ଦାନ୍ତଘଷା ପେଷ୍ଟ, ଶେଭିଂ କ୍ରିମ, ଆଫଟର ଶେଭ ଲୋସନ, ଜୋତା ପଲିସ, ଚକୋଲେଟ, ଚୁଇଂ ଗମ୍ ଓ ପୁଷ୍ଟିକର ପାନୀୟ ଆଦି ଉପରେ ପୂର୍ବରୁ ଲାଗୁଥିବା ୨୮ ପ୍ରତିଶତ ଜିଏସଟ ଆଉ ଲାଗୁ ହେବ ନାହିଁ । ଏସବୁ ସାମଗ୍ରୀ ଉପରେ ଏଣିକି ୧୮ ପ୍ରତିଶତ ଜିଏସଟି ହିସାବ ହେବ । ସେ କହିଛନ୍ତି ଯେ ନୂଆ ନିଷ୍ପତ୍ତି ଅନୁସାରେ ୧୮ ପ୍ରତିଶତ ଜିଏସଟି ସ୍ଲାବରୁ ୧୩ଟି ସାମଗ୍ରୀ ୧୨ ପ୍ରତିଶତ ସ୍ଲାବକୁ ଅଣାଯାଇଛି । ସେହିପରି ୬ଟି ସାମଗ୍ରୀକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ, ୮ଟି ସାମଗ୍ରୀକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ଅଣାଯାଇଛି । ଅନ୍ୟ ଏକ ନିଷ୍ପତ୍ତି ଅନୁସାରେ ୬ଟି ସାମଗ୍ରୀ ଉପରେ ପୂର୍ବରୁ ହିସାବ ହେଉଥିବା ୫ ପ୍ରତିଶତ ଜିଏସଟିକୁ ଶୂନ କରାଯାଇଛି । ଏହି ୬ଟି ଜିନିଷ ଉପରେ ଆଉ ଜିଏସଟି ଲାଗିବ ନାହିଁ ।


News Story - Posted on 2017-10-30

ଏମଆରପି ଉପରେ ଜିଏସଟି ନାହିଁ



ଏହି ମନ୍ତ୍ରୀଗୋଷ୍ଠୀ କମିଟି ସରକାରଙ୍କୁ କରିଥିବା ସୁପାରିଶ ଅନୁସାରେ ବ୍ୟବସାୟୀମାନେ ଏମଆରପି ଭିତରେ ଜିଏସଟି ହିସାବ କରିବେ । କାରଣ ସର୍ବାଧିକ ଖୁଚୁରା ଦର ଭିତରେ ହିଁ ସରକାରଙ୍କ ଟିକସ ଅନ୍ତର୍ଭୁକ୍ତ ରହିଛି । ସେମାନେ ଗ୍ରାହକମାନଙ୍କୁ ଦେଉଥିବା ରସିଦରେ ଏହା ସ୍ପଷ୍ଟ ଭାବେ ଉଲ୍ଲିଖିତ ହେବା ଆବଶ୍ୟକ । ସେମାନେ ସରକାରଙ୍କୁ ଟିକସ ପଇଠ କରିବା ସମୟରେ ଦର ଓ ଟିକସ ଅଲଗା ଅଲଗା ହିସାବ କରିବାକୁ ମଧ୍ୟ କମିଟି ସୁପାରିଶ କରିଛି ।


News Story - Posted on 2017-10-22

‘ଜିଏସଟିରେ ସଂଶୋଧନ ଦରକାର’



ଏବେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ରାଜସ୍ୱ ସଚିବ ହସମୁଖ ଆଧିଆ କହିଛନ୍ତି ଯେ ଜିଏସଟି ହାର ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ଦରକାର । ଗୋଟିଏ ଜିଏସଟି ଦର ଭିତରେ ରହିଥିôବା କେତେକ ଦ୍ରବ୍ୟ ଓ ସେବାକୁ ଆଉ ଥରେ ବର୍ଗୀକୃତ କରାଯିବା ଦରକାର ଅଛି । ବିବିଧ ହାର ମଧ୍ୟରେ ସାମଞ୍ଜସ୍ୟ ରହିବା ଦରକାର । ଯେଉଁସବୁ ଜିନିଷ ଓ ସେବା କ୍ଷେତ୍ରରେ ଅଧିକ ଜିଏସଟି ଲାଗିଛି ତାହାକୁ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ତଥା ଜନ ସାଧାରଣଙ୍କ ସ୍ୱାର୍ଥ ପାଇଁ କମାଇବା ଦରକାର । ଏନେଇ ଫିଟମେଣ୍ଟ କମିଟି ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ଜିଏସଟି ପରିଷଦ ଏହା ଭିତରେ ଏନେଇ ଏକ ପ୍ରସ୍ତାବ ଆଗତ କରିଛି । ତେବେ ତାହା ଗୃହୀତ ହୋଇନାହିଁ ।


News Story - Posted on 2017-10-10

୩ ରାଜ୍ୟରେ ଶସ୍ତା ହେଲା ତେଲ



ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ପରେ ପରେ ମହାରାଷ୍ଟ୍ର ସରକାର ମଧ୍ୟ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିଛନ୍ତି । ମହାରାଷ୍ଟ୍ର ଅର୍ଥମନ୍ତ୍ରୀ ସୁଧୀର ମୁଙ୍ଗାନ୍ତିବାର ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ କମାଇବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡ଼ନାବିସ ଅନୁମୋଦନ କରିଛନ୍ତି । ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ମହାରାଷ୍ଟ୍ରରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ଓ ଡିଜେଲ ଲିଟର ପିଛା ୧ ଟଙ୍କା ହ୍ରାସ ପାଇଛି । ଏହା ରାଜ୍ୟବାସୀଙ୍କୁ ରାଜ୍ୟ ସରକାରଙ୍କର ଦୀପାବଳି ଭେଟି ବୋଲି ସେ କହିଛନ୍ତି । ଏହି ନିଷ୍ପତ୍ତି ଫଳରେ ରାଜ୍ୟ ସରକାର ବାର୍ଷିକ ୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ ବୋଲି ସେ ସୂଚନା ଦେଇଛନ୍ତି । ମହାରାଷ୍ଟ୍ରର ଆର୍ଥନୀତିକ ସ୍ୱାସ୍ଥ୍ୟ ସେତେ ଭଲ ନଥିଲେ ବି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସରକାର ଭାଟ୍ ହାର କମାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।


News Story - Posted on 2017-10-04

‘ଆମେ କମେଇଲୁ, ତୁମେ କମାଅ’



ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟଗୁଡ଼ିକ ସର୍ବାଧିକ ଅର୍ଥ ଅର୍ଜନ କରୁଛନ୍ତି ବୋଲି ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟଗୁଡ଼ିକ ଏହା ଉପରେ ଆଦାୟ କରୁଥିବା ଭାଟ୍ ପୂରାକୁ ପୂରା ପାଉଛନ୍ତି । ତା’ ସହିତ କେନ୍ଦ୍ର ସରକାର ଆଦାୟ କରୁଥିବା ଉତ୍ପାଦ ଶୁଳ୍କର ୪୨ ପ୍ରତିଶତ ମଧ୍ୟ ରାଜ୍ୟଗୁଡ଼ିକୁ ଭାଗ ଦିଆଯାଉଛି । କେନ୍ଦ୍ର ସରକାର ଭାଗରେ ପଡ଼ୁଥିôବା ୫୮ ପ୍ରତିଶତ ଉତ୍ପାଦ ଶୁଳ୍କ କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡ଼ିକରେ ନିବେଶିତ ହେଉଛି । 


News Story - Posted on 2017-10-02

ଆମେରିକାରୁ ଆସିଲା ପ୍ରଥମ ତେଲ



ଭାରତୀୟ ତୈଳ ନିଗମ ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଆମେରିକାରୁ କ୍ରମବର୍ଦ୍ଧିର୍ିଷ୍ଣୁ ଅର୍ଡର ଦେଇ ୩.୯ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ସଂଗ୍ରହ କରିଛି । ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ ହେଉଛନ୍ତି ଭାରତର ଅନ୍ୟ ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯେଉଁମାନେ କି ସେମାନଙ୍କର କୋଚିନ ଓ ଭାଇଜାଗ୍ ରିଫାଇନାରୀ ପାଇଁ ଆମେରିକାରୁ ଯଥାକ୍ରମେ ୨.୯୫ ନିୟୁତ ଓ ୧ ନିୟୁତ ବ୍ୟାରେଲ ଅଶୋଧିତ ତୈଳ କିଣିବାକୁ ଅର୍ଡର କରିଛନ୍ତି । ଭାରତୀୟ ପବ୍ଲିକ ସେକ୍ଟର ରିଫାଇନାରୀ ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୫୦ ନିୟୁତ ଡଲାର ମୂଲ୍ୟର ୭.୮୫ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଉଭୟେ ପବ୍ଲିକ ଓ ପ୍ରାଇଭେଟ କ୍ଷେତ୍ରରେ ଭାରତୀୟ କମ୍ପାନୀ ଯୁକ୍ତରାଷ୍ଟ୍ରରେ ସମୁଦାୟ ପ୍ରାୟ ୫୦୦ କୋଟି ଡଲାରର ପୁଞ୍ଜି ବିନିଯୋଗ କରିଛନ୍ତି । ଭାରତୀୟ କମ୍ପାନୀ ବାର୍ଷିକ ୯ ନିୟୁତ ଟନ ଏଲଏନଜି ପାଇଁ ଯୁକ୍ତରାଷ୍ଟ୍ର ସହ ଚୁକ୍ତିବଦ୍ଧ ହୋଇଛନ୍ତି ଏବଂ ପ୍ରଥମ ପଣ୍ୟବାହୀ ଜାହାଜ ଜାନୁୟାରୀ ୨୦୧୮ ସୁଦ୍ଧା ଭାରତରେ ଆସି ପହଞ୍ଚିବ । 


News Story - Posted on 2017-10-01

ଛୁଟିଦିନରେ ବି ବଢ଼ିଲା ଗ୍ୟାସ ଦର



ସରକାରଙ୍କର ଏହି ନିର୍ଦ୍ଦେଶ ଅନୁସାରେ ଏଲପିଜି ଦର ନିୟମିତ ଭାବେ ବୃଦ୍ଧି ପାଇଚାଲିଛି । ଜୁଲାଇ ପରଠାରୁ ୧୪.୨ କିଲୋଗ୍ରାମ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ଦର ୬୯.୫୦ ଟଙ୍କା ବୃଦ୍ଧି ହୋଇସାରିଲାଣି । ଶେଷ ଥର ପାଇଁ ସେପ୍ଟେମ୍ବର ପହିଲାରେ ଏଲପିଜି ସିଲିଣ୍ଡର ଦର ୭ ଟଙ୍କା ବଢ଼ିଥିଲା ।


News Story - Posted on 2017-09-17

ପେଟ୍ରୋଲରେ ଜିଏସଟି ଲଗାଅ: ଧର୍ମେନ୍ଦ୍ର



ଦେଶରେ ଚାଲିଥିବା ବହୁ ପ୍ରକାର ବିକାଶ ଓ କଲ୍ୟାଣମୂଳକ ଯୋଜନା ପାଇଁ ବିପୁଳ ପରିମାଣର ପାଣ୍ଠିର ଆବଶ୍ୟକତା ରହିଛି ବୋଲି ଯୁକ୍ତି କରି ସେ କହିଛନ୍ତି ଯେ ଆମେ କ’ଣ ଭଲ ରାସ୍ତା ତିଆରି କରିବା ନାହିଁ? ଲୋକମାନଙ୍କୁ କ’ଣ ବିଶୁଦ୍ଧ ପାନୀୟ ଜଳ ଦେବା ନାହିଁ? ଭାରତ ସରକାରଙ୍କ ବ୍ୟୟଭାର ହିସାବ କରନ୍ତୁ । ଆଗରୁ ଘର ତିଆରି କରିବାକୁ ଦରିଦ୍ର ପରିବାରଙ୍କୁ ୭୦ ହଜାର ଟଙ୍କା ଦିଆଯାଉଥିଲା । ଏବେ ସେଥିପାଇଁ ୧.୫ ଲକ୍ଷ ଟଙ୍କା ଦିଆଯାଉଛି । 


News Story - Posted on 2017-08-19

ରୁଚି ପ୍ରତିଭାପୂଜନ



ଓଡ଼ିଶା ମାଟିରେ ଜନ୍ମ ନେଇଥିବା ‘ରୁଚି’ - ସାଧାରଣ ଜନମାନସରେ କେବଳ ଏକ ସଫଳ ଉଦ୍ୟୋଗ ନୁହେଁ, ୪୨ ବର୍ଷର ସ୍ମୃତି, ସ୍ଥିତି ଓ ସଂଭାବନାକୁ ନେଇ ଏକ ସାମାଜିକ ଅନୁଷ୍ଠାନରେ ଆଜି ପରିଣତ। ଗୋଟିଏ ସଫଳ ଉଦ୍ୟମର ଏକ ସାମଗ୍ରିକ ପ୍ରତିଛବି - କିଛି ସ୍ୱପ୍ନ, ସାଧନା ଓ ସଂକଳ୍ପର ଅଙ୍ଗୀକାରବଦ୍ଧତା ହେଉଛି ‘ରୁଚି’। ଖାଦ୍ୟରୁଚିର ମହକ ସହିତ ସାମାଜିକ ରୁଚିବୋଧର ଉନ୍ନତି ଏବଂ ପୂଜ୍ୟପୂଜା ଓ ପ୍ରତିଭା ପୂଜନର ପରମ୍ପରାକୁ ନେଇ ଆଗକୁ ଆଗକୁ ବାଟ ଚାଲିଛି ଏହି ଉଦ୍ୟୋଗର ସାମାଜିକ ଅନୁଷ୍ଠାନ ରୁଚି ପ୍ରତିଭା ଫାଉଣ୍ଡେସନ।


News Story - Posted on 2017-07-31

ସଂପୂର୍ଣ୍ଣ ଉଚ୍ଛେଦ ହେବ ଗ୍ୟାସ ସବ୍ସିଡି



ଦେଶରେ ଏବେ ୧୮.୧୧ କୋଟି ସବସିଡି ଯୁକ୍ତ ଗ୍ୟାସ ଉପଭୋକ୍ତା ଅଛନ୍ତି । ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜାନାରେ ଉପକୃତ ୨.୫ କୋଟି ଗରୀବ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଏହି ମହିଳାମାନଙ୍କ ସମେତ ସମସ୍ତ ସବସିଡିଯୁକ୍ତ ଗ୍ୟାସ ଉପଭୋକ୍ତା ଆସନ୍ତା ୨୦୧୮ ମାର୍ଚ୍ଚଠାରୁ ଆଉ ଗ୍ୟାସ ରିହାତି ପାଇବେ ନାହିଁ । ଏବେ ଏହି ରିହାତିଯୁକ୍ତ ଉପଭୋକ୍ତାଙ୍କ ବ୍ୟତିତ ଦେଶରେ ୨.୬୬ କୋଟି ରିହାତିରହିତ ଗ୍ୟାସ ଉପଭୋକ୍ତ ଅଛନ୍ତି ।


News Story - Posted on 2017-06-16

ବିରୋଧ ପରେ ଜିଏସଟି ହାରରେ ସଂଶୋଧନ



ଅର୍ଥମନ୍ତ୍ରୀ ଜେଟଲି ଦେଇଥିବା ସୂଚନା ଅନୁସାରେ ଆଂଚଳିକ ଚଳଚିତ୍ର ନିର୍ମାତାମାନଙ୍କର ଦାବି ସ୍ୱୀକାର କରି ଜିଏସଟି ପରିଷଦ ୧୦୦ ଟଙ୍କାରୁ କମ ମୂଲ୍ୟର ସିନେମା ଟିକେଟ ଉପରେ ଜିଏସଟି ହାରକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ଖସାଇ ଦିଆଯାଇଛି। ଏହାଠାରୁ ଅଧିକ ମୂଲ୍ୟର ସିନେମା ଟିକେଟ ଉପରେ ପୂର୍ବପରି ୨୮ ପ୍ରତିଶତ କର ଲାଗୁ ହେବ।


News Story - Posted on 2017-06-04

ସୁନା ଉପରେ ୩%, ବିସ୍କୁଟ ଉପରେ ୧୮%



ସୁନା ଉପରେ ଲାଗୁ ହେବ ମାତ୍ର ୩ ପ୍ରତିଶତ ଜିଏସଟି ବା ସାମଗ୍ରୀ ଓ ସେବା କର। ଆଜି ବସିଥିବା ଜିଏସଟି ପରିଷଦରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରିଥିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଏହି ନିଷ୍ପତ୍ତି ଯୋଗୁଁ ଜିଏସଟି ହାର ଆଉ ୪ ଥାକିଆ ନହୋଇ ୫ ଥାକିଆ ହୋଇଯାଇଛି। ଏଣିକି ବିଭିନ୍ନ ସାମଗ୍ରୀ ଓ ସେବା ଉପରେ ବସୁଥିବା ଜିଏସଟି ହାର ହେଉଛି ୩, ୫, ୧୨, ୧୮ ଓ ୨୮ ପ୍ରତିଶତ। ଆଜିର ବୈଠକରେ ବିଡ଼ି ଉପରେ ଜିଏସଟି ଧାର୍ଯ୍ୟ ହୋଇଥିଲେ ମଧ୍ୟ ସିଗାରେଟ ଉପରେ ଧାର୍ଯ୍ୟ ହୋଇପାରି ନାହିଁ। ଏଥିପାଇଁ ଜୁନ ୧୧ ତାରିଖରେ ଆଉ ଥରେ ପରିଷଦ ବୈଠକ ବସିବ।


News Story - Posted on 2017-04-27

ଚିଟ୍‌ ଫଣ୍ଡ୍‌- କଥା କମ୍‌, ବ୍ୟଥା ବହୁତ



ଚିଟଫଣ୍ଡ ପାଲରେ ପଡ଼ି ଯେଉଁମାନେ ଫସି ଯାଇଛନ୍ତି- ସେମାନଙ୍କ ମନସ୍ତାତ୍ତ୍ୱିକ ଅବସ୍ଥା ଭଲ ନାହିଁ। କେତେକ ଚିଟଫଣ୍ଡ ସଂସ୍ଥା ଅଫିସ ଆଗରେ ଏପରିକି ରାଜଧାନୀରେ ବିକ୍ଷୋଭ କରୁଛନ୍ତି। ଥାନାରେ ମଧ୍ୟ ଏତଲା ଦେଉଛନ୍ତି ଏବଂ ଖୋଲାଖୋଲି କେତେଟଙ୍କା ଜମାଦେଇ ଠକିଯାଇଛନ୍ତି- କହୁଛନ୍ତି; କିନ୍ତୁ ଏମାନଙ୍କ ସଂଖ୍ୟା ମୁଁ ଯାହା ଭାବୁଛି ଶହେରୁ ୫ ଜଣ ହେବେ। ବାକି ୯୫ ପରସେଣ୍ଟ ଲୋକ ବଡ଼ଦାଣ୍ଡ ଭିକାରିଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତ ଏବଂ ସମାଜରେ ତଥାକଥିତ ପ୍ରତିଷ୍ଠିତ ବ୍ୟକ୍ତିମାନେ କେତେଟଙ୍କା କେଉଁ ସଂସ୍ଥାରେ ଜମାକରି ଠକିଯାଇଛନ୍ତି- ଏପର୍ଯ୍ୟନ୍ତ ତୁଣ୍ଡ ଖୋଲୁନାହାଁନ୍ତି। କାରଣ- ‘ଅଜାଗା ଘା’ ଦେଖିହୁଏନା କି ଦେଖେଇ ହୁଏନା।


News Story - Posted on 2017-03-31

ବିଦ୍ୟୁତ ରପ୍ତାନି କଲା ଭାରତ



ସୀମାପାର ବୈଦ୍ୟୁତିକ ବାଣିଜ୍ୟ ପାଇଁ ଭାରତ ସରକାରଙ୍କ ଦ୍ୱାରା କ୍ଷମତା ପ୍ରାପ୍ତ କେନ୍ଦ୍ରୀୟ ବୈଦ୍ୟୁତିକ ଅଧିକାରୀଙ୍କ ଅନୁଯାୟୀ ଭାରତ ପ୍ରଥମ ଥର ପାଇଁ ଏକ ବିଦ୍ୟୁତ ଆମଦାନୀକାରୀ ରାଷ୍ଟ୍ରରୁ ଏକ ବିଦ୍ୟୁତ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ ହୋଇଛି। ଚଳିତ ବର୍ଷ (୨୦୧୬-୧୭) ଏପ୍ରିଲରୁ ଫେବୃଆରୀ ମଧ୍ୟରେ ଭାରତ, ନେପାଳ, ବାଂଲାଦେଶ ଏବଂ ମିଆଁମାରକୁ ପାଖାପାଖି ୫,୭୯୮୦ ଲକ୍ଷ ୟୁନିଟ ବିଦ୍ୟୁତ ରପ୍ତାନୀ କରୁଛି। ପୂର୍ବରୁ ଭୁଟାନଠାରୁ ଭାରତ ୫,୫୮୫୦ ଲକ୍ଷ ୟୁନିଟ ବିଦ୍ୟୁତ ଆମଦାନୀ କରୁଥିବା ବେଳେ ଏହାର ରପ୍ତାନୀ ଏହାଠାରୁ ୨୧୩୦ ଲକ୍ଷ ୟୁନିଟ ଅଧିକ। ଗତ ତିନି ବର୍ଷ ମଧ୍ୟରେ ନେପାଳ ଓ ବାଂଲାଦେଶକୁ ଭାରତର ରପ୍ତାନୀ ୨.୫ ଏବଂ ୨.୮ ପ୍ରତିଶତ ଅଧିକ ବୃଦ୍ଧି ପାଇଛି।


News Story - Posted on 2017-03-27

କପଡ଼ା କିଣାରେ ଯାଉଛି ୧୧,୫୮୪ କୋଟି!



ଓଡ଼ିଶାର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ବାର୍ଷିକ ହାରାହାରି ୧୧,୯୯୫ କୋଟି ଟଙ୍କା ମୂଲ୍ୟର ୧୦୮.୬୪ କୋଟି ବର୍ଗ ମିଟର କପଡ଼ା ଆବଶ୍ୟକ। ତେବେ ଏଥିମଧ୍ୟରୁ ରାଜ୍ୟ ଭିତରେ ମାତ୍ର ୪୧୦ କୋଟି ୪୭ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୩ କୋଟି ୩୬ ଲକ୍ଷ ବର୍ଗମିଟର କପଡ଼ା ଉତ୍ପାଦିତ ହେଉଛି। ଫଳରେ କପଡ଼ା ଉତ୍ପାଦନ କ୍ଷେତ୍ରରେ ସ୍ୱୟଂସମ୍ପୂର୍ଣ୍ଣ ନଥିବାରୁ ଓଡ଼ିଶା ରାଜ୍ୟ ବାହାରୁ ବାର୍ଷିକ ପ୍ରାୟ ୧୧,୫୮୪ କୋଟି ଟଙ୍କାର କପଡ଼ା ଆମଦାନୀ କରୁଛି। ବାର୍ଷିକ ଚାହିଦାର ୪ ପ୍ରତିଶତ କପଡ଼ା ବି ଓଡ଼ିଶାରେ ଉତ୍ପାଦିତ ହୋଇପାରୁନାହିଁ। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।


News Story - Posted on 2017-03-20

ସରକାରୀ ଅବହେଳା, ଖାଉଟି ହନ୍ତସନ୍ତ



ଖାଉଟି ସାମଗ୍ରୀର କଳାବଜାର, ଅପମିଶ୍ରଣ, ମାପ ଓଜନରେ ଠକେଇ, ବେଆଇନ‌୍‍ ମହଜୁଦ ରଖି କୃତ୍ରିମ ଦରବୃଦ୍ଧି ସୃଷ୍ଟି ଆଦି ସମସ୍ୟା ସମ୍ପର୍କରେ ଯୋଗାଣ ବିଭାଗର ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ଶାଖା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହି ଶାଖାର ଅଧିକାରୀମାନେ ବଜାରରୁ ସଂଗ୍ରହ କରୁଥିବା ଗୁଇନ୍ଦା ତଥ୍ୟ ଆଧାରରେ ମହଜୁଦକାରୀ, ଚୋରା ବେପାରୀ, କଳାବଜାରୀ, ଅପମିଶ୍ରଣକାରୀ ଆଦିଙ୍କ ବିରୋଧରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖାଉଟିଙ୍କ ସ୍ୱାର୍ଥ ସୁରକ୍ଷା କରିଥାନ୍ତି। କିନ୍ତୁ ବର୍ଷ ବର୍ଷ ଧରି ଏହି ଶାଖାର ସଂଖ୍ୟାଧିକ ପଦବୀ ଖାଲି ରଖାଯିବା ଫଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୁଇନ୍ଦା ଶାଖା ବସ୍ତୁତଃ ଭୁଶୁଡ଼ି ପଡ଼ିଛି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ରାଜ୍ୟର ପ୍ରାୟ ୪ କୋଟି ୩୦ ଲକ୍ଷ ଖାଉଟିଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ଶାଖାରେ ଖାଲି ପଡ଼ିଥିବା ସମସ୍ତ ପଦପଦବୀ ତୁରନ୍ତ ପୂରଣ କରିବା ସହିତ ପ୍ରତି ଜିଲ୍ଲା ଲାଗି ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ଅଫିସର, ସବ‌୍‍ଡିଭିଜନ‌୍‍ ସ୍ତରରେ ମାର୍କେଟ‌୍‍ ଇଣ୍ଟେଲିଜେନ୍ସ


News Story - Posted on 2017-02-28

ବନ୍ଦ ହେବ ୭ ଲକ୍ଷ ଖୋଳ କମ୍ପାନୀ!



କଳାଧନ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଚଳାଇ ପାରନ୍ତି ସରକାର। ଆନୁଷ୍ଠାନିକ ଭାବେ ବେଆଇନ ଅର୍ଥ କାରବାର ଚଳାଇଥିବା ପ୍ରାୟ ୭୦୦ ଖୋଳ ବା ଆବରଣ କମ୍ପାନୀଙ୍କୁ ବନ୍ଦ କରିବା ଚିନ୍ତା କରାଯାଉଛି। ଏହି କମ୍ପାନୀଗୁଡ଼ିକ ନାମକୁ ମାତ୍ର ବ୍ୟବସାୟ କରନ୍ତି କିନ୍ତୁ ବିପୁଳ ପରିମାଣର ଅର୍ଥ କାରବାର କରିଥାନ୍ତି। ବିମୁଦ୍ରାକରଣ ପରେ ଏସବୁ କମ୍ପାନୀ ଜରିଆରେ ବିପୁଳ ପରିମାଣର ପୁରୁଣା ନୋଟ ବ୍ୟାଙ୍କରେ ଜମା ହୋଇଛି।


News Story - Posted on 2017-02-22

ବଢ଼ୁଛି ଡିଜିଟାଲ ନେଣଦେଣ



ଦେଶରେ ଡିଜିଟାଲ ପେମେଂଟ ବା ନେଣଦେଣ/କାରବାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ନୀତି ଆୟୋଗଙ୍କ ୨ଟି ଯୋଜନା-ଲକି ଗ୍ରାହକ ଯୋଜନା ଓ ଡିଜି ଧନ ବ୍ୟାପାର ଯୋଜନା ଆରମ୍ଭ ହେବାର ମାତ୍ର ୫୮ଦିନ ମଧ୍ୟରେ ସାଧାରଣ ଲୋକଙ୍କଠାରୁ ମିଳିଥିବା ପ୍ରତିକ୍ରିୟା ବେଶ‌୍‍ ଉତ୍ସାହଜନକ ରହିଛି। ଏହି ଦୁଇ ଯୋଜନା ମାଧ୍ୟମରେ ଡିଜିଟାଲ କାରବାର ପ୍ରୟାସ ଏବେ ଭାରତରେ ଜନ ଆନ୍ଦୋଳନ ରୂପ ନେଇଛି। ଆଉ ଦେଶବ୍ୟାପୀ ଲୋକମାନେ ଅଧିକରୁ ଅଧିକ ଡିଜିଟାଲ ଦେଣନେଣ କରି ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।


News Story - Posted on 2017-02-06

ସାହାରା ସଂପତ୍ତି ବାଜ୍ୟାପ୍ତ



ସାହାର ଗୋଷ୍ଠୀର ପୁନେରେ ଥିବା ଆମ୍ୱି ଭ୍ୟାଲି ପ୍ରକଳ୍ପକୁ ବାଜ୍ୟାପ୍ତ କରିଛନ୍ତି ସୁପ୍ରିମ କୋର୍ଟ। ଏହି ଗୋଷ୍ଠୀର ଦୁଇଟି ରିୟଲ ଇଷ୍ଟେଟ କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ଫେରାଇବାକୁ ଥିବାା ୧୪,୭୯୯ କୋଟି ଟଙ୍କା ବାବଦରେ କୋର୍ଟ ଏହି ସଂପତ୍ତି ବାଜ୍ୟାପ୍ତ କରିଛନ୍ତି। ଏହାର ମୂଲ୍ୟ ୩୯ ହଜାର କୋଟି ଟଙ୍କା ହେବ। କୋର୍ଟଙ୍କ ବାରମ୍ୱାର ନିର୍ଦ୍ଦେଶ ସତ୍ତ୍ବେ ସାହାରା ଗୋଷ୍ଠୀ ତା’ର ଗ୍ରାହକଙ୍କୁ ଟଙ୍କା ଫେରାଇବାରେ ବିଳମ୍ୱ କରୁଥିବାରୁ ସୁପ୍ରିମ କୋର୍ଟ ଏହି ଚରମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।


News Story - Posted on 2017-01-26

ଟାଟାଙ୍କ ସୁବର୍ଣ୍ଣରେଖା, ମିସ୍ତ୍ରୀଙ୍କ ଗୋପାଳପୁର



ଟାଟା ଷ୍ଟିଲ ବିକାଶ କରିବ ସୁବର୍ଣ୍ଣରେଖା ବନ୍ଦର। ବାଲେଶ୍ୱର ଜିଲ୍ଲା ଚଉମୁଖ ଗାଁରେ ସୁବର୍ଣ୍ଣରେଖା ମୁହାଁଣରେ ଏହି ବନ୍ଦର ତିଆରି ହେବ। ପୂର୍ବରୁ ସୁବର୍ଣ୍ଣରେଖା ବନ୍ଦର ବିକାଶ ପାଇଁ ରାଜ୍ୟ ସରକାର କ୍ରିଏଟିଭ ପୋର୍ଟ ଡେଭଲପମେଣ୍ଟେ ପ୍ରାଇଭେଟ ଲିମିଟେଡ଼ ବା ସିପିଡିପିଏଲ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। କିନ୍ତୁ ଟାଟା ଷ୍ଟିଲ ଏହି ବନ୍ଦର ବିକାଶ କରିବାକୁ ସିପିଡିପିଏଲ ଓ ଏହାର ମାଲିକମାନଙ୍କ ସହିତ ରାଜିନାମା କରିଛି।


News Story - Posted on 2017-01-22

ହତଭାଗା ଓଡ଼ିଆ!



ଓଡ଼ିଶାର, କେବଳ ସୁକିନ୍ଦା କ୍ରୋମାଇଟରୁ ଭାଗେ ଶୁଣିଲେ। ବାକି ୯୯ ଭାଗ ଅଦୃଶ୍ୟ ଘଟଣା, ଚୋରି, ଦୁର୍ନୀତି, ମାଫିଆ ରାଜ‌୍‍ର ସବୁ ଖବର ଅଛି। କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାର ଲୁହାପଥରର ପାହାଡ଼ ଲୁଟ ଚାଲିଛି। ଢ଼େଙ୍କାନାଳ, ଅନୁଗୁଳ, ସମ୍ୱଲପୁର କୋଇଲା ବିଶ୍ୱବିଖ୍ୟାତ। କଳାହାଣ୍ଡି ନୂଆପଡ଼ା, ବଲାଙ୍ଗୀର ପ୍ରମୁଖ ଜିଲ୍ଲାର ଜେମସ‌୍‍ ଷ୍ଟୋନ, ହୀରା, ମୋତି, ମାଣିକ, ସୁନା ପଥର ଲକ୍ଷଲକ୍ଷ କୋଟି ଟଙ୍କାରେ ଗଚ୍ଛିତ ଅଛି। କୋରାପୁଟ, ରାୟଗଡା, କଳାହାଣ୍ଡି ଜିଲ୍ଲାର ବକ‌୍‍ସାଇଟ ଖୁନ୍ଦି ହୋଇ ରହିଛି। ମାଙ୍ଗାନିଜଠାରୁ ଆରମ୍ଭକରି ଚାଇନା କ୍ଲେ ପର୍ଯ୍ୟନ୍ତ ୩୨ ପ୍ରକାର ଖଣିଜ ସଂପଦରୁ ୪୧ ପ୍ରକାରକୁ ଉଠିଲାଣି। ସବୁ ଖଣିଜ ସଂପଦ ଓଡ଼ିଶା ମାଟିରେ। କେବଳ ଖଣିଜ ସଂପଦକୁ କରାୟତ୍ତ କରିପାରିଲେ ଓଡ଼ିଶା ଭାରତରେ ଏକନମ୍ୱର ଧନୀ ରାଜ୍ୟରେ ପରିଣତ ହେବ।


News Story - Posted on 2017-01-21

ବଳ ପାଉଛି ଡିଜିଟାଲ ପାଉଣା ବ୍ୟବସ୍ଥା!



ଏ ପର୍ଯ୍ୟନ୍ତ ୩.୮୧ ଲକ୍ଷରୁ ଅଧିକ ଉପଭୋକ୍ତା ଏବଂ ୨୧,୦୦୦ ବ୍ୟବସାୟୀଙ୍କୁ ବିଜେତା ଭାବେ ଘୋଷଣା କରାଯାଇ ୬୦.୯୦ କୋଟି ଟଙ୍କାର ପୁରସ୍କାର ଅର୍ଥରାଶି ବାବଦରେ ଦେଶର ବିଭିନ ସ୍ଥାନରେ ଅନୁଷ୍ଠିତ ୨୪ଟି ଡିଜି-ଧନ ମେଳାରେ ଘୋଷଣା କରାଯାଇଛି। କେନ୍ଦ୍ର ଆଇନ, ଇଲେକ‌୍‍ଟ୍ରୋନିକ୍ସ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏ ସଂପର୍କରେ ବିସ୍ତୁତ ସୂଚନା  ଦେଇ କହିଛନ୍ତି ଯେ, ଇଲେକ‌୍‍ଟ୍ରୋନିକ୍ସ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ଅଧୀନରେ ଥିବା କମନ‌୍‍ ସର୍ଭିିସ ସେଂଟର ମାଧ୍ୟମରେ ବର୍ତମାନ ସୁଦ୍ଧା ୧.୯୪ କୋଟି ନାଗରିକ ଏବଂ ୫.୯୩ ଲକ୍ଷ ବ୍ୟବସାୟୀ ଡିଜିଟାଲ ପାଉଣା ସମ୍ୱଦ୍ଧରେ ତାଲିମ ନେଇଛନ୍ତି।


News Story - Posted on 2017-01-18

ବଜାର ବିପ୍ଳବ



ଯେଉଁମାନେ ଲାଭ କରୁଛନ୍ତି ସେମାନେ ପ୍ରାଚୁର୍ଯ୍ୟର ଶିଖର ଦେଶରେ ପହଞ୍ଚିଗଲେଣି। ସେମାନଙ୍କ ସଂଖ୍ୟା ଶତକଡ଼ା ଦଶ ହେବ କି ନାହିଁ ସନ୍ଦେହ। ବାକି ନବେଭାଗ ଲୋକ ବଜାର ସଂସ୍କୃତିର ଜାଲିଆତି ଜାଲରେ ଛନ୍ଦିହୋଇ ନାହିଁ ନଥିବା କ୍ଷତି ସହି ଚାଲୁଛନ୍ତି। ସାରା ବିଶ୍ବରେ ଯେଉଁ ସପ୍ତ ମହାପାପ ବିରାଜମାନ କରୁଛି, ଯଥା ଲାଳସା, କାମବାସନା, ପେଟୁପଣ, ଲୋଭ, ଆଳସ୍ୟ, ଈର୍ଷା ଓ ଅହଙ୍କାରକୁ କି ଧନୀ କି ଗରିବ ସମସ୍ତେ ଆପଣେଇ ନେଇଛନ୍ତି, ଯାହାଫଳରେ ବର୍ତ୍ତମାନ ଭୟଙ୍କର ବିଭ୍ରାଟ ସାରାବିଶ୍ବରେ ଦେଖାଦେଇଛି।

 


News Story - Posted on 2016-12-15

ଦେଲେ ଧରା କଥା ସରେ!



ମିଷ୍ଟର କହିଲେ, ତମେ ଟିକିଏ ବୁଝିବାକୁ ଚେଷ୍ଟା କର। େଦଶର ହିତ ହେଲେ ଓଡ଼ିଶାର ବି ତ ହିତ ହେବ। ଆଞ୍ଚଳିକ ଦଳ ବୋଲି କ’ଣ ଆମେ େଦଶର ସ୍ବାର୍ଥ କଥା ଭୁଲିଯିବା? ମୁଁ ମାନୁଛି, ଅରବିନ୍ଦ କେଜରିୱାଲ ଜଣେ ସର୍ବଭାରତୀୟ ନେତା। େଦଶର ସବୁ ରାଜ୍ୟରେ ଆମ୍ ଆଦମୀ ପାର୍ଟି ଅଛି। େଦଶ ବାହାରେ ବି ଆମ୍ ଆଦମୀ ପାର୍ଟିକୁ ଅନେକ ଲୋକ ଜାଣିଛନ୍ତି ଏବଂ ତମ ପାର୍ଟିର ଶାଖା େଦଶ ବାହାରେ ଅଛି। କିନ୍ତୁ ସାରା େଦଶରୁ କଳାଧନ ହଟାଇବା ପାଇଁ ମୋଦି ଯଦି କିଛି କରୁଛି, ସେତିକିବେଳେ ତମ ପାର୍ଟି ସେଥିରେ ମୁଣ୍ଡ ନଖେଳାଇ ଚୁପ୍ ରହିବା ଭଲ। ସେମାନେ ଦିଲ୍ଲୀ ଶାସନରେ ମନ ଦିଅନ୍ତୁ। ନା କ’ଣ କହୁଛ?


News Story - Posted on 2016-10-11

ବନ୍ଦ ହୋଇନି ଖଣିଜ ଲୁଟ୍‌!



ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ସରକାର ରାଜ୍ୟର ମୂଲ୍ୟବାନ ଖଣିଜ ସଂପଦର ହରିଲୁଟ୍‌ ରୋକିବାରେ ଏଯାଏଁ ସଫଳ ହୋଇ ନାହାନ୍ତି। ଏହି ହରିଲୁଟ୍‌ରେ ସରକାରୀ ଅଧିକାରୀ, ଦଳୀୟ ନେତା ଓ କର୍ମୀଙ୍କ ସମେତ ରାଜନୀତିକ ଚାନ୍ଦା ଦେଉଥିବା ଅସାଧୁ ବ୍ୟବସାୟୀମାନେ ସଂପୃକ୍ତ ଥିବାରୁ ବୋଧହୁଏ ସରକାର ଲୁଟେରାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ସରକାରଙ୍କୁ ଏ ବିଷୟରେ ଚେତେଇ ଦିଆଗଲେ ବି ଲୁଟେରାଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଉନି, ସେମାନଙ୍କୁ ଗିରଫ କରାଯାଉନି କି ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯାଉନି।


News Story - Posted on 2016-09-14

ଜିଏସଟି ନେଇ କିଛି ପ୍ରଶ୍ନ



ସାମଗ୍ରୀ ଏବଂ ସେବା କର ବା ଜିଏସଟିକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଓ ନୁଆ ଆଇନ ଆସିଲେ କାହାର କେତେ ଲାଭ ହେବ ସେନେଇ କିଏ କେତେ କଥା କୁହନ୍ତି। କିନ୍ତୁ ତଥାପି କେତେକ ପ୍ରଶ୍ନର ଉତ୍ତର ଆମ ପାଖରେ ନାହିଁ। ତାହା ଜାଣିବା ପାଇଁ ଏଇ ଉପସ୍ଥାପନା।


News Story - Posted on 2016-09-01

ଅଦା ବେପାରୀଙ୍କ ଜାହାଜ ଭାଉ!



ପାରାଦୀପ ବନ୍ଦରକୁ ଅଦା ବିକିବାକୁ ଆସି ଜାହାଜ କିଣିବା ଯୋଜନା ନ କରନ୍ତୁ। ଶାନ୍ତି ଶୃଙ୍ଖଳାରେ ନୀତିନିୟମ ମାନି ବ୍ୟବସାୟ କରନ୍ତୁ। କିନ୍ତୁ ବ୍ୟବସାୟ କରିବା ସହିତ ମାଫିଆଗିରି କରି ଅଯଥା ବିଶୃଙ୍ଖଳା ସୃଷ୍ଟି କଲେ ପରିସ୍ଥିତି ଭୟାଭୟ ହେବ। ପାରାଦୀପ ବନ୍ଦରର ଷ୍ଟିଭେଡୋରିଂକୁ ନେଇ ବିବାଦ ସୃଷ୍ଟି କରୁଥିବା ଗୋଷ୍ଠୀକୁ ଏହିପରି କଡା ଚେତାବନୀ ଦେଇଚନ୍ତି ବନ୍ଦର ଅଧିକାରୀ, କର୍ମଚାରୀ ଓ ଶ୍ରମିକ ସଂଗଠନ।


News Story - Posted on 2016-08-19

ଭୟ ଓ ଭ୍ରାନ୍ତିର ବ୍ୟବସାୟ



ବିଭିନ୍ନ ଶିଳ୍ପ ଜାତ ସାମଗ୍ରୀ ଯେପରିକି ଟେଲିଭିଜନ, ରେଡିଓ, କେବୁଲ କନେକ୍ସନ, ଘରୋଇ ଉପକରଣ ଇତ୍ୟାଦି କିଣିବା ପାଇଁ ଉତ୍ସାହିତ କରାଯାଉଛି। ଘରର ଏହି କୋଣରେ ଏହି ଜିନିଷ ରଖନ୍ତୁ ତାହାହେଲେ ଆପଣଙ୍କ ଘରେ ଶାନ୍ତି ପ୍ରତିଷ୍ଠା ସହ ସମସ୍ତେ ଭାଗ୍ୟବାନ ହୋଇଯିବେ।


News Story - Posted on 2016-08-13

ନେତା କିଣୁଛନ୍ତି ଚିଟ୍ ଫଣ୍ଡ ଜମି!



ବର୍ତ୍ତମାନ ଏହି ଜମିକୁ ଛୋଟଛୋଟ ପ୍ଲଟରେ ବିଭକ୍ତ କରି ବିଭିନ୍ନ ବ୍ୟକ୍ତିଙ୍କୁ ବିକ୍ରି କରାଯାଉଛି। ଏହି ଜମିକୁ ବିଭିନ୍ନ ରାଜନୈତିକ ନେତା କ୍ରୟ କରିଛନ୍ତି। ଜମି ମାଫିଆଙ୍କ କବଜାରେ ଥିବା ଏହି ଚିଟ ଫଣ୍ଡ ସଂସ୍ଥାର ଜମି ବାହାଲ ଓ ଆଟ ଚାଷ ଜମି କିସମ ଥିବା ବେଳେ ଏହାର କିସମ ପରିବର୍ତ୍ତନ କେବେ କରାଯାଇ ବାସଗୃହ ଉପଯୋଗୀ କରାଗଲା ତାହା ଏବେ ତଦନ୍ତ ସାପେକ୍ଷ। କେଉଁ ରାଜନୈତିକ ଚାପ ଓ ପ୍ରଶାସନର ସୁରକ୍ଷା ବଳୟରେ କ୍ରାଇମବ୍ରାର ଅର୍ଥନୈତିକ ଅପରାଧ ଶାଖା ଏହି ୧୧ ଏକର ୮୩ ଡିସମିଲ ଜମିକୁ ଠାବ କରି ବାଜ୍ୟାପ୍ତ କରିପାରିଲା ନାହିଁ ବୋଲି ଜମା କାରୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିଟ ଫଣ୍ଡ ସଂସ୍ଥାର ଜମି ବାଜ୍ୟାପ୍ତ ନ ହୋଇ କିଭଳି ଜମି ବିକ୍ରି ହୋଇ ରେଜିଷ୍ଟ୍ରି ହେଲା ଓ ଏହାକୁ ନେଇ ପ୍ଲଟିଂ ହେବାର ସୂଚନା ଜିଲ୍ଲା ପ୍ରଶାସନ ପାଖରେ ନ ଥିବା ଏବେ ପ୍ରଶାସନ ଓ କ୍ରାଇମବ୍ରାଂଚର ସ୍ୱଚ୍ଛତା ପ୍ରତି ଜମାକାରୀମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।


News Story - Posted on 2016-08-12

ମଦ ହଟିବନି, ମନ୍ଦିର ହଟିବ!



ଶୁଣିବାକୁ ମିଳିଛି ଯେ, ବିଲେଇମୁଣ୍ଡା ମଦଦୋକାନକୁ ସ୍ଥାନାନ୍ତର କରା ନ ଯାଇ ମନ୍ଦିରକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରାଯାଉଛି। ଗ୍ରାମସଭାକୁ ଏଠାରେ ସଂପୂର୍ଣ୍ଣ ଉପେକ୍ଷା କରାଯାଇ ୧୪୦ ମିଟର ନିକଟରେ ଥିବା ମନ୍ଦିର ଓ ପ୍ରାୟ ୧୯୦ ମିଟର ନିକଟରେ ଥିବା ପୋଖରୀ ମଦଦୋକାନ ରହିବାରେ କୌଣସି ସମସ୍ୟା ନ ଥିବା ଦର୍ଶାଇବାକୁ ଜିଲ୍ଳା ଅବକାରୀ ବିଭାଗ ଅଙ୍କ କଷୁଛି। ଏଭଳିକି ଗ୍ରାମବାସୀ ମନ୍ଦିର ନିର୍ମାଣ କରି ନ ଥିବା ବେଳେ କୌଣସି ଧାର୍ମିକ ବ୍ୟକ୍ତି ସରକାରୀ ଜାଗାକୁ ଜବରଦଖଲ କରି ମନ୍ଦିର ନିର୍ମାଣ କରାଇଥିବା ଦୃଷ୍ଟିରୁ ତାହା ବେଆଇନ ବୋଲି ବିଭାଗ ଜୋର‌୍‍ ଦେଉଥିବା କୁହାଯାଉଛି।


News Story - Posted on 2016-08-11

ରାସ୍ତାଦଖଲ ଲାଇସେନ୍ସ ଦେଉଛି ବିଏମସି!



ରାସ୍ତା କଡରେ ଠେଲା ହେଉ ଅଥବା କ୍ୟାବିନ ପକାଇ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ସମୟରେ ପ୍ରଶାସନ ଜବରଦଖଲକାରୀ ବୋଲି ଆଖ୍ୟା ଦେଇ ଉଚ୍ଛେଦ ମଧ୍ୟ କରିଥାଏ। ନିଗମ ଯେତେବେଳେ ନିଜେ ଏଭଳି ଉଠାଦୋକାନୀଙ୍କଠାରୁ ୫ ଟଙ୍କିଆ ଟିକସ ଆଦାୟ କରି ପରୋକ୍ଷରେ ଜବରଦଖଲ ପାଇଁ ଅନୁମତି ଦେଉଛି ସହରର ଟ୍ରାଫିକ ସମସ୍ୟା ପାଇଁ ଆଉ କାହାକୁ ଦାୟୀ କରାଯିବ?


News Story - Posted on 2016-08-10

କୋଣାର୍କରୁ ଉଠିବ ପିକେଡିଏ ଶାଖା?




News Story - Posted on 2016-08-08

ପାରାଦୀପ ପଣ୍ୟ କାରବାର ବୃଦ୍ଧି




News Story - Posted on 2016-08-02

କାହାର ଥିଲା ବ୍ଲାକ୍ ରୋଜ?



ଆଉ ମାତ୍ର କିଛି ଦିନ ପରେ ପାରାଦୀପ ଉପକୂଳରେ ବ୍ଳାକ୍ ରୋଜ ଜାହାଜ ବୁଡି ଘଟଣାକୁ ୭ ବର୍ଷ ପୂରିବ। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ନବଗଠିତ ବନ୍ଦର ଟ୍ରଷ୍ଟ ବୋର୍ଡର ପ୍ରଥମ ବୈଠକରେ ଦୁଇ ଟ୍ରଷ୍ଟି ଏ ପ୍ରସଙ୍ଗ ଉଠାଇଛନ୍ତି। ସଂପୂର୍ଣ୍ଣ ଜାଲ କାଗଜପତ୍ରରେ ଆସିଥିବା ୩୨ ବର୍ଷର ଏହି ପୁରୁଣା ଜାହାଜକୁ ସେତେବେଳେ କିପରି ବନ୍ଦର ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଗଲା, କିଏ ଦେଲା, କାହା ଚାପରେ ଦେଲା ଆଦି ପ୍ରଶ୍ନ ଏବେ ବି ଅନୁତ୍ତରିତ ରହିଛି। ଏଥିରେ ବନ୍ଦରର କେତେକ ତତ୍କାଳୀନ ଅଧିକାରୀ ସଂପୃକ୍ତ ଥିବା ନିଶ୍ଚିତ। ସେମାନଙ୍କ ବିରୋଧରେ ଏପର୍ଯ୍ୟନ୍ତ କାହିଁକି ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ସେନେଇ ଏକ ୩ ପୃଷ୍ଠା ସମ୍ୱଳିତ ଦାବିପତ୍ର ବନ୍ଦର ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି।


News Story - Posted on 2016-07-19

ଠକଙ୍କ ବେପାର ଉଜ୍ଜ୍ବଳା ଯୋଜନା!




News Story - Posted on 2016-06-29

ଇ-ରେଜିଷ୍ଟ୍ରେସନ ଲଣ୍ଠଣ



ତେବେ ଏହି ବ୍ୟବସ୍ଥା ବାସ୍ତବରେ ଓଡ଼ିଶାରେ ଆରମ୍ଭ ହୋଇଥିଲା ୨୦୧୦ରେ ତତ୍କାଳୀନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅମଳରେ। ୨୦୧୦ ଜାନୁଆରୀ ୬ ତାରିଖରେ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହାର ଶୁଭାରମ୍ଭ କରିଥିଲେ, ମନ୍ତ୍ରୀଙ୍କ ଉପସ୍ଥିତିରେ। ଏହା ଦ୍ବାରା ୬୪ ପ୍ରକାର ଦସ୍ତାବିଜର ସହଜ, ସଟୀକ ଓ ସହଳ ପ୍ରସ୍ତୁତି ସମୟକ୍ରମେ ୧୭୭ଟି ଉପନିବନ୍ଧନ ଦପ୍ତରରେ ହୋଇପାରିବ ବୋଲି କହିଥିଲେ। ବକ୍ତବ୍ୟରେ ନବୀନ ବାବୁ ଆହୁରି କହିଥିଲେ ଯେ ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ ସେଣ୍ଟର ବା ଓକାକ୍ ଏବଂ ଇଣ୍ଟଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ ମିଳିତ ଭାବେ ଗଢ଼ିଥିବା ଇ-ଗବର୍ଣ୍ଣାନ୍ସ ସର୍ଭିସେସ ଲିମିଟେଡ ଏହି ଇ-ରେଜିଷ୍ଟ୍ରେସନ ସେବା ଯୋଗାଇବ। ଏହି ବ୍ୟବସ୍ଥା ଦ୍ୱାରା ଏକ କଂପ୍ୟୁଟରଭିତ୍ତିକ ପରିବେଶରେ, ଜନସାଧାରଣ ଅଧଘଣ୍ଟାରେ ଜମିବାଡ଼ି କାଗଜାତର ପଞ୍ଜୀକରଣ କରି ବିକ୍ରୀ ଦସ୍ତାବିଜ ପାଇପାରିବେ ଏବଂ ମାତ୍ର ମିନିଟକରେ ମାଲିକାନା ହସ୍ତାନ୍ତର ପ୍ରମାଣପତ୍ର ପାଇପାରିବେ ବୋଲି ସେତେବେଳେ ପ୍ରତିଶ୍ରୁତି ମିଳିଥିଲା।


News Story - Posted on 2016-06-26

ପାଉଚ ପାଣି, ପିଇବ ଛାଣି!



କୋଣାର୍କ ଏନଏସି ଓ ଏହାର ଆଖପାଖ ଗ୍ରାମମାନଙ୍କରେ ଉତ୍ତମ ସ୍ୱଚ୍ଛ ପାନୀୟ ଜଳ ମିଳୁ ନଥିବା ବେଳେ ଦେଶବିଦେଶର ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ବଜାରରେ ବିକ୍ରି ହେଉଥିବା ପାଣି ଉପରେ ନିର୍ଭର କରିଥାନ୍ତି। ବଜାରରେ ପାଣିର ଚାହିଦାକୁ ଦୃଷ୍ଟିରେ ରଖି ଠକ ବ୍ୟବସାୟୀମାନେ ନିମ୍ନମାନର ପାଣି ଯୋଗାଇ ପ୍ରଚୁର ଲାଭ କରୁଛନ୍ତି। ଏହି ପାଣି କିଛି ଦିନ ରହିଗଲା ପରେ ସେଥିରେ ଶିଉଳି ଆନ୍ୟାନ୍ୟ ଗୁଣ୍ଡ ଦେଖିବାକୁ ମିଳୁଛି। ବହୁଳ ପରିମାଣରେ ବଜାରରେ ବିକ୍ରୀ ହେଉଥିବା ବୋତଲ ଓ ପାଉଚ ପାଣିର ଶୁଦ୍ଧତାକୁ ନେଇ ଏବେ ସନ୍ଦେହରେ ପଡ଼ିଛନ୍ତି ଲୋକ। ଖରା ଓ ଅସହ୍ୟ ଗରମରେ ଅତିଷ୍ଠ ହୋଇ ଲୋକେ ତୃଷା ମେଣ୍ଟାଇବା ପାଇଁ  ବଜାରରେ ବିକ୍ରି ହେଉଥିବା ବୋତଲ ଓ ପାଉଚ ପାଣି କିଣିଥାନ୍ତି।


News Story - Posted on 2016-06-25

ଟମାଟୋର ନାଲି ଆଖି କାହିଁକି?



ହେଲେ ଏବେ ବଜାରରେ ବିଲାତିବାଇଗଣ ଏକ ଜରୁରୀ ପରିବା ବୋଲି ସରକାରୀ ବାବୁମାନେ ଓ ମାନ୍ୟବର ମନ୍ତ୍ରୀମାନେ ଜାଣିବେ। ଆପଣମାନେ ଜାଣନ୍ତି କୌଣସି ବିଲାତି ଜିନିଷ ବା ମଣିଷଙ୍କୁ ଶ୍ରୀମନ୍ଦିରରେ ପୂରେଇ ନଦେବାର ଏକ ପରମ୍ପରା ରହିଛି। ସେଇ କ୍ରମରେ ବିଲାତି ଆଳୁ (ପଟାଟୋ) ଓ ବିଲାତି ବାଇଗଣ (ଟମାଟୋ) ଶ୍ରୀମନ୍ଦିରରେ ପଶେ ନାହିଁ କି ମହାପ୍ରସାଦ ଅନ୍ନ ବ୍ୟଞ୍ଜନରେ ସାମିଲ ହୁଏ ନାହିଁ। ଭୁବନେଶ୍ୱରରେ ଥିବା ଶ୍ରୀଲିଙ୍ଗରାଜ ଓ ଶ୍ରୀ ଅନନ୍ତ ବାସୁଦେବଙ୍କ ଖଦ୍ୟଶାଳରେ ମଧ୍ୟ ସେହି ବିଲାତି ପରିବାଗୁଡ଼ିକର ପ୍ରବେଶାଧିକାର ନାହିଁ। କିନ୍ତୁ ଭାରତ ସ୍ୱାଧୀନ ହେବା ପରେ ଦେଶସାରା କୌଣସି ଅଞ୍ଚଳରେ ଲୋକମାନେ ଏହି ଦୁଇ ବିଲାତି ମାୟାରୁ କ୍ଷାନ୍ତ ହୋଇପାରି ନାହାନ୍ତି।


News Story - Posted on 2016-06-20

କନ୍ଧଙ୍କ ସପୁରୀ ଖାଉଛି ଆନ୍ଧ୍ର!



ନିୟମଗିରି ପର୍ବତର ଜଙ୍ଗଲ ମଧ୍ୟରେ ଉଭୟ କଳାହାଣ୍ଡି ଓ ରାୟାଗଡା ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଛୋଟ ଛୋଟ ଗାଁ ରହିଛି। ବିକାଶଠାରୁ ଅନେକ ଦୂର ଅନ୍ଧାରୀ ମୁଲକରେ ରହୁଥିବା ସରଳ ନିରୀହ ଆଦିବାସୀମାନେ ପ୍ରକୃତି ଉପରେ ନିର୍ଭର କରି ଋତୁ ମୁତାବକ ଶସ୍ୟ ଓ ଫଳ ପାହାଡ ଉପରେ ଉତ୍ପାଦନ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ବିଭିନ୍ନ ସମୟରେ ଆଦିବାସୀମାନେ କାନ୍ଦୁଲ, ମାଣ୍ଡିଆ, କୁଶଳା, ଆମ୍ୱ, କଦଳୀ, କମଳା, ଲେମ୍ୱୁ, ଡାଲଚିନି, ଗୋଲ ମରିଚ, ହଳଦୀ, ଅଦା, ତେନ୍ତୁଳି, ପଣସ ଆଦି ଚାଷ କରୁଥିଲେ ହେଁ ମେ ଓ ଜୁନ ୨ ମାସରେ ସେମାନେ ପ୍ରମୁଖ ଅର୍ଥକାରୀ ଫଳ ଭାବେ ସପୁରୀ ପଣସ ଚାଷ କରିଥାନ୍ତି।


News Story - Posted on 2016-05-19

କହ ସଂଜୟ, ବଢ଼ିବ କେମନ୍ତେ ଡାଲିର ଦର!



ନବୀନ ସରକାରଙ୍କ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ଓ ଅଧିକାରୀମାନେ ମୋଦି ସରକାରର ଦୁର୍ନୀତି ଉପାୟ ଅନୁସରଣ କରୁଥିବାରୁ ରାଜ୍ୟରେ ଡାଲି ଦର ଏବେ ବି କିଲୋ ପିଛା ୧୫୦ ଟଙ୍କାରୁ କମୁ ନାହିଁ। ଡାଲି ଦର ବୃଦ୍ଧିର ଦୋଷ ରାଜ୍ୟଗୁଡ଼ିକ ଉପରେ ପକେଇବା ଉଦ୍ଦେଶ୍ୟରେ ମୋଦି ସରକାର ପ୍ରାୟ ମସକ ତଳେ ଗୋଟିଏ ସତ କଥା ପ୍ରକାଶ କରିଥିଲେ। ତାହା ହେଉଛି ଡାଲିର ସର୍ବୋଚ୍ଚ ଦର କିଲୋ ପ୍ରତି ୧୨୦ ଟଙ୍କା ରହିବ। କାରଣ ଖୋଲା ବଜାରରେ ଡାଲି ମଂଜି କିଲୋ ପିଛା ୬୦ ଟଙ୍କା ଦରରେ ବିକ୍ରି ହେଉଛି। ଏହାର ପରିବହନ ଓ ପ୍ରକ୍ରିୟାକରଣ ଖର୍ଚ୍ଚ କିଲୋ ପ୍ରତି ସର୍ବାଧିକ ୩୦ ଟଙ୍କା ଲାଗି। ଏହା ବାଦ ବ୍ୟବସାୟୀମାନ କିଲୋ ପ୍ରତି ୩୦ ଟଙ୍କା ଲାଭ ରଖିଲେ ବି ଡାଲି ଦର କୌଣସି ପରିସ୍ଥିତିର ୧୨୦ ଟଙ୍କା ଟପିବା କଥା ନୁହେଁ। କେନ୍ଦ୍ରର ଏହି ହିସାବକୁ ସେତେବେଳେ ସମର୍ଥନ କରିଥିଲେ ଓଡ଼ିଶା ବ୍ୟବସାୟୀ ମହାସଙ୍ଘର ସମ୍ପାଦକ ସୁଧାକର ପଣ୍ଡା। ଓଡ଼ିଶା ସରକାର ନିଜ କର୍ମଚାରୀଙ୍କୁ ଲଗାଇ ରାଜ୍ୟର ବଜାର ବ୍ୟବସ୍ଥା ନିୟନ୍ତ୍ରଣ କଲେ ଏହି ଦରରେ ଡାଲି ବିକ୍ରି ହୋଇପାରିବ ବୋଲି ସେ କହିଥିଲେ।


News Story - Posted on 2016-05-15

ଏବେ କେନ୍ଦୁପତ୍ରର ଅଭାବି ବିକ୍ରି!



କଳାହାଣ୍ଡି ଜିଲ୍ଳାର ୧୩ ଗୋଟି ବ୍ଳକର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏବେ ଚାଲିଛି କେନ୍ଦୁପତ୍ର ତୋଳା ସାଙ୍ଗକୁ ବିକ୍ରି। ଗୋଲାମୁଣ୍ଡା, କୋକସରା, ଥୁଆମୂଳରାମପୁର, କଲମପୁର, ଜୟପାଟଣା ଆଦି ଅଞ୍ଚଳରେ ଶହଶହ ଶ୍ରମିକ କେନ୍ଦୁପତ୍ର ତୋଳା କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିନ୍ତୁ ସେମାନଙ୍କୁ ପରିଶ୍ରମ ତୁଳନାରେ ଉପଯୁକ୍ତ ଦର ମିଳୁ ନାହିଁ। ଶହେ ବିଡା ପତ୍ର ପାଇଁ ସେମାନଙ୍କୁ ୬୦ ଟଙ୍କା ମିଲୁଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ଏହି ହେତୁ ସେମାନେ ପେଟପାଟଣା କରିପାରୁ ନ ଥିିବା ଅଭିଯୋଗ ହେଉଛି।


News Story - Posted on 2016-04-23

ବିଦ୍ୟୁତ ସଂସ୍କାର ସତରେ ସକାରାତ୍ମକ?



ଏକଥା ସେ ସଚିବ ଥିବା ବେଳେ ଜାଣିଥିଲେ କି ସଦସ୍ୟ ହେବା ପରେ ଶିଖିଲେ? ଏହି ପ୍ରଶ୍ନର ଉତ୍ତର ସେ ବ୍ୟକ୍ତ କରି ନାହାନ୍ତି। ନିଜର ଅସ୍ପଷ୍ଟ ଅଭିବ୍ୟକ୍ତି ଜରିଆରେ ଏକ ଲୋକପ୍ରିୟ ସମ୍ବାଦପତ୍ରରେ ଲେଖା ବାହାର କରି ସେ କ’ଣ ସାବ୍ୟସ୍ତ କରିବାକୁ ଚାହୁଛନ୍ତି, ତାହା ଆପଣମାନେ ନିଶ୍ଚୟ ବୁଝିପାରୁଥିବେ। ଅନୁଚ୍ଛେଦ ୨ର ମନ୍ତବ୍ୟଗୁଡ଼ିକ ମଧ୍ୟ ଏହି ଅନୁଛେଦ ପ୍ରତି ପ୍ରଯୁଜ୍ୟ। ଚର୍ଚିତ ଅନୁଚ୍ଛେଦାଂଶର ବୈଷୟିକ ଦିଗ ପ୍ରତି ଧ୍ୟାନ ଦେଲେ, ପ୍ରଶ୍ନ ଆସୁଛି ଯେ ସେହି ଅନୁସାରେ କ’ଣ ସରକାର ଯୋଜନା ଓ ବଜେଟ୍ କରିନଥିଲେ? ନୂତନ ଜ୍ଞାନକୌଶଳ ପ୍ରୟୋଗର ପରିକଳ୍ପନା କରି ନଥିଲେ? ବିଦ୍ୟୁତ ସଂଚୟ ପାଇଁ ଚୀନରୁ ଆସିଥିବା ସିଏଫଏଲ ଜ୍ଞାନକୌଶଳ ଓ ପରବର୍ତ୍ତୀ ସମୟରେ ଆସିଥିବା ଏଲଇଡି ଜ୍ଞାନକୌଶଳକୁ ତୁରନ୍ତ ଅନୁସରଣ କରିବା ପାଇଁ ପୂର୍ବତନ ସଦସ୍ୟ ମହାଶୟ ବିଆଇଏସ ବା ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡକୁ ବା କେନ୍ଦ୍ର ସରକାରଙ୍କୁ କୌଣସି ସ୍ମାରକପତ୍ର ଦେଇଥିଲେ କି? କେତେ ମସିହାରେ ଭାରତରେ ସିଏଫଏଲ ଓ ଏଲଇଡି ବତୀ ମାନକ ସାମଗ୍ରୀ ରୂପେ ବିବେଚିତ ହେଲା ଜାଣନ୍ତି କି? ଛାଡ଼ନ୍ତୁ ଆଉ ଗଭୀରକୁ ଯିବା ନାହିଁ।

 


News Story - Posted on 2016-03-26

ଏମିତି ଶାସନ, ଲୋକଙ୍କୁ ଲୁଣ୍ଠନ ଘନଘନ!



ଦେଶର ମାଟ ୨୯ ରାଜ୍ୟରୁ ୨୫ଟି ରାଜ୍ୟରେ ଡାଲି, ଗହମ, ଚିନି ଆଦି ସାମଗ୍ରୀ ଉପରେ କୌଣସି ଟିକସ ନାହିଁ। ଓଡ଼ିଶା ଏକ ଖାଉଟି ରାଜ୍ୟ। ଏ ରାଜ୍ୟର ଲୋକେ ଯାହା ଖାଆନ୍ତି ତା’ର ବୁହାବୁହି ବାବଦରେ ୫ ରୁ ୭ ପ୍ରତିଶତ ପରିବହନ ଖର୍ଚ୍ଚ କରି ଥାଆନ୍ତି। ଭାଟ୍ ୫ ପ୍ରତିଶତ ଓ ପରିବହନ ଖର୍ଚ୍ଚ ୭ ପ୍ରତିଶତ ମିଶାଇଲେ ୧୨ ପ୍ରତିଶତ ବୋଝ ଖାଉଟିଙ୍କ ଉପରେ ପଡ଼ୁଛି। ଏହା ସେମାନଙ୍କ ଉପରେ ଅଯଥା ବୋଝ। ବରଂ ଏଭଳି ଟିକସ ଜରିଆରେ ସେମାନଙ୍କୁ ଶୋଷଣ କରାଯାଉଛି କହିଲେ ଅତ୍ୟିକ୍ତି ହେବ ନାହିଁ। ଏହା ସତ୍ତ୍ୱେ ସରକାର ୫ ପ୍ରତିଶତ ଭାଟ୍ ଆକାରରେ ଯେଉଁ ରାଜସ୍ୱ ପାଇବା କଥା ତାହା ପାଉ ନାହାନ୍ତି। ସରକାର ମାତ୍ର ୧୦ ଭାଗରୁ ୧ ଭାଗ ରାଜସ୍ୱ ପାଉଛନ୍ତି, ୯୦ ଭାଗ ଟିକସ ଅସାଧୁ ବ୍ୟବସାୟୀ ହଡ଼ପ କରି ନେଉଛନ୍ତି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ଟିକସ ନୀତି ଯୋଗୁଁ ଏମିତି ହେଉଛି।


News Story - Posted on 2016-03-12

ରିଲାଏନ୍ସ ଓ ଆଦାନୀ ପାଇଁ ନୀତି !



ମୁକ୍ତ ଏକରେଜ ନୀତି ଅନୁସାରେ ଆଗ୍ରହୀ ତୈଳ ଓ ବାଷ୍ପ କମ୍ପାନୀମାନେ ଏକ ସୁନିର୍ଦ୍ଦିଷ୍ଟ ଅଂଚଳରେ ତୈଳ ଉତ୍ତୋଳନ ଲାଗି ନିଜସ୍ବ ବ୍ଲକ ବାଛିପାରିବେ | ସେହିପରି ପ୍ରଚଳିତ ଉତ୍ପାଦନ ଭିତିକ ଲାଭାଂଶ ଭାଗିଦାରୀତା ବ୍ୟବସ୍ଥା ପରିବର୍ତ୍ତେ ରାଜସ୍ବ ଭାଗିଦାରୀତା ମୋଡେଲ ସରଳ ଓ ସହଜ ପନ୍ଥା ହେବ | କେନ୍ଦ୍ର ସରକାରଙ୍କ ଇଜ-ଅଫ-ଡୁଇଙ୍ଗ-ବିଜିନେସ ବା ସରଳ ବ୍ୟବସାୟ ପଦ୍ଧତିର ଅନୁସରଣ ପୂର୍ବକ ନୂତନ ହାଇଡ୍ରୋକାର୍ବନ ନୀତି ପ୍ରସ୍ତୁତ କରାଯାଇଛି |

 


News Story - Posted on 2016-02-09

ବିଜୁଳି ମିଳୁଛି ଟଙ୍କାକରେ, ଖାଉଟି ଦେଉଛି ୬ ଟଙ୍କା!



ପୂର୍ବ ଓ ପଶ୍ଚିମ ଭାରତର ଅନେକ ପାବାର ଟ୍ରେଡିଂ ଏକ୍ସଚେଞ୍ଜରେ ଅଫ୍ ପିକ୍ ଆଉରରେ ବିଜୁଳି ଦର ଏବେ ୟୁନିଟ୍ ପିଛା ୫୦ ପଇସାରୁ ଆରମ୍ଭ କରି ଟଙ୍କାଏରେ ହିସାବ ହେଉଛି । କୋଉଠି କୋଉଠି ଏହି ଦର ୮୦ ପଇସା । ଏପରିକି ଉତ୍ତର ଭାରତର ପାବାର ଏକ୍ସଚେଞ୍ଜରେ ମଧ୍ୟ ଏବେ ଅଫ୍ ପିକ୍ ଆଉରରେ ବିଜୁଳି ଦର ୟୁନିଟ ପିଛା ୧.୯ ଟଙ୍କାରେ ବିକ୍ରି ହେଉଛି । ତଥାପି କୌଣସି ରାଜ୍ୟ ସରକାର କିମ୍ବା ସାଧାରଣ ଲୋକଙ୍କୁ ବିଜୁଳି ଯୋଗାଉଥିବା କମ୍ପାନୀ ଏତେ ଶସ୍ତା ଦରରେ ବିଜୁଳି କିଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ପାବାର ଏକ୍ସଚେଞ୍ଜର ନିର୍ବାହୀ ଅଧିକାରୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

 


News Story - Posted on 2016-02-05

ବିଜୁଳି- ଦୁର୍ନୀତି ପରେ ଲୁଣ୍ଠନ



ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନଙ୍କର ଆକଳନ ଅନୁଯାୟୀ ଜଳ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ସବୁଠୁ କମ୍ | ୟୁନିଟ ପିଛା ଏହା ୫୦ରୁ ୬୦ ପଇସା ହେବ | ତାପଜ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ୟୁନିଟ ପିଛା ସର୍ବାଧିକ ୩ ଟଙ୍କା ହେବ | ସୌର ଶକ୍ତିର ଉତ୍ପାଦନ ଖର୍ଚ୍ଚ ମଧ୍ୟ କମିକମି ତାପଜ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ପାଖାପାଖି ଆସିଗଲାଣି | ସବୁ ପ୍ରକାର ବିଦ୍ୟୁତର ଉତ୍ପାଦନ ଖର୍ଚ୍ଚର ହାରାହାରି ହିସାବ ବାହାର କଲେ ତାହା ୟୁନିଟ ପିଛା ୨-୪ ଟଙ୍କା ମଧ୍ୟରେ ସୀମୀତ ରହିବ | ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚର ଏଯାଏଁ କୌଣସି ପ୍ରକାର ବିଧିବଦ୍ଧ ଅଡ଼ିଟ ହୋଇନାହିଁ | ଏବେ ଉତ୍ପାଦନ ଖର୍ଚ୍ଚ ବୋଲି ଯେଉଁ ହିସାବ ଗ୍ରହଣ କରାଯାଉଛି ତାହା ଘରୋଇ କମ୍ପାନୀ ଓ ସରକାରୀ ନିଗମର ହିସାବ | ସରକାରୀ ନିଗମରେ ଦୁର୍ନୀତି ଓ ଘରୋଇ କମ୍ପାନୀର ଲାଭ ଉପରେ ବୈଧାନିକ ଅଙ୍କୁଶ ନଥିବାରୁ ବାସ୍ତବ ଉତ୍ପାଦନ ଖର୍ଚ୍ଚ ଖାତାରେ ଦର୍ଶାଯାଉଥିବା ଉତ୍ପାଦନ ଖର୍ଚ୍ଚଠାରୁ ଯଥେଷ୍ଟ କମ |

 


News Story - Posted on 2016-01-19

ଜନଧନ ଯୋଜନା ଜନହିତକର କି ?



ଦେଶର କେତେ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିଛି ? ଦେଶର ସବୁ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବାକୁ କେତେ ଦିନ ଲାଗିବ ? କେତେ ଟଙ୍କା ଖର୍ଚ୍ଚ ହେବ ? ସେସବୁ ବ୍ୟଙ୍କରେ ସର୍ବନିମ୍ନ କେତେ ଟଙ୍କା ଜମା ରହିଲେ ତାହା ବ୍ୟାଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହେବ ? ଖାଲି ଜମାଖାତାରେ କ’ଣ ବ୍ୟାଙ୍କ ଚାଲେ ? ଲାଭ ତୁଳନାରେ ଖର୍ଚ୍ଚ ବଢ଼ିଗଲେ କେଉଁ ବ୍ୟାଙ୍କ ଅଚଳ ଶାଖା ଚଳାଇ ରଖିବାକୁ ଆଗ୍ରହ ପ୍ରକାଶ କରିବ ? ବ୍ୟାଙ୍କରେ ଅଧିକ ଜମାଖାତା ଓ ଅଧିକ ଜମାରାଶି କାହା କାର୍ଯ୍ୟରେ ଲାଗେ ? ଅଧିକ ଲୋକ ଅଧିକ ଟଙ୍କା ଜମା କଲେ ଅଧିକ ଲାଭ ଆଶାରେ ବ୍ୟାଙ୍କଗୁଡ଼ିକ ତାହାକୁ କେଉଁ ବର୍ଗର ଲୋକମାନଙ୍କୁ ଋଣ ଦିଅନ୍ତି ? ଶିଳ୍ପ, ଉଦ୍ୟୋଗ ଓ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ବ୍ୟାଙ୍କଗୁଡ଼ିକରୁ କେତେ ଟଙ୍କା ଋଣ ଦିଆଯାଇଛି ? ତା’ ତୁଳନାରେ କୃଷକ ଓ କାରିଗରମାନଙ୍କୁ କେତେ ଋଣ ମିଳିଛି ? ବ୍ୟାଙ୍କଗୁଡ଼ିକ କେତେ ଗରୀବ ଲୋକଙ୍କୁ ଗୃହଋଣ ଦେଇଛନ୍ତି ? କେତେ ଛୋଟ ଦୋକାନୀ ବ୍ୟାଙ୍କରୁ ଋଣ ନେଇ ବେପାର ଖୋଲିଛନ୍ତି ?

 


News Story - Posted on 2016-01-09

ଚିଟ୍ ଫଣ୍ଡ ଟଙ୍କା ଖାଇଛି କିଏ ?

 



ଆଇନ ଅନୁସାରେର ଚିଟ୍ ଫଣ୍ଡ ସଂସ୍ଥା ସହିତ କୌଣସି ପ୍ରକାର ସଂପର୍କ ହେଉଛି ଅପରାଧ | ସେଭଳି ସଂସ୍ଥାର ରସିଦ୍ ଓ ଅନ୍ୟାନ୍ୟ ଫର୍ମ ଇତ୍ୟାଦି ଛାପିବା ବେଆଇନ | ସେହି ଦୋଷରେ ଏସବୁ ଛପେଇଥିବା ପ୍ରେସ୍ ମାଲିକଙ୍କୁ ଦଣ୍ଡିତ କରାଯାଇ ପାରିବ | ଏଭଳି ସଂସ୍ଥାଗୁଡ଼ିକ ସପକ୍ଷରେ କୌଣସି ପ୍ରକାର ସମ୍ବାଦ ପ୍ରକାଶ ଓ ପ୍ରସାର କରିବା ବେଆଇନ |


© 2015. Samanya Kathan All Rights Reserved | Editor : Debendra Prusty     

To Top