ଶିଳ୍ପ

News Story - Posted on 2017-09-14

ବେଦାନ୍ତର ୫ ୟୁନିଟ ବନ୍ଦ ନିର୍ଦ୍ଦେଶ



ସେହିପରି ବେଦାନ୍ତର ୨୪୦୦ ମେଗାୱାଟ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଇଣ୍ଡିପେଣ୍ଡେଣ୍ଟ ପାୱାର ପ୍ଲାଣ୍ଟ ବା ଆଇପିପିର ଦୁଇଟି ୟୁନିଟ ବନ୍ଦ କରିବାକୁ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ନିର୍ଦ୍ଦେଶ ଦେଇଛି । ଏ ଦୁଇଟି ୟୁନିଟରୁ ୬୦୦ ମେଗାୱାଟ୍ ଲେଖାଏଁ ବିଦ୍ୟୁତ ଉତ୍ପାଦିତ ହୋଇଥାଏ । ଏହି କାରଖାନାରେ ଏହିପରି ମୋଟ ଚାରିଟି ୟୁନିଟ୍ ରହିଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ନିର୍ଦ୍ଦେଶ ଅନୁସାରେ ଆଇପିପିର ବାକି ଦୁଇଟି ୟୁନିଟ୍ ଚଳିତ ମାସ ୨୦ ତାରିଖ ଯାଏଁ ଉତ୍ପାଦନ କରିପାରିବ । ଏହା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବ ।


News Story - Posted on 2017-09-14

୨୧୨ଟି ଖଣିସଂସ୍ଥାରୁ ଜରିମାନା ଦେଇଛନ୍ତି ୨



ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ମେସର୍ସ ଶିବା ସିମେଣ୍ଟ ଫତୁରବାହାଲ ଚୂନ ପଥର ଓ ଡୋଲମାଇଟ‌୍‍ ଖଣିରେ କରିଥିବା ବେଆଇନ‌୍‍ କାର୍ଯ୍ୟକଳାପ ଅଭିଯୋଗରେ ସରକାର ୬୮,୮୯,୦୧୪ ଟଙ୍କାର ଜରିମାନା ପାଇଁ ଡିମାଣ୍ଡ ନୋଟିସ‌୍‍ ଦେଇଥିଲେ ଏବଂ ଏହି ସଂସ୍ଥା ଉକ୍ତ ଅର୍ଥ ପ୍ରଦାନ କରିଛି। ଅନ୍ୟତମ ଖଣି ପଟ୍ଟାଧାରୀ ଏ.ଏନ‌୍‍ ପଟ୍ଟନାୟକଙ୍କ ବାଙ୍କୀ ଡୋଲମାଇଟ‌୍‍ ଖଣି ପ୍ରସଙ୍ଗରେ ୩,୩୬,୯୬୨ ଟଙ୍କାର ଡିମାଣ୍ଡ ନୋଟିସ‌୍‍ ଦିଆଯାଇଥିବା ବେଳେ ଏହି ସଂସ୍ଥା ମାତ୍ର ୧,୦୫,୬୯୮ ଟଙ୍କା ପୈଠ କରିଛି। ମୋଟାମୋଟି ଭାବେ ସରକାର ୨୧୨ଟି ସଂସ୍ଥା ମଧ୍ୟରୁ ମାତ୍ର ଏହି ଦୁଇଟିରୁ ପାଇଛନ୍ତି ୬୯,୯୪,୭୧୨ ଟଙ୍କା।


News Story - Posted on 2017-09-14

ଗ୍ରାମୋଦ୍ୟୋଗ ଭବନ କେବେ?



ରାଜଧାନୀରେ ଥିବା ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟ ପରିସରରେ ଗ୍ରାମୋଦ୍ୟୋଗ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୩ ମସିହା ଅକ୍ଟୋବର ୧୦ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଭିତ୍ତିପ୍ରସ୍ତର ସ୍ଥାପନର ଇତିମଧ୍ୟରେ ୧୪ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏପର୍ଯ୍ୟନ୍ତ ଏହି ପ୍ରକଳ୍ପ ଲାଗି ମଧ୍ୟ କୌଣସି ବ୍ୟୟବରାଦ କରାଯାଇନାହିଁ।


News Story - Posted on 2017-09-12

ବିଦ୍ୟୁତ୍ କମ୍ପାନୀଙ୍କ ଋଣ ବାକି ୫୮୦୫ କୋଟି



ଶକ୍ତିମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୧୯୯୮-୯୯ରୁ ୨୦୧୫-୧୬ ମଧ୍ୟରେ ସେସୁକୁ ୫୯୫ କୋଟି ୫୮ ଲକ୍ଷ ଟଙ୍କା ରାଜ୍ୟ ସରକାର ଋଣ ଦେଇଛନ୍ତି । ଏହା ଉପରେ ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସୁଧର ପରିମାଣ ୧୧୪୨ କୋଟି ୪୫ ଲକ୍ଷ ଟଙ୍କା ହୋଇଥିବା ବେଳେ ବାକିଥିବା ସମୂଳ ସୁଧର ପରିମାଣ ୧୭୩୮ କୋଟି ୩ ଲକ୍ଷ ଟଙ୍କାରେ ପହଞ୍ଚିଛି । ଏହାସତ୍ତେ୍ୱ ସେସୁର ବିଦ୍ୟୁତ୍ ପରିବହନ ଓ ପରିବଣ୍ଟନ କ୍ଷତିର ପରିମାଣ ହ୍ରାସ ପାଇ ୨୦୧୬-୧୭ ବର୍ଷରେ ୩୨.୫୭ ପ୍ରତିଶତ ହୋଇଛି । ସେହିପରି ନେସ୍କୋ ରାଜ୍ୟ ସରକାରଙ୍କ ଠାରୁ ପ୍ରାୟ ୨୩୪ କୋଟି ଟଙ୍କା ଋଣ ନେଇଥିବା ବେଳେ ଏହା ଉପରେ ୧୪୦ କୋଟି ୨୯ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ସୁଧ ହେଲାଣି । ମୋଟାମୋଟି ଭାବେ ନେସ୍କୋ ନେଇଥିବା ଋଣରୁ ସମୂଳ ସୁଧ ବକେୟା ୩୭୪ କୋଟି ୩୮ ଲକ୍ଷ ଟଙ୍କାରୁ ଅଧିକ ରହିଛି । ତେବେ ନେସ୍କୋର ବିଦ୍ୟୁତ୍ ପରିବହନ ଓ ବଣ୍ଟନ ଜନିତ କ୍ଷତି ପରିମାଣ ୨୩.୫୦ ପ୍ରତିଶତରେ ପହଞ୍ଚିଥିବା ଜଣାପଡ଼ିଛି । 


News Story - Posted on 2017-09-12

ବିଦ୍ୟୁତ୍ ବିଲ୍ ବାକି ୭୨୦୭ କୋଟି ଟଙ୍କା



ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଘରୋଇ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ଉପରେ ୪୫୬୭ କୋଟି ୧୭ ଲକ୍ଷ ଟଙ୍କା, ବିପିଏଲ୍ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ଉପରେ ୨୮୧ କୋଟି ୯୬ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରହିଛି । ତେବେ କଳକାରଖାନାଗୁଡ଼ିକ ଉପରେ ୧୨୫୮ କୋଟି ୪୫ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବାକି ପଡ଼ିଥିବା ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବକେୟା ରହିଛି ୬୫୦ କୋଟି ଟଙ୍କା । ଏହି ବକେୟା ଅର୍ଥ ଆଦାୟ ପାଇଁ ବିଦ୍ୟୁତ୍ ବିଚ୍ଛିନ୍ନ ସୂଚନା ଦେଇ ବିଦ୍ୟୁତ୍ ଦେୟ ଅସୁଲ କରାଯାଉଛି ଏବଂ କେତେକ ପରିସ୍ଥିତିରେ ସାର୍ଟିଫିକେଟ୍ କେସ୍ ରୁଜୁ କରାଯାଇ ବିଦ୍ୟୁତ୍ ବିଲ୍ ଆଦାୟ ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ସୂ·ଇଛନ୍ତି । 


News Story - Posted on 2017-09-09

ରାଷ୍ଟ୍ରାୟତ୍ତ କ୍ଷେତ୍ରର ପରିବର୍ତ୍ତିତ ଭୂମିକା



ତେଣୁ ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ସ୍ୱାଧୀନ ଭାରତରେ ଶିଳ୍ପର ବିକାଶ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ମେରୁଦଣ୍ଡ ସଦୃଶ କାର୍ଯ୍ୟ କରୁଛନ୍ତି। ଯଦିଓ ପରିବର୍ତିତ ସମୟରେ ଏ ସବୁର ଭୂମିକାରେ ପରିବତ୍ତନ ଆସିଛି, ତେବେ ପ୍ରାରମ୍ଭରେ ମୂଲ୍ୟରେ ସ୍ଥିରତା ଆଣିବା ଏବଂ ସାମାଜିକ ଆର୍ଥିକ ବିକାଶ ସହ ଶିଳ୍ପ ଭିତ୍ତିଭୂମି ଗଢି ତୋଳିବାରେ ଏହାର ଭୂମିକା ନିଶ୍ଚିତ ରୂପେ ରହିଛି। ପ୍ରକୃତରେ କହିବାକୁ ଗଲେ ଏହା ବିକାଶର ଇଞ୍ଜିନ ଥିଲା। ସ୍ୱାଧୀନତାର ପ୍ରାକ‌୍‍ କାଳରେ ରୋଜଗାରର ସୁବିଧା ସୃଷ୍ଟି କରିବାରେ ପିଏସ‌୍‍ଇଗୁଡିକର ବହୁ ମୂଲ୍ୟ ଯୋଗଦାନ ଥିଲା। ରୁଗ‌୍‍ଣ ବୟନ ଶିଳ୍ପଗୁଡିକରେ ଜାତୀୟକରଣ ଏବଂ ଆନୁସଙ୍ଗିକ ଶିଳ୍ପ ସଂସ୍ଥା ଗଢିବା କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଯୋଗଦାନ ଥିଲା। ୧୯୯୧ରେ ଆର୍ଥିକ ଉଦାରୀକରଣ ପରେ ଏ ସବୁର ଭୂମିକାରେ ପରିବର୍ତ୍ତନ ଆସିଲା ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା କ୍ଷେତ୍ରରେ ନିଜକୁ ପ୍ରସ୍ତୁତି କରିପାରିଲେ। ଆଧୁନିକୀକରଣ ଏବଂ ଦକ୍ଷତା ବୃଦ୍ଧି ଯୋଗୁ ରୋଜଗାର ସୁବିଧା ସୁଯୋଗ ମଧ୍ୟ ହ୍ରାସ ପାଇଲା। ଉଦାହରଣ ସ୍ୱରୂପ ସେଲ‌୍‍ କଥା ବିଚାର କରାଯାଉ। ଅତୀତରେ ୧୦ ନିୟୁତ ଟନ‌୍‍ରୁ କମ‌୍‍ ଇସ୍ପାତ ଉପିାଦନ ପାଇଁ ସେଲ‌୍‍ରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନ ସେଠାରେ ୮୦ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି ଏବଂ ପୂର୍ବ ତୁଳନାରେ ଅଧିକ ଉତ୍ପାଦନ କରାଯାଇ ପାରୁଛି। ତଥାପି ଆଜି ମଧ୍ୟ ସେଲ‌୍‍ରେ କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିଛି। ଟାଟା ଷ୍ଟିଲ‌୍‍ରେ ମଧ୍ୟ ଅବସ୍ଥା ସେହିପରି। ଏକ ଟନ‌୍‍ ଇସ୍ପାତ ଉତ୍ପାଦନ ପାଇଁ ଯେତିକି କର୍ମଚାରୀ ଆବଶ୍ୟକ, ସେଠାରେ ତାଠାରୁ ୭ ଗୁଣ ଅଧିକ କର୍ମଚାରୀ ରହିଛନ୍ତି। ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୁଶଳୀ ନହେବାର ଏହା ହେଉଛି ପ୍ରମୁଖ କାରଣ। ଜୀବନବୀମା ପରି କେତେକ କମ୍ପାନୀ ୧୯୫୦ରେ ଜାତୀୟକରଣ ହେବା ପର୍ଯ୍ୟନ୍ତ ମନମାନି ଚଳାଇ ଆସିଥିବା ବେଳେ ୧୯୯୦ରେ ବୀମା କ୍ଷେତ୍ରରେ ଘରୋଇ କମ୍ପାନୀର ପ୍ରବେଶ ଦ୍ୱାରା ଏବେ ପ୍ରତିଯୋଗିତା ମନୋଭାବ ସହ କାର୍ଯ୍ୟ କରୁଛି।


News Story - Posted on 2017-08-25

ସ୍ୱଚ୍ଛ ସରକାରଙ୍କ ଖଣି ଦୁର୍ନୀତି



ରାଜ୍ୟ ସରକାର ସି.ଇ.ସି.ଙ୍କ ରିପୋର୍ଟକୁ ଆଧାର କରି ୧୭ ହଜାର କୋଟି ଆଦାୟ ପାଇଁ କହୁଥିବା ବେଳେ ଶାହା କମିଶନଙ୍କ ରିପୋର୍ଟ ତଥା ରାଜ୍ୟ ସରକାରଙ୍କ ପତ୍ର ୬୦ ହଜାର କୋଟି ଟଙ୍କାରୁ ଅଧିକ ଜଣାପଡ଼େ । ବିଭିନ୍ନ ସିଭିଲ୍ ସୋସାଇଟିମାନେ ୬୮ ହଜାର କୋଟି ଟଙ୍କା ଖଣି ବେପାରୀଙ୍କ ଠାରୁ ୧୨% ସୁଧ ୪ ବର୍ଷ ସହିତ ମିଶି ଲକ୍ଷ ଲକ୍ଷ କୋଟିରୁ ଅଧିକ ଟଙ୍କା ଆଦାୟ କରିବାକୁ ଦାବୀ କରୁଥିଲେ । ହେଲେ ବିଜେଡ଼ି ଦଳର ପ୍ରବକ୍ତାମାନେ ୧୭ ହଜାର କୋଟି ଆଦାୟ କରିବାକୁ ଦାବି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ ସରକାରଙ୍କର ପୂର୍ବ ଚିଠି ଶାହା କମିଶନଙ୍କର ରିପୋର୍ଟ ଏବଂ ଅନ୍ୟାନ୍ୟ ବହୁ ନଥିପତ୍ର ମୁତାବକ ବିଜୁ ଜନତା ଦଳ ଦାବୀ ନ କରି ୧୭ ହଜାର କୋଟି ମାତ୍ର ଦାବୀ କରିବାର ରହସ୍ୟ କ’ଣ? ବିଜୁ ଜନତା ଦଳର ସାଂସଦ ପିନାକୀ ମିଶ୍ର ଖଣି ବେପାରୀମାନଙ୍କର ଓକିଲ ଅଛନ୍ତି । ବିଜୁ ଜନତା ଦଳକୁ ବିଗତ ବର୍ଷମାନଙ୍କରେ କ୍ଷମତାକୁ ଆଣିବା ପାଇଁ ବେଆଇନ୍ ଆୟରୁ ନିର୍ବାଚନରେ ଖର୍ଚ୍ଚ କରି କ୍ଷମତା ଅଧିକାର କରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଭାବେ ନିର୍ମଳ ଭାବମୂର୍ତ୍ତୀ ଦାବୀ କରୁଛନ୍ତି ।


News Story - Posted on 2017-08-19

ଆଇଓସିଏଲ ବିବାଦ ତୁଟିଲା



ଧର୍ମେନ୍ଦ୍ର କହିଛନ୍ତି ଯେ ଭାରତୀୟ ତୈଳ ନିଗମ ଓ ଓଡ଼ିଶା ସରକାରଙ୍କ ସହମତି ଆଧାରରେ ଯେତିକି ଟିକସ ଆଦାୟ ହେବ ସେଥିରୁ ବାର୍ଷିକ ୭ ଶହ କୋଟି ଆଗାମୀ ୧୬ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ଇଣ୍ଡିଆନ ଅଏଲକୁ ବିନା ସୁଧରେ ଋଣ ଆକାରରେ ପ୍ରଦାନ କରିବେ । ୭୦୦ କୋଟି ଉପରକୁ ଆଉ ଯେତେ ଟିକସ ରାଶି ହେବ ତାହା ରାଜ୍ୟ ତହବିଲକୁ ଯିବ । ଗତ ଆର୍ଥିକ ବର୍ଷରେ ୨୨ ଶହ କୋଟି ଟଙ୍କାର ଟ୍ୟାକ୍ସ ପରିମାଣ ହୋଇଥିବାରୁ ରାଜ୍ୟ ସରକାରକୁ ୧୫ ଶହ କୋଟି ଟଙ୍କା ମିଳିବ । ପୂର୍ବରୁ ବ୍ୟବସାୟିକ ଉତ୍ପାଦନ ଠାରୁ ୧୧ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟ୍ୟାକ୍ସ ଡିଫରମେଣ୍ଟ କରିବା ପାଇଁ ୨୦୦୪ ମସିହାରେ ଓଡ଼ିଶା ସରକାର ଇଣ୍ଡିଆନ ଅଏଲ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।


News Story - Posted on 2017-08-19

ଯୌବନରେ ଜରାଗ୍ରସ୍ତ ଆକାଶବାଣୀ ବ୍ରହ୍ମପୁର



ଉତ୍କଳୀୟ ସାଂସ୍କୃତିକ ଚେତନାର ପ୍ରାଣକେନ୍ଦ୍ର, ସାହିତ୍ୟ ସର୍ଜନାର ଅନୁପମ କ୍ଷେତ୍ର, ବାଣିଜ୍ୟ ବ୍ୟାପାର ପ୍ରୟୋଗଶାଳା ରେଶମ ନଗର ବ୍ରହ୍ମପୁର ପାଇଁ ଏକ ସୁନ୍ଦର ଭେଟିଥିଲା ଆକାଶବାଣୀ ବ୍ରହ୍ମପୁର । ୨୪ ବର୍ଷ ତଳେ ଏହି ସୁନ୍ଦର ଅନୁଷ୍ଠାନର ପରିକଳ୍ପନା କରି କେନ୍ଦ୍ର ସରକାର ଭେଟି ଦେଇଥିଲେ ଏପ୍ରିଲ ୧ (ଉତ୍କଳ ଦିବସ) ୧୯୯୩ରେ। ତତକାଳୀନ କେନ୍ଦ୍ର ସୂଚନା ପ୍ରସାରଣ ଲୋକ ସଂପର୍କ ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କ କରକମଳରେ ଉଦ‌୍‍ଘାଟିତ ହୋଇଥିଲା ଆକାଶବାଣୀ ବ୍ରହ୍ମପୁର।


News Story - Posted on 2017-08-19

ଟେଲିଭିଜନ ବିପ୍ଳବର ଯାତ୍ରା



ବ୍ରିଟିଶ ବ୍ରଡ କାଷ୍ଟିଂ କର୍ପୋରେସନ (ବିବିସି) ଦ୍ୱାରା ୧୯୩୬ ମସିହାରେ ବିଶ୍ୱର ପ୍ରଥମ ଟେଲିଭିଜନ ସେବା ଆରମ୍ଭ କରାଯିବାର ଦୁଇ ଦଶକ ପରେ ଆର୍ଥାତ‌୍‍ ୧୯୫୯ ସେପ୍ଟେମ୍ୱର ୧୫ରେ ଦିଲ୍ଲୀରେ ଟେଲିଭିଜନ ସେବା ଆରମ୍ଭ ହୋଇଥିଲା। ୟୁନେସ୍କୋ ସହାୟତାରେ ଏହାର  ଶୁଭାରମ୍ଭ ହୋଇଥିଲା। ପ୍ରାରମ୍ଭରେ ସପ୍ତାହକୁ ଦୁଇ ଦିନ ଏକ- ଏକ ଘଂଟା ପାଇଁ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଥିଲା। ଯେଉଁଥିରେ ସାମୂହିକ ସ୍ୱାସ୍ଥ୍ୟ, ଯାତାୟତ, ସଡକର ବ୍ୟବହାରରେ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ଆଦି ବିଷୟବସ୍ତୁ ସାମିଲ ଥିଲା।


News Story - Posted on 2017-08-10

‘ଆଦାୟ ହେଉ ଲକ୍ଷେ କୋଟି’



୨୦୧୨ ଏବଂ ୨୦୧୩ ମସିହାରେ ରାଜ୍ୟ ସରକାର ଖଣି ଏବଂ ଖଣିଜ ପଦାର୍ଥ ବିକାଶ ଏବଂ ନିୟନ୍ତ୍ରଣ ଆଇନ‌୍‍ ୧୯୫୭ର ଧାରା ୨୧(୫) ଅନୁଯାୟୀ  ବେଆଇନ‌୍‍ ଭାବେ ଖଣି ଉତ୍ତୋଳନ କରିଥିବା ବା ଖଣି ଚୋରି କରିଥିବା କମ୍ପାନୀଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରି ସମୁଦାୟ ୬୮,୭୦୦ କୋଟି ଟଙ୍କା ପଇଠ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କମ୍ପାନୀମାନେ ରାଜ୍ୟର ସମସ୍ତ ନୀତିନିୟମକୁ ଉଲଂଘନ କରି ମନଇଚ୍ଛା ଖଣି ଉତ୍ତୋଳନ କରିବା, ଖଣି ଲିଜ ନଥାଇ ଖଣିଜ ସମ୍ପଦ ଲୁଟ‌୍‍ କରିବା, ଖଣି ଅଂଚଳରେ ପରିବେଶ ନଷ୍ଟ କରିବା ଇତ୍ୟାଦି କରି ରାଜ୍ୟ ରାଜକୋଷର ହଜାର ହଜାର କୋଟି ଟଙ୍କାର କ୍ଷତି ଘଟାଇଥିଲେ।


News Story - Posted on 2017-08-08

ଜରିମାନା ହେଲା ୧୭୫୭୬ କୋଟି ଟଙ୍କା



ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ ଯେ, ସୁପ୍ରିମ କୋର୍ଟଙ୍କ ରାୟକୁ କଡାକଡି ଭାବେ ପାଳନ କରାଯିବ । ସିଇସିଙ୍କ ହିସାବ ଅଧାରରେ ଖଣି ଲିଜଧାରୀମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ । ୧୦ ଦିନ ମଧ୍ୟରେ ଖଣି ଲିଜଧାରୀମାନଙ୍କୁ ନୋଟିସ ଜାରି କରାଯିବ । ଯେଉଁ ଗୁଡିକ ପ୍ରସ୍ତୁତ ହୋଇସାରିଛି ସେଗୁଡିକୁ ତୁରନ୍ତ ନୋଟିସ ଦିଆଯିବ ଓ ଅନ୍ୟ ସମସ୍ତଙ୍କୁ ଆସନ୍ତା ୧୦ ଦିନ ମଧ୍ୟରେ ନୋଟିସ ପଠାଯିବ । ସୁପ୍ରିମ କୋର୍ଟଙ୍କ ରାୟର ପାରା ୧୫୬ ସ୍ପଷ୍ଟ ଭାବେ ଫାଇନ ଆଦାୟ ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି । ପରିବେଶ ମଞ୍ଜୁରୀ ଉଲ୍ଲଘଂନ କ୍ଷେତ୍ରରେ ସିଇସିଙ୍କ ହିସାବ ଆଧାରରେ ଆଦାୟ କରାଯିବାକୁ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହାଛଡା ମାଇନିଂ ପ୍ଲାନ ବାହାରେ ଅଧିକ ଖଣିଜ ଉତ୍ତୋଳନ ପାଇଁ ଆଉ ୨ ହଜାର କୋଟି ଟଙ୍କା ଆଦାୟ କରାଯିବ । 


News Story - Posted on 2017-08-07

ରାୟ ସ୍ପଷ୍ଟ, ଅସ୍ୱଚ୍ଛ ଖଣିଲବି



ଓଡ଼ିଶା ସରକାରଙ୍କ ପାଖରେ ଏଭଳି ଖଣି ପଟ୍ଟାଦାରଙ୍କର ହିସାବ ରହିଛି । ସେମାନେ କେଉଁ ବର୍ଷ କେତେ ଖଣିଜ ଉତ୍ତୋଳନ କଲେ, କେତେ ବିକିଲେ, କାହାକୁ ବିକିଲେ, କେତେ ଦରରେ ବିକିଲେ, ସେସବୁର ହିସାବ ଓଡ଼ିଶା ସରକାରଙ୍କ ନିକଟରେ ରହିଛି ବା ରହିବା କଥା । ସେମାନେ କେତେ ଖଣି ଅଂଚଳ ଲିଜ୍ ନେଇଛନ୍ତି, କେତେ ଖଣିଜ ଉତ୍ତୋଳନ କରିବାକୁ ମଂଜୁରୀ ପାଇଛନ୍ତି ତାହାର ହିସାବ ମଧ୍ୟ ଓଡ଼ିଶା ସରକାରଙ୍କ ପାଖରେ ରହିଛି ବା ରହିବା ବିଧେୟ । ତାହାକୁ ତର୍ଜମା କରି ଦେଖିଲେ ସେମାନେ ଯେତେ ପରିମାଣର ଖଣିଜ ପଦାର୍ଥ ଏମଏମଡିଆର ଆଇନର ୨୧(୫) ଧାରା ଅନୁସାରେ ବେଆଇନ ଭାବେ ଉତ୍ତୋଳନ କରିଛନ୍ତି ତାହାର ଶତକଡ଼ା ଶହେ ମୂଲ୍ୟ ଜରିମାନା ଦେବାକୁ ବାଧ୍ୟ ଓ ଓଡ଼ିଶା ସରକାର ସେହି ପରିମାଣର ଡିମାଣ୍ଡ ନୋଟ୍ ଜାରି କରିବା ଉଚିତ ।


News Story - Posted on 2017-08-04

କେତେ ଜରିମାନା ଦେବେ ଖଣି କମ୍ପାନୀ?



ଏବେ ପ୍ରଶ୍ନ ଉଠୁଛି ଓଡ଼ିଶା ସରକାର ସୁପ୍ରିମ କୋର୍ଟଙ୍କର ଏହି ରାୟ ଭିତ୍ତିରେ ଜରିମାନା ହିସାବ କରିବେ ନା ଖଣି ପଟ୍ଟାଦାରଙ୍କ ଚାପରେ ପଡ଼ି ନୂଆ କିଛି ବିଭ୍ରାନ୍ତିକର ହିସାବ ବାହାର କରିବେ? ରାଜ୍ୟ ସରକାର ତାଙ୍କର ପୂର୍ବ ଜରିମାନା ନୋଟିସ ଉପରେ ଅଟଳ ରହିଲେ ଖଣି ପଟ୍ଟାଦାରମାନେ ୬୧ ହଜାର କୋଟି ଟଙ୍କାର ଜରିମାନା ଦେବାକୁ ବାଧ୍ୟ । ଯଦି ଖଣି ପଟ୍ଟାଦାରଙ୍କ କଥାରେ ପଡ଼ି ଆଇବିଏମ ହିସାବକୁ ଚୂଡ଼ାନ୍ତ କରାଯାଏ ତେବେ ସେମାନେ ମାତ୍ର ୧୭ ହଜାର କୋଟି ଟଙ୍କା ଦେଇ ଖସିଯାଇ ପାରିବେ । କିନ୍ତୁ ସରକାର ଯଦି ସିଇସିଙ୍କ ୨୧୫ ନିୟୁତ ଟନ ଲୁହା ପଥରର ଦର ହିସାବ କରନ୍ତି ତେବେ ଟନ୍ ପିଛା ହାରାହାରି ୪ ହଜାର ଟଙ୍କା ହିସବାରେ ୯୦ ହଜାର କୋଟି ଟଙ୍କାର ଜରିମାନା ଆଦାୟ ହୋଇପାରିବ ।


News Story - Posted on 2017-08-03

ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା



ପ୍ରତିରକ୍ଷା ହେଉଛି ଏକକ୍ରେତାଧିକାର କ୍ଷେତ୍ର ଯେଉଁଠି ସରକାର ଏକମାତ୍ର କ୍ରେତା । ଘରୋଇ ରକ୍ଷା ଉଦ୍ୟୋଗର ସଂରଚନା ଓ ବିକାଶ ମଧ୍ୟ ସରକାରଙ୍କ କ୍ରୟ ନୀତି ଦ୍ୱାରା ସଂଚାଳିତ ହୋଇଥାଏ । ତେଣୁ ସରକାର ସ୍ୱଦେଶୀ ନିର୍ମିତ ଉପକରଣକୁ ପ୍ରାଥମିକତା ଦେବା ପାଇଁ କ୍ରୟ ନୀତିକୁ ସମୃଦ୍ଧ କରିଛନ୍ତି । ବିନିର୍ମାଣ କ୍ଷେତ୍ରର ସାମରିିକ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା ପାଇଁ ଯଥା ଯୁଦ୍ଧ ବିମାନ, ହେଲିକପ୍ଟର, ବୁଡାଜାହାଜ ଓ ଅସ୍ତ୍ରଶସ୍ତ୍ର ବହନକାରୀ ଗାଡ଼ି ପାଇଁ ସରକାର ନିକଟରେ ଏକ ରଣନୀତିକ ଭାଗିଦାରୀ ନୀତି ଘୋଷଣା କରିଛନ୍ତି । ଯେଉଁଥିରେ ଉପକରଣ ନିର୍ମାଣକାରୀ ପ୍ରକୃତ ବିଦେଶୀ କମ୍ପାନୀ(ଓଇଏମ୍) ସହ ଭାରତୀୟ କମ୍ପାନୀଗୁଡ଼ିକ ଯୌଥ ଉଦ୍ୟୋଗ ଗଠନ କିମ୍ବା ଅନ୍ୟପ୍ରକାରର ଭାଗିଦାରୀ କରିପାରିବେ । ଜ୍ଞାନକୌଶଳ ହସ୍ତାନ୍ତର ମାଧ୍ୟମରେ ଭାରତରେ ନିର୍ମାଣ କରିପାରିବେ ।


News Story - Posted on 2017-08-02

ଖଣି ଲୁଟେରା ଦେବେ ୧୦୦% ଜରିମାନା



ଶତ ପ୍ରତିଶତ ଜରିମାନା ଧାର୍ଯ୍ୟ କରିବା ସହିତ ସୁପ୍ରିମ କୋର୍ଟ ଏହି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ହୋଇଥିବା ଦାବିକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଆମେ ଏହି ନିର୍ଦ୍ଦେଶ ଦେବୁ ନାହିଁ । ବରଂ ଓଡ଼ିଶାରେ ଯେପରି ବ୍ୟାପକ ଖଣି ଲୁଟ୍ ହୋଇଛି ତାହା ରୋକିବାକୁ କ’ଣ କରାଯିବ ସେନେଇ ସୁପ୍ରିମ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ଆମେ ନିର୍ଦ୍ଦେଶ ଦେଉଛୁ । ଏହି କମିଟି ଓଡ଼ିଶାରେ କିପରି ଭାବେ ବେଆଇନ ଖଣି କାରବାର ହେଲା, ଏହାକୁ କିପରି ରୋକାଯାଇ ପାରିବ ସେ ଦିଗରେ ଅନୁସନ୍ଧାନ କରିବେ । ସେହିପରି ଜାତୀୟ ଖଣି ନୀତିର ଅବଧି ୧୦ ବର୍ଷ ଉପରେ ହୋଇଯାଇଥିବାରୁ ଏଭଳି କାରବାର ରୋକିବା ପାଇଁ ନୂଆ କରି ଖଣି ନୀତି ପ୍ରଣୟନ କରିବାକୁ ମଧ୍ୟ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


News Story - Posted on 2017-07-28

୨୦ ସୁଦ୍ଧା ଚାଲିବ ତାଳଚେର ସାର କାରଖାନା



ଓଡ଼ିଶାର ତାଳଚେର ସାର କାରଖାନାର ପୁନରୁଦ୍ଧାର ପ୍ର୍ରକ୍ରିୟା ଜାରି ରହିଛି । ୨୦୨୦ ଡିସେମ୍ବର ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ଏବଂ କାରଖାନାରୁ ଉତ୍ପାଦନ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଆଜି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତରରେ ସଡ଼କ ପରିବହନ, ରାଜପଥ, ଜାହାଜ ଚଳାଚଳ, ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି ।


News Story - Posted on 2017-07-20

ଶିଳ୍ପ ବଢ଼ିଛି, ଦାରିଦ୍ର୍ୟ କମିନି



କିନ୍ତୁ ଏ ତିନି ମୁଖ୍ୟମନ୍ତ୍ରୀଙ୍କର ଶିଳ୍ପନିଶା ସତ୍ତ୍ବେ ଓଡ଼ିଶାର ସାମୂହିକ ଦାରିଦ୍ର୍ୟ ଦୂର ହୋଇନାହିଁ, ବରଂ ବଢ଼ିଛି- ଅଧିକରୁ ଅଧିକ ଲୋକ ସରକାରଙ୍କ ମାଗଣା ଓ ଶସ୍ତା କଲ୍ୟାଣମୂଳକ କାର୍ଯ୍ୟକ୍ରମ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଓଡ଼ିଆ ଲୋକଙ୍କ ରୋଜଗାରର ସ୍ଥାୟୀ ମାଧ୍ୟମ କୃଷି ଉଜୁଡ଼ି ଯାଇଛି। ଅ୍ୟ କୌଳିକ ବୃତ୍ତି ସବୁ ଧ୍ବଂସ ପାଇଛି।


News Story - Posted on 2017-07-13

କା’ ସ୍ବାର୍ଥରେ ଧାମରା ଏଲଏନଜି ଟର୍ମିନାଲ?



ତେବେ କଥା ହେଉଛି ବାସ୍ତବେର ଏହି ଟର୍ମିନାଲରୁ ସର୍ବାଧିକ ଫାଇଦା ପାଇବ କିଏ? ଧାମରା ଏଲଏନଜି ଟର୍ମିନାଲ ପ୍ରାଇଭେଟ ଲିମିଟେଡ ଏକ ଘରୋଇ କମ୍ପାନୀ। ଏହାର ମୁଖ୍ୟ ପ୍ରାୟୋଜକ ହେଉଛି ଆଦାନୀ ଗୋଷ୍ଠୀ। ଆଦାନୀ ଗୋଷ୍ଠୀ ହିଁ ଧାମରା ବନ୍ଦରର ମାଲିକ। ପୂର୍ବରୁ ଏହି ବନ୍ଦର ଟାଟା କମ୍ପାନୀ ନିକଟରେ ଥିଲା। କିନ୍ତୁ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ତାହାକୁ ଆଦାନୀ ଗୋଷ୍ଠୀ କିଣି ନେଇଛି। ଆଦାନୀ ଗୋଷ୍ଠୀ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କ ଅତ୍ୟନ୍ତ ମଧୁର। ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳୁ ଆଦାନୀ ଗୋଷ୍ଠୀକୁ ଲକ୍ଷଲକ୍ଷ କୋଟି ଟଙ୍କାର ଫାଇଦା ଦେଇଚାଲିଛନ୍ତି।


News Story - Posted on 2017-07-06

ଲୋପ ପାଇବ କିଆଫୁଲ ଅତର!



କିଆ ଫୁଲ ଚାଷ କରୁଥିବା ଚାଷୀ ଆଜି ନିଜ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯିବାର ପରିଲକ୍ଷିତ କରାଯାଉଛି। ଦିନକୁ ଦିନ କିଆ ଫୁଲର ଚାହିଦା ହ୍ରାସ ପାଇବା ଫଳରେ ଏହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେବା ସହ ସେମାନଙ୍କ ପେଟ ପୋଷିବା କଷ୍ଟକର କରିଦେଇଛି। ବଜାର ଦର ଦିନକୁ ଦିନ ବୃଦ୍ଧି ହେଲେ ମଧ୍ୟ ସେହି ପରିମାଣରେ ଏହି ଫୁଲର ଚାହିଦା କମି କମି ଯାଉଛି। ଏହା ଫଳରେ ବଜାର ଦର ନିୟନ୍ତ୍ରଣ କରିବା ପାଇଁ କିଆ ଫୁଲ ଚାଷୀ କିଆ ଫୁଲ ଚାଷର ପରିମାଣ ବଢାଇଛନ୍ତି, ଯାହାଫଳରେ ଉତ୍ପାଦନ ବୃଦ୍ଧି ହେବ ଏବଂ କିଆ ଫୁଲ ସଂପୂର୍ଣ୍ଣ ପରିମାଣରେ ବଜାରକୁ ଛଡାଯାଇପାରିବ। ଚାଷୀ ଗାଁ ଗାଁ ବୁଲି ଏହି ଫୁଲ ସଂଗ୍ରହ କରିଥାନ୍ତି ମାତ୍ର ଏହା ବଜାରକୁ ଆଣିବା ପରେ ଏଥିରୁ ବହୁ ନଷ୍ଟ ହୋଇଯାଇଥାଏ। ଯାହାଫଳରେ ବେପାରୀ ଭଲ ଫୁଲ ଚୟନ କରିଥାଏ ଏବଂ ବାକିଗୁଡିକ ଚାଷୀକୁ ଫେରସ୍ତ ନେବାକୁ ପଡିଥାଏ।


News Story - Posted on 2017-06-29

ପୋସ୍କୋ ପରି ଫୁସ‌୍‍କିବ ଜିନ୍ଦଲ!



ପୋସ୍କୋ ଜମିରେ ଶୁଖିଲାରେ ବାଳିଆ ମାଡ଼ି ବସିବାକୁ ଜେଏସଡବ୍ଲ୍ୟୁ କମ୍ପାନୀ ଯେଉଁ ଉଦ୍ୟମ ଚଳାଇଛି ତାହା ଫସରଫାଟିବାର ସମ୍ଭାବନା ରହିଛି। ଇସ୍ପାତ କାରଖାନା ପାଇଁ ଜେଏସଡବ୍ଲ୍ୟୁ ପାରାଦୀପ ନିକଟରେ ପୋସ୍କୋ ପାଇଁ ଅଧିକୃତ ଜମି ସହିତ ସେହି ପ୍ରକଳ୍ପକୁ ମିଳିଥିବା ସମସ୍ତ ବୈଧାନିକ ମଂଜୁରୀ ମଧ୍ୟ ହସ୍ତାନ୍ତର କରିବାକୁ ସରକାରଙ୍କୁ ଅନୁରୋଧ କରିଛି। ଆଇନଗତ ଦୃଷ୍ଟିକୋଣରୁ ଏହା ସମ୍ଭବ ନହୋଇପାରେ।


News Story - Posted on 2017-06-10

ନୂଆ ଭାରତ ପାଇଁ ପ୍ରେରଣା



ଏଥିପାଇଁ ଟିମ ଇଣ୍ଡିଆ ପରି ମୋଦି ସରକାର ଆଗକୁ ମାଡି ଚାଲିଛନ୍ତି। ଫଳରେ ପ୍ରତ୍ୟେକ ରାଜ୍ୟ ଆର୍ଥିକ ବିକାଶର ସାଧନ ହେବା ସହ ପୁଞ୍ଜିନିବେଶ ବୃଦ୍ଧି ତଥା ବ୍ୟବସାୟ ବାଣିଜ୍ୟକୁ ସୁଗମ କରିବା ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି କ୍ଷେତ୍ରରେ ରାଜ୍ୟ-ରାଜ୍ୟ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ହୋଇଛି। ଏଥିପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ରାଜ୍ୟଗୁଡିକ ପାଇଁ ଆବଂଟନ ବୃଦ୍ଧି କରାଯାଇଛି। ସାମ୍ୱିଧାନିକ ଯୋଜନାରେ ବିକାଶ, ବିଦ୍ୟୁତ, ଜଳ, ସଡକ, ଭୂମି ଓ ଶିକ୍ଷା ପରି ପ୍ରମୁଖ ବିଷୟଗୁଡିକୁ ରାଜ୍ୟ କିମ୍ୱା ସମବର୍ତ୍ତୀ ତାଲିକାରେ ରଖାଯାଇଛି। ରାଜ୍ୟଗୁଡିକର ସୁସ୍ଥ ଅଭିବୃଦ୍ଧି ନିମନ୍ତେ ନୀତି ଆୟୋଗ ଜରିଆରେ ନିୟୋଜନ ଭୂମିକାକୁ ଦ୍ୱିତୀୟ ଥର ପାଇଁ ପରିଭାଷିତ କରାଯାଇଛି। ଫଳ ସ୍ୱରୂପ ମଧ୍ୟ ପ୍ରଦେଶ, ଛତିଶଗଡ, ଗୁଜରାଟ ଓ ବିହାର ପରି ରାଜ୍ୟଗୁଡିକରେ କୃଷି କ୍ଷେତ୍ରରେ ଦୁଇ ଅଙ୍କର ଅଭିବୃଦ୍ଧି ହାସଲ କରି ଜାତୀୟ କୃଷି ବିକାଶକୁ ବୃଦ୍ଧି କରାଯାଇପାରିଛି।


News Story - Posted on 2017-06-04

କାହା କଥା କହୁଛନ୍ତି ବିଜୟ?



ପାରାଦୀପ ତୈଳ ବିଶୋଧନାଗାରରେ ନିଯୁକ୍ତିରେ ଓଡିଆ ଲୋକଙ୍କୁ ଗୁରୁତ୍ୱ ଦିଆଯାଉ ନଥିବା ନେଇ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଯେଉଁ ଅଭିଯୋଗ କରିଛନ୍ତି ତାହାକୁ ବିଜେଡି ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ସମର୍ଥନ କରିଥିବାବେଳେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସମାଲୋଚନା କରିଛନ୍ତି। ଏ ପ୍ରସଙ୍ଗ ଉଠାଇଥିବାରୁ ବିଜୟ ମହାପାତ୍ରଙ୍କୁ ଡାକ୍ତର ରାଉତ ଧନ୍ୟବାଦ ଦେଇଥିବାବେଳେ ବିଜେଡି ପାଇଁ ବିଜୟ ଏ ପ୍ରସଙ୍ଗ ଉଠାଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଗୋଲକ।


News Story - Posted on 2017-06-03

ଧର୍ମେନ୍ଦ୍ରଙ୍କୁ ବିଜୟ ବାଣ!



ପାରାଦୀପ ତୈଳ ବିଶୋଧନାଗାରରେ ସ୍ଥାନୀୟ ବେକାର ଯୁବକଙ୍କୁ ଆବଶ୍ୟକ ନିଯୁକ୍ତି ମିଳୁ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର। ଏ ସଂକ୍ରାନ୍ତରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ପତ୍ର ଲେଖି ସେ କହିଛନ୍ତି ଯେ ପାରାଦୀପ ତୈଳ ବିଶୋଧନାଗାରରେ ଅନ୍ୟ ରାଜ୍ୟର ଲୋକମାନଙ୍କୁ ନିଯୁକ୍ତି ଓ ଠିକା ଦିଆଯାଉଥିବାରୁ ସ୍ଥାନୀୟ ବେକାର ହତାଶ ହୋଇଛନ୍ତି।


News Story - Posted on 2017-05-25

ବଦଳୁଛି ଭାରତୀୟ ରେଳ!



ଭାରତୀୟ ରେଳ ସହ ସାଧାରଣତଃ ଭାବ ପ୍ରବଣତା ଏବଂ ବିକାଶ ସଂଶ୍ଳିଷ୍ଟ। ବିଶେଷକରି ଗ୍ରାମାଂଚଳର ପିଲାମାନେ ଟ୍ରେନ କିମ୍ୱା ଇଂଜିନ‌୍‍ ଦେଖିଲେ ଖୁବ‌୍‍ ଆନନ୍ଦିତ ହେବା ସହ ଭାବପ୍ରବଣ ହୋଇ ଉଠନ୍ତି। ବାସ୍ତବିକ, ଭାରତୀୟ ରେଳ ହେଉଛି ଆଭିବୃଦ୍ଧିର ଇଂଜିନ‌୍‍ ଏବଂ ଦେଶର ଆର୍ଥିକ ବିକାଶର ମେରୁଦଣ୍ଡ। ମାତ୍ର ଦୁର୍ଭାଗ୍ୟର ବିଷୟ ଗତ କିଛି ବର୍ଷ ଧରି ବିଶେଷ କରି ମେଂଟ ସରକାର ଅମଳରେ ଭାରତୀୟ ରେଲୱେ ଉଦାସୀନତାର ଶିକାର ହୋଇ ଆସିଛି। ବିଭିନ୍ନ ରାଜନୈତିକ ଚାପ ଫଳରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରରେ ପୁଂଜି ବିନିଯୋଗର  ଅଭାବ ସୃଷ୍ଟି ହୋଇଥିଲା। ଯାତ୍ରୀ ଭଡାରେ ରିହାତି ପ୍ରଦାନ ଯୋଗୁଁ ରେଲୱେର ବିକାଶ କ୍ଷେତ୍ରରେ ପାଣ୍ଠି ବିନିଯୋଗ ହୋଇ ପାରୁନଥିଲା। ଫଳରେ  ରେଳସେବା ଭୁଶୁଡି ପଡିବା ଅବସ୍ଥାକୁ ଆସି ଯାଇଥିଲା। ଲୋକପ୍ରିୟତା ସାଉଁଟିବା ପାଇଁ ଅନେକ ଶିଳାନ୍ୟାସ  ଅନୁଷ୍ଠିତ ହୋଇଥିଲେ ମଧ୍ୟ ବିକାଶ କେବଳ କାଗଜପତ୍ରରେ ସୀମିତ ରହିଥିଲା। ଶହ ଶହ ପ୍ରକଳ୍ପ କେବଳ ଶିଳାନ୍ୟାସରେ ଅଟିକି ରହିଥିଲା। ସମ୍ୱଳ ସଂଗ୍ରହ ଓ ବିନିଯୋଗ ଜରିଆରେ ବିକାଶ ଧାରାକୁ ଆଗେଇ ନେବା ସମ୍ଭବ ହେଉନଥିଲା।


News Story - Posted on 2017-05-14

କ୍ରାନ୍ତିର କ୍ରୋଡ଼ପତ୍ରରେ କ୍ରୋମାଇଟ୍‌



ଏସିଆ ମହାଦେଶରେ କେବଳ ସୁକିନ୍ଦାରେ ହିଁ କ୍ରୋମପଥର ଅଛି। ପୃଥିବୀରେ ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଜିମ୍ୱାେୱ, କାଜାକ‌୍‍ସ୍ଥାନରେ କ୍ରୋମ ପଥର ଉପରେ ସମଗ୍ର ବିଶ୍ୱ ନିର୍ଭରଶୀଳ। କ୍ରୋମର ବ୍ୟବହାର ସଂପର୍କରେ କେବଳ ଓଡ଼ିଶାବାସୀ ନୁହଁନ୍ତି ସାରା ପୃଥିବୀର ସାଧାରଣ ମଣିଷଙ୍କର ବିଶେଷ ଜ୍ଞାନ ନାହିଁ। କ୍ରୋମ ପଥର ବିଶେଷ ଭାବରେ ଯୁଦ୍ଧାସ୍ତ୍ର ନିର୍ମାଣ କରିବାରେ ସବୁଠୁ ବେଶି ସହାୟକ, ଇସ୍ପାତ ସହିତ ମିଶ୍ରଣ କରାଯାଇ ଶକ୍ତିଶାଳୀ, କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ ହୁଏ। ବିଶ୍ୱରେ ଯେତେ ଯନ୍ତ୍ରପାତି ବ୍ୟବହାର ହେଉଛି ସେଥିରେ କ୍ରୋମାଇଟ ହିଁ ମୁଖ୍ୟ ଅଂଶ ଗ୍ରହଣ କରେ। ବଲବ‌୍‍ ବେରିଙ୍ଗଠାରୁ ଆରମ୍ଭ କରି କ୍ରୋମ ମିଶ୍ରିତ ଇସ୍ପାତରେ ସବୁଠୁ ଶକ୍ତିଶାଳୀ ଯନ୍ତ୍ରାଂଶ ପ୍ରସ୍ତୁତ ହୋଇଥାଏ।


News Story - Posted on 2017-05-13

ସବୁ ଦୋଷ ଯମର! ଯମ କିଏ?



ବହୁ ଚର୍ଚ୍ଚିିତ କଳିଙ୍ଗନଗର ଗୁଳିକାଣ୍ଡର ନ୍ୟାୟିକ ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି। ତଦନ୍ତ କମିସନ ରିପୋର୍ଟରେ ଗୁଳିକାଣ୍ଡ ପାଇଁ କେହି ଦୋଷୀ ନୁହଁନ୍ତି, ଏଣୁ କାହାରି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ‌୍‍ କରାଯାଇନି। ଏଭଳି ସୂଚନା ଗୁରୁବାର ଗୃହ ବିଭାଗ ସଚିବ ପ୍ରକାଶ କରିବା ପରେ ଦେଖାଯାଇଛି ଅସନ୍ତୋଷର ପ୍ରତିକ୍ରିୟା। ନିହତ ପରିବାରର ଲୋକମାନେ କହୁଛନ୍ତି ତା’ହେଲେ ସେମାନେ ମଲେ କେମିତି? ସେମାନଙ୍କ ମୃତ୍ୟୁ ପାଇଁ ଟାଟା କମ୍ପାନୀ, ପୁଲିସ ଓ ରାଜ୍ୟ ସରକାର ଯଦି ଦାୟୀ ନୁହନ୍ତି ଦାୟୀ ତେବେ କିଏ? ଯମ? ଯମ କିଏ?


News Story - Posted on 2017-05-11

ତାପଜ ବିଦ୍ୟୁତ ସ୍ୱପ୍ନ ଭାଙ୍ଗୁଛି କି?



ଓଡ଼ିଶାରେ ଚମକ ହରାଉଛି ତାପଜ ବିଦ୍ୟୁତ ପ୍ରକଳ୍ପ। ଗୋଟିଏ ପରେ ଗୋଟିଏ କମ୍ପାନୀ ରାଜ୍ୟରେ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବରୁ ଓହରି ଯାଇଛନ୍ତି। ଟାଟା ପାୱାର ପରେ ଇତିମଧ୍ୟରେ ବିଜିଆର ଏନର୍ଜି ସିଷ୍ଟମ୍ସ ଏବଂ କଳିଙ୍ଗ ଏନର୍ଜି ଆଣ୍ଡ ପାୱାର କମ୍ପାନୀ ସେମାନଙ୍କର ପ୍ରସ୍ତାବିତ ତାପଜ ବିଦ୍ୟୁତ ପ୍ରକଳ୍ପ ପ୍ରସ୍ତାବରେ ଡୋରି ବାନ୍ଧି ଦେଇଥିବା ସରକାରଙ୍କୁ ଜଣେଇଛନ୍ତି।


News Story - Posted on 2017-04-27

ବାରୁଦଗଦାରେ ପାରାଦୀପ



ପାରାଦ୍ବୀପ ବନ୍ଦର ପ୍ରତିଷ୍ଠା ହେଲା ଦିନଠୁଁ ଆଜି ପର୍ଯ୍ୟନ୍ତ ଅନେକ ଥର ସେ ସ୍ଥାନକୁ ଯାଇଛି। ଛାତ୍ର ଜୀବନରେ ପାରାଦ୍ବୀପ ମୋ ପାଇଁ ଏକ ଦର୍ଶନୀୟ ସ୍ଥାନ ଥିଲା। ଶ୍ରମିକ ରାଜନୀତି ପାଇଁ ପାରାଦ୍ବୀପ ବନ୍ଦର ଇଲାକାକୁ ପ୍ରାୟ ପ୍ରତିବର୍ଷ ଅନେକ ସମୟରେ ଯାଇ ଶ୍ରମିକ କର୍ମଚାରୀମାନଙ୍କ ଗହଣରେ କଟାଇଛି। ସେଠାରେ ଶ୍ରମିକ-କର୍ମଚାରୀମାନେ ଅନ୍ୟମାନଙ୍କ ଅପେକ୍ଷା ଭଲ ରୋଜଗାର କରନ୍ତି। କିଛି ଶ୍ରମିକ କମ୍ ରୋଜଗାରରେ ପଡ଼ି ରହିଛନ୍ତି। ସବୁଠିଁ ଯେମିତି ମାଲିକମାନେ ଶ୍ରମିକ କର୍ମଚାରୀ ହକ୍ ପ୍ରାପ୍ୟ ଦେବାରେ ଟାଳଟୁଳ ନୀତି ଅବଲମ୍ନ କରନ୍ତି, ସେଥିରୁ ପାରାଦ୍ବୀପ ଶିଳ୍ପାଞ୍ଚଳ ବାଦ୍ ପଡ଼ିନି।


News Story - Posted on 2017-04-27

ଜନଗଣଙ୍କ ମୁଖପତ୍ର ନା ଦୁଃଖପତ୍ର?



ଗଣମାଧ୍ୟମ ସଂପର୍କରେ ସମ୍ୱାଦପତ୍ରରେ ନିବନ୍ଧ ପ୍ରକାଶ ପାଇଲା ପରେ ପରେ ପ୍ରାୟ ଆଜି ପର୍ଯ୍ୟନ୍ତ ଓଡ଼ିଶାର ବହୁ ବୁଦ୍ଧିଜୀବୀ ଏହାର ନିରାକରଣ ସଂପର୍କରେ ଲେଖିବାକୁ ଅନୁରୋଧ କରିଛନ୍ତି। ବିଶେଷ କରି ବରଗଡ଼ରୁ କିଛି ବିବେକୀ ଲୋକ ପ୍ରବନ୍ଧକୁ ତର୍ଜମା କରି ଅତ୍ୟନ୍ତ ବ୍ୟଥା ଅନୁଭବ କରିଛନ୍ତି। ଅବଶ୍ୟ ଶେଷରେ ଲେଖିଥିଲି - ଖବରକାଗଜ କୋଟି କୋଟି ଲୋକଙ୍କ ମୁଖପତ୍ର ନୁହେଁ - ଦୁଃଖପତ୍ର। ସାମ୍ୱାଦିକତା ପରି ପବିତ୍ର ବ୍ରତକୁ ହୀନବୃତ୍ତିର ହତିଆର କରାନଯାଉ।


News Story - Posted on 2017-04-10

ଶିଳ୍ପାୟନ ଓ ଇପିକଲ



ବନ୍ଧ, ବନ୍ଦର ଓ କାରଖାନା -ଏହି ତିନୋଟିଯାକ ଉଦ୍ୟୋଗ ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ହେବାପରେ ଖଣି, ଗମନାଗମନ, କୃଷି ଓ ଶକ୍ତି କ୍ଷେତ୍ରରେ ବ୍ୟାପକ ବିକାଶ ହେବା ସହିତ ଶିକ୍ଷାକୁ ଉତ୍ସାହିତ କରିଥିଲା। ଶିକ୍ଷାର ବିକାଶ ପରବର୍ତ୍ତୀ ପର୍ଯ୍ୟାୟରେ ନିଯୁକ୍ତର ସୁଯୋଗ ପାଇଁ ଆହ୍ୱାନ ଆଣିଲା। ଔଦ୍ୟୋଗିକ ବିକାଶ ଉପରେ ରାଜ୍ୟ ସରକାର ଅଧିକ ନିଷ୍ଠାବାନ ହେଲେ ଓ ଏହାର ପରିଣତ ସୂରୁପ ପ୍ରତିକ୍ରିୟା ହେଲେ ହେଲା ଇପିକଲ। ୧୯୭୩ ମସିହା ଏପ୍ରିଲ ୧୨ ତାରିଖରେ ସତ୍ୟନଗରରେ ଏକ ଭଡ଼ା ଘରୁ ଆରମ୍ଭ ହୋଇଥିବା ଏହି  ଅନୁଷ୍ଠାନ ଶହୀଦ ନଗର ଅଂଚଳରେ ନିର୍ମାଣ କରିଥିଲା ତା’ର ସୁଉଚ୍ଚ ଧବଳ ସୌଧ ଓ ୧୯୮୩ ମସିହା ଏପ୍ରିଲ ୧୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଏହା ଉଦ‌୍‍ଘାଟିତ ହୋଇ  ଇପିକଲ ହାଉସ‌୍‍ ନାମରେ ନାମିତ ହେଲା।


News Story - Posted on 2017-04-01

୧୧୫ ଶୀତଳ ଭଣ୍ଡାରରୁ ୮୦ ବନ୍ଦ



ସେ କହିଛନ୍ତି ଯେ ରାଜ୍ୟରେ ଥିବା ୧୧୫ଟି ଶୀତଳ ଭଣ୍ଡାର ଭିତରୁ ୨୨ଟି ସରକାରୀ ଓ ୯୩ଟି ବେସରକାରୀ। ଏଗୁଡ଼ିକର ମୋଟ‌୍‍ ସଂରକ୍ଷଣ କ୍ଷମତା ୩,୧୩,୩୨୫ ମେଟ୍ରିକ‌୍‍ ଟନ‌୍‍। ଏହି ସରକାରୀ ଶୀତଳ ଭଣ୍ଡାରଗୁଡ଼ିକ ମଧ୍ୟରୁ ୧୮ଟି ସମବାୟଭିତ୍ତିକ ଥିବା ବେଳେ ଆଉ ୪ଟି ଉଦ୍ୟାନ ନିର୍ଦ୍ଦେଶକଙ୍କ ଅଧୀନରେ ରହିଛି। ଏ ସମସ୍ତ ଶୀତଳ ଭଣ୍ଡାର ଭିତରୁ ମାତ୍ର ୩୫ଟି ଚାଲୁଥିବା ବେଳେ ଏହାର ସଂରକ୍ଷଣ କ୍ଷମତା ୧,୬୮,୬୮୦ ମେଟ୍ରିକ‌୍‍ ଟନ‌୍‍ ରହିଛି। ଅନ୍ୟ ୮୦ଟି ଶୀତଳ ଭଣ୍ଡାର ଅଚଳ ହୋଇପଡ଼ିଛି। ସଂରକ୍ଷଣ କ୍ଷମତାର ପୂର୍ଣ୍ଣ ବିନିଯୋଗ ନ ହେବା, ପୁରୁଣା ଯନ୍ତ୍ରପାତି ଯୋଗୁ ଅଧିକ ବିଦ୍ୟୁତ‌୍‍ ଖର୍ଚ୍ଚ, ବିଦ୍ୟୁତ‌୍‍ ଦେୟ ଖିଲାପୀ, ପରିଚାଳନାଗତ ତ୍ରୁଟି ଓ କ୍ରମାଗତ କ୍ଷତି ଯୋଗୁ ଅନେକ ବର୍ଷ ଧରି ଏହି ଶୀତଳ ଭଣ୍ଡାରଗୁଡ଼ିକ ବନ୍ଦ ରହିଛି।


News Story - Posted on 2017-04-01

୮ ଚିନିକଳରୁ ୬ ଅଚଳ



ଓଡ଼ିଶାରେ ଥିବା ୮ଟି ଚିନିକଳ ମଧ୍ୟରୁ ୬ଟି ଅଚଳ, ମାତ୍ର ୨ଟି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି। ମୋଟ‌୍‍ ୮ଟି ଚିନିକଳ ଭିତରୁ ୫ଟି ସମବାୟଭିତ୍ତିକ ଥିବା ବେଳେ ସେଥିରୁ ଆସିକା ଓ ବରଗଡ଼ର ସମବାୟ ଚିନି କଳ ଚାଲୁଛି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ସମବାୟ ଡା. ଦାମୋଦର ରାଉତ।


News Story - Posted on 2017-03-20

ଉତ୍କଟ କଳାର ଦେଶ!



ଓଡ଼ିଶାରେ ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ନିୟୋଜିତ ଶିଳ୍ପୀମାନେ ଦୈନିକ ହାରାହାରି ମୁଣ୍ଡପିଛା ୨୫ ଟଙ୍କାରୁ କମ‌୍‍ ପରିମାଣର ହସ୍ତଶିଳ୍ପ ସାମଗ୍ରୀ ତିଆରି କରୁଛନ୍ତି। ସେହିପରି ଗତ ୫ ବର୍ଷ ମଧ୍ୟରେ କୌଣସି ବର୍ଷ ବି କୋଟିଏ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ଓଡ଼ିଶାରୁ ବିଦେଶକୁ ରପ୍ତାନି ହୋଇପାରିନାହିଁ। ଏକଦା ଉତ୍କର୍ଷ କଳାର ରାଜ୍ୟ ଭାବେ ପରିଚିତି ଲାଭ କରିଥିବା ଉତ୍କଳର ହସ୍ତଶିଳ୍ପ ସାମଗ୍ରୀ କ୍ଷେତ୍ରରେ ଏହା ହେଉଛି ବର୍ତ୍ତମାନର ବାସ୍ତବ ଚିତ୍ର। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଦେଇଥିବା ବିସ୍ତୃତ ତଥ୍ୟର ବିଶ୍ଳେଷଣରୁ ଏହା ଜଣାପଡ଼ିଛି।


News Story - Posted on 2017-03-16

ବିଦ୍ୟୁତ‌୍‍ କମ୍ପାନୀ ଜ୍ବାଇଁ ନା ଭିଣୋଇ?



ରାଜ୍ୟରେ ଥିବା ୪ଟି ବିଦ୍ୟୁତ‌୍‍ ପରିବଣ୍ଟନକାରୀ ସଂସ୍ଥା ଉପରେ ସରକାରଙ୍କର ପାଖାପାଖି ୧୦ ହଜାର କୋଟି ଟଙ୍କା ବାକି ପଡ଼ିଥିବା ବେଳେ ସର୍ବଶେଷ ସରକାରୀ ତଥ୍ୟ ଅନୁଯାୟୀ ପ୍ରାୟ ୩୫ ଲକ୍ଷ ପରିବାର ଏବେ ମଧ୍ୟ ବିଦ୍ୟୁତ‌୍‍ ସଂଯୋଗ ପାଇନାହାନ୍ତି। ବିଦ୍ୟୁତ‌୍‍ ସଂଯୋଗରୁ ବଞ୍ଚିତ ଏହି ପରିବାରଗୁଡ଼ିକ ମଧ୍ୟରୁ ୧୫ ଲକ୍ଷରୁ ଅଧିକ ହେଉଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ‌୍‍) ପରିବାର। ବିଜେପି ବିଧାୟକ ଦିଲିପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।


News Story - Posted on 2017-03-05

ସବୁ ଲୁଗା ଓ ସୂତାକଳ ବନ୍ଦ



ଓଡ଼ିଶାରେ ଥିବା ୧୩ଟି ଯାକ ବୟନ ଶିଳ୍ପ ୟୁନିଟ‌୍‍ ଓ ଆଉ ୧୩ଟି ସୂତା କଳ ବନ୍ଦ ହୋଇପଡ଼ିଛି। ଏଗୁଡ଼ିକରୁ ଆଦୌ ଉତ୍ପାଦନ ହେଉନାହିଁ। ବିଜେପି ବିଧାୟକ ଦିଲିପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ।


News Story - Posted on 2017-02-22

ପ୍ରତିଷ୍ଠା ହେବ ୫୦ ସୌର ପାର୍କ



ଦେଶରେ ଥିିବା ଅତ୍ୟାଧୁନିକ ବୃହତ ସୌର ଶକ୍ତି ପ୍ରକଳ୍ପଗୁଡିକର କ୍ଷମତାକୁ ୨୦ ହଜାର ମେଗାୱାଟ‌୍‍ରୁ ୪୦ ହଜାର ମେଗାୱାଟ‌୍‍କୁ ବୃଦ୍ଧି କରାଯିବ। ସେଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ୫୦ଟି ସୌର ଶକ୍ତି ପାର୍କ ପ୍ରତିଷ୍ଠା କରାଯିବ। ପ୍ରତ୍ୟେକ ପାର୍କର ଶକ୍ତି ଉପିାଦନ କ୍ଷମତା ୫୦୦ ମେଗାୱାଟ‌୍‍ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ‌୍‍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ହିମାଳୟ ଏବଂ ପାର୍ବତ୍ୟାଂଚଳ ରାଜ୍ୟଗୁଡ଼ିକରେ ସମତଳ ଭୂମି ମିଳିବା ସମ୍ଭବ ହୋଇନଥିବାରୁ ଏସବୁ ସ୍ଥାନରେ କମ‌୍‍ କ୍ଷମତାବିଶିଷ୍ଟ ସୌରପାର୍କ ନିର୍ମାଣ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି।


News Story - Posted on 2017-02-21

ରାଜନୀତି ପାଇଁ ବଳିପଡ଼ିବ ଓଡ଼ିଶା!



ରାଜନୀତିକ ସ୍ୱାର୍ଥ ପାଇଁ ରାଜ୍ୟସ୍ୱାର୍ଥକୁ ଅଣଦେଖା କରାଯାଉଥିବାରୁ ପାରାଦୀପର ବୃହତ ତୈଳ ପ୍ରକଳ୍ପର ଭବିଷ୍ୟତ କ୍ରମଶଃ ବିବାଦ ଭିତରକୁ ଠେଲି ହୋଇଯାଉଛି। ଏହି ପ୍ରକଳ୍ପକୁ ରାଜ୍ୟ ସରକାର ୨୦୦୪ ମସିହାରେ ମଂଜୁର କରିଥିବା ଟିକସ ରିହାତି ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ନୋଟିସ ଦେବା ପରେ ଭାରତୀୟ ତୈଳ ନିଗମ ୫୨ ହଜାର କୋଟି ଟଙ୍କାର ତୈଳ ବିଶୋଧନାଗାର ସଂପ୍ରସାରଣ ପ୍ରକଳ୍ପ ଉପରେ ପୁନର୍ବିଚାର କରିବାକୁ ଚିନ୍ତା ଆରମ୍ଭ କରିଛି।


News Story - Posted on 2017-02-13

ରେଡ଼ିଓ ଏବେ ବି ଲୋକପ୍ରିୟ!



ବିଶ୍ବଯୁଦ୍ଧ ସମୟରେ ରେଡିଓ ଥିଲା ଏକ ପ୍ରକୃଷ୍ଟ ମାଧ୍ୟମ। ୧୯୨୦ ମସିହାରେ ୟୁରୋପ, ଚିକାଗୋ ଓ ପିଟସବର୍ଗରେ ପ୍ରଥମେ ରେଡ଼ିଓ ସ୍ଥାପନ କରା ଯାଇଥିଲା। ୧୯୨୩ ମସିହା ବେଳକୁ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୪୫୦ଟି ରେଡିଓ ଷ୍ଟେସନ ସ୍ଥାପିତ ହୋଇଥିଲା। ଏହାପରେ ଧୀରେ ଧୀରେ ଏହାର ଚାହିଦା ବଢ଼ିବାରେ ଲାଗିଲା। ୧୯୨୬ ମସିହାରେ ଜାତୀୟ ବ୍ରୋଡକାଷ୍ଟିଂ କମ୍ପାନୀ(ଏନବିସି) ମାଧ୍ୟମରେ ପ୍ରସାରିତ ହେଲା। ଏହାପରେ କଲମ୍ବିଆ ବ୍ରୋଡକାଷ୍ଟିଂ ସିଷ୍ଟମ, ପବ୍ଲିକ ସଭିର୍ସ ନେଟୱାର୍କ, ପବ୍ଲିକ ବ୍ରୋଡକାଷ୍ଟିଂ ସର୍ଭିସ ଭଳି ଅନେକ ଗୁଡ଼ିଏ ସ୍ବାଧୀନ ରେଡିଓ ମଧ୍ୟ ପ୍ରସାରିତ ହେଲା। ସେତେବେଳେ ବ୍ରିଟିଶ ଲୋକଙ୍କ ପାଇଁ ଏହି ମାଧ୍ୟମ ବେଶ ସହାୟକ ହେଉଥିଲା।


News Story - Posted on 2017-02-06

ଆଧୁନିକ ୪୨୦!



କୋଇଲା ଦୁର୍ନୀତିର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହି କମ୍ପାନୀ ଓ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ କୋର୍ଟରେ ପ୍ରାଥମିକ ଅଭିଯୋଗଫର୍ଦ୍ଦ ଦାଖଲ କରିସାରିଛି। ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ର ୧୨୦(ଖ), ୪୨୦, ୪୬୮ ଏବଂ ୪୭୧ ଦଫା ଲଗାଯାଇଛି। ଆସନ୍ତା ଫେବୃଆରୀ ୧୬ ତାରିଖରେ ଏହି ଅଭିଯୋଗ ଫର୍ଦ୍ଦ ଉପରେ ଆନୁଷ୍ଠାନିକ ଭାବେ ଶୁଣାଣୀ ହେବ। କୋଇଲା ମନ୍ତ୍ରଣାଳୟର ୩୦ତମ ଯାଞ୍ଚ କମିଟି ବୈଠକରେ ପାତ୍ରପଡ଼ା କୋଇଲା ଖଣି କାହାକୁ ଦିଆଯିବ ସେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକର ନିଷ୍ପତ୍ତି ଅନୁସାରେ ଆଧୁନିକ କର୍ପୋରେସନ‌୍‍ ଲିମିଟେଡ଼କୁ ଖଣିର ଗୋଟିଏ ଅଂଶ ମିଳିଥିଲା। କୋର୍ଟକୁ ସିବିଆଇ ପୂର୍ବରୁ ଜଣାଇଛି ଯେ କମ୍ପାନୀ ଏହି ଖଣିର ଭାଗ ପାଇବା ପାଇଁ କୋଇଲା ଓ ଇସ୍ପାତ ମନ୍ତ୍ରଣାଳୟକୁ ଭୁଲ ତଥ୍ୟ ଦେଇଛି। ପୂର୍ବରୁ କୋର୍ଟ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଘନଶ୍ୟାମ ଦାସ ଅଗ୍ରୱାଲଙ୍କୁ ଛାଡ଼ି ଦେଇଛି। ତାଙ୍କ ବିରୋଧରେ ସେଭଳି କିଛି ପ୍ରମାଣ ମିଳି ନାହିଁ ବୋଲି କୋର୍ଟ କହିଥିଲେ।


News Story - Posted on 2017-02-02

ବିର୍ଲା-ସାହାରା ଯାଞ୍ଚ ହେଲାନି କିଆଁ?



ସିବିଆଇ ଦ୍ବାରା ଏସବୁ ଚଢ଼ଉ ହୋଇଥିବା ସତ୍ତ୍ବେ ସେମାନେ ଜବତ କାଗଜପତ୍ରକୁ ଆୟକର ବିଭାଗକୁ ଦେଇ ଚୁପ୍ ବସିଲେ। ଆୟକର ବିଭାଗ ବିର୍ଲା ଘଟଣାରେ ଆପ୍ରାଇଜାଲ୍ ରିପୋର୍ଟ ପ୍ରସ୍ତୁତ କରି ମଧ୍ୟ ସିବିଆଇକୁ ଦେଲା ନାହିଁ। ଅବସର ପରେ ବର୍ତ୍ତମାନ ମୁଖ୍ୟ ଭିଜିଲାନ୍ସ କମିଶନର ହୋଇଥିବା କେ.ଭି. ଚୌଧୁରୀ ଆଗରୁ ଆୟକର ବିଭାଗର ସର୍ବୋଚ୍ଚ କମିଟିର ଚେୟାରମ୍ୟାନ୍ ପଦରେ ରହି ବାରମ୍ବାର ଘଟଣାକୁ ଚପାଇଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଗରୁ ବୋଫର୍ସ ଘଟଣାରେ ଭାରତରେ ଉଚ୍ଚ ପଦରେ ବସିଥିବା ବ୍ୟକ୍ତିମାନେ ଦୋଷମୁକ୍ତ ହୋଇଥିଲେ। ସାଧାରଣ ଜନତାଙ୍କ ମାନସରେ ସେମାନେ ଏବେ ବି ଦୋଷୀ ଅଛନ୍ତି ଏବଂ ସେମାନଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିଥିଲା।


News Story - Posted on 2017-01-30

ଓଏସଏଲ କ’ଣ ହତ୍ୟାକାରୀ?



ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର ୨୬ ତାରିଖରେ ସଂଗଠିତ ପରିସ୍ଥିତିରେ ଫାଇଦା ଉଠାଇବା ପାଇଁ ଜନୈକ କର୍ମଚାରୀ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାକୁ ନେଇ ବିବାଦ ଦେଖାଦେଇଛି। ଏହି ଘଟଣାରେ ଓଏସ‌୍‍ଏଲ‌୍‍ର ପରିଚାଳନା ନିର୍ଦ୍ଦେଶକ ମହିମା ମିଶ୍ର, ବସନ୍ତ ବଳ, ସୁଶାନ୍ତ ସେଠୀ, କଂଗ୍ରେସ ନେତା ବାପି ସର୍କେଲ ପ୍ରମୁଖଙ୍କୁ ପୁଲିସ ଗିରଫ କରି ଅନୁସନ୍ଧାନ ଚଳାଇଛି। ଦୀର୍ଘ ଦିନ ଅନୁସନ୍ଧାନ ପରେ ମହେନ୍ଦ୍ର ସ୍ୱାଇଁଙ୍କର ମୃତ୍ୟୁର ମୁଖ୍ୟ ଆସାମୀକୁ ପୋଲିସ ଧରି ସାରିଥିବା ବେଳେ କେଉଁ କାରଣ ଯୋଗୁଁ ଓଏସ‌୍‍ଏଲ‌୍‍କୁ ହଇରାଣ ହରକତ କରାଯାଉଛି ତାହା ସନ୍ଦେହ ଘେରରେ ରହୁଛି। ମହିମା ଯଦି ହତ୍ୟାକାଣ୍ଡରେ ଜଡ଼ିତ ତେବେ ତାଙ୍କ ବିରୋଧରେ ପ୍ରମାଣ ଏକତ୍ରିତ କରି କୋର୍ଟକୁ ଯିବା ପରିବର୍ତ୍ତେ ପୁଲିସ ଓଏସ‌୍‍ଏଲ‌୍‍ କର୍ମଚାରୀମାନଙ୍କୁ ଥାନାକୁ ଡକାଇ ଜେରା କରିବା ବାହାନାରେ ମାନସିକ ଯନ୍ତ୍ରଣା ଦେଉଛି। ମହିମା ଯଦି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ତାହା କୋର୍ଟରେ ପ୍ରମାଣିତ କରାଯାଉ, କୋର୍ଟ ତାଙ୍କ ଦଣ୍ଡ ଦେଉ। କିନ୍ତୁ ତାଙ୍କ ବ୍ୟାବସାୟିକ ସଂସ୍ଥା ବିରୋଧରେ ପୁଲିସ ଲଗାଇ କାହିଁକି ଷଡ଼ଯନ୍ତ୍ର କରାଯାଉଛି?


News Story - Posted on 2017-01-28

‘ନାଲ୍‌କୋ ଏମଏସଏମଇ ପୃଷ୍ଠପୋଷକ’



ବର୍ତ୍ତମାନ ନାଲ‌୍‍କୋ ସାମଗ୍ରିକ ଅଭିବୃଦ୍ଧି ପାଇଁ ପ୍ରତିବଦ୍ଧ ଥିବାରୁ ଭବିଷ୍ୟତରେ ଏହି ହାରରେ ବୃଦ୍ଧି ଘଟିବ ବୋଲି ସେ କହିଥିଲେ। ଦେଶର ୭୦ ପ୍ରତିଶତ ଆଲୁମିନା ଉପିାଦନ ତଥା ୬୦ ପ୍ରତିଶତ ଆଲୁମିନିୟମ‌୍‍ ଉତ୍ପାଦନ ସହିତ ଓଡ଼ିଶା ଭାରତର ଆଲୁମିନିୟମ‌୍‍ ରାଜଧାନୀ ଭାବେ ମାନ୍ୟତା ହାସଲ କରିପାରିଛି। ଆଲୁମିନିୟମ‌୍‍ର ବ୍ୟବହାର ଓ ଉପଯୋଗିତା ବୃଦ୍ଧି କରିବାର ଅନେକ ସମ୍ଭାବନା ଓଡ଼ିଶାରେ ରହିଛି। ଏଥି ପାଇଁ ଆଲୁମିନିୟମ‌୍‍ ଆସୋସିଏସନ‌୍‍ ଉପିାଦକମାନଙ୍କ ସହ ମିଶି ଉଦ୍ୟମ କରୁଛି। ଏକ ବୈଷୟିକ ଜ୍ଞାନ ବିକାଶ କେନ୍ଦ୍ର ଦ୍ୱାରା ଆଲୁମିନିୟମ‌୍‍ର ଉପଯୋଗିତାରେ ବୃଦ୍ଧି ଅଣାଯିବା ସହ ଆନୁଷଙ୍ଗିକ ଆଲୁମିନିୟମ‌୍‍ ଉଦ୍ୟୋଗଗୁଡ଼ିକର ଅଭିବୃଦ୍ଧି ସମ୍ଭବ ହୋଇପାରିବ ବୋଲି ଡଃ ଚାନ୍ଦ କହିଥିଲେ।


News Story - Posted on 2017-01-09

ମାନ୍ଦାବସ୍ଥା ସତ୍ତ୍ବେ ନାଲ୍‌କୋର ଉତ୍ପାଦନ ବୃଦ୍ଧି



ଏହି ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରି ନାଲ‌୍‍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଥିଲେ ଯେ ଓଡ଼ିଶାର ବିକାଶ ତଥା ଜାତୀୟ ପ୍ରଗତି ଦିଗରେ ନାଲ‌୍‍କୋ ପ୍ରତିବଦ୍ଧ। ଗତ ୩ ଦଶନ୍ଧି ଧରି ନାଲ‌୍‍କୋର ସଫଳତାର ଯାତ୍ରା ବିଷୟରେ ଅବତାରଣା କରି ସେ କହିଥିଲେ ଯେ ୨୦୧୬ ମସିହାରେ କମ୍ପାନୀ ବକ୍ସାଇଟ‌୍‍ ଖନନରେ ୧୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ଏବଂ ନିକଟ ଭବିଷ୍ୟତରେ କମ୍ପାନୀ ଏହାର ବକ୍ସାଇଟ‌୍‍ ଉତ୍ପାଦନ କ୍ଷମତା ୬୮.୨୫ରୁ ୭୩.୨୫କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଷ୍ଟକ‌୍‍ ବଜାରରେ ମଧ୍ୟ ନାଲ‌୍‍କୋ ଏହାର ସଫଳ ପ୍ରଦର୍ଶନ ଜାରି ରଖିଛି ବୋଲି ସେ କହିଥିଲେ। ଏହା ଛଡ଼ା, କମ୍ପାନୀ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କ ବିକାଶ ପାଇଁ ଏହାର ଉଦ୍ୟମ ଅବ୍ୟାହତ ରଖିବ ବୋଲି ଡଃ ଚାନ୍ଦ କହିଥିଲେ।


News Story - Posted on 2017-01-08

କେସି ଦାସ ଆରଆଇଏନଏଲ ନିଦ୍ଦେର୍ଶକ



ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ନିର୍ଦ୍ଦେଶକ (କାର୍ମିକ) ଭାବେ କିଶୋର ଚନ୍ଦ୍ର ଦାସ ଯୋଗଦେଇଛନ୍ତି। ଏହି ନବରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଇସ୍ପାତ ଉଦ୍ୟୋଗରେ ଯୋଗଦେବା ପୂର୍ବରୁ ଶ୍ରୀ ଦାସ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଅନ୍ୟ ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମାଜଗାଓଁ ଡକ ଲିମିଟେଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ୱଳ) ଭାବେ କାର୍ଯ୍ୟ କରୁଥିଲେ।


News Story - Posted on 2017-01-08

ନାଁ ପକେଇଲେ ଓଡ଼ିଆ ଉଦ୍ୟୋଗୀ



ବେଙ୍ଗାଲୁରୁରେ ଥିବା ଇଗନିସ ଟେକ୍ନୋଲୋଜି ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ବା ୟୁବିବିଆଇରୁ ୩୦ କୋଟି ଟଙ୍କା ଋଣ କରି ପରିଶୋଧ କରିନାହିଁ। ଏହି ଟଙ୍କାକୁ କମ୍ପାନୀ କର୍ତ୍ତୃପକ୍ଷ ଅନ୍ୟ ଆଡେ଼ ଖର୍ଚ୍ଚ କରି ଦେଇଛନ୍ତି। ଏହି ଋଣ ଆଦାୟ ମାମଲା ଇଡ଼ିରେ ଦାଖଲ ହେବା ପରେ ଇଡି ଅଫିସରମାନେ କମ୍ପାନୀର ବିଭିନ୍ନ ଅଫିସ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କମ୍ପାନୀର କେତେକ ସଂପତ୍ତି ବିଷୟରେ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ କମ୍ପାନୀର ବେଙ୍ଗାଲୁରୁରେ ଥିବା ୮.୩୭ ଏକର ଚାଷଜମି, ଏକ ଆବାସିକ କୋଠା, ଦୁଇଟି ଆବାସିକ ଆପାର୍ଟମେଣ୍ଟ, ଗୋଟିଏ ଆବାସିକ ପରିସରକୁ ଜବତ କରାଯାଇଛି। ଏହା ବ୍ୟତିତ ଓଡ଼ିଶା ସରକାରଙ୍କ ଅଧୀନସ୍ତ ଇଡ଼କୋ ମଧ୍ୟ ଏହି ସଂସ୍ଥାକୁ ଦେଇଥିବା ଏକ ଶିଳ୍ପାଞ୍ଚଳ ପ୍ଲଟକୁ ଜବତ କରାଯାଇଛି। ଏସବୁ ସଂପତ୍ତିର ମୂଲ୍ୟ ୬.୫ କୋଟି ଟଙ୍କା ହେବ।


News Story - Posted on 2017-01-04

ଫେକ୍ ଇନ୍ ଓଡ଼ିଶା!



2006 ମସିହାରେ ଜଙ୍ଗଲ ଅଧିକାର ଆଇନ୍ ଆଦିବାସୀମାନଙ୍କର ଜଙ୍ଗଲଜାତ ପଦାର୍ଥଥ ଉପରେ ଥିବା ଅଧିକାର ସୁନିଶ୍ଚିତ କରିଥିବା ବେଳେ ଓଡ଼ିଶା ସରକାର କେନ୍ଦୁପତ୍ର କାରବାର ଉପରେ ନିଜର ଏକଚାଟିଆ କର୍ତ୍ତୃତ୍ବକୁ ଛାଡ଼ିବାକୁ ପ୍ରସ୍ତୁତ ହୋଇପାରି ନାହାନ୍ତି। ନବରଙ୍ଗପୁର ଜିଲ୍ଲାର ଏକ ଗାଁର ଗ୍ରାମବାସୀମାନେ ନିଜେ କେନ୍ଦୁପତ୍ର ତୋଳି ବିକିବାକୁ ଆରମ୍ଭ କରିଥିଲେ। ନିୟମ ଅନୁସାରେ ପଲ୍ଳୀସଭା ନିଜେ ଟ୍ରାଞ୍ଜିଟ୍ ପାସ୍ ପ୍ରସ୍ତୁତ କରି ରାଜ୍ୟ ବାହାରକୁ କେନ୍ଦୁପତ୍ର ପଠାଇପାରିବ। ଆଗରୁ ଏହି ଟ୍ରାଞ୍ଜିଟ୍ ପାଶ୍ ସରକାରଙ୍କର ଫରେଷ୍ଟ ବିଭାଗ ପ୍ରସ୍ତୁତ କରୁଥିଲା।  ମାତ୍ର କେନ୍ଦୁପତ୍ର ବ୍ୟବସାୟୀମାନେ ପଲ୍ଲୀସଭାର ଟ୍ରାଞ୍ଜିଟ୍ ପାଶ୍‌ ନେବାକୁ ଭରସା କରିପାରୁ ନାହାନ୍ତି। ତେଣୁ ଗ୍ରାମବାସୀଙ୍କ ଦ୍ବାରା ସଂଗୃହୀତ କେନ୍ଦୁପତ୍ର ବିକ୍ରି ନହୋଇପାରି ସଢ଼ୁଛି। ରାଜ୍ୟ ସରକାର ଆଗୁଆ ଆସି ଏହାର ସମାଧାନ କରିପାରନ୍ତେ, ଅବଶ୍ୟ ଯଦି ସରକାରଙ୍କର ଏହି ଯୋଜନା ନଥାଏ ଯେ ସେହି ଗ୍ରାମବାସୀ ଘରଦ୍ବାର ଛାଡ଼ି ଆସି ଲୁହାପଥର ଖଣିରେ କାମ କରିବେ।


News Story - Posted on 2017-01-03

‘ମାତା ଭୂମି ପୁତ୍ରୋହଂ ପୃଥିବ୍ୟା’



ବିଷୟବସ୍ତୁ ସମ୍ପର୍କରେ ସୂଚନା ପ୍ରଦାନ କରି ନାଲ‌୍‍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଅଥର୍ବ ବେଦରୁ ଉଦ୍ଧୃତି ଦେଇ କହିଲେ ଯେ : ‘ମାତା ଭୂମି ପୁତ୍ରୋ ଅହଂପୃଥିବ୍ୟା’। ଆମର ପରିବେଶ ସହ ସମ୍ପର୍କକୁ ମାତା ଓ ସନ୍ତାନର ସମ୍ପର୍କ ଭାବେ ଅବତାରଣା କରି ଡଃ ଚାନ୍ଦ ଖଣି ଉଦ୍ୟୋଗଗୁଡ଼ିକୁ କେବଳ ଖଣିଜ ଖନନର ଉର୍ଦ୍ଧ୍ୱକୁ ଉଠି ବୈଜ୍ଞାନିକ ଓ ଉନ୍ନତ ପ୍ରଣାଳୀରେ ଖନନ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ‘ଯତ୍ନଶୀଳ ଭାବେ ଖନନ କାର୍ଯ୍ୟ’ ହିଁ ବର୍ତ୍ତମାନ ସମୟରେ ସମାଜର ସାମଗ୍ରିକ ବିକାଶ ଓ ପ୍ରଗତି ପାଇଁ ନିହାତି ଅପରିହାର୍ଯ୍ୟ ବୋଲି ସେ କହିଥିଲେ। ଏହା ଦ୍ୱାରା ପରିବେଶ ଓ ପ୍ରକୃତିର ସୁରକ୍ଷା ସୁନିଶ୍ଚିତ ହେବା ସହ ସାମାଜିକ ଉନ୍ନତି ସମ୍ଭବପରୋ ହୋଇପାରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ। ଏକ ଦାୟିତ୍ୱସମ୍ପନ୍ନ କେନ୍ଦ୍ରୀୟ ଉଦ୍ୟୋଗ ଭାବେ ନାଲ‌୍‍କୋ ସର୍ବଦା ବ୍ୟବସାୟ ସହ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ଗୁରୁତ୍ୱ ଦେଇଆସିଛି ବୋଲି ଡଃ ଚାନ୍ଦ କହିଥିଲେ।


News Story - Posted on 2016-12-26

ନବୀନ କଥାରେ ନବୀନ ବାନ୍ଧିଲେ ମହିମାଙ୍କୁ!



ସି ୱେଜ ଶିପିଂ ମ୍ୟାଜେନର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଥାଇଲାଣ୍ଡର ବ୍ୟାଙ୍କଙ୍ଗରେ ଗିରଫ ହୋଇଛନ୍ତି ଓଡ଼ିଶା ଷ୍ଟିଭେଡୋର ଲିମିଟେଡ଼ର ମାଲିକ ମହିମାନନ୍ଦ ମିଶ୍ର। ତାଙ୍କ ସହିତ ଥିବା ତାଙ୍କର ଘନିଷ୍ଠ ସହଯୋଗୀ ବସନ୍ତ ବଳ ମଧ୍ୟ ଗିରଫ ହୋଇଛନ୍ତି। ଏ ସଂପର୍କରେ ବ୍ୟାଙ୍କଙ୍ଗରେ ଥାଇଲାଣ୍ଡ ଇମିଗ୍ରେସନ କମିଶନର ସୂଚନା ଦେବା ପରେ ଭୁବନେଶ୍ୱରରେ ସାମ୍ୱାଦିକ ସମ୍ମିଳନୀ ଡାକି ଘୋଷଣା କରିଛନ୍ତି ପୁଲିସ ମହାନିଦ୍ଦେର୍ଶକ କେବି ସିଂହ। କଂଗ୍ରେସ ନେତା ତଥା ଜିନ୍ଦଲ ଗୋଷ୍ଠୀର ମାଲିକ ନବୀନ ଜିନ୍ଦଲଙ୍କ ପ୍ରଭାବ ଯୋଗୁଁ ମହିମା ମିଶ୍ରଙ୍କୁ ଗିରଫ କରିବାକୁ ପୁଲିସକୁ ଉପର ମହଲାରୁ ନିର୍ଦ୍ଦେଶ ଥିଲା। ତେଣୁ ପୁଲିସ ପ୍ରଶାସନ ଅନ୍ୟ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ପଛରେ ପକାଇ ମହେନ୍ଦ୍ର ସ୍ବାଇଁ ହତ୍ୟାକାଣ୍ଡର ତଦନ୍ତ ବାହାନାରେ ମହିମା ମିଶ୍ରଙ୍କ ପଛରେ ପଡ଼ିଥିଲା।


News Story - Posted on 2016-12-24

ଓଡିଶାରେ ପେଟ୍ରୋଲରେ ମିଶିବ ଇଥାନଲ



ଆଗକୁ ଏହିଭଳି ଜୈବ ରିଫାଇନାରୀ ପଞ୍ଜାବ, ହରିଆନା, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର, ଆସାମ, ଓଡ଼ିଶା, ଗୁଜୁରାଟ, ମହାରାଷ୍ଟ୍ର କଣ୍ଣାର୍ଟକ ଏବଂ ଆନ୍ଧ୍ର ପ୍ରଦେଶରେ ପ୍ରତିଷ୍ଠା କରାଯିବ। ୧୨ଟି ୨ଜି ଇଥାନଲ ଜୈବ ରିଫାଇନାରୀ ପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପଗୁଡିକରୁ ବାର୍ଷିକ ୩୫-୪୦ କୋଟି ଲିଟର ଇଥାନଲ ଉତ୍ପାଦିତ ହେବ ଯାହା ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ କ୍ଷେତ୍ରରେ ଏକ ପ୍ରମୁଖ ଭାଗୀଦାର ହେବ।


News Story - Posted on 2016-12-24

ଟାଟା କିଣିନେଉ କଳିଙ୍ଗନଗର!



ରାଜ୍ୟ ସରକାର ଚଳିତ ବର୍ଷ ମେକ‌୍‍ଇନ‌୍‍ କନ୍ଲେଭର ଆୟୋଜନ କରି ପୁଂଜିପତିମାନଙ୍କୁ ଓଡିଶା ପ୍ରତି ଆକୃଷ୍ଟ କରି ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଆଗଭର ହୋଇଥିବା ବେଳେ ବିଶ୍ୱ ଇସ୍ପାତ ଶିଳ୍ପ ରାଜଧାନୀର ମାନ୍ୟତା ପାଇଥିବା କଳିଙ୍ଗନଗର ଶିଳ୍ପାଂଚଳର ଅବସ୍ଥା କିନ୍ତୁ ରୁଗ୍ଣ। କଳିଙ୍ଗନଗର ଶିଳ୍ପାଂଚଳରେ ପ୍ରତିଷ୍ଠିତ ଥିବା ୧୩ଟି ଶିଳ୍ପସଂସ୍ଥା ଆବଶ୍ୟକ କଂଚାମାଲ‌୍‍ ଏବଂ ଭିତ୍ତିଭୂମିର ଅଭାବ ପାଇଁ ବିଭିନ୍ନ ସମସ୍ୟା ଭିତରେ ଶ୍ୱାସରୁଦ୍ଧ ହୋଇପଡିଛନ୍ତି। ଏକଦା ମୁନାଫା କମାଇବାକୁ କଳିଙ୍ଗନଗର ଶିଳ୍ପାୟନ ପ୍ରତି ମୁହାଁଇଥିବା କେତେକ ଛୋଟବଡ ଶିଳ୍ପସଂସ୍ଥାରେ ଏବେ ତାଲା ପଡିଥିବା ବେଳେ ଅନ୍ୟ କେତକ ବାଧ୍ୟ ହୋଇ ନିଜ କାରଖାନାକୁ ଅନ୍ୟ କମ୍ପାନୀକୁ ବିକ୍ରୀ କରି ଜାଗା ଛାଡ଼ି ପଳାଇବାରେ ଲାଗିଛନ୍ତି।


News Story - Posted on 2016-12-20

ସମାଧି ପାଇବ ସୂର୍ଯ୍ୟମନ୍ଦିର!



ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ୨୦୧୦ ମାର୍ଚ୍ଚ ମାସରେ ବିଶେଷଜ୍ଞମାନଙ୍କୁ ନେଇ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଶେଷଜ୍ଞମାନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ଗତ ୨୦୧୧ ମସିହା ଜୁନ ୧୭ ତାରିଖରେ ଏଏସଆଇର ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗୋଟିଏ ଷ୍ଟିୟରିଂ କମିଟି ଓ ଦୁଇଟି ୱାର୍କିଂ ଗ୍ରୁପ‌୍‍ ଗଠନ କରାଯାଇଥିଲା। ଏହି ଦୁଇ ୱାର୍କିଂ ଗ୍ରୁପର ବିଶେଷଜ୍ଞମାନେ କ୍ଷେତ୍ର ପରିଦର୍ଶନ କରି ସୂର୍ଯ୍ୟମନ୍ଦିରର ସାଂପ୍ରତିକ ସ୍ଥିତି, ଡକୁମେଣ୍ଟେସନ, ଲ୍ୟାଣ୍ଡେସ୍କପିଂ, ଆବଶ୍ୟକ ସଂରକ୍ଷଣ କାର୍ଯ୍ୟ ଓ ବିକାଶ ସଂପର୍କରେ ସୁଚିନ୍ତିତ ଲିଖିତ ପରାମର୍ଶ ଷ୍ଟିୟରିଂ କମିଟି ନିକଟରେ ଉପସ୍ଥାପିତ କରିଥିଲେ।


News Story - Posted on 2016-12-03

କୃଷି ବର୍ଜ୍ୟରୁ ପ୍ରସ୍ତୁତ ହେବ ଇଥାନଲ



ଶ୍ରୀ ପ୍ରଧାନ କହିଥିଲେ ଯେ, ତାଙ୍କ ମନ୍ତ୍ରଣାଳୟ ଏବେ ଜୈବ-ବର୍ଜ୍ୟରୁ ଶକ୍ତି ଉତ୍ପାଦନ ଲାଗି ଏକ ମହତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଏକ ଆକଳନ ଅନୁଯାୟୀ ଓଡ଼ିଶାରୁ ଅନେକ ଜୈବ୍ୟ-ବର୍ଜ୍ୟ ବିଶେଷକରି କୃଷି ବର୍ଜ୍ୟ ବାହାରୁଛି। ଏଣୁ ବରଗଡ ଜିଲ୍ଲାରେ ପାଇଲଟ ଭିତିରେ ୯୦୦ କୋଟି ଟଙ୍କା ଖର୍ଚ୍ଚରେ ଏକ ଟୁ-ଜି ଇଥାନଲ ପ୍ଲାଂଟ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।


News Story - Posted on 2016-12-03

‘ଅକ୍ଷୟ ଶକ୍ତିର ବିକାଶ କରୁ ଓଡ଼ିଶା’



କେନ୍ଦ୍ର ଶକ୍ତି, କୋଇଲା, ଖଣି, ନୂତନ ଓ ଅକ୍ଷୟଶକ୍ତି ବିକାଶମନ୍ତ୍ରୀ ପିୟୂଷ ଗୋଏଲ ବିପୁଳ ଖଣିଜ ସମ୍ପଦର ରପ୍ତାନୀ ପରିବର୍ତ୍ତେ ଓଡ଼ିଶାରେ ତାହାର ମୂଲ୍ୟ ସମ୍ୱର୍ଦ୍ଧନ ବା ମୂଲ୍ୟଯୁକ୍ତ ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ଓଡ଼ିଶା ସରକାର ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ନୂଆ ନୂଆ ପ୍ରସ୍ତାବ ପଠାଇବାକୁ ସେ ପରାମର୍ଶ ଦେଇଛନ୍ତି। ଓଡ଼ିଶା ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ଅକ୍ଷୟ ଶକ୍ତି ବିକାଶ ଦିଗରେ ସବୁ ପ୍ରକାର ସହଯୋଗ କରିବେ ବୋଲି ସେ କହିଥିଲେ।


News Story - Posted on 2016-12-03

ଏସାର ପାଚେରୀକୁ ଲୋକଙ୍କ ବିରୋଧ



ପାରାଦୀପ ଲକ‌୍‍ ଥାନା ଅନ୍ତର୍ଗତ ଉଦୟବଟ ମୌଜା ନୂଆଗଡ ପଞ୍ଚାୟତର ଦୁଇଟି ଗ୍ରାମ ଭୀମାନାସୀ ଓ ଗୋରଡିର ଅଧିବାସୀମାନେ ଏସାର କମ୍ପାନୀର ମନୋମୁଖୀ କାର୍ଯ୍ୟ ଓ ଏଠାରେ ଜବରଦସ୍ତ ପାଚେରୀ ନିର୍ମାଣକୁ ଘୋର ବିରୋଧ କରିଛନ୍ତି।


News Story - Posted on 2016-11-19

ପାରାଦୀପରେ ଗୁଣ୍ଡାଙ୍କ ବ୍ୟବସାୟ



ସୂଚନାଯୋଗ୍ୟ ଯେ ପାରାଦୀପରେ ମୁଖ୍ୟତଃ ଷ୍ଟିଭେଡୋରିଂ ବ୍ୟବସାୟକୁ ନେଇ ଗତ ଦୁଇ ଦଶନ୍ଧି ଭିତରେ ଅନେକ ହତ୍ୟାକାଣ୍ଡ ଘଟିଗଲାଣି। ଭାରତୀୟ ଖାଦ୍ୟ ନିଗମ ବା ଏଫସିଆଇର ଶ୍ରମିକ ଘୋଟାଲା ପରି ପାରାଦୀପ ବନ୍ଦରରେ ଏହା ଏକ ଦୁର୍ନୀତିଭିତ୍ତିକ ଲାଭଜନକ ବ୍ୟବସାୟ। ଏଇ ବ୍ୟବସାୟରୁ ମହିମାନନ୍ଦ ମିଶ୍ରଙ୍କର ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାରଲାଭ କରିଛି। ଏଥିରେ ଯେଉଁମାନେ ବାଧା ସୃଷ୍ଟି କରିଛନ୍ତି ସେମାନେ ବିଭିନ୍ନ ଉପାୟରେ ଖତମ ହୋଇଯାଇଛନ୍ତି।


News Story - Posted on 2016-11-13

କୁଆଡ଼େ ଗଲେ ହତ୍ୟାକାରୀ?



ପାରାଦୀପ ସି ୱେଜ‌୍‍ ସିପିଂର ସାଧାରଣ ପରିଚାଳକଙ୍କୁ ଗୁଳି ମାରିବା ଘଟଣାର ୧୭ ଦିନ ପରେ ପ୍ରଥମ ଥର ପାଇଁ ଉତ୍କଳ ଷ୍ଟିଭେଡୋର୍ସ ଆସୋସିଏସନ‌୍‍ ମୁହଁ ଖୋଲିଛି। ଏନେଇ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତାମାନେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେମାନେ କହିଛନ୍ତି ଯେ ଗତ ବର୍ଷର ବିବାଦ ପରେ ଉତ୍କଳ ଷ୍ଟିଭେଡୋର୍ସ ଆସୋସିଏସନ‌୍‍ ଜନ୍ମ ନେଇଥିଲା। ସ୍ୱର୍ଗତ ମହେନ୍ଦ୍ର ସ୍ୱାଇଁ ସଂଘର ସାଧାରଣ ସମ୍ପାଦକ ଥିଲେ। ଯେପରି ଭାବେ ପାରାଦୀପ ଷ୍ଟିଭେଡୋର ବିବାଦ ଦେଖା ଦେଇଥିଲା ସେନେଇ ସ୍ୱର୍ଗତ ସ୍ୱାଇଁ ଜଣେ ଆଗଧାଡିର କର୍ମକର୍ତ୍ତା ଭାବେ ନିର୍ଭୀକ ଭାବେ କାମ କରୁଥିଲେ। ବ୍ୟାବସାୟିକ ଶତ୍ରୁତାକୁ ନେଇ ତାଙ୍କୁ ସ୍ପଷ୍ଟ ଦିବାଲୋକରେ ବୋମା ଓ ଗୁଳିମାଡ କରି ହତ୍ୟା କରାଗଲା। ଏହା ଅନ୍ୟ ବ୍ୟବସାୟୀଙ୍କ ପାଇଁ ନିଶ୍ଚିନ୍ତ ଏକ ପ୍ରକାର ଭୟଭିତ ପରିବଶେ ସୃଷ୍ଟି କରିଛି।


News Story - Posted on 2016-11-11

ମହିମା ମିଶ୍ରଙ୍କ ଓଏସ‌୍‍ଏଲ‌୍‍ରେ ଚଢାଉ



ପ୍ରଥମେ ଏକ ଟିମ‌୍‍ ପାରାଦୀପ ବଡପଡିଆସ୍ଥିତ ୪ ତାଲା କାର୍ଯ୍ୟାଳୟରେ ପୋଲିସ‌୍‍ ପହଁଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା, କର୍ମଚାରୀମାନଙ୍କ ଉପସ୍ଥିତି ଓ ଅନୁପସ୍ଥିତ ନେଇ ପଚାରି ବୁଝୁଥିଲା। ସମ୍ପୃକ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କୁଆଡେ ଯାଇଛନ୍ତି, କେଉଁଦିନ ଠାରୁ କିଏ କିଏ ଅଫିସ‌୍‍ ଆସିନାହାଁନ୍ତି, ପୋର୍ଟ ଅପରେସନ‌୍‍ ମ୍ୟାନେଜର ସୁବାସ ଆଚାର୍ଯ୍ୟଙ୍କ ଭୂମିକା କ’ଣ, ସିନିୟର ମ୍ୟାନେଜର ଅଧିକାରୀ କେଉଁ କେଉଁ କାର୍ଯ୍ୟ ଦେଖନ୍ତି, ଏମିତି କେତେ କ’ଣ ପ୍ରଶ୍ନ ନେଇ ବିଭିନ୍ନ ତଥ୍ୟ ହାସଲ କରିଥିଲା। ଗତ ୨୬ ତାରିଖ ଦିନ ହତ୍ୟାକାଣ୍ଡ ସମୟରେ ଏହି ଅଧିକାରୀମାନେ କେଉଁଠି ଥିଲେ ଓ ତାଙ୍କ ସହିତ ଆଉ ସବୁ କାହାର ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ କରିଛି ପୋଲିସ‌୍‍। ଏହା ପରେ ବସନ୍ତ ବଳଙ୍କ ବାସଭବନ ଓ ସୁବାଷ ଆଚାର୍ଯ୍ୟଙ୍କ ବାସଭବନରେ ମଧ୍ୟ ପୋଲିସ ଚଢାଉ କରି ବହୁ ତଥ୍ୟ ହାସଲ କରିଛି।


News Story - Posted on 2016-11-08

ସରକାର ନା ବେଦାନ୍ତ ଏଜେଣ୍ଟ?



ଛତିଶଗଡ଼ର ଶିଳ୍ପ ତୋଷଣ ଯୋଗୁଁ ମହାନଦୀ ଶୁଖିଯିବ ବୋଲି ଦାବି କରୁଥିବା ଓଡ଼ିଶା ସରକାର ବେଦାନ୍ତ କମ୍ପାନୀର ତୋଷଣ ପାଇଁ ନାଗାବଳୀ ଓ ବଂଶଧାରା ଲୋପ କରିବାକୁ ବାରମ୍ବାର ଷଡ଼ଯନ୍ତ୍ର ଚଳାଇଛନ୍ତି। ସୁପ୍ରିମ କୋର୍ଟ ଓ ଜନ ଅଦାଲତରେ ବାରମ୍ବାର ପ୍ରତ୍ୟାଖ୍ୟାତ ହେବା ପରେ ମଧ୍ୟ ନିୟମଗିରି ଲୋଭ ଛାଡ଼ି ପାରୁ ନାହାନ୍ତି ଓଡ଼ିଶା ସରକାର। ଖାସ୍‌ ବେଦାନ୍ତ କମ୍ପାନୀକୁ ତୁଷ୍ଟ କରିବା ନିମନ୍ତେ ନିୟମଗିରିରେ ପୁଣି ଥରେ ଖଣି ପ୍ରକଳ୍ପ ଆରମ୍ଭ କରିବାକୁ ଭିନ୍ନ ବାଟ ଆପଣାଇବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ସରକାରଙ୍କ ଅଧୀନସ୍ତ ଓଡ଼ିଶା ଖଣି ନିଗମ। ଏହି ନିଗମ ନିୟମଗିରିରେ ଖଣି କାମ ଆରମ୍ଭ କରିବାକୁ ଜାତୀୟ ସବୁଜ ଟ୍ରିବ୍ୟୁନାଲରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।


News Story - Posted on 2016-11-05

ବାଲୁକା କଳାରେ ମେକ‌୍‍ ଇନ‌୍‍ ଓଡିଶା!



ଚଳିତ ବର୍ଷ ଷଷ୍ଠ ଥର ପାଇଁ ୨୦୧୬ ମସିହା ଡ଼ିସେମ୍ୱର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକାକଳା ଉତ୍ସବ ଆୟୋଜନ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ଡିସେମ୍ୱର ୧ ତାରିଖରୁ ଆରମ୍ଭ ହେଉଥିବା କୋଣାର୍କ ଉତ୍ସବ-୨୦୧୬ ଅବସରରେ ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିରେ ଆୟୋଜିତ ହେବାକୁ ଯାଉଅଛି ଷଷ୍ଠ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ। ଏହି ଉତ୍ସବରେ ଯୋଗ ଦେବା ପାଇଁ ନଭେମ୍ୱର ୩୦ ତାରିଖରେ ଦେଶ ବିଦେଶର  ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀମାନେ କୋଣାର୍କରେ ପହଞ୍ଚିବେ। ବାଲୁକା ଶିଳ୍ପୀମାନେ ଡ଼ିସେମ୍ୱର ୧ ତାରିଖଠାରୁ ନିଜନିଜର ଷ୍ଟଲରେ ମେକ‌୍‍ ଇନ‌୍‍ ଓଡିଶାର ବିଭିନ୍ନ କାର୍ଯ୍ୟକ୍ରମ ବାଲୁକା କଳାରେ ପରିସ୍ପୁଟନ କରିବେ।  ପର୍ଯ୍ୟଟନ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମିରେ ଏଥି ନିମନ୍ତେ ଷ୍ଟଲ ନିର୍ମାଣ ଓ ବାଲି ସଂଗ୍ରହ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଅନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ୱାସାଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି।


News Story - Posted on 2016-11-04

ଫାଟିବ ନୀଳାଚଳ ବ୍ଲାଷ୍ଟ ଫର୍ଣ୍ଣେସ!



ଗୋଟେପଟେ ଅର୍ଥଭାର ଓ ଅନ୍ୟପଟେ ଅସୁରକ୍ଷିତ ବ୍ଲାଷ୍ଟ ଫର୍ଣେସ ପାଇଁ ଧନଜୀବନ ହାନି ଘଟିବାର ଆଶଙ୍କା ଏବେ ନୀଳାଚଳକୁ ଯେ କୌଣସି ମୁହୂର୍ତ୍ତରେ କୋମା ଭିତରକୁ ଟାଣିନେଇ ପାରେ। ନିୟମ ଅନୁଯାୟୀ ବ୍ଲାଷ୍ଟ ଫର୍ଣ୍ଣେସ କାର୍ଯ୍ୟକ୍ଷମ ହେବା ଦିନଠାରୁ ପ୍ରତ୍ୟେକ ୮ ବର୍ଷ ମଧ୍ୟରେ ଏଥିରେ ବଡ ଧରଣର ମରାମତି କରାଯିବା କଥା। କିନ୍ତୁ ୨୦୦୨ ମସିହାରୁ କାର୍ଯ୍ୟକ୍ଷମ ହୋଇଥିବା ଉକ୍ତ ଫର୍ଣ୍ଣେସକୁ ଏଯାଏଁ ମରାମତି କରାଯାଇ ନାହିଁ। ଇତିମଧ୍ୟରେ ୧୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଅର୍ଥାଭାବ ଦର୍ଶାଇ ମରାମତି କରାଯାଉ ନଥିବାରୁ ବ୍ଲାଷ୍ଟ ଫର୍ଣ୍ଣେସର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି। ସବୁ ନିୟମକୁ ଅଣଦେଖା କରି ଭଗବାନଙ୍କ ଭରସାରରେ କେତେ ଖଣ୍ଡ ଲୁହା ଆଙ୍ଗେଲରେ ଢେରା ଦିଆଯାଇ କାମ ଚଳା ଯାଉଛି।


News Story - Posted on 2016-10-28

ବେଧଡ଼କ ଖଣିଲୁଟ୍‌ ଓ ବିସ୍ଫୋରଣ



ଜିଲ୍ଲାର ଅନେକ ତହସିଲରେ ବେଆଇନ ଭାବେ କ୍ରସରଗୁଡ଼ିକ ସ୍ଥାପନ କରାଯାଇ ଦୀର୍ଘଦିନ ଧରି ଚାଲିଆସୁଥିବାର ଅଭିଯୋଗ ହୋଇ ଆସୁଛି। ସରକାରୀ ଓ ଜଙ୍ଗଲ ଜମିରେ ଏହି ଚୋରା ପଥର କାରବାର ଚାଲିଥିବା ଅଭିଯୋଗ ମିଳିଥିବା ବେଳେ କ୍ୱାରୀ ଖନନ ପାଇଁ ଜଙ୍ଗଲ ସଫା କରାଯିବା ସହିତ ଶକ୍ତିଶାଳୀ ଡ଼ିନାମାଇଟ‌୍‍ ବିସ୍ଫୋରଣ କରି ପଥର ଫଟା ଯାଉଛି। ଯଦ୍ଦ୍ୱାରା  ଜଙ୍ଗଲ ଧ୍ୱଂସ ପାଇବା ସହିତ ନିକଟସ୍ଥ ଗ୍ରାମବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି ହୋଇଛି। ଏଭଳିକି ଜଙ୍ଗଲ ଭିତରେ, ଗ୍ରାମ ଓ ଜଳଉତ୍ସ ନିକଟରେ  ଏହି କ୍ୱାରୀ ଓ କ୍ରସର  ସ୍ଥାପିତ ହୋଇଥିବା ସ୍ଥଳେ ଜଙ୍ଗଲ ଜମିକୁ ଜବରଦଖଲ କରି ପଥର ଖାଦାନ କରୁଥିବାର ଅଭିଯୋଗ ହୋଇଛି। ପ୍ରଶାସନ ଆଖିରେ ଧୂଳି ଦେଇ ଏହି ବେଆଇନ କ୍ରସର ସ୍ଥାପିତ ହେଉଥିବା ବେଳେ କ୍ରସର ଗୁଡ଼ିକ ସବୁ ନିୟମକୁ ଉଲ୍ଲଂଘନ କରି ଚୋରା କାରବାର କରି ମାଲେମାଲ‌୍‍ ହୋଇ ଚାଲିଥିବା ଜଣାପଡ଼ିଛି। ଏମାନଙ୍କୁ ଦେଖିବାକୁ ଆଉ କେହି ନାହାନ୍ତି। ଜିଲ୍ଳାପାଳଙ୍କ ଠାରୁ ତହସିଲଦାର ଏବଂ ଏସ‌୍‍.ପି.ଙ୍କ ଠାରୁ ଫରେଷ୍ଟର ପର୍ଯ୍ୟନ୍ତ ସମସ୍ତେ ଚେଇଁ ଶୋଇଥିବାରୁ ସାଧାରଣରେ ଗଭୀର ଉଦ‌୍‍ବେଗ ପ୍ରକାଶ ପାଇଛି।


News Story - Posted on 2016-10-27

କାହା ପାଇଁ ପାରାଦୀପ ଅପରାଧ ଗଡ଼?



ପୁଲିସ ଓ ରାଜନେତାଙ୍କ ପରୋକ୍ଷ ପ୍ରୋତ୍ସାହନରେ ବନ୍ଦର ନଗରୀ ପାରାଦୀପରେ ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ର କରି ବଢ଼ି ଚାଲିଛି ହତ୍ୟାକାଣ୍ଡ। ପାରାଦୀପ ବନ୍ଦରର ସଂପ୍ରସାରଣ ସହିତ ଶିଳ୍ପାୟନ ବୃଦ୍ଧି ପାଉଥିବାବେଳେ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। କିଛି ମାଫିଆଙ୍କଆ ସହିତ ରାଜନେତା ଓ କିଛି ମାଫିଆଙ୍କ ସହିତ ପୁଲିସ ସଂପର୍କ ସୁଦୃଢ଼ ଥିବାରୁ ବନ୍ଦର ନଗରୀରେ ମାଫିଆ ଯୁଦ୍ଧ ବଢ଼ି ଚାଲିଛି। ଅକ୍ଟୋବର ୨୬ ତାରିଖ ଗୁଳିକାଣ୍ଡରେ ଜଣେ କମ୍ପାନୀ ମ୍ୟାନେଜରଙ୍କ ମୃତ୍ୟୁ ଏହାର ସଦ୍ୟତମ ଉଦାହରଣ।


News Story - Posted on 2016-10-20

ନୀଳାଚଳରେ ପଡ଼ିବ ତାଲା, ସରକାର ଚୁପ‌୍‍!



୨୦୧୫ ମସିହାରେ ଏହି ମକଦ୍ଦମାର ରାୟ ପ୍ରକାଶ ପାଇଥିଲା। ସୁଧମୂଳ ସହ ଏମ‌୍‍ଏମ‌୍‍ଟିସି ଅଷ୍ଟ୍ରେଲିଆ କୋଇଲା କମ୍ପାନୀକୁ ୯୫୦ କୋଟି ଟଙ୍କା ପ୍ରଦାନ କରିବାକୁ ନ୍ୟାୟାଳୟ ଏହି ରାୟରେ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟଠାରୁ ନିର୍ଦ୍ଦେଶ ପାଇବାପରେ ଏମ‌୍‍ଏମ‌୍‍ଟିସି ଉକ୍ତ ଦେୟ ପଇଠ କରିବାକୁ ନୀଳାଚଳ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲା। ଏହି କୋଇଲା କମ୍ପାନୀ ସହ ହୋଇଥିବା ଚୁକ୍ତି କିମ୍ୱା ଏହି ଦେୟ ସହ ନୀଳାଚଳର କୌଣସି ସଂପର୍କ ନାହିଁ ବୋଲି କମ୍ପାନୀ ଏମ‌୍‍ଏମ‌୍‍ଟିସି କର୍ତ୍ପକ୍ଷଙ୍କୁ ୨୦୧୫ ମସିହାରେ ଗୋଟିଏ ଓ ୨୦୧୬ରେ ୨ଟି ଚିଠି ମାଧ୍ୟମରେ ଜଣାଇ ଦେଇଥିଲା।


News Story - Posted on 2016-10-11

ଇ-ଅଳିଆ ନା ଇ-ଆତଙ୍କ?



ଲୋକେ ସାଧାରଣତଃ ଇ-ଅଳିଆଗୁଡ଼ିକୁ ଘର ପାଖ ଅଳିଆଗଦାରେ, ବାଡ଼ିପଟେ, ରାସ୍ତାକଡ଼ରେ ବା ପତିତ ଜମିରେ ଫୋଫାଡ଼ି ଦେଇଥାନ୍ତି। ଅନେକ ସମୟରେ ଏସବୁକୁ କେହି ଜଳାଇଦିଅନ୍ତି ବା ଅଳିଆରେ ନିଆଁଲାଗି ଏସବୁ ଜଳିଯାଏ। ଏସବୁ ଇ-ଅଳିଆକୁ ଉପଯୁକ୍ତ ପଦ୍ଧତିରେ ନଷ୍ଟ କରା ନଗଲେ ଏଥିରୁ ଆମେରିସିୟମ, ସିସା, ପାରଦ, କ୍ୟାଡ଼ମିୟମ, ବ୍ରୋମାଇନ୍‌, ବ୍ରୋମିନେଟେଡ ଡାୟୋକ୍ସିନ, ବେରିଲିୟମ, ଆର୍ସେନିକ୍‌, ହେକ୍ସାଭାଲେଣ୍ଟ କ୍ରୋମିୟମ, ସଲ୍‌ଫର୍‌, ପେରିଫ୍ଲୁରୋକ୍ଟାନୋଇକ୍‌ ଏସିଡ଼, ପଲିଭିନାଇଲ୍‌ କ୍ଲୋରାଇଡ଼୍‌ ଆଦି ମାରାତ୍ମକ ଧାତୁ, ଅମ୍ଳ ଏବଂ ରସାୟନ ବାହାରିଥାଏ। ମାଟି, ପାଣି ଓ ପବନ ଦେଇ ଏସବୁ ମଣିଷ ଶରୀରକୁ ଯାଇଥାଏ ଏବଂ କର୍କଟ ଓ ଶ୍ବାସ ରୋଗର କାରଣ ହୋଇଥାଏ। ବହୁ ପ୍ରକାର ଫୁସ୍‌ଫୁସ୍‌ ଓ ଛାତି ରୋଗ ମଧ୍ୟ ଏହି କାରଣରୁ ହୋଇଥାଏ। ଏସବୁ ଅଳିଆ ଶିଶୁମାନଙ୍କର ସ୍ମୃତିହାନୀ, ମାନସିକ ଅସନ୍ତୁଳନ, ସ୍ନାୟବିକ ଦୁର୍ବଳତା, ମାଂସପେଶୀ ଦୁର୍ବଳତା, ବ୍ୟାବହାରିକ ବିଲକ୍ଷଣ ଆଦିର କାରଣ ମଧ୍ୟ ହୋଇପାରେ। ଏହା ଛଡ଼ା ବଡ଼ମାନଙ୍କର ଯକୃତ, ବୃକ୍‌କ, ହୃତପିଣ୍ଡ, ଆଖି ଓ ଫୁସ୍‌ଫୁସ୍‌ ମଧ୍ୟ ଏସବୁ ଯୋଗୁଁ ଖରାପ ହେବାର ଆଶଙ୍କା ଥାଏ।


News Story - Posted on 2016-09-27

ସରକାର କୁଣ୍ଡା ବି ଖାଆନ୍ତି!



କଥା ହେଲା ସରକାର ମିଲ୍‌କୁ ଦେଉଥିବା ପ୍ରତି ୧୦୦ କିଲୋ ଧାନ ବାବଦରେ ୬୮ କିଲୋ ଚାଉଳ ନିଅନ୍ତି। ଏହାକୁ ଲେଭି ଚାଉଳ କୁହାଯାଏ। ଏଇ ଧାନକୁ ସରକାରୀ ଗୋଦାମରୁ ମିଲ୍‌ ଯାଏଁ ନେବା ବାବଦରେ ମିଲରମାନେ ପରିବହନ ଚାର୍ଜ ନେଇଥାନ୍ତି। ଏହାକୁ ପୁଣି ମିଲିଂ କରିବାକୁ ସରକାର ଚାର୍ଜ ଦେଇଥାନ୍ତି। ଅନେକ କ୍ଷେତ୍ରରେ ସବୁ ଧାନର ସବୁ ଚାଉଳ ପଇଠ ହୁଏ ନାହିଁ। ତାହା ଆଉ ଏକ ଦୁର୍ନୀତି। ତେବେ, ନିୟମ ଅନୁଯାୟୀ ପ୍ରତି ୧୦୦ କିଲୋରେ ବାହାରୁଥିବା ୩୨ କିଲୋ କୁଣ୍ଡା ଓ ଖୁଦ କିଏ ଖାଏ? ଏହା ସରକାର ନିଅନ୍ତି ନାହିଁ। ମିଲରମାନେ ତାହାକୁ ମାଗଣାରେ ପାଇ ବଜାରରେ ବିକ୍ରି କରିଥାନ୍ତି। ବନ୍ୟା ଓ ବାତ୍ୟା ଆଦି ସମୟରେ ସେଇ କୁଣ୍ଡା ଓ ଖୁଦକୁ ସରକାର ଗୋ ଖାଦ୍ୟ ଆକାରରେ ଚଢ଼ା ଦରରେ କିଣିଥାନ୍ତି।


News Story - Posted on 2016-09-19

ପ୍ରତିଷ୍ଠା ହେବ ୧୨ କ୍ଷୁଦ୍ର ଶିଳ୍ପପୁଞ୍ଜ



ରାଜ୍ୟରେ ଖୁବ‍୍‌ଶୀଘ୍ର ୧୨ଟି ଶିଳ୍ପପୁଞ୍ଜ ପ୍ରତିଷ୍ଠା ହେବ। ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗ ଶିଳ୍ପପୁଞ୍ଜ ଉନ୍ନୟନ ଯୋଜନା ମାଧ୍ୟମରେ ଯାଜପୁରରେ ବାଦାମ ଶିଳ୍ପପୁଞ୍ଜ, ସାକ୍ଷୀଗୋପାଳରେ କତା ଶିଳ୍ପ, ପାରାଦୀପରେ ଶୁଖୁଆ ଶିଳ୍ପ, କଳାହାଣ୍ଡି, କୋରାପୁଟ ଓ ବାଲେଶ୍ୱରରେ ଧାନମିଲ‍୍‌ ଶିଳ୍ପ ଏବଂ ଝାରସୁଗୁଡ଼ା, ରାୟଗଡ଼ା ଓ ଢେଙ୍କାନାଳରେ ଇଞ୍ଜିନିୟରିଂ ଶିଳ୍ପପୁଞ୍ଜ ପ୍ରତିଷ୍ଠା କରାଯିବ । ସେଥିନିମନ୍ତେ ଆବଶ୍ୟକୟ ପରୀକ୍ଷା ନିରୀକ୍ଷା ସହ ରିପୋର୍ଟ ପ୍ରସ୍ତୁତି ଶେଷ ହୋଇସାରିଛି। ସାକ୍ଷୀଗୋପାଳର କତା ଶିଳ୍ପପୁଞ୍ଜ, ପାରାଦୀପର ଶୁଖୁଆ ଶିଳ୍ପପୁଞ୍ଜ, ଢେଙ୍କାନାଳ ଓ ଝାରସୁଗୁଡ଼ାଠାରେ ଇଞ୍ଜିନିୟରିଂ ଶିଳ୍ପପୁଞ୍ଜ, ବାଲେଶ୍ୱର ଓ କୋରାପୁଟଠାରେ ଧାନକଳ ଶିଳ୍ପପୁଞ୍ଜ ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ଶେଷ ହୋଇଛି। ଏଥିନିମନ୍ତେ ମଧ୍ୟ ସଂପୃକ୍ତ ଜିଲାର ଜେନେରାଲ ମ୍ୟାନେଜରମାନଙ୍କୁ ନଭେମ୍ୱରମାସ ଶେଷ ସୁଦ୍ଧା ଏହିସବୁ ପୁଞ୍ଜମାନଙ୍କର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କାର୍ଯ୍ୟ ସମାପ୍ତ କରିବା ପାଇଁ ବିଭାଗ ପକ୍ଷରୁ ନିଦ୍ଦେର୍ଶ ଦିଆଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ଜିଲା ଶିଳ


News Story - Posted on 2016-08-24

ପାରାଦୀପ-ଦୀପ ତଳ ଅନ୍ଧାର



ପାରାଦୀପ ବନ୍ଦର ସହର କେନ୍ଦ୍ରର ସାଗରମାଳା ପ୍ରକଳ୍ପରେ ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ବେଳେ ଏହାର ଆଖପାଖ ଅଞ୍ଚଳ ପୌର ପ୍ରଶାସନ ହାତକୁ ନେଇଛି। କିନ୍ତୁ ଦୀପ ତଳ ଅନ୍ଧାର ଭଳି ପାରାଦୀପ ଶିଳ୍ପାଞ୍ଚଳ ରହି ଯାଇଛି ନାହିଁ ନଥିବା ସମସ୍ୟା ଘେରରେ। ପାରାଦୀପ ବନ୍ଦର ସହରଠୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ପାରାଦୀପ ଶିଳ୍ପାଞ୍ଚଳ। ଇଡ‌୍‍କୋ ଅଧୀନରେ ରହିଥିବା ଏହି ଅଞ୍ଚଳରେ ୧୯୭୮ ମସିହା ଠାରୁ କେତେକ ଲିଜ‌୍‍ଧାରୀ ଜମି ଓ ଘର ଲିଜ‌୍‍ ନେଇ ଏହି ଅଞ୍ଚଳରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଖୋଲି ଥିଲେ। ଲକ୍ଷ୍ୟ ଥିଲା ପାରାଦୀପ ଯେତେ ବେଳେ ଏକ ବନ୍ଦରଭିତ୍ତିକ ସହର ଭାବେ ବିକଶିତ ହେବ ଏ ଅଞ୍ଚଳର ମଧ୍ୟ ନାହିଁ ନଥିବା ବିକାଶ ହେବ। କିନ୍ତୁ ବାସ୍ତବରେ ତାହା କେବଳ ସ୍ୱପ୍ନରେ ହିଁ ରହିଯାଇଛି।


News Story - Posted on 2016-08-20

ପିପିଟିର ସବୁଜ ଭାରତ କାର୍ଯ୍ୟକ୍ରମ




News Story - Posted on 2016-08-20

ଖଣି ଖାଇ କାରଖାନା ବନ୍ଦ!



ଏଭଳି ଏକ ଯୋଜନାବଦ୍ଧରେ ମେସ୍କୋ ରାଜ୍ୟ ସରକାରଙ୍କୁ ଠକିବାକୁ ଲକ୍ଷ୍ୟ ରଖିଥିବା ବେଳେ ଶ୍ରମିକ-କର୍ମଚାରୀଙ୍କୁ ମଧ୍ୟ ସବୁଦିନ ପାଇଁ କାର୍ଯ୍ୟରୁ ଅନ୍ତର କରିବ। ଯାହାକୁ ନେଇ ଶ୍ରମିକ-କର୍ମଚାରୀମାନେ ଘୋର ବିରୋଧ କରିଛନ୍ତି। କାରଖାନା ଫାଟକ ସମ୍ମୁଖରେ ଶହଶହ ଶ୍ରମିକ-କର୍ମଚାରୀ ଏକାଠି ହୋଇ ମେସ୍କୋର ଚକ୍ରାନ୍ତ ବିରୁଦ୍ଧରେ ଲଢେଇ କରିବାକୁ ଘୋଷଣା କରିଛନ୍ତି। ଶ୍ରମିକ-କର୍ମଚାରୀମାନେ ଅଭିଯୋଗ କରିଛନ୍ତିକି ୧୯୯୩ ମସିହାରୁ ସ୍ଥାପିତ ମେସ୍କୋ ଷ୍ଟିଲ ପାଇଁ ଜମି ଏବଂ ବାସ ହରାଇଥିବା ପରିବାର ସଦସ୍ୟ ୫୩୦ ଏକର ଜମି ଯୋଗାଇଦେଇ କାରଖାନା ସ୍ଥାପନରେ ସହଯୋଗ କରିଥିଲେ।


News Story - Posted on 2016-08-19

ବଢ଼ିବ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା




News Story - Posted on 2016-08-14

ଅସୁରକ୍ଷିତ ହେଉଛି ପାରାଦୀପ




News Story - Posted on 2016-08-12

ଆଇଓସିଏଲ ପ୍ରଦୂଷଣ ବିରୋଧରେ ଅଭିଯାନ




News Story - Posted on 2016-08-12

କଳିଙ୍ଗ କାଲସିନର ବନ୍ଦ ଚକ୍ରାନ୍ତ ଭଣ୍ଡୁର




News Story - Posted on 2016-08-09

ପାରାଦୀପରେ ଅଣଓଡ଼ିଆ ରାଜ୍!



ଓଡିଶା ସରକାର ଏବଂ ପାରାଦୀପ ବନ୍ଦର ଜାଗା ବିବାଦକୁ ଢାଲକରି ପାରାଦୀପ ଅଂଚଳର ସିଂହଭାଗ ସରକାରୀ ଜାଗା ଦରିଦ୍ର ଛଦ୍ମବେଶୀ ଅଣଓଡିଆ କୋଟିପତିଙ୍କ ଦ୍ୱାରା ଏକର ଏକର ମୂଲ୍ୟବାନ ଜାଗା ଜବରଦଖଲ କରାଯାଇଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନିକ ସ୍ତରରେ ସରକାରୀ ଜାଗା ଅବରୋଧ ମୁକ୍ତ କରିବା ପାଇଁ ତତ‌୍‍ପରତା ଦେଖାଯାଇଥିଲା। ତହସିଲଦାରଙ୍କ ଦ୍ୱାରା ରାଜସ୍ୱ ନିରୀକ୍ଷକ ପଠାଯାଇ ମାପଚୁପ କରାଯାଇ ଉଚ୍ଛେଦ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଥିଲେ ବି ତାହା ଏକ ନିର୍ଦ୍ଦିଷ୍ଟ ପରିସ୍ଥିତି ପାଇଁ ଧିମେଇ ଥିବାର ଲକ୍ଷ୍ୟ କରାଯାଇଛି।


News Story - Posted on 2016-08-08

ଇନ୍ଦ୍ରାବତୀ ଜଳସ୍ତର ବଢ଼ିଲା




News Story - Posted on 2016-08-06

ବନ୍ଦ ହେବ ନୀଳାଚଳ ଇସ୍ପାତ!



ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଇସ୍ପାତ ଉତ୍ପାଦନ ଆରମ୍ଭ କରିବା ବର୍ଷରୁ ହିଁ କ୍ଷତି କରି ଚାଲିଛି। ୨୦୧୩ ମାର୍ଚ୍ଚ ୩୦ ତାରିଖରେ ଉତ୍ପାଦନକ୍ଷମ ହୋଇଥିବା କାରଖାନାର ଷ୍ଟିଲ ମେଲ୍ଟିଂ ସପ୍ ଏବେ ସୁଦ୍ଧା କେବଳ ୮୯୩.୩୫ କୋଟି ଟଙ୍କା କ୍ଷତି ସହିଛି। ତତକାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନ ବୋଲି କୁହାଯାଉଥିବା ନୀଳାଚଳ ଇସ୍ପାତ ନିଗମ ବାର୍ଷିକ ୧.୧ ନିୟୁତ ଟନ୍ ଲୁହା ଓ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ୍ୟ ନେଇ ସ୍ଥାପିତ ହୋଇଥିଲା। ୧୯୯୩ ମସିହାରେ କଳିଙ୍ଗନଗରରେ ମୁଣ୍ଡ ଟେକିଥିବା ନୀଳାଚଳରେ ରାଜ୍ୟ ସରକାରଙ୍କ ୨୮ ପ୍ରତିଶତ ପୁଞ୍ଜି ନିବେଶ ହୋଇଛି। କିନ୍ତୁ ଏଥିରୁ ପଇସାଟିଏ ପାଉନଥିବା ରାଜ୍ୟ ସରକାର ବିଜୁ ବାବୁଙ୍କ ସ୍ୱପ୍ନର କଳିଙ୍ଗନଗରରେ ଅବସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ରୁଗ୍ଣାବସ୍ଥାରୁ ଉଦ୍ଧାର କରିବାର ପ୍ରୟାସ ମଧ୍ୟ କରୁନାହାନ୍ତି।


News Story - Posted on 2016-08-05

ଓଏଚପିସି ମୁଖ୍ୟଙ୍କ ମୁଖିଗୁଡ଼ା ଗସ୍ତ




News Story - Posted on 2016-08-01

ପରିବର୍ତ୍ତନରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ



ସ୍ୱାଗତ ଅଭିଭାଷଣ ପ୍ରଦାନ କରି କଳିଙ୍ଗ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କଳିଙ୍ଗ ଟିଭି ବର୍ଷକ ମଧ୍ୟରେ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ଅଗଣିତ ଓଡ଼ିଆ ଦର୍ଶକଙ୍କ ପ୍ରିୟ ହୋଇପାରିଛି। କଳିଙ୍ଗ ଟିଭି ସମ୍ୱେଦନଶୀଳ ସମ୍ୱାଦ ପରିବେଷଣ କରି ହଟଚମଟ ସୃଷ୍ଟି କରିବା ଅପେକ୍ଷା ତଥ୍ୟ ଓ ସତ୍ୟ ଉପରେ ପର୍ଯ୍ୟବସିତ ଘଟଣାକୁ ଲୋକଲୋଚନକୁ ଆଣିବାରେ ସବୁଠାରୁ ଆଗରେ ରହିଛି। କଳିଙ୍ଗ ଟିଭି ତାର ଲକ୍ଷ୍ୟ ଗଠନମୂଳକ, ସକାରାମିକ ଓ ବାସ୍ତବଧର୍ମୀ ସମ୍ୱାଦ ପରିବେଷଣରୁ କେବେ ବିଚ୍ୟୁତ ହୋଇନାହିଁ ଏବଂ ଏହି ଲକ୍ଷ୍ୟ ଭବିଷ୍ୟତରେ ମଧ୍ୟ ଜାରି ରହିବ ବୋଲି ଶ୍ରୀ ସାମନ୍ତ କହିଥିଲେ। ଉଦଘାଟନୀ ଉତ୍ସବର ସମ୍ମାନୀତ ଅତିଥି ଟାଇମ‌୍‍ସ ଅଫ‌୍‍ ଇଣ୍ଡିଆ ନିର୍ଦ୍ଦେଶକ ବୋର୍ଡର ପ୍ରାକ୍ତନ ସଦସ୍ୟ ଏ. ପି. ପାରିଗି ଗଣମାଧ୍ୟମଗୁଡ଼ିକ ସମାଜର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିବା ଦରକାର। ଗଣମାଧ୍ୟମଗୁଡ଼ିକ ନିଷ୍ପକ୍ଷ ଭାବେ ସମ୍ୱାଦ ପରିବେଷଣ କରିବା ଉଚିତ ବୋଲି ସେ କହିଥିଲେ। କଳିଙ୍ଗ ଟିଭିର ମୁଖ୍ୟ ସଂପାଦକ ସୌମ୍ୟଜିତ ପଟ୍ଟନାୟକ କଳିଙ୍ଗ ଟିଭି ସର୍ବଦା ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଆସିଛି ବୋଲି କହିଥିଲେ। ନିପଟ ମଫସଲରେ ଘଟିଯା&#


News Story - Posted on 2016-08-01

ପାରାଦୀପରେ ଓଡ଼ିଆଙ୍କୁ ଉପେକ୍ଷା!



ପୂର୍ବରୁ ବିଶିଷ୍ଟ ବ୍ୟବସାୟୀ ମହିମାନନ୍ଦ ମିଶ୍ରଙ୍କ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ଼ ଏହି ପ୍ରସଙ୍ଗରେ ସି ୱେଜ କମ୍ପାନୀ ବିରୋଧରେ ଆନ୍ଦୋଳନକୁ ଉସକାଇଥିଲା। ସେତେବେଳ ଯାଏଁ ପ୍ରାୟ ଏହି କମ୍ପାନୀର ଷ୍ଟିଭେଡୋରିଂରେ ଏକଚାଟିଆ କାରବାର ଚାଲିଥିଲା। କେନ୍ଦ୍ର ସରକାରର ଜଣେ ମନ୍ତ୍ରୀଙ୍କ ଚାପରେ ବନ୍ଦର କର୍ତ୍ତୃପକ୍ଷ ସି ୱେଜ କମ୍ପାନୀ ମାଧ୍ୟମରେ ତାଙ୍କ କାରବାରରେ ଭାଗ ବସାଇଛନ୍ତି। ଏହା ସ୍ଥାନୀୟ ବ୍ୟବସାୟୀଙ୍କୁ ଉତକ୍ଷିପ୍ତ କରିବା ସ୍ବାଭାବିକ।


News Story - Posted on 2016-07-30

ରୁଚି ପାଇଁ ଗ୍ରାହକ ସ୍ୱାର୍ଥ ଗୁରୁତ୍ବପୂର୍ଣ୍ଣ



ଆଗାମୀ ବର୍ଷମାନଙ୍କରେ କମ୍ପାନୀ ତରଫରୁ ଏହିସବୁ ଅଞ୍ଚଳର ଅଧିକୃତ ବିକ୍ରେତାମାନେ କିଭଳି ଭାବେ ସେମାନଙ୍କ ବ୍ୟାବସାୟିକ ଲକ୍ଷ୍ୟ ହାସଲ କରିପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ। କିଛି ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଖାଦ୍ୟ ଅପମିଶ୍ରଣ ଜନିତ ସମସ୍ୟା ରାଜ୍ୟରେ ବୃଦ୍ଧି ପାଉଥିବାରୁ ସେ ଆଶଙ୍କା ପ୍ରକାଶ କରିଥିଲେ। ବ୍ୟବସାୟରେ ସାଧୁତା ଅବଲମ୍ୱନ ନିହାତି ଆବଶ୍ୟକ ଏବଂ ଗ୍ରାହକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ରୁଚିର ଦ୍ରବ୍ୟ ଯେଉଁସବୁ ମାନକ ନୀତିକୁ ଗ୍ରହଣ କରିଛି, ସେସବୁ ବିଶ୍ୱ ଶ୍ରେଣୀୟ ବୋଲି ସେ ମତବ୍ୟକ୍ତ କରିଥିଲେ। ରୁଚିର ନିଜସ୍ୱ ଗବେଷଣା ଓ ଉନ୍ନୟନ ବିଭାଗ ସର୍ବଦା ସାମ୍ପ୍ରତିକ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖିଆସିଛି। ନୂଆ ନୂଆ ଉତ୍ପାଦ ଉଦ୍ଭାବନ, ବିଦେଶରୁ ଏ ସଂପର୍କିତ ଯାନ୍ତ୍ରିକ କୌଶଳର ଆମଦାନୀ ତା’ ସହିତ ପ୍ୟାକେଜିଂ ଟେକ୍ନୋଲୋଜିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ରୁଚିର ଏହି ମାନ ଓ ସ୍ୱାଦ ବଜାୟ ରଖିବା ପାଇଁ କାର୍ଯ୍ୟ କରିଚାଲିବାକୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ।


News Story - Posted on 2016-07-26

କେମିତି ଚାଲିଛି କୋଇଲା ଚୋରି?



କୋଇଲା ଖଣି ପ୍ରକଳ୍ପ ବ୍ୟତୀତ କୋଲ‌୍‍ ବିଅରିଂ ଏରିଆ ଏବଂ ଏହାର ପଡ଼ୋଶୀ ଅଂଚଳରୁ ମଧ୍ୟ ନିତ୍ୟନିୟମିତ କୋଇଲା ଚୋରି ହେଉଥିବା ବେଳେ ଇଟା ପୋଡ଼ିବା ସମୟରେ ପ୍ରଚୁର ପରିମାଣର କୋଇଲା ଚୋରା କାରବାର ହେଉଛି। ପୁଲିସ, ଖଣି ଅଧିକାରୀ ତଥା କମ୍ପାନୀ କର୍ତ୍ତୃପକ୍ଷ ଜାଣିଶୁଣି ଚୋରିକୁ ସୁଯୋଗ ଦେଉଥିବା ବିଷୟ ବିଭିନ୍ନ ମହଳରୁ ଅଭିଯୋଗ ହେଉଛି। କେତେକ କୋଲ‌୍‍ ବିଅରିଂ ଏରିଆ ଏବଂ ଖଣି ପାର୍ଶ୍ୱାଂଚଳ ମଧ୍ୟରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଆଳରେ ଚୋରା କୋଇଲା ବେପାର ବୃଦ୍ଧି ପାଇଚି। କୋଲ୍‌ ୱାଶେରିଗୁଡ଼ିକ ବହୁଳ ଭାବେ ଚୋରା କୋଇଲା କାରବାରରେ ସଂପୃକ୍ତ ରହୁଥିବା ଅଭିଯୋଗ ହେବା ପରେ ଖଣି ବିଭାଗର ପଦକ୍ଷେପ ଯୋଗୁଁ କେତେକ ୱାସରି ବନ୍ଦ ହୋଇଯାଇଛି।


News Story - Posted on 2016-07-23

ପିପିଏଲ ସାର କାରଖାନା ଅଚଳ!



ପାରାଦୀପ ଫସଫେଟ୍‌ସ ଲିମିଟେଡ଼ ସାର କାରଖାନାର ଏସ‌୍‍.ଏ.ପି, ଡିଏପି, କ୍ୟାଣ୍ଟିନ‌୍‍, ରେଳବାଇ, ଅଫିସ, ବ୍ୟାଙ୍ଗି ପ୍ଳାଣ୍ଟ, ଲାବରଟୋରୀ, ଜେନେରାଲ ଷ୍ଟୋର, ୱାଟର ଟ୍ରିଟ‌୍‍ମେଣ୍ଟ ପ୍ଲାଣ୍ଟର ଅନ୍ୟୁନ ୧୦୦୦ କର୍ମଚାରୀ ଓ ଶ୍ରମିକ କାରଖାନା କର୍ତ୍ତୃପକ୍ଷଙ୍କ ଅସହଯୋଗ ଓ ଜିଦଖୋର ମନୋଭାବର ପଅତିବାଦରେ କାର୍ଯ୍ୟରେ ଯୋଗଦେଇ କାମ କରୁନାହାନ୍ତି। ମିଳିଥିବା ସୂଚନା ଅନୁସାରେ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ନେତୃତ୍ୱରେ ପାରାଦୀପ ଫସପେଟ‌୍‍ ମଜଦୁର ୟୁନିଅନର ଅନ୍ୟୁନ ୫୫୦ ଜଣ ଓ ବାପି ସର୍ଖେଲଙ୍କ ନେତୃତ୍ୱରେ ପରିଚାଳିତ ପାରଦୀପ ଏରସମା ଇଣ୍ଡଷ୍ଟ୍ରିଆଲ ୱାକର୍ସ ୟୁନିଅନର ଅନ୍ୟୁନ ୪୫୦ ଜଣ ଆଜକୁ ଅନ୍ତତଃ ଏକ ମାସ ହେଲାଣୀ ପିପିଏଲ କର୍ତ୍ତୃପକ୍ଷଙ୍କ ସହିତ ମୂଲଚାଲ ଚଳାଇବା ସଙ୍ଗେ ସଙ୍ଗେ କାରଖାନା ଫାଟକ ସମ୍ମୁଖରେ ପ୍ରତିବାଦ ସଭା କରିଆସୁଥିଲେ। କିନ୍ତୁ କାରଖାନା କତ୍ତୃର୍ପକ୍ଷଙ୍କ ଅସହଯୋଗ ଏବଂ ଜିଦଖୋର ମନୋବୃତ୍ତି ଯୋଗଁୁ ଶ୍ରମିକମାନେ ନିଜ ନିଜ କାର୍ଡ ପଞ୍ଚିଂ କରି କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ପ୍ରତିବାଦମୂଳକ କାର୍ଯ୍ୟବନ୍ଦ ଅବ୍ୟାହତ ରଖିଛନ୍ତି।


News Story - Posted on 2016-07-17

ବଫଲାମାଳିରେ ବିର୍ଲା ସରକାର!



ସେହିଭଳି ପୁଣି ଏକ ଘଟଣାର ପୁନରାବୃତ୍ତି ଘଟୁଛି କଳାହାଣ୍ଡିରେ, ଖଣିଜ ସମ୍ପଦ ଯୋଗୁଁ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ନିମନ୍ତେ ସରକାରୀ ନୀତି ନିୟମକୁ ଉପେକ୍ଷା କରି ନିରୀହ ଅାଦିବାସୀ ଜନଜାତି, ହରିଜନଙ୍କ ଜମି ଜବରଦଖଲ ଥୁ. ରାମପୁର ବ୍ଲକ୍ ପାଇଁ ଏକ ନିୟମିତ ଘଟଣା ହୋଇଥିବାବେଳେ ସରକାରଙ୍କ ଦୋମୁହାଁ ନୀତି ବିପଦରେ ପକାଇଛି ଏଠାକାର ଅଧିବାସୀଙ୍କୁ। ଏଭଳି ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳେ ବଫଳାମାଳି ନୂଅାପଡ଼ା ପାର୍ବ୍ୟତ୍ୟ ଅଞ୍ଚଳରେ। ସରକାରୀ ଛତ୍ରଛାୟା ତଳେ ସୁରକ୍ଷିତ ଆଦିତ୍ୟ ବିର୍ଲା ଗୋଷ୍ଠୀର ଉତ୍କଳ ଅାଲୁମିନା କମ୍ପାନୀ ଏଠାରେ ବ୍ରିଟିଶ୍ ରାଜ ଚଳାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଧିବାସୀ। ଏହି ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳକୁ ୮ କୋଟି ଟଙ୍କା ଚାନ୍ଦା ଦେଇଥିବା କଥା କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲା।


News Story - Posted on 2016-07-10

କଳିଙ୍ଗନଗରରେ ଠିକା ଓଡ଼ିଆ!



ଏସିଆ ମହାଦେଶର ଶିଳ୍ପ ରାଜଧାନୀ ବୋଲି କୁହାଯାଉଥିବା କଳିଙ୍ଗନଗରରେ ୧୦ଟି କାରଖାନା ଉତ୍ପାଦନ କରୁଛନ୍ତି। ଏଠାରେ ଗଢି ଉଠିଥିବା ଶିଳ୍ପ ମଧ୍ୟରୁ ଅନେକଙ୍କୁ ମୂଲ୍ୟଯୁକ୍ତ ନୀତି ଆଧାରରେ ଖଣି ଯୋଗାଇ ଦିଆଯାଇନି। ନିଜସ୍ବ ଖଣିରୁ ଏକରକମ ମାଗଣାରେ କଂଚାମାଲ ପାଉଥିଲେ ମଧ୍ୟ ଅନ୍ତର୍ଜାତୀୟ ବଜାରରେ ଇସ୍ପାତର ଚାହିଦା ହ୍ରସା ଯୋଗୁଁ କଳିଙ୍ଗନଗରର ଅନେକ ଶିଳ୍ପର ପରିସ୍ଥିତି ଏବେ ବେହାଲ।  ଉଦଘାଟନର ୬ ମାସ ପରେ ମଧ୍ୟ ଟାଟା କାରଖାନା ପୂର୍ଣ୍ଣ ତ୍ପାଦନକ୍ଷମ ହୋଇନାହିଁ। ଭିସା ଓ ମଇଥାନ ବିକ୍ରି ହେବା ଉପରେ। ଅନ୍ୟ କାରଖାନାଗୁଡ଼ିକ ଓଳିଏ ଚାଲିଲେ ଦି’ ଓଳି ବନ୍ଦ। ସେଥିପାଇଁ ଅନେକ କାରଖାନା ପୂର୍ବରୁ ନିଯୁକ୍ତ କରିଥିବା କର୍ମଚାରୀ ଓ ଶ୍ରମିକଙ୍କୁ ଛଟେଇ କରିବା ଆରମ୍ଭ କଲେଣି। ସରକାରଙ୍କ ନିଯୁକ୍ତି ନୀତିକୁ ଫାଙ୍କିବା ପାଇଁ କଳିଙ୍ଗନଗର କାରଖାନାଗୁଡ଼ିକ ସିଧସାଳଖ ନିଯୁକ୍ତି ନଦେଇ ଶ୍ରମ ଠିକାଦାର ବା ପ୍ଲେସମେଣ୍ଟ କମ୍ପାନୀଙ୍କ ଜରିଆରେ କର୍ମଚାରୀ ଚୟନ କରିଥିଲେ। ଆଉଟିସୋର୍ସିଂ ଜରିଆରେ ନିଯୁକ୍ତ କରାଯାଇଥିବା କର୍ମଚାରୀଙ୍କ ପାଇଁ କାରଖାନା କୌଣସି ଉତ୍ତରଦାୟିତ୍ବ ବହନ କରୁ ନାହିଁ।


News Story - Posted on 2016-07-05

ଚାଲ ପିଇବା ଆମ୍ବ ଓ ପଣସ ମଦ!



ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ବସବାସ କରନ୍ତି ପ୍ରାୟ ୮ ହଜାର ଆଦିମ ବଣ୍ଡା ଜନଜାତିର ଲୋକ। ଅତି ସରଳ ଏମାନଙ୍କ ଜୀବନଧାରା। ବଣ୍ଡା ସମ୍ପ୍ରଦାୟର ମହିଳାମାନେ ରୋଜଗାରକ୍ଷମ ହବା ସହ ଘର ଚଳାଇବା ସଂପୂର୍ଣ ଦାୟିତ୍ୱ ତୁଲାଉଥିବା ବେଳେ ଜଙ୍ଗଲରେ ଶିକାର କରିବା ସହ ଝରଣା କୂଳରେ ଥିବା ଏଭଳି ମଦ ଭାଟିରେ ଦିନ ତମାମ ଆଖଡା ଜମାନ୍ତି ବଣ୍ଡା ପୁରୁଷମାନେ। ପ୍ରକୃତି ସହ ଏମାନଙ୍କ ଜୀବନଧାରା ଯୋଡ଼ି ହୋଇ ରହିଥିବାରୁ ଆମ୍ୱ, ପଣସ, କଦଳି, ଅମୃତଭଣ୍ଡା, କୁସୁମ ଓ ଜାମୁ କୋଳି ପରି ନାନା ଜଙ୍ଗଲଜାତ ଫଳମୂଳରୁ ଏମାନେ ମଦ ରାନ୍ଧିବା କାଇଦା ବାହାର କରିଛନ୍ତି। ବଣ୍ଡା ସମାଜର ବାହାଘର, ଜନ୍ମ, ମୃତ୍ୟୁ ଓ ଅନ୍ୟ ସାମାଜିକ ଓ ସାଂସ୍କୃତିକ ଉତ୍ସବରେ ଏହି ମଦର ବିଶେଷ ଭୁମିକା ଥାଏ। ଉତ୍ସବ ଓ ସାମାଜିକ କାର୍ଜ୍ୟକ୍ରମରେ ମହିଳାମାନେ ମଧ୍ୟ ଏହି ମଦ ସେବନ କରିଥାନ୍ତି।

 


News Story - Posted on 2016-06-25

ଋଣରେ ବୁଡ଼ୁଛି ଭିସା ଷ୍ଟିଲ‌୍‍



୨୦୦୫ ମସିହାରେ ଉତ୍ପାଦନକ୍ଷମ ହୋଇଥିବା ଏହି କାରଖାନା କ୍ଷତି ସହୁଥିବା ଦର୍ଶାଇ ଇତିମଧ୍ୟରେ ହଜାରେରୁ ଅଧିକ ଶ୍ରମିକ-କର୍ମଚାରୀଙ୍କୁ ଛଟେଇ କରିଛି। ଏକପ୍ରକାର ଦେବାଳିଆ ସ୍ଥିତିରେ ପହଁଚିଥିବା ଅବସ୍ଥାରେ ଏହି କାରଖାନା ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ‌୍‍ରୁ ଋଣ କରିଥିବାରୁ ବ୍ୟାଙ୍କ‌ ସମୂହ କାରଖାନାକୁ ନିଜ କର୍ତ୍ତୃତ୍ବକୁ ନେଇଛନ୍ତି। ପାଖାପାଖି ବର୍ଷେ ହେବ ବ୍ୟାଙ୍କ‌୍‍ ପରିଚାଳନାରେ ଚାଲୁଥବା ଭିସା ଷ୍ଟିଲ କାରଖାନାର  ଭବିଷ୍ୟତ ଏକ ପ୍ରକାର ଅନ୍ଧକାର ଆଡ଼କୁ ଟାଣି ହୋଇଯାଇଛି। କାରଖାନାର କିଛି ଉପରିସ୍ଥ ପଦାଧିକାରୀ ଏବଂ ହାତଗଣତି କେଇଜଣ ଠିକାଦାରଙ୍କ ଗୁପ୍ତ ବୁଝାବଣା ପରିସ୍ଥିତିକୁ ଆହୁରି ଜଟିଳ ଆଡ଼କୁ ନେଇ ଯାଉଛି।


News Story - Posted on 2016-06-21

ନିୟମଗିରିରେ ଚାଲିଛି କନ୍ଧ ଦମନ!



କିଛି ଦିନ ତଳେ ନିୟମଗିରି ପର୍ବ ସମୟରେ ଡଙ୍ଗାମାଟି ଗାଁର କାଡ୍ରାକା ମଣ୍ଡାକୁ ମାଓବାଦୀ ଦର୍ଶାଇ ପୁଲିସ ଏନକାଇଣ୍ଟର କରି ମାରିଥିଲା। ଏହାକୁ ନେଇ ଆଦିବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇ ଥିଲା। ଏନେଇ ମୁମ୍ୱାଇ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କେ. ପାଟିଲଙ୍କ ନେତୃତ୍ୱରେ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଜେନା, ପୋସ୍କୋ ପ୍ରତିରୋଧ ମଞ୍ଚର ପ୍ରଶାନ୍ତ ପାଇକରାୟ, ଝାଡ଼ଖଣ୍ଡର ଦାମୋଦର ପୁରି, ଭାରତ ଜନ ଆନ୍ଦୋଳନର ମହେଶ ରାଉତ, ପ୍ରାକୃତିକ ସଂପଦ ସୁରକ୍ଷା ପରିଷଦର ଆବାହକ ଭଗବାନ ମାଝି, ନିୟମଗିରି ସୁରକ୍ଷା ସମିତିର ବରିଷ୍ଠ ସଂଗଠକ ସୁରେଶ ସଂଗ୍ରାମ, ସତ୍ୟ ମାହାର, ପ୍ରମୁଖ ଡଙ୍ଗାମାଟି ଗାଁକୁ ଯାଇ ମିଥ୍ୟ ଏନକାଉଣ୍ଟର ଓ ପୁଲିସ ପକ୍ଷରୁ ରୁଜୁ କରାଯାଇଥିବା ମିଥ୍ୟା ମାମଲା ସଂପର୍କରେ ଆଦିବାଦୀଙ୍କଠାରୁ ପଚାରି ବୁଝିବା ସହ ପୁଲିସର ଦମନଲୀଳାକୁ ତୀବ୍ର ନିନ୍ଦା କରିଥିଲେ। ଏହି ତଥ୍ୟାନୁସନ୍ଧାନକାରୀ ଦଳ ନିୟମଗିରିର ବିଭିନ୍ନ ଗାଁ ବୁଲିବା ସମୟରେ ଲୋକମାନେ ସେମାନଙ୍କୁ ପୁଲିସ ଦମନଲୀଳା ସଂପର୍କରେ ନାନାଦି ତଥ୍ୟ ଓ ବିବରଣୀ ପ୍ରଦାନ କରିଛନ୍ତି।


News Story - Posted on 2016-05-14

ୱାଗନ କାରଖାନା ପାଇଁ ଲଢ଼ିବ କଂଗ୍ରେସ



ଗଣମାଧ୍ୟମକୁ ସେ କହିଛନ୍ତି ଯେ, ୨୦୧୦ ଫେବୃଆରି ୨୪ ତାରିଖରେ ରେଳବାଇ ବଜେଟରେ ତତ୍କାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀ କଳାହାଣ୍ଡିରେ ୱାଗନ କାରଖାନା କରିବାକୁ ଘୋଷଣା କରିଥିଲେ। ସିକନ୍ଦରାବାଦ, ବର୍ଦ୍ଧମାନ ଓ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ୱାଗନ କାରଖାନା ସ୍ଥାପନ କରାଯିବାକୁ ଘୋଷଣା ହୋଇଥିବା ବେଳେ ଅନ୍ୟଟି ଓଡିଶାର ଅନୁନ୍ନତ କଳାହାଣ୍ଡିରେ ହେବ ବୋଲି ଉଲ୍ଲେଖ ରହିଥିଲା। ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ନିକଟ ଚପଟଖଣ୍ଡାଠାରେ ରେଳଡବା କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଯୋଜନା ଅଟକଳ ପ୍ରସ୍ତୁତ କଲା ପରେ ରେଳ ବୋର୍ଡ ନର୍ଲା ଚପଟଖଣ୍ଡା ଏହି କାରଖାନା ପାଇଁ ଉପଯୁକ୍ତ ସ୍ଥାନ ବୋଲି ମତ ଦେଇଥିଲେ।


News Story - Posted on 2016-03-13

ରିଲାଏନ୍ସ ପାଇଁ ବନ୍ଦ ହେଉଥିଲା ପାରାଦୀପ ତୈଳ ବିଶୋଧାନାଗାର!



ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ଆଇ.ଓ.ସି.ଏଲ୍ ମଧ୍ୟରେ ବାରମ୍ବାର ଚିଠିର ଆଦାନ ପ୍ରଦାନ ଏବଂ ତୈଳ ବିଶୋଧାନାଗାର ନିର୍ମାଣରେ ଅହେତୁକ ବିଳମ୍ବ ପଛରେ କିଛି ଅଦୃଶ୍ୟ ଶକ୍ତି କାମ କରୁଥିବାର ସନ୍ଦେହ ଜନମାନସରେ ବୃଦ୍ଧି ପାଇଲା । ସେହି ସମୟରେ ବିରୋଧୀ ଦଳ ତରଫରୁ ମୁଖ୍ୟମନ୍ତ୍ରୀ ରିଲାଏନ୍ସ କମ୍ପାନୀ ଦ୍ବାରା ପ୍ରଭାବିତ ହୋଇ ଆଇଓସିଏଲ ପ୍ରକଳ୍ପ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ କରାଯାଇ ଆନ୍ଦୋଳନ ଡାକରା ଦିଆଗଲା । ଏଠାରେ ସୂଚନାଯାଗ୍ୟ ଯେ ସେହି ସମୟରେ ରିଲିଆନ୍ସ କମ୍ପାନୀର ଅଧିକାରୀମାନେ ଓଡ଼ିଶାରେ ଅଫିସ୍ ଖୋଲି ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲେ ।


News Story - Posted on 2016-02-19

ବେଦାନ୍ତର ଏଜେଣ୍ଟ ସାଜିଲେ ସରକାର !




News Story - Posted on 2016-02-02

ଭାରତୀୟ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ



ତେବେ ଭାରତୀୟ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତିକୁ ଗୋଟେ ଶବ୍ଦରେ କହିହେବ- ଦ୍ବନ୍ଦ୍ବାତ୍ମକ | ଏ ସଂପର୍କରେ ଚାର୍ଲସ୍ ଡିକେନ୍ସଙ୍କ ଗୋଟିଏ ବାକ୍ୟକୁ ଉଦ୍ଧାର କରି ଆଉରି ସୁନ୍ଦର ଉଦାହରଣଟେ ଦେଇ ହେବ : ଏହା ହେଉଛି ସବୁଠାରୁ ଭଲ ସମୟ, ଏହା ହେଉଛି ସବୁଠାରୁ ଖରାପ ସମୟ  (ଇଟ ଇଜ ଦି ବେଷ୍ଟ ଅଫ ଦି ଟାଇମ୍ସ, ଇଟ ଇଜ ଦି ର୍ଷ୍ଟ ଅଫ ଦି ଟାଇମ୍ସ- ଏ ଟେଲ୍ ଅଫ୍ ଟୁ ସିଟିଜ୍) |

 


News Story - Posted on 2016-02-02

୪ ବର୍ଷରେ ପକ୍କା ହବ ୫୦ ଲକ୍ଷ କଚ୍ଚାଘର?



ଏଠାରେ ରାଜ୍ୟ ସରକାରଙ୍କ ଆଉ ଏକ ତଥ୍ୟର ମଧ୍ୟ ଅବତାରଣା କରାଯାଇପାରେ | ୨୦୧୪-୧୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅପ୍ରେଲ-ଜୁନ…ମଧ୍ୟରେ ରାଜ୍ୟରେ 1.25 ଲକ୍ଷ ଇନ୍ଦିରା ଆବାସ ଓ 25 ହଜାର ବିଜୁ ପକ୍କାଘର ହୋଇଥିବା ସରକାର ପ୍ରକାଶ କରିଥିଲେ|  ଏହା କେତେଦୂର ସତ†ତାହା ଭୁକ୍ତଭୋଗୀ ଜାଣିଥିବେ | ୨୦୧୪-୧୫ ବର୍ଷରେ ରାଜ୍ୟ ସରକାର 5 ଲକ୍ଷରୁ ଅଧିକ ପକ୍କା ଘର କରିବାର ଲକ୍ଷ୍ୟ ରଖିଥିଲେ |

 


News Story - Posted on 2016-01-19

ବ୍ଲାକମେଲିଂ ବ୍ୟବସାୟ ଓ ଗଣମାଧ୍ୟମ



କୁହାଯାଏ ତିନି ତୁଣ୍ଡରେ ଛେଳି କୁକୁର | ଗୋଟିଏ ମିଛକୁ ବାରମ୍ବାର ପ୍ରଚାର କରାଗଲେ ଲୋକେ ତାହାକୁ ସତ ବୋଲି ଧରି ନିଅନ୍ତି | ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଗଣମାଧ୍ୟମ ଏଇ ଅନୈତିକ ଦାୟିତ୍ବ ବେଶ୍ ଭଲ ଭାବରେ ତୁଲେଇପାରେ | ସେଥିପାଇଁ କେତେକ ଧରଣର ନେତା, ଶିଳ୍ପପତି, ବ୍ୟବସାୟୀ, ଅଫିସର ଗଣମାଧ୍ୟମକୁ କୌଣସି ପ୍ରକାରେ ପ୍ରଭାବିତ କରି ଉଦ୍ଦେଶ୍ୟ ସାଧନ ନିମନ୍ତେ ଅସତ୍ୟ ସମ୍ବାଦ ପରିବେଷଣ କରିଥାନ୍ତି | ଗଣମାଧ୍ୟମକୁ ସାଧାରଣ ଲୋକମାନେ ବେଦବାକ୍ୟ ଭଳି ବିଶ୍ବାସ କରୁଥିବାରୁ ସେମାନେ ଏହାକୁ ମିଥ୍ୟା ପ୍ରଚାରର ଅସ୍ତ୍ର ଭାବେ ବ୍ୟବହାର କରନ୍ତି | ଏଭଳି ଯେଉଁମାନେ କରନ୍ତି ସେମାନଙ୍କୁ ସାମ୍ବାଦିକ ବା ସଂପାଦକ ନକହି ବ୍ଲାକମେଲର୍ କହିଲେ ଠିକ୍ ହେବ | ସେମାନେ ଖବରର ଆଢ଼ୁଆଳରେ ରହି ବ୍ଲାକମେଲ୍ ହିଁ କରନ୍ତି |

 


News Story - Posted on 2016-01-09

ଗଣମାଧ୍ୟମର ଚରିତ୍ର ହାନି

 



ତେବେ ମ୍ୟାଗି ପ୍ରଚାର ପାଇଁ କାମ କରିଥିବାରୁ ଯଦି ସିନେ ଗଣମାଧ୍ୟମ ସହିତ ଜଡ଼ିତ ଏହି ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ହେବା ଠିକ୍ ତେବେ କୋଟିକୋଟି ଟଙ୍କାର ପାଉଣା ନେଇ ମ୍ୟାଗିର ପ୍ରଚାର କରିଥିବା ଟିଭି ଚାନେଲ୍ ଓ ଖବରକାଗଜଗୁଡ଼ିକ ସେହି ଦୋଷରେ ଦୋଷୀ ସାବ୍ୟସ୍ତ ହେବା ଉଚିତ ନୁହେଁ କି ? ଲୋକମାନେ ଗଣମାଧ୍ୟମକୁ ବିଶ୍ବାସ କରୁଥିବାରୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବ୍ୟବସାୟ ନାମରେ ଅନେକ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଓ ସଂସ୍ଥାଙ୍କ ସହିତ ମ୍ୟାଗି ପରି ଅନେକ ଗୁଣମାନ ହୀନ ଖାଦ୍ୟ ପଦାର୍ଥ ଓ ସେବାଦିର ପ୍ରଚାର ପ୍ରସାର ଚଳାଇଛନ୍ତି |

 


© 2015. Samanya Kathan All Rights Reserved | Editor : Debendra Prusty     

To Top