ବିପ୍ଲବ ଏବଂ ବିବର୍ତ୍ତନ

image

ରତ୍ନେଶ୍ବର  ସାହୁ

ବିପ୍ଲବ ଏକ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ I ଏହା ରାଜନୈତିକ ହୋଇପାରେ ବା ସାଂଗଠନିକ ବ୍ୟବସ୍ଥା ପାଇଁ ହୋଇପାରେ I ଫରାସୀ ବିପ୍ଲବ, ଗ୍ରୀକ୍ ବିପ୍ଲବ, ରୁଷ୍ ବିପ୍ଲବ ଏବଂ ଜର୍ମାନୀ ବିପ୍ଲବଗୁଡିକୁ ଉଦାହରଣ ସ୍ବରୁପ ଧରି ନିଆଯାଉ I ଆନ୍ଦୋଳନ ବା ବିପ୍ଲବ ପାଇଁ ନେତୃତ୍ବର ଦାୟିତ୍ବ ନେବାକୁ ପଡେ ଏବଂ ଅନୁଗାମୀମାନେ ଏହାକୁ ମଧ୍ୟ ଗ୍ରହଣ କରନ୍ତି I କିନ୍ତୁ ବିବର୍ତ୍ତନ ଏକ ପ୍ରକ୍ରିୟା I ସମୟ ସହିତ ନିଜେ ତାଳ ମିଳାଇ ଚାଲିବା I

ଭାରତରେ ବିପ୍ଲବ କିଛି ଅଂଚଳରେ ହୋଇଛି ଯେପରିକି ସିପାହୀ ବିଦ୍ରୋହ, ଇରେଂଜ ମାନଂକ ବିରୋଧରେ ଏବଂ କିଛି ଆଂଚଳିକ ସମସ୍ୟାକୁ ନେଇ I କଥା ଉଠୁଛି ଯେତେବେଳେ ସମାଜରେ ଲୋକମାନେ ଅସୁବିଧାରେ ରହିଛନ୍ତି ଏବଂ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି ସେହି ସମୟରେ ଅନେକ ଲୋକ ନିରବତା ଅବଲମ୍ବନ କରିବା I ଏହାର ଅର୍ଥ କ’ଣ ହୋଇପାରେ? ମହିଳାମାନଂକ ଉପରେ ଅତ୍ୟାଚାର, ଶିଶୁମାନଂକ ଉପରେ ଅତ୍ୟାଚାର, କିଏ କାହାକୁ ଠକିନେଇ ରାଜରାସ୍ତାରେ ଭିକାରୀ କରି ଠିଆକରିଦେଉଛି, କେଉଁଠି ସନ୍ଧ୍ୟାହେଲେ ଗୋଟିଏ ଲୋକ ନିଜେ ନିରାପଦରେ ଚଳପ୍ରଚଳ କରିପାରେ ନାହିଁ I ଏହିଭଳି ସ୍ଥିତିରେ ଅନେକ ଲୋକ ନିରବତା ଅବଲମ୍ବନ କରିବାର ଅର୍ଥ କ’ଣ ହୋଇପାରେ ?

କଥାରେ ଅଛି ଯଦି ଲୋକମାନେ ପ୍ରତିବାଦ କରୁନାହାନ୍ତି ତେବେ ସେମାନେ ନିଜେ ନିଜର ବର୍ତ୍ତମାନ ସ୍ଥିତିରେ ଖୁସିରେ ଅଛନ୍ତି ତେଣୁ ସେମାନେ କାହିଁକି କହିବେ ଯେ ବ୍ୟବସ୍ଥାରେ ପରିବର୍ତ୍ତନ ହେଉ ବୋଲି? ଭାରତରେ ପ୍ରତ୍ୟେକ ଲୋକ ନିଜେ ସୟଂସମ୍ପୁର୍ଣ I ସେମାନେ ନିଜେ କିଛି କିଛି ସମ୍ବଳର ଅଧିକାରୀ I ଥରେ ଜଣେ ଦାର୍ଶନିକ କହିଥିଲେ ଯେ କୃଷକମାନେ ଆନ୍ଦୋଳନରେ ବେଶୀ ସମୟ ଦେଇପାରିବେ ନାହିଁ I କାରଣ ସେମାନେ ଭାବନ୍ତି ଯଦି ଚାଷ ନ ହେବ ତେବେ ସମାଜ କ’ଣ ଖାଇ ବଂଚିବ? ଅନ୍ୟ ଅର୍ଥରେ ଯଦି ଦେଖିବା ତାହା ହେଲେ ଯେହେତୁ ସେମାନଂକ କିଛି ସମ୍ବଳ ରହିଛି ତେଣୁ ହୁଏତ ସେମାନେ ଭାବୁଥିବେ ଯେ, ଯଦି ଆନ୍ଦୋଳନରେ ଜୀବନ ଚାଲିଯିବ ତେବେ ଥିବା ସମ୍ବଳ ଆଉ କାହାର ହୋଇଯିବ I

ଠିକ୍ ଏହି ମାନସିକତା ଯୋଗୁଁ ଆମେ ଦୀର୍ଘ ଦିନ ବ୍ରିଟିଶ୍ମାନଂକ ଦ୍ବାରା ଶାଶିତ ହେବାକୁ ବାଧ୍ୟ ହେଲୁ I ଯେତେ ଦିନ ପର୍ଯ୍ୟନ୍ତ ନିଜ ଉପରକୁ ସମସ୍ୟା ଆସି ନାହିଁ, ସେତେଦିନ ପର୍ଯ୍ୟନ୍ତ ଆମେ ନିରବତା ଅବଲମ୍ବନ କରୁ I ଯେତେବେଳେ ତନ୍ତି, କମାର, କଂସାରୀ, ଚାଷ ଶ୍ରମିକମାନଂକ ବୃତ୍ତିକୁ ଛଡାଇ ନେବାର ଚେଷ୍ଟା ଚାଲିଛି, ଦରଦାମ୍ ବଢି ଚାଲିଛି, ସବୁଠି ଠିକାରେ କର୍ମଚାରୀ ନିଯୁକ୍ତି ଦିଆଚାଲିଛି, ନିଜର ଥିବା ସମ୍ବଳ ବିକ୍ରୀହୋଇ ଆମ ପାଖରେ ଟଂକା ବଢିଛି, ଦିନକୁ ଦିନ ଆମର କ୍ରୟକରିବାର କ୍ଷମତା କମିବାରେ ଲାଗିଛି ଏବଂ ଆମେ ନିଜର ବର୍ତ୍ତମାନର ଲାଭ ଖୋଜିବାରେ ବ୍ୟସ୍ତ ସେହିସମୟରେ ଆମକୁ କିଏ ଉଦ୍ଧାର କରିବ? ଆମର ଭବିଷ୍ୟତ କିପରି ତିଷ୍ଠି ରହିବ ତାହା ଚିନ୍ତା କରୁଛେ କି ?

© 2015. Samanya Kathan All Rights Reserved | Editor : Debendra Prusty     

To Top